Posts

Showing posts from May, 2018
ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର  ଭୂମିକା ଶ୍ରୀମଦ୍ ଭଗବତ୍ ଗୀତା – ଅର୍ଥ ଏବଂ ମହ୍ୱ ଶ୍ରୀମଦ୍ ଭଗବତ୍ ଗୀତାର ଅର୍ଥ ହେଉଛି ସାକ୍ଷାତ ଭଗବାନଙ୍କ ଦ୍ୱାରା କଥିତ ବଚନ ସମୂହର (ଶ୍ରୀମତ୍) କାବି୍ୟକ ସଂକଳନ  । କେହି କେହି ଏହାର  ଅର୍ଥ ସାକ୍ଷାତ ଭଗବାନଙ୍କ ଦ୍ୱାରା ଗାୟନ କରାଯାଇଥିବା ଗୀତ ବୋଲି କହନ୍ତି  । ଭଗବାନଙ୍କ କଥିତ ବାଣୀ  ପରମ ଶାନ୍ତି ଓ ଆନନ୍ଦ ପ୍ରଦାୟକ ହୋଇଥିବା ହେତୁ ଏହାକୁ  ଦିବ୍ୟ-ଗୀତ ବୋଲି ମଧ୍ୟ  କୁହାଯାଇପାରେ  । ସାଧାରଣତଃ ଭାରତର ପୁରାଣ ଶାସ୍ତ୍ରାଦି ସମ୍ବାଦ ଶୈଳୀରେ ରଚିତ । ଗୀତାର ସଙ୍କଳକ ବ୍ୟାସଦେବ ଈଶ୍ୱରୀୟ ବାଣୀକୁ ଶ୍ରୀମଦ୍ ଭଗବଦ୍ ଗୀତା ନାମରେ ନାମିତ କରି ପରବର୍ୀ ସମୟରେ ସ୍ବୀୟ ରଚିତ ମହାଭାରତର ଭୀଷ୍ମ ପର୍ବରେ ଏହାକୁ ସଂଯୋଜିତ କରିଛନ୍ତି  । ଏଥିରେ ୨୫ଶ ଅଧ୍ୟାୟରୁ ୪୨ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀ କୃଷ୍ଣାର୍ଜୁନ ସମ୍ବାଦରେ ପରିବେଷିତ ଗୀତା ଆଜି ଏକ ସ୍ବତନ୍ତ୍ର ଗ୍ରନ୍ଥ ଭାବରେ ଆମ ପାଖରେ ଉପଲବ୍ଧ  । ଶ୍ରୀମଦ୍ ଭଗବତ୍ ଗୀତା ଏକ ପରମ ରହସ୍ୟମୟ ଗ୍ରନ୍ଥ । ପ୍ରାଚୀନ ମହର୍ଷିମାନଙ୍କଠାରୁ ଆରମ୍ଭ କରି ଆଧୁନିକ ଭାଷ୍ୟକାରମାନଙ୍କ ପର୍ଯ୍ୟନ୍ତ ଏଯାବତ୍ କେହି ଏହି କ୍ଷୁଦ୍ରକାୟ ବିଶିଷ୍ଟ ଗୀତାର ମହତ୍ୱ ବର୍ଣ୍ଣନା କରିବା  ପାଇଁ ସମ୍ପୁର୍ଣ୍ଣ ଭାବରେ ସକ୍ଷମ ହୋଇପାରି ନାହାନ୍ତି । ବିଦ୍ୱାନମାନଙ୍କ ମତରେ ଏହା ସର୍ବ ଶାସ୍ତ୍ରମୟୀ ଓ ସର୍ବଶାସ୍ତ୍ର ଶିରୋମଣି । ସ୍ବୟଂ