Posts

 ଚତୁର୍ଦଶୋଽଧ୍ୟାୟଃ ଗୁଣତ୍ରୟ ବିଭାଗଯୋଗଃ ଈଶ୍ୱରୀୟ ଜ୍ଞାନର ମହିମା ପରଂ ଭୂୟଃ ପ୍ରବକ୍ଷାମି  ଜ୍ଞାନାନାଂ ଜ୍ଞାନମୁମମ୍ । ଯଜ୍ଜ୍ଞାତ୍ୱା ମୁନୟଃ ସର୍ବେ ପରାଂ ସିଦ୍ଧିମିତୋ ଗତାଃ ।ା୧ାା ଇଦଂ ଜ୍ଞାନମୁପାଶ୍ରିତ୍ୟ ମମ ସାଧର୍ମ୍ୟମାଗତାଃ । ସର୍ଗେଽପି ନୋପଜାୟନ୍ତେ ପ୍ରଳୟେ ନ ବ୍ୟଥନ୍ତି ଚ ।ା୨ାା  ଅର୍ଥ : ସମସ୍ତ ଜ୍ଞାନ ମଧ୍ୟରେ ଶ୍ରେଷ୍ଠ ଓ ପରମ ଜ୍ଞାନ ପୁନର୍ବାର କହୁଛି, ଯାହାକୁ ଜାଣି ସମସ୍ତ ମୁନିଗଣ ଏହି ଦେହ ବନ୍ଧନରୁ ମୁକ୍ତ ହୋଇ ପରମ ଗତି (ସିଦ୍ଧି) ପ୍ରାପ୍ତ ହୋଇଛନ୍ତି ।ା୧ାା ଯେଉଁମାନେ ଏହି ଜ୍ଞାନର ଆଶ୍ରୟ ନିଅନ୍ତି ସେମାନେ ମୋର ସଧର୍ମତା ପ୍ରାପ୍ତ ହୋଇ ସୃଷ୍ଟି ସମୟରେ ଜନ୍ମ ହୁଅନ୍ତି ନାହିଁ କି ପ୍ରଳୟ କାଳରେ ବ୍ୟଥିତ ହୁଅନ୍ତି ନାହିଁ ।ା୨ାା ବ୍ୟାଖ୍ୟା : ପରମାତ୍ମାଙ୍କ ସାଧର୍ମ୍ୟ ଲାଭ, ସାରେ ଓ ପ୍ରକୃତିରେ ପରମାତ୍ମାଙ୍କ ସହିତ ଏକ ହେବା, ଗୀତା ଅନୁସାରେ ଏହା ହିଁ ଅମୃତତ୍ୱ ବା ପରମ ସିଦ୍ଧି । ଯେଉଁ ଜ୍ଞାନ ଦ୍ୱାରା ଏହି ସିଦ୍ଧି ଲାଭ ହୋଇଥାଏ, ତାକୁ ଗୀତା ଶ୍ରେଷ୍ଠ ଜ୍ଞାନ କହିଛି । ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା ପ୍ରଦ ହୋଇଥିବାରୁ ଏହାକୁ ଈଶ୍ୱରୀୟ ଜ୍ଞାନ ମଧ୍ୟ କୁହାଯାଏ । ତ୍ରୟୋଦଶ ଅଧ୍ୟାୟରେ ପୁରୁଷ ଓ ପ୍ରକୃତି ତଥା ଜୀବାତ୍ମା ଓ ପରମାତ୍ମା ମଧ୍ୟରେ ପ୍ର୍ରଭେଦ ନିର୍ଣ୍ଣୟ କରି ଆଲୋଚନା କରାଯାଇଥିଲା । ଜୀବାତ୍ମା ପ୍ରକୃତିର ଗୁଣଗୁଡିକୁ ଭୋଗ କରି ବଦ୍ଧ ହୁଏ । ପ୍ରକୃତିର ଗୁଣ ସମୂହ ପରମାତ୍...
 ତ୍ରୟୋଦଶୋଽଧ୍ୟାୟଃ କ୍ଷେତ୍ର-କ୍ଷେତ୍ରଜ୍ଞ ବିଭାଗ ଯୋଗଃ କ୍ଷେତ୍ର ଓ କ୍ଷେତ୍ରଜ୍ଞର ବିଭାଗ ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରମିତ୍ୟଭିଧୀୟତେ । ଏତଦ୍ଯୋ ବେି ତଂ ପ୍ରାହୁଃ କ୍ଷେତ୍ରଜ୍ଞ ଇତି ତଦ୍ବିଦଃ ।ା୧ାା ଅନୁବାଦ : ହେ କୌନ୍ତେୟ! ଏହି ଶରୀରକୁ କ୍ଷେତ୍ର କୁହାଯାଏ । ଏହାକୁ(କ୍ଷେତ୍ରକୁ) ଯିଏ ଜାଣେ ଜ୍ଞାନୀଲୋକେ ତାହାକୁ "କ୍ଷେତ୍ରଜ୍ଞ' କହନ୍ତି ।ା୧ାା ବ୍ୟାଖ୍ୟା : ଶରୀର ହେଉଛି କ୍ଷେତ୍ର ଓ ଆତ୍ମା ହେଉଛି କ୍ଷେତ୍ରଜ୍ଞ । ""ଶୃହିଂସାୟାମ୍'' ଧାତୁରୁ "ଶରୀର' ଶବ୍ଦ ଗଠିତ । ସେହିପରି "କ୍ଷି କ୍ଷୟେ' ଧାତୁରୁ କ୍ଷେତ୍ର ଶବ୍ଦ ଗଠିତ ହୋଇଛି । ଶରୀର ବା କ୍ଷେତ୍ରର ତାପôର୍ଯ୍ୟ ହେଲା ଯାହା ପ୍ରତିକ୍ଷଣ ନଷ୍ଟ ଓ ପରିବିର୍ତ ହେଉଥାଏ । କ୍ଷେତରେ ବିହନ ବୁଣିଲେ ସମୟ କ୍ରମେ ତାହା ଅଙ୍କୁରିତ ହୋଇ ନିଜ ଅନୁରୂପ ଫଳ ପ୍ରଦାନ କରେ  । ଆତ୍ମାର କର୍ମରୁପକ ବୀଜ ତା'ର ଶରୀର ରୂପକ କ୍ଷେତରେ ଫଳୀଭୂତ ହୁଏ । ତେଣୁ ଶରୀରକୁ ଆତ୍ମାର କ୍ଷେତ୍ର କୁହାଯାଏ । ଏହାର "କ୍ଷର' ଭାବ ହେତୁ ଏହାକୁ "ପଦଶ' ଅଧ୍ୟାୟରେ "କ୍ଷରପୁରୁଷ' ବୋଲି କୁହାଯାଇଛି । ଏହା ଜଡ, ବିନାଶୀ ଓ ପରିବର୍ନଶୀଳ । ଆତ୍ମା ଚେତନଶୀଳ । ଜଡ ଶରୀରରେ ଆତ୍ମାର ସଂଯୋଗ ହେଲେ ତାହା କାର୍ଯ୍ୟକ୍ଷମ ହୁଏ । ତେଣୁ ଏହାକୁ କ୍ଷେତ୍ରଜ୍ଞ ବୋଲି କୁହାଯାଏ । ଆତ୍ମାହିଁ କହେ ଏହା ମୋର ଶରୀର, ମୋର ଆଖି,...