Posts

  NAVARANTRI : DAY 1 :   BEING SHAKTI (Translation of Bk Shivani’s Hindi speech)    We see people all around us invoking deities, staying of all night, observing fasts embracing purity. The entire atmosphere is satvik.Because the holly festival of Navaratri has begun.All of us get together to lovingly, devotedly and fervently invoke shaktis.The are being invoked. Let us take a few moments today to introspect.Who are we invoking?We refer to them as Shakti(power). We also call them as Maa. We depict them as holding 8 weapons. We also shodemons lying slain below their fett. What is the wisdom that all these are teach us ? Did those deities   practice violence? Did they actually torture the demon ? Or is there a   symbolic meaning behind it ? And the Shakti being invoked wht are they from where are they invoked? Let us introspect . Divinity and purity are the original quality of the soul . Today we have forgotten them .And because we forget out divinity, ...

(27) ତ୍ରୟୋଦଶ ଅଧ୍ୟାୟ ।ା ରାଜଯୋଗ ଅଭ୍ୟାସର ସହଜ ବିଧି

 ାା ତ୍ରୟୋଦଶ ଅଧ୍ୟାୟ ।ା ରାଜଯୋଗ ଅଭ୍ୟାସର ସହଜ ବିଧି ବ୍ରହ୍ମାମୁଖ ବଂଶାବଳୀ ସଂଗମ ଯୁଗୀୟ ଅଲୌକିକ ବ୍ରାହ୍ମଣ ଜୀବନ ଈଶ୍ୱରଙ୍କ ଆଶୀର୍ବାଦ ଅଟେ । ଅତିନ୍ଦ୍ରିୟ ସୁଖ ଅନୁଭୂତି ହିଁ ଏହି ଜୀବନର ସଂପୂର୍ଣ୍ଣ ଆନନ୍ଦ ଅଟେ । ଏଥିପାଇଁ ରାଜଯୋଗ ହିଁ ଏକମାତ୍ର ଆଧାର ଅଟେ । ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣମାନଙ୍କ (ପ୍ରଜାପିତା ବ୍ରହ୍ମାଙ୍କ ମୁଖ କମଳରୁ ନିସୃତ ଈଶ୍ୱରୀୟ ଜ୍ଞାନ ଆଧାରରେ ନିଜ ଜୀବନକୁ ପରିବର୍ନ କରିଥିବା ବ୍ୟକ୍ତି) ଜୀବନରେ ଯୋଗ ଏକ ଅଭିନ୍ନ ଅଙ୍ଗ ହୋଇଯିବା ଉଚିତ । କିନ୍ତୁ  ଏଥିପାଇଁ ଈଶ୍ୱରୀୟ ଜ୍ଞାନର ପରିପକ୍ୱତା ଅତ୍ୟନ୍ତ ଆବଶ୍ୟକ । ଅନ୍ୟଥା ରାଜଯୋଗର ଅନୁଭବ କରିବା ସହଜ ବ୍ୟାପାର ନୁହେଁ । ଜ୍ଞାନ ଓ ଯୋଗ ଏହି ଦୁଇ ମୁଖ୍ୟ ବିଷୟ ପରସ୍ପର ପରିପୂରକ ଅଟନ୍ତି । ଈଶ୍ୱରୀୟ ଜ୍ଞାନ ଏହି ଶିକ୍ଷା ଦିଏ କି ଆମେ କିପରି ସର୍ବାତ୍ମାଙ୍କ ପିତା ପରମାତ୍ମାଙ୍କୁ  ଯଥାର୍ଥ ଭାବରେ ସ୍ମରଣ କରିବା । ଈଶ୍ୱରୀୟ ଜ୍ଞାନ ପ୍ରାପ୍ତି ପରେ ତାକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ହିଁ ରାଜଯୋଗ ଅଟେ ।  ଅନ୍ୟ ଅର୍ଥରେ ଜୀବନକୁ  ଦିବ୍ୟଗୁଣ ଓ ଶ୍ରେଷ୍ଠ ଶକ୍ତିରେ ସମ୍ପନ୍ନ କରିବା ହିଁ ଯୋଗର ପରମ ଧ୍ୟେୟ ଅଟେ । ଈଶ୍ୱରୀୟ ଜ୍ଞାନ ଶିକ୍ଷା ବେଳେ ଆମେ ପ୍ରତ୍ୟେକେ ଏକଥା ଜାଣିଛେ ଯେ ବାବା (ପରମପିତା ପରମାତ୍ମା)ଙ୍କୁ କିପରି ସ୍ମରଣ କରିବା ଉଚିତ୍ । କିନ୍ତୁ ବିଶେଷ ଯୋଗାଭ୍ୟାସ ବେଳେ ବୁଦ୍ଧି ଏକାଗ୍ର ହୁଏ ନ...

(26) ାା ଦ୍ୱାଦଶ ଅଧ୍ୟାୟ ।ା ଜ୍ଞାନ ମୂରଲୀ ସନ୍ଦର୍ଭରେ ରାଜଯୋଗର ବିଧି

 ାା ଦ୍ୱାଦଶ ଅଧ୍ୟାୟ ।ା ଜ୍ଞାନ ମୂରଲୀ ସନ୍ଦର୍ଭରେ ରାଜଯୋଗର ବିଧି ଶିବ ଭଗବାନୁବାଚ, “ହେ ମୋର ଅମୃତ ସନ୍ତାନଗଣ! ତୁମେ କର୍ମ ଯୋଗୀ ହୁଅ । ଜୀବନ ଯାପନ ପାଇଁ ଜୀବିକାର୍ଜନ କରି ମଧ୍ୟ ତୁମେ ମୋତେ ନିତ୍ୟ ସ୍ମରଣ କରୁଥାଅ । କିନ୍ତୁ ଦିନଯାକ ଯାବତୀୟ କର୍ମର ବ୍ୟସ୍ତତା ହେତୁ ତୁମର ଈଶ୍ୱରୀୟ ସ୍ମୃତି ସ୍ଥାୟୀ ରହିପାରେ ନାହିଁ । ତେଣୁ ଅମୃତ ବେଳା (ବ୍ରହ୍ମ ମୁହୂର୍)ରେ ଶଯ୍ୟା ତ୍ୟାଗ କରି ଧ୍ୟାନ (ଗରୟସଗ୍ଧବଗ୍ଧସକ୍ଟଦ୍ଭ) କର । ଧ୍ୟାନ କିପରି କରିବ? “ମୁଁ ଆତ୍ମା ପରମାତ୍ମାଙ୍କ ସନ୍ତାନ ଅଟେ ।’’ ଧ୍ୟାନରେ ଏହି ସଂକଳ୍ପ ଉପରେ ମନକୁ ଏକାଗ୍ର କରିବ । ଏହି ସଂସାର ଏକ ବିଶାଳ ଉଦ୍ୟାନ । ଏହାର ବୀଜ (ପରମାତ୍ମା) ଉଦ୍ଧ୍ୱର୍ରେ ଅଛି । ମୁଁ ବୀଜ ସ୍ବରୂପ ଅର୍ଥାତ୍ ମୁଁ ହିଁ ସେହି ଏକ ଆତ୍ମା ଯିଏ କି ବିଭିନ୍ନ ଜନ୍ମରେ ବିଭିନ୍ନ ନାମ - ରୂପ ଧାରଣ କରିଆସିଛି । ଆତ୍ମା ଜ୍ଞାନରେ ପରିପୂର୍ଣ୍ଣ ଅଟେ । ଏହିପରି ଜ୍ଞାନର ମନନ ଚିନ୍ତନ ଅବ୍ୟାହତ ରଖିବ । କାରଣ ଜ୍ଞାନ ବିନା ଯୋଗ ହୁଏ ନାହିଁ । ବୀଜ ସ୍ବରୂପ ସ୍ମୃତିରେ ରହିଲେ ମୋ ସହିତ ମିଳନ ଜନିତ ଖୁସି ପ୍ରାପ୍ତ ହେବ । ଏହା ହେଉଛି ଧ୍ୟାନ । ମୋ ସହିତ ସମଗ୍ର ସୃଷ୍ଟିକୁ ସ୍ମରଣ କର । ବର୍ମାନ ଏହି ସୃଷ୍ଟି ବିନାଶର ଦ୍ୱାର ଦେଶରେ ଉପଗତ । ମନେ ରଖ ଏହି ସୃଷ୍ଟି ରଙ୍ଗ ମରେ ତୁମର ଅଭିନୟର ଶେଷ ଦୃଶ୍ୟ ଅଭିନୀତ ହେଉଛି । ବର୍ମାନ ତୁମକୁ ତୁମର ମୂଳ ବାସ ସ୍ଥାନକୁ (ପରମଧାମ) ପ୍ରତ୍ୟାବ...

(25) ାା ଏକାଦଶ ଅଧ୍ୟାୟ ।ା ରାଜଯୋଗ ଦ୍ୱାରା ଆଧ୍ୟାତ୍ମିକ ଶକ୍ତି ସମୂହ ପ୍ରାପ୍ତି ଓ ଦିବ୍ୟଗୁଣଗୁଡିକର ଧାରଣା

 ାା ଏକାଦଶ ଅଧ୍ୟାୟ ।ା ରାଜଯୋଗ ଦ୍ୱାରା ଆଧ୍ୟାତ୍ମିକ ଶକ୍ତି ସମୂହ ପ୍ରାପ୍ତି ଓ ଦିବ୍ୟଗୁଣଗୁଡିକର ଧାରଣା ରାଜଯୋଗ ଅଭ୍ୟାସ ଦ୍ୱାରା ଅବିନାଶୀ ସୁଖ-ଶାନ୍ତି ପ୍ରାପ୍ତି ସହ ଅନେକ ପ୍ରକାର ଆଧ୍ୟାତ୍ମିକ ଶକ୍ତିଗୁଡିକର ବିକାଶ ହୋଇଥାଏ । ସାଂପ୍ରତିକ କଳି କଳୁଷ୍ଠିତ ଦୁନିଆ ପାଇଁ ଆଧ୍ୟାତ୍ମିକ ଶକ୍ତି ଅତ୍ୟନ୍ତ ଆବଶ୍ୟକ । ଧନ ଶକ୍ତି, ଶାରୀରିକ ଶକ୍ତି, ବାକ୍ ଶକ୍ତି, ଲେଖିବା ଶକ୍ତି ଆଦି ଭୌତିକ ଶକ୍ତି ଅଳ୍ପ କାଳ ପାଇଁ ସୁଖ,ସୁବିଧା, ସ୍ବାଚ୍ଛନ୍ଦ୍ୟ ଓ ଆନନ୍ଦ ପ୍ରଦାନ କରିଥାଏ । କିନ୍ତୁ ରାଜଯୋଗ ଦ୍ୱାରା ପ୍ରାପ୍ତ ଆଧ୍ୟାତ୍ମିକ ଶକ୍ତି ଭୌତିକ ଜଗତରେ ସାଂସାରିକ ଜୀବନକୁ ସନ୍ତୁଳନ କରିବାରେ ମହ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଠାରେ ମୁଖ୍ୟତଃ ଆଠଟି ଶକ୍ତି ଉପରେ ଆଲୋଚନା କରାଯାଇଛି । ଏଗୁଡିକ ପ୍ରାପ୍ତ ହେଲେ ମନୁଷ୍ୟ ମଧ୍ୟରେ ସ୍ବତଃ ସ୍ଫୁର୍ ଭାବରେ ଦିବ୍ୟଗୁଣଗୁଡିକର ସ୍ଫୁରଣ ହୋଇଥାଏ ଓ ସେ ଦେବ ପଦବାଚ୍ୟ ହୋଇଥାଏ ।  (୧) ସହନ ଶକ୍ତି (ଚକ୍ଟଙ୍ଗରକ୍ସ ଞକ୍ଟ ଞକ୍ଟକ୍ଷରକ୍ସବଦ୍ଭମର) କଥାରେ ଅଛି ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି । ସଂସାରରେ ସୁଖ-ଶାନ୍ତି ପୂର୍ଣ୍ଣ ଜୀବନ ଯାପନ କରିବା ପାଇଁ ସହନଶକ୍ତି ଆବଶ୍ୟକ । ଏହି ଶକ୍ତି ଅଭାବରେ ମଣିଷ କ୍ରୋଧୀ ହୁଏ । ସାମାନ୍ୟ କଥାରେ ଅନ୍ୟମାନଙ୍କ ସହିତ ଝଗଡା କରେ ଓ ମାଡଗୋଳ ଲାଗେ । କାମନା, ଆଶା, ଆକାଙ୍କ୍ଷା, ଦୁର୍ବଳତା  ଆଦି ନକାରାତ୍ମକ ପ୍ରବୃି...

(24) ାା ଦଶମ ଅଧ୍ୟାୟ ।ା ରାଜଯୋଗର ଆଧାର ଓ ବିଧି

 ାା ଦଶମ ଅଧ୍ୟାୟ ।ା ରାଜଯୋଗର ଆଧାର ଓ ବିଧି ଅନୁକ୍ରମଣିକା- ରାଜଯୋଗ ଶବ୍ଦ ଶୁଣିବା କ୍ଷଣି ମନରେ ଦୁଇ ପ୍ରକାର ଭାବ ଉପôନ୍ନ ହୋଇଥାଏ । ପ୍ରଥମଟି ହେଉଛି ଭୌତିକ ଭାବ ଯେଉଁଥିରେ ଆସନ ପ୍ରାଣାୟାମ ଆଦିକୁ ପ୍ରାଧାନ୍ୟ ଦିଆଯାଇଥାଏ । ଅନ୍ୟଟି ହେଉଛି ଆଧ୍ୟାତ୍ମିକ ଭାବ । ଏଥିରେ ଆତ୍ମା ଓ ପରମାତ୍ମା ସମ୍ବନ୍ଧିତ ବିଷୟ ଉପରେ ଗଭୀର ଅନୁଶୀଳନ କରାଯାଏ । ରାଜଯୋଗ ଆଧ୍ୟାତ୍ମିକ ଭାବ ଅନ୍ତର୍ଗତ । ଜ୍ୟୋର୍ତିବିନ୍ଦୁ ସ୍ବରୂପ ପରମପିତା ପରମାତ୍ମାଙ୍କ ସହିତ ଆତ୍ମାର ସମ୍ବନ୍ଧ ସ୍ଥାପନ ପ୍ରକ୍ରିୟାକୁ ରାଜଯୋଗ କୁହାଯାଏ । ଯୋଗର ବିଭିନ୍ନ ସ୍ତର ଯୋଗର ମୁଖ୍ୟତଃ ·ରୋଟି ସ୍ତର ଅଛି । ଯଥା: ୧) ଭୌତିକ ଯୋଗ ୨) ଲୌକିକ ଯୋଗ ୩) ଅଲୌକିକ ଯୋଗ ୪) ରାଜଯୋଗ । ଯେଉଁ ସ୍ତରରେ ମନୁଷ୍ୟର ଯୋଗ ଭୌତିକ ବିଷୟ ବସ୍ତୁ ସହିତ ସମ୍ବନ୍ଧିତ ଥାଏ ତାହାକୁ ଭୌତିକ ଯୋଗ କୁହାଯାଏ । ଲୌକିକ  ଯୋଗରେ ମନୁଷ୍ୟର ସମ୍ବନ୍ଧ ମନୁଷ୍ୟ ସହିତ ହୋଇଥାଏ । ଇଷ୍ଟଦେବଙ୍କ ସହିତ ମନୁଷ୍ୟର ଯୋଗ ଅଲୌକିକ ସ୍ତରର ଅଟେ । ଏହି ତିନି ସ୍ତର ଅପେକ୍ଷା ରାଜଯୋଗ ହେଉଛି ସର୍ବୋମ । କାରଣ ଏହି ସ୍ତରରେ ମନୁଷ୍ୟ ଦୈହିକ ଭାବ ତ୍ୟାଗ କରି ସ୍ବୟଂକୁ ଆତ୍ମା ନିଶ୍ଚୟ କରେ ଓ ପରମାତ୍ମାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରେ । ତେଣୁ ଏହା ସର୍ବୋଚ୍ଚ ଯୋଗ ପଦବାଚ୍ୟ । ରାଜଯୋଗାଭ୍ୟାସୀ ମନୁଷ୍ୟାତ୍ମା ସମସ୍ତ ଇନ୍ଦ୍ରିୟକୁ ନିଜ ଅଧୀନରେ ରଖିବାର ସାମର୍ଥ୍ୟ ପ୍ରାପ୍ତ କରନ୍ତି । ତାଙ୍କ ମଧ୍ୟର...

(23) ାା ନବମ ଅଧ୍ୟାୟ ।ା ରାଜଯୋଗ : ଏକ ସହଜ ତପସ୍ୟା

 ାା ନବମ ଅଧ୍ୟାୟ ।ା ରାଜଯୋଗ : ଏକ ସହଜ  ତପସ୍ୟା ରାଜଯୋଗ ହେଉଛି  ସମସ୍ତ ଯୋଗମାନଙ୍କ  ମଧ୍ୟରେ ସର୍ବଶ୍ରେଷ୍ଠ  ଓ ଏକ ସହଜ ସାଧ୍ୟ ତପସ୍ୟା  । ଏହା  ମନୁଷ୍ୟର  ମନ  ଓ ବୁଦ୍ଧିକୁ ଶକ୍ତି ଶାଳୀ ବନାଏ । ରାଜଯୋଗ  ହେଉଛି ଜୀବନ  ଜିଇଁବାର ଏକ କଳା ଓ  କର୍ମରେ କୁଶଳତା   ଆଣିବାର  ସର୍ବୋମ  ବିଧି । ଏହାଦ୍ୱାରା ମନୁଷ୍ୟ ଚିନ୍ତା  ଓ ମାନସିକ ·ପମୁକ୍ତ ଜୀବନ ଯାପନ  ପୂର୍ବକ  ସୁଖ-ଶାନ୍ତି  ଓ ଆନନ୍ଦ ପରିପୂର୍ଣ୍ଣ  ଜୀବନ ଯାପନ  କରିପାରେ । ଏହି   ଯୋଗାଭ୍ୟାସୀ ବ୍ୟକ୍ତିର ମନ  ଆସକ୍ତି ଶୂନ୍ୟ ହୋଇଯାଏ; କିନ୍ତୁ ତାର ପ୍ରେମ  ଓ ମଧୁର ବ୍ୟବହାର ପାଇଁ ସେ ସମସ୍ତଙ୍କ ପ୍ରିୟପାତ୍ର ହୁଏ । ଏପରି ସହଜ ରାଜଯୋଗ ଯାହା  ମନୁଷ୍ୟକୁ  ସଫଳତା ମାର୍ଗରେ  ପ୍ରେରିତ କରେ, ପରମାତ୍ମାଙ୍କ ଅତି ସମୀପ  ନେଇଯାଏ  ଓ  ତାଙ୍କ ସହିତ  ସମ୍ବନ୍ଧ  ସ୍ଥାପନ ପୂର୍ବକ ସମସ୍ତ ଈଶ୍ୱରୀୟ ଗୁଣର ଅଧିକାରୀ  ବନାଏ,  ତାହା  ପ୍ରତ୍ୟେକଙ୍କ ପାଇଁ  ଅଧିକ  ରୁଚିକର ହେବା ଉଚିତ । ସହଜ ହୋଇ ମଧ୍ୟ ରାଜଯୋଗ କଠିଣ କାହିଁକି  ମନେ ହୁଏ? ରାଜଯୋଗର ଅଭ୍ୟାସ  ବିଧି ଅତ୍ୟନ୍ତ  ସହଜ । କିନ୍ତୁ କେତେକ ଅଭ୍ୟାସୀ...