(25) ାା ଏକାଦଶ ଅଧ୍ୟାୟ ।ା ରାଜଯୋଗ ଦ୍ୱାରା ଆଧ୍ୟାତ୍ମିକ ଶକ୍ତି ସମୂହ ପ୍ରାପ୍ତି ଓ ଦିବ୍ୟଗୁଣଗୁଡିକର ଧାରଣା

 ାା ଏକାଦଶ ଅଧ୍ୟାୟ ।ା

ରାଜଯୋଗ ଦ୍ୱାରା ଆଧ୍ୟାତ୍ମିକ ଶକ୍ତି ସମୂହ ପ୍ରାପ୍ତି ଓ ଦିବ୍ୟଗୁଣଗୁଡିକର ଧାରଣା

ରାଜଯୋଗ ଅଭ୍ୟାସ ଦ୍ୱାରା ଅବିନାଶୀ ସୁଖ-ଶାନ୍ତି ପ୍ରାପ୍ତି ସହ ଅନେକ ପ୍ରକାର ଆଧ୍ୟାତ୍ମିକ ଶକ୍ତିଗୁଡିକର ବିକାଶ ହୋଇଥାଏ । ସାଂପ୍ରତିକ କଳି କଳୁଷ୍ଠିତ ଦୁନିଆ ପାଇଁ ଆଧ୍ୟାତ୍ମିକ ଶକ୍ତି ଅତ୍ୟନ୍ତ ଆବଶ୍ୟକ । ଧନ ଶକ୍ତି, ଶାରୀରିକ ଶକ୍ତି, ବାକ୍ ଶକ୍ତି, ଲେଖିବା ଶକ୍ତି ଆଦି ଭୌତିକ ଶକ୍ତି ଅଳ୍ପ କାଳ ପାଇଁ ସୁଖ,ସୁବିଧା, ସ୍ବାଚ୍ଛନ୍ଦ୍ୟ ଓ ଆନନ୍ଦ ପ୍ରଦାନ କରିଥାଏ । କିନ୍ତୁ ରାଜଯୋଗ ଦ୍ୱାରା ପ୍ରାପ୍ତ ଆଧ୍ୟାତ୍ମିକ ଶକ୍ତି ଭୌତିକ ଜଗତରେ ସାଂସାରିକ ଜୀବନକୁ ସନ୍ତୁଳନ କରିବାରେ ମହ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଠାରେ ମୁଖ୍ୟତଃ ଆଠଟି ଶକ୍ତି ଉପରେ ଆଲୋଚନା କରାଯାଇଛି । ଏଗୁଡିକ ପ୍ରାପ୍ତ ହେଲେ ମନୁଷ୍ୟ ମଧ୍ୟରେ ସ୍ବତଃ ସ୍ଫୁର୍ ଭାବରେ ଦିବ୍ୟଗୁଣଗୁଡିକର ସ୍ଫୁରଣ ହୋଇଥାଏ ଓ ସେ ଦେବ ପଦବାଚ୍ୟ ହୋଇଥାଏ । 

(୧) ସହନ ଶକ୍ତି (ଚକ୍ଟଙ୍ଗରକ୍ସ ଞକ୍ଟ ଞକ୍ଟକ୍ଷରକ୍ସବଦ୍ଭମର)

କଥାରେ ଅଛି ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି । ସଂସାରରେ ସୁଖ-ଶାନ୍ତି ପୂର୍ଣ୍ଣ ଜୀବନ ଯାପନ କରିବା ପାଇଁ ସହନଶକ୍ତି ଆବଶ୍ୟକ । ଏହି ଶକ୍ତି ଅଭାବରେ ମଣିଷ କ୍ରୋଧୀ ହୁଏ । ସାମାନ୍ୟ କଥାରେ ଅନ୍ୟମାନଙ୍କ ସହିତ ଝଗଡା କରେ ଓ ମାଡଗୋଳ ଲାଗେ । କାମନା, ଆଶା, ଆକାଙ୍କ୍ଷା, ଦୁର୍ବଳତା  ଆଦି ନକାରାତ୍ମକ ପ୍ରବୃିଗୁଡିକ ସହନ ଶକ୍ତି ଅଭାବ ହେତୁ ଜାତ ହୁଏ । ରାଜଯୋଗ ଦ୍ୱାରା ସହନ ଶକ୍ତିର ବିକାଶ ହେଲେ ମନୁଷ୍ୟାତ୍ମା ମଧ୍ୟରୁ ଉପରୋକ୍ତ ନକାରାତ୍ମକ ପ୍ରବୃିଗୁଡିକରୁ ନିବୃି ମିଳେ । ଶ୍ରେଷ୍ଠ ସଂକଳ୍ପ ଜୀବନରେ ସହନଶକ୍ତି ଆହରଣରେ ସହାୟକ ହୁଏ । ଜଣେ ରାଜଯୋଗୀ ସୁମିଷ୍ଟ ଫଳ ପୂର୍ଣ୍ଣ ବୃକ୍ଷ ସଦୃଶ । ବୃକ୍ଷକୁ ଟେକା ଫୋପାଡିଲେ ସୁମିଷ୍ଟ ଫଳ ଦିଏ । ଜଣେ ରାଜଯୋଗୀ ମଧ୍ୟ ଏହି ନ୍ୟାୟରେ କଟୁ ବଚନ, ରୁକ୍ଷ ବ୍ୟବହାର, ନକାରାତ୍ମକବୃିଗୁଡିକୁ ପ୍ରସ୍ତର ଭାବି ସ୍ବୀକାର କରି ନିଏ ଓ ପ୍ରତିବଦଳରେ ଉମ ବ୍ୟବହାର ଓ ମଧୁର ବିନୟ ବଚନ ରୂପକ ସୁମିଷ୍ଟ ଫଳ ପ୍ରଦାନ କରେ । 

(୨) ଅନ୍ତଃକରଣୀୟ ଶକ୍ତି (ଚକ୍ଟଙ୍ଗରକ୍ସ ଞକ୍ଟ ଇମମକ୍ଟଜ୍ଞଜ୍ଞକ୍ଟୟବଗ୍ଧର)

ଅନେକ ନଦୀ ସମୁଦ୍ରରେ ମିଶନ୍ତି । ସେଗୁଡିକ ଦ୍ୱାରା ବାହିତ ଅଳିଆ, ଆବର୍ଜନା ଆଦି ସମୁଦ୍ରରେ ପ୍ରବେଶ କରନ୍ତି । ବର୍ଷା ଦିନେ ଜଳ ଗୋଳିଆ ହୋଇଥାଏ । ଏସମସ୍ତ ସମୁଦ୍ର ନିଜ ମଧ୍ୟରେ ସମାହିତ କରିଦିଏ; କିନ୍ତୁ ତା’ର ନିର୍ମଳତା ଅକ୍ଷୁଣ୍ଣ ରହେ । ରାଜଯୋଗ ଦ୍ୱାରା ମନୁଷ୍ୟର ହୃଦୟ ସମୁଦ୍ର ପରି ବିଶାଳ ହୋଇଥାଏ । ଏହାଦ୍ୱାରା ସେ ଅନ୍ୟମାନଙ୍କ ଦୋଷ ତ୍ରୁଟିକୁ ନିଜ ମଧ୍ୟରେ ସମାହିତ କରିଦିଏ । ତା’ର ମନୋସ୍ଥିତିରେ କୌଣସି ଆବିଳତା ଆସେ ନାହିଁ । ସେ ପୂର୍ବର୍ବତ୍ ଶାନ୍ତି, ନିର୍ମଳ ଓ ସ୍ଥିର ଚି ରହେ । ଏପରି ବ୍ୟକ୍ତିଙ୍କୁ ସ୍ଥିତପ୍ରଜ୍ଞ କୁହାଯାଇପାରେ । ରାଜଯୋଗ ଅଭ୍ୟାସ ମନୁଷ୍ୟର ବୁଦ୍ଧିକୁ ମଧ୍ୟ ବିଶାଳ କରିଦିଏ । ତାର ଦୃଷ୍ଟି କୋଣ ସୁଦୂର ପ୍ରସାରୀ ହୋଇଥାଏ । ତାଙ୍କ ମଧ୍ୟରେ ଗମ୍ଭୀରତା ଗୁଣର ବିକାଶ ହୁଏ । ସେ କୌଣସି ପରିସ୍ଥିତିରେ ମଧ୍ୟ ମର୍ଯ୍ୟାଦାର ସୀମା ଲଙ୍ଘନ କରନ୍ତି ନାହିଁ । ସେ କାହାରି ଦୋଷ ନଦେଖି କେବଳ ଗୁଣ ଦେଖନ୍ତି ଓ ନିଜ ମଧ୍ୟରେ ତାହା ଧାରଣା କରନ୍ତି । ସେ ଗୁଣ ଗ୍ରାହକ । ତେଣୁ ସମାହିତ ଶକ୍ତିକୁ ଗ୍ରାହିକା ଶକ୍ତି ମଧ୍ୟ କୁହାଯାଇପାରିବ । ଜୀବନରେ ସଫଳତା ଲାଭ ପାଇଁ ଏହି ଶକ୍ତି ଅତ୍ୟନ୍ତ ଜରୁରୀ । ଏହି ଶକ୍ତିଧାରୀ ବ୍ୟକ୍ତି ସମାଜରେ ସମସ୍ତଙ୍କ ପ୍ରିୟ ଓ ସମ୍ମାନ ଭାଜନ ହୋଇଥାନ୍ତି ।

ସାଙ୍ଗଠନିକ କ୍ଷେତ୍ରରେ ସମାହିତ ଶକ୍ତିର (ଅନ୍ତଃକରଣୀୟ) ଆବଶ୍ୟକତା ମହ୍ୱପୂର୍ଣ୍ଣ । କୁହାଯାଏ ପା ଲୋକ ପା ମନ । ବେଳବେଳେ କୌଣସି ବ୍ୟକ୍ତି ଏପରି କଥା କହି ଦିଅନ୍ତି ଯାହା ଦ୍ୱାରା ମନରେ କଷ୍ଟ ହୁଏ । ଏଭଳି ବିରୁଦ୍ଧ ଓ କଟୁ ବଚନରେ ରୁଷ୍ଟ ନହୋଇ ଶାନ୍ତ ଭାବରେ ନିଜ ଭିତରେ ସମାହିତ କରିବା ଶକ୍ତି ରାଜଯୋଗ ଦ୍ୱାରା ପ୍ରାପ୍ତ ହୋଇଥାଏ । ଏହାର ପରିଣାମ ସ୍ବରୂପ ସଂଗଠନରେ ଫାଟ ସୃଷ୍ଟି ହୁଏ ନାହିଁ ଓ କାଳକ୍ରମେ ପରସ୍ପର ମଧ୍ୟରେ ସମ୍ମାନ ଭାବ ସୃଷ୍ଟି ହୁଏ । ଯଦି ଜଣେ ଅନ୍ୟମାନଙ୍କ ସହିତ ହେଉଥିବା ବୈ·ରିକ ମତ ଭିନ୍ନତାକୁ ନିଜ ମଧ୍ୟରେ ସମାହିତ କରି ନ ପାରନ୍ତି ତେବେ ସାମାଜିକ ଜୀବନ ଦୁର୍ବିସହ ହୋଇପଡେ । ପରିବାର ମଧ୍ୟରେ କଳହ ଓ କନ୍ଦଳ ଲାଗି ରହେ । ଏକଥା ମନେ ରଖିବାକୁ ହେବ ଯେ ସମସ୍ତଙ୍କ ବି·ର ଅବିକଳ ମେଳ ଖାଇବା ସମ୍ଭବ ନୁହେଁ । କାରଣ ପ୍ରତ୍ୟେକଙ୍କର ସ୍ବଭାବ, ସଂସ୍କାର, ଶିକ୍ଷା-ସଂସ୍କୃତି ଭିନ୍ନ ଭିନ୍ନ ଅଟେ । ତେଣୁ ଜୀବନରେ ଅନ୍ତଃକରଣୀୟ ଶକ୍ତି ସମ୍ପନ୍ନ ହେବା ଅତ୍ୟନ୍ତ ଆବଶ୍ୟକ ।

ପରଖିବା ଶକ୍ତି (ଚକ୍ଟଙ୍ଗରକ୍ସ ଗ୍ଧକ୍ଟ ଊସଗ୍ଦମକ୍ସସଜ୍ଞସଦ୍ଭବଗ୍ଧର)

ଇଂରାଜୀରେ ଏକ ପ୍ରବାଦ ଅଛି, ଋଙ୍ଖରକ୍ସଚ୍ଚଗ୍ଧଷସଦ୍ଭଶ ଙ୍ଗଷସମଷ ଗ୍ଦଷସଦ୍ଭରଗ୍ଦ ସଗ୍ଦ ଦ୍ଭକ୍ଟଗ୍ଧ ଶକ୍ଟକ୍ଷୟ. ଆଜିକାଲି କୃତ୍ରିମ (ନକଲି) ଜିନିଷର ଚକ୍ମକ୍ରେ ବିଭ୍ରାନ୍ତ ହୋଇ ମଣିଷ ଅସଲି ଜିନିଷ ଚିହ୍ନିପାରେ ନାହିଁ । ଏହା ଦେଖିବାକୁ ଖୁବ ସୁନ୍ଦର, କିନ୍ତୁ ଏହାର ଗୁଣାତ୍ମକ ମାନ ଆଦୌ ନଥାଏ, ବା ଖୁବ୍ କମ ଥାଏ, ପରଖିବା ଶକ୍ତି ଅଭାବରେ ମଣିଷ ନକଲିକୁ ଅସଲି ଭାବି ଆଦରି ନିଏ । ଫଳରେ ପ୍ରତାରଣାର ଶିକାର ହୁଏ । ପରମାତ୍ମାଙ୍କ ସତ୍ୟ ପରିଚୟ ଅଭାବରୁ ସେ ଚମକ୍ରାର ଦେଖାଇ ପାରୁଥିବା, ବା ଦିବ୍ୟ ଶକ୍ତିଧାରୀ ମଣିଷମାନଙ୍କୁ ଭଗବାନ ବୋଲି ସ୍ବୀକାର କରି ନିଏ । ରାଜଯୋଗ ଦ୍ୱାରା ମଣିଷର ଜ୍ଞାନ ନେତ୍ର ଖୋଲିଯାଏ । ସେ ସତ୍ୟ ଓ ମିଥ୍ୟା ମଧ୍ୟରେ ପାର୍ଥକ୍ୟ ଜାଣିପାରେ । ଯେପରି ଜଣେ ସ୍ବର୍ଣ୍ଣକାର କଷଟି ପଥର ଦ୍ୱାରା ନକଲି ଆଭୂଷଣକୁ ପରଖି ଥାଏ, ଠିକ୍ ସେହିପରି ଜଣେ ରାଜଯୋଗୀ ଜ୍ଞାନର କଷଟି ଆଧାରରେ ବ୍ୟକ୍ତି ଓ ପରିସ୍ଥିତିର ଯଥାର୍ଥ ସ୍ବରୂପ ପରଖି ପାରିଥାଏ ।

ନିର୍ଣ୍ଣୟ ଶକ୍ତି (ଚକ୍ଟଙ୍ଗରକ୍ସ ଗ୍ଧକ୍ଟ ଔଙ୍କୟଶରଜ୍ଞରଦ୍ଭଗ୍ଧ)

ଅଳ୍ପ ବହୁତ ସମସ୍ତଙ୍କ ପାଖରେ ନିର୍ଣ୍ଣୟ ଶକ୍ତି ଥାଏ । କିନ୍ତୁ ଏହା ସୀମିତ କ୍ଷେତ୍ର ପାଇଁ ହୋଇଥାଏ । ରାଜଯୋଗ ଦ୍ୱାରା ନିର୍ଣ୍ଣୟ ଶକ୍ତିର ପୂର୍ଣ୍ଣ ବିକାଶ ହୋଇପାରେ । ଏହାଦ୍ୱାରା ଜଣେ ଶୀଘ୍ର ଓ ଯଥାର୍ଥ ନିର୍ଣ୍ଣୟ ହୋଇପାରେ । ଏହାଦ୍ୱାରା ଜଣେ ଶୀଘ୍ର ଓ ଯଥାର୍ଥ ନିର୍ଣ୍ଣୟ ନେଇପାରେ । ନିର୍ଣ୍ଣୟ ଶକ୍ତିର ବିକାଶ ହେଲେ ବ୍ୟକ୍ତି ସମୟର ଆହ୍ୱାନକୁ ଶୁଣିପାରେ । ତେଣୁ ଗୋଟିଏ ମୁହୂର୍ ମଧ୍ୟ ସେ ନଷ୍ଟ କରେ ନାହିଁ । ମଣିଷ ମନରେ ଅନେକ ପ୍ରକାର ସଂକଳ୍ପ ଆସୁଥାଏ- ଯାଉଥାଏ । ରାଜଯୋଗୀ ବ୍ୟର୍ଥ ସଂକଳ୍ପଗୁଡିକୁ ଉପେକ୍ଷା କରେ ଓ ଶ୍ରେଷ୍ଠ ସଂକଳ୍ପଗୁଡ଼ିକୁ ଚିହ୍ନୋଟ କରି ସେଗୁଡ଼ିକରେ ମନକୁ ନିମଗ୍ନ ରଖେ । ନିର୍ଣ୍ଣୟ ଶକ୍ତି ତାକୁ କୁହାଯାଏ ଯାହା ସମୟ, ସ୍ଥାନ, ବ୍ୟକ୍ତି ଓ ପରିସ୍ଥିତି ଅନୁକୂଳ ହୋଇଥାଏ । ଯଦି ନିର୍ଣ୍ଣୟ ନେବାରେ ବିଳମ୍ବ ହୁଏ, ତେବେ ସେଥିରେ ଲାଭ ପରିବେର୍ କ୍ଷତି ବେଶୀ ହୁଏ ।   ଏପରି ନିର୍ଣ୍ଣୟ ମୂଲ୍ୟହୀନ । ତେଣୁ ନିର୍ଣ୍ଣୟ  ଶକ୍ତି ବିକାଶ କରିବା ଆବଶ୍ୟକ ।

ସମ୍ମୁଖୀନ ହେବା ଶକ୍ତି (ଚକ୍ଟଙ୍ଗରକ୍ସ ଗ୍ଧକ୍ଟ ୠବମର)

ସଂପ୍ରତି କଳିଯୁଗର ଅନ୍ତିମ ଚରଣରେ ଆମକୁ ବିଭିନ୍ନ ନକାରାତ୍ମକ ଓ ଉକ୍ରଟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାଏ । ଏଥିପାଇଁ ଆବଶ୍ୟକ ଆଧ୍ୟାତ୍ମିକ ଶକ୍ତି । ଅନ୍ୟଥା ଏଭଳି ବିକଟ ପରିସ୍ଥିତିର ସାମନା କରି ନପାରି କେହି କେହି ଭୀତ, ତ୍ରସ୍ତ, ନିରାଶ, ହତାଶ, ଆତଙ୍କିତ ହୋଇପଡନ୍ତି । କେତେକ ମାନସିକ ·ପର ଶିକାର ହୁଅନ୍ତି, ଅନ୍ୟ କେତେକଙ୍କ ମାନସିକ ବିକୃତି ଘଟେ । କେହି କେହି ଆତ୍ମହତ୍ୟା କରନ୍ତି ତ କାହାରି ହୃଦ୍ଘାତରେ ମୃତୁ୍ୟ ହୁଏ । ସାମାଜିକ ଜୀବନରେ ସବୁଠାରୁ ଦୁଃଖ ଦାୟକ ପରିସ୍ଥିତିର ସମ୍ମୁଖୀନ ସେତେବେଳେ ହେବାକୁ ପଡେ ଯେତେବେଳେ ଅତି ପ୍ରିୟଜନଙ୍କ ଆକସ୍ମିକ ମୃତୁ୍ୟ ସମ୍ବାଦ ମିଳେ । କିନ୍ତୁ ଜଣେ ରାଜଯୋଗୀ ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ହୋଇଥିବାରୁ ଏପରି ପରିସ୍ଥିତିରେ ମଧ୍ୟ ସେ ବିଚଳିତ, ଶୋକାତୁର, ମର୍ମାହତ ଓ ଦୁଃଖାଭିଭୂତ ହୁଅନ୍ତି ନାହିଁ । ସେ ଜାଣନ୍ତି ଯେ ଆତ୍ମାର ମୃତୁ୍ୟ ନାହିଁ । ପ୍ରତ୍ୟେକ ମନୁଷ୍ୟାତ୍ମା ଏ ସୃଷ୍ଟି ରଙ୍ଗମରେ ଶରୀର ରୂପକ ବସ୍ତ୍ର ପରିଧାନ କରି ନିଜ ନିଜ ଅଭିନୟ କରୁଛନ୍ତି । ଶରୀର ତ୍ୟାଗ କରିଥିବା ଆତ୍ମା ପାଇଁ ନିର୍ଦ୍ଧିଷ୍ଟ ହୋଇଥିବା ଭୂମିକାର ସମାପ୍ତି ହୋଇଥିବାରୁ ସେ ପରବର୍ୀ ଭୂମିକାରେ ଅଭିନୟ କରିବା ପାଇଁ ଏକ ଶରୀର ଧାରଣ କରିବ । ରାଜଯୋଗୀ ପରମାତ୍ମାଶ୍ରୟୀ ହୋଇଥିବାରୁ ଯେକୌଣସି ଝଡ ଝଞ୍ଜା ଆସିଲେ ମଧ୍ୟ ନିର୍ଭୟ ଓ ସହଜ ଭାବରେ ତାହାର ସମ୍ମୁଖୀନ ହୋଇପାରେ । 

ସହଯୋଗ ଶକ୍ତି (ଚକ୍ଟଙ୍ଗରକ୍ସ ଗ୍ଧକ୍ଟ ଉକ୍ଟ-କ୍ଟକ୍ଟ୍ରରକ୍ସବଗ୍ଧର)

ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସଂସାରରେ ଜୀବନ ଧାରଣ କରିଥିବା ପର୍ଯ୍ୟନ୍ତ ତାକୁ ବିଭିନ୍ନ ସମୟରେ ଅନ୍ୟମାନଙ୍କର ସହଯୋଗ ଆବଶ୍ୟକ ହୋଇଥାଏ । ମନୁଷ୍ୟ ଯେତେ ବି ବୁଦ୍ଧିମାନ ଓ ·ଲାକ ହୋଇ ଥାଉ ନା କାହିଁକି ସହଯୋଗ ବିନା ସେ କାର୍ଯ୍ୟ କରିପାରିବ ନାହିଁ । ସହଯୋଗ ଦ୍ୱାରା ହିଁ ସଂସାରର ସମସ୍ତ କାର୍ଯ୍ୟ ସୁ·ରୁ ରୂପେ ସମ୍ପନ୍ନ ହୋଇପାରୁଛି । କୌଣସି ବ୍ୟକ୍ତି ଏକାକୀ କାମ କରିପାରିବ ନାହିଁ । ସହଯୋଗ ଶକ୍ତି ଦ୍ୱାରା ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଥାଏ । ନମ୍ରତା ଓ ପ୍ରେମ ଗୁଣ ଧାରଣ ଦ୍ୱାରା ଅନାୟାସ ସହଯୋଗ ପ୍ରାପ୍ତ ହୋଇଥାଏ । ସହଯୋଗ ଶକ୍ତି ଅଭାବରେ ଅନେକ ସମସ୍ୟା ଉପôନ୍ନ ହୋଇଥାଏ । ସ୍ବାର୍ଥୀ ମନୁଷ୍ୟ କାହାକୁ ସହଯୋଗ ଦିଏ ନାହିଁ କି କାହାରିଠାରୁ ସହଯୋଗ ପାଏ ନାହିଁ । ତେଣୁ ସାମାଜିକ ଜୀବନରେ ଅନେକ ଦୁଃଖ କଷ୍ଟ ଭୋଗ କରିଥାଏ । ସଂପ୍ରତି ପରମାତ୍ମା ଶିବ ବିଶ୍ୱ ନବ ନିର୍ମାଣ ପାଇଁ ପ୍ରଜାପିତା ବ୍ରହ୍ମା ଶରୀରରେ ଅବତରଣ କରି ରାଜଯୋଗ ଶିକ୍ଷା ଦେଉଛନ୍ତି । ତାଙ୍କ କାର୍ଯ୍ୟରେ ସମସ୍ତଙ୍କୁ ସହଯୋଗ ଦେବା ବର୍ମାନ ସମୟ ପାଇଁ ସର୍ବୋମ ସେବା । ସମସ୍ତଙ୍କ ସହଯୋଗରେ ହିଁ ସୁଖମୟ ସଂସାର ସ୍ଥାପନ ହୋଇପାରିବ । ପରମାତ୍ମା କି ପ୍ରକାର ସହଯୋଗ ·ହାଁନ୍ତି? ସେ କହନ୍ତି, “ହେ ବତ୍ସ! ତୁମେ ମୋ ଶ୍ରୀମତ ଅନୁସାରେ ଜୀବନ ଯାପନ କରି ନରରୁ ନାରାୟଣ ହେବାର ପୁରୁଷାର୍ଥ କର । ତୁମେ ବଦଳିଲେ, ତୁମ ଅନୁରୂପ ଯୁଗ ମଧ୍ୟ ବଦଳିବ । ତୁମଠାରୁ ମୁଁ ଏତିକି ମାତ୍ର ସହଯୋଗ ·ହେଁ ।’’

ବିସ୍ତାରକୁ ସଂକୀର୍ଣ୍ଣ କରିବା ଶକ୍ତି : (ଚକ୍ଟଙ୍ଗରକ୍ସ ଞକ୍ଟ ଙ୍ଗସଗ୍ଧଷୟକ୍ସବଙ୍ଗ)

ମନର କାମ ହେଲା ସଂକଳ୍ପ କରିବା । ମନୁଷ୍ୟ ଯେତେବେଳେ ଖାଲି ବସିଥାଏ ତା’ ମନରେ ନାନା ପ୍ରକାର ବ୍ୟର୍ଥ ସଂକଳ୍ପ ଆସେ । ଅତୀତ କଥାକୁ ନେଇ ଭାଳି ହୁଏ । ରାଜଯୋଗରେ ବ୍ୟର୍ଥ ସଂକଳ୍ପ ସମୂହକୁ ଉପେକ୍ଷା କରାଯାଏ । ଅର୍ଥାତ୍ ମନକୁ ଯଦି କେବଳ ଶୁଦ୍ଧ ଓ ସକାରାତ୍ମକ ସଂକଳ୍ପ, ଆତ୍ମା ଓ ପରମାତ୍ମା ସମ୍ବନ୍ଧୀୟ ସଂକଳ୍ପ, ଈଶ୍ୱରୀୟ ଜ୍ଞାନ ଯୁକ୍ତ ସଂକଳ୍ପ ଯୋଗାଇ ଦିଆଯାଏ ତେବେ ବ୍ୟର୍ଥ ସଂକଳ୍ପ ଆପେ ଆପେ ·ଲିଯାଏ । ଏହି ମାନସିକ ପ୍ରକ୍ରିୟାର ନାମ ରାଜଯୋଗ । ପରମାତ୍ମା ଶିବ କହନ୍ତି । “ହେ ବତ୍ସ, ତୁମେ ବର୍ମାନ ମହାବିନାଶର ଦ୍ୱାର ଦେଶରେ ଦଣ୍ଡାୟମାନ । ତେଣୁ ପ୍ରତିଟି ମୁହୂର୍ ମୋର ଜ୍ଞାନ ଚିନ୍ତନ ଓ ମୋତେ ସ୍ମରଣରେ ବ୍ୟତୀତ କର । ଆବଶ୍ୟକ କର୍ମ କର । କିନ୍ତୁ ମୋତେ ଭୁଲ ନାହିଁ । ମୋ ସ୍ମୃତିରେ କର୍ମ କଲେ ତାହା ଯୋଗରେ ପରିଣତ ହୋଇଯିବ । କୌଣସି କାମ ନ ଥିଲେ କଇଁଛ ପରି ତୁମର କର୍ମେନ୍ଦ୍ରିୟ ସମୂହକୁ ଅର୍ନ୍ତମୁଖୀ କରିଦିଅ । ବିଦେହୀ ଓ ଶାନ୍ତ ଅବସ୍ଥାରେ ସ୍ଥିତ ହୋଇଯାଅ ।’’ ଏଥିପାଇଁ ଉପରୋକ୍ତ ଶକ୍ତି ଆବଶ୍ୟକ ।

ଏକତ୍ରୀକରଣ ଶକ୍ତି (ଚକ୍ଟଙ୍ଗରକ୍ସ ଗ୍ଧକ୍ଟ ଚବମଳ ଟକ୍ଟ୍ର)

ଯେତେବେଳେ ଆମେ କୌଣସି ସ୍ଥାନକୁ ସ୍ଥାନାନ୍ତରିତ ହେଉଁ ସେତେବେଳେ ଆମେ ଆମର ସମସ୍ତ ଆବଶ୍ୟକୀୟ ଜିନିଷକୁ ଏକତ୍ରିତ କରି ବାକ୍ସରେ ଭିର୍ କରୁଁ । ବର୍ମାନ ସୃଷ୍ଟିର ଅନ୍ତିମ ବେଳା । ଆମକୁ ଏ ସଂସାର ତ୍ୟାଗ କରି ପରମଧାମକୁ ଯିବାର ସମୟ ଆସନ୍ନ । କିନ୍ତୁ ଆମ ମନ ସଂସାରରେ ଅନେକ ବ୍ୟକ୍ତି ଓ ବସ୍ତୁ ସହିତ ଯୁକ୍ତ ହୋଇଛି । ଅନେକ ଜନ୍ମର କର୍ମଫଳ ସଂସ୍କାର ରୂପେ ଆମ ମଧ୍ୟରେ ବିସ୍ତାର ଲାଭ କରିଛି । ଏହି କଳିଯୁଗୀୟ ସଂସ୍କାର ନେଇ ଆମେ ସତ୍ୟଯୁଗକୁ ଯାଇପାରିବା ନାହିଁ । ତେଣୁ ଆଜିଠୁ “ଆତ୍ମାରେ ଦିବ୍ୟଗୁଣ, ଦିବ୍ୟଶକ୍ତି ଓ ଦିବ୍ୟକର୍ମର ସଂସ୍କାର ସଂଗ୍ରହ ପୂର୍ବକ ବ୍ୟର୍ଥ ଓ ଅନାବଶ୍ୟକ ସଂସ୍କାରକୁ ପରିତ୍ୟାଗ କରିବାକୁ ପଡିବ । ମହାବିନାଶ ଅ·ନକ ଆସିବ । ତେଣୁ ଯାହା କରିବା କଥା ଏବେଠୁଁ କରିବା ଉଚିତ । ଏବେ ନୁହେଁ ତ କେବେ ନୁହେଁ- ଏକଥା ମନେ ରଖିବା ଉଚିତ ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର