ଚେତନା ପ୍ରବାହ


 ଚେତନା ପ୍ରବାହ

ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦ, ଓଡ଼ିଶାଙ୍କ ତ୍ରୈୟମାସିକ ମୁଖପତ୍ର

ଉପକ୍ରମଣିକା-

ବର୍ମାନ ମାନବ ସମାଜ ମୂଲ୍ୟ ସଂକଟ ଓ ·ରିତ୍ରିକ ଅଧୋପନର ଚରମ ସୀମାରେ ଉପନୀତ । ବିଭିନ୍ନ ସାଂପ୍ରଦାୟିକ ଧର୍ମର ଦ୍ରୁତ ପ୍ର·ର ଓ ପ୍ରସାର ସେ୍ୱ ମଧ୍ୟ ଏଗୁଡ଼ିକର ନିରାକରଣ ହୋଇ ପାରୁ ନାହିଁ । ଧର୍ମରେ ଆଧ୍ୟାତ୍ମିକତା ଅପେକ୍ଷା କର୍ମକାଣ୍ଡକୁ ବିଶେଷ ମହ୍ୱ ପ୍ରଦାନ କରିବା ହେଉଛି ଧର୍ମୀୟ ଅବକ୍ଷୟର ପ୍ରଧାନ କାରଣ । ଆଧ୍ୟାତ୍ମିକତା ବିହୀନ ଧର୍ମ ନିଷ୍ପ୍ରାଣ ଓ ମୂଲ୍ୟହୀନ । ଆଧ୍ୟାତ୍ମିକତା ଯୁକ୍ତ ଧର୍ମ ଜାତି, ସଂପ୍ରଦାୟ ଓ ରାଷ୍ଟ୍ରୀୟତାର ଉଦ୍ଧ୍ୱର୍ରେ । ବାରମ୍ବାର ଜନ୍ମ ମୃତୁ୍ୟ ଚକ୍ରରେ ଆବିର୍ତ ହୋଇ ଆଧ୍ୟାତ୍ମିକ ଶକ୍ତିର ହ୍ରାସ ହେତୁ ଆତ୍ମ ବିସ୍ମୃତ ଦେହ ସର୍ବସ୍ବ ମାନବ ଭୌତିକ ସୁଖ ସାଧନ ସାଧନା ପ୍ରତିସ୍ପର୍ଦ୍ଧାରେ ତା’ର ସମସ୍ତ ଶକ୍ତି ଅପଚୟ କରି ·ଲିଛି । ପରିଣାମ ସ୍ବରୂପ ସେ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଇର୍ଷା, ଦ୍ୱେଷ, ଆଳସ୍ୟ, ଭୟ ଆଦି ମନୋବିକାର ଗୁଡ଼ିକ ଦ୍ୱାରା ଆକ୍ରାନ୍ତ । ସମାଜରେ ବ୍ୟାପ୍ତ କ୍ରମ ବର୍ଦ୍ଧିଷ୍ଣୁ ଭ୍ରଷ୍ଟା·ର, ଅନୀତି, ଦୁର୍ନୀତି, ସ୍ବାର୍ଥ ପରାୟଣତା, ଲାଭଖୋର ମନୋବୃି, ସାମ୍ପ୍ରଦାୟିକତା, ଆଡମ୍ବର ପୂର୍ଣ୍ଣ ଜୀବନ ଶୈଳୀ, ଭୃଣହତ୍ୟା, ସନ୍ତ୍ରାସବାଦ, ଯୌନ ପ୍ରବଣତା, ଅବୈଧ ଯୌନ ସମ୍ପର୍କ, ଅପ୍ରାକୃତିକ ଯୌନ ସମ୍ବନ୍ଧ, ଶୋଷଣ, ଅପରାଧ ପ୍ରବଣତା, ଦୂରଦର୍ଶନ ଚଳଚ୍ଚିତ୍ର, ସମ୍ବାଦପତ୍ର ଆଦିରେ ଅଶ୍ଳୀଳ ବିଜ୍ଞାପନ, ଆଧୁନିକତା ନାମରେ ନାରୀମାନଙ୍କର ଅଙ୍ଗ ପ୍ରଦର୍ଶନ, ସ୍ବାଧୀନତା ନାମରେ ଉଶୃଙ୍ଖଳତା ଓ ସ୍ବେଚ୍ଛା·ରିତା, ନାରୀ ଧର୍ଷଣ, ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ସେବନ ଆଦି ବହୁବିଧ ସାମାଜିକ ବ୍ୟାଧି ଦ୍ୱାରା ମଣିଷ ଜୀବନ ଦୁଃଖ ଯନ୍ତ୍ରଣାରେ ଦୁର୍ବିସହ ହୋଇ ପଡ଼ିଛି ।

ମାନବ ସମାଜକୁ ଧର୍ମୀୟ ଅବକ୍ଷୟ ଜନିତ ନାନା ବିଧ ସଂକଟରୁ ମୁକ୍ତି ଦେବା ପାଇଁ ବିଭିନ୍ନ ସମୟରେ ମୁନି, ଋଷି, ସାଧୁ, ସନ୍ଥ, ଧର୍ମପିତା, ମହାତ୍ମା, ମହାପୁରୁଷ ଆଦି ମୂଲ୍ୟନିଷ୍ଠ ଓ ସଚ୍ଚରିତ୍ର ବ୍ୟକ୍ତିମାନଙ୍କର ଆବିର୍ଭାବ ହୋଇଛି । ସେମାନଙ୍କ ଜୀବନାଦର୍ଶ ଓ ସଦୁପଦେଶ ଦ୍ୱାରା ତତ୍କାଳୀନ ପଥଭ୍ରଷ୍ଟ ମାନବ ସମାଜ ସତ ପଥଗାମୀ ହୋଇଛନ୍ତି । ସେମାନେ ସମସ୍ତେ ଆଧ୍ୟାତ୍ମିକ ବ୍ୟକ୍ତି ଥିଲେ । ସେମାନଙ୍କ ମଧ୍ୟରେ ମତଭିନ୍ନତା ଥିଲେ ମଧ୍ୟ ବୈମନସ୍ୟ ନଥିଲା । ଫଳରେ ସମାଜ ସୁଖ, ଶାନ୍ତି, ସମୃଦ୍ଧିରେ ପରିପୂର୍ଣ୍ଣ ଥିଲା । ପରବର୍ୀ ସମୟରେ ବିଭିନ୍ନ ସମ୍ପ୍ରଦାୟର ଅନୁଯାୟୀମାନଙ୍କ ମଧ୍ୟରେ ବିଦ୍ୱେଷ ଭାବ ବୃଦ୍ଧି ପାଇବା ହେତୁ ପାରସ୍ପରିକ ସଦ୍ଭାବ ନଷ୍ଟ ହେଲା । ପରିଣାମ ସ୍ବରୂପ ଧର୍ମ ନାମରେ ହିଂସା, ଗୃହ ଦାହ, ହତ୍ୟା, ଲୁଣ୍ଠନ, ଆତଙ୍କବାଦ ବୃଦ୍ଧି ପାଉଛି । ଧର୍ମୀୟ ଅବକ୍ଷୟର ଏହି ଘଡ଼ିସନ୍ଧି ମୁହୂର୍ରେ ଏକ ସୁଖମୟ ସମାଜ ଗଠନ ପାଇଁ ଜାତି, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ସମସ୍ତ ଆଧ୍ୟାତ୍ମିକ ବ୍ୟକ୍ତିମାନଙ୍କୁ ଏକଜୁଟ ହୋଇ ଜନ ଜୀବନରେ ଆଧ୍ୟାତ୍ମିକ ଚେତନା ବିକାଶ ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାକୁ ହେବ ।

ଆଧ୍ୟାତ୍ମିକତା  - ଅର୍ଥ ଓ ମହ୍ୱ

ଆଧ୍ୟାତ୍ମିକତା ଦ୍ୱାରା ମାନବୀୟ ଚେତନାର ଉଦ୍ଧ୍ୱର୍ମୁଖୀ ବିକାଶ ଓ ଦିବ୍ୟଗୁଣର ବୃଦ୍ଧି ହୁଏ । ଏହା ମନୁଷ୍ୟ ମଧ୍ୟରେ ନୈତିକ ମୂଲ୍ୟର ଧାରଣା ଓ ·ରିତ୍ରିକ ବିକାଶ କରାଏ । ଆଧ୍ୟାତ୍ମିକତା ମନୁଷ୍ୟକୁ ଶାନ୍ତି ପ୍ରଦାନ କରିବା ସେଙ୍ଗ ସେଙ୍ଗ ସେବା, ଧୈର୍ଯ୍ୟ, ତ୍ୟାଗ, ସହାନୁଭୂତି, ଆତ୍ମକଲ୍ୟାଣ, ପରୋପକାର ତଥା ନିର୍ବିକାରୀ ଜୀବନ ଯାପନ ପାଇଁ ପ୍ରେରିତ କରେ । ଏହା ମନୁଷ୍ୟକୁ ସତ୍ମାର୍ଗରୁ ବିଚୁ୍ୟତ ହେବାକୁ ବାଧା ଦିଏ । ଏହା ମାନବୀୟ ବି·ରର ଏପରି ଏକ ସୁନ୍ଦର ବନ୍ଧ ଯାହା ମନୁଷ୍ୟକୁ ସୁଦୃଢ଼ ମର୍ଯ୍ୟାଦା ମଧ୍ୟରେ ରଖି ତା’ର ଶକ୍ତିକୁ ରଚନାତ୍ମକ କାର୍ଯ୍ୟରେ ଲଗାଏ । ଆଧ୍ୟାତ୍ମିକତା ମନକୁ ଈଶ୍ୱରାଭିମୁଖୀ କରାଏ; ସନ୍ତୋଷ ପ୍ରଦାନ କରେ ଓ ସନ୍ତୁଳିତ ରଖେ । ଏହା ଏପରି ଏକ ବିଦ୍ୟା ଯାହା ବିବେକ ସମ୍ମତ ଭାବରେ ଦୈନନ୍ଦିନ ଜୀବନକୁ ସୁଖ-ଶାନ୍ତି ସମ୍ପନ୍ନ ବନାଏ । ଆଧ୍ୟାତ୍ମିକତା ହେଉଛି ପ୍ରତ୍ୟେକ ଧର୍ମର ଆତ୍ମା । ତେଣୁ ଏହା ଧର୍ମଠାରୁ ଉଚ୍ଚ । କାଳକ୍ରମେ ଧର୍ମରୁ ଆଧ୍ୟାତ୍ମିକତା ଲୋପ ପାଇ ଏଥିରେ କ୍ଷତିକାରକ ଓ ଖର୍ଚ୍ଚ ବହୁଳ ରୀତି ନୀତି, ପୌରାଣିକ ଅବିଶ୍ୱାସନୀୟ କଥା, ଅନ୍ଧବିଶ୍ୱାସ, ଅନ୍ତଃବିରୋଧୀ ଦାର୍ଶନିକ ସିଦ୍ଧାନ୍ତ, ସାଂପ୍ରଦାୟିକତା, ବହୁବିଧ ପୂଜା ଉପାସନା ଆଦି ସନ୍ନିବେଶିତ ହେବାରୁ ଏହା ସଂପ୍ରତି ଶକ୍ତିହୀନ ହୋଇ ମାନବର ହିତ ସାଧନ କରିପାରୁ ନାହିଁ ।

ଆଧ୍ୟାତ୍ମିକତା ମନୁଷ୍ୟକୁ ଧର୍ମ ପରାୟଣ କରେ । ଧର୍ମ ମନୁଷ୍ୟର ଆ·ର ସଂହିତା । ଏହା ମନୁଷ୍ୟ ପାଇଁ କର୍ବ୍ୟ-ଅକର୍ବ୍ୟ ନିର୍ଦ୍ଧାରଣ କରେ । ଆଧ୍ୟାତ୍ମିକତା ମନୁଷ୍ୟକୁ ·ରିତ୍ରିକ ଓ ନୈତିକ ମୂଲ୍ୟ ପ୍ରଦାନ କରେ । ଏହା ସୁଖ ଅପେକ୍ଷା ଶାନ୍ତିକୁ ଅଧିକ ମହ୍ୱ ଦିଏ ଓ ମନୁଷ୍ୟକୁ ଦେହାଭିମାନରୁ ମୁକ୍ତ କରି ଆତ୍ମାବୋଧ କରାଏ । ଏହା ଜାତି ଓ ସମ୍ପ୍ରଦାୟରୁ ଉଦ୍ଧ୍ୱର୍ରେ । ଅବିଶ୍ୱାସନୀୟ, ଅପ୍ରମାଣ୍ୟ ଓ ଅଯୌକ୍ତିକ ସିଦ୍ଧାନ୍ତକୁ ଆଧ୍ୟାତ୍ମିକତା ଅନ୍ଧ ଭାବର ଗ୍ରହଣ କରେ ନାହିଁ । ମନୋକଳ୍ପିତ ବିଶ୍ୱାସ ଓ ଆସ୍ଥା ଉପରେ ପ୍ରତିଷ୍ଠିତ ଧର୍ମ ଅଶାଶ୍ୱତ । ଆଧ୍ୟାତ୍ମିକତାର ଆଧାର ଶିଳା ଉପରେ ପ୍ରତିଷ୍ଠିତ ଧର୍ମ ଚିରନ୍ତନ, ଶାଶ୍ୱତ ଓ ବିଶ୍ୱକଲ୍ୟାଣ କାରକ । ଆଧ୍ୟାତ୍ମିକତା ଧର୍ମକୁ ଦୁର୍ବଳ କରୁଥିବା ତ୍ୱଗୁଡ଼ିକୁ ପୃଥକ କରି ନିଷ୍କ୍ରିୟ କରିଦିଏ । ଅଧ୍ୟାତ୍ମ ଜ୍ଞାନ ଆତ୍ମା, ପରମାତ୍ମା, ସୃଷ୍ଟି ଚକ୍ର କର୍ମ ସିଦ୍ଧାନ୍ତ । ନୈତିକ ମୂଲ୍ୟ ଆଦିକୁ ନିରପେକ୍ଷ ଓ ଦ୍ୱେଷ ରହିତ ଭାବରେ ବର୍ଣ୍ଣନା କରେ । ଏହା ସମସ୍ତ ଧର୍ମ ଇତିହାସ ଉପରେ ଆଲୋକପାତ କରି ସତ୍ୟ ଓ ହିତକର ନିୟମାବଳୀକୁ ସମଗ୍ର ମନୁଷ୍ୟ ସମାଜ ସମ୍ମୁଖରେ ସାର୍ବଭୌମ ରୂପରେ ଉପସ୍ଥାପନ କରେ । ଆଧ୍ୟାତ୍ମିକ ଅନ୍ଧକାରରୁ ଆଲୋକ ଆଡ଼କୁ ନେଇଯାଏ । ଏହା ମଧ୍ୟରେ ସମସ୍ତ ଜ୍ଞାନ ଓ ବିଜ୍ଞାନ ସନ୍ନିହିତ । ଅଧ୍ୟାତ୍ମ ଜ୍ଞାନ ମନୁଷ୍ୟକୁ ଆଧ୍ୟାତ୍ମିକ ସାଧନା ପାଇଁ ପ୍ରେରିତ କରେ । ଏହା ସତ୍ୟ ମାର୍ଗ ପ୍ରଦର୍ଶନ କରେ ଓ ମନକୁ ଉଦ୍ଧ୍ୱର୍ମୁଖୀ କରାଇ ପରମାତ୍ମା ସହିତ ସତତ ଯୁକ୍ତ କରେ ।

ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦ:-ଲକ୍ଷ୍ୟ ଓ ଉଦ୍ଧେଶ୍ୟ

ସଂପ୍ରତି ମାନବ ସମାଜରେ ଆଧ୍ୟାତ୍ମିକତାର ଆବଶ୍ୟକତାକୁ ଅନୁଭବ କରି କେତେକ ଆଧ୍ୟାତ୍ମିକ ବ୍ୟକ୍ତିମାନଙ୍କ ପ୍ରଚେଷ୍ଟାରେ ସ୍ଥାପିତ ହୋଇଛି ‘ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦ’ ନାମକ ଏକ ଅନୁଷ୍ଠାନ । ଏହା ଏକ ଆଧ୍ୟାତ୍ମିକ ଆନ୍ଦୋଳନ ଯେଉଁଥିରେ ଜାତି, ବର୍ଣ୍ଣ, ସଂପ୍ରଦାୟ, ଲିଙ୍ଗ ନିର୍ବିଶେଷରେ ପ୍ରତ୍ୟେକ ଆଧ୍ୟାତ୍ମିକ ବ୍ୟକ୍ତି ଅଂଶ ଗ୍ରହଣ କରି ମନୁଷ୍ୟ ସମାଜରେ ଆଧ୍ୟାତ୍ମିକ କ୍ରାନ୍ତି ଆଣିବାକୁ ସ୍ବସ୍ବ ଯୋଗ୍ୟତା ଓ ସାମର୍ଥ୍ୟ ଅନୁସାରେ ସହଯୋଗ କରିପାରିବେ ।

ନିମ୍ନଲିଖିତ ଲକ୍ଷ୍ୟ ଓ ଉଦ୍ଧେଶ୍ୟ  ସାଧନ ପାଇଁ ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦ ସ୍ଥାପନା କରାଯାଇଛି । ସେଗୁଡ଼ିକ ହେଲା;

କ) ଏକ ଆଧ୍ୟାତ୍ମିକ ଚେତନାଧର୍ମୀ ତ୍ରୈୟମାସିକ ଓଡ଼ିଆ ପତ୍ରିକା ପ୍ରକାଶ କରିବା;

ଖ) ମୂଲ୍ୟନିଷ୍ଠ ଶିକ୍ଷା ଓ ଆଧ୍ୟାତ୍ମିକତାର ପ୍ର·ର ଓ ପ୍ରସାର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା;

ଗ) ସତ୍ୟ, ଅହିଂସା, ଆଧ୍ୟାତ୍ମିକ ପ୍ରେମ ଏବଂ ଦିବ୍ୟଗୁଣର ଅଧ୍ୟୟନ ଏବଂ ଧାରଣ ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିବା;

ଘ) ଆତ୍ମା-ସଚେତନତା ଓ ବିଶ୍ୱ ଭ୍ରାତୃତ୍ୱ ଚେତନା ଜାଗ୍ରତ କରିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷଣ ଦେବା;

ଙ) ଅନ୍ଧ ବିଶ୍ୱାସ, କୁସଂସ୍କାର, ଅଜ୍ଞତା, ଦୂରୀକରଣ ପାଇଁ ପଦକ୍ଷେପ ନେବା;

ଚ) ନୈତିକ ଓ ସାମାଜିକ ଉାନ ପାଇଁ ବାଧକ ତ୍ୱ ଗୁଡ଼ିକର ମୂଳୋପôାଟନ କରବା;

ଛ) ମୂଲ୍ୟ ଶିକ୍ଷା ଉପରେ ବୈଜ୍ଞାନିକ ଗବେଷଣା ତଥା ବ୍ୟବହାରିକ ଜୀବନରେ ଆଧ୍ୟାତ୍ମିକ ନିୟମାବଳୀର ପ୍ରୟୋଗ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା;

ଜ) ନାରୀ ସଶକ୍ତିକରଣ ଓ ମଙ୍ଗଳ ପାଇଁ ବିଭିନ୍ନ ପଦକ୍ଷେପ ନେବା;

ଝ) ମାନବ ସମାଜରେ ପାରସ୍ପରିକ ସହଯୋଗ, ସଦିଚ୍ଛା, ପ୍ରେମ ଓ ସମ୍ମାନ ବୃଦ୍ଧି, ସକାରାତ୍ମକ ଓ ସୃଜନାତ୍ମକ ବି·ରର ଅଭ୍ୟାସ, ଦୈନନ୍ଦିନ ଜୀବନରେ ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟର ପ୍ରୟୋଗ ଏବଂ ସମସ୍ତଙ୍କ ସହଯୋଗରେ ବିଶ୍ୱରେ ସୁଖ, ଶାନ୍ତି, ସମୃଦ୍ଧି ଓ ପବିତ୍ରତା ସମ୍ପନ୍ନ ସମାଜ ଗଠନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ।

ସଦସ୍ୟ ହେବାପାଇଁ ଆବଶ୍ୟକ ସର୍

କ) ସଦସ୍ୟ ହେବା ପାଇଁ ଇଚ୍ଛୁକ ବ୍ୟକ୍ତି ଅତିକମ୍ରେ ୧୮ ବର୍ଷରୁ ଅଧିକ ହୋଇଥିବେ ।

ଖ) ସେ ପୂର୍ବାଗ୍ରହ ଗ୍ରସ୍ତ ହୋଇନଥିବେ ।

ଗ) ସେ ଉମ ଚରିତ୍ରବାନ୍ ହୋଇଥିବେ ।

ଘ) ସେ କୌଣସି ରାଜନୈତିକ ଦଳ ସହିତ ସମ୍ପୃକ୍ତ ହୋଇ ନଥିବେ ।

ଙ) ସେ ଶୁଦ୍ଧ ଶାକାହାରୀ ହୋଇଥିବେ ।

ଚ) ସେ କୌଣସି ମାଦକଦ୍ରବ୍ୟ କିମ୍ବା କୌଣସି ଇନ୍ଦି୍ରୟ ଉେଜନାକାରୀ ଔଷଧ ସେବନ କରୁନଥିବେ ।

ଛ) ସେ ବ୍ୟବହାରିକ ଜୀବନରେ ଆଧ୍ୟାତ୍ମିକ ନିୟମାବଳୀ ପ୍ରୟୋଗ ପାଇଁ ଆଗ୍ରହୀ ଥିବେ ।

ଜ) ସେ କୌଣସି ଅପରାଧ ମୂଳକ କାର୍ଯ୍ୟରେ ସମ୍ପୃକ୍ତ ହୋଇ ନଥିବେ ।

ଝ) ସେ ଭାରତୀୟ ଦଣ୍ଡ ସଂହିତା ଅନୁସାରେ କୌଣସି ନ୍ୟାୟାଳୟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇନଥିବେ ।

ସଦସ୍ୟତା ଶୁଳ୍କ-

ପୃଷ୍ଠପୋଷକ ସଭ୍ୟ ·ନ୍ଦା-ଟ୫ଠଠଠ/-(ପାହଜାର ଟଙ୍କା ମାତ୍ର) ବା ତଦୁର୍ଦ୍ଧ

ପ୍ରତିଷ୍ଠାତା ସଭ୍ୟ ·ନ୍ଦା- ଟ୫ଠଠ/- (ପା ଶହ ଟଙ୍କା ମାତ୍ର) ବା ତଦୁର୍ଦ୍ଧ

ବାର୍ଷିକ ସଭ୍ୟ ·ନ୍ଦା- ଟ୨ଠଠ/- (ଦୁଇଶହ ଟଙ୍କା ମାତ୍ର)


 ଚେତନା ପ୍ରବାହ--ପ୍ରକାଶନ ଯୋଗ୍ୟ ବିଷୟ ସୂଚୀ

ସଂପ୍ରତି ଆଧ୍ୟାତ୍ମିକ ପତ୍ରିକା ଗୁଡ଼ିକରେ ବହୁଳ ମାତ୍ରାରେ ପୌରାଣିକ ଆଖ୍ୟାନ, ଉପାଖ୍ୟାନ, ସାଂପ୍ରଦାୟିକ ଧର୍ମ ତ୍ୱ, ଦାର୍ଶନିକ ସିଦ୍ଧାନ୍ତ, ପୌରାଣିକ ଦେବ ଦେବୀ ଚରିତ୍ର, ପୌରାଣିକ ଦର୍ଶନ, କର୍ମକାଣ୍ଡୀୟ ରୀତି, ନୀତି, ପୂଜା ଓ ଉପାସନା ପଦ୍ଧତି ଆଦି ପ୍ରକାଶ ପାଉଥିବା ଦେଖାଯାଏ । ଅଧିକାଂଶ ପତ୍ରିକା ବିଭିନ୍ନ ଧାର୍ମିକ ଅନୁଷ୍ଠାନର ମୁଖପତ୍ର ହୋଇଥିବାରୁ ଏଥିରେ ସଂପୃକ୍ତ ଅନୁଷ୍ଠାନମାନଙ୍କର ଦାର୍ଶନିକ ବି·ରଧାରା ଆଧାରରେ ଲେଖା ଗୁଡ଼ିକ ପ୍ରକାଶ ପାଇଥାଏ । ବ୍ୟକ୍ତିଗତ ଉଦ୍ୟମରେ ପ୍ରକାଶ ପାଉଥିବା ଆଧ୍ୟାତ୍ମିକ ପତ୍ରିକା ଗୁଡ଼ିକର ଆଭିମୁଖ୍ୟ ବ୍ୟବସାୟିକ ହୋଇଥିବାରୁ ସେଥିରେ କେବଳ ନାମୀ ଦାମୀ ଲେଖକଙ୍କ ଲେଖାଗୁଡ଼ିକୁ ପ୍ରକାଶ କରାଯାଏ । ଏପରି ପତ୍ରିକା ଗୁଡ଼ିକ ମଧ୍ୟ ସାମ୍ପ୍ରଦାୟିକ ଧର୍ମ ଓ ଦର୍ଶନ ସମ୍ବନ୍ଧୀୟ ଲେଖା ପ୍ରକାଶ କରନ୍ତି । ଉକ୍ତ ପତ୍ରିକା ଗୁଡ଼ିକର ସମ୍ପାଦକୀୟ ସ୍ତମ୍ଭ ପାଠ କଲେ ସଂପୃକ୍ତ ସମ୍ପାଦକଗଣଙ୍କ ଆଧ୍ୟାତ୍ମିକତା ବିଷୟରେ ସ୍ପଷ୍ଟ ଅବଧାରଣା ନ ଥିବା ପରି ମନେ ହୁଏ ।

ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦ କୌଣସି ବ୍ୟକ୍ତି କୈନ୍ଦ୍ରିକ ଅନୁଷ୍ଠାନ ନୁହେଁ । ଏଥିରେ ବିଭିନ୍ନ ଅନୁଷ୍ଠାନର ଆଧ୍ୟାତ୍ମିକ ବ୍ୟକ୍ତିଗଣ ଏକତ୍ରିତ ହୋଇ ସର୍ବ ସମ୍ମତିକ୍ରମେ ଆଧ୍ୟାତ୍ମିକତାର ପରିଭାଷା ନିରୂପଣ କରିଛନ୍ତି । ‘ଆଧ୍ୟାତ୍ମିକ ଚେତନା’ ପତ୍ରିକାରେ କେବଳ ଅସାମ୍ପ୍ରଦାୟିକ ଆଧ୍ୟାତ୍ମିକ ଚେତନା ଉଦ୍ରେକକାରୀ ଲେଖା ପ୍ରକାଶ ପାଇବ । ଉଦାହରଣ ସ୍ବରୂପ କେତେକ ଆଧ୍ୟାତ୍ମିକ ବିଷୟର ସୂଚୀ ନିମ୍ନରେ ପ୍ରଦାନ କରାଗଲା । ଆଧ୍ୟାତ୍ମିକ ବିଷୟ କ୍ଷେତ୍ର ଅତ୍ୟନ୍ତ ବ୍ୟାପକ । ସେଗୁଡ଼ିକର ସମ୍ପୂର୍ଣ୍ଣ ଉଲ୍ଲେଖ ଏଠାରେ ସମ୍ଭବ ନୁହେଁ । କେବଳ ପତ୍ରିକାର ଆଭିମୁଖ୍ୟ ଉପରେ ସାଧାରଣ ଧାରଣା ଦେବା ଉଦ୍ଧେଶ୍ୟରେ ଏଠାରେ କେତୋଟି ବିଷୟର ଅବତାରଣା କରାଯାଇଛି । ଲେଖକଗଣ ସ୍ବ ସ୍ବ ଅନୁଭବ ସିଦ୍ଧ ଆଧ୍ୟାତ୍ମିକ ବିଷୟ ଚୟନ କରି ସ୍ବୀୟ ମନୋନୀତ ଶୀର୍ଷକରେ ଲେଖା ପ୍ରସ୍ତୁତ କରିପାରିବେ । 

କେତେକ ଆଧ୍ୟାତ୍ମିକ ବିଷୟର ଉଦାହରଣ

୧. ଆଧ୍ୟାତ୍ମିକତା ୨.ଧର୍ମ ଓ ଆଧ୍ୟାତ୍ମିକତା ୩. ବିଜ୍ଞାନ ଓ ଆଧ୍ୟାତ୍ମିକତା ୪. ମାନସିକ ଶକ୍ତିର ବିକାଶ ୫.ବ୍ୟକ୍ତିତ୍ୱର ବିକାଶ ୬. ଚରିତ୍ର ନିର୍ମାଣ ୭. ମୂଲ୍ୟ ନିଷ୍ଠ ଶିକ୍ଷା ୮. ମୂଲ୍ୟ, ସଦା·ର ଓ ବିଶେଷତା ୯.ସାମଗ୍ରିକ (ଐକ୍ଟକ୍ଷସଗ୍ଦଗ୍ଧସମ) ସ୍ବାସ୍ଥ୍ୟ ରକ୍ଷା ୧ଠ. ଆତ୍ମ ନୀରିକ୍ଷଣ ୧୧.ବିବିଧ ଦୃଷ୍ଟିକୋଣ ୧୨.ଚେତନାର ବିକାଶ ୧୩. ଆତ୍ମା ୧୪.ପରମାତ୍ମା ୧୫. ଜପ-ତପ-ଧ୍ୟାନ ଓ ଯୋଗ ୧୬.ରାଜଯୋଗ ୧୭. ବିଭିନ୍ନ କଳାର ବିକାଶ ୧୮.ପରିବେଶ ସଂକଟ ଓ ତା’ର ସମାଧାନ ୧୯.ବିଭିନ୍ନ ସାମାଜିକ ବ୍ୟାଧି ଓ ସେଗୁଡ଼ିକର ନିରାକରଣ ୨ଠ. ମହିଳା ସଶକ୍ତିକରଣ ୨୧. ଆହାର-ବିହାର ୨୨.ନିଶା ନିବାରଣ ୨୩. ବ୍ରହ୍ମଚର୍ଯ୍ୟ ୨୪. ବୈଶ୍ୱିକ ସମସ୍ୟା ଓ ସମାଧାନ, ଇତ୍ୟାଦି ।

ଆଧ୍ୟାତ୍ମିକ ବିଷୟ ଅନ୍ତର୍ଗତ କେତେକ ଶୀର୍ଷକର ଉଦାହରଣ

ଉପର୍ଯୁ୍ୟକ୍ତ ବିଷୟ ଆଧ୍ୟାତ୍ମିକ ବିଷୟ ଗୁଡ଼ିକର କ୍ଷେତ୍ର ଅତ୍ୟନ୍ତ ବ୍ୟାପକ । ପ୍ରତ୍ୟେକ ଆଧ୍ୟାତ୍ମିକ ବିଷୟ ଉପରେ ଗୋଟିଏ ଗୋଟିଏ ବୃହଦାକାର ପୁସ୍ତକ ରଚନା କରାଯାଇ ପାରିବ । ତେଣୁ ପ୍ରଦ ବିଷୟ କ୍ଷେତ୍ରକୁ ବିଭିନ୍ନ ବିଭାଗରେ ବିଭକ୍ତ କରି ତଦନୁସାରେ ଶୀର୍ଷକର ନାମକରଣ କରାଯାଇଛି । ଏଗୁଡ଼ିକ ଲେଖକମାନଙ୍କ ଆଧ୍ୟାତ୍ମିକ ଚିନ୍ତନ-ମନରେ ସାହାଯ୍ୟ କରିବ ଓ ସେମାନେ ନିଜ ନିଜ ଅନୁଭବ ଆଧାରରେ ସ୍ବ ମନୋନୀତ ଶୀର୍ଷକ ବା ପ୍ରଦ ଶୀର୍ଷକ ଅନୁସାରେ ଆଧ୍ୟାତ୍ମିକ ଲେଖା ଲେଖିବାକୁ ପ୍ରେରଣା ପାଇବେ । ନିମ୍ନରେ କେତେକ ଆଧ୍ୟାତ୍ମିକ ଶୀର୍ଷକର ଉଦାହରଣ ପ୍ରଦାନ କରାଗଲା । ସେଗୁଡ଼ିକ ହେଲା;

୧. ଆଧ୍ୟାତ୍ମିକତା; ଅର୍ଥ ଓ ମହ୍ୱ ୨.ଆତ୍ମିକ ଶକ୍ତି ପ୍ରାପ୍ତିର ଉପାୟ, ୩. ମୂଲ୍ୟ ସଂକଟ; କାରଣ ଓ ନିରାକରଣ, ୪. ପାରିବାରିକ ଓ ସାମାଜିକ ମୂଲ୍ୟ ଧାରଣାର ଉପାୟ ୫.ମନର ସ୍ବରୂପ ୬.ଆତ୍ମା ଓ ଶରୀର ମଧ୍ୟରେ ସମ୍ବନ୍ଧ ୭. ଚରିତ୍ର ନିର୍ମାଣର ପ୍ରକୃତ ବିଧି ୮.ଶିକ୍ଷାନୁଷ୍ଠାନ ମାନଙ୍କରେ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷାର ଆବଶ୍ୟକତା, ୯.ବି·ର ଓ ଆ·ର, ୧ଠ. ବ୍ରହ୍ମଚର୍ଯ୍ୟ ପାଳନର ଆବଶ୍ୟକତା ୧୧.ଆତ୍ମ ବିଶ୍ୱାସ ୧୨.ସାଂପ୍ରତିକ ପରିସ୍ଥିତିରେ ଆଧ୍ୟାତ୍ମିକତାର ଆବଶ୍ୟକତା ୧୩. ଧର୍ମ ଓ ଆଧ୍ୟାତ୍ମିକତା ମଧ୍ୟରେ ପ୍ରଭେଦ ୧୪. ଆଧ୍ୟାତ୍ମିକତା ଓ ବିଜ୍ଞାନ ୧୫. ସାଂପ୍ରତିକ ସାମାଜିକ ସ୍ଥିତିରେ ଆଧ୍ୟାତ୍ମିକତାର ମହ୍ୱ ୧୬.ଆଧ୍ୟାତ୍ମିକତା ଓ ସମାଜବାଦ ୧୭. ପରମାତ୍ମା; ଏକ ସତ୍ୟ ସା ନା କଳ୍ପନା ୧୮. ପରମାତ୍ମାଙ୍କ ଯଥାର୍ଥ ସ୍ବରୂପ ୧୯. ଆତ୍ମାର ସ୍ବରୂପ ୨ଠ. ଆତ୍ମା ଓ ପରମାତ୍ମା ମଧ୍ୟରେ ସମ୍ପର୍କ ୨୧.ଆଧ୍ୟାତ୍ମିକ ଚେତନା ବିକାଶ ପାଇଁ ଧ୍ୟାନର ଭୂମିକା ୨୨. ବିଭିନ୍ନ ପ୍ରକାର ଯୋଗ ଦ୍ୱାରା ଆଧ୍ୟାତ୍ମିକ ଚେତନା ବିକାଶ, ୨୩. ରାଜ ଯୋଗ : ଏକ ଅଧ୍ୟୟନ, ୨୪. ସମସ୍ତ ଯୋଗର ସମନ୍ୱୟ ରାଜଯୋଗ, ୨୫.ରାଜଯୋଗ: ବିବିଧ ଦୃଷ୍ଟିକୋଣ, ୨୬. ବ୍ୟକ୍ତିତ୍ୱର ବିକାଶରେ ନୈତିକ ମୂଲ୍ୟର ଆବଶ୍ୟକତା, ୨୭. ସୁଖମୟ ସମାଜ ପାଇଁ ନୈତିକ ମୂଲ୍ୟର ଆବଶ୍ୟକତା, ୨୮. ମାନସିକ ଓ ସାମାଜିକ ସ୍ବାସ୍ଥ୍ୟ, ୨୯.ଚରିତ୍ର ନିର୍ମାଣରେ ରାଜଯୋଗର ଭୂମିକା ୩ଠ. ମନ, ବୁଦ୍ଧି ଓ ଚି-ଏକ ତା୍ୱିକ ବିଶ୍ଳେଷଣ ୩୧. ଅର୍ନ୍ତମୁଖତା ୩୨.ବାହ୍ୟମୁଖତା ୩୩.ଧର୍ମର ପ୍ରକୃତ ସ୍ବରୂପ ୩୪. ମନ ଉପରେ ବିଜୟ ପ୍ରାପ୍ତିର ଉପାୟ ୩୫. ମୂଲ୍ୟନିଷ୍ଠ ଜୀବନ ଯାପନ-ସମସ୍ୟା ଓ ସମାଧାନ ୩୬. ପରିବେଶ ପ୍ରଦୁଷଣ:କାରଣ ଓ ନିରାକରଣ ୩୭. ଭାବନାତ୍ମକ ଅପରିପକ୍ୱତା:ସମସ୍ୟା ଓ ସମାଧାନ ୩୮. ନକାରାତ୍ମକ ଜୀବନ ଯାପନ: ଏକ ଅଧ୍ୟୟନ ୩୯. ସକାରାତ୍ମ ଜୀବନ ଯାପନ:- ସମସ୍ୟା ଓ ସମାଧାନ ୪ଠ. ବ୍ୟସନର କୁପରିଣାମ ୪୧. ବ୍ୟସନ ଜନିତ ସମସ୍ୟାର ସମାଧାନ ୪୨. ଅନ୍ଧ ବିଶ୍ୱାସ ଓ ଏହାର କୁପରିଣାମ ୪୩. ଯୌତୁକ ପ୍ରଥା: ଏକ ସାମାଜିକ ବ୍ୟାଧି ୪୪. ମଦ୍ୟପାନ ଅଭ୍ୟାସର କୁପରିଣତି ଏବଂ ଏଥିରୁ ମୁକ୍ତିର ଉପାୟ ୪୫. ଜାତି ପ୍ରଥା: ବ୍ୟକ୍ତିଗତ ବିକାଶ ପାଇଁ ଏକ ଅବରୋଧ ୪୬. ଲିଙ୍ଗ ଆଧାରିତ ଭେଦଭାବ- ଏକ ଅଧ୍ୟୟନ ୪୭. ପ୍ରାକୃତିକ ପରିବେଶ ପ୍ରଦୂଷଣ: ଏକ ଅଧ୍ୟୟନ ୪୮. ସାମାଜିକ ଜୀବନରେ ଭ୍ରଷ୍ଟା·ରର କୁପରିଣାମ ୪୯. ସ୍ବ ପରିବର୍ନ ହିଁ ବିଶ୍ୱ ପରିବର୍ନର ଆଧାର ୫ଠ. ସାମ୍ପ୍ରତିକ ସମାଜରେ ମୂଲ୍ୟ ଅବନତି- ଏକ ଅଧ୍ୟୟନ ୫୧. ସର୍ବାଙ୍ଗୀନ ବିକାଶ ୫୨. ·ରିତ୍ରିକ ବିକାଶରେ ଧାର୍ମିକ/ଆଧ୍ୟାତ୍ମିକ ସିଦ୍ଧାନ୍ତର ଭୂମିକା ୫୩. ଶିକ୍ଷାନୁଷ୍ଠାନମାନଙ୍କରେ ମୂଲ୍ୟ ନିଷ୍ଠ ଶିକ୍ଷା ଓ ଆଧ୍ୟାତ୍ମିକତା ପାଠ୍ୟକ୍ରମ ପ୍ରଚଳନର ଆବଶ୍ୟକତା ୫୪. ବ୍ୟସନ- ସମସ୍ୟା ଓ ସମାଧାନ ୫୫.ସନ୍ତୁଷ୍ଟତା ୫୬. ସହଯୋଗ ଶକ୍ତି ୫୭. ସହନଶୀଳତା ୫୮. ପୌରାଣିକ ଗ୍ରନ୍ଥ ମାନଙ୍କରେ ଆଧ୍ୟାତ୍ମିକତାର ପରିଭାଷା ନିରୂପଣ ୫୯. ସ୍ବାସ୍ଥ୍ୟ ଉପରେ ଧ୍ୟାନର ପ୍ରଭାବ ୬ଠ. ମନୋଶାରୀରିକ ରୋଗ: କାରଣ ଓ ନିରାକରଣ ୬୧. ମହିଳାମାନଙ୍କ ବିରୋଧରେ ଘରୋଇ ହିଂସା: ଏକ ଅଧ୍ୟୟନ ୬୨. ଭାରତୀୟ ପର୍ବପର୍ବାଣୀ ଗୁଡ଼ିକର ଆଧ୍ୟାତ୍ମିକ ରହସ୍ୟ ୬୩. ସକାରାତ୍ମକ ଦୃଷ୍ଟି, ସୃଷ୍ଟି ପରିବର୍ନର ଆଧାର ୬୪. ବଳିପ୍ରଥା- ଏକ ଧାର୍ମିକ ଅନ୍ଧ ବିଶ୍ୱାସ ୬୫. ବିଭିନ୍ନ ପୌରାଣିକ ଆଖ୍ୟାନ-ଉପାଖ୍ୟାନରେ ଆଧ୍ୟାତ୍ମିକ ସିଦ୍ଧାନ୍ତ ୬୬. ମନୁଷ୍ୟ ମତ ଓ ଈଶ୍ୱରୀୟ ମତ- ଏକ ତୁଳନାତ୍ମକ ଅଧ୍ୟୟନ ୬୭. ଭାରତର ପ୍ରାଚୀନ ଧର୍ମ ଓ ସଂସ୍କୃତି ୬୮. ଧାର୍ମିକ ପ୍ରଦୁଷଣ-କାରଣ ଓ ନିବାରଣ ୬୯. ଧର୍ମ ନିରପେକ୍ଷତା ବନାମ ସର୍ବ ଧର୍ମ ସମଭାବ ୭ଠ. ଧର୍ମର ପ୍ରକୃତ ଅର୍ଥ ୭୧. ଆଧ୍ୟାତ୍ମିକତା-କର୍ମଯୋଗୀ ବନାଏ, କର୍ମତ୍ୟାଗୀ ନୁହେଁ ୭୨. ଆଧ୍ୟାତ୍ମିକତା; ସଫଳତାର ·ବିକାଠି ୭୩. ଜୀବନର ପ୍ରକୃତ ଲକ୍ଷ୍ୟ ୭୪. ଧର୍ମ ଓ ଆଧ୍ୟାତ୍ମିକତା- ଏକ ତୁଳନାତ୍ମକ ବିଶ୍ଳେଷଣ ୭୫. ଆଳସ୍ୟ- ଆଧ୍ୟାତ୍ମିକତାର ପରିପନ୍ଥୀ ୭୬. ଆତ୍ମ ବିଶ୍ୱାସ-ଆଧ୍ୟାତ୍ମିକତାର ପ୍ରଥମ ପାହାଚ ୭୭. ସକାରାତ୍ମକ ଚିନ୍ତନ ୭୮. ନକାରାତ୍ମକ ବି·ର ଦ୍ୱାରା କ୍ଷତି ୭୯. ଧୈର୍ଯ୍ୟ; ସଫଳତାର ମୂଳ ମନ୍ତ୍ର ୮ଠ. ଦୃଢ଼ ଇଚ୍ଛା ଶକ୍ତି ୮୧. ମନ ଉପରେ ଅନ୍ନର ପ୍ରଭାବ ୮୨. ଶ୍ରେଷ୍ଠ ଜୀବନର ଆଧାର-ଆଧ୍ୟାତ୍ମିକତା ୮୩. ନୈତିକ ପତନର କାରଣ ଓ ନିବାରଣ ୮୪. ପ୍ରକୃତ ଆନନ୍ଦର ଆଧାର ପବିତ୍ରତା ୮୫. ଅସନ୍ତୁଷ୍ଟତା- କାରଣ ଓ ନିବାରଣ ୮୬. ଅହଂକାର-ଅଧୋପତନର କାରଣ ୮୭. କର୍ମର ଗୁହ୍ୟ ଗତି ୮୮. ମୌନ-ଅର୍ଥ ଓ ମହ୍ୱ ୮୯. ସଫଳତା ପ୍ରାପ୍ତିର ବିବିଧ ଉପାୟ ୯ଠ. ଏକାଗ୍ରତା ଶକ୍ତି ୯୧. ମାନସିକ ସନ୍ତୁଳନ ୯୨. କର୍ମ ଉପରେ ବି·ର ଶକ୍ତିର ପ୍ରଭାବ ୯୩. ଇଚ୍ଛା ଓ ଇଚ୍ଛା ଶକ୍ତି ୯୪. ପ୍ରସନ୍ନତା- ଅର୍ଥ ଓ ମହ୍ୱ ୯୫. କ୍ଷମା: ଏକ ଦିବ୍ୟ ଗୁଣ ୯୬. ପ୍ରେମ- ପରିଭାଷା ଓ ବ୍ୟାଖ୍ୟା ୯୭. ଦିବ୍ୟ ଜୀବନର ସୁଗନ୍ଧି-ନିଃସ୍ବାର୍ଥ କର୍ମ ୯୮. ମାନସିକ ·ପରୁ ମୁକ୍ତି ପ୍ରାପ୍ତିର ଉପାୟ ୯୯. ସଫଳତାର ପାହାଚ: ଅନୁଶାସନ ୧ଠଠ. ସ୍ମୃତି ଶକ୍ତିର ବିକାଶ ୧ଠ୧. ନକାରାତ୍ମକ ଭାବନା ଉପରେ ବିଜୟ, ଇତ୍ୟାଦି ।

ଆଧ୍ୟାତ୍ମିକ ବିଷୟ ଉପରେ ଆହୁରି ଅନେକ ଶୀର୍ଷକ ପ୍ରସ୍ତୁତ କରାଯାଇ ପାରିବ । ଉପର୍ଯୁ୍ୟକ୍ତ ଶୀର୍ଷକ ସୂଚୀ କେବଳ ଉଦାହରଣ ପାଇଁ ଏଠାରେ ଦିଆଗଲା । ଆବଶ୍ୟକ ସ୍ଥଳେ ପ୍ରଦ ଯେକୌଣସି ଶୀର୍ଷକର ଭାବ ଅପରିବିର୍ତ ରଖି ତହିଁରେ ଥିବା ଶବ୍ଦାବଳୀର ପରିବର୍ନ କରାଯାଇପାରେ । ପୁନଶ୍ଚ ଲେଖକ/ଲେଖିକାଗଣ ଆଧ୍ୟାତ୍ମିକ କ୍ଷେତ୍ର ଅନ୍ତର୍ଗତ ଯେକୌଣସି ବିଷୟ ଉପରେ ଶୀର୍ଷକର ନାମକରଣ କରିପାରିବେ ।

ଚେତନା ପ୍ରବାହ-ନିୟମାବଳୀ

୧. “ଆଧ୍ୟାତ୍ମିକ ଚେତନା’’ ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦର ମୁଖପତ୍ର

୨. ଏହା ପ୍ରତି ତିନି ମାସରେ ଥରେ ପ୍ରକାଶ ପାଇବ ।

୩. ଏଥିରେ କେବଳ ଆଧ୍ୟାତ୍ମିକ, ମୂଲ୍ୟନିଷ୍ଠ ଶିକ୍ଷା, ନୈତିକ ଶିକ୍ଷା, ଚରିତ୍ର ନିର୍ମାଣ, ସାମଗ୍ରିକ (ଐକ୍ଟକ୍ଷସଗ୍ଦଗ୍ଧସମ) ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଲେଖା ପ୍ରକାଶ ପାଇବ ।

୪. ଆଧ୍ୟାତ୍ମିକ ବ୍ୟକ୍ତିମାନଙ୍କ ଅନୁଭବ ସିଦ୍ଧ ଲେଖା ଗୁଡ଼ିକ ଅଗ୍ରାଧିକାର ଭିିରେ ପ୍ରକାଶ କରାଯିବ । 

୫. ଏଥିରେ ପ୍ରବନ୍ଧ, ଗଳ୍ପ, କବିତା, ଏକାଙ୍କିକା, ସ୍ବାସ୍ଥ୍ୟ, ପରିବେଶ ଆଦି ବିଭାଗ ଗୁଡ଼ିକ ରହିବ । ପ୍ରତ୍ୟେକ ଲେଖା ମନୁଷ୍ୟର ଆଧ୍ୟାତ୍ମିକ ଚେତନା ବିକାଶ ପାଇଁ ଉଦ୍ଧିଷ୍ଟ ହୋଇଥିବା ଆବଶ୍ୟକ ।

୬. ଏହି ପତ୍ରିକା କୌଣସି ସାମ୍ପ୍ରଦାୟିକ ବା ଧାର୍ମିକ ଅନୁଷ୍ଠାନର ମତବାଦ ପ୍ର·ର କରିବ ନାହିଁ ।

୭. ଏହି ପତ୍ରିକାରେ କେବଳ ବିଶ୍ୱାସ ଓ ଆସ୍ଥା ଉପରେ ଆଧାରିତ ପୌରାଣିକ କଥା ବସ୍ତୁ, ଚରିତ୍ର, ଧାର୍ମିକ ସିଦ୍ଧାନ୍ତ, ଦେବ-ଦେବୀ ବା ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟିକାରୀ ଲେଖା ପ୍ରକାଶ କରାଯିବ ନାହିଁ ।

୮. ପ୍ରାପ୍ତ ଲେଖାଗୁଡ଼ିକ ସମ୍ପାଦନା ମଣ୍ଡଳୀ ଦ୍ୱାରା ମନୋନୀତ ନ ହେଲେ ପ୍ରକାଶ କରାଯିବ ନାହିଁ ।

୯. ଲେଖାଗୁଡ଼ିକ କାଗଜର ଗୋଟିଏ ପାଶ୍ୱର୍ରେ ପର୍ଯ୍ୟାପ୍ତ ମାର୍ଜିନ ଦେଇ ସ୍ପଷ୍ଟ ଓ ସୁନ୍ଦର ଭାବରେ ଲେଖିବା ବିଧେୟ । ଅନ୍ୟଥା ଲେଖା ଗ୍ରହଣୀୟ ନୁହେଁ ।

୧ଠ. ଲେଖା ଡି.ଟି.ପି ହୋଇଥିଲେ ଅନ୍ତତଃ ତାକୁ ୨/୩ଥର ମୂଳ ପାଣ୍ଡୁଲିପି ସହ ମିଳାଇ ମୁଦ୍ରଣ ଜନିତ ତ୍ରୁଟି ସଂଶୋଧନ କରି ପଠାଇବା ଉଚିତ ।

୧୧. ଲେଖା ସ୍ବରଚିତ ଓ ଅପ୍ରକାଶିତ ହେବା ଉଚିତ ।

୧୨. ଲେଖା ଗୁଡ଼ିକ ବର୍ଣ୍ଣନାଧର୍ମୀ ନହୋଇ ବସ୍ତୁନିଷ୍ଠ ବାସ୍ତବଧର୍ମୀ ଓ ଆଧ୍ୟାତ୍ମିକ ଚେତନା ବିକାଶର ପ୍ରେରକ ହେବା ବା‚ନୀୟ ।

୧୩. ଲେଖା ଗୁଡ଼ିକ ସର୍ବାଧିକ ୧୫ଠଠ ଶବ୍ଦ ମଧ୍ୟରେ ସୀମିତ ହେବା ଉଚିତ ।

୧୪. ଅମନୋନୀତ ଲେଖା ଫେରସ୍ତ ଦିଆଯିବ ନାହିଁ । ସେଥିପାଇଁ ପ୍ରେରିତ ଲେଖାର ଜେରକ୍ସ କପି ପାଖରେ ରଖନ୍ତୁ ।

୧୫. ଜେରକ୍ସ ହୋଇଥିବା ଲେଖା ଗ୍ରହଣ କରାଯିବ ନାହିଁ । ତେଣୁ ମୂଳ ହାତ ଲେଖା ବା ଡି.ଟି.ପି ଲେଖା ପଠାଇବା ଉଚିତ ।

୧୬. ଆବଶ୍ୟକ ହେଲେ ପରି·ଳନା ମଣ୍ଡଳୀର ଅନୁମୋଦନ କ୍ରମେ ଏହି ନିୟମାବଳୀର ସଂଶୋଧନ, ପରିବର୍ନ ଓ ପରିବର୍ଦ୍ଧନ କରାଯିବ ।

ବିନମ୍ର ନିବେଦନ

ପ୍ରିୟ ଆତ୍ମନ୍,

ମନୁଷ୍ୟ ଏକ ସାମାଜିକ ପ୍ରାଣୀ ।ସମାଜ ବିନା ତା’ର ଅସ୍ତିତ୍ୱ ଅସମ୍ଭବ । ତେଣୁ ସମାଜକୁ ସୁସ୍ଥ ଓ ସୁଖମୟ କରି ଗଢ଼ି ତୋଳିବା ଆମ ସମସ୍ତଙ୍କ ଦାୟିତ୍ୱ । ଏହା କେବଳ ଆଧ୍ୟାତ୍ମିକ ଚେତନାର ବିକାଶ ଦ୍ୱାରା ସମ୍ଭବ- ଏଥିରେ ଦ୍ୱିମତ ନାହିଁ । ଆମର ଏହି ଆଧ୍ୟାତ୍ମିକ ଚେତନା ବିକାଶ ଆନ୍ଦୋଳନରେ ଆପଣ ସକ୍ରିୟ ଅଂଶ ଗ୍ରହଣ କଲେ ଆମେ ଖୁବ୍ ଆନନ୍ଦିତ ହେବୁ ।

ଅନୁଷ୍ଠାନର ସଦସ୍ୟତା ଗ୍ରହଣ, ଆର୍ଥିକ ଅନୁଦାନ ପ୍ରଦାନ, ନିଜ ନିଜ ଅଳରେ ଆଧ୍ୟାତ୍ମିକତାର ପ୍ର·ର ପ୍ରସାର ପାଇଁ ଦାୟିତ୍ୱ ବହନ, ପତ୍ରିକା ପାଇଁ ଅନୁଭବ ସିଦ୍ଧ ଆଧ୍ୟାତ୍ମିକ ଲେଖା ପ୍ରେରଣ, ପତ୍ରିକାର ବାର୍ଷିକ ସଦସ୍ୟତା ଓ ବିଜ୍ଞାପନ ସଂଗ୍ରହ ମାଧ୍ୟମରେ ଆପଣ ସହାୟତା କରିପାରିବେ ।

ଆପଣଙ୍କ ଜିଜ୍ଞାସା ପୂରଣ ପାଇଁ ଏହି ଲେଖା ସମ୍ପୂର୍ଣ୍ଣ ଭାବରେ ସମର୍ଥ ହୋଇ ନ ପାରେ । ତେଣୁ ଆପଣଙ୍କ ମନରେ ଯଦି କୌଣସି ପ୍ରଶ୍ନ ଆସୁଥାଏ ତେବେ ନିଃସଂକୋଚରେ ପତ୍ର ବା ଦୂରଭାଷ ଦ୍ୱାରା ସ୍ପଷ୍ଟୀକରଣ ଲୋଡ଼ି ପାରନ୍ତି । ଆପଣଙ୍କ ପ୍ରେରିତ ବହୁମୂଲ୍ୟ ପରାମର୍ଶକୁ ମଧ୍ୟ ଆମେ ସ୍ବାଗତ କରିବୁ ।

ପତ୍ର ପାଇଲା ପରେ ପ୍ରାପ୍ତି ସ୍ବୀକାର ସହିତ ମତାମତ ଜଣାଇବେ ।


ବିନମ୍ର ନିବେଦନ ସହ

ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ସାଧାରଣ ସମ୍ପାଦକ, ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦ

ମାର୍ଫତ: ଶିବ-ଶକ୍ତି ହୋମିଓ ସେବା ସଦନ

କାଦୋପଡ଼ା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼- ୭୬୭ଠ୨୫, ଜି:ବଲାଙ୍ଗିର (ଓଡ଼ିଶା) ମୋ: ୯୪୩୭୨୧ଠ୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,