ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika) ବିବେଚନା

ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

         ଭାରତୀୟ ଜୀବନ ଦର୍ଶନ ଅଦ୍ଭୁତ ଏବଂ ଅଦ୍ୱିତୀୟ ଅଟେ । ଏଠାକାର ମର୍ଯ୍ୟାଦା ଏବଂ ପ୍ରତଳିତ ପରମ୍ପରାଗୁଡିକ ଅସଂଖ୍ୟ ରହସ୍ୟର ଖଣି ଅଟେ ।  ଆମର ସଂସ୍କୃତି ସର୍ବ ପ୍ରାଚୀନ ଏବଂ ଅନୁପମ । ଏଠାରେ ବର୍ଷ ତମାମ କୌଣସି ନା କୌଣସି ପର୍ବପର୍ବାଣୀ ପାଳିତ ହୋଇଥାଏ । ଏସବୁଗୁଡିକର ପ୍ରଚ୍ଛଦରେ କୌଣସି ନା କୌଣସି ଆଧ୍ୟାତ୍ମିକ ବା ଦାର୍ଶନିକ ପୃଷ୍ଠଭୂମି ଥାଏ ;କିନ୍ତୁ କାଳର କରାଳ ଗତିରେ ମନୁଷ୍ୟ ତାହା ବିସ୍ମୃତ  ହୋଇ କେବଳ  ପାରମ୍ପରିକ ଭାବରେ ସେଗୁଡିକୁ  ପାଳନ କରି ଆସୁଛି । ଏଗୁଡିରେ ଯଦିଓ କଳ୍ପନାର ପ୍ରାଚୁର୍ଯ୍ୟ ଦେଖିବାକୁ ମିଳେ ତଥାପି ମଧ୍ୟ ବୈଜ୍ଞାନିକ ଏବଂ ଦାର୍ଶନିକ ତ୍ୱର ଅଭାବ ନ ଥାଏ । ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜ୍ଞାନ ମଧ୍ୟ କଳ୍ପନାର ଆଧାର ନେଇ ପରିଶେଷରେ ବୈଜ୍ଞାନିକ ସତ୍ୟ ବା ସିଦ୍ଧାନ୍ତରେ (ଝମସରଦ୍ଭଗ୍ଧସଲସମ ଖବଙ୍ଗ) ଉପନୀତ ହୁଏ । ଭାରତୀୟ ଧାର୍ମିକ ପର୍ବ ଏବଂ ପୌରାଣିକ କଥାବସ୍ତୁଗୁଡିକ ସାଧାରଣତଃ ସାେଙ୍କତିକ ଓ ପ୍ରତୀକାତ୍ମକ ଭାବରେ ବିଭିନ୍ନ ଆଧ୍ୟାତ୍ମିକ ରହସ୍ୟଗୁଡିକ ଉନ୍ମୋଚନ କରେ । ଭୋଗବାଦୀ ଓ ରୂଢ଼ିବାଦୀ ପ୍ରବୃିର ବଶବର୍ୀ ହୋଇ ମଣିଷ ସେହି ତା୍ୱିକ ରହସ୍ୟ  ଭେଦ କରିବାକୁ ସମର୍ଥ ହୁଏ ନାହିଁ । ସେଗୁଡିକରେ ଥିବା ଅର୍ନ୍ତନିହିତ ସତ୍ୟ  ବୁଝିବାକୁ ହେଲେ ମନୁଷ୍ୟକୁ ପୂର୍ବାପ୍ରହରୁ ମୁକ୍ତ ହୋଇ ଆଧ୍ୟାତ୍ମ୍ୟ ଏବଂ ଦର୍ଶନର ସୂକ୍ଷ୍ମ ତା୍ୱିକ ଜ୍ଞାନ ଆହରଣ କରିବାକୁ ପଡିବ । ଅନ୍ୟଥା ଏହାର ପ୍ରତୀକାତ୍ମକ ସୌନ୍ଦର୍ଯ୍ୟ ଅବଲୋକନ କରିବା ସମ୍ଭବ ନୁହେଁ । 
ଭାରତୀୟ ସଂସ୍ମୃତିରେ ପାଳନ କରାଯାଉଥିବା ଶିବରାତ୍ରୀ,ହୋଲି, ରକ୍ଷାବନ୍ଧନ, ଜନ୍ମାଷ୍ଟମୀ, ଦୀପାବଳୀ ଆଦି କେତେକ ପର୍ବ ପର୍ବାଣୀର ନିଜ ନିଜ  ଅଲୌକିକ ମହ୍ୱ ରହିଛି । କିନ୍ତୁ ଏସବୁ ମଧ୍ୟରେ ରକ୍ଷାବନ୍ଧନର ଆଧ୍ୟାତ୍ମିକ, ରାଜନୈତିକ ଓ ସାମାଜିକ ମହ୍ୱ ଅଦ୍ୱିତୀୟ ଓ ଉଲ୍ଲେଖନୀୟ ଅଟେ । ଅତି ପ୍ରାଚୀନ କାଳରୁ ଏହି ପର୍ବ ଅତ୍ୟନ୍ତ ହର୍ଷୋଲ୍ଲାସ ସହିତ ଭାରତବର୍ଷରେ ପାଳିତ ହୋଇ ଆସୁଛି । ମାନବୀୟ ହିତକୁ ଦୃଷ୍ଟିରେ ରହି ଏହି ପର୍ବ କାଳକ୍ରମେ ସମଗ୍ର ବିଶ୍ୱର  ଅଧିକାଂଶ ସ୍ଥାନରେ ପାଳିତ ହୋଇଥିବାର ଦେଖାଯାଏ  ।
        ପ୍ରଚଳିତ ଲୋକ ବିଶ୍ୱାସରେ ରକ୍ଷା ବନ୍ଧନ ସମୟ ଏବଂ ପରିସ୍ଥିତି ସହ ତାଳ ଦେଇ ବିଭିନ୍ନ ସମୟରେ ଇତିହାସରେ ନୂଆ ନୂଆ ଶୃଙ୍ଖଳା ସଂଯୋଗ କରି ଆସିଛି । ଆଧ୍ୟାତ୍ମିକ, ସାଂସ୍ମୃତିକ, ରାଷ୍ଟୀ୍ରୟ ଅଥବା  ଅର୍ନ୍ତରାଷ୍ଟୀୟ ପରିପ୍ରେକ୍ଷୀରେ ବିଚାର କଲେ ରକ୍ଷାବନ୍ଧନ ପର୍ବର ଏକ ବିଶେଷ ସ୍ଥାନ ଅଧିକାର କରିଛି । କାରଣ ଏଥିରେ ଭାଇ ଭଉଣୀ ମଧ୍ୟରେ ଥିବା ଅଲୌକିକ ସ୍ନେହର ଚରମ ନିଦର୍ଶନ ଦେଖିବାକୁ ମିଳେ । ଯେଉଁଠି ସ୍ନେହ ଥାଏ ସେଇଠି ସ୍ୱତଃ ହିଁ ସଙ୍ଗଠନ ଶକ୍ତିଶାଳୀ ହୁଏ, ଏଥିରେ କୌଣସି ଦ୍ୱିମତ ନାହିଁ । ଏଣୁ ଏହାକୁ ରାଷ୍ଟ୍ରୀୟ ଓ  ଅର୍ନ୍ତରାଷ୍ଟ୍ରୀୟ ଏକତା ଅଥବା ସୁରକ୍ଷାର ପର୍ବ ବୋଲି କୁହାଗଲେ ଅତିଶୟୋକ୍ତି ହେବ ନାହିଁ । ମାନବ ସମାଜକୁ ଏକତା ସୂତ୍ରରେ ଯୋଡି ରଖିବାରେ ଭଉଣୀମାନେ ମହ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସକ୍ଷମ । ଏହାର କାରଣ ସେମାନେ ସ୍ନେହର ପ୍ରତିମୂିର୍ । ଏପରି କୌଣସି ବ୍ୟକ୍ତି ବା ସଙ୍ଗଠନ  ଭଉଣୀର ଆନ୍ତରିକ ସ୍ନେହକୁ ଏଡାଇ ମାନବ ସମାଜର ସୁରକ୍ଷା ଓ ଏକତା ପାଇଁ ଦୃଢ଼ ପ୍ରତିଜ୍ଞ ହେବାକୁ ସହଜରେ ପଶ୍ଚାଦପଦ ହେବେ ନାହିଁ । ତେଣୁ  ଆଜି ସାଂପ୍ରଦାୟିକତାବାଦ ଏବଂ କ୍ଷେତ୍ରୀୟତାବାଦ ଯେପରି ଅର୍ନ୍ତରାଷ୍ଟ୍ରୀୟ ସମସ୍ୟା ରୂପେ ମୁଣ୍ଡ ଟେକିଛି ଏହାର ସମାଧାନ ପାଇଁ ପ୍ରତ୍ୟେକ ସାମାଜିକ, ରାଜନୈତିକ ଓ ଧାର୍ମିକ ସଙ୍ଗଠନର ଭଉଣୀମାନଙ୍କୁ ସଙ୍ଗଠିତ ହୋଇ ରାଷ୍ଟ୍ରୀୟ ଓ  ଅର୍ନ୍ତରାଷ୍ଟ୍ରୀୟ ଏକତା ତଥା ବିଶ୍ୱ ଭାତୃତ୍ୱ ପ୍ରତି ମାନବ ସମାଜକୁ ଉନ୍ମୁଖ କରାଇବା ପାଇଁ ରକ୍ଷା ସୂତ୍ର ବନ୍ଧନର ଏହି  ପବିତ୍ର ଅବସରରେ  କ୍ରାନ୍ତିକାରୀ ପଦକ୍ଷେପ ଗ୍ରହଣ କରିବା ବିଧେୟ । ଏହାଦ୍ୱାରା ସମାଜରେ ବ୍ୟାପ୍ତ ବିଷମତା ଦୂର ହୋଇ ପରସ୍ପର ପ୍ରତି ସ୍ନେହ, ସହାନୁଭୂତି ଓ ସହଯୋଗର ବାତାବରଣ ସୃଷ୍ଟି ହେବ । ବର୍ମାନ ପରିବେଶରେ ଏହାହିଁ ହେବ ରାକ୍ଷୀର ସାର୍ଥକତା ।

ସାଂପ୍ରତିକ ପରିସ୍ଥିତିରେ ରକ୍ଷାବନ୍ଧନର ପ୍ରାସଙ୍ଗିକତା:

             ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣମୀ ତିଥିରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଏ । ପ୍ରତ୍ୟେକ ବର୍ଷ ଭଉଣୀମାନେ ଭାଇମାନଙ୍କ ହାତରେ  ନିଜ ନିଜ ସୁରକ୍ଷାର  ଅନୁବନ୍ଧ ସ୍ୱରୂପ ରକ୍ଷାସୂତ୍ର ବାନ୍ଧନ୍ତି । ତଥାପି ମଧ୍ୟ ଦିନକୁ ଦିନ ସମାଜରେ ଭଉଣୀମାନଙ୍କ ପ୍ରତି ଅତ୍ୟାଚାର ହାର ବଢ଼ି ଚାଲିଛି   । ଅନେକ ଅସହାୟ ଭଉଣୀ ଅପହରଣ, ବଳକ୍ରାର ତଥା ଯୌତୁକ ରାକ୍ଷାସର ବଳି ବେଦିରେ ଅକାଳରେ ନିଜର ଅମୂଲ୍ୟ ଜୀବନକୁ ଆହୁତି ଦେଉଛନ୍ତି । ଅନେକ ଆଶା ଓ ଭରସା ସହ ଭଉଣୀମାନେ ନିଜ ନିଜ ଭାଇମାନଙ୍କ  ହାତରେ ଯେଉଁ  ରାକ୍ଷୀ ବାନ୍ଧନ୍ତି କେତେଜଣ ଭାଇ ତା'ର ମର୍ଯ୍ୟାଦା ରକ୍ଷାରେ ନିଜର ଜୀବନକୁ ବାଜି ଲଗାଇ ଆଗଭର  ହୁଅନ୍ତି ? ତେବେ ପାରମ୍ପରିକ ରୀତିରେ ପ୍ରତି ବର୍ଷ ଭଉଣୀମାନଙ୍କଠାରୁ ରକ୍ଷାସୂତ୍ର ଗ୍ରହଣ କରିବା ସେହି ଭାଇମାନଙ୍କ ପାଇଁ ଏକ ଆତ୍ମ ପ୍ରବନା ନୁହେଁ କି ? ଏଥିରୁ ପ୍ରତୀତ ହୁଏ ଯେ ରକ୍ଷା ବନ୍ଧନର ପ୍ରକୃତ ଉଦ୍ଧେଶ୍ୟ ଅନ୍ୟ କିଛି ।  ଯେତେବି ଶକ୍ତିଶାଳୀ ବା ବିଶାଳୀ ହେଉନା କାହିଁକି କୌଣସି ବ୍ୟକ୍ତି ସର୍ବ ସମର୍ଥ ବା ସର୍ବ ଶକ୍ତିମାନ ହେବା ସମ୍ଭବ ନୁହେଁ । କାରଣ ମନୁଷ୍ୟ ସ୍ୱୟଂ କାଳର ଅଧୀନ । ""ମର୍୍ୟ ମଣ୍ଡଳେ ଦେହ ଧରି । ଦେବତା ହେଲେହେଁ ମରଇ ।'' ବର୍ମାନ ପରିବେଶରେ ଯେ କୌଣସି ସଂବେଦନ ଓ ଚିନ୍ତାଶୀଳ ଭାଇ ଯେତେବେଳେ ତାର ଅତି ଅଳିଅଳ ଭଉଣୀ ହାତରୁ ରାକ୍ଷୀ ବାନ୍ଧେ ସେତେବେଳେ ଲଜ୍ଜାରେ ତା'ର ମସ୍ତକ ଅବନତ ହୋଇଯାଏ କାରଣ ସେ ଜାଣେ ଯେ ଏହି ପବିତ୍ର ସୂତ୍ରର ମର୍ଯ୍ୟାଦା ରକ୍ଷା କରିବାକୁ ସେ ଅସମର୍ଥ । ତେବେ ଏହି ରକ୍ଷା ବନ୍ଧନ ପ୍ରସଙ୍ଗ ଅନ୍ତରାଳରେ ଏପରି କୌଣସି ତଥ୍ୟ ଅଛି ଯାହାର ରହସ୍ୟ  ଉନ୍ମୋଚନ ହେଲେ ଜନ-ମାନସରେ ଶ୍ରଦ୍ଧା ଓ ଆତ୍ମବିଶ୍ୱାସର ଉନ୍ମେଷ ହେବ ।

"ରକ୍ଷା' ସହିତ "ବନ୍ଧନ' ଶବ୍ଦ  କାହିକିଁ ?

ବର୍ମାନ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ସାମ୍ପ୍ରତିକ ପରିସ୍ଥିତିରେ ରକ୍ଷାବନ୍ଧନ କେତେ ପ୍ରାସଙ୍ଗିକ ? ମନୁଷ୍ୟ ସ୍ୱଭାବତଃ ସ୍ୱତନ୍ତ୍ରତା ପ୍ରିୟ । ତେଣୁ ଯେଉଁଠି ସେ ବନ୍ଧନର ଅନୁଭବ କରେ ସେଇଠି ସେ ମୁକ୍ତ  ହେବାକୁ ଚାହେଁ । କିନ୍ତୁ ରକ୍ଷା ବନ୍ଧନକୁ ଏକ ଉତ୍ସବ ହିସାବରେ ଲୋକେ ହର୍ଷ ଉଲ୍ଳାସ ସହିତ ପାଳନ କରନ୍ତି । ଏହି ବନ୍ଧନରେ ଏପରି  ଆନନ୍ଦ ଉତ୍ସାହ କାହିଁକି ? ବନ୍ଧନ ଶବ୍ଦ ସାଧାରଣତଃ ଦୁଃଖକାରକ ଅର୍ଥରେ ବ୍ୟବହାର ହୁଏ । ବ୍ୟକ୍ତି, ବସ୍ତୁ,ବୈଭବ,ପରିସ୍ଥିତି ଆଦି ସାଂସାରିକ ବନ୍ଧନକୁ ସମସ୍ତ ଦୁଃଖର ଦୁଃଖର କାରଣ ବୋଲି ପୌରାଣିକ ଗ୍ରନ୍ଥମାନଙ୍କରେ ବର୍ଣ୍ଣିତ ହୋଇଛି । ବନ୍ଧନର ଦୁଇଟି ପକ୍ଷ ଅଛି । ଗୋଟିଏ ପକ୍ଷ ଦୁଃଖକାରକ ଓ ଅନ୍ୟଟି ହେଉଛି ସୁଖକାରକ । ଗୋଟିଏ ହେଉଛି ଆସୁରିକ ଉଶୃଙ୍ଖଳତାର ବନ୍ଧନ ଓ ଅନ୍ୟଟି ଈଶ୍ୱରୀୟ ମର୍ଯ୍ୟାଦାରୂପୀ ବନ୍ଧନ । ବ୍ୟକ୍ତି ଏ ଉଭୟ ବନ୍ଧନରେ କର୍ମ କରି ଭଲ ବା ମନ୍ଦ ଫଳ ପାଏ । ଈଶ୍ୱରୀୟ ବନ୍ଧନ ଘୋଡାର ଲଗାମ ପରି ମନୁଷ୍ୟକୁ ମନୋବିକାର ସମୂହର ବଶୀଭୂତ ହେବାକୁ ନ ଦେଇ ତାକୁ ଦୈବୀ ସ୍ୱରାଜ୍ୟର ଅଧିକାରୀ କରାଏ । ଏହା ମନୁଷ୍ୟକୁ ଦିବ୍ୟ ମର୍ଯ୍ୟଦା ରୂପକ ଲକ୍ଷ୍ମଣ ରେଖା ମଧ୍ୟରେ ରହିବାକୁ ପ୍ରେରିତ କରେ । ଏଥିେରେ  ଅନନ୍ତ ସୁଖ,ଶାନ୍ତି, ଆନନ୍ଦ,ପ୍ରେମ,ଶକ୍ତି ଓ ପବିତ୍ରତା ସନ୍ନିହିତ । ଅନ୍ୟପକ୍ଷରେ ଆସୁରିକ ବନ୍ଧନ ମନୁଷ୍ୟର ସର୍ବନାଶ କରାଏ । ଏହି ବନ୍ଧନଯୁକ୍ତ ମଣିଷ ଦୁଷ୍ପ୍ରବୃି ବା ଆସୁରିକ ସଂସ୍କାରର ବଶୀଭୂତ ହୋଇ ଅକଥନୀୟ ଦୁଃଖ, ଅଶାନ୍ତି, କଳହ,କ୍ଳେଶ, ରାଗଦ୍ୱେଷ ଆଦି ନାନା ପ୍ରକାର ମନୋବିକାର ଦ୍ୱାରା ପୀଡିତ ହୁଏ । କିନ୍ତୁ ମୂଳତଃ ମାନବ ଏକ ଶାନ୍ତିୟ୍ରିୟ ପ୍ରାଣୀ   । କେହି ଦୁଃଖ, ଅଶାନ୍ତି, କଳହ କ୍ଳେଶ ଚାହାନ୍ତି ନାହିଁ । ଅନ୍ୟ ଅର୍ଥରେ ସମସ୍ତେ ଈଶ୍ୱରୀୟ ବନ୍ଧନକୁହିଁ ଅଙ୍ଗୀକାର କରନ୍ତି । ଏହିପରି ଏହି ରକ୍ଷାବନ୍ଧନ ମଧ୍ୟ ଏକ ଈଶ୍ୱରୀୟ ବନ୍ଧନହିଁ ଥିଲା   । କାଳକ୍ରମେ ମଣିଷ ଏହାର ଆଧ୍ୟାତ୍ମିକ ସ୍ୱରୂପକୁ  ବିସ୍ମୃତ ହୋଇଗଲା । ବର୍ମାନ ସର୍ବତ୍ର ଏହାକୁ କେବଳ ଭୌତିକ ସ୍ୱରୂପରେ ପାଳନ କରାଯାଉଥିବାରୁ ଏହି ମହାନ କ୍ରାନ୍ତିକାରୀ ପର୍ବଟି ପରମ୍ପରାର ସଙ୍କୁଚିତ ଗଣ୍ଡି ମଧ୍ୟରେ ସୀମିତ ରହି ନିଷ୍କ୍ରିୟ ହୋଇ ପଡିଛି । ରାକ୍ଷୀର ପରମ ପବିତ୍ର ବନ୍ଧନ ମନୁଷ୍ୟକୁ ଦୁର୍ଜେୟ ମନୋବିକାରର ଲୌହ ଶୃଙ୍ଖଳରୁ ମୁକ୍ତ କରେ । ତେଣୁ ଏହି ବନ୍ଧନ ପରାଧିନତା ନୁହେଁ , ସ୍ୱାଧୀନତା ଅଟେ । । କାରଣ ଏହା ଈଶ୍ୱରୀୟ ମର୍ଯ୍ୟାଦା ପ୍ରମାଣ ସମସ୍ତ ମାନବ ସମାଜକୁ କଲ୍ୟାଣକାରୀ ସୂତ୍ରରେ ବାନ୍ଧିବାର ପ୍ରତୀକ ସ୍ୱରୂପ  ଅଟେ । କିନ୍ତୁ ଏହା ବିଡମ୍ବନା ଯେ ରାକ୍ଷୀର  ଏହି ଲାଭପ୍ରଦ ରହସ୍ୟକୁ  ନ ବୁଝି ବର୍ମାନ ମାନବ ଏହାକୁ କେବଳ ଏକ ଧାର୍ମିକ ବା ସାମାଜିକ ପ୍ରଥା ମାନି ପାଳନ କରୁଛି ।

ରକ୍ଷା ବନ୍ଧନର ପୌରାଣିକ ଓ ଐତିହାସିକ ପୃଷ୍ଠଭୂମି :

             ରାକ୍ଷୀପର୍ବ ପାଳନ ପ୍ରଚ୍ଛଦରେ କେତେକ ପୌରାଣିକ କିମ୍ବଦନ୍ତୀ ଦେଖିବାକୁ ମିଳେ । ପୌରାଣିକ ଗାଥା  ମଧ୍ୟରେ ଏକ ବୁାନ୍ତ ଉଲ୍ଲେଖ ଅଛି ଯେ ବଳରାମ ଭୂଲୋକରୁ ମହାପ୍ରୟାଣ କରିବା ପୂର୍ବରୁ ମନୁଷ୍ୟମାନଙ୍କ ରକ୍ଷା ପାଇଁ ଏକ ସୂତ୍ର ପ୍ରଦାନ କରିଥିଲେ । କାଳାନ୍ତରରେ  ଏହି ପ୍ରଥାର ପ୍ରଚଳନ ରକ୍ଷାବନ୍ଧନ ନାମରେ ବିଖ୍ୟାତ ହେଲା । ଅନ୍ୟ ଏକ କିମ୍ବଦନ୍ତୀ  ଅନୁସାରେ ସ୍ୱର୍ଗାଧିପତି ଇନ୍ଦ୍ରଙ୍କ ଉପରେ ଯେତେବେଳେ ବୃାସୁର ଆକ୍ରମଣ କଲା ସେତେବେଳେ ଇନ୍ଦ୍ରାଣୀ ତାଙ୍କୁ ବଳରାମଙ୍କ ପ୍ରଦ ସେହି ରକ୍ଷା ସୂତ୍ର ବାନ୍ଧିଥିଲେ ଏବଂ ତଦ୍ୱାରା ଇନ୍ଦ୍ର ବିଜୟ ଲାଭ କରିଥିଲେ । ପୌରାଣିକ ଶାସ୍ତ୍ରରେ ଏକ ପ୍ରସଙ୍ଗରେ ଉଲ୍ଲେଖ ଅଛି ଯେ ଯମ ନିଜ ଭଉଣୀ ଯମୁନା ହାତରୁ ରାକ୍ଷୀ ବାନ୍ଧିବା ବେଳେ ଏକଥା କହିଥିଲେ ଯେ ଏହି ପବିତ୍ର ବନ୍ଧନରେ ବାନ୍ଧିହେବା ବ୍ୟକ୍ତିଙ୍କୁ ମୃତୁ୍ୟ ଭୟରୁ ମୁକ୍ତି ମିଳିବ ।
ଆଜକୁ ପ୍ରାୟ ୨୫୦୦ ବର୍ଷଠାରୁ ଏହି ପ୍ରଥାର ବହୁଳ ପ୍ରଚଳନ ହୋଇଥିବା ବିଶ୍ୱାସ କରାଯାଏ । ଯେତେବେଳେ କୌଣସି ରାଜା ଉପରେ ଅନ୍ୟ ବଳିଷ୍ଠ ରାଜା ଆକ୍ରମଣ କରୁଥିଲେ ସେତେେଳେ ପରାଜିତ ରାଜାଙ୍କ ରାଣୀ  ବିଜୟୀ ରାଜା ବା ଅନ୍ୟ କୌଣସି ସମର୍ଥ ରାଜାଙ୍କୁ ଏହି ରକ୍ଷା ସୂତ୍ର ପ୍ରେରଣ କରି ଆତ୍ମରକ୍ଷା  ପାଇଁ ପ୍ରାର୍ଥନା କରୁଥିଲେ । ଏହାର ଅନେକ ସୁଫଳ ମିଳିଥିବା ଇତିହାସରୁ ଜଣା ପଡେ । ଅନେକ  ସ୍ତ୍ରୀଙ୍କର ସତୀତ୍ୱ ରକ୍ଷା ହୋଇଥିଲା ,ଅନେକେ ନିଜ ରାଜ୍ୟ ଫେରି ପାଇଥିଲେ ।ଏଥିପାଇଁ ଜନ ସାଧାରଣ ମଧ୍ୟରେ ଏହି ପ୍ରଥା ଉପରେ ଆସ୍ଥା ଦୃଢ଼ୀଭୂତ ହେବାକୁ ଲାଗିଲା ।
           ଅଖିଳ ବିଶ୍ୱରେ ଭାଇ ଭଉଣୀର ପବିତ୍ରତମ ସ୍ନେହ ଅନ୍ୟ କୌଣସି ସମ୍ବନ୍ଧରେ ହେବା ଅସମ୍ଭବ । ସେଥିପାଇଁ ସେହି ସ୍ନେହମୟ ସମ୍ବନ୍ଧକୁ ଆପଣେଇ ନେଇ ଭାଇ ଭଉଣୀର ସମ୍ମାନ ରକ୍ଷା ଲାଗି ନିଜ ଜୀବନ ପର୍ଯ୍ୟନ୍ତ ବାଜି ଲଗାଇ ଦେବାକୁ ପଶ୍ଚାପଦ ହୁଏ ନାହିଁ । ଏହି ପରମ ପବିତ୍ର ଭାବନାର ପ୍ରତିଫଳ ହେତୁ ରାକ୍ଷୀ ପର୍ବର ମର୍ଯ୍ୟାଦକୁ କାଳର କରାଳ ଗତି ମଧ୍ୟ କ୍ଷୁର୍ଣ୍ଣ କରିପାରି ନାହିଁ ; ବରଂ ଏହା ସମୟ ପ୍ରବାହରେ କ୍ରମେ କ୍ରମେ ପ୍ରଗତି ପଥରେ ଆଗେଇ ଚାଲିଛି ।

ରାକ୍ଷୀ ସହିତ ରକ୍ଷା ପ୍ରସଙ୍ଗ ଯୁକ୍ତିସଙ୍ଗତ ନୁହେଁ:

          ରାକ୍ଷୀ ପର୍ବ ଭାଇ ଭଉଣୀ ମଧ୍ୟରେ ଥିବା ଆତ୍ମୀୟତା, ସହାନୁଭୁତି ଏବଂ ସ୍ନେହର ଏକ ଅଦ୍ୱିତୀୟ ଶୃଙ୍ଖଳା ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ, ରାକ୍ଷୀ ସହିତ ଯେଉଁ ରକ୍ଷା ପ୍ରସଙ୍ଗ ଜଡିତ ହୋଇ ରହିଛି ତାହା ଯୁକ୍ତି ସଙ୍ଗତ ମନେ ହେଉ ନାହିଁ । ନିଜଠାରୁ ଅତି ଛୋଟ ଭାଇକୁ ଭଉଣୀ କୋଳରେ ବସାଇ ଯେତେବେଳେ ରାକ୍ଷୀ ବାନ୍ଧେ ସେତେବେଳେ ସେ ତା'ଠାରୁ ରକ୍ଷାର କାମନା କରିବା ଅଯୌକ୍ତିକ ମନେହୁଏ । ଅନ୍ୟ ପକ୍ଷରେ ନିଜଠାରୁ ବୟସରେ ବଡ ହୋଇଥିଲେ ମଧ୍ୟ ଭାଇ ଯଦି ଦୁର୍ବଳ, ଶାରୀରିକ ଦୃଷ୍ଟିରୁ ଅକ୍ଷମ ବା ବିକଳାଙ୍ଗ ହୋଇଥାଏ ତେବେ ସେ କିପରି ଭଉଣୀର ରକ୍ଷା କରିବାକୁ ସମର୍ଥ ହେବ ? ଯେଉଁ ଭଉଣୀ ବିବାହ ପରେ ଶାଶୁ ଘରକୁ ଚାଲିଯାଏ ତାକୁ ସୁଦୂର ପିତ୍ରାଳୟରେ ଥିବା ଭାଇ ଆପଦ ବିପଦରେ କିପରି ତାର ରକ୍ଷକ ହୋଇ ପାରିବ ? ଯଦି ଏହା ସମ୍ଭବ  ହେଉଥାନ୍ତା ତେବେ ଆଜି ନିତି ଦିନ ଯେଉଁ ବଧୂ ହତ୍ୟା, ବଧୂ ନିର୍ଯ୍ୟାତନା, ନାରୀ ଧର୍ଷଣ  ଆଦି ଘଟଣା ଘଟୁଛି ତାହା ହୁଅନ୍ତା ନାହିଁ ।ଯଦି କେବଳ ଭଉଣୀର ରକ୍ଷାହିଁ ରାକ୍ଷୀ ପର୍ବର ଉଦ୍ଧେଶ୍ୟ ତେବେ ଦୁର୍ବଳ,ଅସମର୍ଥ ବା  କନିଷ୍ଠ ଭାଇମାନଙ୍କୁ ରାକ୍ଷୀ ବାନ୍ଧିବାର କୌଣସି ଯଥାର୍ଥତା ନାହିଁ । ଏଥିରୁ ମନେ ହୁଏ ଯେ ରକ୍ଷା ବନ୍ଧନ ପର୍ବ ପ୍ରଚ୍ଛଦରେ ଅନ୍ୟ କୌଣସି ରହସ୍ୟ ଲୁକ୍କାୟିତ । ଏହି ରହସ୍ୟର ଉନ୍ମୋଚନ ବିନା ରାକ୍ଷୀ ପର୍ବ ତାର ଉଦ୍ଧେଶ୍ୟ ସାଧନ କରି ପାରିବ ନାହିଁ ।
            ଆଜିର ବିଶ୍ୱ ପରିଦୃଶ୍ୟରେ ଦେଖିଲେ ସ୍ତ୍ରୀ ପୁରୁଷ ସମସ୍ତେ ଅସୁରକ୍ଷିତ ଜୀବନ ଯାପନ କରୁଛନ୍ତି । ତେଣୁ କେବଳ ଭଉଣୀର ସୁରକ୍ଷାର ଦ୍ୟୋତକ ହିସାବରେ ରକ୍ଷାବନ୍ଧନ ଉତ୍ସବକୁ ସୀମିତ କରିଦେବା ଉଚିତ ହେବ  ନାହିଁ । ଏହା କୌଣସି ଏକ ଭୀଷଣ ଆତଙ୍କରୁ ସମଗ୍ର ମାନବ ସମାଜକୁ ରକ୍ଷା କରିବାର ଈଶ୍ୱରୀୟ କାର୍ଯ୍ୟକ୍ରମର ସ୍ମରଣୋତ୍ସବ ଅଟେ । ମନୁଷ୍ୟ ଯେତେବେଳେ ମନୋବିକାର ଦ୍ୱାରା ସମ୍ପୁର୍ଣ୍ଣ କବଳିତ  ହୋଇଯାଏ ସେତେବେଳେ ବିଶ୍ୱରେ ସର୍ବତ୍ର ଆତଙ୍କ ଖେଳିଯାଏ । ମନୋବିକାରହିଁ ହତ୍ୟା, ଲୁଣ୍ଠନ, ହିଂସା, ଧର୍ଷଣ ଆଦି ଆତଙ୍କବାଦୀ କାର୍ଯ୍ୟ କରେ । ଯେଉଁଠି ସମସ୍ତ ମାନବ ସମାଜ ସେହି ଏକ ରୋଗରେ ପୀଡିତ ସେଇଠି କିଏ କାହାକୁ ସୁରକ୍ଷା ଦେବ ?

ରକ୍ଷା ବନ୍ଧନରେ ଆଧ୍ୟାତ୍ମିକ ସ୍ୱରୂପ 

            ଏକଥା ସର୍ବଜନବିଦିିତ ଯେ ଭାରତୀୟ ସଂସ୍କୃତି ଆଧ୍ୟାତ୍ମ୍ୟ ପ୍ରଧାନ । କିନ୍ତୁ ବର୍ମାନ ଆଧ୍ୟାତ୍ମିକତାର ହ୍ରାସ ଏବଂ କର୍ମକାଣ୍ଡର ପ୍ରାଧାନ୍ୟତା ହେତୁ ସାଂପ୍ରଦାୟିକତାର ଚାରିକାନ୍ଥ ମଧ୍ୟରେ ଧର୍ମ ହୋଇଛି ଶୃଙ୍ଖଳିତ ଓ ସଙ୍କୁଚିତ । ବର୍ମାନ ଭାରତର ଗୌରବମୟୀ ସେହି ପ୍ରାଚୀନ ଲୁପ୍ତ ସଂସ୍କୃତିର ପୁନରୁାନ କରିବାର ଆବଶ୍ୟକତା ଦେଖାଯାଏ । କାରଣ ଧର୍ମଗ୍ଳାନି କାରଣରୁ ଯେତେବେଳେ ଏ ସୃଷ୍ଟିରେ ଆସୁରିକ ପ୍ରବୃିଗୁଡିକର ଆଧିପତ୍ୟ   ଚରମ ସୀମାରେ ପହେ ସେତେବେଳେ ମଣିଷ କାମ, କ୍ରୋଧ, ଲୋଭ,ମୋହ, ଅହଙ୍କାର, ଈର୍ଷ୍ୟା, ଦ୍ୱେଷାଦି ଦ୍ୱାରା ପୀଡିତ ହୋଇ ଅସହାୟ ଭାବରେ ପରମାତ୍ମାଙ୍କୁ ପ୍ରାର୍ଥନା କରେ । ""ହେ ପତିତ ପାବନ ! କେଉଁଠି ଅଛ,  ଆସ, ଆମର ସମସ୍ତ  ଦୁଃଖ ନିବାରଣ କର ।'' ଆଜି ମାନବ ସମାଜ ସଂସାରର ସେହି ସନ୍ଧିକ୍ଷଣରେ ଉପସ୍ଥିତ ଏଥିରେ କୌଣସି ସନ୍ଦେହ ନାହିଁ ।
ମଣିଷର ଦୟନୀୟ ଓ ଅସହାୟ ଅବସ୍ଥା ଦେଖି ସର୍ବାତ୍ମାଙ୍କ ପିତା ପତିିତପାବନ  ପରମାତ୍ମା ମାନବ ସମାଜକୁ ଆସୁରିକ ବନ୍ଧନରୁ ମୁକ୍ତ କରାଇବାକୁ ଈଶ୍ୱରୀୟ ମର୍ଯ୍ୟାଦା ରୂପକ ରକ୍ଷାସୂତ୍ର(ରକ୍ଷାର ଉପାୟ) ପ୍ରଦାନ କରିବା ପାଇଁ ସୃଷ୍ଟିରେ ଅବତରଣ କରନ୍ତି । ରାକ୍ଷୀ ଏହି ପବିତ୍ରତମ ରକ୍ଷାର ପ୍ରତୀକ । ପରମାତ୍ମା ସର୍ବଶକ୍ତିମାନ ଓ ସର୍ବସମର୍ଥ । ତେଣୁ ସମଗ୍ର ମାନବ ସମାଜରେ ପରିବ୍ୟାପ୍ତ ଆସୁରିକ ସଂସ୍କାରଗୁଡିକୁ ଦୂର କରିବାକୁ ସେ ହିଁ ଏକମାତ୍ର ସକ୍ଷମ । ଏଥିପାଇଁ ମନୁଷ୍ୟ ତାଙ୍କୁ ଦୁଃଖ ହର୍ା,ସୁଖଦାତା ପତିତପାବନ ଇତ୍ୟାଦି ସମ୍ବୋଧନ  ପୂର୍ବକ ପ୍ରାର୍ଥନା କରେ ଧର୍ମ ଗ୍ଳାନି ହେଲେ ପରମାତ୍ମା ଧର୍ମ ସଂସ୍ଥାପନା ପାଇଁ ସୃଷ୍ଟିରେ ଅବତରଣ  କରୁଥିବା କଥା ଗୀତାରେ ସେ ସ୍ୱୟଂ ସ୍ୱୀକାର କରିଛନ୍ତି । ""ଯଦା ଯଦାହିଁ ଧର୍ମସ୍ୟ......ା'' ମନୁଷ୍ୟର ବିଷୟ ବିକାର ଜନିତ ପାପ ହରଣ କରିବା ପାଇଁ ପରମାତ୍ମାଙ୍କ ବ୍ୟତୀତ ଆଉ କିଏ ବା ସମର୍ଥ ହୋଇପାରିବ ? ତେଣୁ ବିଷୟ ବିଷ କବଳିତ ମନୁଷ୍ୟ ତାଙ୍କୁ କାତର ଭାବରେ  ଆହ୍ୱାନ କରେ ।""ବିଷୟ ବିକାର ମିଟାଓ, ପାପ ହରୋ ଦେବା.....ା'' ମନୁଷ୍ୟର ବିଷୟ ବିକାର ରୂପକ ବିଷକୁ ହରଣ କରିବା ପାଇଁ ପରମାତ୍ମା ସୃଷ୍ଟିରେ  ଅବତରଣ କରୁଥିବାରୁ ସେହି ସ୍ମୃତିରେ ପାଳିତ ଏହି ରକ୍ଷାବନ୍ଧନ ପର୍ବକୁ""ବିଷ ତୋଡକ ପର୍ବ''ବା""ପୁଣ୍ୟ ପ୍ରଦାୟକ ପର୍ବ''ବୋଲି ମଧ୍ୟ କୁହାଯାଏ ।
ରକ୍ଷାବନ୍ଧନ ଅବସରରେ ଯେଉଁ  ଲୌକିକ ରୀତି ନୀତିର ଅନୁସରଣ କରାଯାଏ ସେହି  ସବୁ କ୍ରିୟାର ଆଧ୍ୟାତ୍ମିକ ଅର୍ଥ ପ୍ରଜାପିତା ବ୍ରହ୍ମାଙ୍କ ମୁଖ କମଳରେ ପରମାତ୍ମା ସ୍ପଷ୍ଟ କରିଛନ୍ତି । ରାକ୍ଷୀର ମଝି ଅଂଶକୁ ମୌଳି କୁହାଯାଏ । ଏହା ହେଉଛି ପରମାତ୍ମାଙ୍କ ପ୍ରତୀକ ଏବଂ ଉଭୟ ପଟେ ଯେଉଁ ଦୁଇଟି ସୂତା ବାହାରି ଥାଏ ତାହା ଜ୍ଞାନ ଓ ଯୋଗର ଦ୍ୟୋତକ । ପରମାତ୍ମାଙ୍କୁ ଜାଣିବା ପାଇଁ ଜ୍ଞାନ ଆବଶ୍ୟକ । ଜ୍ଞାନ ଜେ୍ଞୟଂ । ଯୋଗ ଦ୍ୱାରା ତାଙ୍କୁ  ଅନୁଭବ କରି ହୁଏ । ତାଙ୍କ ସହିତ ଆଳାପ ଆଲୋଚନା କରି ହୁଏ । ଜୀବନର ସନ୍ଧି କ୍ଷଣମାନଙ୍କରେ ତାଙ୍କର ମାର୍ଗଦର୍ଶନ ପ୍ରାପ୍ତ କରିହୁଏ । ଏହି ସୂତ୍ର ଦ୍ୱୟହିଁ ପରମାତ୍ମାଙ୍କ ସହ ସ୍ନେହ ବନ୍ଧନରେ ଆବଦ୍ଧ କରେ  । ଏପରି ବ୍ୟକ୍ତିର ରକ୍ଷାର ଭାର ସ୍ୱୟଂ ପରମାତ୍ମା ବହନ କରନ୍ତି  । ରକ୍ଷାସୂତ୍ର ବାନ୍ଧିବା ବେଳେ ଭଉଣୀ ଭାଇର କପାଳରେ ଯେଉଁ ତିଳକ ଲଗାଏ ତାହା ଆତ୍ମ ସ୍ମୃତିର ଦ୍ୟୋତକ । ଏହା ମଣିଷକୁ ସ୍ମରଣ କରାଇ ଦିଏ ଯେ ସେ ସ୍ୱୟଂ ଶରୀର ନୁହେଁ , ଏକ ଚୈତନ୍ୟ ସା ଆତ୍ମା ଅଟେ । ଆତ୍ମିକ ସ୍ମୃତି ବିନା ପରମାତ୍ମାନୁଭୁତି ସମ୍ଭବ ନୁହେଁ । ଲୌକିକ ରୀତି ଅନୁସାରେ ରାକ୍ଷୀ ବାନ୍ଧି ସାରିବା ପରେ ଭାଇ ଭଉଣୀକୁ କିଛି ଉପହାର ଦିଏ । ପରମାତ୍ମାଙ୍କ ତରଫରୁ ବ୍ରହ୍ମାକୁମାରୀ ଭଉଣୀମାନେ ଯେଉଁ ଈଶ୍ୱରୀୟ ରାକ୍ଷୀ ବାନ୍ଧନ୍ତି ଉପହାର ସ୍ୱରୂପ ସେମାନେ ସ୍ଥୂଳ ଧନ ବା ପଦାର୍ଥ ବଦଳରେ ବ୍ୟକ୍ତି ମଧ୍ୟରେ ଥିବା ବିକାର ସମୂହକୁ ପରମାତ୍ମାଙ୍କୁ ସମର୍ପଣ କରିବା ପାଇଁ ଅଳି କରନ୍ତ୍ି । ଦେହ ଅଭିମାନରୁ ବିକାର ସମୂହ ଉପôନ୍ନ ହୁଅନ୍ତି । ଏଗୁଡିକ ତ୍ୟାଗ ବିନା ଆତ୍ମିକ ସ୍ମୃତି ଜାଗ୍ରତ ହୁଏ ନାହିଁ । ତା'ପରେ ଆସେ ମୁହଁ ମିଠା କରିବାର ସମୟ । ଆଧ୍ୟାତ୍ମିକ ଅର୍ଥରେ ଏହା ମଧୁର ସମ୍ଭାଷଣକୁ ବୁଝାଏ । ମଧୁର ତଥା ବିନୟପୂର୍ଣ୍ଣ ବଚନ ଦ୍ୱାରା ଦସୁ୍ୟ ହୃଦୟରେ ମଧ୍ୟ ଦେବତ୍ୱର ସାର କରାଯାଇପାରେ । ଜୟପ୍ରକାଶ ନାରାୟଣ  କେବଳ ସ୍ନେହ ପୂର୍ଣ୍ଣ ମଧୁର କଥା ଦ୍ୱାରାହିଁ ଅନେକ ଦୁର୍ଦ୍ଧାନ୍ତ ଦସ୍ୟୁମାନଙ୍କୁ ଦସୁ୍ୟ ବୃି ତ୍ୟାଗ କରିବା ପାଇଁ ପ୍ରବର୍ାଇ ପାରିଥିଲେ  । ବ୍ରହ୍ମାକୁମାରୀ ଭଉଣୀମାନଙ୍କ ସ୍ନେହପୂର୍ଣ୍ଣ ବଚନହିଁ ତିହାର ଜେଲରେ  ଆଜୀବନ ଜେଲଦଣ୍ଡ ଭୋଗ କରୁଥିବା ଚମ୍ବଲର  ଆତଙ୍କବାଦୀ ଦସୁ୍ୟ ସମ୍ରାଟ ପମ ସିଂକୁ ରାଜଯୋଗୀରେ ପରିଣତ କରାଇଦେଲା  ଯାହାଦ୍ୱାରା ସରକାର ମଧ୍ୟ ତାକୁ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ କାରାଦଣ୍ଡରୁ ମୁକ୍ତ୍ କରି ଦେଇଥିଲେ । ଏହିପରି ରାକ୍ଷୀର ଆଧ୍ୟାତ୍ମିକ ସ୍ୱରୂପକୁ ଯଥାର୍ଥ ଭାବରେ ବୁଝିଦୈନନ୍ଦିନ ଜୀବନରେ ଏହିପରି ଭାବରେ ଈଶ୍ୱରୀୟ ରକ୍ଷା ସୂତ୍ର(ଉପାୟ)କୁ ଅଙ୍ଗୀକାର କଲେ ତାହାହିଁ ବ୍ୟକ୍ତିକୁ ରକ୍ଷା କରିବ ।  ଧମଂ ରକ୍ଷତି ଧାର୍ମିକଂ ।

ଈଶ୍ୱରୀୟ ରକ୍ଷା ବନ୍ଧନ

        ଆପଣ ଜାଣି ଖୁସି ହେବେ ଯେ ବର୍ମାନ ପରମ ପିତା ପରମାତ୍ମା "ଶିବ'ପ୍ରଜାପିତା ବ୍ରହ୍ମାଙ୍କ ସାକାର ରୂପ ମାଧ୍ୟମରେ ଏ ସୃଷ୍ଟିରେ  ଅବତରଣ କରି ଈଶ୍ୱରୀୟ ମର୍ଯ୍ୟାଦାର ରକ୍ଷା ସୂତ୍ର (ରକ୍ଷା ଉପାୟ) ପ୍ରଦାନ କରୁଛନ୍ତି ।  ଜାତି,  ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତ ମାନବାତ୍ମାମାନଙ୍କ ପାଇଁ ତାଙ୍କର  ସନ୍ଦେଶ ହେଲା - "" ହେ ମୋର ପ୍ରିୟ ସନ୍ତାନଗଣ ! ପବିତ୍ର ହୁଅ । ରାଜଯୋଗୀ  ହୁଅ । ଦେହ ସହିତ ସମସ୍ତ ଦୈହିକ ସମ୍ବନ୍ଧଗୁଡିକ ଭୁଲି ନିଜକୁ ଆତ୍ମା ମନେ କର ଓ କେବଳ ମୋତେ ଏକ ପରମାତ୍ମାଙ୍କୁ ନିରନ୍ତର ସ୍ମରଣ କର ।''ଏହି ସନ୍ଦେଶ ସହ ପ୍ରଜାପିତାବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟର ପ୍ରତ୍ୟେକ ସେବା କେନ୍ଦ୍ରର ପରିଚାଳନାରେ ଥିବା ବ୍ରହ୍ମାକୁମାରୀ ଭଉଣୀମାନେ ନିଜ ନିଜ ଅଳର ଜନସାଧାରଣ ତଥା ରାଜନୈତିକ, ସାମାଜିକ , ଧାର୍ମିକ, ପ୍ରଶାସନିକ କର୍ମକର୍ା  ଆଦିଙ୍କୁ ଈଶ୍ୱରୀୟ ରାକ୍ଷୀ ବାନ୍ଧିବା ସହ ପବିତ୍ରତା ମନ୍ତ୍ରରେ ଦୀକ୍ଷିତ କରାଇଥାନ୍ତି । ଓମ୍ ଶାନ୍ତି  ।  କ୍ସକ୍ସକ୍ସ

ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ 
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର)
ମୋବାଇଲ - ୯୪୩୭୨୧୦୨୯୬


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର