ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ଶ୍ରୀମଦ୍ଭଗବତ୍ ସୁଧାଂଶୁ ଶେଖର ମିଶ୍ର ଶ୍ରୀମଦ୍ଭଗବତ୍ ଗୀତା
ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ
ଦ୍ୱିତୀୟ ଅଧ୍ୟାୟ
ଶ୍ରୀମଦ୍ ଭଗବତ୍ ଗୀତାର ଯଥାର୍ଥ ସ୍ୱରୂପ
ଶ୍ରୀମଦ୍ଭଗବତ୍ ଗୀତା ସ୍ୱୟଂ ପରମାତ୍ମାଙ୍କ ମୁଖନିଃସୃତ ବାଣୀ ବୋଲି ସର୍ବଜନ ସ୍ବୀକୃତି । ମାନବ ସୃଷ୍ଟିର ଏକ ବିଶେଷ ସନ୍ଧିକ୍ଷଣରେ ବା ଘୋର ଧର୍ମ ସଂକଟ କାଳରେ ପରମାତ୍ମା ଧରାପୃଷ୍ଠରେ ଅବତରଣ କରି ଧର୍ମଭ୍ରଷ୍ଟ ମାନବ ସମାଜକୁ ସୁଖ, ଶାନ୍ତି, ପବିତ୍ରତା ଓ ସମୃଦ୍ଧିରେ ପରିପୁର୍ଣ୍ଣ ସତ୍ୟଯୁଗୀୟ ସ୍ୱର୍ଗୀୟ ସାମ୍ରାଜ୍ୟ ସ୍ଥାପନା ପାଇଁ ଲୁପ୍ତ ପ୍ରାୟ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗର ବ୍ୟାଖ୍ୟା କରନ୍ତି । ସକାଳେନେହ ମହତା ଯୋଗୋ ନଷ୍ଟଃ ପରନ୍ତପ ।ା୪/୨ାା ଏହି ଜ୍ଞାନ ଓ ଯୋଗର ଅନୁସରଣ ଦ୍ୱାରା ମାନବାତ୍ମାଗଣ ବିଷୟ ବିକାରରୁ ମୁକ୍ତ ହୋଇ ଦିବ୍ୟ ଜୀବନ ଯାପନ କରନ୍ତି । ଏହିପରି କଳିଯୁଗୀୟ ସଂସ୍କାରର ପରିବର୍ନ ହୁଏ ଓ ମହାବିନାଶ ପରେ ସେହି ଦିବ୍ୟ ମାନବାତ୍ମାଗଣଙ୍କୁ ନେଇ ସତ୍ୟ ଯୁଗର ପ୍ରାରମ୍ଭ ହୁଏ । କଳ୍ପର ପ୍ରଥମାର୍ଦ୍ଧ ସୃଷ୍ଟି ଚକ୍ରର ସ୍ୱର୍ଣ୍ଣିମ ଯୁଗ । ଏହି କାଳାବଧିରେ ଜୀବାତ୍ମା ସୁଖ ଶାନ୍ତି ସମୃଦ୍ଧି ଓ ପବିତ୍ରତାପୂର୍ଣ୍ଣ ଜୀବନ ଯାପନ କରୁଥିବାରୁ ପୂର୍ବ ଜନ୍ମରେ ପରମାତ୍ମାଙ୍କ ଦ୍ୱାରା ପ୍ରାପ୍ତ ଜ୍ଞାନ ଯୋଗକୁ ବିସ୍ମୃତ ହୋଇଯାଏ । ତେଣୁ କୁହାଯାଏ, “ଦୁଃଖ୍ ମେଁ ସିମିରଣ ସବ କରେ ସୁଖମେଁ କରେନା କୋଇ, ଅଗର୍ ସୁଖ୍ମେ ସିମିରଣ୍ କରେ ତୋ ଦୁଃଖ କାହେକୋ ହୋୟ ?” ସୁଖରେ ମଣିଷ ପରମାତ୍ମାଙ୍କୁ ଭୁଲିଯାଏ । ବାରମ୍ବାର ଆବାଗମନ ଚକ୍ରରେ ଆସିବା ଦ୍ୱାରା ତା’ର ପବିତ୍ରତା ଶକ୍ତି କ୍ଷୀଣ ହୋଇଯାଏ ଓ ସେ ଆତ୍ମ ବିସ୍ମୃତ ହୋଇପଡେ । ଦେହ ଅଭିମାନର ବଶବର୍ୀ ହୋଇ ସେ କାମକ୍ରୋଧାଦି ବିକାର ସମୂହରେ ପୀଡିତ ହୋଇ ଅତ୍ୟନ୍ତ ଦୁଃଖୀ ହୋଇ ପଡ଼େ । କେତେକ ମହାତ୍ମା ଏହି ଦୁଃଖର କାରଣ ଓ ନିବାରଣ ପାଇଁ ଚିନ୍ତନ କରନ୍ତି । ସାଧନା ଓ ଏକାଗ୍ରତା ଶକ୍ତି ଦ୍ୱାରା କଳ୍ପାନ୍ତରେ ବା କଳିଯୁଗର ଅନ୍ତିମ କ୍ଷଣରେ ପରମାତ୍ମାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଈଶ୍ୱରୀୟ ଜ୍ଞାନ ଓ ଯୋଗର କିୟଦ୍ଂଶ ସେମାନଙ୍କ ବୁଦ୍ଧିରେ ସ୍ଫୁରଣ ହୁଏ । ଏହାକୁ ସେମାନେ ଭାଷା ଦ୍ୱାରା ଚ୍ଛନ୍ଦୋବଦ୍ଧ କରନ୍ତି । ଏହିପରି ବେଦ, ଉପନିଷଦ, ଦର୍ଶନ ଶାସ୍ତ୍ର ଆଦିର ସୃଷ୍ଟି ହୁଏ । ତେଣୁ ମୁନି ଋଷି ମାନଙ୍କୁ ମନ୍ତ୍ର ଦ୍ରଷ୍ଟା କହନ୍ତି, ସ୍ରଷ୍ଟା ନୁହେଁ । କାରଣ ଏକମାତ୍ର ପରମାତ୍ମାହିଁ ଜ୍ଞାନଦାତା ଅଟନ୍ତି । ଶ୍ରୀମଦ୍ ଭଗବତ ଗୀତା ମଧ୍ୟ ଏହିପରି ପ୍ରଚେଷ୍ଟାର ପରିଣାମ ଅଟେ । କାଳକ୍ରମେ ବିଭିନ୍ନ ସମୟରେ ବିଭିନ୍ନ ଗ୍ରନ୍ଥାକାରଙ୍କ ହସ୍ତକ୍ଷେପ ଫଳରେ ଅନ୍ୟାନ୍ୟ ପୁରାଣ ଶାସ୍ତ୍ର ପରି ଗୀତା ମଧ୍ୟ ତା’ର ଆଦିମ ସ୍ୱରୂପ ହରାଇଲା । ଏହା ଉପରେ ଅନେକ ଗବେଷଣା ହୋଇଛି, ଅନେକ ପ୍ରଶ୍ନ ଉତ୍ଥାପିତ ହୋଇଛି । ଆଲୋଚ୍ୟ ପ୍ରସଙ୍ଗରେ ସେହିଗୁଡିକ ଉପରେ ଆଲୋକପାତ କରାଯିବ ।
ଶ୍ରୀମଦ୍ ଭଗବତ୍ ଗୀତାର ଯଥାର୍ଥ ସ୍ୱରୂପ ଜାଣିବା ପାଇଁ ହେଲେ ଏହି ପ୍ରକରଣର କର୍ା, ସମୟ ତଥା ସ୍ଥାନ ବିଷୟରେ ସଠିକ ତଥ୍ୟ ଜାଣିବା ଏକାନ୍ତ ପ୍ରୟୋଜନ । ପ୍ରଚଳିତ ମାନ୍ୟତା ଅନୁସାରେ ମହାଭାରତ ଯୁଦ୍ଧର ଠିକ୍ ଅବ୍ୟବହିତ ପୁର୍ବରୁ ଗୁରୁଜନ ତଥା ସ୍ୱଜନମାନଙ୍କ ମୃତୁ୍ୟ କଳ୍ପନା କରି ଅର୍ଜୁନ ବିଷାଦଗ୍ରସ୍ତ ହୋଇ ପଡିଲେ । ତାଙ୍କର ସମସ୍ତ ପୂର୍ବାଗ୍ରହ ଦୂରକରି ତାଙ୍କୁ ନଷ୍ଟମୋହା, ସ୍ମୃତିଲବ୍ଧା ଓ ସନ୍ଦେହ ରହିତ ହୋଇ ପୁନଶ୍ଚ ଯୁଦ୍ଧରେ ପ୍ରବୃ କରାଇବା ପାଇଁ ଭଗବାନ ଗୀତାଜ୍ଞାନ ଶୁଣାଇଥିଲେ । ତେଣୁ ସାଧାରଣ ଲୋକେ ମହାଭାରତ ଯୁଦ୍ଧ ଓ ଗୀତା ପ୍ରକରଣକୁ ସେହି ଏକ ସମୟରେ କୁରୁକ୍ଷେତ୍ର ଯୁଦ୍ଧ ପଡିଆରେ ସଂଘଟିତ ହୋଇଥିଲା ବୋଲି ସ୍ୱୀକାର କରିଆସିଛନ୍ତି । କିନ୍ତୁ କେତେକ ବିଦ୍ୱାନ ଏହି ଘଟଣା ଉପରେ ଆଶଙ୍କା ପ୍ରକାଶ ପୂର୍ବକ କହନ୍ତି ଯେ ମହାଭାରତରେ ଉଲ୍ଲିଖିତ ଉଭୟ ପକ୍ଷର ବିଶାଳ ସୈନ୍ୟ ସାମନ୍ତ କୁରୁକ୍ଷେତ୍ରର ସୀମିତ ସ୍ଥାନରେ ଏକତ୍ର ହୋଇ ଯୁଦ୍ଧ କରିବା ସମ୍ଭବ ନୁହେଁ । ତା’ପରେ ଯୁଦ୍ଧର ଠିକ ଅବ୍ୟବହିତ ପୂର୍ବରୁ ଯେତେବେଳେ ଉଭୟ ପକ୍ଷ ପରସ୍ପରଙ୍କୁ ଆକ୍ରମଣ କରିବା ପାଇଁ ନିଜ ନିଜ ପକ୍ଷର ସେନାପତିମାନଙ୍କଠାରୁ ଶଙ୍ଖ ଧ୍ୱନି ଦ୍ୱାରା ସାଂକେତିକ ଆଦେଶ ପାଇସାରିଥିଲେ, ଏହିପରି ଏକ ଉେଜକ ମୁହୂର୍ରେ ୧୮ ଅଧ୍ୟାୟ ବିଶିଷ୍ଟ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ କଥୋପକଥନ ଅବ୍ୟାହତ ରହିବା ଏବଂ ଏହାର ପରିସମାପ୍ତି ପର୍ଯ୍ୟନ୍ତ କୌରବ ପକ୍ଷର ସେନା ଶାନ୍ତ ଭାବରେ ଧୈର୍ଯ୍ୟ ପୂର୍ବକ ଅପେକ୍ଷା କରି ଛିଡା ହୋଇ ରହିଥିବା ସମ୍ଭବ ପ୍ରତୀତ ହେଉ ନାହିଁ । କାରଣ ଯେଉଁ ମହାଭାରତ ଯୁଦ୍ଧରେ ସବୁ ପ୍ରକାର ଅନୀତି, ଛଳ, କପଟ, ଶସ୍ତ୍ରହୀନ ବ୍ୟକ୍ତିକୁ ପ୍ରହାର କରିବା ଭଳି ଅଧାର୍ମିକ କର୍ମ କରିବାକୁ କୌଣସି ପକ୍ଷର ସେନାନାୟକମାନେ କୁଣ୍ଠିତ ହୋଇ ନାହାନ୍ତି, ସେଇଠି କାପୁରୁଷପରି (କାର୍ପଣ୍ୟ ଦୋଷୋପହତ ସ୍ୱଭାବଃ ।ା ୨/୭ ।ା) ଗାଣ୍ଡିବ ଧନୁ ତ୍ୟାଗ କରିଥିବା ଅର୍ଜୁନଙ୍କୁ ଭଗବାନଙ୍କ କଥା ଶୁଣି ଯୁଦ୍ଧ ପାଇଁ ପୁନଃ ଉସôାହିତ ହେବା ପର୍ଯ୍ୟନ୍ତ ଶତ୍ରୁପକ୍ଷ ଅପେକ୍ଷାକରି ରହିଥିବା କଥା ଅସମ୍ଭବ ମନେ ହୁଏ ।
ଅନ୍ୟପକ୍ଷରେ ପ୍ରଶ୍ନ ଉଠେ ଯେ ଯେତେବେଳେ ସୃଷ୍ଟିରେ ଅଧର୍ମ ବଢେ ସେତେବେଳେ ପରମାତ୍ମା ଅଧର୍ମର ବିନାଶ ଓ ସତ୍ୟଧର୍ମର ସ୍ଥାପନା ପାଇଁ ଅବତରଣ କରନ୍ତି (ଯଦା ଯଦାହି ଧର୍ମସ୍ୟ...) । ତା’ହେଲେ କ’ଣ ସେ କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ହିଂସା ପ୍ରଣୋଦିତ ଯୁଦ୍ଧ କରାଇ ସତ୍ୟ ଧର୍ମର ସ୍ଥାପନା କରିଥିଲେ ? ହିଂସା ଦ୍ୱାରା କ’ଣ ଅଧର୍ମର ବିନାଶ ହୋଇ ସତ୍ୟଧର୍ମର ସ୍ଥାପନା ହୋଇପାରେ ? ଯଦି ଯୁଦ୍ଧ ଦ୍ୱାରା ଅଧର୍ମୀ କୌରବମାନଙ୍କର ବିନାଶ ହିଁ ଭଗବାନଙ୍କ ଉଦ୍ଧେଶ୍ୟ ଥିଲା ତେବେ ସେ ଜ୍ଞାନ ଓ ଯୋଗ ତ୍ୱର ବ୍ୟାଖ୍ୟା କରୁଥିଲେ କାହିଁକି ? ଅର୍ଜୁନଙ୍କୁ ଗୀତାଜ୍ଞାନ ନ ଶୁଣାଇ ସେ ଏକଥା ମଧ୍ୟ କହି ପାରିଥାନ୍ତେ, “ହେ ଅର୍ଜୁନ, ତୁ କାହାପାଇଁ ଶୋକ କରୁଛୁ ? ଏଇ ଦୁର୍ଯେ୍ୟାଧନ ପାଇଁ ? ମନେ ପକାଅ, ଏହି ପାଷାଣ୍ଡ ହିଁ ତୋର ପ୍ରିୟ ପନôୀ ଦ୍ରୌପଦୀଙ୍କୁ କୁରୁ ରାଜସଭାରେ ଉଲଗ୍ନ କରିବାକୁ ଆଦେଶ ଦେଇଥିଲା; ଭୀମଙ୍କୁ ବିଷ ଲଡୁ ଖୁଆଇ ଥିଲା; ତୁମ୍ଭମାନଙ୍କୁ ଜତୁ ଗୃହରେ ପୋଡି ମାରି ଦେବାକୁ ଚକ୍ରାନ୍ତ କରିଥିଲା; କପଟ ପଶାରେ ତୁମର ରାଜ୍ୟ ହରଣ କରିନେଲା । ତୁ କ’ଣ ଭୁଲିଗଲୁଣି, ଏହି ଦୁଃଶାସନ ହିଁ ତ ପାଣ୍ଡବମାନଙ୍କ କୁଳବଧୂଙ୍କୁ ରଜସ୍ୱଳା ଅବସ୍ଥାରେ କେଶାକର୍ଷଣ ପୂର୍ବକ ରାଜ ଅନ୍ତଃପୁରରୁ ଘୋଷାଡି କୁରୁରାଜସଭାକୁ ଆଣି ବଳ ପୂର୍ବକ ବିବସନା କରୁଥିଲା । ଏମାନଙ୍କୁ ତୁ ସ୍ୱଜନ ବୋଲି ଅନୁକମ୍ପା ଦେଖାଉଛୁ ? ଦୁର୍ଯେ୍ୟାଧନର ପାପ ଅନ୍ନରେ ପ୍ରତିପାଳିତ ଏହି ଦ୍ରୋଣ ତଥା ଅର୍ଧମର ପକ୍ଷ ନେଇ ଯୁଦ୍ଧ ପାଇଁ ଉଦ୍ୟତ ଥିବା ପିତାମହ ଭୀଷ୍ମଙ୍କୁ ତୁ ଗୁରୁଜନ ବୋଲି କହୁଛୁ ? ଏମାନେ ତ ପୁଣି ରାଜକୁଳ ବଧୂ ଦ୍ରୌପଦୀଙ୍କ ବିକଳ ପ୍ରାର୍ଥନାକୁ ପ୍ରତ୍ୟାଖ୍ୟାନକରି ତାଙ୍କର ବିବସନା ହେବାର ପାଶବିକ ଦୃଶ୍ୟକୁ ଅସହାୟ ଭାବରେ ଦେଖୁଥିଲେ । ତୋ ଭଳି ବୀର ପୁଙ୍ଗବକୁ ଏଭଳି ଶୋକାବିଷ୍ଟ ହେବାର ଶୋଭା ପାଏ ନାହିଁ । ଏଠାରୁ ଫେରିଯାଇ ତୁ ଦ୍ରୌପଦୀଙ୍କୁ ତଥା ମାତା କୁନ୍ତୀଙ୍କୁ କେଉଁ ଦମ୍ଭରେ ମୁହଁ ଦେଖାଇବୁ ? ତୋର ଅନୁରୋଧ ରକ୍ଷାକରି ଆଜି ମୁଁ ତୋର ସାରଥି ହେବାକୁ ମଧ୍ୟ କୁଣ୍ଠିତ ହୋଇ ନାହିଁ । ତୁ ଆଜି ଏ ଯୁଦ୍ଧକ୍ଷେତ୍ରରୁ ନପୁଂସକ ପରି ପଳାୟନ କଲେ ସଂସାରର ଲୋକେ ମୋତେ କ’ଣ କହିବେ ? ତେଣୁ ହେ ଅର୍ଜୁନ, କୌଣସି ଅନୁଶୋଚନା ନ କରି ଗାଣ୍ଡିବ ଧାରଣ କର ଓ ଶୀଘ୍ର ଏ ଦୁଷ୍ଟମାନଙ୍କୁ ସଂହାର କର ।”
ଉପର୍ଯୁ୍ୟକ୍ତ କୌଣସି କଥା ଗୀତାରେ ଦେଖିବାକୁ ମିଳେ ନାହିଁ । ଯୁକ୍ତି କରାଯାଇପାରେ ଯେ ଗୀତାଜ୍ଞାନ ଧର୍ମ ସ୍ଥାପନା ପାଇଁ ଭଗବାନ ପ୍ରଦାନ କରିଥିଲେ, କାରଣ ଅଜ୍ଞାନତାହିଁ ଅଧର୍ମ ଓ ପାପର କାରଣ । ଜ୍ଞାନ ଦ୍ୱାରା ଏହାକୁ ନିବାରଣ କରାଯାଇ ପାରେ । ଆଧ୍ୟାତ୍ମିକ ଜ୍ଞାନର ପ୍ର·ର ପ୍ରସାର ଓ ବ୍ୟବହାରିକ ଜୀବନରେ ପ୍ରୟୋଗ ଦ୍ୱାରା ସତ୍ୟଧର୍ମର ସ୍ଥାପନା ସମ୍ଭବ । ଅର୍ଜୁନ ଅଜ୍ଞାନତା ଦ୍ୱାରା ମୋହାଛନ୍ନ ହୋଇ ପଡିଥିଲେ । ତେଣୁ ଭଗବାନ ତାଙ୍କୁ ଜ୍ଞାନଯୋଗ କଥା କହି ତାଙ୍କ ମନରେ ଥିବା ସମସ୍ତ ସନ୍ଦେହ ଦୂର କରିଥିଲେ । ଏହାଦ୍ୱାରା ଅର୍ଜୁନ ତାଙ୍କ ପାଇଁ କର୍ବ୍ୟ କର୍ମର ନିରୂପଣ କରିବାକୁ ସକ୍ଷମ ହେଲେ ଓ ନିମି ଭାବରେ ଭଗବାନଙ୍କୁ ଧର୍ମସ୍ଥାପନା କାର୍ଯ୍ୟରେ ସହଯୋଗ କଲେ । କିନ୍ତୁ ଏକଥା ମଧ୍ୟ ଯୁକ୍ତିଯୁକ୍ତ ମନେ ହୁଏ ନାହିଁ । ଏକାକୀ ଅର୍ଜୁନ ଗୀତାଜ୍ଞାନ ଶୁଣିବା ଦ୍ୱାରା କ’ଣ ଧର୍ମର ସ୍ଥାପନା ହୋଇଗଲା ? ମହାଭାରତ ବା ଅନ୍ୟ କୌଣସି ପୁରାଣ ଶାସ୍ତ୍ରରେ ଏକଥା ବର୍ଣ୍ଣିତ ହୋଇନାହିଁ ଯେ ଅର୍ଜୁନ ଭଗବାନଙ୍କଠାରୁ ଶୁଣିଥିବା ଜ୍ଞାନକୁ ପ୍ର·ର ଓ ପ୍ରସାର କରିଥିଲେ । ଗୀତା ପ୍ରକରଣ ପରେ ୧୮ ଦିନ ବ୍ୟାପୀ ହୋଇଥିବା ଯୁଦ୍ଧରେ ରକ୍ତସୁଅ ବୋହି ଯାଇଛି । ଯୁଦ୍ଧପରେ ଅର୍ଜୁନ ତଥା ସ୍ୱୟଂ ଶ୍ରୀକୃଷ୍ଣ ଗୀତାଜ୍ଞାନ ଭୁଲି ଯାଇଛନ୍ତି । ପାଣ୍ଡବମାନଙ୍କ ଶାସନ କାଳରେ ହିଁ କଳିଯୁଗ ପ୍ରବେଶ କରିଥିବା କଥା ମହାଭାରତ କହେ । ତା’ହେଲେ ଗୀତାଜ୍ଞାନ ଦ୍ୱାରା କିପରି ଧର୍ମର ସ୍ଥାପନା ହୋଇଥିଲା ? ଗୀତା ପ୍ରକରଣର ଯଥାର୍ଥ ସ୍ୱରୂପ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ ଥିଲା ନା ଏହା ଅନ୍ୟ କୌଣସି ଆଧ୍ୟାତ୍ମିକ ରହସ୍ୟର ସାେଙ୍କତିକ ଚିତ୍ରଣ ଅଟେ ? ପ୍ରକୃତରେ କ’ଣ କୁରୁକ୍ଷେତ୍ରରେ ହିଁ ମହାଭାରତ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା ? ସଞ୍ଜୟ ଧୃତରାଷ୍ଟ୍ର ଓ ଶ୍ରୀକୃଷ୍ଣ ଅର୍ଜୁନଙ୍କ ମଧ୍ୟରେ ଯେଉଁ କଥୋପକଥନ ଗୀତାରେ ଦେଖିବାକୁ ମିଳେ ସେସବୁ ବିଷୟବସ୍ତୁ କ’ଣ ଅବିକଳ ଭାବରେ ସଂସ୍କୃତ ଶ୍ଲୋକରେ ଉଚ୍ଚାରିତ ହୋଇଥିଲା ? ଗୀତାର ଯଥାର୍ଥ ସ୍ୱରୂପ ଜାଣିବା ପାଇଁ ଏହିପରି ଅନେକ ପ୍ରଶ୍ନ ବିନ୍ଦୁ ଉପରେ ସୂକ୍ଷ୍ମ ପ୍ରଣିଧାନ ଆବଶ୍ୟକ ।
ଶ୍ରୀମଦ୍ ଭଗବତ ଗୀତା ଅନୁସାରେ ଗୀତାଜ୍ଞାନ ଦାତା ସ୍ୱୟଂ ପରମ ପିତା ପରମାତ୍ମା ଅଟନ୍ତି । ଏଥିପାଇଁ ସେଥିରେ ବିଭିନ୍ନ ସ୍ଥାନରେ ‘ଶ୍ରୀଭଗବାନୁବାଚ’ ପଦର ପ୍ରୟୋଗ କରାଯାଇଛି । ପରମାତ୍ମାଙ୍କ ଗୁଣ କର୍ବ୍ୟ ବର୍ଣ୍ଣନା କରିବା ସମୟରେ ପ୍ରଥମ ପୁରୁଷ ‘ମୁଁ’ର ପ୍ରୟୋଗ କରାଯାଇଛି । ଏହାଦ୍ୱାରା ଏକଥା ସ୍ପଷ୍ଟ ହୁଏ ଯେ ପରମାତ୍ମା ସ୍ୱୟଂ ନିଜେ ନିଜର ପରିଚୟ ଦେଇଛନ୍ତି । ଗୀତା ଅନୁସାରେ ପରମାତ୍ମା ସର୍ବଜ୍ଞ, ସର୍ବାତ୍ମାଙ୍କ ପିତା, ଅଜନ୍ନା, ଅକର୍ା, ଅଭୋକ୍ତା, ଦିବ୍ୟଦୃଷ୍ଟି ଦାତା, ମନୁଷ୍ୟ ସୃଷ୍ଟିର ବୀଜ ସ୍ୱରୂପ, ଜୀବନ ମୁକ୍ତି ଦାତା, ଅଶରୀରୀ ଏବଂ ଜ୍ୟୋର୍ତିବିନ୍ଦୁ ସ୍ୱରୂପ ଅଟନ୍ତି । ତେଣୁ ପ୍ରଚଳିତ ମାନ୍ୟତା ଅନୁସାରେ ଶ୍ରୀକୃଷ୍ଣଙ୍କୁ ଗୀତାର ପରମାତ୍ମା ବାଚକ ସ୍ବୀକାର କରିବା ଯୁକ୍ତିଯୁକ୍ତ ମନେ ହୁଏ ନାହିଁ । କାରଣ ପରମାତ୍ମାଙ୍କ ସମ୍ପର୍କରେ ଗୀତା ଯାହା ସବୁ କହେ ସେ ସବୁ କେବେହେଲେ ଶ୍ରୀକୃଷ୍ଣଙ୍କ ମହିମା ହୋଇ ନ ପାରେ । କାରଣ ଭକ୍ତମାନେ ଶ୍ରୀକୃଷ୍ଣଙ୍କ ମହିମା ବର୍ଣ୍ଣନା କରିବାକୁ ଯାଇ କହନ୍ତି ଯେ ସେ ସର୍ବଗୁଣ ସମ୍ପନ୍ନ, ଷୋହଳକଳା ସମ୍ମୂର୍ଣ୍ଣ, ସପୂର୍ଣ୍ଣ ନିର୍ବିକାରୀ, ମର୍ଯ୍ୟାଦା ପରୁଷୋମ ଓ ସମସ୍ତ ଦେବତାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଅଟନ୍ତି । ତାଙ୍କୁ ବୈକୁଣ୍ଠନାଥ ମଧ୍ୟ କୁହାଯାଏ । ·ରଣ ଗୋଷ୍ଠୀ ତାଙ୍କର ପ୍ରାର୍ଥନା କରନ୍ତି, “ହେ କୃଷ୍ଣ ଗୋବିନ୍ଦ ହରେ ମୁରାରେ, ହେ ନାଥ ନାରାୟଣ ବାସୁଦେବ ।” ଅନ୍ୟାନ୍ୟ ମାନବାତ୍ମାଙ୍କପରି ସେ ମାତୃ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ଶୈଶବ, ବାଲ୍ୟ ଓ କୈଶୋର ଅବସ୍ଥାରେ ସେ ସାଧାରଣ ମାନବପରି ଜୀବନ ଯାପନ କରିଛନ୍ତି, ଗୁରୁଙ୍କ ଗୃହରେ ରହି ଶିକ୍ଷା ଗ୍ରହଣ କରିଛନ୍ତି । ତାଙ୍କର ପ୍ରୌଢ଼ାବସ୍ଥାର ବର୍ଣ୍ଣନା ଯଦିଓ ମହାଭାରତ ବା ଭାଗବତରେ ବା ଅନ୍ୟକୌଣସି ପୁରାଣରେ ମିଳେ ନାହିଁ, ତଥାପି ତାଙ୍କର ଦେହାବସାନର ବୃାନ୍ତ ସେଥିରେ ବର୍ଣ୍ଣିତ ହୋଇଛି । ତେଣୁ ଗୀତାର ପରମାତ୍ମାଙ୍କପରି ତାଙ୍କର ଜନ୍ମ ଅଲୌକିକ ଓ ଦିବ୍ୟ ନ ଥିଲା, ଅଥବା ପରମାତ୍ମାଙ୍କ ଅବତାର ନେଇ ସେ ଜନ୍ମ ନେଇ ନ ଥିଲେ । କାରଣ ପରମାତ୍ମା ଅବତାର ନେଇ ଜନ୍ମ ଗ୍ରହଣ କରନ୍ତି ନାହିଁ । ସେ ପରକାୟା ପ୍ରବେଶ ଦ୍ୱାରା ଏକ ମାନବ ଶରୀର ଆଧାରରେ ଅବତରଣ କରନ୍ତି । ତେଣୁ ଶ୍ରୀକୃଷ୍ଣଙ୍କ ଜନ୍ମ ଲୌକିକ ଥିଲା । ସେ ସ୍ୱୟଂ ରଚୟିତା ନଥିଲେ । ସର୍ବଶକ୍ତିମାନ ସ୍ରଷ୍ଟାଙ୍କ ସେ ଏକ ଅନବଦ୍ୟ ଦିବ୍ୟ ସୃଷ୍ଟି ଥିଲେ । ଏଥିରୁ ସ୍ପଷ୍ଟ ଯେ ଶ୍ରୀକୃଷ୍ଣ ଗୀତାର ବକ୍ତା ନ ଥିଲେ । ଏ ବିଷୟରେ “ମହାଭାରତ ଯୁଦ୍ଧର ଯଥାର୍ଥ ସ୍ୱରୂପ ଓ ଗୀତା ପ୍ରକରଣର ପୁନରାବୃି” ଶିରୋନାମାରେ ପରବର୍ୀ ସମୟରେ ବିସ୍ତାର ପୂର୍ବକ ଆଲୋଚନା କରାଯିବ ।
ବର୍ମାନ ପର୍ଯ୍ୟନ୍ତ ଅନେକ ତ୍ୱଚିନ୍ତକ, ଗବେଷକ, ବିଦ୍ୱାନ, ଟୀକାକାର, ତଥା ଦାର୍ଶନିକଙ୍କ ଦ୍ୱାରା ଶ୍ରୀମଦ୍ ଭଗବତ ଗୀତା ଉପରେ ବିଭିନ୍ନ ଭାଷା ଟୀକା ତଥା ଗବେଷଣାତ୍ମକ ନିବନ୍ଧମାନ ଲେଖାଯାଇଛି । ମହାଭାରତ, ଭାଗବତ, ଉପନିଷଦ ଓ ବ୍ରହ୍ମସୂତ୍ର ଆଦି ସହିତ ଗୀତାର ତୁଳନାତ୍ମକ ଅଧ୍ୟୟନ କରାଯାଇଛି । ମହାଭାରତ, ଭାଗବତ ଭଳିି ପୌରାଣିକ ଗ୍ରନ୍ଥରେ ଶ୍ରୀକୃଷ୍ଣଙ୍କୁ ପରମାତ୍ମାବାଚକ ସ୍ବୀକାର କରି ତାଙ୍କର ଯେଉଁପରି ଜୀବନ ଲୀଳା ବା କର୍ମର ବର୍ଣ୍ଣନା କରାଯାଇଛି ସେ ସବୁ ଅଧ୍ୟୟନ କରି ଅନେକ ନିଷ୍ପକ୍ଷ ବିଦ୍ୱାନ ଉକ୍ତ କଥନକାର ସତ୍ୟତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି । ସେମାନେ ଅନେକ ତଥ୍ୟ ଭିିକ ଉଦାହରଣ ଦେଇ ପ୍ରଶ୍ନ ଉତ୍ଥାପନ କରନ୍ତି ଯେ ଯଦି ପ୍ରକୃତରେ ଗୀତା ସ୍ୱୟଂ ପରମାତ୍ମାଙ୍କ ମୁଖ ନିଃସୃତ ବାଣୀ, ତେବେ ଏଥିରେ ଥିବା ଅନେକାନେକ ଶ୍ଲୋକ କିପରି ମହାଭାରତ, ଭାଗବତ, ଉପନିଷଦ ବା ବ୍ରହ୍ମସୂତ୍ରରେ ଥିବା ଶ୍ଲୋକଗୁଡ଼ିକ ସହିତ ପୂର୍ଣ୍ଣତଃ ବା ଆଂଶିକ ରୂପରେ ମେଳ ଖାଉଛି ? ଗୀତାରେ ଯେଉଁ ଶ୍ଲୋକ ଭଗବାନ ଅର୍ଜୁନଙ୍କୁ କହିଛନ୍ତି ବୋଲି ଲିପିବଦ୍ଧ ହୋଇଛି, ତାହା ଅବିକଳ ଭାବରେ ମହାଭାରତରେ ଭିନ୍ନ ବକ୍ତାଦ୍ୱାରା ଭିନ୍ନ ଶ୍ରୋତାଙ୍କୁ ଶୁଣାଯାଇଛି । ତେବେ ପ୍ରକୃତରେ ପରମାତ୍ମାଙ୍କ ମହାବାକ୍ୟ କେଉଁଟି, ଏହା ଉପରେ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ ମନେ ହୁଏ । ଆଉମଧ୍ୟ ପ୍ରଶ୍ନଉଠେ ଯେ ବର୍ମାନ ଉପଲବ୍ଧ ୭୦୦ ଶ୍ଲୋକ ବିଶିଷ୍ଟ ଗୀତା କ’ଣ ଅକ୍ଷରତଃ ଶ୍ଲୋକ ରୂପରେ ଉଚ୍ଚାରିତ ହୋଇଥିଲା ନା ସମୟକ୍ରମେ ଏହାର ବାସ୍ତବିକ ସ୍ୱରୂପରେ ପରିବର୍ନ ଘଟିଛି ?
ଗୀତାରେ ଅର୍ଜୁନ ତଥା ଭଗବାନଙ୍କ ବିଭିନ୍ନ କର୍ବ୍ୟବାଚକ ଓ ଗୁଣବାଚକ ନାମର ବ୍ୟବହାର ଦେଖିବାକୁ ମିଳେ । ଟୀକାକାରମାନେ ସେଗୁଡିକୁ ତଦନୁରୂପ ବ୍ୟାଖ୍ୟା ମଧ୍ୟ କରିଛନ୍ତି । କିନ୍ତୁ “ଅର୍ଜୁନ” ଓ “କୃଷ୍ଣ” ଶଦ୍ଧକୁ ସଂଜ୍ଞାବାଚକ ମାନି ଥିବାରୁ ଏହାର କୌଣସି ବ୍ୟାଖ୍ୟା କେହି କରିଥିବା ଦେଖାଯାଏ ନାହିଁ । ତେଣୁ ଅର୍ଜୁନଙ୍କୁ କୌନ୍ତେୟ ବା କୁନ୍ତୀପୁତ୍ର, ଭରତ ବା ଭରତବଂଶୀ ଏବଂ କୃଷ୍ଣଙ୍କୁ ବାସୁଦେବ ବା ବସୁଦେବପୁତ୍ର ରୁପେ ଚିତ୍ରଣ କରାଯାଇଛି । କିନ୍ତୁ ବ୍ୟବହାରିକ ଦୃଷ୍ଟିରୁ ବି·ର କଲେ ଏହା ତର୍କ ସଙ୍ଗତ ମନେ ହୁଏ ନାହିଁ । କାରଣ ଦୁଇଜଣ ବ୍ୟକ୍ତିଙ୍କ କଥୋପକଥନରେ ଯେତେବେଳେ ଜଣେ ଅନ୍ୟ ଜଣଙ୍କୁ ସମ୍ବୋଧନ କରେ ସେ ପ୍ରତିଥର ବିଭିନ୍ନ ନାମ ବ୍ୟବହାର କରେ ନାହିଁ । ଗୀତା ଏହି ନିୟମର ଉଲ୍ଲଙ୍ଘନ କରିଛି । କେଶବ ଶବ୍ଦର ଆଧ୍ୟାତ୍ମିକ ଅର୍ଥ ହେଉଛି ବ୍ରହ୍ମା, ବିଷ୍ଣୁ ଓ ଶଙ୍କର – ଏହି ତ୍ରିଦେବଙ୍କ ରଚୟିତା ଅର୍ଥାତ୍ ସ୍ୱୟଂ ପରମାତ୍ମା । କିନ୍ତୁ କେତେକ ଟୀକାକାର କେଶବ ଶଦ୍ଧର ଅର୍ଥ “ଲମ୍ବାକେଶଧାରୀ” ବା “କେଶୀ ଦୈତ୍ୟ ବିନାଶକାରୀ” ବୋଲି ବ୍ୟାଖ୍ୟା କରିଛନ୍ତି । ଗୀତା ଅନୁସାରେ ଅର୍ଜୁନ ପରମାତ୍ମାଙ୍କୁ ଗୁରୁ ରୂପେ ଗ୍ରହଣ କରିଛନ୍ତି । ଶିଷ୍ୟସ୍ତେଽହଂ ଶାଧି ମାଂ ତ୍ୱାଂ ପ୍ରପନ୍ନମ୍ ।ା ୨/୭ ।ା ତେବେ ଏଠାରେ ବି·ରଣୀୟ ଯେ କୌଣସି ଶିଷ୍ୟ ତା’ର ପରମପୁଜ୍ୟ ଗୁରୁଙ୍କୁ “ହେ ଲମ୍ବା କେଶଧାରୀ” ବୋଲି ସମ୍ବୋଧନ କରିବା କେତେଦୂର ଶିଷ୍ଟତା ଜ୍ଞାପକ ? ଅନ୍ୟପକ୍ଷରେ ଅର୍ଜୁନଙ୍କୁ ମଧ୍ୟ ପରମାତ୍ମା ପରନ୍ତପ, ଅନଘ, ଗୁଡାକେଶ ପ୍ରଭୃତି ଯେଉଁ ଗୁଣବାଚକ ନାମରେ ସମ୍ବୋଧନ କରିଛନ୍ତି ତାହା କ’ଣ କୌଣସି ହିଂସା ଉଦ୍ରେକକାରୀ ଯୁଦ୍ଧରେ ତାଙ୍କୁ ପ୍ରେରିତ କରିବା ପାଇଁ ଉଦ୍ଧିଷ୍ଟ ଥିଲା ? ଏହିପରି ଗୁଣବାଚକ ନାମଧାରୀ ଅର୍ଜୁନ ଗୀତାଜ୍ଞାନ ଶୁଣିଲା ପରେ କ’ଣ ପ୍ରକୃତରେ ଜ୍ଞାତି କୁଟୁମ୍ବଙ୍କ ରକ୍ତ ରଞ୍ଜିତ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲେ ?
ଗୀତାରେ ପରସ୍ପର ବିରୋଧୀ ଅନେକ ଶ୍ଲୋକ ଦେଖିବାକୁ ମିଳେ । ଏହାକୁ ବିଶ୍ଲେଷଣ କଲେ ମୁଖ୍ୟତଃ ତିନି ପ୍ରକାର ପରସ୍ପର ବିରୋଧୀ ଚିନ୍ତାଧାରା ବା ଦର୍ଶନର ଅଭାସ ମିଳେ । ତେଣୁ କେତେକ ବିଦ୍ୱାନ ଗୀତାରେ ତିନି ପ୍ରକାର ଗୋଷ୍ଠୀ ଚିନ୍ତନର ସମାବେଶ ହୋଇଛି ବୋଲି କହନ୍ତି । ଗୋଟିଏ ଗୋଷ୍ଠୀ ଗୀତାର ଆଧ୍ୟାତ୍ମିକ ପକ୍ଷକୁ ମଜବୁତ କରିବା ପାଇଁ ଏହାକୁ ଯୋଗଶାସ୍ତ୍ର ହିସାବରେ ପ୍ରସ୍ତୁତ କରିଛନ୍ତି । ଗୀତାର ନବେ ପ୍ରତିଶତ ଶ୍ଲୋକ ଏହି ପକ୍ଷକୁ ସମର୍ଥନ କରେ । ଭଗବାନ ଅର୍ଜୁନଙ୍କୁ ଯୋଗୀ ହେବା ପାଇଁ ଦୃଢ଼ ଭାବରେ ଆଦେଶ ଦେଇଥିବା କଥା ଏହାର ବଳିଷ୍ଠ ପ୍ରମାଣ ! “ତସ୍ମାଦ୍ଯୋଗୀ ଭବାର୍ଜୁନ” ।ା ୬/୪୩ ।ା ଅନ୍ୟପକ୍ଷ ଶାସ୍ତ୍ର ଓ ଶସ୍ତ୍ରର ସମନ୍ୱୟ କରି କ୍ଷତ୍ରିୟଧର୍ମ ଅନୁସାରେ ଅର୍ଜୁନଙ୍କ ପାଇଁ ଯୁଦ୍ଧ କର୍ବ୍ୟ କର୍ମ ହେତୁ କରଣୀୟ ବୋଲି କହନ୍ତି । ତସ୍ମାଦୁିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତ ନିଶ୍ଚୟଃ ।ା ୨/୩୭ ।ା ଶାସ୍ତ୍ରରେ ଆଧ୍ୟାତ୍ମିକ ଚିନ୍ତାଧାରା ଥାଏ; କିନ୍ତୁ ଆଧ୍ୟାତ୍ମିକତାରେ ଶାସ୍ତ୍ରୀୟ ବିଧି ନିଷେଧର ଆବଶ୍ୟକତା ନ ଥାଏ । ଶାସ୍ତ୍ର ପ୍ରଚଳିତ ବା ପାରମ୍ପରିକ ବିଧି ନିଷେଧକୁ ସମର୍ଥନ କରେ । ଏହା ଦେଶା·ର ମୂଳକ । ସମୟକ୍ରମେ ଏହାର ପରିବର୍ନ ହୁଏ । କିନ୍ତୁ ଆଧ୍ୟାତ୍ମିକ ଗ୍ରନ୍ଥ ସର୍ବଦେଶୀୟ, ସବୁ କାଳରେ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ । ପରବର୍ୀ ସମୟରେ ଶାସ୍ତ୍ରୀୟ ଗ୍ରନ୍ଥ ପ୍ରଣେତାମାନଙ୍କ ହସ୍ତକ୍ଷେପ ଫଳରେ ସେମାନଙ୍କ ଚିନ୍ତାଧାରର କିଛି ଶ୍ଲୋକ ଗୀତାରେ ପ୍ରକ୍ଷେପିତ ହୋଇଥିବା ବିଶ୍ୱାସ କରାଯାଏ । ତୃତୀୟ ପକ୍ଷ ଏହି ଦୁଇ ପକ୍ଷର ସମର୍ଥନକରି ଯୋଗ ଓ ଯୁଦ୍ଧର ସମନ୍ୱୟ କରିଛନ୍ତି । “ମାମ୍ ଅନୁସ୍ମର ଯୁଦ୍ଧ୍ୟଚ” ।ା ୮/୭ ।ା ଏକାଦିକ୍ରମେ ପରମାତ୍ମାଙ୍କ ସହିତ ମନ ବୁଦ୍ଧିକୁ ଏକାଗ୍ର କରି, ଈଶ୍ୱରୀୟ ମହାବାକ୍ୟକୁ ଅନୁସରଣ ପୂର୍ବକ କିପରି ଜଣେ ହିଂସା ଉଦ୍ରେକକାରୀ ଯୁଦ୍ଧରେ ପ୍ରବୃ ହୋଇ ପାରିବ ? ଯୋଗ ଓ ଯୁଦ୍ଧ ଉଭୟ ପରସ୍ପର ବିରୋଧୀ । ‘ଯୋଗ’ ମାନବର ମନୋବିକାର ସମୂହକୁ ସମୂଳେ ନଷ୍ଟ କରି ମନରେ ଏକ ଅନିର୍ବଚନୀୟ ପ୍ରଶାନ୍ତି ଆଣିଦିଏ । ଏଭଳି ଯୋଗର ଅଧିକାରୀ ବ୍ୟକ୍ତି କିପରି ଭାବରେ ରକ୍ତ ରଞ୍ଜିତ ହିଂସ୍ରକ ଯୁଦ୍ଧରେ ଅସ୍ତ୍ର ଉୋଳନ କରିବ ? ଏହିପରି ପରସ୍ପର ବିରୋଧୀ କଥାରୁ ଜଣାପଡ଼େ ଯେ ସମୟକ୍ରମେ ବିଭିନ୍ନ ଚିନ୍ତାଧାରା ବା ମତାବଲମ୍ବୀ ବ୍ୟକ୍ତିମାନଙ୍କ ଦ୍ୱାରା ବିଭିନ୍ନ ଶ୍ଲୋକ ଗୀତାରେ ସଂଯୋଜିତ କରାଯାଇଛି ।
ଯେଉଁ ମହାଭାରତର ଅଂଶ ବିଶେଷ ବୋଲି ଗୀତାକୁ ମାନ୍ୟତା ଦିଆଯାଇଛି, ତା’ର ଐତିହାସିକ ସତ୍ୟତା ଉପରେ ଅନେକ ବିଦ୍ୱାନ ସନ୍ଦେହ ପ୍ରକଟ କରିଛନ୍ତି । ମୁସଲମାନ ଏବଂ ଇଂରେଜ ଶାସନ ସମୟରେ ଆମର ଧର୍ମ ଓ ସଂସ୍କୃତିକୁ ବିକୃତ କରିବାପାଇଁ ତତ୍କାଳୀନ ଉପଳବ୍ଧ ପୁରାଣଶାସ୍ତ୍ରାଦିରେ ବିଭିନ୍ନ ସଂଶୟ ଉପôନ୍ନକାରୀ ଶ୍ଲୋକଗୁଡିକୁ ପ୍ରକ୍ଷେପ କରାଯାଇଥିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ଇତିହାସ ଏହାର ସାକ୍ଷୀ ଯେ, କୌଣସି ଦେଶ ପରାଧୀନ ହେଲେ ବିଜେତା ଶାସକ ତା’ର ଦେଶର ଧର୍ମ ତଥା ସଂସ୍କୃତିର ପ୍ରଚଳନ ଅଧିକୃତ ଦେଶରେ କରାଏ । ପ୍ରଚଳିତ ଧର୍ମ ଓ ସଂସ୍କୃତି ପ୍ରତି ଲୋକଙ୍କ ମନରେ କିପରି ସନ୍ଦେହ ଓ ଘୃଣା ସୃଷ୍ଟି ହେବ ସେଥିପାଇଁ ସେ ପ୍ରାଣମୂର୍ଚ୍ଛା ଉଦ୍ୟମ କରେ । ବର୍ମାନ ମଧ୍ୟ ସମ୍ବାଦପତ୍ରମାନଙ୍କରୁ ଜଣାଯାଏ ଯେ ମୁସଲମାନ ଓ ଖ୍ରୀଷ୍ଟିଆନ ଧର୍ମଯାଜକମାନେ ଆଦିବାସୀ, ହରିଜନ ଓ ବନବାସୀମାନଙ୍କ ମନରେ ସେମାନଙ୍କ ମୂଳ ଧାର୍ମିକ ଆସ୍ଥା ଓ ସଂସ୍କୃତି ପ୍ରତି ଘୃଣା ସୃଷ୍ଟି କରାଇ ସେମାନଙ୍କୁ ପରିଶେଷରେ ନିଜ ନିଜ ଧର୍ମରେ ଦୀକ୍ଷିତ କରାଉଛନ୍ତି । ସଂପ୍ରତି ସ୍ୱାଧୀନ ଭାରତ ବର୍ଷରେ ଯଦି ଏହା ସମ୍ଭବ; ତେବେ ଯେତେବେଳେ ସେହି ସେହି ଧର୍ମର ସାର୍ବଭୌମ ଶାସନ ଚାଲିଥିଲା, ସେତେବେଳେ ଆମର ପୁରାଣ ପୁସ୍ତକ ଯେ ସେମାନଙ୍କ ଆକ୍ରମଣର ସ୍ପର୍ଶରୁ ରକ୍ଷା ପାଇଥିବ, ଏକଥା କଳ୍ପନା ମଧ୍ୟ କରାଯାଇ ନ ପାରେ ।
ପ୍ରାଚୀନ କାଳରେ ଆମର ଦେଶରେ ଐତିହାସିକ ଘଟଣାବଳୀକୁ ଲିଖିତ ଭାବରେ ସଂରକ୍ଷିତ କରିବାର ପ୍ରବୃି ନ ଥିଲା । ଜନଶ୍ରୁତି ଆଧାରରେ ପ୍ରାଚୀନ କଥା ସବୁ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ସଂ·ରିତ ହୋଉଥିଲା । ପରବର୍ୀ ସମୟରେ ତାହା ଯେତେବେଳେ କାବ୍ୟ ରୂପ ନେଇ ସଂସ୍କୃତ ଭାଷାରେ ଶ୍ଲୋକାବଦ୍ଧ ହେଲା, ତାକୁ ପୁରାଣ ବୋଲି କୁହାଗଲା । ତେଣୁ ପୁରାଣକୁ ଇତିହାସର ମାନ୍ୟତା ଦିଆଯାଇ ପାରିବ ନାହିଁ । ଅବଶ୍ୟ ପୌରାଣିକ ଚରିତ୍ର ଚିତ୍ରଣରୁ ତତ୍କାଳୀନ ମାନବର ସାମାଜିକ ରୀତିନୀତିକୁ କିଛିମାତ୍ରାରେ ଜାଣି ପାରିବା । ସେହି ଦୃଷ୍ଟିରୁ ମହାଭାରତ ଗ୍ରନ୍ଥକୁ ଇତିହାସ ବୋଲି ସ୍ୱୀକାର କରାଯାଇ ପାରିବ ନାହିଁ । ଏହା ତତ୍କାଳୀନ ସାମାଜିକ, ରାଜନୈତିକ, ପାରିବାରିକ, ଅର୍ଥନୈତିକ ଓ କୂଟନୈତିକ ସମସ୍ୟାର କାବି୍ୟକ ସଂକଳନ ମାତ୍ର । ସେତେବେଳେ ଗ୍ରନ୍ଥାକାରମାନେ ଗ୍ରନ୍ଥ ରଚନା କରି ନିଜ ନାମ ବଦଳରେ ସେମାନଙ୍କ ଗୁରୁ ବା ପ୍ରଚଳିତ ଲୋକପ୍ରିୟ ଗ୍ରନ୍ଥର ଲେଖକଙ୍କ ନାମ ବ୍ୟବହାର କରୁଥିଲେ । କାରଣ ସେତେବେଳେ ଲୋକେ ନିଜ ପ୍ରସିଦ୍ଧି ଅପେକ୍ଷା ସେମାନଙ୍କ ‘ଗୁରୁ’ଙ୍କ ଖ୍ୟାତିକୁ ବେଶୀ ପ୍ରାଧାନ୍ୟ ଦେଉଥିଲେ । ପୁନଶ୍ଚ ସେମାନେ ପ୍ରଚଳିତ ପୁରାଣ ଶାସ୍ତ୍ରକୁ ନିଜ ନିଜ ସିଦ୍ଧାନ୍ତ ବା ଚିନ୍ତାଧାରା ଅନୁସାରେ ପରିବର୍ଦ୍ଧନ ବା ପରିବର୍ନ କରିବାକୁ ସଂକୋଚ କରୁ ନଥିଲେ । ପରିଣାମ ସ୍ୱରୂପ ବ୍ୟାସଦେବଙ୍କ ଦ୍ୱାରା ରଚିତ ·ରି ହଜାର ଶ୍ଲୋକ ବିଶିଷ୍ଟ ମହାଭାରତ ଆଜି ହରିବଂଶ ସହିତ ମିଶି ଅନୂ୍ୟନ ଏକ ଲକ୍ଷ ଶ୍ଲୋକରେ ପହିଲାଣି । ଏହି ଦୃଷ୍ଟିକୋଣରୁ ବି·ର କଲେ ମହାଭାରତରେ ସଂଯୋଜିତ ହୋଇଥିବା ଶ୍ରୀମଦ୍ଭଗବତ ଗୀତା ନିଶ୍ଚିତ ଭାବରେ ଯେ ତା’ର ମୌଳିକତା ହରାଇଛି ଏଥିରେ ସନ୍ଦେହର ଅବକାଶ ନାହିଁ । ପ୍ରଥମ ଅବସ୍ଥାରେ ଗୀତା ଏତେ ଲୋକପ୍ରିୟ ହୋଇ ନ ଥିଲା । ଶଙ୍କରା·ର୍ଯ୍ୟଙ୍କ ଭାଷ୍ୟ ପରେ ଏହାର ପ୍ର·ର ଓ ପ୍ରସାର ବୃଦ୍ଧି ଘଟିଛି । ସେ ସମୟରେ ମୁଦ୍ରଣ ପ୍ରଣାଳୀ ବିକଶିତ ହୋଇ ନ ଥିଲା । ଗୁରୁ ପରମ୍ପରା କ୍ରମେ ଏହା ତାଳପତ୍ରରେ ଲିଖିତ ହୋଇ ସଂରକ୍ଷିତ ରହୁଥିଲା । ତେଣୁ ମହାଭାରତ ବା ଗୀତାରେ ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ବିଭିନ୍ନ ଶ୍ଲୋକର ଉଚ୍ଛେଦ ବା ସଂଯୋଗ ହୋଇ ନ ଥିବ ବୋଲି କିଏ କହିବ ?
ମହାଭାରତ ତଥା ଗୀତାର ଲେଖକ ହିସାବରେ ବେଦବ୍ୟାସଙ୍କୁ ମାନ୍ୟତା ମିଳି ଆସିଛି । କିନ୍ତୁ ବ୍ୟାସଙ୍କୁ କୌଣସି ବ୍ୟକ୍ତି ହିସାବରେ ଅନେକ ବିଦ୍ୱାନ ସ୍ୱୀକାର କରନ୍ତି ନାହିଁ । ସେମାନେ ବ୍ୟାସଙ୍କୁ ଏକ ଉପାଧି ହିସାବରେ ଗ୍ରହଣ କରନ୍ତି । ସେମାନଙ୍କ ମତରେ ବାଦରାୟଣ ବ୍ୟାସ ଓ କୃଷ୍ଣ ଦ୍ୱୈପାୟନ ବେଦବ୍ୟାସ ଏକ ନୁହନ୍ତି । ସେମାନେ ସମକାଳୀନ ମଧ୍ୟ ନୁହନ୍ତି । ବିଭିନ୍ନ କଥାବସ୍ତୁର ସଂକଳନ କର୍ାଙ୍କୁ ମଧ୍ୟ ବ୍ୟାସ କୁହାଯାଏ । ତେଣୁ ପ୍ରଚଳିତ ଗୀତାର ଳେଖକ କେଉଁ ବ୍ୟାସ କହିବା ବଡ ଦୁଷ୍କର । ବାଲ ଗଙ୍ଗାଧର ତିଲକଙ୍କ ମତରେ ବର୍ମାନ ଉପଳବ୍ଧ ଗୀତାର ମୌଳିକ ସିଦ୍ଧାନ୍ତ ବାଦରାୟଣ ବ୍ୟାସଙ୍କ ପୂର୍ବରୁ ମଧ୍ୟ ପ୍ରଚଳିତ ଥିଲା । ବ୍ରହ୍ମସୂତ୍ରଗୁଡିକରେ ଗୀତାକୁ ସ୍ମୃତି ବୋଲି କୁହାଯାଇଛି ଏବଂ ଗୀତାରେ ମଧ୍ୟ ବ୍ରହ୍ମସୂତ୍ରର ଉଲ୍ଲେଖ ରହିଛି । ତେବେ ଏହି ଉଭୟ ଗ୍ରନ୍ଥ ମଧ୍ୟରୁ କେଉଁଟି ପ୍ରଥମେ ଓ କେଉଁଟି ପରବର୍ୀ ସମୟରେ ରଚିତ ହୋଇଛି ? ତିଲକଜୀଙ୍କ ମତରେ ବାଦରାୟଣା·ର୍ଯ୍ୟ ବର୍ମାନ ଉପଳବ୍ଧ ମହାଭାରତକୁ ନୂଆ ଭାବରେ ଲେଖି ନାହାନ୍ତି । ସେତେବେଳେ ଲୋକ ସ୍ମୃତିରେ ଉଜ୍ଜୀବିତ ମହାଭାରତ ଯୁଦ୍ଧ ସମ୍ବନ୍ଧିତ କଥାବସ୍ତୁରେ ଆଖ୍ୟାନ ଉପାଖ୍ୟାନ ଆଦି ସଂଯୋଗ କରି ତଥା ଆବଶ୍ୟକ ସ୍ଥଳେ ତାକୁ ସଂଶୋଧନ କରି ପରିବିର୍ତ ଓ ପରିବର୍ଦ୍ଧିତ ରୂପେ ଏହି ଗ୍ରନ୍ଥର ସଂକଳନ କରିଛନ୍ତି । ଏହି ସଂଶୋଧନ ସମୟରେ ହିଁ ଗୀତାରେ “କ୍ଷେତ୍ର କ୍ଷେତଜ୍ଞଯୋଗ” ବର୍ଣ୍ଣନା ପ୍ରସଙ୍ଗରେ ବିସ୍ତାର ପୂର୍ବକ ଆଲୋଚନା କରାଯାଇଛି । ତେଣୁ ବର୍ମାନ ଉପଳବ୍ଧ ଗୀତା ଯେ ତା’ର ଯଥାର୍ଥ ସ୍ୱରୂପ ହରାଇଛି ଏଥିରେ ସଂଶୟ କରିବାର କୌଣସି କାରଣ ନାହିଁ ।
ମହାଭାରତ ଅନୁସାରେ ଯୁଦ୍ଧୋପରାନ୍ତ ପାଣ୍ଡବମାନେ ୩୬ ବର୍ଷ ପର୍ଯ୍ୟନ୍ତ ସୁଖ ଶାନ୍ତି ପୂର୍ବକ ରାଜ୍ୟ ଶାସନ କଲେ । ସେମାନଙ୍କର ଏହି ଶାସନ ଅବଧି ମଧ୍ୟରେ ଗୀତା ରଚିତ ହୋଇ ନ ଥିଲା । ଏହାର ପ୍ରମାଣ ସ୍ୱରୂପ ମହାଭାରତର ଅଶ୍ୱମେଧ ପର୍ବରେ ବର୍ଣ୍ଣିତ ଏକ ପ୍ରସଙ୍ଗ ପ୍ରଣିଧାନ ଯୋଗ୍ୟ । ଏହା ମହାଭାରତ ଯୁଦ୍ଧର ପରବର୍ୀ ଘଟଣା । ଯୁଧିଷ୍ଠିରଙ୍କ ସିଂହାସନାରୋହଣ ପରେ ଶ୍ରୀକୃଷ୍ଣ ନିଜ ଧାମ ଦ୍ୱାରକାକୁ ପ୍ରତ୍ୟାବର୍ନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହି ସମୟରେ ଅର୍ଜୁନ ତାଙ୍କର ପ୍ରିୟ ସଖାଙ୍କୁ ଆଉ ଥରେ ଗୀତାଜ୍ଞାନ ଶୁଣାଇବାକୁ ଅନୁରୋଧ କରିଥିଲେ । କାରଣ ଯୁଦ୍ଧର ଘୋର ଘର୍ଘର ନାଦରେ ସେ ଗୀତାଜ୍ଞାନକୁ ଏକାଗ୍ର ଚିରେ ଶୁଣି ପାରି ନ ଥିଲେ । ପ୍ରତୁ୍ୟରରେ ଶ୍ରୀକୃଷ୍ଣ ମଧ୍ୟ ନିଜର ଅସମର୍ଥତା ପ୍ରକାଶ କରି କହିଲେ ଯେ, ସେ ମଧ୍ୟ ଆଉ ତାହା ଶୁଣାଇ ପାରିବେ ନାହିଁ; କାରଣ ସେତେବେଳେ ଏହାକୁ ସେ ଯୋଗଯୁକ୍ତ ଅବସ୍ଥାରେ ହିଁ କହିଥିଲେ । ବର୍ମାନ ସେ ସବୁକଥା ତାଙ୍କର ବିସ୍ମରଣ ହୋଇ ଯାଇଛି । ନ ଶକ୍ୟଂ ତନ୍ମୟା ଭୂୟସ୍ତଥା ବକ୍ତୁମଶେଷତଃ । ପରଂ ହି ବ୍ରହ୍ମକଥିତଂ ଯୋଗଯୁକ୍ତେନ ତନ୍ମୟା ।ା ମହା. ଆଶ୍ୱ. ୧୬/୧୨-୧୩ ।ା ଏହି ପର୍ବର ଅନ୍ୟ ଏକ ସ୍ଥାନରେ ମଧ୍ୟ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଭତ୍ସନା କରି କହିଛନ୍ତି, “ମୁଁ ଅତ୍ୟନ୍ତ ଗୋପନୀୟ ତଥା ମହ୍ୱପୂର୍ଣ୍ଣ କଥା ତୋତେ କହିଥିଲି । କିନ୍ତୁ ତୁ ମନ୍ଦ ବୁଦ୍ଧି ହେତୁ ତାହା ଗ୍ରହଣ କରିବାକୁ ସକ୍ଷମ ହେଲୁ ନାହିଁ । ଏକଥା ମୋତେ ଭଲଲାଗୁ ନାହିଁ । ମୁଁ ମଧ୍ୟ ଆଉ ଥରେ ସେ କଥା କହିବାକୁ ଅକ୍ଷମ । କାରଣ ତାହା (ଗୀତାଜ୍ଞାନ) ଆଉ ମୋର ମନେ ପଡୁ ନାହିଁ । ହେ ଅର୍ଜୁନ! ତୁ ଶ୍ରଦ୍ଧା ଓ ବୁଦ୍ଧିହୀନ ଅଟୁ । ପୁଣିଥରେ ସେହି ସମ୍ପୂର୍ଣ୍ଣ କଥା କହିବାକୁ ମୁ ମଧ୍ୟ ଅସମର୍ଥ ଅଟେ । ଅବୁଦ୍ଧୟା ନାଗ୍ରହୀର୍ଯସ୍ତ୍ୱଂ ତନ୍ମେ ସୁମହଦ୍ପ୍ରିୟମ୍ । ନ ଚ ସାଽଥ ପୁନର୍ଭୁୟଃ ସ୍ମୃତିର୍ମେ ସମ୍ଭବିଷ୍ୟତି । ନୁନମଶ୍ରଦ୍ଧାନୋଽସି ଦୁର୍ମେଧାହ୍ୟସି ପାଣ୍ଡବ ।ା ନ ଚ ଶକ୍ୟଂ ପୁନ ର୍ବକ୍ତୁମ ଅଶେଷେଣ ଧନଞ୍ଜୟ ।ା ଅଶ୍ୱ ବ୍ରାହ୍ମଣଗୀତା ୧/୧୦-୧୧ ।ା କିନ୍ତୁ ମହାଭାରତ ଆଦି ପର୍ବରେ ଠିକ ଏହାର ବିପରୀତ ଭାବ ପ୍ରକାଶ କରୁଥିବା ଶ୍ଲୋକ ଦେଖିବାକୁ ମିଳେ । ସେଠାରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଗୀତାକୁ କେବଳ ମୁଁ ଜାଣେ, ବ୍ୟାସଦେବ ଜାଣନ୍ତି, ତାଙ୍କ ପରେ ଅର୍ଜୁନ ଜାଣନ୍ତି, ସଞ୍ଜୟ ସମ୍ପୂର୍ଣ୍ଣ ଶ୍ଲୋକ ଜାଣିଛନ୍ତି କି ନାହିଁ କହିହେବ ନାହିଁ । ଅହଂ ବେଦ୍ମି ଶୁକୋବେି ସଂଜୟୋ ବେି ବା ନ ବା ।ା ମହା. ଆଦି. ଅନୁକ୍ରମ. ୧/୮୧ ।ା ସେହି ଏକ ବ୍ୟକ୍ତି ଗୋଟିଏ ପର୍ବରେ କହିଛନ୍ତି ଯେ ଯୁଦ୍ଧ ପଡିଆରେ ଦେଇଥିବା ଗୀତାଜ୍ଞାନ ମୁଁ ଭୁଲିଯାଇଛି ଏବଂ ଅନ୍ୟ ପର୍ବରେ ଗୀତାକୁ କେବଳ ମୋ ବ୍ୟତୀତ ବ୍ୟାସଦେବ ଓ ଅର୍ଜୁନ ଜାଣନ୍ତି ବୋଲି କହନ୍ତି । ଏହିପରି ମହାଭାରତରେ ବିଭିନ୍ନ ସ୍ଥାନରେ ଥିବା ଶ୍ଲୋକମାନଙ୍କ ମଧ୍ୟରେ ପୂର୍ବାପର ସଙ୍ଗତି ରକ୍ଷା ହୋଇ ନାହିଁ । କାରଣ ଏଗୁଡିକ କୌଣସି ଜଣେ ଲେଖକଙ୍କର କୃତି ନୁହେଁ ।
ମନରେ ପ୍ରଶ୍ନ ଉଠେ ଯେ ଯେଉଁଠି ସ୍ୱୟଂ ଗୀତାର ବକ୍ତା, ସମ୍ମୁଖରେ ଥାଇ ଶୁଣିଥିବା ଅର୍ଜୁନ ଓ ଦିବ୍ୟଦୃଷ୍ଟି ଦ୍ୱାରା ସେମାନଙ୍କ କଥୋପକଥନକୁ ଅବିକଳ ଶୁଣିଥିବା ସଞ୍ଜୟ ଏହି ଜ୍ଞାନକୁ ଜାଣି ନଥିଲେ ବା ଭୁଲି ଯାଇଥିଲେ ତେବେ ପରବର୍ୀ ସମୟରେ ତାହା ଗ୍ରନ୍ଥ ରୂପରେ ପ୍ରକାଶିତ ହେଲା କିପରି ? ଯଦି ଯୁକ୍ତି କରାଯିବ ଯେ ବ୍ୟାସଦେବ ଅନ୍ତର୍ଦୃଷ୍ଟି ଦ୍ୱାରା ଶ୍ରୀକୃଷ୍ଣାର୍ଜୁନ ସମ୍ବାଦକୁ ଦର୍ଶନ ଓ ଶ୍ରବଣ କରି ତାକୁ ଗ୍ରନ୍ଥ ରୂପ ଦେଇଥିଲେ, ତେବେ ଏଠାରେ ଶ୍ରୀକୃଷ୍ଣଙ୍କର ନୂ୍ୟନତା ପ୍ରତିପାଦିତ ହେଉ ନାହିଁ କି ? ଗୀତା ଅନୁସାରେ ସତ୍ୟ ସନାତନ ଧର୍ମର ସ୍ଥାପନା ହିଁ ଈଶ୍ୱରୀୟ ଅବତରଣର ଏକମାତ୍ର ଆଭିମୁଖ୍ୟ । ଅଥଚ ଅର୍ଜୁନଙ୍କୁ ରକ୍ତରଞ୍ଜିତ ଯୁଦ୍ଧରେ ପୁନଃ ପ୍ରେରିତ କରିବାପାଇଁ ଗୀତା ଶୁଣାଯାଇଥିଲା ବୋଲି ସ୍ୱୟଂ ଗ୍ରନ୍ଥାକାର ଅଭିମତ ଦିଅନ୍ତି । ହିଂସାର ଭିି ଭୂମି ଉପରେ କୌଣସି ଧର୍ମର ସ୍ଥାପନା ହୋଇ ନ ପାରେ । ଅନ୍ୟ ପକ୍ଷରେ ଯଦି ଶ୍ରୀକୃଷ୍ଣଙ୍କୁ ପରମାତ୍ମାଙ୍କ ଅବତାର ବୋଲି ସ୍ୱୀକାର କରାଯିବ ତେବେ ସାଧାରଣ ମନୁଷ୍ୟ ପରି ସେ ନିଜେ କହିଥିବା ଦୃଶ୍ୟକୁ ଆଉ ଥରେ କହିବାକୁ ସକ୍ଷମ ହେଲେ ନାହିଁ କିପରି ? ପୁନଶ୍ଚ ଗୀତାରେ ସଞ୍ଜୟ କୁରୁକ୍ଷେତ୍ର ରଣାଙ୍ଗନର କୋଳାହଳପୂର୍ଣ୍ଣ ଭୟଙ୍କର ପରିବେଶର କଥା ବର୍ଣ୍ଣନା କରିଛନ୍ତି । ସେତେବେଳେ ଉଭୟ ପକ୍ଷରୁ ତୁମୁଳ ନାଦ କରି ଗର୍ଜି ଉଠୁଥିବା ଶଙ୍ଖ, ଭେରୀ, ମୃଦଙ୍ଗ, ନାଗରା, ଶିଙ୍ଗା ପ୍ରଭୃତି ଦ୍ୱାରା ଯୁଦ୍ଧକ୍ଷେତ୍ର ଅତି ଭୟଙ୍କର ଶଦ୍ଧରେ ପ୍ରକମ୍ପିତ ହୋଇ ଉଠୁଥିଲା । ତାହା ଆକାଶ ଓ ପୃଥିବୀ ଉଭୟକୁ ପ୍ରତିଧ୍ୱନିତ କରି ଧୃତରାଷ୍ଟ୍ରର ପୁତ୍ରମାନଙ୍କର ହୃଦୟକୁ ବିଦାରଣ କରୁଥିଲା । ସ ଘୋଷୋ ଧାର୍ତରାଷ୍ଟ୍ରାଣାଂ ହୃଦୟାନି ବ୍ୟଦାରୟତ । ନଭଶ୍ଚ ପୃଥିବୀଂ ଚୈବ ତୁମଳୋଽଭ୍ୟନୁନାଦୟାନ ।ା ୧/୧୯ ।ା ଏହିପରି ଏକ ଅସ୍ୱାଭାବିକ ପରିସ୍ଥିତିରେ ଅର୍ଜୁନ କିପରି ଗୀତାଜ୍ଞାନ ଶୁଣି ପାରିଥିଲେ ?
ଗୀତା ପ୍ରକରଣର ଅନେକ ବର୍ଷପରେ ‘ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ’ ନାମରେ ପ୍ରସ୍ତୁତ କରି ଗ୍ରନ୍ଥ ରୂପ ଦିଆଯାଇଥିବା କଥା ଏଥିରେ କେତେକ ଶ୍ଲୋକକୁ ଅନୁଶୀଳନ କଲେ ବୁଝିହେବ । ଗୀତାଜ୍ଞାନ ଶୁଣାଇ ସାରିଲା ପରେ ଭଗବାନ କହୁଛନ୍ତି, “ଯିଏ ଏହି ଗୀତା ଶାସ୍ତ୍ରକୁ ମୋର ଭକ୍ତମାନଙ୍କୁ ଶୁଣାଇବ ସେ ମୋଠାରେ ପରାଭକ୍ତି ପ୍ରାପ୍ତ କରି ମୋତେ ହିଁ ନିଃସନ୍ଦେହରେ ପ୍ରାପ୍ତ ହେବ । ଏ ପୃଥିବୀରେ ତା’ ଅପେକ୍ଷା ଅଧିକ ପ୍ରିୟ ସେବକ ମୋର ଆଉ କେହି ନାହିଁ କିମ୍ବା ଆଉ କେହି ହେବ ନାହିଁ । ଯିଏ ଆମ ଦୁହିଙ୍କର ଏ ଧର୍ମ ସମ୍ବାଦକୁ ପାଠ କରିବ, ତାହାଦ୍ୱାରା କରାଯାଇଥିବା ସର୍ବଶ୍ରେଷ୍ଠ ଜ୍ଞାନ ଯଜ୍ଞ ଦ୍ୱାରା ମୁଁ ପୂଜିତ ହେବି । ଯେଉଁ ବ୍ୟକ୍ତି ପୂର୍ଣ୍ଣଶ୍ରଦ୍ଧା ଓ ବିଶ୍ୱାସ ସହକାରେ ଅସୂୟା ରହିତ ହୋଇ ଏହାକୁ ଶ୍ରବଣ ମଧ୍ୟ କରେ, ସେ ମଧ୍ୟ ମୁକ୍ତ ହୋଇ ପୁଣ୍ୟବନ୍ତ ଲୋକମାନେ ବାସ କରୁଥିବା ଲୋକ ପ୍ରାପ୍ତ ହୁଏ ।” ଯ ଇଦଂ ପରମଂ ଗୁହ୍ୟଂ ମଦ୍ଭକ୍ତେଷ୍ୱଭିଧାସ୍ୟତି । ଭକ୍ତଂ ମୟି ପରାଂକୃତ୍ୱା ମାମେ ବୈଷ୍ୟତ୍ୟସଂଶୟଃ । ନ ତ ତସ୍ମାନ୍ନନୁଷ୍ୟେଷୁ କିଶ୍ଚିନ୍ମେ ପ୍ରିୟକୃମଃ । ଭବିତା ନ ଚ ମେ ତସ୍ମାଦନ୍ୟଃ ପ୍ରିୟତରୋ ଭୁବି । ଅଧ୍ୟେଷ୍ୟତେ ଚ ଯ ଇମଂ ଧର୍ମ୍ୟଂ ସମ୍ବାଦମାଦିୟୋଃ । ଜ୍ଞାନ ଯଜେ୍ଞନେ ତେନାମିଷ୍ଟଃସ୍ୟାମିତି ମେ ମତିଃ ।ା ଶ୍ରଦ୍ଧାବାନ ଚ ସୁୟଶ୍ଚ ଶୃଣୁଣାଦପି ଯୋ ନରଃ । ସାଽପି ମୁକ୍ତଃ ଶୁଭାନ୍ ଲ୍ଲୋକାନ୍ ପ୍ରାପ୍ନୁୟାତ୍ ପୁଣ୍ୟକର୍ମଣାମ୍ ।ା ୧୮/୬୮-୭୧ ।ା ଏଠାରେ ବି·ରଣୀୟ ଯେ ଶ୍ରୀକୃଷ୍ଣ ଓ ଅର୍ଜୁନ ମଧ୍ୟରେ ରଣାଙ୍ଗନରେ ଯେତେବେଳେ ଏହି ବାର୍ତ୍ତାଳାପ ·ଲୁଥିଲା ସେତେବେଳ ପର୍ଯ୍ୟନ୍ତ ଗୀତା ଶ୍ଲୋକାବଦ୍ଧ ହୋଇ ନ ଥିଲା । ତେବେ ଭଗବାନ କିପରି କହିଲେ ଯେ ଉଭୟ ଗୀତା ପାଠ କରିବା ବା ଶୁଣାଇବା ଦ୍ୱାରା ମୋର ଭକ୍ତ ମୋତେ ହିଁ ପ୍ରାପ୍ତ ହୁଅନ୍ତି ? ଏ ମାହାତ୍ମ୍ୟ ନିଶ୍ଚିିତ ଭାବରେ ଭଗବାନଙ୍କ ଦ୍ୱାରା କଥିତ ହୋଇ ନାହିଁ । ତେଣୁ ଗୀତାର ଶ୍ଲୋକଗୁଡିକ ପରବର୍ୀ ସମୟରେ ରଚନା କରାଯାଇଥିଲା ଏବଂ ଏହା କୁରୁକ୍ଷେତ୍ର ଯୁଦ୍ଧ ପଡିଆରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ହିଁ କେବଳ ଶୁଣାଇ ନ ଥିଲେ । ମହାଭାରତ ଯୁଦ୍ଧକୁ ଯଦି ଗ୍ରନ୍ଥାକାରଙ୍କ ପ୍ରତୀକାତ୍ମକ କାବି୍ୟକ ଚିତ୍ରଣ ବୋଲି ସ୍ବୀକାର କରାଯାଏ, ତେବେ ଏହା ପ୍ରତି କଳ୍ପର ଅନ୍ତିମ ଚରଣରେ ସଂଘଟିତ ହୋଇଥିବା ମହାପରିବର୍ନକାରୀ ମହାବିନାଶକୁ ହିଁ ସୂଚିତ କରେ । ଏହିପରି ଏକ ଘଡିସନ୍ଧି ମୁହୂର୍ରେ ସ୍ୱୟଂ ପରମାତ୍ମା ସୃଷ୍ଟିରେ ଅବତରଣ କରନ୍ତି ଓ ଅର୍ଜୁନରୂପୀ ମାନବାତ୍ମାଗଣଙ୍କୁ ସତ୍ୟ ଯୁଗୀୟ ଦୈବୀ ସାମ୍ରାଜ୍ୟ ପ୍ରାପ୍ତି ସାଧନାରେ ବିଘ୍ନ ସୃଷ୍ଟିକାରୀ ମନୋବିକାର ସମୂହକୁ ଜୟ କରିବା ପାଇଁ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ଶିକ୍ଷା ଦିଅନ୍ତି । ଦ୍ୱାପର ଯୁଗରେ ଏହି ବିସ୍ମୃ୍ମୃତି ଜ୍ଞାନକୁ ତପଶ୍ଚର୍ଯ୍ୟା ଦ୍ୱାରା ଅର୍ନ୍ତଦୃଷ୍ଟିରେ ଅବଧାରଣା କରି ବ୍ୟାସଦେବ ନିଜସ୍ୱ ଶୈଳୀରେ ସଂସ୍କୃତ ଭାଷାରେ ଛନ୍ଦୋବଦ୍ଧ କରି “ଶ୍ରୀମଦ୍ ଭଗବତ ଗୀତା” ଶୀର୍ଷକ ଗ୍ରନ୍ଥର ରୂପ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ସେହି ଗ୍ରନ୍ଥ ମଧ୍ୟ ଆଜି ଆମ ପାଖରେ ଆଦି ସ୍ୱରୂପରେ ଉପଲବ୍ଧ ନୁହେଁ ।
ମହାଭାରତ ଭୀଷ୍ମ ପର୍ବର ୨୫ରୁ ୪୨ ଅଧ୍ୟାୟ ପର୍ଯ୍ୟନ୍ତ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଯେଉଁ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ ଶୁଣାଇଥିଲେ ତାକୁ ଆମେ ଶ୍ରୀମଦ୍ଭଗବତ ଗୀତା ନାମରେ ପାରାୟଣ କରୁ । ବର୍ମାନ ଏହି ୧୮ ଅଧ୍ୟାୟ ବିଶିଷ୍ଟ ଗୀତାରେ ଶ୍ରୀକୃଷ୍ଣଙ୍କର ୫୭୪, ଅର୍ଜୁନଙ୍କର ୮୪, ସଞ୍ଜୟଙ୍କର ୪୧ ଏବଂ ଧୃତରାଷ୍ଟ୍ରଙ୍କର କେବଳ ଗୋଟିଏ ଶ୍ଲୋକ ମିଶି ମୋଟ ୭୦୦ଟି ଶ୍ଲୋକ ଦେଖିବାକୁ ମିଳେ । କିନ୍ତୁ ଏହି ପର୍ବର ୪୩ ଅଧ୍ୟାୟର ଚତୁର୍ଥ ଓ ପମ ଶ୍ଲୋକରେ ଗୀତାର ମୋଟ ଶ୍ଲୋକ ସଂଖ୍ୟାକୁ ୭୪୫ ବୋଲି କୁହାଯାଇଛି । ଏଥି ମଧ୍ୟରୁ ଶ୍ରୀକୃଷ୍ଣଙ୍କର ୬୨୦ ଟି ଶ୍ଲୋକ; ଅର୍ଜୁନଙ୍କର ୫୭ଟି ଶ୍ଲୋକ; ସଞ୍ଜୟଙ୍କର ୬୭ଟି ଶ୍ଲୋକ ଓ ଧୃତରାଷ୍ଟ୍ରଙ୍କ ଗୋଟିଏ ଶ୍ଲୋକ ଅଟେ । ମହାଭାରତ ଅନୁସାରେ ବର୍ମାନ ଉପଳବ୍ଧ ଗୀତାରେ ଶ୍ରୀକୃଷ୍ଣଙ୍କର ୪୬ଟି ଶ୍ଲୋକ ଓ ସଞ୍ଜୟଙ୍କର ୨୬ଟି ଶ୍ଲୋକ କମ୍ ଅଛି ଏବଂ ଅର୍ଜୁନଙ୍କର ୨୭ଟି ଶ୍ଲୋକ ଅଧିକ ଅଛି । ଏହି ଆଧାରରେ ବିଦ୍ୱାନ ବ୍ୟକ୍ତିମାନେ ମତ ଦିଅନ୍ତି ଯେ ବର୍ମାନର ମହାଭାରତ ଗ୍ରନ୍ଥ ସଂକଳିତ ହେବା ପରେ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତି ଦ୍ୱାରା ଗୀତାର କେତେକ ଶ୍ଲୋକ ଉଚ୍ଛେଦ କରାଯାଇଛି ଓ ଏଥିରେ କେତେକ ଶ୍ଲୋକ ପ୍ରକ୍ଷେପ କରାଯାଇଛି । ତେଣୁ ଗୀତାର ମୌଳିକତା ଉପରେ ଯେଉଁମାନେ ପ୍ରଶ୍ନ ଉଠାନ୍ତି ତାହା ଯଥାର୍ଥ ବୋଲି ମନେହୁଏ । ଭଗବାନଙ୍କ ଦ୍ୱାରା କଥିତ ଯେଉଁ ୪୬ଟି ଶ୍ଲୋକ ବର୍ମାନ ଗୀତାରେ ଉପଳବ୍ଧ ନୁହେଁ ସେଗୁଡିକରେ ତାଙ୍କର ପ୍ରକୃତ ପରିଚୟ, ଅବତରଣ କାଳ, ଅବତରଣ ବିଧି ତଥା ଅନ୍ୟାନ୍ୟ ଆଧ୍ୟାତ୍ମିକ ତଥ୍ୟଗୁଡିକ ଯେ ନ ଥିଲା ଏକଥା କିଏ କହିବ ? ଆଦି ଶଙ୍କରା·ର୍ଯ୍ୟଙ୍କ ସମୟରୁ ଗୀତା ତା’ର ଆଦି ସ୍ୱରୁପ ହରାଇ ସାରିଥିଲା ବୋଲି କେହି କେହି ମତ ଦିଅନ୍ତି । କାରଣ ତାଙ୍କର ଭାଷ୍ୟ ପରେ ହିଁ ଗୀତାର ବହୁଳ ପ୍ର·ର ହୋଇଥିଲା । ତାଙ୍କ ଭାଷ୍ୟରେ ସେ ଗୀତାର ଦ୍ୱିତୀୟ ଅଧ୍ୟାୟର ଏକାଦଶ ଶ୍ଲୋକରୁ ଟୀକା ଲେଖିବା ଆରମ୍ଭ କରିଛନ୍ତି । ଏହାକୁ ଆଧାର କରି ଗବେଷକମାନେ କହନ୍ତି ଯେ ଶଙ୍କରା·ର୍ଯ୍ୟଙ୍କ ସମୟରେ ହୁଏତ ଗୀତାରେ ଅର୍ଜୁନ ବିଷାଦ ଯୋଗ ଏବଂ ଦ୍ୱିତୀୟ ଅଧ୍ୟାୟର ପ୍ରଥମ ୧୦ଟି ଶ୍ଲୋକ ନ ଥିଲା ଅଥବା ଏଗୁଡିକୁ ସେ କ୍ଷେପକ ଶ୍ଲୋକ ବିଚାରକରି ଛାଡ଼ି ଦେଇ ଥାଇ ପାରନ୍ତି ।
ଗୀତାର ପ୍ରାରମ୍ଭରେ ଧୃତରାଷ୍ଟ୍ର ଯୁଦ୍ଧ ସମ୍ବନ୍ଧୀୟ ସମା·ର ଜାଣିବା ପାଇଁ ସଞ୍ଜୟଙ୍କୁ ଜିଜ୍ଞାସା କରିଛନ୍ତି । ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁସôବଃ । ମାମକାଃ ପାଣ୍ଡବଶ୍ଚୈବ କିମକୁର୍ବତ ସଞ୍ଜୟ ।ା ୧/୧ ।ା ରାଜପ୍ରାସାଦରେ ବସି ଧୃତରାଷ୍ଟ୍ରଙ୍କୁ ଟିକିନିଖି ଭାବରେ ଯୁଦ୍ଧ ବିଷୟକ ସମା·ର ଦେବାପାଇଁ ବ୍ୟାସଦେବ ସଞ୍ଜୟଙ୍କୁ ଦିବ୍ୟଦୃଷ୍ଟି ପ୍ରଦାନ କରିଥିଲେ ବୋଲି ମହାଭାରତରେ ବର୍ଣ୍ଣନା ମିଳେ । ପ୍ରକାଶଂ ବା ପ୍ରକାଶଂ ବା ଦିବା ବା ଯଦି ବା ନିଶି । ମନସା ଚିନ୍ତିତମପି ସର୍ବଂଚେସô୍ୟତି ସଞ୍ଜୟ ।ା ମହା-ଭୀଷ୍ମ ୨/୧୧ ।ା ଗୀତାରେ ଥିବା ଅନ୍ତିମ ପାଟି ଶ୍ଲୋକରୁ ମଧ୍ୟ ଏକଥା ଜଣାଯାଏ ଯେ ଯୁଦ୍ଧ କ୍ଷେତ୍ରରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯେଉଁସବୁ ଯୋଗ ବିଷୟକ ତ୍ୱ ଶୁଣାଇଥିଲେ ସେ ସବୁ ସେ ଅବିକଳ ଭାବରେ ବ୍ୟାସଦେବଙ୍କଠାରୁ ପ୍ରାପ୍ତ ଦିବ୍ୟଦୃଷ୍ଟି ଦ୍ୱାରା ଶୁଣି ପାରିଥିଲେ । ସଞ୍ଜୟ କହୁଛନ୍ତି – ଇତ୍ୟହଂ ବାସୁଦେବସ୍ୟ ପାର୍ଥସ୍ୟ ଚ ମହାତ୍ମନଃ । ସମ୍ବାଦ ମିମମ୍ ଶ୍ରୋଷମଦ୍ଦ୍ଭୁତଂ ଲୋମହର୍ଷଣମ୍ । ବ୍ୟାସ ପ୍ରସାଦାତ୍ ଶ୍ରୁତବାନେତଦ୍ ଗୁହ୍ୟତମଂ ପରଂ । ଯୋଗଂ ଯୋଗେଶ୍ୱରାତ୍ କୃଷ୍ଣାତ୍ ସାକ୍ଷାତ୍ କଥୟତଃ ସ୍ୱୟଂ । ରାଜନ ସଂସ୍ମୃତ୍ୟ ସଂସ୍ମୃତ୍ୟ ରୂପମତ୍ୟଦ୍ଦ୍ଭୁତଂ କେଶବାର୍ଜୁନୟୋଃ ପୁଣ୍ୟଂ ହୃଷ୍ୟଅମି ଚ ମୁହୁର୍ମୁହୁଃ । ତଚ୍ଚ ସଂସ୍ମୃତ୍ୟ ରୂପମତ୍ୟଦ୍ଦ୍ଭୁତଂ ହରେଃ । ବିସ୍ମୟୋ ମେ ମହାନ ରାଜନ ହୃଷ୍ୟାମି ଚ ପୁନଃ ପୁନଃ । ଯତ୍ର ଯୋଗେଶ୍ୱରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଦ୍ଧରଃ । ତତ୍ର ଶ୍ରୀର୍ବିଜୟୋ ଭୂତି ର୍ଧ୍ରୁବାନୀତିର୍ମତିର୍ମମ ।ା ଗୀ-୧୮/୭୪-୭୮ ।ା
ଅନୁବାଦ : ହେ ରାଜନ୍ ! ମୁଁ ଏହି ପ୍ରକାରେ ମହାତ୍ମା ବାସୁଦେବ ଓ ଅର୍ଜୁନଙ୍କ ମଧ୍ୟରେ ହୋଇଥିବା ରୋମାକର ଅଦ୍ଭୁତ ସମ୍ବାଦକୁ ଶ୍ରବଣ କଲି । ବ୍ୟାସଦେବଙ୍କ କୃପାରୁ (ପ୍ରାପ୍ତ ଦିବ୍ୟଦୃଷ୍ଟି ବଳରେ) ମୁଁ ଏହି ପରମ ଗୁହ୍ୟ ଯୋଗ ବିଷୟକ ଜ୍ଞାନକୁ ସ୍ୱୟଂ ଯୋଗେଶ୍ୱର କୃଷ୍ଣଙ୍କ ମୁହଁରୁ ପ୍ରତ୍ୟକ୍ଷ ପ୍ରମାଣ ଶ୍ରବଣ କଲି । କେଶବ ଓ ଅର୍ଜୁନଙ୍କ ଏହି ପବିତ୍ର ଅଦ୍ଭୁତ ସମ୍ବାଦ ଶୁଣି ଓ ସ୍ମରଣ କରି ମୁହୁର୍ମୁହୁ ମୁଁ ଆହ୍ଲାଦିତ ହେଉଅଛି ।ହେ ରାଜନ୍! ହରିଙ୍କ ଏହି ଅତ୍ୟନ୍ତ ଅଦ୍ଭୁତ ରୂପକୁ ସ୍ମରଣ କରି କରି ମୁଁ ବିସ୍ମୟାଭିଭୁତ ହୋଇ ପଡୁଛି ଏବଂ ବାରମ୍ବାର ମୁଁ ହର୍ଷୋତଫୁଲ୍ଲ ହେଉଅଛି । ଯେଉଁଠି ଯୋଗେଶ୍ୱର କୃଷ୍ଣ ଏବଂ ଧର୍ନୁର୍ବିଦ୍ୟାରେ ପ୍ରବୀଣ ପାର୍ଥ ଅଛନ୍ତି ସେଇଠି ନିଶ୍ଚିତ ଭାବରେ ହିଁ ରାଜଲକ୍ଷ୍ମୀ, ବିଜୟ, ଅଭିବୃଦ୍ଧି ଓ ନ୍ୟାୟ ଅଛି । ଏହା ମୋର ବି·ର ଅଟେ ।ା ୧୮/୭୪-୭୮ ।ା
ଉପର୍ଯୁ୍ୟକ୍ତ ଶ୍ଲୋକ ଆଧାରରେ ଗୀତାକୁ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ ବୋଲି ମାନ୍ୟତା ମିଳିଛି । ଏ ଗୁଡିକୁ ଯଦି ଗୀତାରୁ ବାଦ ଦିଆଯାଏ ତେବେ ଗୀତା ଓ ମହାଭାରତ ମଧ୍ୟରେ ଥିବା ସଂପର୍କ ଛିନ୍ନ ହୋଇଯିବ । କାରଣ ଗୀତା “ଧୃତରାଷ୍ଟ୍ର ଉବାଚ”ରୁ ଆରମ୍ଭ ହୋଇ “ସଞ୍ଜୟ ଉବାଚ”ରେ ସମାପ୍ତ ହୋଇଛି । କିନ୍ତୁ ମହାଭାରତରେ ବିଭିନ୍ନ ପର୍ବରେ ଏପରି କେତେକ ଶ୍ଲୋକ ମିଳେ ଯଦ୍ଧ୍ୱାରା ଏହା ସ୍ପଷ୍ଟ ଜଣାଯାଏ ଯେ ପ୍ରକୃତରେ ସଞ୍ଜୟ ରାଜପ୍ରାସାଦରେ ବସି ଦିବ୍ୟଦୃଷ୍ଟି ଦ୍ୱାରା ଧୃତରାଷ୍ଟ୍ରଙ୍କୁ ମହାଭାରତ ଯୁଦ୍ଧ ବୃାନ୍ତ ଶୁଣାଉ ନ ଥିଲେ । ଏହି ପରିପ୍ରେକ୍ଷୀରେ ମହାଭାରତର ଭୀଷ୍ମପର୍ବ ୨/୧୧, ଦ୍ରୌଣ ପର୍ବ ୧/୬-୭, କର୍ଣ୍ଣ ପର୍ବ ୧/୧୫-୧୭, ଓ ଶଲ୍ୟ ପର୍ବ ୧/୧୪-୧୫ ଶ୍ଲୋକଗୁଡିକ ପ୍ରଣିଧାନ ଯୋଗ୍ୟ । ଏଗୁଡିକରେ ସ୍ପଷ୍ଟ ବର୍ଣ୍ଣିତ ହୋଇଛି ଯେ ସଞ୍ଜୟ ପ୍ରତ୍ୟକ୍ଷରେ ଯୁଦ୍ଧ କ୍ଷେତ୍ରକୁ ଯାଉଥିଲେ, କୌରବମାନଙ୍କ ରାତ୍ରୀକାଳୀନ ଯୁଦ୍ଧ ବିଷୟକ ମନ୍ତ୍ରଣାରେ ଅଂଶ ଗ୍ରହଣ କରୁଥିଲେ ଓ ମଝିରେ ମଝିରେ ରାଜପ୍ରସାଦକୁ ଫେରି ଆସି ଧୃତରାଷ୍ଟ୍ରଙ୍କୁ ତାଙ୍କର ପ୍ରତ୍ୟକ୍ଷ ଦର୍ଶନଲବ୍ଧ ଅନୁଭବ ଶୁଣାଉଥିଲେ । ଯୁଦ୍ଧ ପଡିଆରେ ସଞ୍ଜୟଙ୍କ ପ୍ରତ୍ୟକ୍ଷ ଉପସ୍ଥିତି କଥା ମହାଭାରତରେ ବର୍ଣ୍ଣିତ ଏକ ଘଟଣାରୁ ପ୍ରମାଣିତ ହୁଏ । ସେନାପତି କର୍ଣ୍ଣଙ୍କ ମୃତୁ୍ୟ ପରେ ସେ ଯୁଦ୍ଧ କ୍ଷେତ୍ରରୁ ରାଜପ୍ରାସାଦକୁ ପ୍ରତ୍ୟାବର୍ନ କରିଥିଲେ । ଧୃତରାଷ୍ଟ୍ରଙ୍କ ସମ୍ମୁଖରେ ପ୍ରତ୍ୟକ୍ଷ ଦର୍ଶନ ବିବରଣୀ ସବୁ ଶୁଣାଇବା ପରେ ପୁନର୍ବାର ସେ ପରବର୍ୀ ସମା·ର ସଂଗ୍ରହ ପାଇଁ ରଣାଙ୍ଗନକୁ ଫେରି ଆସିଛନ୍ତି । ଦିନେ ପାଣ୍ଡବ ପକ୍ଷର “ସାତ୍ୟକି” ନାମକ ମହାରଥୀ ସଞ୍ଜୟଙ୍କୁ ଏହିପରି ଗୁପ୍ତଚର ବୃି ଦ୍ୱାରା ସମ୍ବାଦ ସଂଗ୍ରହ କରୁଥିବା ଦେଖି ତାଙ୍କୁ ବନ୍ଦୀ କଲେ ଓ ରଥରେ ବାନ୍ଧି ପକାଇଲେ । ସାତ୍ୟକି ଯେତେବେଳେ ସଞ୍ଜୟଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ ହେଉଥିଲେ ସେତେବେଳେ ହଠାତ୍ ବ୍ୟାସଦେବ ପହô ତାଙ୍କ ପ୍ରାଣ ରକ୍ଷା କଲେ । ଏଥିରୁ ପ୍ରମାଣିତ ହୁଏ ଯେ ସଞ୍ଜୟ ରାଜପ୍ରସାଦରେ ବସି ଦିବ୍ୟଦୃଷ୍ଟି ବଳରେ ଧୃତରାଷ୍ଟ୍ରଙ୍କୁ ଯୁଦ୍ଧ ବୃାନ୍ତ ଓ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ ଶୁଣାଇ ନ ଥିଲେ । ଏକଥା ମଧ୍ୟ କେହି କେହି ତର୍କ କରି ପାରନ୍ତି ଯେ ସଞ୍ଜୟ କୌଣସି ପ୍ରକାରେ ଶ୍ରୀକୃଷ୍ଣଙ୍କ ରଥ ପାଖରେ ପହô ଗୀତାଜ୍ଞାନ ଶୁଣିଥିଲେ ଓ ପରେ ରାଜପ୍ରାସାଦକୁ ଫେରି ଆସି ଧୃତରାଷ୍ଟ୍ରଙ୍କୁ ଶୁଣାଇଥିଲେ । ଏହି ତର୍କ ବିବେକ ସଙ୍ଗତ ହେଉ ନାହିଁ । କାରଣ ମହାଭାରତରେ ଏକଥା ମଧ୍ୟ ବର୍ଣ୍ଣିତ ହୋଇଛି ଯେ ଅର୍ଜୁନ ଯୁଦ୍ଧର କୋଳାହଳ ମଧ୍ୟରେ ଭଗବାନଙ୍କ କଥା ଭଲ ଭାବରେ ଶୁଣି ପାରି ନ ଥିବା ହେତୁ ମନେ ରଖି ପାରି ନ ଥିଲେ । ତେବେ ଲୁଚିଛପି ସଞ୍ଜୟ ତାହା କିପରି ଶୁଣି ପାରିଲେ ? ଯଦିବା କିଛି କିଛି ଶୁଣି ପାରିଥିଲେ ତେବେ ଧୃତରାଷ୍ଟ୍ରଙ୍କ ସମ୍ମୁଖରେ ସେସବୁ ବର୍ଣ୍ଣନା କଲାବେଳେ ସେଥିରେ କେତେଦୂର ଶବ୍ଦ, ଭାଷା ଓ ଭାବର ମୌଳିକତା ରକ୍ଷା କରିବାକୁ ସମର୍ଥ ହୋଇଥିଲେ ?
ଗୀତାର ଆରମ୍ଭ ଅର୍ଜୁନ ବିଷାଦ ଯୋଗରୁ । ମହାଭାରତ ରଣାଙ୍ଗନରେ ଉଭୟ ପାଣ୍ଡବ ଓ କୌରବ ସେନା ଯୁଦ୍ଧ କରିବାକୁ ଉପସ୍ଥିତ ହୋଇ ସାରିଛନ୍ତି । ଶଙ୍ଖନାଦ କରି ପିତାମହ ଭୀଷ୍ମ ଯୁଦ୍ଧ ଆରମ୍ଭ ଘୋଷଣା କରିଦେଲେ । ତସ୍ୟ ସଞ୍ଜୟନୟନ୍ ହର୍ଷଂ କୁରୁବୃଦ୍ଧ ପିତାମହଃ । ସିଂହନାଦଂ ବିନଦ୍ୟୋଚ୍ଚୈ ଶଙ୍ଖ ଧ୍ଗୌ ପ୍ରତାପବାନ୍ ।ା ୧/୧୨ ।ା ଏହାର ପ୍ରତିକ୍ରିୟା ସ୍ୱରୂପ ଉପସ୍ଥିତ ଉଭୟ ସେନାରୁ ଶଙ୍ଖ, ଭେରୀ, ମୃଦଙ୍ଗ, ଢାକ୍ ଏବଂ ରଣସିଙ୍ଗା ପ୍ରଭୃତି ବାଦ୍ୟ ନାଦ ଦ୍ୱାରା ସମସ୍ତେ ପ୍ରସ୍ତୁତ ବୋଲି ସଂକେତ ଦେଲେ । ରଣାଙ୍ଗନ ସେହି ଶବ୍ଦ ଦ୍ୱାରା ମୁଖରିତ ହୋଇ ଉଠିଲା । ତତଃ ଶଙ୍ଖାଶ୍ଚ ଭେର୍ଯ୍ୟଶ୍ଚ ପଣବାନକ ଗୋମୁଖାଃ । ସହସୈବାଭ୍ୟ ହନ୍ୟନ୍ତ ସ ଶବ୍ଦ ସ୍ତୁମୁଲୋଽଭବତ୍ ।ା ୧/୧୩ ।ା କୌରବ ପକ୍ଷର ସମସ୍ତ ପ୍ରସ୍ତୁତି ଦେଖି ତଥା ଭୀଷ୍ମଙ୍କର ଶଙ୍ଖନାଦ ଦ୍ୱାରା ଯୁଦ୍ଧ ପାଇଁ ସାଂକେତିକ ଆହ୍ୱାନ ପାଇ ଅର୍ଜୁନ ମଧ୍ୟ ତାଙ୍କ କପିଧ୍ୱଜ ରଥରେ ବସି ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କର ଉପରେ ଦୃଷ୍ଟି ନିକ୍ଷେପ ପୂର୍ବକ ଗାଣ୍ଡିବ ଧନୁ ଉୋଳନ କଲେ ଏବଂ ଶରବର୍ଷା କରିବାକୁ ଉଦ୍ୟତ ହୋଇ ଦୁଇ ସୈନ୍ୟଙ୍କ ମଧ୍ୟରେ ତାଙ୍କର ରଥ ରଖିବାକୁ ଶ୍ରୀକୃଷ୍ଣଙ୍କୁ କହିଲେ । ଅଥ ବ୍ୟବସ୍ଥିତାନ୍ ଦୃଷ୍ଟା ୍ୱ ଧାର୍ତରାଷ୍ଟ୍ରାନ୍ କପିଧ୍ୱଜ, ପ୍ରବୃେ ଶସ୍ତ୍ର ସଂପାତେ ଧନୁର୍ଉଦ୍ୟମ୍ୟ ପାଣ୍ଡବଃ । ହୃଷୀକେଶଂ ତଦା ବାକ୍ୟମ୍ ଆହ ମହୀପତେ । ସେନୟୋର ଉଭୟୋର ମଧ୍ୟେ ରଥଂ ସ୍ଥାପୟ ମେଽଚୁ୍ୟତ ।ା ୧/୨୦-୨୧ ।ା ଅର୍ଜୁନଙ୍କ ଅନୁରୋଧ ରକ୍ଷା କରି ଶ୍ରୀକୃଷ୍ଣ ଉଭୟ ସେନାଙ୍କ ମଧ୍ୟରେ ରଥ ରଖିଲେ ଓ କୌରବ ପକ୍ଷରୁ ଯୁଦ୍ଧ ପାଇଁ ଉପସ୍ଥିତ ପ୍ରତ୍ୟେକ ସେନା ନାୟକଙ୍କୁ ପରିଚୟ କରାଇ ଦେଲେ । ଉଭୟ ସେନା ମଧ୍ୟରେ ପିତୃତୁଲ୍ୟ ଲୋକ, ପିତାମହ ଭୀଷ୍ମ, ମାମୁଁ, ଗୁରୁ, ଭାଇ, ପୁଅ, ନାତି, ବନ୍ଧୁଗଣ, ଶ୍ୱଶୁର ଓ ଶୁଭାକାଙ୍କ୍ଷୀଗଣଙ୍କୁ ଯୁଦ୍ଧ ପାଇଁ ଉପସ୍ଥିତ ଥିବାର ଦେଖି ଅର୍ଜୁନ ମୋହ ହେତୁ ବିଷାଦିତ ହୋଇ ପଡିଲେ । ତତ୍ରାପଣ୍ୟତ୍ ସ୍ଥିତାନ୍ ପାର୍ଥଃ ପିତୃନଥଃ ପିତାମହାନ । ଆ·ର୍ଯ୍ୟାନ୍ ମାତୁଳାନ୍ ଭ୍ରାତୃନ୍ ପୁତ୍ରାନ୍ ପୌତ୍ରାନ୍ ସଖୀଂ ସ୍ତଥା । ଶ୍ୱଶୁରାନ୍ ସୁହୃଦଶ୍ଚୈବ ସେନୟୋରୁ ଭୟୋରପି । ତାନ୍ ସମୀକ୍ଷ୍ୟ ସ କୌନ୍ତେୟଃ ସର୍ବାନ୍ ବନ୍ଧୁନବସ୍ଥିତାନ । କୃପୟାପରୟାବିଷ୍ଟୋ ବିଷୀଦିନ୍ନିଦମ ବ୍ରବୀତ୍ ।ା ୧/୨୬-୨୭ ।ା ସଂପ୍ରତି ପ୍ରଚଳିତ “ଶ୍ରୀମଦ୍ ଭଗବତ୍ ଗୀତା”ର ଏହାହିଁ ଆଧାର । ଅନେକ ବିଦ୍ୱାନ ଓ ଭାଷ୍ୟକାର ମଧ୍ୟ ଏହି ପ୍ରସଙ୍ଗକୁ ଆଧାର କରି ଏକଥା ସ୍ବୀକାର ଯେ ସ୍ୱଜନ କୁଟୁମ୍ବଙ୍କ ଦର୍ଶନ ହେତୁ ଅର୍ଜୁନଙ୍କ ମନରେ ଯେଉଁ ମୋହ ଓ ବିଷାଦ ଉପôନ୍ନ ହୋଇଥିଲା ତାହା ଦୂର କରିବା ପାଇଁ ଶ୍ରୀକୃଷ୍ଣଙ୍କୁ ଗୀତା ଶୁଣାଇବାକୁ ପଡିଥିଲା ।
ଉପର୍ଯୁ୍ୟକ୍ତ ଘଟଣା ପ୍ରସଙ୍ଗକୁ ଯଦି ଆମେ ସୂକ୍ଷ୍ମ ଭାବରେ ବିବେଚନା କରୁ ତେବେ ଅନେକ ପ୍ରଶ୍ନ ଆଲୋଚନା ପରିସରକୁ ଆସେ । ପ୍ରକୃତରେ କ’ଣ ଅର୍ଜୁନ କୋଟି କୋଟି ସୈନ୍ୟ ସାମନ୍ତ ସେନାପତିଙ୍କ ଦ୍ୱାରା ପରିବେଷ୍ଟିତ ସ୍ୱଜନ ମିତ୍ର ସମ୍ବନ୍ଧୀଙ୍କୁ ରଥ ଉପରେ ଦଣ୍ଡାୟମାନ ହୋଇ ଦେଖିବାକୁ ସମର୍ଥ ହୋଇଥିଲେ ? ମହାଭାରତ ବର୍ଣ୍ଣନା ଅନୁସାରେ କୁରୁକ୍ଷେତ୍ର ରଣାଙ୍ଗନରେ ଯୁଦ୍ଧ ପାଇଁ କୋଟି କୋଟି ସୈନ୍ୟ ଉପସ୍ଥିତ ଥିଲେ । ବହୁନିଚ ସହସ୍ରାଣି ପ୍ରୟୁତାନ୍ୟର୍ବୁଦାନି ଚ । କୋଟ୍ୟଶ୍ଚ ଲୋକ ବୀରାଣାଂ ସମବେତା କରୁଜାଙ୍ଗଳେ ।ା ମହା. ଭୀଷ୍ମ. ଜମ୍ବୁ. ଅ୪/ଶ୍ଲୋ୬ ।ା ଏକାକୀ ଭୀଷ୍ମ ହିଁ ଦଶଦିନ ମଧ୍ୟରେ କେବଳ ପାଣ୍ଡବମାନଙ୍କ ପକ୍ଷର ଦଶ କୋଟି ସୈନିକଙ୍କୁ ବିନାଶ କରିଥିଲେ । ଜଘାନ ଯୁଧିଯୋଧାନାମ୍ ଅବୁର୍ଦ ଦଶଭିର୍ଦିନୈଃ ।ା ମହା.ଭୀଷ୍ମ.ଶ୍ରୀମଦ୍. ୧୪/୧୫ ।ା ଏତେ ସଂଖ୍ୟକ ଲୋକମାନଙ୍କ ସମାବେଶ ପାଇଁ କେତେ କ୍ଷେତ୍ରଫଳ ବିଶିଷ୍ଟ ସ୍ଥାନ ଆବଶ୍ୟକ ଓ ପ୍ରକୃତରେ ଦିଲ୍ଲୀ ନିକଟବର୍ୀ କୁରୁକ୍ଷେତ୍ର ପଡିଆରେ କୋଟି କୋଟି ଲୋକଙ୍କ ସମାବେଶ ସମ୍ଭବ କି ନୁହେଁ ତାହା ବି·ରଣୀୟ । ବର୍ମାନ ଏହା ଉପରେ ଆଲୋଚନା କରିବା ଅପ୍ରାସଙ୍ଗିକ ହେବ । “ମହାଭାରତ ଯୁଦ୍ଧର ଯଥାର୍ଥ ସ୍ୱରୂପ ଓ ଗୀତା ପ୍ରକରଣର ପୁନରାବୃି” ଶୀର୍ଷକ ଅଧ୍ୟାୟରେ ଏହାର ଆଲୋଚନା କରାଯାଇଛି । ଏହି ପ୍ରସଙ୍ଗରେ ଏତିକି ନିଶ୍ଚିତ ଭାବରେ କୁହାଯାଇପାରେ ଯେ କୋଟି କୋଟି ସୈନ୍ୟ ସମାଗମ ମଧ୍ୟରେ ଯୁଦ୍ଧ ପାଇଁ ଉପସ୍ଥିତ ସ୍ୱଜନ ମିତ୍ରଗଣଙ୍କୁ ଅର୍ଜୁନ ପ୍ରତ୍ୟକ୍ଷ ଦେଖି ପାରିବା ସମ୍ଭବ ନ ଥିଲା । ତେଣୁ ଅର୍ଜୁନ ମୋହ ହେତୁ କାପୁରୁଷ ପରି ଶସ୍ତ୍ର ତ୍ୟାଗ କରି ବିଷାଦିତ ହେବା ଏବଂ ତାଙ୍କୁ ପୁନଶ୍ଚ ଯୁଦ୍ଧରେ ପ୍ରେରିତ କରିବା ପାଇଁ ଶ୍ରୀକୃଷ୍ଣଙ୍କୁ ଗୀତାଜ୍ଞାନ ଶୁଣାଇବାକୁ ପଡିଥିଲା ବୋଲି ମହାଭାରତରେ ଯାହା ବର୍ଣ୍ଣନା ମିଳେ ତାହା ନିରାଧାର ଓ ଅଯୋ÷କ୍ତିକ ନିଶ୍ଚିତ ।
ମହାଭାରତର ବର୍ଣ୍ଣନା ଅନୁସାରେ ଅର୍ଜୁନ ସେ ସମୟର ଜଣେ ଶ୍ରେଷ୍ଠ ଧନୁର୍ଦ୍ଧାରୀ ଏବଂ ଦୃଢ଼ମନା ବୀର ପୁଙ୍ଗବ ଥିଲେ । ଅନେକ ଯୁଦ୍ଧରେ ସେ ତାଙ୍କ ବୀରତ୍ୱ ପ୍ରଦର୍ଶନ କରି ସାରିଥିଲେ । ବିରାଟ ରାଜ୍ୟରେ ଅଜ୍ଞାତବାସ ବେଳେ ଭୀଷ୍ମ ଦ୍ରୋଣ ଆଦିଙ୍କ ଦ୍ୱାରା ପରି·ଳିତ ବିଶାଳ କୌରବ ସୈନ୍ୟ ବାହିନୀକୁ ବୃହନ୍ନଳା ବେଶଧାରୀ ଅର୍ଜୁନ ଏକାକୀ ପରାସ୍ତ କରିଥିଲେ । ଅଜ୍ଞାତବାସର ସମୟ ସମାପ୍ତ ହୋଇ ସାରିଥିଲା । ସର୍ ଅନୁସାରେ ଦୁର୍ଯେ୍ୟାଧନ ପାଣ୍ଡବମାନଙ୍କୁ ତାଙ୍କ ଭାଗର ରାଜ୍ୟ ଫେରାଇ ଦେବା କଥା । ରାଜ୍ୟ ତ ଦୂରର କଥା ବିନା ଯୁଦ୍ଧରେ ସୂଚ୍ୟଗ୍ର ଭୂମି ସୁଦ୍ଧା ସେ ଦେବ ନାହିଁ ବୋଲି ଘୋଷଣା କରି ଦେଇଥିଲା । ଶ୍ରୀକୃଷ୍ଣଙ୍କ ସନ୍ଧି ପ୍ରୟାସ ମଧ୍ୟ ବିଫଳ ହୋଇଗଲା । ପାଣ୍ଡବମାନଙ୍କ ପାଇଁ ଯୁଦ୍ଧ ଏକମାତ୍ର ବିକଳ୍ପ ଥିଲା । ଦୁଃଶାସନର ରକ୍ତରେ ଦ୍ରୌପଦୀ କେଶ ବାନ୍ଧିବେ ବୋଲି ପ୍ରତିଜ୍ଞା କରିଥିଲେ ଏବଂ ଭୀମ ଏଥିପାଇଁ ପ୍ରତିଶୃତିବଦ୍ଧ ଥିଲେ । ଦ୍ରୌପଦୀ ବସ୍ତ୍ର ହରଣ ଅପମାନର ପ୍ରତିଶୋଧ ନେବା ପାଇଁ ଅର୍ଜୁନ ପ୍ରତିଜ୍ଞା କରି କହିଥିଲେ “ସୂର୍ଯ୍ୟ ତା’ର ଗତିପଥ ବଦଳାଇ ଦେଇ ପାରେ, ହିମାଳୟ ସ୍ଥାନ ଚୂ୍ୟତ ହୋଇପାରେ; କିନ୍ତୁ ମୋର ପ୍ରତିଜ୍ଞା ଅଟଳ ।ା ମହା.ସଭା.୭୭/୩୩-୩୬ ।ା କୁରୁକ୍ଷେତ୍ରରେ ଯୁଦ୍ଧ ପାଇଁ ଉଦ୍ୟତ ଅର୍ଜୁନ ହଠାତ କିପରି ଏକଥା ଭୁଲି ଗଲେ ? ଶତ୍ରୁ ପକ୍ଷକୁ ଦେଖି ତାଙ୍କର ପ୍ରତିଶୋଧର ଜ୍ୱାଳା ଆହୁରି ତୀବ୍ର ହେବା କଥା । କିନ୍ତୁ ଠିକ୍ ଏହାର ବିପରୀତ ଭାବ ତାଙ୍କ ମନରେ ଜାତ ହେଲା କିପରି ? ମନୋବିଜ୍ଞାନ ଅନୁସାରେ ଶତ୍ରୁଠାରୁ ନିଜକୁ କ୍ଷୀଣବଳ ବୋଲି ମନେକଲେ ବ୍ୟକ୍ତିର ପଳାୟନ ପ୍ରବୃି ଜାଗ୍ରତ ହୁଏ ଓ ଏହାକୁ ଯଥାର୍ଥ ପ୍ରମାଣିତ କରିବା ପାଇଁ ନିଜ ସପକ୍ଷରେ ସେ ବିଭିନ୍ନ ଯୁକ୍ତି ଉପସ୍ଥାପନ କରେ । ଅର୍ଜୁନ ଠିକ୍ ଏହିପରି ଯୁଦ୍ଧ ନ କରିବା ସପକ୍ଷରେ ବିଭିନ୍ନ ଯୁକ୍ତି ବାଢିଛନ୍ତି । କିନ୍ତୁ କୌରବ ମାନଙ୍କ ତୁଳନାରେ ପାଣ୍ଡବମାନେ ବେଶ ଶକ୍ତିଶାଳୀ ଥିଲେ । ଭୀଷ୍ମ ଓ ଦ୍ରୋଣ ପ୍ରତିପକ୍ଷରେ ଥାଇ ମଧ୍ୟ ପାଣ୍ଡବ ମାନଙ୍କ ପ୍ରତି ସହାନୁଭୁତିଶୀଳ ଥିଲେ । ପୁନଶ୍ଚ ଶ୍ରୀକୃଷ୍ଣଙ୍କ ପରି ଚତୁର ରଣନୀତି କୁଶଳ ବ୍ୟକ୍ତି ଅର୍ଜୁନଙ୍କ ରଥର ସାରଥି ଥିଲେ । ତଥାପି ମଧ୍ୟ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ଆତ୍ମୀୟ ସ୍ୱଜନମାନଙ୍କୁ ଦେଖି ତଥା ସେମାନଙ୍କ ଆସନ୍ନ ମୃତୁ୍ୟ କଥା ଚିନ୍ତା କରି ଅର୍ଜୁନଙ୍କର ଶରୀର ଅବସନ୍ନ ହୋଇ ପଡିଛି; ଅଙ୍ଗ ପ୍ରତ୍ୟଙ୍ଗ ଥରି ଉଠିଛି; ମୁହଁ ଶୁଖି ଯାଇଛି; ଶରୀର ରୋମାିତ ହୋଇ ଉଠିଛି, ରୋମ ଟାଙ୍କୁରି ଉଠିଛି; ହାତରୁ ଗାଣ୍ଡିବ ଧନୁ ଖସି ପଡିଛି; ଚର୍ମ ଦଗ୍ଧୀଭୁତ ହୋଇ ପଡିଛି; ସ୍ଥିର ହୋଇ ସେ ଠିଆ ହେବାକୁ ଅସମର୍ଥ ହୋଇ ପଡିଛନ୍ତି, ନିଜକୁ ସେ ଭୁଲି ଯାଇଛନ୍ତି; ମନ ଭ୍ରମିତ ହୋଇଛି; ପ୍ରତ୍ୟେକ କଥାରେ ସେ ଅମଙ୍ଗଳ ହିଁ ଦର୍ଶନ କରୁଛନ୍ତି । ଦୃଷ୍ଟ୍ୱେମଂ ସ୍ୱଜନଂ କୃଷ୍ଣ ଯୁଯୁସôୁଂ ସମୁପସ୍ଥିତମ୍ । ସୀଦନ୍ତି ମମ ଗାତ୍ରାଣି ମୁଖଂ ଚ ପରିଶୁଷ୍ୟତି । ବେପଥୁଶ୍ଚ ଶରୀରେ ମେ ରୋମହର୍ଷଶ୍ଚ ଜାୟତେ । ଗାଣ୍ଡୀବଂ ସ୍ରଂସତେ ହସ୍ତାତ୍ ତ୍ୱକ୍ ଚୈବ ପରିଦହ୍ୟତେ । ନ ଚ ଶକ୍ନୋମି ଅବସ୍ଥାତୁଂ ଭ୍ରମତୀବ ଚ ମେ ମନଃ । ନିମିାନି ଚ ପଶ୍ୟାନି ବିପରୀତାନି କେଶବ ।ା ୧/୨୮-୩୦ ।ା ଏଠାରେ ଅର୍ଜୁନଙ୍କୁ ଯେପରି ଏକ ଭୀରୁ, କାପରୁରୁଷ, ଦୁର୍ବଳମନା ଓ ପଳାୟନପନ୍ଥୀ ରୂପେ ଚିତ୍ରଣ କରାଯାଛି ତାହା ତାଙ୍କର ପ୍ରକୃତ ଚରିତ୍ର ସହିତ ମେଳ ରହୁ ନାହିଁ । ମନେ ହୁଏ ଯେ ମହାଭାରତକାର ବା ପରବର୍ୀ ସମୟରେ ମହାଭାରତର ସଂକଳନକର୍ା ଗୀତାକୁ ମହାଭାରତର ଅଂଶବିଶେଷ ବୋଲି ପ୍ରମାଣ କରିବା ପାଇଁ ଅର୍ଜୁନ ବିଷାଦ ଭୁମିକାର ସୃଷ୍ଟି କରିଥାଇ ପାରନ୍ତି ।
ମହାଭାରତ ଅନୁସାରେ କୁରୁକ୍ଷେତ୍ର ପଡିଆରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ ପ୍ରକରଣ ·ଲିଥିଲା ବେଳେ ରାଜ ପ୍ରାସାଦରେ ଥାଇ ସଞ୍ଜୟ ଦିବ୍ୟ ଦୃଷ୍ଟି ବଳରେ ସେ ସବୁକୁ ଧାରା ବିବରଣୀ ଦେଲା ପରି ଅକ୍ଷରତଃ ଧୃତରାଷ୍ଟ୍ରଙ୍କୁ ଶୁଣାଉ ଥିଲେ । ଏହି ମାନ୍ୟତା ଆଧାରରେ ଗୀତାର ମହିମା କରିବାକୁ ଯାଇ କୁହାଯାଇଛି; – ଗୀତା ସୁଗୀତା କର୍ବ୍ୟା କିମନୈଃ ଶାସ୍ତ୍ର ବିସ୍ତରୈଃ । ଯା ସ୍ୱୟଂ ପଦ୍ମନାଭସ୍ୟ ମୁଖପଦ୍ମାତ୍ ବିନଃସୃତା । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଯଦି ସଞ୍ଜୟ ଅବିକଳ ଧୃତରାଷ୍ଟ୍ରଙ୍କୁ “ଶ୍ରୀକୃୃଷ୍ଣାର୍ଜୁନ ସମ୍ବାଦ” ପରିବେଷଣ କରୁଥିଲେ ତେବେ ଏହି ପ୍ରକରଣର ସମସ୍ତ ପାତ୍ର କ’ଣ ସଂସ୍କୃତ ଶ୍ଲୋକ ଉଚ୍ଚାରଣ କରି ପରସ୍ପର ମଧ୍ୟରେ କଥାବାର୍ା କରୁଥିଲେ ? ସେମାନେ ସମସ୍ତେ କ’ଣ କବି ଥିଲେ ? କାରଣ ଗୀତା ଅନୁଷ୍ଟୁପ ଛନ୍ଦରେ ରଚିତ ହୋଇଛି । ଏସବୁ ବି·ର କଲେ ଜଣାଯାଏ ଯେ ଏପରି କିଛି ଘଟଣା ହୋଇ ନ ଥିଲା । ବ୍ୟାସଦେବ ପ୍ରଚଳିତ ପରମ୍ପରା ଅନୁସାରେ ସମ୍ବାଦ ଶୈଳୀରେ ଗୀତାକୁ ସଂକଳନ କରିଥିଲେ । ଶ୍ରୀକୃଷ୍ଣଙ୍କ ପ୍ରତି ଥିବା ଲୋକନିଷ୍ଠାକୁ ଆହୁରି ଦୃଢ଼ୀଭୂତ କରିବା ପାଇଁ ସେ ଏହାକୁ ମହାଭାରତ ମଧ୍ୟରେ ସ୍ଥାନିତ କରିଦେଲେ । ଏକଥା ନିମ୍ନ ଶ୍ଲୋକରୁ ଜଣାଯାଏ; ପାର୍ଥାୟ ପ୍ରତିବୋଧିତାଂଭଗବତ ନାରାୟଣେନ ସ୍ୱୟଂ । ବ୍ୟାସେନ ଗ୍ରଥିତାଂ ପୁରାଣ ମୁନିନା ମଧ୍ୟେ ମହାଭାରତେ । ଅଦ୍ୱେତାମୃତବର୍ଷିଣୀଂ ଭଗବତୀ ମଷ୍ଟାଦଶାଧ୍ୟାୟିନୀଂ । ଅମ୍ବ ତ୍ୱାମନୁସନ୍ଦଧାମୀ ଭଗବତ୍ଗୀତେ ଭବଦ୍ୱେଷିଣୀମ ।ା ସୁତରାଂ ବର୍ମାନ ଆମେ ଯେଉଁ ଶ୍ରୀମଦ୍ ଭଗବତ ଗୀତାର ପରାୟଣ କରୁଛେ ତାହା ବ୍ୟାସଙ୍କ ଦ୍ୱାରା ସଂକଳିତ; ଭଗବାନଙ୍କ ଦ୍ୱାରା କଥିତ ଅବିକଳ ମହାବାକ୍ୟ ନୁହେଁ । ଜନଶ୍ରୁତିରୁ ହେଉ ବା ଅର୍ନ୍ତଦୃଷ୍ଟି ଦ୍ୱାରା ହେଉ ସେ ଯେତେବେଳେ ଗୀତାଜ୍ଞାନକୁ ସଂସ୍କୃତ ଶ୍ଲୋକରେ ଛନ୍ଦୋବଦ୍ଧ କଲେ ତା’ର ମୌଳିକ ଭାବ ତଥା ଶଦ୍ଧ ମଧ୍ୟରେ ଅନ୍ତର ପଡିଥିବା ସ୍ୱାଭାବିକ ମନେହୁଏ ।
ଆଖ୍ୟାନ, ଉପାଖ୍ୟାନ ଆଦି କଥାବସ୍ତୁ ଦ୍ୱାରା ପୁରାଣଶାସ୍ତ୍ରରେ ଥିବା ଆଧ୍ୟାତ୍ମିକ ଜ୍ଞାନ ଲୁକ୍କାୟିତ ପ୍ରାୟ । ସେଥିପାଇଁ ହୁଏତ ବ୍ୟାସଦେବ ସମସ୍ତ ଶାସ୍ତ୍ର ପୁରାଣରୁ ସାର ସଂଗ୍ରହ କରି ଶ୍ରୀମଦ୍ ଭଗବତ୍ ଗୀତା ପରି ଏକ ଆଧ୍ୟାତ୍ମିକ ଗ୍ରନ୍ଥର ସଂକଳନ କଲେ । ସର୍ବପନିଷଦୋ ଗାବୋ ଦୋଗ୍ଧା ଗୋପାଳ ନନ୍ଦନଃ । ପାର୍ଥୋ ବସôଃ ସୁଧୀ ର୍ଭୋକ୍ତା ଦୁଗ୍ଧଂ ଗୀତାମୃତଂ ମହତ୍ ।ା “ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ” ରୂପରେ ସେ ସୁଧୀ ପାଠକମାନଙ୍କ ପାଇଁ ଗୀତାମୃତ ପରିବେଷଣ କରିଛନ୍ତି । ଶ୍ରୀକୃଷ୍ଣ ଓ ଅର୍ଜୁନ ଏଠାରେ ବ୍ୟକ୍ତି ବିଶେଷ ନୁହନ୍ତି । ଶ୍ରୀକୃଷ୍ଣ ଓ ଅର୍ଜୁନ ଶବ୍ଦକୁ ଗୁଣବାଚକ ନାମରେ ଗ୍ରହଣ କଲେ ସମସ୍ତ ସନ୍ଦେହ ଦୂରୀଭୁତ ହେବ । ପରମାତ୍ମା ଅଶରୀରୀ, ତେଣୁ ସେ ଜ୍ଞାନ ଶୁଣାଇବା ପାଇଁ ଏକ ଆଧାର ଆବଶ୍ୟକ କରନ୍ତି । ଏହି ଆଧାରର ପ୍ରତୀକ ରୂପେ ଅର୍ଜୁନଙ୍କୁ ନିଆଯାଇପାରେ । ଗାଈ ସ୍ତନରୁ ସିଧାସଳଖ କ୍ଷୀର ମିଳେ ନାହିଁ । ବାଛୁରୀ ସ୍ତନ୍ୟପାନ କଲାପରେ ଗାଈ କ୍ଷୀର ଦିଏ । ପରମାତ୍ମା ସମସ୍ତ ବେଦ ଉପନିଷଦ ଆଦି ପୁରାଣ ଶାସ୍ତ୍ରର ସାର ସ୍ୱରୂପ ଯେଉଁ ଗୀତାଜ୍ଞାନ ଶୁଣାନ୍ତି ଅର୍ଜୁନରୂପୀ ମାଧ୍ୟମ ଦ୍ୱାରା ତାହା ଆମ ପାଖକୁ ଆସେ । କିନ୍ତୁ ପ୍ରଚଳିତ ଗୀତା ସିଧାସଳଖ ପରମାତ୍ମାଙ୍କ ମୁଖ ନିଃସୃତ ବାଣୀ ନୁହେଁ । କାରଣ ଏଥିରେ ମହାଭାରତ, ଉପନିଷଦ, ବ୍ରହ୍ମସୂତ୍ର ଆଦି ଅନେକ ଗ୍ରନ୍ଥର ପୂର୍ଣ୍ଣ ଶ୍ଲୋକ, ଶ୍ଲୋକାଂଶ ବା ଭାବାର୍ଥର ସମ୍ମିଶ୍ରଣ ଘଟିଛି । ପ୍ରାରମ୍ଭିକ ସ୍ତରରେ ଗୀତା ମହାଭାରତରୁ ପୃଥକ ଗ୍ରନ୍ଥ ରୂପେ ପ୍ରଚଳିତ ଥିଲା ବୋଲି ବିଦ୍ୱାନମାନେ ମତ ଦିଅନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ଏହାକୁ ଯେତେବେଳେ ମହାଭାରତରେ ସ୍ଥାନିତ କରାଗଲା ସେତେବେଳେ ଏଥିରେ ସଙ୍ଗତି ରକ୍ଷା କରିବାକୁ ସମ୍ବାଦ ଶୈଳୀରେ ଅର୍ଜୁନ ବିଷାଦଯୋଗ ଭୂମିକାର ସଂଯୋଗ କରାଯାଇଛି ।
ଲୋକମାନ୍ୟ ତିଳକଙ୍କ ଅନୁସାରେ ପରାଶର ପୁତ୍ର ବ୍ୟାସଙ୍କ ଅନେକ ବର୍ଷପରେ ବାଦରାୟଣ ବ୍ୟାସ ତାଙ୍କ ସମୟରେ ଉପଲବ୍ଧ ଅପୂର୍ଣ୍ଣ, ଅଶୁଦ୍ଧ, ତ୍ରୁଟିଯୁକ୍ତ ମହାଭାରତ ଏବଂ ଗୀତା ଗ୍ରନ୍ଥକୁ ସଂଶୋଧନ କରି ସଂକଳିତ କରିଥିଲେ । ଏଥିପାଇଁ ମହାଭାରତରେ ଥିବା ଅନେକ ଶ୍ଲୋକ ଗୀତାର ବିଭିନ୍ନ ଅଧ୍ୟାୟମାନଙ୍କରେ ଅକ୍ଷରତଃ ଦେଖିବାକୁ ମିଳେ । ଗୀତାର ଉପଦେଶ ବା ମୋ÷÷ଳିକ ସିଦ୍ଧାନ୍ତ ବିକ୍ଷିପ୍ତ ଭାବରେ ସମଗ୍ର ମହାଭାରତରେ ଉପଲବ୍ଧ । ଉଦାହରଣ ସ୍ୱରୂପ ଗୀତାର ୪/୭ ଶ୍ଲୋକ ମହାଭାରତର ବନପର୍ବ ୧୮୬-୨୭ ଶ୍ଲୋକ ସହିତ ଅବିକଳ ମିଶିଯାଏ । ଦ୍ୱିତୀୟ ଅଧ୍ୟାୟର ୩୨ ଶ୍ଲୋକରେ ଭଗବାନ ଅର୍ଜୁନଙ୍କୁ କହିଥିବା “ଯଦୃଚ୍ଛୟା େ·ପପନ୍ନଂ ସ୍ୱର୍ଗଦ୍ୱାରମପାବୃତମ୍ । ସୁଖିନଃ କ୍ଷତ୍ରିୟା ପାର୍ଥ ଲଭନ୍ତେ ଯୁଦ୍ଧମୀଦୃଶମ୍” ଶ୍ଲୋକଟିକୁ ଠିକ୍ ଅବିକଳ ଭାବରେ ମହାଭାରତରେ ଦୁର୍ଯେ୍ୟାଧନ କର୍ଣ୍ଣଙ୍କୁ କହିଛନ୍ତି । ଗୀତାର “ବିଷୟା ବିନିବର୍ନ୍ତେ ନିରାହାରସ୍ୟ ଦେହିନଃ ... ୨/୫୯” ଶ୍ଲୋକଟି ମହାଭାରତରେ ଆକ୍ଷରିକ ଭାବରେ ଦେଖିବାକୁ ମିଳେ (ମହା.ଶାନ୍ତି. ୨୦୪.୧୬) । ସେହିପରି ଗୀତାର “ଉଦ୍ଧ୍ୱର୍ ଗଚ୍ଛନ୍ତିସ୍ୱସ୍ଥା ମଧ୍ୟେ ତିଷ୍ଠନ୍ତି ରାଜସାଃ .... ୧୪/୧୮” ଶ୍ଲୋକ ମହାଭାରତ ଅଶ୍ୱମେଧ ପର୍ବର ୩୯/୧୦ ଶ୍ଲୋକ ସହିତ ସମ୍ପୂର୍ଣ୍ଣ ମିଶିଯାଏ । ମହାଭାରତ ଶାନ୍ତି ପର୍ବର ୧୭/୨୩ ଶ୍ଲୋକରେ ଯେଉଁ କଥା ଯୁଧିଷ୍ଠିର ଅର୍ଜୁନଙ୍କୁ କହିଛନ୍ତି ଗୀତାରେ ମଧ୍ୟ ସେହି କଥା “ଯଦା ଭୂତପୃଥଗ୍ଭାବମେକସ୍ଥମନୁପଶ୍ୟତି ... ୧୩/୩୦” ଶ୍ଲୋକରେ ଭଗବାନଙ୍କ ଦ୍ୱାରା କଥିତ ହୋଇଛି । ମହାଭାରତ ବର୍ଣ୍ଣିତ ବିଦୁରନୀତିର ୩୨/୭ ଶ୍ଲୋକ ଗୀତାର “ତ୍ରିବିଧଂ ନରକସ୍ୟେଦଂ .... ୧୬/୨୧” ଶ୍ଲୋକ ସହିତ ଅବିକଳ ଭାବରେ ମେଳ ଖାଏ । ପୁନଶ୍ଚ ଗୀତାର “ସର୍ବତଃ ପାଣିପାଦଂ ତତ୍ ସର୍ବତୋଽକ୍ଷିଣିରୋମୁଖମ୍ .... ୧୩/୧୩” ଶ୍ଲୋକ ସହିତ ମହାଭାରତ ଶାନ୍ତି ୨୩୮.୨, ଅଶ୍ୱ. ୧୯.୪୯ ଇତ୍ୟାଦି ଶ୍ଲୋକ ଗୁଡିକ, ଶ୍ୱେତାଶ୍ୱତୠନିଷଦର ୩/୧୬ ଶ୍ଲୋକର ଅକ୍ଷରତଃ ମେଳ ଅଛି । ଏସବୁ ବ୍ୟତୀତ ଗୀତାରେ ‘ଅର୍ଜୁନଙ୍କ ବିଶ୍ୱରୂପ ଦର୍ଶନ’ ପ୍ରକରଣ ବର୍ଣ୍ଣନା ଓ ବିଷୟବସ୍ତୁର ଅବତାରଣା ମହାଭାରତରେ ମଧ୍ୟ କରାଯାଇଛି । ପାଣ୍ଡବମାନଙ୍କ ପକ୍ଷରୁ ସନ୍ଧି ପ୍ରସ୍ତାବ ନେଇ ଯାଇଥିବା ଶ୍ରୀକୃଷ୍ଣ ଦୁର୍ଯେ୍ୟାଧନଙ୍କ ଦ୍ୱାରା ଅପମାନିତ ହୋଇ ବିଶ୍ୱରୂପ ଦେଖାଇଥିଲେ । ସେହିପରି ଯୁଦ୍ଧ ପରେ ନାରଦ ଓ ଉଙ୍ଗଙ୍କ ଅନୁରୋଧକ୍ରମେ ଶ୍ରୀକୃଷ୍ଣ ବିଶ୍ୱରୁପ ଧାରଣ କରିଥିଲେ । ତିଲକଙ୍କ ମତରେ ଉଭୟ ମହାଭାରତ ଓ ଗୀତାର ସଂକଳନ ସେହି ଜଣେ ବ୍ୟକ୍ତି ହୋଇଥିବାରୁ ବି·ର ସାଦୃଶ୍ୟ ହେତୁ ଶବ୍ଦ ସଂଯୋଜନାରେ ମଧ୍ୟ ସ୍ୱତଃ ସମତା ଆସି ଯାଇଛି । ଏହିପରି ଭାବରେ ଗୀତାର କେତେକ ଶ୍ଲୋକ ବା ଶ୍ଲୋକାଂଶ ମନୁସ୍ମତି, କଠୋପନିଷଦ, ବ୍ରହ୍ମସୂତ୍ର ଆଦିରେ ମଧ୍ୟ ଦେଖିବାକୁ ମିଳେ । ଏହି ପରିପ୍ରେକ୍ଷୀରେ କଠୋପନିଷଦର ୨/୧୫, ଓ ୨/୧୮ ଶ୍ଲୋକ ଓ ଗୀତାର ଯଦକ୍ଷତଂ ବେଦବିଦୋବଦନ୍ତି .... ୮/୧୮” ଓ ପରସ୍ତାସ୍ମାୁଭାବୋଽନ୍ୟୋଽବ୍ୟକ୍ତୋଽବ୍ୟକ୍ତାତ୍ ସନାତନଃ ... ୮/୨୦ ଶ୍ଲୋକ ମଧ୍ୟରେ ଶଦ୍ଧ ସଂଯୋଜନାରେ ଆଂଶିକ ପ୍ରଭେଦ ଥିଲେ ମଧ୍ୟ ସମାର୍ଥବୋଧକ ଅଟନ୍ତି । ଗୀତାର “ଋଷିଭିର୍ବହୁଧା ଗୀତଂ ଛନ୍ଦୋଭିର୍ବିବିଧୈଃ ପୃଥକ୍ । ବ୍ରହ୍ମସୂତ୍ରପଦେଶ୍ଚୈ÷ବ ହେତୁମର୍ଭିନିଶ୍ଚିତୈଃ ୧୩/୪” ଶ୍ଲୋକରେ ବେଦାନ୍ତର ଉଲ୍ଲେଖ ଅଛି । ବେଦାନ୍ତରେ ମଧ୍ୟ ଗୀତାକୁ ‘ସ୍ମୃତି’ ନାମରେ ଅଭିହିତ କରାଯାଇଛି । ତେଣୁ ଏଥିରୁ ସ୍ପଷ୍ଟ ଯେ ପ୍ରଚଲିତ ଗୀତା ଶ୍ଲୋକ ରୂପରେ ଅକ୍ଷରତଃ ଭଗବାନଙ୍କ ଦ୍ୱାରା ଉଚ୍ଚାରିତ ହୋଇ ନଥିଲା ଏବଂ ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଏହା ପରିବିର୍ତ ଓ ପରିବର୍ଦ୍ଧିତ ହୋଇ ସଂକଳିତ ହୋଇଛି ।
ସଂପ୍ରତି ଗୀତାର ଅନେକ ପାଠାନ୍ତର ଦେଖାଯାଏ ଏବଂ ଏହା ଉପରେ ଅନେକ ମତମତାନ୍ତର ମଧ୍ୟ ଦେଖାଯାଏ । ଗୀତାଜ୍ଞାନ ପରମାତ୍ମାଙ୍କ ଦ୍ୱାରା ପ୍ରଦ ହୋଇଥିଲେ ମଧ୍ୟ ପ୍ରଚଳିତ ଗୀତାରେ ସେସବୁ ସମ୍ପୂର୍ଣ୍ଣ ଓ ସଠିକ୍ ଭାବରେ ଉପସ୍ଥାପିତ ହୋଇ ପାରିନାହିଁ । ତେଣୁ ଏହା ପ୍ରତ୍ୟହ ପାଠ କରୁଥିଲେ ମଧ୍ୟ ଆମ ଜୀବନରେ କୌଣସି ପରିବର୍ନ ଘଟୁ ନାହିଁ । ପ୍ରତ୍ୟକ୍ଷ ବାଣୀରେ ଯେଉଁ ଶକ୍ତି ଥାଏ ତାହା ପରୋକ୍ଷ ଭାବାନୁବାଦରେ ଲୋପ ପାଏ । ତେଣୁ ପରମାତ୍ମାଙ୍କୁ ପ୍ରତ୍ୟକ୍ଷ ଜ୍ଞାନ ଦେବାକୁ ଧରାପୃଷ୍ଠରେ କଳ୍ପର ଅନ୍ତିମ ସମୟରେ ଅବତରଣ କରିବାକୁ ପଡେ । ତାଙ୍କ ବ୍ୟତୀତ ଆଉ କିଏ ଗୀତା ପ୍ରକରଣର ଯଥାର୍ଥ ସ୍ୱରୂପ ବର୍ଣ୍ଣନା କରିବାକୁ ସକ୍ଷମ ହେବ ? କାରଣ କୋଟି କୋଟି ଲୋକମାନଙ୍କ ମଧ୍ୟରେ ମାତ୍ର ଅଳ୍ପ କେତେଜଣ ପରମାତ୍ମାଙ୍କୁ ଜାଣିବା ପାଇଁ ସକ୍ଷମ ଅଟନ୍ତି ? ମନୁଷ୍ୟାନାଂ ସହସ୍ରେଷୁ କଶ୍ଚିଦ୍ୟତତି ସିଦ୍ଧୟେ । ଯତତାମପି ସିଦ୍ଧାନାଂ କଶ୍ଚିନ୍ମାଂ ବେି ତ୍ୱତଃ ।ା୭/୩ ।ା ବର୍ମାନ ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ମାନବୀୟ ଶରୀର ମାଧ୍ୟମରେ ଅବତରଣ କରି ପୁନଃ ସେହି ଲୁପ୍ତ ପ୍ରାୟ ଗୀତାଜ୍ଞାନ ଶୁଣାଉଛନ୍ତି । ସଂସାରରୂପୀ କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧର ପ୍ରସ୍ତୁତି ·ଲିଛି । ମହାବିନାଶର ଠିକ ଅବ୍ୟବହିତ ପୂର୍ବରୁ ପୁନଶ୍ଚ ମହାଭାରତ ଯୁଦ୍ଧ ଓ ଗୀତା ପ୍ରକରଣର ପୁନରାବୃି ଘଟିଛି । ଏହାର ଯଥାର୍ଥ ରହସ୍ୟ ବୁଝି ପାରିଲେ ଯୁଗ ପରିବର୍ନର ଏ ଅନ୍ତିମ କ୍ଷଣରେ ଆମେ ଆମର ପ୍ରତିଟି ମୁହୂର୍କୁ ସଦୁପଯୋଗ କରି ପାରିବା ।
Comments
Post a Comment