ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର

!! ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ !!

ରାଜଯୋଗ


ବ୍ରହ୍ମାକୁମାର  ଡ଼ା: ସୁଧାଂଶୁ ଶେଖର ମିଶ୍ର 
ଶିବଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼ 

                    ଶ୍ରୀମଦ୍ଭଗବତ ଗୀତା ଏକ ଯୋଗଶାସ୍ତ୍ର  । ଗୀତାର ପ୍ରତ୍ୟେକ ଅଧ୍ୟାୟ ଶେଷରେ ଥିବା ପୁଷ୍ପିକାରେ ଏହାକୁ ଏକ ଯୋଗଶାସ୍ତ୍ର ବୋଲି କୁହାଯାଇଛି  । କିନ୍ତୁ, ପତଞ୍ଜଳିଙ୍କ ଯୋଗଠାରୁ ଗୀତାରେ ବର୍ଣ୍ଣିତ ଯୋଗ ଭିନ୍ନ ପ୍ରକାର  । ଏହା ଏକ ଆଧ୍ୟାତ୍ମିକ ବିଜ୍ଞାନ ଅଟେ  । ଗୀତାର ଯୋଗ ଶାରୀରିକ ଯୋଗାସନ ଶିଖାଏ ନାହିଁ , ପରନ୍ତୁ, ଏହା ଏକ ମନୋବ୍ୟାୟାମ ଏବଂ ମନୋଆୟାମ ଅଟେ  । ଏହି ଯୋଗ ଶିକ୍ଷା ଦେବା ପାଇଁ ସ୍ୱୟଂ ପରମାତ୍ମାଙ୍କୁ ଧରାପୃଷ୍ଠରେ ଅବତରଣ କରିବାକୁ ପଡେ  । କାରଣ, କାଳାନ୍ତରରେ ଏହା ଜନମାନସରୁ ବିସ୍ମୃତ ହୋଇଯାଏ  । ଏହି କଥାକୁ ପରମାତ୍ମା ଗୀତାରେ କହିଛନ୍ତି, “ମୁଁ ଏହି ଅବିନାଶୀ ଯୋଗକୁ କଳ୍ପ ପ୍ରାରମ୍ଭରେ ସୁର୍ଯ୍ୟଙ୍କୁ କହିଥିଲି ଏବଂ ସୂର୍ଯ୍ୟ ସ୍ୱୀୟ ପୁତ୍ର ମନୁଙ୍କୁ ଏବଂ ମନୁ ତାଙ୍କର ପୁତ୍ର ରାଜା ଇକ୍ଷାକୁଙ୍କୁ କହିଥିଲେ  । ଏହିପରି ପରମ୍ପରାରେ ପ୍ରାପ୍ତ ହୋଇ ଆସୁଥିବା ଏହି ଯୋଗକୁ ଜାଣିଲେ  । ବହୁତ କାଳ ହେଲା ସେହି ଯୋଗ ପୃଥିବୀ ପୃଷ୍ଟରୁ ପ୍ରାୟ ଲୋପ ହୋଇଯାଇଥିଲା  । ସେହି ପୁରାତନ ଯୋଗ ଏବେ ମୁଁ ତୋତେ କହିବି; କାରଣ ତୁ ମୋର ପ୍ରିୟ ଭକ୍ତ ଏବଂ ପ୍ରିୟ ସଖା  । ଏହି ଯୋଗ ଅତ୍ୟନ୍ତ ଉମ ଏବଂ ଆଧ୍ୟାତ୍ମିକ ରହସ୍ୟ ଯୁକ୍ତ ଅଟେ  । “ଇମଂ ବିବସ୍ୱତେ ଯୋଗଂ ପ୍ରୋକ୍ତବାନହମବ୍ୟୟମ୍  । ବିବସ୍ୱାନ୍ମନବେ ପ୍ରାହ ମନୁରିକ୍ଷ୍ୱାକବେଽବ୍ରବିତ  । ଏବଂ ପରମ୍ପରା ପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ  । ସ କାଳେନେହ ମହତା ଯୋଗୋ ନଷ୍ଟଃ ପରଂତପ  । ସ ଏବାୟଂ ମୟା ତେଽଦ୍ୟ ଯୋଗଃ ପ୍ରୋକ୍ତଃ ପୁରାତନଃ  । ଭକ୍ତୋଽସି ମେ ସଖା ଚେତି ରହସ୍ୟଂ ହ୍ୟେତଦୁମମ୍” ।ା ଗୀ-୪/୧- ୩ ।ା ବର୍ମାନ ସୃଷ୍ଟି ମହାନାଟକରେ ସହି ଅଙ୍କର ପୁନରାବୃିର୍ ଘଟିଛି  । ଲୁପ୍ତ ପ୍ରାୟ ସେହି ଈଶ୍ୱରୀୟ ଜ୍ଞାନ ଓ ଯୋଗ ଶିକ୍ଷାଦେବା ପାଇଁ ସ୍ୱୟଂ ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ସାକାର ମାଧ୍ୟମ ଦ୍ୱାରା ସୃଷ୍ଟିରେ ଅବତରିତ ହୋଇଛନ୍ତି  ।
                     ମୋହଗ୍ରସ୍ତ କର୍ବ୍ୟ ବିମୁଖ ଅର୍ଜୁନଙ୍କୁ ମହାଭାରତ ଯୁଦ୍ଧରେ ପ୍ରବୃ କରାଇବା ଉଦ୍ଧେଶ୍ୟରେ ହିଁ ଶ୍ରୀକୃଷ୍ଣ ସମର ଭୂଇଁରେ ଗୀତାଜ୍ଞାନ ଶୁଣାଇଥିଲେ ବୋଲି ସାଧାରଣତଃ ଟୀକାକାର ମାନେ ବିଶ୍ୱାସ କରନ୍ତି  । ଏହାର କାରଣ ହେଲା ଗୀତାକୁ ମହାଭାରତ ମହାକାବ୍ୟ ସହିତ ସମ୍ବନ୍ଧିିତ କରି ପ୍ରସ୍ତୁତ କରାଯାଇଛି  । କିନ୍ତୁ, ଏହାକୁ ପୁର୍ବାଗ୍ରହ ରହିତ ହୋଇ ସୂକ୍ଷ୍ମ ଅନୁଶୀଳନ କଲେ ଜଣାଯାଏ ଯେ ଏଥିରେ ଥିବା ଅଧିକାଂଶ ଶ୍ଲୋ୍କ ଅନେକ ଆଧ୍ୟାତ୍ମିକ ରହସ୍ୟର ଉଦ୍ଘାଟନ କରି ରାଜଯୋଗର ଶିକ୍ଷା ଦିଏ  । ତେଣୁ ଗୀତାର ମୁଖ୍ୟ ପ୍ରୟୋଜନ ଯୁଦ୍ଧ ନୁହେଁ  । ଗୀତାରେ ଯୁଦ୍ଧ ସହିତ ସମ୍ପର୍କିତ ଯୋଉଁ ୧୫/୨୦ଟି ଶ୍ଲୋକ ଅଛି ସେଥିରୁ ଅଧିକାଂଶ ସ୍ଥୂଳ ହିଂସ୍ରକ ଯୁ୍ଦ୍ଧକୁ ବୁଝାଏ ନାହିଁ  । ସେଗୁଡ଼ିକ ସାମାଜିକ ଓ ଆଧ୍ୟାତ୍ମିକ ଜୀବନରେ ମାନବର ମନୋବିକାର ମଧ୍ୟରେ ହେଉଥିବା ସଂଘର୍ଷ ବିଷୟରେ ହିଁ ସ୍ପଷ୍ଟ ଆଲୋକପାତ କରେ  । ଅନ୍ୟ ଶ୍ଲୋକମାନଙ୍କରୁ ଅଧିକାଂଶ ଯୋଗ ପାଇଁ ଆବଶ୍ୟକ ଆଧ୍ୟାତ୍ମିକ ରହସ୍ୟ ଯଥା:- ଆତ୍ମା ପରମାତ୍ମା ତ୍ୱ, ଯୋଗାଭ୍ୟାସ ବିଧି; କର୍ମ, ଅକର୍ମ ଏବଂ ବିକର୍ମର ଗୁହ୍ୟଗତି; ପ୍ରବୃି ଓ ନିବୃି ମଧ୍ୟରେ ପ୍ରଭେଦ, ଦୈବୀ ଓ ଆସୁରୀ ସମ୍ପଦା, କାମକ୍ରୋଧାଦି ବିକାର ସମୂହ ଉପରେ ବିଜୟ ପ୍ରାପ୍ତିର ବିଧି, ପାପ ପୁଣ୍ୟର ପରିଭାଷା, ସନ୍ୟାସ ଏବଂ ତ୍ୟାଗ, ଯଜ୍ଞ ଓ ତପ; ଜ୍ଞାନ, ସ୍ଥିତି, ଗତି, ମୁକ୍ତି ଏବଂ ପରମ ପଦ; ଧର୍ମ, ସ୍ୱଧର୍ମ, ସୁଖଦୁଃଖ, ଯୁଗଆୟୁ ତଥା ଅନ୍ୟମାନଙ୍କୁ ଜ୍ଞାନ ପ୍ରଦାନ କରିବା ବିଷୟରେ ଉଦ୍ଧିଷ୍ଟ  । ଏସବୁ ଜ୍ଞାନ ଅର୍ଜୁନ ପରି ଜଣେ କ୍ଷତ୍ରୀୟ ପୁଙ୍ଗବକୁ ଯୁଦ୍ଧରେ ପ୍ରେରିତ କରିବା ପାଇଁ ନୁହେଁ, ବରଂ ମାନବାତ୍ମା ମାନଙ୍କ ମଧ୍ୟରେ ଥିବା ଜନ୍ମ ଜନ୍ମାନ୍ତରର ରୂଢ଼ିବାଦିତାକୁ ଦୂର କରି ସେମାନଙ୍କୁ ପୁନଃ ଈଶ୍ୱରୀୟ ମାର୍ଗରେ ପରି·ଳିତ କରାଇବା ପାଇଁ ହିଁ ପରମାତ୍ମାଙ୍କ ଦ୍ୱାରା ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା  ।
                     ତପଶ୍ଚର୍ଯ୍ୟା ଆଚରଣ କରୁଥିବା ତପସ୍ୱୀ, ଦେବାଦି ଶାସ୍ତ୍ରରେ ପାଣ୍ଡିତ୍ୟ ଥିବା ଜ୍ଞାନୀ ଏବଂ ସକାମ କର୍ମ କରୁଥିବା ବ୍ୟକ୍ତି (କର୍ମୀ) ମାନଙ୍କ ଠାରୁ ମଧ୍ୟ ଯୋଗୀକୁ ଶ୍ରେଷ୍ଠ ବୋଲି ଗୀତାରେ ଅଭିହିତ କରାଯାଇଛି  । “ତପସ୍ୱୀ ଭ୍ୟୋଽଧିକୋ ଯୋଗୀ ଜ୍ଞାନିଭ୍ୟୋଽପି ମତୋଽଧିକଃ, କର୍ମିଭ୍ୟଶ୍ଚାଧିକୋ ଯୋଗୀ ତସ୍ମାଦ୍ ଯୋଗୀ ଭବାର୍ଜୁନ” ।ା ୬/୪୬ ।ା ଯୋଗୀ କିପରି ହେବା ଉଚିତ୍ ? ଯୋଗୀର ଲକ୍ଷଣ କିପରି ହେବା ଉଚିତ?  ପରମାତ୍ମାଙ୍କ କେଉଁ ମାନେ ପ୍ରିୟ ? ଏ ବିଷୟରେ ଗୀତା କୁହେ “ଯିଏ ସର୍ବଭୂତରେ ଦ୍ୱେଷ ରହିତ, ସମସ୍ତଙ୍କ ପ୍ରତି ମିତ୍ର ଓ ଦୟାଳୁ, ମମତା ଓ ଅହଂକାର ଶୂନ୍ୟ, ସୁଖ ଦୁଃଖରେ ସମାନ, କ୍ଷମାଶୀଳ, ସନ୍ତୁଷ୍ଟ, ନିତ୍ୟଯୋଗୀ, ସଂଯତ ମନୋବୃି, ଆତ୍ମତ୍ୱରେ ଦୃଢ଼ ନିଶ୍ଚୟ, ଈଶ୍ୱରଙ୍କଠାରେ ମନ ବୁଦ୍ଧି ବରାବର ଲଗାଇଥାନ୍ତି, ଯାହାଙ୍କ ଠାରୁ ସଂସାରର ଲୋକେ ଉଦ୍ବେଗ, ଭୟ, ଆଶଙ୍କା, କ୍ଷୋଭ ପାଆନ୍ତି ନାହିଁ, ଯିଏ ହର୍ଷ, ଅମର୍ଷ, ଭୟ, ଉଦ୍ବେଗରୁ ମୁକ୍ତ, ଲବ୍ଧାର୍ଥରେ ମଧ୍ୟ ନିଃସ୍ପୃହ, ବାହ୍ୟ ଅଭ୍ୟନ୍ତର ସବୁ ପବିତ୍ର, ନିରଳସ ଅର୍ଥାତ ଯେତେ କାମ ପଡିଲେ ମଧ୍ୟ ଶୀଘ୍ର ନିଷ୍ପନ୍ନକାରୀ, ଶତ୍ର ୁମିତ୍ର ପକ୍ଷପାତ ନ କରିବା ବ୍ୟକ୍ତି, ନିନ୍ଦା ସ୍ତୁତି ସୁଖ ଦୁଃଖରେ ଗତ ଭୟ, ଫଳ ଳାଭାର୍ଥ କାମ୍ୟ କର୍ମ ତ୍ୟାଗୀ, ଯିଏ ଇଷ୍ଟ ପାଇଲେ ହୃଷ୍ଟ ହୁଏ ନାହିଁ, ଅନିଷ୍ଟ ପଡ଼ିଲେ ଦ୍ୱେଷ ବା ବିରକ୍ତ ହୁଏ ନାହିଁ, ପ୍ରିୟ ବିୟୋଗରେ ଶୋଚନା କରେ ନାହିଁ, ଶୁଭ ଅଶୁଭ ସଂପୂର୍ଣ୍ଣ ଫଳ ତ୍ୟାଗୀ, ଯିଏ ଶତ୍ର ୁ ତଥା ମିତ୍ରରେ ସମ୍ଭାବ ରଖେ, ମାନ ଓ ଅପମାନରେ ସମାନ ରହେ ଏବଂ ଯିଏ ଶୀତ, ଉଷ୍ଣ ସୁଖ, ଦୁଃଖରେ ସମାନ ଅଟେ, କାହାରି ସଙ୍ଗ କରେ ନାହିଁ, ଅର୍ଥାତ ଏକାନ୍ତ ରୁହେ, ଯିଏ ନିନ୍ଦା ସ୍ତୁତିରେ ସମାନ ସ୍ଥିତି ଯୁକ୍ତ, ମନନଶୀଳ, ଯେକୌଣସି ପ୍ରକାରେ ଶରୀର ନିର୍ବାହ ହେଲେ ମଧ୍ୟ ସନ୍ତୁଷ୍ଟ ଅଟେ, ଯିଏ ରହୁଥିବା ସ୍ଥାନରେ ମମତା ରଖେ ନାହଁ, ଯିଏ ସ୍ଥିର ବୁଦ୍ଧି ଯ୍ୁକ୍ତ ଓ ଭକ୍ତିମାନ, - ଏହି ସବୁ ଲକ୍ଷଣ ଯୁକ୍ତ ଯୋଗୀ ପୁରୁଷ ପରମାତ୍ମାଙ୍କ ପ୍ରିୟ ଅଟନ୍ତି  । “ଅଦ୍ୱେଷ୍ଟା ସର୍ବଭୂତାନାଂ ମୈତ୍ରଃ କରୁଣ ଏବ ଚ  ।  ନିର୍ମମୋ ନିରହଂକାରଃ ସମଦୁଃଖ ସୁଖଃ କ୍ଷମୀ  ।ା ସନ୍ତଷ୍ଟଃ ସତତଂ ଯୋଗୀ ଯତାତ୍ମା ଦୃଢ଼ନିଶ୍ଚୟଃ  । ମୟର୍ପିତ ମନୋବୁଦ୍ଧିର୍ୟୋ ମଦଭକ୍ତଂ ସମେ ପ୍ରିୟଃ ।ା ଯସ୍ମାନ୍ନୋଦ୍ୱିଜତେ ଲୋକୋଲୋକାନ୍ନୋଦ୍ୱିଜତେ ଚ ଯଃ  । ହର୍ଷାମର୍ଷ ଭୟୋଦ୍ବେଗୈ ର୍ମୁକ୍ତୋ ୟଃ ସ ଚ ମେ ପ୍ରିୟଃ ।ା  ଅନପେକ୍ଷଃ ଶୁଚିର୍ଦକ୍ଷ ଉଦାସୀନୋ ଗତବ୍ୟଥଃ  । ସର୍ବାରମ୍ଭ ପରିତ୍ୟାଗୀ ଯୋ ମଦ୍ ଭକ୍ତଃ ସମେ ପ୍ରିୟ ।ା ଯୋ ନ ହୃଷ୍ୟତି ନ ଦ୍ୱେଷ୍ଟି ନ ଶୋଚତି ନ କାଂକ୍ଷତି  । ଶୁଭାଶୁଭ ପରିତ୍ୟାଗୀ ଭକ୍ତି ମାନ୍ୟଃ ସ ମେ ପ୍ରିୟଃ ।ା ସମଃ ଶତ୍ରୌ ଚ ମିତ୍ରେ ଚ ତଥା ମନାପମାନୟୋଃ  । ଶୀତୋଷ୍ଣ ସୁଖ ଦୁଃଖେଷୁ ସମଃ ସଙ୍ଗମ୍ ବିବର୍ଜିତଃ ।ା ତୁଲ୍ୟ ନିନ୍ଦା ସ୍ତୁତି ମୌନି ସନ୍ତୁଷ୍ଟୋଯେନ କେନଚିତ  । ଅନିକେତଃ ସ୍ଥିରମତି ର୍ଭକ୍ତିମାନ ମେ ପ୍ରିୟୋ ନରଃ ।ା ଗୀ ୧୨/୧୩ - ୧୯ ।ା
                      ଏଠାରେ ବି·ରଣୀୟ ଯେ ପରମାତ୍ମା ଏଭଳି ଲକ୍ଷଣଯୁକ୍ତ ଯୋଗୀ ହିଁ ତାଙ୍କର ପ୍ରିୟ ବୋଲି କହୁଛନ୍ତି  । ସେପରି ସ୍ଥଳେ ତାଙ୍କର ଶିକ୍ଷାକୁ କୌଣସି ହିଂସ୍ରକ ଯୁଦ୍ଧ ପାଇଁ ଅର୍ଜୁନଙ୍କୁ ପ୍ରବର୍ାଇବା ନିମନ୍ତେ ଉଦ୍ଧିଷ୍ଟ ଥିଲା ବୋଲି କହିବା ଯୁକ୍ତିଯୁକ୍ତ ହେଉ ନାହିଁ  । ମହାଭାରତ ଗ୍ରନ୍ଥ ଅନୁସାରେ ଶ୍ରୀକୃଷ୍ଣଙ୍କ ସମସ୍ତ ପ୍ରକାର ପ୍ରଚେଷ୍ଟା ସେ୍ୱ ମଧ୍ୟ ଯୁଦ୍ଧ ଅନିବାର୍ଯ୍ୟ ହୋଇ ପଡିଥିଲା  । ଯୁଧିଷ୍ଠିରଙ୍କ ଭଳି ଧର୍ମାତ୍ମା ମଧ୍ୟ ଅନିଚ୍ଛା ସେ୍ୱ ଯୁଦ୍ଧକୁ ସ୍ୱୀକାର କରି ନେଇ ଥିଲେ  । ସମସ୍ତ ପ୍ରକାର ପ୍ରସ୍ତୁତି ସରି ଯାଇଥିଲା  । ଦ୍ରୌପଦୀଙ୍କ ଅପମାନର ପ୍ରତିଶୋଧ ନେବା ପାଇଁ ଅର୍ଜୁନଙ୍କ ମନରେ ପ୍ରତିଶୋଧର ବହ୍ନି ସମର ଭୂମିକୁ ଆସିବା ପର୍ଯ୍ୟନ୍ତ ପ୍ରଜ୍ଜ୍ୱଳିତ ହୋଇ ରହିଥିଲା  । ଅର୍ଜୁନ ଭଲ ଭାବରେ ଜାଣିଥିଲେ ଯେ ପ୍ରତିପକ୍ଷରେ କେଉଁ କେଉଁ ମାନେ ସମ୍ମିଳିତ ହୋଇଛନ୍ତି  । ଏହିପରି ସ୍ଥଳେ ଅର୍ଜୁନ ଏହା କହିବା ଅପ୍ରାସଙ୍ଗିକ ଲାଗେ ଯେ “ହେ ଅଚୁ୍ୟତ! ମୋର ରଥକୁ ଉଭୟ ସେନା ମଧ୍ୟରେ ନେଇ ରଖନ୍ତୁ  । ମୁଁ ଏହା ଦେଖିବାକୁ ·ହୁଁଛି ଯେ କେଉଁ କେଉଁ ମାନେ ଯୁଦ୍ଧ କାମନା ପାଇଁ ଏଠାରେ ଅଛନ୍ତି, କେଉଁ କେଉଁ ମାନଙ୍କ ସହିତ ଯୁଦ୍ଧ କରିବା ଉଚିତ ହେବ ତଥା ମୂଢ଼ମତି ଦୁର୍ଯ୍ୟୋଧନର କଲ୍ୟାଣକାମନାକାରୀ କେଉଁ କେଉଁ ରାଜାମାନେ ଏ ଯୁଦ୍ଧରେ ସମ୍ମିଳିତ ହୋଇଛନ୍ତି  ।” “ସେନୟୋଋଭୟୋର୍ମଧ୍ୟେ ରଥଂ ସ୍ଥାପୟ ମେଽଚୁ୍ୟତ  । ଯାବଦେତାନ୍ନିରୀକ୍ଷେଽହଂ ଯୋଦ୍ଧୁକାମାନବସ୍ଥିତାନ୍  । କୈର୍ମୟା ସହ ଯୋଦ୍ଧବ୍ୟମସ୍ମିନ୍ରଣ ସମୁଦ୍ୟମେ  । ଯୋସôମାନାନବେକ୍ଷେଽହଂ ଯ ଏତେଽତ୍ର ସମାଗତାଃ  । ଧାର୍ରାଷ୍ଟ୍ରସ୍ୟ ଦୁର୍ବୁଦ୍ଧେ ଯୁଦ୍ଧେ ପ୍ରିୟଚିକୀର୍ଷବଃ ।ା ୧/୨୧-୨୩ ।ା ପୁନଶ୍ଚ ସୈନ୍ୟ ନିରୀକ୍ଷଣ କରି ସାରିଲା ପରେ ହଠାତ୍ ଅର୍ଜୁନଙ୍କ ମନରେ ବୈରାଗ୍ୟ ଉପôନ୍ନ ହେବା ଓ ଯୁଦ୍ଧତ୍ୟାଗ କରି ସନ୍ୟାସ ଗ୍ରହଣ କରିବା କଥା କହିବା ମହାଭାରତରେ ବର୍ଣ୍ଣିତ ତାଙ୍କ ଚରିତ୍ରକୁ ଲକ୍ଷ୍ୟ କଲେ ଅପ୍ରାସଙ୍ଗିକ ମନେହୁଏ  । ଯଦିବା ଏହାକୁ ସତ୍ୟ ବୋଲି ମାନି ନିଆଯାଏ ତେବେ ଗୀତାର ସମଗ୍ର ଅଧ୍ୟାୟରେ ଏମିତି କୌଣସି ବାକ୍ୟ ନାହିଁ ଯଦ୍ୱାରା ଅର୍ଜୁନ ପରି କ୍ଷତ୍ରୀୟ ପୁଙ୍ଗବ ମନରେ ପୁନଃ ଯୁଯୁସôା ବୃିର ଉଦ୍ରେକ ହେବ  । ତେଣୁ ଦ୍ୱିତୀୟ ଅଧ୍ୟାୟର ଦଶମ ଶ୍ଲୋକ ପର୍ଯ୍ୟନ୍ତ ଯେଉଁ ସବୁ ଭୂମିକାର ଅବତରଣା କରାଯାଇଛି ତାହା କେବଳ ଗୀତାକୁ ମହାଭାରତର ଅଂଶ ବିଶେଷ ଭାବରେ ପ୍ରମାଣ କରିବା ପାଇଁ ହିଁ ଉଦ୍ଧିଷ୍ଟ  । ଗୀତାର ଶ୍ଲୋକ ରଚନା ଶୈଳୀ ଓ ମହାଭାରତ ଶ୍ଲୋକ ରଚନା ଶୈଳୀ ମଧ୍ୟରେ ବହୁତ ଅନ୍ତର ଦେଖାଯାଏ  । ସମୟ ଦୃଷ୍ଟିରୁ ଗୀତା ଅପେକ୍ଷା ମହାଭାରତ ଖୁବ ପ୍ରାଚୀନ  । ଏସବୁକୁ ବି·ର କଲେ ଏକଥା  ସ୍ପଷ୍ଟ ଜଣାଯାଏ ଯେ ପରମାତ୍ମା ଅର୍ଜୁନଙ୍କୁ ହିଂସ୍ରକ ଯୁଦ୍ଧରେ ପ୍ରବୃ କରିବା ଉଦ୍ଧେଶ୍ୟରେ ଗୀତାଜ୍ଞାନ ପ୍ରଦାନ କରି ନ ଥିଲେ, ବରଂ ସମଗ୍ର ମାନବାତ୍ମାଙ୍କୁ ଜ୍ଞାନଯୋଗ ମାର୍ଗରେ ପରି·ଳିତ କରି ସେମାନଙ୍କ ଅନ୍ତଃକରଣ ଶୁଦ୍ଧି ଦ୍ୱାରା ଏକ ପବିତ୍ର, ସୁଖ, ଶାନ୍ତି ଓ ସମୃଦ୍ଧ ସାମ୍ରାଜ୍ୟ ସ୍ଥାପନ କରିବା ହିଁ ତାଙ୍କ ଅବତରଣର ମୁଖ୍ୟ ଉଦ୍ଧେଶ୍ୟ ଥିଲା  ।
                              ଗୀତାରେ ଯେଉଁ କେତେକ ଶ୍ଲୋକ ଯୁଦ୍ଧ ସହିତ ସମ୍ପର୍କିତ ସେଗୁଡିକ ମଧ୍ୟରୁ ଅଧିକାଂଶ ଶ୍ଲୋକର ସୂକ୍ଷ୍ମ ଅନୁଶୀଳନ କଲେ ଏକଥା ସ୍ପଷ୍ଟ ହୋଇଯାଏ ଯେ, ପରମାତ୍ମା ପ୍ରକୃତରେ ମନୋବିକାର ସହିତ ଯୁଦ୍ଧ କରିବା କଥା କହିଛନ୍ତି  । ସେ କୁହନ୍ତି, “ରଜଗୁଣରୁ ଉପôନ୍ନ ହୋଇଥିବା ଏହି କାମ ହିଁ କ୍ରୋଧ ଅଟେ  । ଏହି ହିଁ ଅଗ୍ନି ସଦୃଶ ଭୋଗ ଦ୍ୱାରା ତୃପ୍ତ ହେଉ ନ ଥିବା ବଡ ପାପୀ ଅଟେ  । ଏହାକୁ ହିଁ ତୁ ଶତୃ ବୋଲି ଜାଣ  । “କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁଦ୍ଭବଃ  । ମହାଶନୋ ମହାପାପ୍ମା ବିଦ୍ଧ୍ୟେନମିହ ବୈରିଣମ୍” ।ା ୩/୩୭ ।ା ହେ ଅର୍ଜୁନ, କାମ ବାସନା ଜ୍ଞାନୀ ମାନଙ୍କ ନିତ୍ୟ ଶତୃ ଅଟେ  । ଏହା ଜ୍ଞାନକୁ ଆଚ୍ଛାଦିତ କରି ଦିଏ  । ଏହା ଅନଳ ବା ଅଗ୍ନି ପରି ସଦା ଅତୃପ୍ର ଅଟେ  ।” ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟ ବୈରିଣା  । କାମ ରୂପେଣ କୈନ୍ତେୟ ଦୁଷୂ୍ପରେଣା ନଳେନ ଚ ।ା ୩/୩୯ ।ା ହେ ମହାବାହୁ କାମ ହିଁ ମନୁଷ୍ୟର ଦୁର୍ଜୟ ଶତୃ ଅଟେ, ତୁ ଜ୍ଞାନ (ବୁଦ୍ଧି) ଦ୍ୱାରା ମନକୁ ବଶୀଭୂତ କରି ଏହି ଶତ୍ର ୁ କୁ ବିନାଶ କର  । ଏବଂ ବୁଦ୍ଧେଃ ପରଂ ବୁଦ୍ଧ୍ୱା ସଂସ୍ତଭ୍ୟାତ୍ମନମାତ୍ମନା, ଜହି ଶତୃଂ ମହାବାହୋ କାମ ରୂପଂ ଦୁରାସଦମ୍ ।ା ୩/୪୩ ।ା ଯିଏ ନିଜେ ନିଜକୁ ଜିଣିଛି ସିଏ ନିଜେ ନିଜର ମିତ୍ର ଅଟେ  ।  ଏବଂ ଯିଏ ନିଜେ ନିଜକୁ ଜିଣି ନାହିଁ ତା’ର ଆତ୍ମା ତା’ର ଶତୃ  ଅଟେ  । ବନ୍ଧୁରାତ୍ମାତ୍ମନସ୍ତସ୍ୟ ଯେନା ମୈôବାତ୍ମନାଜିତଃ । ଅନାତ୍ମନସ୍ତୁ ଶତୃତ୍ୱେ ବେର୍ତାମୈôବ ଶତୃବତ୍ ।ା ୬/୬ ।ା ଯେଉଁ ପରୁଷ ସୁହୃଦ୍, ମିତ୍ର, ଶତୃ, ଉଦାସୀନ, ମଧ୍ୟସ୍ଥ, ଦ୍ୱେଷୀ ଏବଂ ବନ୍ଧୁଗଣଙ୍କ ଠାରେ, ତଥା ଧର୍ମାତ୍ମା ପାପୀଗଣଙ୍କଠାରେ ସମାନ ଭାବ ପ୍ରଦର୍ଶନ କରେ ସେ ହିଁ ଶ୍ରେଷ୍ଠଜ୍ଞ   । ସୁହୁନ୍ନି ତ୍ରାର୍ଯୁଦାସୀନ ମଧ୍ୟସ୍ଥଦ୍ୱେଷ ବନ୍ଧୁଷୁ, ସାଧୁଷ୍ୱପି ଚ ପାପେଷୁ ସମବୁଦ୍ଧି ର୍ବି ଶିଷ୍ୟତେ  । ।ା ୬/୯ ।ା
ଯେତେବେଳେ ପରମାତ୍ମା ଏହିପରି ମନୋବିକାର ସହିତ ଯୁଦ୍ଧ କରିବା କଥା କହୁଛନ୍ତି, ସେଠାରେ ଏହା କିପରି ବିଶ୍ୱାସ କରାଯାଇ ପାରେ ଯେ ତାଙ୍କ ଠାରୁ ପ୍ରାପ୍ତ ଜ୍ଞାନ ଦ୍ୱାରା ଅର୍ଜୁନଙ୍କ ମନରେ ଥିବା ସ୍ୱଜନ ହତ୍ୟା ଜନିତ କୁଣ୍ଠା ଦୂର ହେଲା ଓ ହିଂସ୍ରକ ଯୁଦ୍ଧ ପାଇଁ ସେ ପୁନଃ ଗାଣ୍ଡୀବ ଧାରଣ କଲେ  । ଯଦି କୌଣସି ମାନବୀୟ ଶତୃ ସହିତ ଯୁଦ୍ଧ କରିବା କଥା ଥିଲା ତେବେ ଭଗବାନ ସ୍ଥୂଳ ଅସ୍ତ୍ରଶସ୍ତ୍ର ବ୍ୟବହାର ବିଧି କଥା କହିଥାନ୍ତେ  । କିନ୍ତୁ ଗୀତାରେ ଏପରି କୌଣସି ହିଂସା ଉଦ୍ରେକକାରୀ ଅସ୍ତ୍ରଶସ୍ତ୍ରର ଉଲ୍ଲେଖ ନାହିଁ  । ଗୀତା ଏକ ଯୋଗଶାସ୍ତ୍ର ହୋଇଥିବା ହେତୁ ତଥା ଯୋଗ ମାର୍ଗରେ ମନୋବିକାର ସମୂହ ହିଁ ଶତୃ ଭଳି ଆମ ସମ୍ମୁଖରେ ବିଘ୍ନକାରକ ଏବଂ ପୀଡା ଦାୟକ ହେଉଥିବାରୁ ଏଥିରେ ସେସବୁ ବିରୁଦ୍ଧରେ ଯୁଦ୍ଧ କରିବା କଥା କୁହାଯାଇଛି  । ସୂକ୍ଷ୍ମ ଓ ଦିବ୍ୟ ଅସ୍ତ୍ରଶସ୍ତ୍ର ଦ୍ୱାରା ହିଁ ଜଣେ ଯୋଗୀ ଏହିପରି ମନୋସଂଗ୍ରାମରେ ନିବିଘ୍ନ ଜୟଲାଭ କରିପାରେ  । ତେଣୁ ଧନୁର୍ବାଣ ବା ଖଡ୍ଗ ଆଦି ସ୍ଥୂଳ ଅସ୍ତ୍ରଶସ୍ତ୍ରର ପ୍ରୟୋଗ ଆଦି ବିଷୟରେ ନ କହି ପରମାତ୍ମା କୁହନ୍ତି, “ହେ ଅର୍ଜୁନ, ତୁ ସମତ୍ୱ ବୁଦ୍ଧି ରୂପୀ ଯୋଗରେ ସ୍ଥିତ ହୁଅ ଏବଂ ଅଜ୍ଞାନରୁ ଉପôନ୍ନ ହେଉଥିବା ସଂଶୟକୁ ଜ୍ଞାନ ରୂପୀ ଖଡ୍ଗ ଦ୍ୱାରା ଛେଦନ କରିବା ପାଇଁ (ଯୁଦ୍ଧ ହେତୁ) ଛିଡା ହୁଅ  । ତସ୍ମାତ୍ ଜ୍ଞାନ ସଂଭୂତଂ ହୃତସ୍ଥଂ ଜ୍ଞାନାସିନାତ୍ମନଃ  । ଛିେ୍ୱନଂ ସଂଶୟଂ ଯୋଗମାତିଷ୍ଠୋିଷ୍ଠ ଭାରତ ।ା ୪/୪୨ ।ା
                         ଗୀତାରେ ଯୁଦ୍ଧ କରିବାର ପ୍ରଣାଳୀ ବା ଯେଉଁ ବିଧି ବିଧାନ କଥା ପରମାତ୍ମା ଉଲ୍ଲେଖ କରିଛନ୍ତି ସେ ସବୁକୁ ସୂକ୍ଷ୍ମ ଅନୁଶୀଳନ କଲେ ଜଣାଯାଏ ଯେ ଏହା ସ୍ଥୂଳ ଯୁଦ୍ଧକୁ ନିର୍ଦ୍ଧେଶ କରୁନାହିଁ  । ଦୈନନ୍ଦିନ ଜୀବନ ଯାତ୍ରାରେ ଆମକୁ ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ଅର୍ନ୍ତଦ୍ୱନ୍ଦର ସମ୍ମୁଖୀନ ହେବାକୁ ପଡେ  । ଅନେକ ସମୟରେ ଆମେ କର୍ବ୍ୟାକର୍ବ୍ୟ ନିରୂପଣ କରିବାରେ ଅସମର୍ଥ ହେଉଁ  । ଏଭଳି ଏକ ସୂକ୍ଷ୍ମ ଯୁଦ୍ଧ ଉପରେ ବିଜୟ ଲାଭ କରିବା ପାଇଁ ପରମାତ୍ମା କହୁଛନ୍ତି “ତୁ ସୁଖ ଦୁଃଖ, ଲାଭ ହାନି ଏବଂ ଜୟ ପରାଜୟକୁ ସମାନ ଭାବି ଯୁଦ୍ଧ କର  ।” ମନର ଏହି ଦୋଦୁଲ୍ୟମାନ ତରଙ୍ଗ ସହିତ ଯୁଦ୍ଧ କରିବା ପ୍ରଣାଳୀକୁ ହିଁ ‘ଜ୍ଞାନଯୋଗ’, ‘ବୁଦ୍ଧିଯୋଗ’ ଅଥବା ‘ସାଂଖ୍ୟଯୋଗ’ର ବିଧି ବୋଲି କୁହାଯାଏ  । ଏପ୍ରକାର ବୁଦ୍ଧିକୁ ଯୋଗଯୁକ୍ତ କରାଇବା ଦ୍ୱାରା କର୍ମ ବନ୍ଧନ ଛିନ୍ନ ହୋଇଯାଏ, ସ୍ଥୂଳ ରୀତିରେ କାହାକୁ ହତ୍ୟା କଲେ ତ ମନୁଷ୍ୟର କର୍ମ ବନ୍ଧନ ଜାତ ହୁଏ  । କିନ୍ତୁ ବୁଦ୍ଧି ଦ୍ୱାରା ମୋହ ମମତାକୁ ବିନାଶ କଲେ ପାପ ହୁଏ ନାହିଁ ଏବଂ କର୍ମ ବନ୍ଧନ ମଧ୍ୟ ନାଶ ହୁଏ  । ସୁଖ ଦୁଃଖେ ସମେ କୃତ୍ୱା ଲାଭାଲାଭୌ ଜୟାଜୟୌ  । ତତୋ ଯୁଦ୍ଧାୟ ଯ୍ୁଜ୍ୟସ୍ୱ ନୈବଂ ପାପମବାପଶ୍ୟସି  । ଏଷାତେଽଭିହିତା ସାଂଖୈ ବୁଦ୍ଧିର୍ଯୋଗେ ତ୍ୱିମାଂ ଶୃଣୁ  । ବୁଦ୍ଧ୍ୟା ଯୁକ୍ତୋମୟାପାର୍ଥ କର୍ମବନ୍ଧଂ ପ୍ରହାସ୍ୟସି ।ା ୨/୩୮-୩୯ ।ା ଏଣୁ ପରମାତ୍ମା ମନର ବିକ୍ଷେପତା ସହିତ ଯୁଦ୍ଧ କରି ଜୟ ପରାଜୟ ଏବଂ ହାନି ଲାଭ ଭାବନାରୁ ମୁକ୍ତ ହେବାକୁ ଉପଦେଶ ଦେଉଛନ୍ତି  । ସ୍ଥୂଳ ଯୁଦ୍ଧରେ ଲିପ୍ତ ଯୋଦ୍ଧାତ ଜୟ ପରାଜୟ ଚିନ୍ତାରେ ଚିନ୍ତିତ ଥାଏ  ।ଏ ଚିନ୍ତା ସ୍ୱାଭାବିକ ମଧ୍ୟ  ।
                         ଯୋଗମାର୍ଗରେ ଅହଂକାର, ଆଶା, ତୃଷ୍ଣା, କ୍ରୋଧ ଆଦି ବିଘ୍ନ କାରକ  । ଏହି ସବୁ ସୂକ୍ଷ୍ମ ମନୋବିକାର ଦେହ ଅଭିମାନରୁ ଉପôନ୍ନ ହୁଏ  । ତେଣୁ ପରମାତ୍ମା କୁହନ୍ତି, “ଆତ୍ମ ନିଷ୍ଠ ଚିରେ ସଂପୂର୍ଣ୍ଣ କର୍ମକୁ ମୋତେ ସମର୍ପଣ କରି, ଆଶା, ମମତା ଓ କ୍ରୋଧ ରହିତ ହୋଇ ଯୁଦ୍ଧ କର  । ” ମୟି ସର୍ବାଣି କର୍ମାଣି ସଂନ୍ୟସ୍ୟାଧ୍ୟାତ୍ମଚେତସା  । ନିରାଶୀର୍ନିର୍ମମୋ ଭୁତ୍ୱା ଯୁଦ୍ଧ୍ୟସ୍ୱବିଗତଜ୍ୱରଃ ।ା ୩/୩୦ ।ା ତେଣୁ ଏହା ସ୍ପଷ୍ଟ ଯେ, ଆଶା, ତୃଷା, କ୍ରୋଧାଦିକୁ ତ୍ୟାଗ କରିବା ରୂପକ ଏହା ଅର୍ନ୍ତଯୁଦ୍ଧ ଅଟେ  । ଅନ୍ୟଥା ଆତ୍ମା ନିଶ୍ଚୟ ହୋଇ, ପ୍ରଭୁ ସମର୍ପଣ ହୋଇ, ଆଶା ଓ ମମତାକୁ ତ୍ୟାଗ କରି ତଥା କ୍ରୋଧକୁ ମଧ୍ୟ ତ୍ୟାଗ କରି କେଉଁ ଯୁଦ୍ଧ କରାଯାଇ ପାରେ ? ଏହା ଅର୍ନ୍ତଯୁଦ୍ଧ ନା ବର୍ହିଯୁଦ୍ଧ ? ପୁନଶ୍ଚ ଭଗବାନ କୁହନ୍ତି, “ଏଥିପାଇଁ ସବୁ ସମୟରେ ମୋର ସ୍ମରଣ କର ଏବଂ ଯୁଦ୍ଧ ମଧ୍ୟ  କର  । ଏହିପରି ମୋ ଠାରେ ଅର୍ପିତ ହୋଇଥିବା ମନ ବୁଦ୍ଧିରେ ଯୁକ୍ତ ହୋଇ ନିଃସନ୍ଦେହରେ ମୋତେ ହିଁ ପ୍ରାପ୍ତ ହେବୁ”  ।  ତସ୍ମାତ୍ ସର୍ବେଷୁ କାଳେଷୁ ମାମନୁସ୍ମର ଯୁଦ୍ଧ୍ୟ ଚ  । ମୟି ଅର୍ପିତ ମନୋବୁଦ୍ଧି ର୍ମାମେବୈ÷ଷ୍ୟ ସଂଶୟମ୍ ।ା ୮/୭ ।ା ଏଠାରେ ଏହା ବି·ରଶୀଳ ଯେ ପରମାତ୍ମାଙ୍କୁ ମନ ବୁଦ୍ଧି ଅର୍ପଣ କରି ତାଙ୍କ ସ୍ମୃତିରେ ସ୍ଥିତ ହେବା ହିଁ ତ ଯୋଗ ଅଟେ ଏବଂ ଯୋଗ ଦ୍ୱାରା ମନୁଷ୍ୟର ମନ ପବିତ୍ର ହୁଏ, ପୁରାତନ କୁସଂସ୍କାର ଓ ବିକର୍ମ ବିନାଶ ହୁଏ ଏବଂ ସେ ପରମାନନ୍ଦ ପ୍ରାପ୍ତ ହୁଏ  ।
                            ଶ୍ରୀମଦ୍ ଭଗବତ ଗୀତାରେ ଯୁଦ୍ଧକୁ ଧର୍ମଯୁଦ୍ଧ ନାମରେ ଅଭିହିତ କରାଯାଇଛି  । ଧର୍ମ ହିଂସା ଉଦ୍ରେକକାରୀ ନୁହେଁ। ଗୀତା ଏକ ଯୋଗଶାସ୍ତ୍ର ହୋଇଥିବା ହେତୁ ଏଥିରେ ବର୍ଣ୍ଣିତ ଯୁଦ୍ଧକୁ ସ୍ଥୂଳ ଅର୍ଥରେ ଗ୍ରହଣ ନ କରି ଏହାକୁ ଇନ୍ଦ୍ରିୟ ଏବଂ ମନ ଉପରେ ବିଜୟ ପ୍ରାପ୍ତି ପାଇଁ ଯୋଗୀର ମନୋସଂଗ୍ରମ ବୋଲି ବୁଝିବାକୁ ହେବ  । ଏଠାରେ ଯୁଦ୍ଧକ୍ଷେତ୍ର ହେଉଛି ଶରୀର, ଯେଉଁଠି ଦଣ୍ଡାୟମାନ ହୋଇ ଜୀବାତ୍ମା ଯୁଦ୍ଧ କରେ  । ଏହାକୁ ଯିଏ ଜାଣିଛି ତାକୁ କ୍ଷେତ୍ରଜ୍ଞ ବୋଲି ସେହି ତ୍ୱକୁ ଜାଣିଥିବା ଜ୍ଞାନୀଲୋକ କୁହନ୍ତି  । ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ର ମିତ୍ୟଭିଧିୟତେ  । ଏତଦ୍ଧ୍ୟୋବେି ତଂ ପ୍ରାହୁଃ କ୍ଷେତ୍ରଜ୍ଞ ଇତି ତଦ୍ବିଦଃ ।ା ୧୩ ।ା ଏହି ଶରୀରକୁ କ୍ଷେତ୍ର ବୋଲି ଏଥିପାଇଁ  କୁହାଯାଏ ଯେ, ଯେପରି କ୍ଷେତ୍ରରେ ବୁଣା ହୋଇଥିବା ବୀଜ ଅନୁରୂପ ଫସଲ ସମୟାନୁସାରେ ଉପôନ୍ନ ହୁଏ ସେହିପରି ଏ ଶରୀର ରୂପୀ କ୍ଷେତ୍ରରେ ଆମର ଜନ୍ମ ଜନ୍ମନ୍ତରର କର୍ମ ଫଳ ସଂସ୍କାର ରୂପରେ ପ୍ରକଟିତ ହୁଏ / ସଂସ୍କାର ବିକୃତ ହେଲେ କାମ କ୍ରୋଧାଦି ମନୋବିକାର ରୂପରେ ମାନବାତ୍ମାକୁ ପୀଡିତ କରେ  ।
                    ଇନ୍ଦ୍ରିୟ ରୂପୀ ଶତୃ ମାନଙ୍କ ଦ୍ୱାରା ବଡ ବଡ ବୁଦ୍ଧିମାନ (ଯୋଦ୍ଧା) ମଧ୍ୟ ପରାଜିତ ହୁଅନ୍ତି  । ପ୍ରଯନô ସେ୍ୱ ମଧ୍ୟ ସେମାନଙ୍କ ମନକୁ ପ୍ରଚଣ୍ଡ ଇନ୍ଦ୍ରିୟଗଣ ବଳକôାର କରି ହରଣ କରନ୍ତି  । ଯତତୋହ୍ୟପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ  । ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସଭଂ ମନଃ ।ା ୨/୬୦ ।ା ଇନ୍ଦ୍ରିୟମାନଙ୍କର ବଶୀଭୂତ ହେଊ ନ ଥିବା ହେତୁ ପରମାତ୍ମାଙ୍କୁ “ହୃଷିକେଶ” କୁହାଯାଏ । ଗୀତାରେ ଅର୍ଜୁନଙ୍କୁ ‘ଗୁଡାକେଶ’ ଅର୍ଥାତ ନିଦ୍ରାଜିତ ବୋଲି ସମ୍ବୋଧନ କରାଯାଇଛି  । ଯୋଗ ସାଧନ ପାଇଁ ଇନ୍ଦ୍ରିୟ ସମୂହକୁ ବଶୀଭୂତ କରିବା, ନିଦ୍ରାଜିତ ହେବା ତଥା ‘କାମ’ ରୂପୀ ମହାଶତୃକୁ ଜୟ କରିବା ଏକାନ୍ତ ଆବଶ୍ୟକ  । ଏଥିପାଇଁ ଗୀତାର ଯୁଦ୍ଧକୁ ଆରମ୍ଭରୁ ହିଁ ଧର୍ମଯୁଦ୍ଧ ବୋଲି ଅଭିହିତ କରାଯାଇଛି  । ପରମାତ୍ମା କୁହନ୍ତି, “ଯଦି ତୁ ଏହି ଧର୍ମଯୁଦ୍ଧ କରିବୁ ନାହିଁ ତା’ହେଲେ ତୋତେ ସ୍ୱଧର୍ମ ଓ କୀିର୍ ପ୍ରାପ୍ତ ହେବ ନାହିଁ ଏବଂ ତୋତେ ପାପ ଲାଗିବ  ।” ଅଥ ଚେ୍ୱାମିମଂ ଧର୍ମ୍ୟଂ ସଂଗ୍ରାମଂ ନ କରିଷ୍ୟସି  । ତତଃ ସ୍ୱଧର୍ମଂ କୀିର୍ ଚହିତ୍ୱା ପାପମବାପ୍ସ୍ୟସି ।ା ୨/୩୩ ।ା ଯୁଦ୍ଧ ସହିତ ଧର୍ମ ଶବ୍ଦର ସଂଯୋଜନା ହିଁ ‘ଧର୍ମଯୁଦ୍ଧ’କୁ ଆଧ୍ୟାତ୍ମିକ ଅର୍ଥ ପ୍ରଦାନ କରୁଛି  । ତେଣୁ ସ୍ୱଧର୍ମର ଅର୍ଥ ଆତ୍ମାର ସ୍ୱରୂପ ବୋଲି ବୁଝିବାକୁ ହେବ  ।  ଆତ୍ମା ମୂଳ ସ୍ୱରୂପରେ ପବିତ୍ର ଓ ଶାନ୍ତ ଅଟେ  । ପରଧର୍ମ ଅର୍ଥାତ୍ ପ୍ରକୃତିଜନ୍ୟ କାମ କ୍ରୋଧାଦି ଶାରୀରିକ ଧର୍ମ  । ଆତ୍ମା ଯେତେବେଳେ ପରଧର୍ମକୁ ଗ୍ରହଣ କଲା ସେତେବେଳେ ରୋଗ ଶୋକାଦିରେ ପୀଡିତ ହୋଇ ବିଷାଦିତ ହେଲା  । ସେ (ଆତ୍ମା) ତା’ର ମୂଳଧର୍ମ (ସ୍ୱଧର୍ମ)କୁ ଭୁଲିଗଲା ଓ ତା’ର ପିତା ପରମାତ୍ମାଙ୍କୁ ମଧ୍ୟ ବିସ୍ମୃତ ହୋଇଗଲା  । ଏହି ବିସ୍ମୃତିରୁ ସ୍ମୃତିଲବ୍ଧା  କରାଇବାହିଁ ହେଉଛି ଗୀତା ବର୍ଣ୍ଣିତ ଧର୍ମ ଯୁଦ୍ଧର ମୁଖ୍ୟ ପ୍ରୟୋଜନ  ।
ମାନବାତ୍ମା ମାନଙ୍କୁ ଯୋଗ ପ୍ରତି ଆକୃଷ୍ଟ କରିବା ପାଇଁ ଗୀତାରେ ପରମାତ୍ମା ଯୋଗୀ ଆତ୍ମାକୁ ପ୍ରାଧାନ୍ୟ ଦେଇ କୁହନ୍ତି, “ସେ ଅହଂକାର, ବଳ, ଗର୍ବ, କାମ, କ୍ରୋଧ, ସଂଗ୍ରହ ପ୍ରବୃିକୁ ତ୍ୟାଗ କରି, ମମତା ରହିତ ଏବଂ ଶାନ୍ତ ଅନ୍ତଃକରଣ ଯୁକ୍ତ ହୋଇ ପରମାତ୍ମଙ୍କଠାରେ ତଲ୍ଲୀନ ହେବା ପାଇଁ ଯୋଗ୍ୟ ହୁଏ  । ପରମାତ୍ମା ସ୍ମୃତିରେ ତଲ୍ଲୀନ ହୋଇଥିବା ପ୍ରସନ୍ନ ଚି ଆତ୍ମା (ଯୋଗୀ) ଅନୁଶୋଚନା କରେ ନାହିଁ, ଆଙ୍କ୍ଷା କରେ ନାହିଁ ଏବଂ ସମସ୍ତ ପ୍ରାଣୀଠାରେ ସମଭାବାପନ୍ନ ହୋଇ ମୋର ପରା ଭକ୍ତିକୁ ଲାଭ କରେ  ।” ଅହଂକାରଂ ବଳଂ ଦର୍ପ କାମଂ କ୍ରୋଧଂ ପରି ଗ୍ରହମ  । ବିମୁଚ୍ୟ ନିର୍ମମଃ ଶାନ୍ତୋ ବ୍ରହ୍ମ ଭୂତାୟ କଳ୍ପତେ  । ବ୍ରହ୍ମଭୂତଃ ପ୍ରସନ୍ନାତ୍ମା ନ ଶୋଚତି ନ କାଙ୍କ୍ଷତି  । ସମଃ  ସର୍ବେଷୁ ଭୂତେଷୁ ମଦ୍ଭ୍କ୍ତିଂ ଲଭତେ ପରାମ ।ା୧୮/୫୩-୫୪ ।ା ଏଥିରୁ ଜଣାପଡେ ଗୀତାର ମୁଖ୍ୟ ପ୍ରୟୋଜନ ହେଲା ଯୋଗ ଯୁକ୍ତ ହେବା, ଦୈବୀ ସମ୍ପଦା ଧାରଣା କରିବା, ଆତ୍ମିକ ସ୍ଥିତିରେ ସ୍ଥିତ ହେବା ଏବଂ ମୁକ୍ତି ଜୀବନମୁକ୍ତି ପ୍ରାପ୍ତ ହେବା  । ଯୋଗ ମାର୍ଗରେ ହିଂସା, ଦ୍ୱେଷ, କାମ, କ୍ରୋଧ, ଅହଂକାର ଆଦି ପ୍ରତିବନ୍ଧକ ସୃଷ୍ଟି କରନ୍ତି ଏବଂ ଯୋଗୀକୁ ଏ ସବୁ ତ୍ୟାଗ କରି ଅହିଂସା ପାଳନ କରିବାକୁ ପଡେ  । ଜନ୍ମଜନ୍ମାନ୍ତର ସଂସ୍କାର ହେତୁ ଏହି ଗୁଡିକ ଆତ୍ମାରେ ଏତେ ଗଭୀର ଭାବରେ ମୁଦ୍ରିତ ହୋଇଥାଏ ଯେ ସେ ସବୁକୁ ସମ୍ପୂର୍ଣ୍ଣ ବିନାଶ କରିବା ପାଇଁ କଠୋର ମାନସିକ ସଂଘର୍ଷ କରିବାକୁ ପଡେ  ।
ଗୀତାରେ ଅର୍ଜୁନଙ୍କୁ ମହାବୀର ବୋଲି ସମ୍ବୋଧନ କରାଯାଇଛି  ।  କେବଳ ସ୍ଥୂଳ ଯୁଦ୍ଧରେ ସଫଳକାମୀ ଯୋଦ୍ଧାକୁ ହିଁ ‘ମହାବୀର’ ବୋଲି କୁହାଯିବ ତାହା ନୁହେଁ  । ଜୈନୀ ମାନଙ୍କର ତୀର୍ଥଙ୍କର ବର୍ଦ୍ଧମାନଙ୍କୁ ମଧ୍ୟ ‘ମହାବୀର’ ବୋଲି କୁହାଯାଏ  । ସ୍ୱ, ରଜ, ତମଃ-ପ୍ରକୃତିରୁ ଉପôନ୍ନ ତିନିଗୁଣ ଅବିନାଶୀ ଜୀବାତ୍ମାକୁ ଶରୀରରେ ବାନ୍ଧି ରଖେ  । “ସ୍ୱଂ ରଜ ସ୍ତମ ଇତି ଗୁଣାଃ ପ୍ରକୃତି ସଂଭବାଃ  । ନିବଧ୍ନନ୍ତି ମହାବାହୋ ଦେହେ ଦେହିନମବ୍ୟୟମ ।ା ୧୪/୫ ।ା ତେଣୁ ଏଠାରେ ସତ୍ୱ ରଜ ତମର ବନ୍ଧନକୁ ଛେଦନ କରି ପାରୁଥିବା ଯୋଗୀକୁ “ମହାବାହୁ” ବା ମହାବୀର ବୋଲି କୁହାଯାଇଛି  । ଏହିପରି ଅନ୍ୟ କେତୋଟି ଶ୍ଲୋକରେ ‘ଯୁଦ୍ଧ’କୁ କ୍ଷତ୍ରିୟ ମାନଙ୍କର ସ୍ୱର୍ଗଦ୍ୱାର ଅଥବା ଯୁଦ୍ଧରେ ଜୟ ପରାଜୟ ଉଭୟ ଅବସ୍ଥାରେ ହିଁ ଲାଭ ଥାଏ ବୋଲି କୁହାଯାଇଛି  । ଯଦୃଚ୍ଛୟା େ·ପପନ୍ନଂ ସ୍ୱର୍ଗଦ୍ୱାରମପାବୃତ୍ମ  । ସୁଖିନଃ କ୍ଷତ୍ରିୟା ପାର୍ଥ ଲଭନ୍ତେ ଯୁଦ୍ଧମୀଦୃଶମ୍ ।ା ୨/୩୨ ।ା ଅର୍ଥାତ “ହେ ପାର୍ଥ! ଆପଣାଛାଏଁ ପ୍ରାପ୍ତ ହେଉଥିବା ଏବଂ ଖୋଲା ହୋଇଥିବା ସ୍ୱର୍ଗଦ୍ୱାର ରୂପି ଏହି ପ୍ରକାର ଯୁଦ୍ଧକୁ ଭାଗ୍ୟବାନ କ୍ଷତ୍ରିୟମାନେ ହିଁ ଲାଭ କରନ୍ତି ।” ଅନ୍ୟ ଏକ ଶ୍ଲୋକରେ କୁହାଯାଇଛି “ହୁଏତ ନିହତ ହୋଇ ସ୍ୱର୍ଗ ପ୍ରାପ୍ତି ହେବ ଅଥବା ଜୟ କରି ପୃଥିବୀକୁ ଭୋଗ କରିବୁ  । ତେଣୁ ସେ ଅର୍ଜୁନ ଯୁଦ୍ଧ ପାଇଁ ନିଶ୍ଚିତ ହୋଇ ଛିଡା ହୁଅ  । “ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗଜିତ୍ୱା ବା ଭୋକ୍ଷସେ ମହୀମ  । ତସ୍ମାଦୁିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତ ନିଶ୍ଚୟଃ ।ା ୨/୩୭ ।ା କିନ୍ତୁ ପ୍ରକୃତରେ ସ୍ୱର୍ଗ ଲାଭର ଅଧିକାର କାହାକୁ ମିଳେ ? ଗୀତା କୁହେ, “ଯେତେବେଳେ ଜୀବାତ୍ମା ସ୍ୱ ଗୁଣର ବୁଦ୍ଧିରେ ମୃତୁ୍ୟ ପ୍ରାପ୍ତ ହୁଏ ସେତେବେଳେ ହିଁ ପୁଣ୍ୟାତ୍ମା ମାନଙ୍କ ପବିତ୍ର ସ୍ୱର୍ଗ ଲୋକ ପ୍ରାପ୍ତ ହୁଏ  ।” ଯଦା ସେ୍ୱ ପ୍ରବୃଦ୍ଧେ ତୁ ପ୍ରଳୟଂ ଯାତି ଦେହଭୃତ  । ତଦୋମବିଦାଂ ଲୋକାନ୍ ମଳାନ୍ ପ୍ରତିପଦ୍ୟତେ ।ା ୧୪/୧୪ ।ା
ତେଣୁ ଗୀତାର ଯୁଦ୍ଧ ଅଲୌକିକ ଅଟେ  । ଦିବ୍ୟତ୍ୱ ପ୍ରାପ୍ତି ପାଇଁ ଆତ୍ମାରେ ସିତ ଅନେକ ଜନ୍ମର ମନୋବିକାର ସମୂହକୁ ଦୂର କରିବାର ପ୍ରୟାସ ହିଁ ଏକ ପ୍ରକାର ମନୋସଂଗ୍ରମ ଅଟେ  । ଗୀତା ଏକ ଯୋଗ ଶାସ୍ତ୍ର ତଥା ଆଧ୍ୟାତ୍ମିକ ଗ୍ରନ୍ଥ ହୋଇଥିବାରୁ ଏହାର କୌଣସି କଥାକୁ ଆକ୍ଷରିକ ବା ବ୍ୟାକରଣ ଗତ ଦୃଷ୍ଟିରୁ ଅର୍ଥ କରିବା ଠିକ ହେବ ନାହିଁ  । ସ୍ଥୂଳ ବା ଲୌକିକ ଯୁଦ୍ଧ ଦ୍ୱାରା ସ୍ୱର୍ଗ ପ୍ରାପ୍ତି ହୁଏ ନାହିଁ  । କାରଣ ପରମାତ୍ମା କୁହନ୍ତି ଯେ କାମ, କ୍ରୋଧ ଏବଂ ଲୋଭ ନରକର ଦ୍ୱାର ଅଟେ  । ତେଣୁ ଗୀତାରେ ଯେଉଁ ଯୁଦ୍ଧ ଦ୍ୱାରା ସ୍ୱର୍ଗର ପ୍ରାପ୍ତି କଥା କୁହାଯାଇଛି ତାହା ହିଂସାତ୍ମକ ଅଥବା କ୍ରୋଧମୂଳକ ହୋଇ ନ ପାରେ  । ଏହି ପ୍ରସଙ୍ଗରେ ଯେଉଁଠି କ୍ଷତ୍ରିୟ ଶବ୍ଦର ପ୍ରୟୋଗ ହୋଇଛି, ତାହା ମଧ୍ୟ ଜନ୍ମ ଆଧାରିତ କୌଣସି ଜାତି ବାଚକ ନୁହେଁ  । ଜ୍ଞାନ ଦ୍ୱାରା ମାୟା ଅଥବା ମନୋବିକାର ସହିତ ଯୁଦ୍ଧ କରୁଥିବା ପୁରୁଷାର୍ଥୀ ଯୋଗୀ ପାଇଁ ିଁ ହିଁ ‘କ୍ଷତ୍ରିୟ’ ଶବ୍ଦ ପ୍ରୟୋଗ କରାଯାଇ ପାରେ  । ଗୋଟିଏ ଶ୍ଲୋକରେ ଭଗବାନ କହିଛନ୍ତି ଯେ “ଯଦି ତୁ ମୋ ଠାରେ ମନ ସ୍ଥିର ରଖିବୁ, ତା’ହେଲେ ସମସ୍ତ ଦୁର୍ଗ ଜିଣି ଯିବୁ ଏବଂ ମୋ କୃପା ପ୍ରାପ୍ତ ହୋଇ ତରିଯିବୁ  ।” ଏଠାରେ ସ୍ଥୂଳ ଅର୍ଥରେ କୌଣସି ନଦୀ ପାର ହେବା କଥାକୁ ବୁଝାଉ ନାହିଁ, ଅପିତୁ ଜ୍ଞାନ ଓ ଯୋଗ ଦ୍ୱାରା ସଂସାର ରୂପୀ ବିଷୟ ସାଗରକୁ ପାର ହେବା କଥା କୁହାଯାଇଛି  । ଠିକ୍ ସେହିପରି କୌଣସି ଦୁର୍ଗ ବିଶେଷକୁ ଜୟ କରିବା ଅର୍ଥ ନ କରି ବିଭିନ୍ନ ଦୁର୍ଗତି ବା କଠିଣ ପରିସ୍ଥିତି ସମୂହକୁ ଆୟ କରିବା କଥା ବୁଝିବାକୁ ହେବ  । ଏହି ଦୃଷ୍ଟିରୁ ଏଠାରେ ‘କ୍ଷତ୍ରିୟ’ ଶବ୍ଦ ମଧ୍ୟ ସ୍ଥୂଳ ଅସ୍ତ୍ର ଶସ୍ତ୍ର ଦ୍ୱାରା ଶତୃ ସହିତ ଯୁଦ୍ଧରତ ବ୍ୟକ୍ତିବାଚକ ନ ହୋଇ ଯିଏ କାମକ୍ରୋଧାଦି ବିକାର ରୂପୀ ଶତୃମାନଙ୍କ ସହିତ ବୀରତା ପୂର୍ବକ ମନୋସଂଗ୍ରାମ ପାଇଁ ଉଦ୍ୟତ ତାହାରି ବୋଧକ ଅଟେ  ।
ହିଂସାର ଭିିଭୂମି ଉପରେ କେବେ କୌଣସି ଧର୍ମରାଜ୍ୟ ସ୍ଥାପିତ ହୋଇନାହିଁ କି ହେବ ନାହିଁ  । ପରମାତ୍ମା ସମଗ୍ର ବିଶ୍ୱରେ ଏକରାଜ୍ୟ ଏକଭାଷା ଓ ଏକମତ ସ୍ଥାପିତ କରିବାକୁ ହିଁ ଅବତରଣ କରନ୍ତି  । ସେ ସମସ୍ତ ମାନବ ସମାଜର ଆତ୍ମିକ ପିତା ଅଟନ୍ତି  । ତାଙ୍କର କେହି ଶତୃ ବା ମିତ୍ର ନାହିଁ  । ସେ ସାଂସାରିକ ପକ୍ଷ ବିପକ୍ଷ ଉଦ୍ଧ୍ୱର୍ରେ  । ତେଣୁ ସେ ନିଜେ କୌଣସି ଦୁଷ୍ଟ ବା ଅତ୍ୟା·ରୀର ବିନାଶ ପାଇଁ କୌଣସି ରୂପ ଗ୍ରହଣ କରି ପୃଥିବୀରେ ଜନ୍ମ ହୁଅନ୍ତି ନାହିଁ ବା ତା’ର ସ୍ୱଜନ ପରିଜନ ସମସ୍ତଙ୍କର ସମୂଳେ ବିନାଶ ପାଇଁ ଶତୃପକ୍ଷର ନେତୃତ୍ୱ ନିଅନ୍ତି ନାହିଁ  । ଯେପର୍ଯ୍ୟନ୍ତ ମାନବାତ୍ମା ମାନଙ୍କର ସାମଗ୍ରିକ ଦୃଷ୍ଟିକୋଣର ପରିବର୍ନ ନ ହୋଇଛି ଅଥବା ସେମାନଙ୍କ ମଧ୍ୟରେ ଦୈବୀ ଗୁଣ ସମୂହର ବିକାଶ ନ ହୋଇଛି ସେ ପର୍ଯ୍ୟନ୍ତ ବିଶ୍ୱସ୍ତରରେ ଧର୍ମରାଜ୍ୟ ସ୍ଥାପନ ସମ୍ଭବ ନୁହେଁ  ।  ତେଣୁ ଗୀତାରେ ପରମାତ୍ମା ଯୋଗଯୁକ୍ତ ବା ସ୍ଥିତପ୍ରଜ୍ଞ ହେବା ପାଇଁ ଆହ୍ୱାନ ଦେଇଛନ୍ତି  । କିଭଳି ଅବସ୍ଥା ବା ଲକ୍ଷଣ ଯୁକ୍ତ ମାନବାତ୍ମାକୁ ସ୍ଥିତପ୍ରଜ୍ଞ ତଥା ଈଶ୍ୱରଙ୍କ ପ୍ରିୟ ବୋଲି କୁହାଯାଏ ତାହା ଅତି ସୁନ୍ଦର ଭାବରେ ଗୀତା ବର୍ଣ୍ଣନା କରିଛି  । ଯିଏ ସଂପୂର୍ଣ୍ଣ ଇନ୍ଦ୍ରିୟ ସମୂହକୁ ବଶୀଭୂତ କରି ସମାହିତ ଚି ହୋଇ ଈଶ୍ୱର ପରାୟଣ ହୁଏ ଏବଂ ଯାହାର ଇନ୍ଦ୍ରିୟ ସମୂହ ବଶୀଭୂତ ହୋଇଛି ତା’ର ହିଁ ବୁଦ୍ଧି ସ୍ଥିର ହୁଏ  । “ତାନି ସର୍ବାଣି ସଂଯମ୍ୟ ଯୁକ୍ତ ଆସୀତମପôରଃ  । ବଶେ ହି ଯସେôକ୍ତିୟାଣି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା” ।ା ୨/୬୧ ।ା ଯାହାର ଇନ୍ଦ୍ରିୟ ସମୂହ ସମସ୍ତ ପ୍ରକାର ଇନ୍ଦ୍ରିୟଜନ୍ୟ ବିଷୟ ସମୂହକୁ ବଶୀଭୂତ କରିଛି ତା’ର ବୁଦ୍ଧି ସ୍ଥିର ଅଟେ  ।  “ତସ୍ମାଦ୍ୟସ୍ୟ ମହାବାହୋ ନିଗୃହିତାନି ସର୍ବଶଃ । ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟ ସ୍ତସ୍ୟପ୍ରଜ୍ଞା ପ୍ରତିଷ୍ଠିତା” ।ା ୨/୬୮ ।ା ପରମାତ୍ମାଙ୍କ ଠାରେ ନିତ୍ୟ ଏକ ଭାବରେ ସ୍ଥିତ ହୋଇ ଅନନ୍ୟ ପ୍ରେମ ଭକ୍ତି କରୁଥିବା ଜ୍ଞାନୀ ବ୍ୟକ୍ତି ହିଁ ସର୍ବୋମ ଅଟେ  । କାରଣ ପରମାତ୍ମ ଜ୍ଞାନୀର ପ୍ରିୟ ଅଟନ୍ତି ଏବଂ ଜ୍ଞାନ ସମ୍ପନ୍ନ ବ୍ୟକ୍ତି ପରମାତ୍ମାଙ୍କ ପ୍ରିୟ ଅଟନ୍ତି  । “ତେଷାଂ ଜ୍ଞାନୀ ନିତ୍ୟଯୁକ୍ତ ଏକ ଭକ୍ତି ର୍ବିଶିଷ୍ୟତେ  । ପ୍ରିୟୋହି ଜ୍ଞାନି ନୋଽତ୍ୟର୍ଥମହଂ ସ ଚ ମମ ପ୍ରିୟଃ” ।ା ୭/୧୭ ।ା ପରମାତ୍ମାଙ୍କ ଅନ୍ୟାନ୍ୟ ଭକ୍ତମାନେ ତାଙ୍କୁ କେବଳ ଶ୍ରଦ୍ଧାପୂର୍ବକ ହିଁ ସ୍ମରଣ କରନ୍ତି, କିନ୍ତୁ ଜ୍ଞାନୀ ତାଙ୍କର ସ୍ୱରୂପ ଅଟେ  । ଏକଥା ନିଜେ ପରମାତ୍ମା ସ୍ୱୀକାର କରିଛନ୍ତି  । କାରଣ ଜ୍ଞାନୀ ସ୍ଥିର ବୁଦ୍ଧିଯୁକ୍ତ ହୋଇଥିବା ହେତୁ ଉମ ଗତି ସ୍ୱରୁପ ତାଙ୍କ ଠାରେ ହିଁ ଆଶ୍ରିତ ହୁଏ  । ଉଦାରାଃ ସର୍ବ ଏବୈତ ଜ୍ଞାନୀ ତ୍ୱାମୈôବ ମେ ମତମ୍  । ଆସ୍ଥିତଃ ସ ହି ଯୁକ୍ତାତ୍ମା ମାମେବାନୁମାଂ ଗତିମ୍” ।ା ୭/୧୮ ।ା
ଉପର୍ଯୁକ୍ତ ଆଲୋଚନାରୁ ଏକଥା ସ୍ୱଷ୍ଟ ଯେ ଅର୍ଜୁନଙ୍କୁ ମାଧ୍ୟମ କରି ଗୀତା ମାନବ ସମାଜକୁ ଯୋଗଯୁକ୍ତ ଅଥବା ସ୍ଥିତିପ୍ରଜ୍ଞ ହେବାକୁ ନିର୍ଦ୍ଧେଶ ଦେଉଛି  । ଅର୍ଜୁନ ହିଁ ସତ୍ୟ ସନାତନ ଧର୍ମ ରାଜ୍ୟ ପ୍ରତିଷ୍ଠାରେ ପରମାତ୍ମାଙ୍କ ସହାୟକ ବା ମାଧ୍ୟମ ହୋଇଥିବା ହେତୁ ତାଙ୍କର ଅତ୍ୟନ୍ତ ପ୍ରିୟଭାଜନ ଥିଲେ  । ତେଣୁ ତାଙ୍କୁ ହିଁ ସେ ଏହିପରି ଅତି ଗୁହ୍ୟ, ଗୋପନୀୟ ଓ ଉମ ଜ୍ଞାନ ଶୁଣାଇଛନ୍ତି, କାରଣ ଅର୍ଜୁନଙ୍କ ସେ ସର୍ବତୋ ଭାବେ ହିତ କାମନା କରନ୍ତି  । “ସର୍ବ ଗୁହ୍ୟତମଂ ଭୂୟଃ ଶୃଣୁ ମେ ପରମଂ ବଚଃ  । ଇଷ୍ଟୋଽସି ମେ ଦୃଢ଼ମିତି ତତୋ ବକ୍ଷାମି ତେ ହିତମ  ।ା ୧୮/୬୪ ।ା ଭୂୟ ଏବ ମହାବାହୋ ଶୃଣୁ ମେ ପରମଂ ବଚଃ  । ଯେଽହଂ ପ୍ରୀୟ ମାଣାୟ ବକ୍ଷାମି ହିତ କାମ୍ୟୟା” ।ା ୧୦/୧ ।ା ଏଭଳି ଯୋଗୀ ଓ ଜ୍ଞାନୀ ହେବାକୁ ଶିକ୍ଷା ଦେଉଥିଭା ପରମାତ୍ମା ନିଜର ଅତି ପ୍ରିୟ ସଖା ଅର୍ଜୁନଙ୍କୁ ହିଂସା ଉପରେ ଆଧାରିତ ଯୁଦ୍ଧରେ ହାଣକାଟ କରିବା ପାଇଁ କିପରି କହିବେ ? ଆଉ ମଧ୍ୟ ପରମାତ୍ମା କହିଛନ୍ତି ଯେ “ତୁ ମୋତେ ସଦା ସର୍ବଦା ସ୍ମରଣ କର ଏବଂ ଯୁଦ୍ଧ ମଧ୍ୟ କର  । କେଉଁ ଯୁଦ୍ଧ ସଦା ସର୍ବଦା (ସର୍ବେଷୁ କାଳେଷୁ) ·ଲୁଥାଏ ? ସ୍ଥୂଳ ଯୁଦ୍ଧ ତ କିଛି ଦିନ ପରେ ସମାପ୍ତ ହୋଇଯାଏ  । କିନ୍ତୁ ଜନ୍ମଜନ୍ମାନ୍ତର ସିତ ବିକାର ସମୂହର ଯୁଦ୍ଧ ଆମ ମନ ଭିତରେ ଅହରହ ·ଲୁଥାଏ  । ଏସବୁକୁ ନିରସ୍ତ କରିବାର ଏକମାତ୍ର ଉପାୟ ହେଉଛି ଯୋଗ  ।
ମନୋବିଜ୍ଞାନ ଅନୁସାରେ ମନୁଷ୍ୟ ଯେତେବେଳେ ଦୁର୍ଜେୟ ଶତୃର ସମ୍ମୁଖୀନ ହୁଏ ତା’ ପାଇଁ ଦୁଇଟି ବିକଳ୍ପ ଥାଏ, ପଳାୟନ (ୠକ୍ଷସଶଷଗ୍ଧ) ଅଥବା ଯୁଦ୍ଧ (ୠସଶଷଗ୍ଧ), ଅନେକ ଜନ୍ମର ବିକାରଗ୍ରସ୍ତ ମାନବ କାମ କ୍ରୋଧାଦି ବିକାର ସମୂହ ସାମନା କରିବା ପରିବେର୍ କର୍ମ ସନ୍ୟାସୀ ମାନଙ୍କ ପରି କର୍ବ୍ୟ ବିମୁଖ ହୋଇ ଘର ଗୃହସ୍ତି ତ୍ୟାଗ କରି ପଳାୟନ କରେ  । ଗୀତାରେ ପରମାତ୍ମା ଏପରି ପଳାୟନ ପନ୍ଥୀ ମାନବକୁ କାପୁରୁଷ ଏବଂ ନପୁଂସକ ବୋଲି କହିଛନ୍ତି  । ଏଥିପାଇଁ ସେ (ପରମାତ୍ମା) ଜ୍ଞାନବଳ, ଯୋଗବଳ ତଥା ଦିବ୍ୟଗୁଣ ବଳ ଦ୍ୱାରା ବିକାର ସମୂହକୁ ପରାସ୍ତ କରିବାର ପୁରୁଷାର୍ଥକୁ “ଯୁଦ୍ଧ” ବୋଲି କହିଛନ୍ତି  । ଏହାଦ୍ୱାରା ମାନବ ତାଙ୍କ କଥାକୁ ହାଲୁକା ଭାବରେ ଗ୍ରହଣ ନ କରି ଯୁଦ୍ଧ ବୃି (ଡବକ୍ସ ଝକ୍ଟ୍ରସକ୍ସସଗ୍ଧ) ଅଥବା ଯୁଯୁସôା ବୃି (ଓଦ୍ଭଗ୍ଦଗ୍ଧସଦ୍ଭମଗ୍ଧ ଗ୍ଧକ୍ଟ ଲସଶଷଗ୍ଧ) ଦ୍ୱାରା ଏହି ସବୁ ବିକାର ଗୁଡ଼ିକୁ ସବଂଶେ ନାଶ କରିପାରିବ  । ଧରାପୃଷ୍ଠରେ ପରମାତ୍ମା ଅବତରଣର ଆଭିମୁଖ୍ୟ ମଧ୍ୟ ଦୁଷ୍କୃତି ସମୂହକୁ ବିନାଶ କରି ଲୁପ୍ତ ପ୍ରାୟ ସନାତନ ଧର୍ମର ପୁନଃ ପ୍ରତିଷ୍ଠା କରିବା  । ସେଥିପାଇଁ ସେ ପ୍ରଚଳିତ ବେଦାଦି ଶାସ୍ତ୍ର ପୁରାଣର ଜ୍ଞାନ ନ ଶୁଣାଇ ଦିବ୍ୟ ଓ ଅଲୌକିକ ରୀତିରେ ଜ୍ଞାନ ଶୁଣାନ୍ତି, ପ୍ରଜାପିତା ବ୍ରହ୍ମା ମୁଖ କମଳ ଦ୍ୱାରା ସେ ସମସ୍ତ ମାନବ ସମାଜକୁ ଆହ୍ୱାନ କରୁଛନ୍ତି, “ହେ ମୋର ଅତ୍ମିକ ସନ୍ତାନଗଣ, ଉଠ, ଜାଗ୍ରତ ହୁଅ ଏବଂ ମୋ ଦ୍ୱାରା ପ୍ରଦ ଜ୍ଞାନ ରୂପକ ଦିବ୍ୟ ଅସ୍ତ୍ର ଶସ୍ତ୍ର ଦ୍ୱାରା ମନୋବିକାର ସମୂହକୁ ସମୂଳେ ବିନାଶ କର ।”
ପରମାତ୍ମାଙ୍କ ଠାରେ ମନକୁ ଯୁକ୍ତ କରିବା କ୍ରିୟାକୁ ହିଁ ଗୀତାରେ “ଯୋଗ” ବୋଲି କୁହାଯାଇଛି  ।  ଯୁଞ୍ଜୀତ ସତତମାତ୍ମାନଂ ।ା ୬/୧୦ ।ା ଯଞ୍ଜନ୍ନେବଂ ସଦାତ୍ମାନଂ ।ା ୬/୧୫ ।ା ଯୁଞ୍ଜତୋଯୋଗମାତ୍ମନଃ ।ା ୬/୧୯ ।ା ଯୁଞ୍ଜନ୍ନେବଂ ସଦାତ୍ମାନଂ ।ା ୬/୨୮ ।ା ଯୁଞ୍ଜନ୍ନଦାଶ୍ରୟଃ ।ା ୭/୧ ।ା ଏହି ଶ୍ଲୋକ ଗୁଡିକରେ ‘ଯୁଞ୍ଜିନ’ (ଅର୍ଥାତ୍ ଯୋଡିବା ବା ଯୁକ୍ତ କରିବା) ଶଦ୍ଧକୁ “ଯୋଗ”ର ଅର୍ଥ ରୁପେ ବ୍ୟବହାର କରାଯାଇଛି  ।  ପାତଞ୍ଜଳିଙ୍କ ମତରେ ‘ଯୁଜ ସମାଧୌ’ ଧାତୁରୁ ‘ଯୋଗ’ ଶଦ୍ଧ ନିଷ୍ପନ୍ନ ହୋଇଛି  । ସମସ୍ତ ପ୍ରକାର ସଂକଳ୍ପ ଗୁଡିକର ବେଗ ପ୍ରଶମିତ ହୋଇ ମନ ଯେତେବେଳେ ଏକ ପରମାତ୍ମାଙ୍କ ଠାରେ ହିଁ ଯୁକ୍ତ ହୋଇଯାଏ ତାକୁ ହିଁ ଯୋଗର ସମାଧି ଅବସ୍ଥା ବୋଲି କୁହାଯାଏ  । ଯୋଗୀର ଏହି ଅବସ୍ଥାକୁ ଗୀତା ଏକ ସୁନ୍ଦର ଉଦାହରଣ ଦ୍ୱାରା ପ୍ରସ୍ତୁତ କରିଛି  । ନିସ୍ପନ୍ଦ ବାୟୁରେ ଦୀପଶିଖା ଯେପରି ନିଶ୍ଚଳ ରହେ, ସେହିପରି ସଂକଳ୍ପ ରହିତ ମନ ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ହୋଇଯାଏ  । ଯଥା ଦୀପୋନିବାତସ୍ଥୋନେଙ୍ଗତେ ସୋପମା ସ୍ମୃତା  । ଯୋଗିନୋ ଯତଚିସ୍ୟ ଯୁଞ୍ଜତେ ଯୋଗମାତ୍ମନଃ ।ା ୬/୧୯ ।ା
ଗୀତାର ଯୋଗ ଅତି ସହଜ  । ଏହାର ଅଭ୍ୟାସ ବିଧି ଅତି ସରଳ  । ଏହା ଅଭ୍ୟାସ କରିବା ପାଇଁ ଘର ଗୃହସ୍ଥି ତ୍ୟାଗ କରିବାକୁ ପଡେ ନାହିଁ କି କୌଣସି ପ୍ରକାର ଶାରୀରିକ ହଠ କ୍ରିୟା କରିବାକୁ ପଡେ ନାହିଁ  । କାରଣ ଏହା ଏକ ମାନସିକ ପ୍ରକ୍ରିୟା ଅଟେ, ତେଣୁ ଯେକୌଣସି ବ୍ୟକ୍ତି ସ୍ଥାନ, କାଳ, ନିର୍ବିଶେଷରେ ଏହି ଯୋଗାଭ୍ୟାସ କରିପାରୁଥିବାରୁ ଏହାକୁ ‘ସହଜ ରାଜେଯାଗ’ ବୋଲି ମଧ୍ୟ କୁହାଯାଏ  ।  ଗୀତା କୁହେ ପରମାତ୍ମାଙ୍କୁ ସହଜରେ ପାଇବାକୁ ହେଲେ ପ୍ରକୃତିରୁ ଜାତ ସମସ୍ତ ଭୌତିକ ପଦାର୍ଥ ସମୂହରୁ ମନକୁ ଅପାସାରିତ କରି ଅନନ୍ୟଚି ହୋଇ ଏକ ପରମାତ୍ମାଙ୍କୁ ହିଁ ନିତ୍ୟ ନିରନ୍ତର ସ୍ମରଣ କରିବା ଉଚିତ  । ଅନନ୍ୟଚେତାଃ ସତତଂ ଯୋ ମାଂ ସ୍ମରତି ନିତ୍ୟଶଃ  । ତସ୍ୟାହଂ ସୁଲଭ ପାର୍ଥ ନିତ୍ୟଯୁକ୍ତସ୍ୟ ଯୋଗିନଃ ।ା ୮/୧୪ ।ା
ଶ୍ରଦ୍ଧା ପୂର୍ବକ ଅର୍ନ୍ତମୁଖୀ ହୋଇ କେବଳ ପରମାତ୍ମାଙ୍କର ହିଁ ମହିମାକୁ ସ୍ମରଣ କରିବା ହେଉଛି ସର୍ବଶ୍ରେଷ୍ଠ ଯୋଗ  । ଏହି ବିଧିରେ ଯୋଗାଭ୍ୟାସ କରୁଥିବା ଯୋଗୀଙ୍କୁ ସର୍ବଶ୍ରେଷ୍ଠ ବୋଲି ଗୀତାରେ ପରମାତ୍ମା ନିଜସ୍ୱ ମତ ବ୍ୟକ୍ତ କରିଛନ୍ତି  । ଯୋଗିନାମପି ସର୍ବେଷାଂ ମଦ୍ଗତେନାନ୍ତରାତ୍ମନା  । ଶ୍ରଦ୍ଧାବାନ ଭଜତେ ଯୋ ମାଂ ସ ମେ ଯୁକ୍ତତମୋ ମତଃ ।ା ୬/୪୬ ।ା  ଅତ୍ୟଧିକ ସ୍ନେହ ହେତୁ ପରମାତ୍ମାଙ୍କ ସହିତ ଆସକ୍ତାମନା ହୋଇ ଏବଂ ମନବଚନ କର୍ମରେ ସଦା ସର୍ବଦା ତାଙ୍କର ଆଶ୍ରିତ ହୋଇ, ଜୀବନ ଯାପନ କରିବା ହିଁ ଶ୍ରେଷ୍ଠ ଯୋଗ ଅଟେ  । କାରଣ ଏହା ଦ୍ୱାରା ହିଁ ତାଙ୍କୁ ସାମଗ୍ରିକ ଭାବରେ ଜାଣିବା ପାଇଁ ପଥ ସୁଗମ ହୋଇଯାଏ, “ମୟାସକ୍ତମନାଃ ପାର୍ଥ ଯୋଗଂ ଯୁଞ୍ଜିନଦାଶ୍ରୟଃ  । ଅସଂଶୟଂ ସମଗ୍ରମାଂ ଯଥା ଜ୍ଞାସ୍ୟସି ତଚ୍ଛୃଣୁ ।ା ୭/୧ ।ା ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବାର ଛ’ ଟି ରୀତି ଗୀତାରେ କୁହାଯାଇଛି  । ମଚ୍ଚିା ମଦ୍ଗତ ପ୍ରାଣା ବୋଧୟନ୍ତଃ ପରସ୍ପରମ୍  । କଥୟନ୍ତଶ୍ଚ ମାଂ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ ।ା ୧୦/୯ ।ା ପରମାତ୍ମାଙ୍କ ସ୍ୱରୂପ ଚିନ୍ତନରେ ସର୍ବଦା ଚି ନିବେଶ କରିବା, ପରମାତ୍ମାଙ୍କ କାର୍ଯ୍ୟରେ ଜୀବନକୁ ନିୟୋଜିତ କରିବା, ପରପ୍ପର ମଧ୍ୟରେ ଈଶ୍ୱରୀୟ ଜ୍ଞାନ ଚର୍ଚ୍ଚା କରିବା, ସମସ୍ତଙ୍କୁ ପରମାତ୍ମାଙ୍କ ବିଷୟରେ କହିବା, ନିରନ୍ତର ସନ୍ତୁଷ୍ଟ ରହିବା ଏବଂ ଏକ ଈଶ୍ୱରଙ୍କୁ ପ୍ରେମ କରିବା - ଏହି ଛଅଟି ରୀତିରେ ଜଣେ ପରମାତ୍ମା ସହିତ ଯୋଗଯୁକ୍ତ ହୋଇ ପାରିବ  । କିନ୍ତୁ ଦେହ ଅଭିମାନରୁ ଜାତ ମନୋବିକାର ପ୍ରତି କ୍ଷଣରେ ମନକୁ ଈଶ୍ୱରୀୟ ସ୍ମୃତିରୁ ବିଚୁ୍ୟତ କରୁଥାଏ  । କିନ୍ତୁ ଜଣେ ଯୋଗୀ ଏଥିରେ ନିରୁସାହିତ ହୁଏ ନାହିଁ  । ସବୁ ସମୟରେ ସେ ଏହି ମନୋବିକାର ସହିତ ଯୁଦ୍ଧ କରୁଥାଏ ଓ ପରମାତ୍ମାଙ୍କୁ ସ୍ମରଣ କରୁଥାଏ  । ପରମାତ୍ମା କୁହନ୍ତି, “ତୁମେ ମୋ ଠାରେ ତୁମର ମନ ଓ ବୁଦ୍ଧି ଅର୍ପଣ କଲେ ନିଃସନ୍ଦେହରେ ମୋତେ ହିଁ ପ୍ରାପ୍ତ ହେବ  ।” ତସ୍ମାସôର୍ବେଷୁ କାଳେଷୁ ମାମନୁସ୍ମର ଯୁଧ୍ୟଚ  । ମୟ୍ୟର୍ପିତ ମନୋବୁଦ୍ଧି ର୍ମାମେବୈଷଷ୍ୟସ୍ୟ ସଂଶୟମ୍ ।ା ୮/୭ ।ା
ଗୀତାର ଯୋଗ ଶାରୀରିକ ହଠ କ୍ରିୟା ହୋଇ ନ ଥିବାରୁ କୌଣସି ନିର୍ଦ୍ଧିଷ୍ଟ ସମୟସୀମା ପର୍ଯ୍ୟନ୍ତ ଅଭ୍ୟାସ କରିବା କଥା କହେ ନାହିଁ  । ମନୋବିକାର ସମୂହକୁ ସମୂଳେ ଧ୍ୱଂସ କରି ତମୋଗୁଣୀ ଆତ୍ମାକୁ ସଂପୂର୍ଣ୍ଣ ସ୍ୱ ପ୍ରଧାନ ଆତ୍ମାରେ ପରିବିର୍ତ କରିବା ହିଁ ଏହି ଯୋଗର ଉଦ୍ଧେଶ୍ୟ  । ତେଣୁ ପରମାତ୍ମା ସତର୍କ କରାଇ କୁହନ୍ତି ଅର୍ହନିଶ ସଦାସର୍ବଦା ମୋ ସହିତ ଯୋଗଯୁକ୍ତ ହୋଇ ରୁହ  । ତସ୍ମାସôର୍ବେଷୁ କାଳେଷୁ ଯୋଗଯୁକ୍ତ ଭବାର୍ଜୁନ ।ା ୮/୨୭ ।ା ଏହିପରି ଯେଉଁମାନେ ମନୋନିବେଶ ପୂର୍ବକ ନିତ୍ୟ ନିରନ୍ତର ତାଙ୍କ ସ୍ମୃତିରେ ତଲ୍ଲୀନ ରହି ଶ୍ରଦ୍ଧାପୂର୍ବକ ତାଙ୍କ ନିର୍ଦ୍ଧେଶିତ କର୍ମରେ ନିଜକୁ ନିଯୁକ୍ତ କରି ଜୀବନ ଅତିବାହିତ କରନ୍ତି, ସେମାନଙ୍କୁ ହିଁ ଶ୍ରେଷ୍ଠ ଯୋଗୀ ବୋଲି ପରମାତ୍ମା ଗୀତାରେ ନିଜର ମତ ବ୍ୟକ୍ତ କରିଛନ୍ତି  । ମଯ୍ୟାବେଶ୍ୟ ମନୋ ଯେ ମାଂ ନିତ୍ୟଯୁକ୍ତା ଉପାସତେ  । ଶ୍ରଦ୍ଧୟା ପରୟୋପେତାସ୍ତେ ମେ ଯୁକ୍ତତମା ମତାଃ ।ା ୧୨/୨ ।ା
ଦେହ ଅଭିମାନ ଗ୍ରସିତ ବୁଦ୍ଧି ସହଜରେ ଆତ୍ମିକ ସ୍ଥିତିରେ ସ୍ଥିତ ହୋଇ ପାରେ ନାହିଁ  । ଏଥିପାଇଁ ବିଶେଷ ଅଭ୍ୟାସର ଆବଶ୍ୟକ  । ଆତ୍ମିକ ସ୍ଥିତିରେ ସ୍ଥିତ ନ ହେବା ପର୍ଯ୍ୟନ୍ତ ପରମାତ୍ମାଙ୍କ ସହିତ ମନୋମିଳନ ବା ଯୋଗ ସମ୍ଭବ ନୁହେଁ  । ଯୋଗାରୂଢ଼ ହେବା ପାଇଁ ପ୍ରଥମେ ଆମକୁ ଦେହ ଓ ଦେହ ସହିତ ସମ୍ବନ୍ଧିତ ସମସ୍ତ ସଂକଳ୍ପ ଗୁଡିକୁ ତ୍ୟାଗ କରିବାକୁ ହେବ  । ଆମର ବ୍ୟବହାରିକ ଜୀବନର ଗତିବିଧି ମଧ୍ୟ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଏ  । ତେଣୁ ଇନ୍ଦ୍ରିୟ ଭୋଗରୁ ମନକୁ ନିରସ୍ତ କରାଇ ଅନାସକ୍ତ ଭାବରେ କର୍ମ କରିବାକୁ ହେବ  । ଯଦାହି ନେନ୍ଦ୍ରିୟାର୍ଥେଷୁ ନ କର୍ମ ସ୍ୟନୁଷଜ୍ୱତେ  । ସର୍ବ ସଂକଳ୍ପ ସନ୍ୟାସୀ ଯୋଗାରୁଢ଼ ସ୍ତଦୋଚ୍ୟତେ ।ା ୬/୪ ।ା  ଯାହାଙ୍କୁ ଆମେ ଭଲ ପାଉଁ ସେ ଯେତେ ଦୂରରେ ଥିଲେ ମଧ୍ୟ ତାଙ୍କ ସହିତ ଆମର ବୁଦ୍ଧି ଯୋଗ ଲାଗି ରହେ  । ତେଣୁ ଯେ ପର୍ଯ୍ୟନ୍ତ ପରମାତ୍ମାଙ୍କୁ ଆମେ ହୃଦୟ ସହିତ ଭଲ ପାଇ ନାହୁଁ ସେ ପର୍ଯ୍ୟନ୍ତ ତାଙ୍କ ସହିତ ଯୋଗଯୁକ୍ତ ହୋଇ ପାରିବା ନାହିଁ  । ପରମାତ୍ମା ସର୍ବ ସାମର୍ଥ୍ୟର ଅଧିକାରୀ  । ସେ ହିଁ ଆମର ସବୁ କିଛି  । ବୁଦ୍ଧିରେ ଏହା ସ୍ଥିର ନିଶ୍ଚିତ ହେଲେ ସ୍ୱତଃ ପରମାତ୍ମାଙ୍କ ପ୍ରତି ପ୍ରେମ ଭାବ ଉପôନ୍ନ ହେବ  । ଏପରି ସ୍ଥିତିରେ ଯୋଗୀ ତା’ର ସମସ୍ତ କର୍ମ ପରମାତ୍ମାର୍ପଣ କରିଦିଏ  । ପରମାତ୍ମା କୁହନ୍ତି, “ଚିରେ ସମସ୍ତ କର୍ମ ଅର୍ପଣ କର, ସଂପୂର୍ଣ୍ଣ ଭାବରେ ନିଜକୁ ମୋ ଠାରେ ସମର୍ପିତ କରିଦେଇ ନିତ୍ୟ ନିରନ୍ତର ମୋ ଠାରେ ଚି ନିବେଶ କର  ।” ଚେତସା ସର୍ବ କର୍ମାଣି ମୟି ସନ୍ନସ୍ୟ ମପôରଃ  । ବୁଦ୍ଧି ଯୋଗ ମୁପାଶ୍ରିତ୍ୟ ମଚ୍ଚିତଃ ସତତଂ ଭବ ।ା ୧୫/୫୭ ।ା
ଗୀତା କୌଣସି ଶାରୀରିକ କ୍ରିୟା ବା କୃଚ୍ଛ୍ର ସାଧନାକୁ ଯୋଗ ପର୍ଯ୍ୟାୟଭୁକ୍ତ କରି ନାହିଁ  । ଏଥିରେ କର୍ମ ସହିତ ଯୋଗକୁ ସଂଶ୍ଲିଷ୍ଟ କରାଯାଇଛି  । ତେଣୁ ଯୋଗ ଅଭ୍ୟାସ ପାଇଁ କୌଣସି ନିର୍ଦ୍ଧିଷ୍ଟ ଆସନର ଆବଶ୍ୟକତା ନାହିଁ  । ଯୋଗୀ ତା’ର ଦୈ÷ନନ୍ଦିନ ଜୀବନରେ ସମସ୍ତ କର୍ମ କରୁଥିବା ବେଳେ, ଚଳପ୍ରଚଳ କରୁଥିବା ବେଳେ. ବସିଥିବା ବେଳେ ବା ଶୋଇଥିବା ଅବସ୍ଥାରେ ମଧ୍ୟ ଯୋଗଯୁକ୍ତ ରହି ପାରିବ  । ପରମାତ୍ମା କୁହନ୍ତି “ ସିଦ୍ଧି ଅସିଦ୍ଧି, ଲାଭକ୍ଷତିରେ ସମଭାବାପନ୍ନ ହୋଇ, ଫଳାସକ୍ତି ନ ରଖି ଯୋଗଯୁକ୍ତ ହୋଇ କର୍ମ କର  । କାରଣ ସମତାକୁ ହିଁ ଯୋଗ କୁହାଯାଏ  ।” ଯୋଗସ୍ଥ କୁରୁ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା ଧନଞ୍ଜୟ  । ସିଦ୍ଧ୍ୟସିଦ୍ଧ୍ୟୋଃ ସମୋ ଭୂତ୍ୱା ସମତ୍ୱଂ ଯୋଗ ଉଚ୍ୟତେ ।ା ୨/୪୮ ।ା ଫଳ କାମନା ରଖି କର୍ମ କଲେ ସେଥିରେ ଆସକ୍ତି ଆସିଯାଏ  । ଇପ୍ସିତ ଫଳ ପ୍ରାପ୍ତି ନ ହେଲେ ମନରେ ଦୁଃଖ ବା ଉଦ୍ବେଗ ଜାତ ହୁଏ  । ଏହାଦ୍ୱାରା ଯୋଗ ଭ୍ରଷ୍ଟ ହୁଏ  । ତେଣୁ ସକାମ କର୍ମକୁ ଅତ୍ୟନ୍ତ ନିକୃଷ୍ଟ ବୋଲି ଗୀତା କହିଛି  । ଏଥିରେ ଫଳ କାମନା କରି କର୍ମ କରୁଥିବା ବ୍ୟକ୍ତିକୁ କୃପଣ ବା ଅତ୍ୟନ୍ତ ଦୀନ ବୋଲି କୁହାଯାଇଛି  । ପରମାତ୍ମାଙ୍କ ସ୍ମୃତିକୁ ବୁଦ୍ଧିରେ ସ୍ଥିର ରଖି ନିଷ୍କାମ ଭାବରେ କର୍ମ କରିବା ମଧ୍ୟ ଯୋଗ ଅଟେ ଏବଂ ଏହାହିଁ କର୍ମରେ କୁଶଳତା ଆଣିଦିଏ  । ନିଷ୍କାମ କର୍ମଯୋଗୀର ପ୍ରତିଟି କର୍ମ ପରମାତ୍ମଙ୍କ ଇଚ୍ଛା ଅନୁସାରେ ଅର୍ଥାତ ଈଶ୍ୱରୀୟ ମତ ପ୍ରମାଣ ହେଉଥିବାରୁ ସେଥିରେ ପାପର ଆଶଙ୍କା ବା ପୁଣ୍ୟ ପ୍ରାପ୍ତିର ଲୋଭ ନ ଥାଏ  । ସେ ମନୁଷ୍ୟ ଦ୍ୱାରା ପରିଭାଷିତ ପାପପୁଣ୍ୟର ଉଦ୍ଧ୍ୱର୍ରେ ରହି କେବଳ ପରମାର୍ଥ ପାଇଁ କର୍ମ କରେ  । ଏଭଳି କର୍ମକୁ ପରମାତ୍ମା ଯୋଗ ବୋଲି ଅଭିହିତ କରିଛନ୍ତି ଏବଂ ସେଥିରେ ନିରନ୍ତର ସ୍ଥିତ ରହିବାକୁ ଉପଦେଶ ଦେଇଛନ୍ତି  । ଦୂରେଣ ହ୍ୟବରଂ କର୍ମ ବୁଦ୍ଧିଯୋଗାଦ୍ଧନଞ୍ଜୟ  । ବୁଦ୍ଧୌ ଶରଣମନ୍ୱିଚ୍ଛ କୃପଣା ଫଳହେତବଃ  । ବୁଦ୍ଧିଯୁକ୍ତୋ ଜହାତୀହଉଭେ ସୁକୃତ ଦୁଷ୍କୃତେ  । ତସ୍ମାତ୍ ଯୋଗାୟ ଯୁଜ୍ୟସ୍ୱ ଯୋଗଃ କର୍ମସୁ କୌଶଳମ୍ ।ା ୨/୪୯-୫୦ ।ା ଉପନିଷଦରେ ମଧ୍ୟ କହୁଯାଇଛି ଯେ “ଯିଏ ପରମାତ୍ମାଙ୍କୁ ନ ଜାଣି ମୃତୁ୍ୟକୁ ପ୍ରାପ୍ତ ହୁଏ ସେ କୃପଣ ଏବଂ ଯିଏ ତାଙ୍କୁ ଜାଣି କରି ଏହି ଲୋକରୁ ପ୍ରୟାଣ କରେ ସେ ବ୍ରାହ୍ମଣ  । ଯୋ ବା ଏତଦକ୍ଷରଂ ଗାର୍ଗ୍ୟ ବିଦିତ୍ୱାଽସ୍ମାଲ୍ଲୋତ୍ପ୍ରୈତି ସ କୃପଣୋଽଥ ଏତଦ୍କ୍ଷରଂ ଗାର୍ଗି ବିଦିତ୍ୱାଽସ୍ମାଲ୍ଲୋକାତ୍ ପ୍ରୈତି ସ ବ୍ରାହ୍ନଣଃ ।ା ବୃ ୩/୮/୯୦ ।ା
ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବା ପାଇଁ କୌଣସି ବିଶେଷ ଆସନ ବା ଶାରୀରିକ କ୍ରିୟାର ଆବଶ୍ୟକତା ନାହିଁ  । ଲୌକିକ ଦୁନିଆରେ ଯେପରି ପୁତ୍ର ଦୂରରେ ଥିବା ତା’ର ପିତାଙ୍କୁ ମନେ ପକାଏ, ବିରହ ବିଧୁରା ସ୍ତ୍ରୀ ଯେପରି ତା’ର ପ୍ରିୟତମ ସ୍ୱାମୀଙ୍କୁ ମନେ ପକାଏ ଠିକ ସେପରି ଅନନ୍ୟ ଚିରେ ନିତ୍ୟ ନିରନ୍ତର ନିଜର ଯାବତୀୟ କର୍ମ ସମ୍ପାଦନ ପୂର୍ବକ ପରମାତ୍ମାଙ୍କୁ ସ୍ମରଣ କଲେ ସେ ସହଜରେ ପ୍ରାପ୍ତ ହୁଅନ୍ତି  । ଅନନ୍ୟ ଚେତାଃ ସତତଂ ଯୋ ମାଂ ସ୍ମରନ୍ତି ନିତ୍ୟଶଃ ।ା ୮/୧୪ ।ା କିନ୍ତୁ ଯିଏ ଏହି ସହଜ ଉପାୟର ଅନୁସରଣ କରେ ନାହିଁ ଏବଂ ଅତ୍ୟନ୍ତ ଦାମ୍ଭିକତା, ଅହଂକାର ଓ ଦୁରାଗ୍ରହରେ ଗ୍ରସିତ ହୋଇ ଘୋର ତପ ବଳରେ ପ ଭୌତିକ ଶରୀରକୁ କ୍ଷୀଣ କରେ ଓ ଅନ୍ତସ୍ଥ ଆତ୍ମାକୁ ପୀଡା ଦିଏ, ସେ ଆସୁରୀ ନିଷ୍ଠା ଯୁକ୍ତ ଅଟେ  । “ଅଶାସ୍ତ୍ର ବିହିତଂ ଘୋର ତପ୍ୟନ୍ତେ ଯେ ତପୋ ଜନାଃ  । ଦମ୍ଭାହକାଂର ସଂଯୁକ୍ତାଃ କାମରାଗ ବଳାନ୍ୱିତାଃ  । କର୍ଶୟନ୍ତଃ ଶରୀସ୍ଥଂ ଭୂତଗ୍ରମମ୍ଚତେସଃ  । ମାଂ ଚୈବାନ୍ତଃ ଶରୀରସ୍ଥଂ ତାନ୍ ବିଦ୍ଧ୍ୟା ସୁର ନିଶ୍ଚୟାନ ।ା ୧୭/୫-୬ ।ା
ଉପର୍ଯୁକ୍ତ କଥନରୁ ସ୍ପଷ୍ଟ ହୁଏ ଯେ ଯେଉଁମାନେ ସଂସାର ତ୍ୟାଗ କରି ପରମାତ୍ମାଙ୍କୁ ପାଇବା ପାଇଁ ଗିରିକନ୍ଦରରେ ନିର୍ଦ୍ଧିଷ୍ଟ ଆସନରେ ଉପବିଷ୍ଟ ହୋଇ ହଠଯୋଗ ଦ୍ୱାରା ବା ଅନ୍ୟ କୌଣସି କୃଚ୍ଛ୍ର ସାଧନା ଦ୍ୱାରା ଶରୀର ଉପରେ ଅତ୍ୟା·ର କରି ଆତ୍ମାକୁ ପୀଡା ଦିଅନ୍ତି ସେମାନେ କେବେହେଲେ ସଫଳତା ପାଆନ୍ତି ନାହିଁ  । ଆଉ ମଧ୍ୟ ଏହିପରି ହଠକ୍ରିୟା ବାଳକ, ବୃଦ୍ଧ, ସ୍ତ୍ରୀ ତଥା ରୋଗୀ ମାନଙ୍କ ପାଇଁ ଅସାଧ୍ୟ ଅଟେ  । ଗୀତାରେ ପରମାତ୍ମା ପ୍ରାପ୍ତି ପାଇଁ ଯେଉଁ ସହଜ ବିଧିର ବର୍ଣ୍ଣନା ୍କରାଯାଇଛି ତାହା ସମସ୍ତଙ୍କ ଦ୍ୱାରା ସର୍ବକାଳରେ ସାଧ୍ୟ ଅଟେ  । ବିଶେଷ ଯୋଗାଭ୍ୟାସ ପାଇଁ ଏକ ପବିତ୍ର ସ୍ଥାନରେ ଅତି ଉଚ୍ଚ ବା ଅତି ନୀଚ ହୋଇ ନ ଥିବା ଉଦ୍ଧିଷ୍ଟ ଆସନରେ ଅତ୍ୟନ୍ତ ଧୀର ସ୍ଥିର ହୋଇ ଉପବେଶନ କରି ଚି ଓ ଇନ୍ଦ୍ରିୟଗଣଙ୍କର କ୍ରିୟାକୁ ଆୟରେ ରଖି ପରମାତ୍ମାଙ୍କ ସ୍ମୃତିରେ ମନକୁ ଏକାଗ୍ର କରିବା ଉଚିତ  । ଏହା ଦ୍ୱାରା ଅନ୍ତଃକରଣ ଶୁଦ୍ଧ ହୁଏ  । ଯୋଗରେ ବସିବା ବେଳେ ଏକଥା ଧ୍ୟନ ଦେବା ଉଚିତ ଯେପରି କାୟା (ଅାଠାରୁ ଗଳା ପର୍ଯ୍ୟନ୍ତ), ଶିର ଓ ଗ୍ରୀବା ଅଚଳ ଓ ସିଧା ରହେ, ଦୃଷ୍ଟି ନିମିଳିତ (ବନ୍ଦ) ଓ ଏପଟ ସେପଟ ନ ହୁଏ ତଥା ବୁଦ୍ଧି ପରମାତ୍ମା ସ୍ମୃତିରେ ଏକାଗ୍ର ହୋଇ ରହେ  ।” “ଶୁଚୋ÷ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନମାତ୍ମନଃ ନାତ୍ୟୁଚ୍ଛି୍ରତଂ ନାତିନୀଚଂ ଚୈଳାଜିନକୁଶୋରମ୍  । ତତ୍ରୈକାଗ୍ରଂ ମନଃ କୃତ୍ୱା ଯତଚିେନ୍ଦ୍ରିୟକ୍ରିୟଃ  । ଉପବିଶ୍ୟାସନେ ଯୁଞ୍ଜ୍ୟାଦ୍ଯୋଗମାତ୍ମ ବିଶୁଦ୍ଧୟେ  । ସମଂକାୟଶିରୋଗ୍ରୀବଂ ଧାରୟନ୍ନଚଳଂ ସ୍ଥିରଃ  । ସମ୍ପ୍ରେଷ୍ୟ ନାସିକାଗ୍ରଂ ସ୍ୱଂ ଦିଶଶ୍ଚାନବଲୋକୟନ ।ା୬/୧୧-୧୩ ।ା
କିନ୍ତୁ ଦେହ ଅଭିମାନ ଗ୍ରସିତ ବୁଦ୍ଧି ସହଜରେ ପରମାତ୍ମା ସ୍ମୃତିରେ ସ୍ଥିର ହୋଇ ରହି ପାରେ ନାହିଁ  । ଯୋଗାଭ୍ୟାସ ବେଳେ ଦେହ ଓ ଦେହ ସହିତ ସମ୍ପର୍କିତ ବ୍ୟକ୍ତି, ବସ୍ତୁ ବା ବିଷୟ ସମୂହ ସଂକଳ୍ପ ରୂପରେ ମନରେ ଉପôନ୍ନ ହୁଅନ୍ତି  । ଏହି ସଂକଳ୍ପ ଜନିତ କାମନା ଗୁଡିକୁ ସଂପୂର୍ଣ୍ଣ ଭାବରେ ପରିତ୍ୟାଗ କରିଦେବା ଉଚିତ  । ଦେହର ସ୍ମୃତି ସାଂସାରିକ ସମ୍ବନ୍ଧରେ ବୁଦ୍ଧିକୁ ଜଡିତ କରାଏ  । ବୁଦ୍ଧିଦ୍ୱାରା ସଂସାରର ବିଭିନ୍ନ ବିଷୟ ବସ୍ତୁରେ ଲାଖିଥିବା ଇନ୍ଦ୍ରିୟ ଗୁଡିକୁ ନିବୃ କରାଇବାକୁ ହେବ  । ଅଭ୍ୟାସ ଦ୍ୱାରା ବୁଦ୍ଧିକୁ ସାଂସାରିକ ବନ୍ଧନରୁ ମୁକ୍ତ କରାଇବାକୁ ହେବ  । ମନରୁ ସମସ୍ତ ପ୍ରକାର ସଂକଲ୍ପକୁ ଧୀରେ ଧୀରେ ଅପସାରିତ କରି କେବଳ ଆତ୍ମିକ ସ୍ମୃତିରେ ନିମଜ୍ଜିତ ହେବାକୁ ପଡିବ  । ମନରେ ଅନ୍ୟ କୌଣସି ଚିନ୍ତନ କରିବା ଉଚିତ ନୁହେଁ  । ମନ ସ୍ୱାଭବତଃ ଅସ୍ଥିର ଓ ଚଳ ଅଟେ  । ତେଣୁ ଯୋଗାଭ୍ୟାସ ବେଳେ ଏହା ବିଭିନ୍ନ ସ୍ଥାନରେ ବିଚରଣ କରେ  । ଅଭ୍ୟାସ ପୂର୍ବକ ମନକୁ ସେହି ସବୁ ସ୍ଥାନରୁ ନିବୃ କରାଇ ପରମାତ୍ମାଙ୍କ ଠାରେ ଉମ ରୂପେ ନିବେଶ କରାଇବା ହିଁ ରାଜଯୋଗର ବିଧି ଅଟେ  । “ସକଂଳ୍ପ ପ୍ରଭବାନ କାମାଂସ୍ତ୍ୟକ୍ତ୍ୱା ସର୍ବାନ୍ ଶେଷତଃ  । ମନସୈବେନ୍ଦ୍ରିୟ ଗ୍ରାମଂ ବିନିୟମ୍ୟ ସମନ୍ତତଃ  । ଶନୈଃଶନୈରୁପରମେଦ୍ବୁଦ୍ଧ୍ୟା ଧୃତିଗୃହୀତୟା  । ଆତ୍ମସଂସ୍ଥଂମନଃ କୃତ୍ୱା ନ କିିଦପି ଚିନ୍ତୟେତ୍  । ଯତୋ ଯତୋ ନିଶ୍ଚରତି ମନଶ୍ଚଳମସ୍ଥିରମ୍  । ତତସ୍ତତୋନିୟମୈ୍ୟତଦାତ୍ମନ୍ୟେବବଶଂ ନୟେତ୍ ।ା ୬/୨୪-୨୬ ।ା
ପରମାତ୍ମା ଅଶରୀରୀ ହୋଇଥିବାରୁ ଇନ୍ଦ୍ରିୟାତୀତ  । ତେଣୁ ତାଙ୍କ ସହିତ ଯୋଗ୍ୁକ୍ତ ହେବା ପାଇଁ ପ୍ରଥମେ ନିଜକୁ ଦେହଠାରୁ ପୃଥକ ଚୈତନ୍ୟ ସ୍ୱରୂପ ଆତ୍ମା ଓ ପରମାତ୍ମାଙ୍କ ସନ୍ତାନ ବୋଲି ନିଶ୍ଚୟ କରିବାକୁ ପଡିବ  । ଏଥିପାଇଁ ହିଁ ପ୍ରଥମେ ଆତ୍ମା ଓ ତା’ପରେ ପରମାତ୍ମା ବିଷୟକ ଜ୍ଞାନ ସ୍ପଷ୍ଟ କରାଯାଇଛି  । ଆତ୍ମା ଅନୁଭୁତି ହିଁ ପରମାତ୍ମାନୁଭୁତି ଦିଗକୁ ଅଗ୍ରସର କରାଏ  । ଝକ୍ଟଙ୍କକ୍ଷ ମରଦ୍ଭଗ୍ଦସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ କ୍ଷରବୟଗ୍ଦ ଗ୍ଧକ୍ଟ ଏକ୍ଟୟ ମକ୍ଟଦ୍ଭଗ୍ଦସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ  । ତେଣୁ ପରମାତ୍ମାଙ୍କ ପରମ ଅଲୌକିକ ଶାନ୍ତି ପ୍ରାପ୍ତି ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ପ୍ରଥମେ ମନକୁ ସମସ୍ତ କାମନା ବାସନାର ସଂକଳ୍ପରୁ ମୁକ୍ତ କରାଇବାକୁ ପଡିବ (ନିୟତ ମାନସଃ) ଏବଂ ଆତ୍ମିକ ସ୍ଥିତିରେ ରହି ନିତ୍ୟ ନିରନ୍ତର ମନକୁ ତାଙ୍କ (ପରମାତ୍ମା) ସହିତ ଏକାଗ୍ର ଭାବରେ ଯୁକ୍ତ କରିବାକୁ ପଡିବ  । “ଯୁଞ୍ଜନେବଂ ସଦାତ୍ମାନଂ ଯୋଗୀ ନିୟତମାନସଃ । ଶାନ୍ତି ନିର୍ବାଣ ପରମାଂ ମସôଂସ୍ଥାମଧି ଗଚ୍ଛତି ।ା ୨/୧୫ ।ା
ମନକୁ ଆତ୍ମାରେ ନିୟତ କରିବାର ପ୍ରଣାଳୀ ହେଲା ଏଥିରେ (ମନର) ତଦ୍ବିଷୟକ ସଂକଳ୍ପ (ଆତ୍ମା ବିଷୟକ) ଉପôନ୍ନ କରିବା  । ଅର୍ଥାତ ମନରେ ଏହି ସଂକଳ୍ପ ଦେବା, ଯଥା:- ମୁଁ ଦେହଠାରୁ ପୃଥକ ଜ୍ୟୋତିବିନ୍ଦୁ ସ୍ୱରୁପ ଚୈତନ୍ୟ ଆତ୍ମା ଅଟେ  । ମୁଁ ଆତ୍ମା ପରମଧାମ ନିବାସୀ ଜ୍ୟୋର୍ତିବିନ୍ଦୁ ସ୍ୱରୁପ ପରମ ପିତା ପରମାତ୍ମାଙ୍କ ସନ୍ତାନ ଅଟେ  । ଶରୀର ରୁପୀ ବସ୍ତ୍ର ପରିଧାନ କରି ସ୍ତ୍ରୀ ବା ପୁରୁଷର ଭୂମିକାରେ ବିଭିନ୍ନ ଅଂଶ ଗ୍ରହଣ କରିବାକୁ ମୁଁ ଆତ୍ମା ପରମ ଧାମରୁ ଏ ସୃଷ୍ଟି ରୁପୀ ରଙ୍ଗମରେ ଅବତୀର୍ଣ୍ଣ ହୋଇଛି  । ମୋର ଦେହ ରୂପୀ ରଥରେ ମୁଁ ଆତ୍ମା ରଥି ରୂପରେ ବିରାଜିତ ହୋଇ ବିଭିନ୍ନ କର୍ମେନ୍ଦ୍ରିୟ ଦ୍ୱାରା କର୍ମ କରୁଛି  । ମୁଁ ଆତ୍ମା- ମୋର ଏ ଶରୀର ରୂପୀ ଗୃହରେ ମାଲିକ ଅଟେ ଏବଂ ସମସ୍ତ କର୍ମେନ୍ଦ୍ରିୟ ହେଉଛନ୍ତି ମୋର ଭୃତ୍ୟ  । ମୁଁ ଯେତେବେଳେ ଯେଉଁ କର୍ମେନ୍ଦ୍ରିୟକୁ ଯାହା ନିର୍ଦ୍ଧେଶ ଦେବି ସେ ତାହା ମାନିବାକୁ ବାଧ୍ୟ ....... ଇତ୍ୟାଦି  । ଏହିପରି ଆତ୍ମଜ୍ଞାନ ଦ୍ୱାରା ମନ ନିୟତ ହେଲେ ଅନ୍ତଃକରଣ ତୃପ୍ତ ହୁଏ  । ଆତ୍ମା ସମସ୍ତ ପ୍ରକାର ବିଷୟ ବାସନା ଭୋଗେଚ୍ଛାରୁ ମୁକ୍ତ ହୁଏ  । ଇନ୍ଦ୍ରିୟ ସମୁହ ବଶୀଭୁତ ହୁଅନ୍ତି  । ସାଂସାରିକ ସମସ୍ତ ବୈଭବରୁ ଆସକ୍ତି ଦୂର ହୁଏ ଅର୍ଥାତ ମାଟି, ପଥର ଓ ସୁବର୍ଣ୍ଣ ମଧ୍ୟରେ କୌଣସି ଭେଦ ଜ୍ଞାନ ରହେ ନାହିଁ  । ଶେଷରେ ପରମାତ୍ମାଙ୍କ ସହିତ ବୁଦ୍ଧି ଯୋଗଯୁକ୍ତ ହୋଇଯାଏ  । “ଜ୍ଞାନବିଜ୍ଞାନ ତୃପ୍ତାତ୍ମାକୁଟସ୍ଥୋ ବିଜିତେନ୍ଦ୍ରିୟଃ  । ଯୁକ୍ତ ଇତୁ୍ୟଚ୍ୟତେ ଯୋଗୀ ସମଲୋଷ୍ଟାଶ୍ମକାନଃ ।ା୬/୮ ।ା
ଏହିପରି ଯୋଗ ଅଭ୍ୟାସ ଦ୍ୱାରା ଚି ପରମାମତ୍ମାଙ୍କ ଠାରେ ସନ୍ନିବିଷ୍ଟ ହୋଇଯାଏ  । ଏହି ଅବସ୍ଥାକୁ ନିରୁଦ୍ଧ କହନ୍ତି  । ଚି ପରମାତ୍ମାଙ୍କ ଠାରେ ନିରୁଦ୍ଧ ହେଲେ ସାଂସାରିକ ବିଷୟ ବୈଭବ ଆଦିରୁ ବୁଦ୍ଧି ଅନାସକ୍ତ ହୋଇଯାଏ  । ଅର୍ଥାତ ଏଭଳି ବ୍ୟକ୍ତି ସଂସାରରେ ସ୍ଥୂଳ ଭାବରେ ବିଚରଣ କରୁଥିଲେ ମଧ୍ୟ ବୋ÷ଦ୍ଧିକ ସ୍ତରେର ସେ ନିତ୍ୟ ନିରନ୍ତର ପରମାତ୍ମାଙ୍କ ସାନ୍ନିଧ୍ୟରେ ଥାଇ ଅନନ୍ତ ଅଲୌକିକ ଆନନ୍ଦରେ ନିମଜ୍ଜିତ ରୁହନ୍ତି  । ସାଂସାରିକ ସୁଖ କ୍ଷଣିକ ଓ ନାଶଶୀଳ ତଥା ଦୁଃଖର କାରଣ  । କିନ୍ତୁ ପରମାତ୍ମା ସାନ୍ନିଧ୍ୟରୁ ପ୍ରାପ୍ତ ସୁଖ ନିତ୍ୟ ଓ ଆନନ୍ଦମୟ ହୋଇଥିବାରୁ ଆତ୍ୟନ୍ତିକ ଅଟେ  । ଏହା ଇନ୍ଦ୍ରିୟାତୀତ ଓ କେବଳ ଆତ୍ମିକ ସ୍ଥିତି ଯୁକ୍ତ ସୂକ୍ଷ୍ମବୁଦ୍ଧି ଦ୍ୱାରା ହିଁ ଗ୍ରାହ୍ୟ  । ଏହି ବିଶେଷ ଅବସ୍ଥାରେ ସ୍ଥିତ ଯୋଗୀ ପରମାତ୍ମିକ ସ୍ମୃତିରୁ ବିଚଳିତ ହୁଏ ନାହିଁ  । ଏହିପରି ଅବସ୍ଥାକୁ ପ୍ରାପ୍ତ ହୋଇଥିବା ଯୋଗୀ ତାହାଠାରୁ ଅନ୍ୟ କୌଣସି ଲାଭ ବା ସୁଖକୁ ବଡ ବୋଲି ଭାବେ ନାହିଁ  । ସେ ଯେ କୌଣସି ବାଧାବିଘ୍ନ ଆସିଲେ ମଧ୍ୟ ବିଚଲିତ ହୁଏ ନାହିଁ  । ଏହି ଅବସ୍ଥାରେ ସମସ୍ତ ଦୁଃଖର ସଂଯୋଗ ଅର୍ଥାତ ବିଷୟ ଭୋଗରୁ ଉପôନ୍ନ ଦୁଃଖ ସ୍ୱତଃ ଅପହୃତ ହୋଇଯାଏ  । ଏହାହିଁ ଯୋଗ ସ୍ଥିତି  । ତେଣୁ ମନରେ ଶ୍ରୀଘ୍ର ସିଦ୍ଧି ବା ଲାଭର ଉକôଣ୍ଠା ନ ରଖି ଏହି ମହାନ ଫଳ ଦେଉଥିବା ଯୋଗକୁ ନିଶ୍ଚିତ ଭାବରେ ପ୍ରଯନô ପୂର୍ବକ ଅଭ୍ୟାସ କରିବା ବିଧେୟ  ।” “ଯତ୍ରୋପରମତେ ଚିଂ ନିରୁଦ୍ଧଂ ଯୋଗ ସେବୟା  । ଯତ୍ରଚୈବାତ୍ମନାତ୍ମାନଂ ପଶ୍ୟନ୍ନାତ୍ମନି ତୁଷ୍ୟତି  । ସୁଖ ମାତ୍ୟନ୍ତିକମ୍  ଯଦ୍ବୁଦ୍ଧି ଗ୍ରାହ୍ୟମ୍ତୀନ୍ଦି୍ରୟମ  । ବେି ଯତ୍ର ନ ଚୈବାୟଂ ସ୍ଥିତଶ୍ଚଳତି ତ୍ୱତଃ । ଯଂ ଲବ୍ଧା·ପରଂ ଲାଭଂ ମନ୍ୟତେ ନାଧିକଂତତଃ  । ଯସ୍ମିନ୍ ସ୍ଥିତୋ ନ ଦୁଃଖେନ ଗୁରୁଣାପି ବି·ଲ୍ୟତେ  । ତଂ ବିଦ୍ୟା ଦୁଃଖ ସଂଯୋଗ ବିୟୋଗଂ ଯୋଗ ସଂଜ୍ଞିତମ୍  । ସ ନିଶ୍ଚୟେନ ଯୋକ୍ତବ୍ୟୋଯୋଗୋଽନିର୍ବିଷ୍ଣ ଚେତସା” ।ା ୬/୨୦-୨୩ ।ା
ଇନ୍ଦ୍ରିୟନିଗ୍ରହ, ବ୍ରହ୍ମଚର୍ଯ୍ୟ, ଶୁଦ୍ଧ ସା୍ୱିକ ଆହାର ଓ ଦିବ୍ୟ ଗୁଣର ଧାରଣା - ଏହି ·ରୋଟି ସ୍ତମ୍ଭ ରାଜଯୋଗ ପାଇଁ ଆବଶ୍ୟକ  । ଅନ୍ୟଥା ଈଶ୍ୱରୀୟ ସ୍ମୃତିରେ ବୁଦ୍ଧି ସ୍ଥିର ରହି ପାରେ ନାହିଁ  । ଯେଉଁ ଯୋଗୀ ନିଜର ଇନ୍ଦ୍ରିୟ ସମୂହକୁ ବିଷୟ ବିକାରରୁ ଅପସାରଣ କରି ନିଜର ବଶରେ ରଖି ପାରିଛି ତା’ର ବୁଦ୍ଧି ହିଁ ଯୋଗାଭ୍ୟାସ ବେଳେ ସ୍ଥିର ରହେ  । “ତସ୍ମାଦ୍ଧ୍ୟସ୍ୟ ମହାବାହୋ ନିଗୃହୀତାନି ସର୍ବଶଃ  । ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା” ।ା ୨/୬୮ ।ା  ଜଳରେ ନୋ÷କା ଯେପରି ବାୟୁ ଦ୍ୱାରା ପରି·ଳିତ ହୁଏ ସେହିପରି ଯେଉଁ ବ୍ୟକ୍ତିର ମନ ଇନ୍ଦ୍ରିୟମାନଙ୍କ ଅଧୀନରେ ରହେ ତା’ର ବୁଦ୍ଧି ପରମାତ୍ମାଙ୍କ ସହିତ ଯୁକ୍ତ ନହୋଇ ବିଷୟାସକ୍ତ ହୋଇପଡେ  । ଅର୍ଥାତ ବିଷୟ ଭୋଗରୁ ଇନ୍ଦ୍ରିୟ ସମୂହ ନିଗୃହିତ ନ ହେବା ପର୍ଯ୍ୟନ୍ତ ବୁଦ୍ଧି ଯୋଗରେ ସ୍ଥିର ରହେ ନାହିଁ  । “ଇନ୍ଦି୍ରୟାଣଂ ହି ଚରତାଂ ଯନ୍ମନୋଽନୁବିଧୀୟତେ  । ତଦସ୍ୟ ହରତି ପ୍ରଜ୍ଞାଂ ବାୟୁ ର୍ନାବମିବାମ୍ଭସି ।ା ୨/୬୭ ।ା
ଇନ୍ଦ୍ରିୟନିଗ୍ରହ ଅର୍ଥ ହଠ ଯୋଗ ଦ୍ୱାରା ଭୋଗେଚ୍ଛାକୁ ଦମନ କରିବା ନୁହେଁ  । ଆତ୍ମା ବିଷୟକ ଜ୍ଞାନ ଦ୍ୱାରା ଇନ୍ଦ୍ରିୟ ସମୂହକୁ ବଶୀଭୂତ କରି ପରମାତ୍ମାଙ୍କ ସହିତ ଯୁକ୍ତ ବା ତାଙ୍କ କାର୍ଯ୍ୟରେ ନିଯୁକ୍ତ କରାଇବା ହେଉଛି ଇନ୍ଦ୍ରିୟ ନିଗ୍ରହ  । ଉଦାରଣ ସ୍ୱରୂପ ଜଣେ ଅବୋଧ ଶିଶୁ ହାତରେ ତୀକ୍ଷ୍ମ ଛୁରୀଟିଏ ଧରି ଖେଳୁଛି  । ଏହି ଖେଳ ତା’ ପାଇଁ କାଳ ହୋଇପାରେ  । ଶିଶୁମାନଙ୍କର କୌଣସି ଜିନିଷ ପ୍ରତି ଆଗ୍ରହ ଜାତ ହେଲେ ସହଜରେ ତାହା ତାଙ୍କ ଠାରୁ ଅଣାଯାଇ ପାରେ ନାହିଁ  । ବଳ ପୂର୍ବକ ଛୁରୀଟିକୁ ଯଦି ତା’ ଠାରୁ ଛଡାଇ ଆଣିବା ତେବେ ହାତ କ୍ଷତାକ୍ତ ହୋଇ ଯାଇ ପାରେ  । ତେବେ ଏହାକୁ କେମିତି ହାସଲ କରାଯିବ ? ଶିଶୁକୁ ପ୍ରଥମେ ଛୁରୀର ତୀକ୍ଷ୍ଣତା ହେତୁ ସାମାନ୍ୟ ଏପଟ ସେପଟ ହେଲେ ହାତ ଖଣ୍ଡିଆ ହୋଇଯିବ ବୋଲି ବୁଝାଇବାକୁ ପଡିବ  । ତଥାପି ସୁଦ୍ଧା ଯଦି ସେ କଥାର ଗୁରୁତ୍ୱ ବୁଝି ନ ପାରି ତାହା ଦେବାକୁ ଅମଙ୍ଗ ହୁଏ ତେବେ ତା’କୁ ତା’ର ପ୍ରିୟ ବସ୍ତୁ ଦ୍ୱାର ପ୍ରଲୋଭିତ କରାଇ ତା’ ବଦଳରେ ଛୁରୀଟିକୁ ତା’ଠାରୁ  ହସ୍ତଗତ କରାଯାଇ ପାରେ  । ଠିକ୍ ସେହିପରି ଆମର ଇନ୍ଦ୍ରିୟ ସମୂହ ବିଷୟ ଭୋଗରେ ଏତେ ବେଶୀ ଆସକ୍ତ ହୋଇ ପଡନ୍ତି ଯେ ଜୋର ଜବରଦସ୍ତ ସେମାନଙ୍କୁ ସେଥିରୁ ନିବୃ କରାଇବା କଠିଣ ବ୍ୟାପାର  । ଯଦିବା ହଠ ପୂର୍ବକ ସେମାନଙ୍କୁ ନିଗ୍ରହ କରାଯାଏ ତେବେ ସୁଦ୍ଧା ମାନସିକ ସ୍ତରରେ ବିଷୟ ଭୋଗର ଚିନ୍ତନ ରହୁ ଥିବ  । ତେଣୁ ମନକୁ ପରମାତ୍ମା ମିଳନରୁ ପ୍ରାପ୍ତ ନିତ୍ୟ ପରଲୌକିକ ସୁଖର ଲୋଭ ଦେଖାଇବାକୁ ପଡିବ  । ଆତ୍ମଜ୍ଞାନ ଦ୍ୱାରା ତାକୁ ବଶୀଭୁତ କରାଇ ଇନ୍ଦ୍ରିୟମାନଙ୍କୁ ବିଷୟ ଭୋଗ ପ୍ରତି ନିଷ୍ପୃହ କରାଇବାକୁ ପଡିବ  । ଏହା ନ କରି ଯେଉଁ ମୂଢ ବୁଦ୍ଧି ପରୁଷ ଇନ୍ଦ୍ରିୟ ସମୂହକୁ ହଠ ପୂର୍ବକ ଦମନ କରେ ଓ ମନରେ ବିଷୟ ବାସନାର ଚିନ୍ତନ କରୁଥାଏ ତାକୁ ମିଥ୍ୟା·ରୀ ଅଥବା ଦମ୍ଭୀ ବୋଲି ଗୀତା କୁହେ  । କ୍ରର୍ମେନ୍ଦ୍ରିୟାଣି ସଂଯମ୍ୟ ଯ ଆସ୍ତେ ମନସା ସ୍ମରନ୍  । ଇନ୍ଦ୍ରିୟାର୍ଥାନ୍ ବିମୂଢ଼ାତ୍ମା ମିଥା·ରଃ ସ ଉଚ୍ୟତେ” ।ା ୩/୬ ।ା
ଇନ୍ଦ୍ରିୟ ମାନଙ୍କୁ ବଶୀଭୁତ କରିବା ପାଇଁ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ ଏକାନ୍ତ ଅପରିହାର୍ଯ୍ୟ  । ବୁଦ୍ଧିକୁ ପରମାତ୍ମାଙ୍କ ସ୍ମୃତିରେ ନିତ୍ୟ ନିରନ୍ତର ସ୍ଥିର ରଖିବା ପାଇଁ ବା ସତତ ପରମାତ୍ମିକ ସୁଖ ଶାନ୍ତି ଆନନ୍ଦ ଲାଭ କରିବା ପାଇଁ ବ୍ରହ୍ମଚର୍ଯ୍ୟ ଆଚରଣ କରିବାକୁ ପଡିବ  । “ଯଦିଚ୍ଛନ୍ତୋ ବ୍ରହ୍ମଚର୍ଯ୍ୟ ଚରନ୍ତି” ।ା ୮/୧୧ ।ା ପବିକାର ସୂଚୀରେ କାମକୁ ପ୍ରଥମ, କ୍ରୋଧକୁ ଦ୍ୱିତୀୟ ଓ ଲୋଭକୁ ତୃତୀୟ କ୍ରମରେ ରଖାଯାଇଛି  । ଗୀତା ଏହି ବିକାର ତ୍ରୟକୁ ନରକର ଦ୍ୱାର ବୋଲି ଅଭିିହିତ କରିଛି  । କାରଣ ଏମାନେ ମାନବ ଜୀବନକୁ ଦୁର୍ବିସହ କରି ଦିଅନ୍ତି ଓ ଆତ୍ମୋନ୍ନତି ପାଇଁ ବାଧକ ଅଟନ୍ତି  । ତେଣୁ ଏହି ତିନି ବିକାରକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରିବା ଉଚିତ  । “ତ୍ରିବିଧଂ ନରକସ୍ୟେଦଂ ଦ୍ୱାରଂ ନାଶନମାତ୍ମନଃ  । କାମଃ କ୍ରୋଧସ୍ତଥା ଲୋଭ ସ୍ତସ୍ମାଦେତତ୍ରୟଂତ୍ୟଜେତ୍ ।ା ୧୬/୨୧ ।ା” ଅନେକ ସମୟରେ ଆମେ ଇଚ୍ଛା ନ ଥାଇ ମଧ୍ୟ ପାପ କର୍ମରେ ଲିପ୍ତ ହୋଇଯାଉଁ   । ଜନ୍ମ ଜନ୍ମାନ୍ତର ଧରି କାମ କ୍ରୋଧାଦି ପ ବିକାର ଦ୍ୱରା ବଶୀଭୂତ ହୋଇ କରି ଆସିଥିବା କର୍ମର ସଂସ୍କାର ଆମକୁ ଏଥିପାଇଁ ପ୍ରେରିତ କରେ  । ରଜୋଗୁଣରୁ ହିଁ କାମର ଉପôନ୍ନ ହୁଏ  । କାମ ବାଧାପ୍ରାପ୍ତ ହେଲେ କ୍ରୋଧ ଜାତ ହୁଏ  । ତେଣୁ ଏହି କାମ ହିଁ କ୍ରୋଧ ଅଟେ  । ଅଗ୍ନିରେ ଦହନଶୀଳ ପଦାର୍ଥ ଯେତେ ପକାଉଥିଲେ ମଧ୍ୟ ତାହା ତୃପ୍ତ ନ ହୋଇ ଯେପରି ଆହୁରି ପ୍ରଜ୍ଜ୍ୱଳିତ ହେଉଥାଏ  । ସେହିପରି ଯେତେ ଭୋଗ କଲେ ମଧ୍ୟ କାମ ବାସନା ତୃପ୍ତ ହଏ ନାହିଁ  । ମନୁଷ୍ୟର ଦୂରନ୍ତ କାମ କେବେ ପୂରଣ ହୁଏ ନାହିଁ, ତେଣୁ ସେ ବିଭିନ୍ନ ପାପ କର୍ମରେ ଲିପ୍ତ ହୁଏ  । ଏହି କାମ ହିଁ ମଣିଷର ବଡ ଶତ୍ର ୁ  । “କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁୁଦ୍ଭବଃ  । ମହାଶନୋ ମହାପାପ୍ମା ବିଦ୍ଧ୍ୟେନମିହ ବୈରିଣଂ ।ା ୩/୩୭ ।ା ବ୍ରହ୍ମଚର୍ଯ୍ୟ ଅର୍ଥ କେବଳ ଯୋ÷ନ କ୍ରିୟାରୁ ନିବୃ ହେବା ନୁହେଁ  । ନଂପୁସକ ବ୍ୟକ୍ତି  ଯୋ÷ନକ୍ରିୟା ପାଇଁ ଅସମର୍ଥ  । ତାକୁ ବ୍ରହ୍ମଚର୍ଯ୍ୟ ଆଚରଣ କରୁଛି ବୋଲି କୁହାଯାଇ ନ ପାରେ  । ମନ ବଚନ ଓ କର୍ମରେ ପବିତ୍ରତା ପାଳନ କରିବାହିଁ ପ୍ରକୃତ ବ୍ରହ୍ମଚର୍ଯ୍ୟ  । ଯୋ÷ନ ସମ୍ବନ୍ଧ ନ ଥାଇ ସୁଦ୍ଧା ମନରେ ଯଦି କାମ ବାସନାର ଚିନ୍ତନ ·ଲିଥାଏ, ତେବେ ମଧ୍ୟ ବ୍ରହ୍ମଚର୍ଯ୍ୟ ଖଣ୍ଡିତ ହେଲା ବୋଲି ବୁଝିବାକୁ ହେବ  । ଈଶ୍ୱରୀୟ ଜ୍ଞାନ ଦ୍ୱାରା ଏହି କାମ ବିକାର ଉପରେ ସମ୍ପୂର୍ଣ୍ଣ ବିଜୟ ପ୍ରାପ୍ତ କରାଯାଇ ପାରିବ  । କାରଣ ଅଜ୍ଞାନତାରୁ ହିଁ ସମସ୍ତ ବିକାରର ସୃଷ୍ଟି  । ଧୂଆଁ ନିଆଁକୁ, ମଇଳା ଦର୍ପଣକୁ ଏବଂ ଚର୍ମ ଗର୍ଭସ୍ଥ ଶିଶୁକୁ ଢ଼ାଙ୍କି ରଖିଲା ପରି କାମ ବିକାର ଜ୍ଞାନକୁ ଢ଼ାଙ୍କି ପକାଏ  । ତେଣୁ ଅଗ୍ନି ସଦୃଶ କେଭେଁ ପରିତୃପ୍ତ ହେଉ ନ ଥିବା କାମ ହେଉଛି ଜ୍ଞାନୀ ମାନଙ୍କ ପାଇଁ ପ୍ରଧାନ ଶତ୍ର ୁ  । “ଧୂମେନାବ୍ରିୟତେ ବହ୍ନିର୍ଯଥାଦର୍ଶୋ ମଳେନ ଚ  । ଯଥୋଲ୍ୱେନାବୃତୋ ଗର୍ଭସ୍ତଥା ତେନେଦମ୍ ଆବୃତମ୍  । ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟ ବୈରିଣା କାମ ରୂପେଣ କୌନ୍ତେୟ ଦୁଷ୍ପରେଣାନଳେନ ଚ” ।ା ୩/୩୮-୩୯ ।ା
ଯୋଗ ମାର୍ଗରେ ଅନ୍ତରାୟ ସୃଷ୍ଟି କରୁଥିବା ଏହି କାମ ବିକାର ଉପରେ ବିଜୟ ପ୍ରାପ୍ତ କରିବାର ସହଜ ଉପାୟ ହେଉଛି ନିଜକୁ ଆତ୍ମ ନିଶ୍ଚୟ କରିବା  । ଯେ ପର୍ଯ୍ୟନ୍ତ ଆମର ମନ ବୁଦ୍ଧି ଓ ଇନ୍ଦ୍ରିୟ ସମୁହ ଦେହ ସମ୍ବନ୍ଧିତ ଚିନ୍ତନ ଓ କର୍ମରେ ଲିପ୍ତ ରହିଥିବ ସେ ପର୍ଯ୍ୟନ୍ତ ଆମେ ନିଜକୁ ଦେହଠାରୁ ପୃଥକ ଏକ ଚୈତନ୍ୟ ସା ଆତ୍ମା ବୋଲି ଅନୁଭବ କରି ପାରିବା ନାହିଁ  । ଆମର ଇନ୍ଦ୍ରିୟ, ମନ ଓ ବୁଦ୍ଧି ହେଉଛି ‘କାମ’ର ଆଶ୍ରୟସ୍ଥଳ  । ଏହିମାନଙ୍କ ସାହାଯ୍ୟରେ ହିଁ ସେ (କାମ) ଆମର ଭଲ ମନ୍ଦ ବୋଧ ଶକ୍ତିକୁ (ଜ୍ଞାନ) ନିଷ୍କ୍ରିୟ କରି ଅବାଟରେ ପରି·ଳିତ କରାଏ  । ତେଣୁ ପ୍ରଥମେ ଇନ୍ଦ୍ରିୟ ମାନଙ୍କୁ ବଶୀଭୂତ କରି ପାପ କର୍ମରେ ଲିପ୍ତ କରାଉଥିବା ପରମ ଶତ୍ର ୁ କାମ ବିକାର ଉପରେ ବିଜୟ ହାସଲ କରିବାକୁ ହେବ  । “ଇନ୍ଦ୍ରିୟାଣି ମନୋବୁଦ୍ଧିରସ୍ୟାଧିଷ୍ଠାନ ମୁଚ୍ୟତେ  । ଏତେର୍ବିମୋହୟତ୍ୟେଷ ଜ୍ଞାନ ମାବୃତ୍ୟ ଦେହିନମ୍  । ତସ୍ମା୍ୱାମିନ୍ଦ୍ରିୟାଣ୍ୟାଦୌନିୟମ୍ୟ ଭରତର୍ଷଭ  । ପାପ୍ମାନଂ ପ୍ରଜହି ହ୍ୟେନଂ ଜ୍ଞାନ ବିଜ୍ଞାନ ନାଶନମ୍ ।ା ୩/୪୦-୪୧ ।ା
ଇନ୍ଦ୍ରିୟ ଗୁଡିକ ସ୍ଥୂଳ ଶରୀର ଠାରୁ ମଧ୍ୟ ସୂକ୍ଷ୍ମ ଏବଂ ବଲବାନ ଅଟନ୍ତି  । ମନ ସମସ୍ତ ଇନ୍ଦ୍ରିୟ ମାନଙ୍କୁ ପରି·ଲିତ କରେ  । ତେଣୁ ଇନ୍ଦ୍ରିୟ ଠାରୁ ମନ ଶ୍ରେଷ୍ଠ  । ମନରେ ଉପôନ୍ନ ହେଉଥିବା ଭଲ ବା ମନ୍ଦ ଆଦି ସଂକଳ୍ପ ଗୁଡିକ ମଧ୍ୟରୁ କେଉଁଟିକୁ ଆତ୍ମା କାର୍ଯ୍ୟକାରୀ କରିବ ବୁଦ୍ଧି ତାହା ନିର୍ଣ୍ଣୟ କରେ  । ତେଣୁ ମନଠାରୁ ବୁଦ୍ଧି ଶ୍ରେଷ୍ଠ  । ମନ ଓ ବୁଦ୍ଧି ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତି ହୋଇଥିବାରୁ ତାକୁ (ଆତ୍ମାକୁ) ହିଁ ସମସ୍ତଙ୍କ ଠାରୁ ଶ୍ରେଷ୍ଠ ବୋଲି ମାନିବା ଉଚିତ ଓ ନିଜକୁ ଦେହଠାରୁ ପୃଥକ ଆତ୍ମା ନିଶ୍ଚୟ କରି ବୁଦ୍ଧି ଦ୍ୱାରା ମନକୁ ବଶୀଭୁତ କରିବା ପୂର୍ବକ ଯୋଗ ମାର୍ଗର ପ୍ରଧାନ ଓ ଦୁର୍ଜେୟ ଶତ୍ର ୁ କାମ ବିକାରକୁ ସମୂଳେ ନାଶ କରିବା ଉଚିତ  । ଅନ୍ୟଥା ମନ ଓ ବୁଦ୍ଧି ପରମାତ୍ମା ସହିତ ଯୋଗଯୁକ୍ତ ହୋଇପାରିବ ନାହିଁ  । କୁହାଯାଏ ଯେ କାମ ଓ ରାମ (ପରମାତ୍ମା) ଏକତ୍ର ରହିବା ସମ୍ଭବ ନୁହେଁ  । ଯା’ର ମନ କାମ ବାସନାରେ ଆସକ୍ତ ସେ ପରମାତ୍ମାଙ୍କ ସ୍ମୃତିରେ ଯୁକ୍ତ ହୋଇ ପାରିବ କିପରି ? “ଇନ୍ଦ୍ରିୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ  । ମନସସ୍ତୁ ପରାବୁଦ୍ଧି ଯୋବୁଦ୍ଧେଃ ପରତସ୍ତୁ ସଃ  । ଏବଂ ବୁଦ୍ଧେଃ ପରଂ ବୁଦ୍ଧ୍ୱା ସଂସ୍ତଭ୍ୟାତ୍ମାନମାତ୍ମନା  । ଜହି ଶତୃଂ ମହାବାହୋ କାମ ରୂପଂ ଦୁରାସଦମ୍ ।ା ୩/୪୨-୪୩ ।ା” ଜନ୍ମଜନ୍ମାନ୍ତର ଧରି ବିଷୟଭୋଗରେ ପ୍ରବୃ ରହି ଆସୁଥିବା ହେତୁ ମାନବାତ୍ମା ସେଥିରେ ଅତ୍ୟନ୍ତ ଆସକ୍ତ ହୋଇ ଯାଇଥାଏ  । ସେଥିରୁ ନିବୃ ହେବାକୁ ତା’ ପକ୍ଷରେ କଠିଣ ହୋଇପଡେ  । ଯଦିବା ସେ ସାଧନା ଦୃଷ୍ଟିରୁ ବିଷୟ ଭୋଗ ଇଚ୍ଛାକୁ ଦମନ କରେ ତଥାପି କୌଣସି ଦୁର୍ବଳ ମୁହୁର୍ରେ ପୂର୍ବ ଅଭ୍ୟାସର ସ୍ମୃତି ତା’ର ମନରେ କାମନା ଉପôନ୍ନ କରାଏ  । ଏହି କାମନା ଯେତେବେଳେ ବାଧିତ ହୁଏ ସେଥିରୁ କ୍ରୋଧ ଜାତ ହୁଏ  । କ୍ରୋଧୀବ୍ୟକ୍ତି ହିତାହିତ ଜ୍ଞାନଶୂନ୍ୟ ହୋଇ ତା’ର ଲକ୍ଷ୍ୟ ପଥରୁ ବିଚୁ୍ୟତ ହୁଏ  । କ୍ରୋଧୀବ୍ୟକ୍ତି ହିତାହତ ଜ୍ଞାନଶୂନ୍ୟ ହୋଇ ତା’ର ଲକ୍ଷ୍ୟ ପଥରୁ ବିଚୁ୍ୟତ ହୁଏ  । ଏହିପରି କାମ ବିକାର ହିଁ ଯୋଗୀର ଆଧ୍ୟାତ୍ମିକ ମୃତୁ୍ୟର କାରଣ ହେଉଥିବାରୁ ତାଙ୍କୁ ଈଶ୍ୱରୀୟ ଜ୍ଞାନ ଦ୍ୱାରା ମୂଳୋପôାଟନ କରିବା ଏକାନ୍ତ ବିଧେୟ  । “ଧ୍ୟାୟତୋ ବିଷୟାନ୍ ପୁଂସଃ ସଙ୍ଗସ୍ତେଷୁପଜାୟତେ  । ସଙ୍ଗାସôଂଜାୟତେ କାମଃ କାମାତ୍ କ୍ରୋଧୋଽଭିଜାୟତେ  । କ୍ରୋଧାତ୍ ଭବତି ସଂମୋହଃ ସଂମୋହାତ୍ ସ୍ମୃତି ବିଭ୍ରମଃ  । ସ୍ମୃତି ଭ୍ରଂଶାଦ୍ ବୁଦ୍ଧିନାଶୋ ବୁଦ୍ଧିନାଶାତ୍ ପ୍ରଣଶ୍ୟତି ।ା ୨/୬୨-୬୩ ।ା”
ଗୀତାର ଅନ୍ୟ ଏକ ସ୍ଥାନରେ କୁହାଯାଇଛି ଯେଉଁ ବ୍ୟକ୍ତି ନିଜ ଜୀବଦ୍ଧଶାରେ ବା ମୃତୁ୍ୟ ପୂର୍ବରୁ କାମ କ୍ରୋଧ ଉପରେ ବିଜୟ ହାସଲ କରି ପାରିଛି ସେ ପ୍ରକୃତରେ ଯୋଗୀ ଏବଂ ସେ ହିଁ ସୁଖୀ ଅଟେ, “ଶକ୍ନୋତିହୈବ ଯଃ ସୋଢ଼ୁଂ ପ୍ରାକ୍ ଶରୀର ବିମୋକ୍ଷଣାତ୍  । କାମକ୍ରୋଧୋଦ୍ଭବଂ ବେଗଂ ସ ଯୁକ୍ତଃ ସ ସୁଖୀ ନରଃ ।ା ୫/୨୩ ।ା ପରମାତ୍ମାଙ୍କ ସାନ୍ନିଧ୍ୟ ପ୍ରାପ୍ତି ହିଁ ହେଉଛି ଯୋଗର ଉଦ୍ଧେଶ୍ୟ  । କିନ୍ତୁ ଯେ ପର୍ଯ୍ୟନ୍ତ ଆମେ କାମ କ୍ରୋଧ ଉପରୁ ବିଜୟ ପ୍ରାପ୍ତ ହେବା ନାହିଁ ସେ ପର୍ଯ୍ୟନ୍ତ ଆମର ବୁଦ୍ଧି ପରମାତ୍ମା ମିଳନର ପରମାନନ୍ଦ ଉପଲବ୍ଧି କରି ପାରିବ ନାହିଁ  । ଅନ୍ୟ ଅର୍ଥରେ କାମକ୍ରୋଧାଦି ବିକାର ରହିତ ଯୋଗୀ ବା ଜ୍ଞାନୀ ପୁରୁଷ ସତତ ବ୍ରହ୍ମଲୋକ ନିବାସୀ ପରମାତ୍ମାଙ୍କ ସାନ୍ନିଧ୍ୟରେ ରହେ  । କାମକ୍ରୋଧବିଯୁକ୍ତାନାଂ ଯତୀନାଂ ଯତଚେତସାମ୍  । ଅଭିତୋ ବ୍ରହ୍ମନିର୍ବାଣଂ ବର୍ତତେ ବିଦିତାତ୍ମନାମ୍ ।ା ୫/୨୬ ।ା
ପ୍ରଭୁ ମିଳନ ପାଇଁ ଇଚ୍ଛୁକ ବ୍ୟକ୍ତିର ଆହାର ବିହାର ଶୁଦ୍ଧ ଓ ସା୍ୱିକ ହେବା ଉଚିତ  । କାରଣ ଅନ୍ନର ପ୍ରଭାବ ମନ ଉପରେ ପଡେ  । ରାଜଯୋଗର ଉଦ୍ଧେଶ୍ୟ ହେଲା ମନକୁ ବିଷୟ ଭୋଗ ପ୍ରସଙ୍ଗରୁ ଅପସାରିତ କରି ନିତ୍ୟ ନିରନ୍ତର ପରମାତ୍ମାଙ୍କ ସହିତ ଯୁକ୍ତ କରିବା  । ଶୁଦ୍ଧ ସା୍ୱ୍ିକ ଭୋଜନ ମନରେ ପବିତ୍ର ବି·ର ଉପôନ୍ନ କରାଏ  । ଭୋଜନର ପ୍ରକାର ଅନୁସାରେ ହିଁ ସା୍ୱିକ, ରାଜସିକ ବା ତାମସିକ ବୃି ଆମ ମନରେ ଉପôନ୍ନ ହୁଏ  । ଗୀତାରେ ତିନି ପ୍ରକାର ଆହାର କଥା କୁହାଯାଇଛି  । ମନୁଷ୍ୟମାନଙ୍କର ପ୍ରକୃତି ଘେନି ସେମାନଙ୍କର ଆହାର, ତପସ୍ୟା, ଯଜ୍ଞ ଓ ଦାନ ମଧ୍ୟ ସା୍ୱିକ, ରାଜସିକ ଓ ତାମସିକ ଭେଦରେ ତିନି ତିନି ପ୍ରକାର ହୋଇଥାଏ, ଆହାରସ୍ତ୍ୱପି ସର୍ବସ୍ୟ ତ୍ରିବିଧୋ ଭବତି ପ୍ରିୟଃ  । ଯଜ୍ଞସ୍ତପସ୍ତଥା ଦାନଂ ତେଷାଂ ଭେଦମିମଂ ଶୃଣୁ ।ା ୧୭/୭ ।ା ସା୍ୱିକ ଗୁଣ ସମ୍ପନ୍ନ ବ୍ୟକ୍ତିମାନେ ଆୟୁ, ସ୍ୱଗୁଣ, ବଳ, ଆରୋଗ୍ୟ, ସୁଖ ଓ ପ୍ରସନ୍ନତା ବଢ଼ାଉଥିବା, ହୃଦୟରେ ଶକ୍ତି ସାର କରୁଥିବା, ସାରବାନ, ରସଯୁକ୍ତ ସ୍ନିଗ୍ଧ ଖାଦ୍ୟ ଭୋଜନ କରିବାକୁ ଆଗ୍ରହ ପ୍ରକାଶ କରନ୍ତି  । ଏହି ପ୍ରକାର ଆହାାରକୁ ସା୍ୱିକ ଖାଦ୍ୟ କୁହାଯାଏ  । ସା୍ୱିକ ଖାଦ୍ୟ ମନକୁ ସୁସ୍ଥ ଓ ପ୍ରସନ୍ନ ରଖିବା ସେଙ୍ଗ ସେଙ୍ଗ ଇନ୍ଦ୍ରିୟ ଗୁଡିକର ଉେଜନାକୁ ପ୍ରଶମିତ କରେ  । ଆୟୁଃ ସ୍ୱବଳାରୋଗ୍ୟ ସୁଖ ପ୍ରୀତିବିବଧନାଃ  । ରସ୍ୟାଃ ସ୍ନିଗ୍ଧାଃ ସ୍ଥିରାହୃଦ୍ୟାଆହାରଃ ସା୍ୱିକ ପ୍ରିୟ ।ା ୧୭/୮ ।ା ରାଜସିକ ପ୍ରକୃତିର ଲୋକ ଦୁଃଖ, ଶୋକ ଓ ରୋଗ ପ୍ରଦାୟକ ଅତି ପିତା, ଅତି ଖଟ୍ଟା, ଅତି ଲୁଣିଆ, ଅତି ଗରମ, ଅତି ରାଗ, ଅତି ଶୁଷ୍କ ଓ ଅତି ଦାହ କାରକ ଖାଦ୍ୟ ପଦାର୍ଥ ଖାଇବାକୁ ଭଲ ପାଆନ୍ତି  । ସେଥି୍ପାଇଁ କୁହାଯାଏ ତାହା ପାଟିକୁ ସୁଆଦିଆ ଲାଗେ ତାହା ସ୍ୱାସ୍ଥ୍ୟପାଇଁ ଅନୁକୁଳ ନୁହେଁ  । ଏପରି ଖାଦ୍ୟ ଖାଇବା ପାଇଁ ପାଟିକୁ ଖୁବ ସୁଆଦିଆ ଲାଗେ ସତ କିନ୍ତୁ ଶେଷରେ ନାନା ପ୍ରକାର ରୋଗ ଜନ୍ମାଇ ମନୁଷ୍ୟର ଦୁଃଖ ଓ ଶୋକର କାରଣ ହୋଇଯାଏ  । ଦୁଃଖ ଶୋକ ଗ୍ରସ୍ତ ମାନବ କିପରି ପରମାତ୍ମିକ ସୁଖ ଲାଭ କରି ପାରିବ ?  କଟ୍ୱମ୍ଲାଲବଣାତୁ୍ୟଷ୍ଣ ରୂକ୍ଷ ବିଦାହିନଃ  । ଆହାରରାଜସସ୍ୟେଷ୍ଟା ଦୁଃଖ ଶୋକାମୟ ପ୍ରଦାଃ ।ା୧୭/୯ ।ା ତାମସିକ ପ୍ରକୃତିର ଲୋକେ ଗଳିତ, ରସବିହୀନ ଦୁର୍ଗନ୍ଧମୟ, ବାସି, ଉଚ୍ଛିଷ୍ଟ ଏବଂ ଅତ୍ୟନ୍ତ ଅପବିତ୍ର (ମାଂସାଦି) ଭୋଜନ ଖାଇବାକୁ ଭଲ ପାଆନ୍ତି  । ଏଭଳି ତାମସିକ ଖାଦ୍ୟ ସର୍ବଦା ବର୍ଜନୀୟ  । ଏହାଦ୍ୱାରା ଆତ୍ମା ଓ ଶରୀର ଉଭୟେ ଦୁର୍ବଳ ହୋଇ ପଡନ୍ତି  । କାମକ୍ରୋଧାଦି ପ ବିକାର ଏଭଳି ବ୍ୟକ୍ତିଙ୍କୁ ସହଜରେ ଆକ୍ରାନ୍ତ କରି ପକାନ୍ତି ଓ ସେମାନେ ପରମାତ୍ମା ପ୍ରାପ୍ତିର ବିପରୀତ ମାର୍ଗରେ ଗତି କରନ୍ତି  । ଯାତଯାମଂ ଗତରସଂ ପୂତି ପର୍ଯୁ୍ୟଷିତଂ ଚ ଯତ୍  । ଉଚ୍ଛିଷ୍ଟମପି·ମେଧ୍ୟଂ ଭୋଜନଂ ତାମସ ପ୍ରିୟମ୍ ।ା ୧୭/୧୦ ।ା ଏହା ବ୍ୟତୀତ ଅତ୍ୟଧିକ ଭୋଜନ କରିବା କିମ୍ବା ଖୁବ୍ କମ ଭୋଜନ କରିବା, ଅତ୍ୟଧିକ ଶୟନ କରିବା କିମ୍ବା ଆବଶ୍ୟକ ମୁତାବକ ଶୟନ ନ କରିବା ମଧ୍ୟ ଯୋଗ ମାର୍ଗରେ ଅନ୍ତରାୟ ସୃଷ୍ଟି କରେ ନାତ୍ୟଶ୍ନତସ୍ତୁ ଯୋଗୋଽସ୍ତି ନ ଚୈକାନ୍ତମନଶ୍ଚତଃ  । ନ·ତି ସ୍ୱପ୍ନଶୀଳସ୍ୟ ଜାଗ୍ରତୋ ନୈବ ·ର୍ଜୁନ ।ା ୬/୧୬ ।ା ତେଣୁ ଜଣେ ଯୋଗାଭ୍ୟାସୀ ବ୍ୟକ୍ତିର ଆହାର, ନିଦ୍ରା କର୍ମ ଓ ବିହାର ଅତ୍ୟନ୍ତ ସଂଯତ ହେବା ଉଚିତ  । ଏହିପରି ସଂଯମୀ ବ୍ୟକ୍ତି ହିଁ ଯୋଗଭ୍ୟାସ ଦ୍ୱାରା ସମସ୍ତ ପ୍ରକାର ଭୌତିକ ଦୁଃଖ ଯନ୍ତ୍ରଣାରୁ ମୁକ୍ତ ହୋଇପାରେ  । ଯଥୋଚିତ ଆହାର ବିହାର, କର୍ମରେ ଯଥାଯୋଗ୍ୟ ଚେଷ୍ଟା ଓ ଯଥୋଚିତ ଶୟନ ଜାଗରଣ ବିନା ଯୋଗରେ ସିଦ୍ଧି ପ୍ରାପ୍ତି ସର୍ବଥା ଅସମ୍ଭବ  । ଯୁକ୍ତାରବିହାରସ୍ୟ ଯୁକ୍ତଚେଷ୍ଟସ୍ୟ କର୍ମସୁ  । ଯୁକ୍ତ ସ୍ୱପ୍ନାବ ବୋଧସ୍ୟ ଯୋଗୋ ଭବତି ଦୁଃଖହା ।ା ୬/୧୭ ।ା
ଯେଉଁମାନେ ପରମାତ୍ମାଙ୍କ ଅବତରଣର ରସ୍ୟକୁ ବୁଝି ତାଙ୍କ ପ୍ରଦର୍ଶିତ ମାର୍ଗରେ ପରି·ଳିତ ହୁଅନ୍ତି ସେମାନଙ୍କର ପ୍ରତ୍ୟେକ କର୍ମ ଯଜ୍ଞ ସ୍ୱରୂପ  । ଯଜ୍ଞ କହିଲେ କେବଳ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ହୋମାଗ୍ନିରେ ଘୃତାହୁତି ପ୍ରଦାନକୁ ବୁଝାଏ ନାହିଁ  । ପରମାତ୍ମାଙ୍କ ଅବତରଣର ଆଭିମୁଖ୍ୟ ହେଲା କଳିଯୁଗୀ ସଂସ୍କାର ଯୁକ୍ତ ମାନବାତ୍ମାମାନଙ୍କର ଆଧ୍ୟାତ୍ମିକ ବିକାଶ କରି ସେମାନଙ୍କୁ ମହାବିନାଶ ପରବର୍ୀ ସତ୍ୟଯୁଗୀୟ ଦୁନିଆ ପାଇଁ ଏକ ଯୋଗ୍ୟ ଦାୟାଦ ରୂପେ ଗଠନ କରିବା  । ଏହି ମହାନ ଈଶ୍ୱରୀୟ କାର୍ଯ୍ୟ ହିଁ ଯଜ୍ଞ ଅଟେ  । ପରମାତ୍ମା ଏହାର ନାମ ରଖନ୍ତି “ରାଜସୂୟ ଅଶ୍ୱମେଧ ଅବିନାଶୀ ରୁଦ୍ର ଗୀତା ଜ୍ଞାନ ଯଜ୍ଞ”  । ବିଶ୍ୱ ପରିବର୍ନ ପାଇଁ ଏହା ଏକ ସୂକ୍ଷ୍ମ ଓ ଅଲୌକିକ ଅନୁଷ୍ଠାନ  । ଏହିଭଳି ସୂକ୍ଷ୍ମ ଯଜ୍ଞାନୁଷ୍ଠାନ କୌଣସି ଦେହଧାରୀ ମାନବ ପକ୍ଷରେ ସମ୍ଭବ ନୁହେଁ  । ସ୍ଥୂଳ ଦୃଷ୍ଟିରେ ପ୍ରଜାପିତା ବ୍ରହ୍ମା ଏହାର ପୌରହିତ୍ୟ (ପୁରୋଧା) କରୁଥିଲେ ମଧ୍ୟ ଯଜ୍ଞ ପୁରୁଷ ପରମାତ୍ମା ହିଁ ଏହାର ପ୍ରତିଷ୍ଠାତା  । ରାଜସୂୟ ର ଦ୍ୱିବିଧ ଅର୍ଥ କରାଯାଇ ପାରେ  । ସ୍ୱର୍ଗ ରାଜ୍ୟର ପୁନଃ ପ୍ରତିଷ୍ଠା ହିଁ ଏହାର ଲକ୍ଷ୍ୟ ହୋଇଥିବାରୁ ଏହାକୁ ‘ରାଜସୂୟ’ ବୋଲି କୁହାଯାଏ  । ଦ୍ୱିତିୟତଃ ଏହି ଯଜ୍ଞରେ ବ୍ରତୀ ହୋଇଥିବା ନରନାରୀ ଗଣ ସ୍ୱ ସ୍ୱ ମନ ଓ ଇନ୍ଦ୍ରିୟ ଉପରେ ବିଜୟ ପ୍ରାପ୍ତ କରି ଆଗାମୀ ସ୍ୱର୍ଗୀୟ ସାମ୍ରାଜ୍ୟରେ ରାଜ୍ୟଭାଗ୍ୟ ପ୍ରାପ୍ତି ପାଇଁ ପୁରୁଷାର୍ଥ କରୁଥିବାରୁ ମଧ୍ୟ ଏହି ଯଜ୍ଞର ନାମକରଣର ଆଦ୍ୟ ଭାଗରେ ‘ରାଜସୂୟ’ ଶଦ୍ଧ ବ୍ୟବହାର କରାଯାଇଛି  । ‘ଅଶ୍ୱ’ ଇନ୍ଦ୍ରିୟ ମାନଙ୍କ ଦ୍ୱାରା ଭୋଗ୍ୟ ବିଭିନ୍ନ ‘ବିକାର’ ର ପ୍ରତୀକ  । ଏହି ଯଜ୍ଞରେ କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାର - ଏହି ସ୍ଥୂଳ ପା ବିକାର ଓ ଇର୍ଷା, ଦ୍ୱେଷ, ଭୟ, ଆଳସ୍ୟ ଓ ନିଦ୍ରା - ଏହି ସୂକ୍ଷ୍ମ  ପା ବିକାର ସମୂହକୁ ଆହୁତି ଦିଆଯାଏ  । ତେଣୁ “ଅଶ୍ୱମେଧ” ଶଦ୍ଧ ବ୍ୟବହୃତ ହୋଇଛି  । ଏହି ଯଜ୍ଞ କୌଣସି ସ୍ଥୂଳ ଅନୁଷ୍ଠାନ ହୋଇ ନଥିବାରୁ ଏବଂ ସ୍ୱୟଂ ପରମାତ୍ମା ଶିବଙ୍କ ଦ୍ୱାରା ପ୍ରଦ ଗୀତା ଜ୍ଞାନ ଆଧାରରେ ଏହାର ସ୍ଥାପନା ହୋଇଥିବାରୁ ଏହାକୁ ଅବିନାଶୀ ରୁଦ୍ର ଗୀତାଜ୍ଞାନ ଯଜ୍ଞ କୁହାଯାଇଛି  । ‘ରୁଦ୍ର’ ଶଦ୍ଧ ମଧ୍ୟ ବିନାଶକାରୀ ଭୟଙ୍କର ତ୍ୱର ପ୍ରତୀକ  । କଳି ଯୁଗୀୟ ଆସୁରୀ ଦୁନିଆର ମହାବିନାଶ ପାଇଁ ହିଁ ଏହି ଯଜ୍ଞର ସୃଷ୍ଟି  । ଆଉ ମଧ୍ୟ ‘ରୁଦ୍ର’ ପରମାତ୍ମା ଶିବଙ୍କ ପର୍ଯ୍ୟାୟାବାଚୀ ନାମ ଅଟେ  । ତେଣୁ ଏହି ଯଜ୍ଞର ନାମକରଣ ତା’ର ଲକ୍ଷ୍ୟ ଓ ପ୍ରତିଷ୍ଠାତା, ବିଧି ଓ ବିଧାନ ତଥା ଉଦ୍ଧେଶ୍ୟ ଓ ପ୍ରାପ୍ତି ବିଷୟରେ ଇଙ୍ଗିତ କରେ  ।
ଈଶ୍ୱରୀୟ ଦର୍ଶନ ଅନୁସାରେ ଜ୍ଞାନ ଓ ଯୋଗର ସମନ୍ୱୟ ହେଉଛି ଯଜ୍ଞ  । ‘ଯ’ ଶଦ୍ଧକୁ ଯୋଗର ପର୍ଯ୍ୟାୟବାଚୀ ଓ ‘ଜ୍ଞ’ ଶଦ୍ଧକୁ ଜ୍ଞାନର ପର୍ଯ୍ୟାୟବାଚୀ ରୁପେ ବୁଝିବାକୁ ହେବ  । ଯୋଗର ଆଧାର ହେଉଛି ଜ୍ଞାନ  । ଯୋଗ ଦ୍ୱାରା କର୍ମରେ କୁଶଳତା ଆସେ  । ଯୋଗଃ କର୍ମସୁ କୌଶଳମ୍  । ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ଯେଉଁ କର୍ମ କରାଯାଏ ତାହାହିଁ ଯଜ୍ଞ ଅନୁଷ୍ଠାନ ହୋଇଯାଏ  । ତେଣୁ ଏହି ଯଜ୍ଞରେ ଦୀକ୍ଷିତ ମାନବାତ୍ମା ବା ଈଶ୍ୱରୀୟ କାର୍ଯ୍ୟରେ ଅଶୀଂଦାର ବା ଭାଗୀଦାର ନରନାରୀମାନେ ଯେତେ କର୍ମ କରିବେ ତାହା ଈଶ୍ୱରୀୟ ବିଧି ସମ୍ମତ ହୋଇଥିବା ଉଚିତ  । ସେମାନେ ଶରୀର ପୋଷଣ ପାଇଁ ହିଁ ଖାଦ୍ୟ ଗ୍ରହଣ କରିବେ  । ସେମାନେ ଏକଥା ଭାବିବା ଉଚିତ ଯେ ଯାହାକିଛି ଭୋଗ୍ୟ ପଦାର୍ଥ ତାଙ୍କ ପାଖରେ ଅଛି ସେ ସବୁ ଯଜ୍ଞାନ୍ନ  । ସେମାନେ (ଯୋଗୀ ଆତ୍ମା) ଶୁଦ୍ଧ, ସା୍ୱିକ ଭୋଜନ ପରମାତ୍ମାଙ୍କୁ ଭୋଗ ସମର୍ପଣ କରି ତା’ପରେ ଈଶ୍ୱରୀୟ ସ୍ମୃତି ଯୁକ୍ତ ହୋଇ ଭୋଜନ କରିବେ  ।  ଯେଉଁମାନେ ପରମାତ୍ମର୍ପଣ ନ କରି ଖାଦ୍ୟ ଗ୍ରହଣ କରନ୍ତି ସେମାନଙ୍କୁ ଗୀତା ‘େ·ର’ ବୋଲି ଅଭିହିତ କରିଛି  । ଇଷ୍ଟାନ ଭୋଗାନ୍ ହି ବୋଦେବା ଦାସ୍ୟନ୍ତେ ଯଜ୍ଞ ଭାବିତଃ  । ତୈର୍ଦାନ୍ ପ୍ରଦାୟୈ ଭ୍ୟୋ ଯୋ ଭୁଙ୍କ୍ତେସ୍ତେନ ଏବଂ ସଃ ।ା ୩/୧୨ ।ା  ଗୀତା ଅନୁସାରେ ଯଜ୍ଞାନ୍ନ ଭାବି ଈଶ୍ୱରୀୟ ସ୍ମୃତିଯୁକ୍ତ ହୋଇ ଖାଦ୍ୟ ଗ୍ରହଣ କରିବା ମଧ୍ୟ ଏକ ଯୋଗ ଅଟେ  । ପରମାତ୍ମା ସ୍ମୃତିରେ ଯେଉଁ ଭୋଜନ କରାଯାଏ ତାହା ଯଜ୍ଞାବଶେଷ ସ୍ୱରୂପ  । କାରଣ ଭୋଜନ ପୂର୍ବରୁ ଉକ୍ତ ଖାଦ୍ୟ ଯଜ୍ଞ ପୁରୁଷ ପରମାତ୍ମା ଶିବଙ୍କୁ ସମର୍ପଣ କରାଯାଇଥାଏ  । କିନ୍ତୁ ଭୋଗ ସମର୍ପଣ ବସ୍ତୁତଃ ‘ବ୍ରହ୍ମା’ଙ୍କ ମାଧ୍ୟମରେ ହେଉଥିବାରୁ ଏହାକୁ ‘ବ୍ରହ୍ମାଭୋଜନ’ ମଧ୍ୟ କୁହାଯାଏ  । ଆଉ ମଧ୍ୟ ବ୍ରାହ୍ମଣମାନେ ଯେଉଁ ଭୋଜନ କରନ୍ତି ତାହାକୁ ମଧ୍ୟ ‘ବ୍ରହ୍ମାଭୋଜନ’ କୁହାଯାଏ  । ଏହି ବ୍ରାହ୍ମଣମାନେ ବ୍ରହ୍ମାମୁଖ କମଳରୁ ଉପôନ୍ନ  । ଅର୍ଥାତ୍ ପରମାତ୍ମା ‘ଶିବ’ ବ୍ରହ୍ମା ମୁଖକମଳ ଦ୍ୱାରା ଯେଉଁ ଗୀତା ଜ୍ଞାନ ଶୁଣାନ୍ତି ସେ ଅନୁସାରେ ଯେଉଁମାନେ ନିଜକୁ ପରିବର୍ନ କରି ଦିବ୍ୟ ଜୀବନ ଯାପନ କରନ୍ତି ସେମାନେ ହିଁ ବ୍ରାହ୍ମଣ ଅଟନ୍ତି  । “ବ୍ରାହ୍ମଣ ମୁଖମାସୀତ”  ।  ବ୍ରାହ୍ମଣ   ମାନେ ଯଜ୍ଞାବଶେଷ ଭାବି ହିଁ ତାହା ଭୋଜନ ରୂପେ ଗ୍ରହଣ କରିବା ଉଚିତ  । ଗୀତା କୁହେ - ଯଜ୍ଞାବଶେଷ ଜ୍ଞାନରେ ଯେଉଁମାନେ ସ୍ୱପାର୍ଜିତ ସମ୍ପିର କିଛି ଅଂଶ ଯଜ୍ଞ କାର୍ଯ୍ୟ ପାଇଁ ଖର୍ଚ୍ଚ ନ କରି କେବଳ ନିଜର ଭରଣ ପୋଷଣ ତଥା ବିଳାସ ବ୍ୟସନ ପାଇଁ ବ୍ୟୟ କରନ୍ତି ସେମାନେ ପାପୀ ଅଟନ୍ତି  । ଯେଉଁମାନେ କେବଳ ନିଜ ପାଇଁ ହିଁ ପାକ କରନ୍ତି ସେମାନେ ପାପ ଭକ୍ଷଣ କରନ୍ତି  । କାରଣ ଈଶ୍ୱରୀୟ କାର୍ଯ୍ୟ ବା ଯଜ୍ଞ ହେଉଛି ଉସôର୍ଗୀକୃତ ନିଃସ୍ୱାର୍ଥ କର୍ମର ଏକ ଅଖଣ୍ଡ ପରମ୍ପରା  । ଯଜ୍ଞ ଶିଷ୍ଟାଶିନଃ ସନ୍ତୋ ମୁଚ୍ୟନ୍ତେ ସର୍ବକିଳବିଷୈଃ  । ଭୁଞ୍ଜତେ ତେ ତ୍ୱଘଂ ପାପା ଯେ ପଚନ୍ତ୍ୟାତ୍ମ କାରଣାତ୍ ।ା ୩/୧୩ ।ା
ସଦା·ର ଓ ଦିବ୍ୟଗୁଣର ଧାରଣ ହିଁ ସତତ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ରହିବା ପାଇଁ ପୁରୁଷାର୍ଥର ମାର୍ଗକୁ ପ୍ରଶସ୍ତ କରାଏ  । କାରଣ ପରମାତ୍ମା ସର୍ବ ଦିବ୍ୟଗୁଣର ସାଗର ଅଟନ୍ତି  । ଆସୁରୀଗୁଣ ବା ବିକାରୀ ସଂସ୍କାର ପରମାତ୍ମାଙ୍କ ସହିତ ବିଚ୍ଛେଦ କରାଏ  । ତେଣୁ ଗୀତା ଅହିଂସା, ତ୍ୟାଗ, ସନ୍ତୋଷ, ମୈତ୍ରୀ, କରୁଣା, କ୍ଷମାଶୀଳ, ଦ୍ୱେଷରହିତ, ନିରହଂକାର, ଅମର୍ଷ ଆଦି ଦିବ୍ୟଗୁଣ ଧରଣା ପାଇଁ ଶିକ୍ଷା ଦିଏ  । ଏହିସବୁ ଦିବ୍ୟଗୁଣର ଧାରଣ ଦ୍ୱାର ଯୋଗାଭ୍ୟାସ ବେଳେ ଚିରେ ବିକ୍ଷେପ ବା ଚଳତା ଆସେ ନାହିଁ ଓ ଅନୁକୂଳ ମାନସିକ ଅବସ୍ଥାର ଭିି ସ୍ଥାପିତ ହୁଏ  । ଯୋଗୀର ଚିବୃି “ଉପରାମ” ଅବସ୍ଥାରେ ସର୍ବଦା ସ୍ଥିତ ହେବା ଉଚିତ  । ଯତ୍ରୋପରମତେ ଚିଂ ।ା ୬/୨୦ ।ା ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ଯେଉଁ ଅନିର୍ବଚନୀୟ ସୁଖ ପ୍ରାପ୍ତି ହୁଏ ସେଥିରୁ ଅଧିକ ଅନ୍ୟ କେଉଁଥିରେ ଲାଭ ହେବ ବୋଲି ସେ ମାନେ ନାହିଁ  । ଯଂ ଲବ୍ଧା ·ପରଂ ଲାଭଂ ମନ୍ୟତେ ନାଧିକଂ ତତଃ ।ା ୬/୨୨ ।ା  ଏହା ସମ୍ପୂର୍ଣ୍ଣ ସନ୍ତୋଷର ଲକ୍ଷଣ  । ପରମାତ୍ମାଙ୍କ ଠାରୁ ସର୍ବ ପ୍ରାପ୍ତିର ଅନୁଭବ ହେତୁ ଯୋଗୀ ସଦା ସର୍ବଦା ତାଙ୍କଠାରେ ଯୋଗଯୁକ୍ତ ହୋଇ ରହେ ଓ ତା’ର ମନ ସଂଶୟ ରହିତ ହୋଇ ତାଙ୍କ ପ୍ରତି ଆସକ୍ତ ହୋଇ ପଡେ  । ମୟାସକ୍ତ ମନାଃ ପାର୍ଥ ଯୋଗଂ ଯୁଞ୍ଜନ୍ମଦାଶ୍ରୟଃ  । ଅସଂଶୟଂ ସମଗ୍ର ମାଂ ଯଥା ଜ୍ଞାସ୍ୟସି ତତ୍ ଶୃଣୁ ।ା ୭/୧ ।ା
ଯୋଗୀ ଜୀବନ ପାଇଁ ସବୁଠାରୁ ବଡ଼ ଗୁଣ ହେଲା ସଂପୂର୍ଣ୍ଣ ସମର୍ପଣତା  । ପରମାତ୍ମ କହନ୍ତି, “ଯେ ମୋ ଠାରେ ତା’ର ମନ ବୁଦ୍ଧିକୁ ସଂପୂର୍ଣ୍ଣ ସମର୍ପଣ କରିଦିଏ, ସେ ନିଃସନ୍ଦେହରେ ମୋତେ ହିଁ ପ୍ରାପ୍ତ ହୁୁଏ  । ମାୟାର୍ପିତ ମନୋବୁଦ୍ଧି ର୍ମାମେ ବୈଷ୍ୟସ୍ୟସଂଶୟମ୍ ।ା ୮/୭ ।ା ଏହା ବ୍ୟତିତ ଯୋଗୀର ଅନ୍ୟ କେଉଁ ସବୁ ଦିବ୍ୟଗୁଣ କରିବା ଉଚିତ ସେଗୁଡିକ ଏହି ଅଧ୍ୟାୟର ଆରମ୍ଭରେ ବର୍ଣ୍ଣନା କରାଯାଇଛି (ପୃଷ୍ଠା ୧ ଦ୍ରଷ୍ଟବ୍ୟ) ଯୋଗ ମାର୍ଗରେ ଇନ୍ଦ୍ରିୟ ବିଷୟକ ରାଗ ବା ଦ୍ୱେଷ ବାଧକ ଅଟେ  । ଏଥିପାଇଁ ଯୋଗୀ ଏହି ଦୁଇଟିର ବଶୀଭୂତ ହେବା ଉଚିତ ନୁହେଁ  । କରଣ ସେ ଦୁଇଟି ହିଁ ତା’ର କଲ୍ୟାଣ ମାର୍ଗରେ ବିଘ୍ନ ସୃଷ୍ଟି କରୁଥିବା ମହାନ ଶତୃ ଅଟନ୍ତି  । ଇନ୍ଦ୍ରିୟସ୍ୟେଦ୍ଧ୍ରିୟସ୍ୟାର୍ଥେରାଗ ଦ୍ୱେଷ୍ୟୈ÷ ବ୍ୟବସ୍ଥିତୌ  । ତୟୋର୍ନବଶ ମାମ ଚ୍ଛେେø ହ୍ୟସ୍ୟ ପରିପନ୍ଥିନୋ÷ ।ା ୩/୩୪ ।ା ସେହି ବ୍ୟକ୍ତି ଯେତେବେଳେ ମନରେ ଥିବାସଂପୂର୍ଣ୍ଣ କାମନା ବାସନା ଗୁଡିକୁ ପରିତ୍ୟାଗ କରିଦିଏ, ସେତେବେଳେ ଆତ୍ମିକ ସ୍ୱରୂପରେ ସ୍ଥିତ ହୋଇଥିବା ହେତୁ ପରମାତ୍ମିକ ସୁଖ ପ୍ରାପ୍ତ ହୋଇ ସଦା ସନ୍ତୁଷ୍ଟ ହୁଏ  । ଏହିଭଳି ବ୍ୟକ୍ତି ହିଁ ସ୍ଥିର ବୁଦ୍ଧି ଯୁକ୍ତ ଯୋଗୀ ଅଟେ  । ପ୍ରଜହାତି ଯଦା କାମାନ୍ ସର୍ବାନ୍ ପାର୍ଥ ମନୋଗତାନ୍  । ଆତ୍ମନ୍ୟେବାତ୍ମନା ତୁଷ୍ଟଃ ସ୍ଥିତପ୍ରଜ୍ଞ ସ୍ତଦୋଚ୍ୟତେ ।ା ୨/୫୫ ।ା  ସେ ଦୁଃଖରେ ଅଯଥା ଭାଙ୍ଗି ପଡନ୍ତି ନାହିଁ କି ସୁଖ ପ୍ରାପ୍ତିରେ ଆନନ୍ଦ ବିଭୋର ହୋଇ ମନର ସ୍ଥିରତାକୁ ହରାଇ ବସନ୍ତି ନାହିଁ, ପୁଣି କାମନା ବାସନାକୁ ବଶିଭୂତ କରିଥିବା ହେତୁ କାମକ୍ରୋଧ ତାଙ୍କ ମନକୁ ଉେଜିତ କରେ ନାହିଁ  ।  ଈଶ୍ୱରୀୟ ସ୍ମୃତିରେ ତାଙ୍କ ବୁଦ୍ଧି ସ୍ଥିର ରହୁଥିବାରୁ ସେ ଅନିର୍ବଚନୀୟ ଆନନ୍ଦ ଲାଭ କରନ୍ତି  । ତେଣୁ କୌଣସି ପ୍ରକାର ଭୟ ବା ଚିନ୍ତା ତାଙ୍କ ଅନ୍ତରକୁ ସ୍ପର୍ଶ କରେ ନାହିଁ  । ଦୁଃଖେଷ୍ୱନୁଦ୍ଦଗ୍ନମନାଃ ସୁଖେଷୁ ବିଗତସ୍ପୃହଃ  । ବୀତରାଗ ଭୟକ୍ରୋଧଃ ସ୍ଥିତଧୀର୍ମୁନିରୁଚ୍ୟତେ ।ା ୨/୫୬ ।ା
ଯୋଗୀ ଆତ୍ମା ସଂସାରର ସବୁ ବିଷୟ ପ୍ରତି ଅନାସକ୍ତ ହୋଇଥିବା ହେତୁ ଶୁଭ ଅଶୁଭ ଯେଉଁ ପ୍ରକାର ପରିସ୍ଥିତି ଆସୁ ସେ ଆନନ୍ଦରେ ଉତ୍ଫୁଲ୍ଲ ହୋଇ ପଡନ୍ତି ନାହିଁ କିମ୍ବା କ୍ରୋଧିତ ହୁଅନ୍ତି ନାହିଁ  । କଇଁଛ ନିଜର ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକୁ ଯେପରି ଆବଶ୍ୟକ ଅନୁସାରେ ସଂପ୍ରସାରିତ ବା ଅପସାରିତ କରେ ସେହିପରି ପରମାତ୍ମା ସ୍ମୃତିରେ ସ୍ଥିର ବୁଦ୍ଧି ଯୁକ୍ତ ଯୋଗୀ ଇନ୍ଦ୍ରିୟମାନଙ୍କୁ ନିଜ ଇଚ୍ଛା ଅନୁସାରେ ଆବଶ୍ୟକ ପଡିଲେ କାମରେ ଲଗାନ୍ତି ବା ବିଷୟ ଭୋଗରୁ ଓହରାଇ ଆଣି ପାରନ୍ତି  । କିନ୍ତୁ କେବଳ ଇନ୍ଦ୍ରିୟ ମାନଙ୍କୁ ବିଷୟ ଭୋଗରୁ ନିବୃ କରାଇବା ଯଥେଷ୍ଟ ନୁହେଁ  ।  କାରଣ ଏହା ସେ୍ୱବି ଆସକ୍ତି ବା ଲାଳସା ସମୂଳେ ନଷ୍ଟ ହୁଏ ନାହିଁ  । ଏଥିପାଇଁ କଇଁଛ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତ୍ୟାହାର କରି ଯେପରି ନିଶ୍ଚଳ ହୋଇ ପଡି ରହେ ସେହିପରି ସ୍ଥିତପ୍ରଜ୍ଞ ଯୋଗୀ ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ରହିଲେ ଇନ୍ଦ୍ରିୟ ସମୂହ ଆପଣାଛାଏଁ ବିଷୟ ଭୋଗରୁ ଓହରି ଆସିବେ ଓ ଆସକ୍ତିର ଜଡ ସମୂଳେ ନଷ୍ଟ ହୋଇଯିବ  । ଯଃ ସର୍ବତ୍ରାନଭିସ୍ନେହ ସ୍ତତ୍ପ୍ରାପ୍ୟ ଶୁଭାଶୁଭମ୍  ନାଭିନନ୍ଦତି ନ ଦ୍ୱେଷ୍ଟି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା  । ଯଦା ସଂହରତେ ·ୟଂ କୁର୍ମୋଽଙ୍ଗାନୀବ ସର୍ବଶଃ  । ଇନ୍ଦ୍ରିୟାଣିନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା  । ବିଷୟା ବିନିବର୍ନ୍ତେ ନିରାହାରସ୍ୟ ଦେହିନଃ  । ରସ ବର୍ଜଂ ରସୋଽପ୍ୟସ୍ୟ ପରଂ ଦୃଷ୍ଟ୍ୱା ନିବର୍ତତେ ।ା ୨/୫୭-୫୯ ।ା
ଜନ୍ମ ଜନ୍ମାନ୍ତର ସଂସ୍କାର ବଶତଃ ଆମେ ଇନ୍ଦ୍ରିୟ ବିଷୟକ ଭୋଗରେ ଏତେ ଦୂର ଆସକ୍ତି ହୋଇ ପଡିଛେଁ ଯେ ସେ ଗୁଡିକୁ ହଠାତ୍ ଦମନ କରିବା ସହଜ ସାଧ୍ୟ ବ୍ୟାପାର ନୁହେଁ  । ବଳ ପୂର୍ବକ ଇନ୍ଦ୍ରିୟ ଦମନ କରିବାକୁ ଗୀତା କହେ ନାହିଁ  । ଇନ୍ଦ୍ରିୟଗଣ ସ୍ୱାଭାବତଃ ପ୍ରମଥନଶୀଳ  । ଅନେକ ଯନôଶୀଳ ବୁଦ୍ଧିମାନ ସାଧକ ମଧ୍ୟ ଏହାକୁ ବଶୀଭୁତ କରି ପାରନ୍ତି ନାହିଁ  । କିନ୍ତୁ ବୁଦ୍ଧି ଯେତେବେଳେ ପରମାତ୍ମାଙ୍କ ସ୍ମୃତିରେ ସ୍ଥିର ହୋଇଯାଏ ସେତେବେଳେ ସମସ୍ତ ଇନ୍ଦ୍ରିୟ ବଶୀଭୂତ ହୋଇ ଯାଆନ୍ତି, କାରଣ ବିଷୟ ଭୋଗରୁ ବୁଦ୍ଧି ପ୍ରତ୍ୟାହୃତ ହୋଇ ପରମାତ୍ମାଙ୍କ ଠାରେ ସମାହିତ ହୋଇ ଯାଏ  । ତେଣୁ ଇନ୍ଦ୍ରିୟମାନଙ୍କୁ ବଳ ପୂର୍ବକ ଦମନ କରି ସେମାନଙ୍କୁ ଈଶ୍ୱରୀୟ କାର୍ଯ୍ୟ ଓ ଚିନ୍ତନରେ ବ୍ୟସ୍ତ ରଖିଲେ ସେମାନେ କ୍ରମଶଃ ବିଷୟ ବାସନା ପ୍ରତି ନିଃସ୍ପ ୃହ ହୋଇ ପଡିବେ  । ମନୋବିଜ୍ଞାନ ଅନୁସାରେ ମଧ୍ୟ ଏକଥା ସ୍ୱୀକୃତ ଯେ ମଣିଷର ମନ ଯେଉଁ ବିଷୟ ପ୍ରତି ଯେତେ ଚିନ୍ତନ କରୁଥାଏ ସେଥିପ୍ରତି ସେ ସେତେ ଆସକ୍ତ ହୋଇ ପଡେ  । ମନର ଖାଦ୍ୟ ହେଉଛି ‘ସଂକଲ୍ପ’  । ଶୁଦ୍ଧ ସଂକଳ୍ପ ମନକୁ ସତ୍ କର୍ମରେ ପ୍ରବୃ ହେବା ପାଇଁ ପ୍ରେରିତ କରେ  । ଅଶୁଦ୍ଧ ସଂକଳ୍ପ ଅସତ୍ ବା ପାପକର୍ମ ପାଇଁ ପ୍ରବୃ କରାଏ, ଇନ୍ଦ୍ରିୟ ମାନଙ୍କ କର୍ମଭୂମି ବା ପ୍ରେରକ ହେଉଛି ମନ  । ବିଷୟ ବାସନା ଭୋଗ ସମ୍ବନ୍ଧିତ ସଂକଳ୍ପ ଦ୍ୱାରା ଇନ୍ଦ୍ରିୟମାନେ ବଳଶାଳୀ ହୋଇ ତାହା ୍ଭୋଗ କରିବାକୁ କାମନା କରନ୍ତି  । ଏହା ପରିବେର୍ ଆତ୍ମା ନିଶ୍ଚୟ ପୂର୍ବକ ଯଦି ଈଶ୍ୱରୀୟ ଜ୍ଞାନ ସମ୍ବନ୍ଧିତ ବିଭିନ୍ନ ବିନ୍ଦୁ ଉପରେ ଚିନ୍ତନ ମନ୍ଥନ କରାଯିବ ତେବେ ମନର ସୂକ୍ଷ୍ମ କୋଣ ଅନୁକୋଣରେ ସୁପ୍ତାବସ୍ଥାରେ ଥିବା ବିଷୟ ଭୋଗ ଯୁକ୍ତ କାମନା ଗୁଡିକ ମଧ୍ୟ ନଷ୍ଟ ହୋଇଯିବ  । ଏଣୁ ଗୀତା କହେ, “ହେ ଅର୍ଜୁନ, ମନ ସହିତ ଇନ୍ଦ୍ରିୟ ସମୂହକୁ ବଶୀଭୂତ କରି ମତ୍ପରାୟଣ ନ ହେଲେ ମନରେ ବିଷୟ ଭୋଗର ଚିନ୍ତନ ହୁଏ ଏବଂ ଏହାଦ୍ୱାରା ସେହି ବିଷୟରେ ଆସକ୍ତି ଅସିଯାଏ  । ଆସକ୍ତି ହେତୁ କାମନାର ଉପôନ୍ନ ହୁଏ  । ଏହି କାମନାର ପରିତୃପ୍ତିରେ ବିଘ୍ନ ସୃଷ୍ଟି ହେଲେ ମନରେ ଘୋର କ୍ରୋଧର ଉପôି ହୁଏ  । ଧ୍ୟାୟତୋ ବିଷୟାନପୁଂସଃ ସଙ୍ଗସ୍ତେଷୁ ପଜାୟତେ  । ସଙ୍ଗାତ୍ ସଂଜାୟତେ କାମଃ କାମାତ୍ କ୍ରୋଧୋଽଭିଜାୟତେ ।ା ୨/୬୨ ।ା
ଈଶ୍ୱରୀୟ ସାନ୍ନିଧ୍ୟ ଲାଭ କରିବା ପାଇଁ ଇଛୁକ ବ୍ୟକ୍ତି ବା ଯୋଗୀ ଆତ୍ମାକୁ ବିଷୟ ବାସନାର ସଂକଳ୍ପ ସଂପୂର୍ଣ୍ଣ ତ୍ୟାଗ କରି ସ୍ଥିତପ୍ରଜ୍ଞ ହେବାକୁ ହେବ  । ସ୍ଥିତପ୍ରଜ୍ଞ ପୁରୁଷ ବିଷୟ ବାସନାରୁ ସଂପୂର୍ଣ୍ଣ ମୁକ୍ତ ହୋଇଥିବାରୁ ତା’ମନରେ ସେଥିପ୍ରତି ଅନୁରାଗ ବା ବିଦ୍ୱେଷ ନ ଥାଏ, ଘର ଗୃହସ୍ଥି ମଧ୍ୟରେ ଥାଇ ମଧ୍ୟ ଏପରି ବ୍ୟକ୍ତିି ବିଷୟ ବାସନା ଦ୍ୱାରା ପ୍ରଭାବିତ ହୁଏ ନାହିଁ  । ସେହି ହେତୁ ତା’ର ମନ ସର୍ବଦା ଶାନ୍ତ ପ୍ରସନ୍ନ ରହେ  । ବିଷୟ ପ୍ରତି ବୈରାଗ୍ୟ ହେତୁ ତା’ର ମନ କୌଣସି ପ୍ରକାର ଦୁଃଖ ଦ୍ୱାରା ଭାରାକ୍ରାନ୍ତ ହୁଏ ନାହିଁ  । ଏହିପରି ପ୍ରସନ୍ନଚି ଯୋଗୀର ବୁଦ୍ଧି ଅତି ଶ୍ରୀଘ୍ର ଈଶ୍ୱରୀୟ ସ୍ମୃତିରେ ସ୍ଥିର ହୋଇଯାଏ  ।  ପ୍ରସାଦେ ସର୍ବଦୁଃଖାନାଂ ହାନିରସ୍ୟୋାପଜାୟତେ  । ପ୍ରସନ୍ନଚେତସୋହ୍ୟାଶୁ ବୁଦ୍ଧିଃ ପର୍ଯ୍ୟବତିଷ୍ଠତେ ।ା ୨/୬୫ ।ା
ଯୋଗମାର୍ଗରେ ବୁଦ୍ଧିର ସ୍ଥିରତା ଏକାନ୍ତ ଅପରିହାର୍ଯ୍ୟ  । ଏଥିପାଇଁ ବିଷୟ ବାସନାକୁ ସମ୍ପୂର୍ଣ୍ଣ ଭାବରେ ମନରୁ ଉପାଡି ବାହାର କରିଦେବାକୁ ହେବ, ଅନ୍ୟଥା ବୁଦ୍ଧି ସ୍ଥିର ହେବା ସମ୍ଭବ ନୁହେଁ  । ବୁଦ୍ଧି ସ୍ଥିର ନ ହେବା ପର୍ଯ୍ୟନ୍ତ ମନ ଈଶ୍ୱରୀୟ ସ୍ମୃତିରେ ଏକାଗ୍ର ହୁଏ ନାହିଁ  । ପରମାତ୍ମା ଜ୍ଞାନର ସାଗର  । ତାଙ୍କ ସହିତ ମନ ଏକାଗ୍ର ଭାବରେ ଯୁକ୍ତ ନ ହେବା ପର୍ଯ୍ୟନ୍ତ ଜ୍ଞାନ ପ୍ରାପ୍ତି ହୁଏ ନାହିଁ  । ଅଜ୍ଞାନତା ହିଁ ସମସ୍ତ ଦୁଃଖ ଓ ଅଶାନ୍ତିର ମୂଳ କାରଣ  । ତେଣୁ ଯେ ପର୍ଯ୍ୟନ୍ତ ପ୍ରକୃତ ଜ୍ଞାନର ଉଦୟ ହୁଏ ନାହିଁ ମନରେ ଶାନ୍ତି ଆସେ ନାହିଁ  । ଫଳରେ ଯୋଗୀ ପରମାତ୍ମିକ ସୁଖରୁ ବିତ ହୁଏ  । ନାସ୍ତିବୁଦ୍ଧିରଯୁକ୍ତସ୍ୟ ନ ·ଯୁକ୍ତସ୍ୟ ଭାବନା  । ନ ·ଭାବୟତଃ ଶାନ୍ତିରଶାନ୍ତସ୍ୟ କୁତଃ ସୁଖମ ।ା ୨/୬୬ ।ା  ସ୍ଥିର ବୁଦ୍ଧିଯୁକ୍ତ ଯୋଗୀର ନିର୍ଣ୍ଣୟ ଶକ୍ତି ପ୍ରଖର ଥାଏ  । ସେ ଈଶ୍ୱରୀୟ ଜ୍ଞାନଯୁକ୍ତ ହୋଇଥିବାରୁ ଭଲମନ୍ଦ ଓ ସତ୍ୟ ମିଥ୍ୟାର ସଠିକ ନିରୂପଣ କରି ପାରନ୍ତି   । ସେଥିପାଇଁ ସେମାନେ ବିଷୟ ସୁଖକୁ ବିଷତୁଲ୍ୟ ମନେ କରି ତ୍ୟାଗ କରନ୍ତି  । କିନ୍ତୁ ସାଧାରଣ ଲୋକ ଏହାକୁ ଭ୍ରମ ବଶତଃ ଅମୃତ ତୁଲ୍ୟ ମନେ କରି ସେଥିରେ ଲିପ୍ତ ରୁହନ୍ତି  । ଅପର ପକ୍ଷରେ ଯୋଗୀ ଅତ୍ମା ଏଥିପ୍ରତି ଆଖିବୁଜି ଦେଇ ପରମାତ୍ମିକ ସୁଖରେ ବିଭୋର ଥାଆନ୍ତି  । ତେଣୁ ଯେଉଁ ବିଷୟରେ ସାଧାରଣ ଲୋକେ ସମ୍ପୂର୍ଣ୍ଣ ଉଦାସୀନ, ଯୋଗୀ ଆତ୍ମା ସେଥିପ୍ରତି ଚିର ଜାଗ୍ରତ  । ଯେଉଁ ବିଷୟ ପ୍ରାପ୍ତି ପାଇଁ ସାଧାରଣ ଲୋକ ସତତ ପ୍ରଯନôଶୀଳ ଯୋଗୀ ସେଥିପ୍ରତି ସମ୍ପୂର୍ଣ୍ଣ ଉଦାସୀନ  । ଏହାକୁ ଗୀତା କାବି୍ୟକ ରୀତିରେ ବର୍ଣ୍ଣନା କରି କହିଛି - “ଯା ନିଶା ସର୍ବଭୂତାନାଂ, ତସ୍ୟାଂ ଜାଗିର୍ ସଂଯମୀ  । ଯସ୍ୟାଂ ଜାଗ୍ରତି ଭୁତାନି ସା ନିଶା ପଶ୍ୟତୋମୁନେଃ ।ା ୨/୬୯ ।ା ଅର୍ଥାତ, ସମ୍ପୂର୍ଣ୍ଣ ଭୂତ ପ୍ରାଣୀମାନଙ୍କ ପାଇଁ ଯାହା ରାତ୍ରୀ ଅଟେ  । ତାହା ଯୋଗୀ ପୁରୁଷ ମାନଙ୍କ ପାଇଁ ଦିନ ଏବଂ ସାଧାରଣ ଲୋକଙ୍କ ପାଇଁ ଯାହା ଦିନ ତାହା ଯୋଗୀ ପାଇଁ ରାତି  ।
ଯୋଗୀ ବ୍ୟକ୍ତିର ମନ ପରିପୂର୍ଣ୍ଣ ସମୁଦ୍ର ପରି ସର୍ବଦା ନିର୍ଲିପ୍ତ ଓ ନିର୍ବିକାର ହେବା ଉଚିତ  । ଏକ ସୁନ୍ଦର ଦୃଷ୍ଟାନ୍ତ ଦ୍ୱାରା ଗୀତାରେ ଏହା କୁହାଯାଇଛି  । ସମୁଦ୍ର ହେଉଛି ଅନେକ ନଦୀ ର ମିଳନ କେନ୍ଦ୍ର  । ବର୍ଷା ଦିନରେ ଜଳର ଆଧିକ୍ୟ ହେତୁ ନଦୀ ମାନେ କୂଳ ଲଘଂନ କରନ୍ତି  । ଏହାଦ୍ୱାରା କୂଳବର୍ୀ ଲୋକମାନଙ୍କର ଅଶେଷ କ୍ଷତି ସାଧନ ହୁଏ  । କିନ୍ତୁ ଏହିପରି ବହୁତ ନଦୀ ସମୁଦ୍ରରେ ପଡିଲେ ମଧ୍ୟ ତା’ର ଜଳପନ  ବୃଦ୍ଧି ହୋଇ କୂଳ ଲଙ୍ଗନ କରେ ନାହିଁ  । ଯୋଗୀର ବୁଦ୍ଧିଯୋଗ ସଦା ସର୍ବଦା ଜ୍ଞାନର ସାଗର, ଆନନ୍ଦର ସାଗର, ପ୍ରେମର ସାଗର ଓ ଶାନ୍ତିର ସାଗର ପରମାତ୍ମାଙ୍କ ସହିତ ଯୁକ୍ତ ଥିବାରୁ ତା’ର ମନ ସମୁଦ୍ର ପରି ବିଶାଳ ଓ ପରିପୂର୍ଣ୍ଣ ଥାଏ  । ଘର ଗୃହସ୍ଥିରେ ଥାଇ ମଧ୍ୟ ବିଷୟଭୋଗ ତାଙ୍କ ମନରେ କୌଣସି ବିକାର ବା ଭାବାନ୍ତର ସୃଷ୍ଟି କରେ ନାହିଁ  । କାରଣ ସେ ଈଶ୍ୱରୀୟ ସ୍ମୃତି ଯୁକ୍ତ ହୋଇ ଯେଉଁ ପରମ ଶାନ୍ତି ପ୍ରାପ୍ତ ହୁଅନ୍ତି ତା’ ତୁଳନାରେ ନଶ୍ୱର କ୍ଷଣଭଙ୍ଗୁର ସୁଖ ଅତି ତୁଚ୍ଛ  । ତେଣୁ ତାଙ୍କ ମନରେ ଭୋଗେଚ୍ଛାର ସଂକଲ୍ପ ତରଙ୍ଗ ମଧ୍ୟ ଉପôନ୍ନ ହୁଏ ନାହିଁ  । ସେ ସଦା ସମୁଦ୍ର ପରି ପରିପୂର୍ଣ୍ଣ, ନିର୍ଲିପ୍ତ ଓ ନିର୍ବିକାର ଥାନ୍ତି  । ଆପୂର୍ଯ୍ୟମାଣମଚଳପ୍ରତିଷ୍ଠଂ ସମୁଦ୍ରମାପଃ ପ୍ରବିଶନ୍ତି ଯଦ୍ବତ୍  । ତଦ୍ବତ୍ କାମା ଯଂ ପ୍ରବିଶନ୍ତି ସର୍ବେ ସ ଶାନ୍ତି ମାପ୍ନୋତି ନ କାମକାମୀ ।ା ୨/୭୦ ।ା
ଯୋଗାଭ୍ୟାସ ସମୟରେ ମନକୁ ଏକାଗ୍ର କରିବା ଏକାନ୍ତ ଆବଶ୍ୟକ  । କାରଣ ମନ ବଡ଼ ଚଳ ଅଟେ  । ଏହାକୁ ସାଂସାରିକ ବିଷୟ ଭୋଗରୁ ନିଗ୍ରହ କରି ପରମାତ୍ମାଙ୍କ ସହିତ ଯୋଡିବା ଅତି କଠିଣ ବ୍ୟାପାର  । କିନ୍ତୁ ଗୀତାରେ ପରମାତ୍ମା କହିଛନ୍ତି ଯେ ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ମନକୁ ସହଜରେ ନିଗ୍ରହ କରାଯାଇ ପାରେ  । ଅସଂଶୟଂ ମହାବାହୋ ମନଦୁର୍ନିଗ୍ରହଂଚଳମ୍  । ଅଭ୍ୟାସେନ ତୁ କୌନ୍ତେୟ ବୈରାଗ୍ୟେଣ ଚ ଗୁହ୍ୟତେ ।ା ୬/୩୫ ।ା ଆତ୍ମା ବ୍ରହ୍ମ ଲୋକରୁ ଏ ଧରା ପୃଷ୍ଠକୁ ପ୍ରାରବ୍ଧ କର୍ମ ଫଳ ଭୋଗ କରିବାକୁ ଆସିଛି  । କିନ୍ତୁ ଅନେକ ଜନ୍ମର ଶାରୀରିକ ସମ୍ବନ୍ଧି ହେତୁ ତା’ର କର୍ମ ଭୂମି ପୃଥିବୀକୁ ହିଁ ନିଜର ଅସଲ ଘର ମାନି ନେଇଛି  । ଈଶ୍ୱରୀୟ ଜ୍ଞାନ ଦ୍ୱାରା ବୁଦ୍ଧି, ଦେହ ଓ ଆତ୍ମାର ପୃଥକତ୍ୱ କୁ ହୃଦୟଙ୍ଗମ କରେ  । କିନ୍ତୁ ଅଭ୍ୟାସ ଦ୍ୱାରା ହିଁ ଅନୁଭବ ରୂପ ନିଏ  । ମୁଁ ଆତ୍ମା ପରମଧାମରୁ ଏଠାକୁ ଆସି କର୍ମ କରିବାକୁ ଏ ଶରୀର ଧାରଣ କରିଛି ..... ଏ ଶରୀର ମୋର କର୍ମ କରିବାର ଏକ ଯାନ୍ତ୍ରିକ ମାଧ୍ୟମ ମାତ୍ର ....... ମୋତେ ମହାବିନାଶ ପରେ ମୋର ମୂଳ ବାସସ୍ଥାନ ପରମଧାମକୁ ପ୍ରତ୍ୟାବର୍ନ କରିବାକୁ ପଡିବ ....... ତେଣୁ ମୋତେ ପରମାତ୍ମାଙ୍କ ନିର୍ଦ୍ଧେଶ ଅନୁସାରେ ଏ ଅନ୍ତିମ ଜନ୍ମରେ କର୍ମର ସମସ୍ତ ହିସାବ ସମାପ୍ତ କରି ଲକ୍ଷ୍ମୀନାରାୟଣ ତୁଲ୍ୟ ସର୍ବଗୁଣ ସମ୍ପନ୍ନ ହେବାକୁ ହେବ  । ଏହିପରି ଅଭ୍ୟାସ ଓ ବୈରାଗ୍ୟ ଭାବହିଁ ବୁଦ୍ଧିକୁ ବିଷୟ ଭୋଗରୁ ନିବୃ କରାଇ ପରମାତ୍ମାଙ୍କ ସହିତ ଯୁକ୍ତ କରାଏ  ।
ଯେଉଁଠି ପ୍ରେମ ଥାଏ ବୁଦ୍ଧି ସେଇଠି ସ୍ୱତଃ ଲାଖି ରହିଥାଏ  । ପରମାତ୍ମାଙ୍କ ସଠିକ ପରିଚୟ ଜାଣିଲା ପରେ ଯେ ପର୍ଯ୍ୟନ୍ତ ତାଙ୍କ ପ୍ରତି ଅନନ୍ୟ ପ୍ରେମଭାବ ମନରେ ଉପôନ୍ନ ନ ହୋଇଛି ସେ ପର୍ଯ୍ୟନ୍ତ ଯୋଗରେ ବୁଦ୍ଧି ସ୍ଥିର ରହି ପାରିବ ନାହିଁ  । ଅଭ୍ୟାସ ପୂର୍ବକ ପରମାତ୍ମାଙ୍କ ସହିତ ମନକୁ ଏକାଗ୍ର କରି ତାଙ୍କର ପ୍ରତ୍ୟେକ ଗୁଣ ବା ମହିମା ଗୁଡିକୁ ଚିନ୍ତନ କଲେ ତାଙ୍କ ପ୍ରତି ଧୀରେ ଧୀରେ ପ୍ରେମଭାବ ସୃଷ୍ଟି ହୁଏ  । ପରମାତ୍ମା ଜ୍ଞାନର ସାଗର, ପ୍ରେମର ସାଗର, ଅନନ୍ଦର ସାଗର, ଶାନ୍ତିର ସାଗର, ପବିତ୍ରତାର ସାଗର  । ସେ ପତିତ ପାବନ  । ପତିତ ମାନଙ୍କୁ ପବିତ୍ର କରିବା ପାଇଁ ବର୍ମାନ ସେ ପ୍ରଜାପିତ ବ୍ରହ୍ମା ଶରୀର ମାଧ୍ୟମରେ ଏ ଧରା ପୃଷ୍ଠରେ ଅବତରଣ କରିଛନ୍ତି, ସେ ଦୁଃଖ ହର୍ା, ସୁଖ କର୍ା, ସ୍ୱର୍ଗର ରଚୟିତା.... ଇତ୍ୟାଦି  । ଏହିପରି ଈଶ୍ୱରୀୟ ଗୁଣ ଚିନ୍ତନ କରୁ କରୁ ବୁଦ୍ଧି ପରମାତ୍ମାଙ୍କ ଠାରେ ସ୍ଥିର ହୋଇ ଯାଏ ଓ ତାଙ୍କର ଦିବ୍ୟ ସାନ୍ନିଧ୍ୟ ଅନୁଭବ କରି ହୁଏ  । ତେଷାଂ ସତତ ଯୁକ୍ତାନାଂ ଭଜତାଂ ପ୍ରୀତି ପୁର୍ବକ  । ଦଦାମି ବୁଦ୍ଧିଯୋଗଂ ତଂ ଯେନ ମାମୁପଯାନ୍ତି ତେ ।ା ୧୦/୧୦ ।ା
ମନସ୍ତା୍ୱିକ ଦୃଷ୍ଟିକୋଣରୁ ଜଣେ ବ୍ୟକ୍ତି ତା’ର ନିଜର ସ୍ୱରୂପକୁ ହିଁ ଅନ୍ୟ ମାନଙ୍କ ଠାରେ ଦେଖେ  । େ·ର ସମସ୍ତଙ୍କୁ େ·ର ବୋଲି ସନ୍ଦେହ କରେ  । ସାଧୁ ବ୍ୟକ୍ତିର ଦୃଷ୍ଟି କେବଳ ଅନ୍ୟ ମାନଙ୍କର ଭଲଗୁଣ ଉପରେ ପ୍ରଥମେ ପଡେ  ।  ଡର ଗ୍ଦରର ଙ୍ଗଷବଗ୍ଧ ଙ୍ଗର.  ଜଣେ ଯୋଗୀ ତା’ର ନିଜର ସ୍ୱରୂପ ଅର୍ଥାତ ଆତ୍ମିକ ସ୍ଥିତିରେ ସର୍ବଦା ସ୍ଥିତ ରହେ  । ସ୍ୱ ସ୍ୱରୁପରେ ସ୍ଥିତ ନ ହେବା ପର୍ଯ୍ୟନ୍ତ ପରମାତ୍ମାଙ୍କ ଦିବ୍ୟ ସାନ୍ନିଧ୍ୟ ଲାଭ ସମ୍ଭବ ନୁହେଁ  । କାରଣ ସେ ମଧ୍ୟ ଆତ୍ମା ଭଳି ସୂକ୍ଷ୍ମ ଜ୍ୟୋର୍ତିବିନ୍ଦୁ ସ୍ୱରୂପ  । ଯୋଗୀ ବ୍ୟକ୍ତି ସଦା ସର୍ବଦା ଅନ୍ତଃକରଣରେ ନିଜର ସ୍ୱରୂପ ଦର୍ଶନ କରୁଥାଏ ଅର୍ଥାତ ତା’ର ଦେହ ଅଭିମାନ ନ ଥାଏ  । ମୁଁ ଏକ ଚୈତନ୍ୟ ଜ୍ୟୋତିବିନ୍ଦୁ ସ୍ୱରୂପ ଆତ୍ମା ଅଟେ - ମୁଁ ଆତ୍ମା ଶରୀର ଦ୍ୱାରା ଚଳପ୍ରଚଳ ହେଉଛି, ଆଖି ଦ୍ୱାର ଦେଖୁଛି, କାନ ଦ୍ୱାର ଶୁଣୁଛି, ବିଭିନ୍ନ କର୍ମେନ୍ଦ୍ରିୟ ଦ୍ୱାରା କର୍ମ କରୁଛି ..... ଏହିପରି ସେ ସଦା ସର୍ବଦା ଅନୁଭବ କରୁଥାଏ  । ଅନ୍ୟମାନଙ୍କୁ ମଧ୍ୟ ସେ ଶାରୀରିକ ଦୃଷ୍ଟିରେ ନ ଦେଖି ଆତ୍ମିକ ସ୍ୱରୂପରେ ଦେଖେ  । ଏହିପରି ଯୋଗୀ ହିଁ ସହଜ ଯୋଗରେ ବୁଦ୍ଧିକୁ ସ୍ଥିର ରଖିପାରେ  । ସର୍ବଭୂତସ୍ଥାମାତ୍ମନଂ ସର୍ବଭୂତାନି ·ତ୍ମନି  । ଈକ୍ଷତେ ଯୋଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶିନଃ ।ା ୬/୨୯ ।ା
ଏଠାରେ “ସର୍ବତ୍ର ସମଦର୍ଶିନଃ”ର ଅର୍ଥ କରାଯାଇ ପାରେ ଯେ ସମସ୍ତଙ୍କୁ ନିଜ ପରି ଏକ ଏକ ଆତ୍ମା ମନେ କରିବା ତଥା ଆମେ ସମସ୍ତେ ଆତ୍ମିକ ଦୃଷ୍ଟିରୁ ଏକ ପିତାର ସନ୍ତାନ ହେତୁ “ଆତ୍ମା ଆତ୍ମା ଭାଇ ଭାଇ” - ଏହି ପରି ସମ୍ବନ୍ଧରେ ବ୍ୟବହାର କରିବା, ଏହାଦ୍ୱାରା ଅବିନାଶୀ ଆତ୍ମା, ବିନାଶଶୀଳ ଶରୀର ଓ ପରିବର୍ନଶୀଳ ସଂସାରଠାରୁ ସମ୍ବନ୍ଧ ବିଚ୍ଛେଦ କରୁଛି  । ଏହାକୁ ଗୀତାର ସାଂଖ୍ୟ ଯୋଗ “ସମବୁଦ୍ଧି” ବୋଲି ନାମିତ କରେ  । ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ଭୁଲି ନିଜକୁ ଆତ୍ମା ମନେ କରି ଏକ ପରମାତ୍ମାଙ୍କ ସହିତ ମନକୁ ଏକାଗ୍ର କରିବା ହେଉଛି ବ୍ୟବସାୟାତ୍ମିକା ବୁଦ୍ଧି  । ଅନ୍ୟ ଅର୍ଥରେ ଏହାକୁ ନିଶ୍ଚୟାତ୍ମିକା ବୁଦ୍ଧି ମଧ୍ୟ କୁହାଯାଇ ପାରେ  । କାରଣ ବୁଦ୍ଧି ସତ୍ୟ ଅସତ୍ୟ, ନିତ୍ୟ ଅନିତ୍ୟ, ବିନାଶୀ ଅବିନାଶୀ, ଭଲମନ୍ଦ, ଲାଭକ୍ଷତି, ମାନ ଅପମାନ, ନିନ୍ଦାସ୍ତୁତି, ଆଦିରେ ସମାନ ସ୍ଥିତିଯୁକ୍ତ ହୋଇ କେବଳ ଯାହା ସତ୍ୟ, ଚିରନ୍ତନ, ଅବିନାଶୀ ସେଥିରେ ଏକ ନିଶ୍ଚୟ ହୁଏ  । ଏଭଳି ବ୍ୟକ୍ତିର ମନ କଳ୍ପନା ବିଳାସୀ ହୋଇଥାଏ  । ସେମାନେ ଏକନିଷ୍ଠ ଭାବରେ କୌଣସି କର୍ମ କରି ପାରନ୍ତି ନାହିଁ  । ବୁଦ୍ଧିର ଏକାଗ୍ରତା ଅଭାବରୁ ଏମାନେ ସ୍ଥିର ନିଶ୍ଚିତ ହୋଇ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ପାରନ୍ତି ନାହିଁ  । ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ  । ବହୁଶାଖାହ୍ୟନନ୍ତାଶ୍ଚ ବୁଦ୍ଧିୟୋଽବ୍ୟବସାୟିନାମ୍ ।ା ୨/୪୧ ।ା
ଦୁଇଟି କାରଣରୁ ନିଶ୍ଚୟାତ୍ମିକା ବୁଦ୍ଧି ହୁଏ ନାହିଁ  । ତାହା ହେଉଛି ପ୍ରମାଦ ପୂର୍ଣ୍ଣ କଥା ଶ୍ରବଣରୁ ଉପôନ୍ନ ହେଉଥିବା ମୋହ ଓ ଶାସ୍ତ୍ର ମାନଙ୍କର ଥିବା ବିଭିନ୍ନ ମତବାଦରୁ ଜାତ ସଂଶୟ  । ବୁଦ୍ଧି ପୂର୍ବାଗ୍ରହରୁ ମୁକ୍ତ ନ ହେବା ପର୍ଯ୍ୟନ୍ତ ସତ୍ୟ ଅସତ୍ୟର ଭେଦ କରି ପାରେ ନାହିଁ  । କାରଣ ପରମ୍ପରା କ୍ରମେ ମନୁଷ୍ୟ ଯାହା ଶ୍ୁଣି ଆସିଥାଏ ବା ପୁରାଣ ଶାସ୍ତ୍ରରୁ ପଢ଼ି ଆସିଥାଏ ସେଥିରୁ ଭିନ୍ନ ଅନ୍ୟ କଥାକୁ ସହଜରେ ସେ ଗ୍ରହଣ କରିପାରେ ନାହିଁ  । ସେ ତା’ର ପୂର୍ବ ଧାରଣାକୁ ପ୍ରମାଣିତ କରିବା ପାଇଁ ବିଭିନ୍ନ ପ୍ରକାର ଯୁକ୍ତି ବାଢ଼େ  । ଅର୍ଜୁନଙ୍କ ଅବସ୍ଥା ମଧ୍ୟ ଏପରି ହୋଇଥିଲା  । ତେଣୁ କରି ପରମାତ୍ମାଙ୍କୁ କହିବାକୁ ପଡିଲା, “ଯେତେବେଳେ ତୁମର ବୁଦ୍ଧି ମୋହ ରୂପକ ପଙ୍କକୁ ଭଲଭାବରେ ଅତିକ୍ରମ କରିଯିବ, ସେତେବେଳେ ତୁମେ ଶ୍ର ୁତ ଓ ଶ୍ରୋତବ୍ୟ ଭୋଗରୁ ବୈରାଗ୍ୟ ପ୍ରାପ୍ତ ହେବ  । ଅର୍ଥାତ କୌଣସି ଶୁଣାଶୁଣି କଥାରେ ତୁମର ବୁଦ୍ଧି ଅସ୍ଥିର ହେବ ନାହିଁ  । ଶାସ୍ତ୍ରୀୟ ମତ ଭେଦରେ ତୁମର ବୁଦ୍ଧି ବିଚଳିତ ହୋଇ ପଡିଛି  । କିନ୍ତୁ ତୁମର ବୁଦ୍ଧି ଯେତେବେଳେ ନିଶ୍ଚଳ ହୋଇଯିବ ଏବଂ ପରମାତ୍ମାଙ୍କ ଠାରେ ଅଚଳ ହୋଇଯିବ ସେତେବେଳେ ତୁମେ ଯୋଗ ପ୍ରାପ୍ତ ହେବ  ।” ଯଦା ତେ ମୋହ କଳିଳଂ ବୁଦ୍ଧିର୍ବ୍ୟତି ତରିଷ୍ୟତି  । ତଦା ଗନ୍ତାସି ନିର୍ବେଦଂ ଶ୍ରୋତବ୍ୟସ୍ୟ ଶ୍ର ୁତସ୍ୟ ଚ  ।  ଶ୍ର ୁତି ବିପ୍ରତି ପନ୍ନା ତେ ଯଦା ସ୍ଥାସ୍ୟତି ନିଶ୍ଚଳା  । ସମାଧାବଚଳା ବୁଦ୍ଧିସ୍ତଦା ଯୋଗମବାପସ୍ୟସି ।ା ୨/୫୨-୫୩ ।ା
ଯୋଗରେ ସହଜ ସ୍ଥିତି ତଥା ପରାକାଷ୍ଠା ପ୍ରାପ୍ତ ହେବା ପାଇଁ ଯୋଗାଭ୍ୟାସୀ ମନୁଷ୍ୟକୁ ନିଜର ଦୈନନ୍ଦିନ ଦିନଚର୍ଯ୍ୟାରେ କେତେକ ବିଷୟ ଉପରେ ଧ୍ୟାନ ଦେବା ପରମ ଆବଶ୍ୟକ  । କାରଣ ଯୋଗର ଅନ୍ତିମ ଲକ୍ଷ୍ୟ ହେଲା ଆତ୍ମ ଶୁଦ୍ଧି ପୂର୍ବକ ଆତ୍ମାରେ ଦିବ୍ୟ ସଂସ୍କାର ଧାରଣ କରିବା  । ବର୍ମାନ ପୁରୁଷାର୍ଥ ଅନୁସାରେ ଆଗାମୀ ସତ୍ୟ ଯୁଗୀୟ ଦୈବୀ ସାମ୍ରାଜ୍ୟରେ କେଉଁ ସ୍ତରରେ କିପରି ଘରେ ଆତ୍ମା ଜନ୍ମ ନେବ ତାହା ସ୍ଥିର ହୁଏ  । ଏହାହିଁ ପରମାତ୍ମା ଅବତରଣର ଆଭିମୁଖ୍ୟ  । ତେଣୁ ଯୋଗୀ ଆତ୍ମାକୁ ଦୈବୀ ସମ୍ପଦରେ ଭରପୂର ହେବାକୁ ହେବ  । ଦୈବୀ ସମ୍ପଦ ପ୍ରାପ୍ତ ମନୁଷ୍ୟ ମାନଙ୍କର ଲକ୍ଷଣ ଗୁଡିକ ହେଲା, - “ଅଭୟ, ଅନ୍ତଃକରଣର ସମ୍ୟକ ଶୁଦ୍ଧି, ଜ୍ଞାନ ନିମନ୍ତେ ଯୋଗରେ ଦୃଢ଼ ସ୍ଥିତି, ସା୍ୱିକ ଦାନ (ଈଶ୍ୱରୀୟ ସେବା), ଇନ୍ଦ୍ରିୟ ଦମନ, ଯଜ୍ଞ (ଜ୍ଞାନ ଓ ଯୋଗଯୁକ୍ତ ହୋଇ ଈଶ୍ୱରୀୟ ମର୍ଯ୍ୟାଦା ପ୍ରମାଣ କର୍ମ କରିବା), ସ୍ୱଧ୍ୟାୟ (ଈଶ୍ୱରୀୟ ଜ୍ଞାନ ପଠନ ଓ ମନନ କରିବା), କର୍ବ୍ୟ ପାଳନରେ ସହିଷ୍ଣୁତା, କାୟମନୋବାକ୍ୟରେ ସରଳତା, ଅହିଂସା (ଶାରୀରିକ ହିଂସା ନ କରିବା ଓ କାହା ପ୍ରତି କାମ କଟୁରୀ ନ ଚଳାଇବା), ସତ୍ୟଭାଷଣ, କ୍ରୋଧ ଶୂନ୍ୟତା (ଅପକାରୀ ପ୍ରତି ମଧ୍ୟ କ୍ରୋଧିତ ନ ହେବା), ସାଂସାରିକ କାମନା ତ୍ୟାଗ, ଅନ୍ତଃକରଣରେ ରାଗ େଦ୍ୱଷ ଜନିତ ଅସ୍ଥିରତା ନ ହେବା, ଚୁଗୁଲି ନ କରିବା(ଅପୈଶୁନମ୍), ପ୍ରାଣୀ ମାନଙ୍କ ପ୍ରତି ଦୟା କରିବା, ସାଂସାରିକ ବିଷୟରେ ଆସକ୍ତ ନ ହେବା, ଅନ୍ତଃକରଣର କୋମଳତା, ଅକର୍ବ୍ୟ କରିବାରେ ଲଜ୍ଜାବୋଧ, ଅଚପଳତା (ବ୍ୟର୍ଥ ଚେଷ୍ଟାର ଅଭାବ), ତେଜ (ଯେଉଁ ଶକ୍ତି ପ୍ରଭାବରେ ଅନ୍ୟମାନେ ଉମ କର୍ମରେ ପ୍ରେରିତ ହୁଅନ୍ତି), କ୍ଷମା, ଧୈର୍ଯ୍ୟ, ବାହ୍ୟାଭ୍ୟନ୍ତର ଶୁଦ୍ଧି, ନିର୍ବୈର ଭାବ ଏବଂ ସମ୍ମାନ ନ ·ହିଁବା  ।” ଅଭୟଂ ସ୍ୱସଂଶୁଦ୍ଧିଜ୍ଞାନ ଯୋଗ ବ୍ୟବସ୍ଥିତିଃ  । ଦାନଂ ଦମଶ୍ଚଯଜ୍ଞଶ୍ଚ ସ୍ୱାଧ୍ୟାୟସ୍ତପ ଆର୍ଜବମ୍  । ଅହିଂସା ସତ୍ୟମକ୍ରୋଧ ସ୍ତ୍ୟାଗଃ ଶାନ୍ତିରପୈଶୁନମ୍  । ଦୟାଭୂତେଷ୍ୱ ଲୋଲୁପ୍ତ ୍ୱ ମାର୍ଦବଂ ହୀର·ପଳମ  । ତେଜ କ୍ଷମାଃ ଧୃତିଃ ଶୋ÷ଚମଦ୍ରୋହୋ ନାତିମାନିତା  । ଭବନ୍ତି ସମ୍ପଦଂ ଦୈବୀ ମଭିଜାତସ୍ୟ ଭାରତ ।ା ୧୬/୧-୩ ।ା
ଆତ୍ମଶୁଦ୍ଧି ବା ଅନ୍ତଃକରଣ ଶୁଦ୍ଧି ହିଁ ଯୋଗର ମୁଖ୍ୟ ଲକ୍ଷ୍ୟ ଅଟେ  । ଯୁଞ୍ୟାଦ୍ଯୋଗ ଆତ୍ମ ବିଶୁଦ୍ଧୟେ ।ା ୬/୧୨ ।ା ଜନ୍ମ ଜନ୍ମାନ୍ତରର ବିକର୍ମ ବା ପାପକର୍ମ ଦ୍ୱାରା ବର୍ମାନ କଳି ଯୁଗରେ ଆତ୍ମା କୁସଂସ୍କାର ଗ୍ରସ୍ତ ବା ମଳିନ ହୋଇ ଯାଇଛି  । ଅନେକ ଦିନ ବ୍ୟବହାର କଲାପରେ ସ୍ୱର୍ଣ୍ଣ ଅଳଙ୍କାର ମଳିନ ହୋଇଯାଏ  । ତାକୁ ନିଆଁରେ ପୋଡି ଘଷି ମାଜି ଦେଲେ ପୁନଃ ତା’ର ପୂର୍ବ ତେଜ ଫେରି ଆସେ  । ସେହିପରି ଆତ୍ମା ବାରମ୍ବାର ଜନ୍ମମରଣ ଚକ୍ରରେ ଆସି ଦେହ ସର୍ବସ୍ୱ ହୋଇ କ୍ରମଶଃ ବିକୃତ କର୍ମରେ (କାମକ୍ରୋଧାଦି ପ ବିକାର ଦ୍ୱାରା ବଶୀଭୂତ ହୋଇ କରୁଥିବା କର୍ମ) ପ୍ରବୃ ହୋଇ ପଡେ  । ଏହାଦ୍ୱାର ସେ ନିଜକୁ ଦେହ ଠାରୁ ପୃଥକ ଏକ ଚୈତନ୍ୟ ସା ବୋଲି ଭୁଲିଯାଏ  । ନିଜର ପ୍ରକୃତ ଘର ପରମଧାମକୁ ମଧ୍ୟ ସେ ମନେ କରି ପାରେ ନାହିଁ  । “ମୁଁ ଆତ୍ମା ପରମାତ୍ମାଙ୍କ ସନ୍ତାନ” - ଏହି ସ୍ମୃତି ମଧ୍ୟ ତା’ର ବିସ୍ମୃତ ହୋଇଯାଏ  । ଏହି ବିସ୍ମୃତି ହିଁ ଆତ୍ମାକୁ ବିକର୍ମ (ବିକାରଯୁକ୍ତ କର୍ମ) ପାଇଁ ପ୍ରେରିତ କରେ  । ଏହାର କୁପରିଣତି ସ୍ୱରୂପ ଆତ୍ମା ଆସୁରୀ ସଂସ୍କାରଯୁକ୍ତ ହୋଇ ପଡେ  । ତେଣୁ ରାଜଯୋଗ ଶିକ୍ଷା ଦ୍ୱାରା ଆତ୍ମବିସ୍ମୃତ ମନୁଷ୍ୟକୁ ‘ସ୍ମୃତି’ ପ୍ରଦାନ କରି ତା’ର ଆତ୍ମାର ସମସ୍ତ ମଳିନତା (ପାପ)କୁ ପରିଷ୍କାର କରିବା ପାଇଁ ହିଁ ପରମାତ୍ମା ଧରାପୃଷ୍ଠରେ ଅବତରଣ କରନ୍ତି  ।
ପରମାତ୍ମାଙ୍କ ସହିତ ଏକାତ୍ମତା ଆସିଗଲା ପରେ ଯୋଗୀକୁ ଅତି ଉମ ଆନନ୍ଦ ପ୍ରାପ୍ତ ହୁଏ  । ଯଦି ଯୋଗରୁ ଅନନ୍ଦ ମିଳୁ ନାହିଁ ବୋଲି କେହି କୁହନ୍ତି ତେବେ ତାଙ୍କର ଅଭ୍ୟାସ ବିଧିରେ ନିଶ୍ଚୟ କେଉଁଠି ତୃଟି ରହି ଯାଇଛି ବୋଲି ବୁଝିବାକୁ ହେବ  । ପ୍ରକୃତ ବିଧି ଅନୁସରଣ ନ କରିବା ପର୍ଯ୍ୟନ୍ତ ଯୋଗରେ ସିଦ୍ଧି ମିଳେ ନାହିଁ  । ଯାହାର ମନ ନିଶ୍ଚଳ ଓ ଶାନ୍ତ ନୁହେଁ, ଯିଏ ସମ୍ପୂର୍ଣ୍ଣ ପାପ ରହିତ ହୋଇ ନାହିଁ  । ଯାହାର ରଜୋଗୁଣ ଶାନ୍ତ ହୋଇ ଯାଇଛି ଏବଂ ଯିଏ ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ହୋଇ ଯାଇଛି ସେପରି ଯୋଗୀକୁ ହିଁ ପରମ ଆନନ୍ଦ ପ୍ରାପ୍ତ ହୁଏ  । ପ୍ରଶାନ୍ତମନସଂ ହ୍ୟେନଂ ଯୋଗିନଂ ସୁଖ ମୁମମ୍  । ଉପୈତି ଶାନ୍ତ ରଜସଂ ବ୍ରହ୍ମଭୂତମ କଳ୍ପଷମ୍ ।ା ୬/୨୭ ।ା ଆଉ ମଧ୍ୟ ପରମାତ୍ମାଙ୍କ ଠାରେ ଚି ନିବେଶ କରିଥିବା ଯୋଗୀର ସମସ୍ତ ପ୍ରକାର ବାଧାବିଘ୍ନ ସମାପ୍ତ ହୋଇଯାଏ  । ସମସ୍ତ ପ୍ରକାର ସଂକଟରୁ ସେ ଉଦ୍ଧାର ପାଇଯାଏ  । ଗୋଟିଏ ଉଦାହରଣ ଦ୍ୱାରା  ଏକଥା ବୁଝିହେବ  । ଜଣେ ରୋଗୀ ତା’ର ରୋଗର ନିରାକରଣ ପାଇଁ ଡ଼ାକ୍ତର ପାଖକୁ ଯାଏ  । ଡ଼ାକ୍ତର ଯାହା ପଥ୍ୟାପଥ୍ୟ ଓ ଔଷଧ ବ୍ୟବସ୍ଥା ପତ୍ର ଲେଖି ଦିଅନ୍ତି ତାହା ଯଦି ଠିକ୍ ରୂପେ ରୋଗୀ ଅନୁସରଣ କରେ, ତେବେ ରୋଗ ଶିଘ୍ର ଛାଡିଯାଏ  । ଯଦି ସେ ଡାକ୍ତରଙ୍କ କଥାକୁ ଉପେକ୍ଷା କରି ନିଜ  ମନ ଅନୁସାରେ, ନିଜ ରୁଚି ଅନୁସାରେ ଖାଦ୍ୟପେୟ ବା ଔଷଧ ଖାଏ ତେବେ ରୋଗ ଆହୁରି ଜଟିଳ ହୋଇଯିବ ଓ ଶେଷରେ ତା’ର ଅପମୃତୁ୍ୟ ସୁନିଶ୍ଚିତ  । ସେହିପରି, ଆତ୍ମାର ଚିକିସôକ ପରମାତ୍ମା ଏ ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରତ୍ୟେକ ଜୀବାତ୍ମାଙ୍କୁ କାମକ୍ରୋଧାଦି ପ ବିକାର ରୂପୀ ରୋଗରୁ ମୁକ୍ତ କରିବା ପାଇଁ  । ସେ ତାଙ୍କ ମହାବାକ୍ୟ ଦ୍ୱାରା ବିଭିନ୍ନ ପ୍ରକାର ମନୋବିକୃତି ଦ୍ୱାରା ପୀଡିତ ଆତ୍ମା ମାନଙ୍କୁ ବିକାର ମୁକ୍ତ ହେବା ପାଇଁ ଭିନ୍ନ ଭିନ୍ନ ପ୍ରକାର ଉପ·ର ଗୁଡିକ ବତାଉଛନ୍ତି  । ପରମାତ୍ମାଙ୍କ ମହାବାକ୍ୟକୁ କେବଳ ଉପଦେଶ ନ ଭାବି ନିଜ ପାଇଁ ଉପ·ର ମନେ କରିବା ଉଚିତ  । ଅନ୍ୟଥା ଜୀବାତ୍ମା ଆହୁରି ଆହୁରି ବିକାର ଜର୍ଜରିତ ହୋଇ ଦୁଃଖୀ ହୋଇପଡେ  । ଯୋଗ ମାର୍ଗରେ ଅହଂକାର ହିଁ ଯୋଗୀକୁ ପୁରୁଷାର୍ଥହୀନ କରିଦିଏ  । ଲକ୍ଷ୍ୟ ପ୍ରାପ୍ତିରେ ଅନ୍ତରାୟ ସୃଷ୍ଟି କରେ  । ଯେଉଁ ବେଦ ପୁରାଣ ଉପନିଷଦ ସ୍ୱୟଂ ପରମାତ୍ମାଙ୍କ ଅନ୍ତ ପାଇ ନାହିଁ ସେ ଗୁଡିକ ମୁଖସ୍ଥ କରି କେତେକ ବିଦ୍ୱାନ ଅହଂକାର ବଶୀଭୂତ ହୋଇପଡନ୍ତି  । ସେମାନେ ପରମାତ୍ମାଙ୍କ ଅବତରଣ ରହସ୍ୟକୁ ଜାଣି ପାରନ୍ତି ନାହିଁ  । ପରମାତ୍ମାଙ୍କ କଥା ନ ଶୁଣି ସେମାନେ କୁକର୍ମରେ ଲିପ୍ତ ହୁଅନ୍ତି ଓ ଶେଷରେ ଲକ୍ଷ୍ୟ ଭ୍ରଷ୍ଟ ହୋଇ ପଡନ୍ତି  । ମଚ୍ଚିଃ ସର୍ବ ଦୁର୍ଗାଣି ମତ୍ ପ୍ରସାଦାରିଷ୍ୟସି  । ଅଥ ଚେ୍ୱମହଂକାରାନ୍ ଶ୍ରୋଷ୍ୟସି ବିନଙ୍କ୍ଷସି ।ା ୧୮/୫୮ ।ା
ପରମାତ୍ମାଙ୍କ ସହିତ ଜୀବାତ୍ମାର ସମ୍ବନ୍ଧ ଚିରନ୍ତନ  । ସଂସାର ସହିତ ଶରୀର ସମ୍ପର୍କ ଅନିତ୍ୟ  । ବର୍ମାନ ଜନ୍ମରେ ଜୀବାତ୍ମାର ଯେଉଁମାନେ ପିତାମାତା ଭାଇ ବନ୍ଧୁ ଆଦି ଶାରୀରିକ ସମ୍ବନ୍ଧୀ ଅଟନ୍ତି, ପୂର୍ବ ଜନ୍ମରେ ସେମାନେ ତା’ର କେହି ନ ଥିଲେ ବା ଅନ୍ୟ କୌଣସି ସମ୍ବନ୍ଧ ସେମାନଙ୍କ ସହିତ ଥିଲା  । ଜୀବାତ୍ମା ତା’ର ପୂର୍ବ ଜନ୍ମର ଋଣ ପରିଶୋଧ କରିବାକୁ ବା ଅସୁଲ କରିବାକୁ ହିଁ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ଜନ୍ମ ନିଏ  । ତେଣୁ ଶାରୀରିକ ସମ୍ବନ୍ଧରେ ପରସ୍ପର ମଧ୍ୟରେ ସ୍ୱାର୍ଥ ଥାଏ  । କିନ୍ତୁ ପରମାତ୍ମାଙ୍କ ସହିତ ଆତ୍ମାର ଯେଉଁ ପିତା ପୁତ୍ରର ସମ୍ପର୍କ ଏଥିରେ କୌଣସି ସ୍ୱାର୍ଥ ନ ଥାଏ  । ଏହା ପ୍ରାରବ୍ଧ କର୍ମ ଜନିତ ଜନ୍ମଗତ ସମ୍ପର୍କ ନୁହେଁ  । ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ଯେଉଁ ପିତାପୁତ୍ରର ସମ୍ପର୍କ ତାହା ଅନାଦି, ଶାଶ୍ୱତ ଓ ଚିରନ୍ତନ ଅଟେ  । ଜୀବାତ୍ମା ଯେତେଥର ଘଟ ପରିବର୍ନ କଲେ ମଧ୍ୟ ଏ ସମ୍ପର୍କ ଅବ୍ୟାହତ ରହେ  । କିନ୍ତୁ ଆତ୍ମା ଯେତେବେଳେ ଏକଥା ଭୁଲି ଯାଇ କେବଳ ଦେହ ସର୍ବସ୍ୱ ହୋଇଯାଏ, ସେତେବେଳେ ତା’ର ସମ୍ପର୍କ କେବଳ ସଂସାର ସହିତ ରହିଯାଏ  । ଇନ୍ଦ୍ରିୟାତୀତ ସାର (ଆତ୍ମା ଓ ପରମାତ୍ମା) ଅସ୍ତିତ୍ୱକୁ ସହଜରେ ସେ ଅନୁଭବ କରି ପାରେ ନାହିଁ  । ତେଣୁ ଦେହାଭିମାନୀ ଜୀବାତ୍ମା ପରମାତ୍ମାଙ୍କୁ ମଧ୍ୟ ମାତୃ ଗର୍ଭରେ ଜନ୍ମ ନେଇ ବିଭିନ୍ନ ନାମ ରୂପରେ ଅବତାର ଗ୍ରହଣ କରିବା କଥାକୁ ସ୍ୱୀକାର କରି ନିଏ  । ଅଶରୀରୀ ପରମାତ୍ମାଙ୍କୁ ଭୁଲିଯାଇ ବିଭିନ୍ନ ଦେବୀ ଦେବତାଙ୍କୁ ତାଙ୍କର ଅବତାର ରୂପେ ପୂଜା କରେ  । ଏହାଦ୍ୱାରା ଜୀବାତ୍ମାକୁ କିଛି ସୁଖ ଓ ଶାନ୍ତି ମିଳେ  । କିନ୍ତୁ ପରମାତ୍ମାଙ୍କ ପ୍ରକୃତ ପରିଚୟ ଅଭାବରେ ସେ ତାଙ୍କୁ ସଂପୂର୍ଣ୍ଣ ରୂପରେ ପାଇ ପାରେ ନାହିଁ  । ତେଣୁ ପରମାତ୍ମା କୁହନ୍ତି “ ହେ ଆତ୍ମନ ! ତୁ ମନକୁ ସ୍ଥିର କରି ମୋ ଠାରେ ବୁଦ୍ଧି ନିବେଶ କର  । ଏହାଦ୍ୱାରା ହିଁ ତୁ ମୋତେ ଅନୁଭବ କରି ପାରିବୁ  । ଏଥିରେ କୌଣସି ସଂଶୟ ନାହିଁ  ।” ମୟେବ ମନ ଆଧସ୍ତ୍ୱ ମୟି ବୁଦ୍ଧିଂ ନିବେଶୟ  । ନିବସିଷ୍ୟସି ମୟେବ ଅତ ଉଦ୍ଧ୍ୱର୍ଂ ନ ସଂଶୟଃ ।ା ୧୨/୮ ।ା
ପରମାତ୍ମାଙ୍କ ସହିତ ମନକୁ ସ୍ଥିର କରି ବୁଦ୍ଧି ଦ୍ୱାରା ତାଙ୍କୁ ନିତ୍ୟ ନିରନ୍ତର ଅନୁଭବ କରିବା ହେଉଛି ଉଚ୍ଚକୋଟୀର ଯୋଗ  । କିନ୍ତୁ ଏହା ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହେଁ  । ଏହି ସ୍ତରକୁ ଆସିବା ପାଇଁ ଯୋଗର ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିବାକୁ ହୁଏ  । ପ୍ରଥମ ପର୍ଯ୍ୟାୟ ହେଉଛି ଅଭ୍ୟାସ ଯୋଗ  । ଏହି ପର୍ଯ୍ୟାୟରେ ପରମାତ୍ମାଙ୍କୁ ପାଇବାର ତୀବ୍ର ଅଭିଳାଷ ରଖି ଆତ୍ମିକ ସ୍ମୃତିରେ ରହିବାର ଅଭ୍ୟାସ କରିବାକୁ ହୁଏ  । ଏହି ବିଧି ଅନୁସରଣକାରୀମାନେ ବ୍ରାହ୍ମ ମୂହୁର୍ରୁ ଶଯ୍ୟା ତ୍ୟାଗ କରି ସ୍ନାନ ଶୌ·ଦି ସମାପନ କରିବେ ଓ ସହଜ ଆସନରେ ଉପବେଶନ ପୂର୍ବକ ନିଜକୁ ଦେହଠାରୁ ପୃଥକ ଏକ ଚୈତନ୍ୟ ସା ଆତ୍ମା ବୋଲି ମନେ କରିବେ  । କଳ୍ପନା ଦ୍ୱାରା ଆତ୍ମାକୁ ଶରୀର ଠାରୁ ପୃଥକ କରି ଚନ୍ଦ୍ର ସୂର୍ଯ୍ୟ ତାରାଗଣଙ୍କଠାରୁ ଉଦ୍ଧ୍ୱର୍ରେ ଥିବା ଅଖଣ୍ଡ ବ୍ରହ୍ମ ମହତ୍ୱରେ ପରିପୂର୍ଣ୍ଣ  ପରମଧାମ ନିବାସୀ ପରମାତ୍ମାଙ୍କ ସହିତ ମିଳିତ ୍ହେବା ପାଇଁ ବୁଦ୍ଧିକୁ ଉଦ୍ଧ୍ୱର୍ଗାମୀ କରାଇବେ  । ଏହାହିଁ ରାଜଯୋଗ ଅଭ୍ୟାସର ପ୍ରାରମ୍ଭିକ ସ୍ତର  । ଏହା ସହିତ ନିୟମିତ ଈଶ୍ୱରୀୟ ମହାବାକ୍ୟ ପଠନ ବା ଶ୍ରବଣ କରିବେ  । ଏହିପରି ଅଭ୍ୟାସ ଇନ୍ଦ୍ରିୟମାନଙ୍କୁ ଶୋଧନ କରି ଶାରୀରିକ ଆକର୍ଷଣରୁ ମୁକ୍ତ କରେ  । ତେଣୁ ପରମାତ୍ମା କହନ୍ତି, “ଯଦି ତୁ ତୋର ମନ ମୋ ଠାରେ ସ୍ଥିର ରଖିବାକୁ ସମର୍ଥ ହେଉ ନାହୁଁ ତେବେ “ଅଭ୍ୟାସ ଯୋଗ” ଦ୍ୱାରା ମୋତେ ପ୍ରାପ୍ତ କରିବାର ତୀବ୍ର ଅଭିଳାଷ ପୋଷଣ କର  ।  ଅଥ ଚିଂ ସମାଧାତୁଂ ନ ଶକ୍ନୋଷି ମୟି ସ୍ଥିରମ୍  । ଅଭ୍ୟାସ ଯୋଗେନ ତତୋ ମାମିଚ୍ଛାପ୍ତୁଂ ଧନଞ୍ଜୟ ।ା ୧୨/୯ ।ା
ଈଶ୍ୱରୀୟ କାର୍ଯ୍ୟରେ ସହଯୋଗ କରିବା ମଧ୍ୟ ଏକ ଯୋଗ  । କେତେକ ବ୍ୟକ୍ତିଙ୍କ ଦ୍ୱାରା “ଅଭ୍ୟାସ ଯୋଗ” ମଧ୍ୟ ସୁ·ରୁ ରୂପେ ହୋଇ ପାରେ ନାହିଁ, ସେମାନେ ତାଙ୍କର ମନକୁ ସ୍ଥିର ରଖି ପାରନ୍ତି ନାହିଁ କି ସୂକ୍ଷ୍ମ ଭାବରେ ନିଜକୁ ଦେହଠାରୁ ପୃଥକ ଏକ ଚୈତନ୍ୟ ଆତ୍ମା ବୋଲି ଅନୁଭବ କରି ପାରନ୍ତି ନାହିଁ  । ଯୋଗାଭ୍ୟାସ ସମୟରେ ସେମାନଙ୍କର ମନ ବିଭିନ୍ନ କ୍ରିୟା କର୍ମରେ ବିଚରଣ କରୁଥାଏ  । ମନକୁ ଏକାଗ୍ର କରିବା ତାଙ୍କ ପାଇଁ ଏକ ଦୁରହ ବ୍ୟାପାର  । କିନ୍ତୁ ଗୀତା ଏ ଭଳି ବ୍ୟକ୍ତି ମାନଙ୍କୁୁ ମଧ୍ୟ ସହଜରେ ଈଶ୍ୱର ପ୍ରାପ୍ତି ହେବାର ସରଳ ମାର୍ଗ ପ୍ରଦର୍ଶନ କରିଛି  । ଆତ୍ମାର ଶକ୍ତି ସାମର୍ଥ ଅନୁସାରେ ରାଜଯୋଗ ଅଭ୍ୟାସର ବହୁବିଧ ବିଧିର ପ୍ରଣାଳୀ ପରମାତ୍ମା ଗୀତାରେ ବର୍ଣ୍ଣନା କରିଛନ୍ତି  । ତେଣୁ ଜଣେ ଉପରୋକ୍ତ ଦୁଇ ପ୍ରକାର ବିଧି ଅନୁସାରେ ମଧ୍ୟ ଯୋଗାଭ୍ୟାସ କରିବାକୁ ଅସମର୍ଥ, ତେବେ ସେ ତା’ର ପ୍ରତ୍ୟେକ କର୍ମକୁ ପରମାତ୍ମାଙ୍କ ପାଇଁ କରିବା ଉଚିତ  । ଏହିପରି କର୍ମ କରୁଁ କରୁଁ ତା’ର ଇନ୍ଦ୍ରିୟ ସମୁହ କ୍ରମଶଃ ବିଷୟ ଭୋଗରୁ ନିରସ୍ତ ହୋଇଯିବେ, ମନ ସ୍ଥିର ହୋଇଯିବ ଓ ବୁଦ୍ଧି ପରମାତ୍ମାଙ୍କ ଠାରେ ନିବେଶ ହୋଇଯିବ  ।  ଅଭ୍ୟାସେଽପ୍ୟସମର୍ଥୋଽସି ମତ୍କର୍ମ ପରମୋ ଭବ ମଦର୍ଥମପି କର୍ମାଣି କୁର୍ବନ୍ ସିଦ୍ଧିମବାପ୍ସ୍ୟସି ।ା ୧୨/୧୦ ।ା
ପରମାତ୍ମାଙ୍କ ପାଇଁ କର୍ମ କରିବାର ଅର୍ଥ ହେଲା ନିଜର କର୍ା ପଣିଆର ଅହଂକାରକୁ ତ୍ୟାଗ କରି ନିମି ଭାଗରେ ତାଙ୍କ ପ୍ରଦର୍ଶିତ ମାର୍ଗର ଅନୁସରଣ ପୂର୍ବକ ଜୀବନ ଯାପନ କରିବା  । ‘ନିମି’ ଶଦ୍ଧର ଅର୍ଥ ବୁଝିବା ପାଇଁ ଏଠାରେ ଏକ ଉଦାହରଣ ଦେବା ପ୍ରାସଙ୍ଗିକ ହେବ  ।  ବ୍ୟାଙ୍କରେ କୋଟି କୋଟି ଟଙ୍କାର କାରବାର ହୁଏ  । ଏଥିପାଇଁ ଅନେକ କର୍ମ·ରୀ ନିଯୁକ୍ତ ହୋଇଥାନ୍ତି  । ସେମାନେ ଯଥା ସମ୍ଭବ ଗ୍ରହକ ମାନଙ୍କୁ ତାଙ୍କର ସେବା ଯୋଗଇ ଦିଅନ୍ତି  । ସେମାନେ ଜାଣନ୍ତି ଯେ ସେମାନେ ଯେଉଁ ଟଙ୍କା ପଇସାର ହିସାବ ରଖୁଛନ୍ତି ତାହା ତାଙ୍କର ନୁହେଁ  । ସେହି କାମ ପାଇଁ ତାଙ୍କୁ ମାସ ଶେଷରେ ଏକ ନିଦ୍ଧିଷ୍ଟ ପରିମାଣର ପାରିଶ୍ରମିକ ମିଳୁଛି  । କେବଳ ସେତିକିରେ ହିଁ ତାଙ୍କର ଅଧିକାର  । ସେମାନେ କେବଳ ସରକାରଙ୍କର ବା ବ୍ୟାଙ୍କ କୃର୍ପକ୍ଷଙ୍କର ନିମି ଭାବରେ ହିଁ ନିଜ ନିଜ କାର୍ଯ୍ୟ କରି ଯାଆନ୍ତି  । ସେହିପରି ଯୋଗାଭ୍ୟାସୀ ବ୍ୟକ୍ତି ନିଜକୁ ପରମାତ୍ମାଙ୍କ ଦ୍ୱାରା ନିଯୁକ୍ତ ଭାବି ତାଙ୍କର ସମସ୍ତ ଲୌକିକ କର୍ମକୁ ଅଲୌକିକ ରୀତିରେ ସମ୍ପାଦନ କରିବା ଉଚିତ  । ଯେତେବେଳେ ଆମର କର୍ମ କାମ କ୍ରୋଧାଦି ପ ବିକାର ବା ବ୍ୟକ୍ତିଗତ ସ୍ୱାର୍ଥରେ ଜଡିତ ନ ହୋଇ ଅନ୍ୟର କଲ୍ୟାଣ ପାଇଁ ଉଦ୍ଧିଷ୍ଟ ହୁଏ, ସେତେବେଳେ ତାହା ଈଶ୍ୱରୀୟ କର୍ମ ହୋଇଯାଏ   । ଏହିଭଳି କର୍ମକୁ ଆଇନ ଏବଂ ସମାଜ ଉଭୟର ସ୍ୱୀକୃତି ମିଳେ  । ଏହାର ବିପରୀତ କର୍ମ ଆସୁରୀ କର୍ମ  ।  ପତିତ ମାନବାତ୍ମା ମାନଙ୍କୁ ପାବନ କରି ଗଢି ତୋଳିବା ହିଁ ଈଶ୍ୱରୀୟ ଅବତରଣର ଆଭିମୁଖ୍ୟ  । ତେଣୁ ଯେଉଁ କର୍ମ ଦ୍ୱାରା ବ୍ୟକ୍ତି ନିଜର ଆତ୍ମାକୁ ପରିମାର୍ଜିତ କରେ ଓ ଅନ୍ୟମାନଙ୍କ ଆତ୍ମୋନ୍ନତି ପାଇଁ ସହାୟକ ହୁଏ ତାହାହିଁ ଈଶ୍ୱରୀୟ କର୍ମ  । ତେଣୁ ଈଶ୍ୱରୀୟ ଜ୍ଞାନ ଦ୍ୱାରା ପରି·ଳିତ ହୋଇ ବ୍ୟକ୍ତି ଯେଉଁ କର୍ମ କରେ ତାହା ମଧ୍ୟ ଏକ ଯୋଗ ବୋଲି ଗୀତା କହେ  । କିନ୍ତୁ କେତେକ ବ୍ୟକ୍ତି ବିଭିନ୍ନ କାରଣରୁ ସେମାନଙ୍କର ପ୍ରତ୍ୟେକ କର୍ମକୁ କେବଳ ପରମାତ୍ମାଙ୍କ ଉଦ୍ଧେଶ୍ୟରେ ସମ୍ପାଦନ କରିବାକୁ ସକ୍ଷମ ହୁଅନ୍ତି ନାହିଁ  । ଏଥିପାଇଁ ପ୍ରଚଳିତ ସାମାଜିକ ପାରିବାରିକ ବା ଧାର୍ମିକ ପରମ୍ପରା ମଧ୍ୟ ବେଳେବେଳେ ପ୍ରତିବନ୍ଧ ସୃଷ୍ଟି କରେ  । ଏପରି ସ୍ଥଳେ ଗୀତା ଉପଦେଶ ଦିଏ ଯେ ପରମାତ୍ମାଙ୍କ ଆଶ୍ରୟ ନେଇ ଆତ୍ମିକ ସ୍ଥିତିର ଅଭ୍ୟାସ ପୂର୍ବକ ସମସ୍ତ କର୍ମର ଫଳକୁ ତ୍ୟାଗ କରି ଦେବା ଉଚିତ  । ଅଥୈତଦପ୍ୟଶକ୍ତୋଽସି କର୍ତୁଂମଦଯୋଗ ମାଶ୍ରିତଃ  ସର୍ବକର୍ମଫଳତ୍ୟାଗଂ ତତଃ କୁରୁ ଯତାତ୍ମବାନ୍ ।ା୧୨/୧୧ ।ା
ଉପରେ ଯୋଗାଭ୍ୟାସର ଯେଉଁ ·ରୋଟି ବିଧିର କଥା କୁହାଗଲା ତହା ଭିନ୍ନ ଭିନ୍ନ ଯୋଗକୁ ବୁଝାଉ ନାହିଁ  । ଏହା ଯୋଗୀର ଯୋଗ୍ୟତା ଓ ଅଭିରୁଚି ଅନୁସାରେ ନିର୍ଭର କରେ, ସେ କେଉଁ ଉପାୟରେ ଯୋଗାଭ୍ୟାସ କରିବ  । ଜଣେ ଯେଉଁ ଉପାୟ ଅବଲମ୍ବନ କଲେ ସୁଦ୍ଧା ପ୍ରତ୍ୟେକ ବିଧିର ଲକ୍ଷ୍ୟ ପରମାତ୍ମା ମିଳନ ହିଁ ଅଟେ  । ତେଣୁ ସେଗୁଡିକ ମଧ୍ୟରୁ କେହି କାହାରି ଠାରୁ ଗୁଣାତ୍ମକ ଦୃଷ୍ଟିରୁ ଶ୍ରେଷ୍ଠ ବା ନିକୃଷ୍ଟ ନୁହନ୍ତି  । ଗୀତାରେ ଯେଉଁ ଜ୍ଞାନ ଯୋଗ, କର୍ମଯୋଗ, ଭକ୍ତିଯୋଗ, ସନ୍ୟାସଯୋଗ, ମନୋଯୋଗ, ବୁଦ୍ଧିଯୋଗ ଆଦି କଥା କୁହାଯାଇଛି ତାହା ‘ରାଜଯୋଗ’ ନାମରେ ପ୍ରସିଦ୍ଧ, କାରଣ ଏହା ସ୍ୱୟଂ ପରମାତ୍ମାଙ୍କ ଦ୍ୱାରା ପ୍ରଣୀତ ହୋଇଥିବାରୁ ସମସ୍ତ ଯୋଗମାନଙ୍କଠାରୁ ଶ୍ରେଷ୍ଠ ଅଟେ  । ଆଉ ମଧ୍ୟ ଏହି ଯୋଗର ମୁଖ୍ୟ ଉଦ୍ଧେଶ୍ୟ ହେଲା ମନ ଓ ଇନ୍ଦ୍ରିୟ ଉପରେ ରାଜତ୍ୱ କରି ସେମାନଙ୍କୁ ଭୃତ୍ୟ ପରି ନିଜ ଇଚ୍ଛା ଅନୁସାରେ ପରି·ଳିତ କରିବା ଓ ସମସ୍ତ ପ୍ରକାର ସାଂସାରିକ ସୁଖ ଭୋଗର ଇଚ୍ଛା ତ୍ୟାଗ କରି ମନକୁ ପରମାତ୍ମାଙ୍କ ସିତ ଯୁକ୍ତ କରିବା  ।
ଆତ୍ମା ଓ ପରମାତ୍ମାଙ୍କ ବିଷୟରେ ସଂପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ହେଲେ ଯାଇ ଯୋଗାଭ୍ୟାସ ସମ୍ଭବ  । ତେଣୁ ଗୀତାରେ ଏହାକୁ ଜ୍ଞାନଯୋଗ ବୋଲି ନାମିତ କରାଯାଇଛି  । ଗୀତାରେ କର୍ମ ସନ୍ୟାସକୁ ନିରୁସôାହିତ କରାଯାଇଛି, କାରଣ କର୍ମ ବିନା ମାନବ ଏକ କ୍ଷଣ ମଧ୍ୟ ବି ପାରିବ ନାହିଁ  । ତେଣୁ ଈଶ୍ୱରିୟ ସ୍ମୃତି ଯୁକ୍ତ ହୋଇ, ତାଙ୍କ ଦ୍ୱାରା ପ୍ରଦ ଜ୍ଞାନ ଆଧାରରେ ଅନାସକ୍ତ ଭାବରେ କର୍ମ କରିବା ମଧ୍ୟ ଏକ ଯୋଗ ଅଟେ  । କର୍ମ ସହିତ ଈଶ୍ୱରୀୟ ସ୍ମୃତିର ସମନ୍ୱୟ ରହୁଥିବାରୁଏହାକୁ କର୍ମଯୋଗ ବୋଲି କୁହାଯାଏ  । ପ୍ରକୃତରେ ଏହା ଭିନ୍ନ ଭିନ୍ନ ନୁହେଁ  । କାରଣ ଉଭୟର ଲକ୍ଷ୍ୟ ଏକ  । ଏହି ଉଭୟରୁ ଯେଉଁ ଗୋଟିକର ମାର୍ଗ ମଧ୍ୟ ଅନୁସରଣ କରାଯାଏ ତେବେ ଉଭୟର ଫଳ ସ୍ୱରୂପ ସେହି ଏକ ପରମାତ୍ମାଙ୍କ ସହିତ ହିଁ ମିଳନ ହୁଏ  । ତେଣୁ ଗୀତା କୁହେ ,“ମୂର୍ଖ ଲୋକମାନେ ଜ୍ଞାନ ଓ କର୍ମ ଯୋଗକୁ ଭିନ୍ନ ଭିନ୍ନ ବୋଲି କହନ୍ତି, କିନ୍ତୁ ପଣ୍ଡିତ ମାନେ ନୁହେଁ  । କାରଣ ଯଦି କେହି ଏହି ଉଭୟ ଯୋଗରୁ ଗୋଟିଏ ଅନୁସରଣ କରେ ସେ ଉଭୟର ଫଳ ପାଏ  ।” ସାଂଖ୍ୟଯୋଗୌ ପୃଥଗ୍ବାଳାଃ ପ୍ରବଦନ୍ତି ନ ପଣ୍ଡିତାଃ  । ଏକମପ୍ୟାସ୍ଥିତ ସମ୍ୟଗ୍ ଉଭୟୋ ବିଦ୍ଧତେ ଫଳମ୍ ।ା ୫/୪ ।ା “ଜ୍ଞାନଯୋଗୀ ମାନଙ୍କ ଦ୍ୱାରା ଯେଉଁ ସ୍ଥାନ (ଲକ୍ଷ୍ୟ) ପ୍ରାପ୍ତ ହୁଏ, କର୍ମଯୋଗୀ ମାନଙ୍କ ଦ୍ୱାରା ମଧ୍ୟ ତାହା ଲାଭ କରାଯାଏ  । ତେଣୁ ଯେଉଁ ବ୍ୟକ୍ତି ଜ୍ଞାନଯୋଗ ଏବଂ କର୍ମଯୋଗକୁ ଏକ ବୋଲି ଦେଖେ ସେ ହିଁ ପ୍ରକୃତ ସ୍ୱରୂପକୁ ଦେଖିପାରେ  ।” ଯତ୍ସାଂଖୈଃ ପ୍ରାପ୍ୟତେସ୍ଥାନଂ ତଦ୍ଯୋଗୈରପିଗମ୍ୟତେ  । ଏକଂ ସାଂଖ୍ୟଂ ଚ ଯୋଗଂ ଚ ଯଃ ପଶ୍ୟତି ସ ପଶ୍ୟତି ।ା ୫/୬ ।ା
ଶରୀର ଓ ସଂସାର ଏକ ଜାତୀୟ  । ଆତ୍ମା ଓ ପରମାତ୍ମା ଏକ ଜାତୀୟ  । ସମଜାତୀୟ ମଧ୍ୟରେ ହିଁ ବିଶେଷ ଆକର୍ଷଣ ଥାଏ  । ଦେହାଭିମାନୀ ବ୍ୟକ୍ତି ସାଂସାରିକ ବିଷୟ ବୈଭବ ପ୍ରତି ବେଶୀ ଆକର୍ଷିତ ହୁଏ  । ତେଣୁ ଯୋଗାଭିଳାଷୀ ବ୍ୟକ୍ତିଙ୍କୁ ଦେହଠାରୁ ପୃଥକ ଏକ ଚୈତନ୍ୟ ଆତ୍ମା ବୋଲି ନିଜକୁ ଅନୁଭବ କରିବାକୁ ଗୀତା କୁହେ  । ଯେତେବେଳେ ବ୍ୟକ୍ତି ଆତ୍ମିକ ସ୍ଥିତିରେ ସ୍ଥିତ ହୋଇଯାଏ ତା’ର ମନ ବୁଦ୍ଧି ସ୍ୱତଃ ବିଷୟ ଭୋଗରୁ ଅପସାରିତ ହୋଇ ପରମାତ୍ମାଙ୍କ ସହିତ ଯୁକ୍ତ ହୋଇଯାଏ  । ତେଣୁ ଏହାକୁ ‘ମନଯୋଗ’ ବା “ବୁଦ୍ଧିଯୋଗ” ନାମରେ କେହି କେହି ନାମିତ କରନ୍ତି  । ପରମାତ୍ମା ମଧ୍ୟ ଗୀତାରେ ମନ୍ମନା ଭବ ମଦଭକ୍ତୋ (୧୮/୬୫), ବୁଦ୍ଧିଯୋଗ ମୁପାଶ୍ରିତ୍ୟ ମଚ୍ଚିତଃ ସତତଂ ଭବ (୧୮/୫୭), ମର୍ଯ୍ୟର୍ପିତ ମନୋବୁଦ୍ଧିର୍ମାମେବୈଷ୍ୟସ୍ୟ ସଂଶୟମ୍ ।ା୮/୭ାା ଆଦି ଶ୍ଲୋକରେ ମନ ଓ ବୁଦ୍ଧି ଦ୍ୱାରା ତାଙ୍କ ସହିତ ଯୋଗଯୁକ୍ତ ହେବାକୁ ନିର୍ଦ୍ଧେଶ ଦେଈଛନ୍ତି  ।
ପରମାତ୍ମାଙ୍କ ସହିତ ଅନନ୍ୟ ପ୍ରେମ ଓ ଅତୁଟ ଶ୍ରଦ୍ଧା ର ନାମ ହେଉଛି ଭକ୍ତି  । ପରମାତ୍ମାଙ୍କ ପ୍ରକୃତ ପରିଚୟ ଓ ତାଙ୍କ ସମ୍ବନ୍ଧିତ ସମ୍ପୂର୍ଣ୍ଣ ଜ୍ଞାନ ଯେତେବେଳେ ପ୍ରାପ୍ତ ହୋଇଯାଏ ସେତେବେଳେ ତାଙ୍କ ପ୍ରତି ପ୍ରେମ ଉପôନ୍ନ ହୁଏ  । ଯାହା ସହିତ ପ୍ରେମ ଥାଏ, ମନ ଓ ବୁଦ୍ଧି ତାଙ୍କ ସହିତ ଲାଖି ରଖିଥାଏ  । ତେଣୁ ଯେ ପର୍ଯ୍ୟନ୍ତ ପରମାତ୍ମାଙ୍କ ସହିତ ଅନନ୍ୟ ଭକ୍ତିଭାବ ଉଦ୍ରେକ ହୋଇ ନାହିଁ ସେ ପର୍ଯ୍ୟନ୍ତ ତାଙ୍କ ସହିତ ସ୍ୱଭାବିକ ଭାବରେ ମନୋମିଳନ ହୋଇ ପାରିବ ନାହିଁ  । ଗୀତା କହେ; “ଅତ୍ୟନ୍ତ ଭାବ ବିଭୋର ହୋଇ ଈଶ୍ୱରୀୟ ସ୍ମୃତିରେ ତଲ୍ଲୀନ ହୋଇଯିବା ହିଁ ପ୍ରକୃତ ଯୋଗ ଅଟେ  । ” ଏଣୁ “ରାଜଯୋଗ”କୁ ଭକ୍ତିଯୋଗ ବା ପ୍ରେମଯୋଗ ନାମରେ ନାମିତ କରାଯାଏ  । ମାଂଚ ଯୋଽବ୍ୟଭି·ରେଣ ଭକ୍ତିଯୋଗେନ ସେବତେ  । ସ ଗୁଣାନ ସମତୀ ତୈତାନ୍ ବ୍ରହ୍ମଭୁାୟାୟ କଳ୍ପତେ  । ଅର୍ଥାତ ଯେଉଁ ବ୍ୟକ୍ତି ଅବ୍ୟଭି·ରୀ ଭକ୍ତି ଯୋଗରେ ମତେ ଚିନ୍ତନ କରେ ସେ ଭୂତ ପ୍ରକୃତିର ଗୁଣ ଗୁଡିକୁ ଅତିକ୍ରମ କରି ବ୍ରହ୍ମଲୋକରେ ମୋର ସାମୀପ୍ୟ ପାଇବାକୁ ଯୋଗ୍ୟ ହୁଏ  ।
କେବଳ ସଂସାର ତ୍ୟାଗକୁ “ସନ୍ୟାସ”କୁହାଯାଏ ନାହିଁ  । ସଂସାରକୁ ନିଜ ଅନ୍ତଃକରଣରୁ ତ୍ୟାଗ କରିବାହିଁ ପ୍ରକୃତ ସନ୍ୟାସ  । ଅନେକ କର୍ମସନ୍ୟାସୀ ଘର ଗୃହସ୍ଥି ତ୍ୟାଗ କରି ଏକାନ୍ତରେ ତପଶ୍ଚର୍ଯ୍ୟା କରୁଥିଲେ, ମଧ୍ୟ ତାଙ୍କ ମଧ୍ୟରେ ସଂସାର ପରିପୂର୍ଣ୍ଣ ଥାଏ  । ଏପରି ଅନେକ ମୁନିଋଷିଙ୍କ ଦୃଷ୍ଟାନ୍ତ ଆମେ ପୁରାଣ ଶାସ୍ତ୍ରରୁ ମଧ୍ୟ ପାଇ ପାରିବା  । ତେଣୁ ଗୀତା କର୍ମ ସନ୍ୟାସ ସିଦ୍ଧାନ୍ତକୁ ବିରୋଧ କରେ  । ଯିଏ ନ୍ୟାସୀ  (ଞକ୍ସଙ୍କଗ୍ଦଗ୍ଧରର) ପରି ସଂସାର ମଧ୍ୟରେ ରହେ ସେ ହିଁ ସନ୍ୟାସୀ ଅଟେ  । ପରମାତ୍ମା ମଧ୍ୟ କର୍ମ ସନ୍ୟାସ ଅପେକ୍ଷା କର୍ମଯୋଗକୁ ହିଁ ବେଶୀ ପ୍ରାଧାନ୍ୟ ଦେଈଛନ୍ତି  । ତୟୋସ୍ତୁ କର୍ମ ସଂନ୍ୟାସାତ୍ କର୍ମଯୋଗୋ ବିଶିଷ୍ୟତେ ।ା ୫/୨ ।ା କର୍ମଯୋଗୀ କର୍ମ କରୁଥାଏ ସତ କିନ୍ତୁ ବୁଦ୍ଧିରୁ କର୍ମଫଳର ଇଚ୍ଛାକୁ ତ୍ୟାଗ କରି ଦେଇଥାଏ  । ସେ ତା’ର କର୍ମଫଳ ପ୍ରତି ଅନାସକ୍ତ ରହେ  । ଈଶ୍ୱରୀୟ ଜ୍ଞାନ ଅନୁସାରେ ଯାହା କରଣୀୟ ସେହି କର୍ମକୁ ହିଁ ସେ କେବଳ କର୍ବ୍ୟ ଦୃଷ୍ଟିରୁ କରେ  । ଏହିପରି ସନ୍ୟାସୀ ହିଁ ପ୍ରକୃତ ଯୋଗୀ ଅଟେ  । ଯେଉଁ ବ୍ୟକ୍ତି ନିରଗ୍ନି ଅଟେ ବା କର୍ବ୍ୟ କର୍ମ କରେ ନାହିଁ, ସେ ସନ୍ୟାସୀ ନୁହେଁ କିମ୍ବା ଯୋଗୀ ନୁହେଁ  । ଅନାଶ୍ରିତଃ କର୍ମଫଳଂ କାର୍ଯ୍ୟଂ କର୍ମ କରୋତି ଯଃ  । ସ ସଂନ୍ୟାସୀ ଚ ଯୋଗୀ ଚ ନିରଗ୍ନିର୍ନ ·କ୍ରିୟଃ ।ା ୬/୧ ।ା ଇନ୍ଦ୍ରିୟ ଦ୍ୱାରା ବିଷୟ ବାସନା ଭୋଗର ସଂକଳ୍ପକୁ ତ୍ୟାଗ ନ କରିବା ପର୍ଯ୍ୟନ୍ତ ଜଣେ ଯୋଗୀ ହୋଇ ପାରିବ ନାହିଁ  । ଯୋଗର ଅର୍ଥ ପରମାତ୍ମାଙ୍କ ସହିତ ମନ ବୁଦ୍ଧିକୁ ଯୁକ୍ତ କରିାଇବା  । ମନବୁଦ୍ଧି ଯଦି ଇନ୍ଦ୍ରିୟ ସୁଖ ଭୋଗ କାମନାରେ ଯୁକ୍ତ ରହୁଥାଏ ତେବେ ତାହା ପରମାତ୍ମାଙ୍କ ସହିତ କିପରି ଯୋଗଯୁକ୍ତ ହେବ ? ତେଣୁ ଯାହାକୁ ସନ୍ୟାସ କୁହାଯାଏ, ତାହାହିଁ ପ୍ରକୃତ ଯୋଗ ଅଟେ  । ଯଂ ସଂନ୍ୟାସମିତି ପ୍ରାହୁର୍ଯୋଗଂ ତଂବିଦ୍ଧି ପାଣ୍ଡବ  । ନହ୍ୟ ସଂନ୍ୟସ୍ତ ସଂକଳ୍ପୋ ଯୋଗୀ ଭବତି କଶ୍ଚନ ।ା ୬/୨ ।ା
ଏହି ସବୁ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଗୀତାରେ ବିଭିନ୍ନ ନାମରେ ଯେଉଁ ଯେଉଁ ଯୋଗର ଉଲ୍ଲେଖ ଅଛି ସେ ସବୁ ବସ୍ତୁତଃ ଗୋଟିଏ ଅଟେ  । ଯାହାକୁ ରାଜଯୋଗ କୁହାଯାଉଛି ତାହା କର୍ମଯୋଗ, ସନ୍ୟାସଯୋଗ, ଭକ୍ତିଯୋଗ, ଜ୍ଞାନଯୋଗ ମଧ୍ୟ ଅଟେ  । ଏହି ଯୋଗକୁ ଯେକୌଣସି ନାମରେ ନାମିତ କଲେ ମଧ୍ୟ ପ୍ରତ୍ୟେକର ଉଦ୍ଧେଶ୍ୟ ପରମାତ୍ମା ପ୍ରାପ୍ତି  । ଆତ୍ମା ପରମାତ୍ମା ବିଷୟକ ଜ୍ଞାନ ନ ହେଲେ ଯୋଗ ସମ୍ଭବ ନୁହେଁ  । କେବଳ ଜ୍ଞାନ ହେଲେ ଚଳିବ ନାହିଁ  । ପରମାତ୍ମାଙ୍କ ପ୍ରତି ଅନନ୍ୟ ପ୍ରେମ ବିନା ଯୋଗରେ ବୁଦ୍ଧି ଏକାଗ୍ର  ହୁଏ ନାହିଁ  । ସାଂସାରିକ ବିଷୟ ଗୁଡିକୁ ଭୋଗ କରିବାର ସଂକଳ୍ପ ତ୍ୟାଗ ନ କରିବା ପର୍ଯ୍ୟନ୍ତ ମନବୁଦ୍ଧି ଈଶ୍ୱରୀୟ ପ୍ରେମରେ ବିଭୋର ହୁଏ ନାହିଁ  । ଈଶ୍ୱରୀୟ ସ୍ମୃତିଯୁକ୍ତ ହୋଇ ଯେଉଁ କର୍ମ କରଯାଏ ତାହା କୁଶଳତା ପୂର୍ବକ ସମ୍ପାଦିତ ହୁଏ  । ସେହି କର୍ମରେ କୌଣସି ଆସକ୍ତି ରହେ ନାହିଁ  । ତେଣୁ  ଫଳ ଲାଭର ଇଚ୍ଛା ମଧ୍ୟ ରହେ ନାହିଁ  । ଈଶ୍ୱରୀୟ ସ୍ମୃତି ଯୁକ୍ତ (ଯୋଗଯୁକ୍ତ) ବ୍ୟକ୍ତି ସଂସାର ରୂପୀ କର୍ମ କ୍ଷେତ୍ରରେ ନିଜକୁ ପରମାତ୍ମାଙ୍କ ଦ୍ୱାରା ନିଯୁକ୍ତ ଭାବି ନିମି ଭାବରେ କର୍ମ କରିଯାଏ  । ଲାଭ କ୍ଷତି, ଭଲ ମନ୍ଦ, ଜୟ ପରାଜୟ, ମାନ ଅପମାନ, ଶୁଭ ଅଶୁଭ ଆଦିରେ ସେ ସମାନ ସ୍ଥିତିରେ ରହେ  । ସେ ଭାବେ କର୍ବ୍ୟ କର୍ମରେ ହିଁ ତା’ର ଅଧିକାର ଅଛି, ଫଲରେ ନୁହେଁ  । ସେ ତା’ର ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ପରମାତ୍ମାଙ୍କ ଦ୍ୱାରା କଥିତ ଜ୍ଞାନର ଅଭ୍ୟାସ କରୁଥାଏ  । ଏହି ଅଭ୍ୟାସରେ ସେ କ୍ଲାନ୍ତ ଶ୍ରାନ୍ତ ହୁଏ ନାହିଁ  । କାରଣ ଅତୁଟ ଭଗବତ୍ ନିଷ୍ଠା ଓ ନିତ୍ୟ ନିରନ୍ତର ପରମାତ୍ମାଙ୍କ ସହିତ ମିଳନରୁ ସେ ସତତ ଅର୍ନିବଚନୀୟ ଆନନ୍ଦ ପାଉଥାଏ  । ଯେଉଁଠି ଆନନ୍ଦ ଥାଏ, ସେଇଠି କ୍ଲାନ୍ତି ନ ଥାଏ  । ସୌନ୍ଦର୍ଯ୍ୟରେ ତୃପ୍ତିର ଅବସାଦ ନ ଥାଏ  । ତେଣୁ ପରମାତ୍ମାଙ୍କ ଦ୍ୱାରା ଯେଉଁ ରାଜଯୋଗର ବର୍ଣ୍ଣନା କରାଯାଇଛି ତାହା ଏକାଧାରାରେ  ଜ୍ଞାନଯୋଗ, କର୍ମଯୋଗ, ସନ୍ୟାସଯୋଗ, ଭକ୍ତିଯୋଗ, ପ୍ରେମଯୋଗ, ବୁଦ୍ଧିଯୋଗ, ସହଜଯୋଗ, ସମତ୍ୱଯୋଗ, ସମର୍ପଣଯୋଗ, ଅଭ୍ୟାସଯୋଗ ବା ମନୋଯୋଗ ଆଦି ଭିଭିନ୍ନ ନାମରେ କଥିତ ହୁଏ  । ଏହାର ନାମ ଯାହା ହେଉ ନା କାହିଁକି ତା’ର ଅଭ୍ୟାସର ପ୍ରକୃତ ବିଧିର ପ୍ରଣାଳୀକୁ ବୁଝି ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବା ବିଧେୟ  । ଯୋଗ ଅଗ୍ନି ସଦୃଶ ଅଟେ  । ଯୋଗାଗ୍ନି ଯେତେବେଳେ ପ୍ରଜ୍ଜ୍ୱଳିତ ହୋଇ ପ୍ରଚୁର ଆଧ୍ୟାତ୍ମିକ ଶକ୍ତି ବିକିରଣ କରିବାକୁ ଲାଗେ ସେତେବେଳେ ଜୀବାତ୍ମାର ଜନ୍ମଜନ୍ମାନ୍ତରର ପାପରାଶି ଭସ୍ମୀଭୁତ ହୋଇଯାଏ  । ସମସ୍ତ ଦୁଃଖ ଅଶାନ୍ତି ଦୂରୀଭୂତ ହୋଇଯାଏ  । ଏହିପରି ଯୋଗର ଅଭ୍ୟାସ ପାଇଁ ଯଦି ସମଗ୍ର ସଂସାରରେ ଜନ ସାଧାରଣଙ୍କୁ ଉଦ୍ବୁଦ୍ଧି କରାଯାଏ ତେବେ ଅତି ଶ୍ରିଘ୍ର କଳିଯୁଗୀୟ ନର୍କ ସତ୍ୟଯୁଗୀୟ ସ୍ୱର୍ଗରେ ରୂପାନ୍ତରିତ ହୋଇଯିବ  । ଏହାହିଁ ସଂପ୍ରତି ଈଶ୍ୱରୀୟ ଅବତରଣ ଅଭିମୁଖ୍ୟ
!! ଓମ୍ ଶାନ୍ତି !!

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର