ଆମର ଗତି କୁଆଡେ? ସଂପ୍ରତି ଭୌତିକ ପ୍ରଧାନ ଦୁନିଆର ମନୁଷ୍ୟ ଜୀବନ ଯନ୍ତ୍ରବତ ହୋଇଗଲାଣି । ବସ୍ତୁବାଦୀ ଓ ଭୋଗବାଦୀ ବିଚାର ଧାରାର ମାଦକତାରେ ସେ ମଦମ । କମ୍ରବଦ୍ଧିଷ୍ଣୁ କାମନା ରୂପକ ଲଗାମହୀନ ଘୋଡା ଉପରେ ସବାର ମନୁଷ୍ୟ ବେନାମୀ ଗନ୍ତବ୍ୟ ପ୍ରତି ଧାବମାନ । ସାଧନା ପରିବେର୍ ସାଧନ ପଛରେ ପ୍ରାଣ ପଣେ ଚେଷ୍ଠା କରି ସେ କଣ ପାଇବାକୁ ଚେଷ୍ଠା କରୁଛି ନିଜେ ମଧ୍ୟ ଜାଣେନା । ମାନବୀୟ ସମ୍ବଳ, ପାରିବାରିକ ମୂଲ୍ୟ, ସାମାଜିକ ନିୟମ ଏବଂ ମର୍ଯ୍ୟାଦା,ରାଷ୍ଟ୍ର ପ୍ରତି ପ୍ରେମ ଏବଂ କର୍ବ୍ୟ ଆଦି ବିଷୟରେ କଣ କିଏ ଭାବୁଛି? ବସ୍ତୁତଃ ଆଜିର ଯୁଗରେ ଏସବୁ କଥା ଭୋଗବାଦ ଓ ବସ୍ତୁବାଦ ବଳିବେଦୀରେ ବଳି ଚଢିସାରିଲାଣି । ପାଠ ପଢା ଆଜିବିକା ପର୍ଯ୍ୟନ୍ତ ସୀମିତ ।ବିଦ୍ୟା ପଣ୍ୟବସ୍ତୁ ପରି କ୍ରୟ ବିକ୍ରମ୍ଭ ହେବାକୁ ଲାଗିଛି । ଏପରି ସମାଜରେ ଶିକ୍ଷାର ମୂଲ୍ୟ କେଉଁଠି? ଅର୍ଥ ମନୁଷ୍ୟ ଜୀବନକୁ ସ୍ବାହା କରିବା ପାଇଁ ତଥା ସମନ୍ଧକୁ ବିକ୍ରୟ କରିବାକୁ ଯେଉଁ ସମାଜରେ ମନୁଷ୍ୟ ପଶ୍ଚା୍ପଦ ହୁଏ ନାହିଁ, ସେଠାରେ ଜୀବନର ମୂଲ୍ୟ କଣ ହେବ ? ବ୍ୟବସାୟରେ ମିଥ୍ୟା ଓ ଲୁଟପାଟର ଅଖଣ୍ଡ ରାଜତ୍ୱ । ମନୁଷ୍ୟ ସେବାର ମର୍ଯ୍ୟାଦା ଲଙ୍ଘନ ସେବା ଗ୍ରହୀତାଠାରୁ ଶୁଳ୍କ ଆହାୟ କରୁଛି । ସଦାଚାର ସ୍ଥାନରେ ମିଥ୍ୟାଚାର ,ଛଳନା ଓ ପ୍ରତାରଣା ବୃଦ୍ଧି ପାଇବାକୁ ଲାଗୁଛି । ଜ୍ଞାତି ବନ୍ଧୁ, କୁଟୁମ୍ବ ସମସ୍ତଙ୍କ ମୁହଁରେ ଏକ ଛଦ୍ମ ଆବରଣ ...
Posts
Showing posts from July, 2026
- Get link
- X
- Other Apps
ବୌଦ୍ଧିକ ବିକାଶରେ ବିଜ୍ଞାନର ଭୂମିକା ଡାକ୍ତର ସୁଧାଂଶୁ ଶେଖର ମିଶ ଭୌତିକ ବିକାଶର ବିଜ୍ଞାନ ଏଯାବତ୍ ଯେତିକି ଉନ୍ନତି କରିଛି ବୌଦ୍ଧିକ କ୍ଷେତ୍ରରେ ସେତିକି ବିକାଶ କରି ପାରି ନାହିଁ । ସଂପ୍ରତି ବୈଜ୍ଞାନିକଗଣ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ମନେ ହୁଏ । କୁହାଯାଏ ଆବଶ୍ୟକତାହିଁ ଉଦ୍ଭାବନର ଜନନୀ । ଇତିହାସର ପ୍ରାକ୍ କାଳରୁ ବିଜ୍ଞାନ ମନୁଷ୍ୟକୁ ତାର ବ୍ୟବହାରିକ ଲକ୍ଷ୍ୟ ପ୍ରାପ୍ତିରେ ସହଯୋଗ ଦେଇ ଆସୁଛି । ମଣିଷ କାଳକ୍ରମେ ଯେତେ ସଭ୍ୟ ଓ ଶିକ୍ଷିତ ହୋଇଛି ତା’ର ବ୍ୟବହାରିକ ଆବଶ୍ୟକତା ବୃଦ୍ଧି ପାଇଛି । ଏହା ତାକୁ ନୂତନ ଅନୁସନ୍ଧାନ ନିମନ୍ତେ ଉତ୍ସାହିତ କରିଛି ଓ ଆଜି ମଧ୍ୟ କରୁଛି । ସଭ୍ୟତାର ବିକାଶ ସେଙ୍ଗ ସେଙ୍ଗ ମଣିଷର କ୍ଷମତା ଲିପ୍ସା ମଧ୍ୟ ବୃଦ୍ଧି ପାଇଲା । ବିଭିନ୍ନ ଦେଶ ମଧ୍ୟରେ ସଂଘର୍ଷର ଏହାହିଁ ମୂଳ କାରଣ । ସୈନ୍ୟ କ୍ଷମତା ବୃଦ୍ଧି ପାଇଁ ବୈଜ୍ଞାନିକ ସନ୍ଧାନରେ ବିଭିନ୍ନ ଦେଶ ନିଜର ସମପ୍ତି ଶକ୍ତି ଓ ସାମର୍ଥ୍ୟ ବିନିଯୋଗ କଲେ । କିଛି ଦେଶ ସାମରିକ ସାମଗ୍ରୀ ବିଭିନ୍ନ ଦେଶକୁ ବିକ୍ରି କରି ଖୁବ୍ ଅର୍ଥ ରୋଜଗାର କଲେ । ଛୋଟର ଛୋଟ ଦେଶମାନେ ଏହା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେଲେ । ଅସ୍ତ୍ର ଶସ୍ତ୍ର କିଣାର ପ୍ରତିସ୍ପର୍ଦ୍ଧାରେ ସେମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଗଲା । ବୁଦ୍ଧିଜୀବୀମାନେ ଏହାର ଦୁଇଟି ମୁଖ୍ୟ ନକାରାତ୍ମକ ପ୍ରଭାବ ଉପରେ ଦୃଷ୍ଟି ଆକର୍ଷଣ କରନ୍ତି । ପ୍ରଥମଟ...
- Get link
- X
- Other Apps
ବିଜ୍ଞାନର ଅର୍ଥ ଓ ମହ୍ୱ ଡାକ୍ତର ସୁଧାଂଶୁ ଶେଖର ମିଶ ଆଦିମ କାଳରୁ ବର୍ମାନ ପର୍ଯ୍ୟନ୍ତ ମଣିଷ ଦେଖିବା, ଶୁଣିବା, ଆଘ୍ରାଣ କରିବା, ·ଖିବା, ଅନୁଭବ କରିବା, ଚିନ୍ତା କରିବା ଓ ପଢ଼ିବା ଦ୍ୱାରା ବିଭିନ୍ନ ପ୍ରକାର ଜ୍ଞାନ ଅର୍ଜନ କରିଛି । ତେଣୁ ଜ୍ଞାନ ବିବିଧ ପ୍ରକାର । ଜ୍ଞାନ ଅର୍ଜନ କରିବାର ଦୁଇଟି ପ୍ରଧାନ ମାଧ୍ୟମ ହେଉଛି ବି·ର ଶକ୍ତି ଓ ମସ୍ତିଷ୍କ । ମଣିଷ ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ତା’ର ଚତୁଃପାଶ୍ୱର୍ରେ ଥିବା ପ୍ରାକୃତିକ ଦୃଶ୍ୟ ଓ ଘଟଣାଗୁଡିକୁ ଦେଖେ, ଅନୁଭବ କରେ ଓ ଚିନ୍ତା କରେ । ଏହିପରି ସେ ବିଭିନ୍ନ ପ୍ରକାର ପଶୁପକ୍ଷୀ, ଉଦ୍ଭିଦ, ମନୁଷ୍ୟ ଆଦି ସଜୀବ ତଥା ପୃଥିବୀ, ଜଳ, ବାୟୁ ଆଦି ନିର୍ଜୀବମାନଙ୍କ ସମ୍ବନ୍ଧରେ ବିବିଧ ଜ୍ଞାନ ଆହରଣ କଲା । ଜ୍ଞାନକୁ ଯେତେବେଳେ ଯନôର ସହିତ ଅର୍ଜନ କରି ତାର ଗବେଷଣା, ଶ୍ରେଣୀ ବିଭାଗ ଓ ସଜ୍ଜିତ କରାଯାଏ ସେତେବେଳେ ତାକୁ ବିଜ୍ଞାନ ନାମ ଦିଆଯାଏ । ଅନ୍ୟ ଭାଷାରେ କହିଲେ ବିଜ୍ଞାନର ଅର୍ଥ ହେଉଛି କୌଣସି ବିଷୟରେ ବିଶେଷ ଜ୍ଞାନ । ଜ୍ଞାନର କ୍ଷେତ୍ର ଅସୀମ । ଏଣୁ ତାକୁ ବହୁ ପ୍ରକାର ବିଜ୍ଞାନରେ ବିଭକ୍ତ କରାଯାଇଛି । ଜଣେ ସବୁ ବିଜ୍ଞାନ ସମ୍ବନ୍ଧରେ ସବୁ କଥା ଶିକ୍ଷା କରିପାରିବ ନାହିଁ; କିନ୍ତୁ ସେ ବାସ କରୁଥିବା ପୃଥିବୀ, ଉଦ୍ଭିଦ ଜଗତ ଓ ପ୍ରାଣୀ ଜଗତ ସମ୍ବନ୍ଧରେ କିଛି ଜ୍ଞାନ ଅର୍ଜନ କରିବା ଉଚିତ । ଯେଉଁ ପ୍ରକୃତିର ନିୟମ ସଜୀବ ଓ ନିର୍ଜୀବମାନଙ୍କୁ ନ...
- Get link
- X
- Other Apps
ଜ୍ଞାନ ପ୍ରବାହ (୩୭) ପରମାତ୍ମାଙ୍କ ନାମର ମହିମା ପରମାତ୍ମାଙ୍କ ନାମରେ ନିଷ୍ଠା ହେବା ବଡ କଠିନ । ନାମ ସ୍ମରଣ ବେଳେ ଜିହ୍ୱା ଅଚଳ ହୋଇଯାଏ । ପାପ ଜିହ୍ୱାକୁ ଜାବୁଡ଼ି ରଖେ । ତେଣୁ ଘରେ କାର୍ଯ୍ୟ ବ୍ୟବହାରରେ ବାରମ୍ବାର ପରମାତ୍ମାଙ୍କ ନାମ ନେବା ଆବଶ୍ୟକ । ସତତ ପରମାତ୍ମାଙ୍କ ନାମ ସ୍ମରଣ ଯଜ୍ଞର ପୁଣ୍ୟ ପ୍ରଦାନ କରେ । ତେଣୁ ନାମରେ ଅଟଳ ନିଷ୍ଠା ରଖିବା ଉଚିତ । ବାରମ୍ବାର ପରମାତ୍ମାଙ୍କ ନାମ ସ୍ମରଣ ହିଁ କଳିର କରାଳ ଗ୍ରାସରୁ ମୁକୁଳିବାର ଏକମାତ୍ର ଉପାୟ । କଳିଯୁଗରେ ଏହାଠାରୁ ଆଉ ସହଜ ଉପାୟ ନାହିଁ । ପରମାତ୍ମାଙ୍କ ନାମର ମହିମା ଜାଣିବା ପାଇଁ ଏଠାରେ ରାମାୟଣର ଏକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପ୍ରାସଙ୍ଗିକ ମନେ ହୁଏ । ଧର୍ମ ଶାସ୍ତ୍ରମାନଙ୍କରେ କେତେକ ସ୍ଥଳରେ ବର୍ଣ୍ଣିତ ଅଛି ଯେ ଭଗବାନଙ୍କଠାରୁ ତାଙ୍କ ନାମ ବଡ । ଏପରି କେତେକ କାମ ଅଛି ଯାହା ସ୍ବୟଂ ଭଗବାନ ମଧ୍ୟ କରିବାକୁ ସକ୍ଷମ ନୁହଁନ୍ତି, କିନ୍ତୁ ସେହି କାର୍ଯ୍ୟ ସରଳତା ପୂର୍ବକ ତାଙ୍କ ନାମ ଆଶ୍ରୟରେ ହୋଇଥାଏ । ଲଙ୍କା ଅଭିଯାନ ପାଇଁ ଶ୍ରୀରାମଙ୍କ ବାନର ସେନା ସମୁଦ୍ର ଉପରେ ସେତୁ ବନ୍ଧନ କାର୍ଯ୍ୟ ତପôରତା ପୂର୍ବକ କରୁଥିଲେ । ଅନତି ଦୂରରେ ରାମ ଏକ ବୃକ୍ଷ ଛାୟାରେ ବସି ସେହି କାର୍ଯ୍ୟ ନିରୀକ୍ଷଣ କରୁଥିଲେ । ସେ ଦେଖିଲେ ଯେ ଶିଳାଉପରେ ତିନି ଥର ରାମ ନାମ ଲେଖି ସମୁଦ୍ର ଉପରେ ଛାଡ଼ି ଦେଲେ ତାହା ଭାସିଯାଉଥିଲା । ରାମଙ୍କ ମନରେ କୌତୁହଳ ଜାତ ...
- Get link
- X
- Other Apps
ଜ୍ଞାନ ପ୍ରବାହ (୩୬) (ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ) ଭାଗବତରେ କେତେକ ସ୍ଥାନରେ ମାନବଶରୀର ନିନ୍ଦା କରାଯାଇଛି । ମାନବ ଶରୀରର ସ୍ତୁତି କେବଳ ପମ ସ୍କନ୍ଦରେ ଦେବତାଙ୍କ ଦ୍ୱାରା କରାଯାଇଛି । ମାନବ ଶରୀର ମୁକୁନ୍ଦଙ୍କ ସେବା କରିବା ପାଇଁ । ଯଦି ମାନବ ଶୁଭ ସଂକଳ୍ପ କରେ ତାହାହେଲେ ସେ ନରରୁ ନାରାୟଣ ହୋଇପାରିବ । ଦେବା ଗାୟନ୍ତି - ଅହୋ ଅମୀଷାଂ କିମକାରି ଶୋଭନଂ ପ୍ରସନ୍ନ ଏଷାଂ ସ୍ବୀଦୁତ ସ୍ବୟଂହରି । ଯୈର୍ଜନ୍ମ ଲବ୍ଧଂ ନୃଷୁ ଭାରତାଜିରେ ମୁକୁନ୍ଦଂ ସେ ବୌପାୟିକଂ ସ୍ପୃହା ହିନଃ ।ା (ଭା. ୫-୧୯-୨୧) ଅର୍ଥ: ଭାରତବର୍ଷରେ ମନୁଷ୍ୟ ଜନ୍ମକୁ ଉକ୍ରୃଷ୍ଟ ବୋଲି ଦେବତାମାନେ ଗାନ କରନ୍ତି । ଅହୋ । ଏହି ମନୁଷ୍ୟମାନେ ଏପରି କି ଉମ କାର୍ଯ୍ୟ କରିଛନ୍ତି କିମ୍ବା ଭଗବାନ ସ୍ବୟଂ ଏମାନଙ୍କ ଉପରେ କିପରି ପ୍ରସନ୍ନ ହୋଇଛନ୍ତି ଯାହା ଫଳରେ ଏମାନେ ଏହି ଭାରତ ଭୂମିରେ ଶ୍ରୀମୁକୁନ୍ଦଙ୍କର ସେବାଯୋଗ୍ୟ ମନୁଷ୍ୟ ଜନ୍ମ ଲାଭ କରିପାରିଛନ୍ତି । ଆମେମାନେ (ଦେବତା ହୋଇ ମଧ୍ୟ) ଏଠାରେ ଜନ୍ମ ହେବାପାଇଁ ଇଚ୍ଛା କରୁ । ପମ ସ୍କନ୍ଧର ଅନ୍ତିମ ଅଧ୍ୟାୟରେ ବିଭିନ୍ନ ନରକର ବର୍ଣ୍ଣନା କରାଯାଇଛି । ଏହାର ଉଦ୍ଧେଶ୍ୟ ମନୁଷ୍ୟକୁ ପାପ କର୍ମରୁ ନିବୃ କରାଇବା । ଦୁର୍ବିସହ ଦୁଃଖ ଓ ଯନ୍ତ୍ରଣା ନରକର ପ୍ରତୀକ । ଜାଣତରେ ହେଉ ଅବା ଅଜାଣତରେ ମଣିଷ ପାପ କର୍ମ କରିଥାଏ । ପ...
- Get link
- X
- Other Apps
ସ୍ବରାଜ ଦ୍ୱାରା ସୁରାଜ ସୃଷ୍ଟିର ଆଦିକାଳରୁ ଅନେକ ରାଜ୍ୟ ଏବଂ ରାଜ୍ୟାଧିକାରୀଙ୍କୁ ଆବିର୍ଭାବ ଓ ତିରୋଧାନ ହୋଇ ଆସିଛି । ସତ୍ୟଯୁଗୀୟ ସ୍ବର୍ଣ୍ଣକାଳରୁ କଳିଯୁଗୀୟ ଲୌହଯୁଗ ପର୍ଯ୍ୟନ୍ତ ରାଜ୍ୟ ସାର ନୈତିକ ମୂଲ୍ୟ କ୍ରମଶଃ ହ୍ରାସ ପାଇ ଅଧୋପତନର ଚରମ ସୀମା ସ୍ପର୍ଶ କରିଛି । ରାଜକାର୍ଯ୍ୟ ସେତେବଳେ ବି ·ଲୁଥିଲା ଏବଂ ବର୍ମାନ ମଧ୍ୟ ଚାଲୁଛି କିନ୍ତୁ ସାମାଜିକ ଅବସ୍ଥା ଓ ବ୍ୟବସ୍ଥାରେ ଘୋର ପରବର୍ନ ଘଟିଛି । କଥିତ ଅଛି ରାଜାନୁଯାୟୀ ପ୍ରଜା ଆଚରଣ କରନ୍ତ । କଳ୍ପର ପ୍ରଥମାର୍ଦ୍ଧରେ ରାଜା ସଚ୍ଚରିତ୍ର, ନୀତିବାନ ଓ ସୁଖୀ ଥିଲେ । ତେଣୁ ପ୍ରଜାମାନେ ମଧ୍ୟ ସୁଖ, ଶାନ୍ତି, ପବିତ୍ରତା ଓ ସମୃଦ୍ଧି ସମ୍ପନ୍ନ ଜୀବନ ଯାପନ କରୁଥିଲେ । କିନ୍ତୁ ସମ୍ପ୍ରତି ଉଭୟ ରାଜା ଓ ପ୍ରଜା ମଧ୍ୟରେ ପ୍ରକୃତ ସୁଖ ଦେଖାଯାଏ ନାହିଁ । ଯଦି ରାଜା ଚରିତ୍ରହୀନ, ନୀତିବିହୀନ, ସ୍ବାର୍ଥୀ ହୁଏ, ତେବେ ତାର ରାଜତ୍ୱରେ ପ୍ରଜାର ମଧ୍ୟ ତଦୃପ ଅବସ୍ଥା ସ୍ବଭାବିକ । କୁଶାସନରେ ତ୍ରସ୍ତ ପ୍ରଜା ଶାସକ ବିରୋଧରେ ବିଦ୍ରୋହ କରିବାକୁ ବାଧ୍ୟ ହୁଏ । ଆଜି ଏପରି ଅବସ୍ଥା କାହିଁକି ଉପôନ୍ନ ହେଉଛି, ଏହା ବି·ରଣୀୟ । ଦେଶର, ରାଜ୍ୟର, କୌଣସି କ୍ଷେତ୍ରର ଓ ସମାଜର ଶାସକ ବା ପ୍ରଶାସକ ମନେ କରୁଥିବା ବ୍ୟକ୍ତିଗଣ ନିଜକୁ ନିଜେ ପ୍ରଶ୍ନ ପ·ରିବା ଆବଶ୍ୟକ ଯେ ସେମାନେ ନିଜର ଇନ୍ଦ୍ରିୟଗୁଡ଼ିକର ଦାସ ହୋଇ ନାହାଁନ୍ତି? ଚିନ୍ତନ ଓ ଆତ୍ମ ବିଶ୍ଲେଷଣ ଦ୍ୱାରା ସାଧାରଣ ଜନସମୁଦାୟଠାରୁ...
- Get link
- X
- Other Apps
·ରିତ୍ରିକ ବିକାଶ ଡା. ସୁଧାଂଶୁ ଶେଖର ମିଶ ସମ୍ପ୍ରତି ମାନବସମାଜର ସବୁଠାରୁ ଜଟିଳ ସମସ୍ୟା ହେଉଛି, ·ରିତ୍ରିକ ପତନ । ଏହି ଏକ ସମସ୍ୟା ଅନେକ ଜଟିଳ ସମସ୍ୟାଗୁଡିକର କାରଣ । ସେହି ସମସ୍ୟାଗୁଡିକର ନିବାରଣ ପାଇଁ ପ୍ରତି ବର୍ଷ ଆମ ଦେଶର କୋଟି କୋଟି ଟଙ୍କା ବ୍ୟୟ ହେଉଛି । ଆମେ ପ୍ରତ୍ୟେକ କଥାରେ ପାଶ୍ଚା୍ୟ ଦେଶମାନଙ୍କୁ ଅନୁସରଣ କରୁଛୁ । ଆମ ଦେଶ ଅଧ୍ୟାତ୍ମ ପ୍ରଧାନ ଅଟେ । କିନ୍ତୁ ପାଶ୍ଚା୍ୟ ସଭ୍ୟତାର ପ୍ରଭାବରେ ଆସି ଭୌତିକତା ପ୍ରତି ଆମର ଆକର୍ଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ସମସ୍ୟାର ସମାଧାନ ହେବା ପରିବେର୍ ଆହୁରି ଜଟିଳ ହୋଇ ·ଲିଛି । ଏହି ସମସ୍ୟାଗୁଡିକର ସହଜ ଓ ସରଳ ସମାଧାନ ପାଇଁ ବିଶିଷ୍ଟ ରାଜଯୋଗୀ ୰ ଜଗଦୀଶ ଚନ୍ଦ୍ର ହାସିଜାଙ୍କ ନିମ୍ନ ପ୍ରସ୍ତାବଗୁଡିକ ପ୍ରଣିଧାନ ଯୋଗ୍ୟ । “ ଯଦି ଏହି ଧର୍ମ ପ୍ରଧାନ ଭାରତର ଲୋକମାନଙ୍କୁ ସେମାନଙ୍କ ଧର୍ମ, କର୍ମ ବିଷୟରେ ସଚେତନ କରାଯାଏ, “କାମ ନର୍କର ଦ୍ୱାର”-ଏହି ପାଠ ସେମାନଙ୍କୁ ପଢାଯାଏ, ଈଶ୍ୱରଙ୍କ ସହିତ ଯୋଗଯୁକ୍ତ ହୁଅ” ଏବଂ “କର୍ମ ଯୋଗୀ ହୁଅ”ର ସ୍ଳୋଗାନ ସେମାନଙ୍କୁ ଦିଆଯାଏ । ବ୍ରହ୍ମଚର୍ଯ୍ୟ ପାଳନ କରିବାର ଜ୍ଞାନ ଖୁବ୍ ଭଲ ଭାବରେ ପ୍ର·ର କରାଯାଏ, ସିନେମା ଓ ଶିକ୍ଷାରେ ସଂଶୋଧନ କରାଯାଏ ତେବେ ବ୍ରହ୍ମଚର୍ଯ୍ୟ ଧାରଣାର ଫଳ ସ୍ବରୂପ ଦେଶବାସୀଙ୍କ ସ୍ବାସ୍ଥ୍ୟ ସୁଦୃଢ ହେବ, ସେମାନଙ୍କ ମସ୍ତିଷ୍କ ସମ୍ମୁନ୍ନତ ହେବ, ସେମାନଙ୍କ କାୟା ରୋଗ...
- Get link
- X
- Other Apps
ବିଜ୍ଞାନ ଏବଂ ଆଧ୍ୟାତ୍ମ ଡା. ସୁଧାଂଶୁ ଶେଖର ମିଶ ଅନେକେ ବିଜ୍ଞାନ ଓ ଅଧ୍ୟାତ୍ମବାଦକୁ ପୃଥକ-ପୃଥକ ବିଷୟ ମନେ କରନ୍ତି । ସେମାନଙ୍କ ମଧ୍ୟରୁ କେତେକ ଏ ଉଭୟକୁ ପରସ୍ପର ବିରୋଧି ବୋଲି କହନ୍ତି । ପାଶ୍ଚା୍ୟ ଦେଶମାନଙ୍କରେ ଅଧ୍ୟାତ୍ମବାଦକୁ ପ୍ରତିକ୍ରିୟାବାଦ (ଜରବମଗ୍ଧସକ୍ଟଦ୍ଭବକ୍ସଚ୍ଚ) ଓ ପଳାୟନ ବାଦ ରୂପେ ସ୍ବୀକାର କରାଯାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରାକକାଳ ପର୍ଯ୍ୟନ୍ତ ପାଶ୍ଚା୍ୟ ଦେଶ ମାନଙ୍କରେ ଏହାକୁ ପ୍ରତୀକ ବାଦ୍ ରହସ୍ୟବାଦ ଏବଂ ମିଥ୍ୟାବାଦ ମନେ କରି ପ୍ରତ୍ୟାଖ୍ୟାନ କରାଯାଇ ଆସିଛି । କିନ୍ତୁ କାଳକ୍ରମେ ସେଠାରେ ମଧ୍ୟ ଅନୁଭବ କରାଗଲା ଯେ ମନୁଷ୍ୟ ଚନ୍ଦ୍ରରେ ପଦାର୍ପଣ ଏବଂ କମ୍ପୁ୍ୟଟର ଆଦି ଅତ୍ୟାଧୁନିକ ବୈଜ୍ଞାନିକ ଉପକରଣ ଉଦ୍ଭାବନ କରିଥିଲେ ମଧ୍ୟ ତା’ର ନିଜ ବିଷୟରେ ଜ୍ଞାନ ଅତି ନଗଣ୍ୟ । ମାନବର ସଂରଚନା, ଚେତନା ଶକ୍ତି, ମାନସିକ ଗ୍ରନ୍ଥି ସମୂହ ବିଷୟରେ ଏଯାବତ୍ ରହସ୍ୟୋଦ୍ଘାଟନ ହୋଇପାରି ନାହିଁ । ମନୁଷ୍ୟ ଶରୀର ମଧ୍ୟରୁ କଥା କହୁଥିବା ସେହି ଶକ୍ତି ବା ସାଟି କିଏ? ମନୁଷ୍ୟ କାହିଁକି କ୍ରୁର ବା ଦୟାଳୁ ହୁଏ? ପ୍ରକୃତରେ କ’ଣ ଆଖି ଦେଖେ ଓ କାନ ଶୁଣେ? ମାନବ ମସ୍ତିଷ୍କରେ ୧୦ରୁ୧୫ କୋଟି ସଂଖ୍ୟାରେ କୋଷିକାଗୁଡିକ ବିଦ୍ୟମାନ । ଏଗୁଡିକ ମାନବର କ୍ରିୟା କଳାପକୁ ନିୟନ୍ତ୍ରଣ କରନ୍ତି । ଚିକିତ୍ସା ବିଜ୍ଞାନର ଚରମ ବିକାଶ ସେ୍ୱ ମନୁଷ୍ୟ ନିଜ ଶରୀର ଓ ତା’ର କି୍ରୟା ବିଷୟରେ ଏଯାବତ୍ ସମ୍ପୂର...
- Get link
- X
- Other Apps
ଶିବଃ କେବଳୋଽ ହମ (ଶଙ୍କରା·ର୍ଯ୍ୟ ବିରଚିତ “ଦଶଶ୍ଳୋକୀ” ଅଦ୍ୱୈତ ବେଦାନ୍ତ ଗ୍ରନ୍ଥମାନଙ୍କ ମଧ୍ୟରେ ଏକ ପ୍ରସିଦ୍ଧ ରଚନା । ସ୍ବୀୟ ଗୁରୁ ଗୋବିନ୍ଦପାଦଙ୍କ ସହିତ ଆଠ ବର୍ଷ ବୟସରେ ପ୍ରଥମ ସାକ୍ଷାତକାର ବେଳେ ସେ ଦଶଟି ଶ୍ଳୋକ ମାଧ୍ୟମରେ ନିଜର ଆତ୍ମିକ ପରିଚୟ ପ୍ରଦାନ କରିଥିଲେ । ତାଙ୍କ ଆତ୍ମା; ଦେହ ତଥା ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ସ୍ଥାନ, କାଳ ଓ ପରିସ୍ଥିତିର ବନ୍ଧନରୁ ମୁକ୍ତ ଥିଲା । ତେଣୁ ସେ ନିଜକୁ ସତ୍, ଚିତ୍ ଓ ଆନନ୍ଦ ସ୍ବ ରୂପ ଏକ ଚୈତନ୍ୟ ସା (ଶିବ) ବୋଲି ମନେ କରୁଥିଲେ । ଏହି ପରି ଅବସ୍ଥା ପ୍ରାପ୍ତ ଆତ୍ମା ସର୍ବତୋଭାବେ ପରମାତ୍ମା ଶିବଙ୍କ ସ୍ମୃତିରେ ତଲ୍ଲୀନ ରହୁଥିବାରୁ ତା’ର ଦ୍ୱୈତ ଭାବ ସମାପ୍ତ ହୋଇଯାଏ । ଏହା ଜୀବନ୍ତୁକ୍ତ ଅବସ୍ଥା । ନିମ୍ନ ପ୍ରଦ ଦଶଟି ଶ୍ଲୋକରୁ ଆ·ର୍ଯ୍ୟ ଶଙ୍କର ପରମାତ୍ମାଙ୍କ ସହିତ ତାଙ୍କର ଏକାତ୍ମତା ବା ଅଦ୍ୱୈତ ସମ୍ବନ୍ଧର ପରିଚୟ ପ୍ରଦାନ କରିଛନ୍ତି । ଉପସ୍ଥାପକ ନ ଭୂମିର୍ନ ତୋୟଂ ନ ତେଜୋ ନ ବାୟୁର୍ନଖଂ ନେନ୍ଦ୍ରିୟଂ ବା ନ ତେଷାଂ ସମୂହଃ । ଅନୈକାନ୍ତିକତ୍ୱାତ୍ ସୁଷୁପ୍ତ୍ୟେକସିଦ୍ଧ- ସଦେକେଽ ବଶିଷ୍ଟଃ ଶିବଃ କେବଳୋଽହମ୍ ।ା୧ାା ଅର୍ଥ: ମୁଁ ଭୂମି ନୁହେଁ, ଜଳ ନୁହେଁ, ବାୟୁ ନୁହେଁ, ଆକାଶ ନୁହେଁ କିମ୍ବା ସେମାନଙ୍କର ସମୂହ ନୁହେଁ । ମୁଁ ଇନ୍ଦି୍ରୟ ଅଥବା ଇନ୍ଦି୍ରୟମାନଙ୍କର ସମୂହ ନୁହେଁ । ଏହି ସମସ୍ତ ଅନୈକାନ୍ତିକ ହୋଇଥିବା ହେତୁ, ସୁଷୁପ୍ତିରେ ଏକମାତ୍ର ସିଦ୍ଧି ...
- Get link
- X
- Other Apps
ଗୀତାର ମୁଖ୍ୟ ପ୍ରୟୋଜନ ତପସ୍ବୀଭ୍ୟେଽଧିକୋ ଯୋଗୀ ଜ୍ଞାନିଭ୍ୟୋପି ମତୋଽଧିକଃ କର୍ମିଭ୍ୟଶ୍ଚାଧିକୋ ଯୋଗୀ ତସ୍ମାତ୍ ଯୋଗୀ ଭବାର୍ଜୁନ । (ଗୀ ୬/୪୬) ଅର୍ଥ: ଯୋଗୀ ତପସ୍ବୀମାନଙ୍କଠାରୁ ଶ୍ରେଷ୍ଠ ଅଟେ ଏବଂ ବେଦାଦି ଶାସ୍ତ୍ର ଜ୍ଞାତାଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଅଟେ; ସକାମ କର୍ମ କରୁଥିବା ବ୍ୟକ୍ତିମାନଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଅଟେ । ଏଥିପାଇଁ ହେ ଅର୍ଜୁନ ତୁ ଯୋଗୀ ହୁଅ । ଏଠାରେ କେବଳ ତପଶ୍ଚର୍ଯ୍ୟା ଆଚରଣ କରୁଥିବା ତପସ୍ବୀ, କେବଳ ବେଦାଦି ଶାସ୍ତ୍ରରେ ପାଣ୍ଡିତ୍ୟ ଥିବା ଜ୍ଞାନୀ ଏବଂ ସକାମ କର୍ମ କରୁଥିବା ବ୍ୟକ୍ତି (କର୍ମି) ମାନଙ୍କଠାରୁ ମଧ୍ୟ ଯୋଗୀକୁ ଶ୍ରେଷ୍ଠ ବୋଲି କୁହାଯାଇଛି । ଏହି ଶ୍ଳୋକରେ ସ୍ପଷ୍ଟ କୁହାଯାଇଛି ଯେ, ତପସ୍ବୀ ଓ ଜ୍ଞାନୀମାନଙ୍କ ପାଇଁ ‘ଯୋଗୀ’ ଶବ୍ଦ ଉଦ୍ଧିଷ୍ଟ ନୁହେଁ । ଯୋଗୀ ଏ ତିନି ଜଣଙ୍କଠାରୁ ଭିନ୍ନ ଅଟନ୍ତି । ଏଠାରେ ଗୀତାର ସ୍ପଷ୍ଟ ନିର୍ଦ୍ଧେଶ ହେଲା “ଯୋଗୀ” ହୁଅ । ଯୋଗୀ କିପରି ହେବା ଉଚିତ? ଅଦ୍ୱେଷ୍ଟା ସର୍ବଭୂତାନାଂ ମୈତ୍ରଃ କରୁଣ ଏବଚ । ନିର୍ମମୋ ନିରହଙ୍କାରଃ ସମଦୁଃଖ ସୁଖଃ କ୍ଷମା ।ା (ଗୀ ୧୨/୧୩) ଅର୍ଥ: ଯେଉଁ ବ୍ୟକ୍ତି କୌଣସି ପ୍ରାଣୀ ପ୍ରତି ଦ୍ୱେଷଭାବ ରଖେ ନାହିଁ, ସ୍ବାର୍ଥ ରହିତ ସମସ୍ତଙ୍କ ପ୍ରେମୀ ଏବଂ କରୁଣାଯୁକ୍ତ, ମମତା ଏବଂ ଅହଂକାର ରହିତ, ସୁଖ ଦୁଃଖ ପ୍ରାପ୍ତିରେ ସମାନ ଏବଂ କ୍ଷମାବାନ ଅଟେ । ସନ୍ତୁଷ୍ଟଃ ସତତଂ ଯୋଗୀ ଯତାତ୍ମା ଦୃଢ଼...
- Get link
- X
- Other Apps
ରାଜଯୋଗର ମାନବତାବାଦୀ ଓ ବିଶ୍ୱ କଲ୍ୟାଣକାରୀ ସ୍ବରୂପ ରାଜଯୋଗର ଉଦ୍ଗମ ସ୍ଥଳ ହେଉଛି ଭାରତ । ଏହା ଅଧ୍ୟାତ୍ମ ବିଷୟ ବସ୍ତୁ ରୂପେ ସ୍ବୀକୃତ । ସଂପ୍ରତି ବିଶ୍ୱର ବ୍ୟାପକ ଅଶାନ୍ତି ତଥା ଅବ୍ୟବସ୍ଥା କାରଣରୁ ସମ୍ପୂର୍ଣ୍ଣ ଜଗତର ମାନବତା ଅନନ୍ୟୋପାୟ ହୋଇ ନିଜ ସମସ୍ୟାଗୁଡିକର ସମାଧାନ ପାଇଁ ଯୋଗାଭିମୁଖୀ ହେଉଥିବା ଦେଖାଯାଏ । ଏଥିପାଇଁ ଜାତି ସଂଘରେ ଭାରତର ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ଜୁନ ୨୧ ତାରିଖକୁ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସରୂପେ ପାଳନ କରିବା ପାଇଁ ଆଗତ ପ୍ରସ୍ତାବକୁ ପ୍ରାୟ ସମସ୍ତ ରାଷ୍ଟ୍ର ସମର୍ଥନ କରିଥିଲେ । ତେଣୁ ବର୍ମାନ ଏହା ଅନ୍ତର୍ରାଷ୍ଟ୍ରୀୟ ପ୍ରଶ୍ନ ବନିଯାଇଛି ଯେ ଯୋଗର ବାସ୍ତବିକ ତଥା ମୂଳ ସ୍ବରୂପ ଉପରେ ଖୋଲାଖୋଲି ବି·ର ପୂର୍ବକ ଉଚିତ ନିଷ୍କର୍ଷରେ ଉପନୀତ ହେବା ଏକାନ୍ତ ଆବଶ୍ୟକ । ବର୍ମାନ ମାନବ ସମାଜ ଏକ ସଂକଟଜନକ ପରିସ୍ଥିତି ଦେଇ ଗତି କରୁଛି । ଧର୍ମ ନାମରେ ବିଭିନ୍ନ ସମ୍ପ୍ରଦାୟରେ ବିଭକ୍ତ ବିଶ୍ୱ ଜନ ସମୁଦାୟ ନିଜ ନିଜ କାର୍ଯ୍ୟ ଶୈଳୀ ଓ ପଦ୍ଧତିର ନିଷ୍ଫଳତାରେ ନିରାଶ ହୋଇ ପଡିଛନ୍ତି । ଜୀବନ ଓ ଜଗତର ଭବିଷ୍ୟତ ଉପରେ ସମସ୍ତଙ୍କ ମନରେ ଉପôନ୍ନ ହେଉଥିବା ପ୍ରଶ୍ନର ଉର ବିଜ୍ଞାନ, ରାଜନୀତି, ଦର୍ଶନ, ସାମାଜିକ ପ୍ରୟୋଗ, ଧର୍ମଗ୍ରନ୍ଥ କିମ୍ବା ତନ୍ତ୍ର ମନ୍ତ୍ର କେହି ହେଲେ ଦେବାକୁ ସମର୍ଥ ହୋଇ ନାହାନ୍ତି । ସେଗୁଡିକ ସାମୁହିକ ହିତ ଦୃଷ୍ଟିରୁ ନିଜ ନିଜର ନିରର୍ଥକତା ସି...
- Get link
- X
- Other Apps
ଜ୍ଞାନ ପ୍ରବାହ (୩୮) ହଂସଗୁହ୍ୟ ସ୍ତ୍ରେତ୍ରରେ ପରମାତ୍ମାଙ୍କ ସ୍ବରୂପ ପ୍ରଚେତା ନାମରେ ରାଜା ପ୍ରାଚୀନବର୍ହିଙ୍କର ଦଶପୁତ୍ର ଥିଲେ । ତାଙ୍କ ଔରସରୁ ତାଙ୍କ ପନôୀଙ୍କ ଗର୍ଭରେ ଦକ୍ଷ ପ୍ରଜାପତି ନାମକ ଏକ ପୁତ୍ର ଜନ୍ମହେଲା । ସୃଷ୍ଟିର ବିସ୍ତାର ପାଇଁ ପ୍ରଜାପତି ଦକ୍ଷ ହଂସ ଗୁହ୍ୟ ସ୍ତୋତ୍ରରେ ଅଘମର୍ଷଣ ନାମକ ଏକ ତୀର୍ଥରେ ସ୍ତୁତି କରି ସନ୍ତୁଷ୍ଟ କରିଥିଲେ । ଭଗବାନ ସ୍ବୟଂ ଆବିର୍ଭାବ ହୋଇ ତାଙ୍କୁ ଦର୍ଶନ ଦେଇଥିଲେ ଓ ତାଙ୍କର ପ୍ରକୃତ ସ୍ବରୂପ ବର୍ଣ୍ଣନା କରିଥିଲେ । ସ୍ତବଟି ଏହି ପ୍ରକାର - ନମଃ ପରାୟାବିତଥାନୁଭେତୟେ ଗୁଣ ତ୍ରୟାଭାସନିମି ବନ୍ଧବେ । ଅଦୃଷ୍ଟଧାନ୍ମୋଗୁଣତ୍ୱ ବୁଦ୍ଧିଭି-ନିବୃମାନାୟ ଦଧେ ସ୍ବାୟୟୁବେ ।ା (ଭା- ୬/୪/୨୩) ଅର୍ଥ- ସମସ୍ତ ବିଷୟରେ ଯାହାଙ୍କର ଅନୁଭୂତି ଅଭ୍ରାନ୍ତ, ଯାହାଙ୍କର ଚିତ୍ଶକ୍ତି ଅମୋଘ, ସମସ୍ତ ଜୀବ ଓ ମାୟାର ଯେ ନିୟନ୍ତା, ଭ୍ରାନ୍ତ ଜୀବଗଣ ତି୍ରଗୁଣାତ୍ମକ ସୃଷ୍ଟିକୁ ସତ୍ୟ ମନେକରି ଯାହାଙ୍କର ସ୍ବରୂପ ଟିକିଏ ହେଲେ ଅନୁଭବ କରି ପାରନ୍ତି ନାହିଁ, ଯେ ଅପରିମେୟ ଓ ସ୍ବୟଂ ପ୍ରକାଶ, ସେହି ସର୍ବଶ୍ରେଷ୍ଠ ଭଗବାନଙ୍କୁ ମୁଁ ନମସ୍କାର କରୁଛି । (ଭା- ୬୮/୪/୨୩) ନ ଯସ୍ୟ ସଖ୍ୟଂ ପୁରୁଷୋଽବୈତି ସଖୁ୍ୟଃ ସଖା ବସତ୍ ସଂବସତଃ ପୁରେଽସ୍ମିନ୍ । ଗୁଣୋ ଯଥା ଗୁଣିନୋ ବ୍ୟକ୍ତଦୃଷ୍ଟେ- ତସ୍ମୈ ମହେଶାୟ ନମସ୍କରୋମି । (ଭା- ୬/୪/୨୪) ଅର୍ଥ- ପ୍ରାଣୀର ସଖାଭାବରେ ଭଗବାନ ତାର ଶରୀରରେ ଅବସ୍ଥ...
- Get link
- X
- Other Apps
ଅଧ୍ୟାତ୍ମିକ ଜ୍ଞାନର ସାତଟି ଭୂମିକା ଯୋଗବାଶିଷ୍ଠରେ ଆଧ୍ୟାତ୍ମିକ ଜ୍ଞାନର ସାତ ପ୍ରକାର ଭୂମିକା କଥା କୁହାଯାଇଛି । ଶ୍ରୀ ବଶିଷ୍ଠ କହୁଛନ୍ତି, ଜ୍ଞାନ ଭୂମିଃ ଶୁଭେଚ୍ଛାଖ୍ୟା ପ୍ରଥମା ସମୁଦାହୃତା ବି·ରଣା ଦ୍ୱିତୀୟା ତୁ ତୃତୀୟା ତନୁମାନସା ।ା ସ୍ୱାପିଶ୍ଚତୁର୍ଥୀସ୍ୟାତ ତତୋଽସଂସକ୍ତି ନାମିକା । ପଦାର୍ଥ ଭାବନା ଷଷ୍ଠୀ ସପ୍ତମୀ ତୁର୍ଯ୍ୟୟା ସ୍ମୃତା ।ା (ଯୋଗବାଶିଷ୍ଠ, ଉପôି -୧୧୮/୫-୬) ଅର୍ଥ: ପ୍ରଥମରେ ଶୁଭେଚ୍ଛା, ଦ୍ୱିତୀୟରେ ବି·ରଣା, ତୃତୀୟରେ ତନୁମାନସା, ଚତୁର୍ଥରେ ସ୍ୱାପି, ପମରେ ଅସଂସକ୍ତି, ଷଷ୍ଠରେ ପଦାର୍ଥ ଭାବନା ଏବଂ ସପ୍ତମରେ ତୁର୍ଯ୍ୟଗା - ହିପରି ଜ୍ଞାନର ଏହି ସାତ ଭୂମିକା ସ୍ବୀକାର କରାଯାଇଛି । ୧-ଶୁଭେଚ୍ଛା ସ୍ଥିତଃ କିଂ ମୂଢ଼ ଏବାସ୍ମି ପ୍ରେକ୍ଷେଽହଂ ଶାସ୍ତ୍ରସଜ୍ଜନୈଃ । ବୈରାଗ୍ୟପୂର୍ବମିଚ୍ଛେତି ଶୁଭେଚ୍ଛେତୁ୍ୟଚ୍ୟତେ ବୁଧୈଃ ।ା (ଯୋଗବାଶିଷ୍ଠ, ଉପôି-୧୧୮/୮) ଅର୍ଥ: ମୁଁ ମୂଢ଼ ହୋଇ କାହିଁକି ରହିଛି, ମୁଁ ଶାସ୍ତ୍ର ଏବଂ ସତ୍ପୁରୁଷମାନଙ୍କ ଦ୍ୱାରା ଜ୍ଞାତ ହୋଇ ତ୍ୱର ସାକ୍ଷାତକାର କରିବି- ଏହି ପ୍ରକାର ବୈରାଗ୍ୟ ପୂର୍ବକ କେବଳ ମୋକ୍ଷ ଇଚ୍ଛା ହେବାକୁ ଜ୍ଞାନୀଗଣ “ଶୁଭେଚ୍ଛା” କହିଛନ୍ତି । େ·ରୀ, ବ୍ୟଭି·ର, ମିଥ୍ୟା, ଛଳ, କପଟ, ବଳକ୍ରାର, ହିଂସା, ଅଭକ୍ଷ ଭୋଜନ, ଦୁର୍ବ୍ୟସନ ଓ ପ୍ରମାଦ (ବ୍ୟର୍ଥ ଚେଷ୍ଟା) ଆଦି ଶାସ୍ତ୍ର ନିଷିଦ୍ଧ କର୍ମ ଅଶୁଭ ଇଚ୍ଛାର ଅନ୍ତର୍ଗତ । ଏଗୁଡ଼ିକୁ ମନ, ବଚନ ଓ କର୍ମ...