(27) ତ୍ରୟୋଦଶ ଅଧ୍ୟାୟ ।ା ରାଜଯୋଗ ଅଭ୍ୟାସର ସହଜ ବିଧି

 ାା ତ୍ରୟୋଦଶ ଅଧ୍ୟାୟ ।ା

ରାଜଯୋଗ ଅଭ୍ୟାସର ସହଜ ବିଧି

ବ୍ରହ୍ମାମୁଖ ବଂଶାବଳୀ ସଂଗମ ଯୁଗୀୟ ଅଲୌକିକ ବ୍ରାହ୍ମଣ ଜୀବନ ଈଶ୍ୱରଙ୍କ ଆଶୀର୍ବାଦ ଅଟେ । ଅତିନ୍ଦ୍ରିୟ ସୁଖ ଅନୁଭୂତି ହିଁ ଏହି ଜୀବନର ସଂପୂର୍ଣ୍ଣ ଆନନ୍ଦ ଅଟେ । ଏଥିପାଇଁ ରାଜଯୋଗ ହିଁ ଏକମାତ୍ର ଆଧାର ଅଟେ ।

ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣମାନଙ୍କ (ପ୍ରଜାପିତା ବ୍ରହ୍ମାଙ୍କ ମୁଖ କମଳରୁ ନିସୃତ ଈଶ୍ୱରୀୟ ଜ୍ଞାନ ଆଧାରରେ ନିଜ ଜୀବନକୁ ପରିବର୍ନ କରିଥିବା ବ୍ୟକ୍ତି) ଜୀବନରେ ଯୋଗ ଏକ ଅଭିନ୍ନ ଅଙ୍ଗ ହୋଇଯିବା ଉଚିତ । କିନ୍ତୁ  ଏଥିପାଇଁ ଈଶ୍ୱରୀୟ ଜ୍ଞାନର ପରିପକ୍ୱତା ଅତ୍ୟନ୍ତ ଆବଶ୍ୟକ । ଅନ୍ୟଥା ରାଜଯୋଗର ଅନୁଭବ କରିବା ସହଜ ବ୍ୟାପାର ନୁହେଁ । ଜ୍ଞାନ ଓ ଯୋଗ ଏହି ଦୁଇ ମୁଖ୍ୟ ବିଷୟ ପରସ୍ପର ପରିପୂରକ ଅଟନ୍ତି । ଈଶ୍ୱରୀୟ ଜ୍ଞାନ ଏହି ଶିକ୍ଷା ଦିଏ କି ଆମେ କିପରି ସର୍ବାତ୍ମାଙ୍କ ପିତା ପରମାତ୍ମାଙ୍କୁ  ଯଥାର୍ଥ ଭାବରେ ସ୍ମରଣ କରିବା । ଈଶ୍ୱରୀୟ ଜ୍ଞାନ ପ୍ରାପ୍ତି ପରେ ତାକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ହିଁ ରାଜଯୋଗ ଅଟେ ।  ଅନ୍ୟ ଅର୍ଥରେ ଜୀବନକୁ  ଦିବ୍ୟଗୁଣ ଓ ଶ୍ରେଷ୍ଠ ଶକ୍ତିରେ ସମ୍ପନ୍ନ କରିବା ହିଁ ଯୋଗର ପରମ ଧ୍ୟେୟ ଅଟେ । ଈଶ୍ୱରୀୟ ଜ୍ଞାନ ଶିକ୍ଷା ବେଳେ ଆମେ ପ୍ରତ୍ୟେକେ ଏକଥା ଜାଣିଛେ ଯେ ବାବା (ପରମପିତା ପରମାତ୍ମା)ଙ୍କୁ କିପରି ସ୍ମରଣ କରିବା ଉଚିତ୍ । କିନ୍ତୁ ବିଶେଷ ଯୋଗାଭ୍ୟାସ ବେଳେ ବୁଦ୍ଧି ଏକାଗ୍ର ହୁଏ ନାହିଁ । ଏହାର କାରଣ ହେଲା ଯେ ମନରେ ସଂକଳ୍ପ ସଂରଚନା ପ୍ରକିୟାକୁ ଆମେ ଠିକ୍ ଭାବରେ ସମ୍ପନ୍ନ କରୁନାହିଁ । ଆତ୍ମ ଚିନ୍ତନ ବେଳେ ଉପଯୁକ୍ତ ବିଧି ଅନୁସରଣ କରୁନାହୁଁ ।

ଶକ୍ତିଶାଳୀ ଯୋଗାଭ୍ୟାସ ପାଇଁ ଅମୃତବେଳା ପ୍ରାତଃ ୨ ଘ: ରୁ ୫ ଘ: ପର୍ଯ୍ୟନ୍ତ ଏବଂ ସଂନ୍ଧ୍ୟା ଘ ୬.୩୦ମି. ରୁ ୭.୩୦ମି. ପର୍ଯ୍ୟନ୍ତ ଦୁଇ ଓଳି ସମୟ ନିଶ୍ଚିତ କରାଯାଇଛି । ଅମୃତବେଳା ହିଁ ଈଶ୍ୱରୀୟ ସ୍ମୃତି ଅଭ୍ୟାସର ପ୍ରକୃଷ୍ଟ  ସମୟ ।

ଶଯ୍ୟାତ୍ୟାଗ ପରେ ମୁହଁ ହାତ ଧୋଇ ବା ଯଦି ସମ୍ଭବ ସମସ୍ତ ପ୍ରାତଃ କର୍ମ ସମାପନ ପରେ ପୂର୍ବ ନିଶ୍ଚିତ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ସହଜ ଆସନରେ ଉପବେଶନ କରନ୍ତୁ । କିଛି ସମୟ ସ୍ଥିର ହୋଇ ବସିଲା ପରେ ମନରେ ଉପôନ୍ନ ହେଉଥିବା ସଂକଳ୍ପ ସମୂହକୁ ଲକ୍ଷ୍ୟ କରନ୍ତୁ । ଧୀରେ ଧୀରେ ସେ ସବୁରୁ ମନକୁ ହଟେଇ “ମୁଁ  ଆତ୍ମା ଅଟେ” ଏହି ସଂକଳ୍ପର ନିର୍ମାଣ କରନ୍ତୁ । ତା’ପରେ ନିଜକୁ ନିଜେ ପଚାରନ୍ତୁ ଯେ ମୁଁ ଏପରି ସଂକଳ୍ପର ନିର୍ମାଣ କ’ଣ ପାଇଁ କରିଛି? କେବଳ ଏହି ସଂକଳ୍ପକୁ ନିର୍ମାଣ କରି ଛାଡିଦେବା ପାଇଁ ନୁହେଁ, ପରନ୍ତୁ ଏହି ସଂକଳ୍ପକୁ ମୋତେ ଅନୁଭବ କରିବାକୁ ହେବ । ଏହି ସଂକଳ୍ପ ସ୍ବରୂପରେ ମୋତେ ସ୍ଥିତ ହେବାକୁ ପଡିବ । ତେବେଯାଇ ଆପଣ ପରମାତ୍ମାଙ୍କୁ ସ୍ମୃତିରେ ଆଣିବା ପାଇଁ ବା ଈଶ୍ୱରୀୟ ଅନୁଭବ ପାଇଁ ସକ୍ଷମ ହୋଇପାରିବେ । ଏଥିପାଇଁ ବୁଦ୍ଧିର ଏକାଗ୍ରତା ଓ ପବିତ୍ରତା ଏକାନ୍ତ ଅପରିହାର୍ଯ୍ୟ ଅଟେ । ଏହାରି ଅଭାବରେ ଆତ୍ମିକ ସ୍ବରୂପରେ ସ୍ଥିତ ହେବା ସମ୍ଭବ ନୁହେଁ । “ମୁଁ ଆତ୍ମା” ଏହି ସଂକଳ୍ପକୁ ଅନୁଭବ କରି ପାରିବା ନାହିଁ । ଏହି ସଂକଳ୍ପକୁ ଅନୁଭବ କରିବା ପାଇଁ ବୁଦ୍ଧିର ଏକାଗ୍ରତାର ଆବଶ୍ୟକତା ରହିଛି । ଯାହା ସଂକଳ୍ପ କଲେ ତାକୁ ବୁଦ୍ଧି ନେତ୍ର ଦ୍ୱାରା ଦେଖନ୍ତୁ ଅର୍ଥାତ୍ ଅନୁଭବ କରନ୍ତୁ । ତେବେ ଆତ୍ମିକ ସ୍ବରୂପରେ ସ୍ଥିତ ହୋଇପାରିବେ । ମନରେ ଯେଉଁ ସଂକଳ୍ପ କଲେ “ମୁଁ ଏକ ଆତ୍ମା ଅଟେ”- ଏହାକୁ ବୁଦ୍ଧି ନେତ୍ର ଦ୍ୱାରା ଦେଖନ୍ତୁ, ଅର୍ଥାତ୍ ଅନୁଭବ କରନ୍ତୁ “ମୁଁ କିଏ”? ମୋର ସ୍ବରୂପ କ’ଣ? ମୁଁ ଆତ୍ମା ଆସିଛି କେଉଁଠିୁ? ଏ ସବୁ ପ୍ରଶ୍ନକୁ ଧୀରେ ଧୀରେ ସ୍ପଷ୍ଟ କରି ଅନୁଭବ କରନ୍ତୁ ।

ମୁଁ ଏକ ଚୈତନ୍ୟ ଜ୍ୟୋତିର୍ବିନ୍ଦୁ ସ୍ବରୂପ ଆତ୍ମା ଅଟେ..... ମୁଁ ଆତ୍ମା ଏହି ଶରୀରରେ ଭୃକୁଟି (ଦୁଇ ଭ୍ରୁଲତା ମଝି ସ୍ଥାନ) ମଧ୍ୟରେ ଅବସ୍ଥାନ କରି ଆଖି ଦ୍ୱାରା ଦେଖୁଛି..... କାନ ଦ୍ୱାରା ଶୁଣୁଛି...... ବିଭିନ୍ନ କର୍ମେନ୍ଦି୍ରୟ ଦ୍ୱାରା କର୍ମ କରୁଛି..... ମୁଁ ସଦା ପ୍ରକାଶମାନ ତାରକା ଭଳି..... ମୁଁ ଆତ୍ମା ନିତ୍ୟ, ପବିତ୍ର ଅଟେ । ମୁଁ ଆତ୍ମା ଜ୍ଞାନ ସ୍ବରୂପ... ପବିତ୍ର ସ୍ବରୂପ..... ଶାନ୍ତି ସ୍ବରୂପ... ଆନନ୍ଦ ସ୍ବରୂପ..... ପ୍ରେମ ସ୍ବରୂପ... ସୁଖ ସ୍ବରୂପ.... ଶକ୍ତି ସ୍ବରୂପ.... । ଆତ୍ମାକୁ ଜ୍ୟୋତିର୍ବିନ୍ଦୁ କାହିଁକି କୁହାଯାଇଛି? କାହିଁକି ନା ଆତ୍ମା ସଦା ପବିତ୍ର ଅଟେ । ତା’ର ମୂଳ ସ୍ବରୂପ ପବିତ୍ର । ପବିତ୍ରତାକୁ ପ୍ରକାଶ ରୂପରେ ଅନୁଭବ କରାଯାଏ । ଆତ୍ମା ଆମ ଜୀବନୀ ଶକ୍ତି ବା ଚେତନ ଶକ୍ତିର ଉସô ଅଟେ । ମନେକରନ୍ତୁ ଗୋଟିଏ ପ୍ରକୋଷ୍ଠରେ ବିଦୁ୍ୟତ୍ ବଲବ୍ଟିଏ ଜଳୁଛି । ସମଗ୍ର ପ୍ରକୋଷ୍ଠ ଆଲୋକରେ ବିଚ୍ଛୁରିତ ହୋଇଯାଉଛି । ସେହିପରି ଶରୀରସ୍ଥ ଭୃକୁଟି ମଧ୍ୟରେ ଆତ୍ମା ବିଦ୍ୟମାନ ହୋଇଥାଏ । ଆତ୍ମା ଏହି ଜୀବନୀ ଶକ୍ତିର ଉସô ହୋଇଥିବା ହେତୁ ଆତ୍ମାକୁ ଜ୍ୟୋର୍ତିବିନ୍ଦୁ ରୂପେ କଳ୍ପନା କରାଯାଏ । ବର୍ମାନ ଅନୁଭବ କରନ୍ତୁ... ମୋର ଅନ୍ତରରେ କେଉଁ ପରିମାଣରେ ପବିତ୍ରତା ଜ୍ୟୋତି ପ୍ରକାଶିତ ହେଉଛି? କେଉଁ ପରିମାଣରେ ସତ୍ୟତାର ପ୍ରକାଶ ମୋଠାରେ ଅଛି? ମୁଁ ଆତ୍ମା ଶାନ୍ତ ସ୍ବରୂପ ଅଟେ । ଅର୍ଥାତ୍ ଯେତେବେଳେ ମୁଁ ପରମଧାମରେ ଥିଲି ସେତେବେଳେ ଏ ଶରୀର ନଥିଲା । ଏ ଶରୀରର କୌଣସି ଜ୍ଞାତି କୁଟୁମ୍ବ ନଥିଲେ । ଅର୍ଥାତ୍ ମୁଁ ସର୍ବଦା ଶାନ୍ତ, ସଦା ଜାଜ୍ୱଲ୍ୟମାନ ଜ୍ୟୋତିର୍ବିନ୍ଦୁ ଭଳିଥିଲି । ବର୍ମାନ ମୁଁ ସେହି ଆତ୍ମା ଏ ଶରୀରର ଭୃକୁଟି ମଧ୍ୟରେ ଅବସ୍ଥାନ କରୁଛି । ମୋର ଏବେ ବି ଏ ଶରୀର ସହିତ କୌଣସି ସମ୍ବନ୍ଧ ନାହିଁ । ମୁଁ ଆତ୍ମା ଏ ଶରୀର ରୂପୀ ରଥରେ ରଥୀ (ଚାଳକ) ଅଟେ । ଆଉ ମଧ୍ୟ ଏ ଶରୀର ମୋର (ଆତ୍ମାର) ବସ୍ତ୍ର ତୁଲ୍ୟ ଅଟେ । ପରିଧାନ କରିଥିବା ବସ୍ତ୍ର ଯେତେବେଳେ ପୁରୁଣା ହୋଇ ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଏ ଆମେ ନୂତନ ବସ୍ତ୍ର ପରିବର୍ନ କରୁ । ତଦ୍ରୁପ ମୁଁ ଆତ୍ମା ମଧ୍ୟ ପରିଧାନ କରିଥିବା ଏ ଶରୀର ରୂପୀ ବସ୍ତ୍ରକୁ  ଜରାଜୀର୍ଣ୍ଣ ଅଥବା ପିନ୍ଧିବା ପାଇଁ ଅଯୋଗ୍ୟ ହୋଇଯିବା ପରେ ତ୍ୟାଗ କରି ନୂତନ ଶରୀରର ଆଶ୍ରୟ ନିଏ । ମୁଁ  ଆତ୍ମା ନିତ୍ୟ ସୁଖୀ ଅଟେ...  ପବିତ୍ର ଅଟେ.... ନିଷ୍କଳଙ୍କ ଅଟେ...ତେଣୁ ମୃତୁ୍ୟ ମୋ ପାଇଁ ଦୁଃଖ କାରକ ନୁହେଁ- କାରଣ ମୁଁ ଆତ୍ମା ଅଜର, ଅମର ଓ ଅବିନାଶୀ ଅଟେ ।

ଏହିପରି ଭାବରେ ମନରେ ଈଶ୍ୱରୀୟ ଜ୍ଞାନର ବିଭିନ୍ନ ସଂକଳ୍ପ ଗୁଡିକର ସଂରଚନା କରି ସେ ସବୁର ସ୍ପଷ୍ଟୀକରଣ କରି କରି ଚାଲନ୍ତୁ  । ନିଜ ଆତ୍ମାର ପ୍ରତ୍ୟେକ ଗୁଣର ସ୍ପଷ୍ଟୀକରଣ କରିବାହିଁ ସ୍ବଚିନ୍ତନ । ଏହିପରି ସ୍ବଚିନ୍ତନ କରୁଁ କରୁଁ ଆପଣ ଆତ୍ମ ସ୍ବରୂପ ହୋଇଯିବେ । ଯେପରି କୀଡା ଭ୍ରମରୀର ଚିନ୍ତନ କରୁଁ କରୁଁ ସ୍ବୟଂ ଭ୍ରମରୀ ବନିଯାଏ । କାରଣ ଏଠାରେ ମନ ଏବଂ ବୁଦ୍ଧି ଉଭୟ ଏକତ୍ର କାର୍ଯ୍ୟ କରୁଛନ୍ତି । ମନ ସଂକଳ୍ପ ଉପôନ୍ନ କରୁଛି ଏବଂ ବୁଦ୍ଧି ତାକୁ ଅନୁଭବ କରୁଛି । ଏହାହିଁ ସ୍ବଚିନ୍ତନ । ଯା’ର ସଂକଳ୍ପ ଏବଂ ସ୍ବରୂପରେ ସମାନତା ଅଛି, ସିଏ ହିଁ ମହାନ ଆତ୍ମା ଅଟେ । ଅଶରୀରୀ ବନିବାର ଏହାହିଁ ବିଧି ଅଟେ । ଏପରି ଚିନ୍ତନ କରୁ କରୁ  ଆପଣ କିଛି ସମୟ ପରେ ଅନୁଭବ କରିବେ ଯେ ମୁଁ ବାସ୍ତବିକ ଭୃକୁଟୀ ମଧ୍ୟରେ ଚକ୍ମକ୍ କରୁଥିବା ଏକ ସୂକ୍ଷ୍ମ ତାରକା ପରି ଅଟେ । ଏହାପରେ ଆପଣ ନିଜକୁ ଶରୀରଠାରୁ ପୃଥକ ବୋଲି ଅନୁଭବ କରିବେ । ଏହି ଅଭ୍ୟାସ ଦ୍ୱାରା ସ୍ବୟଂ ମନର ସଂକଳ୍ପ ସମୂହର ଗତି ଆପେ ଆପେ ଶାନ୍ତ ହୋଇଯାଏ । କାରଣ ମନ ଗୋଟିଏ ସଂକଳ୍ପ ସୃଷ୍ଟି କରୁଛି ଏବଂ ବୁଦ୍ଧି ସେହି ଏକ ସଂକଳ୍ପକୁ ହିଁ ଅନୁଭବ ତଥା ସ୍ପଷ୍ଟ କରିବା ପାଇଁ ବ୍ୟସ୍ତ ରହୁଛି । ତଦ୍ୱାରା ମନକୁ  ବ୍ୟର୍ଥ ସଂକଳ୍ପ କରିବା ପାଇଁ ସମୟ ମିଳୁନାହିଁ । ଏହାଫଳରେ ମନ ସହଜରେ ଶାନ୍ତ ହୋଇଯାଏ । ଏହି ଅଭ୍ୟାସ ବେଳେ ଦୁଇ ପ୍ରକାର ସମସ୍ୟା ଦେଖାଯାଏ । ପ୍ରଥମତଃ ବୁଦ୍ଧିକୁ ଏକାଗ୍ର କରିବା ଅଭ୍ୟାସ ନଥିବା ହେତୁ  ଅନେକ ଗୁଡିଏ ବ୍ୟର୍ଥ ସଂକଳ୍ପ ଆସେ । ଦ୍ୱିତୀୟତଃ ଅନେକ ଦିନର ଅଭ୍ୟାସ ବଶତଃ ଯେଉଁ ତମୋଗୁଣୀ ସଂସ୍କାର ଆତ୍ମାରେ  ମୁଦ୍ରିତ ହୋଇ ରହିଥିଲା ତାହା ବିକାରୀ ସଂକଳ୍ପ ଭାବରେ ସ୍ବତଃ ଉପôନ୍ନ ହୁଏ । ବେଳେ ବେଳେ ଏହି ସଂକଳ୍ପ ସମୂହ ମନରେ ଝଡ ସୃଷ୍ଟି କରେ । ମନ ଅବସନ୍ନ ହୋଇଯାଏ । ଏଥିରେ ଭୟଭୀତ ହେବା ଉଚିତ ନୁହେଁ । କାରଣ ଏହାଦ୍ୱାରା ଜନ୍ମଜନ୍ମାନ୍ତର ଧରି ଆତ୍ମାରେ ଚାପି ହୋଇ ରହିଥିବା ବିକର୍ମ (ପାପକର୍ମ)ର ପୁଞ୍ଜି ଧୀରେ ଧୀରେ ହ୍ରାସ ପାଏ । ତେଣୁ ଅତ୍ୟନ୍ତ ଧୈର୍ଯ୍ୟର ସହିତ ସେ ସବୁକୁ ସାମନା କରନ୍ତୁ ଓ ସ୍ପଷ୍ଟ କରି ସମାପ୍ତ କରିଦିଅନ୍ତୁ ।

ରାଜଯୋଗ ଅଭ୍ୟାସ ବେଳେ ଦିନସାରା ଯେଉଁ କର୍ମ କରିଛେଁ ସେ ସବୁ ମନେପଡେ । ଉଦାହରଣ ସ୍ବରୂପ ମୋର ଫଲାନା କାମ କରିବାର ଥିଲା । ମୋର ଫଲାନା ବ୍ୟକ୍ତି ସହିତ ସାକ୍ଷାତ କରିବାର ଥିଲା । କିମ୍ବା ମୋତେ କୌଣସି ଜରୁରୀ ବସ୍ତୁ ଦରକାର । କାହା ସହିତ ଶତୁ୍ରତା ବା ମିତ୍ରତା ଥିଲେ ସେହି ବ୍ୟକ୍ତି ମଧ୍ୟ ଯୋଗାଭ୍ୟାସ ବେଳେ ମନେପଡେ । ଏହିପରି ବ୍ୟର୍ଥ ସଂକଳ୍ପ ବୁଦ୍ଧିକୁ ଆସିଲେ ସେଗୁଡିକୁ ସ୍ପଷ୍ଟକରି ତତକ୍ଷଣାତ୍ ସମାପ୍ତ କରିଦେବା ଉଚିତ୍ । ମୋତେ ଯଦି କାହା ସହିତ ମିଶିବାକୁ ଅଛି ବା କୌଣସି କାମ କରିବାର ଅଛି, ତେବେ ସ୍ପଷ୍ଟ କରନ୍ତୁ ଯୋଗ ପରେ ହିଁ ମିଶିବି ବା କରିବି । ଏହିପରି ସମୟ ନିଶ୍ଚିତ କରି  ସେହି  ସଂକଳ୍ପରେ ପୂର୍ଣ୍ଣଚ୍ଛେଦ ପକାନ୍ତୁ । ତା’ପରେ ପୁଣି ଚିନ୍ତନ ଆରମ୍ଭ କରନ୍ତୁ- ମୁଁ କିଏ? କିପରି ଓ କ’ଣ ଅଟେ? ଏହା କରିବା ଦ୍ୱାରା ଅଳ୍ପ ସମୟ ମଧ୍ୟରେ ଏକାଗ୍ରତା ବଢିବ । ଯଦି କୌଣସି ଅତୀତ ସଂସ୍କାର ପ୍ରକଟିତ ହୁଏ- ବିଶେଷ କରି କୌଣସି ବ୍ୟକ୍ତି ମନେ ପଡେ, ତେବେ ନିଜକୁ ନିଜେ ପଚାରନ୍ତୁ- ଏହି ବ୍ୟକ୍ତି ମୋର ସ୍କୃତିରେ ଆସିଲେ କାହିଁକି? ଏହି ଦେହଧାରୀଠାରୁ ମୋର କ’ଣ କୌଣସି ପ୍ରାପ୍ତି ଇଚ୍ଛା ଅଛି? ଅଥବା ମୁଁ ତାକୁ ଭଲପାଏ ବା ସେହି ଶରୀରର କୌଣସି କର୍ମେନ୍ଦ୍ରିୟ ପ୍ରତିମୋର ଆକର୍ଷଣ ଅଛି?

ଏ ଶରୀର କ’ଣ? ଆତ୍ମାକୁ ବାଦ୍ଦେଲେ ଏ ଶରୀର ପତ୍ୱ ହାଡମାଂସ ପୁଳିକା ମାତ୍ର ଅଟେ । କ’ଣ ଏହି ଜଡ଼ ଶରୀରକୁ ମୁଁ ପ୍ରେମ କରେ? ନାଁ ମୋଟେ ନୁହେଁ । ମୁଁ ଚମଡାକୁ ପ୍ରେମ କରୁଥିବା ଚମାର ନୁହେଁ । ମୁଁ ତ ଏକ ପବିତ୍ର ଆତ୍ମା ଅଟେ । ଏହି ଶରୀରର ଭୃକୁଟୀରେ ଜାଜ୍ୱଲ୍ୟମାନ ମୋର ଭାଇ ଆତ୍ମାକୁ ମୁଁ ପ୍ରେମ କରେ । ଆମେ ଗୋଟିଏ ଘରେ ରହୁଥିବା ଗୋଟିଏ ପିତାର ସନ୍ତାନ ଅଟୁଁ । ଏହିପରି ପୁରୁଣା ସଂସ୍କାରକୁ ସ୍ପଷ୍ଟ କରି ବ୍ୟର୍ଥ ସଂକଳ୍ପ ସମାପ୍ତ  କରିବା ଉଚିତ । ସମର୍ଥ ରୂପକୁ ସଦା ସମ୍ମୁଖରେ ରଖନ୍ତୁ । ତଦ୍ଧ୍ୱାରା ଦେହର ବିକାରୀ ସଂସ୍କାର ପରିବିର୍ତ ହୋଇ ଆତ୍ମିକ ରୂପ ଦେଖିବାର ଅଭ୍ୟାସ ହେବ । ଏପରି ସ୍ପଷ୍ଟ ପୂର୍ବକ ସଂଶୋଧିତ ପୁରୁଣା ସଂସ୍କାର ପୁନର୍ବାର ଆତ୍ମପ୍ରକାଶ କରେ ନାହିଁ ।

ପୁରୁଷାର୍ଥୀ ଜୀବନରେ ବିଶେଷକରି ଦୁଇପ୍ରକାର ବିଘ୍ନ ଦେଖାଯାଏ । ପୁରୁଣା ସଂସାର ଓ ପୁରୁଣା ସଂସ୍କାର । ପୁରୁଣା ସଂସ୍କାରରେ ଦେହର ସମ୍ବନ୍ଧ ଏବଂ ଦେହ ସହିତ ସମ୍ବନ୍ଧିତ ପଦାର୍ଥ ଉଭୟ ଯୋଗାଭ୍ୟାସ ବେଳେ ବୁଦ୍ଧିକୁ ଚଳ କରନ୍ତି । ଦ୍ୱିତୀୟତଃ ପୁରୁଣା ସଂସ୍କାର ଏହାଠାରୁ ଅଧିକ ଯୋଗ ବେଳେ ପ୍ରତିବନ୍ଧକ ସୃଷ୍ଟି କରେ । ଏହାର ନିବାରଣ ପାଇଁ ୧) ସ୍ବୀୟ ଆତ୍ମିକ ସ୍ବରୂପର  ନିଶା ୨) ଅଲୌକିକ ଜୀବନର ନିଶା ୩) ସୂକ୍ଷ୍ମ ଦେବ ସ୍ବରୂପର ନିଶା ୪) ଭବିଷ୍ୟତ ପୂଜ୍ୟ ଦୈବୀ ପଦର ନିଶା- ଏହି ଚାରୋଟିରୁ ଯେ କୌଣସି ନିଶା କେବଳ ସଂକଳ୍ପ ସ୍ବରୂପ ନହୋଇ ପ୍ରତ୍ୟକ୍ଷ ଅନୁଭବ ସ୍ବରୂପ ଯଦି ହେବ, ତେବେ କେବେ କୌଣସି ପ୍ରତିବନ୍ଧକ ପୁରୁଷାର୍ଥ ମାର୍ଗରେ ଅନ୍ତରାୟ ସୃଷ୍ଟି କରିପାରିବ ନାହିଁ ।

ଏହିପରି ଉପରୋକ୍ତ ଦୁଇପ୍ରକାର ବିଘ୍ନକୁ ସ୍ପଷ୍ଟ ବିଚାର ଓ ପ୍ରତ୍ୟକ୍ଷ ଅନୁଭବ ଦ୍ୱାରା ସମାପ୍ତ କରି ସାରିଲା ପରେ ପୁନର୍ବାର ସ୍ବଚିନ୍ତନ ଆରମ୍ଭ କରନ୍ତୁ । ବର୍ମାନ ଆପଣ ଅନୁଭବ କରିବେ ଯେ ମୁଁ ସ୍ବୟଂ ପବିତ୍ର, ଶାନ୍ତ, ସୁଖୀ ଆତ୍ମା ଅଟେ । ଏହାହିଁ ଅଶରୀରୀ ବନିବାର ଅଭ୍ୟାସ । ଏହି ବିଧି ଦ୍ୱାରା ହିଁ ଆପଣ ନିଜକୁ ଦୀପ୍ତିମନ୍ତ ଓ ବନ୍ଧନ ମୁକ୍ତ ଆତ୍ମା ରୂପେ ଅନୁଭବ କରିବାକୁ ଲାଗିବେ । ଈଶ୍ୱରୀୟ ଜ୍ଞାନ କହେ-ତୁମେ ସ୍ବୟଂ ଯିଏ ଓ ଯେପରି ଅଟ ସେହିପରି ନିଜକୁ ଅନୁଭବ କର ଏବଂ ପରମାତ୍ମା ଯିଏ ଓ ଯେପରି ଅଟନ୍ତି ତାଙ୍କୁ ମଧ୍ୟ ସେପରି ଅନୁଭବ କର । ଆତ୍ମା ଓ ପରମାତ୍ମାଙ୍କ ସତ୍ୟ ପରିଚୟ ଓ ଅନୁଭବ ବିନା ଯୋଗାଭ୍ୟାସ ସମ୍ଭବ ନୁହେଁ । ଏପରି ଚିନ୍ତା କରୁଁ କରୁଁ ଆପଣ ଅନୁଭବ କରିବେ ଯେ ମୁଁ ଆତ୍ମା ବର୍ମାନ ଦେହ ଅଭିମାନରୁ ସଂପୂର୍ଣ୍ଣ ମୁକ୍ତ ଅଟେ । ପତ୍ୱ ଏବଂ ପ ବିକାରରୁ ମୁକ୍ତ ଅଟେ- ଦେହଠାରୁ ପୃଥକ ମୁଁ ଏକ ସ୍ବତନ୍ତ୍ର ଆତ୍ମା ଅଟେ ।

ପତ୍ୱ, ପ ବିକାର ତଥା ଆତ୍ମାର ତିନି ଶକ୍ତି-ମନ, ବୁଦ୍ଧି ଓ ସଂସ୍କାର ଏ ସବୁ ଉପରେ ଯିଏ ବିଜୟ ପ୍ରାପ୍ତ କରିସାରିଛି ସିଏ ହିଁ ଅନ୍ୟମାନଙ୍କୁ ବରଦାନ ଦେବାକୁ ସକ୍ଷମ ଅଟେ । ଏହି ବିଧି ଅନୁସରଣ କରି ଆମେ ତିନି ଶକ୍ତି ଉପରେ ବିଜୟ ପ୍ରାପ୍ତ ପୂର୍ବକ ବିନ୍ଦୁ ରୂପରେ ସ୍ଥିତ ହୋଇପାରିବା । ଏହିପରି ବିନ୍ଦୁ ରୂପରେ ନିଜକୁ ସ୍ଥିତ କରାଇ ପୁନଶ୍ଚ ମନରେ ସଂକଳ୍ପ ଯୋଗ କରନ୍ତୁ- ବର୍ମାନ ମୁଁ ଆତ୍ମା ଈଶ୍ୱରୀୟ ସ୍ମୃତି ଯାତ୍ରାର ପଥିକ । ଆତ୍ମା ବୁଦ୍ଧି ଦ୍ୱାରା ହିଁ ଯାତ୍ରା କରେ । ମୁଁ ଆତ୍ମା ବର୍ମାନ ମୋର ପିତା ପରମାତ୍ମାଙ୍କ ପାଖକୁ ଯାଉଛି । ଏବେ ପ୍ରଶ୍ନ ଉଠୁଛି ଯେ ପରମାତ୍ମା (ଶିବ ବାବା)ଙ୍କୁ ଆମେ କେଉଁଠି କେଉଁ ରୂପରେ ସ୍ମରଣ କରିବା? ଶିବ ବାବା (ପରମାତ୍ମା) ପ୍ରକୃତରେ କିଏ? କିପରି ଭାବରେ ତାଙ୍କୁ ବୁଦ୍ଧି ନେତ୍ର ଦ୍ୱାରା ସାକ୍ଷାତ କରିହେବ? ପୂର୍ବରୁ ଶିବ ବାବାଙ୍କ ସହିତ ସାକ୍ଷାତ ହୋଇନଥିଲେ ମଧ୍ୟ ଆମେ ତାଙ୍କୁ ଜ୍ଞାନ ଆଧାରରେ ଅନୁଭବ କରିପାରିବା ।

ଈଶ୍ୱରୀୟ ଜ୍ଞାନ ଶିକ୍ଷା ସମୟରେ ଆମେ ଏକଥା ଜାଣିଛେ ଯେ ପରମାତ୍ମା କଲ୍ୟାଣକାରୀ ହେତୁ ତାଙ୍କ କର୍ବ୍ୟ ବାଚକ ନାମ ‘ଶିବ’ । ସେ ସୂର୍ଯ୍ୟ, ତାରାଗଣଙ୍କ ଉଦ୍ଧ୍ୱର୍ରେ । ବ୍ରହ୍ମା-ବିଷ୍ଣୁ-ଶଙ୍କର ଏ ତିନିଲୋକରୁ ବି ଉଦ୍ଧ୍ୱର୍ରେ ଏକ ସୂକ୍ଷ୍ମ ଲୋହିତ ବର୍ଣ୍ଣଯୁକ୍ତ ସଦା ଜାଜ୍ୱଲ୍ୟମାନ ଅଖଣ୍ଡ ବ୍ରହ୍ମତ୍ୱରେ ପ୍ରକାଶିତ ପରମଧାମ ନିବାସୀ ଅଟନ୍ତି । ଏଠାରେ ଆତ୍ମାଗଣ ନିଜ ନିଜ ପ୍ରାରବ୍ଧ କର୍ମ ଅନୁସାରେ ପରମାତ୍ମାଙ୍କଠାରୁ ବିଭିନ୍ନ ଦୂରତ୍ୱ ରକ୍ଷା କରି ଅବସ୍ଥାନ କରନ୍ତି । ଯେଉଁ ଆତ୍ମା ପରମାତ୍ମାଙ୍କ ଅତି ନିକଟରେ ସେମାନେ ଅନ୍ୟମାନଙ୍କଠାରୁ କ୍ରମଶଃ ଅଧିକ ଜ୍ୟୋତିପ୍ରକାଶ କରୁଛନ୍ତି । ସମସ୍ତଙ୍କ ଉଦ୍ଧ୍ୱର୍ରେ ସମସ୍ତଙ୍କଠାରୁ ଯିଏ ଅଧିକ ଦୀପ୍ତିମନ୍ତ ସ୍ବତନ୍ତ୍ର ଭାବରେ ଅବସ୍ଥାନ କରି ନିମ୍ନସ୍ଥ ଆତ୍ମାଗଣଙ୍କୁ ଜ୍ଞାନ-ପବିତ୍ରତା-ଶାନ୍ତି ଆଦିର କିରଣ ବିକିରଣ କରୁଛନ୍ତି ସେ ହିଁ ଆମ ସମସ୍ତ ଆତ୍ମାଗଣଙ୍କ ପାରଲୌକିକ ପିତା । ଆମ ଆତ୍ମାମାନଙ୍କ ପରି ସେ ମଧ୍ୟ ଏକ ଉଜ୍ଜ୍ୱଳ ଜ୍ୟୋତିର୍ବିନ୍ଦୁ ତୁଲ୍ୟ ବିରାଜିତ ହୋଇଛନ୍ତି । ଏହି ଜ୍ଞାନକୁ ସଂକଳ୍ପ କରି ବୁଦ୍ଧିନେତ୍ର ଦ୍ୱାରା ସ୍ପଷ୍ଟ ଦେଖିବା ବିଧେୟ । ଏହାହିଁ ଏକାଗ୍ରତାର ନିୟମ । କିନ୍ତୁ ‘ଶିବବାବା’ଙ୍କ ପାଖକୁ କିପରି ସ୍ମୃତିର ଯାତ୍ରା ଆରମ୍ଭ କରିବା? ପୂର୍ବରୁ ଦିଆଯାଇଥିବା ବିଧିଦ୍ୱାରା ଆତ୍ମିକ ସ୍ଥିତିରେ ସ୍ଥିତ ରୁହନ୍ତୁ । ତାପରେ ମନରେ ସଂକଳ୍ପର ନିର୍ମାଣ କରନ୍ତୁ- ବର୍ମାନ ଶରୀରସ୍ଥ ଭୃକୁଟୀରୁ ପୃଥକ ହୋଇ ଏକ ସ୍ବୟଂ ପ୍ରକାଶିତ ସୂକ୍ଷ୍ମ ଶରୀର ରୂପକ ଯାନରେ ଅତି ଆରାମରେ ଅବସ୍ଥାନ କରି ମୁଁ ଆତ୍ମା  ରକେଟ ସଦୃଶ ଆକାଶ ମାର୍ଗରେ ଉଦ୍ଧ୍ୱର୍ମୁଖୀ ହୋଇ ଗତି କରୁଛି.... ଭୂପୃଷ୍ଠରେ ଛାଡି ଆସିଥିବା ମୋର ଶରୀରକୁ ମୁଁ ସ୍ପଷ୍ଟ ଭାବରେ ଦେଖି ପାରୁଛି... କିନ୍ତୁ ମୋତେ ଏ ଭୂମଣ୍ଡଳ ପାର ହୋଇ ଚନ୍ଦ୍ର, ସୂର୍ଯ୍ୟ, ନକ୍ଷତ୍ରମଣ୍ଡଳକୁ ବି ଅତିକ୍ରମ କରି, ବ୍ରହ୍ମା-ବିଷ୍ଣୁ-ଶଙ୍କର ଏ ତ୍ରିଲୋକର ଉଦ୍ଧ୍ୱର୍ରେ ଅବସ୍ଥିତ ପାରବ୍ରହ୍ମ ପରମାତ୍ମା ଶିବବାବାଙ୍କ ସହିତ ସାକ୍ଷାତକାର କରିବା ପାଇଁ ଯିବାକୁ ହେବ । ଏହି ଅଭିଳାଷାକୁ ଦୃଢୀଭୂତ କରନ୍ତୁ । କିନ୍ତୁ ମନେ ରଖନ୍ତୁ ଆମେ ସିଧାସଳଖ ସୂକ୍ଷ୍ମ ଶରୀର ଧାରଣ କରି ପରମଧାମରେ ପହô ପାରିବା ନାହିଁ । ଆମକୁ ସୂକ୍ଷ୍ମ ଶରୀର ସୂକ୍ଷ୍ମଲୋକରେ ତ୍ୟାଗ କରି ସେଠାରୁ ତାରକା ସଦୃଶ ବିନ୍ଦୁ ରୂପରେ ହିଁ ଉଦ୍ଧ୍ୱର୍ମୁଖୀ ହେବାକୁ ପଡିବ । ବର୍ମାନ ବାପ ଦାଦା (ଅବ୍ୟକ୍ତ ବ୍ରହ୍ମା) ସୂକ୍ଷ୍ମଲୋକ ନିବାସୀ । ଶିବଙ୍କୁ ଦର୍ଶନ କରିବା ପୂର୍ବରୁ ପ୍ରଥମେ ତାଙ୍କର ବାହନର ସମ୍ମୁଖୀନ ହେବାକୁ ପଡେ । ସୂକ୍ଷ୍ମ ଶରୀରଧାରୀ ଅବ୍ୟକ୍ତ ବ୍ରହ୍ମା ହିଁ ବର୍ମାନ ଶିବବାବାଙ୍କ ବାହନ, ଅର୍ଥାତ୍ ମାଧ୍ୟମ ରୂପେ କାର୍ଯ୍ୟ କରି ଭୂପୃଷ୍ଠରେ ଅବତରଣ କରୁଛନ୍ତି । ତେଣୁ ପରମଧାମ ଯିବା ପୂର୍ବରୁ ଆମକୁ ଏଠାରେ କିଛି ସମୟ ବିଶ୍ରାମ ନେବାକୁ ହେବ ।

ଏକାଗ୍ରତା ନିୟମ ଅନୁସାରେ ଆମେ ଯେଉଁ ସଂକଳ୍ପ କରୁଛୁ ତାହାକୁ ବୁଦ୍ଧି ନେତ୍ର ଦ୍ୱାରା ସ୍ପଷ୍ଟ ଦେଖିବା ବିଧେୟ । ବର୍ମାନ ସଂକଳ୍ପ କରନ୍ତୁ ଯେ ମୁଁ ସୂକ୍ଷ୍ମଲୋକ ନିବାସୀ ବାପଦାଦା (ଅବ୍ୟକ୍ତ ବ୍ରହ୍ମା)ଙ୍କ ସହିତ ପ୍ରଥମେ ସାକ୍ଷାତ କରିବି । ସୂକ୍ଷ୍ମଲୋକ କ’ଣ ଏବଂ ଏହା ଦେଖିବାକୁ କିପରି? ଏଠାରେ କିଏ ରୁହେ? ଏ ସବୁ ପ୍ରଶ୍ନର ସ୍ପଷ୍ଟୀକରଣ ହିଁ ସୂକ୍ଷ୍ମଲୋକର ଅନୁଭବ ଅଟେ । ଅର୍ଥାତ୍ ସୂର୍ଯ୍ୟ, ଚନ୍ଦ୍ର, ତାରାଗଣ ଉପରେ ଶ୍ୱେତ ପୀତ ପ୍ରକାଶ ତ୍ୱରେ ସୂକ୍ଷ୍ମ ଶରୀର ଧାରଣ କରି ବ୍ରହ୍ମାବାବା ରହୁଛନ୍ତି । ବୁଦ୍ଧି ସେଠାରେ ପହôଲା ପରେ ଅବ୍ୟକ୍ତ ବ୍ରହ୍ମାବାବାଙ୍କ ସହିତ ସଂକଳ୍ପ ଦ୍ୱାରା କଥାବାର୍ା ଆରମ୍ଭ କରନ୍ତୁ । ବାବା ଆପଣ ଏଠାରେ କିପରି ପହôଲେ? ଆପଣ କିପରି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ ହେଲେ?  ବର୍ମାନ ଏଠାରେ କ’ଣ ପାଇଁ ଅବସ୍ଥାନ କରୁଛନ୍ତି? ଏଠାରେ ଅବସ୍ଥାନ କରି କ’ଣ କରୁଛନ୍ତି? ପ୍ରତ୍ୟେକ ପ୍ରଶ୍ନ ପରେ କିଛି କ୍ଷଣ ବିରାମ ଦିଅନ୍ତୁ... ପ୍ରତ୍ୟେକ ପ୍ରଶ୍ନର ଉର ଆପଣଙ୍କୁ ଆପଣା ଛାଏଁ ମିଳିଯିବ । ଆପଣ ଯେପରି ସଂକଳ୍ପ ଦ୍ୱାରା ପ୍ରଶ୍ନ ନିର୍ମାଣ କରୁଛନ୍ତି, ସେପରି ଅବ୍ୟକ୍ତ ବ୍ରହ୍ମା ବାବା ମଧ୍ୟ ସଂକଳ୍ପ ଦ୍ୱାରା ଉର ଆପଣଙ୍କ ମନକୁ ପ୍ରେରଣ କରିବେ । ଏହିପରି ପ୍ରଶ୍ନ ପରେ ପରେ ସ୍ବତଃ ଆପଣଙ୍କ ମନରେ ଉର ମଧ୍ୟ ଆସିଯାଉଥିବ ।

ବ୍ରହ୍ମାବାବା ସ୍ବୀୟ ତନୁ, ମନ, ଧନ, ସର୍ବସ୍ବ ଈଶ୍ୱରୀୟ ସେବାର୍ଥ ସମର୍ପଣ କରିଥିଲେ । ସେ ପ୍ରତ୍ୟେକ କର୍ମ ଶିବବାବାଙ୍କ ଶ୍ରୀମତ ଅନୁସାରେ କରୁଥିଲେ । ନିରନ୍ତର ଏକ ପରମାତ୍ମାଙ୍କ ସହିତ ସର୍ବ ସମ୍ବନ୍ଧ ରଖୁଥିଲେ । ଏହିପରି ସାକାରରେ ବ୍ରହ୍ମାବାବା କର୍ମାତୀତ ଅବସ୍ଥା ପ୍ରାପ୍ତ ହୋଇଗଲେ । ବର୍ମାନ ମୋତେ ମଧ୍ୟ ବ୍ରହ୍ମାବାବାଙ୍କୁ ଅନୁସରଣ କରିବାକୁ ହେବ । ଯଦି ଆପଣଙ୍କର କୌଣସି ପ୍ରଶ୍ନ ବା ସମସ୍ୟା ଥାଏ ତେବେ ସେ ସବୁକୁ ସୂକ୍ଷ୍ମଲୋକରେ ଅବ୍ୟକ୍ତ ବ୍ରହ୍ମାବାବାଙ୍କ ସମ୍ମୁଖରେ ସ୍ପଷ୍ଟ କରନ୍ତୁ । ତଦ୍ୱାରା ଏହା ଅନୁଭବ ହେବ ଯେ ଆପଣ ବାପଦାଦାଙ୍କ ସମ୍ମୁଖରେ ଉପସ୍ଥିତ ଅଛନ୍ତି । ଏହି ସ୍ଥିତିକୁ ସୂକ୍ଷ୍ମ ଶରୀରଧାରୀ ଦେବତ୍ୱ ଅବସ୍ଥା ବା ଅବ୍ୟକ୍ତ ସ୍ଥିତି କୁହାଯାଏ । ଆମର ବୁଦ୍ଧି ନେତ୍ର ଯେତିକି ସ୍ପଷ୍ଟ ଏବଂ ଶକ୍ତିଶାଳୀ ହେବ ଆମେ ପ୍ରତ୍ୟେକ ସଂକଳ୍ପକୁ ସେତିକି ସ୍ପଷ୍ଟ ଦେଖିପାରିବା ବା ଅନୁଭବ କରିପାରିବା । ଏହାକୁ ତୃତୀୟ ଚକ୍ଷୁ ବା ଦିବ୍ୟ ଦୃଷ୍ଟି କୁହାଯାଏ । ଏହା ଦିବ୍ୟ ଦର୍ପଣ ସଦୃଶ । ଏହାଦ୍ୱାରା ଆତ୍ମାର ବିଶେଷତାକୁ ସହଜ ତଥା ସ୍ପଷ୍ଟ ଭାବରେ ଦେଖିହୁଏ ।

ସୂକ୍ଷ୍ମଲୋକରେ ବାପଦାଦା (ଅବ୍ୟକ୍ତ ବ୍ରହ୍ମା)ଙ୍କ ସହିତ ସଂକଳ୍ପର ଆଦାନ ପ୍ରଦାନ (ରୁହରିହାନ) କରି ସାରିଲା ପରେ ବୁଦ୍ଧିକୁ ଉଦ୍ଧ୍ୱର୍ମୁଖୀ କରାନ୍ତୁ । ବର୍ମାନ ପର୍ଯ୍ୟନ୍ତ ଆପଣ ଭୂଲୋକରୁ ସୂକ୍ଷ୍ମ (ଦେବ) ଲୋକକୁ ଆସି ସୂକ୍ଷ୍ମ ଶରୀର ବା ଦେବ ଶରୀର ଧାରଣ କରି ଅବ୍ୟକ୍ତ ବ୍ରହ୍ମା ବାବାଙ୍କ ସହିତ ସଂକଳ୍ପ ଦ୍ୱାରା ବାର୍ାଳାପ କରୁଥିଲେ । ବର୍ମାନ ଏହି ସୂକ୍ଷ୍ମ ଶରୀରକୁ ଏଠାରେ ତ୍ୟାଗ କରି (ଯେପରି ସ୍ଥୂଳ ଶରୀର ତ୍ୟାଗ କରି ସୂକ୍ଷ୍ମଲୋକରେ ପହୁଛନ୍ତି) ଆପଣ ଆତ୍ମା ଏକ ଗତିଶୀଳ ପ୍ରକାଶ ପୁଞ୍ଜ (ନକ୍ଷତ୍ର) ପରି ପରମଧାମ ଅଭିମୁଖେ ଅଗ୍ରସର ହେଉଛନ୍ତି । କାହିଁକି? ସେଠାରେ କିଏ ଅଛନ୍ତି? ସେଠାକୁ ଯାଇ ମୁଁ କ’ଣ କରିବି? ଏହି ପ୍ରଶ୍ନ ସମୂହକୁ ସ୍ପଷ୍ଟ କରନ୍ତୁ । ମୋତେ ପରମଧାମକୁ ଯାଇ ସର୍ବଶକ୍ତିର ସାଗର ପରମପିତା ଶିବ ପରମାତ୍ମାଙ୍କୁ ସାକ୍ଷାତ କରିବାକୁ ହେବ । ତାଙ୍କଠାରୁ ସର୍ବଶକ୍ତି ଆହରଣ କରିବାକୁ ହେବ । ବର୍ମାନ ବୁଦ୍ଧିନେତ୍ର ଦ୍ୱାରା ପରମଧାମର ଦୃଶ୍ୟକୁ ସମ୍ମୁଖରେ ଦେଖନ୍ତୁ । ପୂର୍ବ ବର୍ଣ୍ଣିତ ଅନୁସାରେ ଏକାଗ୍ରତାର ନିୟମର ଉପଯୋଗ କରି ପରମଧାମର ଦୃଶ୍ୟକୁ ଅନୁଭବ କରିପାରିବା । ପରମଧାମ ରକ୍ତସ୍ବର୍ଣ୍ଣିମ ପ୍ରକାଶ ତ୍ୱ ଦ୍ୱାରା ନିର୍ମିତ । ଏହି ଶାନ୍ତିଧାମରେ ଶିବବାବା ତେଜୋଦୀପ୍ତ ପ୍ରକାଶମାନ ଜ୍ୟୋର୍ତିବିନ୍ଦୁ ଅଟନ୍ତି । ଏହା ହିଁ ମୋର ପ୍ରକୃତ ଘର । ମୁଁ ମୋର ଆତ୍ମିକ ପିତା ଶିବ ପରମାତ୍ମାଙ୍କ ସମ୍ମୁଖରେ ବର୍ମାନ ଅବସ୍ଥିତ । ମୁଁ ମଧ୍ୟ ମୋର ପିତାଙ୍କ ଭଳି ଏକ ଜ୍ୟୋତିର୍ବିନ୍ଦୁ ଆତ୍ମା ଅଟେ । ବର୍ମାନ ବାବା (ପରମ ପିତା ପରମାତ୍ମା)ଙ୍କ ଠାରୁ ଗୋଟିଏ ଗୋଟିଏ ଶକ୍ତି ତଥା ଗୁଣ ଆହରଣ କରି ତୁଳନା କରନ୍ତୁ ମୋର ପିତା ପରମାତ୍ମା ପବିତ୍ରତାର ସାଗର ଅଟନ୍ତି । ମୁଁ ଆତ୍ମା ସେହି ପିତାଙ୍କ ସନ୍ତାନ ପବିତ୍ର ସ୍ବରୂପ ଅଟେ- ମୋର ପିତା ଜ୍ଞାନ, ପ୍ରେମ, ଆନନ୍ଦ, ଶାନ୍ତି ଓ ଶକ୍ତିର ସାଗର ଅଟନ୍ତି- ମୁଁ ଆତ୍ମା ସେହି ପିତାଙ୍କ ସନ୍ତାନ ଜ୍ଞାନ, ପ୍ରେମ, ଆନନ୍ଦ ଶାନ୍ତି ଓ ଶକ୍ତିର ସ୍ବରୂପ ଅଟେ- ମୋର ପିତାଙ୍କ ଯେଉଁ ସବୁ ଗୁଣ ଅଛି ମୋର ମଧ୍ୟ ସେହି ସବୁ ଗୁଣ ଅଛି । ତେଣୁ ମୁଁ ଆତ୍ମା ସଦା ପବିତ୍ର ଅଟେ । ଏହି ସଂକଳ୍ପ ଆସିବା ମାତ୍ରେ ଅନୁଭବ ହେବ ଯେ ଶିବବାବାଙ୍କ ପତିତପାବନୀ ପବିତ୍ର ପ୍ରକାଶର କିରଣ ରେଖା ସମୂହ ମୋ ଉପରେ ପଡୁଛି । ମୁଁ ମଧ୍ୟ ତାଙ୍କର ପବିତ୍ରତା, ଜ୍ଞାନ, ପ୍ରେମ, ଆନନ୍ଦ, ଶାନ୍ତି, ଶକ୍ତି ଆଦି କିରଣ ରେଖାର ସଂସ୍ପର୍ଶରେ ଆସି ନିଜକୁ ସ୍ବୟଂ ସମ୍ପୂର୍ଣ୍ଣ ଅନୁଭବ କରୁଛି- ଏଠାରେ ଏକଥା ଲକ୍ଷ୍ୟ କରନ୍ତୁ ଯେ ଆପଣ କେବଳ ଏଭଳି ସଂକଳ୍ପ ନିର୍ମାଣ କରି ଛାଡି ଦେଉନାହାନ୍ତି । ଅପିତୁ ବୁଦ୍ଧି ଦ୍ୱାରା ସ୍ପଷ୍ଟ ଅନୁଭବ କରୁଛନ୍ତି । ଏଣୁ ଯା ସଙ୍ଗରେ ଅଛେଁ, ଆମ ଉପରେ ଧୀରେଧୀରେ ତାର ରଙ୍ଗ ମଧ୍ୟ ବୋଳି ହୋଇଯାଉଛି । ଏପରି ଶିବବାବାଙ୍କ ପୃଥକ ପୃଥକ ଗୁଣକୁ ଅନୁଭବ କରନ୍ତୁ । ବୁଦ୍ଧି ଯେତିକି ଏକାଗ୍ର ଏବଂ ପବିତ୍ର ହେବ ସେତିକି ଅଧିକ ସମୟ ଆମେ ପରମାତ୍ମାଙ୍କଠାରୁ ଶକ୍ତି ଆହରଣ କରିପାରିବା । ଏପରି ଅନୁଭବ ସ୍ଥିତିକୁ ବୀଜରୂପ ଅବସ୍ଥା କୁହାଯାଏ । 

           ଏହି ସ୍ଥିତିରେ ଆତ୍ମା ସ୍ବତନ୍ତ୍ର ହେବା ହେତୁ ଯୋଗର ବିଭିନ୍ନ ଅବସ୍ଥା ଏବଂ ଶିବ ବାବାଙ୍କଠାରୁ ସର୍ବ ସମ୍ବନ୍ଧର ଅନୁଭବ କରିପାରେ । ଏହି ଅବସ୍ଥାରେ କୌଣସି ପୁରୁଣା ସଂସ୍କାର ଉପôନ୍ନ ହୁଏ ନାହିଁ । ଏହି ସ୍ଥିତିରେ ଖୁବ୍ ତୀବ୍ର ଗତିରେ ବିକର୍ମ ବିନାଶ ହୁଏ । ଏହାକୁ ନିରାକାରୀ ବୀଜରୂପ ସ୍ଥିତି କୁହାଯାଏ । କାରଣ ଏହି ସମୟରେ ଆତ୍ମା ଓ ଆତ୍ମାର ପିତା ପରମାତ୍ମା ଉଭୟେ ବୀଜରୂପ ସ୍ଥିତିରେ ଥାଆନ୍ତି । ପରମାତ୍ମାଙ୍କ ସହିତ ସାମ୍ୟ ସ୍ଥିତିରେ ବୁଦ୍ଧି ଯେତିକି ଏକାଗ୍ର ଭାବରେ ରହିପାରିବ ସେତିକି ଆମେ ନିଜକୁ ପରମଧାମରେ ସ୍ଥିତ କରିପାରିବା । ଆମେ ବହୁତ ସମୟ ପର୍ଯ୍ୟନ୍ତ ଏପରି ସ୍ଥିତିର ଅନୁଭବ କରିପାରିବା । ଆପଣ ଅନୁଭବ କରିବେ ଯେ ପରମାତ୍ମାଙ୍କଠାରୁ ବିକିରିତ ହେଉଥିବା ସମସ୍ତ ଶକ୍ତି ଦ୍ୱାରା ଆତ୍ମା ଧୀରେ ଧୀରେ ସମ୍ପୂର୍ଣ୍ଣତା ଲାଭ କରୁଛି । ଉଦାହରଣ ସ୍ବରୂପ ଆପଣ ଯଦି ଗୋଟିଏ କାଗଜକୁ ଦଶବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟକିରଣରେ ରଖିବେ ତେବେ ମଧ୍ୟ ଜଳିବ ନାହିଁ । କିନ୍ତୁ ମଝିରେ ଯଦି କନକେଉ ଲେନ୍ସ (ଅବତଳ ଲେନ୍ସ) ରଖିଦେବେ ତେବେ ସୂର୍ଯ୍ୟକିରଣ ଏକାକାର ହୋଇ ଅତିଶୀଘ୍ର କାଗଜକୁ ଭସ୍ମୀଭୂତ କରିଦେବ । ରାଜଯୋଗ ଦ୍ୱାରା ବିକର୍ମ ବିନାଶ କରିବାର ଏହାହିଁ ଏକମାତ୍ର ଆଧାର ଅଟେ । ଏହି ବୀଜ ରୂପ ସ୍ଥିତି ଦ୍ୱାରା ମାୟାର ବୀଜ ଜଳିପୋଡି ଭସ୍ମ ହୋଇଯାଏ । ଏହିପରି ବୀଜରୂପ ସ୍ଥିତି ଯଦି ସାରା ଦିନରେ ଦୁଇ ଘା ମଧ୍ୟ ରହିବ ତେବେ ଅତି କମ୍ ସମୟରେ ଆମେ ବ୍ରହ୍ମା ବାବାଙ୍କ ପରି କର୍ମାତୀତ ଅବସ୍ଥାର ଅତି ନିକଟରେ ପହô ପାରିବା ।

ପରମାତ୍ମା ଯିଏ ଓ ଯେପରି ଅଟନ୍ତି ତାଙ୍କୁ ଠିକ୍ ସେହି ଅନୁରୂପ ଜାଣିବା ଅର୍ଥ ତାଙ୍କୁ ବୁଦ୍ଧି ଦ୍ୱାରା ଅନୁଭବ କରି ତାଙ୍କ ଭଳି ସମାନ ସ୍ଥିତି ଯୁକ୍ତ ହେବା ପାଇଁ ନିରନ୍ତର ପୁରୁଷାର୍ଥ କରିବା । ଏହି ବିଧିକୁ ନିରନ୍ତର ଅଭ୍ୟାସ ପୂର୍ବକ ତାକୁ ଜୀବନର ଏକ ଅଙ୍ଗ ରୂପେ ପରିଣତ କରିବା । ଥରେ ଯାହା ଅନୁଭବ କରିଛେଁ ସେହି ସ୍ଥିତିକୁ ଯେତେବେଳେ ଇଚ୍ଛା ମୁହୂର୍କ ମଧ୍ୟରେ ଯେ କୌଣସି ପରିସ୍ଥିତିରେ ଉପôନ୍ନ କରିପାରିବା ଏବଂ ନିରନ୍ତର ପରମାତ୍ମାଙ୍କ ସହିତ ସମ୍ବନ୍ଧ ରଖିପାରିବା । ଆମେ ଯେ ପର୍ଯ୍ୟନ୍ତ ପରମାତ୍ମାଙ୍କୁ ତାଙ୍କର ପ୍ରକୃତ ସ୍ବରୂପରେ ଅନୁଭବ କରିନାହୁଁ, ସେ ପର୍ଯ୍ୟନ୍ତ ଆମ ପୁରୁଷାର୍ଥ ତୀବ୍ର ହୋଇପାରିବ ନାହିଁ । ଏଣୁ ପ୍ରତ୍ୟହ ଅମୃତବେଳାରେ ଏହି ବିଧିର ଅଭ୍ୟାସ କରିବା ବିଧେୟ ।

ସ୍ବଚିନ୍ତନ ଅର୍ଥାତ୍ ମୁଁ କିଏ, ନିରନ୍ତର ଏହି ରହସ୍ୟକୁ ସ୍ମୃତିରେ ରଖିବା । ଆତ୍ମାର ଆଦି ଅନାଦି ସ୍ବରୂପ କ’ଣ ସେହି ସ୍ବରୂପରେ ନିଜକୁ ଜାଣି, ସେହି ଚିନ୍ତନରେ ରହିବା ହିଁ ସ୍ବଚିନ୍ତନ ଅଟେ । ଏଣୁ ଯେତେବେଳେ ବି ଆମେ ଯୋଗାଭ୍ୟାସ ପାଇଁ ବସୁଛେଁ, ସେହି ସମୟରେ ଏହି ବିଧି ଦ୍ୱାରା ଅଶରୀରୀ ହୋଇ ପରମାତ୍ମା (ବାବା) ଯିଏ ଓ ଯେପରି ଅଟନ୍ତି ତାଙ୍କୁ ଠିକ୍ ସେହି ଭାବରେ ଅନୁଭବ କରିପାରିବା । ଯେତିକି ଯୋଗର ଅଭ୍ୟାସ ବଢି ବଢି ଯାଉଥିବ ସେତିକି ଆମେ ପବିତ୍ର ବନି ଯାଉଥିବା ଏବଂ ପରମାତ୍ମାଙ୍କ ନିକଟତର ହୋଇପାରିବା । ପରମାତ୍ମାଙ୍କ ସହିତ ସର୍ବ ସମ୍ବନ୍ଧର ଅନୁଭବ କରିପାରିବା । ଏହି ସ୍ଥିତିରେ ପହୁôଲେ ଆମେ ସ୍ବୀୟ ବିଚାର ତରଙ୍ଗ ଦ୍ୱାରା ବାୟୁମଣ୍ଡଳକୁ ଏବଂ କୌଣସି ପ୍ରତିକୂଳ ପରିସ୍ଥିତିକୁ ପରିବର୍ନ କରିବାର ଶକ୍ତି ସ୍ବତଃ ପ୍ରାପ୍ତ କରିପାରିବା । ଏହି ଅବସ୍ଥା ହିଁ ବିଶ୍ୱ ପରିବର୍ନ କରିବା ପାଇଁ ମହ୍ୱପୂର୍ଣ୍ଣ ସାଧନ ଅଟେ ।

ବ୍ରାହ୍ମଣ ଜୀବନର ମୁଖ୍ୟ ତିନିଗୋଟି ଦିଗ ହେଲା, ଜ୍ଞାନ-ଯୋଗ ଓ କର୍ମ (କର୍ମଯୋଗ) । ଏହି ତିନୋଟିକୁ ଯଦି ଜଣେ ଜୀବନର ଅଙ୍ଗ ବନାଇଥାଏ ତେବେ ଯାଇ ସେ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ପଦବାଚ୍ୟ ହେବ । ଯୋଗଦ୍ୱାରା ଶକ୍ତି ପ୍ରାପ୍ତ କରିବା ଦ୍ୱାରା ବୁଦ୍ଧି ସ୍ବଚ୍ଛ ତଥା ପବିତ୍ର ହୋଇଯାଏ । ତେବେ ଯାଇ ପବିତ୍ର ଜ୍ଞାନର ଧାରଣା ହୁଏ । ଏଥିପାଇଁ ଈଶ୍ୱରୀୟ ମହାବାକ୍ୟ (ମୁରଲୀ) ଶୁଣାଇବା ପୂର୍ବରୁ ପୁରା ସମୟ ଯୋଗ କରିବା ଏକାନ୍ତ ଅପରିହାର୍ଯ୍ୟ । ଅନ୍ୟଥା ମୂରଲୀ (ଈଶ୍ୱରୀୟ ମହାବାକ୍ୟ) ଠିକ୍ ବୁଝି ହେବ ନାହିଁ ।

ଜ୍ଞାନ ଓ ଯୋଗ ଏହି ଦୁଇ ଶକ୍ତିକୁ କର୍ମରେ ଉପଯୋଗ କରିବାକୁ ହିଁ କର୍ମଯୋଗ କୁହାଯାଇଛି । ପ୍ରତ୍ୟହ ମୁରଲୀ ଶୁଣିବା ପୂର୍ବରୁ ବିଶେଷ ଧ୍ୟାନ ଦେବା ଜରୁରୀ ଯେ ମୁଁ ଆତ୍ମା ସର୍ବଶକ୍ତିବାନ ଶିବ ପିତାଙ୍କ ସମ୍ମୁଖରେ ବସି ଶୁଣୁଛି । ଅମୃତବେଳା ଯୋଗାଭ୍ୟାସ ଠିକ୍ ହେଲେ କ୍ଲାସରେ ବୁଦ୍ଧି ଏକାଗ୍ର ହେବ ଅର୍ଥାତ୍ ମୂରଲୀ ଶୁଣିଲାବେଳେ ପ୍ରତି ମୁହୂର୍ରେ ଆତ୍ମିକ ସ୍ବରୂପରେ ଅବସ୍ଥାନ କରିପାରିବା । ତେବେ ଯାଇ ମୁରଲୀର ପ୍ରତ୍ୟେକ ବାକ୍ୟକୁ ଅନୁଭବ କରିହେବ । ବାବାଙ୍କ (ପରମାତ୍ମା) ପ୍ରତ୍ୟେକ ମହାବାକ୍ୟ ଆତ୍ମା ଭିତରେ ମୁଦ୍ରିତ ହୋଇଯିବ । ତଥାପି ମଧ୍ୟ ନିଜ ଆତ୍ମାର ବିକାଶ ପାଇଁ ଯେଉଁ କଥାକୁ (ମହାବାକ୍ୟ) ଯୋଗ୍ୟ ବୋଲି ମନେ ହେବ ସେ ସବୁକୁ ପ୍ରତ୍ୟହ ମୁରଲୀ ଶୁଣିବା ବେଳେ ଟିପିନେବା ଉଚିତ । ସାରାଦିନ ସେହି ବିଷୟରେ ଚିନ୍ତନ ମନ୍ଥନ କରି ତାକୁ କାର୍ଯ୍ୟରେ ଉପଯୋଗ କରିବା ଉଚିତ୍ । ପ୍ରତ୍ୟେକ କର୍ମ କରିବା ବେଳେ ଏକଥା ସ୍ମରଣ ରହିବା ଉଚିତ ଯେ ଆଜି ବାବା ଆମକୁ ଅଭ୍ୟାସ ପାଇଁ କେଉଁ କେଉଁ ଗୃହକର୍ମ ଦେଇଛନ୍ତି । ଉଦାହରଣ ସ୍ବରୂପ ବାବା କହନ୍ତି ଯେ ନିଜକୁ ଆତ୍ମା ଅନୁଭବ କର ଓ ସମସ୍ତଙ୍କୁ ଆତ୍ମିକ ଦୃଷ୍ଟିରେ ଦେଖ । ଏହାକୁ ମନନ ଚିନ୍ତନ କରି ଯିଏ ବି ସାମନାରେ ଆସିଲା ତାକୁ ଆତ୍ମା ରୂପରେ ଦେଖିବାକୁ ଅଭ୍ୟାସ କରିବା ଉଚିତ । ଅଭ୍ୟାସ ଓ ବ୍ୟବହାରିକ ସମାନ୍ତରାଳ ଅବସ୍ଥାନ କରିବା ଉଚିତ । ଏହିପରି ଚିନ୍ତନ ଦ୍ୱାରା ଆମେ ଜ୍ଞାନ ସ୍ବରୂପ ଓ ଅନୁଭବ ଦ୍ୱାରା ଶକ୍ତି ସ୍ବରୂପ ଆତ୍ମାରେ ପରିଣତ ହୋଇଯିବା ।

ମନ ଓ ବୁଦ୍ଧି ଉଭୟକୁ ଏକା ସାଙ୍ଗରେ କାର୍ଯ୍ୟରେ ଲଗାଇବା ଦ୍ୱାରା ଜ୍ଞାନ କେବଳ ବୁଦ୍ଧି ପର୍ଯ୍ୟନ୍ତ ସୀମିତ ରହେ ନାହିଁ, ଅନୁଭବ ସ୍ତର ପର୍ଯ୍ୟନ୍ତ ପହôଯାଏ । ଏହିପରି ପ୍ରତିଦିନ ଜ୍ଞାନର ଗୋଟିଏ ଗୋଟିଏ ବିନ୍ଦୁ ଉପରେ ଚିନ୍ତନ କରି ବ୍ୟବହାରିକ ଜୀବନରେ ପ୍ରୟୋଗ କଲେ ଆମେ ଅନୁଭବୀ ତଥା ଶକ୍ତିଶାଳୀ ବନିଯିବା । ପାଠ ଏକ, ପଢ଼ାଇବା ବ୍ୟକ୍ତି ଏକ; ତଥାପି ମଧ୍ୟ ସମସ୍ତଙ୍କ ସମାନ ଅନୁଭବ ନାହିଁ କାହିଁକି? କାରଣ ପାଠକୁ ଆତ୍ମସ୍ଥ କରି ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ମଧ୍ୟରେ ପାର୍ଥକ୍ୟ ରହିଛି ।

ଜ୍ଞାନର ପ୍ରତ୍ୟେକ ଶିକ୍ଷାକୁ ଶକ୍ତି ରୂପରେ ଧାରଣା କରିବା ବିଧେୟ । ତଦ୍ୱାରା ଆବଶ୍ୟକ ବେଳେ ଏହି ଅନୁଭବ ଶକ୍ତି ରୂପୀ ଶସ୍ତ୍ର ଭାବରେ କାମ ଦେବ । ଜ୍ଞାନ କେବଳ ଯଦି ବୁଦ୍ଧିର ପରିସୀମା ମଧ୍ୟରେ ସୀମିତ ରୁହେ ତେବେ କୌଣସି ସମସ୍ୟା ଆସିଲେ ଅସହାୟ ବୋଧ ହେବ । ବନ୍ଧୁକ ଚଳାଇବା ଜ୍ଞାନ ନଥାଇ ହାତରେ ବନ୍ଧୁକ ଧରି ବୁଲିବା ନିରର୍ଥକ । ସ୍କୁଟର ବା ମୋଟର ଗାଡି ଚଳାଇବା ଜ୍ଞାନ ନଥାଇ ସେ ସବୁ ପାଖରେ ଥିବା ଯେପରି ଅଦରକାରୀ; ସେହିପରି ଈଶ୍ୱରୀୟ ଜ୍ଞାନକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା କୌଶଳ ନଜାଣି କେବଳ ତାକୁ ଭାଷଣ ପର୍ଯ୍ୟନ୍ତ ସୀମିତ ରଖିବା ମୂଲ୍ୟହୀନ । ସର୍ବ ସମ୍ପିରେ ଭରପୁର କୋଷାଗାରର ଚାବି ହାତରେ ଥାଇ ମଧ୍ୟ ଯଦି ତାଲା ଖୋଲିବା ଜ୍ଞାନ ବା କୌଶଳ ଜଣାନାହିଁ ତେବେ ପଶ୍ଚାତାପ ହିଁ ସାର ହୁଏ । ସମସ୍ୟା ବେଳେ ଜ୍ଞାନ ନୁହେଁ, ଅନୁଭବ ହିଁ କାମରେ ଆସେ । ବୁଦ୍ଧିକୁ ସର୍ବଦା ସମର୍ଥ ସଂକଳ୍ପ ଦ୍ୱାରା ଭରପୁର ରଖିବାର ଏକମାତ୍ର ଆଧାର ହେଲା ପ୍ରତ୍ୟହ ଈଶ୍ୱରୀୟ ମହାବାକ୍ୟ (ମୁରଲୀ) ଶୁଣିବା, ଧାରଣ କରିବା ଓ ଜ୍ଞାନ ସ୍ବରୂପ ବନିଯିବା । ତେଣୁ ବାବା (ପରମାତ୍ମା) କହନ୍ତି ଜ୍ଞାନୀ ଓ ଶକ୍ତିଶାଳୀ ହୁଅ । ଯେତିକି ହାଲୁକା ସେତିକି ଶକ୍ତ ହୁଅ । ଯଦି ସମସ୍ୟା ବେଳେ ଜ୍ଞାନ ବିଜୟୀ କରାଏ ନାହିଁ ତେବେ ତାକୁ ଶକ୍ତି ରୂପରେ ଧାରଣ କରିନାହିଁ ।

ଅମୃତବେଳା ଯୋଗ ଏବଂ ଜ୍ଞାନ ମୁରଲୀ ଶ୍ରବଣରୁ ଯେଉଁ ଶକ୍ତି ସôତ ହେଲା ଏହି ଉଭୟ ଶକ୍ତିକୁ ବ୍ୟବହାରିକ ଜୀବନରେ ଉପଯୋଗ କରିବା ହିଁ କର୍ମଯୋଗ ଅଟେ । ଆମ ପାଖରେ ଜ୍ଞାନର ଭଣ୍ଡାର ଭରପୁର ଅଛି । କିନ୍ତୁ ସେ ସବୁକୁ ଜୀବନରେ ପ୍ରୟୋଗ କରିବା ଅଭାବ ହେତୁ ଜୀବନ ପବିତ୍ର, ସୁଖୀ ଏବଂ ସମ୍ପନ୍ନ ହେଉ ନାହିଁ । ଜୀବନରେ ଖୁସୀ ତଥା ପରିବର୍ନ ଅନୁଭବ ହେଉନାହିଁ । ଜୀବନରେ ପବିତ୍ରତାର ଅତିନ୍ଦ୍ରିୟ ସୁଖ ଅନୁଭବ କରିବାକୁ ହେଲେ ଜ୍ଞାନ ଏବଂ ଯୋଗର ସାମ୍ୟତା ଆବଶ୍ୟକ । ତା’ ହେଲେ ସମ୍ପୂର୍ଣ୍ଣ ଯୋଗୀ ଜୀବନ କୁହାଯିବ ।

କର୍ମଯୋଗକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମତଃ ଯେଉଁ କର୍ମରେ ବୁଦ୍ଧିର ଏକାଗ୍ରତାର ଆବଶ୍ୟକତା ଅଛି । ଦ୍ୱିତୀୟତଃ ଯେଉଁ କର୍ମରେ କେବଳ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରିବାକୁ ପଡେ । ଯେଉଁ କର୍ମରେ ବୁଦ୍ଧିର ଏକାଗ୍ରତା ଦରକାର ତାକୁ ଆରମ୍ଭ କରିବା ପୂର୍ବରୁ ନିଜ ସ୍ଥାନରେ ବସି ସ୍ବସ୍ବରୂପକୁ (ଆତ୍ମିକ ସ୍ବରୂପ) ପ୍ରକଟ କରନ୍ତୁ । ମୁଁ ଏକ ପବିତ୍ର ଶାନ୍ତି ସ୍ବରୂପ ସୁଖୀ ଆତ୍ମା ଅଟେ..... ଏହି କାର୍ଯ୍ୟ ଈଶ୍ୱରୀୟ କାର୍ଯ୍ୟ ଅଟେ... ଈଶ୍ୱରଙ୍କ ନିର୍ଦ୍ଧେଶ ପ୍ରମାଣ ମୁଁ ଆତ୍ମା ତାକୁ ବିଧି ପୂର୍ବକ ସମ୍ପନ୍ନ କରୁଛି ...... । ଏହିପରି ଅଭ୍ୟାସ ଦ୍ୱାରା ଉକ୍ତ କର୍ମଶ୍ରେଷ୍ଠ ହୁଏ । କର୍ମ ବ୍ୟସ୍ତତା ଭିତରେ ଯଦି କେହି ଆମକୁ କୌଣସି ବିଘ୍ନ ପ୍ରଦାନ କରେ, ତେବେ ସୁଦ୍ଧା ଆମେ ଅଶାନ୍ତ ତଥା ବିଚଳିତ ହେବା ନାହିଁ, କ୍ରୋଧ କରିବା ନାହିଁ । କାରଣ ଆମେ ଶାନ୍ତ ସ୍ବରୂପ ସ୍ବଧର୍ମ (ଆତ୍ମାର ଧର୍ମ)ରେ ସ୍ଥିତ ହୋଇଥିବା ହେତୁ ଯେକୌଣସି କଥା ବା ପ୍ରଶ୍ନର ଉର ଶାନ୍ତି ତଥା ପ୍ରେମ ପୂର୍ବକ ଦେଇପାରିବା ।

ବୁଦ୍ଧିରେ ଏକାଗ୍ରତା ଆସିଲେ କର୍ମରେ ସ୍ବଚ୍ଛତା ଓ ସୁନ୍ଦରତା ଆସିବ ଏବଂ କର୍ମ ନିଶ୍ଚିତ ସମୟ ମଧ୍ୟରେ ସମ୍ପନ୍ନ ହେବ । ଆମେ ନିଜର କର୍ମ ଓ ବ୍ୟବହାରିକ ଜୀବନ ଦ୍ୱାରା ଆମ ସମ୍ବନ୍ଧ ସମ୍ପର୍କରେ ଆସୁଥିବା ଆତ୍ମାମାନଙ୍କୁ ମଧ୍ୟ ଈଶ୍ୱରାଭିମୁଖୀ କରାଇ ନିଜ ଭଳି ବ୍ୟବହାର କୁଶଳୀ ହେବା ପାଇଁ ପ୍ରେରଣା ଦେଇପାରିବା । କର୍ମ କଲା ସମୟରେ ଆମକୁ ସତତ ଏକଥା ମନେ ରଖିବାକୁ ହେବ ଯେ ମୋର ପ୍ରତ୍ୟେକ କର୍ମ ଉପରେ ପରମାତ୍ମାଙ୍କ ଦୃଷ୍ଟି ଅଛି । ପରମାତ୍ମା ଆମର ନିରୀକ୍ଷକ ଭାବରେ ଅଛନ୍ତି । କାରଣ ସେ ସର୍ବଦା ଆମକୁ ସମ୍ପନ୍ନ ସ୍ଥିତିରେ ଦେଖିବାକୁ ଚାହାନ୍ତି ।

ଆମେ କେବଳ ନିଜ ନିଜ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କର୍ମ କରୁନାହୁଁ । ସମସ୍ତ ମନୁଷ୍ୟଙ୍କୁ ସନ୍ତୁଷ୍ଟ କରିବା ମଧ୍ୟ ସମ୍ଭବ ନୁହେଁ । ଶିବବାବାଙ୍କୁ ସାମନାରେ ରଖି କର୍ମ କଲେ ତାହା କୁଶଳ ତଥା ସମ୍ପନ୍ନ ହେବ ଏବଂ ସନ୍ତୋଷ ମଧ୍ୟ ଆସିଯିବ । ଯଦି ଦେହ ଅଭିମାନର ବଶବର୍ୀ ହୋଇ କୌଣସି କର୍ମ କରିବା ତେବେ ତଦ୍ୱାରା ମାନସିକ ଚାପ ଓ ଉେଜନା ସୃଷ୍ଟି ହେବ । ନିଜ ସ୍ବଜନ ସମ୍ପର୍କୀୟଙ୍କୁ ଅଶାନ୍ତ କରିବା ଫଳରେ ମଧ୍ୟ ବାତାବରଣ ପ୍ରଦୁଷିତ ହୁଏ । ପରିଣାମ ବିପରୀତ ଫଳ ପ୍ରଦାନ କରେ । ଶିବବାବା (ପରମାତ୍ମା)ଙ୍କ ବଦନାମ ହୁଏ ।

ଯେ ପର୍ଯ୍ୟନ୍ତ ଆମେ ଜ୍ଞାନକୁ ବ୍ୟବହାରିକ ଜୀବନରେ  ପ୍ରୟୋଗ କରି କର୍ମରେ କୁଶଳତା ଆଣି ନ ପାରିଛେଁ, ସେ ପର୍ଯ୍ୟନ୍ତ ଯେତେ ଶୁଣାଇଲେ ମଧ୍ୟ ଏହାର ପ୍ରଭାବ ଅନ୍ୟ ଉପରେ ପଡେ ନାହିଁ । ଜ୍ଞାନକୁ ଆମେ ପ୍ରଥମେ ନିଜ ଜୀବନରେ ପ୍ରୟୋଗ କରି ପରେ ଅନ୍ୟକୁ ପ୍ରେରଣା ଦେବା ଉଚିତ । ଏହାହିଁ ବାସ୍ତବିକ କର୍ମଯୋଗ ।

କେତେକ କାମରେ ବୁଦ୍ଧିକୁ ଏକାଗ୍ର କରିବାର ବିଶେଷ ଆବଶ୍ୟକତା ନଥାଏ । ଏଭଳି କର୍ମରେ କେବଳ ଶାରୀରିକ ପରିଶ୍ରମ ହିଁ ବିଶେଷ ଦରକାର ହୁଏ । ଏହି ପ୍ରକାର କର୍ମ କଲାବେଳେ ଉପସ୍ଥିତ ଅନ୍ୟମାନଙ୍କ ସହିତ ସାଧାରଣ ତଥା ବ୍ୟର୍ଥ ବାର୍ାଳାପରେ ସମୟ ନଷ୍ଟ କରିବା ବଦଳରେ ଯଦି ଅନ୍ତର ମଧ୍ୟରେ (ମାନସିକ ସ୍ତରରେ) ବାବାଙ୍କ (ପରମାତ୍ମା) ସହିତ ସଂକଳ୍ପ ବିନିମୟ ବା ସୂକ୍ଷ୍ମ ବାର୍ାଳାପ (ରୁହରିହାନ) କରିବା ତେବେ ସେହି କର୍ମରେ ଅବଶ୍ୟ କୁଶଳତା ଆସିବ । ବୁଦ୍ଧି ସୂକ୍ଷ୍ମରେ ବାବାଙ୍କୁ ସ୍ମରଣ କରୁଥିବ ଓ କର୍ମେନ୍ଦ୍ରିୟ ଦ୍ୱାରା ସ୍ଥୂଳ କର୍ମ ସମ୍ପନ୍ନ ହେଉଥିବ । ଏହି ସମୟରେ ପ୍ରାତଃ କ୍ଲାସରେ ଶୁଣିଥିବା ଜ୍ଞାନ ମୁରଲୀର ଚିନ୍ତନ ମନ୍ଥନ କରାଯାଇପାରେ । ଅନ୍ତର୍ମୁଖୀ ଓ ଶାନ୍ତ ସ୍ବରୂପ ସ୍ଥିତିରେ ସ୍ଥିତ ହୋଇ କର୍ମ କରୁଥିବା ହେତୁ କର୍ମକ୍ଷେତ୍ର ମଧ୍ୟ ଶାନ୍ତିର ପ୍ରକମ୍ପନରେ ସମ୍ପନ୍ନ ହେବ ଓ ସେଠାରେ ଉପସ୍ଥିତ ଅନ୍ୟ ବ୍ୟକ୍ତି ସମୂହଙ୍କ ମନ ମଧ୍ୟ ଏକ ଦିବ୍ୟ ପ୍ରଶାନ୍ତିରେ ଉଲ୍ଲସିତ ହୋଇ ଉଠିବ । ତେବେ ଯାଇ ଆମେ ପରମାତ୍ମା ଅବତରଣର ପ୍ରତ୍ୟକ୍ଷତାକୁ ପ୍ରମାଣିତ କରିପାରିବା । ତେଣୁ ଶ୍ରେଷ୍ଠ କର୍ମ ହିଁ ରାଜଯୋଗର ମୁଖ୍ୟ ଲକ୍ଷ୍ୟ ଅଟେ ।

ଆତ୍ମିକ ସ୍ଥିତିରେ ସ୍ଥିତ ହେବାର ବିଧି

ମୁଁ ଏକ ଆତ୍ମା ଅଟେ..... ଏହି ଶରୀରକୁ ଗତିଶୀଳ କରାଉଥିବା, ଆଖି ଦ୍ୱାରା  ଦେଖୁଥିବା, ପାଟିଦ୍ୱାରା କଥା କହିପାରୁଥିବା, କାନ ଦ୍ୱାରା ଶୁଣୁଥିବା, ମୁଁ ଏକ ଚୈତନ୍ୟ ଶକ୍ତି ଅଟେ ..... ମୁଁ ଆତ୍ମା ଅତି ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ସ୍ବରୂପ ଅଟେ ..... ମୁଁ ଆତ୍ମା ଜାଜ୍ୱଲ୍ୟମାନ ଏକ ଦିବ୍ୟ  ତାରକା  ସଦୃଶ ଅଟେ.... ମୁଁ ଅବିନାଶୀ ଅଟେ.....ସତ୍ ଚିତ୍ ଆନନ୍ଦ ସ୍ବରୂପ ଅଟେ..... ଏହି ଶରୀର ରୂପୀ ବସ୍ତ୍ର ପରିଧାନ କରି ମୁଁ ଆତ୍ମା ଏହି ସୃଷ୍ଟି ରଙ୍ଗମରେ ଅଭିନୟ  କରୁଅଛି...... । ମୁଁ ଆତ୍ମା ଭୃକୁଟି ମଧ୍ୟରେ ବିରାଜିତ ହୋଇ ଶରୀରର କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା  କର୍ମ କରେ ଏବଂ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା ହିଁ ସୁଖଦୁଃଖ ଅନୁଭବ କରେ..... ।

ମୁଁ ଆତ୍ମା ବାସ୍ତବରେ ଏହି ଭୂଲୋକଠାରୁ ବହୁତ ଦୂର...... ସୂର୍ଯ୍ୟ, ଚନ୍ଦ୍ର ତାରାଗଣଙ୍କଠାରୁ ଉଦ୍ଧ୍ୱର୍ରେ..... ସୂକ୍ଷ୍ମଲୋକରୁ ବି ଉଦ୍ଧ୍ୱର୍ରେ.... ଅଖଣ୍ଡ ଜ୍ୟୋତି ବ୍ରହ୍ମମହତ୍ୱ, ଶାନ୍ତିଧାମ, ପରମଧାମର ମୂଳ ବାସିନ୍ଦା (ନିବାସୀ) ଅଟେ...... ସେଠାରୁ ଏହି ସୃଷ୍ଟି ରଙ୍ଗମରେ ଅବତରଣ କରି ମୁଁ ଜନ୍ମଜନ୍ମାନ୍ତର ଏଠାରେ ଅନେକ ନାମ ରୂପ ଶରୀର ଧାରଣ ପୂର୍ବକ ଅଭିନୟ କରିଆସିଛି ..... ମୋତେ ବର୍ମାନ ସେହି ଜ୍ୟୋତି ନଗରୀକୁ ପ୍ରତ୍ୟାବର୍ନ କରିବାକୁ ହେବ...... ମୁଁ ଆତ୍ମା ବର୍ମାନ  ଏକ ସୂକ୍ଷ୍ମ ପ୍ରକାଶମୟ ଶରୀର ଧାରଣ କରି ମୋ ନିଜ ଘର ପରମଧାମ ଅଭିମୁଖେ ଯାତ୍ରା କରୁଛି.... ଆହା! ପତ୍ୱର ଉଦ୍ଧ୍ୱର୍ରେ ଥିବା ମୋର ଏହି ମୂଳ ବାସସ୍ଥାନରେ ସର୍ବତ୍ର ଶାନ୍ତି.... ପବିତ୍ରତା...ସୂକ୍ଷ୍ମ ଦିବ୍ୟ ପ୍ରକାଶ.....ନିଃସଂକଳ୍ପତା.....ବିରାଜିତ । ଏଠାରେ ମୁଁ ଆତ୍ମା ସ୍ବ ସ୍ବରୂପରେ ସ୍ଥିତ ହୋଇଛି.....ମୁଁ ଆତ୍ମା ନିଜର ଅନାଦି ସ୍ବରୂପରେ ସ୍ଥିତ ହୋଇଛି..... । ମୁଁ ଶୁଦ୍ଧ ସ୍ବରୂପ ଅଟେ.... ଶାନ୍ତି ସ୍ବରୂପ ଅଟେ....ସୁଖ ସ୍ବରୂପ ଅଟେ...... ପ୍ରେମ ସ୍ବରୂପ ଅଟେ.... ଆନନ୍ଦ ସ୍ବରୂପ ଅଟେ..... ଶକ୍ତି ସ୍ବରୂପ ଅଟେ..... । ବର୍ମାନ ମୁଁ ଆତ୍ମା ନିଜର ମୂଳ ଶାନ୍ତ ସ୍ଥିତିର ଅନୁଭବ କରୁଅଛି.... ।               

ପରମାତ୍ମା ସ୍ମୃତିର ଅଭ୍ୟାସ:

ମୁଁ ଆତ୍ମା ପରମପିତା ପରମାତ୍ମାଙ୍କ ସନ୍ତାନ ଅଟେ..... ମୁଁ ଆତ୍ମା ଯେପରି ଜ୍ୟୋତିର୍ବିନ୍ଦୁ ସ୍ବରୂପ, ମୋର ପରମପିତା ପରମାତ୍ମା ମଧ୍ୟ ସେପରି ଅତି ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ସ୍ବରୂପ ଅଟନ୍ତି .....ସେ ସର୍ବଗୁଣର ସାଗର ଅଟନ୍ତି ..... ସେ ସର୍ବାତ୍ମାଙ୍କ କଲ୍ୟାଣକାରୀ ଶିବବାବା ଅଟନ୍ତି..... ସେ ସର୍ବଦା ଜନ୍ମ-ମରଣ ଚକ୍ରରୁ ମୁକ୍ତ ଅଟନ୍ତି ..... ଦୁଃଖ ରହିତ ଅଟନ୍ତି..... ସମରସ ଓ ଅପରିବର୍ନୀୟ ଅଟନ୍ତି..... ମୋର ପରମପିତା ଶିବବାବା ଜ୍ଞାନର ସାଗର ଅଟନ୍ତି..... ପବିତ୍ରତାର ସାଗର ଅଟନ୍ତି । ଶକ୍ତିର ସାଗର ଅଟନ୍ତି...... ସୁଖର ସାଗର ଅଟନ୍ତି.....ସର୍ବଶକ୍ତିମାନ ଅଟନ୍ତି .... । ବର୍ମାନ ମୁଁ ଆତ୍ମା ତାଙ୍କର ସମୀପବର୍ୀ...... । ଶିବବାବା ପ୍ରେମର ସାଗର ........ ଆନନ୍ଦର ସାଗର ଅଟନ୍ତି........ । ଦିବ୍ୟ ପ୍ରକାଶଯୁକ୍ତ ଏହି ଶାନ୍ତିଧାମରେ ମୁଁ ମୋର ପରମପିତା ପରମାତ୍ମା ଶିବବାବାଙ୍କ ସାନ୍ନିଧ୍ୟ ଲାଭ କରି ତାଙ୍କର ସମସ୍ତ ଈଶ୍ୱରୀୟ ଗୁଣ ସମୂହର ଅନୁଭବ କରୁଅଛି....... ।

ରାଜଯୋଗ ଅଭ୍ୟାସ ସମୟରେ ମନନ

ପରମପ୍ରିୟ ଶିବ ବାବା, ଆପଣ କେତେ ମହାନ ଅଟନ୍ତି ......ଆପଣ ଜ୍ୟୋତି ସ୍ବରୂପ ଅଟନ୍ତି .......ସର୍ବ ଗୁଣର ସାଗର ଅଟନ୍ତି .......ସର୍ବଶକ୍ତିର ସମ୍ଭାର ଅଟନ୍ତି........ଶିବବାବା,  ଆପଣ ହିଁ ମୋର ପ୍ରକୃତ ମାତାପିତା ଅଟନ୍ତି.......ମୁଁ ଆତ୍ମା ଆପଣଙ୍କ ସନ୍ତାନ ଜ୍ୟୋତିର୍ବିନ୍ଦୁ ସ୍ବରୂପ ଅଟେ....... ବାବା, ଆପଣ ମୋତେ ପୁତ୍ରବତ୍ ସ୍ନେହ ପ୍ରଦାନ କରି, ମୋର ଜନ୍ମଜନ୍ମାନ୍ତରର କ୍ଳାନ୍ତିକୁ ଦୂର ଦେଇଛନ୍ତି.......... ଅତିନ୍ଦ୍ରିୟ ସୁଖ ଓ ଆନନ୍ଦର ପ୍ରକାଶ ଏବଂ ଶକ୍ତି ଆପଣଙ୍କଠାରୁ ସର୍ବତ୍ର ବିକୀରିତ ହେଉଅଛି......... ।

ଶିବ ବାବା, ଆପଣ ମୋର ପରମ ଶିକ୍ଷକ ଅଟନ୍ତି..... ପ୍ରିୟ ବାବା! ଆପଣ ମୋତେ ଜ୍ଞାନର ତୃତୀୟ ଚକ୍ଷୁ ପ୍ରଦାନ କରି ତ୍ରିନେତ୍ରୀ ବନାଇ ଦେଲେ...... ତ୍ରିଲୋକର ଜ୍ଞାନ ପ୍ରଦାନ କରି ତ୍ରିଲୋକୀନାଥ ବନାଇ ଦେଲେ ......ଆପଣହିଁ ମୋତେ ଏହି ଜ୍ଞାନ ଦେଲେ କି ସତ୍ୟଯୁଗ ପ୍ରାରମ୍ଭରେ ଏହି ଭାରତ ଭୂମିରେ ହିଁ ଶ୍ରୀ ନାରାୟଣଙ୍କ ରାଜ୍ୟ ଥିଲା.......ସୁଖ ଶାନ୍ତି, ସମୃଦ୍ଧି, ପବିତ୍ରତାରେ ଭରପୂର ଥିଲା....... ଏହା ହିଁ ପ୍ରକୃତ ସ୍ବର୍ଗ ବୋଲି କଥିତ ହେଉଥିଲା ......ବର୍ମାନ ଆପଣ ପୁନଶ୍ଚ ସେହି ସ୍ବର୍ଗର ସ୍ଥାପନା କରି ମୋତେ ତା’ର ସ୍ବାମୀ ବନାଉଛନ୍ତି......ଆପଣଙ୍କଠାରୁ ହିଁ ମୁଁ ଏହି ଜ୍ଞାନ ପ୍ରାପ୍ତ ହେଲି ଯେ ବର୍ମାନ ପୁରୁଷୋମ ସଙ୍ଗମ ଯୁଗ ଚାଲୁଅଛି ......ଆପଣ ଏହି ସଙ୍ଗମ ଯୁଗରେ ଅବତରଣ କରି ମୋତେ ପୁରୁଷୋମ ଦେବ ପଦ ଦେବା ପାଇଁ ବ୍ରହ୍ମା ବାବା ଦ୍ୱାରା ଜ୍ଞାନ ଏବଂ ଯୋଗର ଶିକ୍ଷା ଦେଉଛନ୍ତି...... ।

ବାବା, ଆପଣ ମୋର ପ୍ରକୃତ ସତ୍ଗୁରୁ ମଧ୍ୟ ଅଟନ୍ତି ......ଆପଣ ହିଁ ମୋତେ ମୁକ୍ତି, ଜୀବନ୍ମୁକ୍ତିର ରାସ୍ତା ପ୍ରଦର୍ଶନ କରାଉଛନ୍ତି.....ଆପଣ ମୋତେ ପ୍ରକୃତ ମାର୍ଗ ଦର୍ଶନ କରାଉଛନ୍ତି .......ହେ ମୋର ପ୍ରାଣ ପ୍ରିୟତମ ଶିବବାବା, ଆପଣ ତ ମୋତେ  ଜୀବନ ଦାନ ଦେଇଛନ୍ତି....ବାବା, କେଉଁ ଶବ୍ଦରେ ମୁଁ ଆପଣଙ୍କ କର୍ବ୍ୟର ପ୍ରଶଂସା କରିବି..... । ଆପଣ ହିଁ ମୋର ପ୍ରିୟ ସଖା,   ପ୍ରାଣ ବାନ୍ଧବ, ପ୍ରାଣେଶ୍ୱର.......ପରମ ଶୁଭାକାଂକ୍ଷୀ ଅଟନ୍ତି...... ପରମ କଲ୍ୟାଣକାରୀ ଅଟନ୍ତି......ପତିତ ପାବନ ଅଟନ୍ତି..... । ଆପଣଙ୍କ ନିରନ୍ତର ସ୍ମୃତିରେ ମୁଁ ଆତ୍ମା ପବିତ୍ର ହୋଇଯାଇଛି ......ମୋର ଜୀବନ ଧନ୍ୟ ଧନ୍ୟ ହୋଇ ଯାଇଛି....... । ମୋର ସମସ୍ତ ଆଶା ଆକାଂକ୍ଷା ଆପଣ ଅଚିରେ ପୂରଣ କରି ଦେଇଛନ୍ତି .....ମୋର ଅପ୍ରାପ୍ୟ ଆଉ କିଛି ନାହିଁ ....ଆପଣଙ୍କଠାରୁ ସର୍ବ ସମ୍ବନ୍ଧର ପ୍ରେମାନନ୍ଦ ପ୍ରାପ୍ତ ହେଉଛି ........ । ଆଉ କ’ଣ ଦରକାର, ଆହା! ଏହା କିପରି ସୁନ୍ଦର ଅନୁଭବ ଅଟେ.... ମୁଁ ନିଜକୁ କେତେ ହାଲୁକା ମନେ କରୁଛି...... ।

ଶିବବାବା, ଆପଣ ମୋତେ ପରମାତ୍ମା-ଅଭିମାନୀ କରି ଦେଇଛନ୍ତି.......ବର୍ମାନ ମୁଁ କେବଳ ଆପଣଙ୍କୁ ହିଁ ସ୍ମରଣ କରିବି.... । କେତେକାଳରୁ ମୁଁ ଆପଣଙ୍କଠାରୁ  ବିଚ୍ଛେଦ ହୋଇଯାଇଥିଲି ......ଆଉ ଏବେ ମୁଁ ଆପଣଙ୍କ କର ଛଡା ହେବି ନାହିଁ...... ଆପଣଙ୍କ ସାମୀପ୍ୟ ଏବଂ ସାନ୍ନିଧ୍ୟ ତ୍ୟାଗ କରିବି ନାହିଁ....... ସର୍ବଦା ମୁଁ ଆପଣଙ୍କର ଆଜ୍ଞାକାରୀ ଏବଂ ବିଶ୍ୱସ୍ତ ରହିବି । ଆପଣଙ୍କ ସାନ୍ନିଧ୍ୟର ଏ ମୁହୂର୍ ସତରେ କେତେ ଅମୂଲ୍ୟ ଅଟେ.....କେତେ ଆନନ୍ଦମୟ ଅଟେ......... । ସମଗ୍ର କଳ୍ପରେ କେବଳ ଥରେ ମାତ୍ର ଏପରି ସ୍ବର୍ଣ୍ଣମ ଅବସର ପ୍ରାପ୍ତ ହୁଏ......... । ଆପଣ ମୋତେ ଯେଉଁ ସତ୍ୟଜ୍ଞାନର ରତ୍ନ ପ୍ରଦାନ କରିଛନ୍ତି, ତାହା ମୁଁ ସମଗ୍ର ଦୁନିଆରେ ପ୍ରସାଦ ସ୍ବରୂପ ବାି ଆପଣଙ୍କ ନାମ ଉଜ୍ଜ୍ୱଳ କରିବି....... ।

ଶକ୍ତି ସ୍ବରୂପର ଅନୁଭବ

ମୁଁ ଏକ ଶକ୍ତି ସ୍ବରୂପ ଆତ୍ମା ଅଟେ......... ମୁଁ ଆତ୍ମା ପ୍ରକାଶ ସ୍ବରୂପ ଅଟେ........ଶିବବାବା ଆପଣ ସର୍ବଶକ୍ତିବାନ ଅଟନ୍ତି........ସର୍ବଶକ୍ତି ପ୍ରଦାୟକ ଅଟନ୍ତି ........ମୁଁ ଆପଣଙ୍କ ସନ୍ତାନ ମାଷ୍ଟର ସର୍ବଶକ୍ତିବାନ ଅଟେ......... । ମୋ ଭିତରେ କେତେ ପ୍ରକାଶ .....କେତେ ଶକ୍ତି ଭରପୂର ଅଛି....... । ଆପଣଙ୍କୁ ନିରନ୍ତର ସ୍ମରଣ କରୁଥିବାରୁ ମୁଁ ଆତ୍ମା ସମସ୍ତ ଶକ୍ତି ସମୂହକୁ ନିଜ ଭିତରେ ପରିପୂର୍ଣ୍ଣ କରୁଛି......ମୁଁ ପ୍ରକାଶ ସ୍ବରୂପ ଏବଂ ଶକ୍ତି ସ୍ବରୂପ ଅଟେ....ମୁଁ ଆତ୍ମା ବୀଜ ସ୍ବରୂପ ଅଟେ । ପ୍ରକାଶ ସ୍ତମ୍ଭ ଅଟେ.......ଶକ୍ତିର ଭଣ୍ଡାର ଅଟେ.......ବିଶ୍ୱ କଲ୍ୟାଣକାରୀ ଅଟେ.......ମୋତେ ଏହି ପ୍ରକାଶ ଏବଂ ଶକ୍ତିକୁ ସମଗ୍ର ବିଶ୍ୱରେ ସାରିତ କରିବାକୁ ହେବ........ମୁଁ ଏହି ପ୍ରକାଶ ଏବଂ ଶକ୍ତି ସମସ୍ତ ସଂସାରକୁ ବିକୀରଣ କରୁଛି ......ମୁଁ ମାୟାଜିତ୍ ହୋଇଯାଇଛି । ........ମୁଁ ନୂତନ ବିଶ୍ୱର ସ୍ବାମୀତ୍ୱ ଲାଭପାଇଁ ନିଜକୁ ପ୍ରସ୍ତୁତ କରୁଛି .......ମୁଁ ରୂପରେ ଜ୍ୟୋତିର୍ବିନ୍ଦୁ ସ୍ବରୂପ କିନ୍ତୁ ଶକ୍ତିରେ ସୂର୍ଯ୍ୟ ସମାନ ଅଟେ.......ଆଲୋକ ସ୍ତମ୍ଭ ସଦୃଶ ଅଟେ....... । ଏହି ଆଲୋକ ଏବଂ ଶକ୍ତି ଦ୍ୱାରା ସମଗ୍ର ବିଶ୍ୱର କଲ୍ୟାଣ ହେବ । ଏହି ସୃଷ୍ଟି ସ୍ବର୍ଗରେ ପରିଣତ ହୋଇଯିବ......... । 

ଓମ୍ ଶାନ୍ତି

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର