(24) ାା ଦଶମ ଅଧ୍ୟାୟ ।ା ରାଜଯୋଗର ଆଧାର ଓ ବିଧି
ାା ଦଶମ ଅଧ୍ୟାୟ ।ା
ରାଜଯୋଗର ଆଧାର ଓ ବିଧି
ଅନୁକ୍ରମଣିକା-
ରାଜଯୋଗ ଶବ୍ଦ ଶୁଣିବା କ୍ଷଣି ମନରେ ଦୁଇ ପ୍ରକାର ଭାବ ଉପôନ୍ନ ହୋଇଥାଏ । ପ୍ରଥମଟି ହେଉଛି ଭୌତିକ ଭାବ ଯେଉଁଥିରେ ଆସନ ପ୍ରାଣାୟାମ ଆଦିକୁ ପ୍ରାଧାନ୍ୟ ଦିଆଯାଇଥାଏ । ଅନ୍ୟଟି ହେଉଛି ଆଧ୍ୟାତ୍ମିକ ଭାବ । ଏଥିରେ ଆତ୍ମା ଓ ପରମାତ୍ମା ସମ୍ବନ୍ଧିତ ବିଷୟ ଉପରେ ଗଭୀର ଅନୁଶୀଳନ କରାଯାଏ । ରାଜଯୋଗ ଆଧ୍ୟାତ୍ମିକ ଭାବ ଅନ୍ତର୍ଗତ । ଜ୍ୟୋର୍ତିବିନ୍ଦୁ ସ୍ବରୂପ ପରମପିତା ପରମାତ୍ମାଙ୍କ ସହିତ ଆତ୍ମାର ସମ୍ବନ୍ଧ ସ୍ଥାପନ ପ୍ରକ୍ରିୟାକୁ ରାଜଯୋଗ କୁହାଯାଏ ।
ଯୋଗର ବିଭିନ୍ନ ସ୍ତର
ଯୋଗର ମୁଖ୍ୟତଃ ·ରୋଟି ସ୍ତର ଅଛି । ଯଥା: ୧) ଭୌତିକ ଯୋଗ ୨) ଲୌକିକ ଯୋଗ ୩) ଅଲୌକିକ ଯୋଗ ୪) ରାଜଯୋଗ । ଯେଉଁ ସ୍ତରରେ ମନୁଷ୍ୟର ଯୋଗ ଭୌତିକ ବିଷୟ ବସ୍ତୁ ସହିତ ସମ୍ବନ୍ଧିତ ଥାଏ ତାହାକୁ ଭୌତିକ ଯୋଗ କୁହାଯାଏ । ଲୌକିକ ଯୋଗରେ ମନୁଷ୍ୟର ସମ୍ବନ୍ଧ ମନୁଷ୍ୟ ସହିତ ହୋଇଥାଏ । ଇଷ୍ଟଦେବଙ୍କ ସହିତ ମନୁଷ୍ୟର ଯୋଗ ଅଲୌକିକ ସ୍ତରର ଅଟେ । ଏହି ତିନି ସ୍ତର ଅପେକ୍ଷା ରାଜଯୋଗ ହେଉଛି ସର୍ବୋମ । କାରଣ ଏହି ସ୍ତରରେ ମନୁଷ୍ୟ ଦୈହିକ ଭାବ ତ୍ୟାଗ କରି ସ୍ବୟଂକୁ ଆତ୍ମା ନିଶ୍ଚୟ କରେ ଓ ପରମାତ୍ମାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରେ । ତେଣୁ ଏହା ସର୍ବୋଚ୍ଚ ଯୋଗ ପଦବାଚ୍ୟ । ରାଜଯୋଗାଭ୍ୟାସୀ ମନୁଷ୍ୟାତ୍ମା ସମସ୍ତ ଇନ୍ଦ୍ରିୟକୁ ନିଜ ଅଧୀନରେ ରଖିବାର ସାମର୍ଥ୍ୟ ପ୍ରାପ୍ତ କରନ୍ତି । ତାଙ୍କ ମଧ୍ୟରେ ଆତ୍ମ ଶକ୍ତି ଓ ଆତ୍ମ ବିଶ୍ୱାସ ଜାଗ୍ରତ ହେବାକୁ ଲାଗେ । ଏଥିପାଇଁ ରାଜଯୋଗର ଯଥାର୍ଥ ବିଧି ହୃଦୟଙ୍ଗମ ପୂର୍ବକ ଅନୁସରଣ କରିବାକୁ ହେବ ।
ଯୋଗର ଅର୍ଥ
୧) ଯୋଗର ଅର୍ଥ ସମ୍ବନ୍ଧ ଓ ମିଳନ
ଯୋଗର ବିପରୀତ ଅର୍ଥ ବିଯୋଗ । ଦୁଇଟି ସା ପୃଥକ ହୋଇଯିବାକୁ ବିଯୋଗ କୁହାଯାଏ । ଏହି ଦୃଷ୍ଟିରୁ ଯୋଗର ଅର୍ଥ ଦୁଇଟି ସାକୁ ଯୋଡ଼ିବା, ସମ୍ବନ୍ଧ ସ୍ଥାପନ କରିବା ଓ ମିଳିତ ହେବ । ଇଂରାଜୀରେ ଏହାକୁ ଖସଦ୍ଭଳ, ଉକ୍ଟଦ୍ଭଦ୍ଭରମଗ୍ଧସକ୍ଟଦ୍ଭ, ଟଦ୍ଭସକ୍ଟଦ୍ଭ, ଉକ୍ଟଜ୍ଞଜ୍ଞଙ୍କଦ୍ଭସକ୍ଟଦ୍ଭ କୁହାଯାଏ । ପରମାତ୍ମା ସହିତ ଆତ୍ମାର ମିଳନକୁ ରାଜଯୋଗ କୁହାଯାଏ । ବିଧିପୂର୍ବକ ରାଜଯୋଗାଭ୍ୟାସ କରିବା ପାଇଁ ଆତ୍ମା ଓ ପରମାତ୍ମା ବିଷୟରେ ଯଥାର୍ଥ ଜ୍ଞାନ ପ୍ରାପ୍ତ ହେବା ଅନିର୍ବାର୍ଯ୍ୟ ।
୨) ଯୋଗର ସରଳ ଅର୍ଥ ସ୍ମରଣ
ଜଣେ ବ୍ୟକ୍ତି ଅନ୍ୟ ଜଣକୁ ସ୍ମରଣ କରିବା ପାଇଁ କୌଣସି ନା କୌଣସି ଆଧାର ଥାଏ । ରାସ୍ତାରେ ·ଲିଲା ବେଳେ ଆମେ ଅନେକ ଲୋକଙ୍କ ସମ୍ପର୍କରେ ଆସିଥାଉ । କିନ୍ତୁ ପ୍ରତ୍ୟେକଙ୍କୁ ଆମେ ସ୍ମରଣ କରି ନଥାଉ । ଆଧାର ଥିଲେ ଯାଇ ଜଣେ ମନେ ପଡନ୍ତି । ଆଧ୍ୟାତ୍ମିକ ଦୃଷ୍ଟିକୋଣରେ ଯୋଗର ସରଳ ଅର୍ଥ ସ୍ମରଣ । କେଉଁ କେଉଁ ଆଧାର ଅବଲମ୍ବନ କରି ଜଣେ ଆତ୍ମା ପରମାତ୍ମାଙ୍କୁ ସ୍ବଭାବିକ ଭାବରେ ସ୍ମରଣ କରିପାରିବ ତାହା ନିମ୍ନରେ ଦିଆଯାଇଛି ।
ସ୍ବଭାବିକ ଈଶ୍ୱରୀୟ ସ୍ମୃତି ପାଇଁ ·ରି ଆଧାର
ପରମାତ୍ମାଙ୍କୁ ସ୍ମରଣ କରିବା ପାଇଁ ବସିଲା ବେଳେ ଅନେକଙ୍କ ମନ ଚଳ ହୋଇଉଠେ । ସେମାନେ ମନକୁ ଏକାଗ୍ର କରିପାରନ୍ତି ନାହିଁ । ସେଥିପାଇଁ କେତେକ ଭଗବତ୍ ସ୍ମରଣରୁ ନିବୃ ହୁଅନ୍ତି । ତେଣୁ ସ୍ବଭାବିକ (ଘବଗ୍ଧଙ୍କକ୍ସବକ୍ଷ) ଈଶ୍ୱରୀୟ ସ୍ମୃତି ପାଇଁ ଆବଶ୍ୟକ ହେଉଥିବା ·ରିଟି ଆଧାର ବିଷୟରେ ନିମ୍ନରେ ଆଲୋଚନା କରାଯାଇଛି ।
୧. ପରିଚୟ:
କୌଣସି ଅପରିଚିତ ବ୍ୟକ୍ତିଙ୍କୁ କେହି ସ୍ମରଣ କରନ୍ତି ନାହିଁ । ତେଣୁ ସ୍ମରଣର ପ୍ରଥମ ଆଧାର ହେଉଛି ପରିଚୟ । ପରିଚୟ ବିନା ଜଣେ କାହାକୁ ସ୍ମରଣ କରିପାରେ ନାହିଁ ।
୨. ସମ୍ବନ୍ଧ:
କେବଳ ପରିଚୟ ଆଧାରରେ ଜଣେ ଅନ୍ୟ ଜଣକୁ ସହଜରେ ମନେ କରିପାରେ ନାହିଁ । ଏଥିପାଇଁ ତା’ ସହିତ କୌଣସି ନା କୌଣସି ସମ୍ବନ୍ଧ ଥିବା ଆବଶ୍ୟକ । ପରିଚୟ ଆଧାରରେ ସମ୍ବନ୍ଧ ସ୍ଥାପନ ହୁଏ ଓ ସମ୍ବନ୍ଧ ଦୁଇଜଣଙ୍କୁ ଯୋଡି ରଖେ । ବ୍ୟକ୍ତି ପାଖରେ ଯେଉଁ ସମ୍ବନ୍ଧର ଅଭାବ ଥାଏ ଓ ଯେଉଁ ସମ୍ବନ୍ଧ ଜଣକୁ ଘନିଷ୍ଠ ଭାବରେ ଅନ୍ୟ ଜଣକ ପ୍ରତି ଆକର୍ଷିତ କରିଥାଏ ତାହାହିଁ ସ୍ବଭାବିକ ସ୍ମୃତିର ଆଧାର ହୋଇଥାଏ ।
୩. ସ୍ନେହ
ଯାହାପ୍ରତି ସ୍ନେହ ଓ ପ୍ରେମ ଥାଏ ବ୍ୟକ୍ତି ତାଙ୍କୁ ହିଁ ବେଶୀ ମନେ ପକାଏ, ସ୍ନେହ ନ ଥିଲେ ଦୁଇ ଜଣଙ୍କ ମଧ୍ୟରେ ଘନିଷ୍ଠତା ଆସେ ନାହିଁ ।
ଘରେ ଗୃହକର୍ାଙ୍କୁ ପରିବାରର ସଦସ୍ୟଗଣ ବିଭିନ୍ନ ସମ୍ବନ୍ଧ ଯୋଡି ସମ୍ବୋଧନ କରନ୍ତି । କାରଣ ସେମାନଙ୍କ ତାଙ୍କ ପ୍ରତି ସ୍ନେହ ଓ ସମ୍ମାନ ଥାଏ । ପରମାତ୍ମା ଶିବ ହେଉଛନ୍ତି ସମସ୍ତଙ୍କ ପରମପିତା । ତେଣୁ ତାଙ୍କ ପ୍ରତି ସମ୍ମାନ ଓ ସ୍ନେହ ଭାବ ହେତୁ ଆମେ ତାଙ୍କୁ “ଶିବ ବାବା’’ ବୋଲି ସମ୍ବୋଧନ କରୁଁ । ତାଙ୍କ ସହିତ ସମ୍ବନ୍ଧ ଘନିଷ୍ଠ ହେଲେ ପ୍ରେମ ବଢ଼ିବ । ତେଣୁ ତାଙ୍କ ସ୍ମରଣ କରିବା ପାଇଁ ପ୍ରଯନôର ଆବଶ୍ୟକ ହୁଏ ନାହିଁ, ସେ ସ୍ବତଃ ସ୍ମୃତି ଗୋଚର ହୁଅନ୍ତି । ସ୍ନେହ-ପ୍ରେମର ଅଭାବ ହେତୁ ମଣିଷ ସ୍ବଭାବିକ ଭାବରେ ପରମାତ୍ମାଙ୍କୁ ସ୍ମରଣ କରିପାରେ ନାହିଁ ।
ଅନେକ ନିଜ କାର୍ଯ୍ୟ ବ୍ୟସ୍ତତା ଦର୍ଶାଇ ଭଗବାନଙ୍କୁ ସ୍ମରଣ କରିବାକୁ ଆଦୌ ସମୟ ପାଉ ନାହାନ୍ତି ବୋଲି ସଫେଇ ଦେବା ଦେଖାଯାଏ । ଏଠାରେ ଜଣେ ଅବିବାହିତ ବ୍ୟକ୍ତିର ଉଦାହରଣ ନିଆଯାଉ । ସେ କୌଣସି ବ୍ୟସ୍ତ ବହୁଳ ·କିରୀରେ ଯୋଗ ଦେଇଛି ବା ନୂଆ ବ୍ୟବସାୟ ଆରମ୍ଭ କରୁଛି । ପଦନ୍ନୋତି ବା ବ୍ୟବସାୟରେ ସଫଳତା ପାଇବା ପାଇଁ ତାକୁ କଠିଣ ପରିଶ୍ରମ କରିବାକୁ ପଡ଼ୁଛି । ତା ପାଖରେ ଆଦୌ ସମୟ ନାହିଁ । ଏପରି ସମୟରେ ତା’ର ବିବାହ ହୋଇଗଲା । ତାର ଆଉ ଏକ ଦାୟିତ୍ୱ ବଢ଼ିଗଲା । ପୂର୍ବରୁ ଆଦୌ ସମୟ ନାହିଁ ବୋଲି କହୁଥିବା ବା ଭାବୁଥିବା ସେହି ବ୍ୟକ୍ତିଜଣକ ପନôୀ ପ୍ରତି ଥିବା ଦାୟିତ୍ୱ ଓ କର୍ବ୍ୟ ତୁଲାଇବାକୁ ପଡିଲା । ଏହି ସମୟ ସେ କୁଆଡୁ ପାଇଲା? କିପରି ପାଇଲା? କାହିଁକି ପାଇଲା? ପନôୀ ସହିତ ସମ୍ବନ୍ଧ ଅତୁଟ ରଖିବା ପାଇଁ ସେ ତା’ର ପୂର୍ବର ଦିନଚର୍ଯ୍ୟାକୁ ଆହୁରି ବ୍ୟବସ୍ଥିତ କରି ସମୟ ବାହାର କଲା । ସମ୍ବନ୍ଧର ମହ୍ୱ ବୁଝିଲେ ସମୟ ଆପେ ଆପେ ବାହାରି ଯାଏ । ଏହିପରି ଯଦି ମନୁଷ୍ୟ ଭଗବାନଙ୍କ ପ୍ରତି ତାର ସମ୍ବନ୍ଧର ମହ୍ୱ ବୁଝିଯାଏ ତେବେ ସେ ତାର ସମୟ ଅଭାବ କଥା କହିବ ନାହିଁ । ତାଙ୍କ ସହିତ ସମ୍ବନ୍ଧ ଯୋଡିଲେ ଅର୍ଥାତ୍ କିଛି ସମୟ ବାହାର କରି ଏକାଗ୍ର ଭାବରେ ତାଙ୍କୁ ସ୍ମରଣ କଲେ ତାଙ୍କଠାରୁ ସ୍ବତଃ ସ୍ନେହ ଓ ପ୍ରେମ ପ୍ରାପ୍ତ ହୋଇଥାଏ ।
୪) ପ୍ରାପ୍ତି:
ଯାହାର ସହାୟତାରେ ସ୍ବାର୍ଥ ପୂିର୍ର ସମ୍ଭାବନା ଥାଏ ବା ଯାହାଠାରୁ କିଛି ପାଇବାର ନିଶ୍ଚିତତା ଥାଏ ମଣିଷ ତାକୁ ସ୍ମରଣ କରେ । ଯେଉଁଠାରେ ସ୍ନେହ ଥାଏ ସେଠାରେ ପ୍ରାପ୍ତି ମଧ୍ୟ ହୋଇଥାଏ । ଭଗବାନଙ୍କ ପ୍ରତି ସ୍ନେହ ଓ ପ୍ରେମ ଭାବ ଥିଲେ ପ୍ରାପ୍ତି ଅବଶ୍ୟ ହେବ । ଏହି ପ୍ରାପ୍ତି ଅତ୍ୟନ୍ତ ସୂକ୍ଷ୍ମ, ସ୍ଥୂଳ ବା ବାହ୍ୟ ନୁହେଁ । ଭଗବାନ ମନୁଷ୍ୟକୁ ମାନସିକ ଶାନ୍ତି ପ୍ରଦାନ କରନ୍ତି । ସେ ସ୍ଥୂଳ ଧନ ସମ୍ପି ଦିଅନ୍ତି ନାହିଁ ବା କୌଣସି ସ୍ବାର୍ଥୀ ବ୍ୟକ୍ତିର ପ୍ରାର୍ଥନାରେ ଅହେତୁକ କୃପା କରନ୍ତି ନାହିଁ । ଜଣକ ପାଖରେ ଅପର୍ଯ୍ୟାପ୍ତ ଧନ-ସମ୍ପି ଅଛି । କିନ୍ତୁ ଈର୍ଷା, ଦ୍ୱେଷ, କ୍ରୋଧ ଆଦି ମନୋବିକାର ଦ୍ୱାରା ଗ୍ରସ୍ତ ହୋଇ ସବୁବେଳେ ଚିନ୍ତିତ, ଅଶାନ୍ତ ଓ ଅସ୍ଥିର ରହୁଛି । ଧନ ସମ୍ପି କାହାରିକୁ ଆନ୍ତରିକ ଶାନ୍ତି ପ୍ରଦାନ କରିପାରେ ନାହିଁ । ପରମାତ୍ମା ଶାନ୍ତିର ମହାସାଗର । ତାଙ୍କ ସହିତ ସମ୍ବନ୍ଧ ଯୋଡିଲେ ଶାନ୍ତି ମିଳେ । ଯେଉଁଠି ଶାନ୍ତି ଥାଏ ସେଇଠି ସୁଖ ଥାଏ । ତେଣୁ ଏହିପରି ଶାନ୍ତି ପ୍ରାପ୍ତିକାମୀ ବ୍ୟକ୍ତିଙ୍କୁ କେବଳ ଭଗବତ୍ ଚିନ୍ତନ କରିବା ଉଚିତ । ଈଶ୍ୱରୀୟ ସ୍ମୃତି ଯୁକ୍ତ ହୋଇ କର୍ମ କଲେ କର୍ମରେ ସଫଳତା ସହିତ ସମଗ୍ର କର୍ମ ଯୋଗରେ ପରିଣତ ହୋଇଯାଏ । ତେଣୁ ଭଗବାନଙ୍କୁ ସ୍ମରଣ କଲେ କ’ଣ ଲାଭ ହେବ ସେ ବିଷୟରେ ସମ୍ପୂର୍ଣ୍ଣ ଅବଗତ ହେଲେ ମନ ଏକାଗ୍ର ହୋଇଯିବ ।
ଭଗବାନଙ୍କୁ ସ୍ମରଣ କରିବାର ଅନେକ ବିଧି/କାରଣ
୧) ସ୍ବାର୍ଥ
ମନୁଷ୍ୟ ନିଜ ସ୍ବାର୍ଥ ସିଦ୍ଧି ପାଇଁ ଭଗବାନଙ୍କୁ ସ୍ମରଣ ବା ପ୍ରାର୍ଥନା କରିଥାଏ । ସ୍ବାର୍ଥ ପୂିର୍ ହେଲା ପରେ ସେ ଭୁଲିଯାଏ । ଭଗବାନଙ୍କୁ ମାଗିବାର ଅଭ୍ୟାସ ପରମ୍ପରା କ୍ରମେ ମନୁଷ୍ୟ ସମାଜରେ ପ୍ରଚଳିତ । ନିଃସ୍ବାର୍ଥ ଭାବରେ ଭଗବାନଙ୍କୁ ଭକ୍ତି କରିବା ବ୍ୟକ୍ତି ସଂସାରରେ ବିରଳ । ଲା ଦେଇ କାମ ହାସଲ କରିବା ବର୍ମାନ ଦୁନିଆରେ ଏକ ସ୍ବଭାବିକ ଘଟଣା ହୋଇଯାଇଛି । ଲା ଦେବା ଓ ନେବା ପାଇଁ କେହି କୁଣ୍ଠିତ ନୁହନ୍ତି । ଏହି ମାନସିକତା ସମ୍ପନ୍ନ ବ୍ୟକ୍ତିଗଣ ଭଗବାନଙ୍କୁ ମଧ୍ୟ ଲା ଯାଚିବାର ଧୃଷ୍ଟତା କରନ୍ତି । ସେମାନେ ମନ୍ଦିରକୁ ଯାଇ ହାତ ଯୋଡି କହନ୍ତି, ହେ ଭଗବାନ, “ଆଜି କୋର୍ଟରେ ମୋର ଅନ୍ତିମ ଶୁଣାଣୀ ଅଛି, ପରିଣାମ ମୋ ସପକ୍ଷରେ ଆସିଲେ ମୁଁ ତୋର ପୂଜା ରଖିବି, ମନ୍ଦିର ଟ୍ରଷ୍ଟକୁ ପା ହଜାର ଦାନ କରିବି, ୧ଠ୮ଟି ନଡିଆ ତୋତେ ସମର୍ପଣ କରିବି, ଇତ୍ୟାଦି ।’’ ମୂଢ଼ ମନୁଷ୍ୟ ବୁଝିପାରେ ନାହିଁ ଯେ ସେ କାହାକୁ କ’ଣ କହୁଛି । ସେ ଭଗବାନଙ୍କୁ ନିଜ ଭୃତ୍ୟ ଭଳି ମନେ କରୁଛି । ମୁନିବମାନେ ସାଧାରଣତଃ ·କରଠାରୁ କାମ ଆଦାୟ କରିବା ପାଇଁ କହନ୍ତି ଯେ ମୋର ଏଇକାମ କରିଦେଲେ ତୋତେ ଅଧିକ ୧ଠଠ ଟଙ୍କା ଦେବି । ଗୋଟିଏ ପକ୍ଷରେ ଭଗବାନଙ୍କୁ ପ୍ରାର୍ଥନା କରି ମନୁଷ୍ୟ କହେ, “ତ୍ୱମେବ ମାତାଶ୍ଚ ପିତା ତ୍ୱମେବ..... ।’’ ଅନ୍ୟ ପକ୍ଷରେ ତୁଚ୍ଛ ପ୍ରଲୋଭନ ଦେଖାଇ ନିଜର ସ୍ବାର୍ଥ ହାସଲ କରିବାକୁ ଚେଷ୍ଟା କରେ । କଥା ଓ କାର୍ଯ୍ୟର ଏହି ବିଷମତା ହିଁ ମନୁଷ୍ୟର ଦୁଃଖର କାରଣ ।
୨) ଦୁଃଖ
ଦୁଃଖ ମେଁ ସିମରଣ ସବ କରେ ସୁଖ ମେଁ କରେ ନା କୋଇ । ଯୋ ସୁଖମେଁ ସିମରଣ କରେ ଦୁଃଖ କାହେ କୋ ହୋୱେ ।’’ ବର୍ମାନ ମନୁଷ୍ୟର ଭଗବତ୍ ଭକ୍ତି ଚରିତ୍ର ପରିପ୍ରେକ୍ଷୀରେ କବୀରଙ୍କ ଉପରୋକ୍ତ ଦୋହା ପ୍ରଣିଧାନ ଯୋଗ୍ୟ । ମନୁଷ୍ୟ ଦୁଃଖ ସମୟରେ ଭଗବାନଙ୍କୁ ଡାକେ । କିନ୍ତୁ ସୁଖ ସମୟରେ ଯଦି ସେ ନିରନ୍ତର ଭଗବାନଙ୍କୁ ସ୍ମରଣ ରଖିଥାନ୍ତା ତେବେ ତାକୁ ଜୀବନରେ ଦୁଃଖ ହିଁ ଦେଖିବାକୁ ପଡି ନଥାନ୍ତା ।
୩) ଭୟ
ଅନେକେ ଭୟ ହେତୁ ଭଗବାନଙ୍କୁ ସ୍ମରଣ କରନ୍ତି । ଛୋଟ ଛୋଟ ପିଲାଙ୍କୁ ଭୟ ଦେଖାଇ ମା-ବାପାମାନେ ଯେମିତି ତାଙ୍କୁ ଖରାପ କାମରୁ ନିବୃ କରାନ୍ତି, ସେହିପରି ଧର୍ମା·ର୍ଯ୍ୟଗଣ ନିଜ ନିଜ ଅନୁଯାୟୀମାନଙ୍କ ମନରେ ଏକଥା ପୁରାଇ ଦେଇଛନ୍ତି ଯେ ଯଦି ତୁମେ ନିୟମିତ ଭଗବାନଙ୍କୁ ସ୍ମରଣ ନ କରିବ- ତାଙ୍କ ନାମ ଜପ ଏତିକି ଥର ନ କରିବ, ଧର୍ମାନୁଷ୍ଠାନ ନ କରିବ, ଦାନ ପୁଣ୍ୟ ନ କରିବ ତେବେ ଭଗବାନ ରୁଷ୍ଟ ହୋଇଯିବେ, ତୁମକୁ ଅଭିଶାପ ଦେବେ, ତୁମର ଅନେକ କ୍ଷତି ହେବ, ତୁମେ ନର୍କରେ ଯାତନା ଭୋଗିବ ଇତ୍ୟାଦି । ଏହି ଭୟଗ୍ରସ୍ତ ମନୋସ୍ଥିତି କିଛି ଲୋକଙ୍କୁ ଭଗବାନଙ୍କୁ ସ୍ମରଣ କରିବାକୁ ବାଧ୍ୟ କରେ । ଏଠାରେ ମନେ ରଖିବାକୁ ହେବ ଯେ ଭୟ ଜନିତ ବାଧ୍ୟ ବାଧକତାରେ କୌଣସି କାର୍ଯ୍ୟ କଲେ ସେଥିରେ ଆଦୌ ଆନ୍ତରିକତା ନଥାଏ ।
୪. ନିୟମ:
କିଛି ଲୋକ ଏକ ନିର୍ଦ୍ଧିଷ୍ଟ ସମୟ, ତିଥି, ମାସ ବା ଘଟଣାରେ ଭଗବାନଙ୍କୁ ସ୍ମରଣ କରିବାର ନିୟମ ରଖିଥାନ୍ତି । ଏହି ନିୟମ ରଖିବା ପଛରେ ସେମାନଙ୍କ କୌଣସି ନା କୌଣସି ସ୍ବାର୍ଥ ଥାଏ । ନିୟମ ଜୀବନକୁ ସଂଯମିତ କରେ । କିନ୍ତୁ ଏହା କେତେକ ଲୋକଙ୍କ ପାଇଁ ଅନ୍ଧ ଶ୍ରଦ୍ଧାର କାରଣ ହୋଇଥାଏ । କୌଣସି ଭୌତିକ ବିଷୟ-ବସ୍ତୁର ପ୍ରାପ୍ତି ବା ମନୁଷ୍ୟ ପାଇଁ ନିୟମ ରଖିବା ଅନୁଚିତ । ନିୟମ ଯଦି ଭଗବାନଙ୍କ ପାଇଁ ରଖାଯାଏ ତେବେ ଏହା ପରମାର୍ଥିକ ସୁଖ ପ୍ରଦାନ କରେ ।
୫) ତୁଳନା
ମନୁଷ୍ୟ ଭଗବାନଙ୍କୁ ନିଜଠାରୁ ସର୍ବଶ୍ରେଷ୍ଠ ଓ ଅତ୍ୟନ୍ତ ଶକ୍ତି ସାମର୍ଥ୍ୟ ସମ୍ପନ୍ନ ମନେ କରେ । ସେ ଭଗବାନଙ୍କୁ ପରମ କାରୁଣିକ (ଦୟାଳୁ), ପରମ କୃପାଳୁ ଶାନ୍ତିର ସାଗର ଆଦି ବୋଲି ପ୍ରାର୍ଥନା କରେ । ନିଜକୁ ଦୀନ, ହୀନ, ପାମର, ମୁର୍ଖ, ପାପୀ ଆଦି କହି ତାଙ୍କଠାରୁ କୃପା ଭିକ୍ଷା କରେ ଓ ତା’ର ସମସ୍ତ ପାପ ମୋଚନ କରିବା ପାଇଁ ନିବେଦନ କରେ । ମଣିଷ ବୁଝିପାରେ ନାହିଁ ଯେ ନିଜ ଓ ଭଗବାନଙ୍କ ମଧ୍ୟରେ ଏହି ଅନ୍ତର ସୃଷ୍ଟି କରି ତାକୁ ସ୍ମରଣ କରିବା ଦ୍ୱାରା ତାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରି ହୁଏ ନାହିଁ । ଏହି ସମ୍ବନ୍ଧ ଏକ ତରଫା ହୋଇଥାଏ । ସମ୍ବନ୍ଧ ଯୋଡିବାର ଆଧାର ହେଉଛି ସମାନତା । ଆଧ୍ୟାତ୍ମିକ କ୍ଷେତ୍ରରେ ବିଜ୍ଞାନର ଆକର୍ଷଣ ଓ ବିକର୍ଷଣ ନିୟମ କାର୍ଯ୍ୟ କରେ ନାହିଁ । ବିଜ୍ଞାନ ଅନୁସାରେ ସମ ମେରୁ ମଧ୍ୟରେ ବିକର୍ଷଣ ଓ ବିଷମ ମେରୁ ମଧ୍ୟରେ ଆକର୍ଷଣ ହୁଏ । ଏହା ଭୌତିକ ନିୟମ । ଅଧ୍ୟାତ୍ମ ଭୌତିକ ବିଜ୍ଞାନଠାରୁ ଖୁବ୍ ଉନ୍ନତ ଓ ସର୍ବୋକ୍ରୃଷ୍ଟ । ଅଧ୍ୟାତ୍ମ ବିଜ୍ଞାନ ଅନୁସାରେ ଦୁଇ ସମାନ ସା ପରସ୍ପର ପ୍ରତି ଆକର୍ଷିତ ହୁଅନ୍ତି । ଆତ୍ମା ଓ ପରମାତ୍ମା ଦୁଇ ଆଧ୍ୟାତ୍ମିକ ସା । ତେଣୁ ଉଭୟଙ୍କ ମଧ୍ୟରେ ପରିମାଣାତ୍ମକ ସାମ୍ୟତାରେ ଅନ୍ତର ଥିଲେ ମଧ୍ୟ ଗୁଣାତ୍ମକ ସମାନତା ଅଛି । ଉଭୟ ଆତ୍ମା ଓ ପରମାତ୍ମା ଜ୍ୟୋତିର୍ବିନ୍ଦୁ ସ୍ବରୂପ । ଆତ୍ମା ସ୍ୱଗୁଣୀ । ପରମାତ୍ମା ସ୍ୱଗୁଣର ସାଗର । ଉଭୟେ ପରମଧାମ ନିବାସୀ । ଏହିପରି ଆତ୍ମା ଓ ପରମାତ୍ମା ମଧ୍ୟରେ ରୂପ, ଗୁଣ ଓ ଧାମର ସମାନତା ଅଛି । ଆତ୍ମାର ମୌଳିକ ଧର୍ମକୁ (ପବିତ୍ରତା, ସୁଖ, ଶାନ୍ତି, ଆନନ୍ଦ, ପ୍ରେମ ଓ ଶକ୍ତି) ଧାରଣ କଲେ ପରମାତ୍ମାଙ୍କ ସହିତ ତାଦାତ୍ମ୍ୟ ହୋଇଯାଏ । ଏହି ତାଦାତ୍ମ୍ୟ ଭାବ ହିଁ ତାଙ୍କ ସହିତ ସମ୍ବନ୍ଧକୁ ଦୃଢ଼ୀଭୂତ କରେ ।
·ରି ଆଧାରରେ ସ୍ମରଣ ବିଧି
୧) ପରିଚୟ ଆଧାରରେ ସ୍ମରଣ କିପରି ହୋଇଥାଏ?
ଏଠାରେ ପରିଚିତ ବ୍ୟକ୍ତିମାନଙ୍କୁ ମନେ ପକାଇବା ପାଇଁ ମନକୁ ଧୀର, ସ୍ଥିର ଓ ଏକାଗ୍ର କରିବାକୁ ପଡେ । ଏହା ପରିଶ୍ରମକାରକ । ଜଣକ ପରେ ଜଣକୁ ମନେ ପକାଇ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଏ । ଏଥିରେ ସ୍ମୃତିଶକ୍ତିର ଉପଯୋଗ ହୁଏ ।
୨) ସମ୍ବନ୍ଧ ଆଧାରରେ ସ୍ମରଣ କିପରି ହୋଇଥାଏ?
ଯାହାଙ୍କ ସହିତ ସମ୍ବନ୍ଧ ଯେତେ ଘନିଷ୍ଠ ସେ ସେତେ ଶୀଘ୍ର ମନେ ପଡନ୍ତି । ଏପରି ସ୍ମରଣ ସ୍ବତଃ ସ୍ଫୁର୍ ହୋଇଥାଏ । କୌଣସି ଆତ୍ମୀୟ ସ୍ବଜନ ଦୂରରେ ଥିଲେ ବି ତାଙ୍କ କଥା ବାରମ୍ବାର ମନକୁ ଆସୁଥାଏ । ଦୂରରେ ଥିବା ପୁତ୍ର ବିଷୟରେ ସ୍ନେହମୟୀ ଜନନୀ ଭାଳି ହେଉଥାନ୍ତି । ସେ ସେଠାରେ କିପରି ଥିବ, କ’ଣ ଖାଉଥିବ । ରୋଗ ବ୍ୟାଧିରେ କିପରି ନିଜର ଯନô ନେଉଥିବ ଇତ୍ୟାଦି ଦିନ ତମାନ ସେ ଚିନ୍ତା କରୁଥାନ୍ତି । ଘରେ ଥିବା ସମୟରେ ତାଙ୍କ ପୁଅ କିପରି ଖାଉଥିଲା, କିପରି କଥା ହେଉଥିଲା, କିପରି ଚଳୁଥିଲା ଇତ୍ୟାଦି ତାଙ୍କ ମନରେ ଉଙ୍କି ମାରେ । ଏହା ହେଉଛି ସମ୍ବନ୍ଧ ଜନିତ ସ୍ମରଣର ଉଦାହରଣ ।
୩) ଯେଉଁଠାରେ ସ୍ନେହ ଥାଏ ସେଠାରେ ସ୍ମରଣ କିପରି ହୋଇଥାଏ?
ଯେଉଁଠାରେ ସ୍ନେହ ଥାଏ ସେଠାରେ ଦୁଇଜଣଙ୍କ ମଧ୍ୟରେ ଅଭେଦ ସମ୍ବନ୍ଧ ଥାଏ । ଜଣେ ଅନ୍ୟ ଜଣକ ସ୍ମରଣରେ ତଲ୍ଲୀନ ହୋଇଯାଏ । ଦୁଷ୍ୟନ୍ତଙ୍କ ପ୍ରତି ଶକୁନ୍ତଳାଙ୍କ ପ୍ରେମ ସମ୍ବନ୍ଧ ଏଠାରେ ପ୍ରଣିଧାନ ଯୋଗ୍ୟ । ଶକୁନ୍ତଳା ତାଙ୍କ ପ୍ରିୟତମଙ୍କ ସ୍ମୃତିରେ ଏମତି ଭୋଳ ହୋଇଯାଇଥିଲେ ଯେ ଆଶ୍ରମରେ ଅତିଥି ସ୍ବରୂପ ଦୁର୍ବାସା ଋଷିଙ୍କ ଆଗମନ ଜାଣିପାରି ନଥିଲେ । ଏହି ସ୍ମୃତିରେ ଦୁଃଖ ନ ଥିଲା । ଦୁଷ୍ୟନ୍ତଙ୍କ ସହିତ ଅତୀତରେ ବିତାଇଥିବା କିଛିଦିନର ସୁଖଦ ସ୍ମୃତି ତାଙ୍କୁ ଆନନ୍ଦ ବିଭୋର କରୁଥିଲା । ଏହା ହେଉଛି କାମ ବାସନା ରହିତ ପ୍ରେମର ନିଦର୍ଶନ । ଏଠାରେ ବିଚ୍ଛେଦର ବିରହ ଜ୍ୱାଳା ନଥାଏ । କାରଣ ଶକୁନ୍ତଳା ଉଭୟ ଦେହ ଓ ମନ କେବଳ ଦୁଷ୍ୟନ୍ତଙ୍କୁ ସମର୍ପଣ କରିଦେଇଥିଲେ । କେବଳ ସମ୍ବନ୍ଧ ଆଧାରରେ ଯେଉଁ ସ୍ମରଣ ହୁଏ ସେଥିରେ ଦୁଃଖ ହୁଏ, ଯେପରି ପୁତ୍ର କଥା ଭାବି ମା’ ମନରେ ବିଚ୍ଛେଦ ଜନିତ ଦୁଃଖ ଜାତ ହୋଇଥାଏ । କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତି ତା’ର ନିର୍ବନ୍ଧ ସମ୍ପନ୍ନ ହୋଇସାରିଥିବା ଭାବି ଜୀବନ ସାଥୀକୁ ମନେ ପକାଏ ସେଥିରେ ସୁଖ ଥାଏ । ଏହି ପରିପ୍ରେକ୍ଷୀରେ ଲୈଳା-ମଜନୁ, ହୀର-ରାନ୍ଝା ଆଦି ପ୍ରେମୀ ଯୁଗଳଙ୍କ ଉଦାହରଣ ମଧ୍ୟ ବି·ରଣୀୟ ।
୪) ପ୍ରାପ୍ତି ଆଧାରରେ ସ୍ମରଣ କିପରି ହୋଇଥାଏ?
କୌଣସି ପ୍ରାପ୍ତି ଆଧାରରେ ଯଦି କାହାକୁ ସ୍ମରଣ କରାଯାଏ ତେବେ ସେଥିରେ କେବଳ ସ୍ବାର୍ଥ ଥାଏ । ଏହା ଏକ ବ୍ୟବସାୟିକ ବୁଝାମଣା ସଦୃଶ । କାହାଠାରୁ ଯଦି କୌଣସି ଲୋଭନୀୟ ପ୍ରାପ୍ତିର ସମ୍ଭାବନା ଥାଏ, ତେବେ ସଂପୃକ୍ତ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ସ୍ଥାପନା ପାଇଁ ଜଣେ ଆତୁର ହୋଇଉଠେ, ଦିନ ତମାମ ସେ ତାଙ୍କ ନିକଟରେ ପହôବାର ଉପାୟ ପାୁଥାଏ, ରାତ୍ରିରେ ଠିକ ନିଦ ହୁଏ ନାହିଁ । ତାଙ୍କର ପ୍ରଯନôର ପରିଣାମ ସ୍ବରୂପ ଯଦି ସେହି ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ସ୍ଥାପନ ପୂର୍ବକ ଆକାଂକ୍ଷିତ ପ୍ରାପ୍ତିର ପୂିର୍ ହୋଇଯାଏ ତେବେ ସେ ଆଉ ମନେ ପଡନ୍ତି ନାହିଁ । ସ୍ବାର୍ଥ ପୂରଣ ହେଲା ପରେ ସ୍ମରଣର ସମାପ୍ତି ଘଟିଲା ।
ଭଗବାନଙ୍କ ସହିତ ଆମର ସ୍ମରଣର ଆଧାର କି ପ୍ରକାର?
ଉପରେ ଯେଉଁ ·ରି ପ୍ରକାର ସ୍ମରଣର ଆଧାର ଓ ପ୍ରକାର କଥା ବର୍ଣ୍ଣନା କରାଯାଇଛି ତାହା ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ । ଏହି ନିୟମ ଭଗବାନଙ୍କ ସହିତ ମଧ୍ୟ ଲଗୁ ହୋଇଥାଏ । ଆମେ ନିଜକୁ ନିଜେ ପ·ରିବା ଉଚିତ ଯେ ମୋତେ ଭଗବାନଙ୍କୁ ମନେ ପକାଇବାକୁ ପରିଶ୍ରମ କରିବାକୁ ପଡୁଛି କି? ଭଗବାନ ସ୍ବତଃସ୍ଫୁର୍ ଭାବରେ ମନେ ପଡିଯାଇଛନ୍ତି କି? ଭଗବାନଙ୍କ ପରିଚୟ ଓ ସମ୍ବନ୍ଧ ଆଧାରରେ ତାଙ୍କ ସ୍ମରଣରେ ମୋର ମନ ବିଭୋର ହୋଇଯାଉଛି କି? ମୋର ଈଶ୍ୱରୀୟ ସ୍ମୃତି କି ପ୍ରକାର? ପରିଶ୍ରମ ଯୁକ୍ତ? ସ୍ବାର୍ଥ ଯୁକ୍ତ? ବାଧ୍ୟ ବାଧକତାଜନିତ?
ଯେତେବେଳେ ଜଣକର ସମ୍ବନ୍ଧ ପରମାତ୍ମାଙ୍କ ସହିତ ଦୃଢ଼ ହୋଇଯାଏ ସେତେବେଳେ ତାଙ୍କ ପ୍ରତି ଆପେ ଆପେ ସ୍ନେହ ଉପôନ୍ନ ହୋଇଥାଏ । ଅନ୍ୟଥା ପରିଶ୍ରମ ଜନିତ କ୍ଳାନ୍ତି ହେତୁ ସେ ଥକି ଯାଆନ୍ତି । ଅନୁଭବ ହୁଏ ନାହିଁ । ପରମାତ୍ମା ଅଶରୀରୀ ହୋଇଥିବା ହେତୁ ତାଙ୍କ ସହିତ କେବଳ ମନୋମିଳନ ହୋଇପାରେ । କିନ୍ତୁ ସମ୍ବନ୍ଧରେ ଦୃଢ଼ତା ନ ଥିଲେ ମନରେ ଏକାଗ୍ରତା ଆସେ ନାହିଁ । ସେପରି ବ୍ୟକ୍ତି ତାଙ୍କ ସହିତ ଯୋଗମୁକ୍ତ ହୋଇପାରେ ନାହିଁ ଓ ସେ ଯୋଗାଭ୍ୟାସରୁ ନିବୃ ହୁଏ ।
ଭଗବାନଙ୍କ ସହିତ ସମ୍ବନ୍ଧ ସ୍ଥାପନର ଉପାୟ
ପୂର୍ବରୁ ଆତ୍ମା ପରମାତ୍ମାଙ୍କ ପରିଚୟ ବର୍ଣ୍ଣନା ସମୟରେ ଆଲୋଚନା କରାଯାଇଥିଲା ଯେ ଉଭୟଙ୍କ ମଧ୍ୟରେ ପିତା-ପୁତ୍ରର ସମ୍ବନ୍ଧ ଅଛି । ଜଣେ ଛୋଟ ଶିଶୁ ବଡ ହେଲା ପରେ ଯେତେବେଳେ ଜାଣେ ଯେ ସେ ଏକ ରାଜପୁତ୍ର, ସେତେବେଳେ ତା’ର ଚାଲିଚଳନରେ ରାଜକୀୟତା ଫୁଟି ଉଠେ । ଆମେ ସମସ୍ତେ ମନୁଷ୍ୟାତ୍ମା ପରମାତ୍ମାଙ୍କ ସନ୍ତାନ । ଆମ ·ଲିଚଳନ ମଧ୍ୟ ଈଶ୍ୱରୀୟ ସଂସ୍କାର ସମ୍ପନ୍ନ ହେବା ଉଚିତ । କୌଣସି ପିତା ସମ୍ମୁଖରେ ଯଦି ତାର ସନ୍ତାନ ନିଜକୁ ମୁର୍ଖ, କାମୀ, ଖଳ, କପଟୀ ବୋଲି କହି ଅସହାୟ ଭାବ ପ୍ରଦର୍ଶନ କରେ ତେବେ ସେହି ପିତାର ମନୋସ୍ଥିତି କ’ଣ ହେବ? ସେ ଏପରି ଅଯୋଗ୍ୟ ପୁତ୍ରଠାରୁ ନିଜର ଶତ ପ୍ରଶଂସା ଶୁଣି ମଧ୍ୟ କ’ଣ ଗର୍ବ ଅନୁଭବ କରିପାରିବ? ଆଦୌ ନୁହେଁ । ଠିକ୍ ସେହିପରି ଆମେ ଭଗବାନଙ୍କ ସମ୍ମୁଖରେ ପ୍ରତ୍ୟହ ତାଙ୍କର ମହାନତା, ଶ୍ରେଷ୍ଠତା, ସର୍ବ ସମର୍ଥତାର ଗୁଣ ଗାନ କରି ନିଜକୁ ନୀଚ, ପାପୀ, ମୁର୍ଖ, କାମୀ ଆଦି ବୋଲି ସ୍ବନିଦ୍ଧା; ବଖାଣିବା ତେବେ ସେହି ପରମେଶ୍ୱର ପରମପିତା ଯଦି ପ୍ରସନ୍ନ ହେବେ ବୋଲି କେହି ଭାବୁଥାଏ ତେବେ ଏହାଠାରୁ ହାସ୍ୟାସ୍ପଦ କଥା ଆଉ ନାହିଁ । ମଣିଷ ନିଜର ଯେଉଁ ଅବଗୁଣ କଥା ଭଗବାନଙ୍କ ନିକଟରେ ପ୍ରାର୍ଥନା ଛଳରେ ଗାଇଥାଏ, ସେହିକଥା ଯଦି ମନ୍ଦିର ବାହାରେ ଅନ୍ୟ କେହି କହେ ତେବେ ସେ ରାଗିଯାଏ, ଏହା ମଣିଷର ଆତ୍ମ ପ୍ରବନା ନୁହେଁ କି? ତେଣୁ ପରମାତ୍ମା କହନ୍ତି, “ହେ ବତ୍ସ! ମୋତେ ଜାଣିବା ପୂର୍ବରୁ ପ୍ରଥମେ ନିଜକୁ ଚିହ୍ନ । କଦ୍ଭକ୍ଟଙ୍ଗ ଗ୍ଧଷଚ୍ଚଗ୍ଦରକ୍ଷଲ. ତୁମେ କିଏ? ଯାହା ଦୁନିଆ ସମ୍ମୁଖରେ ପ୍ରଦର୍ଶନ କରୁଛ ବା ଯାହା ମୋ ସାମନାରେ ଗାଉଛ । ଏ ଦୁଇଟିରୁ କେଉଁଟି ସତ୍ୟ? ଜରବକ୍ଷସଗ୍ଦର ଗ୍ଧଷଚ୍ଚଗ୍ଦରକ୍ଷଲ. ନିଜର ଅସଲ ସ୍ବରୂପର ଅନୁଭବ କର । ମୋ ସହିତ ତୁମର ସମ୍ବନ୍ଧ କ’ଣ? ତୁମେ ସନ୍ତାନ ନା ମୋ ଚରଣର ଦାସ ବା ମୋ ଚରଣ ରଜ? ତୁମେ କ’ଣ ହେବାକୁ ·ହୁଁଛ? ପିତାର ସମ୍ପିରେ ପୁତ୍ରର ପୂର୍ଣ୍ଣ ଅଧିକାର ଥାଏ । ତୁମେ ମୋତେ ଶାନ୍ତିର ସାଗର, ପ୍ରେମର ସାଗର, ଜ୍ଞାନର ସାଗର.....ଇତ୍ୟାଦି କହୁଛ । ଅନ୍ୟ ପକ୍ଷରେ ଶାନ୍ତି, ପ୍ରେମ, ଜ୍ଞାନର ଭିକ୍ଷା ମାଗୁଛ? ଅର୍ଥାତ୍ ମୋ ସହିତ ତୁମର ପୂର୍ଣ୍ଣ ସମ୍ବନ୍ଧ ସ୍ଥାପିତ ହୋଇନାହିଁ । ମୋ ସମ୍ପିରେ ତୁମର ଯେ ପୂର୍ଣ୍ଣ ଅଧିକାର ଅଛି ଏକଥା ତୁମେ ଅନୁଭବ କରିପାରୁନାହିଁ । ଯେଉଁଠି ସମ୍ବନ୍ଧ ଥାଏ, ସେଇଠି ଅଧିକାର ଥାଏ । ମୋତେ ଯଦି ତୁମେ ସୁଖର ସାଗର ବୋଲି ଗ୍ରହଣ କରିଛ ମୋର ସନ୍ତାନ ହୋଇ ତୁମେ କାହିଁକି ନିଜକୁ ଦୁଃଖୀ ବୋଲି ଭାବୁଛ? ତୁମେ ମୋତେ ପିତା ବୋଲି ସମ୍ବୋଧନ କରୁଛ, ପୁଣି ନିଜକୁ ମୋର ଚରଣର ଦାସ ବୋଲି ଭାବୁଛ- ଏ ବିରୋଧଭାସ କାହିଁକି? ଜଣେ ପୁତ୍ର ଯେପରି ପିତୃ ସମ୍ପିକୁ ନିଜ ଆବଶ୍ୟକତା ପୂରଣ ପାଇଁ ଅଧିକାର ସହ ଖର୍ଚ୍ଚ କରିପାରେ ସେପରି ଜଣେ ଭୃତ୍ୟ କରିପାରିବ କି? ମୁନିବ ଓ ଭୃତ୍ୟ ସମ୍ବନ୍ଧରେ ଦୂରତା ଥାଏ । ପିତା-ପୁତ୍ର ସମ୍ବନ୍ଧରେ ଆତ୍ମୀୟତା ସହିତ ନିକଟତା ଥାଏ । ତେବେ ତୁମେ କେଉଁ ସମ୍ବନ୍ଧ ମୋ ସହିତ ଯୋଡିବାକୁ ·ହୁଁଛ, ସ୍ଥିର କର ।’’
ପରମାତ୍ମାଙ୍କ ସହ ଛଅଟି ମୁଖ୍ୟ ସମ୍ବନ୍ଧ
ମନୁଷ୍ୟ ସମାଜରେ ମଧ୍ୟ ମୁଖ୍ୟତଃ ଛଅଟି ସମ୍ବନ୍ଧ ସ୍ମରଣୀୟ ଅଟେ । ଏହି ଛଅଟି ସମ୍ବନ୍ଧ ଆମେ ଭଗବାନଙ୍କ ସହିତ ସ୍ଥାପନ କଲେ ନିତ୍ୟ-ନିରନ୍ତର ସେ ଆମର ସ୍ମୃତିରେ ଲାଖି ରହିବେ । ସେଗୁଡ଼ିକ ହେଲା-
୧) ମାତା-ପିତା ଓ ସନ୍ତାନର ସମ୍ବନ୍ଧ
ସନ୍ତାନକୁ ତା’ର ମାତା-ପିତା ସହଜ ଓ ସ୍ବଭାବିକ ଭାବରେ ମନେ ପଡନ୍ତି ।
୨) ଶିକ୍ଷକ-ଛାତ୍ର ସମ୍ବନ୍ଧ
ଜଣେ ଛାତ୍ର ତା’ର ଶିକ୍ଷକଙ୍କୁ ଆଜୀବନ ମନେ ରଖିପାରେ ।
୩) ଗୁରୁ-ଶିଷ୍ୟ ସମ୍ବନ୍ଧ
ଶିକ୍ଷକ-ଛାତ୍ର ସମ୍ବନ୍ଧ ଅପେକ୍ଷା ଗୁରୁ-ଶିଷ୍ୟ ସମ୍ବନ୍ଧ ଶ୍ରେଷ୍ଠ ଅଟେ । ଶିକ୍ଷକ ବାହ୍ୟ ଜଗତର ଜ୍ଞାନ ଦିଅନ୍ତି । କିନ୍ତୁ ଗୁରୁ ଅର୍ନ୍ତଜଗତର ଜ୍ଞାନ ଦିଅନ୍ତି । ଶିକ୍ଷକ ଜୀବିକାର୍ଜନର ମାର୍ଗ ଦେଖାନ୍ତି; କିନ୍ତୁ ଗୁରୁ ଆତ୍ମ-ଉନ୍ନତି ମାର୍ଗରେ ପରି·ଳିତ କରନ୍ତି । ତେଣୁ ଗୁରୁ ଓ ଶିକ୍ଷକଙ୍କ ମଧ୍ୟରେ ପାର୍ଥକ୍ୟ ଅଛି । ଗୁରୁ ଓ ଶିଷ୍ୟ ମଧ୍ୟରେ ଶ୍ରେଷ୍ଠ ଭାବ ଥାଏ । ପରମାତ୍ମାଙ୍କୁ ଗୁରୁ ମାନିଲେ ଆତ୍ମୋନ୍ନତି ମାର୍ଗ ପ୍ରଶସ୍ତ ହୋଇଯାଏ ।
୪) ସଖା ସମ୍ବନ୍ଧ
ପରମାତ୍ମା ହେଉଛନ୍ତି ମନୁଷ୍ୟାତ୍ମାମାନଙ୍କ ପ୍ରକୃତ ମିତ୍ର । ଏହି ସମ୍ବନ୍ଧ ଅତ୍ୟନ୍ତ ପ୍ରିୟ ଅଟେ । ଜଣେ ବ୍ୟକ୍ତି ତା’ ହୃଦୟର ଗୋପନ କଥା ମା’, ବାପା, ଶିକ୍ଷକ କିମ୍ବା ଗୁରୁଙ୍କୁ କହିପାରେ ନାହିଁ; କିନ୍ତୁ ନିଜ ପ୍ରିୟ ମିତ୍ର ନିକଟରେ ନିଃସଂକୋଚ ଓ ନିର୍ଭୟରେ ପ୍ରକାଶ କରିପାରେ । ପରମାତ୍ମାଙ୍କଠାରୁ ବିଶ୍ୱସ୍ତ ମିତ୍ର ଆଉ କେହି ନାହିଁ । ଏହି ପରିପ୍ରେକ୍ଷୀରେ କୃଷ୍ଣାର୍ଜୁନଙ୍କ ମିତ୍ରତା ପ୍ରଣିଧାନଯୋଗ୍ୟ ।
୫) ପ୍ରେମିକ-ପ୍ରେମିକା ବା ପତି-ପନôୀ ସମ୍ବନ୍ଧ
ଏହି ସମ୍ବନ୍ଧ ଅତ୍ୟନ୍ତ ପ୍ରେମମୟ ଓ ଅନ୍ତରଙ୍ଗ । ଭଗବାନ ପତିମାନଙ୍କ ପତି ଓ ପ୍ରେମିକ ପ୍ରବର । ମୀରା ବାଇ କୃଷ୍ଣଙ୍କୁ ନିଜ ପତି ଓ ପ୍ରେମିକ ରୂପରେ ଗ୍ରହଣ କରିଥିଲେ ।
୬) ଭଗବାନଙ୍କ ପ୍ରତି ବାତ୍ସଲ୍ୟ ପ୍ରେମ ସମ୍ବନ୍ଧ
ଭଗବାନଙ୍କୁ ନିଜ ପୁତ୍ର ରୂପେ ଗ୍ରହଣ କରି ତଦନୁରୂପ ସ୍ନେହ କରିବା ଓ ନିଜ ସମ୍ପିର ଉରାଧିକାରୀ ଭାବି ତାଙ୍କ ସେବାରେ ଧନ ବିନିଯୋଗ କରିବା ଏହି ସମ୍ବନ୍ଧର ବିଶେଷତ୍ୱ । ସତୀ ଅନସୂୟା ଭଗବାନଙ୍କୁ ନିଜ ପୁତ୍ର ବତ୍ ମନେ କରିଥିଲେ ।
ଦୁନିଆରେ ଏପରି ବ୍ୟକ୍ତି ନାହିଁ ଯାହା ସହିତ ସର୍ବ ସମ୍ବନ୍ଧ ଯୋଡା ଯାଇପାରିବ । ଭଗବାନ ସମସ୍ତ ସମ୍ବନ୍ଧ ଯଥାର୍ଥ ଭାବରେ ନିର୍ବାହ କରିବାକୁ ଏକମାତ୍ର ସକ୍ଷମ । ତେଣୁ ଆମେ ନିଜନିଜ ପସନ୍ଦର ସମ୍ବନ୍ଧ ଚୟନ କରି ତାଙ୍କ ସହିତ ତାଦାତ୍ମ୍ୟ ହୋଇପାରିବା ।
ଯୋଗ (ଈଶ୍ୱରୀୟ ସ୍ମୃତି) ଓ ପ୍ରାର୍ଥନା ମଧ୍ୟରେ ପ୍ରଭେଦ
ଚକ୍ସବଚ୍ଚରକ୍ସ ସଗ୍ଦ କ୍ଟଦ୍ଭର ଙ୍ଗବଚ୍ଚ ମକ୍ଟଜ୍ଞଜ୍ଞଙ୍କଦ୍ଭସମବଗ୍ଧସକ୍ଟଦ୍ଭ.
ଗରୟସଗ୍ଧବଗ୍ଧସକ୍ଟଦ୍ଭ ସଗ୍ଦ ଗ୍ଧଙ୍ଗକ୍ଟ ଙ୍ଗବଚ୍ଚ ମକ୍ଟଜ୍ଞଜ୍ଞଙ୍କଦ୍ଭସମବଗ୍ଧସକ୍ଟଦ୍ଭ.
ପ୍ରାର୍ଥନାରେ ଆମେ ଭଗବାନଙ୍କ ସମ୍ମୁଖରେ କେବଳ ନିଜ କଥା ଶୁଣାଉ । ଯୋଗ ବା ଗରୟସଗ୍ଧବଗ୍ଧସକ୍ଟଦ୍ଭର ଅର୍ଥ ଭଗବାନଙ୍କ ସହିତ କଥାବାର୍ା କରିବା । ଅନ୍ୟ ଅର୍ଥରେ ଭଗବାନଙ୍କୁ ନିଜ କଥା କହିବା ସହିତ ତାଙ୍କ କଥା ମଧ୍ୟ ଶୁଣିବା । ରାଜଯୋଗ ଅଭ୍ୟାସ ବେଳେ କ’ଣ କରାଯାଏ? ପ୍ରଥମେ କିଛି ସମୟ ମନକୁ ନୀରବ ଓ ନିଶ୍ଚଳ କରି ବସନ୍ତି । ତତ୍ପଶ୍ଚାତ ନିଜର ମନ କଥା ଭଗବାନଙ୍କ (ପରମାତ୍ମା) ସମ୍ମୁଖରେ ଖୋଲି କୁହାଯାଏ । ପୁଣି ନୀରବତା ଅବଲମ୍ବନ ପୂର୍ବକ ଭଗବାନଙ୍କଠାରୁ କି ପ୍ରତୁ୍ୟର ଆସୁଛି ତାକୁ ଧ୍ୟାନସ୍ଥ ହୋଇ ଶୁଣିବାକୁ ହୋଇଥାଏ । ଏହି କଥା ସେମାନଙ୍କୁ ଅବିଶ୍ୱାସ ଲାଗିପାରେ ଯେଉଁମାନଙ୍କ ପାଖରେ ଶୁଣିବା ଶକ୍ତି ନାହିଁ, ଶୁଣିବା ପାଇଁ ସମୟ ନାହିଁ । ଯା’ର ଭଗବାନଙ୍କ ସହିତ ସମ୍ବନ୍ଧ ନ ଥାଏ ତାଙ୍କୁ କିପରି ତାଙ୍କ ବାଣୀ ଶୁଭିବ?
ଶୈଶବାବସ୍ଥାରେ ଥିଲାବେଳେ ମା’-ବାପା ନିଜ ପୁଅ-ଝିଅଙ୍କୁ ବେଶୀ ଗେଲ କରନ୍ତି, ସେମାନଙ୍କ ଦରୋଟି କଥାକୁ ଆଗ୍ରହ ସହିତ ଶୁଣନ୍ତି । ଶିଶୁମାନଙ୍କ ମନରେ କୌଣସି ପ୍ରକାର ଆବିଳତା ନଥାଏ । ସେମାନେ ମା ବାପାଙ୍କୁ ଖୁବ୍ ଭଲ ପାଆନ୍ତି । ଠିକ୍ ସେହିପରି ଆମେ ଯେତେବେଳେ ଭଗବାନଙ୍କୁ ନିଷ୍କପଟ ଭାବରେ ପିତା ସ୍ବୀକାର କରିବା ଓ ନିଃସଂକୋଚ ପୂର୍ବକ ହୃଦୟ ଖୋଲି ନିଜ ମନ କଥା କହିବା ସେ ଅବଶ୍ୟ ଆମ କଥା ଆଗ୍ରହ ସହକାରେ ଶୁଣିବେ ଓ ଆମ ସହିତ ଅତ୍ୟନ୍ତ ପ୍ରେମ ପୂର୍ଣ୍ଣ ଭାଷାରେ ବାତ୍ସଲ୍ୟ ଭାବ ସହ କଥା ମଧ୍ୟ ହେବେ । ସେ ପ୍ରେମର ସାଗର, ତେଣୁ ପ୍ରେମର ଭାଷା ବୁଝନ୍ତି । ସେ ଭାବଗ୍ରାହୀ । ଭାବ ଥିଲେ ସେ ଆମ ପାଖକୁ ଆସନ୍ତି । ଭାବହୀନ ଲୋକଙ୍କ ପାଇଁ ସେ ବହୁତ ଦୂରରେ । ଏହା ହେଉଛି ଯୋଗ ବା ମେଡିଟେସନ୍ । ବିଜ୍ଞ ପଣ୍ଡିତମାନଙ୍କ ଦ୍ୱାରା ସୁନ୍ଦର ଶବ୍ଦ ବିନ୍ୟାସରେ ପ୍ରସ୍ତୁତ ପ୍ରାର୍ଥନା ତାଙ୍କ ପାଇଁ ମୂଲ୍ୟହୀନ । ଭଜନ, ଜଣାଣ ବା ପ୍ରାର୍ଥନା ଗାଉଥିବା ବ୍ୟକ୍ତି ହୃଦୟରୁ ସେ ଭାଷା ବାହାରେ ନାହିଁ । ମୁଖସ୍ଥ କରିଥିବା ଗୀତ ହିଁ ସେ ବୋଲେ ।
ରାଜଯୋଗର ସ୍ବରୂପ
ରାଜଯୋଗରେ ମନ୍ତ୍ର ଜପ କରାଯାଏ ନାହିଁ, ମନ୍ତ୍ର ଶବ୍ଦରୁ ମନ୍ତ୍ରୀ ଶବ୍ଦ ନିଷ୍ପନ୍ନ ହୋଇଥିବା କୁହାଯାଏ । ମନ୍ତ୍ରୀର ଅର୍ଥ ପରାମର୍ଶଦାତା, ଏହି ଦୃଷ୍ଟିରୁ ମନ୍ତ୍ରର ଅର୍ଥ ପରାମର୍ଶ । ମନକୁ କୁହାଯାଏ ତୁ ଏପରି କହ, ଏପରି ଜପ । କୌଣସି ଗୁରୁଙ୍କ ଦ୍ୱାରା ଏକ ମନ୍ତ୍ର ଜଣେ ଶିଷ୍ୟକୁ ଜପିବା ପାଇଁ ଦିଆଗଲା । ଶିଷ୍ୟ ଜଣକ ସାରାଦିନ ମନ୍ତ୍ର ଜପିଲା । କିଛି ସମୟ ଜପ ପରେ ମନ ଏକାଗ୍ର ହୋଇଗଲା । ତା’ପରେ ପୁଣି ଅସ୍ଥିର ହେବାକୁ ଲାଗିଲା । ଶିଷ୍ୟ ଜଣକ ମନକୁ ଦୁଷ୍ଟ କହି ଜପ କରିବା ଛାଡି ଦେଲା । ଏହା ସମସ୍ତଙ୍କ ଅନୁଭବ ଯେ ଜପ ଦ୍ୱାରା ମନକୁ ଅଳ୍ପ ସମୟ ପାଇଁ ବଶ କରାଯାଇପାରେ । ସମ୍ପୂର୍ଣ୍ଣ ଓ ଦୀର୍ଘ ସମୟ ପାଇଁ ମନକୁ ଏକାଗ୍ର କରିବା ପାଇଁ ଜପ ସକ୍ଷମ ନୁହେଁ । ଏଥିରେ ମନର କୌଣସି ଦୋଷ ନାହିଁ । ଆମେ ମନକୁ ବୁଝିପାରିନାହୁଁ । ମନ କ’ଣ ·ହୁଁଛି ଆମେ ଜାଣିପାରୁ ନାହୁଁ । ଯେପରି କୌଣସି ଗୋଟିଏ ପ୍ରକାର ଖାଦ୍ୟ ଜଣକୁ ନିୟମିତ ଖାଇବାକୁ ଦେଲେ କିଛିଦିନ ପରେ ସେଥିରେ ଆଉ ତା’ର ଋଚି ରହେ ନାହିଁ, ସେପରି ମନକୁ କେବଳ ଏକ ସଂକଳ୍ପ (ମନ୍ତ୍ର) ଘୋଷିବାକୁ ଦିଆଗଲେ ସମୟକ୍ରମେ ସେଥିରେ ଆଗ୍ରହ କ୍ଷୀଣ ହେବାକୁ ଲାଗେ ଓ ମନର ଏକାଗ୍ରତା ନଷ୍ଟ ହୁଏ । ସଂକଳ୍ପ ବା ଚିନ୍ତନ ହେଉଛି ମନର ଭୋଜନ । ଜିହ୍ୱା ଭଳି ମନ ମଧ୍ୟ ବିବିଧ ପ୍ରକାର ଭୋଜନ ପାଇଁ ଲାଳାୟିତ ହୁଏ । ତେଣୁ ରାଜଯୋଗ ଅଭ୍ୟାସ ସମୟରେ ପ୍ରତ୍ୟହ ନୂଆ ନୂଆ ସଂକଳ୍ପ ମନକୁ ଦେବା ଉଚିତ । କେତେବେଳେ ଆତ୍ମା ସମ୍ବନ୍ଧିତ ସଂକଳ୍ପ, କେତେବେଳେ ପରମାତ୍ମା ସମ୍ବନ୍ଧିତ ସଂକଳ୍ପ, କେତେବେଳେ ଜ୍ଞାନଯୁକ୍ତ ସଂକଳ୍ପ ମନକୁ ଦେଲେ ମନ ପ୍ରସନ୍ନ ରହିବ, ବର୍ହିମୁଖୀ ହେବ ନାହିଁ ।
ମନୁଷ୍ୟର ମନ ବାହ୍ୟ ଓ ବ୍ୟର୍ଥ ଚିନ୍ତନରେ ଏତେ ଅଭ୍ୟସ୍ତ ଯେ ତାକୁ ଶୁଦ୍ଧ ସଂକଳ୍ପ ଦେଲେ ହଠାତ୍ ସେଥିରେ ତା’ର ରୁଚି ଆସେ ନାହିଁ । ବାହାରେ ବିବିଧ ଖାଦ୍ୟ ଖାଇବାରେ ଅଭ୍ୟସ୍ତ ବ୍ୟକ୍ତିକୁ ଘରେ ସେପରି ଖାଦ୍ୟ ରାନ୍ଧି ଖାଇବାକୁ ଦେଲେ ପ୍ରଥମେ ପ୍ରଥମେ ତାଙ୍କୁ ରୁଚେ ନାହିଁ । କିନ୍ତୁ କିଛିଦିନ ଅଭ୍ୟାସ କଲାପରେ ତାଙ୍କୁ ଆଉ ବାହାର ଖାଦ୍ୟ ପସନ୍ଦ ଲାଗେ ନାହିଁ । ପ୍ରାରମ୍ଭିକ ସ୍ତରରେ ବ୍ୟାୟାମ କଠିଣ ଓ କ୍ଳାନ୍ତି ଦାୟକ ମନେ ହୁଏ । ପରେ ଅଭ୍ୟାସରେ ପଡିଗଲେ ସହଜ ଲାଗେ ଓ ଶରୀର ସୁସ୍ଥ ରହେ । ରାଜଯୋଗରେ ମଧ୍ୟ ଏହି ନିୟମ ପ୍ରଯୁଜ୍ୟ । ରାଜଯୋଗ ଏକ ମାନସିକ ବ୍ୟାୟାମ । ମନକୁ ସୁସ୍ଥ ରଖିବା ପାଇଁ ସୁଷମ ଖାଦ୍ୟ (ସକାରାତ୍ମକ ସଂକଳ୍ପ), ବିଶ୍ରାମ ଓ ବ୍ୟାୟାମ ଆବଶ୍ୟକ ।
ଶରୀରକୁ ବାସି, ପ·, ସଢ଼ା ଖାଦ୍ୟ ଦେଲେ ରୋଗାକ୍ରାନ୍ତ ଓ ଦୁର୍ବଳ ହୋଇଯାଏ । ଅନାବଶ୍ୟକ ବି·ର, ବ୍ୟର୍ଥ ବି·ର, ନକାରାତ୍ମକ ବି·ର ଆଦି ଦ୍ୱାରା ମନ ଶକ୍ତିହୀନ ହୋଇଥାଏ । ତେଣୁ ପ୍ରାତଃ କାଳରେ ଖବରକାଗଜ ପଢ଼ିବା ଅନୁଚିତ । କାରଣ ଆଜିକାଲି ଖବରକାଗଜମାନଙ୍କରେ ପ୍ରଥମ ପୃଷ୍ଠାର ଶିରୋନାମାଗୁଡ଼ିକରେ ହତ୍ୟା, ଲୁଣ୍ଠନ, ବଳକ୍ରାର, ଯୌନ ଉପôୀଡ଼ନ, ଆତଙ୍କବାଦ, ଭ୍ରଷ୍ଟା·ର, ଦଙ୍ଗା, ବିକ୍ଷୋଭ ପ୍ରଦର୍ଶନ ଆଦି ନକାରାତ୍ମକ ଖବରରେ ପରିପୂର୍ଣ୍ଣ ଥାଏ । ଏପରି ଖବର ପଢ଼ିଲେ ମନର ଅବସ୍ଥା କିପରି ହେବ । ପ୍ରାତଃ କାଳରେ ଶଯ୍ୟା ତ୍ୟାଗ ପରେ ପ୍ରଥମେ ମନକୁ ଶୁଦ୍ଧ ସଂକଳ୍ପ ଓ ଉମ ବି·ର ଦେବା ଉଚିତ । ଅନ୍ତତଃ ଅଧାଘାରୁ ଏକଘା ସକାରାତ୍ମକ ଚିନ୍ତନର ଅଭ୍ୟାସ କଲାପରେ କିଛି ସମୟ ଆଧ୍ୟାତ୍ମିକ ଚେତନା ଉଦ୍ରେକକାରୀ ପୁସ୍ତକ ପଢ଼ିବା ଆବଶ୍ୟକ । ତାପରେ ପ୍ରାତଃ ଜଳଖିଆପୋରାନ୍ତ ଖବରକାଗଜ ପଢ଼ିଲେ ତାହା ମନକୁ ବିଶେଷ ଭାବେ ପ୍ରଭାବିତ କରିପାରେ ନାହିଁ ।
ସାମାଜିକ ଜୀବନରେ ଦେଖାଯାଏ ଯେ ମନୁଷ୍ୟ ମଧ୍ୟରେ ସହନଶୀଳତାର ହ୍ରାସ ହୋଇ·ଲିଛି । ଛୋଟ ଛୋଟ କଥାରେ ଜଣେ ରାଗିଯାଏ, ମନରେ ଧକ୍କା ଲାଗେ । ମନର ଶାନ୍ତି ନଷ୍ଟ ହୋଇଯାଏ । ଏହା ମନର ଦୁର୍ବଳତା । ତେଣୁ ପ୍ରତ୍ୟେକଙ୍କୁ ଉମ ଚିନ୍ତନ ଦ୍ୱାରା ମନକୁ ପୋଷଣ (ଘକ୍ଟଙ୍କକ୍ସସଗ୍ଦଷ) କରିବା ଉଚିତ । ଏହାଦ୍ୱାରା ମନ ସୁସ୍ଥ ଓ ସବଳ ହେବ । ଏଥିପାଇଁ ପର୍ଯ୍ୟାପ୍ତ ସମୟ ଦରକାର । ଦିନକୁ ଦିନ ପରିସ୍ଥିତି ଖରାପ ହୋଇ·ଲିଛି, ଲୋକମାନଙ୍କ ମନୋବୃି ବିଗିଡିବାରେ ଲାଗିଛି, ବାତାବରଣ ପ୍ରଦୂଷିତ ହେଉଛି; ଏପରି ବାତାବରଣରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଦୃଢ଼ ଇଛାଶକ୍ତି ଓ ସୁସ୍ଥ ମନୋବୃି ଆବଶ୍ୟକ । ସୁସ୍ଥ ମନ ପାଇଁ ମାନସିକ ବିଶ୍ରାମ ଅପରିହାର୍ଯ୍ୟ । ରାତ୍ରିରେ ଆମେ ଶୋଇଗଲା ପରେ ମଧ୍ୟ ମନ ଶୁଏ ନାହିଁ । ସ୍ବପ୍ନ ରୂପରେ ଏହା ଜାଗ୍ରତ ଥାଏ । ମନକୁ ସୁସ୍ଥ ରଖିବା ପାଇଁ ରାଜଯୋଗ ଏକ ସର୍ବୋମ ବିକଳ୍ପ । ଗରୟସଗ୍ଧବଗ୍ଧସକ୍ଟଦ୍ଭ ଜ୍ଞରବଦ୍ଭଗ୍ଦ କ୍ସରକ୍ଷବଙ୍ଘସଦ୍ଭଶ ଗ୍ଧଷର ଜ୍ଞସଦ୍ଭୟ ବାରମ୍ବାର ସକାରାତ୍ମକ ଚିନ୍ତନ କରିବା ହେଉଛି ମନର ବ୍ୟାୟାମ । ଏଥିପାଇଁ ପ୍ରାତଃକାଳ ଉପଯୁକ୍ତ ସମୟ । ଯେକୌଣସି ନକାରାତ୍ମକ ପରିସ୍ଥିତିକୁ ସମ୍ମୁଖୀନ ହୋଇ ଦୃଢ଼ତା ପୂର୍ବକ ଅତିକ୍ରମ କରିବା ପାଇଁ ମନର ସୂସ୍ଥତା ଅତ୍ୟନ୍ତ ଆବଶ୍ୟକ । ଏହାହିଁ ବର୍ମାନ ସମୟର ଆହ୍ୱାନ ।
ଏଠାରେ ଏକ ପ୍ରଣିଧାନ ଯୋଗ୍ୟ କଥା ମନେ ରଖିବା ଉଚିତ ଯେ ରାଜଯୋଗରେ ମନକୁ ବି·ର ଶୂନ୍ୟ କରାଯାଏ ନାହିଁ, ବରଂ ମନରେ ଶୁଦ୍ଧ ଓ ସକାରାତ୍ମକ ବି·ର ଉପôନ୍ନ କରାଯାଏ । କାରଣ ଏହିପରି ବି·ର ଦ୍ୱାରା ଆତ୍ମାରେ ଶକ୍ତିର ସ୍ଫୁରଣ ହୋଇଥାଏ । ଅତି ସ୍ନେହ ଓ ପ୍ରେମ ଭାବ ଉପôନ୍ନ କରି ଭଗବାନଙ୍କ ସହ ବାର୍ାଳାପ କରାଯାଏ । ନିଜକୁ ଯାହା ଭଲ ଲାଗେ, ଯେଉଁ ଭାଷାରେ ନିଜ ମନୋଭାବକୁ ସମ୍ପୂର୍ଣ୍ଣ ବ୍ୟକ୍ତ କରାଯାଇପାରେ, ସେହି ଭାବ ଓ ଭାଷାରେ ହୃଦୟ ଖୋଲି ଭଗବାନଙ୍କୁ ମନ କଥା କୁହାଯାଏ । ଅନେକ ରାଜଯୋଗୀ ଏହିପରି ଭଗବାନଙ୍କ ସହିତ ସମ୍ବନ୍ଧ ରଖି ସତତ ତାଙ୍କ ସାହଚର୍ଯ୍ୟ ଲାଭ କରିଛନ୍ତି ଓ କରୁଛନ୍ତି । ଆମେ ମହାବିନାଶର ସୀମା ରେଖା ଉପରେ ଦଣ୍ଡାୟମାନ । କେତେବେଳେ କ’ଣ ହେବ କହି ହେବ ନାହିଁ । ସ୍ବଳ୍ପ ସମୟ ମଧ୍ୟରେ ଅପେକ୍ଷମାଣ ଏକ ସୁଖମୟ ସ୍ବର୍ଗୀୟ ସାମ୍ରାଜ୍ୟର ଉରାଧିକାରୀ ରୂପେ ନିଜକୁ ଯୋଗ୍ୟ କରିବା ପାଇଁ ଆତ୍ମାର ଦିବି୍ୟକରଣ କରିବାକୁ ହେବ । ନିୟମିତ ରାଜଯୋଗ ଅଭ୍ୟାସ ଦ୍ୱାରା ହିଁ ଏହା ସମ୍ଭବ । ଅନ୍ୟ ବିକଳ୍ପ ନାହିଁ ।
Comments
Post a Comment