(23) ାା ନବମ ଅଧ୍ୟାୟ ।ା ରାଜଯୋଗ : ଏକ ସହଜ ତପସ୍ୟା

 ାା ନବମ ଅଧ୍ୟାୟ ।ା

ରାଜଯୋଗ : ଏକ ସହଜ  ତପସ୍ୟା

ରାଜଯୋଗ ହେଉଛି  ସମସ୍ତ ଯୋଗମାନଙ୍କ  ମଧ୍ୟରେ ସର୍ବଶ୍ରେଷ୍ଠ  ଓ ଏକ ସହଜ ସାଧ୍ୟ ତପସ୍ୟା  । ଏହା  ମନୁଷ୍ୟର  ମନ  ଓ ବୁଦ୍ଧିକୁ ଶକ୍ତି ଶାଳୀ ବନାଏ । ରାଜଯୋଗ  ହେଉଛି ଜୀବନ  ଜିଇଁବାର ଏକ କଳା ଓ  କର୍ମରେ କୁଶଳତା   ଆଣିବାର  ସର୍ବୋମ  ବିଧି । ଏହାଦ୍ୱାରା ମନୁଷ୍ୟ ଚିନ୍ତା  ଓ ମାନସିକ ·ପମୁକ୍ତ ଜୀବନ ଯାପନ  ପୂର୍ବକ  ସୁଖ-ଶାନ୍ତି  ଓ ଆନନ୍ଦ ପରିପୂର୍ଣ୍ଣ  ଜୀବନ ଯାପନ  କରିପାରେ । ଏହି   ଯୋଗାଭ୍ୟାସୀ ବ୍ୟକ୍ତିର ମନ  ଆସକ୍ତି ଶୂନ୍ୟ ହୋଇଯାଏ; କିନ୍ତୁ ତାର ପ୍ରେମ  ଓ ମଧୁର ବ୍ୟବହାର ପାଇଁ ସେ ସମସ୍ତଙ୍କ ପ୍ରିୟପାତ୍ର ହୁଏ । ଏପରି ସହଜ ରାଜଯୋଗ ଯାହା  ମନୁଷ୍ୟକୁ  ସଫଳତା ମାର୍ଗରେ  ପ୍ରେରିତ କରେ, ପରମାତ୍ମାଙ୍କ ଅତି ସମୀପ  ନେଇଯାଏ  ଓ  ତାଙ୍କ ସହିତ  ସମ୍ବନ୍ଧ  ସ୍ଥାପନ ପୂର୍ବକ ସମସ୍ତ ଈଶ୍ୱରୀୟ ଗୁଣର ଅଧିକାରୀ  ବନାଏ,  ତାହା  ପ୍ରତ୍ୟେକଙ୍କ ପାଇଁ  ଅଧିକ  ରୁଚିକର ହେବା ଉଚିତ ।

ସହଜ ହୋଇ ମଧ୍ୟ ରାଜଯୋଗ କଠିଣ କାହିଁକି  ମନେ ହୁଏ?

ରାଜଯୋଗର ଅଭ୍ୟାସ  ବିଧି ଅତ୍ୟନ୍ତ  ସହଜ । କିନ୍ତୁ କେତେକ ଅଭ୍ୟାସୀର୍ଥୀଙ୍କୁ ଏହା କଠିଣ ମନେ ହୋଇଥାଏ ।  ଯୋଗାଭ୍ୟାସ ବେଳେ ତାଙ୍କ ମନ ଏକାଗ୍ର ହୋଇ ପାରେ ନାହିଁ; ମନରେ ତୀବ୍ର  ବିକ୍ଷେପ ସୃଷ୍ଟି  ହୁଏ । ଏପରି ହେବାର କାରଣ କ’ଣ? ଏହାର କାରଣ   ହେଉଛି  ଏକାଗ୍ରତାରେ ମସ୍ତିଷ୍କକୁ ଶକ୍ତି ଆବଶ୍ୟକ ହୁଏ । ଯେଉଁମାନେ ଏହି  ଶକ୍ତି  ନଷ୍ଟ  କରି ଦିଅନ୍ତି ସେମାନଙ୍କ ପାଇଁ ଏକାଗ୍ରତା କଠିଣ ହୋଇଯାଏ । ବାହ୍ୟମୁଖତା, କ୍ରୋଧ, ବ୍ୟର୍ଥ ଓ ଅନାବଶ୍ୟକ ସଂକଳ୍ପରେ ମନକୁ ଭାରାକ୍ରାନ୍ତ କରିବା, ଚିନ୍ତିତ ରହିବା, ବ୍ୟର୍ଥ ଇଛା ପୋଷଣ କରିବା, ମାନସିକ ·ପଗ୍ରସ୍ତ ହେବା ଆଦି ଦ୍ୱାରା ମନର ଶକ୍ତି ନଷ୍ଟ ହୋଇଥାଏ । ଏଥିପାଇଁ ରାଜଯୋଗ ସହଜ ହେଲେ ମଧ୍ୟ  କଠିଣ  ମନେ  ହୁଏ । ଏଣୁ ସହଜ ଯୋଗର ଅନୁଭବ ପାଇଁ ପ୍ରଥମେ ନିଜ ପ୍ରକୃତିକୁ ସରଳ ବନାଇବାକୁ  ହେବ । କାରଣ ସରଳ ଚି ସମ୍ପନ୍ନ ବ୍ୟକ୍ତି ହିଁ ସମୟାନୁସାରେ ନିଜକୁ  ପରିବର୍ନ କରି ସମସ୍ୟାଗୁଡିକରୁ ମୁକ୍ତ ହୋଇ  ପାରିବେ । ଯୋଗରେ ପରିପକ୍ୱତା ପାଇଁ ଅନ୍ତର୍ମୁଖତା, ଚିନ୍ତନ- ଶକ୍ତି, ପ୍ରେମପୂର୍ଣ୍ଣ ବ୍ୟବହାର ଓ ମାନସିକ  ·ପମୁକ୍ତ ଜୀବନ ଅପରିହାର୍ଯ୍ୟ ।

ଯୋଗ ଓ ବୁଦ୍ଧି

ରାଜ -ଯୋଗ ଅଭ୍ୟାସର ସଫଳତାର ଆଧାର ହେଉଛି  ବୁଦ୍ଧି । ରାଜଯୋଗରେ ବୁଦ୍ଧିର ପ୍ରମୁଖ  ଭୂମିକା  ଥିବାରୁ  ଏହାକୁ ବୁଦ୍ଧିଯୋଗ ମଧ୍ୟ  କୁହାଯାଏ । ବିବେକ  ଶକ୍ତିକୁ  ହିଁ ବୁଦ୍ଧି  କୁହାଯାଏ । ଏହି ଶକ୍ତି ଦ୍ୱାରା ବ୍ୟକ୍ତି  ନିର୍ଣ୍ଣୟ ନେଇଥାଏ । ବୁଦ୍ଧିକୁ   ସମ୍ପୂର୍ଣ୍ଣ  ସ୍ବଚ୍ଛ  ରଖିଲେ ଜଣେ ଅତୀତ ଓ ଭବିଷ୍ୟତ  ତଥା ଆତ୍ମା   ଓ ପରମାତ୍ମାଙ୍କୁ ସ୍ପଷ୍ଟ ଦେଖିପାରେ । ତେଣୁ ଏହାକୁ  ତୃତୀୟ ନେତ୍ର ମଧ୍ୟ କୁହାଯାଇ ପାରେ ।

ଯୋଗାଭ୍ୟାସ ବେଳେ ସର୍ବ ପ୍ରଥମେ  ବୁଦ୍ଧିକୁ  ପରମାତ୍ମାଙ୍କ ସ୍ବରୂପରେ  ସ୍ଥିର କରିବାକୁ ପଡିଥାଏ । କାରଣ ବୁଦ୍ଧିହିଁ ମନକୁ  ନିୟନ୍ତ୍ରଣ  କରିପାରେ । ତେଣୁ ବୁଦ୍ଧି  ସ୍ଥିର ହେଲେ ମନ ସହଜରେ ସ୍ଥିର ହୋଇଯାଏ । ଯୋଗାଭ୍ୟାସ ବେଳେ ମନ  ଆତ୍ମା ଓ ପରମାତ୍ମାଙ୍କ ଚିନ୍ତନ କରେ ଏବଂ ବୁଦ୍ଧି ଦର୍ଶନ କରେ । ଏଥିପାଇଁ ଚିନ୍ତନ ଓ ଦର୍ଶନ ଏହି ଦୁଇ  ଶବ୍ଦ  ପ୍ରତ୍ୟେକ  ଯୋଗାଭ୍ୟାସୀ ଯୋଗାଭ୍ୟାସ ବେଳେ ସ୍ମରଣ  ରଖିବା ଆବଶ୍ୟକ । ଯେଉଁ ଯୋଗୀ ନିଜ ମନରେ ଯେତିକି ସଂକଳ୍ପ  ରଚନା କରିପାରେ  ସେ ସେତିକି ଯୋଗରୁ ଆନନ୍ଦ ପ୍ରାପ୍ତ ହେବ ।

ଯୋଗ ଓ ମନ

ଯୋଗ ପାଇଁ ପରମାତ୍ମାଙ୍କ ପ୍ରଦ ମହାମନ୍ତ୍ର ହେଉଛି “  ମନ୍ମନା ଭବ” । ଅର୍ଥାତ ମନକୁ ପରମାତ୍ମା  ମନସ୍କ  କରିବା । ମନରେ ନିରନ୍ତର ସଂକଳ୍ପ ଉପôନ୍ନ ହେଉଥାଏ । ସଂକଳ୍ପ ଅନୁରୂପ ଶକ୍ତି ଚତୁର୍ଦ୍ଧିଗରେ  ପ୍ରବାହିତ ହେଉଥାଏ । ମନର   ଶକ୍ତିକୁ ଏକାଗ୍ର   କରିବାର  ଅଭ୍ୟାସ ଦ୍ୱାରା ସଂକଳ୍ପଗୁଡିକ ଶକ୍ତିଶାଳୀ  ହୋଇଥାଏ । ଏହି  ସଂକଳ୍ପ  ଶକ୍ତି ଚମକôାର କାର୍ଯ୍ୟ  କରିପାରେ । ତେଣୁ ପ୍ରତ୍ୟେକ ରାଜଯୋଗୀଙ୍କୁ ନିଜ ସଂକଳ୍ପ ଶକ୍ତିର ମହ୍ୱକୁ ଭଲ ଭାବରେ  ବୁଝି ଏହାକୁ ବ୍ୟର୍ଥ  ବିଷୟରେ ନଷ୍ଟ  କରିବା ଅନୁଚିତ ।  ତାହା ହେଲେ ଯୋଗ ମହାନ ପ୍ରାପ୍ତିର ଅନୁଭବ  କରାଇବ । ଏତଦ୍ ସହିତ ମନକୁ ନିରନ୍ତର ପ୍ରସନ୍ନ ଓ ଆନନ୍ଦିତ  ରଖିବା ପାଇଁ  ତାକୁ ଶ୍ରେଷ୍ଠ  ସଂକଳ୍ପଗୁଡିକର ସୁଷମ ଓ ବଳକାରକ ଖାଦ୍ୟ  ପ୍ରଦାନ କରିବା ଉଚିତ ।

ଯୋଗକୁ ସହଜ ଓ ଶକ୍ତିଶାଳୀ  କରିବା ପାଇଁ ·ରୋଟି ବିନ୍ଦୁ ଉପରେ ବିଶେଷ  ଧ୍ୟାନ ଦେବାକୁ ପଡିଥାଏ । ସେଗୁଡିକ ହେଲା, ୧) ଦର୍ଶନ (ଠସଗ୍ଦଙ୍କବକ୍ଷସଗ୍ଦବଗ୍ଧସକ୍ଟଦ୍ଭ)୨)ଶ୍ରେଷ୍ଠସ୍ମୃତି (ଐସଶଷରକ୍ସ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) ୩) ଅଲୌକିକ ଦୃଷ୍ଟି ଓ ୪) ଜ୍ଞାନର ମନନ ଜନିତ ଶକ୍ତି (ଉଷଙ୍କକ୍ସଦ୍ଭସଦ୍ଭଶ ଚକ୍ଟଙ୍ଗରକ୍ସ)   

ଦର୍ଶନର ଅର୍ଥ- ଆତ୍ମା, ପରମାତ୍ମା ଓ ସୃଷ୍ଟିଚକ୍ରରେ  ନିଜ ଭୂମିକାର  ଦର୍ଶନ । ପ୍ରଥମେ ଆତ୍ମା ଓ ପରମାତ୍ମାଙ୍କ ସ୍ବରୂପ ଉପରେ   ନିଜ ବୁଦ୍ଧିକୁ  ସ୍ଥିର  କରିବାର  ଅଭ୍ୟାସ କରିବାକୁ ପଡିବ । ଯେତେବେଳେ  ଯୋଗୀ ଦୀର୍ଘ  ସମୟ ପର୍ଯ୍ୟନ୍ତ ଆତ୍ମା  ଓ ପରମାତ୍ମାଙ୍କ ସ୍ବରୂପ ସ୍ପଷ୍ଟ ଦେଖିବାକୁ ସକ୍ଷମ  ହେବ ସେତେବେଳେ  ତାକୁ ଦୂରବର୍ୀ ଦୃଶ୍ୟାବଳୀ, ନିଜ ଭବିଷ୍ୟତ, ନିଜର  ସମ୍ପୂର୍ଣ୍ଣ  ଓ ଅନ୍ୟମାନଙ୍କ ଭବିଷ୍ୟତ ଦେଖିବା ସରଳ  ହୋଇଯାଏ ।

ପରମାତ୍ମା  ତାଙ୍କ ମହାବାକ୍ୟଗୁଡିକରେ  (ମୂରଲୀ) ବାରମ୍ବାର ଆମର ଶ୍ରେଷ୍ଠ  ସ୍ବରୂପ, ଆମର ଶକ୍ତି ଓ  ଆମର  ମହାନତା  ବିଷୟରେ ସ୍ମରଣ କରାଉଛନ୍ତି । ଆମକୁ ସେଗୁଡିକ  ଉପରେ ଚିନ୍ତନ କରିବା ପୂର୍ବକ ତଦନୁରୂପ ନିଜ ସ୍ବରୂପ ନିର୍ମାଣ  କରି ସେହି ମହାନତାକୁ ସ୍ବୀକାର କରିନେଲେ ମନ  ପରମାତ୍ମା ସହିତ ସହଜରେ ଯୁକ୍ତ ହୋଇପାରିବ । ଆମ ଦୈନନ୍ଦିନ ଜୀବନରେ ସମ୍ବନ୍ଧ ଓ ସମ୍ପର୍କରେ ଆସୁଥିବା ପ୍ରତ୍ୟେକଙ୍କୁ ଆତ୍ମିକ ଦୃଷ୍ଟିରେ ଦେଖିବା ଉଚିତ । ଏତଦ୍ ସହିତ ସେମାନଙ୍କର ବର୍ମାନ ଭୂମିକା  (ଚବକ୍ସଗ୍ଧ) ଓ ମୂଳ ସ୍ବରୂପକୁ ଚିନ୍ତନ କରିବା ଦ୍ୱାରା ଅନ୍ୟମାନଙ୍କ ଆଚରିତ ନକାରାତ୍ମକ କାର୍ଯ୍ୟ ଓ ବ୍ୟବହାର ମନକୁ  ଅସ୍ଥିର କରିବ ନାହିଁ ଓ ପ୍ରତ୍ୟେକଙ୍କ ସହିତ ମଧୁର ସମ୍ବନ୍ଧ ଓ ସମ୍ପର୍କ ବଜାୟ ରହିବ । ଏ କଥା ସ୍ମରଣ ରଖିବାକୁ ହେବ  ଯେ ଆମେ ଅନ୍ୟକୁ ଯେପରି ଦେଖି ଥାଉ, ସେପରି ବନିଯାଉ ।

ଜ୍ଞାନ  ବଳ ଓ  ଯୋଗ  ବଳ ବଢ଼ାଇବା ପରମାବଶ୍ୟକ ।  ଅନ୍ୟଥା ଛୋଟ ଛୋଟ ବିଘ୍ନ ମଧ୍ୟ ଆତ୍ମାକୁ ଉଦ୍ଧ୍ୱର୍ାଭିମୁଖୀ ହେବାକୁ ଦିଏ ନାହିଁ ।  ଜ୍ଞାନ ବଳ ବୃଦ୍ଧି ପାଇଁ  ଜ୍ଞାନର  ପ୍ରତ୍ୟେକ  ବିନ୍ଦୁକୁ ନିଜ ବୁଦ୍ଧିରେ ସନ୍ଦେହ ରହିତ ହୋଇ  ସ୍ବୀକାର କରି ମନନ କରିବା ଉଚିତ ।  ଏହା ଦ୍ୱାରା ମନନ  ଶକ୍ତି  ବଢ଼େ । ଏହା ବ୍ୟତୀତ ପ୍ରତ୍ୟେହ ଈଶ୍ୱରୀୟ ଜ୍ଞାନ ସମ୍ବନ୍ଧିତ ପୁସ୍ତକ ଓ ପତ୍ରିକାର  ଅଧ୍ୟୟନ  ଓ ସେଥିରୁ ପ୍ରାପ୍ତ  ଅନୁଭବ ଲେଖିବା ଦ୍ୱାରା ଯୋଗ ସହଜ ଓ ସରଳ   ହୋଇଯାଏ । 

କେତେକ ରାଜଯୋଗୀଙ୍କ ମନ ଯୋଗାଭ୍ୟାସ ବେଳେ ଏକାଗ୍ର  ହୋଇ   ପାରେ ନାହିଁ । ମନରେ ନାନା ପ୍ରକାର  ବି·ର  ଆସୁଥାଏ ଓ  ଯାଉଥାଏ । ଏହାର କାରଣ ହେଉଛି କୌଣସି ନା କୌଣସି ବ୍ୟକ୍ତି , ବସ୍ତୁ ବା ଘଟଣା ସହିତ ସେମାନଙ୍କ  ମନ ଯୋଡି ହୋଇଥାଏ । ଯେପର୍ଯ୍ୟନ୍ତ ବୁଦ୍ଧି ଏକ ପରମାତ୍ମା-ବ୍ରତା ନ ହୋଇଛି ସେପର୍ଯ୍ୟନ୍ତ ବାହ୍ୟ  ଆକର୍ଷଣରୁ ମୁକ୍ତ ହୋଇ ପାରେ ନାହିଁ । ଏଥିପାଇଁ  କୌଣସି ପ୍ରାପ୍ତିର ଆକାଙ୍କ୍ଷା ତ୍ୟାଗ କରିବା ଉଚିତ । ପରମାତ୍ମା ପ୍ରାପ୍ତି ପରେ ଅନ୍ୟଠାରୁ ଆନନ୍ଦ ପାଇବାର  ସଂକଳ୍ପ ମଧ୍ୟ   କରିବା ଉଚିତ ନୁହେଁ । କେବଳ ଏକ ପରମାତ୍ମାଙ୍କଠାରେ ମନ ମଗ୍ନ ହୋଇଯିବା ଉଚିତ ନୁହେଁ । କେବଳ ସେହି ଏକଙ୍କଠାରେ ମନ ସନ୍ତୁଷ୍ଟ ହୋଇଯିବା, ଏକହିଁ ସର୍ବସ୍ବ ବନିଯିବା, ଏକଙ୍କ ବ୍ୟତୀତ ଅନ୍ୟ  କାହାକୁ ହୃଦୟରେ  ସ୍ଥାନ ନ ଦେବା ତଥା ଏକଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ଭାବ  ପୋଷଣ କରିବା ହେଉଛି ଏକବ୍ରତା । ଏକବ୍ରତା ପାଇଁ ଯୋଗ  ସହଜ ଓ ସ୍ବଭାବିକ ହୋଇଯାଏ ।

ନିରନ୍ତର ଅଭ୍ୟାସ 

କଥିତ ଅଛି-  ଚକ୍ସବମଗ୍ଧସମର  ଜ୍ଞବଳରଗ୍ଦ ବ ଜ୍ଞବଦ୍ଭ କ୍ଟ୍ରରକ୍ସଲରମଗ୍ଧ  ଅଭ୍ୟାସ, କଠିଣ ବିଷୟକୁ ସରଳ  କରିଦିଏ ।  ଅଭ୍ୟାସ ବଳରେ ମୁର୍ଖ  ମଧ୍ୟ ବୁଦ୍ଧିବାନ  ହୋଇପାରେ । ଅଭ୍ୟାସ ହେଉଛି ସଫଳତାର ·ବି । ଏଥିପାଇଁ ଅଧିକରୁ ଅଧିକ ସମୟ ଯୋଗାଭ୍ୟାସ କରିବା  ବିଧେୟ । କୌଣସି ପରିସ୍ଥିତି ବା କାରଣର ଦ୍ୱାହି ଦେଇ ଯୋଗାଭ୍ୟାସରୁ  ନିବୃ ହେବା  ଅନୁଚିତ । ଅନେକ ସମୟରେ ତତ୍କାଳ ଅନୁଭବ ନ ହେବା କାରଣରୁ  ଯୋଗାଭ୍ୟାସରେ ଋଚି ରହେ ନାହିଁ । କିନ୍ତୁ ଯେଉଁ ବ୍ୟକ୍ତି  ସତତ ଅଭ୍ୟାସ କରୁଥାନ୍ତି ସେ  ଦିନେ   ନା  ଈପ୍ସିତ ଲକ୍ଷ୍ୟ ପ୍ରାପ୍ତିରେ ସଫଳ ହୁଅନ୍ତି । ଯେଉଁମାନେ ବର୍ଷେ ବା  ଦୁଇ ବର୍ଷ  ମଧ୍ୟରେ  ଶ୍ରେଷ୍ଠ ସ୍ଥିତି ପାଇବାକୁ  ଇଚ୍ଛୁକ ସେମାନଙ୍କୁ ଖୁବ୍   ଅଭ୍ୟାସ କରିବାକୁ ପଡିବ । ପ୍ରାତଃ  ଶଯ୍ୟା  ତ୍ୟାଗ ପରେ, ସନ୍ଧ୍ୟାରେ, ରାତ୍ରି ଶଯ୍ୟାଗ୍ରହଣ  ପୂର୍ବରୁ  ଅଧା  ଘା ଲେଖାଏଁ  ଏବଂ ଦିନ ସାରା  କାର୍ଯ୍ୟ କରିବା ସମୟରେ ଅନ୍ତତଃ ପା ଥର ୧ଠମନିଟ ଲେଖାଏଁ  ଯୋଗାଭ୍ୟାସ କରିବା ଉଚିତ । ଏତତ୍  ବ୍ୟତୀତ  ପ୍ରାତଃ ଭ୍ରମଣ ବେଳେ,  କାର୍ଯ୍ୟାଳୟ ବା କାର୍ଯ୍ୟକ୍ଷେତ୍ରକୁ  ଯିବା ସମୟରେ ତଥା  ସ୍ନାନ ଶୌ·ଦି  ସମୟରେ   ମଧ୍ୟ  ମନକୁ  ଈଶ୍ୱରୀୟ ଜ୍ଞାନ ଚିନ୍ତନ  ଓ ମନନରେ ବ୍ୟସ୍ତ ରଖାଯାଇ ପାରେ ।  ଧ୍ୟାନ ଦେବା ଆବଶ୍ୟକ ଯେ ସମଗ୍ର  ଦିନରେ ବିଭିନ୍ନ  ସମୟରେ   କରାଯାଉଥିବା  ଏହି  ଯୋଗାଭ୍ୟାସ ସମୟ  ମିଶି ଅନ୍ତତଃ  ·ରି ଘା ଆବଶ୍ୟକ । ଅନ୍ୟଥା  ଯୋଗୀ  ଜୀବନର ଶ୍ରେଷ୍ଠ ଆନନ୍ଦ ପ୍ରାପ୍ତ ହୋଇ ପାରିବ ନାହିଁ । ଯେଉଁମାନେ ବିଜୟୀ ରନô ବନିବାକୁ ·ହାନ୍ତି ସେମାନଙ୍କୁ ଅନ୍ତତଃ ଆଠ ଘା ଯୋଗାଭ୍ୟାସ କରିବାକୁ ପଡିବ । ଏଥିପାଇଁ ପ୍ରତ୍ୟେକଙ୍କୁ ନିଜ ଲକ୍ଷ୍ୟ ଅନୁରୂପ ଯୋଗର ସମୟ ନିର୍ଘ ପ୍ରସ୍ତୁତ କରି ଯୋଜନାବଦ୍ଧ ଭାବରେ ପୁରୁଷାର୍ଥ ରତ ହେବା ଉଚିତ । ଏକଥା ମନେ ରଖିବା ଉଚିତ ଯେ ଜଣେ ଯୋଗୀ ଯାହା ଇଛା ତାହା କରିପାରେ । ଯୋଗ ଭଲ ହେଲେ ପରିସ୍ଥିତି ମଧ୍ୟ ବଦଳି ଯିବ, ସମସ୍ୟାଗୁଡିକର ପ୍ରକୋପ ହ୍ରାସ ହେବ ଓ ପବିତ୍ରତା ପାଳନ ସହଜ ମନେ ହେବ । ଯୋଗ ସହଜ ହେଲେ ଜୀବନ ମଧ୍ୟ ସହଜ ଓ ସରଳ ହୋଇଥାଏ ।

ଆହାର ଓ ନିଦ୍ରା

ଯୋଗରେ ଆହାର ଓ ନିଦ୍ରାର ସନ୍ତୁଳନ ଅପରିହାର୍ଯ୍ୟ । ଆଦୌ ନ ଖାଇ ବା ନ ଶୋଇ ଜଣେ ଯୋଗୀ ହୋଇ ପାରିବ ନାହିଁ । ନିଦ୍ରାହୀନତା ମସ୍ତିଷ୍କକୁ ଶକ୍ତିହୀନ କରି ଦିଏ । ଏହାର ପରିଣାମ ସ୍ବରୂପ ଅଳ୍ପ ଦିନ ମଧ୍ୟରେ ବ୍ୟକ୍ତି ଚିଡ୍ଚିଡା ସ୍ବଭାବର ହୋଇଯାଏ । ତାର ମାନସିକ ·ପ ବଢ଼ିବା ସେ  ଅନୁଭବ କରେ । ଭୋଜନ ନ କରିବା  ବା ଅଧିକ ଭୋଜନ କରିବା ମଧ୍ୟ ବୌଦ୍ଧିକ ବିକାଶ ପାଇଁ ବାଧକ ହୋଇଥାଏ । ଅଧିକ ଶୋଇବା ଓ  ଅଧିକ ଖାଇବା ଦ୍ୱାରା ବୁଦ୍ଧି ମାନ୍ଦା ହେବାକୁ ଲାଗେ ଓ ପରିମିତ ଆହାର ଓ ନିଦ୍ରା ଅଭାବରେ ବୁଦ୍ଧି ଦୁର୍ବଳ ହୋଇଥାଏ । ଆଉ ମଧ୍ୟ ଜଣେ  ଯୋଗୀ ସମୟାନୁସାରେ ଖାଇବା ଉଚିତ । ବିଳମ୍ବରେ ଖାଇବା ଦ୍ୱାରା ଖାଦ୍ୟ ଠିକ ଭାବରେ ହଜମ ହୋଇ ପାରେ  ନାହିଁ । ରାତ୍ରି ଶୟନର ଅନ୍ତତଃ ୨/୩  ଘା ପୂର୍ବରୁ ଭୋଜନ କରିବା ଉଚିତ ଏବଂ ତତ୍ପଶ୍ଚାତ  ୧/୨ ଘା ଚଲାବୁଲା କରିବା ଆବଶ୍ୟକ । ଜଣେ ଯୋଗୀକୁ ରାତ୍ରି ୧୧ ଘା ପରେ ଆଉ ଚେଇଁବା  ଅନୁଚିତ । ସେହିପରି ପ୍ରାତଃ ୪  ଘା  ପରେ  ଶୋଇ  ରହିବା ଠିକ ନୁହେଁ । କାରଣ  ପ୍ରାତଃ ୪  ଘାରୁ ୫ ଘା ଯୋଗାଭ୍ୟାସ ପାଇଁ ଉପଯୁକ୍ତ  ସମୟ । ଜଣେ ରାତ୍ର ୧ଠ ଘା  ସମୟରେ ଶଯ୍ୟା ଗ୍ରହଣ କଲେ ପ୍ରାତଃ ୩.୩ଠ ଘ: ସମୟରେ ବିନା  କଷ୍ଟରେ ସେ ଉଠି ପାରିବ ।

ଯୋଗ ହେଉଛି ସେବାର  ଆଧାର

ସେବା ବିନା ଯୋଗ ପରିପକ୍ୱ ହୁଏ ନାହିଁ । ସେବା ବିନା ଯୋଗୀ ଜୀବନ  ମୂଲ୍ୟହୀନ । ଦାନ ଓ ଉପଭୋଗ ଦ୍ୱାରା ଜଣେ ଧନୀ ବୋଲି ପରିଚିତ ହୁଏ । ପରମାତ୍ମାଙ୍କଠାରୁ ପ୍ରାପ୍ତ  ଜ୍ଞାନକୁ ପ୍ରସାଦ ରୂପେ  ଜନସାଧାରଣଙ୍କ   ମଧ୍ୟରେ ବିତରଣ ଓ ନିଜ ଜୀବନରେ  ଉପଯୋଗ ବିନା ଜଣେ ଯୋଗୀ ପଦବାଚ୍ୟ  ହୋଇ ପାରେ ନାହିଁ । ଈଶ୍ୱରୀୟ ଜ୍ଞାନ ଆଧାରରେ ନିଜେ ପରିବର୍ନ ହୋଇ ଅନ୍ୟକୁ ନିଜ ପରି ଗଢ଼ିବାର ପ୍ରୟାସ ହେଉଛି ଶ୍ରେଷ୍ଠ ସେବା । ପରମାତ୍ମା ଅବତରଣର ଏକମାତ୍ର ଉଦ୍ଧେଶ୍ୟ ହେଉଛି ବିଶ୍ୱ ପରିବର୍ନ ଅର୍ଥାତ ସତ୍ୟଯୁଗୀୟ ସାମ୍ରାଜ୍ୟର ସ୍ଥାପନ । ତେଣୁ କଳିଯୁଗୀୟ ସଂସ୍କାରକୁ ସମୂଳେ ନଷ୍ଟ  କରିବା ପାଇଁ  ଯୋଗ ଏକ ମାଧ୍ୟମ । ଏହି କାର୍ଯ୍ୟରେ ପରମାତ୍ମାଙ୍କୁ ସହଯୋଗ କରିବାର ନାମ ସେବା ।

ସେବା ପୂର୍ବରୁ ଯୋଗ ବଳ ହେବା ପରମାବଶ୍ୟକ । ଯଦି ଯୋଗବଳ ବିନା ସେବା  କରାଯାଏ ତେବେ ତାହା କ୍ଳାନ୍ତି କାରକ ଓ କମ ଫଳ ଦାୟକ  ହୋଇଥାଏ । ଜଣେ  ପ୍ରକୃତ ଯୋଗୀ ପଛରେ ସେବା ଓ ସେବା ଜନିତ ସଫଳତା  ଛାୟା  ସଦୃଶ  ଗତି  କରିଥାଏ । ଯୋଗବଳ, ପବିତ୍ର ଦୃଷ୍ଟି, ଶ୍ରେଷ୍ଠ  ବି·ର ଏବଂ   ସ୍ବ-ମାନ ସ୍ଥିତି ସେବାରେ ସଫଳତା ପାଇଁ ଆଧାର  ଅଟେ । ତେଣୁ  ପ୍ରକୃତ ସେବାଧାରୀ ଶ୍ରେଷ୍ଠ ଯୋଗୀ  ହେବା ଉଚିତ । ଯଦି  କୌଣସି  ବ୍ୟକ୍ତି କେବଳ ସେବା-ସ୍ମୃତି  ସ୍ବରୂପ  (ଝରକ୍ସଙ୍ଖସମର ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦ) ଓ ସେବାକୁ ସବୁକିଛି  ମାନନ୍ତି ; କିନ୍ତୁ  ଯୋଗରେ ଋଚି ରଖନ୍ତି  ନାହିଁ ତେବେ ସେ ଆତ୍ମ ସନ୍ତୋଷରୁ  ବିତ ହୁଅନ୍ତି ଏବଂ  ତାଙ୍କଠାରେ ଅହଂକାର  ଜାତ ହୋଇ ପରସ୍ପର ମଧ୍ୟରେ  ସଂଘର୍ଷ  କରିବାର  ସମ୍ଭାବନା ଥାଏ ।  ଏହାଦ୍ୱାରା ସଙ୍ଗଠନରେ ପାରସ୍ପରିକ ସଦ୍ଭାବ ବ୍ୟାହତ ହୁଏ ଓ  ସେବାର ସ୍ବାଦ ବିଷ ତୁଲ୍ୟ ମନେ ହୋଇଥାଏ । ଅନ୍ୟପକ୍ଷରେ ଯେଉଁ ବ୍ୟକ୍ତି ଯୋଗୀ; ସେ ସେବାଧାରୀ ମଧ୍ୟ  ଅଟେ । ସେ ନିଜ ଯୋଗୀ ଜୀବନରେ ସମ୍ପୂର୍ଣ୍ଣ ସୁଖ ଓ ସନ୍ତୁଷ୍ଟତା  ଅନୁଭବ କରନ୍ତି ।

ଯୋଗାଭ୍ୟାସ  ପାଇଁ  ବିଭିନ୍ନ ବିଧି

ଯୋଗକୁ ସହଜ  ବନାଇବା ପାଇଁ ତଦ୍ ପ୍ରତି  ଋଚି ଓ  ଅଭ୍ୟାସର ବିଭିନ୍ନ ବିଧି ଅନୁସରଣ କରିବାକୁ ପଡିଥାଏ ।

ମନରେ ଆତ୍ମା ଓ ପରମାତ୍ମାଙ୍କ ସୁନ୍ଦରରୁ ସୁନ୍ଦର ଚିତ୍ର  ନିର୍ମାଣ  କରନ୍ତୁ । ଆତ୍ମା ଏକ ଶକ୍ତିପୁଞ୍ଜ (ଇ ଚକ୍ଟସଦ୍ଭଗ୍ଧ କ୍ଟଲ ରଦ୍ଭରକ୍ସଶଚ୍ଚ) ଅଟେ । ସ୍ପଷ୍ଟ ଭାବରେ ଦେଖିବାର  ପ୍ରୟାସ  କରନ୍ତୁ ଯେ ଆତ୍ମାରୁ ବିଭିନ୍ନ  ରଙ୍ଗର  କିରଣ  ନିର୍ଗତ ହୋଇ ଚତୁର୍ଦ୍ଧିଗରେ ବିସ୍ତାରିତ ହେଉଛି ।  ବର୍ମାନ ସଂକଳ୍ପ କରନ୍ତୁ, ମୁଁ  ଆତ୍ମା  ଏକ ଶୁଦ୍ଧ  ହୀରା ତୁଲ୍ୟ ଅଟେ.....ମୋର ଚତୁର୍ଦ୍ଧିଗରେ  ଶ୍ୱେତ ପ୍ରକାଶମୟ ଶରୀର  ବିଦ୍ୟମାନ ..... ମୁଁ  ଦ୍ୱେତ ପ୍ରକାଶ ସମ୍ପନ୍ନ  ଅଟେ... ।   ଗୋଟିଏ ମିନିଟ ଏହି ସ୍ବରୂପରେ ସ୍ଥିତ ହୁଅନ୍ତୁ ।  ତା’ପରେ କଳ୍ପନା କରନ୍ତୁ ; ଶିବବାବା (ପରମାତ୍ମା)ଙ୍କ ଠାରୁ ରଙ୍ଗ-ବେରଙ୍ଗର କିରଣ ରାଜି ମୋ ଉପରେ ଏକ ଝରଣାର ଧାରା ସଦୃଶ  ଅବତରିତ ହେଉଛି ।

ଆପଣ ମନରେ ଏକ ଚିତ୍ର  ସର୍ଜନା କରନ୍ତୁ । ଏହି କଳ୍ପ ଏକ ଓଲଟା ବୃକ୍ଷ ସଦୃଶ ଅଟେ । ମୁଁ  ଯୋଗୀ ଏହାର ମୂଳରେ ବସିଛି ଏବଂ ସର୍ବ ଶକ୍ତିବାନ ପରମପିତା ପରମାତ୍ମା ଶିବଙ୍କଠାରୁ ସର୍ବ ଶକ୍ତି ଆହରଣ କରି ସମସ୍ତ ଆତ୍ମାଙ୍କୁ ବିତରଣ କରୁଛି । 

ଆଉ ଏକ ଚିତ୍ର ନିର୍ମାଣ କରନ୍ତୁ । ସର୍ବଶକ୍ତିମାନ ଶିବ-ବାବା ପରମଧାମରୁ ଧରାପୃଷ୍ଠ ଅବତରଣ କରି ମୋର ମସ୍ତକର  ଠିକ ଉପରେ  ଏକ ଛତ୍ର ତୁଲ୍ୟ   ଛାୟା ପ୍ରଦାନ କରୁଛନ୍ତି । ମୁଁ ଆତ୍ମା  ତାଙ୍କ  ଛତ୍ର ଛାୟା ତଳେ ନିର୍ଭୟ ଓ ନିଶ୍ଚିନ୍ତ ଭାବରେ ଆନନ୍ଦରେ ବିଭୋର ହୋଇ  ବସିଛି ।

ଅନ୍ୟ କେଉଁ ଦିନ ନିଜ ସ୍ଥୂଳ  ଶରୀରର  ଆବରଣ  ମଧ୍ୟରେ ସ୍ଥିତ ପ୍ରକାଶ ସ୍ବରୂପ ସୂକ୍ଷ୍ମ ଶରୀରକୁ ଅବଲୋକନ କରନ୍ତୁ । କଳ୍ପନା କରନ୍ତୁ ଆପଣଙ୍କ ସୂକ୍ଷ୍ମ ଶରୀର  ସ୍ଥୂଳ ଶରୀର ତ୍ୟାଗ  କରି ଉଦ୍ଧ୍ୱାଭିମୁଖୀ ହେଉଛି ଓ  ଏକ ରକେଟ  ସଦୃଶ ସୂକ୍ଷ୍ମଲୋକ  ଅଭିମୁଖେ ଗତି କରୁଛି । ସେଠାରେ ପହି ସେ ଅବ୍ୟକ୍ତ ବ୍ରହ୍ମା ଓ ତାଙ୍କ ମଧ୍ୟରେ ବିରାଜିତ ଶିବ-ବାବାଙ୍କ ଦୃଷ୍ଟି ବିନିମୟ କରି ପୁନର୍ବାର ଭୂଲୋକ ସ୍ଥିତ ନିଜ ଶରୀର ମଧ୍ୟରେ ପ୍ରବେଶ କରୁଛି । ବାରମ୍ବାର  ଏହିପରି ଅଭ୍ୟାସ କରନ୍ତୁ ।  

ଏହି ପରି  ଯଦି ଜଣେ  ଯୋଗୀ ନିୟମିତ ଦୃଢ଼ତା ଓ ବିଶ୍ୱାସର ସହିତ ଏକବ୍ରତା ହୋଇ  ଅନ୍ତତଃ ୬ ମାସ ପର୍ଯ୍ୟନ୍ତ ଯୋଗାଭ୍ୟାସ କରେ ତେବେ  ସେ ସବୁ ଦିନ ପାଇଁ ସହଜ ଯୋଗୀ ହୋଇ ପାରିବ । ଅନ୍ୟପକ୍ଷରେ  ଯେଉଁମାନେ ଏହାକୁ  ସହଜ ଯୋଗ  ଭାବି କୌଣସି ପୁରୁଷାର୍ଥ ନ କରିବେ ତେବେ ସେମାନଙ୍କ  ପାଇଁ ଯୋଗ  କଠିଣ  ମନେ ହେବ । ସେମାନେ ଯୋଗାନନ୍ଦ ଲାଭରୁ ବିତ ହେବେ ।

ରାଜଯୋଗ ସାଧନାରେ ସା୍ୱିକ ଭୋଜନର ମହ୍ୱ

ପ୍ରାଚୀନ କାଳରେ  ମୁନି ଋଷିଗଣ  ବଣ-ଜଙ୍ଗଲରେ   ରହି  କଠୋର ତପଃ - ସାଧନା କରୁଥିଲେ । ଫଳମୂଳ ହିଁ ସେମାନଙ୍କ ଖାଦ୍ୟ ଥିଲା । ତେଣୁ ସେମାନଙ୍କ ଶରୀର ନିରାମୟ ଏବଂ  ମନ ଶୁଦ୍ଧ ଓ ପବିତ୍ର   ରହୁଥିଲା । ସେମାନଙ୍କ ତପଃ ସାଧନାରେ ସଫଳତାର ଆଧାର ଥିଲା ଶୁଦ୍ଧ, ସା୍ୱିକ ଓ ପବିତ୍ର ଭୋଜନ । ସ୍ବାଦେନ୍ଦ୍ରିୟ ଓ କର୍ମେନ୍ଦ୍ରିୟ ଉପରେ ଅଙ୍କୁଶ  ରଖୁଥିବା  ବ୍ୟକ୍ତି ହିଁ ଆଧ୍ୟାତ୍ମିକ  କ୍ଷେତ୍ରରେ ବାସ୍ତବିକ ପୁରୁଷାର୍ଥୀ  ରୂପରେ ସ୍ବୀକୃତ ହୋଇଥାଏ । ଆଧ୍ୟାତ୍ମିକ ଉନ୍ନତି ପାଇଁ ଶାରୀରିକ ସ୍ବାସ୍ଥ୍ୟ  ସହିତ ମାନସିକ ଓ ବୌଦ୍ଧିକ ସ୍ବାସ୍ଥ୍ୟ  ମଧ୍ୟ ଆବଶ୍ୟକ । ଏଥିପାଇଁ ରାଜଯୋଗ ତପସ୍ୟାରେ ଉଭୟ ତନୁ ଓ ମନର ସ୍ବାସ୍ଥ୍ୟ ଠିକ ରଖିବା ପାଇଁ ଶୁଦ୍ଧ ଓ ସା୍ୱିକ ଭୋଜନ  ଅପରିହାର୍ଯ୍ୟ ।  ଭୋଜନର  ଶୁଦ୍ଧତା ପାଇଁ ସା୍ୱିକ ବୃି ଓ ଈଶ୍ୱରୀୟ ସ୍ମୃତିଯୁକ୍ତ ହୋଇ  ରନ୍ଧନ କି୍ରୟା  ହୋଇଥିବା ଆବଶ୍ୟକ ।

ଯେମିତି ଅନ୍ନ ସେମିତି ମନ

ଭୋଜନ ପ୍ରସ୍ତୁତକାରୀର ମନୋବୃିର ଗଭୀର  ପ୍ରଭାବ ତାଦ୍ୱାରା  ପାକସିଦ୍ଧ ଖାଦ୍ୟ ଉପରେ  ପଡିଥାଏ ।  ଦୁର୍ଭାବନାଯୁକ୍ତ ବା ହୀନ ବୃି ଦ୍ୱାରା ପାକ ହୋଇଥିବା ଖାଦ୍ୟ  ଖାଇବା ଦ୍ୱାରା  ମନୁଷ୍ୟର ବୃି ମଧ୍ୟ  ବିକୃତ  ହୋଇଯାଏ । ସ୍ୱଗୁଣୀ ବୃି ସମ୍ପନ୍ନ ବ୍ୟକ୍ତି ଦ୍ୱାରା ପ୍ରସ୍ତୁତ  ହୋଇଥିବା ଖାଦ୍ୟ ଖାଇଲେ ମନର ବୃି ସା୍ୱିକ  ହୁଏ । ଏହିପରି ଖାଦ୍ୟ ଗ୍ରହଣ  ଯୋଗ  ସାଧନା  ପାଇଁ  ସହାୟକ । ମଣିଷର  କର୍ମ ଓ ବି·ର ତାର ପାରିପାଶ୍ୱିର୍କ ପରିବେଶ ଉପରେ ପ୍ରଭାବ ପକାଇ ଥାଏ । ଖାଦ୍ୟ  ପ୍ରସ୍ତୁତି  ସମୟରେ ରୋଷେୟା  ମନରେ ଉପôନ୍ନ  ହେଉଥିବା ସଂକଳ୍ପ  ରୋଷେଇ ଘରର ଚତୁର୍ଦ୍ଧିଗରେ ବିସ୍ତାରିତ ହୋଇ ଖାଦ୍ୟର ପ୍ରତି କଣିକାକୁ ପ୍ରଭାବିତ  କରିଥାଏ । ସେହି ଖାଦ୍ୟ କଣିକାଗୁଡିକ ସଂକଳ୍ପର ପ୍ରଭାବକୁ ନିଜ ମଧ୍ୟରେ  ସାଇତି ରଖିଥାଏ ଓ ଯେଉଁ  ବ୍ୟକ୍ତି  ତାହା  ଗ୍ରହଣ କରେ,  ତାମନରେ ସେହି  ପ୍ରଭାବ ପଡିଥାଏ ।  ପୁନଶ୍ଚ ଅନ୍ୟାୟ  ଉପାୟରେ ଅର୍ଜିତ ଧନ ଦ୍ୱାରା କ୍ରୟ ହୋଇଥିବା ଅନ୍ନ  ମଧ୍ୟ ମନକୁ  ମଳିନ କରିଥାଏ ଓ ଏହା ଯୋଗ-ସାଧନା  ପାଇଁ ବାଧକ ହୁଏ ।

ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ଲୁଣ, ଲଙ୍କା, ମସଲା, ଚିନି ଆଦି ପ୍ରୟୋଗ   କରାଯାଇଥାଏ । ଏହା ରସେନ୍ଦି୍ରୟ ପାଇଁ  ତୃପ୍ତିକାରକ ହୋଇପାରେ; କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିରେ ଏପରି ଚଟ୍ପଟା ଖାଦ୍ୟ ସ୍ବାଦିଷ୍ଟ ନୁହେଁ ।  ଯେଉଁଖାଦ୍ୟ ଯୋଗଯୁକ୍ତ   ଓ ସ୍ନେହଯୁକ୍ତ  ହୋଇ  ପ୍ରସ୍ତୁତ  ହୋଇଥାଏ; ତାହାହିଁ  ଯଥାର୍ଥରେ ସ୍ବାଦିଷ୍ଟ  ଅଟେ ।  ଭୋଜନରେ ଯୋଗର ଶକ୍ତି ଓ ସ୍ନେହର ସୁଗନ୍ଧ ହେବା ଆବଶ୍ୟକ ।

ଯୋଗଯୁକ୍ତ ଭୋଜନ ପ୍ରସ୍ତୁତିର  ବିଧି

ଭୋଜନ ପ୍ରସ୍ତୁତ କରିବା  ସମୟରେ ସର୍ବଦା ମନରେ ଏହି ଭାବନା  ହେବା ଉଚିତ ଯେ ମୁଁ ଶିବ ପରମାତ୍ମାଙ୍କ ପାଇଁ ଭୋଗ ପାକ କରୁଛି । ଏହାଦ୍ୱାରା ତାହା  ସ୍ବତଃ ଯୋଗଯୁକ୍ତ ଓ ସ୍ନେହଯୁକ୍ତ ହୋଇଯିବ । ସବୁବେଳେ ଏହି ଅଭ୍ୟାସ   କରିବା ଉଚିତ ଯେ ପାକଶାଳାରେ ଉଭୟ ଅବ୍ୟକ୍ତ  ବ୍ରହ୍ମା ବାବା ଓ ତାଙ୍କ ସୂକ୍ଷ୍ମଶରୀରରେ ବିରାଜିତ ଶିବ ବାବା ଅବ୍ୟକ୍ତ ରୂପରେ ବିଦ୍ୟମାନ ; ସେ ମୋତେ  ଦେଖୁଛନ୍ତି ଓ ତାଙ୍କ   ନୟନ  ଯୁଗଳରୁ ଦିବ୍ୟଶକ୍ତି ନିର୍ଗତ ହୋଇ ପାକ ହେଉଥିବା ଖାଦ୍ୟ   ଉପରେ ପଡୁଛି । ଏହିପରି ପବିତ୍ର ଏବଂ  ଶୁଦ୍ଧ-ଭୋଜନ  ତପ-ସାଧନାର ଶିଖର ଦେଶ  ପର୍ଯ୍ୟନ୍ତ ପହାଇବାରେ ଖୁବ୍ ସହାୟକ ହୋଇଥାଏ ।

ଯୋଗଯୁକ୍ତ  ପାକ-କି୍ରୟା  ମଧ୍ୟ ଉମ  ଈଶ୍ୱରୀୟ ସେବା

କେତେକ ପାକ-କ୍ରିୟାକୁ  (ରନ୍ଧନ କାର୍ଯ୍ୟ) ସାଧାରଣ ସେବା  ବୋଲି  ଭାବନ୍ତି । ସେମାନେ ଭାଷଣ ଦେବାକୁ ଉମ ସେବା ବୋଲି ମନେ କରନ୍ତି । ଏ  ଭଳି  ହୀନ ଭାବନା ଯୋଗୀ  ପାଇଁ ଠିକ ନୁହେଁ ।  ଯୋଗଯୁକ୍ତ ଖାଦ୍ୟ  ଖୁଆଇ  ଅନେକଙ୍କ ମନକୁ ପବିତ୍ର କରାଯାଇ ପାରେ ଯଦ୍ୱାରା ସେମାନଙ୍କ  ଯୋଗସ୍ଥିତିର ବିକାଶ ହୁଏ । ଏହି  ପୁଣ୍ୟର କିଛି ଅଂଶ ଭୋଜନ ପ୍ରସ୍ତୁତକାରୀଙ୍କୁ ସ୍ବତଃ ପ୍ରାପ୍ତ  ହୋଇଥାଏ ।  ଏହି ସେବା ଦ୍ୱାରା  ଅନେକଙ୍କଠାରୁ ଆଶୀର୍ବାଦ  ମିଳିଥାଏ ତଥା ସତ୍ୟଯୁଗୀୟ ବିଶ୍ୱ ନବ ନିର୍ମାଣ  କାର୍ଯ୍ୟରେ ଜଣେ ମହ୍ୱପୂର୍ଣ୍ଣ  ଭୂମିକା  ନିର୍ବାହ  କରିପାରେ ।

ଭୋଜନ ଗ୍ରହଣର ବିଧି

ଜଣେ  ଯୋଗୀ ବିବା ପାଇଁ ଖାଏ ; ଖାଇବା ପାଇଁ ବେ ନାହିଁ  । ଭକ୍ତି ପରମ୍ପରାରେ ଖାଦ୍ୟ  ଗ୍ରହଣ ପୂର୍ବରୁ ଭଗବାନଙ୍କୁ ଅର୍ପଣ କରିବାର ବିଧି ରହିଛି । ବର୍ମାନ ଅବ୍ୟକ୍ତ ଧାମ ନିବାସୀ ବ୍ରହ୍ମାବାବାଙ୍କ ସ୍ମୃତିରେ ପରମଧାମ ନିବାସୀ ପରମପିତା ପରମାତ୍ମା ସତତ ବିଦ୍ୟମାନ ।  ଉଭୟଙ୍କ ମଧ୍ୟରେ  ଅଭେଦ  ସମ୍ପର୍କ ସ୍ଥାପିତ । ତେଣୁ  ଅବ୍ୟକ୍ତ  ବ୍ରହ୍ମାଙ୍କୁ  ବାପ-ଦାଦା କୁହାଯାଏ । ସେ ଏକାଧାରରେ ଆମର ଅଲୌକିକ  ପିତା ଓ ଶିବବାବାଙ୍କ  ପ୍ରଥମ ସନ୍ତାନ ହେତୁ  ବଡଭାଇ (ଦାଦା) ଅଟନ୍ତି ।  

ଅନ୍ୟପକ୍ଷରେ  ପ୍ରଜାପିତା ବ୍ରହ୍ମାଙ୍କ ମୁଖ ମାଧ୍ୟମରେ  ପରମାତ୍ମା ଶିବଙ୍କ ପ୍ରଦ ଜ୍ଞାନ ଦ୍ୱାରା ମୁଖବଂଶାବଳୀ ବ୍ରାହ୍ମଣମାନଙ୍କ  ଉପôି ହୋଇଥିବାରୁ ବ୍ରହ୍ମା ହେଉଛନ୍ତି ସେମାନଙ୍କ ଅଲୌକିକ  ପିତା (ବାପ୍) ଓ ପରମାତ୍ମା  ବ୍ରହ୍ମାର ଜନକ ହୋଇଥିବାରୁ  ବ୍ରାହ୍ମଣମାନଙ୍କର  ପିତାମହ (ଦାଦା)  ଅଟନ୍ତି । ତେଣୁ ପ୍ରତ୍ୟେକ  ରାଜଯୋଗୀ  (ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ) ଯୋଗଯୁକ୍ତ ଭାବରେ ପ୍ରସ୍ତୁତ ଭୋଗ (ଅନ୍ନ  ବ୍ୟଞ୍ଜନ ସମୂହ) ଏକ ଥାଳିରେ ସଜାଇ ତା ଉପରେ ଏକ ଶୁଭ୍ର ଓ ସ୍ବଚ୍ଛ ବସ୍ତ୍ର  ଆବୃ କରିବା ପୂର୍ବକ  ନିଜ ସମ୍ମୁଖରେ କୌଣସି ଏକ ଉଚ୍ଚ ଆସନରେ ରଖନ୍ତୁ । ଆପଣଙ୍କୁ ବର୍ମାନ ଏ ଭୋଗ  ଥାଳି ନେଇ ସୂକ୍ଷ୍ମ  ଲୋକରେ  ରହୁଥିବା    ଅବ୍ୟକ୍ତ ବାପ-ଦାଦାଙ୍କ  ନିକଟକୁ ସଂକଳ୍ପ  ମାଧ୍ୟମରେ ପହିବାକୁ ହେବ । ସେଠରେ ପହି ବାପ୍-ଦାଦାଙ୍କ ସହିତ ଦୃଷ୍ଟି ବିନିମୟ କଲାପରେ ତାଙ୍କୁ ଭୋଗ   ସମର୍ପଣ  କରନ୍ତୁ ଓ ତାଙ୍କଠାରୁ ବିଦାୟ ନେଇ ନିଜ ସ୍ଥୂଳ ଶରୀରକୁ ଫେରି ଆସନ୍ତୁ । ଏହି ଶିବାର୍ପିତ ଭୋଗ ବୁଦ୍ଧିକୁ ସ୍ବଚ୍ଛ ନିର୍ମଳ ଓ ପବିତ୍ର କରେ । ଭୋଜନକୁ ସର୍ବଦା ପରମାତ୍ମା -ପ୍ରସାଦ ମନେ କରି ଖାଇବାର ଅଭ୍ୟାସ କରନ୍ତୁ ।

ଭୋଜନ କକ୍ଷରେ ସର୍ବଦା ପ୍ରସନ୍ନତାର ବାତାରବରଣ ରହିବା ଉଚିତ । ଏଥିପାଇଁ ଆନନ୍ଦ ପ୍ରଦାୟକ କେତେକ ଈଶ୍ୱରୀୟ ମହାବାକ୍ୟ କାନ୍ଥିରେ ଟାଙ୍ଗି ରଖିବା ଦରକାର । ଭୋଜନ ଟେବୁଲରେ ସୁନ୍ଦର ଓ ସୁଗନ୍ଧିତ ପୁଷ୍ପଗୁଚ୍ଛ ରଖାଯାଇପାରେ । ଏହା  ଦ୍ୱାରା ଭୋଜନ ସମୟରେ ମନ  ପ୍ରସନ୍ନ ରହିବା  ହେତୁ ପାଚକ ରସ ପ୍ରଚୁର ମାତ୍ରାରେ ସ୍ରାବିତ ହୋଇ ସୁ·ରୁ ରୂପେ ହଜମ କ୍ରିୟା ସମ୍ପନ୍ନ ହେବ ।  

ଭୋଜନ  ପୂର୍ବରୁ ଥାଳିରେ ପରଷା ଯାଇଥିବା ଖାଦ୍ୟକୁ ଈଶ୍ୱରୀୟ ସ୍କୃତିରେ ରହି ରହି ଦୁଇ  ମିନିଟ ଦୃଷ୍ଟି ଦେବା  ଉଚିତ ।  ଏହା ଦ୍ୱାରା ଭୋଜନ ସାମଗ୍ରୀ କୌଣସି  ବିକାରୀ ବା ଦୁଷ୍ପ୍ରବୃି  ସମ୍ପନ୍ନ  ବ୍ୟକ୍ତି ଦ୍ୱାରା  ପ୍ରସ୍ତୁତ ହୋଇଥିଲେ ବା ତାଙ୍କଠାରୁ କିଣିଥିଲେ ସେଥିରେ ଥିବା ଅଶୁଦ୍ଧ  ପ୍ରକମ୍ପନର  ଅଂଶ ନଷ୍ଟ  ହୋଇଯାଏ । ଅନ୍ୟଥା ଭୋଜନରେ ଥିବା  କୌଣସି ବିକାରୀ ବୃିର  ଅଂଶ  ବିକ୍ଷେପ ସୃଷ୍ଟି  କରି ପତନର କାରଣ  ହୁଏ ।

ମନ ପସନ୍ଦ  ସ୍ବାଦିଷ୍ଟ  ଭୋଜନ ମିଳିଲେ ଅଧିକ ଖାଇ  ହୋଇଯିବା   ଏକ ସାଧାରଣ କଥା ।  ପ୍ରତ୍ୟେକଙ୍କ ପାକସ୍ଥଳୀରେ  ସେମାନେ ନିୟମିତ ଖାଉଥିବା ଭୋଜନ ଅନୁସାରେ ପାଚକ  ରସ ନିର୍ମତ ହୋଇଥାଏ । ଅଧିକ ମାତ୍ରଳରେ ଖାଦ୍ୟ  ଖାଇଲେ ଆଳସ୍ୟ ଉପôନ୍ନ  ହୁଏ ଯାହାକି ଯୋଗ ପାଇଁ  ବାଧକ  ଅଟେ । ରାତ୍ରି  ଭୋଜନ  ହାଲୁକା ହେବା ଉଚିତ ଯଦ୍ୱାରା ପରବର୍ୀ ଦିନ  ଅମୃତ ବେଳାରେ ଶଯ୍ୟାତ୍ୟାଗ ବେଳେ  ଫୁିର୍  ଅନୁଭବ  ହେବ ।  ରାତ୍ରୀରେ ବିଳମ୍ବରେ ଶଯ୍ୟା ଗ୍ରହଣ ଓ ଗରିଷ୍ଠ ଭୋଜନ କଲେ ଯୋଗୀ ଆଳସ୍ୟ ବଶବର୍ୀ ହୋଇ ଅମୃତ  ବେଳାରେ   ଈଶ୍ୱରୀୟ ବରଦାନ ଅମୃତ ପ୍ରାପ୍ତିରୁ  ବିତ ହୁଏ ଓ ତା’ ପାଇଁ ଏହି ସମୟ “ମୃତବେଳା”ରେ ପରିଣତ ହୋଇଯାଏ ।

ଆତ୍ମାର ଭୋଜନ ମଧ୍ୟ ସା୍ୱିକ ହେବା ଉଚିତ

ସ୍ଥୂଳ ଶରୀର ପରି ଆତ୍ମାର ଭୋଜନ ହେଉଛି ସଂକଳ୍ପ । ଶୁଦ୍ଧ ଓ ଶକ୍ତିଶାଳୀ ସଂକଳ୍ପ ରୂପୀ ଭୋଜନ ଦ୍ୱାରା  ଆତ୍ମା ଦିବ୍ୟ ବନିଯାଏ । ଏପରି ଆତ୍ମା ସର୍ବଦା  ଶାନ୍ତ, ଶୀତଳ ଓ ହାଲୁକା ରହେ ଓ ପରମାତ୍ମାଙ୍କ ସହିତ ଅନାୟାସ ଯୋଗ ଯୁକ୍ତ ହୋଇପାରେ । ଦିବ୍ୟ ଆତ୍ମାରେ ଶୁଭ ଓ ଶୁଦ୍ଧ ଭାବନା ଉପôନ୍ନ ହେବା ଫଳରେ  ଜୀବନ ସତୋପ୍ରଧାନ ହୋଇଉଠେ । ଯେପରି ଅନ୍ନ ସେପରି ମନ । ଆତ୍ମା ମନର ମାଲିକ ଅଟେ । ଏଣୁ ମନକୁ ବୁଝାଇ ସୁଝାଇ ସା୍ୱିକ ଖାଦ୍ୟ ପ୍ରତି ରୁଚି ବଢ଼ାଇବା ଏକାନ୍ତ ଆବଶ୍ୟକ । ରାଜଯୋଗୀ ଆତ୍ମିକ ସ୍ଥିତି ଓ ରାଜଯୋଗ ଆଧାରରେ ମନକୁ ନିୟନ୍ତ୍ରଣ କରିପାରେ ଓ ଭୋଜନକୁ ସା୍ୱିକ ରଖିବାରେ ସମର୍ଥ ହୁଏ । ସା୍ୱିକ ଭୋଜନ ଆହରଣ କଲେ ମନ ଏକାଗ୍ର ରହିପାରେ । ଈଶ୍ୱରଙ୍କ ସ୍ମରଣ ଅବିଚଳିିତ ଓ ଅଖଣ୍ଡ ହୋଇପାରେ । ସ୍ବାସ୍ଥ୍ୟ ଅତୁଟ ରହେ । ତେଣୁ ସା୍ୱିକ ଭୋଜନର ମହ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର