(23) ାା ନବମ ଅଧ୍ୟାୟ ।ା ରାଜଯୋଗ : ଏକ ସହଜ ତପସ୍ୟା
ାା ନବମ ଅଧ୍ୟାୟ ।ା
ରାଜଯୋଗ : ଏକ ସହଜ ତପସ୍ୟା
ରାଜଯୋଗ ହେଉଛି ସମସ୍ତ ଯୋଗମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଓ ଏକ ସହଜ ସାଧ୍ୟ ତପସ୍ୟା । ଏହା ମନୁଷ୍ୟର ମନ ଓ ବୁଦ୍ଧିକୁ ଶକ୍ତି ଶାଳୀ ବନାଏ । ରାଜଯୋଗ ହେଉଛି ଜୀବନ ଜିଇଁବାର ଏକ କଳା ଓ କର୍ମରେ କୁଶଳତା ଆଣିବାର ସର୍ବୋମ ବିଧି । ଏହାଦ୍ୱାରା ମନୁଷ୍ୟ ଚିନ୍ତା ଓ ମାନସିକ ·ପମୁକ୍ତ ଜୀବନ ଯାପନ ପୂର୍ବକ ସୁଖ-ଶାନ୍ତି ଓ ଆନନ୍ଦ ପରିପୂର୍ଣ୍ଣ ଜୀବନ ଯାପନ କରିପାରେ । ଏହି ଯୋଗାଭ୍ୟାସୀ ବ୍ୟକ୍ତିର ମନ ଆସକ୍ତି ଶୂନ୍ୟ ହୋଇଯାଏ; କିନ୍ତୁ ତାର ପ୍ରେମ ଓ ମଧୁର ବ୍ୟବହାର ପାଇଁ ସେ ସମସ୍ତଙ୍କ ପ୍ରିୟପାତ୍ର ହୁଏ । ଏପରି ସହଜ ରାଜଯୋଗ ଯାହା ମନୁଷ୍ୟକୁ ସଫଳତା ମାର୍ଗରେ ପ୍ରେରିତ କରେ, ପରମାତ୍ମାଙ୍କ ଅତି ସମୀପ ନେଇଯାଏ ଓ ତାଙ୍କ ସହିତ ସମ୍ବନ୍ଧ ସ୍ଥାପନ ପୂର୍ବକ ସମସ୍ତ ଈଶ୍ୱରୀୟ ଗୁଣର ଅଧିକାରୀ ବନାଏ, ତାହା ପ୍ରତ୍ୟେକଙ୍କ ପାଇଁ ଅଧିକ ରୁଚିକର ହେବା ଉଚିତ ।
ସହଜ ହୋଇ ମଧ୍ୟ ରାଜଯୋଗ କଠିଣ କାହିଁକି ମନେ ହୁଏ?
ରାଜଯୋଗର ଅଭ୍ୟାସ ବିଧି ଅତ୍ୟନ୍ତ ସହଜ । କିନ୍ତୁ କେତେକ ଅଭ୍ୟାସୀର୍ଥୀଙ୍କୁ ଏହା କଠିଣ ମନେ ହୋଇଥାଏ । ଯୋଗାଭ୍ୟାସ ବେଳେ ତାଙ୍କ ମନ ଏକାଗ୍ର ହୋଇ ପାରେ ନାହିଁ; ମନରେ ତୀବ୍ର ବିକ୍ଷେପ ସୃଷ୍ଟି ହୁଏ । ଏପରି ହେବାର କାରଣ କ’ଣ? ଏହାର କାରଣ ହେଉଛି ଏକାଗ୍ରତାରେ ମସ୍ତିଷ୍କକୁ ଶକ୍ତି ଆବଶ୍ୟକ ହୁଏ । ଯେଉଁମାନେ ଏହି ଶକ୍ତି ନଷ୍ଟ କରି ଦିଅନ୍ତି ସେମାନଙ୍କ ପାଇଁ ଏକାଗ୍ରତା କଠିଣ ହୋଇଯାଏ । ବାହ୍ୟମୁଖତା, କ୍ରୋଧ, ବ୍ୟର୍ଥ ଓ ଅନାବଶ୍ୟକ ସଂକଳ୍ପରେ ମନକୁ ଭାରାକ୍ରାନ୍ତ କରିବା, ଚିନ୍ତିତ ରହିବା, ବ୍ୟର୍ଥ ଇଛା ପୋଷଣ କରିବା, ମାନସିକ ·ପଗ୍ରସ୍ତ ହେବା ଆଦି ଦ୍ୱାରା ମନର ଶକ୍ତି ନଷ୍ଟ ହୋଇଥାଏ । ଏଥିପାଇଁ ରାଜଯୋଗ ସହଜ ହେଲେ ମଧ୍ୟ କଠିଣ ମନେ ହୁଏ । ଏଣୁ ସହଜ ଯୋଗର ଅନୁଭବ ପାଇଁ ପ୍ରଥମେ ନିଜ ପ୍ରକୃତିକୁ ସରଳ ବନାଇବାକୁ ହେବ । କାରଣ ସରଳ ଚି ସମ୍ପନ୍ନ ବ୍ୟକ୍ତି ହିଁ ସମୟାନୁସାରେ ନିଜକୁ ପରିବର୍ନ କରି ସମସ୍ୟାଗୁଡିକରୁ ମୁକ୍ତ ହୋଇ ପାରିବେ । ଯୋଗରେ ପରିପକ୍ୱତା ପାଇଁ ଅନ୍ତର୍ମୁଖତା, ଚିନ୍ତନ- ଶକ୍ତି, ପ୍ରେମପୂର୍ଣ୍ଣ ବ୍ୟବହାର ଓ ମାନସିକ ·ପମୁକ୍ତ ଜୀବନ ଅପରିହାର୍ଯ୍ୟ ।
ଯୋଗ ଓ ବୁଦ୍ଧି
ରାଜ -ଯୋଗ ଅଭ୍ୟାସର ସଫଳତାର ଆଧାର ହେଉଛି ବୁଦ୍ଧି । ରାଜଯୋଗରେ ବୁଦ୍ଧିର ପ୍ରମୁଖ ଭୂମିକା ଥିବାରୁ ଏହାକୁ ବୁଦ୍ଧିଯୋଗ ମଧ୍ୟ କୁହାଯାଏ । ବିବେକ ଶକ୍ତିକୁ ହିଁ ବୁଦ୍ଧି କୁହାଯାଏ । ଏହି ଶକ୍ତି ଦ୍ୱାରା ବ୍ୟକ୍ତି ନିର୍ଣ୍ଣୟ ନେଇଥାଏ । ବୁଦ୍ଧିକୁ ସମ୍ପୂର୍ଣ୍ଣ ସ୍ବଚ୍ଛ ରଖିଲେ ଜଣେ ଅତୀତ ଓ ଭବିଷ୍ୟତ ତଥା ଆତ୍ମା ଓ ପରମାତ୍ମାଙ୍କୁ ସ୍ପଷ୍ଟ ଦେଖିପାରେ । ତେଣୁ ଏହାକୁ ତୃତୀୟ ନେତ୍ର ମଧ୍ୟ କୁହାଯାଇ ପାରେ ।
ଯୋଗାଭ୍ୟାସ ବେଳେ ସର୍ବ ପ୍ରଥମେ ବୁଦ୍ଧିକୁ ପରମାତ୍ମାଙ୍କ ସ୍ବରୂପରେ ସ୍ଥିର କରିବାକୁ ପଡିଥାଏ । କାରଣ ବୁଦ୍ଧିହିଁ ମନକୁ ନିୟନ୍ତ୍ରଣ କରିପାରେ । ତେଣୁ ବୁଦ୍ଧି ସ୍ଥିର ହେଲେ ମନ ସହଜରେ ସ୍ଥିର ହୋଇଯାଏ । ଯୋଗାଭ୍ୟାସ ବେଳେ ମନ ଆତ୍ମା ଓ ପରମାତ୍ମାଙ୍କ ଚିନ୍ତନ କରେ ଏବଂ ବୁଦ୍ଧି ଦର୍ଶନ କରେ । ଏଥିପାଇଁ ଚିନ୍ତନ ଓ ଦର୍ଶନ ଏହି ଦୁଇ ଶବ୍ଦ ପ୍ରତ୍ୟେକ ଯୋଗାଭ୍ୟାସୀ ଯୋଗାଭ୍ୟାସ ବେଳେ ସ୍ମରଣ ରଖିବା ଆବଶ୍ୟକ । ଯେଉଁ ଯୋଗୀ ନିଜ ମନରେ ଯେତିକି ସଂକଳ୍ପ ରଚନା କରିପାରେ ସେ ସେତିକି ଯୋଗରୁ ଆନନ୍ଦ ପ୍ରାପ୍ତ ହେବ ।
ଯୋଗ ଓ ମନ
ଯୋଗ ପାଇଁ ପରମାତ୍ମାଙ୍କ ପ୍ରଦ ମହାମନ୍ତ୍ର ହେଉଛି “ ମନ୍ମନା ଭବ” । ଅର୍ଥାତ ମନକୁ ପରମାତ୍ମା ମନସ୍କ କରିବା । ମନରେ ନିରନ୍ତର ସଂକଳ୍ପ ଉପôନ୍ନ ହେଉଥାଏ । ସଂକଳ୍ପ ଅନୁରୂପ ଶକ୍ତି ଚତୁର୍ଦ୍ଧିଗରେ ପ୍ରବାହିତ ହେଉଥାଏ । ମନର ଶକ୍ତିକୁ ଏକାଗ୍ର କରିବାର ଅଭ୍ୟାସ ଦ୍ୱାରା ସଂକଳ୍ପଗୁଡିକ ଶକ୍ତିଶାଳୀ ହୋଇଥାଏ । ଏହି ସଂକଳ୍ପ ଶକ୍ତି ଚମକôାର କାର୍ଯ୍ୟ କରିପାରେ । ତେଣୁ ପ୍ରତ୍ୟେକ ରାଜଯୋଗୀଙ୍କୁ ନିଜ ସଂକଳ୍ପ ଶକ୍ତିର ମହ୍ୱକୁ ଭଲ ଭାବରେ ବୁଝି ଏହାକୁ ବ୍ୟର୍ଥ ବିଷୟରେ ନଷ୍ଟ କରିବା ଅନୁଚିତ । ତାହା ହେଲେ ଯୋଗ ମହାନ ପ୍ରାପ୍ତିର ଅନୁଭବ କରାଇବ । ଏତଦ୍ ସହିତ ମନକୁ ନିରନ୍ତର ପ୍ରସନ୍ନ ଓ ଆନନ୍ଦିତ ରଖିବା ପାଇଁ ତାକୁ ଶ୍ରେଷ୍ଠ ସଂକଳ୍ପଗୁଡିକର ସୁଷମ ଓ ବଳକାରକ ଖାଦ୍ୟ ପ୍ରଦାନ କରିବା ଉଚିତ ।
ଯୋଗକୁ ସହଜ ଓ ଶକ୍ତିଶାଳୀ କରିବା ପାଇଁ ·ରୋଟି ବିନ୍ଦୁ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ସେଗୁଡିକ ହେଲା, ୧) ଦର୍ଶନ (ଠସଗ୍ଦଙ୍କବକ୍ଷସଗ୍ଦବଗ୍ଧସକ୍ଟଦ୍ଭ)୨)ଶ୍ରେଷ୍ଠସ୍ମୃତି (ଐସଶଷରକ୍ସ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) ୩) ଅଲୌକିକ ଦୃଷ୍ଟି ଓ ୪) ଜ୍ଞାନର ମନନ ଜନିତ ଶକ୍ତି (ଉଷଙ୍କକ୍ସଦ୍ଭସଦ୍ଭଶ ଚକ୍ଟଙ୍ଗରକ୍ସ)
ଦର୍ଶନର ଅର୍ଥ- ଆତ୍ମା, ପରମାତ୍ମା ଓ ସୃଷ୍ଟିଚକ୍ରରେ ନିଜ ଭୂମିକାର ଦର୍ଶନ । ପ୍ରଥମେ ଆତ୍ମା ଓ ପରମାତ୍ମାଙ୍କ ସ୍ବରୂପ ଉପରେ ନିଜ ବୁଦ୍ଧିକୁ ସ୍ଥିର କରିବାର ଅଭ୍ୟାସ କରିବାକୁ ପଡିବ । ଯେତେବେଳେ ଯୋଗୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଆତ୍ମା ଓ ପରମାତ୍ମାଙ୍କ ସ୍ବରୂପ ସ୍ପଷ୍ଟ ଦେଖିବାକୁ ସକ୍ଷମ ହେବ ସେତେବେଳେ ତାକୁ ଦୂରବର୍ୀ ଦୃଶ୍ୟାବଳୀ, ନିଜ ଭବିଷ୍ୟତ, ନିଜର ସମ୍ପୂର୍ଣ୍ଣ ଓ ଅନ୍ୟମାନଙ୍କ ଭବିଷ୍ୟତ ଦେଖିବା ସରଳ ହୋଇଯାଏ ।
ପରମାତ୍ମା ତାଙ୍କ ମହାବାକ୍ୟଗୁଡିକରେ (ମୂରଲୀ) ବାରମ୍ବାର ଆମର ଶ୍ରେଷ୍ଠ ସ୍ବରୂପ, ଆମର ଶକ୍ତି ଓ ଆମର ମହାନତା ବିଷୟରେ ସ୍ମରଣ କରାଉଛନ୍ତି । ଆମକୁ ସେଗୁଡିକ ଉପରେ ଚିନ୍ତନ କରିବା ପୂର୍ବକ ତଦନୁରୂପ ନିଜ ସ୍ବରୂପ ନିର୍ମାଣ କରି ସେହି ମହାନତାକୁ ସ୍ବୀକାର କରିନେଲେ ମନ ପରମାତ୍ମା ସହିତ ସହଜରେ ଯୁକ୍ତ ହୋଇପାରିବ । ଆମ ଦୈନନ୍ଦିନ ଜୀବନରେ ସମ୍ବନ୍ଧ ଓ ସମ୍ପର୍କରେ ଆସୁଥିବା ପ୍ରତ୍ୟେକଙ୍କୁ ଆତ୍ମିକ ଦୃଷ୍ଟିରେ ଦେଖିବା ଉଚିତ । ଏତଦ୍ ସହିତ ସେମାନଙ୍କର ବର୍ମାନ ଭୂମିକା (ଚବକ୍ସଗ୍ଧ) ଓ ମୂଳ ସ୍ବରୂପକୁ ଚିନ୍ତନ କରିବା ଦ୍ୱାରା ଅନ୍ୟମାନଙ୍କ ଆଚରିତ ନକାରାତ୍ମକ କାର୍ଯ୍ୟ ଓ ବ୍ୟବହାର ମନକୁ ଅସ୍ଥିର କରିବ ନାହିଁ ଓ ପ୍ରତ୍ୟେକଙ୍କ ସହିତ ମଧୁର ସମ୍ବନ୍ଧ ଓ ସମ୍ପର୍କ ବଜାୟ ରହିବ । ଏ କଥା ସ୍ମରଣ ରଖିବାକୁ ହେବ ଯେ ଆମେ ଅନ୍ୟକୁ ଯେପରି ଦେଖି ଥାଉ, ସେପରି ବନିଯାଉ ।
ଜ୍ଞାନ ବଳ ଓ ଯୋଗ ବଳ ବଢ଼ାଇବା ପରମାବଶ୍ୟକ । ଅନ୍ୟଥା ଛୋଟ ଛୋଟ ବିଘ୍ନ ମଧ୍ୟ ଆତ୍ମାକୁ ଉଦ୍ଧ୍ୱର୍ାଭିମୁଖୀ ହେବାକୁ ଦିଏ ନାହିଁ । ଜ୍ଞାନ ବଳ ବୃଦ୍ଧି ପାଇଁ ଜ୍ଞାନର ପ୍ରତ୍ୟେକ ବିନ୍ଦୁକୁ ନିଜ ବୁଦ୍ଧିରେ ସନ୍ଦେହ ରହିତ ହୋଇ ସ୍ବୀକାର କରି ମନନ କରିବା ଉଚିତ । ଏହା ଦ୍ୱାରା ମନନ ଶକ୍ତି ବଢ଼େ । ଏହା ବ୍ୟତୀତ ପ୍ରତ୍ୟେହ ଈଶ୍ୱରୀୟ ଜ୍ଞାନ ସମ୍ବନ୍ଧିତ ପୁସ୍ତକ ଓ ପତ୍ରିକାର ଅଧ୍ୟୟନ ଓ ସେଥିରୁ ପ୍ରାପ୍ତ ଅନୁଭବ ଲେଖିବା ଦ୍ୱାରା ଯୋଗ ସହଜ ଓ ସରଳ ହୋଇଯାଏ ।
କେତେକ ରାଜଯୋଗୀଙ୍କ ମନ ଯୋଗାଭ୍ୟାସ ବେଳେ ଏକାଗ୍ର ହୋଇ ପାରେ ନାହିଁ । ମନରେ ନାନା ପ୍ରକାର ବି·ର ଆସୁଥାଏ ଓ ଯାଉଥାଏ । ଏହାର କାରଣ ହେଉଛି କୌଣସି ନା କୌଣସି ବ୍ୟକ୍ତି , ବସ୍ତୁ ବା ଘଟଣା ସହିତ ସେମାନଙ୍କ ମନ ଯୋଡି ହୋଇଥାଏ । ଯେପର୍ଯ୍ୟନ୍ତ ବୁଦ୍ଧି ଏକ ପରମାତ୍ମା-ବ୍ରତା ନ ହୋଇଛି ସେପର୍ଯ୍ୟନ୍ତ ବାହ୍ୟ ଆକର୍ଷଣରୁ ମୁକ୍ତ ହୋଇ ପାରେ ନାହିଁ । ଏଥିପାଇଁ କୌଣସି ପ୍ରାପ୍ତିର ଆକାଙ୍କ୍ଷା ତ୍ୟାଗ କରିବା ଉଚିତ । ପରମାତ୍ମା ପ୍ରାପ୍ତି ପରେ ଅନ୍ୟଠାରୁ ଆନନ୍ଦ ପାଇବାର ସଂକଳ୍ପ ମଧ୍ୟ କରିବା ଉଚିତ ନୁହେଁ । କେବଳ ଏକ ପରମାତ୍ମାଙ୍କଠାରେ ମନ ମଗ୍ନ ହୋଇଯିବା ଉଚିତ ନୁହେଁ । କେବଳ ସେହି ଏକଙ୍କଠାରେ ମନ ସନ୍ତୁଷ୍ଟ ହୋଇଯିବା, ଏକହିଁ ସର୍ବସ୍ବ ବନିଯିବା, ଏକଙ୍କ ବ୍ୟତୀତ ଅନ୍ୟ କାହାକୁ ହୃଦୟରେ ସ୍ଥାନ ନ ଦେବା ତଥା ଏକଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ଭାବ ପୋଷଣ କରିବା ହେଉଛି ଏକବ୍ରତା । ଏକବ୍ରତା ପାଇଁ ଯୋଗ ସହଜ ଓ ସ୍ବଭାବିକ ହୋଇଯାଏ ।
ନିରନ୍ତର ଅଭ୍ୟାସ
କଥିତ ଅଛି- ଚକ୍ସବମଗ୍ଧସମର ଜ୍ଞବଳରଗ୍ଦ ବ ଜ୍ଞବଦ୍ଭ କ୍ଟ୍ରରକ୍ସଲରମଗ୍ଧ ଅଭ୍ୟାସ, କଠିଣ ବିଷୟକୁ ସରଳ କରିଦିଏ । ଅଭ୍ୟାସ ବଳରେ ମୁର୍ଖ ମଧ୍ୟ ବୁଦ୍ଧିବାନ ହୋଇପାରେ । ଅଭ୍ୟାସ ହେଉଛି ସଫଳତାର ·ବି । ଏଥିପାଇଁ ଅଧିକରୁ ଅଧିକ ସମୟ ଯୋଗାଭ୍ୟାସ କରିବା ବିଧେୟ । କୌଣସି ପରିସ୍ଥିତି ବା କାରଣର ଦ୍ୱାହି ଦେଇ ଯୋଗାଭ୍ୟାସରୁ ନିବୃ ହେବା ଅନୁଚିତ । ଅନେକ ସମୟରେ ତତ୍କାଳ ଅନୁଭବ ନ ହେବା କାରଣରୁ ଯୋଗାଭ୍ୟାସରେ ଋଚି ରହେ ନାହିଁ । କିନ୍ତୁ ଯେଉଁ ବ୍ୟକ୍ତି ସତତ ଅଭ୍ୟାସ କରୁଥାନ୍ତି ସେ ଦିନେ ନା ଈପ୍ସିତ ଲକ୍ଷ୍ୟ ପ୍ରାପ୍ତିରେ ସଫଳ ହୁଅନ୍ତି । ଯେଉଁମାନେ ବର୍ଷେ ବା ଦୁଇ ବର୍ଷ ମଧ୍ୟରେ ଶ୍ରେଷ୍ଠ ସ୍ଥିତି ପାଇବାକୁ ଇଚ୍ଛୁକ ସେମାନଙ୍କୁ ଖୁବ୍ ଅଭ୍ୟାସ କରିବାକୁ ପଡିବ । ପ୍ରାତଃ ଶଯ୍ୟା ତ୍ୟାଗ ପରେ, ସନ୍ଧ୍ୟାରେ, ରାତ୍ରି ଶଯ୍ୟାଗ୍ରହଣ ପୂର୍ବରୁ ଅଧା ଘା ଲେଖାଏଁ ଏବଂ ଦିନ ସାରା କାର୍ଯ୍ୟ କରିବା ସମୟରେ ଅନ୍ତତଃ ପା ଥର ୧ଠମନିଟ ଲେଖାଏଁ ଯୋଗାଭ୍ୟାସ କରିବା ଉଚିତ । ଏତତ୍ ବ୍ୟତୀତ ପ୍ରାତଃ ଭ୍ରମଣ ବେଳେ, କାର୍ଯ୍ୟାଳୟ ବା କାର୍ଯ୍ୟକ୍ଷେତ୍ରକୁ ଯିବା ସମୟରେ ତଥା ସ୍ନାନ ଶୌ·ଦି ସମୟରେ ମଧ୍ୟ ମନକୁ ଈଶ୍ୱରୀୟ ଜ୍ଞାନ ଚିନ୍ତନ ଓ ମନନରେ ବ୍ୟସ୍ତ ରଖାଯାଇ ପାରେ । ଧ୍ୟାନ ଦେବା ଆବଶ୍ୟକ ଯେ ସମଗ୍ର ଦିନରେ ବିଭିନ୍ନ ସମୟରେ କରାଯାଉଥିବା ଏହି ଯୋଗାଭ୍ୟାସ ସମୟ ମିଶି ଅନ୍ତତଃ ·ରି ଘା ଆବଶ୍ୟକ । ଅନ୍ୟଥା ଯୋଗୀ ଜୀବନର ଶ୍ରେଷ୍ଠ ଆନନ୍ଦ ପ୍ରାପ୍ତ ହୋଇ ପାରିବ ନାହିଁ । ଯେଉଁମାନେ ବିଜୟୀ ରନô ବନିବାକୁ ·ହାନ୍ତି ସେମାନଙ୍କୁ ଅନ୍ତତଃ ଆଠ ଘା ଯୋଗାଭ୍ୟାସ କରିବାକୁ ପଡିବ । ଏଥିପାଇଁ ପ୍ରତ୍ୟେକଙ୍କୁ ନିଜ ଲକ୍ଷ୍ୟ ଅନୁରୂପ ଯୋଗର ସମୟ ନିର୍ଘ ପ୍ରସ୍ତୁତ କରି ଯୋଜନାବଦ୍ଧ ଭାବରେ ପୁରୁଷାର୍ଥ ରତ ହେବା ଉଚିତ । ଏକଥା ମନେ ରଖିବା ଉଚିତ ଯେ ଜଣେ ଯୋଗୀ ଯାହା ଇଛା ତାହା କରିପାରେ । ଯୋଗ ଭଲ ହେଲେ ପରିସ୍ଥିତି ମଧ୍ୟ ବଦଳି ଯିବ, ସମସ୍ୟାଗୁଡିକର ପ୍ରକୋପ ହ୍ରାସ ହେବ ଓ ପବିତ୍ରତା ପାଳନ ସହଜ ମନେ ହେବ । ଯୋଗ ସହଜ ହେଲେ ଜୀବନ ମଧ୍ୟ ସହଜ ଓ ସରଳ ହୋଇଥାଏ ।
ଆହାର ଓ ନିଦ୍ରା
ଯୋଗରେ ଆହାର ଓ ନିଦ୍ରାର ସନ୍ତୁଳନ ଅପରିହାର୍ଯ୍ୟ । ଆଦୌ ନ ଖାଇ ବା ନ ଶୋଇ ଜଣେ ଯୋଗୀ ହୋଇ ପାରିବ ନାହିଁ । ନିଦ୍ରାହୀନତା ମସ୍ତିଷ୍କକୁ ଶକ୍ତିହୀନ କରି ଦିଏ । ଏହାର ପରିଣାମ ସ୍ବରୂପ ଅଳ୍ପ ଦିନ ମଧ୍ୟରେ ବ୍ୟକ୍ତି ଚିଡ୍ଚିଡା ସ୍ବଭାବର ହୋଇଯାଏ । ତାର ମାନସିକ ·ପ ବଢ଼ିବା ସେ ଅନୁଭବ କରେ । ଭୋଜନ ନ କରିବା ବା ଅଧିକ ଭୋଜନ କରିବା ମଧ୍ୟ ବୌଦ୍ଧିକ ବିକାଶ ପାଇଁ ବାଧକ ହୋଇଥାଏ । ଅଧିକ ଶୋଇବା ଓ ଅଧିକ ଖାଇବା ଦ୍ୱାରା ବୁଦ୍ଧି ମାନ୍ଦା ହେବାକୁ ଲାଗେ ଓ ପରିମିତ ଆହାର ଓ ନିଦ୍ରା ଅଭାବରେ ବୁଦ୍ଧି ଦୁର୍ବଳ ହୋଇଥାଏ । ଆଉ ମଧ୍ୟ ଜଣେ ଯୋଗୀ ସମୟାନୁସାରେ ଖାଇବା ଉଚିତ । ବିଳମ୍ବରେ ଖାଇବା ଦ୍ୱାରା ଖାଦ୍ୟ ଠିକ ଭାବରେ ହଜମ ହୋଇ ପାରେ ନାହିଁ । ରାତ୍ରି ଶୟନର ଅନ୍ତତଃ ୨/୩ ଘା ପୂର୍ବରୁ ଭୋଜନ କରିବା ଉଚିତ ଏବଂ ତତ୍ପଶ୍ଚାତ ୧/୨ ଘା ଚଲାବୁଲା କରିବା ଆବଶ୍ୟକ । ଜଣେ ଯୋଗୀକୁ ରାତ୍ରି ୧୧ ଘା ପରେ ଆଉ ଚେଇଁବା ଅନୁଚିତ । ସେହିପରି ପ୍ରାତଃ ୪ ଘା ପରେ ଶୋଇ ରହିବା ଠିକ ନୁହେଁ । କାରଣ ପ୍ରାତଃ ୪ ଘାରୁ ୫ ଘା ଯୋଗାଭ୍ୟାସ ପାଇଁ ଉପଯୁକ୍ତ ସମୟ । ଜଣେ ରାତ୍ର ୧ଠ ଘା ସମୟରେ ଶଯ୍ୟା ଗ୍ରହଣ କଲେ ପ୍ରାତଃ ୩.୩ଠ ଘ: ସମୟରେ ବିନା କଷ୍ଟରେ ସେ ଉଠି ପାରିବ ।
ଯୋଗ ହେଉଛି ସେବାର ଆଧାର
ସେବା ବିନା ଯୋଗ ପରିପକ୍ୱ ହୁଏ ନାହିଁ । ସେବା ବିନା ଯୋଗୀ ଜୀବନ ମୂଲ୍ୟହୀନ । ଦାନ ଓ ଉପଭୋଗ ଦ୍ୱାରା ଜଣେ ଧନୀ ବୋଲି ପରିଚିତ ହୁଏ । ପରମାତ୍ମାଙ୍କଠାରୁ ପ୍ରାପ୍ତ ଜ୍ଞାନକୁ ପ୍ରସାଦ ରୂପେ ଜନସାଧାରଣଙ୍କ ମଧ୍ୟରେ ବିତରଣ ଓ ନିଜ ଜୀବନରେ ଉପଯୋଗ ବିନା ଜଣେ ଯୋଗୀ ପଦବାଚ୍ୟ ହୋଇ ପାରେ ନାହିଁ । ଈଶ୍ୱରୀୟ ଜ୍ଞାନ ଆଧାରରେ ନିଜେ ପରିବର୍ନ ହୋଇ ଅନ୍ୟକୁ ନିଜ ପରି ଗଢ଼ିବାର ପ୍ରୟାସ ହେଉଛି ଶ୍ରେଷ୍ଠ ସେବା । ପରମାତ୍ମା ଅବତରଣର ଏକମାତ୍ର ଉଦ୍ଧେଶ୍ୟ ହେଉଛି ବିଶ୍ୱ ପରିବର୍ନ ଅର୍ଥାତ ସତ୍ୟଯୁଗୀୟ ସାମ୍ରାଜ୍ୟର ସ୍ଥାପନ । ତେଣୁ କଳିଯୁଗୀୟ ସଂସ୍କାରକୁ ସମୂଳେ ନଷ୍ଟ କରିବା ପାଇଁ ଯୋଗ ଏକ ମାଧ୍ୟମ । ଏହି କାର୍ଯ୍ୟରେ ପରମାତ୍ମାଙ୍କୁ ସହଯୋଗ କରିବାର ନାମ ସେବା ।
ସେବା ପୂର୍ବରୁ ଯୋଗ ବଳ ହେବା ପରମାବଶ୍ୟକ । ଯଦି ଯୋଗବଳ ବିନା ସେବା କରାଯାଏ ତେବେ ତାହା କ୍ଳାନ୍ତି କାରକ ଓ କମ ଫଳ ଦାୟକ ହୋଇଥାଏ । ଜଣେ ପ୍ରକୃତ ଯୋଗୀ ପଛରେ ସେବା ଓ ସେବା ଜନିତ ସଫଳତା ଛାୟା ସଦୃଶ ଗତି କରିଥାଏ । ଯୋଗବଳ, ପବିତ୍ର ଦୃଷ୍ଟି, ଶ୍ରେଷ୍ଠ ବି·ର ଏବଂ ସ୍ବ-ମାନ ସ୍ଥିତି ସେବାରେ ସଫଳତା ପାଇଁ ଆଧାର ଅଟେ । ତେଣୁ ପ୍ରକୃତ ସେବାଧାରୀ ଶ୍ରେଷ୍ଠ ଯୋଗୀ ହେବା ଉଚିତ । ଯଦି କୌଣସି ବ୍ୟକ୍ତି କେବଳ ସେବା-ସ୍ମୃତି ସ୍ବରୂପ (ଝରକ୍ସଙ୍ଖସମର ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦ) ଓ ସେବାକୁ ସବୁକିଛି ମାନନ୍ତି ; କିନ୍ତୁ ଯୋଗରେ ଋଚି ରଖନ୍ତି ନାହିଁ ତେବେ ସେ ଆତ୍ମ ସନ୍ତୋଷରୁ ବିତ ହୁଅନ୍ତି ଏବଂ ତାଙ୍କଠାରେ ଅହଂକାର ଜାତ ହୋଇ ପରସ୍ପର ମଧ୍ୟରେ ସଂଘର୍ଷ କରିବାର ସମ୍ଭାବନା ଥାଏ । ଏହାଦ୍ୱାରା ସଙ୍ଗଠନରେ ପାରସ୍ପରିକ ସଦ୍ଭାବ ବ୍ୟାହତ ହୁଏ ଓ ସେବାର ସ୍ବାଦ ବିଷ ତୁଲ୍ୟ ମନେ ହୋଇଥାଏ । ଅନ୍ୟପକ୍ଷରେ ଯେଉଁ ବ୍ୟକ୍ତି ଯୋଗୀ; ସେ ସେବାଧାରୀ ମଧ୍ୟ ଅଟେ । ସେ ନିଜ ଯୋଗୀ ଜୀବନରେ ସମ୍ପୂର୍ଣ୍ଣ ସୁଖ ଓ ସନ୍ତୁଷ୍ଟତା ଅନୁଭବ କରନ୍ତି ।
ଯୋଗାଭ୍ୟାସ ପାଇଁ ବିଭିନ୍ନ ବିଧି
ଯୋଗକୁ ସହଜ ବନାଇବା ପାଇଁ ତଦ୍ ପ୍ରତି ଋଚି ଓ ଅଭ୍ୟାସର ବିଭିନ୍ନ ବିଧି ଅନୁସରଣ କରିବାକୁ ପଡିଥାଏ ।
ମନରେ ଆତ୍ମା ଓ ପରମାତ୍ମାଙ୍କ ସୁନ୍ଦରରୁ ସୁନ୍ଦର ଚିତ୍ର ନିର୍ମାଣ କରନ୍ତୁ । ଆତ୍ମା ଏକ ଶକ୍ତିପୁଞ୍ଜ (ଇ ଚକ୍ଟସଦ୍ଭଗ୍ଧ କ୍ଟଲ ରଦ୍ଭରକ୍ସଶଚ୍ଚ) ଅଟେ । ସ୍ପଷ୍ଟ ଭାବରେ ଦେଖିବାର ପ୍ରୟାସ କରନ୍ତୁ ଯେ ଆତ୍ମାରୁ ବିଭିନ୍ନ ରଙ୍ଗର କିରଣ ନିର୍ଗତ ହୋଇ ଚତୁର୍ଦ୍ଧିଗରେ ବିସ୍ତାରିତ ହେଉଛି । ବର୍ମାନ ସଂକଳ୍ପ କରନ୍ତୁ, ମୁଁ ଆତ୍ମା ଏକ ଶୁଦ୍ଧ ହୀରା ତୁଲ୍ୟ ଅଟେ.....ମୋର ଚତୁର୍ଦ୍ଧିଗରେ ଶ୍ୱେତ ପ୍ରକାଶମୟ ଶରୀର ବିଦ୍ୟମାନ ..... ମୁଁ ଦ୍ୱେତ ପ୍ରକାଶ ସମ୍ପନ୍ନ ଅଟେ... । ଗୋଟିଏ ମିନିଟ ଏହି ସ୍ବରୂପରେ ସ୍ଥିତ ହୁଅନ୍ତୁ । ତା’ପରେ କଳ୍ପନା କରନ୍ତୁ ; ଶିବବାବା (ପରମାତ୍ମା)ଙ୍କ ଠାରୁ ରଙ୍ଗ-ବେରଙ୍ଗର କିରଣ ରାଜି ମୋ ଉପରେ ଏକ ଝରଣାର ଧାରା ସଦୃଶ ଅବତରିତ ହେଉଛି ।
ଆପଣ ମନରେ ଏକ ଚିତ୍ର ସର୍ଜନା କରନ୍ତୁ । ଏହି କଳ୍ପ ଏକ ଓଲଟା ବୃକ୍ଷ ସଦୃଶ ଅଟେ । ମୁଁ ଯୋଗୀ ଏହାର ମୂଳରେ ବସିଛି ଏବଂ ସର୍ବ ଶକ୍ତିବାନ ପରମପିତା ପରମାତ୍ମା ଶିବଙ୍କଠାରୁ ସର୍ବ ଶକ୍ତି ଆହରଣ କରି ସମସ୍ତ ଆତ୍ମାଙ୍କୁ ବିତରଣ କରୁଛି ।
ଆଉ ଏକ ଚିତ୍ର ନିର୍ମାଣ କରନ୍ତୁ । ସର୍ବଶକ୍ତିମାନ ଶିବ-ବାବା ପରମଧାମରୁ ଧରାପୃଷ୍ଠ ଅବତରଣ କରି ମୋର ମସ୍ତକର ଠିକ ଉପରେ ଏକ ଛତ୍ର ତୁଲ୍ୟ ଛାୟା ପ୍ରଦାନ କରୁଛନ୍ତି । ମୁଁ ଆତ୍ମା ତାଙ୍କ ଛତ୍ର ଛାୟା ତଳେ ନିର୍ଭୟ ଓ ନିଶ୍ଚିନ୍ତ ଭାବରେ ଆନନ୍ଦରେ ବିଭୋର ହୋଇ ବସିଛି ।
ଅନ୍ୟ କେଉଁ ଦିନ ନିଜ ସ୍ଥୂଳ ଶରୀରର ଆବରଣ ମଧ୍ୟରେ ସ୍ଥିତ ପ୍ରକାଶ ସ୍ବରୂପ ସୂକ୍ଷ୍ମ ଶରୀରକୁ ଅବଲୋକନ କରନ୍ତୁ । କଳ୍ପନା କରନ୍ତୁ ଆପଣଙ୍କ ସୂକ୍ଷ୍ମ ଶରୀର ସ୍ଥୂଳ ଶରୀର ତ୍ୟାଗ କରି ଉଦ୍ଧ୍ୱାଭିମୁଖୀ ହେଉଛି ଓ ଏକ ରକେଟ ସଦୃଶ ସୂକ୍ଷ୍ମଲୋକ ଅଭିମୁଖେ ଗତି କରୁଛି । ସେଠାରେ ପହି ସେ ଅବ୍ୟକ୍ତ ବ୍ରହ୍ମା ଓ ତାଙ୍କ ମଧ୍ୟରେ ବିରାଜିତ ଶିବ-ବାବାଙ୍କ ଦୃଷ୍ଟି ବିନିମୟ କରି ପୁନର୍ବାର ଭୂଲୋକ ସ୍ଥିତ ନିଜ ଶରୀର ମଧ୍ୟରେ ପ୍ରବେଶ କରୁଛି । ବାରମ୍ବାର ଏହିପରି ଅଭ୍ୟାସ କରନ୍ତୁ ।
ଏହି ପରି ଯଦି ଜଣେ ଯୋଗୀ ନିୟମିତ ଦୃଢ଼ତା ଓ ବିଶ୍ୱାସର ସହିତ ଏକବ୍ରତା ହୋଇ ଅନ୍ତତଃ ୬ ମାସ ପର୍ଯ୍ୟନ୍ତ ଯୋଗାଭ୍ୟାସ କରେ ତେବେ ସେ ସବୁ ଦିନ ପାଇଁ ସହଜ ଯୋଗୀ ହୋଇ ପାରିବ । ଅନ୍ୟପକ୍ଷରେ ଯେଉଁମାନେ ଏହାକୁ ସହଜ ଯୋଗ ଭାବି କୌଣସି ପୁରୁଷାର୍ଥ ନ କରିବେ ତେବେ ସେମାନଙ୍କ ପାଇଁ ଯୋଗ କଠିଣ ମନେ ହେବ । ସେମାନେ ଯୋଗାନନ୍ଦ ଲାଭରୁ ବିତ ହେବେ ।
ରାଜଯୋଗ ସାଧନାରେ ସା୍ୱିକ ଭୋଜନର ମହ୍ୱ
ପ୍ରାଚୀନ କାଳରେ ମୁନି ଋଷିଗଣ ବଣ-ଜଙ୍ଗଲରେ ରହି କଠୋର ତପଃ - ସାଧନା କରୁଥିଲେ । ଫଳମୂଳ ହିଁ ସେମାନଙ୍କ ଖାଦ୍ୟ ଥିଲା । ତେଣୁ ସେମାନଙ୍କ ଶରୀର ନିରାମୟ ଏବଂ ମନ ଶୁଦ୍ଧ ଓ ପବିତ୍ର ରହୁଥିଲା । ସେମାନଙ୍କ ତପଃ ସାଧନାରେ ସଫଳତାର ଆଧାର ଥିଲା ଶୁଦ୍ଧ, ସା୍ୱିକ ଓ ପବିତ୍ର ଭୋଜନ । ସ୍ବାଦେନ୍ଦ୍ରିୟ ଓ କର୍ମେନ୍ଦ୍ରିୟ ଉପରେ ଅଙ୍କୁଶ ରଖୁଥିବା ବ୍ୟକ୍ତି ହିଁ ଆଧ୍ୟାତ୍ମିକ କ୍ଷେତ୍ରରେ ବାସ୍ତବିକ ପୁରୁଷାର୍ଥୀ ରୂପରେ ସ୍ବୀକୃତ ହୋଇଥାଏ । ଆଧ୍ୟାତ୍ମିକ ଉନ୍ନତି ପାଇଁ ଶାରୀରିକ ସ୍ବାସ୍ଥ୍ୟ ସହିତ ମାନସିକ ଓ ବୌଦ୍ଧିକ ସ୍ବାସ୍ଥ୍ୟ ମଧ୍ୟ ଆବଶ୍ୟକ । ଏଥିପାଇଁ ରାଜଯୋଗ ତପସ୍ୟାରେ ଉଭୟ ତନୁ ଓ ମନର ସ୍ବାସ୍ଥ୍ୟ ଠିକ ରଖିବା ପାଇଁ ଶୁଦ୍ଧ ଓ ସା୍ୱିକ ଭୋଜନ ଅପରିହାର୍ଯ୍ୟ । ଭୋଜନର ଶୁଦ୍ଧତା ପାଇଁ ସା୍ୱିକ ବୃି ଓ ଈଶ୍ୱରୀୟ ସ୍ମୃତିଯୁକ୍ତ ହୋଇ ରନ୍ଧନ କି୍ରୟା ହୋଇଥିବା ଆବଶ୍ୟକ ।
ଯେମିତି ଅନ୍ନ ସେମିତି ମନ
ଭୋଜନ ପ୍ରସ୍ତୁତକାରୀର ମନୋବୃିର ଗଭୀର ପ୍ରଭାବ ତାଦ୍ୱାରା ପାକସିଦ୍ଧ ଖାଦ୍ୟ ଉପରେ ପଡିଥାଏ । ଦୁର୍ଭାବନାଯୁକ୍ତ ବା ହୀନ ବୃି ଦ୍ୱାରା ପାକ ହୋଇଥିବା ଖାଦ୍ୟ ଖାଇବା ଦ୍ୱାରା ମନୁଷ୍ୟର ବୃି ମଧ୍ୟ ବିକୃତ ହୋଇଯାଏ । ସ୍ୱଗୁଣୀ ବୃି ସମ୍ପନ୍ନ ବ୍ୟକ୍ତି ଦ୍ୱାରା ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇଲେ ମନର ବୃି ସା୍ୱିକ ହୁଏ । ଏହିପରି ଖାଦ୍ୟ ଗ୍ରହଣ ଯୋଗ ସାଧନା ପାଇଁ ସହାୟକ । ମଣିଷର କର୍ମ ଓ ବି·ର ତାର ପାରିପାଶ୍ୱିର୍କ ପରିବେଶ ଉପରେ ପ୍ରଭାବ ପକାଇ ଥାଏ । ଖାଦ୍ୟ ପ୍ରସ୍ତୁତି ସମୟରେ ରୋଷେୟା ମନରେ ଉପôନ୍ନ ହେଉଥିବା ସଂକଳ୍ପ ରୋଷେଇ ଘରର ଚତୁର୍ଦ୍ଧିଗରେ ବିସ୍ତାରିତ ହୋଇ ଖାଦ୍ୟର ପ୍ରତି କଣିକାକୁ ପ୍ରଭାବିତ କରିଥାଏ । ସେହି ଖାଦ୍ୟ କଣିକାଗୁଡିକ ସଂକଳ୍ପର ପ୍ରଭାବକୁ ନିଜ ମଧ୍ୟରେ ସାଇତି ରଖିଥାଏ ଓ ଯେଉଁ ବ୍ୟକ୍ତି ତାହା ଗ୍ରହଣ କରେ, ତାମନରେ ସେହି ପ୍ରଭାବ ପଡିଥାଏ । ପୁନଶ୍ଚ ଅନ୍ୟାୟ ଉପାୟରେ ଅର୍ଜିତ ଧନ ଦ୍ୱାରା କ୍ରୟ ହୋଇଥିବା ଅନ୍ନ ମଧ୍ୟ ମନକୁ ମଳିନ କରିଥାଏ ଓ ଏହା ଯୋଗ-ସାଧନା ପାଇଁ ବାଧକ ହୁଏ ।
ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ଲୁଣ, ଲଙ୍କା, ମସଲା, ଚିନି ଆଦି ପ୍ରୟୋଗ କରାଯାଇଥାଏ । ଏହା ରସେନ୍ଦି୍ରୟ ପାଇଁ ତୃପ୍ତିକାରକ ହୋଇପାରେ; କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିରେ ଏପରି ଚଟ୍ପଟା ଖାଦ୍ୟ ସ୍ବାଦିଷ୍ଟ ନୁହେଁ । ଯେଉଁଖାଦ୍ୟ ଯୋଗଯୁକ୍ତ ଓ ସ୍ନେହଯୁକ୍ତ ହୋଇ ପ୍ରସ୍ତୁତ ହୋଇଥାଏ; ତାହାହିଁ ଯଥାର୍ଥରେ ସ୍ବାଦିଷ୍ଟ ଅଟେ । ଭୋଜନରେ ଯୋଗର ଶକ୍ତି ଓ ସ୍ନେହର ସୁଗନ୍ଧ ହେବା ଆବଶ୍ୟକ ।
ଯୋଗଯୁକ୍ତ ଭୋଜନ ପ୍ରସ୍ତୁତିର ବିଧି
ଭୋଜନ ପ୍ରସ୍ତୁତ କରିବା ସମୟରେ ସର୍ବଦା ମନରେ ଏହି ଭାବନା ହେବା ଉଚିତ ଯେ ମୁଁ ଶିବ ପରମାତ୍ମାଙ୍କ ପାଇଁ ଭୋଗ ପାକ କରୁଛି । ଏହାଦ୍ୱାରା ତାହା ସ୍ବତଃ ଯୋଗଯୁକ୍ତ ଓ ସ୍ନେହଯୁକ୍ତ ହୋଇଯିବ । ସବୁବେଳେ ଏହି ଅଭ୍ୟାସ କରିବା ଉଚିତ ଯେ ପାକଶାଳାରେ ଉଭୟ ଅବ୍ୟକ୍ତ ବ୍ରହ୍ମା ବାବା ଓ ତାଙ୍କ ସୂକ୍ଷ୍ମଶରୀରରେ ବିରାଜିତ ଶିବ ବାବା ଅବ୍ୟକ୍ତ ରୂପରେ ବିଦ୍ୟମାନ ; ସେ ମୋତେ ଦେଖୁଛନ୍ତି ଓ ତାଙ୍କ ନୟନ ଯୁଗଳରୁ ଦିବ୍ୟଶକ୍ତି ନିର୍ଗତ ହୋଇ ପାକ ହେଉଥିବା ଖାଦ୍ୟ ଉପରେ ପଡୁଛି । ଏହିପରି ପବିତ୍ର ଏବଂ ଶୁଦ୍ଧ-ଭୋଜନ ତପ-ସାଧନାର ଶିଖର ଦେଶ ପର୍ଯ୍ୟନ୍ତ ପହାଇବାରେ ଖୁବ୍ ସହାୟକ ହୋଇଥାଏ ।
ଯୋଗଯୁକ୍ତ ପାକ-କି୍ରୟା ମଧ୍ୟ ଉମ ଈଶ୍ୱରୀୟ ସେବା
କେତେକ ପାକ-କ୍ରିୟାକୁ (ରନ୍ଧନ କାର୍ଯ୍ୟ) ସାଧାରଣ ସେବା ବୋଲି ଭାବନ୍ତି । ସେମାନେ ଭାଷଣ ଦେବାକୁ ଉମ ସେବା ବୋଲି ମନେ କରନ୍ତି । ଏ ଭଳି ହୀନ ଭାବନା ଯୋଗୀ ପାଇଁ ଠିକ ନୁହେଁ । ଯୋଗଯୁକ୍ତ ଖାଦ୍ୟ ଖୁଆଇ ଅନେକଙ୍କ ମନକୁ ପବିତ୍ର କରାଯାଇ ପାରେ ଯଦ୍ୱାରା ସେମାନଙ୍କ ଯୋଗସ୍ଥିତିର ବିକାଶ ହୁଏ । ଏହି ପୁଣ୍ୟର କିଛି ଅଂଶ ଭୋଜନ ପ୍ରସ୍ତୁତକାରୀଙ୍କୁ ସ୍ବତଃ ପ୍ରାପ୍ତ ହୋଇଥାଏ । ଏହି ସେବା ଦ୍ୱାରା ଅନେକଙ୍କଠାରୁ ଆଶୀର୍ବାଦ ମିଳିଥାଏ ତଥା ସତ୍ୟଯୁଗୀୟ ବିଶ୍ୱ ନବ ନିର୍ମାଣ କାର୍ଯ୍ୟରେ ଜଣେ ମହ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ ।
ଭୋଜନ ଗ୍ରହଣର ବିଧି
ଜଣେ ଯୋଗୀ ବିବା ପାଇଁ ଖାଏ ; ଖାଇବା ପାଇଁ ବେ ନାହିଁ । ଭକ୍ତି ପରମ୍ପରାରେ ଖାଦ୍ୟ ଗ୍ରହଣ ପୂର୍ବରୁ ଭଗବାନଙ୍କୁ ଅର୍ପଣ କରିବାର ବିଧି ରହିଛି । ବର୍ମାନ ଅବ୍ୟକ୍ତ ଧାମ ନିବାସୀ ବ୍ରହ୍ମାବାବାଙ୍କ ସ୍ମୃତିରେ ପରମଧାମ ନିବାସୀ ପରମପିତା ପରମାତ୍ମା ସତତ ବିଦ୍ୟମାନ । ଉଭୟଙ୍କ ମଧ୍ୟରେ ଅଭେଦ ସମ୍ପର୍କ ସ୍ଥାପିତ । ତେଣୁ ଅବ୍ୟକ୍ତ ବ୍ରହ୍ମାଙ୍କୁ ବାପ-ଦାଦା କୁହାଯାଏ । ସେ ଏକାଧାରରେ ଆମର ଅଲୌକିକ ପିତା ଓ ଶିବବାବାଙ୍କ ପ୍ରଥମ ସନ୍ତାନ ହେତୁ ବଡଭାଇ (ଦାଦା) ଅଟନ୍ତି ।
ଅନ୍ୟପକ୍ଷରେ ପ୍ରଜାପିତା ବ୍ରହ୍ମାଙ୍କ ମୁଖ ମାଧ୍ୟମରେ ପରମାତ୍ମା ଶିବଙ୍କ ପ୍ରଦ ଜ୍ଞାନ ଦ୍ୱାରା ମୁଖବଂଶାବଳୀ ବ୍ରାହ୍ମଣମାନଙ୍କ ଉପôି ହୋଇଥିବାରୁ ବ୍ରହ୍ମା ହେଉଛନ୍ତି ସେମାନଙ୍କ ଅଲୌକିକ ପିତା (ବାପ୍) ଓ ପରମାତ୍ମା ବ୍ରହ୍ମାର ଜନକ ହୋଇଥିବାରୁ ବ୍ରାହ୍ମଣମାନଙ୍କର ପିତାମହ (ଦାଦା) ଅଟନ୍ତି । ତେଣୁ ପ୍ରତ୍ୟେକ ରାଜଯୋଗୀ (ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ) ଯୋଗଯୁକ୍ତ ଭାବରେ ପ୍ରସ୍ତୁତ ଭୋଗ (ଅନ୍ନ ବ୍ୟଞ୍ଜନ ସମୂହ) ଏକ ଥାଳିରେ ସଜାଇ ତା ଉପରେ ଏକ ଶୁଭ୍ର ଓ ସ୍ବଚ୍ଛ ବସ୍ତ୍ର ଆବୃ କରିବା ପୂର୍ବକ ନିଜ ସମ୍ମୁଖରେ କୌଣସି ଏକ ଉଚ୍ଚ ଆସନରେ ରଖନ୍ତୁ । ଆପଣଙ୍କୁ ବର୍ମାନ ଏ ଭୋଗ ଥାଳି ନେଇ ସୂକ୍ଷ୍ମ ଲୋକରେ ରହୁଥିବା ଅବ୍ୟକ୍ତ ବାପ-ଦାଦାଙ୍କ ନିକଟକୁ ସଂକଳ୍ପ ମାଧ୍ୟମରେ ପହିବାକୁ ହେବ । ସେଠରେ ପହି ବାପ୍-ଦାଦାଙ୍କ ସହିତ ଦୃଷ୍ଟି ବିନିମୟ କଲାପରେ ତାଙ୍କୁ ଭୋଗ ସମର୍ପଣ କରନ୍ତୁ ଓ ତାଙ୍କଠାରୁ ବିଦାୟ ନେଇ ନିଜ ସ୍ଥୂଳ ଶରୀରକୁ ଫେରି ଆସନ୍ତୁ । ଏହି ଶିବାର୍ପିତ ଭୋଗ ବୁଦ୍ଧିକୁ ସ୍ବଚ୍ଛ ନିର୍ମଳ ଓ ପବିତ୍ର କରେ । ଭୋଜନକୁ ସର୍ବଦା ପରମାତ୍ମା -ପ୍ରସାଦ ମନେ କରି ଖାଇବାର ଅଭ୍ୟାସ କରନ୍ତୁ ।
ଭୋଜନ କକ୍ଷରେ ସର୍ବଦା ପ୍ରସନ୍ନତାର ବାତାରବରଣ ରହିବା ଉଚିତ । ଏଥିପାଇଁ ଆନନ୍ଦ ପ୍ରଦାୟକ କେତେକ ଈଶ୍ୱରୀୟ ମହାବାକ୍ୟ କାନ୍ଥିରେ ଟାଙ୍ଗି ରଖିବା ଦରକାର । ଭୋଜନ ଟେବୁଲରେ ସୁନ୍ଦର ଓ ସୁଗନ୍ଧିତ ପୁଷ୍ପଗୁଚ୍ଛ ରଖାଯାଇପାରେ । ଏହା ଦ୍ୱାରା ଭୋଜନ ସମୟରେ ମନ ପ୍ରସନ୍ନ ରହିବା ହେତୁ ପାଚକ ରସ ପ୍ରଚୁର ମାତ୍ରାରେ ସ୍ରାବିତ ହୋଇ ସୁ·ରୁ ରୂପେ ହଜମ କ୍ରିୟା ସମ୍ପନ୍ନ ହେବ ।
ଭୋଜନ ପୂର୍ବରୁ ଥାଳିରେ ପରଷା ଯାଇଥିବା ଖାଦ୍ୟକୁ ଈଶ୍ୱରୀୟ ସ୍କୃତିରେ ରହି ରହି ଦୁଇ ମିନିଟ ଦୃଷ୍ଟି ଦେବା ଉଚିତ । ଏହା ଦ୍ୱାରା ଭୋଜନ ସାମଗ୍ରୀ କୌଣସି ବିକାରୀ ବା ଦୁଷ୍ପ୍ରବୃି ସମ୍ପନ୍ନ ବ୍ୟକ୍ତି ଦ୍ୱାରା ପ୍ରସ୍ତୁତ ହୋଇଥିଲେ ବା ତାଙ୍କଠାରୁ କିଣିଥିଲେ ସେଥିରେ ଥିବା ଅଶୁଦ୍ଧ ପ୍ରକମ୍ପନର ଅଂଶ ନଷ୍ଟ ହୋଇଯାଏ । ଅନ୍ୟଥା ଭୋଜନରେ ଥିବା କୌଣସି ବିକାରୀ ବୃିର ଅଂଶ ବିକ୍ଷେପ ସୃଷ୍ଟି କରି ପତନର କାରଣ ହୁଏ ।
ମନ ପସନ୍ଦ ସ୍ବାଦିଷ୍ଟ ଭୋଜନ ମିଳିଲେ ଅଧିକ ଖାଇ ହୋଇଯିବା ଏକ ସାଧାରଣ କଥା । ପ୍ରତ୍ୟେକଙ୍କ ପାକସ୍ଥଳୀରେ ସେମାନେ ନିୟମିତ ଖାଉଥିବା ଭୋଜନ ଅନୁସାରେ ପାଚକ ରସ ନିର୍ମତ ହୋଇଥାଏ । ଅଧିକ ମାତ୍ରଳରେ ଖାଦ୍ୟ ଖାଇଲେ ଆଳସ୍ୟ ଉପôନ୍ନ ହୁଏ ଯାହାକି ଯୋଗ ପାଇଁ ବାଧକ ଅଟେ । ରାତ୍ରି ଭୋଜନ ହାଲୁକା ହେବା ଉଚିତ ଯଦ୍ୱାରା ପରବର୍ୀ ଦିନ ଅମୃତ ବେଳାରେ ଶଯ୍ୟାତ୍ୟାଗ ବେଳେ ଫୁିର୍ ଅନୁଭବ ହେବ । ରାତ୍ରୀରେ ବିଳମ୍ବରେ ଶଯ୍ୟା ଗ୍ରହଣ ଓ ଗରିଷ୍ଠ ଭୋଜନ କଲେ ଯୋଗୀ ଆଳସ୍ୟ ବଶବର୍ୀ ହୋଇ ଅମୃତ ବେଳାରେ ଈଶ୍ୱରୀୟ ବରଦାନ ଅମୃତ ପ୍ରାପ୍ତିରୁ ବିତ ହୁଏ ଓ ତା’ ପାଇଁ ଏହି ସମୟ “ମୃତବେଳା”ରେ ପରିଣତ ହୋଇଯାଏ ।
ଆତ୍ମାର ଭୋଜନ ମଧ୍ୟ ସା୍ୱିକ ହେବା ଉଚିତ
ସ୍ଥୂଳ ଶରୀର ପରି ଆତ୍ମାର ଭୋଜନ ହେଉଛି ସଂକଳ୍ପ । ଶୁଦ୍ଧ ଓ ଶକ୍ତିଶାଳୀ ସଂକଳ୍ପ ରୂପୀ ଭୋଜନ ଦ୍ୱାରା ଆତ୍ମା ଦିବ୍ୟ ବନିଯାଏ । ଏପରି ଆତ୍ମା ସର୍ବଦା ଶାନ୍ତ, ଶୀତଳ ଓ ହାଲୁକା ରହେ ଓ ପରମାତ୍ମାଙ୍କ ସହିତ ଅନାୟାସ ଯୋଗ ଯୁକ୍ତ ହୋଇପାରେ । ଦିବ୍ୟ ଆତ୍ମାରେ ଶୁଭ ଓ ଶୁଦ୍ଧ ଭାବନା ଉପôନ୍ନ ହେବା ଫଳରେ ଜୀବନ ସତୋପ୍ରଧାନ ହୋଇଉଠେ । ଯେପରି ଅନ୍ନ ସେପରି ମନ । ଆତ୍ମା ମନର ମାଲିକ ଅଟେ । ଏଣୁ ମନକୁ ବୁଝାଇ ସୁଝାଇ ସା୍ୱିକ ଖାଦ୍ୟ ପ୍ରତି ରୁଚି ବଢ଼ାଇବା ଏକାନ୍ତ ଆବଶ୍ୟକ । ରାଜଯୋଗୀ ଆତ୍ମିକ ସ୍ଥିତି ଓ ରାଜଯୋଗ ଆଧାରରେ ମନକୁ ନିୟନ୍ତ୍ରଣ କରିପାରେ ଓ ଭୋଜନକୁ ସା୍ୱିକ ରଖିବାରେ ସମର୍ଥ ହୁଏ । ସା୍ୱିକ ଭୋଜନ ଆହରଣ କଲେ ମନ ଏକାଗ୍ର ରହିପାରେ । ଈଶ୍ୱରଙ୍କ ସ୍ମରଣ ଅବିଚଳିିତ ଓ ଅଖଣ୍ଡ ହୋଇପାରେ । ସ୍ବାସ୍ଥ୍ୟ ଅତୁଟ ରହେ । ତେଣୁ ସା୍ୱିକ ଭୋଜନର ମହ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।
Comments
Post a Comment