(22) ାା ଅଷ୍ଟମ ଅଧ୍ୟାୟ ।ା ରାଜଯୋଗ: ମନୋଶାରୀରିକ ପରୀକ୍ଷଣ

 ାା ଅଷ୍ଟମ ଅଧ୍ୟାୟ ।ା

ରାଜଯୋଗ: ମନୋଶାରୀରିକ ପରୀକ୍ଷଣ

ଗୀତାରେ ରାଜଯୋଗ ରାଜବିଦ୍ୟା ନାମରେ କଥିତ । ଗୀତାର ଭାଷ୍ୟକାରଗଣ ରାଜଯୋଗର ବ୍ୟବହାରିକ ପକ୍ଷ ଅପେକ୍ଷା ଦାର୍ଶନିକ ସିଦ୍ଧାନ୍ତ ଉପରେ ଅଧିକ ଗୁରୁତ୍ୱ ଦେଇଥିବା ହେତୁ ଏହା ଜନସାଧାରଣଙ୍କ ଦ୍ୱାରା ବିଶେଷ ଆଦୃତି ଲାଭ କରି ପାରି ନ ଥିଲା । ତେଣୁ ଗୀତା ଉପରେ ପାଣ୍ଡିତ୍ୟ ଥାଇ ମଧ୍ୟ ଅନେକ ବିଦ୍ୱାନ ମନୋବିକାରଗୁଡିକରୁ ମୁକ୍ତ ହୋଇ ପାରନ୍ତି ନାହିଁ । ୧୯୩୭  ମସିହାରେ ଈଶ୍ୱରୀୟ ପ୍ରେରଣା କ୍ରମେ ପ୍ରଜାପିତା ବ୍ରହ୍ମା ବାବା ରାଜଯୋଗକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ଆରମ୍ଭ କଲେ । ଏହାଦ୍ୱାରା ଉଭୟ ମାନସିକ ଓ ଶାରୀରିକ ସ୍ତରରେ ତାଙ୍କ ମଧ୍ୟରେ ଅଭୂତପୂର୍ବ ପରିବର୍ନ ପରିଲକ୍ଷିତ ହେଲା । ଅଶୀ ବର୍ଷ ବୟସରେ ମଧ୍ୟ ସେ ଯୁବକ ସୁଲଭ ଶକ୍ତି ଓ ଫୂିର୍ ଅନୁଭବ କରୁଥିଲେ । ତାଙ୍କର ପରିବିର୍ତ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ସେତେବେଳେ ଅନେକ ନର-ନାରୀ ରାଜଯୋଗର ଅଭ୍ୟାସ କରିବାକୁ ଲାଗିଲେ । ଏହାଦ୍ୱାରା ସେମାନଙ୍କର ତମୋଗୁଣଗୁଡିକର ହ୍ରାସ ହୋଇ ଦିବ୍ୟ ଗୁଣଗୁଡିକର ବିକାଶ ହେବାକୁ ଲାଗିଲା । କାଳକ୍ରମେ ବ୍ରହ୍ମା ବାବା ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରି ଭାରତ ତଥା ଅନ୍ୟାନ୍ୟ ଦେଶମାନଙ୍କରେ ଏହି ରାଜଯୋଗର ପ୍ର·ର ପ୍ରସାର ପାଇଁ ଉଦ୍ୟମ କରିଥିଲେ । ଏହାର ପରିଣାମ ସ୍ବରୂପ ଆଜି ୧୩୦ଟି ଦେଶରେ ୮୫୦୦ଟି ସେବା କ୍ରେନ୍ଦ୍ର ସ୍ଥାପିତା ହୋଇ ନିଃଶୁଳ୍କ ରାଜଯୋଗ ପ୍ରଶିକ୍ଷଣ ଦିଆ ଯାଉଛି । 

ରାଜଯୋଗ ଦ୍ୱାରା ଉଭୟ ମାନସିକ ଓ ଶାରୀରିକ ପରିବର୍ନ ଲକ୍ଷ୍ୟ କରି ଏହାର କାରଣ ଜାଣିବା ପାଇଁ ପାଶ୍ଚା୍ୟ ବୈଜ୍ଞାନିକଗଣ ବିଗତ କେତେ ଦଶଦ୍ଧି ହେଲା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଉପରେ ବୈଜ୍ଞାନିକ ପରୀକ୍ଷଣ କରି ଆସୁଅଛନ୍ତି । ସାନ୍ଫ୍ରାନ୍ସିସ୍କୋ କାଲିଫର୍ଣ୍ଣଆ (ୟୁ.ଏସ୍ .ଏ) ସ୍ଥିତ ଲାଙ୍ଗ୍ଲେ ପୋର୍ଟର ମନୋସ୍ତା୍ୱିକ ଅନୁଷ୍ଠାନ ଖବଦ୍ଭଶକ୍ଷରଚ୍ଚ କ୍ଟ୍ରକ୍ଟକ୍ସଗ୍ଧରକ୍ସ କ୍ଟ୍ରଗ୍ଦଚ୍ଚମଷସବଗ୍ଧକ୍ସସମ ସଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧର ତରଫରୁ ବିଭିନ୍ନ ପ୍ରକାର ମନୋ-ଶାରୀରିକ ପରୀକ୍ଷଣ କରାଯାଇ ରାଜଯୋଗ ବିଷୟରେ ଅନେକ ତଥ୍ୟ ଆହରଣ କରାଯାଇଥିଲା । ମାନସିକ ଓ ଶାରୀରିକ କାର୍ଯ୍ୟ ସମ୍ପାଦନ କରୁଥିବା ଅବସ୍ଥାରେ ଦଶଜଣ ରାଜଯୋଗୀଙ୍କ ମସ୍ତିଷ୍କ ତରଙ୍ଗକୁ ଇଲେକ୍ଟ୍ରୋ ଏନସେଫାଲୋଗ୍ରାଫି (ଋଋଏ) ଦ୍ୱାରା ମପାଗଲା ଏବଂ ସେମାନଙ୍କ ମାଂଶ ପେଶୀର ସ୍ଥିତି ସ୍ଥାପକତା, ଉଦର, ହୃଦୟ ଓ ଶ୍ୱସନ ତନ୍ତ୍ରର ଗତି ତଥା ଫୁସଫୁସର ଅଙ୍ଗାରକାମ୍ଳ ସ୍ତର (ଖଙ୍କଦ୍ଭଶ ଉବକ୍ସଭକ୍ଟଦ୍ଭୟସକ୍ଟଙ୍ଘସୟର ସ୍ତର) ମଧ୍ୟ ମପାଗଲା । 

ବୈଜ୍ଞାନିକମାନେ ଏହି ପରୀକ୍ଷଣରୁ ଏକ ଆଶ୍ଚର୍ଯ୍ୟ ଜନକ ପରିଣାମ ଲକ୍ଷ୍ୟ କଲେ । ଦଶଜଣଙ୍କ ମଧ୍ୟରୁ ବ୍ରହ୍ମାକୁମାରୀ ଜାନକୀଦାଦୀଙ୍କ ଉପରେ କରାଯାଇଥିବା ପରୀକ୍ଷଣ ଉଲ୍ଲେଖନୀୟ ଥିଲା । ଧ୍ୟାନାବସ୍ଥାରେ, କଥାବାର୍ା ହେବା ବେଳେ, ଜଟିଳ ତ୍ୱଗୁଡିକର ମୀମାଂସା କଲା ବେଳେ, ବିଭିନ୍ନ ପ୍ରକାର ଆବେଗପୂର୍ଣ୍ଣ ପ୍ରତିକ୍ରିୟା ପ୍ରକାଶ କରିବା ବେଳେ, ଏହିପରି ପ୍ରତ୍ୟେକ ଅବସ୍ଥାରେ ଦାଦୀଜୀଙ୍କ ମସ୍ତିଷ୍କ ତରଙ୍ଗ ସ୍ଥିର ଥିଲା ଓ ଡେଲଟା ତରଙ୍ଗ (ଊରକ୍ଷଗ୍ଧବ ଙ୍ଗବଙ୍ଖରଗ୍ଦ) ଉପôନ୍ନ କରୁଥିଲା (ୠକ୍ସରକ୍ତଙ୍କରଦ୍ଭମଚ୍ଚ- ୩ ଐତ)  । ସାଧାରଣତଃ ଡେଲଟା ତରଙ୍ଗ କେବଳ ଗଭୀର ନିଦ୍ରାବସ୍ଥା ବ୍ୟତୀତ ଅନ୍ୟ ସମୟରେ ଉପôନ୍ନ ହୁଏ ନାହିଁ । ଏହି ପରୀକ୍ଷଣକୁ ପ୍ରାମାଣିକ କରିବା ପାଇଁ ଅନେକ ଥର ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଦାଦୀଜୀଙ୍କ  ମସ୍ତିଷ୍କରେ ମଧ୍ୟ ବୈଜ୍ଞାନିମାନେ କୌଣସି ଅସ୍ବାଭାବିକ ଲକ୍ଷଣ ପାଇ ନ ଥିଲେ ।

ସାଧାରଣତଃ ଆଖି ବନ୍ଦ କରି ବିଶ୍ରାମ ନେବା ସମୟରେ (ନିଦ୍ରିତାବସ୍ଥା ନୁହେଁ) ମସ୍ତିଷ୍କରେ ଆଲ୍ଫା ଇକ୍ଷକ୍ଟ୍ରଷବ ଙ୍ଗବଙ୍ଖରଗ୍ଦ ତରଙ୍ଗ ଉପôନ୍ନ ହୁଏ । ଯେତେବେଳେ ମାନସିକ କ୍ରିୟା ବଢେ ସେତେବେଳେ ଆଲ୍ଫା ତରଙ୍ଗ ଉପôନ୍ନ ହ୍ରାସ ପାଏ କିମ୍ବା ସମ୍ପୂର୍ଣ୍ଣ ଭାବରେ ଅନ୍ତର୍ହିତ ହୋଇଯାଏ । ଡେଲଟା ତରଙ୍ଗ ହେଉଛି ସବୁଠାରୁ ମନ୍ଥର ମସ୍ତିଷ୍କ ତରଙ୍ଗ (ଞଷର ଝକ୍ଷକ୍ଟଙ୍ଗରଗ୍ଦଗ୍ଧ ଈକ୍ସବସଦ୍ଭ ଙ୍ଗବଙ୍ଖରଗ୍ଦ) ଜାଗ୍ରତ ଅବସ୍ଥାରେ ବା ମାନସିକ କ୍ରିୟା କଳାପ ସମୟରେ ଧ୍ୟାନ କରୁଥିବା କିଛି ବ୍ୟକ୍ତିଙ୍କ ମଧ୍ୟ ପରୀକ୍ଷା କରାଗଲା । କେତେକଙ୍କଠାରେ ସାମୟିକ ଭାବେ ଡେଲଟା ତରଙ୍ଗ ଉପôନ୍ନ ହେଉଥିଲେ ମଧ୍ୟ ଦାଦୀ ଜାନକୀଜୀଙ୍କ ଭଳି ଏହା ସ୍ପଷ୍ଟ ଓ ସ୍ଥିର ନ ଥିଲା ।  ଏହି ପରୀକ୍ଷଣ ପୂର୍ବରୁ ୧୯୭୮ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ଟେକ୍ସାସ ବିଶ୍ୱ ବିଦ୍ୟାଳୟର ଭେଷଜ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନରେ (ଗରୟସମବକ୍ଷ ଗ୍ଦମସରଦ୍ଭମର ଜରଗ୍ଦରବକ୍ସମଷ ଓଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧର କ୍ଟଲ ଗ୍ଧଷର ଙ୍କଦ୍ଭସଙ୍ଖରକ୍ସଗ୍ଦସଗ୍ଧଚ୍ଚ କ୍ଟଲ ଞରଙ୍ଘବଗ୍ଦ, ଟ.ଝ.ଇ) ଦାଦୀଜୀଙ୍କୁ ପରୀକ୍ଷା କରାଯାଇଥିଲା । ସେଠାରେ ତାଙ୍କ ମସ୍ତିଷ୍କରେ ସ୍ଥିର ତରଙ୍ଗ ଉପôନ୍ନ ହେଉଥିବା ବିଷୟ ପ୍ରଥମେ ଜଣା ପଡିଥିଲା । ତାପରେ ତାଙ୍କୁ ପୃଥିବୀର ସର୍ବଶ୍ରେଷ୍ଠ ସ୍ଥିରମନା ମହିଳା ରୂପେ (ଞଷର ଜ୍ଞକ୍ଟଗ୍ଦଗ୍ଧ ଝଗ୍ଧବଭକ୍ଷର ଜ୍ଞସଦ୍ଭୟ ସଦ୍ଭ ଗ୍ଧଷର ଙ୍ଗକ୍ଟକ୍ସକ୍ଷୟ)   ଘୋଷଣା କରାଯାଇଥିଲା । 

ପୁନର୍ବାର ୧୯୭୯ ମସିହାରେ ମାଇକେଲ ହାଷ୍ଟ (ଗସମଷବରକ୍ଷ ଐବଗ୍ଦଗ୍ଧ) ନାମକ ଜଣେ ବୈଜ୍ଞାନିକ ଅଷ୍ଟ୍ରେଲିଆରେ ଦାଦୀଜୀଙ୍କ ମସ୍ତିଷ୍କ ତରଙ୍ଗ ଉପର୍ଯୁକ୍ତ ପ୍ରଣାଳୀରେ ପରୀକ୍ଷା କରି ପୂର୍ବଭଳି ସମାନ ପରିଣାମ ପାଇଥିଲେ । ସେ ଦାଦୀଜୀଙ୍କୁ  ଇ ଙ୍ଗକ୍ଟଜ୍ଞବଦ୍ଭ କ୍ଟଲ ଚରକ୍ସଲରମଗ୍ଧ କ୍ସଷଚ୍ଚଗ୍ଧଷଜ୍ଞ ବୋଲି ବର୍ଣ୍ଣନା କରିଥିଲେ । (ତସକ୍ସସଙ୍କଚ୍ଛ, ୠରଭ ୧୯୭୮) 

ମସ୍ତିଷ୍କ ଓ ସ୍ନାୟୁତନ୍ତ୍ର ସାହାଯ୍ୟରେ ଇନ୍ଦ୍ରିୟଗଣ ବିଭିନ୍ନ ପ୍ରକାର ଶାରୀରିକ କାର୍ଯ୍ୟକଳାପ ସମ୍ପାଦନ କରନ୍ତି । ଇନ୍ଦ୍ରିୟ ସହିତ ବିଷୟ ସଂଯୋଗର ପରିଣାମ ସ୍ବରୂପ ଆତ୍ମା ମନ ଦ୍ୱାରା ସୁଖ ବା ଦୁଃଖ ଅନୁଭବ କରେ । ରାଜଯୋଗୀ ମସ୍ତିଷ୍କ ଓ ସ୍ନାୟୁ ପ୍ରଣାଳୀ ମାଧ୍ୟମରେ ସମ୍ପାଦିତ ହେଉଥିବା ଶାରୀରିକ କାର୍ଯ୍ୟକଳାପରୁ ମନକୁ ଓହରାଇ ଆଣେ । ଏହାଦ୍ୱାରା ତା’ର ମନ ସୁଖ-ଦୁଃଖ ପ୍ରତିକ୍ରିୟାରୁ ମୁକ୍ତ ହେଉଥିବା ହେତୁ ଶାନ୍ତ ରହେ । ଏହି ସମୟରେ ଜଣେ ରାଜଯୋଗୀର ଚେତନା ମସ୍ତିଷ୍କରେ ନୁହେଁ; ଆତ୍ମାରେ କେନ୍ଦ୍ରିତ ଥାଏ । ତେଣୁ ତା’ର ମନ, ଦେହ ଓ ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ ତଥା ବୈଭବରୁ ମୁକ୍ତ ରହି ସର୍ବୋଚ୍ଚ ସ୍ତରରେ କାମ କରେ । ଆଧ୍ୟାତ୍ମିକ ଭାଷାରେ ଏହାକୁ ଜୀବନ୍ମୁକ୍ତ ଅବସ୍ଥା କୁହାଯାଏ । ଏହି ଅବସ୍ଥା ସମ୍ପନ୍ନ ବ୍ୟକ୍ତି ସଦା ସର୍ବଦା ଆତ୍ମାର ମୌଳିକ ସ୍ବରୂପରେ (ପବିତ୍ରତା, ଶାନ୍ତି,  ଆନନ୍ଦ, ସୁଖ, ପ୍ରେମ, ଶକ୍ତି ଆଦି) ରହୁଥିବାରୁ ତାଙ୍କ ମସ୍ତିଷ୍କରେ ଡେଲଟା ତରଙ୍ଗ ଉପôନ୍ନ ହୁଏ ।  

ଉପର୍ଯୁ୍ୟକ୍ତ ସିଦ୍ଧାନ୍ତକୁ ଅନ୍ୟ ଏକ ବୈଜ୍ଞାନିକ ପରୀକ୍ଷଣ ଦ୍ୱାରା ପ୍ରମାଣ କରାଯାଇଛି । ବୈଜ୍ଞାନିକମାନେ ଜୀବନ୍ତ ଓ ଜାଗ୍ରତ ଅବସ୍ଥାରେ ଥିବା ପଶୁମାନଙ୍କର ମସ୍ତିଷ୍କକୁ ଶରୀର ସହିତ ସଂଯୁକ୍ତ ଥିବା ସମସ୍ତ ସ୍ନାୟୁ ତନ୍ତ୍ରିକାଗୁଡିକରୁ କାଟି ପୃଥକ କରି ଦେଲେ । ତା’ ପରେ ସେମାନେ ମସ୍ତିଷ୍କର ଇ.ଇ.ଜି. (ଋଋଏ) ପରୀକ୍ଷା କଲେ । ସେମାନେ ମସ୍ତିଷ୍କରୁ ଡେଲଟା ତରଙ୍ଗ ବାହାରୁଥିବା ଦେଖିଲେ । ଜଣେ ରାଜଯୋଗୀ ବୁଦ୍ଧି ଦ୍ୱାରା ନିଜ ଦେହ ସହିତ ଥିବା ସମସ୍ତ ସମ୍ବନ୍ଧ ଛିନ୍ନ କରି ନିଜକୁ ଏକ ପୃଥକ ସା ଅନୁଭବ କରେ । ସ୍ଥୂଳ ଅସ୍ତ୍ରୋପୋ·ର ନ କରି ମଧ୍ୟ କେବଳ ମାନସିକ ଶକ୍ତିର ଉପଯୋଗ ଦ୍ୱାରା ତା’ର ମସ୍ତିଷ୍କରେ ଡେଲଟା ତରଙ୍ଗ ଉପôନ୍ନ ହେଉଥିବା ପରୀକ୍ଷାରୁ ଜଣାଯାଏ । 

ଦୁର୍ଭାଗ୍ୟବଶତଃ ଅଧିକାଂଶ ଚିକିସôକ ଏହି ଉପଲବ୍ଧିକୁ ଚମକôାରିତା ବୋଲି ସ୍ବକାର କରୁଥିଲେ ମଧ୍ୟ ଖୁବ କଷ୍ଟସାଧ୍ୟ ମନେ କରନ୍ତି । ଏହି ପୂର୍ବାଗ୍ରହ ହେତୁ ସେମାନେ ନିଜେ ରାଜଯୋଗ ଅଭ୍ୟାସ କରନ୍ତି ନାହିଁ କି ଅନ୍ୟମାନଙ୍କୁ ତାହା କରିବାକୁ କହନ୍ତି ନାହିଁ । ପ୍ରତ୍ୟେକ ରାଜଯୋଗୀଙ୍କ ଅନୁଭବ କହେ ଯେ ଯଦିଓ ଏହା ଏକ ଉଚ୍ଚକୋଟୀର ସିଦ୍ଧି ତଥାପି ମଧ୍ୟ କଷ୍ଟସାଧ୍ୟ ନୁହେଁ । ନିୟମିତ ଅଭ୍ୟାସ ଓ ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ଜଣେ ଉପର୍ଯ୍ୟୁକ୍ତ ମନୋ-ସ୍ଥିତି (ଡେଲଟା ତରଙ୍ଗ ଉପôନ୍ନ କରୁଥିବା) ସହଜରେ ପ୍ରାପ୍ତ ହୋଇ ପାରିବ । ସବୁସମୟରେ ନ ହେଲେ ମଧ୍ୟ ଅନ୍ତତଃ ଯୋଗାଭ୍ୟାସ ବେଳେ ତା’ର ମନ ଏହି ଅବସ୍ଥାରେ ରହିବ । ଦୀର୍ଘାବଧି ରାଜଯୋଗ ଅଭ୍ୟାସ କଲେ ଯେ ଏପରି ସ୍ଥିତି ପ୍ରାପ୍ତହେବ ତାହାନୁହେଁ, ସ୍ବଳ୍ପାବଧି ଅଭ୍ୟାସ ଦ୍ୱାରା ମଧ୍ୟ ନିଷ୍ଠାବାନ ସାଧକ ଇପ୍ସିତ ଫଳ ଲାଭ କରିବା ସମ୍ଭବ । ପରୀକ୍ଷା ପାଇଁ ନିଆଯାଇଥିବା ଦଶଟି ରାଜଯୋଗୀଙ୍କ ମଧ୍ୟରୁ ଜଣେ ମାତ୍ର ·ରିବର୍ଷ ରାଜଯୋଗ ଅଭ୍ୟାସ କରିଥିଲେ; ତଥାପି ମଧ୍ୟ ତାଙ୍କ ମସ୍ତିଷ୍କରୁ ଉଲ୍ଲେଖନୀୟ ଡେଲଟା ତରଙ୍ଗ ସୃଷ୍ଟି ହେଉଥିଲା । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରଣୀତ ରାଜଯୋଗ ଉପରେ ଗବେଷଣା କରୁଥିବା ରାଜଯୋଗୀ ଗବେଷକଗଣ ଏହାକୁ ଏପରି ଉମ ରୂପେ ବିଶ୍ଲେଷଣ ଓ ସ୍ପଷ୍ଟ କରିଛନ୍ତି ଯେ ନୂତନ ବିଦ୍ୟାର୍ଥୀମାନେ ମଧ୍ୟ ଡେଲଟା  (୧-୩ଐତ) କିମ୍ବା ଥିଟା (୪-୭ଐତ)  ଓ ଥିଟା ମିଶ୍ରିତ ଆଲ୍ଫା (୮-୧୩ଐତ) ତରଙ୍ଗ ସହଜରେ ଉପôନ୍ନ କରି ପାରୁଛନ୍ତି । ଗଭୀର ଓ ଦୀର୍ଘସ୍ଥାୟୀ ଅନୁଭବ ପାଇଁ ସେମାନଙ୍କୁ ଆଗ୍ରହ ଓ ନିଷ୍ଠାପୂର୍ବକ ନିରବଚ୍ଛିନ୍ନ ଭାବରେ ନିୟମିତ ରାଜଯୋଗ ଅଭ୍ୟାସ ଅବ୍ୟାହତ ରଖିବାକୁ ପଡିବ । 


Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର