(26) ାା ଦ୍ୱାଦଶ ଅଧ୍ୟାୟ ।ା ଜ୍ଞାନ ମୂରଲୀ ସନ୍ଦର୍ଭରେ ରାଜଯୋଗର ବିଧି
ାା ଦ୍ୱାଦଶ ଅଧ୍ୟାୟ ।ା
ଜ୍ଞାନ ମୂରଲୀ ସନ୍ଦର୍ଭରେ ରାଜଯୋଗର ବିଧି
ଶିବ ଭଗବାନୁବାଚ,
“ହେ ମୋର ଅମୃତ ସନ୍ତାନଗଣ! ତୁମେ କର୍ମ ଯୋଗୀ ହୁଅ । ଜୀବନ ଯାପନ ପାଇଁ ଜୀବିକାର୍ଜନ କରି ମଧ୍ୟ ତୁମେ ମୋତେ ନିତ୍ୟ ସ୍ମରଣ କରୁଥାଅ । କିନ୍ତୁ ଦିନଯାକ ଯାବତୀୟ କର୍ମର ବ୍ୟସ୍ତତା ହେତୁ ତୁମର ଈଶ୍ୱରୀୟ ସ୍ମୃତି ସ୍ଥାୟୀ ରହିପାରେ ନାହିଁ । ତେଣୁ ଅମୃତ ବେଳା (ବ୍ରହ୍ମ ମୁହୂର୍)ରେ ଶଯ୍ୟା ତ୍ୟାଗ କରି ଧ୍ୟାନ (ଗରୟସଗ୍ଧବଗ୍ଧସକ୍ଟଦ୍ଭ) କର । ଧ୍ୟାନ କିପରି କରିବ? “ମୁଁ ଆତ୍ମା ପରମାତ୍ମାଙ୍କ ସନ୍ତାନ ଅଟେ ।’’ ଧ୍ୟାନରେ ଏହି ସଂକଳ୍ପ ଉପରେ ମନକୁ ଏକାଗ୍ର କରିବ । ଏହି ସଂସାର ଏକ ବିଶାଳ ଉଦ୍ୟାନ । ଏହାର ବୀଜ (ପରମାତ୍ମା) ଉଦ୍ଧ୍ୱର୍ରେ ଅଛି । ମୁଁ ବୀଜ ସ୍ବରୂପ ଅର୍ଥାତ୍ ମୁଁ ହିଁ ସେହି ଏକ ଆତ୍ମା ଯିଏ କି ବିଭିନ୍ନ ଜନ୍ମରେ ବିଭିନ୍ନ ନାମ - ରୂପ ଧାରଣ କରିଆସିଛି । ଆତ୍ମା ଜ୍ଞାନରେ ପରିପୂର୍ଣ୍ଣ ଅଟେ । ଏହିପରି ଜ୍ଞାନର ମନନ ଚିନ୍ତନ ଅବ୍ୟାହତ ରଖିବ । କାରଣ ଜ୍ଞାନ ବିନା ଯୋଗ ହୁଏ ନାହିଁ । ବୀଜ ସ୍ବରୂପ ସ୍ମୃତିରେ ରହିଲେ ମୋ ସହିତ ମିଳନ ଜନିତ ଖୁସି ପ୍ରାପ୍ତ ହେବ । ଏହା ହେଉଛି ଧ୍ୟାନ ।
ମୋ ସହିତ ସମଗ୍ର ସୃଷ୍ଟିକୁ ସ୍ମରଣ କର । ବର୍ମାନ ଏହି ସୃଷ୍ଟି ବିନାଶର ଦ୍ୱାର ଦେଶରେ ଉପଗତ । ମନେ ରଖ ଏହି ସୃଷ୍ଟି ରଙ୍ଗ ମରେ ତୁମର ଅଭିନୟର ଶେଷ ଦୃଶ୍ୟ ଅଭିନୀତ ହେଉଛି । ବର୍ମାନ ତୁମକୁ ତୁମର ମୂଳ ବାସ ସ୍ଥାନକୁ (ପରମଧାମ) ପ୍ରତ୍ୟାବର୍ନ ପାଇଁ ପ୍ରସ୍ତୁତି କରିବାକୁ ହେବ । ଏହି କଥା ଯେତିକି ତୁମର ବୁଦ୍ଧିରେ ରହିବ ଓ ଜ୍ଞାନର ଯେତିକି ମନନ ଚିନ୍ତନ କରିବ ତୁମର ଅବସ୍ଥା ସେତିକି ପରିପକ୍ୱ ହେବ ।
ଧ୍ୟାନ ସମୟରେ କୌଣସି ଶରୀରଧାରୀ ମନୁଷ୍ୟ ଯେପରି ସ୍ମୃତିରେ ନ ଆସେ ସେଥିପ୍ରତି ସତର୍କ ରହିବ । କୌଣସି ଶରୀରଧାରୀ ମନୁଷ୍ୟକୁ ସ୍ମରଣ କରିବା ଯୋଗ ନୁହେଁ । ମୁଁ କୌଣସି ଶରୀରଧାରୀ ମନୁଷ୍ୟ ନୁହେଁ । (ଅର୍ଥାତ ଯେଉଁ ପ୍ରଜାପିତା ବ୍ରହ୍ମା ଶରୀରରେ ମୁଁ ଅବତରିତ ତାକୁ ଭଗବାନ ବୋଲି ଭାବ ନାହିଁ) ସମସ୍ତଙ୍କ ଭଗବାନ ମୁଁ ହିଁ ଏକ ପରମାତ୍ମା । ମୁଁ ନିରାକାର ଓ କେବଳ କଳ୍ପରେ ଥରେ ମାତ୍ର ଏହି ଧରାଧାମରେ ଅବତରଣ କରି ମୋର ଆତ୍ମିକ ସନ୍ତାନମାନଙ୍କୁ ଯୋଗ ଶିଖାଇ ଥାଏ । ମୋର ଶ୍ରୀମତ ଅନୁସରଣ କରୁଥିବା ସନ୍ତାନ ଶ୍ରେଷ୍ଠ ହୁଏ । ଧ୍ୟାନ ସମୟରେ ସୃଷ୍ଟି ଚକ୍ର ବିଷୟରେ ଚିନ୍ତନ କରିବ । (କାରଣ ଏହା ଯୋଗୀକୁ ବର୍ମାନ ସମୟ ଉପରେ ସଚେତନ କରେ । ସେ କିପରି ସତ୍ୟ-ତ୍ରେତା-ଦ୍ୱାପର ଯୁଗ ଅତିକ୍ରମ କରି ବର୍ମାନ କଳିଯୁଗରେ ଉପନୀତ ହୋଇଛି ଓ ତାହା ବିନାଶ ପରେ ପୁଣି ସତ୍ୟଯୁଗରେ ପୁନର୍ଜନ୍ମ ନେବ । ଏହି ଚକ୍ର ସ୍ମରଣ ଦ୍ୱାରା ସେ କଳିଯୁଗୀୟ ସଂସ୍କାର ସମାପ୍ତ କରି ସତ୍ୟଯୁଗୀୟ ସଂସ୍କାର ପୁନର୍ରୋପଣ କରିବା ପାଇଁ ପ୍ରେରିତ ହେବ) ଏହି ସ୍ମରଣ ଦ୍ୱାରା ତୁମର ଜନ୍ମଜନ୍ମାନ୍ତରର ପାପର ବୋଝ ଉତୁରି ଯିବ । ତୁମ ସମ୍ମୁଖରେ ମୃତୁ୍ୟ ଦଣ୍ଡାୟମାନ । ତେଣୁ କୌଣସି ପ୍ରକାର ଭୁଲ କର ନାହିଁ । ଏହି ବ୍ରହ୍ମା ମଧ୍ୟ ମନେ ମନେ ମୋତେ ସ୍ମରଣ କରେ, ମୋ ସହିତ ବାର୍ାଳାପ କରେ । ସେ ମଧ୍ୟ ବାରମ୍ବାର ଅଭ୍ୟାସ କରେ ଯେ, “ମୁଁ ଆତ୍ମା, ପରମାତ୍ମାଙ୍କ ସନ୍ତାନ ।’’ ଏହାକୁ ହିଁ ଯୋଗ କୁହାଯାଏ ।
ତୁମେ ସନ୍ତାନଗଣ ବର୍ମାନ ଦୟାଶୀଳ ହୁଅ । ସମସ୍ତଙ୍କ ପ୍ରତି ଦୟାଭାବ ପୋଷଣ କର । ସମସ୍ତ ଅନାଥ (ଯେଉଁମାନେ ପରମାତ୍ମାଙ୍କୁ ଜାଣନ୍ତି ନାହିଁ) ଦୁଃଖୀ ହୋଇ ତୁମକୁ ଆହ୍ୱାନ କରୁଛନ୍ତି । (କାରଣ ଏକଦା ତୁମେମାନେ ହିଁ ପୂଜ୍ୟ ଦେବତା ଥିଲ, ଆଜି ପୁଜାରୀ ସାଜିଛ । ପୁଣି ତୁମେ ପୂଜାରୀରୁ ପୂଜ୍ୟ ହେବ) ତୁମେ ସମସ୍ତଙ୍କୁ ଅବିନାଶୀ ଜ୍ଞାନ ରନô ଦାନ କର । ଦାନୀ ବ୍ୟକ୍ତିର ଖୁବ୍ ମହିମା ହୁଏ । ତେଣୁ ତୁମ୍ଭମାନଙ୍କୁ ସମସ୍ତଙ୍କୁ ଦାନ ଦେବାକୁ ହେବ । (ଅର୍ଥାତ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗର ଶିକ୍ଷା ଦେବାକୁ ହେବ ଯଦ୍ଧ୍ୱାରା ଏ କଳିଯୁଗ ସତ୍ୟ ଯୁଗରେ ରୂପାନ୍ତରଣ ହେବ) ତୁମେ ସମସ୍ତଙ୍କୁ କହ- “ଆମେ ସମସ୍ତେ ଏକ ପରମାତ୍ମାଙ୍କ ଶ୍ରୀମତ ଅନୁସାରେ ପରି·ଳିତ ଓ ଏକ ତାଙ୍କରି ଆମେ ସ୍ମରଣ କରିଥାଉ । ତାଙ୍କରି ସ୍ମରଣ ଦ୍ୱାରା ଆମେ ପବିତ୍ର ବନିବୁ, ତୁମେମାନେ ସମସ୍ତେ (ଯେଉଁମାନେ ପରମାତ୍ମାଙ୍କୁ ସ୍ମରଣ କର ନାହିଁ) ତାଙ୍କୁ ହିଁ ସ୍ମରଣ କର ।’’
ସୌଜନ୍ୟ- ଜ୍ଞାନ-ମୂରଲୀ, ବ୍ୟକ୍ତ ବାଣୀ - ତା ୨୭.୮.୧୯୮୩
Comments
Post a Comment