Posts

Showing posts from April, 2022

ଜ୍ଞାନ ପ୍ରବାହ (୧୧)

  🌹🌹🌹🌹🌹🌹🌹🌹🌹   🌼🌼 *ଜ୍ଞାନ ପ୍ରବାହ  (୧୧) 🌼🌼*  🌸🌸🌸🌸🌸🌸🌸🌸🌸 ଡାକ୍ତର ସୁଧାଂଶୁ ଶେଖର ମିଶ୍ର , ପାଟଣାଗଡ  🌺🌺🌺🌺🌺🌺🌺🌺🌺 ଆନନ୍ଦ ଜ୍ଞାନରେ ନୁହେଁ ପ୍ରେମରେ ଥାଏ । ଜ୍ଞାନୀ ପୁରୁଷ ମଧ୍ୟ ପରମାତ୍ମା ପ୍ରେମରେ ବିଭୋର ନ ହେବା ପର୍ଯ୍ୟନ୍ତ ଆନନ୍ଦ ପାଇ ନ ଥାନ୍ତି । ପ୍ରଭୁ ମିଳନ ପାଇଁ ଆତୁରତା ଯଦି ନାହିଁ ତେବେ ଜ୍ଞାନ କ’ଣ ପାଇଁ? ପ୍ରେମ ରହିତ ଜ୍ଞାନର ଶୋଭା ନାହିଁ । ପରମାତ୍ମା ଯାହାଙ୍କୁ ନିଜର ବୋଲି ମାନନ୍ତି ତାକୁ କେବଳ ପ୍ରକୃତ ସ୍ବରୂପ ଦେଖାନ୍ତି । ଯିଏ ପରମାତ୍ମାଙ୍କୁ ନିଜର ମନେ କରି ପ୍ରେମ ପୂର୍ବକ ଏକ ନିଷ୍ଠ ଭାବରେ ସ୍ମରଣ କରେ ସେ କେବଳ ତାଙ୍କୁ ପ୍ରତ୍ୟକ୍ଷ କରି ପାରେ । ଯେଉଁଠି ପ୍ରେମ ଥାଏ ସେଇଠି ସାମାନ୍ୟ ମନୁଷ୍ୟ ମଧ୍ୟ ନିଜ ସ୍ବରୂପ ପ୍ରକଟ କରିଥାଏ । ପର ଲୋକ ପାଖରେ କେହି ହୃଦୟ ଖୋଲେ ନାହିଁ । ଯାହା ପାଇଁ ପ୍ରେମ ହୁଏ ସେ ସ୍ବେଚ୍ଛା ପୂର୍ବକ ସବୁ କଥା ଖୋଲି କହି ଦିଅନ୍ତି । ପରମାତ୍ମାଙ୍କୁ ପ୍ରେମ କରୁ ନ ଥିବା ବ୍ୟକ୍ତି ତାଙ୍କୁ ଅନୁଭବ କରି ପାରେ ନାହିଁ । ଜୋତା, କପଡା, ଧନ ଆଦିରେ ଯା’ର ପ୍ରେମ ତାକୁ କ’ଣ କେହି ଜ୍ଞାନୀ କହିବ? ଆଜିକାଲି ଲୋକେ ପୁସ୍ତକ ପଢି ଜ୍ଞାନୀ ବୋଲାଉଛନ୍ତି । ସେଥି ପାଇଁ ବ୍ରହ୍ମଚର୍ଯ୍ୟ ପାଳନର ଆବଶ୍ୟକତା ଅନୁଭବ କରୁ ନାହାନ୍ତି । ଜ୍ଞାନର ଶୋଭା ପ୍ରେମରେ, ଭକ୍ତିରେ ନୁହେଁ । ଭୋଗାସକ୍ତ ବ୍ୟକ୍ତିର ଉତ୍ତମ ସ୍ବାସ୍ଥ୍ୟ ରହେ ନାହିଁ । ତା’ର ମନ ସ୍ଥ

ସାପ୍ତାହିକ ପାଠ୍ୟକ୍ରମ

 ସାପ୍ତାହିକ ପାଠ୍ୟକ୍ରମ   ୧)ବିଷୟ ପ୍ରବେଶ   ବିଦ୍ୟାର୍ଥୀଙ୍କୁ ସର୍ବ ପ୍ରଥମେ ୭ ଦିନର ଜ୍ଞାନ ଯୋଗ ଓ ଧାରଣା ସମ୍ବନ୍ଧିତ ପାଠ୍ୟକ୍ରମ ଉପରେ ଶିକ୍ଷା ଦେବା ଉଚିତ ଓ ତତ୍ପଶ୍ଚାତ୍ ମୂରଲୀ ଶୁଣାଇବା ଉଚିତ । ୨)ବିଦ୍ୟାର୍ଥୀଙ୍କୁ କେଉଁ ଦିନ କରାଇବେ? କ)ପ୍ରଥମ ଦିନ -ଫର୍ମ ପୂରଣ କରାଇବେ ଏବଂ ବିଦ୍ୟାଳୟର ପରିଚୟ ଦେବେ ବାବା ପ୍ରଥମରୁ ହିଁ ଏହି ସାପ୍ତାହିକ ପାଠ୍ୟକ୍ରମ ପାଇଁ ଏକ ପଦ୍ଧତିର ପ୍ରଚଳନ କରିଛନ୍ତି ଯେ କୌଣସି ନୂଆ ଜିଜ୍ଞାସୁ ସେବା କେନ୍ଦ୍ରକୁ ଆସନ୍ତି ତେବେ ପ୍ରଥମେ ତାଙ୍କ ଦ୍ୱାରା ଫର୍ମ ପୂରଣ କରାଇବାକୁ ହେବ ଓ ପରେ ସଂସ୍ଥା ବିଷୟରେ ପରିଚୟ ଦେବାକୁ ହେବ ।  ଖ)ଦ୍ୱିତୀୟ ଦିନ-ପ୍ରଥମ ପାଠ (ଆତ୍ମା) ଦ୍ୱିତୀୟ ଦିନ ପ୍ରଥମ ପାଠ ରେ ଆତ୍ମା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଥାଏ । ଏହା ସହିତ ତତ୍ ସମ୍ବନ୍ଧି ଜ୍ଞାନର କେତେକ ବିନ୍ଦୁ ଉପରେ ମଧ୍ୟ ଆଲୋକପାତ କରାଯାଇଥାଏ । ଉଦାହରଣ ସ୍ବରୂପ ଆତ୍ମା ପରମାତ୍ମା ସହିତ ଲୀନ ହୁଏ ନାହିଁ ଆତ୍ମା ପୁନର୍ଜନ୍ମ ନିଏ, ଆତ୍ମା, ପରମାତ୍ମା ସହିତ ଲୀନ ହୁଏ ନାହିଁ । ଆତ୍ମା, ପରମାତ୍ମାଙ୍କ  ଅଂଶ ନୁହେଁ । ଜଣେ ନୁହେଁ । ଜଣେ ଭଲ ଶିକ୍ଷକ/ଶିକ୍ଷୟତ୍ରୀ ଆଧ୍ୟାତ୍ମିକ ସାହିତ୍ୟଗୁଡିକୁ ଭଲ ଭାବରେ ଅଧ୍ୟୟନ କରିବା ଉଚିତ । ଆଲୋଚନା ପାଇଁ ପ୍ରଥମେ ଗୋଟିଏ ବିଷୟ ସ୍ଥିର କରନ୍ତୁ । ଯଥା;ଆତ୍ମା, ଏହା ଉପରେ ବିଭିନ୍ନ ତଥ୍ୟ ଏକତ୍ରିତ କରନ୍ତୁ । ତେବେ ଏହା ଏକ ପାଠ (ଞ୍ଚଞ୍ଚଞ୍ଚଞ୍ଚଞ୍ଚ