Posts

Showing posts from October, 2017

ସହଜ ରାଜଯୋଗ(9) --ଧର୍ମଗ୍ରନ୍ଥ ସନ୍ଦର୍ଭରେ ଆତ୍ମାର ପରିଚୟ-

Image
ସହଜ ରାଜଯୋଗ      ଧର୍ମଗ୍ରନ୍ଥ ସନ୍ଦର୍ଭରେ ଆତ୍ମାର ପରିଚୟ ନାୟମାତ୍ମା ପ୍ରବଚନେନ ଲଭ୍ୟୋ  ନ ମେଧୟା ନ ବହୁଧା ଶ୍ରୁତେନ ଯମବୈଷ ବୃଣୁତେ ତେନ ଲଭ୍ୟସ୍ତସୈ୍ୟବ           ଆତ୍ମା ବିବୃଣତେ ତନୁସ୍ବାମ୍ ।ା କଠୋପନିଷଦର ଏହି ମନ୍ତ୍ରର ଅର୍ଥ ହେଉଛି, ପ୍ରବଚନ, ତୀବ୍ର ବୁଦ୍ଧି ଅଥବା ଶାସ୍ତ୍ରଜ୍ଞାନ ଦ୍ୱାରା ଆତ୍ମଜ୍ଞାନ ପ୍ରାପ୍ତ ହୁଏ ନାହିଁ । ଯାହାକୁ ତାହା ସ୍ବୟଂ ପ୍ରାପ୍ତ ହୁଏ ତା ସମ୍ମୁଖରେ ଏହା ନିଜ ସ୍ବରୂପକୁ ପ୍ରକଟ କରେ । ଜାତି, ବର୍ଣ୍ଣ, ଧର୍ମ ସମ୍ପ୍ରଦାୟ ଓ ଦେଶ ନିର୍ବିଶେଷରେ ବିଶ୍ୱର ସମସ୍ତ ମନୁଷ୍ୟ ଆଜି ଅଶାନ୍ତ ଓ  ଦଃଖୀ ଅଟନ୍ତି । ସମସ୍ତେ ସୁଖ ଓ ଶାନ୍ତିର ଅନ୍ୱେଷଣରେ ବ୍ୟସ୍ତ । ସେମାନେ ସାଂସାରିକ ଭୌତିକ ପଦାର୍ଥ ସମୂହକୁ ସୁଖର ସାଧନ ଭାବି ତନ୍ମଧ୍ୟରେ ସୁଖ-ଶାନ୍ତି ଖୋଜି ନିରାଶ ହେଉଛନ୍ତି । କାରଣ ଭୌତିକ ପଦାର୍ଥଗୁଡିକରେ ସୁଖ-ଶାନ୍ତି ନଥାଏ । ତେଣୁ ସେଗୁଡିକରୁ ତାହା ପ୍ରାପ୍ତି ହେବ କିପରି? ମନୁଷ୍ୟ ଏକଥା ଜାଣେ ନାହିଁ ଯେ ଯାହା ସେ ବାହାରେ ଖୋଜୁଛି ତାହା ତା’ ମଧ୍ୟରେ ହିଁ ବିଦ୍ୟମାନ ଅଛି । ଏ ବିଷୟରେ ଯେତେବେଳେ ମନୁଷ୍ୟର ଜ୍ଞାନୋଦୟ ହୁଏ ସେତେବେଳେ ସେ ସର୍ବଦା ନିଜ ମଧ୍ୟରେ ହିଁ ସୁଖ- ଶାନ୍ତି ଓ ଆନନ୍ଦ ଅନୁଭବ କରେ । ଏଥିପାଇଁ କୁହାଯାଇଛି ଯେ ନିଜକୁ ଜାଣ । କଦ୍ଭକ୍ଟଙ୍ଗ ଞଷଚ୍ଚଗ୍ଦରକ୍ଷଲ ଉପନିଷଦଗୁଡିକରେ ମଧ୍ୟ ଆତ୍ମଜ୍ଞାନକୁ ହିଁ ସମସ୍ତ ଦୁଃଖରୁ ମୁକ୍ତିର ସାଧନ ବୋଲି