ସହଜ ରାଜଯୋଗ(9) --ଧର୍ମଗ୍ରନ୍ଥ ସନ୍ଦର୍ଭରେ ଆତ୍ମାର ପରିଚୟ-
ସହଜ ରାଜଯୋଗ
ଧର୍ମଗ୍ରନ୍ଥ ସନ୍ଦର୍ଭରେ ଆତ୍ମାର ପରିଚୟ
ନାୟମାତ୍ମା ପ୍ରବଚନେନ ଲଭ୍ୟୋ
ନ ମେଧୟା ନ ବହୁଧା ଶ୍ରୁତେନ
ଯମବୈଷ ବୃଣୁତେ ତେନ ଲଭ୍ୟସ୍ତସୈ୍ୟବ
ଆତ୍ମା ବିବୃଣତେ ତନୁସ୍ବାମ୍ ।ା
କଠୋପନିଷଦର ଏହି ମନ୍ତ୍ରର ଅର୍ଥ ହେଉଛି, ପ୍ରବଚନ, ତୀବ୍ର ବୁଦ୍ଧି ଅଥବା ଶାସ୍ତ୍ରଜ୍ଞାନ ଦ୍ୱାରା ଆତ୍ମଜ୍ଞାନ ପ୍ରାପ୍ତ ହୁଏ ନାହିଁ । ଯାହାକୁ ତାହା ସ୍ବୟଂ ପ୍ରାପ୍ତ ହୁଏ ତା ସମ୍ମୁଖରେ ଏହା ନିଜ ସ୍ବରୂପକୁ ପ୍ରକଟ କରେ । ଜାତି, ବର୍ଣ୍ଣ, ଧର୍ମ ସମ୍ପ୍ରଦାୟ ଓ ଦେଶ ନିର୍ବିଶେଷରେ ବିଶ୍ୱର ସମସ୍ତ ମନୁଷ୍ୟ ଆଜି ଅଶାନ୍ତ ଓ ଦଃଖୀ ଅଟନ୍ତି । ସମସ୍ତେ ସୁଖ ଓ ଶାନ୍ତିର ଅନ୍ୱେଷଣରେ ବ୍ୟସ୍ତ । ସେମାନେ ସାଂସାରିକ ଭୌତିକ ପଦାର୍ଥ ସମୂହକୁ ସୁଖର ସାଧନ ଭାବି ତନ୍ମଧ୍ୟରେ ସୁଖ-ଶାନ୍ତି ଖୋଜି ନିରାଶ ହେଉଛନ୍ତି । କାରଣ ଭୌତିକ ପଦାର୍ଥଗୁଡିକରେ ସୁଖ-ଶାନ୍ତି ନଥାଏ । ତେଣୁ ସେଗୁଡିକରୁ ତାହା ପ୍ରାପ୍ତି ହେବ କିପରି? ମନୁଷ୍ୟ ଏକଥା ଜାଣେ ନାହିଁ ଯେ ଯାହା ସେ ବାହାରେ ଖୋଜୁଛି ତାହା ତା’ ମଧ୍ୟରେ ହିଁ ବିଦ୍ୟମାନ ଅଛି । ଏ ବିଷୟରେ ଯେତେବେଳେ ମନୁଷ୍ୟର ଜ୍ଞାନୋଦୟ ହୁଏ ସେତେବେଳେ ସେ ସର୍ବଦା ନିଜ ମଧ୍ୟରେ ହିଁ ସୁଖ- ଶାନ୍ତି ଓ ଆନନ୍ଦ ଅନୁଭବ କରେ । ଏଥିପାଇଁ କୁହାଯାଇଛି ଯେ ନିଜକୁ ଜାଣ । କଦ୍ଭକ୍ଟଙ୍ଗ ଞଷଚ୍ଚଗ୍ଦରକ୍ଷଲ ଉପନିଷଦଗୁଡିକରେ ମଧ୍ୟ ଆତ୍ମଜ୍ଞାନକୁ ହିଁ ସମସ୍ତ ଦୁଃଖରୁ ମୁକ୍ତିର ସାଧନ ବୋଲି ସ୍ବୀକାର କରାଯାଇଛି । ଆତ୍ମଜ୍ଞାନର ଅଭିପ୍ରାୟ ହେଉଛି ନିଜକୁ (ସ୍ବୟଂ) ଜାଣ ଯେ ମୁଁ କିଏ? କେଉଁଠୁ ଆସିଛି? ମୋତେ କେଉଁଠିକି ଯିବାକୁ ହେବ ଓ ଏଠାକୁ କେଉଁ ଉଦ୍ଧେଶ୍ୟରେ ଆସିଛି? ମୋର ଜୀବନର ଲକ୍ଷ୍ୟ କ’ଣ? ମୋର ଗୁଣ କ’ଣ ତଥା ମୋର ବାସ୍ତବିକ ସ୍ବରୂପ ଓ କର୍ବ୍ୟ କ’ଣ?
ଯେତେବେଳେ କୌଣସି ବ୍ୟକ୍ତିିଙ୍କୁ ତାଙ୍କ ପରିଚୟ ଦେବାକୁ କୁହାଯାଏ ସେତେବେଳେ ସେ ନିଜ ନାମ, ଧର୍ମ, ଜାତି ଭାଷା ଓ ଦେଶ ସମ୍ବନ୍ଧରେ ପରିଚୟ ଦିଅନ୍ତି । ଏସବୁ ପରିଚୟ ନଶ୍ୱର ଶରୀର ସହିତ ସମ୍ବନ୍ଧିତ ହୋଇଥିବାରୁ ଏହା ବାସ୍ତବିକ ନୁହେଁ । ଶରୀର ଜଡ ଅଟେ । ଏହାର କହିବା ଶକ୍ତି ନାହିଁ । ମୋର ଶରୀର କହୁଥିବା ‘ମୁଁ’ ସାଟି ଆତ୍ମା ନାମରେ କଥିତ । ଆତ୍ମା ହିଁ ଆଖି ଦ୍ୱାରା ଦେଖେ, କାନ ଦ୍ୱାରା ଶୁଣେ ଓ ମୁଖ ଦ୍ୱାରା କଥା କହେ । ଆତ୍ମା ଏକ ଏପରି ଚୈତନ୍ୟ ସା ଯାହା ଦ୍ୱାରା ଜ୍ଞାନେନ୍ଦ୍ରିୟ ସମୂହ ବିଷୟ ଗ୍ରହଣ କରନ୍ତି ତଥା କର୍ମେନ୍ଦ୍ରିୟ ସମୂହ ତଦନୁସାରେ କର୍ମ କରନ୍ତି ।
ଆତ୍ମାନଂ ରଥିନ୍ ବିଦ୍ଧି ଶରୀରଂ ରଥମେବ ତୁ ।
ବୁଦ୍ଧିଂତୁ ସାରଥି ବିଦ୍ଧି ମନଃ ପ୍ରଗ୍ରହମେବ ଚ ।
ଇନ୍ଦି୍ରିୟାଣି ହୟାନାହୁ ର୍ବିଷୟାଂ ସ୍ତେଷୁ ଗୋଚରାନ୍ ।
ଆତ୍ମେନ୍ଦି୍ରୟ ମନୋଯୁକ୍ତଂ ଭୋକ୍ତେ ତ୍ୟାହୁ ର୍ମନୀଷିଣଃ ।
(କଠୋପନିଷଦ)
ଏହି ଶ୍ଲୋକରୁ ସ୍ପଷ୍ଟ ଜଣାଯାଏ ଯେ ବାସ୍ତବିକ ପରିଚୟ ହେଉଛି “ମୁଁ ଆତ୍ମା” । ଏହି ଶରୀର ସେହି ଆତ୍ମାର ରଥ ଅଟେ ।ବୁଦ୍ଧି ତା’ର ସାରଥୀ, ମନ ଲଗାମ ଏବଂ ଇନ୍ଦ୍ରିୟ ସମୂହ ସେହି ରଥର ଘୋଡା ଅଟନ୍ତି । ଅନ୍ୟ ଅର୍ଥରେ ଏହି ଶରୀର କେବଳ ସାଧନ ମାତ୍ର । ସୁଖ- ଦୁଃଖ ଅନୁଭବ କରୁଥିବା ସାଟି ହେଉଛି ‘ଆତ୍ମା’ । ମନ, ବୁଦ୍ଧି ଓ ସଂସ୍କାର ହେଉଛି ଆତ୍ମାର ତିନୋଟି ଶକ୍ତି । ଏହି ଶକ୍ତି ତ୍ରୟ ମାଧ୍ୟମରେ ଆତ୍ମା ନିଜକୁ ଅଭିବ୍ୟକ୍ତ କରେ । ଆତ୍ମାର ସଂକଳ୍ପ-ବିକଳ୍ପ ଶକ୍ତିକୁ ‘ମନ’, ନିର୍ଣ୍ଣୟ ଶକ୍ତିକୁ “ବୁଦ୍ଧି” ଓ ତଦନୁସାରେ କୃତ କର୍ମର ଫଳକୁ ‘ସଂସ୍କାର’ ବୋଲି କୁହାଯାଏ । ଆତ୍ମା ମନ ଦ୍ୱାରା ଚିନ୍ତନ-ମନନ କରେ, ବୁଦ୍ଧି ଦ୍ୱାରା ନିର୍ଣ୍ଣୟ ନିଏ ତଥା ଜ୍ଞାନେନ୍ଦ୍ରିୟ ଓ ତଦନୁସାରେ କର୍ମେନ୍ଦି୍ରୟଗୁଡିକ ଦ୍ୱାରା ପ୍ରବୃ ହୋଇ ଶୁଭାଶୁଭ ଫଳ ପ୍ରାପ୍ତ କରିଥାଏ । ଏହି ମନ, ବୁଦ୍ଧି ଓ ସଂସ୍କାର ଦ୍ୱାରା ଆତ୍ମାର ଚୈତନ୍ୟତା ସିଦ୍ଧ ହୁଏ । ଏହି ଆତ୍ମାକୁ ଶରୀର ରୂପକ ପୁରରେ ରହିବା ହେତୁ ‘ପୁରୁଷ’ କୁହାଯାଏ । ସେହି ‘ପୁରୁଷ’ ନିଜକୁ ‘ମୁଁ’ ବୋଲି ଅଭିବ୍ୟକ୍ତ କରିବା ପୂର୍ବକ ମୋର ଶରୀର, ମୋର ଆଖି, କାନ, ନାକ, ହାତ ଆଦି କହିଥାଏ । ଏଣୁ ଚୈତନ୍ୟ ଆତ୍ମା ଶରୀରର ଆଧାର ଗ୍ରହଣ କରି ଜ୍ଞାନେନ୍ଦ୍ରିୟଗୁଡିକଦ୍ୱାରା ଜ୍ଞାନ ଅର୍ଜନ ଓ କର୍ମେନ୍ଦି୍ରୟଗୁଡିକ ଦ୍ୱାରା କର୍ମ କରାଏ ।ଶରୀରକୁ ନଶ୍ୱର ତଥା ଆତ୍ମାକୁ ଅନଶ୍ୱର, ଅମର ଓ ଅବିନାଶୀ କୁହାଯାଏ ।
ନ ଜାୟତେ ମ୍ରିୟତେ ବା କଦାଚିତ
ନାୟଂ ଭୁତ୍ୱା ଭବିତା ବାନ ଭୁୟଃ ।
ଅଜୋ ନିତ୍ୟ ଶାଶ୍ୱତୋଽୟଂ ପୁରାଣୋ-
ନ ହତ୍ୟତେ ହନ୍ୟମାନେ ଶରୀରେ ।
ତିନିକାଳରେ ଏହାର ସା ବିଦ୍ୟମାନ; ତେଣୁ ଏହା ହିଁ ସତ୍ୟ ଅଟେ । ଏହା ଅଚ୍ଛେଦ୍ୟ, ଅଭେଦ୍ୟ, ଅକ୍ଳେଦ୍ୟ ଓ ଅଶୋଷ୍ୟ ଅଟେ ଯାହାକୁ ଶାସ୍ତ୍ର ଛେଦନ କରିପାରେ ନାହିଁ, ଜଳ ଆର୍ଦ୍ର କରି ପାରେ ନାହିଁ । ବାୟୁ ଶୁଷ୍କ କରିପାରେ ନାହିଁ । ଶରୀରକୁ ଚର୍ମ ଚକ୍ଷୁ ଦ୍ୱାରା ଦେଖି ହୁଏ, ଆତ୍ମାକୁ ନୁହେଁ । ଏହା ଅତ୍ୟନ୍ତ ସୂକ୍ଷ୍ମ ହୋଇଥିବାରୁ ଏହାକୁ କେବଳ ଜ୍ଞାନ ଚକ୍ଷୁ ଦ୍ୱାରା ଦେଖି ହୁଏ । ବିମୁଢ଼ାନାନୁପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନ ଚକ୍ଷୁସା । ଏହି ନଶ୍ୱର ଶରୀରରେ ସେହି ଅବିନାଶୀ, ଅତିସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ସ୍ବରୂପ ଆତ୍ମାର ସ୍ଥାନ ହେଉଛି ମସ୍ତକ ସ୍ଥିତ ଭୃକୁଟି ମଧ୍ୟବର୍ୀ ଅଂଶ । ଏଥିପାଇଁ ଏହି ସ୍ଥାନରେ ତିଳକ ବା ସିନ୍ଦୁର ଲଗାଇବାର ପରମ୍ପରା ରହିଆସିଛି । ଭୃକୁଟିର ଏହି ମଧ୍ୟବର୍ୀ ସ୍ଥାନକୁ ଯୋଗଶାସ୍ତ୍ରରେ ‘ଆଜ୍ଞା ଚକ୍ର’ କୁହାଯାଇଛି । କାରଣ ଏଠାରୁ ଆତ୍ମା ପ୍ରତ୍ୟେକ ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦି୍ରୟମାନଙ୍କୁ ଆଜ୍ଞା ବା ଆଦେଶ ଦେଇଥାଏ । ଏହି ସ୍ଥାନକୁ ଜ୍ଞାନର ତୃତୀୟ ନେତ୍ର ବୋଲି ଅଙ୍କିତ କରାଯାଏ । ଗୀତାରେ ଉଲ୍ଲେଖ ଅଛି ଯେ ଅନ୍ତ ସମୟରେ ଯୋଗୀମାନଙ୍କ ଚେତନା ଭୃକୁଟିରେ କେନ୍ଦ୍ରିଭୂତ ହୋଇଥାଏ ।
ପ୍ରୟାଣକାଳେ ମନସାଚଳେନ ଭକ୍ତ୍ୟା ଯୁକ୍ତୋ ଯୋଗ ବଳେନ ଚୈବ,
ଭ୍ରୁବୌମଧ୍ୟେ ପ୍ରାଣାମାବେଶ୍ୟ ସମ୍ୟକ୍ ସତଂ ପରଂ ପୁରୁଷ ମୁପୈତି ଦିବ୍ୟମ୍
ାା ଗୀ ୮/୧ଠ ।ା
ଭୃକୁଟି ମଧ୍ୟରେ ବିରାଜମାନ ଏହି ଜ୍ୟୋତିର୍ବିନ୍ଦୁ ରୂପୀ ଆତ୍ମା ହିଁ ମନ -ବୁଦ୍ଧି ଦ୍ୱାରା ଇନ୍ଦ୍ରିୟଗୁଡ଼ିକୁ କାର୍ଯ୍ୟାନ୍ୱିତ କରିବା ପୂର୍ବକ କର୍ମାନୁସାରେ ସୁଖ-ଦୁଃଖର ଅନୁଭବ କରେ, ଜଡ ଶରୀର ନୁହେଁ । ଜ୍ଞାନ, ପବିତ୍ରତା, ସୁଖ, ଆନନ୍ଦ, ଶାନ୍ତି, ପ୍ରେମ ଓ ଶକ୍ତି ଏହି ସାତଟି ଗୁଣ ହେଉଛି ଆତ୍ମାର ସ୍ବଧର୍ମ ବା ମୌଳିକ ସ୍ବଭାବ । ପ୍ରତ୍ୟେକ ଆତ୍ମାର ସ୍ବଭାବ ହେଉଛି ଯେ ସେ ଶାନ୍ତି, ପ୍ରେମ, ସୁଖ, ଆନନ୍ଦ, ଜ୍ଞାନ, ପବିତ୍ରତା ଓ ଶକ୍ତି ପ୍ରତି ଆକୃଷ୍ଟ ହୋଇଥାଏ । ଦୁଃଖ, ଅଶାନ୍ତି ଓ ଅଜ୍ଞାନତାରେ ଭ୍ରମିତ ହେବା କାରଣରୁ ସେ ପୁନଃ ନିଜର ସ୍ବଧର୍ମରେ ସ୍ଥିତ ହେବାକୁ ଇଛାକରେ । ଏହି କାରଣରୁ ସାଂସାରିକ ସ୍ଥୂଳ ଭୌତିକ ପଦାର୍ଥ ସମୂହରେ ତାକୁ ପ୍ରକୃତ ସୁଖ, ଶାନ୍ତି, ଓ ସନ୍ତୋଷ ଅନୁଭବ ହୁଏ ନାହିଁ । କାରଣ ଏହି ସବୁ ଗୁଣ ତ ତା’ ନିଜର ଭିତରେ ଥାଏ, ବାହାରେ ନୁହେଁ । ଯେଉଁ ବସ୍ତୁର ଧର୍ମ ଓ ସ୍ବଭାବ ଯେପରି ଥାଏ ତାହା ପୁନଃ ସେହି ସ୍ଥିତିରେ ସ୍ଥିତ ହେଲେ ଯାଇ ନିଜ ସ୍ବରୂପ ପ୍ରାପ୍ତ ହୋଇଥାଏ । ଯେପରି ଜଳର ଧର୍ମ ଶୀତଳତା । ତାକୁ ଉାପ ପ୍ରୟୋଗ କରି ଯଦିଓ ଗରମ କରିଦିଆଯାଏ କିନ୍ତୁ କିଛି ସମୟ ପରେ ତାହା ପୁନଃ ନିଜ ଶୀତଳ ସ୍ବରୂପକୁ ଆସିଯାଏ । ଏହିପରି ବିକାର ସମୂହ ଦ୍ୱାରା ଅଶାନ୍ତ, ଦୁଃଖୀ ଏହି ଆତ୍ମା ମଧ୍ୟ ପୁନଃ ନିଜ ସ୍ବରୂପକୁ ଆସିଲା ପରେ ଶାନ୍ତ, ସୁଖୀ ଓ ଆନନ୍ଦମୟୀ ସ୍ଥିତିରେ ପହି ଯାଏ ।ବର୍ମାନ ପ୍ରଶ୍ନ ଉଠେ ଯେ ସେହି ପବିତ୍ର, ପ୍ରେମ ସ୍ବରୂପ ଆତ୍ମାକୁ ଶାନ୍ତି ଧାମରୁ ଏହି ସୃଷ୍ଟିକୁ ଆସିବାର ଆବଶ୍ୟକତା କ’ଣ? ଆତ୍ମାର ଚୈତନ୍ୟତା ପ୍ରକଟ ହେବା ପାଇଁ ଶରୀର ରୂପୀ ବସ୍ତ୍ର ଧାରଣ କରି କର୍ମକ୍ଷେତ୍ରରେ ଉପସ୍ଥିତ ହେବା ଅନିବାର୍ଯ୍ୟ । ଶରୀର ବିନା ଆତ୍ମା ସ୍ବୟଂ ଏକାକୀ ସୁଖ, ଶାନ୍ତି, ଆନନ୍ଦର ଅନୁଭବ କରି ପାରେ ନାହିଁ । କାରଣ ଏଥିପାଇଁ ଜ୍ଞାନେନ୍ଦ୍ରିୟଗୁଡିକର ଆବଶ୍ୟକତା ପଡେ । ଏହି ଅନୁଭୁତି ପାଇଁ ଶରୀର ଧାରଣ କରିବା ଆବଶ୍ୟକ । କିନ୍ତୁ ଏହି ଭୂପୃଷ୍ଠରେ ବାରମ୍ବାର ଶରୀର ଧାରଣ କରିବା ଦ୍ୱାରା ସେହି ଆତ୍ମା ନିଜ କର୍ମେନ୍ଦି୍ରୟ ଓ ଜ୍ଞାନେନ୍ଦ୍ରିୟଗୁଡ଼ିକର ବଶବର୍ୀ ହୋଇ ଦେହାଭିମାନୀ ହୋଇ ପଡେ । ଏହାଦ୍ୱାରା ସେ କାମକ୍ରୋଧାଦି ମନୋବିକାର ସମୂହର ପ୍ରଭାବ ବଶତଃ ନିଜ ମୂଳ ଗୁଣ ଓ ସ୍ବଭାବକୁ ଭୁଲିଯାଇ ଦୁଃଖୀ ଓ ଅଶାନ୍ତ ହୋଇଯାଏ । ତେଣୁ ଆତ୍ମା ଯେତେବେଳେ ଦେହ ଅଭିମାନ ତ୍ୟାଗ ପୂର୍ବକ ନିଜ ସ୍ବରୂପର ବାରମ୍ବାର ମନନ-ଚିନ୍ତନ ଓ ଅଭ୍ୟାସ କରେ ସେତେବେଳେ ସେ ନିଜ ମୂଳ ଗୁଣ (ସୁଖ, ଶାନ୍ତି, ଆନନ୍ଦ ଆଦି) ଓ ଶକ୍ତିକୁ ଫେରିପାଇଥାଏ । ଏହି ଆତ୍ମଜ୍ଞାନ ହିଁ ସର୍ବଦା ଗ୍ରାହ୍ୟ ସର୍ବଧର୍ମ ମାନ୍ୟ ଏବଂ ସର୍ବକାଳ ପ୍ରିୟ ହୋଇପାରେ ।
Comments
Post a Comment