Posts

Showing posts from January, 2023

ଅନ୍ତର୍ଦୃଷ୍ଟି-3-ଆତ୍ମାର ସ୍ବରୂପ*

 🌺🌺🌺🌺🌺🌺🌺🌺🌺  *ଅନ୍ତର୍ଦୃଷ୍ଟି--3*  🌹🌹🌹🌹🌹🌹🌹🌹🌹 *ଆତ୍ମାର ସ୍ବରୂପ*  🌹🌹🌹🌹🌹🌹🌹🌹🌹  *ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*  🌹🌹🌹🌹🌹🌹🌹🌹🌹  ପ୍ରକୃତିଂ ପୁରୁଷଂ ଚୈବ ବିଦ୍ଧ୍ୟନାଦି ଉଭାବପି ।   ବିକାରାଂଶ୍ଚ ଗୁଣାଂଶ୍ଚୈବ ବିଦ୍ଧି ପ୍ରକୃତି ସମ୍ଭବାତ୍।                                    ।।ଗୀ ୧୩/୧୯ ।। “ପ୍ରକୃତି ଏବଂ ଆତ୍ମା ଉଭୟକୁ ହିଁ ଅନାଦି ବୋଲି ଜାଣ ଏବଂ କାମ କ୍ରୋଧାଦି ବିକାର ସମୁହକୁ ତଥା ଗୁଣଗୁଡିକୁ ମଧ୍ୟ ପ୍ରକୃତିରୁ ଉତ୍ପନ୍ନ ବୋଲି ଜାଣ ।ା ଏଠାରେ ଆତ୍ମାର ସ୍ବରୂପକୁ ଅନାଦି ବୋଲି କୁହାଯାଇଛି । ସାଂଖ୍ୟ ଯୋଗରେ ଆତ୍ମାର ସ୍ବରୂପକୁ ଅବିନାଶୀ ବୋଲି ଭଗବାନ କହିଛନ୍ତି । ତାହା ହେଲା,  ଦେହୀ ନିତ୍ୟମ ବଧ୍ୟାଽୟଂ ଦେହେ ସର୍ବସ୍ୟ ଭାରତ ।           ତସ୍ମାତ୍ସର୍ବାଣି ଭୂତାନି ନ ତ୍ୱଂଶୋଚିତୁମର୍ହସି ।                                    ।। ଗୀ ୨/୩୦ ।। “ହେ ଅର୍ଜୁନ! ସମସ୍ତ ପ୍ରାଣୀମାନଙ୍କ ଦେହରେ ଏହି ଜୀବାତ୍ମା ଅବିନାଶୀ ଅଟେ । ଆତ୍ମାର ମୃତ୍ୟୁ ନାହିଁ । ଏଣୁ ତୁ ସମସ୍ତଙ୍କ ପାଇଁ ଶୋକ ସନ୍ତପ୍ତ ହେବା ଅନୁଚିତ ।” ଏଠାରେ ଆତ୍ମାର ଅମରତ୍ୱକୁ ସ୍ବୀକାର କରାଯାଇଛି । ଶରୀର ପ୍ରକୃତିରୁ ଉତ୍ପନ୍ନ ହୋଇଥିବା ହେତୁ ବିନାଶୀ ବା କ୍ଷଣସ୍ଥାୟୀ ଅଟେ ।  ସର୍ବକର୍ମାଣି ମନସା ସନ୍ୟସ୍ୟାସ୍ତେ ସୁଖଂ ବଶୀ  ନବ ଦ୍ୱାରେ ପୁରେ ଦେହୀ ନୈବ କୁର୍ବନ୍ନ କାରୟନ।