Posts

Showing posts from February, 2023

ହୋମିଓ ପ୍ୟାଥି ଚିକିତ୍ସା*

 🌹🌹🌹🌹🌹🌹🌹🌹🌹 ହୋମିଓ ପ୍ୟାଥି ଚିକିତ୍ସା 🥀🥀🥀🥀🥀🥀🥀🥀🥀  *ଡାକ୍ତର ସୁଧାଂଶ ଶେଖର ମିଶ୍ର,ପାଟଣାଗଡ*  🪷🪷🪷🪷🪷🪷🪷🪷🪷  ଯାହା ଜଣାଯାଏ ଯେ ହୋମିଓ ପ୍ୟାଥି ଚିକିତ୍ସା ସମ୍ବନ୍ଧରେ ଅନେକ ଲୋକଙ୍କର ଏଯାବତ୍ ସଠିକ ଧାରଣା ନାହିଁ । ଜନରବ ହେତୁ ଲୋକଙ୍କ ମନରେ କ୍ରମଶଃ ଚିକିତ୍ସା ଜଗତର ସବୁଠାରୁ ବୈଜ୍ଞାନିକ ସମ୍ମତ ଏ ପଦ୍ଧତି ପ୍ରତି ହେୟ ଜ୍ଞାନ ସୃଷ୍ଟି  ହୋଇଛି । ଅନେକଙ୍କ ମୁହଁରୁ ଏଭଳି ବି ମନ୍ତବ୍ୟ ଶୁଣିବାକୁ ମିଳେ ଯେ, “ହୋମଓପ୍ୟାଥି ପିଲାମାନଙ୍କୁ ଭଲ କାମ କରେ, ପାନ,  ବିଡି ଓ ନିଶା ସେବନ କରୁଥିବା ଲୋକଙ୍କୁ ଏହା କାମ କରେ ନାହିଁ ।” ଏ ଧାରଣ ସମ୍ପୂର୍ଣ୍ଣ ଅମୂଳକ । ଏକଥା ସତ୍ୟ ଯେ କେତେକ କ୍ଷେତ୍ରରେ ରୋଗୀର ରୋଗ ଲକ୍ଷଣ ସମୂହକୁ ବିଚାର କରି ଚିକିତ୍ସା ସମୟ ମଧ୍ୟରେ ନିଶା ଦ୍ରବ୍ୟ ସେବନ ନ କରିବାକୁ ପରାମର୍ଶ ଦିଆଯାଇ ଥାଏ । ଏହାକୁ ଭିତ୍ତି କରି କେତେକଙ୍କ ମନରେ ଉପରୋକ୍ତ ଧାରଣ ସୃଷ୍ଟି ହୋଇଛି । ଅନେକ ସମୟରେ ଦେଖାଯାଏ  ଯେ ଅନନ୍ୟୋପାୟ ହୋଇ କେତେକ ରୋଗୀ ହୋମିଓ ପ୍ୟାଥିର ଶରଣାଗତ ହୁଅନ୍ତି । ଏହାକୁ  ଦେଖି କେତେକ ସପକ୍ଷବାଦୀ ମୃଦୁ ଭର୍ସନା କରି କହନ୍ତି- “ଯାହାର ନାହିଁ ଅନ୍ୟ ଗତି ସେ କରଇ ହୋମିଓପ୍ୟାଥି ।”ଏଭଳି କ୍ଷେତ୍ରରେ ରୋଗୀ ଲକ୍ଷଣ ସମୂହ ଏଭଳି ଜଟିଳ ସ୍ତରକୁ ଚାଲି ଆସିଥାଏ  ଯେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଇଁ ସଠିକ ଔଷଧ ନିର୍ଣ୍ଣୟ କରି ପାରିବା ସମ୍ଭବପର ହୁଏ ନାହିଁ ଏବଂ ସମ୍ପୂର୍ଣ୍ଣ ଆ