ଚେତନା ପ୍ରବାହ
ଚେତନା ପ୍ରବାହ ଆଧ୍ୟାତ୍ମିକ ଚେତନା ବିକାଶ ପରିଷଦ, ଓଡ଼ିଶାଙ୍କ ତ୍ରୈୟମାସିକ ମୁଖପତ୍ର ଉପକ୍ରମଣିକା- ବର୍ମାନ ମାନବ ସମାଜ ମୂଲ୍ୟ ସଂକଟ ଓ ·ରିତ୍ରିକ ଅଧୋପନର ଚରମ ସୀମାରେ ଉପନୀତ । ବିଭିନ୍ନ ସାଂପ୍ରଦାୟିକ ଧର୍ମର ଦ୍ରୁତ ପ୍ର·ର ଓ ପ୍ରସାର ସେ୍ୱ ମଧ୍ୟ ଏଗୁଡ଼ିକର ନିରାକରଣ ହୋଇ ପାରୁ ନାହିଁ । ଧର୍ମରେ ଆଧ୍ୟାତ୍ମିକତା ଅପେକ୍ଷା କର୍ମକାଣ୍ଡକୁ ବିଶେଷ ମହ୍ୱ ପ୍ରଦାନ କରିବା ହେଉଛି ଧର୍ମୀୟ ଅବକ୍ଷୟର ପ୍ରଧାନ କାରଣ । ଆଧ୍ୟାତ୍ମିକତା ବିହୀନ ଧର୍ମ ନିଷ୍ପ୍ରାଣ ଓ ମୂଲ୍ୟହୀନ । ଆଧ୍ୟାତ୍ମିକତା ଯୁକ୍ତ ଧର୍ମ ଜାତି, ସଂପ୍ରଦାୟ ଓ ରାଷ୍ଟ୍ରୀୟତାର ଉଦ୍ଧ୍ୱର୍ରେ । ବାରମ୍ବାର ଜନ୍ମ ମୃତୁ୍ୟ ଚକ୍ରରେ ଆବିର୍ତ ହୋଇ ଆଧ୍ୟାତ୍ମିକ ଶକ୍ତିର ହ୍ରାସ ହେତୁ ଆତ୍ମ ବିସ୍ମୃତ ଦେହ ସର୍ବସ୍ବ ମାନବ ଭୌତିକ ସୁଖ ସାଧନ ସାଧନା ପ୍ରତିସ୍ପର୍ଦ୍ଧାରେ ତା’ର ସମସ୍ତ ଶକ୍ତି ଅପଚୟ କରି ·ଲିଛି । ପରିଣାମ ସ୍ବରୂପ ସେ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଇର୍ଷା, ଦ୍ୱେଷ, ଆଳସ୍ୟ, ଭୟ ଆଦି ମନୋବିକାର ଗୁଡ଼ିକ ଦ୍ୱାରା ଆକ୍ରାନ୍ତ । ସମାଜରେ ବ୍ୟାପ୍ତ କ୍ରମ ବର୍ଦ୍ଧିଷ୍ଣୁ ଭ୍ରଷ୍ଟା·ର, ଅନୀତି, ଦୁର୍ନୀତି, ସ୍ବାର୍ଥ ପରାୟଣତା, ଲାଭଖୋର ମନୋବୃି, ସାମ୍ପ୍ରଦାୟିକତା, ଆଡମ୍ବର ପୂର୍ଣ୍ଣ ଜୀବନ ଶୈଳୀ, ଭୃଣହତ୍ୟା, ସନ୍ତ୍ରାସବାଦ, ଯୌନ ପ୍ରବଣତା, ଅବୈଧ ଯୌନ ସମ୍ପର୍କ, ଅପ୍ରାକୃତିକ ଯୌନ ସମ୍ବନ୍ଧ, ଶୋଷଣ, ଅପରାଧ ପ୍ରବଣତା, ଦୂରଦର୍ଶନ ଚଳଚ୍ଚିତ୍ର, ସମ୍ବ...