Posts

Showing posts from September, 2022

କଥା- ମନ୍ଦାକିନୀ (1)-- ଇର୍ଷା- ଅପମାନର କାରଣ

 କଥା- ମନ୍ଦାକିନୀ ଇର୍ଷା- ଅପମାନର କାରଣ କୌଣସି ଏକ ଗ୍ରାମରେ ଜଣେ ଧନୀକ ରହୁଥିଲେ । ସେ ଭଗବାନଙ୍କ ପରମ ଭକ୍ତ ଥିଲେ । ଦିନେ ସେ ଦୁଇଜଣ ପଣ୍ଡିତଙ୍କୁ ଭୋଜନ ପାଇଁ ନିଜ ଘରକୁ ଆମନ୍ତ୍ରଣ କଲେ । ଭୋଜନ ଅବ୍ୟବହିତ ପୂର୍ବରୁ ଯେତେବେଳେ ଜଣେ ପଣ୍ଡିତ ସ୍ନାନାଦି ପାଇଁ ପ୍ରସ୍ଥାନ କଲେ ସେତେବେଳେ ଧନୀକ ଜଣକ ଦ୍ୱିତୀୟ  ହେଉଛନ୍ତି ।”ପଣ୍ଡିତ ଜଣକ ଇର୍ଷାଳୁ ସ୍ବଭାବରେ ଥିଲେ । ତେଣୁ ସେ ଅନ୍ୟ ପଣ୍ଡିତର ପ୍ରଶଂସା ଶୁଣି ମୁହଁ ବିକୃତ କରି କହିଲେ- “ସିଏ ପୁଣି ବିଦ୍ୱାନ୍ । ଆରେ, ତା’ଠାରେ ବିଦ୍ୱତାର କାଣି·ଏ ମଧ୍ୟ ଅଂଶ ନାହିଁ । ସେ ପଣ୍ଡିତ ବେଶ ଧାରଣ କରିଥିବା ଜଣେ ଶୁଦ୍ଧ ବଳଦ ଅଟେ ।” ୰ ପଣ୍ଡିତଙ୍କୁ କହିଲେ- “ଆପଣଙ୍କ ସାଥୀ ପଣ୍ଡିତଜୀ ମହାନ ତ୍ୱଜ୍ଞାନୀ ପ୍ରତୀତ ଏ କଥା ଶୁଣି ଧନୀକ କିଛି କହିଲେ ନାହିଁ । ପ୍ରଥମ  ପଣ୍ଡିତ ସ୍ନାନାଦିରୁ ନିବୃ ହୋଇ ଆସିବା ପରେ ଦ୍ୱିତୀୟ ପଣ୍ଡିତ ଗଲେ । ଧନୀକ ଜଣକ ଏହି ପଣ୍ଡିତଙ୍କୁ ମଧ୍ୟ କହିଲେ- “ମହାରାଜ, ଆପଣଙ୍କ ସାଥୀ ଜଣକ ତ ପ୍ରକାଣ୍ଡ ବିଦ୍ୱାନ ଓ ଜ୍ଞାନୀ ମନେ ହେଉଛନ୍ତି ।”ଏଇ ପଣ୍ଡିତ ମଧ୍ୟ କିଛି କମ ନ ଥିଲେ । ସେ ତାଙ୍କ ଅସୂୟା ଭାବ ପ୍ରଦର୍ଶନ କରି କହିଲେ, “ଆରେ ମହାଶୟ । ଆପଣ ଏକି କଥା  କହୁଛନ୍ତି? ସିଏ ତ ଏକ ଗଧ ଅଟେ ।” ଏଥର ମଧ୍ୟ ଧନୀକ ଜଣକ ମୌନ ଧାରଣ କଲେ । ଭୋଜନ ସମୟ ହେବାରୁ ଧନୀକ ଜଣ ଉଭୟଙ୍କୁ ଯଥା ବିଧି ଆସନ ପ୍ରଦାନ ପୂର୍ବକ ପରି·ରକମାନଙ୍କୁ ପରିବେଷଣ କରିବାକୁ କହ

ଅନ୍ତର୍ଦୃଷ୍ଟି - 2- -ସତ୍ୟଂ ପରଂ ଧୀମହି

    🌷🌹🌺🌸🌻💐🌷🌹🌺        *ଅନ୍ତର୍ଦୃଷ୍ଟି -2         🌻🌻🌻🌻🌻🌻🌻🌻🌻         *ସତ୍ୟଂ ପରଂ ଧୀମହି*     🌹🌹🌹🌹🌹🌹🌹🌹🌹                                                        *ଡା. ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*  🌸🌸🌸🌸🌸🌸🌸🌸🌸     ଜନ୍ମାଦ୍ୟସ୍ୟ ଯତୋଽନ୍ୱୟାଦ୍ ଇତରଶ୍ଚାର୍ଥେଷୁ ଅଭିଜ୍ଞଃ ସ୍ବରାଟ୍     ତେନେ ବ୍ରହ୍ମହୃଦା ଯ ଆଦି କବୟେ ମୁହ୍ୟନ୍ତି ଯତ୍-ସୂରୟଃ ।     ତେଜୋ-ବାରି-ମୃଦାଂ ଯଥା ବିନିମୟୋ ଯତ୍ର ତ୍ରିସର୍ଗୋଽମୂଷା     ଧାମ୍ନାସ୍ବେନ ସଦା ନିରସ୍ତ-କୁହକଂ ସତ୍ୟ ପରଂ ଧୀମହି                 “ଶ୍ରୀମଦ ଭାଗବତ ୧/୧ । ।” (ଅନୁବାଦ :- ଯିଏ ଜଗତର ଆଦି ମୂଳ, ପ୍ରତ୍ୟକ୍ଷ, ପରୋକ୍ଷ ସମସ୍ତ ବିଷୟର ଜ୍ଞାତା; ଯିଏ ସ୍ବୟଂ ସିଦ୍ଧ, ଆଦି କବି ବେଦଜ୍ଞ ବ୍ରହ୍ମାଙ୍କ ହୃଦୟରେ ଯେ ବେଦର ଜ୍ଞାନ ପ୍ରକଟ କରିଥିଲେ; ମୁନି ଋଷିମାନେ ଯାହାଙ୍କ ସ୍ବରୂପ ଜାଣିବା ପାଇଁ ଭ୍ରମିତ ହୁଅନ୍ତି; ତେଜ, ଜଳ ଓ ମୃତ୍ତିକା ପରସ୍ପର ଯୋଗରେ ଭିନ୍ନ ରୂପ ଧାରଣ କରିବା ପରି ଏହି ତ୍ରିଗୁଣାତ୍ମକ ସୃଷ୍ଟି ଯାହାଙ୍କ ଯୋଗେ ବାସ୍ତବ ବୋଲି ମନେ ହୁଏ; ସ୍ବଧାମରେ ସଦା ବିଦ୍ୟମାନ କପଟ ରହିତ ସେହି ପରମ ସତ୍ୟ ପରମାତ୍ମାଙ୍କୁ ମୁଁ ଧ୍ୟାନ କରୁଛି) ଜୀବନକୁ ମଙ୍ଗଳମୟ କରିବା ପାଇଁ ସତ୍ୟ ସ୍ବରୂପ ପରମାତ୍ମାଙ୍କୁ ଧ୍ୟାନ କରିବା ଉଚିତ୍ । କାରଣ ଧ୍ୟାତା ଯାହାକୁ ଧ୍ୟାନ କରନ୍ତି ସେହି ଧ୍ୟେୟର ସ୍ବରୂପ ପ୍ରା