କଥା- ମନ୍ଦାକିନୀ (1)-- ଇର୍ଷା- ଅପମାନର କାରଣ

 କଥା- ମନ୍ଦାକିନୀ

ଇର୍ଷା- ଅପମାନର କାରଣ

କୌଣସି ଏକ ଗ୍ରାମରେ ଜଣେ ଧନୀକ ରହୁଥିଲେ । ସେ ଭଗବାନଙ୍କ ପରମ ଭକ୍ତ ଥିଲେ । ଦିନେ ସେ ଦୁଇଜଣ ପଣ୍ଡିତଙ୍କୁ ଭୋଜନ ପାଇଁ ନିଜ ଘରକୁ ଆମନ୍ତ୍ରଣ କଲେ ।

ଭୋଜନ ଅବ୍ୟବହିତ ପୂର୍ବରୁ ଯେତେବେଳେ ଜଣେ ପଣ୍ଡିତ ସ୍ନାନାଦି ପାଇଁ ପ୍ରସ୍ଥାନ କଲେ ସେତେବେଳେ ଧନୀକ ଜଣକ ଦ୍ୱିତୀୟ  ହେଉଛନ୍ତି ।”ପଣ୍ଡିତ ଜଣକ ଇର୍ଷାଳୁ ସ୍ବଭାବରେ ଥିଲେ । ତେଣୁ ସେ ଅନ୍ୟ ପଣ୍ଡିତର ପ୍ରଶଂସା ଶୁଣି ମୁହଁ ବିକୃତ କରି କହିଲେ- “ସିଏ ପୁଣି ବିଦ୍ୱାନ୍ । ଆରେ, ତା’ଠାରେ ବିଦ୍ୱତାର କାଣି·ଏ ମଧ୍ୟ ଅଂଶ ନାହିଁ । ସେ ପଣ୍ଡିତ ବେଶ ଧାରଣ କରିଥିବା ଜଣେ ଶୁଦ୍ଧ ବଳଦ ଅଟେ ।”

୰ ପଣ୍ଡିତଙ୍କୁ କହିଲେ- “ଆପଣଙ୍କ ସାଥୀ ପଣ୍ଡିତଜୀ ମହାନ ତ୍ୱଜ୍ଞାନୀ ପ୍ରତୀତ ଏ କଥା ଶୁଣି ଧନୀକ କିଛି କହିଲେ ନାହିଁ । ପ୍ରଥମ  ପଣ୍ଡିତ ସ୍ନାନାଦିରୁ ନିବୃ ହୋଇ ଆସିବା ପରେ ଦ୍ୱିତୀୟ ପଣ୍ଡିତ ଗଲେ । ଧନୀକ ଜଣକ ଏହି ପଣ୍ଡିତଙ୍କୁ ମଧ୍ୟ କହିଲେ- “ମହାରାଜ, ଆପଣଙ୍କ ସାଥୀ ଜଣକ ତ ପ୍ରକାଣ୍ଡ ବିଦ୍ୱାନ ଓ ଜ୍ଞାନୀ ମନେ ହେଉଛନ୍ତି ।”ଏଇ ପଣ୍ଡିତ ମଧ୍ୟ କିଛି କମ ନ ଥିଲେ । ସେ ତାଙ୍କ ଅସୂୟା ଭାବ ପ୍ରଦର୍ଶନ କରି କହିଲେ, “ଆରେ ମହାଶୟ । ଆପଣ ଏକି କଥା  କହୁଛନ୍ତି? ସିଏ ତ ଏକ ଗଧ ଅଟେ ।” ଏଥର ମଧ୍ୟ ଧନୀକ ଜଣକ ମୌନ ଧାରଣ କଲେ ।

ଭୋଜନ ସମୟ ହେବାରୁ ଧନୀକ ଜଣ ଉଭୟଙ୍କୁ ଯଥା ବିଧି ଆସନ ପ୍ରଦାନ ପୂର୍ବକ ପରି·ରକମାନଙ୍କୁ ପରିବେଷଣ କରିବାକୁ କହିଲେ । ଦୁଇଜଣ  ପରି·ରକ ଦୁଇଟି ଖାଦ୍ୟପାତ୍ର ସହ ପହି ଜଣେ ପଣ୍ଡିତଙ୍କ ସାମନାରେ ଘାସ ପାତ୍ର ଓ ଅନ୍ୟ ଜଣକ ସାମନାରେ ଭୁଷା ପାତ୍ର ରଖିଦେଲେ । ନିଜ ସମ୍ମୁଖରେ ଥିବା ଭୋଜନ ପାତ୍ର ଦେଖି ପଣ୍ଡିତ ଦ୍ୱୟ ଅତ୍ୟନ୍ତ କ୍ରୋଧରେ ଚିକ୍ରାର କରି କହିଲେ, “ ଆରେ ଧନୀକ ମହାଶୟ! ପାଗଳ ହୋଇଗଲ କି? ଏ ଭଳି ର୍ଦୁବ୍ୟବହାର କାହିଁକି? ଆମେ ମନୁଷ୍ୟ, ପଶୁ ନୁହେଁଯେ ଏହି ଘାସ ଓ ଭୁଷା ଖାଇବୁ । ଏପରି ଅପମାଜିତ କରିବା ପାଇଁ କ’ଣ ଆପଣ ଆମକୁ ଘରକୁ ଖାଇବାକୁ ଡାକିଥିଲେ?”

ଧନୀକ ଜଣକ ଅତ୍ୟନ୍ତ ବିନମ୍ରତା ପୂର୍ବଳ ହାତ ଯୋଡି ସେମାନଙ୍କୁ କହିଲେ- “ଆପଣ ବ୍ୟର୍ଥ କ୍ରୋଧ କରୁଛନ୍ତି । ଆପଣମାନେ ତ ଜଣେ ଅନ୍ୟ ଜଣକୁ ବଳଦ ଓ ଗଧ ବୋଲି ପରିଚୟ ଦେଇଥିଲେ । ତେଣୁ ଏ ଉଭୟ ପଶୁ ଅନୁରୂପ ଆହାର ମୁଁ ଆପଣଙ୍କ ସମ୍ମୁଖରେ ପରିବେଷଣ କରିଥିଲି । ଆପଣମାନେ କହନ୍ତୁ, ଏଥିରେ ମୋର ଦୋଷ କେଉଁଠି? ମୁଁ ତ ଆପଣ ଦୁଇଜଣଙ୍କୁ ବିଦ୍ୱାନ ମନେ କରି ଭୋଜନ ପାଇଁ ଆମନ୍ତ୍ରଣ କରିଥିଲି । କିନ୍ତୁ ଆପଣ ମାନେ ସ୍ବୟଂ ନିଜ ନିଜ ବାସ୍ତବିକତା ପ୍ରକଟ କରିଦେଲେ । ଧନୀକ ଭକ୍ତଙ୍କ ଏହି କଥାଶୁଣି ପଣ୍ଡିତ ଦ୍ୱୟ ଅତ୍ୟନ୍ତ ଲଜ୍ଜିତ ହୋଇ ମୁଣ୍ଡ ନୁଅାଁର ପ୍ରସ୍ଥାନ କଲେ । ପର ନିନ୍ଦାହେତୁ ସେମାନେ ଅପମାନିତ ହେବା ସହ ଖାଦ୍ୟରୁ ମଧ୍ୟ ବିତ  ବନ୍ଧିତ ହେଲେ ।

ଏହି ପଣ୍ଡିତମାନଙ୍କ ପରି ଆଜିକାଲି ବ୍ୟକ୍ତି ଇର୍ଷା ବଶତଃ ଜଣେ- ଅନ୍ୟଜଣଙ୍କ ପ୍ରଶଂସା ସହ୍ୟ କରି ପାାରନ୍ତି ନାହିଁ । ଆଜି ଇର୍ଷାର  ଅଗ୍ନି ସର୍ବତ୍ର ବ୍ୟାପକ । ଇର୍ଷା ଏଭଳି ଏକ ଅଗ୍ନି ଯାହାକି ବ୍ୟକ୍ତିତ୍ୱ ଉପରେ କାଳିମା ପୋତି ଦିଏ । ଇର୍ଷାପରାୟଣ ବ୍ୟକ୍ତି ନିନ୍ଦୁକ ହୋଇଥାଏ । ଏହି ନିନ୍ଦା ପ୍ରବୃି ଦେଖି ଅନ୍ୟମାନେ ତା’ର ସମ୍ମୁଖରେ ମିଥ୍ୟା ପ୍ରଶଂସା କରନ୍ତି । ଏଥିପାଇଁ ତାକୁ ତାର ଅବଗୁଣ ଜଣାପଡେ ନାହିଁ । ଏଥିପାଇଁ ବ୍ୟର୍ଥ ଅହଂକାର ବଶତଃ ସେ ଅନ୍ୟମାନଙ୍କୁ ନିଜଠାରୁ ନିକୃଷ୍ଟ ମନେ କରେ ଓ ଅପମାନ କରେ । ନମ୍ରତା, ମଧୁରତା,ସହନ ଶକ୍ତି ଆଦି ଗୁଣ ତା’ଠରୁ  ସମାପ୍ତ ହୋଇଯାଏ । ଏପରି ବ୍ୟକ୍ତି କାହାକୁ ସମ୍ମାନ ଦିଏ ନାହିଁ କି କାହାରିଠାରୁ ସମ୍ମାନ ପାଏ ନାହିଁ । ତାକୁ କାହାରି ଆଶୀର୍ବାଦ ଓ ସ୍ନେହ ମିଳେ ନାହିଁ । ସେଥିପାଇଁ ତାକୁ ପ୍ରତି ପଦକ୍ଷେପରେ ଅପମାନିତ ହେବାକୁ ପଡ଼ିଥାଏ । ସେ କେବେ ଲୋକ-ପସନ୍ଦ ହୋଇ ପାରେ ନାହିଁ । ପ୍ରଭୁ ପସନ୍ଦ ହେବା ପାଇଁ ଲୋକ- ପସନ୍ଦ ହେବା ଅନିର୍ବାଯ୍ୟ । ଯିଏ ନିଜ ଦୋଷ ଚିହ୍ନି ସେ ସବୁ ନିବାରଣ କରିବାର ପ୍ରଯନô କରେ ସେ ପ୍ରକୃତ ପୁରୁଷାର୍ଥ ଓ ଜ୍ଞାନୀ ଅଟେ । ଯିଏ କେବେ କାହାରି ଅବଗୁଣକୁ ଦେଖେ ନାହିଁ । ସର୍ବଦା ଅନ୍ୟମାନଙ୍କ ଭଲଗୁଣଗୁଡ଼ିକୁ ଗ୍ରହଣ କରିଥାଏ, ସେ ସ୍ବତଃ ଆଦରଣୀୟ ଓ ପୂଜନୀୟ ହୋଇଯାନ୍ତି । ତେଣୁ ଯେଉଁମାନେ ସମ୍ମାନ ଜନକ, ସୁଖୀ, ଓ ସର୍ବଜନ ପ୍ରିୟ ଜୀବନ ଯାପନ କରିବାକୁ ଇଚ୍ଛୁକ ସେମାନେ ନିଜ ମନକୁ ଇର୍ଷା ଜନିତ ପରନିନ୍ଦା ରୂପକ ଆବର୍ଜନାକୁ ମୁକ୍ତ ରଖିବା ବିଧେୟ ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,