ଆତ୍ମ ତ୍ୱ (ATMA TATWA)-ଡା.ବ୍ରହ୍ମାକୁମାର ସୁଧାଂଶୁ ଶେଖର ମିଶ୍ର
ଶ୍ରୀମଦ୍ଭଗବତ ଗୀତା ରହସ୍ୟ
ଆତ୍ମ ତ୍ୱ
(ATMA TATWA)
-ଡା.ବ୍ରହ୍ମାକୁମାର ସୁଧାଂଶୁ ଶେଖର ମିଶ୍ର
ଶିବଶକ୍ତି ହୋମିଓ ସେବା ସଦନ, ପାଟଣାଗଡ
ଆତ୍ମା ଦେହଠାରୁ ପୃଥକ ଏକ ଚୈତନ୍ୟ ସା । କିନ୍ତୁ ଆମେ ଜନ୍ମ ଜନ୍ମାନ୍ତର ଧରି ଆବାଗମନ ଚକ୍ର ମାଧ୍ୟମରେ ନିଜକୁ ଶରୀରଠାରୁ ପୃଥକ ଏକ ଚୈତନ୍ୟ ସା ଆତ୍ମା ବୋଲି ଅନୁଭବ କରି ପାରୁନାହିଁ । ଆମେ ନିଜକୁ ଶରୀର ବୋଲି ଭାବୁଥିବାରୁ ଆମ ଭିତରେ ସ୍ତ୍ରୀ ପୁରୁଷର ଭେଦ ଉପôନ୍ନ ହୁଏ ଏବଂ ଏହି ଭେଦରୁ କାମ କ୍ରୋଧାଦି ବିକାର ସମୂହ ସୃଷ୍ଟି ହୁଏ । ଏହି ମନୋବିକୃତି ହିଁ ସକଳ ଦୁଃଖ ଓ ଅଶାନ୍ତିର ମୂଳ କାରଣ । ତେଣୁ ଗୀତା ମାନବ ସମାଜକୁ “ପରଧର୍ମ” ଅର୍ଥାତ କାମ କ୍ରୋଧାଦି ଭୂତ ପ୍ରକୃତିରୁ ଜାତ ଶରୀର ଜନ୍ୟ ଧର୍ମ ତା୍ୟାଗ କରି ସ୍ୱ-ଧର୍ମ ଅର୍ଥାତ ପବିତ୍ରତା , ସୁଖ,ଶାନ୍ତି,ଆନନ୍ଦ, ପ୍ରେମ ଆଦି ଆତ୍ମାର ଧର୍ମରେ ଅବସ୍ଥିତ ହେବା ପାଇଁ ନିର୍ଦ୍ଧେଶ ଦିଏ । ଶ୍ରେୟାନ୍ ସ୍ୱଧର୍ମୋ ବିଗୁଣଃ (୩/୩୫) । ଯେତେବେଳେ ବ୍ୟକ୍ତି ଦେହଠାରୁ ନିଜକୁ ପୃଥକ ସା ବୋଲି ଅନୁଭବ କରେ ସେତେବେଳେ ହିଁ ପବିତ୍ରତା ଉପଲବଧି କରିଥାଏ ଓ ସୁଖ, ଶାନ୍ତି ଆଦି ଆତ୍ମାର ମୂଳ ସ୍ୱରୂପରେ ସ୍ଥିତ ହୋଇଥାଏ । ଏହିଭଳି ଆତ୍ମାନିଷ୍ଠା ହିଁ ସ୍ୱଧର୍ମରେ ସ୍ଥିତ ହେବା । ନିଜର ଦେହକୁ ବ୍ୟକ୍ତି ବୋଲି ମାନିବା ବା ପ୍ରକୃତିଜନ୍ୟ କାମକ୍ରୋଧାଦିର ବଶୀଭୂତ ହେବା ହେଉଛି ପରମଧର୍ମ ଗ୍ରହଣ କରିବା । ଏହାଦ୍ୱାରା ମନୁଷ୍ୟ ଦୁଃଖ ଅଶାନ୍ତି ଓ ଭୟରେ ପୀଡିତ ହୁଏ । ସ୍ୱଧର୍ମରେ ସ୍ଥିତ ହେଲେ ବ୍ୟକ୍ତିର ଅଶେଷ କଲ୍ୟାଣ ସାଧିତ ହୁଏ।
ଆତ୍ମାର ସ୍ୱଭାବଜନ୍ୟ ଧର୍ମହେଲା ପବିତ୍ରତା, ଶାନ୍ତି, ଆନନ୍ଦ, ସୁଖ ଓ ଶାନ୍ତି । କାରଣ, ମାନବ ମାତ୍ରକେ ହିଁ ଏହା ଚାହେଁ । ଅନ୍ୟକୁ ସୁଖ ଶାନ୍ତି,ଆନନ୍ଦ,ପ୍ରେମ ଆଦି ବିତରଣ କରିବା ହିଁ ହେଉଛି ସ୍ୱକର୍ମ । ସ୍ୱଧର୍ମରେ ସ୍ଥିତ ନ ହେବା ପର୍ଯ୍ୟନ୍ତ ସ୍ୱକର୍ମ କରିବା ସମ୍ଭବ ନୁହେଁ । ଦେହର ଧର୍ମ ହେଉଛି ପ୍ରକୃତିରୁ ଉପôନ୍ନ ,ଏହାହିଁ ପର ଧର୍ମ । ଦେହ ଅଭିମାନର ବଶୀଭୂତ ହୋଇ ଯେଉଁ ଧର୍ମ କର୍ମ କରାଯାଏ ସ୍ଥୁଳତଃ,ତାହା ଉମ ବୋଲି ପ୍ରତୀୟମାନ ହେଉଥିଲେ ହେଁ ସ୍ୱଭାବ ଦ୍ୱାରା ନିୟତ ହେଉ ନ ଥିବାରୁ ପରିଣାମରେ ଦୁଃଖ ଭୋଗୀ ହୁଏ । କାରଣ,ଏହା ଦ୍ୱାରା ପାପକର୍ମ ଅନୁଷ୍ଠିତ ହେବାର ସମ୍ଭାବନା ଅଧିକ ଥାଏ । କିନ୍ତୁ ଯଦି ଆମେ ଆତ୍ମାର ସ୍ୱାଭବ ସୁଲଭ ସ୍ୱଧର୍ମରେ ଥାଇ ସ୍ୱକର୍ମରେ ଲିପ୍ତ ରହିବା ତେବେ ପାପାଭିମୁଖୀ ହେବା ନାହିଁ “ଶ୍ରେୟାନ୍ ସ୍ୱଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ୱନୁଷ୍ଠିତାତ୍ । ସ୍ୱଭାବ ନିୟତଂ କର୍ମ କୁର୍ବାନ୍ନାପ୍ନୋତି କିଲ୍ୱିିଷମ୍” । । ଗୀ ୧୮/୪୭
ଦେହ ଅଭିମାନ ବଶତଃ ବୁଦ୍ଧି ପୂର୍ବାଗ୍ରହ ଗ୍ରସିତ ହୋଇଯାଏ । ସେ ଦେହ ଓ ଆତ୍ମା ମଧ୍ୟରେ ପାର୍ଥକ୍ୟ ଅନୁଭବ କରିପାରେ ନାହିଁ । ଫଳରେ ପରମାତ୍ମାଙ୍କ ସହିତ ତାର ଯୋଗ ସୂତ୍ର ସ୍ଥିର ହୋଇ ରହେ ନାହିଁ । କାରଣ ଦୈହିକ ଧର୍ମ (ପରଧର୍ମ) ଆଚରଣ କରୁଥିବା ହେତୁ , ସମସ୍ତ ପ୍ରକାର କାମନା ବାସନା ଜାଲରେ ମଣିଷର ଚି ଛନ୍ଦିି ହୋଇଯାଏ । ତେଣୁ ପରମାତ୍ମା କୁହନ୍ତି , “ହେ, ଆତ୍ମନ, ଦେହ ଅଭିମାନ ତ୍ୟାଗକର । ଆତ୍ମିକ ସ୍ଥିତିରେ ରୁହ । ସମସ୍ତ ପ୍ରକାର କାମନା ପ୍ରତି ନିସ୍ପୃହ ହୁଅ । ତେବେ ତୁମର ବୁଦ୍ଧି ମୋ ସହିତ ଯୋଗଯୁକ୍ତ ହେଲା ବୋଲି କୁହାଯିବ । ଯଦା ବିନିୟତଂ ଚିମାତ୍ମନ୍ୟେ ବାବତିଷ୍ଠତେ । ନିସ୍ପୃହଃ ସର୍ବକାମେଭ୍ୟୋଯୁକ୍ତ ଇତୁ୍ୟଚ୍ୟତେ ତଦା । । ଗୀ-୬/୧୮ । ।
ଆତ୍ମା ଏବଂ ପ୍ରକୃତି ଉଭୟେ ଅନାଦି ଏବଂ ପୃଥକ ସା ଅଟନ୍ତି । କାମ କ୍ରୋଧାଦି ପ ବିକାର ଏବଂ ସ୍ୱ ରଜ ତମ ଗୁଣାଦି ପ୍ରକୃତିରୁ ଉପôନ୍ନ ହୋଇଥାନ୍ତି । “ପ୍ରକୃତିଂ ପୁରଷଂ ଚୈବ ବିଦ୍ଧ୍ୟନାଦି ଉଭାବପି । ବିକାରାଂଶ୍ଚ ଗୁଣାଂଶ୍ଚେବ ବିଦ୍ଧି ପ୍ରକୃତିସମ୍ଭବାନ୍” । । ଗୀ ୧୩/୧୯ । । ପ୍ରାଣୀମାନଙ୍କ ଦେହରେ ଏହି ଜୀବାତ୍ମା ଅବିନାଶୀ ଅଟେ । ଆତ୍ମାର ମୃତ୍ୟୁ ନାହିଁ । ଶରୀର ପ୍ରକୃତିରୁ ଉପôନ୍ନ ହୋଇଥିବା ହେତୁ ବିନାଶୀ ବା କ୍ଷଣସ୍ଥାୟୀ ଅଟେ । ଦେହୀ ନିତ୍ୟମ ବଧ୍ୟୋଽୟଂ ଦେହେ ସର୍ବସ୍ୟ ଭାରତ । ତସ୍ମାସôର୍ବାଣି ଭୁତାନି ନ ତ୍ୱଂ ଶୋଚିତମର୍ହାସି” । । ଗୀ-୨ /୩୦ । । ଯେତେବେଳେ ଆତ୍ମା ତା’ର ପ୍ରକୃତିକୁ ସଂଯତ କରେ ଏବଂ ମାନସିକ ସ୍ତରରେ ସମସ୍ତ କର୍ମ ତ୍ୟାଗକରେ ସେତେବେଳେ ସେ ନ’ଟି ଦ୍ୱାର ଥିବା ଏ ଶରୀରର ରୂପକ ପୁରରେ କିଛି ନ କରି କିମ୍ବା କରିବାର କାରଣ ନ ହୋଇ ଆନନ୍ଦରେ ବାସ କରେ । “ସର୍ବ କର୍ମାଣି ମନସା ସଂନ୍ୟସ୍ୟାସ୍ତେ ସୁଖଂ ବଶୀ । ନବ ଦ୍ୱାରେ ପୁରେ ଦେହୀ ନୈବ କୁର୍ବନ୍ନକାରୟନ୍” । ଗୀ-୫ /୧୩ । ।
ଅତି ସୂକ୍ଷ୍ମାତି ସୂକ୍ଷ୍ମ ରୂପ ହେତୁ ଆତ୍ମାକୁ ସ୍ଥୂଳ ଚକ୍ଷୁଦ୍ୱରା ଦେଖି ହୁଏ ନାହିଁ । ତେଣୁ ଦେହ ଅଭିମାନ ଗ୍ରସ୍ତ ଅଜ୍ଞାନ ଲୋକେ ଆତ୍ମା କିପରି ତା’ର ଶରୀର ତ୍ୟାଗକରେ କିମ୍ବା କି ପ୍ରକାରେ ଭୂତ ପ୍ରକୃତିର ତ୍ରିଗୁଣାଧୀନ ହୋଇ ଶରୀର ଧାରଣ କରି ଜୀବନ ଯାପନ କରେ, ଏକଥା ବୁଝିପାରନ୍ତି ନାହିଁ । କାରଣ ଆତ୍ମଜ୍ଞାନନିଷ୍ଠ ଜ୍ଞାନୀ ଲୋକେହିଁ ଜ୍ଞାନଚକ୍ଷୁ (ବୁଦ୍ଧି) ଦ୍ୱାରା ଆତ୍ମାକୁ ଦେଖିପାରନ୍ତି । ଉତ୍କ୍ରାମନ୍ତଂ ସ୍ଥିତଂ ବାପି ଭୂଞ୍ଜାନାଂ ବା ଗୁଣାନ୍ନିତମ । ବିମୂଢ଼ା ନାନୁପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନ ଚକ୍ଷୁଷଃ” । । ଗୀ-୧୫/୧୦ । । ସେମାନଙ୍କ ଦୃଷ୍ଟିରେ ଆତ୍ମା ଅଜର,ଅମର,ଶାଶ୍ୱତ,ପୁରାତନ ଓ ସର୍ବଦା ବିଦ୍ୟମାନ ଅଟେ । ଶରୀରର ମୃତୁ୍ୟରେ ଆତ୍ମାର କୈାଣସି କ୍ଷତି ହୁଏ ନାହିଁ । ନ ଜାୟତେ ମ୍ରିୟତେ ବା କଦାଚିନ୍, ନାୟଂଭୁତ୍ୱା ଭବିତା ବା ନ ଭୁୟଃ, ଅଜୋନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ । ନହନ୍ୟତେ ହନ୍ୟମାନେ ଶରୀରେ । । ଗୀ-୨/୨୦ । । ଏହି ଆତ୍ମା ଅଚ୍ଛେଦ୍ୟ ଏବଂ ଅକ୍ଲେଦ୍ୟ ଅଟେ । ଏହାକୁ ପୋଡି ଦିଆଯାଇ ପାରିବ ନାହିଁ କିମ୍ବା ଶୁଷ୍କ କରି ଦିଆଯାଇ ପାରିବ ନାହିଁ । ଏହା ଚିରନ୍ତନ , ସମସ୍ତ ଜୀବରେ ବ୍ୟାପକ, ଅପରିବର୍ନୀୟ,ସ୍ଥାଣୁ ଏବଂ ସନାତନ ଅଟେ । ଅଚ୍ଛେଦ୍ଧ୍ୟୋଽୟମ୍ ଅଦାହ୍ୟୋଽୟମ୍ ଅକ୍ଲେଦ୍ୟୋଽଶୋଷ୍ୟ ଏବ ଚ । ନିତ୍ୟଃ ସର୍ବଗତଃ ସ୍ଥାଣୁର ଅଚଳୋଽୟଂ ସନାତନଃ । ।ଗୀ-୨/୨୪ । ।
ଆତ୍ମା ଜ୍ୟୋର୍ତିବିନ୍ଦୁ ସ୍ୱରୂପ । ତେଣୁ କରି କୁହାଯାଇଛି ଯେ ଏହା ଅଚିନ୍ତ୍ୟ ଅର୍ଥାତ ସୂକ୍ଷ୍ମାତିସୁକ୍ଷ୍ମ ଅଥବା ମନ ଦ୍ୱାରା ଅଗ୍ରାହ୍ୟ (ଓଦ୍ଭମକ୍ଟଦ୍ଭମରସଙ୍ଖବଭକ୍ଷର )ଅବ୍ୟକ୍ତ ଅପରବର୍ନୀୟ ଏବଂ ଅଚଳ (ସ୍ଥିର) ଅଟେ । ବିନ୍ଦୁ (ଚକ୍ଟସଦ୍ଭଗ୍ଧ) ହିଁ ଅଚ୍ଛେଦ୍ୟ ,ଅମର ଏବଂ ଅବିନାଶୀ ଅଟେ । ଏହା ବିଭୁ ବା ସର୍ବବ୍ୟାପକ ନୁହେଁ । ଅବ୍ୟକ୍ତୋଽୟମ୍ ଅଚିନ୍ତ୍ୟୋଽୟମ୍ ଅବିକାର୍ଯେ୍ୟାଽୟମ୍ ଉଚ୍ୟତେ । ଗୀ-୨/୨୫ । । ଆତ୍ମାର ଉପସ୍ଥିତି ହେତୁ ସମଗ୍ର ଶରୀରରେ ଚୈତନ୍ୟତା ଥିଲେ ମଧ୍ୟ ଏହା ସମସ୍ତ ଶରୀରରେ ବ୍ୟାପକ ନୁହେଁ । ଆକାଶରେ ସୂର୍ଯ୍ୟ ଏକ ସ୍ଥାନରେ ସ୍ଥିର ରହି ଯେପରି ପୃଥିବୀକୁ ପ୍ରକାଶିତ କରୁଛି ସେପରି ଆତ୍ମା ମଧ୍ୟ ଭୃକୁଟି ରେ ବିରାଜମାନ ହୋଇ ଦେହକୁ ଚୈତନ୍ୟ ପ୍ରଦାନ କରୁଛି । ଯଥା ପ୍ରକାଶୟତ୍ୟେକଃ କୃସ୍ନô ଲୋକମିମଂ ରବିଃ । କ୍ଷେତ୍ରଂ କ୍ଷେତ୍ରୀ ତଥା କୃସ୍ନôଂ ପ୍ରକାଶୟତି ଭାରତ । । ଗୀ-୧୩/୩୩ ।
ହଠଯୋଗୀମାନେ ଭୃକୁଟୀରେ “ଆଜ୍ଞାଚକ୍ର” ର ଅବସ୍ଥିତି ସ୍ୱୀକାର କରନ୍ତି ।ଏଠାରୁ ଆତ୍ମା ସମସ୍ତ କର୍ମେନ୍ଦ୍ରିୟକୁ ଆଦେଶ ପ୍ରେରଣକରେ । ଶରୀର ବିଜ୍ଞାନୀମାନେ ଏଠାରେ ପୀୟୁଷ ଗ୍ରନ୍ଥି (ଚସଗ୍ଧଙ୍କସଗ୍ଧବକ୍ସଚ୍ଚ ଶକ୍ଷବଦ୍ଭୟ ) ର ଅସ୍ତିତ୍ୱ ମାନନ୍ତି । ଏହି ପିୟୁଷ ଗ୍ରନ୍ଥି ଶରୀରର ଗ୍ରନ୍ଥି ସମୂହକୁ ନିୟନ୍ତ୍ରିତ କରେ । ତେଣୁ ଏହା ମହ୍ୱପୂର୍ଣ୍ଣ ଅଟେ । ଏଠାରେ ହିଁ ଆତ୍ମା ଲଘୁ ମସ୍ତିଷ୍କ (ଉରକ୍ସରଭରକ୍ଷକ୍ଷଙ୍କଜ୍ଞ) ତଥା ବୃହତ ମସ୍ତିଷ୍କ(ଉରକ୍ସରଭକ୍ସଙ୍କଜ୍ଞ) ସହିତ ସଂଯୁକ୍ତ ହୋଇଥାଏ ଏବଂ ହାଇପୋଥାଲମସ୍ (ଐଚ୍ଚକ୍ଟ୍ରକ୍ଟଗ୍ଧଷବକ୍ଷବଜ୍ଞଙ୍କଗ୍ଦ) ।ଦ୍ୱାରା ସମସ୍ତ ସ୍ନାୟୁ ମଣ୍ଡଳ (ଗକ୍ଟଗ୍ଧକ୍ଟକ୍ସ ଘରକ୍ସଙ୍ଖରଗ୍ଦ ବଦ୍ଭୟ ଗ୍ଦରଦ୍ଭଗ୍ଦକ୍ଟକ୍ସଚ୍ଚ ଘରକ୍ସଙ୍ଖରଗ୍ଦ) ଦ୍ୱାରା କାର୍ଯ୍ୟ କରେ ଏବଂ ଅନୁଭବ କରେ । ତେଣୁ ଆତ୍ମାକୁ ହୃଦୟରେ ସ୍ଥିତ ବୋଲି ଯେଉଁମାନେ କୁହନ୍ତି ତାହା ଠିକ୍ ନୁହେଁ । କାରଣ ହୃଦୟପିଣ୍ଡକୁ ଶଲ୍ୟ ଚିକିସôା ଦ୍ୱାରା ସ୍ଥାନାନ୍ତରିତ କରି ତା’ସ୍ଥାନରେ ନୂଆ ହୃଦୟ ଆରୋପିତ କରାଯାଇପାରେ । ଆତ୍ମା ଭ୍ରୁକୁଟୀରେ ସ୍ଥିତ ହେବା ହେତୁ ହିଁ ଅନ୍ତ ସମୟରେ ଯୋଗୀମାନେ ସମଗ୍ର ଚେତନା ଶକ୍ତିକୁୁ ସ୍ଥିର କରି ଅବିଚଳିତ ମନସ୍ଥିତିରେ ପରମାମାôକୁ ସ୍ମରଣ କରିଥାନ୍ତି । ଏହା ହିଁ ପରମାମାôନୁଭୂତିର ସହଜ ଓ ନିଶ୍ଚିତ ପନ୍ଥା ଅଟେ । ପ୍ରୟାଣକାଳେ ମନସାଽଚଳେନ ଭକ୍ତ୍ୟା ଯୁକ୍ତୋ ଯୋଗବଳେନ ଚୈବ । ଭ୍ରୁବୋର୍ମଧ୍ୟେ ପ୍ରାଣମାବେଶ୍ୟ ସମ୍ୟକ । ସତଂ ପରଂ ପୁରୁଷସୁପୈତି ଦିବ୍ୟମ୍ । । ଗୀ-୮/୧୦ । ।
କେତେକ ବିଶ୍ୱାସ କରନ୍ତି ଯେ ସମଗ୍ର ବିଶ୍ୱରେ ଏକମାତ୍ର ଆତ୍ମା ଅଛି । ଏହା ଠିକ୍ କଥା ନୁହେଁ । ପ୍ରତ୍ୟେକ ଶରୀରରେ ଥିବା ଆତ୍ମା ଭିନ୍ନ ଭିନ୍ନ ଅଟେ । ନିଜ କର୍ମଫଳ ଅନୁସାରେ ହିଁ ଆତ୍ମା ସ୍ତ୍ରୀ ବା ପୁରୁଷ , ଧନୀ ବା ଦରିଦ୍ର ହୋଇ ଶରୀର ଧାରଣ କରେ । ଆତ୍ମାର ନିଜ ଅସ୍ତିତ୍ୱ ହେଉଛି ଅନାଦି, ନିତ୍ୟ ଏବଂ ଅବିନାଶୀ । ଶରୀର ହିଁ ବିନାଶ ହୁଏ । ଅନ୍ତବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ । ଅନାଶିନୋଃଽପ୍ରମେୟସ୍ୟ ତସ୍ମାତ୍ ଯୁଧସ୍ୱ ଭାରତ । ।ଗୀ-୨-୧୮ । । କେହି କେହି କୁହନ୍ତି ସମୁଦ୍ରର ପାଣି ଫୋଟକା ଯେଉଁପରି ଉପôନ୍ନ ହୋଇ ପୁଣି ସେଥିରେ ଲୀନ ହୋଇଯାଏ । ସେହିପରି ଆତ୍ମା ପରମାତ୍ମାଙ୍କ ଠାରୁ ଉଦଗ୍ମ ହୋଇ ପୁଣି ନିଜର ଅସ୍ତିତ୍ୱ କୁ ତାଙ୍କ ଠାରେ ଲୀନ କରିଦିଏ । ଗୀତା ଏଭଳି କପୋଳକଳ୍ପିତ ସିଦ୍ଧାନ୍ତକୁ ଭ୍ରମାତ୍ମକ ବୋଲି କହେ । କାରଣ ଆତ୍ମା ଅଜନ୍ମା, ଅମର,ଅନାଦି ଏବଂ ଅବିନାଶୀ । ଯା’ର କାହାଠାରୁ ଉଦ୍ଗମ ନିର୍ଗମ ବା ନିଷ୍କାସନ ହୋଇନାହିଁ ଏବଂ ଯିଏ କାହାଠାରେ ପ୍ରବିଷ୍ଟ ଅଥବା ଲୀନ ହୋଇ ନିଜର ଅସ୍ତିତ୍ୱ ହରାଇ ବସେ ନାହିଁ, ତାକୁ ହିଁ ଅବିନାଶୀ କୁହାଯିବ । ଗୀତାରେ ଯେଉଁ ଠାରେ ମଧ୍ୟ ଲୀନ ଶଦ୍ଧର ପ୍ରୟୋଗ କରାଯାଇଛି ତାହା ଆତ୍ମାର ଅବ୍ୟକ୍ତ ଅବସ୍ଥାରେ ରହିବା ଭାବକୁ ବୁଝାଏ । ଏହି କଥନର ସତ୍ୟତା ପାଇଁ ନିମ୍ନୋକ୍ତ ଶ୍ଲୋକ ବି·ରଣୀୟ-
ଅବ୍ୟକ୍ତାଦ୍ ବ୍ୟକ୍ତୟଃ ସର୍ବାଃ ପ୍ରଭବନ୍ତ୍ୟହରାଗମେ । ରାତ୍ର୍ୟାଗମେ ପ୍ରଲୀୟନ୍ତେ ତତ୍ରୋ÷ବାବ୍ୟକ୍ତ ସଂଜ୍ଞକେ । । ଗୀ-୮/୧୮ ।
ଆମେ ଯେପରି ରାତି ଓ ଦିନ ମିଶାଇ ଅହୋରାତ୍ରରେ ଗଣନା କରୁଁ ସେପରି ବ୍ରହ୍ମାଙ୍କର ଦିନ ଓ ରାତି ମିଶାଇ ଗୋଟିଏ କଳ୍ପର ଗଣନା କରାଯାଏ । ଗୋଟିଏ ଅହୋରାତ୍ରରେ ଯେପରି ଦିନ ଓ ରାତ୍ରିର ସମୟକୁ ସମାନ ଭାବରେ ବିଭକ୍ତ କରାଯାଇଛି ;ସେପରି ଗୋଟିଏ କଳ୍ପର ପ୍ରଥମାର୍ଦ୍ଧକୁ ବ୍ରହ୍ମାଙ୍କ ଦିବସ ଓ ଦ୍ୱିତୀୟାର୍ଦ୍ଧକୁ ତାଙ୍କର ରାତ୍ର ବୋଲି କଳ୍ପନା କରାଯାଏ । ଗୋଟିଏ କଳ୍ପ ·ରି ଭାଗରେ ବିଭକ୍ତ। ପ୍ରଥମ ଦୁଇଟି ଯୁଗ (ସତ୍ୟ ଓ ତ୍ରେତୟା) ବ୍ରହ୍ମାଙ୍କ ଦିବସ ଓ ଶେଷ ଦୁଇ ଯୁଗ(ଦ୍ୱାପର ଓ କଳି) ତାଙ୍କର ରାତ୍ରି ବୋଲି ଗଣନା କରାଯାଏ । ବ୍ରହ୍ମାଙ୍କ ଦିବସ ଆରମ୍ଭରେ ଅର୍ଥାତ୍ ପ୍ରାକ୍କାଳୀନ ସତ୍ୟଯୁଗରେ ଅବ୍ୟକ୍ତ ଅବସ୍ଥାରୁ ଜୀବାତ୍ମା ସୃଷ୍ଟି ରୂପୀ ରଙ୍ଗମରେ ଶରୀର ରୂପୀ ବସ୍ତ୍ର ଧାରଣ କରି ପ୍ରକଟ ହୁଏ । କାରଣ ଏହି ସମୟରେ ଜୀବାତ୍ମା ଗଣ ନିଜ ନିଜ ପ୍ରାରବ୍ଧ କର୍ମ ଅନୁସାରେ କର୍ମ କରି ଚାଲନ୍ତି । କଳ୍ପର ପ୍ରଥମାର୍ଦ୍ଧକୁ ବ୍ରହ୍ମାଙ୍କର ଦିନ ଏଥିପାଇଁ କୁହାଯାଏ ,କାରଣ ଏହି ସମୟରେ ଜୀବାତ୍ମା ଶରୀର ଧାରଣ କରିଥିଲେ ମଧ୍ୟ ଜୀବନ୍ମୁକ୍ତ ଅବସ୍ଥାରେ ଥାଏ । ତା’ର ଦେହ ଅଭିମାନ ନଥାଏ । ତେଣୁ ସେ ସର୍ବଦା ନିର୍ବିକାର ସ୍ୱରୂପରେ ରହୁଥିବାରୁ ସୁଖୀ ରହେ । ଏହି ସମୟରେ ଯେତିକି ଆତ୍ମା ସୃଷ୍ଟିରେ ଅବତରଣ କରନ୍ତି ସେମାନେ ଦେବପଦ ବାଚ୍ୟ ହୁଅନ୍ତି । ଏମାନେ ସମସ୍ତେ ପବିତ୍ରତା,ସୁଖ,ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହୁଅନ୍ତି । କଳ୍ପର ପ୍ରଥାମର୍ଦ୍ଧରେ ପରମଧାମରେ ଅବ୍ୟକ୍ତ ଭାବରେ ଥିବା ଯେଉଁ ଜୀବାତ୍ମାଗଣ ସୃଷ୍ଟିରେ ଅବତରଣ କରି ଶରୀର ଧାରଣ ପୂର୍ବକ ବ୍ୟକ୍ତ ବା ପ୍ରକଟ ହୁଅନ୍ତି ,ସେମାନେ ହିଁ ଆମର ପୁରାଣ ବର୍ଣ୍ଣିତ ତେତ୍ରୀଶ କୋଟି ଦେବୀଦେବତା । ଏହି ସମୟାବଧିକୁ ହିଁ କାବି୍ୟକ ରୀତିରେ ସ୍ୱର୍ଗ ବୋଲି ଚିତ୍ରଣ କରାଯାଇଛି ।
ସେହିପରି ବ୍ରହ୍ମାଙ୍କ ରାତ୍ରି ଆରମ୍ଭରେ ଏହି ଦୈବୀଗୁଣଯୁକ୍ତ ଜୀବାତ୍ମାଗଣ ଜୀବନ୍ମୁକ୍ତ ଅବସ୍ଥାରୁ ଜୀବନବଦ୍ଧ ଅବସ୍ଥାକୁ ·ଲି ଆସନ୍ତି କାରଣ ବାରମ୍ବାର ଆବାଗମନ ଚକ୍ର୍ରରେ ଆସି ସେମାନେ ନିଜର ଆତ୍ମିକ ସ୍ୱରୂପକୁ ବିସ୍ମୃତ ହୋଇଯାଆନ୍ତି । ସେମାନଙ୍କ ପ୍ରାରବ୍ଧ ପୂଣ୍ୟକର୍ମର ଫଳ କ୍ରମଶଃ କ୍ଷୀଣ ହୋଇଯାଏ ଓ ସେମାନେ ଦେହ ଅଭିମାନର ବଶବର୍ୀ ହୋଇ କାମକ୍ରେଧାଦି ବିକାର ଗ୍ରସ୍ତ ହୋଇ ପଡନ୍ତି । ଜୀବାତ୍ମା ମାନଙ୍କର ଏହି ଆତ୍ମ ବିସ୍ମୃତି ଅବସ୍ଥାର ଅବଧି ହିଁ ବ୍ରହ୍ମାଙ୍କ ରାତ୍ରୀ ସମୟ । ଏହା ଧର୍ମର ଗ୍ଲାନି ସମୟ ।ଏହି କାଳାବଧିରେ ଜୀବାତ୍ମାର କ୍ରମଶଃ ·ରିତ୍ରିକ ଅଧୋପତନ ହୁଏ ଏବଂ ସମାଜରେ ଦୁଃଖ, ଅଶାନ୍ତି, କଳହ, ଭ୍ରଷ୍ଟା·ର ଆଦି ଦିନକୁ ଦିନ ବୃଦ୍ଧି ହେଉଥାଏ । ରାତ୍ର ସମୟରେ ପ୍ରାୟତଃ ସମସ୍ତ ପ୍ରକାରରେ ପାପ ବା ଅସତ୍କର୍ମ ହୁଏ । ବ୍ରହ୍ମାଙ୍କ ଏହି ରାତ୍ର ସମୟ ସୃଷ୍ଟିର ଅନ୍ଧାକାର ଯୁ । ଏହାହିଁ ପୈାରାଣିକ କାବ୍ୟ କଳାକୃତିରେ “ନର୍କ” ନାମରେ ଚିତ୍ରିତ ।
କଳ୍ପର ପ୍ରଥମାର୍ଦ୍ଧ ଦୁଇଟି ଯୁଗ ସ୍ୱର୍ଣ୍ଣିମ ଓ ରୈାପ୍ୟ ଓ ଦ୍ୱିତୀୟାର୍ଦ୍ଧ ଦୁଇଟି ଯୁଗ ତାମ୍ର ଓ ଲୈାହ - ଏହିପରି ·ରିପ୍ରକାରରେ ତତ୍କାଳୀନ ସାମାଜିକ ଅବସ୍ଥା ଅନୁସାରେ ବିଭକ୍ତ କରାଯାଇପାରେ । ସ୍ମୃତି (ଜ୍ଞାନ) କୁ ଆଲୋକ ସହିତ ଓ ବିସ୍ମୃତିକୁ (ଅଜ୍ଞାନ) ଅନ୍ଧକାର (ରାତ୍ରି) ସହିତ ତୁଳନା କରାଯାଏ । ତେଣୁ କଳ୍ପର ପ୍ରଥମାର୍ଦ୍ଧରେ ଜୀବାତ୍ମାର ଆତ୍ମସ୍ମୃତି ଅବସ୍ଥା ଓ ଦ୍ୱିତୀୟାର୍ଦ୍ଧରେ ତା’ର ଆତ୍ମବିସ୍ମୃତ ଅବସ୍ଥାକୁ ଯଥାକ୍ରମେ ବ୍ରହ୍ମାଙ୍କର ଦିବସ ଓ ରାତ୍ରୀ ବୋଲି କଳ୍ପନା କରାଯାଏ । ସେହିପରି ରାତ୍ରୀର ଅନ୍ତିମ ପ୍ରହରର ଅନ୍ତିମ ଭାଗକୁ ବ୍ରାହ୍ମ ମୂହୂର୍ କୁହାଯାଏ । ଏହି ସମୟରେ ସମସ୍ତ ପ୍ରକାର ପୁଣ୍ୟ କର୍ମ କରାଯାଏ । ଏହାହିଁ ଈଶ୍ୱରୋପାସନାର ପ୍ରକୃଷ୍ଟ ସମୟ । ଏହି ଅନୁସାରେ କଳ୍ପର ଅନ୍ତିମ ଯୁଗର ଶେଷ କେତେ ବର୍ଷକୁ କଲ୍ୟାଣକାରୀ ସଂଗମ ଯୁଗ ବୋଲି କୁହାଯାଏ । ଏହି ମାହେନ୍ଦ୍ର ଯୁଗରେ ହିଁ ଅଧର୍ମର ବିନାଶ ଓ ସତ୍ୟ ସନାତନ ଧର୍ମର ସ୍ଥାପନା ପାଇଁ ପରମ କଲ୍ୟାଣକାରୀ ପରମାତ୍ମା ପରମଧାମରୁ ଧରାପୃଷ୍ଠରେ ଅବତରଣ କରି ପ୍ରଜାପିତା ବ୍ରହ୍ମାଙ୍କର ଆତ୍ମବିସ୍ମୃତ ଆତ୍ମାକୁ ଜାଗ୍ରତ କରାନ୍ତି । ତା’ପରେ ଆତ୍ମ ବିସ୍ମୃତ ସମସ୍ତ ଦେବାତ୍ମାମାନେ ନିଜ ନିଜ ପ୍ରାରବ୍ଧ ଅନୁସାରେ ସୁସୁପ୍ତି ଅବସ୍ଥାକୁ ତ୍ୟାଗକରି ପୂର୍ବସ୍ମୃତିକୁ ପ୍ରାପ୍ତ ହୁଅନ୍ତି ଓ ପୁନଶ୍ଚ ହୃତ ଦେବତ୍ୱ ପଦ ପ୍ରାପ୍ତି ପାଇଁ ଈଶ୍ୱରୀୟ ଆଜ୍ଞା ପ୍ରମାଣ ପୁରୁଷାର୍ଥରେ ରତ ହୁଅନ୍ତି । ମହାବିନାଶ ସମୟରେ ସମସ୍ତ ଜୀବାତ୍ମା ସ୍ୱ ସ୍ୱ ଶରୀର ତ୍ୟାଗ କରି ଅବ୍ୟକ୍ତ ବା ଆତ୍ମିକ ରୂପରେ ପରମାତ୍ମାଙ୍କ ସହିତ ପରମଧାମକୁ ପ୍ରତ୍ୟାବର୍ନ କରନ୍ତି ଓ ପୁନଶ୍ଚ ନିଜ ନିଜ ପ୍ରାରବ୍ଧ କର୍ମ ଅନୁସାରେ ସମୟାନୁକ୍ରମେ କଳ୍ପ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୃଷ୍ଟିରେ ଜନ୍ନ ହୁଅନ୍ତି ।
ଉପରୋକ୍ତ ଶ୍ଲୋକ (୮/୧୮) ରେ “ପ୍ରଲୀୟନ୍ତେ” ଶଦ୍ଧକୁ ଅବ୍ୟକ୍ତ ଅବସ୍ଥାରେ ସ୍ଥିତ ହେବା ଅର୍ଥରେ ପ୍ରୟୋଗ କରାଯାଇ । ଅନ୍ୟଥା ଜୀବାତ୍ମାମାନଙ୍କୁ ପୁନଶ୍ଚ ବ୍ୟକ୍ତ ହେବା ବା ଜନ୍ମ ନେବା କଥା କୁହା ଯାଇ ନଥାନ୍ତା । ମୂଳ ସ୍ୱରୂପ ଆତ୍ମା ପରମଧାମରେ ଅବ୍ୟକ୍ତ ଅବସ୍ଥାରେ ଥାଏ ଏବଂ ତା’ର ପ୍ରାରବ୍ଧକର୍ମ ଅନୁସାରେ ସମାୟାନୁକ୍ରମେ ସୃଷ୍ଟିରେ ଶରୀର ଧାରଣ କରି ବ୍ୟକ୍ତ ହୁଏ । ଗୀତାର ସାଂଖ୍ୟ ଯୋଗରେ ପରମାତ୍ମା କହିଛନ୍ତି; “ହେ ଅର୍ଜ୍ଜୁନ , ଏପରି ସମୟ କେବେ ନଥିଲା ଯେତେବେଳେ ମୁଁ ନଥିଲି କିମ୍ବା ତୁମେ ନ ଥିଲ କିମ୍ବା ଏ ରାଜାମାନେ ନ ଥିଲେ । ପୁନଶ୍ଚ ଭବିଷ୍ୟତରେ ଏପରି କେବେ ହେବ ନାହିଁ, ଯେତେବେଳେ ଆମ୍ଭେମାନେ କେହି ନ ଥିବା । ନତ୍ୱେ ବାହଂ ଜାତୁ ନାସଂ ନ ତ୍ୱଂ ନେମେଜନାଧିପାଃ । ନ ଚୈବନ ଭବିଷ୍ୟାମଃ ସର୍ବେବୟମ୍ ଅତଃ ପରମ । । ଗୀ.-୨/୧୨ । । ଏହି ମହାବାକ୍ୟଦ୍ୱାରା ମାୟାବାଦୀମାନଙ୍କର “ବ୍ରହ୍ମନିର୍ବାଣ” ସିଦ୍ଧାନ୍ତ ଭୁଲ ପ୍ରମାଣିତ ହେଉଛି । ସେମାନଙ୍କ ଅନୁସାରେ ଆତ୍ମା ମାୟା ଶକ୍ତିର ଆବରଣ ଯୋଗୁଁ ପରମାତ୍ମାଙ୍କଠାରୁ ବିଚ୍ଛିନ୍ନ ହୋଇଯାଇଛି । ମୁକ୍ତିପରେ ସେ ନିର୍ବିଶେଷ ବ୍ରହ୍ମରେ ଲୀନ ହୋଇଯିବ ଏବଂ ନିଜର ସ୍ୱତନ୍ତ୍ର ଅସ୍ତିତ୍ୱ ହରାଇବ । ଏହି ମତବାଦକୁ ଗୀତା ସ୍ୱୀକାର କରେ ନାହିଁ । ପରମାତ୍ମା ସ୍ପଷ୍ଟଭାବରେ କହିଛନ୍ତି ଯେ ପ୍ରତ୍ୟେକ ଜୀବାତ୍ମାଙ୍କ ବ୍ୟକ୍ତିଗତ ସ୍ଥିତି ଶାଶ୍ୱତ ଭାବରେ ରହିଥିବ । ଉପନିଷଦ ମାନଙ୍କରେ ମଧ୍ୟ ଏକଥା ସ୍ୱୀକୃତ ହୋଇଛି ।
ଗୀତା ଉପରବର୍ଣ୍ଣିତ ଅବ୍ୟକ୍ତ ଲୋକକୁ ବ୍ରହ୍ମନିର୍ବାଣ,ବ୍ରହ୍ମଭୁବନ, ବ୍ରହ୍ମଲୋକ ପରମଧାମ ଅଥବା ବ୍ରହ୍ମଯୋନି ଆଦି ବିଭିନ୍ନ ନାମରେ ଉଲ୍ଲେଖ କରିଛି । ଲଭନ୍ତେବ୍ରହ୍ମନିର୍ବାଣମୃଷୟଃକ୍ଷୀଣକଳ୍ମଷାଃ । ।ଗୀ-୫/୨୫ । । ଆବ୍ରହ୍ମଭୁବନାଲ୍ଲୋକାଃପୁନରାବର୍ତିନୋର୍ଜୁନ । ।ଗୀ-୮/୧୬ । । ପରମଧାମ ସବୁଠାରୁ ଉଚ୍ଚତମ ଲୋକ ଅଟେ । ଆମର ଏ ଭୂମଣ୍ଡଳ ସବୁଠାରୁ ନିମ୍ନତମ ଲୋକ ଅଟେ । ଏହାକୁ ମରଲୋକ ମଧ୍ୟ କୁହାଯାଏ । କାରଣ ଏଠାରେ ଜନ୍ମହେଲେ ମୃତୁ୍ୟ ସୁନିଶ୍ଚିତ । ତେଣୁ ଏହା ମ୍ର୍ୟ ଲୋକ ନାମରେ ମଧ୍ୟ କଥିତ ହୁଏ । ମୃତୁ୍ୟର ସମ୍ପର୍କ ଦେହ ସହିତ । ଦେହାଭିମାନୀ ଲୋକର ହିଁ ମୃତୁ୍ୟ ହୁଏ । ସ୍ୱର୍ଗଲୋକକୁ ଅମରଲୋକ କୁହାଯାଏ । କାରଣ ଏଠାରେ ଜୀବାତ୍ମା ଶରୀରଧାରୀ ହେଲେ ମଧ୍ୟ ସର୍ବଦା ଜୀବନ୍ମୁକ୍ତ ଅବସ୍ଥା ଅର୍ଥାତ ସର୍ବଦା ଆତ୍ମିକ ସ୍ଥିତିରେ ଥାଏ । ଏଠାରେ ଜୀବାତ୍ମାର ଜୀବନ କାଳ ପୁରିଗଲେ ବସ୍ତ୍ର ପରିବର୍ନ କଲାଭଳି ସ୍ୱଇଚ୍ଛାରେ ଅନ୍ୟ ଏକ ଶରୀରକୁ ·ଲିଯାଏ । ତା’ ପାଇଁ ମୃତୁ୍ୟ ଏକ ଦୁଃଖଦାୟକ ଘଟଣା ନୁହେଁ । ଏହା କେବଳ ଜୀବାତ୍ମାର ଘଟପରର୍୍ନ ପ୍ରକ୍ରିୟା ମାତ୍ର ।
ପରମାତ୍ମାଙ୍କୁ ଲାଭ କଲାପରେ ଆତ୍ମା ଆଉଥରେ ଜନ୍ମ ନିଏ ନାହିଁ ବୋଲି କେତେକ କୁହନ୍ତି । ସେମାନଙ୍କ ଦୃଷ୍ଟିରେ ଏହା ହିଁ ମୁକ୍ତି, ମୋକ୍ଷ ବା ନିର୍ବାଣତ୍ୱ ଲାଭ । ଗୀତାର କେତୋଟି ଶ୍ଲୋକରେ ମଧ୍ୟ ଏହିଭଳି ଅର୍ଥ କରୁଥିବା କେତେକ ପଦାଂଶ ଦେଖିବାକୁ ମିଳେ । ଯଥା ମାମୁପେତ୍ୟ ତୁ କୈାନ୍ତେୟ ପୁନର୍ଜନ୍ମ ନ ବିଦ୍ୟତେ । । ଗୀ-୮/୧୬ । । ଯଂ ପ୍ରାପ୍ୟ ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ । । ୮/୨୧ । ପୂର୍ବ ଆଲୋଚିତ ବିଷୟ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏହାର ଅର୍ଥ କରାଗଲେ ପ୍ରାସଙ୍ଗିକ ହେବ;କାରଣ ଗୀତାର ମୈାଳିକ ସିଦ୍ଧାନ୍ତ ଅନୁସାରେ ଆତ୍ମାର ବିନାଶ ନାହିଁ , ସେ କେଉଁଠାରେ ବିଲୟ ହୁଏ ନାହିଁ, ଶରୀର ଧାରଣ କଲେ ସମ୍ପୂର୍ଣ୍ଣ କର୍ମ ରହିତ ହୋଇ ରହିପାରେ ନାହିଁ, କର୍ମକଲେ ଫଳ ପ୍ରାପ୍ତି ନିଶ୍ଚିତ, ତେଣୁ ଫଳଭୋଗ ପାଇଁ ବାରମ୍ବାର ଜନ୍ମ ନେବାକୁ ହିଁ ପଡିବ । ବର୍ମାନ ପ୍ରଶ୍ନ ଉଠୁଛି ଯେ ଆତ୍ମା ପରମାମାôଙ୍କୁ ପାଏ କେତେବେଳେ? ଏହାର ଉରରେ ଗୀତା କୁହେ ଧରାପୃଷ୍ଠରେ ଅତିଶୟ ଧର୍ମର ଗ୍ଲାନି ହେଲେ ପରମାତ୍ମାଙ୍କ ଅବତରଣ ହୁଏ ଓ ସେ ସାଧାରଣ ମାନବ ତନୁକୁ ଆଶ୍ରୟ କରି ନିଜର ପରିଚୟ ପ୍ରଦାନ କରନ୍ତି, ଅଧର୍ମର ବିନାଶ କରନ୍ତି ଓ ସତ୍ୟ ସନାତନ ଧର୍ମର ପୁନଃ ସ୍ଥାପନା କରନ୍ତି । ତଥାପି ସମସ୍ତେ ପରମାତ୍ମାଙ୍କୁ ଜାଣି ପାରନ୍ତି ନାହିଁ । ଯେଉଁମାନେ ତାଙ୍କୁ ଜାଣି ତାଙ୍କ ପ୍ରଦର୍ଶିତ ମାର୍ଗରେ ପରି·ଳିତ ହୁଅନ୍ତି ସେମାନେ ହିଁ ପରମପଦ ଅର୍ଥାତ ଅମରଲୋକ ବା ସ୍ୱର୍ଗଲୋକ ପାଆନ୍ତି । ଏମାନେ ଜୀବନ୍ମୁକ୍ତ ହୋଇଥିବା ହେତୁ ସେମାନଙ୍କ ପାଇଁ ଜନ୍ମ ମୃତୁ୍ୟର କୈାଣସି ଅର୍ଥ ନଥାଏ । ସେହିପରି ପରମଧାମକୁ ପରମଲକ୍ଷ୍ୟ ସ୍ଥଳ ବୋଲି ଅର୍ଥ କରାଯାଇପାରେ । କାରଣ ଏଠାରୁ ହିଁ ସମସ୍ତ ଆତ୍ମା ଆସି ଭୂପୃଷ୍ଠରେ ଜନ୍ମ ନିଅନ୍ତି ଏବଂ ମହାବିନାଶ ସମୟରେ ଏଠାକୁ ହିଁ ପ୍ରତ୍ୟାବର୍ନ କରନ୍ତି ।
କେତେକ ତ୍ୱଜ୍ଞାନୀ ବା ଭାଷ୍ୟକାର କୁହନ୍ତି ଯେ ଆତ୍ମା ଆମ ଶରୀରରେ ତଥା ସମଗ୍ର ବିଶ୍ୱରେ ବ୍ୟାପକ ଭାବରେ ଅଛି । ଗୀତା ଏଭଳି ମତ ପୋଷଣ କରୁଥିବା ଲୋକଙ୍କୁ “ମୂଢ଼” ବୋଲି ଭର୍ସôନା କରିଛି । ଫୁଲରୁ ସୁଗନ୍ଧି ବହନ କରି ବାୟୁ ବିଭିନ୍ନ ଲୋକଙ୍କ ପାଖରେ ପହାଏ । ସେହିପରି ଜୀବାତ୍ମା ପୁର୍ବଜନ୍ମର ସଂସ୍କାର ବହନ କରି ଗୋଟିଏ ଶରୀରରୁ ଆଉ ଗୋଟିଏ ଶରୀରରେ ପ୍ରବେଶ କରେ । ଶରୀରଂଯ ଦବାପ୍ନୋତି ଯଚ୍ଚାପୁ୍ୟତ୍କ୍ରାମତୀଶ୍ୱରଃ । ଗୃହୀତ୍ୱେତାନି ସଂଯାତି ବାୟୁର୍ଗନ୍ଧାନି ବାଶୟାତ୍ । । ଗୀ.-୧୫/୮।। ଆହୁରି ମଧ୍ୟ ଜୀବାତ୍ମା କିପରି ଶରୀର ତ୍ୟାଗକରି ଅନ୍ୟ ଶରୀରକୁ ଗତି କରେ ଅଥବା ଶରୀରରେ ଅବସ୍ଥାନ କରୁଥିବା ଜୀବାତ୍ମା କିପରି ଭୂତ ପ୍ରକୃତିର ତ୍ରିଗୁଣାଧୀନ ହୋଇ ବିଷୟ ସମୂହକୁ ଉପଭୋଗ କରୁଛି ; ଏକଥା ମୂର୍ଖମାନେ ବୁଝି ପାରନ୍ତି ନାହିଁ । କିନ୍ତୁ ଯେଉଁମାନଙ୍କ ଜ୍ଞାନ ଚକ୍ଷୁ ଉନ୍ମୀଳିତ ହୋଇଛି, ସେମାନେ ଏସବୁ ଭଲଭାବରେ ଜାଣି ପାରନ୍ତି । ଉତ୍କ୍ରାମନ୍ତଂ ସ୍ଥିତଂ ବାପି ଭୁଞ୍ଜାନଂ ବା ଗୁଣାନିତ୍ୱମ । ବିମୂଢା ନାନୁ ପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନ ଚକ୍ଷୁଷଃ । । ୧୫/୧୦ । ।
ତେଣୁ ବି·ରଣୀୟ ଯେ, ଯଦି ଆତ୍ମା ସମସ୍ତ ଶରୀର ବା ସମସ୍ତ ବିଶ୍ୱରେ ବ୍ୟାପକ ହୋଇଥାନ୍ତା , ତେବେ ଏହିପରି ଶରୀର ତ୍ୟାଗ କରିବା କଥା କୁହାଯାଇନଥାନ୍ତା । ଆତ୍ମା ଅବିଛିନ୍ନ ହୋଇଥିବା ହେତୁ ସଂକୁଚିତ ହେବା ମଧ୍ୟ ସମ୍ଭବ ନୁହେଁ । ଏଥିପାଇଁ ଆତ୍ମାକୁ ନିର୍ବିକାରୀ କୁହାଯାଇଛି । ବିକାର ଶଦ୍ଧର ଅର୍ଥ ହେଉଛି ପରିବିର୍ତ ହେବା । ଏହି ଶଦ୍ଧ ପ୍ରାୟତଃ ଦୁଃଖ କାରକ ପରିବର୍ନ ପାଇଁ ବ୍ୟବହୃତ ହୁଏ । କେତେକ ବିକାର ପ୍ରକୃତିରେ ହୁଏ, ଆତ୍ମା ଅପରିବିର୍ତ ରହେ ଏବଂ ଏପରି କେତେକ ବିକାର ଆତ୍ମାରେ ହୁଏ , ପ୍ରକୃତି ପ୍ରଭାବିତ ହୁଏ ନାହିଁ । ଶାରୀରିକ କ୍ଷୀଣତା ବୃଦ୍ଧି, ଜରାବସ୍ଥା, ସ୍ଥାଣୁତା ଏବଂ ବିନାଶଶୀଳତା ଆଦି ଶରୀରଜନ୍ୟ ବିକାର । ଏହି ଦୃଷ୍ଟିରେ ଦେଖାଗଲେ ଆତ୍ମା ନିର୍ବିକାରୀ ଅଟେ । କାମ, କ୍ରୋଧ,ଲୋଭ ମୋହ, ଆସକ୍ତି, ମମତ୍ୱବୋଧ,ଇତ୍ୟାଦି ଆତ୍ମାର ବିକାର । ଏଥିରେ ପ୍ରକୃତି ପ୍ରଭାବିତ ହୁଏ ନାହିଁ । ଏହି ସବୁ ତଥ୍ୟରୁ ଏହା ପ୍ରମାଣିତ ହୁଏ ଯେ ଆତ୍ମା ସୂକ୍ଷ୍ମାତି ସୂକ୍ଷ୍ମ ଜ୍ୟୋତିବିନ୍ଦୁ ସ୍ୱରୂପ ଅଟେ । ଅତଏବ ଏହା ସର୍ବତ୍ର ବ୍ୟାପକ ହୋଇ ନପାରେ ।
କେତେକଙ୍କ ମତରେ ଆତ୍ମା ଓ ପରମାତ୍ମା ଏକ ଓ ଅଭିନ୍ନ ଅଥବା ଆତ୍ମା ପରମାତ୍ମାଙ୍କ ଅଂଶ ବିଶେଷ ମାତ୍ର । ଗୀତାରେ ଏହିପରି ଭ୍ରମାତ୍ମକ ମତବାଦକୁ ଦୃଢଭାବରେ ଖଣ୍ଡନ କରାଯାଇଛି । ଗୀତା ସ୍ୱୟଂ ପରମାତ୍ମାଙ୍କ ଦ୍ୱାରା କଥିତ ବୋଲି ସମସ୍ତେ ମାନନ୍ତି । ତେଣୁ ପରମାତ୍ମା ଗୀତାର ବକ୍ତା ହେଲେ ଶ୍ରୋତା ହେଉଛି ଜୀବାତ୍ମାରୂପୀ ଅର୍ଜୁନ । ଏହି କଥାରୁ ହିଁ ଆତ୍ମା ପରମାତ୍ମା ଭିନ୍ନ ଭିନ୍ନ ସାବୋଲି ସ୍ପଷ୍ଟ ହୋଇଯାଉଛି । ପରମାମାô ଧର୍ମ ସ୍ଥାପନ ପାଇଁ ଅବତରଣ କରନ୍ତି । ଆତ୍ମା ଧର୍ମର ପାଳନ ବା ଉଲଘଂନ କରେ । ଯଦା ଯଦା ହି ଧର୍ମସ୍ୟ ..... । ।ଗୀ.୪/୭ । । ସଂସାରରେ ଦୁଇ ପ୍ରକାର ପରୁଷ ଅଛନ୍ତି - “କ୍ଷର” ଏବଂ “ଅକ୍ଷର” । ପରମାତ୍ମା ଅକ୍ଷର ପୁରୁଷ ମଧ୍ୟରେ ସମସ୍ତଙ୍କଠାରୁ ଉମ ଅଟନ୍ତି । ସେ ପରମ ପୁରୁଷ ଅଟନ୍ତି ଏବଂ ସମସ୍ତ ଶରୀରଧାରୀମାନଙ୍କ ମଧ୍ୟରେ ଶ୍ରେଷ୍ଠ । ଦ୍ୱାବିମୈା ପୁରୁଷୈା ଲୋକେ କ୍ଷରଶ୍ଚାକ୍ଷର ଏବ ଚ ।ଗୀ-୧୫/୧୬ । । ଉମଃ ପୁରୁଷ ସ୍ତ୍ୱନ୍ୟଃ ପରମାତ୍ମେତୁ୍ୟ ଦାହୃତଃ । ।ଗୀ-୧୫/୧୭ । । ପରମାତ୍ମାଙ୍କ ଠାରୁ ବଡ କେହି ନାହିଁ । ଜୀବାତ୍ମା ସ୍ୱ, ରଜ, ତମ ର ଅଧୀନ ଅଟେ । ସୂତାରେ ମଣିଗୁନ୍ଥା ହେଲାପରି ସମସ୍ତ ଜୀବାତ୍ମା ତାଙ୍କଠାରେ ଗୁନ୍ଥି ହୋଇ ରହିଛନ୍ତି । ମଃ ପରତରଂ ନାନ୍ୟତ୍ କିିଦସ୍ତି ଧନଞ୍ଜୟ । ମୟି ସର୍ବମିଦଂ ପ୍ରୋତଂ ସୂତ୍ରେ ମଣିଗଣା ଇବ । । ଗୀ-୭/୭ । । ଭୂତ ପ୍ରକୃତି ରୁ ଜାତ ସ୍ୱ,ରଜ ଓ ତମ ଏହି ତିନି ଗୁଣ ଅବିନାଶୀ ଜୀବାତ୍ମାକୁ ଶରୀରରେ ବାନ୍ଧି ରଖନ୍ତି । ସ୍ୱଂ ରଜସ୍ତମ ଇତି ଗୁଣାଃ ପ୍ରକୃତି ସମ୍ଭବାଃ,ନିବଧ୍ନନ୍ତି ମହାବାହୋ ଦେହେ ଦେହିନମବ୍ୟୟମ୍ । । ଗୀ-୧୪/୧୫ କିନ୍ତୁ ଭକ୍ତିପୁତ ପ୍ରାଣରେ ନିରନ୍ତର ଯିଏ ପରମାତ୍ମାଙ୍କୁ ସ୍ମରଣ କରୁଥାଏ ସେ ଏହି ତ୍ରିଗୁଣ ରଜ୍ଜୁରୁ ମୁକ୍ତ ହୋଇ ତାଙ୍କ ସହିତ ସମଭାବ ହେବା ପାଇଁ ଯୋଗ୍ୟ ହୁଏ । ମାଂ ଚ ଯୋଽବ୍ୟବିଭି·ରେଣ ଭକ୍ତି ଯୋଗେନ ସେବତେ । ସ ଗୁଣାନ୍ ସମତୀତୈ୍ୟତାନ୍ ବ୍ରହ୍ମଭୂୟାୟ କଳ୍ପତେ । । ଗୀ-୧୪/୨୬ । । ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟ । ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେତାଂ ତରନ୍ତି ତେ । । ଗୀ ୭/୧୪ । । ଗୀତାର ପ୍ରତି ପଦରେ ଏପରି ଶଦ୍ଧ, ଶ୍ଲୋକାଂଶ ଏବଂ ଶ୍ଲୋକ ଦେଖିବାକୁ ମିଳେ ଯେଉଁଥିରେ ଏହି ବିଷୟ ଉପରେ କୈାଣସି ସନ୍ଦେହ ର ଅବକାଶ ରହେ ନାହିଁ ଯେ ଆତ୍ମା ଏବଂ ପରମାତ୍ମା ଉଭୟେ ପୃଥକ ସା ଅଟନ୍ତି । ଆତ୍ମା ପୁତ୍ର ଓ ପରମାତ୍ମା ପିତା ଅଟନ୍ତି । ସର୍ବଯୋନିଷୁ କୈାନ୍ତେୟ ମୂର୍ତୟଃ ସଂଭବନ୍ତି ଯାଃ । ତାସାଂ ବ୍ରହ୍ମ ମହଦ ଯୋନିରହଂ ବୀଜପ୍ରଦଃ ପିତା । ।ଗୀ-୧୪/୧୪ । ।
ଜୀବାତ୍ମା ତା’ର କର୍ମଫଳ ଅନୁସାରେ ଭଲ ବା ମନ୍ଦ ଯୋନିରେ ଜନ୍ମ ହୁଏ । ପୁରୁଷଃ ପ୍ରକୃତିସ୍ଥୋ ହି ଭୁଙ୍କ୍ତେ ପ୍ରକୃତିଜାନ୍ ଗୁଣାନ୍ । କାରଣଂ ଗୁଣ ସେଙ୍ଗାଽସ୍ୟ ସଦ୍ସତ ଯୋନି ଜନ୍ମସୁ । । ଗୀ-୧୩/୨୧ । । ଏଠାରେ ଜୀବାତ୍ମା ତା’ର ଭଲମନ୍ଦର କର୍ମଫଳ ଭୋଗିବାକୁ କିପରି ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ଗତି କରେ ଏକଥା କୁହାଯାଇଛି । ଜୀବାତ୍ମା ଗୋଟିଏ ଶରୀର ତ୍ୟାଗ କଲା ସମୟରେ ତା’ ସହିତ ତା’ର କର୍ମର ଫଳ ସଂସ୍କାର ରୂପେ ମୁଦ୍ରିତ ହୋଇଯାଏ । ସେ ପୁଣ୍ୟକର୍ମ କରିଥିଲେ ପୁଣ୍ୟାତ୍ମା ଘରେ ଜନ୍ମ ନିଏ । ପାପକର୍ମ କରିଥିଲେ ସେହି ଅନୁରୂପ ଦୁଃଖୀ, ଦରିଦ୍ର, ମୁର୍ଖ ବା ପାପୀ ଗୃହରେରେ ଜନ୍ମ ନିଏ । ଯେଉଁମାନେ କୁହନ୍ତି ଯେ ପାପକର୍ମର ଫଳ ଭୋଗକରିବାକୁ ଜୀବାତ୍ମା ପଶୁ ପକ୍ଷୀ ସରୀସୃପ ଆଦି ଜୀବ ଜନ୍ତୁ ବା କୀଟ ପତଙ୍ଗ ଆଦି ଶରୀରରେ ବା ଯୋନିରେ ଜନ୍ମ ନିଏ । ତାହା ବିବେକ ସମ୍ମତ ନୁହେଁ । ଆମ୍ବ ଟାକୁଆ ରୁ କେବଳ ଆମ୍ବଗଛ ଅଙ୍କୁରୁଥିବା ପରି ମାନବାତ୍ମା କେବଳ ମାନବ ଶରୀର ହିଁ ଗ୍ରହଣ କରେ । ସେ କଦାପି ପଶୁପକ୍ଷୀ ଆଦି ଶରୀର ଗ୍ରହଣ କରେ ନାହିଁ ।ଗୀତାରେ ଯେଉଁ ଯେଉଁ ସ୍ଥାନରେ ସତ୍ଅସତ୍ ଯୋନି ଆଦି କଥା କୁହାଯାଇଛି ତାହା କେବଳ ମାନବ ଶରୀରପାଇଁ ହିଁ ଉଦ୍ଧିଷ୍ଟ ବୋଲି ବୁଝିବାକୁ ହେବ । ମାତୃଗର୍ଭକୁ ଯୋନି ବୋଲି କୁହାଯାଏ । ତେଣୁ କର୍ମଫଳ ଭୋଗକରିବାକୁ ମାନବାତ୍ମା, ପୁଣ୍ୟାତ୍ମା, ଦେବାତ୍ମା, ମହାତ୍ମା, ପାପାତ୍ମା, ଧନୀ, ଦରିଦ୍ର, ମୂର୍ଖ, ସବର୍ଣ୍ଣ, ଅସବର୍ଣ୍ଣ, ବ୍ରାହ୍ମଣ, ବୈଶ୍ୟ, କ୍ଷତ୍ରିୟ ଶୁଦ୍ର ଆଦି ବିଭିନ୍ନ ମାତୃ ଗର୍ଭରେ ଜନ୍ମ ନିଏ । ଅନ୍ୟଥା ମାନବ ସମାଜ ମଧ୍ୟରେ ବିଭିନ୍ନ ବ୍ୟକ୍ତି ମଧ୍ୟରେ ବିଭିନ୍ନ ପ୍ରକାରର ଗୁଣାତ୍ମକ ପ୍ରଭେଦ ରୁହନ୍ତା ନାହିଁ । ଆମେ ଦେଖୁଁ ଯେ ଜଣେ ବିନା ପରିଶ୍ରମରେ ଉନ୍ନତିର ଚରମ ସୀମାରେ ପହି ଯାଉଛି ତ ଅନ୍ୟ ଜଣେ ସବୁ ପ୍ରକାର ପ୍ରଚେଷ୍ଟା ସେ୍ୱ ମଧ୍ୟ ଲକ୍ଷ ସାଧନ କରି ପାରୁ ନାହିଁ । ଗୋଟିଏ ପରିବାରରେ ଦୁଇଭାଇ ମଧ୍ୟରେ ଜଣେ ପ୍ରଖର ଧୀ ଶକ୍ତି ସମ୍ପନ୍ନ ତ ଆଉ ଜଣେ ନିପଟ ମୂର୍ଖ, ଜଣେ ସନ୍ଥ ହୋଇ ଯିବାବେଳେ ଆଉ ଜଣକ ଭ୍ରଷ୍ଟା·ରୀ ହେଉଛି । ଜଣେ ଗଧଖଟଣୀ ଖଟୁ ଥିବା ବେଳେ ଅନ୍ୟ ଜଣକ ତୂଳୀତଳ୍ପ ଶଯ୍ୟାରେ ସୁଖ ଭୋଗ କରି ଅପର୍ଯ୍ୟାପ୍ତ ସମ୍ପି ଭୋଗ କରୁଛି । ପଶୁପକ୍ଷୀ ଆଦି ଇତର ଶ୍ରେଣୀର ପ୍ରାଣୀମାନଙ୍କ ଭଲମନ୍ଦ ନିର୍ଣ୍ଣୟକାରୀ ବୁଦ୍ଧି ନ ଥିବାରୁ ମାନବାତ୍ମା ତା’ର ମନ୍ଦ କର୍ମ ପାଇଁ ସେହି ସବୁ ଶରୀର ଧାରଣ କରିବା ତା’ପାଇଁ ଦଣ୍ଡ ହୋଇ ନ ପାରେ । ମାନବାତ୍ମା ହିଁ ଅତ୍ୟନ୍ତ ଦୁଃଖୀ, ଦରିଦ୍ର ବା ଅସହାୟ ପରିସ୍ଥିତିରେ ସମ୍ମୁଖୀନ ହେଲେ ସ୍ୱତଃ ତା’ମୁହଁରୁ ବାହାରିପଡେ “ହେ ଭଗବାନ, କେଉଁ ଜନ୍ମର ପାପ ଫଳରୁ ମୋତେ ଏହା ଭୋଗ କରିବାକୁ ପଡୁଛି?” ସଂପ୍ରତି ମନସ୍ତା୍ୱିକ ଗବେଷଣା ଦ୍ୱାରା ବା ସମ୍ମୋହନ ଶକ୍ତି ପ୍ରୟୋଗ ଦ୍ୱାରା ବୈଜ୍ଞାନିକମାନେ ମଧ୍ୟ ଏ ସିଦ୍ଧାନ୍ତରେ ଉପନୀତ ହେଲେଣି ଯେ ମାନବାତ୍ମା ବିଭିନ୍ନ ଜନ୍ମରେ ବିଭିନ୍ନ ନାମ ରୂପ ନେଇ କେବଳ ମଣିଷ ଶରୀର ହିଁ ଧାରଣ କରିଆସିଛି । ପୂର୍ବ ଜନ୍ମ ମନେ ରଖିଥିବା ଏଭଳି ଅନେକ ବ୍ୟକ୍ତିଙ୍କ କଥା ମଧ୍ୟ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଛି ।
ଆତ୍ମା ମୁଖ୍ୟତଃ ତିନୋଟି ଶକ୍ତିର ସମାହାର । ତାହା ହେଲା ମନ, ବୁଦ୍ଧି ଓ ସଂସ୍କାର । ଆତ୍ମାର ସଂକଳ୍ପ ଶକ୍ତି ଓ ନିର୍ଣ୍ଣୟ ଶକ୍ତିର ଅଭିବ୍ୟକ୍ତର ନାମ ହେଉଛି ମନ ଓ ବୁଦ୍ଧି । ମନ ଓ ବୁଦ୍ଧି ଦ୍ୱରା ଆତ୍ମା ଯେଉଁ କର୍ମ କରେ ତା’ର ଭଲମନ୍ଦର ପ୍ରତିକ୍ରିୟା ଆତ୍ମାରେ ଲିପିବଦ୍ଧ ହୋଇଯାଏ । କର୍ମଫଳର ଏହି ଅଭିଲିଖନ ପ୍ରକ୍ରିୟାକୁ ହିଁ ସଂସ୍କାର କୁହାଯାଏ । କେତେକ ବିଦ୍ୱାନ ମନ,ବୁଦ୍ଧି ଏବଂ ଆତ୍ମାକୁ ଭିନ୍ନଭିନ୍ନ ସା ବୋଲି ବିଶ୍ୱାସ କରନ୍ତି । କିନ୍ତୁ ଗୀତାର କେତେକ ଶ୍ଲୋକର ସୂକ୍ଷ୍ମ ବିଶ୍ଲେଷଣ କଲେ ସେମାନଙ୍କ ବିଶ୍ୱାସ ପ୍ରମାଦପୂର୍ଣ୍ଣ ବୋଲି ମନେ ହୁଏ । ଗୀତାର ଗୋଟିଏ ସ୍ଥାନରେ କୁହାଯାଇଛି ଯିଏ ବୁଦ୍ଧିଦ୍ୱାରା ମନକୁ ଜୟ କରିଛି ତାହାର ମନ ହେଉଛି ଉମ ବନ୍ଧୁ । ଯିଏ ମନକୁ ଜୟ କରିପାରି ନାହିଁ ତା ପକ୍ଷରେ ସେହି ମନହିଁ ଏକ ସାଘାଂତିକ ଶତୃ । ବନ୍ଧୁରାତ୍ମାତ୍ମନସ୍ତସ୍ୟ ଯେନାମୈôବାତ୍ମନାଜିତଃ । ଅନାତ୍ମନସ୍ତୁ ଶତୃତ୍ୱେବର୍ତ୍ରେତାମୈôବ ଶତୃବତ୍ । । ଗୀ-୬/୬ । । ଏଠାେର ଯେଉଁ ଆତ୍ମାକୁ ଆତ୍ମାଦ୍ୱାରା ଜିତିବା କଥା କୁହାଯାଇଛି ଏହାର ସ୍ପଷ୍ଟ ଅଭିପ୍ରାୟ ମନକୁ ବୁଦ୍ଧିଦ୍ୱାରା ଜୟ କରିବା । ପ୍ରଥମ ଥର ‘ଆତ୍ମା’ ଶଦ୍ଧ ମନ ପାଇଁ ଓ ଦ୍ୱିତୀୟ ଥର ବୁଦ୍ଧିପାଇଁ ପ୍ରଯୁକ୍ତ୍ର ହୋଇଛି । ଆମର କର୍ମେନ୍ଦ୍ରିୟ ସମୂହକୁ ଶ୍ରେଷ୍ଠ ବଳବାନ ଓ ସୁକ୍ଷ୍ମ ବୋଲି କୁହାଯାଏ । କିନ୍ତୁ ସେମାନଙ୍କଠାରୁ ମନ ଅଧିକ ଉନ୍ନତ ଅଟେ । ବୁଦ୍ଧି, ମନ,ଅପେକ୍ଷା ଅଧିକ ଉନ୍ନତ ଏବଂ ବୁଦ୍ଧି ଅପେକ୍ଷା ଆତ୍ମା ଅଧିକ ଉନ୍ନତ ଅଟେ । ଇନ୍ଦ୍ରିୟାଣୀ ପରାଣ୍ୟାହୁରନ୍ଦ୍ରିୟେଭ୍ୟଃ ପରଂ ମନଃ । ମନସସ୍ତୁ ପରାବୁଦ୍ଧି ର୍ଯେ ।ବୁଦ୍ଧେଃ ପରତସ୍ତୁ ସଃ । ଗୀ-୩/୪୨ । । ପରବର୍ୀ ଶ୍ଲୋକରେ ଆତ୍ମାକୁ ବୁଦ୍ଧିଠାରୁ ଶ୍ରେଷ୍ଠ ଏବଂ ବୁଦ୍ଧିଦ୍ୱାରା ମନକୁ ବଶୀଭୂତ କରିହିଁ କାମ ରୂପୀ ଦୁଜର୍ୟ ଶତୃକୁ ପରାଜିତ କରାଯାଇ ପାରିବ ବୋଲି କୁହାଯାଇଛି । ଏବଂ ବୁଦ୍ଧେଃ ପରଂବୁଦ୍ଧ୍ୱା ସଂସ୍ତଭ୍ୟାତ୍ମାନମାତ୍ମା । ଜହିଶତୃଂ ମହାବାହୋ କାମରୂପଂ ଦୂରାସଦମ୍ ।ଗୀ-୩/୪୩ । ।
ସଂକଳ୍ପକୁ ଅନୁଭବ କରିବା ବା ଇଚ୍ଛା କରିବାର ନାମ ମନ ଅଟେ । ଜାଣିବା, ମାନିବା,ଚିହ୍ନିବା ସ୍ମରଣ ରଖିବା, ନିର୍ଣ୍ଣୟ କରିବା ଆଦି ହେଉଛି ବୁଦ୍ଧିର କାମ । ଗୀତାରେ ମନ ଓ ବୁଦ୍ଧିକୁ ଏହି ଅର୍ଥରେ ପ୍ରୟୋଗ କରାଯାଇଛି । ଆତ୍ମା ହିଁ ସୁଖ ଓ ଶାନ୍ତି ପାଇଁ ଇଚ୍ଛା କରେ ଏବଂ ଅନୁଭବ ମଧ୍ୟ କରେ । ଆତ୍ମା ଯେଉଁ ଜ୍ଞାନ ଆହରଣ କରେ ସେହି ଜ୍ଞାନ, ବୁଝିବା ଶକ୍ତି ଓ ବି·ର ଶକ୍ତି ହିଁ ବୁଦ୍ଧି ଅଟେ । ଯେଉଁ ମାନେ ମନ,ବୁଦ୍ଧି ଏବଂ ଆତ୍ମାକୁ ପୃଥକ୍ ପୃଥକ୍ ସା ତଥା ଏକ ଆରେକଠାରୁ ଉନ୍ନତ ଅଟନ୍ତି ବୋଲି ବ୍ୟଖ୍ୟା କରନ୍ତି , ସେମାନେ ଗୀତାକୁ ବିବେକ ସମ୍ମତ ଭାବେ ଅନୁଶୀଳନ କରିନାହାନ୍ତି ବୋଲି ବୁଝିବାକୁ ହେବ । କÿାରଣ ଇନ୍ଦ୍ରିୟ ସମୂହ ଆମ ସଂକଳ୍ପର ଅଧୀନ ଅଟନ୍ତି । ମନରେ ଉପôନ୍ନ ହେଉଥିବା ସଂକଳ୍ପକୁ ନିୟନ୍ତ୍ରଣ କରିବା ବା ଭଲମନ୍ଦର ନର୍ଣ୍ଣୟ କରିବା କାମ ହେଲା ବୁଦ୍ଧିର । ଯେତେବେଳେ ଆମେ ଜ୍ଞାନ ଦ୍ୱାରା ମନକୁ ପରମାତ୍ମାଙ୍କ ସହିତ ଯୁକ୍ତ କରୁଁ ସେତେବେଳେ ଆମକୁ ଆତ୍ମାର ଅନୁଭବ ହୁଏ । ଆତ୍ମାନୁଭୂତି ପାଇଁ ପ୍ରଥମେ ମନରେ ଜ୍ଞାନଯୁକ୍ତ ସଂକଳ୍ପ ସୃଷ୍ଟି କରିବାକୁ ହୁଏ । ଏହାକୁ ମନନ,(ଗରୟସଗ୍ଧବଗ୍ଧସକ୍ଟଦ୍ଭ) କୁହାଯାଏ । ଏହା ଦ୍ୱାରା ମନରେ ସଂକଳ୍ପ ସମୂହର ଗତି ହ୍ରାସ ପାଏ ଓ କ୍ରମଶଃ ବୁଦ୍ଧି ଆତ୍ମା ନିଶ୍ଚୟ ସ୍ମୃୃତି ରେ ସ୍ଥିର ହୋଇଯାଏ । ଏଥିପାଇଁ କୁହାଯାଇଛି ମନଠାରୁ ବୁଦ୍ଧି ଉନ୍ନତ ବା ସୂକ୍ଷ୍ମ ଅଟେ । ଅନୂଭୁତି ପାଇଁ ମନକୁ କେବଳ ସଂକଳ୍ପ ସ୍ତରରେ ସ୍ଥିର ନ ରଖି ବୁଦ୍ଧିଦ୍ୱାରା ସୁକ୍ଷ୍ମ ରୂପରେ ସେହି ସ୍ମୃତିରେ ସ୍ଥିତ ରହିବାକୁ ହୁଏ । ଏପରିହେଲେ ଯାଇଁ ଆମେ ଆତ୍ମାନୁଭୂତି କରିପାରିବା ।
ମନ ଓ ବୁଦ୍ଧି ସମ୍ବନ୍ଧିତ କେତେକ ଶ୍ଲୋକ ଗୀତାରେ ଦେଖାଯାଏ ଯାହାକି ସେ ଗୁଡିକର ମୈାଳିକତା ନେଇ ମନରେ ସଂଶୟ ଉପôନ୍ନ ହୁଏ । କାରଣ ଏସବୁ ପୂର୍ବ ବର୍ଣ୍ଣିତ ଶ୍ଲୋକର ଭାବ ବିପରୀତ ଅର୍ଥକୁ ବୁଝାଏ । ସେଥିରେ କୁହାଯାଇଛି ଯେ ପୃଥିବୀ,ଜଳ,ଅଗ୍ନି,ବାୟୁ, ଆକାଶ ପରି ମନ , ବୁଦ୍ଧି ଓ ଅହଂକାର ପ୍ରକୃତି କୃତ ଅଟେ । ଭୂମି ରାପୋ ଽନଳୋ ବାୟୁଃ ଖଂ ମନୋ ବୁଦ୍ଧିରେବ ଚା ଅଂହକାର ଇତୀୟଂ ମେ ଭିନ୍ନାପ୍ରକୃତି ରଷ୍ଟଧ । । ଗୀ-୭/୪ । । ଅନ୍ୟ ଏକସ୍ଥାନରେ କୁହାଯାଇଛି ଯେ ପମହାଭୂତ, ଅହଂକାର,ବୁଦ୍ଧି,ମୂଳ ପ୍ରକୃତି ଅର୍ଥାତ ତ୍ରିଗୁଣମୟୀ ମାୟା,ଦଶ, ଇନ୍ଦ୍ରିୟ, ମନ, ପ ଇନ୍ଦ୍ରିୟ, ଭୋଗ୍ୟ ବିଷୟ ବସ୍ତୁ,ଇଚ୍ଛା, ଦ୍ୱେଷ,ସୁଖ , ଦୁଃଖ,ସ୍ଥୁଳ ଦେହର ପିଣ୍ଡ ଚେତନା ଏବଂ ଧୈ÷ର୍ଯ୍ୟ ସଂକ୍ଷେପରେ ଏସବୁକୁ କ୍ଷେତ୍ର ଓ ତାର ବିକାର ବୋଲି ବିବେଚନା କର । ମହାଭୁତାନି ଅହଂକାରୋ ବୁଦ୍ଧିରବ୍ୟକ୍ତ ମେବଚ । ଇନ୍ଦ୍ରିୟାଣି ଦଶୈକଂ ଚ ପେନ୍ଦ୍ରିୟାଗୋଚରାଃ । ଇଚ୍ଛା ଦ୍ୱେଷଃ, ସୁଖଂ,ଦୁଃଖଂ ସଂଘାତ ଶ୍ଚେତନା ଧୃତିଃ । ଏତତ୍ କ୍ଷେତ୍ରଂ ସମାସେନ ସବିକାରଂ ମୃଦାହୃତଂ । ।ଗୀ୧୩/୫-୬ । । ଆଉ ଏକ ଶ୍ଲୋକରେ ମନକୁ ଇନ୍ଦ୍ରିୟ ରୂପେ ବର୍ଣ୍ଣନା କରାଯାଇଛି । ଇନ୍ଦ୍ରିୟାଣାଂ ମନଶ୍ଚାସ୍ମି । । ଗୀତା ୧୦/୨୨ । । ଏହିପରି ଆଉ କେତେକ ଶ୍ଲୋକ ଅଛି ଯାହାକି ଗୀତାର ମୈାଳିକ ବିଚାରଧାରା ସହିତ ଖାପ ଖାଏ ନାହିଁ । କେତେକ ନିସ୍ପକ୍ଷ ବିଦ୍ୱାନ ଏଭଳି ଶ୍ଲୋକ ଗୁଡିକୁ ପରବୀର୍ ସମୟରେ ଗୀତାରେ ପ୍ରକ୍ଷିପ୍ତ କରାଯାଇଛି ବୋଲି ବଳିଷ୍ଠ ଯୁକ୍ତି ଉପସ୍ଥାପନ କରନ୍ତି । ରାଜଯୋଗୀ ଜଗଦୀଶ ଚନ୍ଦ୍ର ହାସିଜା ଏଗୁଡିକୁ ସୁକ୍ଷ୍ମଭାବରେ ଅନୁଶୀଳନ କରି କୁହନ୍ତି ଯେ ଆତ୍ମା ଯେତେବେଳେ ଅବ୍ୟକ୍ତ(ବ୍ରହ୍ମଲୋକ) ରୁ ଶରୀର ରୂପକ କ୍ଷେତ୍ରରେ ପ୍ରକଟିତ ହୁଏ ସେତେବେଳେ ତାର ସଂକଳ୍ପ ଉପôନ୍ନ ହୁଏ ଏବଂ ସେହି ସମୟରେ ସେ ନିର୍ଣ୍ଣୟ କରେ ବା ସ୍ମୃତିଯୁକ୍ତ ହୁଏ । ଏଣୁ ଆତ୍ମାର ଅଭିବ୍ୟକ୍ତିର ସାଧନ ହେଇଥିବା ହେତୁ ଏହାକୁ କ୍ଷେତ୍ର ବା ଆତ୍ମା ଇନ୍ଦ୍ରିୟ ମଧ୍ୟ କୁହାଯାଇଥିବ । ନଚେତ୍ ଶରୀରସ୍ଥ ଇନ୍ଦ୍ରିୟ ଯେପରି କାନ.ନାକ ଆଦି ସେହି ଅର୍ଥରେ ଏହାକୁ ଇନ୍ଦ୍ରିୟ କୁହାଯାଇ ପାରିବ ନାହିଁ । ମନ ବୁଦ୍ଧି ଆତ୍ମାଠାରୁ ଅଭିନ୍ନ ହୋଇଥିବା ହେତୁ ଏବଂ ଏହା ସ୍ୱୟଂ ଆତ୍ମାର ଯୋଗ୍ୟତା ହୋଇଥିବା ହେତୁ ଉଭୟଙ୍କ ପାଇଁ ଆତ୍ମା ଶଦ୍ଧର ପ୍ରୟୋଗ ହୋଇଛି ।
ଜ୍ଞାନକୁ ଆତ୍ମାର ତୃତୀୟ ନେତ୍ର ବା ଦିବ୍ୟଚକ୍ଷୁ ବୋଲି କୁହାଯାଏ । ବାସ୍ତବରେ ଦେଖିବାକୁ ଗଲେ ଜ୍ଞାନ ପେନ୍ଦ୍ରିୟ ଭଳି କୈାଣସି ଇନ୍ଦ୍ରିୟ ନୁହେଁ ; ତଥାପିି ମଧ୍ୟ ଏହାକୁ ଚକ୍ଷୁର ଉପମା ଦିଆଯାଇଛି; କାହିଁକିନା ଜ୍ଞାନଦ୍ୱାରା ଆତ୍ମାକୁ ସତ୍ୟତାର ପ୍ରତ୍ୟକ୍ଷ ଦର୍ଶନ ହୁଏ। ଏହିପରି ମନକୁ ଯଦି ସୂକ୍ଷ୍ମ ଇନ୍ଦ୍ରିୟ ବୋଲି କୁହାଯାଏ ତେବେ ଏହା ଉପମା ହିସାବରେ ନିଆଯାଇପାରେ;କାରଣ ଇନ୍ଦ୍ରିୟ ସମୂହ ଯେପରି ଅଭିବ୍ୟକ୍ତି ବା ଜ୍ଞାନର ସାଧନ ଅଟନ୍ତି ;ସେହିପରି ମନ ମଧ୍ୟ ଆତ୍ମାର ଅଭିବ୍ୟକ୍ତି ର ସାଧନ ଅଟେ । ଏହା ଅଧ୍ୟୟନ ପାଇଁ ଏକ ଦ୍ୱାର ଅଟେ । କିନ୍ତୁ ମନ ବୁଦ୍ଧିଠାରୁ ଆତ୍ମାକୁ ଭିନ୍ନ ବୋଲି ମାନିବା ଠିକ୍୍ ହେବ ନାହିଁ । ଯେତେବେଳେ ଆତ୍ମା ପରମଧାମରୁଏହି ଧରା ପୃଷ୍ଠକୁ ଆସେ ସେତେବେଳେ ପ୍ରକୃତି ସଂପର୍କରେ ଆସିଲା ପରେ ହିଁ ସର୍ବପ୍ରଥମେ ତାକୁ ନିଜ ଅସ୍ତିିତ୍ୱ ର ଅନୁଭବ ହୁଏ ।ଏହି କଥାକୁ ହିଁ କୁହାଗଲା ଯେ ପ୍ରକୃତିରୁ ପ୍ରଥମେ ଅହଂକାର(ଅହଂଭାବ) ର ଉପôିହେଲା । ଯେତେବେଳେ ମନୁଷ୍ୟକୁ ନିଜ ଅସ୍ତିତ୍ୱ ର ଅନୁଭବ ହୁଏ,ସେତେବେଳେହିଁ ସେ ତାର ପାରିପାଶ୍ୱିର୍କ ବାତାବରଣ ବିଷୟରେ ଜାଣିବାକୁ ଏବଂ ବୁଝିବାକୁ ଚେଷ୍ଟାକରେ । ଏଣୁ ଏହି ବିଷୟରେ କୁହାଗଲା ଯେ ଅହଂକାରରୁ ବୁଦ୍ଧିର ଉପôନ୍ନ ହେଲା ।ଯେହେତୁ ଏହି ଅବସ୍ଥା ହେବାପରେ ମନୁଷ୍ୟ ଚେଷ୍ଟା, ଅଭିଳାଷ ତଥା ପ୍ରୟନô ଆଦି କରେ ,ତେଣୁ କୁହାଗଲା ବୁଦ୍ଧିପରେ ମନର ଉପôନ୍ନ ହେଲା । ଏହା କେବଳ ଉପସ୍ଥାପନର ଏକ ଭିନ୍ନ ପ୍ରକ୍ରିୟା ଅଟେ । କିନ୍ତୁ ବାସ୍ତବରେ ମନ ବୁଦ୍ଧି ଏବଂ ଅହଂଭାବ କ୍ରମଶଃ ଆତ୍ମାରହିଁ ଇଚ୍ଛା ବି·ରଶୀଳତା ତଥା ସ୍ୱ ଅନୁଭବର ହିଁ ନାମ ଅଟେ ।
ଏହିଜ୍ଞାନ ହୃଦୟଙ୍ଗମ ହେଲେ ଆମେ ନିଜକୁ ଶରୀରଠାରୁ ଭିନ୍ନ ଏକ ଅନାଦି ଓ ଅବିନାଶୀ ଚୈତନ୍ୟ ସା ଆତ୍ମାବୋଲି ଅନୁଭବ କରିବା ।ଏହା ଦ୍ୱାରା ନିଜ ନିଜ ବ୍ୟବାହାରିକ ଜୀବନରେ ଆମେ ସ୍ୱ ସ୍ୱ କର୍ମରେ ପ୍ରବୃ ରହି ମଧ୍ୟ ଆମିôକ ସ୍ମୃତିରେ ସ୍ଥିତ ରହିବାର ଅଭ୍ୟାସ କରପାରିବା । ମନ ଓ ବୁଦ୍ଧି ପ୍ରକୃତିର କାର୍ଯ୍ୟ ନୁହେଁ । ଏହି ଦୃଷ୍ଟିରୁ ଏହାକୁ ଅମାôଠାରୁ ଭିନ୍ନ ବି·ର କରି ନିଜ ସଂକଳ୍ପକୁ ଶୁଦ୍ଧ ତଥା ବିବେକକୁ ଦିବ୍ୟ କରି ଗଢି ତୋଳିବା ଆବଶ୍ୟକ । ମନ ଓ ବୁଦ୍ଧିର ଶୁଦ୍ଧିହିଁ ଆତ୍ମଶୁଦ୍ଧି ଅଟେ । ଏହିପରି ଆତ୍ମଶୁଦ୍ଧ ବ୍ୟକ୍ତିକୁ ମହାତ୍ମା ଓ ଯାର ମନବୁଦ୍ଧି ଦୋଷ ଯୁକ୍ତ ତାକୁ ପାପାତ୍ମା କୁହାଯାଏ । କାରଣ ପାପ ଓ ପୁଣ୍ୟ,ଇଚ୍ଛା ଓ ପ୍ରଯନô ତଥା ସଦ୍ବିବେକ ଓ ଭ୍ରଷ୍ଟ ବିବେକର ସମ୍ବନ୍ଧ ଆତ୍ମା ସହିତ ସଂର୍ପକିତ ।
ଆତ୍ମା ଏକ ଚୈତନ୍ୟ ସା ଅଟେ । ବିଜୁଳିକୁ ଯେପରି ଆମେ ଆଲୁଅ ହିସାବରେ କଳ କରାଖାନା ସଂ·ଳନ ପାଇଁ ଶକ୍ତି ହିସାବରେ ଏବଂ ବିଭିନ୍ନ ବସ୍ତୁକୁ ଗରମ କରିବା ପାଇଁ ତାପଶକ୍ତି ହିସାବରେ ବ୍ୟବାହର କରୁଁ ସେପରି ଭିନ୍ନଭିନ୍ନ ଅଭିବ୍ୟକ୍ତି କାରଣରୁ ହିଁ ଆତ୍ମା ବା ଚୈତନ୍ୟ ଶକ୍ତିର ଭିନ୍ନ ଭିନ୍ନ ନାମ ମନ,ବୁଦ୍ଧି,ଚି ଓ ଅହଂକାର ଅଟେ । ଏହା ସଂକଳ୍ପ ରୂପରେ ପ୍ରକଟିତ ହେଲେ ତାକୁ ମନ, ବିବେକ ବା ନିର୍ଣ୍ଣୟ ଶକ୍ତି ରୂପରେ ପ୍ରକଟିତ ହେଲେ ବୁଦ୍ଧି ଏବଂ ଅହଂତ୍ୱ ପରିପ୍ରକାଶ କଲେ ତାକୁ ଅହଂକାର ବୋଲି କୁହାଯାଏ ।
ଏହିଜ୍ଞାନ ହୃଦୟଙ୍ଗମ ହେଲେ ଆମେ ନିଜକୁ ଶରୀରଠାରୁ ଭିନ୍ନ ଏକ ଅନାଦୀ ଓ ଅବିନାଶୀ ଚୈତନ୍ୟ ସା ଆତ୍ମାବୋଲି ଅନୁଭବ କରିବା । ଏହା ଦ୍ୱାରା ନିଜ ନିଜ ବ୍ୟବାହାରିକ ଆମ ଜୀବନରେ ସ୍ୱ ସ୍ୱକର୍ମରେ ପ୍ରବୁ ରହି ମଧ୍ୟ ଆମିôକ ସ୍ମୃତିରେ ସ୍ଥିତ ରହିବାର ଅଭ୍ୟାସ କରପାରିବା, ମନ ଓ ବୁଦ୍ଧି ପକୃତିର କାର୍ଯ୍ୟ ନୁହେଁ । ଏହି ଦୃଷ୍ଟିରୁ ଏହାକୁ ଅମାôଠାରୁ ଭିନ୍ନ ବି·ର କରି ନିଜ ସଂକଳ୍ପ କୁ ଶୁଦ୍ଧ ତଥା ବିବେକକୁ ଦିବ୍ୟ କରି ଗଢି ତୋଳିବା ଆବଶ୍ୟକ ମନ ଓ ବୁଦ୍ଧିର ଶୁଦ୍ଧି ହିଁ ଆତ୍ମ ଶୁଦ୍ଧି ଅଟେ । ଏହିପରି ଆତ୍ମ ଶୁଦ୍ଧି ବ୍ୟକ୍ତିକୁ ମହାତ୍ମା ଓ ଯାର ମନବୁଦ୍ଧି ଦୋଷ ଯୁକ୍ତ ତାକୁ ପାପାତ୍ମ କୁହାଯାଏ । କାରଣ ପାପ ଓ ପୂଣ୍ୟ,ଇଚ୍ଛା ଓ ପ୍ରଯନô ଥଥା ସଦ୍ବିବେକ ଓ ଭ୍ରଷ୍ଟ ବିବେକ ର ସମ୍ବନ୍ଧ ଆତ୍ମା ସହିତ ସଂର୍ପକିତ ।
ଆତ୍ମା ଏକ ଚୈତନ୍ୟ ସା ଅଟେ । ବିଜୁଳିକୁ ଯେପରି ଆମେ ଆଲୁଅ ହିସାବରେ କଳ କରାଖାନା ସଂ·ଳନ ପାଇଁ ଶକ୍ତି ହିସବାରେ ଏବଂ ବିଭିନ୍ନ ବସ୍ତୁକୁ ଗରମ କରିବା ପାଇଁ ତାପଶକ୍ତି ହିସାବରେ ବ୍ୟବାହର କରୁଁ ସେପରି ଭିନ୍ନଭିନ୍ନ ଅଭିବ୍ୟକ୍ତି କରାଣରୁ ହିଁ ଆତ୍ମା ବା ଚୈତନ୍ୟ ଶକ୍ତିର ଭିନ୍ନ ଭିନ୍ନ ନାମ ମନ,ବୁଦ୍ଧି,ଚି ଓ ଅହଂକାର ଅଟେ ।ଯେତେବେଳେ ଏହା ସଂକଳ୍ପ ରୂପରେ ପ୍ରକଟିତ ହୁଏ ତାକୁ ମନ, ବିବେକ ବା ନିର୍ଣ୍ଣୟ ଶକ୍ତି ଉପରେ ପ୍ରକଟିତ ହେଲେ ବୁଦ୍ଧି ଏବଂ ଅହଂତ୍ୱ ପରିପ୍ରକାଶ କଲେ ସେତେବେଳେ ଅହଂକାର ବୋଲି କୁହାଯାଏ । !! ଓମ୍ ଶାନ୍ତି !!
Comments
Post a Comment