(୧)ସାଥୀ--ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ସାଥୀ
ଡାକ୍ତର ସୁଧାଂଶୁ ଶେଖର ମିଶ୍ର
କୌଣସି ଏକ ଗ୍ରାମରେ ବିଷ୍ଣୁଦ ନାମକ ଜଣେ ବ୍ରାହ୍ମଣ ଅବସ୍ଥାନ କରୁଥିଲେ । ସେ ଥିଲେ ସ୍ଥାନୀୟ ମନ୍ଦିରର ପୂଜକ । ଠାକୁରଙ୍କ ଭୋଗ ପାଇଁ ମିଳୁଥିବା ଅନ୍ନ ବଞ୍ଜନ କରୁଥିଲେ । ତଥା ଦକ୍ଷିଣା ସ୍ବରୂପ ପ୍ରାପ୍ତ ଧନରେ ସେ ତାଙ୍କର କୁଟୁମ୍ବ ପରିପୋଷଣ କରୁଥିଲେ । ଏତଦ୍ ବ୍ୟତୀତ ସେ ଯଜମାନଙ୍କ ଘରକୁ ଯାଇ ପୂଜାପାଠ ଓ ବିବାହଦ୍ରତାଦି କର୍ମ କରି ଯେଉଁ ଦକ୍ଷିଣା ଆଦି ପାଉଥିଲେ ସେଥିରେ ତାଙ୍କର ସଂସାର ଖୁବ୍ ସୁରୁଖୁରୁରେ ଚଳିଯାଉଥିଲା । ସଂସାର ବୋଇଲେ ତାଙ୍କର ଗୋଟିଏ ମାତ୍ର ଯୁବକ ପୁତ୍ର । ନାଁଟି ତା’ର ରାମଦାସ । ପନôାଙ୍କ ଦେହାନ୍ତ ହୋଇ ସାରିଛି । ବିଷ୍ଣୁଦ ମାତୃ ହୀନ ପୁଅଟିକୁ ଖୁବ୍ ଗେଲ ବସରରେ ଲାଳନ ପାଳନ କରିଥିଲେ । ରାମଦାସ ନିଜ ପିତାଙ୍କୁ ଖୁବ୍ ଭଲପାଏ । କିନ୍ତୁ ଚେଷ୍ଟାକରି ମଧ୍ୟ ସେ ତାଙ୍କଠାରୁ ପୁରୋହିତ ଦିବ୍ୟା ଶିକ୍ଷା କରି ପାରିଲା ନାହିଁ । ସେଥିପାଇଁ ତା’ ମନରେ ଭାରି ଅବଶୋଷ । ଭବିଷ୍ୟତ କର୍ମପନ୍ଥା ସେ ନିର୍ଦ୍ଧାରଣ କରି ପାରୁ ନ ଥାଏ । ବୋଝ ଉପରେ ନଳିତା ବିଡା ପରି ହଠାତ୍ ରାମଦାସଙ୍କ ପିତୃ ବିୟୋଗ ଘଟିଲା । ·ରିଦିଗ ତାକୁ ଅନ୍ଧକାର ଦେଖାଗଲା । ଦୁନିଆରେ ତା’ର ଆଉ କେହି ଆତ୍ମୀୟ ସ୍ବଜନ ନାହାନ୍ତି । ସେ ନିଜକୁ ନିରାଶ୍ରୟ ମନେ କଲା । ଦୁଃଖରେ ପଡିଲେ ମଣିଷ ଭଗବାନଙ୍କୁ ଖୋଜେ । ଏହାହିଁ ମାନବ ଚରିତ୍ର । ରାମଦାସର ମନ ହାହାକାର କରି ଉଠିଲା । ପିତାଙ୍କଠାରୁ ଶୁଣିଥିବା ସଂସ୍କୃତର ଗୋଟିଏ ଖଣ୍ଡବାକ୍ୟ ତା’ର ମନେ ପଡିଲା ।
“ନିରାଶ୍ରୟ ମାଂ ଜଗଦୀଶ ରକ୍ଷ । ତା’ର ଅନ୍ତରାତ୍ମା କହିଲା, ରାମଦାସ! ଏହି ବିପଦ
ସମୟରେ କେବଳ ଭଗବାନହିଁ ତୋତେ ରକ୍ଷା କରିବେ । ସେହି ସମସ୍ତଙ୍କ ଆଶ୍ରୟ ଦାତା ଓ ପାଳନ କର୍ା । ତୁ ତାଙ୍କ ଶରଣାପନô ହୋଇ ଯା’” । ଏକଥା ରାମଦାସର ମନକୁ ପାଇଲା । କିନ୍ତୁ କିପରି ସେ ଭଗବାନଙ୍କୁ ଭେଟିବ ଓ ତାଙ୍କ ଶରଣ ଭିକ୍ଷା କରିବ, ସେହି ପ୍ରଶ୍ନ ତାକୁ ବ୍ୟତିବ୍ୟସ୍ତ କରିବାକୁ ଲାଗିଲା ।ଏମନ ଭାବୁଥାଏ ଯାହା, କାଳେ ପ୍ରାପତ ହୁଏ କାଳେ ପ୍ରାପତ ହୁଏ ତାହା ।” ଭଗବତ୍ ଅନ୍ୱେଷଣରେ ରାମଦାସ ଇତଃସ୍ତତ ଘୂରି ବୁଲୁଥାଏ । ଏମିତି ବୁଲୁବୁଲୁ ଦିନେ ସେ ଗ୍ରାମ ସନ୍ନିକଟ ଏକ ଜଙ୍ଗଲରେ ଜଣେ ସାଧୁଙ୍କୁ ଭେଟିଲା । ସେ ତାଙ୍କୁ ପ୍ରାର୍ଥନା କଲା,” ହେ ମହାତ୍ମା! ଦୟାକରି ମୋତେ ଭଗବାନଙ୍କ ସହିତ ସାକ୍ଷାତ କରାଇ ଦିଅ । ମୋର ଏ ଦୁର୍ଦ୍ଧିନରେ ସେହିଁ କେବଳ ସହାୟତା କରି ପାରିବେ ।” ସାଧୁ କହିଲେ, “ବସô! ଏହା ସହଜ କାର୍ଯ୍ୟ ନୁହେଁ । ଏଥିପାଇଁ ଖୁବ୍ ପ୍ରଯନô କରିବାକୁ ପଡିବ । ଅନନ୍ୟ ଭକ୍ତି, ନିରବଚ୍ଛିନ୍ନ ସ୍ମରଣ ଓ ନିରଳସ ସାଧନା ଦ୍ୱାରା ଆତ୍ମା ଯେତେବେଳେ କାମ କ୍ରୋଧାଦି ଆସୁରୀ ସଂସ୍କାରରୁ ମୁକ୍ତ ହୋଇଯାଏ ସେତେବେଳେହିଁ ପରମାତ୍ମା ମିଳନ ସମ୍ଭବ ହୁଏ । ଭଗବାନ କୌଣସି ବ୍ୟକ୍ତି ବିଶେଷ ନୁହନ୍ତି । ସେ ଅଶରୀରୀ । ତେଣୁ ତାଙ୍କ ସହିତ ଶାରୀରିକ ମିଳନ ହୁଏ ନାହିଁ; କେବଳ ମନୋମିଳନ ହୋଇପାରେ! ହେ ବସô! ପ୍ରକୃତରେ ଯଦି ତୁମେ ତାଙ୍କୁ ପାଇବାକୁ ·ହଁ ଏଇ ନିକଟସ୍ଥ କୁଟୀରରେ ଅବସ୍ଥାନ କର । ସେଠାରେ ତୁମେ ତାଙ୍କର ସ୍ମରଣରେ ମନୋନିବେଶ କର । ଭୋଜନାଦିର ଚିନ୍ତା କର ନାହିଁ । ଯଥା ସମୟରେ ତାହା ତୁମକୁ ମିଳିଯିବ । କେବଳ ଏକାଗ୍ର ଚିରେ ତୁମେ ସେହି ପରମାତ୍ମାଙ୍କ ସତତ ସ୍ମରଣ କରେ ।” ରାମଦାସ କହିଲା,” ହେ ମହାତ୍ମା! ତୁମ ଉପଦେଶ ମୋର ଶିରୋଧାର୍ଯ୍ୟ । ଅବଶ୍ୟ ମୁଁ ଆପଣଙ୍କ ପ୍ରଦର୍ଶିତ ବିଧି ଅନୁସାରେ କଠିଣ ପୁରୁଷାର୍ଥ କରିବି ।”
ତା’ ପରେ ରାମଦାସ ଉକ୍ତ କୁଟୀରରେ ରହି ମହାତ୍ମାଙ୍କ କହିବା ଅନୁସାରେ ପରମାତ୍ମାଙ୍କ ସ୍ମରଣ କରିବାକୁ ଲାଗିଲା । କିଛିଦିନ ଏପରି ଅତିକ୍ରାନ୍ତ ହୋଇଗଲା । କିନ୍ତୁ ତାକୁ ପରମାତ୍ମା-ସାକ୍ଷାତକାର ହେଲା ନାହିଁ । କ୍ରମେ କ୍ରମେ ତା’ର ମନ ଅସ୍ଥିର ହେବାକୁ ଲାଗିଲା । ପ୍ରକୃତରେ ତା’ର ଦୃଦୟରେ ପରମାତ୍ମା ପ୍ରେମ ନ ଥିଲା । ଯେଉଁଠି ପ୍ରେମ ନ ଥାଏ ସେଇଠି ସନ୍ଦେହ ଉପôନ୍ନ ହେବା ସ୍ବଭାବିକ । ରାମଦାସର ମଧ୍ୟ ସେହି ଅବସ୍ଥା ହେଲା । ତା’ ମନରେ ସଂଶୟ ଆସିଲା । ସେ ଭାବିଲା, “ଏ ସାଧୁ ଜଣକ ମୋତେ ଭଣ୍ଡାଇ ନାହିଁ ତ? ଏପରି କ’ଣ ପ୍ରକୃତରେ ଭଗବାନ ମିଳନ୍ତି? ସତରେ ଭଗବାନ ବୋଲି କ’ଣ କୌଣସି ସା ବିଦ୍ୟମାନ? ଏହିପରି ନକାରାତ୍ମକ ଭାବନା ହେତୁ ସେ ପୁରୁଷାର୍ଥହୀନ ହୋଇ ପଡିଲା । ଶାସ୍ତ୍ର କହେ, “ଅଦୃଢ଼ ତ ହତଂ ଜ୍ଞାନଂ ପ୍ରମୋଦ ହତଂ ଶ୍ରୁତମ୍ । ସଂଦିଗ୍ଧୋହି ହତୋ ମନ୍ତ୍ରୋ, ବ୍ୟଗ୍ର ଚିୋ ହତୋ ଜପଃ” । ଅର୍ଥାତ୍ ଦୃଢ଼ତା ବିନା ଜ୍ଞାନ ବ୍ୟର୍ଥ । ଏକାଗ୍ରତା ବିନା ଶୁଣିଥିବା କଥା ବ୍ୟର୍ଥ । ସନ୍ଦେହଯୁକ୍ତ ମନ୍ତ୍ର ବ୍ୟର୍ଥ । ବ୍ୟଗ୍ର ଚିରେ କରାଯାଇଥିବା ଜପ ନିଷ୍ଫଳ । ସାଧୁଙ୍କଠାରୁ ଶୁଣିଥିବା ଜ୍ଞାନର ଦୃଢ଼ତାର ଅଭାବ ହେତୁ ରାମ ଦାସ ଏକାଗ୍ର ଓ ସନ୍ଦେହ ରହିତ ହୋଇ ସାଧନା କରିପାରିଲା ନାହିଁ । ଅତଃ ସେ ସେହି ଆଶ୍ରମ ତ୍ୟାଗ କଲା ।
ସଂସାର ଓ ଈଶ୍ୱରୀୟ ଏକତ୍ର ଅବସ୍ଥାନ କରନ୍ତି ନାହିଁ । ଯେଉଁଠି କାମଥାଏ ସେଇଠି ରାମ ନ ଥାଆନ୍ତି । ଅନ୍ଧକାର ଓ ଆଲୋକର ସହବସ୍ଥାନ ଯେପରି ଅସମ୍ଭବ ସେହିପରି ସଂସାର ତ୍ୟାଗ କରି ଜଙ୍ଗଲକୁ ଯାଇ ଈଶ୍ୱରାଧନା କଲେ ମଧ୍ୟ ଯେ ପର୍ଯ୍ୟନ୍ତ ଅନ୍ତଃକରଣରୁ ସଂସାର ବିସ୍ମୃତ ନ ହୋଇଛି ସେ ପର୍ଯ୍ୟନ୍ତ ଈଶ୍ୱରାନୁଭୂତି ସମ୍ଭବ ନୁହେଁ । ସଂସାର ନିତ୍ୟ, ପରିବର୍ନଶୀଳ । ଈଶ୍ୱର ଅନିତ୍ୟ, ଅପରିବର୍ନୀୟ ଓ ଅବିନାଶୀ । ଉଭୟ ବିପରୀତଧର୍ମୀ । ତେଣୁ ସାଂସାରିକ ଭୋଗ ଲିପ୍ସା ସଂପୂର୍ଣ୍ଣ ନଷ୍ଟ ନ ହେବା ଯାଏ ଈଶ୍ୱରୋପଲବ୍ଧି ହୁଏ ନାହିଁ । ରାମଦାସ ପିତୃବିୟୋଗରେ ମର୍ମାହତ ଓ କିଂକର୍ବ୍ୟ ବିମୂଢ ହୋଇ ପଡିଥିଲା । ମହାଭାରତ ସମର ପ୍ରାଙ୍ଗଣରେ ଅର୍ଜୁନଙ୍କ ଠିକ ଏପରି ଅବସ୍ଥା ହୋଇଥିଲା । ଶ୍ରୀକୃଷ୍ଣଙ୍କ ପରି ସାଥିଟିଏ ପାଇଥିବାରୁ ସେ “ନଷ୍ଟ ମୋହା”, ସ୍ମୃତିଲବ୍ଧା” ଓ “ଗତ ସନ୍ଦେହା” ହୋଇ ପାରିଥିଲେ । ତା’ ପରେ ଯାଇ ସେ ଭଗବାନଙ୍କ କଥା ମାନିବାକୁ ପ୍ରତିଜ୍ଞା କରିଥିଲେ । “ନଷ୍ଟମୋହା ସ୍ମୃତିର୍ଲବ୍ଧା ଭବତି ତ୍ୱାତ୍ ପ୍ରସାଦାତ୍ ମୟାଚୁ୍ୟତ! ସ୍ଥିତୋସ୍ମିଗତ ସନ୍ଦେହା କରିଷ୍ୟେ ବଚନଂ ତବ । ।ା ୧୮/୭୩ ।ା ଅର୍ଥ: ହେ ଅଚୁ୍ୟତ! ଏତେବେଳେ ପର୍ଯ୍ୟନ୍ତ ତୁମଠାରୁ ଜ୍ଞାନର ଅତ୍ୟନ୍ତ ଗୁହ୍ୟତମ କଥା ଶୁଣିବା ଦ୍ୱାରା ବର୍ମାନ ମୋର ସମସ୍ତ ସନ୍ଦେହ ଅବସାନ ହୋଇଛି । ମୁଁ ମୋର ସ୍ମୃତି (ପ୍ରକୃତ ପରିଚୟ ବା ଆତ୍ମ ଜ୍ଞାନ) ଫେରି ପାଇଛି । ଶରୀର ଓ ସଂସାର ପ୍ରତି ପ୍ରତି ମୋର ଆଉ କୌଣସି ମୋହ ନାହିଁ । ହେ ମୋର ପ୍ରିୟ ସାଥି! ବର୍ମାନ ତୁମେ ଯାହା କହିବ ତାହା ମୁଁ ନିଃସଂଶୟ ଓ ନିଦ୍ୱର୍ନ୍ଦ୍ୱ ଭାବରେ ଅବଶ୍ୟ ପାଳନ କରିବି ।”
ରାମଦାସ ବାହ୍ୟତଃ ଈଶ୍ୱରାଧନା କରୁଥିଲେ ମଧ୍ୟ ତା’ର ମନ ସଂସାର ସହିତ ଯୁକ୍ତଥିଲା । ଏଥିପାଇଁ ସେ ବେଶୀ ଦିନ ପରମାତ୍ମା ପ୍ରାପ୍ତି ପାଇଁ ସାଧନା କରି ପାରି ନ ଥିଲା । ସଂସାରର ତୀବ୍ର ଆକର୍ଷଣରେ ଆକର୍ଷିତ ହୋଇ ସେ ପୁନଃ ତା’ର ଗ୍ରାମ ଅଭିମୁଖେ ·ଲିଲା । କିନ୍ତୁ ସେଠାରେ ତା’ର କିଏ ଅଛି ଯେ ସେ ତା’ ପାଖକୁ ଯିବ? ଅନନ୍ୟୋପାୟ ହୋଇ ସେ ଗ୍ରାମ ଉପକଣ୍ଠସ୍ଥ ଏକ ବଟ ବୃକ୍ଷ ମୂଳରେ ବସି ରହିଲା । ପୂର୍ବରୁ ଗ୍ରାମବାସୀମାନେ ତା’ର ଈଶ୍ୱରାଧନା ବିଷୟରେ ଅବଗତ ଥିଲେ । ତେଣୁ ତା’ ପ୍ରତି ଦୟାପରବଶ ହୋଇ ଲୋକେ ତାକୁ ପ୍ରତ୍ୟହ କିଛି ଖାଇବାକୁ ଦେଉଥିଲେ । ଏହିପରି ସେ ଉକ୍ତ ବୃକ୍ଷ ମୂଳେ ଅବସ୍ଥାନ ପୂର୍ବକ କାଳାତିପାତି କରିବାକୁ ଲାଗିଲା ।
ସେହି ଗ୍ରାମରେ ଜଣେ ଜମିଦାର ରହୁଥିଲେ । ତାଙ୍କର କୌଣସି ମାନସିକ ଅଭୀଷ୍ଟ ପୂର୍ଣ୍ଣ ହେବାରୁ ସେ ଏକ ଛାଗଳ ଦାନ କରିବାକୁ ମନସ୍ତ କଲେ । କିନ୍ତୁ କାହାକୁ ସେ ଏହା ଦେବେ ନିଶ୍ଚୟ କରି ପାରୁ ନ ଥାନ୍ତି । ଗ୍ରାମର କୌଣସି ଏକ ବ୍ୟକ୍ତି କହିଲେ, “ମହାଶୟ! ଆମର ସ୍ବର୍ଗତ ପୁରୋହିତଙ୍କ ପୁତ୍ର ରାମଦାସ ଜଣେ ସାଧୁଙ୍କଠାରୁ ଶିକ୍ଷପ୍ରାପ୍ତ ହୋଇ ଫେରି ଆସିଛନ୍ତି । ଆପଣ ମାନସିକ କରିଥିବା ଛାଗଳଟି ତାଙ୍କୁ ପ୍ରଦାନ କଲେ ଉମ ହୁଅନ୍ତା । ତାଙ୍କଠାରୁ ବଳି ଯୋଗ୍ୟ ବ୍ୟକ୍ତି ଏ ଅଳରେ ଆଉ କିଏ ବା ଅଛି । ସେହି ବ୍ୟକ୍ତିଙ୍କ ପ୍ରସ୍ତାବ ଜମିଦାରଙ୍କ ପାଇଲା । ତୁରନ୍ତ ସେ ରାମଦାସଙ୍କ ନିକଟକୁ ଯାଇ ଛାଗଳଟି ଦାନ ସ୍ବରୂପ ସମର୍ପଣ କଲେ ।
ବର୍ମାନ ରାମଦାସଙ୍କୁ ଏକ କାମ ମିଳିଗଲା । ସେ ପ୍ରତ୍ୟହ ଘାସ କାଟି ଛାଗଳଟିକୁ ଖୁଆନ୍ତି । ତାକୁ ଧୁଆଧୋଇ କରନ୍ତି ଓ ତା’ର ଦୁଧ ଦୋହନ କରି ପାନ କରନ୍ତି । ସବୁବେଳେ ସେ ତାକୁ ପାଖେ ପାଖେ ରଖନ୍ତି । ଏପରିକି ରାତ୍ରୀରେ ତା’ ପାଖରେ ଶୟନ ମଧ୍ୟ କରନ୍ତି । ଏହିପରି ଦିନକୁ ଦିନ ଛାଗଳ ସହିତ ତାଙ୍କର ଘନିଷ୍ଠତା ଓ ଆତ୍ମୀୟତା ବଢିବାକୁ ଲାଗିଲା । ସେ ତାକୁ “ସାଥୀ” ବୋଲି ସମ୍ବୋଧନ କରୁଥିଲେ । ଅତି ସ୍ନେହରେ ସେ ଛାଗଳକୁ ଡାକୁଥିଲେ, “ସାଥୀ, ଆ’ “ସାଥୀ,ଘାସ ଖା’ । ଏ ସାଥୀ ....... ସେ ଖରାଟାରେ କ’ଣ କରୁଛୁ? ଏଇ ଗଛ ଛାଇକୁ ଆ’ ।” ଛାଗଳ ମଧ୍ୟ କ୍ରମେ କ୍ରମେ ବୁଝିବାକୁ ଲାଗିଲା ଯେ ତା’ର ନାମ ‘ସାଥୀ’ । ଯେତେବେଳେ ରାମଦାସ ‘ସାଥୀ’ ବୋଲି ଡାକ ଛାଡେ ସେତେବେଳେସେ ଦୌଡି ଆସି ତା’ ଦେହରେ ଘସି ହୁଏ । ଏହିପରି ଉଭୟଙ୍କ ମଧ୍ୟରେ ଅତୁଟ ପ୍ରେମ ସମ୍ପର୍କ ସ୍ଥାପିତ ହୋଇଗଲା । ଛାଗଳକୁ ଛାଡି ସେ ମୁହୂେର୍ ମଧ୍ୟ ରହି ପାରିଲା ନାହିଁ । ତା’ ଜୀବନରେ ଯେଉଁ ଶୂନ୍ୟତା ଥିଲା ଛାଗଳକୁ ସାଥି ରୂପରେ ପାଇ ତାହା ପୂର୍ଣ୍ଣ ହୋଇଗଲା । ଖୁବ୍ ଆନନ୍ଦରେ ତା’ର ଦିନ ବିତିବାକୁ ଲାଗିଲା ।
ଦିନେ ପ୍ରାତଃକାଳରେ ନିଦ୍ରାରୁ ଉଠି ରାମଦାସ ଦେଖିଲା ଯେ ତା’ର ପ୍ରିୟ ସାଥୀଟି ତା’ ଶୋଇବା ସ୍ଥାନରେ ନାହିଁ । ସେ ବଡ ବମର୍ଷ ହୋଇ ପଡିଲା । ଆଖପାଖ ସ୍ଥାନରେ ଅନ୍ୱେଷଣ କରି ମଧ୍ୟ ଛାଗଳର କୌଣସି ଖୋଜଖବର ମିଳିଲା ନାହିଁ । ସେ ଖୁବ୍ ଉଚ୍ଚ ସ୍ବରରେ ଚିକôାର କରି ଡାକିବାକୁ ଲାଗିଲା ।, “ସାଥୀ .......ଏ ସାଥୀ .......କେଉଁଠି ଅଛୁ? ଶିଘ୍ର ·ଲି ଆ’! ସାଥୀରେ........ ଆ’ ମୋର ସୁନାଟା ପରା........ ।” ତଥାପି କିନ୍ତୁ ଛାଗଳଟି ଆସିଲା ନାହିଁ । ସେ ଚତୁର୍ଦ୍ଧିଗରେ “ସାଥୀ.........ଏ ସାଥୀ........” ଏପରି ଡାକ ଛାଡି ଘୂରି ବୁଲିଲା । ତାକୁ ଏପରି ପାଗଳ ପ୍ରାୟ ଇତଃସ୍ତତ ଦୌଡୁଥିବା ଦେଖି କିଛି ଲୋକେ ଘଟଣା କ’ଣ ଜାଣିବାକୁ ଜିଜ୍ଞାସା କଲେ । ରାମଦାସ କହିଲା, “ମୋର ପ୍ରିୟ ସାଥୀ ଛାଗଳ କୁଆଡେ ·ଲି ଯାଇଛି । ତା’ର ପା ମିଳୁ ନାହିଁ । ତୁମମାନଙ୍କ ମଧ୍ୟରୁ କିଏ ଦେଖିଛ କି?” ସେମାନଙ୍କ ମଧ୍ୟରୁ ଜଣେ ଲୋକ କହିଲେ, “ସେହି ଛାଗଳଟିକୁ କୃଷି କ୍ଷେତ୍ର ପାରି ହୋଇ ଜଙ୍ଗଲ ଅଭିମୁଖେ ଯାଉଥିବା ମୁଁ ଦେଖିଛି” ଏହା ଶୁଣିଲା ପରେ ରାମଦାସଙ୍କୁ ଆଉ ସମ୍ଭାଳେ କିଏ? ସେ “ସାଥୀ .....ଏ ସାଥୀ....... ତୁ କେଉଁଠି ଅଛୁ.......?” ଏପରି ଡାକ ଛାଡି ପାଗଳ ପ୍ରାୟ ସେହି ପଟେ ଦୌଡିବାକୁ ଲାଗିଲା । ଏମିତି ଗ୍ରାମ ପରେ ଗ୍ରାମ ଅତିକ୍ରମ କରି ·ଲିଥାଏ । କିନ୍ତୁ କୌଣସିଠାରେ ତାକୁ ଛାଗଳର ପା ମିଳୁ ନ ଥାଏ ।
ଛାଗଳର ବିଚ୍ଛେଦ ରାମଦାସ ପାଇଁ ଅସହ୍ୟ ହେଉଥିଲା । ଛାଗଳ ପ୍ରତି ଅତ୍ୟଧିକ ମୋହ ହେତୁ ସେ ହିତାହିତ ଜ୍ଞାନ ଶୂନ୍ୟ ହୋଇ ପଡିଥିଲେ । ତା’ର ଅନ୍ୱେଷଣରେ ସେ ବଣ-ଜଙ୍ଗଲ ପାହାଡ ପର୍ବତ ସର୍ବତ୍ର ଘୁରି ବୁଲିଲେ । ଏକଦା କୌଣସି ଏକ ଗ୍ରାମକୁ ଯାଉଥିବ ବେଳେ ସଂଯୋଗବଶତଃ ରାସ୍ତାରେ ପୂର୍ବୋକ୍ତ ମହାତ୍ମାଙ୍କ ସହିତ ରାମଦାସର ସାକ୍ଷାତ ହେଲା । ସେ ପ·ରିଲେ । “ବସô ରାମଦାସ! ତୋ’ର ଏକ’ଣ ହୋଇଗଲା? କାହିଁକି ଏପରି ବାଉଳା ପ୍ରାୟ ବୁଲୁଛୁ? କାହାକୁ ତୁ ଖୋଜୁଛୁ?” ରାମଦାସଙ୍କଠାରୁ ସବୁକଥା ଶୁଣି ସାରିଲା ପରେ ମହାତ୍ମା ସ୍ମିତ ହାସ କରି କହିଲେ, “ଆରେ ବାୟା! ଶେଷରେ ରାମଦାସ ପରିବେର୍ ଛାଗଳ ଦାସ ବନିଗଲୁ! ସାମାନ୍ୟ ଛାଗଳକୁ ସାଥୀ ବନାଇ ତା’ ପାଇଁ ଏପରି ପାଗଳ ପ୍ରାୟ ହେଉଛୁ? ଏମିତି ଯଦି ତୁ ଭଗବାନଙ୍କୁ ପାଇବା ପାଇଁ ବ୍ୟାକୁଳତା ଦେଖାଇଥାନ୍ତୁ ତେବେ ତାଙ୍କୁ ପାଇବାର ପଥ ଉନ୍ମୁକ୍ତ ହୋଇଥାନ୍ତା । କିନ୍ତୁ, ତୁ ମୁର୍ଖ, ନିତ୍ୟକୁ ଛାଡି ଅନିତ୍ୟ ସହିତ ପ୍ରେମ ସମ୍ପର୍କ ରଖିଲୁ । ଅନିତ୍ୟ ସଂସାରରୁ ମିଳୁଥିବା ଇନ୍ଦ୍ରିୟ ସୁଖ ମରୁଭୂମିର ମରୀଚିକା ଭଳି ଅବାସ୍ତବ । ମୋହବଶତଃ ମନୁଷ୍ୟ ଏକଥା ବୁଝି ପାରେ ନାହିଁ । ଏଥିପାଇଁ ଦୁଃଖୀ ହୁଏ । ଆଜି ତୋ’ର ଅବସ୍ଥା ମଧ୍ୟ ଠିକ ସେହିପରି । ଦାନସ୍ବରୂପ ମିଳିଥିବା ସାମାନ୍ୟ ଛାଗଳର ନିରୁଦ୍ଧିଷ୍ଟତାରେ ତୋ’ର ଅବସ୍ଥା ଆଜି ଦୟନୀୟ ହୋଇ ପଡିଛି । ହେ ବସô! ମୋହମୁକ୍ତ ହୋଇ ବର୍ମାନ ତୁ ପରମାତ୍ମାଙ୍କ ଶରଣ ଯାଅ ଓ ତାଙ୍କୁ ସାଥୀ ରୂପରେ ଗ୍ରହଣ କର । ତା’ ହେଲେ ତୋ’ର ସମସ୍ତ ଦୁଃଖ ଦୂର ହେବ ।”
ମହାତ୍ମାଙ୍କ କଥାରେ ରାମଦାସଙ୍କ ଆତ୍ମଜ୍ଞାନ ଉଦୟ ହେଲା ଓ ସେ ପରମାତ୍ମାଙ୍କୁ ନିଜର ସାଥୀ ରୂପେ ଗ୍ରହଣ କରି ନିଜକୁ ତାଙ୍କ ନିକଟରେ ସର୍ବୋତଭାବରେ ସମର୍ପଣ କରିଦେଲା ।
ଶିବ-ଶକ୍ତି ହୋମିଓ ସେବା ସଦନ
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ- ୭୬୭୦୨୫
ଜି: ବଲାଙ୍ଗିର
Comments
Post a Comment