ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,

ଭାରତର ସନାତନ ଧର୍ମ

ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,

ଭାରତର ଧର୍ମ :

ଭାରତର ଧର୍ମ,  ସଂସ୍କୃତି ଓ ସଭ୍ୟତା ବିଶ୍ୱରେ ପ୍ରାଚୀନତମ ଅଟେ । କିନ୍ତୁ, ଆମ ଧର୍ମ ବିଷୟରେ ଆମ ଜ୍ଞାନ ନାହିଁ କହିଲେ ଚଳେ । ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ଭାରତ ସାମ୍ବିଧାନିକ ଅନୁମୋଦନ ପାଇଥିଲେ ସୁଦ୍ଧା ଏଠାରେ ହିନ୍ଦୁଙ୍କ ସଂଗଖ୍ୟା ବହୁଳତା ଥିବାରୁ ହିନ୍ଦୁଧର୍ମ ଭାରତର ଧର୍ମ ବୋଲି  ସର୍ବସମ୍ମତ । କିଛି ଦିନତଳେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଐତିହାସିକ ରାୟରେ ହିନ୍ଦୁତ୍ୱକୁ ଭାରତର ସଂସ୍କୃତି ବୋଲି କହିଛନ୍ତିା ସଂସ୍କୃତି ଅର୍ଥାତ ଉନ୍ନତତର ଜୀବନ ଯାପନ ପ୍ରଣାଳୀ । ତେଣୁ ହିନ୍ଦୁ ଧର୍ମ ଏକ ସଂପ୍ରଦାୟ ବିଶେଷ ବା କୌଣସି ଧର୍ମ ବିଶ୍ୱାସର ନାମ ନୁହେଁ ।
ଜାତି, ବର୍ଣ୍ଣ, ଧର୍ମ ସଂପ୍ରଦାୟ ନିର୍ବିଶେଷରେ ସମସ୍ତ ଭାରତୀୟ "ହିନ୍ଦୁ' ଅଟନ୍ତି । ଧର୍ମ ଓ ସଂପ୍ରଦାୟ ସମ ଅର୍ଥ ବାଚ୍ୟ ନୁହେଁ । ସମାନ ବିଚାରଧାର ଓ ସମାନ କର୍ମକାଣ୍ଡିୟ ଉପାସନା ପ୍ରଣାଳୀର ଅନ୍ତର୍ଭୁକ୍ତ କେତେକ ବ୍ୟକ୍ତି ବିଶେଷଙ୍କ ଧାର୍ମିକ ସଂଗଠନକୁ ""ସଂପ୍ରଦାୟ'' କୁହାଯାଏ । କୌଣସି ସଂପ୍ରଦାୟର ପ୍ରତିଷ୍ଠାତା ବା ସଂପୃକ୍ତ ସଂପ୍ରଦାୟ ଦ୍ୱାରା ଅନୁସୃତ ଦାର୍ଶନିକ ମତର ପ୍ରଣେତାଙ୍କ ନାମାନୁସାରେ ତା'ର ନାମକରଣ ହୋଇଥାଏ । ଉଦାହରଣ ସ୍ୱରୂପ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଚାରିତ ମତ ବାଦର ଅନୁସରଣ ବା ଉପାସନା କରୁଥିବା ଗୋଷ୍ଠୀ ବିଶେଷକୁ "ଖ୍ରୀଷ୍ଟିଆନ୍' ଓ ସେହି ଉପାସନା ପ୍ରାଣାଳୀକୁ ଖ୍ରୀଷ୍ଟଧର୍ମ ବୋଲି କୁହାଯାଏ । ସେହିପରି ବୁଦ୍ଧ, ଜୈନ, ମହମ୍ମଦ ଆଦି ଧର୍ମପିତାଙ୍କ ଦ୍ୱାରା ପ୍ରଚାରିତ ମତକୁ ସେମାନଙ୍କ ନାମାନୁସାରେ ନାମିତ କରାଯାଇଛି । ଏହି ଦୃଷ୍ଟିକୋଣରୁ ବିଚାର କଲେ ଯେଉଁମାନେ ହିନ୍ଦୁ ଉପାସନାକୁ ଧର୍ମର ମର୍ଯ୍ୟାଦା ଦେଇ ତାକୁ ଭାରତର ଧର୍ମ ବୋଲି କହନ୍ତି ସେମାନଙ୍କ ବିଚାର କରିବା କଥା ସେମାନଙ୍କର ଧର୍ମପିତା କିଏ ?
ବିଭିନ୍ନତା ମଧ୍ୟରେ ଏକତା (ଟଦ୍ଭସଗ୍ଧଚ୍ଚ ସଦ୍ଭ ୟସଙ୍ଖରକ୍ସଗ୍ଦସଗ୍ଧଚ୍ଚ ) ହେଉଛି ଭାରତୀୟ ସଂସ୍କୃତିର ବୈଚିତ୍ର । ଏଠାରେ  ତେତ୍ରୀଶ କୋଟି ଦେବୀ ଦେବତାଙ୍କର ଉପାସନା କରାଯାଏ । ହିନ୍ଦୁ ଧର୍ମ ଅନ୍ତର୍ଗତ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ବିଭିନ୍ନ ମତବାଦ ଓ ଦର୍ଶନରେ ଅନୁପ୍ରାଣିତ  । ଏହି ଧର୍ମ ତା'ର ପ୍ରତ୍ୟେକ ଅନୁଯାୟୀ ମାନଙ୍କୁ ନିଜ ନିଜ ବିଚାର ପ୍ରକାଶ କରିବାର ସଂପୂର୍ଣ୍ଣ ସ୍ୱତନ୍ତ୍ରତା ପ୍ରଦାନ କରିଛି । ଅନ୍ୟ ଧର୍ମ ଗୁଡ଼ିକରେ ଏହା ଦେଖାଯାଏ ନାହିଁ । ଏଥିପାଇଁ ହିଁ ଭାରତ ଜଗତଗୁରୁ ପଦବାଚ୍ୟ । ଭାରତର ଧର୍ମକୁ ସଂପ୍ରଦାୟର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଆବଦ୍ଧ କରିବା ଅଯଥାର୍ଥ ଅଟେ । ଭାରତର ଧର୍ମ, ବିଶ୍ୱର ଧର୍ମ ହେବା ପରେ ଭାରତ ବିଶ୍ୱଗୁରୁ ପଦବାଚ୍ୟ ହୋଇ ପାରିବ । ଯାହା ବିଶ୍ୱର ସମଗ୍ର ମାନବକୁ ଏକତ୍ୱ ସୂତ୍ରରେ ବାନ୍ଧିପାରିବ ତାହାହିଁ ଧର୍ମ ପଦବାଚ୍ୟ  । ଜାତି, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ଯାହା ଆବାଳବୃଦ୍ଧବନିତାଙ୍କ ଦ୍ୱାରା ଗ୍ରହଣୀୟ, ପାଳନୀୟ, ଆଚରଣୀୟ ଓ ଅନୁସରଣ ଯୋଗ୍ୟ ତାହାହିଁ ବିଶ୍ୱର ଧର୍ମ । ଏହିପରି ଧର୍ମର ପ୍ରଣେତା ସର୍ବାତ୍ମାଙ୍କ ପିତା ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କିଏ ହୋଇପାରେ ? ବିଭିନ୍ନ ସଂପ୍ରଦାୟ ବିଭିନ୍ନ ନାମରେ ସେହି ଏକ ପରମାତ୍ମା (ଝଙ୍କକ୍ଟ୍ରକ୍ସରଜ୍ଞର ଝକ୍ଟଙ୍କକ୍ଷ) ଙ୍କୁ ହିଁ ମାନନ୍ତି । କାରଣ ପରମାତ୍ମା ଏକ ଏବଂ ଅଦ୍ୱିତୀୟ । ଦେହଧାରୀ ମହାତ୍ମାମାନେ ତତ୍କାଳୀନ ସମାଜର ଭୌଗଳିକ, ରାଜନୈତିକ, ସାମାଜିକ, ଅର୍ଥନୈତିକ ଓ ଆଧ୍ୟାତ୍ମିକ ଆବଶ୍ୟକତା ଅନୁସାରେ ବିଭିନ୍ନ ମତବାଦ ପ·ର କରି ଭିନ୍ନ ଭିନ୍ନ ସାଂପ୍ରଦାୟର ପ୍ରତିଷ୍ଠା କରିଯାଇଛନ୍ତି । କିନ୍ତୁ, ଏସବୁ ସାଂପ୍ରଦାୟିକ ଅନୁଷ୍ଠାନ ଗୁଡ଼ିକ ବର୍ମାନ ସମାଜକୁ ଶୃଙ୍ଖଳାରେ ଅନୁଶାସିତ କରି ଜନସାଧାରଣଙ୍କ ମଧ୍ୟରେ ଆଧ୍ୟାତ୍ମିକ ବିକାଶ କରିବାରେ ଅସଫଳ ହୋଇଥିବା ଦେଖାଯାଏ । ଆଜି ଧରାପୃଷ୍ଠରେ ଦିନକୁ ଦିନ ବୃଦ୍ଧି ପାଉଥିବା ହିଂସା, ପାପ, ଭ୍ରଷ୍ଟାଚାର, ଗୃହ ଯୁଦ୍ଧ ଆଦି ଘଟଣା ଏହାର ପ୍ରକୃଷ୍ଟ ଉଦାହରଣ । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ବର୍ମାନ ଏହି ସମାଜକୁ ଭଗବାନଙ୍କ ବ୍ୟତୀତ ଆଉ କେହି ରକ୍ଷା କରିବାକୁ ସମର୍ଥ ନୁହେଁ । ସମସ୍ତ ଧର୍ମ ସଂପ୍ରଦାୟର ଜନ ସାଧାରଣ ନିଜ ନିଜ ବ୍ୟକ୍ତିଗତ ସମସ୍ୟାନେଇ ତ୍ରାହି ତ୍ରାହି ଚିକ୍ରାର କରୁଛନ୍ତି । ପରମାତ୍ମା ଉଦ୍ଧିଷ୍ଟ ପ୍ରାର୍ଥନା ବା ସ୍ତୃତି ମାନଙ୍କରେ ଏହି ଭାବ ସବୁ ଅଭିବ୍ୟକ୍ତ । ଏହିପରି ଘଡ଼ିସନ୍ଧି ମୂହୁର୍ରେହିଁ ପରମାତ୍ମାଙ୍କୁ ଭାରତ ଭୂମିରେ ଅବତରଣ କରି କହିବାକୁ ପଡ଼େ, ""ସର୍ବ ଧର୍ମାନ୍ ପରିତେଜ୍ୟ ମାମେଙ୍କ ଶରଣମ୍ ବ୍ରଜ'' ଅର୍ଥାତ୍ ସମସ୍ତ ଧର୍ମ ପରିତ୍ୟାଗ କରି ମୋର ଶରଣାଗତ ହୁଅ ।

ହିନ୍ଦୁର ସଂଜ୍ଞା :

ଭାରତହିଁ ପରମାତ୍ମାଙ୍କ ଅବତରଣ ଭୂମି । ତାଙ୍କ ଅବତରଣର ଆଭିମୁଖ୍ୟ ହେଉଛି ଲୁପ୍ତପ୍ରାୟ ସନାତନ ଧର୍ମର ସ୍ଥାପନା । ତେଣୁ ଗୀତାରେ ତାଙ୍କୁ ""ଶାଶ୍ୱତ ଧର୍ମ ଗୋପ୍ତା'' ବୋଲି କୁହାଯାଇଛି । ପୁନରାବର୍ନ ନିୟମ ଅନୁସାରେ ପ୍ରତି କଳ୍ପର ଅନ୍ତିମ ଚରଣରେହିଁ ପରମାତ୍ମା ଅବତରଣ କରି ସତ୍ୟ ସନାତନ ଧର୍ମର ପୁର୍ନସ୍ଥାପନ କରିଥାନ୍ତି  । ମଣିଷ ଆତ୍ମା ଆବାଗମନ ଚକ୍ରରେ ଆସି ଏହି ଧର୍ମର ମୂଳସିଦ୍ଧାନ୍ତଟିକୁ ଭୁଲିଯାଏ ଓ ନିଜକୁ ସୁହାଇଲା ଭଳି ଧାର୍ମିକ ମତବାଦର ପ୍ରଖ୍ୟାପନ କରେ । ଏହି ସନାତନ ଧର୍ମର ପୁରୋଧାମାନେ ଆଜି ନିଜକୁ  "ହିନ୍ଦୁ' ବୋଲି ପରିଚୟ ଦେଉଛନ୍ତି । "ହିନ୍ଦୁୂ' ମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ମତାନ୍ତରିତ ହୋଇ ଭିନ୍ନ ଭିନ୍ନ ଧର୍ମ ସଂପ୍ରଦାୟରେ ଯୋଗ ଦେଇଛନ୍ତି । ଯେଉଁ ତେତ୍ରୀଶ କୋଟି ଦେବୀ ଦେବତାଙ୍କର ବର୍ଣ୍ଣନା "ହିନ୍ଦୁ' ମାନଙ୍କ ଧର୍ମପୁସ୍ତକ ଗୁଡ଼ିକରେ ମିଳେ ସେମାନେ ସମସ୍ତେ ପରମାତ୍ମାଙ୍କ ଦାରା ପ୍ରଣୀତ ସନାତନ ଧର୍ମର ଅବଲମ୍ବୀ ଥିଲେ । ମଣିଷ ଦ୍ୱାରା ପ୍ରଣୀତ ଧାର୍ମିକ ମତବାଦର ଅନୁସରଣ କରି ଜଣେ ବ୍ୟକ୍ତି "ମହାତ୍ମା' ହୋଇପାରେ; କିନ୍ତୁ ପରମାତ୍ମାଙ୍କଦ୍ୱାରା ସ୍ଥାପିତ ସନାତନ ଧର୍ମର ପାଳନ କଲେ "ଦେବତା' ସ୍ତରକୁ ଉନ୍ନୀତ ହୁଏ । ଭାରତରେ ଯେଉଁ ସମୟରେ ଦେବତାମାନେ ବାସ କରୁଥିଳେ ସେହି କାଳାବଧିକୁ ସ୍ୱର୍ଗ କୁହାଯାଉଥିଲା । ଖ୍ରୀଷ୍ଟୀୟାନ ମାନଙ୍କ ଧର୍ମଗ୍ରନ୍ଥ ବାଇବେଲରେ (ଙକ୍ଷୟ ଗ୍ଧରଗ୍ଦଗ୍ଧବଜ୍ଞରଦ୍ଭଗ୍ଧ) ବର୍ଣ୍ଣିତ ହୋଉଛି ଯେ ଖ୍ରୀଷ୍ଟଙ୍କ ୩ଠଠଠ ବର୍ଷ ପୂର୍ବେ ଭାରତରେ ଦୈବୀ ସାମ୍ରାଜ୍ୟ ଥିଲା । ଭାରତର ପୁରପଲ୍ଲୀରେ ଥିବା ବିଭିନ୍ନ ଦେବୀ ଦେବତାଙ୍କ ମନ୍ଦିରହିଁ ସେମାନଙ୍କର ସ୍ମୃତି ଶୌଧ ଭାବରେ ଆଜି ଆମକୁ ସେହି ପ୍ରାଚୀନ କାଳର ସ୍ମରଣ କରାଇଦିଏ । କାଳର କରାଳ ଗତିରେ ସନାତନ ଧର୍ମ ଅବକ୍ଷୟ ହୋଇଛି ସତ, କିନ୍ତୁ ଏହା ସମ୍ପୂର୍ଣ୍ଣ ବିନାଶ ହୋଇନାହିଁ । ତେଣୁ ଏହାକୁ ଶାଶ୍ୱତ; ସନାତନ କୁହାଯାଏ ।
ପତ୍ୟେକ ସଂପ୍ରଦାୟର ନିର୍ଦ୍ଧିଷ୍ଟ ଧର୍ମଗ୍ରନ୍ଥ ଥାଏ । ଯେପରି ଖ୍ରୀଷ୍ଟୀଆନମାନଙ୍କ ଧର୍ମଗ୍ରନ୍ଥର ନାମ ବାଇବେଲ, ମୁସଲମାନଙ୍କର "କୁରାନ' ବୁଦ୍ଧମାନଙ୍କର "ତ୍ରିପିଟକ' ଇତ୍ୟାଦି । ଏହି ଧର୍ମଗ୍ରନ୍ଥଗୁଡ଼ିକ ସେମାନଙ୍କ ଧର୍ମପିତାମାନଙ୍କ ଦ୍ୱାରା ପ୍ରଦ ଉପଦେଶ ବାଣୀଗୁଡ଼ିକର ସଂକଳନ । ଏଠାରେ ବିଚାର କରିବା କଥା "ହିନ୍ଦୁ'କୁ ଯଦି ଏକ ଧର୍ମୀୟ ସଂପ୍ରଦାୟ କୁହାଯିବ; ତେବେ ସ୍ୱତଃ ମନରେ ପ୍ରଶ୍ନ ଆସେ ଏହାର ଧର୍ମପିତା କିଏ ଓ ତାଙ୍କ ଦ୍ୱାରା ଉପଦିଷ୍ଟ ଧର୍ମପୁସ୍ତକର ନାମ କ'ଣ ? ବେଦ, ଉପନିଷଦ, ବ୍ରହ୍ମସୂତ୍ର, ପୁରାଣ ଆଦି ହିନ୍ଦୁମାନଙ୍କର ଧାର୍ମିକ ସାହିତ୍ୟ; କିନ୍ତୁ ଏହା ବାଇବେଲ, କୁରାନ ପରି କୌଣସି ଧର୍ମପିିତାଙ୍କ ଦ୍ୱାରା ଉପଦିଷ୍ଟ ଏକ ନିର୍ଦ୍ଧିଷ୍ଟ ଧାର୍ମିକ ସଂପ୍ରଦାୟର ଧର୍ମଗ୍ରନ୍ଥ ନୁହେଁ । କୌଣସି ଧର୍ମସଂପ୍ରଦାୟର ଧର୍ମପିତା ନିରୂପିତ ନହେବା ପର୍ଯ୍ୟନ୍ତ ତା'ର ଧର୍ମଗ୍ରନ୍ଥ ବିଷୟରେ ସଠିକ୍ ତଥ୍ୟ  କିପରି ଜାଣିହେବ ? ତେଣୁ ହିନ୍ଦୁ ଶବ୍ଦକୁ କୌଣସି ଏକ ଧାର୍ମିକ ସଂପ୍ରଦାୟର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଆବଦ୍ଧକରି ରଖିବା ସମୀଚୀନ ନୁହେଁ ।

"ହିନ୍ଦୁ' ଶବ୍ଦର ଉପôି :

ଐତିହାସିକ ପୃଷ୍ଠଭୂମି ଆଧାରରେ ବିଚାର କଲେ ମଧ୍ୟ "ହିନ୍ଦୁ' ଶବ୍ଦ ଭାରତୀୟ ଧର୍ମ ବିଶ୍ୱାସର ପ୍ରକୃତ ନାମକରଣ ନୁହେଁ । ବିଦେଶୀ ବଣିକମାନେ ପ୍ରଥମେ "ସିନ୍ଧୁ' ନଦୀ ଅବବାହିକାରୁ ସମଗ୍ର ଭାରତ ବର୍ଷରେ ସେମାନଙ୍କ ବାଣିଜ୍ୟର ପ୍ରସାର କରିଥିଲେ । ଗ୍ରୀକ୍ମାନଙ୍କ ଭାଷାରେ "ସିନ୍ଧୁ' ଶବ୍ଦ ଅପଭ୍ରଂଶ ହୋଇ "ହିନ୍ଦ୍' ରୂପରେ ଉଚ୍ଚାରିତ ହେଲା । କାରଣ ତାଙ୍କ ଭାଷାରେ "ସ' ର ଉଚ୍ଚାରଣ ନାହିଁ ବୋଲି ଭାଷାବିତ୍ମାନେ କହନ୍ତି । ସେହିପରି ଇଂରେଜମାନେ "ସିନ୍ଧୁ' ଅବବାହିକାକୁ "ଇଣ୍ଡସ୍' ଭେଲି' (ଓଦ୍ଭୟଙ୍କଗ୍ଦ ଠବକ୍ଷକ୍ଷରଚ୍ଚ ) ବୋଲି କହିଲେ । ଏହିପରି "ସିନ୍ଧୁ' ନଦୀ ପ୍ରବାହିତ ହେଉଥିବା ଭାରତର ନାମକରଣ "ହିନ୍ଦ୍' ରୁ "ହିନ୍ଦୁସ୍ଥାନ'  ଓ "ଇଣ୍ଡସ୍' ରୁ "ଇଣ୍ଡିଆ' (ଓଦ୍ଭୟସବ) ବୋଲି ଯଥାକ୍ରମେ ଗ୍ରୀକ୍ ଓ ଇଂରେଜମାନଙ୍କ ଦ୍ୱାରା କଥିତ ହେଲା । ସେମାନେ ଆମ ଦେଶରେ ନିଜ ନିଜ ବ୍ୟବସାୟିକ ଉପନିବେଶ ସ୍ଥାପନ କରି କାଳକ୍ରମେ ଶାସନ ଭାର ହାତକୁ ନେବାରୁ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ "ଭାରତ' ପରିବେର୍ ସେମାନଙ୍କ ଦ୍ୱାରା ନିମି “ଇଣ୍ଡିଆ (ଓଦ୍ଭୟସବ)” ନାମ ବିଶେଷ ରୂପେ ପ୍ରଚଳିତ ହେଲା  । ତତ୍କାଳୀନ ଭାରତରେ ଯେଉଁ ଧାର୍ମିକ ବିଶ୍ୱାସ ଓ ସଂସ୍କୃତି ପ୍ରଚଳିତଥିଲା ତାକୁ ହିନ୍ଦୁସ୍ଥାନର ଧର୍ମ ହିସାବରେ "ହିନ୍ଦୁ' ଧର୍ମ ଓ କଥିତ ଭାଷାକୁ "ହିନ୍ଦି' ବୋଲି କୁହାଗଲା । କିନ୍ତୁ ଧର୍ମର ନାମକରଣ କୌଣସି ଦେଶର ନାମ ଅନୁସାରେ ହୁଏ ନାହିଁ । ତେଣୁ ଭାରତର ପରିବିର୍ତ ନାମ "ହିନ୍ଦୁସ୍ଥାନ' ଓ ଏହାର ଅଧିବାସୀମାନଙ୍କ ଅନୁସୃତ ଉପାସନା ପଦ୍ଧତିକୁ "ହିନ୍ଦୁଧର୍ମ' କହିବା ପ୍ରାସଙ୍ଗିକ ମନେ ହୁଏନାହିଁ । ହିନ୍ଦୁସ୍ଥାନର ଅଧିବାସୀ ହିସାବରେ ସଂପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ "ହିନ୍ଦୁ' କହିବାରେ କୌଣସି ଆପି ନାହିଁ; କିନ୍ତୁ ଭାରତୀୟ ଧର୍ମ ଓ ସଂସ୍କୃତିର ଅନୁସରଣକାରୀ ମାନଙ୍କୁ ସେହି ନାମରେ ନାମିତ କରିବା ଅଜ୍ଞାନତାର ପରିଚାୟକ । ଜାପାନ, ଫ୍ରାନ୍ସ୍, ଇଂଲଣ୍ଡ, ଆମେରିକା ଆଦି ଦେଶର ଅଧିବାସୀମାନେ ଅନୁସରଣ କରୁଥିବା ଉପାସନା ପ୍ରଣାଳୀ ବା ଧର୍ମବିଶ୍ୱାସକୁ  ସେହି ସେହି ଦେଶର ନାମାନୁସାରେ ନାମକରଣ କରାଯାଇନାହିଁ । ତେବେ ବିଦେଶୀମାନଙ୍କ ଦ୍ୱାରା ନାମାନ୍ତରିତ ଭାରତର ବିଭିନ୍ନ ଉପାସନାର ନାମକୁ "ହିନ୍ଦୁଧର୍ମ' ବୋଲି ନାମିତ କରାଯିବାର ପ୍ରାସଙ୍ଗିକତା ବିଷୟରେ ଆମ ଦେଶର ଜନସାଧାରଣଙ୍କ ମଧ୍ୟରେ ଆବଶ୍ୟକ ବିତର୍କ ହେବା ଉଚିତ୍।

ଆଦି ସନାତନ ଧର୍ମ :

ଭାରତ ଏକ ଆଧ୍ୟାତ୍ମ ପ୍ରଧାନ ଦେଶ । ଏହାର ଧର୍ମ କୌଣସି ସାଂପ୍ରଦାୟିକ ମତବାଦ ଉପରେ ପ୍ରତିଷ୍ଠିତ ନୁହେଁ । ଭାରତୀୟ ସଂସ୍କୃତି ପ୍ରତ୍ୟେକ ବ୍ୟକ୍ତିର ବିଚାର ସ୍ୱତନ୍ତ୍ରତା ମତବ୍ୟକ୍ତର ସ୍ୱତନ୍ତ୍ରତା ଓ ନିଜ ନିଜ ବିଶ୍ୱାସ ଅନୁସାରେ ଉପାସନାର ସ୍ୱତନ୍ତ୍ରତା ଦିଏ  । ତେଣୁ ଏଠାରେ କେଉଁ ଆବହମାନ କାଳରୁ ବିଭିନ୍ନ ମୁନି ଋଷିଗଣ ଇହ ଓ ପର ଜନ୍ମକୁ କେଉଁ କେଉଁ ସାଧନା ବା ଉପାସନା ଦ୍ୱାରା ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ କରାଯାଇପାରିବ ତା'ଉପରେ ବିଭିନ୍ନ ପ୍ରୟୋଗକରି ସେମାନଙ୍କର ଅନୁଭବକୁ ଗ୍ରନ୍ଥାକାରରେ ଲିପିବଦ୍ଧ କରିଯାଇଛନ୍ତି। ଭାରତୀୟମାନଙ୍କ ପାଇଁ ଧର୍ମ କେବଳ ବିଶ୍ୱାସର ବିଷୟ ନୁହେଁ; ଏହା ମାନବ ଜୀବନର ଏ ଅଙ୍ଗ ଅଟେ । ତେଣୁ ଭାରତର ଧର୍ମ ଶାଶ୍ୱତ ଓ ସନାତନ ଅଟେ । କାଳର କରାଳ ଗତିରେ ଏହାର ଅବକ୍ଷୟ ହୁଏ ନାହିଁ; କେବଳ କିଛି କାଳପାଇଁ ବିସ୍ମୃତ ହୋଇଯାଏ । ଏହି ଧର୍ମର ପ୍ରବର୍କ ସ୍ୱୟଂ ପରମାତ୍ମା ଅଟନ୍ତି । ତେଣୁ ଏହା ଯେତେବେଳେ ଜନମାନସରୁ ବିସ୍ମୃତ ହୋଇ ସାଂପ୍ରଦାୟିକ ରୂପ ଧାରଣ କରେ ସେତେବେଳେ ଏହାର ପୁନରୁଦ୍ଧାର ପାଇଁ ତାଙ୍କୁ ଭାରତରେହିଁ ଅବତରଣ କରିବାକୁ ପଡ଼େ । ଯଦାଯଦାହି ଧର୍ମସ୍ୟ ଗ୍ଲାନିର୍ଭବତି .... ।ା ଗୀ - ୪/୭ ।ା ଅଧର୍ମର ବିନାଶ ଓ ଧର୍ମର ସ୍ଥାପନାହିଁ ପରମାତ୍ମାବତରଣର ଆଭିମୁଖ୍ୟ । ତେଣୁ ଗୀତାରେ ପରମାତ୍ମାଙ୍କୁ ଅନାଦି ଧର୍ମର ରକ୍ଷକ ଓ ଅବିନାଶୀ ସନାତନ ପୁରୁଷ ବୋଲି ପ୍ରାର୍ଥନା କରାଯାଇଛି । ତ୍ୱମବ୍ୟୟଃ ଶାଶ୍ୱତଧର୍ମ ଗୋପ୍ତା । ସନାତନସ୍ତ୍ୱଂ ପୁରୁଷୋ ମତୋ ମେ ।ା ଗୀ -୧୧/୧୮ାା
କଳ୍ପ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରମାତ୍ମାଙ୍କ ଦ୍ୱାରା ସଂସ୍ଥାପିତ ସତ୍ୟ ଧର୍ମର ସମ୍ପୂର୍ଣ୍ଣ କ୍ଷୟ ହେଉନଥିବାରୁ ଏହାକୁ "ସନାତନ' ବିଶେଷଣ ପଦରେ ବିଭୂଷିତ କରାଯାଇଛି । କିନ୍ତୁ ଏତିକିରେ ଏହାର ସମ୍ପୂର୍ଣ୍ଣ ପରିଚୟ ମିଳୁନାହିଁ । ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା ସ୍ଥାପିତ ଏହି ଧର୍ମର ଅନୁସରଣକାରୀମାନେ ମନୁଷ୍ୟରୁ ଦେବୀଦେବତାପଦ ପ୍ରାପ୍ତ ହେଉଥିବାରୁ ଏହାର ନାମକରଣ “ଆଦି ସନାତନ ଦେବୀ ଦେବତା ଧର୍ମ” ରଖିବା ପ୍ରାସଙ୍ଗିକ ମନେହୁଏ । କଳ୍ପର ଅନ୍ତିମ ସମୟରେ ପରମାତ୍ମାଙ୍କ ଦ୍ୱାରା ସ୍ଥାପିତ ଏହି ଧର୍ମଦ୍ୱାରା କଳିଯୁଗୀୟ ତମୋପ୍ରଧାନ ଦୁନିଆ, ସତ୍ୟଯୁଗୀୟ ଦୈବୀ ସାମ୍ରାଜ୍ୟରେ ପରିବର୍ନ ହୋଇଥିଲା । ତେଣୁ ଭାରତକୁ ଦେବୀ ଦେବତାଙ୍କ ଦେଶ ବୋଲି କୁହାଯାଏ । କଳ୍ପର ଆଦ୍ୟରୁ ପ୍ରଚଳିତ ହୋଇ ଆସୁଥିବା ଏହି ଧର୍ମକୁ ସେହି ଦେବୀଦେବତାଙ୍କ ନାମରେ ନାମିତ କରିବା ଯଥାର୍ଥ ହେବ । ପୌରାଣିକ ଗ୍ରନ୍ଥମାନଙ୍କରେ ଦେବୀ ଦେବତାଙ୍କ ବିଷୟରେ ନାନା ପ୍ରକାର ବିକୃତ ଓ କାଳ୍ପନିକ କାହାଣୀମାନେ ବର୍ଣ୍ଣିତ ହୋଇଛି । ଭୂଲୋକର ଉଦ୍ଧ୍ୱର୍ରେ ବିଭିନ୍ନ ଲୋକର (ବାସସ୍ଥାନ ବା ଧାମ) ପରିକଳ୍ପନା କରାଯାଇଛି । ତନ୍ମଧ୍ୟରୁ ଦେବତାମାନଙ୍କ ଲୋକ ହେଉଛି ସ୍ୱର୍ଗ । ବିଷ୍ଣୁଲୋକକୁ ""ବୈକୁଣ୍ଠ'' ଓ ବ୍ରହ୍ମାଙ୍କ ପୁରୀକୁ ""ବ୍ରହ୍ମଲୋକ'' କୁହାଯାଏ । ପରମାତ୍ମାଙ୍କ ଅବତରଣ ପରେ ଏହାର ଯଥାର୍ଥ ରହସ୍ୟ ଜଣା ପଡ଼ିଲା ।
ପରମାତ୍ମା କହନ୍ତି, ""ଭାରତହିଁ ଦିନେ ସ୍ୱର୍ଗ ଥିଲା । ଆଜି ତାହା ଅଧୋପତିତ; ନର୍କ ତୁଲ୍ୟ ।'' ସ୍ୱର୍ଗ ଓ ନର୍କ ଚାରିଯୁଗ ବିଶିଷ୍ଟ କଳ୍ପର ଏକ ଏକ ଅବସ୍ଥା ବିଶେଷର ନାମ । କଳ୍ପର ପୂର୍ବାର୍ଦ୍ଧରେ ଆଦି ସନାତନ ଦେବୀ ଦେବତା ଧର୍ମର ପ୍ରଚଳନ ଥିବାରୁ ସେହି ସମୟାବଧିକୁ ସ୍ୱର୍ଗ ବା ଦେବଲୋକ କୁହାଯାଉଥିଲା । କଳ୍ପର ଉରାର୍ଦ୍ଧ କାଳରେ ସେହି ଦେବୀଦେବତାମାନେ ଧର୍ମ ଭ୍ରଷ୍ଟ, କର୍ମ ଭ୍ରଷ୍ଟ ହୋଇ ନିଜର ଆଦି ସ୍ୱରୂପକୁ ବିସ୍ମୃତ ହୋଇଗଲେ । ସେମାନେ ପୂଜ୍ୟରୁ ପୂଜାରୀ ହୋଇଗଲେ । ଦେହ ଅଭିମାନର ବଶୀଭୂତ ହୋଇ ସମଗ୍ର ମାନବ ସମାଜର ଆଧ୍ୟାତ୍ମିକ ଅଧୋପତନ ଘଟିଲା । ମୃତ୍ୟୁ ଦ୍ୱାରା ପ୍ରଭାବିତ ହୋଇ ମାନବ ପୂର୍ବଜନ୍ମ ବିସ୍ମୃତ ହୋଇଯାଉଥିବାରୁ ଏହି କାଳଖଣ୍ଡକୁ "ମର୍ର୍' ବା ମୃତ୍ୟୁଲୋକ କୁହାଯାଏ । ଏହି ମର୍ଲୋକର ଅନ୍ତିମ ସମୟରେ ଯେତେବେଳେ ଧର୍ମଗ୍ଲାନି ଚରମ ସୀମାରେ ପହେ ସେହି କାଳଖଣ୍ଡକୁ "ନର୍କ' ବୋଲି ନାମକରଣ କରାଯାଇପାରେ । କାରଣ ଏହି ସମୟରେ ମଣିଷ ଅତି ଦୁର୍ବିସହ ଜୀବନ ଯାପନ କରେ । ସୃଷ୍ଟିଚକ୍ରରେ ସ୍ୱର୍ଗର କ୍ରମ ପ୍ରଥମେ ପଡ଼ୁଥିବାରୁ ତାକୁ ଉଦ୍ଧ୍ୱର୍ରେ ଓ ମର୍୍ୟର କ୍ରମ ପରେ ଆସୁଥିବାରୁ ତାକୁ ନିମ୍ନସ୍ଥ ବୋଳି କଳ୍ପନା କରାଗଲା । ପରମାତ୍ମା କହନ୍ତି,
“ସତ୍ୟ ଯୁଗର ସେହି ଦେବାଦେବୀ ଗଣ ଅନେକ ଜନ୍ମପରେ ସ୍ୱଧର୍ମ ବିସ୍ମୃତ ହୋଇ ଆଜି ନିଜକୁ "ହିନ୍ଦୁ' ବୋଲି ମନେ କରୁଛନ୍ତି । ସଂପ୍ରତି ପୂଜ୍ୟରୁ ପୂଜାରୀ ହୋଇଥିବା ଦେବାତାମାନଙ୍କୁ ପୁନଶ୍ଚ ସେମାନଙ୍କର ଜନ୍ମସିଦ୍ଧ ଅଧିକାର ସେହି ଦେବୀଦେବତା ପଦ ପ୍ରଦାନ କରିବାକୁ ମୁଁ ଆସିଛି । ତେଣୁ ହେ ମୋର ପି୍ରୟ ଆତ୍ମିକ ସନ୍ତାନଗଣ ! ଦେହ ଅଭିମାନ ତ୍ୟାଗ କର । ଆତ୍ମିକ ସ୍ମୃତିରେ ରହି ମୋତେ ଅନନ୍ୟ ଭାବରେ ସ୍ମରଣ କର । ଏହାଦ୍ୱାରା ତୁମର ସମସ୍ତ ପାପ ବିନଷ୍ଟ ହେବ ଏବଂ ତୁମେ ତୁମର ଆଦି ସ୍ୱରୂପ ପୁନଶ୍ଚ ଫେରି ପାଇବ । ଏଥିରେ କୌଣସି ସନ୍ଦେହ ନାହିଁ ।”

ସନାତନ ଧର୍ମର ଧର୍ମପୁସ୍ତକ - ଶ୍ରୀମଦ୍ଭଗବତଗୀତା

ପ୍ରତ୍ୟେକ ଧର୍ମ ସଂପ୍ରଦାୟର ସ୍ୱତନ୍ତ୍ର ଧର୍ମପୁସ୍ତକମାନ ଥାଏ । କୌଣସି ଧର୍ମ ସଂପ୍ରଦାୟର ଧର୍ମପିତାଙ୍କ ଉପଦେଶ ବାଣୀ ସମୂହର ସଂକଳନକୁ ସେହି ଧର୍ମର ଧର୍ମପୁସ୍ତକ ବୋଲି ମାନ୍ୟତା ଦିଆଯାଏ । ଉଦାହରଣ ସ୍ୱରୂପ ଖ୍ରୀଷ୍ଟିଆନ ମାନଙ୍କର ଧର୍ମଗ୍ରନ୍ଥର ନାମ ବାଇବେଲ; ମୁସଲମାନ ମାନଙ୍କର "କୁରାନ', ବୌଦ୍ଧମାନଙ୍କର ‘ତି୍ରପିଟକ’, ଶିଖ୍ ମାନଙ୍କର "ଗୁରୁଗ୍ରନ୍ଥ ସାହେବ' ଇତ୍ୟାଦି । ହିନ୍ଦୁ କୌଣସି ସାଂପ୍ରଦାୟିକ ଧର୍ମ ବିଶେଷ ହୋଇନଥିବାରୁ ଏହାର କୌଣସି ନିର୍ଦ୍ଧିଷ୍ଟ ଧର୍ମଗ୍ରନ୍ଥ ନାହିଁ । ଭାରତୀୟ ମାନଙ୍କର ଆଧୁନିକ ନାମକରଣକୁ ଯଦି "ହିନ୍ଦୁ' ବୋଲି ମାନି ନିଆଯାଏ; ତେବେ ବେଦ, ଉପନିଷଦ, ବ୍ରହ୍ମସୂତ୍ର, ଷଡ଼୍ଦର୍ଶନ, ଅଷ୍ଟାଦଶ ପୁରାଣ ଆଦି ସେମାନଙ୍କର ଆଧ୍ୟାତ୍ମିକ ସାହିତ୍ୟ ହିଁ ଅଟେ । ଭାରତୀୟ ବା ହିନ୍ଦୁ ସଂସ୍କୃତିରେ ଶ୍ରୀମଦ୍ଭଗବତ ଗୀତା ଏକମାତ୍ର ଆଧ୍ୟାତ୍ମିକ ଗ୍ରନ୍ଥ ଯାହାକି ସ୍ୱୟଂ ପରମାତ୍ମାଙ୍କ ମୁଖ ନିଃସୃତ ବାଣୀ ରୂପେ ସର୍ବଜନ ସମ୍ମତ । ପରମାତ୍ମା ସର୍ବାତ୍ମାଙ୍କ ପିତା ହୋଇଥିବାରୁ ସେ କୌଣସି ସାଂପ୍ରଦାୟିକ ଧର୍ମର ସ୍ଥାପନା କରନ୍ତି ନାହିଁ । ସେ ସମସ୍ତ ବିଶ୍ୱରେ ଏକ ଧର୍ମର ସ୍ଥାପନା କରିବାକୁହିଁ ଅବତରଣ କରନ୍ତି । ତେଣୁ ତାଙ୍କ ଦ୍ୱାରା ସ୍ଥାପିତ ଧର୍ମକୁ କୌଣସି ବ୍ୟକ୍ତି ବିଶେଷ ବା ସଂପ୍ରଦାୟ ବିଶେଷଙ୍କ ନାମାନୁସାରେ ନାମିତ କରାଯାଇନାହିଁ । ଏହାକୁ ସନାତନ ଧର୍ମ ବୋଲି କୁହାଯାଏ । ଗୀତାରେ ଥିବା ଜ୍ଞାନ ଓ ଦର୍ଶନ ଆଜି ସମଗ୍ର ପୃଥିବୀରେ ଜାତି, ବର୍ଣ୍ଣ,ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କ ଦ୍ୱାରା ଆଦୃତ । କିନ୍ତୁ ପରବିର୍ ସମୟରେ ଏହାକୁ ପରିବିର୍ତ, ପରିବର୍ଦ୍ଧିତ ଓ ସଂପାଦିତ ରୂପରେ ମହାଭାରତରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ ଭାବେ ପରିବେଷଣ କରାଯାଇଥିବାରୁ ଏହାକୁ ଅନ୍ୟ ଧର୍ମ ସଂପ୍ରଦାୟର ଲୋକେ ହିନ୍ଦୁ ମାନଙ୍କ ଧର୍ମଗ୍ରନ୍ଥ ରୂପେ ମନେ କରନ୍ତି । ମହାଭାରତ ଯୁଦ୍ଧର ଐତିହାସିକତା ଓ ମହାଭାରତ ଯୁଦ୍ଧର ବିଭିଷୀକା ମଧ୍ୟରେ ଶ୍ରୀକୃଷ୍ଣଙ୍କର ଗୀତାଜ୍ଞାନ ଦେବାର ପ୍ରାସଙ୍ଗିକତା ଉପରେ ବଭିନ୍ନ ସମୟରେ ବିଦ୍ୱାନମାନେ ପ୍ରଶ୍ନ ଉତ୍ଥାପନ କରିଛନ୍ତି । ସେମାନଙ୍କ ମଧ୍ୟରୁ ସ୍ୱାମୀ ବିବେକାନନ୍ଦ ସର୍ବ ପ୍ରଥମ । ଆଦି ଶଙ୍କରାଚାର୍ଯ୍ୟ ଗୀତାର ଦ୍ୱିତୀୟ ଅଧ୍ୟାୟର ୧୧ଶ ଶ୍ଲୋକ "ଶ୍ରୀ ଭଗବାନୁବାଚ'ରୁ ତାଙ୍କ ଭାଷାଟୀକାକୁ ଆରମ୍ଭ କରିଛନ୍ତି । । ଏହାଦ୍ୱାରା ପରୋକ୍ଷ ଭାବରେ ସେ ସୂଚାଇ ଦେଇଛନ୍ତି ଯେ ଗୀତାକୁ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ ଶୈଳୀରେ ପରିବେଷଣ କରାଯାଇଥିଲେ ମଧ୍ୟ ଏହା ମହାଭାରତ ଗ୍ରନ୍ଥର ଅଂଶ ବିଶେଷ ନୁହେଁ । ସେ ଯାହାହେଉ ସମସ୍ତ ପ୍ରକାର ବାଦ ବିବାଦ ସେ୍ୱ ଶ୍ରୀମଦ୍ଭଗବତ ଗୀତାରେ ଥିବା ଉପଦେଶାବଳୀ ଯେ ସର୍ବଧର୍ମ ଓ ସର୍ବଜନ ସମ୍ମତ ଏଥିରେ କୌଣସି ଦ୍ୱିମତ ନାହିଁ । ତେଣୁ ଏହା ସମସ୍ତ ବିଶ୍ୱାତ୍ମାଙ୍କର ଆଦି ଧର୍ମ ସନାତନ ଧର୍ମର ଧର୍ମଗ୍ରନ୍ଥ ବୋଲି ସ୍ୱୀକୃତ ହୋଇଗଲେ ପରସ୍ପର ମଧ୍ୟରେ ସ୍ନେହ ସୌହାଦ୍ର୍ଧ୍ୟ ବୃଦ୍ଧି ପାଇବ ଓ ସମଗ୍ର ବିଶ୍ୱ ଏକ କୁଟୁମ୍ବରେ ପରିଣତ ହୋଇ ସ୍ୱର୍ଗ ସ୍ଥାପିତ ହୋଇଯିବ ଏଥିରେ କୌଣସି ସନ୍ଦେହ ନାହିଁ ।

ପରମାତ୍ମାଙ୍କ ଧରାବତରଣ ଓ ଧର୍ମ ସଂସ୍ଥାପନ :

ଯେତେବେଳେ କୌଣସି ଦେଶ, ରାଜ୍ୟ ବା ନିର୍ଦ୍ଧିଷ୍ଟ ଅଳରେ ଅନୈକତା, ଅନୁଶାସନହୀନତା, ଈଶ୍ୱର ବିମୁଖତା, ସଦ୍ଭାବହୀନତା ଆଦି ଅଧାର୍ମିକ ତ୍ୱଗୁଡ଼ିକର ପ୍ରଭାବ ବୃଦ୍ଧିପାଏ ସେତେବେଳେ କେହି ନା କେହି ମହାତ୍ମା ସେଠାରେ ଆବିର୍ଭାବ ହୋଇ ସଂପୃକ୍ତ ଅଂଚଳର ମାନବ ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ସମୟପୋଯୋଗୀ ଧାର୍ମିକ ମତବାଦର ପ୍ରଚଳନ କରନ୍ତି । ସମାଜର କିଛି ବ୍ୟକ୍ତି  ପ୍ରଭାବିତ ହୋଇ ଉକ୍ତ ମାହାତ୍ମାଙ୍କ ମହାନ ଲକ୍ଷ୍ୟ ପୂିର୍ ପାଇଁ ଏକଜୁଟ ହୁଅନ୍ତି । ତାଙ୍କର ଏହି ସଂଗଠନ କ୍ରମଶଃ ସାଂପ୍ରଦାୟିକ ଧର୍ମର ରୂପ ନିଏ । ସେହି ଧର୍ମପିତାଙ୍କ ଉପଦେଶ ବାଣୀ ସଂକଳିତ ହୋଇ ଧର୍ମଗ୍ରନ୍ଥ ହୋଇଯାଏ । ଏହିପରି ଖ୍ରୀଷ୍ଟିଆନ, ଇସ୍ଲାମ୍, ବୌଦ୍ଧ, ଜୈନ, ଶିଖ୍ ଆଦି ଧର୍ମ ସଂପ୍ରଦାୟର ସୃଷ୍ଟି ହୋଇଛି । କିନ୍ତୁ ଯେତେବେଳେ ସମଗ୍ର ପୃଥିବୀରେ ଧର୍ମ ସଂକଟ ଦେଖାଦିଏ ସେତେବେଳେ ସ୍ୱୟଂ ପରମାତ୍ମା ପରମଧାମରୁ ଧରାପୃଷ୍ଟରେ ଅବତରଣ କରି ସନାତନ ଦେବୀ ଦେବତା ଧର୍ମର ପୁର୍ନସ୍ଥାପନା କରନ୍ତି । ଗୀତାରେ ମଧ୍ୟ ପରମାତ୍ମା ଏକଥା ସ୍ୱୟଂ କହିଛନ୍ତି ""ଯଦାଯଦାହି ଧର୍ମସ୍ୟ ଗ୍ଲାନି ର୍ଭବତି ଭାରତ । ଅଭ୍ୟୁତ୍ଥାନମଧର୍ମସ୍ୟ ତଦାଽତ୍ମାନଂ ସୃଜାମ୍ୟହମ୍ । ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ । ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।ା ୪/୭ ।ା ପରମାତ୍ମାଙ୍କ ଅବତରଣର ମୁଖ୍ୟ ଆଭିମୁଖ୍ୟ ହେଉଛି କଳିଯୁଗୀୟ ଆସୁରୀ ସଂସ୍କାରର (ଦୁଷ୍କୃତାଂ) ବିନାଶ ଓ ସତ୍ୟଯୁଗୀୟ ଦୈବୀ ସମ୍ପ୍ରଦାୟର ପୁର୍ନସ୍ଥାପନା ପାଇଁ ଆଦି ସନାତନ ଧର୍ମର ସଂସ୍ଥାପନା ତେଣୁ ପରମାତ୍ମାଙ୍କୁ କଳିଯୁଗର ଅନ୍ତିମ ଚରଣରେ ଅବତରଣ କରିବାକୁ ପଡ଼େ । ଗୀତାରେ ଆଉ କେତୋଟି ଶ୍ଳୋକର ସୂକ୍ଷ୍ମ ପ୍ରଶିଧାନ କଲେ ଏକଥା ଆହୁରି ସ୍ପଷ୍ଟ ହେବ ।
ସେଗୁଡ଼ିକ ହେଲା -
ଅହଂକୃସ୍ଥସ୍ୟ ଜଗତଃ ପ୍ରଭାବଂ ପଳୟ ସ୍ରଥା ।ା୭/୬ାା
ସର୍ବଭୂତାନି କୌନ୍ତେୟ ପ୍ରକୃତିଂ ଯାନ୍ତି ମାମିକାମ୍ ।
କଳ୍ପକ୍ଷୟେ ପୁନସ୍ତାନି କଳ୍ପାଦୌ ବିସୃଜାମ୍ୟହମ୍ ।ା୯/୭ାା
ଭୁତ ଗ୍ରାମମିମଂ କୃସô ୍ନମ୍ବଶଂ ପ୍ରକୃତେ ର୍ବଶାତ ।ା୯/୮ାା
କାଳୋଽସ୍ମି ଲୋକକ୍ଷୟକୃତ ପ୍ରବୃଦ୍ଧୋ
ଲୋକାନ୍ ସମାହର୍ତୁମିହ ପ୍ରବୃଃ ।ା୧୧/୩୨ାା
ଅହମେବାକ୍ଷୟଃ କାଳୋଧାତାହଂ ବିଶ୍ୱତୋମୁଖଃ ।ା୧୦/୩୩ାା
ଭାବାର୍ଥ -
ମୁଁ ସମ୍ପୂର୍ଣ୍ଣ ଜଗତର ଉପôି ତଥା ପ୍ରଳୟ ରୂପ ଅଟେ ଅର୍ଥାତ ସମ୍ପୂର୍ଣ୍ଣ ଜଗତର ମୂଳ କାରଣ ଅଟେ ।ା ୭/୬ ।ା କଳ୍ପର ଅନ୍ତିମ ସମୟରେ ସମସ୍ତ ଭୁତ ମୋର ପ୍ରକୃତିରେ ଲୟ ହୋଇଯାନ୍ତି ଏବଂ କଳ୍ପର ଆଦି  ସମୟରେ ସେଗୁଡ଼ିକୁ ମୁଁ ପୁନଶ୍ଚ ସୃଜନ କରେ ।ା୯/୭ାା ସ୍ୱୀୟ ପ୍ରକୃତିକୁ ଅଙ୍ଗୀକାର କରି ସ୍ୱଭାବ ବଶତଃ ପରତନ୍ତ୍ର ହୋଇଥିବା ଏହି ସଂପୂର୍ଣ୍ଣ ଭୂତ ସମୁଦାୟକୁ ବାରମ୍ବାର ରଚନା କରେଁ  ।ା ୯/୮ ।ା ମୁଁ ଲୋକମାନଙ୍କୁ ନାଶ କରିବା ପାଇଁ ଉଦ୍ୟତ ମହାକାଳ ଅଟେ । ବର୍ମାନ ମୁଁ ଲୋକମାନଙ୍କୁ ବିନାଶ କରିବା ପାଇଁ ପ୍ରବୃ ହୋଇଛି ।ା ୧୧/୩୨ ।ା ମୁଁ ହିଁ ଅକ୍ଷୟ, କାଳ, ବିରାଟ ସ୍ୱରୂପ ଏବଂ ସୃଷ୍ଟିକର୍ା ଅଟେ ।ା୧୦/୩୩ାା
ପରମାତ୍ମାଙ୍କ ଅବତରଣ କାଳ ବିଷୟରେ ଗୀତାରେ ଉପରୋକ୍ତ କଥନ ପ୍ରଣିଧାନ ଯୋଗ୍ୟ । ଗୀତାର ଚତୁର୍ଥ ଅଧ୍ୟାୟ ଅର୍ନ୍ତଗତ ସପ୍ତମ ଶ୍ଲୋକର "ସମ୍ଭବାମି ଯୁଗେ ଯୁଗେ' ପଦାଂଶର ଦୃଷ୍ଟାନ୍ତ ଦେଇ ପରମାତ୍ମାଙ୍କ ଅବତରଣ ପ୍ରତି ଯୁଗରେ ହୁଏ ବୋଲି ଅଧିକାଂଶ ଟୀକାକାର ବ୍ୟାଖ୍ୟା କରିଛନ୍ତି । କିନ୍ତୁ ଉପରୋକ୍ତ ଶ୍ଲୋକ ମାନଙ୍କ ସହିତ ପୂର୍ବାପର ସଙ୍ଗତି ରକ୍ଷା ପୂର୍ବକ ""ଯୁଗେ ଯୁଗେ'' ର ଅର୍ଥ ପ୍ରତିଯୁଗରେ ନ କରି ""ପ୍ରତି ଚତୁର୍ଯୁଗରେ'' ବୋଲି ଅର୍ଥକଲେ ଅଧିକ ପ୍ରାସଙ୍ଗିକ ହେବ । କାରଣ ପ୍ରତି ଚତୁର୍ଯୁଗରେ କଳ୍ପ ଶେଷ ହୁଏ ଓ କଳ୍ପ ଶେଷରେ ସମଗ୍ର ବିଶ୍ୱର ମହାବିନାଶ ଘଟାଇ ପୁନଶ୍ଚ ନୂତନ ସୃଷ୍ଟିର ସ୍ଥାପନା କରିବାକୁ ସେ ଅବତରଣ କରନ୍ତି । ଏକଥା ଉପରୋକ୍ତ ଉଦାହରଣ ଗୁଡ଼ିକରୁ ସ୍ପଷ୍ଟ ଜଣା ପଡ଼େ । କିନ୍ତୁ ଭୋଗବାଦୀ ଓ ରୁଢ଼ିବାଦୀ ମନୁଷ୍ୟମାନେ କଳିଯୁଗ ବର୍ମାନ ଅନ୍ତିମ ଚରଣରେ ଉପସ୍ଥିତ ହେଲାଣି ଏବଂ ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ପରମାତ୍ମାଙ୍କ ଅବତରଣ ହୋଇ ସାରିଲାଣି, ଏକଥା ସହଜରେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି । କାରଣ ଜ୍ୟୋତିଷୀୟ ପଦ୍ଧତି ଅନୁସରଣ କରି ପୁରାଣମାନଙ୍କରେ କଳ୍ପର ଆୟୁକୁ ଲକ୍ଷାଧିକ ବର୍ଷ ବୋଲି ଗଣନା କରାଯାଇଛି । ସେମାନଙ୍କ ଦୃଷ୍ଟିରେ କଳିଯୁଗ ବର୍ମାନ ଶିଶୁ ଅବସ୍ଥାରେ ଅଛି  । ବିଶ୍ୱର ସାଂପ୍ରତିକ ପରିଦୃଶ୍ୟରେ ବିନାଶର ହୁଂକାର ଓ ବୈଜ୍ଞାନିକ ମାନଙ୍କ ସତର୍କ ବାଣୀ ମଧ୍ୟ ସେମାନଙ୍କ କୁମ୍ଭକର୍ଣ୍ଣ ନିଦ୍ରାକୁ ଭଗ୍ନ କରିପାରୁନାହିଁ । ପ୍ରତ୍ୟକ୍ଷତା ପାଇଁ ପ୍ରମାଣର କୌଣସି ଆବଶ୍ୟକତା ନାହିଁ । ବର୍ମାନ ପରମାତ୍ମା ଅବତରଣ କରି ସମସ୍ତ ମାନବ ସମାଜକୁ ଅଭୟବାଣୀ ଶୁଣାଉଛନ୍ତି, ""ହେ ମୋର ପି୍ରୟ ସନ୍ତାନଗଣ ! ଦେହ ସହିତ ଦେହର ସମସ୍ତ ସମ୍ବଦ୍ଧକୁ ଭୁଲି ମୋତେ ଏକାଗ୍ର ଭାବରେ ସ୍ମରଣ କର । ଏହାଦ୍ୱାରା ତୁମର ସମସ୍ତ ପାପ ଭସ୍ମୀଭୂତ ହୋଇଯିବ ।” ଗୀତାରେ ମଧ୍ୟ ଏକଥା ଉଲ୍ଲେଖ ହୋଇଛି । "" ସର୍ବଧର୍ମାନ ପରିତେଜ୍ୟ ମାମେକମ୍ ଶରଣଂ ବ୍ରଜ । ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିସ୍ୟାମି ମା ସୂଚଃ ।ା” ବର୍ମାନ କଳିଯୁଗରେ ମାନବ ଦ୍ୱାରା ସ୍ଥାପିତ ସମସ୍ତ ଧର୍ମ ବିକଳାଙ୍ଗ ଅବସ୍ଥାରେ । ତେଣୁ ପରମାତ୍ମା ଶରଣ ବ୍ୟତୀତ ଅନ୍ୟ ଗତି ନାହିଁ ।ାା ଓଁ ଶାନ୍ତି  ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ 
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର) 
ମୋବାଇଲ - ୯୪୩୭୨୧୦୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର