ଶିବ ଓ ଶିବରାତ୍ରୀ: ଏକ ଆଧ୍ୟାତ୍ମିକ ଅଧ୍ୟୟନ-- ଡ: ସୁଧାଂଶୁ ଶେଖର ମିଶ୍ର

ଶିବ ଓ ଶିବରାତ୍ରୀ: ଏକ ଆଧ୍ୟାତ୍ମିକ ଅଧ୍ୟୟନ  

ଡ: ସୁଧାଂଶୁ ଶେଖର ମିଶ୍ର

ଆଧ୍ୟାତ୍ମିକତାର ଉଦ୍ଧେଶ୍ୟ:

ଆଧ୍ୟାତ୍ମିକତା ଦ୍ୱାରା ଜୀବନରେ ପବିତ୍ରତା ଆସିଥାଏ ଓ ସଦାଚାର ବୃଦ୍ଧି ହୁଏ, ମନ ଶାନ୍ତ ହୁଏ, ବୁଦ୍ଧି ସତମାର୍ଗ ପ୍ରତି ପ୍ରେରିତ କରେ, ଚି ପ୍ରସନ୍ନ ରହେ ଓ ଆତ୍ମାରେ ଆନନ୍ଦ ପ୍ଳାବିତ ହୁଏ । ଯେଉଁ ବିଷୟ ପ୍ରକୃତ ଆଧ୍ୟାତ୍ମିକତା ଉପରେ ପର୍ଯ୍ୟବେଶିତ ତହିଁରେ ଅନ୍ତରାତ୍ମାର ସମର୍ଥନ ଥାଏ ଓ ତାହା ଶୁଣିବା ଦ୍ୱାରା ମନୁଷ୍ୟର ସାଧନା ତୀବ୍ର ହୁଏ । ଯାହା ଶୁଣିବା ଦ୍ୱାରା ମନୁଷ୍ୟର ସାଧନା ଶିଥିଳ ହୁଏ, ଆଳସ୍ୟ, ଅବହେଳା, ଅନିୟମିତତା, ଅବଜ୍ଞା ଆଦି ଦୁର୍ଗୁଣ ଜାତ ହୁଏ, ବିବେକ କୁଣ୍ଠିତ, ମନ ମଳିନ, ଆତ୍ମା ପତିତୋନ୍ମୁଖ ଓ ଅନ୍ତରାତ୍ମା ଅଭିଶପ୍ତ ଅନୁଭବ କରେ ତଥା ଚିରେ ଗ୍ଳାନି ଆସେ ତାହା କେବେ ହେଁ ଆଧ୍ୟାତ୍ମିକ ପଦବାଚ୍ୟ ହୋଇ ନପାରେ । ଆଧ୍ୟାତ୍ମିକତା ହେଉଛି ପ୍ରତ୍ୟେକ ଧର୍ମର ଆତ୍ମା । ସଂପ୍ରତି ଧର୍ମରୁ ଆଧ୍ୟାତ୍ମିକତା ଲୋପ ପାଇ ଯାଇଥିବା ହେତୁ ଏହା ନିଷ୍ପ୍ରାଣ ହୋଇଯାଇଛି । ଆଜି ମନୁଷ୍ୟ ସମାଜରେ ଦେଖାଯାଉଥିବା ·ରିତ୍ରିକ, ନୈତିକ ଓ ମୂଲ୍ୟ ସଂକଟର ଏହାହିଁ ଏକମାତ୍ର କାରଣ ।
ଉପଯୁକ୍ତ ପରିପ୍ରେକ୍ଷୀରେ ଶିବ ଓ ଶିବରାତ୍ରୀ ବିଷୟରେ ଏକ ଆଧ୍ୟାତ୍ମିକ ଅଧ୍ୟୟନ ଆବଶ୍ୟକ ମନେ ହୁଏ । ଆମ ଭାରତ ବର୍ଷରେ ପ୍ରଚଳିତ ପବିତ୍ର ପର୍ବପର୍ବାଣିଗୁଡିକ ଅନ୍ତରାଳରେ ରହିଛି ଏକ ଏକ ଆଧ୍ୟାତ୍ମିକ ପୃଷ୍ଠଭୂମି । ଏଗୁଡ଼ିକ ଦ୍ୱାରା ଭୌତିକତାର ନିର୍ମମ ବାତାବରଣ ମଧ୍ୟରେ ଅଧ୍ୟାତ୍ମର ଅଲୌକିକତା ପ୍ରସ୍ଫୁଟିତ ହୋଇଉଠେ । ଆଧ୍ୟାତ୍ମିକ ଗୁହ୍ୟ ରହସ୍ୟ ହେଉଛି ପ୍ରତ୍ୟେକ ପର୍ବପର୍ବାଣୀର ଆତ୍ମା। ଏହା ବିନା କେବଳ ପର୍ବ ଅପୂର୍ଣ୍ଣ ଅଟେ । ଆଧ୍ୟାତ୍ମିକ ରହସ୍ୟରେ ପରିପୂର୍ଣ୍ଣ ଆୟୋଜନ ପର୍ବ ରୂପ ଧାରଣ କରି ସଂସ୍କୃତିର ସଂରକ୍ଷକ ବନି ଯାଏ । କାଳଚକ୍ର ଅନେକ ଘଟଣାର ସ୍ମୃତି ବହନ କରି ଅବିରାମ ଗତିରେ ଗଡି ·ଲେ । କାଳ ସିନା ଅତିବାହିତ ହୋଇଯାଏ; କିନ୍ତୁ ଅତୀତର ଅନେକ ମହ୍ୱପୂର୍ଣ୍ଣ କ୍ଷଣ ମନୁଷ୍ୟର ସ୍ମୃତିରେ ରହିଯାଏ । ଇତିହାସର ମୋଡ ବଦଳାଇ ଦେଇଥିବା ସେହି ଅସାଧାରଣ ଓ ଅଲୌକିକ କ୍ଷଣଗୁଡିକର ସ୍ମୃତି ଦିବସ ହେଉଛି ପର୍ବ । ଆଜି ବି ଆମେ ପରମ୍ପରା କ୍ରମେ ସେହି ପର୍ବଗୁଡିକୁ ମହାଆଡମ୍ବରରେ ପାଳନ କରୁଛୁ କିନ୍ତୁ ତଦ୍ୱାରା ସମାଜରେ କିଛି ପରିବର୍ନ ହେଉ ନାହିଁ । ଏହି ପର୍ବ ପାଳନ ଅନ୍ତରାଳରେ ଥିବା ସ୍ନେହ, ଶ୍ରଦ୍ଧା, ପ୍ରେମ ଓ ସଦ୍ଭାବନା ନଷ୍ଟ ହୋଇଯାଇଛି ଏବଂ ରହିଯାଇଛି କେବଳ ପରମ୍ପରା । ଆଜି ମହାକାଳଙ୍କ ଆହ୍ୱାନ, ପ୍ରତ୍ୟେକ ପର୍ବପର୍ବାଣି ଅନ୍ତରାଳରେ ଲୁକ୍କାୟିତ ଆଧ୍ୟାତ୍ମିକତାର ରହସ୍ୟକୁ ଅନାବରଣ କରିବାକୁ ହେବ । ଶିବରାତ୍ରୀ ମହାପର୍ବ ପାଳନ ଅବସରରେ ଏତଦ୍ ସମ୍ବନ୍ଧିତ କିଛି ତଥ୍ୟ ଉପସ୍ଥାପନ କରିବା ପ୍ରାସଙ୍ଗିକ ମନେ ହୁଏ ।

‘ଶିବ’ ଶବ୍ଦର ସାର୍ବଭୌମିକତା:

ଈଶାଇମାନଙ୍କ ପୁରୁଣା ଧର୍ମ ଗ୍ରନ୍ଥ ବାଇବେଲ(ଙକ୍ଷୟ ଞରଗ୍ଦଗ୍ଧବଜ୍ଞରଦ୍ଭଗ୍ଧ) ଯାହାକୁ ୟୁହୁଦି  ମୁସଲମାନମାନେ ମଧ୍ୟ ମାନନ୍ତି, ସେଥିରେ ପରମାତ୍ମାଙ୍କ ନାମ ‘ଜେହୋବା’ (ଔରଷକ୍ଟଙ୍ଖବଷ)  ବୋଲି କୁହାଯାଇଛି । ଏହା ସଂସ୍କୃତର ‘ଶିବ’ ଶବ୍ଦର ରୂପାନ୍ତର ବୋଲି କେତେକ ବିଦ୍ୱାନ ମତ ଦିଅନ୍ତି । ସେମାନଙ୍କ ଯୁକ୍ତି ହେଲା ଯେପରି ସଂସ୍କୃତ ଶବ୍ଦ ‘ପିତୃ’, ‘ମାତୃ’, ‘ଭ୍ରାତୃ’ ଆଦିରୁ ଫରାସୀରେ ‘ପିଦର’, ‘ମାଦର’, “ବ୍ରାଦର’ ରୂପ ନେଲା ଓ ପରବର୍ୀ ସମୟରେ ଇଂରାଜୀ ଭାଷାରେ ଏହା ‘ଫାଦର’ (ୠବଗ୍ଧଷରକ୍ସ), ‘ମଦର’ (ଗକ୍ଟଗ୍ଧଷରକ୍ସ), ବ୍ରଦର (ଈକ୍ସକ୍ଟଗ୍ଧଷରକ୍ସ) ଶବ୍ଦରେ ରୂପାନ୍ତରିତ ହେଲା ସେପରି ‘ଶିବ’ ଶବ୍ଦରୁ ‘ଜିହୋବା’ ଶବ୍ଦ ଉଦ୍ଭବ ହୋଇଛି ।
ଭାରତର ବେଦ, ଉପନିଷଦ ଓ ପୁରାଣଗୁଡିକରେ ‘ଶିବ’ଙ୍କୁ ପରମାତ୍ମା ରୂପେ ସ୍ବୀକାର କରାଯାଇଛି । ପରମାତ୍ମାଙ୍କ ଉପାସନା ପାଇଁ ସର୍ବ ପ୍ରଥମେ ତାଙ୍କ ପ୍ରତୀକ ସ୍ବରୂପ ଶିବ ଲିଙ୍ଗ ସ୍ଥାପନ କରାଯାଇଥିଲା । କାଳିଦାସ, ଭାସ, ଭବଭୂତି, ପଦ୍ମଗୁପ୍ତ ଆଦି ପ୍ରାଚୀନ ଓ ପ୍ରସିଦ୍ଧ କବି ଲେଖକଗଣ ସେମାନଙ୍କ କୃତିରେ ଶିବଙ୍କ ମହିମା ଗାନ କରିଛନ୍ତି । ସାଂଖ୍ୟକାରିକାର ବିଦ୍ୱାନଗଣ ଶିବଙ୍କୁ ମାନନ୍ତି, ପାତଞ୍ଜଳି ଯୋଗଦର୍ଶନରେ ଶିବଙ୍କୁ ‘ପୁରୁଷ ବିଶେଷ’ ଓ ‘ଜ୍ୟୋତି ସ୍ବରୂପ’ କୁହାଯାଇଛି । ଶ୍ରୀମଦ୍ ଭଗବତ୍ ଗୀତାର ସର୍ବ ପ୍ରାଚୀନ ଟୀକାକାର ଅଭିନବ ଗୁପ୍ତ ମଧ୍ୟ ଶିବ ଭକ୍ତ ଥିଲେ । ପ୍ରସିଦ୍ଧ ରାଜା ବିକ୍ରମାଦିତ୍ୟ, ଭୋଜ, ଭର୍ୃହରି ଆଦି ରାଜାଗଣ ଶିବ ଉପାସକ ଥିଲେ । ମହୋେଞ୍ଜାଦାରୋ ଉତ୍ଖନନରୁ ଶିବ, ନନ୍ଦିଗଣ ଓ କଳ୍ପବୃକ୍ଷ ଚିହ୍ନ ମିଳିଛି । ରାମାୟଣର ନାୟକ ଶ୍ରୀରାମ ଓ ମହାଭାରତର ନାୟକ ଶ୍ରୀକୃଷ୍ଣ ମଧ୍ୟ “ବନ୍ଦେ ମହାକାଳମହଂ ସୁରେଶମ୍’’ କହି ଶିବଙ୍କୁ ସ୍ମରଣ କରୁଥିଲେ । ପରବର୍ୀ ସମୟରେ ଶିବଲିଙ୍ଗ ବିଷୟରେ ଯେତେବେଳେ ଅଶ୍ଳୀଳ କାହାଣୀ ରଚିତ ହେଲା ବୈଷ୍ଣବ ଧର୍ମର ପ୍ର·ର ପ୍ରସାର ହେତୁ ଲୋକେ ବିଷ୍ଣୁଙ୍କୁ ଭଗବାନ ରୂପେ ଉପାସନା କରିବାକୁ ଲାଗିଲେ ସେତେବେଳେ ବାଦ-ବିବାଦ ଉପôନ୍ନ ହେଲା ।
ୟୁହିଦୀ ଧର୍ମର ସର୍ବ ପ୍ରଥମ ପୈଗମ୍ବର ମୁସା (ଗକ୍ଟଗ୍ଦରଗ୍ଦ) ‘ଜିହୋବା’ଙ୍କୁ ପରମାତ୍ମା ମାନୁଥିଲେ । ତାଙ୍କୁ ଦୀପ ଶିଖା ସଦୃଶ ପରମାତ୍ମାଙ୍କ ଦିବ୍ୟ ରୂପର ସାକ୍ଷାତକାର ହୋଇଥିଲା । ୟୁହିଦୀ, ଈଶାଇ ଓ ମୁସଲମାନ ମତାବଲମ୍ବୀଗଣ ଇବ୍ରାହିମଙ୍କୁ ସେମାନଙ୍କ ପୈଗମ୍ବର ସ୍ବୀକାର କରନ୍ତି । ସେ ମକ୍କାରେ ତାଙ୍କ ପନôୀ ଓ ପୁତ୍ର ଇସ୍ମାଇଲଙ୍କ ପାଇଁ ଯେଉଁ ‘କାବା’ (ପରମାତ୍ମାଙ୍କ ପୂଜା ସ୍ଥାନ ନିର୍ମାଣ କରିଥିଲେ ସେଥିରେ ମଧ୍ୟ ‘ଶିବ’ଙ୍କ ସ୍ମରଣ ଚିହ୍ନ ଥିଲା ବୋଲି କେତେକ ଐତିହାସିକ ଗବେଷଣା କରି ମତବ୍ୟକ୍ତ କରିଛନ୍ତି । ଯେତେବେଳେ ହଜରତ ମୁହମ୍ମଦ ସାହେବ ‘କାବା’ ଉପରେ ନିଜର ଅଧିକାର ସ୍ଥାପିତ କରିଥିଲେ ସେତେବେଳେ ସେଠାରେ ଥିବା ବୁତ-କଦା (ମୂିର୍-ମନ୍ଦିର) ଭାଙ୍ଗି ଦେଇଥିଲେ; କିନ୍ତୁ ହଜରତ ଇବ୍ରାହିମଙ୍କ ସମୟରୁ ପ୍ରଚଳିତ ଶିବ ଲିଙ୍ଗ ସଦୃଶ “ସେଙ୍ଗ ଅସବଦ୍’’ ନାମକ ଏକ କଳା ପ୍ରସ୍ତର ଖଣ୍ଡକୁ ରହିବାକୁ ଦେଇଥିଲେ । ସେଦିନଠୁଁ ଆଜି ପର୍ଯ୍ୟନ୍ତ ସମସ୍ତ ହଜଯାତ୍ରୀ ତାହା ପ୍ରତି ସ୍ନେହ ଓ ସମ୍ମାନ ବ୍ୟକ୍ତ କରନ୍ତି ଓ ତା’ର ସାତଥର ପରିକ୍ରମା କରନ୍ତି । ସମଗ୍ର ବିଶ୍ୱରେ କୌଣସି ମସଜିଦରେ ଏପରି ପରିକ୍ରମା କରାଯାଏ ନାହିଁ । କେବଳ ମକ୍କାର କାବାସ୍ଥିତ ସେଙ୍ଗ ଅସବଦକୁ ହିଁ ଭାରତୀୟ ପରମ୍ପରା କ୍ରମେ ପରିକ୍ରମା କରାଯାଇଥାଏ ।
ସଂସ୍କୃଜ୍ଞମାନଙ୍କ ମତରେ ‘ହଜ’ ଶବ୍ଦ ସଂସ୍କୃତର ‘ବ୍ରଜ’ ଶବ୍ଦର ଅପଭ୍ରଂଶ । ସଂସ୍କୃତରେ ‘ବ୍ରଜ’ ଶବ୍ଦର ଅର୍ଥ ‘ଯାତ୍ରା’ । ଏହି ‘ବ୍ରଜ’ ଶବ୍ଦରୁ ‘ପରିବ୍ରାଜକ’ ଶବ୍ଦ ସୃଷ୍ଟି ହୋଇଛି । ସେହିପରି ‘ଈଦ୍’ ଓ ‘ଅଲ୍ଲାହ’ ଶବ୍ଦ ମଧ୍ୟ ଯଥାକ୍ରମେ ସଂସ୍କୃତର ‘ଈଡ଼୍’ ଏବଂ ‘ଅଲ୍ଲଃ’ ଶବ୍ଦର ଅପଭ୍ରଂଶ ମାତ୍ର । ସଂସ୍କତରେ ‘ଈଡ଼୍’ ଶବ୍ଦର ଅର୍ଥ ପୂଜା ଓ ‘ଅଲ୍ଲଃ’ ଶବ୍ଦ ‘ମାତା’ ଅର୍ଥରେ ବ୍ୟବହୃତ ହୁଏ । ମୁସଲମାନମାନଙ୍କ ପାଇଁ ‘ଈଦ୍’ ଏକ ବିଶେଷ ପ୍ରଭୁ ସ୍ମୃତି ଦିବସ ଓ ଆନନ୍ଦୋତ୍ସବ ଅଟ ଓ ସେମାନେ ‘ଅଲ୍ଲାହ’ଙ୍କୁ ମାତା ସ୍ବରୂପ ଦୟାଳୁ ମାନନ୍ତି । ଭାରତରେ ଶିବଙ୍କ ଅନ୍ୟ ଏକ ନାମ ଅର୍ଦ୍ଧନାରୀଶ୍ୱର । ତେଣୁ ତାଙ୍କୁ “ତ୍ୱମେବ ମାତାଶ୍ଚ ପିତା ତ୍ୱମେବ.....’’ ଶ୍ଳୋକରେ ପ୍ରାର୍ଥନା କରାଯାଏ । ଉକ୍ତ ‘ସେଙ୍ଗ ଅସବଦ’କୁ ଭାରତୀୟମାନେ ‘ମକ୍କେଶ୍ୱର’ କହନ୍ତି ଓ ଏହାର ସ୍ଥାପନା ରାଜା ବିକ୍ରମାଦିତ୍ୟଙ୍କ ଦ୍ୱାରା ହୋଇଥିବା ବିଶ୍ୱାସ କରନ୍ତି । ଜିରହମ ବିନ୍ତୋଇ ନାମକ ଜଣେ ପ୍ରସିଦ୍ଧ କବି ତାଙ୍କ ଏକ କବିତାରେ ରାଜା ବିକ୍ରମାଦିତ୍ୟଙ୍କୁ ବହୁତ ପ୍ରଶଂସା କରିଛନ୍ତି ।
ହଜରତ ମୁହମ୍ମଦଙ୍କ କାକା ‘ଉମର-ବିନ୍ ହଶ୍ଶ୍ୟାମ’ଙ୍କ ରଚିତ ଏକ କବିତା ଯାହାକୁ ଆରବୀ ଭାଷାର ଏକ ପ୍ରାଚୀନ କାବ୍ୟ ସଂଗ୍ରହ ‘ଅରୁଲ ଓକୁଲ’ର ପୃଷ୍ଠା ୨୩୫ରେ ସ୍ଥାନିତ ହୋଇଛି ତା’ର କିଛି ଅଂଶ ଏଠାରେ ଉଦ୍ଧୃତ କରିବା ସମୀଚିନ ମନେହୁଏ ।
କଫୱିନକ ଜିକରାମିନ୍ ଉଲୁମିନ ତବ୍ ଅସେରୁ । କଲୁବନ ଅମାତୁଲ ହବା ୱ ତଜକ୍କରୁ ।ା୧ାା
(ଅର୍ଥ: ସେହି ମନୁଷ୍ୟ ଯିଏ ସାରା ଜୀବନ ପାପ କର୍ମରେ ବ୍ୟତୀତ କରିଛି, କାମ ବାସନା ଓ କ୍ରୋଧରେ ନିଜ ଯୌବନ ନଷ୍ଟ କରିଛି ।
ନ ତଜ ଖେରୋହା ଉଡ଼ନ ଏଲଲ ବଦଏ ଲିଲ ବରା
ବଲୁକଏନେ ଜାତଲ୍ଲାହେ ଔମ୍ ତବ ଅସେରୁ ।ା୨ାା
(ଅର୍ଥ: ଯଦି ଅନ୍ତକାଳରେ ସେ ପ୍ରାୟଶ୍ଚିତ କରେ ଓ ସତ୍କର୍ମ ଏବଂ ଧର୍ମ ଆଡକୁ ଫେରି ଆସିବାକୁ ·ହେଁ ତେବେ କ’ଣ ତାର କଲ୍ୟାଣ ସମ୍ଭବ-)
ୱ ଅହାଲୋଲହା ଅଜହ ଅରାମିୟନ ମହାଦେବ ଓ ।
ମନୋଦେଲ ଇଲମୁଦ୍ଧିନେ ମୀନହୁମ ୱ ସୟରୁ ।ା୩ାା
(ଅର୍ଥ: ଥରେ ମାତ୍ର ଯଦି ସେ ନିର୍ମଳ ମନରେ ମହାଦେବଙ୍କ ପୂଜା କରିବ ତେବେ ଅଧ୍ୟାତ୍ମ ମାର୍ଗରେ ସର୍ବୋଚ୍ଚ ପଦ ପ୍ରାପ୍ତ କରିପାରିବ)
ବ ସହବୀ କେ ଯାମ ଫିମ୍ କାମିଲ ହିନ୍ଦେ ଯୌମନ ।
ଯକୁଲୁନ ନ ଲାତହଜନ୍ ଫଇନ୍ନକ ତବଜ୍ଜରୁ ।ା୪ାା
(ଅର୍ଥ: ହେ ପ୍ରଭୁ! ମୋର ସମଗ୍ର ଜୀବନ ବିନିମୟରେ ମୋତେ କେବଳ ଗୋଟିଏ ଦିନ ଭାରତରେ ନିବାସ କରିବାର ସୁଯୋଗ ଦିଅ ଯେଉଁଠାରେ ପହô ମନୁଷ୍ୟ ଜୀବନ୍ମୁକ୍ତ ହୋଇଯାଏ ।
ଉପରୋକ୍ତ ଦୃଷ୍ଟାନ୍ତ ସମୂହରୁ ଏକଥା ପ୍ରମାଣିତ ହୁଏ ଯେ ଏକଦା ସମଗ୍ର ମଧ୍ୟ ଏସିଆ, ଆରବ ଦେଶ ଆଦିରେ ପରମାତ୍ମାଙ୍କୁ ‘ଶିବ’ ନାମରେ ମାନୁଥିଲେ । ଏହି ପ୍ରସଙ୍ଗରେ ଏଠାରେ ଏକ ପ୍ରଣିଧାନ ଯୋଗ୍ୟ ବିଷୟ ଏହି ଯେ ମୁସଲମାନମାନେ ପାଳନ କରୁଥିବା ‘ଶବୀବରାତ’ ଉତ୍ସବ ଶିବରାତ୍ରୀର ଅପଭ୍ରଂଶ ଅଟେ । ତେଣୁ ଶିବ ଏକ ସାର୍ବଭୌମିକ ପରମାତ୍ମା ବାଚକ ଶବ୍ଦ ।

ଶିବ-ଲିଙ୍ଗ ବା ଶିବଙ୍କ ପ୍ରତିମା

ଆଜି ପର୍ଯ୍ୟନ୍ତ ପୁରା ତା୍ୱିକ ଉତ୍ଖନନ (ଇକ୍ସମଷବରକ୍ଟକ୍ଷକ୍ଟଶସମବକ୍ଷ ରଙ୍ଘବଙ୍ଖବଗ୍ଧସକ୍ଟଦ୍ଭ) ଦ୍ୱାରା ପ୍ରାପ୍ତ ଶିବ ଲିଙ୍ଗଗୁଡିକ ଅଣ୍ଡାକାର ଆକୃତିର ବୋଲି ପ୍ରମାଣିତ ହେଉଛି । ଏଗୁଡ଼ିକରୁ ପ୍ରାୟ ଅଧିକାଂଶ ଜଳାଧାର ନିକଟବର୍ୀ ଅଳରୁ ପ୍ରାପ୍ତ । ଗବେଷଣାରୁ ଜଣାଯାଏ ଯେ ସପ୍ତମ ଶତାବ୍ଦୀ ପରେ ଶିବଲିଙ୍ଗକୁ କୌଣସି  ଜଳାଧାର ନିକଟବର୍ୀ ଅଳରେ ମନ୍ଦିର ମଧ୍ୟରେ ରଖି ପୂଜା କରିବା ପରମ୍ପରା ଆରମ୍ଭ ହୋଇଛି । ମନୁ ସ୍ମୃତି ଅନୁସାରେ ସୃଷ୍ଟି ନିର୍ମାଣ ପାଇଁ ଏକ ଅଣ୍ଡାକାର ଜ୍ୟୋତି ପ୍ରକଟ ହୋଇଥିଲା । ତଦଣ୍ଡମ ଭବଦ୍ଧୈମଂ ସହସ୍ରାଂଶୁ ସମପ୍ରଭମ୍ । (ମନୁ ୧/୬) । ତେଣୁ ଏକ ଅଣ୍ଡାକାର ପ୍ରସ୍ତର ପ୍ରତିମାକୁ ପରମାତ୍ମାଙ୍କ ସ୍ମରଣ-ଚିହ୍ନ (ଲିଙ୍ଗ) ରୂପେ ଉପାସନା ପାଇଁ ମନ୍ଦିରରେ ସ୍ଥାପନା କରାଯାଇଥିବା ବିଷୟରେ କୌଣସି ସନ୍ଦେହର ଅବକାଶ ନାହିଁ । ପ୍ରାଚୀନ ଗ୍ରନ୍ଥମାନଙ୍କରେ ଲିଙ୍ଗ ଶବ୍ଦର ଅର୍ଥ ପରମାତ୍ମାଙ୍କ ପ୍ରତିମା ରୂପେ ଅର୍ଥ କରାଯାଇଛି । ଯଥା:
ଲୟଂଗଚ୍ଛନ୍ତି ଭୂତାନି ସଂହାରେ ନିଖିଳଂ ଯତଃ ।
ସୃଷ୍ଟି କାଳେ ପୁନଃ ସୃଷ୍ଟି ସ୍ତସ୍ମାଲିଙ୍ଗମୁଦାହୃତମ ।ା
                                                                             (ଲିଙ୍ଗ ପୁରାଣ-୯୯/୮)
(ଅର୍ଥାତ୍, ଯିଏ ସୃଷ୍ଟିର ସଂହାର (ଲୟ) କରନ୍ତି ଓ ପୁନଃ ତାର ସ୍ଥାପନା ଓ ବିକାଶ  କରନ୍ତି, ତାଙ୍କୁ ‘ଲିଙ୍ଗ’ କୁହାଯାଏ ।)
ଲିଙ୍ଗ ଶବ୍ଦେନ ବିଦ୍ୱାଂନଃ ସୃଷ୍ଟି ସଂହାରକାରଣମ୍ ।
ଲୟା ଦାଗମନାଚ୍ୟାହୁର୍ଭବାନାଂ ପଦମବ୍ୟୟମ ।ା
ଏକସ୍ୟ ସ୍ପନ୍ଦନସୈ୍ୟସା ତ୍ରୈଧା ଭେଦ ବ୍ୟବସ୍ଥିତିଃ ।
ଅତ୍ର ଲିଙ୍ଗ ଯଦା ତିଷ୍ଠେତ ପୂଜା ବିଶ୍ରାନ୍ତି ତପôରଃ ।ା
                                                            (ତନ୍ତ୍ରଲୋକ, ଆହ୍ନିକ ୪, କାରିକା ୧୩୧)
(ଅର୍ଥାତ୍, ଲିଙ୍ଗ ଶବ୍ଦ ସୃଷ୍ଟିର ସଂହାର ଓ ବିକାଶ କରୁଥିବା ଅବିନାଶୀ ପରମାତ୍ମାଙ୍କ ବାଚକ ଅଟେ । ଯିଏ ବିଶ୍ରାନ୍ତ ମନରେ ତାଙ୍କ ଧ୍ୟାନ କରେ ସେ ସେହି ଲିଙ୍ଗର ଅନୁଭବ ପ୍ରାପ୍ତ କରିବାକୁ ସକ୍ଷମ ।)

ଶିବରାତ୍ରୀ ଏକ ସାର୍ବଭୌମ ପର୍ବ

ଉପର୍ଯୁ୍ୟକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଶିବ ଏକ ସାର୍ବଭୌମ ସର୍ବୋଚ୍ଚ ଈଶ୍ୱରୀୟ ସା । ବିଶ୍ୱର ପ୍ରମୁଖ ଧର୍ମ, ପ୍ରାଚୀନ ସଭ୍ୟତା ଓ ପ୍ରାଚୀନ ସଂସ୍କୃତିର ଅଧ୍ୟୟନରୁ ଏକଥା ସ୍ପଷ୍ଟ ହୁଏ ଯେ ପରମାତ୍ମାଙ୍କ ଧରାବତରଣର ସ୍ମରଣୋସôବ ରୂପେ ପାଳିତ ଶିବରାତ୍ରୀ ବିଶ୍ୱର ସର୍ବାତ୍ମାଙ୍କ ପାଇଁ ଉଦ୍ଧିଷ୍ଟ । ବିଡମ୍ବନା ଏହି ଯେ ଶିବ ଓ ରାତ୍ରୀର ବାସ୍ତବିକ ରହସ୍ୟ ନ ଜାଣିବା ହେତୁ ବିଶ୍ୱରେ ଶିବରାତ୍ରୀର ମହ୍ୱ ନାହିଁ । ଅନେକଙ୍କ ମନରେ ପ୍ରଶ୍ନ ଉଠେ ଯେ ଶିବ-ପରମାତ୍ମାଙ୍କ ଧରାବତରଣର ସ୍ମରଣୋସ୍ତବକୁ ରାତ୍ରି ଶବ୍ଦ ସହିତ କାହିଁକି ଯୁକ୍ତ କରାଗଲା? ପ୍ରଚଳିତ ପରମ୍ପରାରେ ଶିବରାତ୍ରୀ ରାତ୍ରୀ ସମୟରେ ପାଳନ କରାଯାଉଥିବାରୁ ଏପରି ପ୍ରଶ୍ନ ସ୍ବଭାବିକ । କିନ୍ତୁ ଏଠାରେ ମନେ ରଖିବାକୁ ହେବ ଯେ ଏଠାରେ ରାତ୍ରୀ ଶବ୍ଦ ସ୍ଥୂଳ ଅର୍ଥରେ ବ୍ୟବହାର କରାଯାଇନାହିଁ । ଆଧ୍ୟାତ୍ମିକ ଦୃଷ୍ଟିରୁ ବି·ର କଲେ ରାତ୍ରି ଅଜ୍ଞାନ ଅନ୍ଧକାରର ପ୍ରତୀକ ଯେତେବେଳେ ସମଗ୍ର ସୃଷ୍ଟି ଧର୍ମଭ୍ରଷ୍ଟ, କର୍ମଭ୍ରଷ୍ଟ ଓ ବିକାର ପ୍ରଧାନ ହୋଇଯାଏ । ଏପରି ସମୟ କଳିଯୁଗର ଅନ୍ତିମ ଚରଣରେ ହୋଇଥାଏ । ଏହା ଏପରି ଏକ ସମୟ ଯେଉଁ ସମୟରେ କୌଣସି ଶାସ୍ତ୍ରୀୟ ଜ୍ଞାନ, ଧର୍ମିକ କାର୍ଯ୍ୟକଳାପ ଓ ମାନବୀୟ ପ୍ରଚେଷ୍ଟା ବିଶ୍ୱ ପରିବର୍ନ କରିବାରେ ସକ୍ଷମ ହୁଏ ନାହିଁ । ସେତେବେଳେ ସମଗ୍ର ବିଶ୍ୱବାସୀଙ୍କ ପାଇଁ ପରମାତ୍ମା ହିଁ ଏକମାତ୍ର ବିକଳ୍ପ ହୋଇଯାଆନ୍ତି । ନିରାଶାର ଏପରି ଏକ ତମୋଗୁଣୀ ବାତାବରଣରେ ତାଙ୍କୁ ଧରାପୃଷ୍ଠରେ ଆର୍ବିଭାବ ହେବାକୁ ପଡେ ବିଶ୍ୱ ନବ ନିର୍ମାଣ ପାଇଁ । ଏଥିପାଇଁ ଏହାର ନାମ ଶିବ-ରାତ୍ରୀ ହୋଇଛି ।

ଶିବରାତ୍ରୀ କିପରି ପାଳନ କରିବା?

ଆମକୁ ମନେ ରଖିବାକୁ ହେବ ଯେ ଆଧ୍ୟାତ୍ମିକ କ୍ରାନ୍ତିର ସଂକଳ୍ପ ଦିବସ ହେଉଛି ଶିବରାତ୍ରୀ । ଆଧ୍ୟାତ୍ମିକ ଚେତନାର ବିକାଶ କରି ପ୍ରତ୍ୟେକ ମାନବାତ୍ମା ମଧ୍ୟରେ ଥିବା ତମୋଗୁଣର ଅନ୍ଧକାରକୁ ଦୂର କରିବାକୁ ଏହି ପର୍ବ ପ୍ରତିବର୍ଷ ଆମକୁ ମନେ ପକାଇ ଦିଏ । କେବଳ ଗୋଟିଏ ରାତ୍ରୀ ନିରାହାର ରହି ଉପବାସ କରି ବ୍ରତ ରଖିବା ଏହି ଉତ୍ସବର ଉଦ୍ଧେଶ୍ୟ ନୁହେଁ । ଆଜି ଆମେ କାଳଚକ୍ରର ଅନ୍ତିମ କ୍ଷଣରେ ଉପସ୍ଥିତ । ଏକ ସ୍ବର୍ଣ୍ଣମ ଯୁଗ ଆମକୁ ସ୍ବାଗତ କରିବାକୁ ଅପେକ୍ଷା କରିଛି । ଏହି ଅବସରରେ ବିଷୟ ବିକାର ରୂପୀ ଅରଖ ଓ ଦୁଦୁରା ଫୁଲ ଶିବଙ୍କୁ ଅର୍ପଣ କରି ପବିତ୍ର ଜୀବନ ଯାପନ କରିବାକୁ ହେବ । ତେବେ ଆମର ମୁକ୍ତି ସମ୍ଭବ । କେବଳ ଗୋଟିଏ ରାତ୍ରୀ ନିଦ୍ରା ତ୍ୟାଗ କରି ଜାଗରଣ ରହିବା ଦ୍ୱାରା ଲାଭ ନାହିଁ । ଯୁଗ ସ୍ବପରିବର୍ନରେ ଏହି ସନ୍ଧି କାଳରେ ଆମକୁ ପରିବର୍ନ ଦ୍ୱାରା ବିଶ୍ୱ ପରିବର୍ନର ଶିବ-ସଂକଳ୍ପ କରିବାକୁ ହେବ । ଏହାହିଁ ହେବ ପ୍ରକୃତ ଶିବ-ରାତ୍ରୀ ପାଳନ ।
ସମ୍ପାଦକ, ଚେତନା ପ୍ରବାହ
ଶିବଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼
ପିନ- ୭୬୭ଠ୨୫, ଜି- ବଲାଙ୍ଗିର

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର