ଆତ୍ମା ଆସିଛି କେଉଁଠୁ
ଆତ୍ମା ଆସିଛି କେଉଁଠୁ
ଗୀତାର ବିଭିନ୍ନ ଶ୍ଳୋକରୁ ଜଣା ପଡେ ଯେ ଆତ୍ମା ଅବ୍ୟକ୍ତ ଲୋକରୁ ଆସେ (୮/୧୮) ଯାହାକୁ ବ୍ରହ୍ମ ନିର୍ବାଣ, ବ୍ରହ୍ମଭୂବନ, ବ୍ରହ୍ମଲୋକ, ପରମଧାମ ଅଥବା ବ୍ରହ୍ମଯୋନି ବୋଲି କୁହାଯାଏ । ଏହି ପରିପ୍ରେକ୍ଷୀରେ ନିମ୍ନରେ କେତୋଟି ଶ୍ଳୋକର ଅବତାରଣା କରାଯାଇଛି ।
ଲଭନ୍ତେ ବ୍ରହ୍ମ ନିର୍ବାଣ ମୃଷୟଃ କ୍ଷୀଣ କଳ୍ମଷାଃ ।
ଛିନ୍ନ ଦ୍ୱୈଧା ଯତାତ୍ମାନଃ ସର୍ବ ଭୂତ ହିତେ ରତାଃ ।ା ଗୀ ୫/୨୫ ।ା
ଅନ୍ୱୟାର୍ଥ: କ୍ଷୀଣ କଳ୍ମଷାଃ = ଯେଉଁମାନେ ସମସ୍ତ ପାପରୁ ବିମୁକ୍ତ ; ଛିନ୍ନ ଦ୍ୱୈଧାଃ = ଯାହାଙ୍କର କୌଣସି ଦ୍ୱନ୍ଦ୍ୱ ଭାବ ନାହିଁ; ସର୍ବ ଭୂତ ହିତେରତାଃ = ସମସ୍ତ ଜୀବଙ୍କର ମଙ୍ଗଳ କର୍ମରେ ରତ;ଋଷୟଃ = ପରମାତ୍ମାଙ୍କ ସତ୍ୟ ସ୍ବରୂପ ଜାଣିଥିବା ପୁରୁଷ; ବ୍ରହ୍ମ ନିର୍ବାଣ = ଅବ୍ୟନ୍ତ ପରମ ଧାମକୁ ; ଲଭନ୍ତେ = ଲାଭ କରନ୍ତି ।
ଭାବାର୍ଥ; ଯେଉଁମାନେ ସମସ୍ତ ପାପରୁ ବିମୁକ୍ତ, ଈଶ୍ୱରୀମ୍ଭ ଜ୍ଞାନ ପ୍ରାପ୍ତ ହେଲା ପରେ ଯେଉଁମାନଙ୍କର ସମସ୍ତ ସଂଶୟ ଦ୍ୱର ହୋଇଯାଇଛି ଏବଂ ସମସ୍ତ ଜୀବଙ୍କର ମଙ୍ଗଳ କର୍ମରେ ଯେଉଁମାନେ ସର୍ବଦା ବ୍ୟସ୍ତ, ଯେଉଁମାନେ ସର୍ବଦା ଆତ୍ମିକ ସ୍ଥିତିରେ ସ୍ଥିତ ରହନ୍ତି ଏପରି ପରମାତ୍ମାଙ୍କ ସତ୍ୟ ସ୍ବରୂପ ଜାଣିଥିବା ପୁରୁଷ ଅବ୍ୟକ୍ତ ପରମ ଧାମ ବା ନିର୍ବାଣ ଧାମକୁ ପ୍ରାପ୍ତ ହୁଅନ୍ତି ।
ଆବ୍ରହ୍ମ ଭୁବନାଲ୍ଲୋକାଃ ପୁନରାବର୍ତିନୋଽର୍ଜୁନ ।
ମାମୁପେତ୍ୟ ତୁ କୌନ୍ତେୟ ପୁନର୍ଜନ୍ମ ନ ବିଦ୍ୟତେ ।ା ଗୀ ୮/୧୬ ।ା
ଅନ୍ୱୟାର୍ଥ: ଅର୍ଜୁନ, ଆବ୍ରହ୍ମ ଭୁବନାତ୍ ଲୋକାଃ = ହେ ଅର୍ଜୁନ! ବ୍ରହ୍ମ ଭୂବନରୁ (ପରମଧାମ)ରୁ ଆରମ୍ଭ କରି ସମସ୍ତ ଲୋକ ; ପୁନଃ ଆବର୍ତିନଃ = ପୁନରାବିର୍ ସ୍ବଭାବ ଯୁକ୍ତ ଅଟନ୍ତି ଅର୍ଥାତ ପୁନର୍ବାର ଆବର୍ନ କରନ୍ତି ; ତୁ = ପରନ୍ତୁ ; କୌନ୍ତେୟ = ହେ କୁନ୍ତୀ ପୁତ୍ର; ମାମ୍ ଉପେତ୍ୟ ,= ମୋତେ ପ୍ରାପ୍ତ ହୋଇ ; ପୁନର୍ଜନ୍ମ ନ ବିଦ୍ୟତେ = ପୁନର୍ଜନ୍ମ ଆଉ ହୁଏ ନାହିଁ ।
ଭାବାର୍ଥ : ହେ ଅର୍ଜୁନ! ବ୍ରହ୍ମଭୂବନରୁ ଆରମ୍ଭ କରି ସମସ୍ତ ଲୋକ ପୁନରାବର୍ତି ସ୍ବଭାବଯୁକ୍ତ ଅଟେ । କିନ୍ତୁ ହେ କୁନ୍ତୀ ପୁତ୍ର! ଯେଉଁମାନେ ମୋତେ ପ୍ରାପ୍ତ ହୁଅନ୍ତି ସେମାନେ ଆଉ ଏ ମରଧାମରେ ପୁନର୍ଜନ୍ମ ନିଅନ୍ତି ନାହିଁ ।
ଅବ୍ୟକ୍ତୋ ଽକ୍ଷର ଇତୁ୍ୟକ୍ତ ସ୍ତମାହୁଃ ପରମାଂ ଗତିମ୍ ।
ଯଂ ପ୍ରାପ୍ୟ ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ।ା ଗୀ ୮/୨୧ ।ା
ଅନ୍ୱୟାର୍ଥ : ଅବ୍ୟକ୍ତଃ ଅକ୍ଷରଃ ଇତି ଉକ୍ତଃ = ଅବ୍ୟକ୍ତ ଅବିନାଶୀ ଏହି ପ୍ରକାରେ କୁହାଯାଇଛି ; ତମ୍ ପରମାମ୍ ଗତିମ୍ ଆହୁଃ = ତାହା ପରମ ଲକ୍ଷ୍ୟ ସ୍ଥଳ ବୋଲି ପରିଚିତ ; ଯତ୍ ପ୍ରାପ୍ୟ ନ ନିବର୍ତନ୍ତେ = ଯାହା ପ୍ରାପ୍ତ ହେଲେ ଫେରନ୍ତି ନାହିଁ; ତତ୍ ମମ ପରମମ୍ ଧାମ = ତାହା ମୋର ପରମଧାମ ଅଟେ ।
ଭାବାର୍ଥ: ସେହି ପରମ ଧାମକୁ ଅବ୍ୟକ୍ତ ଏବଂ ଅବିନାଶୀ ବୋଲି କୁହାଯାଏ ଏବଂ ତାହା ପରମ ଲକ୍ଷ୍ୟସ୍ଥଳ ବୋଲି ପରିଚିତ । ଯେତେବେଳେ ଜୀବାତ୍ମା ସେହି ଅନ୍ତିମ ଗତି ପ୍ରାପ୍ତ ହୁଏ, ସେ ଆଉ ମୃତୁ୍ୟଲୋକକୁ ଫେରେ ନାହିଁ । ତାହାହିଁ ମୋର ପରମଧାମ ଅଟେ ।
ସର୍ବଯୋନିଷୁ କୌନ୍ତେୟ ମୁ ର୍ତୟଃ ସଂଭବନ୍ତି ଯାଃ ।
ତାସାଂ ବ୍ରହ୍ମ ମହଦ୍ ଯୋନି ରହଂ ବୀଜ ପ୍ରଦଃ ପିତା ।ା ଗୀ ୧୪/୪ ।ା
ଅନ୍ୱୟାର୍ଥ : କୌନ୍ତେୟ ସର୍ବଯୋନିଷୁ ଯାଃ ମୂର୍ତୟଃ ସମ୍ଭବନ୍ତି = ସମସ୍ତ ଯୋନିରେ ଯାହା ସବୁ ଶରୀର ଜାତ ହୁଅନ୍ତି; ତାସାଂ ମହତ୍ ବ୍ରହ୍ମ ଯୋନିଃ = ସେ ସମସ୍ତଙ୍କର ବ୍ରହ୍ମ ହେଉଛି ଜନ୍ମସ୍ଥଳ; ଅହଂ ବୀଜ ପ୍ରଦଃ ପିତା = ମୁଁ ବୀଜ ପ୍ରଦାନକାରୀ ପିତା ଅଟେ ।
ଭାବାର୍ଥ : ହେ କୁନ୍ତି ପୁତ୍ର, ସମସ୍ତ ପ୍ରକାର ଜୀବ ଯୋନିରେ ଯେତେ ସବୁ ଜୀବାତ୍ମା ଜାତ ହୁଅନ୍ତି ସେ ସମସ୍ତଙ୍କର ଜନ୍ମସ୍ଥଳ ବା ମୂଳ ବାସ ସ୍ଥାନ ହେଉଛି ବ୍ରହ୍ମଲୋକ ବା ପରମଧାମ । ସେହି ବୀଜ ରୂପୀ ଆତ୍ମାର ପିତା ହେଉଛନ୍ତି ପରମାତ୍ମା । ସମସ୍ତ ଆତ୍ମାର ମୂଳବାସ ସ୍ଥାନ ପରମଧାମ ହୋଇଥିବାରୁ ତାକୁ ବ୍ରହ୍ମଯୋନି ବୋଲି କୁହାଯାଏ । ସମସ୍ତ ଆତ୍ମା ସେଠାରୁ ହିଁ ଏ ଭୂପୃଷ୍ଠରେ ଅବତରଣ କରି ସମୟାନୁସାରେ ନିଜ ନିଜ ପ୍ରାରବ୍ଧ କର୍ମ ଫଳ ଭୋଗ କରିବାକୁ ଶରୀର ଧାରଣ କରନ୍ତି । ପରମାତ୍ମା ଅଯୋନିଜ, ଅକର୍ା, ଅଭୋକ୍ତା ହୋଇଥିବାରୁ ଏବଂ ଜୀବାତ୍ମାମାନଙ୍କୁ ସତ୍ ଜ୍ଞାନ, ସତ୍ ଶିକ୍ଷା, ସତ୍ ଗତି, ମୁକ୍ତି, ଜୀବନ୍ମୁକ୍ତି, ଦିବ୍ୟ ଚକ୍ଷୁ ପ୍ରବାନର ହେତୁ ହୋଇଥିବାରୁ ସେ ପରମପିତା ପଦବାଚ୍ୟ ।ପରମଧାମକୁ ବ୍ରହ୍ମଭୂବନ ବା ବ୍ରହ୍ମଲୋକ ବୋଲି କୁହାଯାଏ । ପରମଧାମ ସବୁଠାରୁ ଉଚ୍ଚତମ ଲୋକ ଅଟେ । ଆମର ଏ ଭୂମଣ୍ଡଳ ସବୁଠାରୁ ନିମ୍ନତମ ଲୋକ ଅଟେ । ଏହାକୁ ମରଲୋକ ମଧ୍ୟ କୁହାଯାଏ । କାରଣ ଏଠାରେ ଜନ୍ମ ହେଲେ ମୃତୁ୍ୟ ସୁନିଶ୍ଚିତ । ତେଣୁ ଏହା ମର୍୍ୟଲୋକ ନାମରେ ମଧ୍ୟ କଥିତ । ମୃତୁ୍ୟର ସମ୍ପର୍କ ଦେହ ସହିତ । ଦେହାଭିମାନୀ ଲୋକରହିଁ ମୃତୁ୍ୟ ହୁଏ । କଳ୍ପର ଦ୍ୱିତୀୟାର୍ଦ୍ଧ ଅର୍ଥାତ ଦ୍ୱାପର ଓ କଳିଯୁଗରେ ମଣିଷ ଆତ୍ମାଭିମାନୀ ଥାଏ । ଏଠାରେ ପ୍ରତ୍ୟେକ ଜୀବାତ୍ମା ନିଜ ଜୀବନକାଳ ପୁରିଗଲେ ସ୍ବଇଛାରେ ଶରୀର ତ୍ୟାଗ କରନ୍ତି । ଏଠାରେ ମୃତୁ୍ୟ ଦୁଃଖକାରକ ନୁହେଁ । ତେଣୁ ଏହି କାଳଖଣ୍ଡକୁ ଅମର ଲୋକ ବା ଦେବଲୋକ ବା ସ୍ବର୍ଗ କୁହାଯାଏ । କଳ୍ପର ଅନ୍ତିମ ସମୟରେ ପରମାତ୍ମା ପରମଧାମରୁ ଅବତରଣ କରି ମନୁଷ୍ୟାତ୍ମାମାନଙ୍କୁ ଜ୍ଞାନ ଓ ଯୋଗପ୍ରଦାନ କରନ୍ତି । ଏହି ସମୟରେ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଥିବା ବ୍ୟକ୍ତିର ପୁନଶ୍ଚ ମର୍୍ୟଲୋକରେ ଜନ୍ମ ହୁଏ ନାହିଁ । କାରଣ ବିନାଶ ସମୟରେ ସେ ପରମାତ୍ମାଙ୍କ ସହ ଅବ୍ୟକ୍ତ ଭାବରେ ପରମଧାମ ପ୍ରୟାଣ କରେ ।
Comments
Post a Comment