ମୋହ ଡା: ସୁଧାଂଶୁ ଶେଖର ମିଶ୍ର

ମୋହ

ଡା: ସୁଧାଂଶୁ ଶେଖର ମିଶ୍ର
ହରିପୁର ଗ୍ରାମ ସନ୍ନିକଟ ଏକ ତପୋବନରେ ମହର୍ଷି ସତ୍ୟାନନ୍ଦଙ୍କ ଆଶ୍ରମ ଥିଲା । ସେ କେତେକ ଶିଷ୍ୟଙ୍କ ସହ ସେଠାରେ ରହୁଥିଲେ । ପ୍ରାତଃ ଓ ସନ୍ଧ୍ୟା ଦୁଇ ଓଳି ସେଠାରେ ସତ୍ସଙ୍ଗ ହେଉଥିଲା । ଦୂର ଦୂରାନ୍ତରୁ ଅନେକ ଲୋକ ଆସି ସତସଙ୍ଗରେ ଯୋଗ ଦେଉଥିଲେ । ମହାତ୍ମା ଜଣକ କେବଳ ଶାସ୍ତ୍ରଜ୍ଞ ଓ ବିଦ୍ୱାନ ନ ଥିଲେ; ସେ ଜ୍ଞାନ ଓ ଯୋଗରେ ମଧ୍ୟ ସିଦ୍ଧ ଥିଲେ । ତେଣୁ ତାଙ୍କର ଖୁବ ନାମ ଥିଲା ।
ହରିପୁରରେ ଜଣେ ପ୍ରସିଦ୍ଧ ବ୍ୟବସାୟୀ ଥିଲେ । ତାଙ୍କ ନାମ ବିଷ୍ଣୁଦ । ପନôୀ ଯମୁନା ଦେବୀ, ପୁତ୍ର ରାମସ୍ବରୂପ ଓ ପୁତ୍ରବଧୂ ସୁକନ୍ୟାଙ୍କ ସହିତ ସେ ସେଠାରେ ବସବାସ କରୁଥିଲେ । ଗୋଟିଏ ବୋଲି ପୁଅ । ଘରେ ଅକଳନ ସମ୍ପି । ଅତି ଗେଲବସରରେ ପାଳିତ ହୋଇଥିବାରୁ ରାମସ୍ବରୂପ ବିଗିଡି ଯାଇଥାଏ । ବ୍ୟବସାୟରେ ଅତ୍ୟନ୍ତ ବ୍ୟସ୍ତ ରହୁଥିବାରୁ ବିଷ୍ଣୁଦଙ୍କ ପୁଅ ରାମ ସ୍ବରୂପର ଭଲ ମନ୍ଦ ବୁଝିବା ପାଇଁ ଅବକାଶ ମିଳେ ନାହିଁ । ପୁଅଟି କୁସଙ୍ଗରେ ପଡି ଅନେକ କୁଅଭ୍ୟାସର ବଶବର୍ୀ ହୋଇପଡିଥିଲା ।
ଦିନକର ଘଟଣା । ରାମ ସ୍ବରୂପ ଉପର ମହଲାର ଛାତ ଉପରେ ନିଜ ସ୍ତ୍ରୀ ସହିତ ମିଶି ଗୁଡି ଉଡାଉ ଥିଲେ । ପାଗ ଖୁବ ଭଲ ଥିଲା। ମୃଦୁମନ୍ଦ ସମୀରଣ ପ୍ରବାହିତ ହେଉଥିଲା । ଏଇ ମାତ୍ର ଯୌବନରେ ପଦାର୍ପଣ କରିଛି ସୁକନ୍ୟା । ଅଳ୍ପ ବୟସ୍କା ହେଲେ ମଧ୍ୟ କୈଶୋରାବସ୍ଥାର ସୀମାନ୍ତରେ ଉପସ୍ଥିତ । ପତିପନôୀ ଉଭୟେ ହସ ଖୁସିରେ ଗପସପ ହୋଇ ଗୁଡି ଉଡାଇବାର ଅପୂର୍ବ ଆନନ୍ଦ ଉପଭୋଗ କରୁଥିଲେ । କିନ୍ତୁ, ଏ କ’ଣ? ହଠାତ୍ ଗୁଡି ସହିତ ସଂଯୋଗ ହୋଇଥିବା ସୂତାଟି ଛିଣ୍ଡିଗଲା । ସେମାନଙ୍କ ଆନନ୍ଦର ଜୁଆରରେ ସତେ ଯେମିତି ଭଟ୍ଟା ପଡିଗଲା । ଗୁଡିଟି ଆକାଶର ଖୁବ ଉଚ୍ଚରେ ଥିଲା । ତାହା ଉଡି ଉଡି ଯାଇ ମହର୍ଷି ସତ୍ୟାନନ୍ଦଙ୍କ ଆଶ୍ରମରେ ପଡିଲା । ମହର୍ଷି ଗୁଡିଟିକୁ ସଯନôରେ ତୋଳି ଧରି କୁଟୀରର ଏକ ଖୁିରେ ଟାଙ୍ଗି ଦେଲେ । ଗୁଡିର ଅନୁଧାବନ କରୁଁ କରୁଁ ରାମ ସ୍ବରୂପ ସେହି ଆଶ୍ରମରେ ପହôଲା । ସମ୍ମୁଖରେ ମହର୍ଷି ସତ୍ୟାନନ୍ଦଙ୍କୁ ଦେଖି ପ·ରିଲା, “ହେ ମହାତ୍ମା! କୌଣସି ଛିନ୍ନ ଗୁଡି ଉଡି ଆସି ଏଠାରେ ପଡି ନାହିଁ ତ?’’ ମହର୍ଷି ସତ୍ୟାନନ୍ଦ କହିଲେ, “ହଁ, ବତ୍ସ ପଡିଥିଲା ।’’ ରାମ ସ୍ବରୂପ କହିଲା, “କେଉଁଠି ଅଛି? ତାହା ମୋର ।’’ ମହର୍ଷି କହିଲେ, “ଯଦି ତାହା ତୋର, ତାହେଲେ ନେଇ ଯା’ ପୁତ୍ର । ତାହା ମୋର କି କାମରେ ଆସିବ?’’ ଏହା କହି ସେ ଗୁଡିଟି ଆଣି ରାମ ସ୍ବରୂପକୁ ଦେଲେ । ହଜିଲା ଧନ ପାଇଲା ପରି ରାମସ୍ବରୂପର ଆନନ୍ଦର ସୀମା ରହିଲା ନାହିଁ । ଧନ୍ୟବାଦ ଜଣାଇ ସେ ଫେରିଯିବା ପାଇଁ ଉଦ୍ୟତ ହେଲା ବେଳକୁ ମହର୍ଷି ତାକୁ ପୁଣି ଏକ ପ୍ରଶ୍ନ ପ·ରିଲେ, “ବତ୍ସ! ତୁ କ’ଣ ପ୍ରତିଦିନ ଏପରି ଗୁଡି ଉଡାଉ?’’ ରାମସ୍ବରୂପ କହିଲା, “ନାଁ ବାବା, କେବେ କେମିତି ଉଡାଏଁ । ଆଜି ଜୁଆ ଓ ତାସ ଖେଳିବାକୁ କୌଣସି ମିତ୍ର ଆସିଲେ ନାହିଁ । ଏକେଲା କ’ଣ କରିଥାନ୍ତି? ତେଣୁ ମୋର ପନôୀ ସହିତ ଆଜି ଏ କାମ କରୁଥିଲି ।’’ ମହର୍ଷି ପ·ରିଲେ, “ତ ଜୁଆ ମଧ୍ୟ ଖେଳୁ?’ ରାମସ୍ବରୂପ କହିଲା, “ହଁ ବାବା, କିନ୍ତୁ ସବୁଦିନେ ନୁହେଁ, ଯେଉଁଦିନ ମଦ୍ୟପାନ ପାଇଁ ଅବସର ମିଳେ ନାହିଁ ଓ ଏଥିପାଇଁ କୌଣସି ସାଙ୍ଗ ଜୁଟନ୍ତି ନାହିଁ ସେତେବେଳେ ଆଉ କ’ଣ କରନ୍ତି? ତାସ ଓ ଜୁଆ ଖେଳରେ ସମୟ ଅତିବାହିତ କରେ ।’’ ବହର୍ଷି ଚମକି ପଡିଲେ । ଆଗନ୍ତୁକ ଯୁବକଟି ଅତି ନିଃସଂକୋଚରେ ଏକଥା କହୁଛି । ଏଥିପାଇଁ ତା’ ମନରେ ଗ୍ଳାନି ନାହିଁ କି ପାପବୋଧ ମଧ୍ୟ ନାହିଁ । ଅବିଶ୍ୱାସ ଭରା ଚାହାଣିରେ ସେ ପୁନଃ ପ·ରିଲେ । “ତୁ ସତରେ ମଦ୍ୟପାନ କରୁ?’’ ରାମସ୍ବରୂପ କହିଲା, “ହଁ ବାବା! କିନ୍ତୁ ପ୍ରତ୍ୟହ ନୁହେଁ । ଯେଉଁଦିନ ବେଶ୍ୟାଳୟରେ ନୃତ୍ୟଗୀତ ଦ୍ୱାରା ମନୋରଞ୍ଜନ ଓ ସୁନ୍ଦରୀ ତରୁଣୀ ବାରଙ୍ଗନା ସହ କାମୋପଭୋଗର ସୁଯୋଗ ମିଳେ ନାହିଁ, ସେଦିନ ମୁଁ ମଦ୍ୟପାନ କରିଥାଏ ।’’ ମହର୍ଷି ହତବାକ୍ ହୋଇଗଲେ । କିଛି କ୍ଷଣ ରାମ ସ୍ବରୂପର ମୁହଁକୁ ଅନେଇ ରହିଲେ । ପ୍ରକୃତିସ୍ଥ ହେଲା ପରେ ଆବେଗ ଭରା ସ୍ବରରେ କହିଲେ, “ଆରେ ବାୟା, ଏ କି କରୁଛୁ? କିଏ  ଦେଲା ତୋତେ ଏ ଦୁର୍ବୁଦ୍ଧି? କାହିଁକି ତୁ ସର୍ବନାଶର ଏ ଭୟଙ୍କର ମାର୍ଗରେ ଗତି କରୁଛୁ? ହେ ପୁତ୍ର! ଏହା ଜୀବନର ନୁହେଁ, ମୃତୁ୍ୟର ପଥ ଅଟେ । ଜୀବନରେ ଯୌବନ କେବଳ ଥରେ ଆସେ, ଥରେ ·ଲିଗଲେ ଆଉ ଥରେ ଫେରେ ନାହିଁ । ଅକାରଣରେ ଏ ଅମୂଲ୍ୟ ଯୌବନକୁ କାହିଁକି ନଷ୍ଟ କରୁଛୁ? ଏହି ଯୌବନ ହିଁ ତୋତେ ଦେଇଛି ଚକ୍ଷୁରେ ଦୀପ୍ତୀ, ମୁଖରେ କାନ୍ତି ଓ ବାହୁରେ ଶକ୍ତି । ଏହି ସମୟରେ ମନୁଷ୍ୟ ଅସମ୍ଭବକୁ ସମ୍ଭବ କରିପାରେ କିନ୍ତୁ ଏହା ଚିରଦିନ ରହିବ ନାହିଁ । ଏ ସଂସାରରେ ପରିବର୍ନ ହେଉଛି ଏକ ଚିରନ୍ତନ ସତ୍ୟ । କାଳର କରାଳ ମୁଖ ବ୍ୟାଦାନ ମଧ୍ୟରେ ଏ ଯୌବନ ଯେତେବେଳେ ଜୀର୍ଣ୍ଣଶୀର୍ଣ୍ଣ ହୋଇ ଜରାବସ୍ଥା ଆସିବ ସେତେବେଳର ଦୃଶ୍ୟ ଥରେ ଚିନ୍ତା କର । ·ଲିଯିବ ନୟନର ଜ୍ୟୋତି, ଚକ୍ଷୁ ହେବ କୋଟରାଗତ, ଶ୍ରୀହୀନ ହେବ ମୁଖମଣ୍ଡଳ, ଚଳତ୍ଶକ୍ତି ହୀନ ହେବ ହସ୍ତ ପଦ ଯୁଗଳ । ହେ ବତ୍ସ! ବେଳ ଥାଉଁ ଥାଉଁ ତୁ ସୁଧୁରି ଯା’ । ବର୍ମାନ ମଧ୍ୟ ସମୟ ଅଛି । ·ହିଁବୁ ଯଦି ନିଜକୁ ପରିବର୍ନ କରିପାରିବୁ । ଅନ୍ୟଥା ଏ ସମୟ ଥରେ ·ଲିଗଲେ ଆଉ କେବେ ଫେରିବ ନାହିଁ ।’’
ମହର୍ଷି ସତ୍ୟାନନ୍ଦଙ୍କ ଓଜସ୍ବୀନୀ ବାଣୀ ରାମ ସ୍ବରୂପର ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କଲା । ସେ ବ୍ୟାକୁଳ ଭାବରେ କହିଲା, ହେ ମହାତ୍ମା! ଆପଣ ସତ୍ୟ କହୁଛନ୍ତି । ଏଭଳି କଥା ମୁଁ କେବେ ଶୁଣି ନଥିଲି । ଆପଣଙ୍କ କଥା ମୋର ଆଖି ଖୋଲି ଦେଇଛି । ଦୟାକରି ମୋତେ ଅନୁମତି ଦିଅନ୍ତୁ, ପ୍ରତ୍ୟହ ଆସି ଆପଣଙ୍କ ସାନ୍ନିଧ୍ୟରେ କିଛି ସମୟ ଅତିବାହିତ କରିବି ।’’ ମହର୍ଷି ସହର୍ଷ ତା’ର ପ୍ରସ୍ତାବ ସ୍ବୀକାର କଲେ । ଏହାପରେ ରାମ ସ୍ବରୂପ ନିୟମିତ ମହର୍ଷିଙ୍କ ସତ୍ ସଙ୍ଗରେ ଯୋଗ ଦେଲା । କୌଣସି ପ୍ରଶ୍ନ ମନରେ ଆସିଲେ ସେ ବ୍ୟକ୍ତିଗତ ଭାବେ ତାଙ୍କୁ ପ·ରି ବୁଝି ନିଏ । ସାମୂହିକ ସତ୍ସଙ୍ଗର ସମାପ୍ତି ପରେ ମହର୍ଷି ରାମ ସ୍ବରୂପକୁ ଜ୍ଞାନର ଅନେକ ଗୁହ୍ୟ କଥା ବୁଝାନ୍ତି । ଦିନେ ରାମ ସ୍ବରୂପ ମହର୍ଷିଙ୍କୁ କହିଲେ, “ଗୁରୁଦେବ, ଇତି ମଧ୍ୟରେ ଆପଣ ମୋତେ ଆତ୍ମା, ପରମାତ୍ମା, ସୃଷ୍ଟିଚକ୍ର, ବେଦାଦି ଶାସ୍ତ୍ର ପୁରଣମାନଙ୍କ ମଧ୍ୟରେ ଅନ୍ତର୍ନିହିତ ରହସ୍ୟ, କର୍ମର ଗୁହ୍ୟ ଗତି ଆଦି ଅନେକ ଜ୍ଞାନ ବିଷୟକ କଥା କହି ସାରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଯୋଗ ବିଷୟରେ କିଛି କହି ନାହାନ୍ତି । ଯୋଗ କାହାକୁ କୁହାଯାଏ? ଏହାର ଉଦ୍ଧେଶ୍ୟ କ’ଣ? ଏହା କେତେ ପ୍ରକାର । କେଉଁ ଯୋଗ ଶ୍ରେଷ୍ଠ? ମୋଭଳି ଜଣେ ଗୃହସ୍ଥି ପାଇଁ କେଉଁ ଯୋଗ ସାଧନ ଯୋଗ୍ୟ? ଯୋଗ ସାଧନା ପାଇଁ ଘର ସଂସାର ତ୍ୟାଗ କରିବା ଉଚିତ କି? ହେ ମହାତ୍ମା, ଦୟାକରି ଯୋଗ ବିଷୟରେ ଯାହା ଜାଣିବା ଯୋଗ୍ୟ ସବୁ କଥା ମୋତେ ସବିସ୍ତାର କହନ୍ତୁ ।’’
ମହର୍ଷି ଏଭଳି ଏକ ଅବସରକୁ ଅପେକ୍ଷା କରିଥିଲେ । ବର୍ମାନ ଉପଯୁକ୍ତ ସମୟ ଭାବି ସେ କହିବାକୁ ଆରମ୍ଭ କଲେ । “ବତ୍ସ! ପାତଞ୍ଜଳିଙ୍କ ମତରେ “ଯୁଜ୍ ସାମାଧୌ’’ ଧାତୁରୁ ‘ଯୋଗ’ ଶବ୍ଦ ନିଷ୍ପନ୍ନ ହୋଇଛି । ସମସ୍ତ ପ୍ରକାର ସଂକଳ୍ପଗୁଡିକର ବେଗ ପ୍ରଶମିତ ହୋଇ ହୋଇ ମନ ଯେତେବେଳେ ଏକ ପରମାତ୍ମାଠାରେ ହିଁ ଯୁକ୍ତ ହୋଇଯାଏ ତାକୁ ଯୋଗର ସମାଧି ଅବସ୍ଥା ବୋଲି କୁହାଯାଏ । କିନ୍ତୁ ଗୀତାରେ ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା କଥିତ ରାଜଯୋଗ ମୋ ବି·ରରେ ସବୁଠାରୁ ସର୍ବୋମ । ଏହାର ଅଭ୍ୟାସ ବିଧି ଅତି ସରଳ । ଏହା ଅଭ୍ୟାସ କରିବା ପାଇଁ ଘର ଗୃହସ୍ଥ ତ୍ୟାଗ କରିବାକୁ ପଡେ ନାହିଁ କି କୌଣସି ପ୍ରକାର ଶାରୀରିକ ହଠ କ୍ରିୟା କରିବା ପଡେ ନାହିଁ । କାରଣ ଏହା ଏକ ମାନସିକ ପ୍ରକ୍ରିୟା ଅଟେ । ତେଣୁ ଯେ କୌଣସି ବ୍ୟକ୍ତି ସ୍ଥାନ, କାଳ, ନିର୍ବିଶେଷରେ ଏହି ଯୋଗାଭ୍ୟାସ କରିପାରୁଥିବାରୁ ଏହାକୁ ‘ସହଜ ରାଜଯୋଗ’ ବୋଲି ମଧ୍ୟ କୁହାଯାଏ । ଗୀତା କହେ, ପରମାତ୍ମାଙ୍କୁ ସହଜରେ ପାଇବାକୁ ହେଲେ ପ୍ରକୃତିରୁ ଜାତ ସମସ୍ତ ଭୌତିକ ପଦାର୍ଥ ସମୂହରୁ ମନକୁ ଅପସାରିତ କରି ଅନନ୍ୟ ଚି ହୋଇ ଏକ ପରମାମାôଙ୍କୁ ହିଁ ନିତ୍ୟ ନିରନ୍ତର ସ୍ମରଣ କରିବା ଉଚିତ । “ଅନନ୍ୟଚେତାଃ ସତତଂ ଯୋ ମାଂ ସ୍ମରତି ନିତ୍ୟଶଃ । ତସ୍ୟାହଂ ସୁଲଭ ପାର୍ଥ ନିତ୍ୟ ଯୁକ୍ତସ୍ୟ ଯୋଗିନଃ ।ା ଗୀ-୮/୧୪// ଗୀତାରେ ହଠଯୋଗ ଦ୍ୱାରା ବା ଅନ୍ୟ କୌଣସି କୃଚ୍ଛ୍ର ସାଧନା ଦ୍ୱାରା ଶରୀର ଉପରେ ଅତ୍ୟା·ର କରି ଆତ୍ମାକୁ ପୀଡା ଦେବାକୁ ନିନ୍ଦା କରାଯାଇଛି । ପରମାତ୍ମା କହନ୍ତି, ଅତ୍ୟନ୍ତ ଦାମ୍ଭିକତା, ଅହଂକାର ଓ ଦୁରାଗ୍ରହରେ ଗ୍ରସିତ ହୋଇ ଘୋର ତପ ବଳରେ ପ ଭୌତିକ ଶରୀରକୁ ଯିଏ କ୍ଷୀଣ କରେ ଓ ଅନ୍ତସ୍ଥ ଆତ୍ମାକୁ ପୀଡା ଦିଏ, ସେ ଆସୁରୀ ନିଷ୍ଠାଯୁକ୍ତ ଅଟେ । “ଅଶାସ୍ତ୍ର ବିହିତଂ ଘୋର ତପ୍ୟନ୍ତେ ଯେ ତପୋ ଜନାଃ । ଦମ୍ଭାହକାଂର ସଂଯୁକ୍ତାଃ କାମରାଗ ବଳାନ୍ୱିତାଃ । କର୍ଶୟନ୍ତଃ ଶରୀରସ୍ଥଂ ଭୂତ ଗ୍ରାମଚତେସଃ । ମାଂ ଚୈବାନ୍ତଃ ଶରୀରସ୍ଥଂ ତାନ୍ ବିଦ୍ଧ୍ୟା ସୁରନିଶ୍ଚୟାନ୍ ।//ଗୀ-୧୭/୫-୬ ।ା ମନୋବିକାର ସମୂହକୁ ସମୂଳେ ଧ୍ୱଂସ କରି ତମୋଗୁଣୀ ଆତ୍ମାକୁ ସଂପୂର୍ଣ୍ଣ ସ୍ୱ ପ୍ରଧାନ ଆତ୍ମାରେ ପରିବର୍ିତ କରିବାହିଁ ଯୋଗର ଉଦ୍ଧେଶ୍ୟ । ଆତ୍ମ ଶୁଦ୍ଧି ବା ଅନ୍ତଃକରଣ ଶୁଦ୍ଧି ହିଁ ଯୋଗର ମୁଖ୍ୟ ଉଦ୍ଧେଶ୍ୟ ଅଟେ । ଯୁଞ୍ଜ୍ୟାଦ୍ଯୋଗ ଆତ୍ମ ବିଶୁଦ୍ଧୟେ । ।ାଗୀ-୬/୧୨ ।ା ତେଣୁ ପରମାତ୍ମା ସତର୍କ କରାଇ କହନ୍ତି ଅର୍ହନିଶ ସଦା ସର୍ବଦା ମୋ ସହିତ ଯୋଗଯୁକ୍ତ ହୋଇ ରୁହ । ତସ୍ମାତ୍ ସର୍ବେଷୁ କାଳେଷୁ ଯୋଗଯୁକ୍ତ ଭବାର୍ଜୁନ ।ାଗୀ-୮/୨୭ ।ା ଏହିପରି ଯେଉଁମାନେ ମନୋବିଶେଷ ପୂର୍ବକ ନିତ୍ୟ ନିରନ୍ତର ତାଙ୍କ ସ୍ମୃତିରେ ତଲ୍ଲୀନ ରହି ଶ୍ରଦ୍ଧା ପୂର୍ବକ ତାଙ୍କ ନିର୍ଦ୍ଧେଶିତ କର୍ମରେ ନିଜକୁ ନିଯୁକ୍ତ କରି ଜୀବନ ଅତିବାହିତ କରନ୍ତି, ସେମାନଙ୍କୁ ହିଁ ଶ୍ରେଷ୍ଠ ଯୋଗୀ ବୋଲି ପରମାତ୍ମା ଗୀତାରେ ନିଜର ମତ ବ୍ୟକ୍ତ କରିଛନ୍ତି । “ମୟାବେଶ୍ୟ ମନୋ ଯେ ମାଂ ନିତ୍ୟଯୁକ୍ତା ଉପାସତେ । ଶ୍ରଦ୍ଧୟା ପରୟୋପେତାସ୍ତେ ମେ ଯୁକ୍ତତମା ମତାଃ ।ାଗୀ-୧୨/୨ାା
“ହେ ବତ୍ସ! ବିଶେଷ ଯୋଗାଭ୍ୟାସ ପାଇଁ ଏକ ପବିତ୍ର ସ୍ଥାନରେ ଅତି ଉଚ୍ଚ ବା ଅତି ନୀଚ ହୋଇ ନଥିବା ଉଦ୍ଧିଷ୍ଟ ଆସନରେ ଅତ୍ୟନ୍ତ ଧୀର ସ୍ଥିର ହୋଇ ଉପବେଶନ କରି ଚି ଓ ଇନ୍ଦ୍ରିୟଗଣଙ୍କର କ୍ରିୟାକୁ ଆୟରେ ରଖି ପରମାତ୍ମାଙ୍କ ସ୍ମୃତିରେ ମନକୁ ଏକାଗ୍ର କରିବା ଉଚିତ । ଏହାଦ୍ୱାରା ଅନ୍ତଃକରଣ ଶୁଦ୍ଧ ହୁଏ । ଯୋଗରେ ବସିବା ବେଳେ ଏକଥା ଧ୍ୟାନ ଦେବା ଉଚିତ ଯେପରି କାୟା (ଅାଠାରୁ ଗଳା ପଯ୍ୟନ୍ତ) ଶିର ଓ ଗ୍ରୀବା ଅଚଳ ଓ ସିଧା ରହେ, ଦୃଷ୍ଟି ନିମିଳିତ (ବନ୍ଦ) ଓ ଏପଟ ସେପଟ ନ ହୁଏ ତଥା ବୁଦ୍ଧି ପରମାତ୍ମା ସ୍ମୃତିରେ ଏକାଗ୍ର ରହେ । ଏକଥା ଗୀତାର ୬ଷ୍ଠ ଅଧ୍ୟାୟ ଏକାଦଶରୁ ତ୍ରୟୋଦଶ ଶ୍ଲୋକ ପର୍ଯ୍ୟନ୍ତ କୁହାଯାଇଛି । ଯଥା:- “ଶୁଚୌଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନମାତ୍ମନଃ, ନାତୁ୍ୟଚ୍ଛି୍ରତଂ ନାତିନୀଚଂ ଚୈଳାଜିନକୁଶୋରମ । ତତ୍ରୈକାଗ୍ରଂ ମନଃ କୃତ୍ୱା ଯତ ଚିେନ୍ଦି୍ରୟକ୍ରିୟଃ । ଉପବିଶ୍ୟାସନେ ଯୁଞ୍ଜ୍ୟାଦ୍ଯୋଗମାତ୍ମ ବିଶୁଦ୍ଧୟେ । ସମଂକାୟ ଶିରୋଗ୍ରୀବାଂ ଧାରୟନ୍ନଚଳଂ ସ୍ଥିରଂ । ସମ୍ପ୍ରେଷ୍ୟ ନାସିକାଗ୍ରଂ ସ୍ବଂ ଦିଶଶ୍ଚାନବଲୋକୟନ ।ା ଗୀ ୬/୧୧-୧୩ ।ା
“ହେ ବତ୍ସ! ଆତ୍ମିକ ସ୍ଥିତିରେ ସ୍ଥିତ ନ ହେବା ପର୍ଯ୍ୟନ୍ତ ପରମାତ୍ମାଙ୍କ ସହିତ ମନୋମିଳନ (ଯୋଗ) ସମ୍ଭବ ନୁହେଁ । ଏଥିପାଇଁ ତୋତେ ପ୍ରଥମେ ଆତ୍ମା ଓ ତାପରେ ପରମାତ୍ମା ବିଷୟକ ଜ୍ଞାନ ସ୍ପଷ୍ଟ ବୁଝାଇଥିଲି । ଯୋଗାରୂଢ଼ ହେବା ପାଇଁ ପ୍ରଥମେ ନିଜକୁ ଦେହଠାରୁ ପୃଥକ ଚୈତନ୍ୟ ସ୍ବରୂପ ଆତ୍ମା ଓ ପରମାତ୍ମାଙ୍କ ସନ୍ତାନ ବୋଲି ନିଶ୍ଚୟ କରିବାକୁ ପଡିବ । ଆମର ବ୍ୟବହାରିକ ଜୀବନର ଗତିବିଧି ମଧ୍ୟ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଏ । ତେଣୁ ଇନ୍ଦ୍ରିୟ ଭୋଗରୁ ମନକୁ ନିରସ୍ତ କରାଇ ଅନାସକ୍ତ ଭାବରେ କର୍ମ କରିବାକୁ ପଡ଼ିବ ।
“ହେ ବତ୍ସ! ରାଜଯୋଗ ପାଇଁ ଇନ୍ଦ୍ରିୟ ନିଗ୍ରହ, ବ୍ରହ୍ମଚର୍ଯ୍ୟ, ଶୁଦ୍ଧ ସା୍ୱିକ ଆହାର ଓ ଦିବ୍ୟ ଗୁଣର ଧାରଣା ଅତ୍ୟନ୍ତ ଆବଶ୍ୟକ। ଅନ୍ୟଥା ଈଶ୍ୱରୀୟ ସ୍ମୃତିରେ ବୁଦ୍ଧି ସ୍ଥିର ରହିପାରେ ନାହିଁ । ଯେଉଁ ଯୋଗୀ ନିଜର ଇନ୍ଦ୍ରିୟ ସମୂହକୁ ବିଷୟ ବିକାରରୁ ଅପସାରଣ କରି ନିଜ ବଶରେ ରଖି ପାରିଛି ତା’ର ବୁଦ୍ଧି ହିଁ ଯୋଗାଭ୍ୟାସ ବେଳେ ସ୍ଥିର ରହେ ।ାଗୀ-୨/୬୮ାା
ଯୋଗ ବିଷୟକ ଏପରି ଗୂଢ଼ କଥା କହି ସାରିବା ପରେ ମହର୍ଷି ସତ୍ୟାନନ୍ଦ କିଛି କ୍ଷଣ ଚୁପ୍ ହୋଇ ରାମସ୍ବରୂପର ମୁହଁକୁ ଏକାଗ୍ର ଭାବରେ ନିରୀକ୍ଷଣ କଲେ । ସେ ଅନୁଭବ କଲେ ଯେ ତା’ ମନରେ କୌଣସି ଏକ କଥାକୁ ନେଇ ଜିଜ୍ଞାସା ଉପôନ୍ନ ହୋଇଛି । ତେଣୁ ସେ କହିଲେ, “ବତ୍ସ! ମୋତେ ଲାଗୁଛି, ତୁମେ କିଛି ପ·ରିବାକୁ ·ହଁ ।’’ ରାମସ୍ବରୂପ କହିଲା, “ହଁ, ଗୁରୁଦେବ! ଆପଣଙ୍କ କଥା ଶୁଣି ମୋର ମନେ ହେଉଛି ଯେ ଶରୀର ଓ ସଂସାର ପ୍ରତି ସମ୍ପୂର୍ଣ୍ଣ ମୋହ ତ୍ୟାଗ ନ କରିବା ପର୍ଯ୍ୟନ୍ତ ଯୋଗଯୁକ୍ତ ହେବା ସମ୍ଭବ ନୁହେଁ ।’’ ମହର୍ଷି କହିଲେ, “ତୁ ଠିକ କହିଛୁ । ମୋକ୍ଷର ଅର୍ଥ କ’ଣ ଜାଣୁ? ମୋହ କ୍ଷୟ ହିଁ ତ ମୋକ୍ଷ ଅଟେ ।’’ “କିନ୍ତୁ ଗୁରୁଦେବ,’’ ରାମସ୍ବରୂପ ପୁଣି ପ୍ରଶ୍ନ କଲା,- “ଏହି ମୋହ କିପରି ଛାଡିବି? ମୋତେ ଜନ୍ମ ଦେଇଥିବା ଓ ସ୍ନେହରେ ଲାଳନ ପାଳନ କରିଥିବା ମୋର ପିତା-ମାତା, ସମସ୍ତ ପାପ କର୍ମ ଜାଣି ସୁଦ୍ଧା ମୋତେ ସ୍ନେହ କରୁଥିବା ମୋର ପ୍ରାଣ ପ୍ରିୟା ପନôୀ ଏମାନେ ତ ସତ୍ୟ । ସେମାନଙ୍କୁ କିପରି ଭୁଲି ହେବ? ମୋତେ ସାମାନ୍ୟ କଷ୍ଟ ହେଲେ ମୋର ପିତା ମାତା ବ୍ୟସ୍ତ ହୋଇପଡନ୍ତି । ମୋ ପାଇଁ ସେ ନିଜ ପ୍ରାଣକୁ ମଧ୍ୟ ଦେବାକୁ ପଛାଇବେ ନାହିଁ । ମୋ ମା’ ଯଦି ମୋତେ ମୁହୂେର୍ ମଧ୍ୟ ନ ଦେଖେ ତାକୁ ସଂସାର ଅନ୍ଧକାର ଦେଖାଯାଏ । ମୋର ପନôୀ ତ ମୋତେ ପରମେଶ୍ୱର ରୂପରେ ପୂଜା କରେ । ଏଭଳି ନିବିଡ ସ୍ନେହ ଓ ପ୍ରେମର ସମ୍ପର୍କକୁ କିପରି ତ୍ୟାଗ କରି ହେବ?’’
ମହର୍ଷି ସତ୍ୟାନନ୍ଦ ରାମସ୍ବରୂପର ମାନସିକ ଅବସ୍ଥା ବୁଝି ପାରିଲେ । ସମର ପ୍ରାଙ୍ଗଣରେ ଠିକ ଏହିପରି ଅର୍ଜୁନଙ୍କର ମଧ୍ୟ ମୋହଭାବ ଉପôନ୍ନ ହୋଇଥିଲା । ଜ୍ଞାନ ଶ୍ରବଣ ଦ୍ୱାରା ମୋହ ଯାଏ ନାହିଁ । ନଠିକିବା ପର୍ଯ୍ୟନ୍ତ ମଣିଷ ଶିଖେ ନାହିଁ । ମହର୍ଷି ଗମ୍ଭୀର ଭାବରେ କହିଲେ, “ପୁତ୍ର; ତୁ ଭ୍ରମରେ ପଡିଛୁ । ଏ ସଂସାରରେ କିଏ କାହାର ନୁହେଁ । ଏକମାତ୍ର ପରମାତ୍ମାଙ୍କୁ ବାଦ୍ ଦେଲେ ସମସ୍ତେ ସ୍ବାର୍ଥୀ ଓ ସୁଖର ସାଥୀ । କିଏ କାହା ପାଇଁ ଜୀବନ ଦିଏ ନାହିଁ । ଯେ ପର୍ଯ୍ୟନ୍ତ ତୋ ପାଖରେ ଶକ୍ତି, ସାମର୍ଥ୍ୟ ଓ ସମ୍ପି ଅଛି ସେ ପର୍ଯ୍ୟନ୍ତ ସମସ୍ତେ ତୋତେ ସ୍ନେହ କରିବେ । ଶରୀରରେ ପ୍ରାଣ ଥିବା ଯାଏଁ ସମସ୍ତେ “ମୋର-ମୋର’’ କହିବେ । ଶରୀରରୁ ପ୍ରାଣ ·ଲିଗଲେ ତାକୁ ଅସ୍ପୃଶ୍ୟ ଶବ ମନେ କରି ପୋଡି ଦେବେ । ଏ ବିଷୟରେ ସାକ୍ଷାତ ପ୍ରମାଣ ପାଇଁ ତୋତେ ଗୋଟିଏ ଅଭିନୟ କରିବାକୁ ପଡିବ । ଆଜି ତୁ ଘରକୁ ଗଲେ ମା’କୁ କହିବୁ, ମୋର ଦେହ ଭଲ ନାହିଁ । ଅସୁସ୍ଥତାର ଭାବ ପ୍ରକଟ କରି ନିଜ ପଲଙ୍କରେ ଗଡି ପଡିବୁ । ତାଙ୍କୁ କହିବୁ, ଯଦି ମୁଁ ମରିଯାଏ ତେବେ ଦାହ ସଂସ୍କାର ପାଇଁ ଶବ ଉଠାଇବା ପୂର୍ବରୁ ମୋର ଗୁରୁଦେବଙ୍କୁ ଅବଶ୍ୟ ଡାକିବୁ । ସେ ମୋତେ ଦେଖି ସାରିଲା ପରେ ମୋର ଶବକୁ ଶ୍ମଶାନକୁ ନେବ । ଏପରି କହି ଶିଖିଥିବା ପ୍ରାଣାୟାମ କ୍ରିୟା ଦ୍ୱାରା ଶ୍ୱାସ ରୁଦ୍ଧ କରି ଶବବତ୍ ପଡି ରହିବୁ । ତା’ପରେ ଯାହା ହେବ ତୁ ସ୍ବୟଂ ଜାଣିବୁ ଓ ମୋ କଥାର ସତ୍ୟତା ବୁଝିପାରିବୁ ।’’
ମହର୍ଷିଙ୍କ କଥା ଶୁଣି ରାମ ସ୍ବରୂପ ଘରକୁ ଗଲା ଓ ତାଙ୍କ କହିବା ଅନୁସାରେ ଅଭିନୟ କଲା । ପ୍ରାଣାୟାମ ଦ୍ୱାରା ପ୍ରାଣକୁ ଉଦ୍ଧ୍ୱର୍ାଭିମୁଖୀ କରି ଶ୍ୱାସକ୍ରିୟାକୁ ରୁଦ୍ଧ କରି ଦେଲା । ଏହାଦ୍ୱାରା ତା’ର ଶରୀର ତାପମାତ୍ରା ହ୍ରାସ ହୋଇ ଥଣ୍ଡା ହୋଇଗଲା । କିଛି ସମୟ ପରେ ତା’ର ପନôୀ ସୁକନ୍ୟା ସ୍ବାମୀଙ୍କ ଅସମୟ ବିଶ୍ରାମର କାରଣ ବୁଝିବାକୁ ଆସିଲା । ରାମ ସ୍ବରୂପର ଏପରି ଅବସ୍ଥା ଅବଲୋକନ କରି ସେ ଶଂକିତ ହୋଇପଡିଲା । ତାକୁ ସେ ସ୍ପର୍ଶ କରି ଦେଖିଲା । ସମଗ୍ର ଶରୀର ଥଣ୍ଡା ଲାଗୁଛି । ଡାକିବାରୁ କୌଣସି ପ୍ରତୁ୍ୟର ମିଳିଲା ନାହିଁ । ନାଡି ଦେଖିଲା । ନାଡିର ଗତି ସ୍ଥିର । ହୃଦୟ ସ୍ପନ୍ଦନହୀନ । ସେ ଚିକ୍ରାର କରି ଉଠିଲା, “ମା.....ମା..... ଦୌଡ଼ି ଆସ..... ଦେଖ ତ ୟାଙ୍କୁ କ’ଣ ହୋଇଛି.....?’’ ପୁତ୍ରବଧୂର କ୍ରନ୍ଦନରୋଳ ଶୁଣି ଯମୁନା ଦେବୀ ତୁରନ୍ତ ଉପସ୍ଥିତ ହେଲେ । ପୂର୍ବରୁ ସେ ପୁତ୍ରଠାରୁ ତା’ର ଅସୁସ୍ଥତାର ସୂଚନା ପାଇଥିଲେ । କର୍ମ ବ୍ୟସ୍ତତା ମଧ୍ୟରେ ସେ ଏକଥା ଭୁଲି ଯାଇଥିଲେ । ପୁତ୍ରର ଏ ଅବସ୍ଥା ଦେଖି ସେ ମଧ୍ୟ ବିଳପି ଉଠିଲେ । ଉଭୟଙ୍କ କ୍ରନ୍ଦନ ରୋଳରେ ସମଗ୍ର ଗୃହ ପ୍ରକମ୍ପିତ ହୋଇଉଠିଲା । ଖବର ପାଇ ଗୃହ ସଂଲଗ୍ନ ଦୋକାନ ଘରୁ ପିତା ବିଷ୍ଣୁଦ ଦୌଡ଼ି ଆସିଲେ । ଡାକ୍ତରଙ୍କୁ ତୁରନ୍ତ ଡକା ହେଲା । ଡାକ୍ତର ପରୀକ୍ଷା ନିରୀକ୍ଷା କରି ମୃତ ଘୋଷଣା କଲେ । ସମସ୍ତ ବାତାବରଣ ହାହାକାର ହୋଇ ଉଠିଲା । ପାଖ ପଡ଼ୋଶୀର ସମସ୍ତ ଆତ୍ମୀୟ ସ୍ବଜନ ଏକତ୍ରିତ ହେବାକୁ ଲାଗିଲେ । ସମସ୍ତଙ୍କ ମୁହଁରୁ ଗୋଟିଏ କଥା, “ଆହା! ପିଲାଟି ସୁଧୁରି ଯାଇଥିଲା । ମହର୍ଷିଙ୍କ ପ୍ରଭାବରେ ତା’ର ଜୀବନ ଦିବ୍ୟ ହୋଇପଡିଥିଲା । ତା’ର କଥା ବାର୍ାରେ ସତେ ଯେମିତି ଅମୃତ ଝରି ପଡୁଥିଲା । ବିପଦ ବେଳେ ସେ ସମସ୍ତଙ୍କୁ ସହାୟତା କରୁଥିଲା । ବିଧାତା ସହିଲା ନାହିଁ ।’’ ସମସ୍ତେ ବିଧାତାକୁ ନିନ୍ଦିବାକୁ ଲାଗିଲେ । ଏହା ସାଧାରଣ ମଣିଷର ସ୍ବଭାବିକ ଚରିତ୍ର । ଜୀବନର ସବୁତକ ଭଲ କଥାକୁ ମଣିଷ ନିଜର ବାହାଦୁରୀ ବୋଲି ଭାବେ । ଯାହା ଖରାପ ବା ଅନିଷ୍ଟ ହେଲା ତାହା ବିଧାତାର ଦୋଷ ।
ଏମିତି କିଛି ସମୟ କନ୍ଦାକଟାରେ ଅତିକ୍ରାନ୍ତ ହୋଇଗଲା । କେତେବେଳ ପର୍ଯ୍ୟନ୍ତ ଆଉ ଘରେ ଶବ ପଡି ରହିବ? ଶବ ପଡିଥିଲେ ସାହି ପଡିଶାରେ କେହି ଭୋଜନ କରନ୍ତି ନାହିଁ । ବର୍ମାନ ମଧ୍ୟାହ୍ନ ଭୋଜନ ସମୟ । ପଡିଶା ଲୋକେ କହିଲେ ଶୀଘ୍ର ଶବ ଉଠାଅ । ବେଶୀ ଡେରି ହେଲେ ଶବର ଦୁର୍ଗନ୍ଧ ବାହାରିବ । ଶବକୁ ବିଧି ପୂର୍ବକ ସ୍ନାନ ମାଜଣା କରାଗଲା । ତା’ ଉପରେ ଏକ ଧବଳ ବସ୍ତ୍ର ଘୋଡାଇ ଦିଆଗଲା । ଶବ ବୋହିବା ପାଇଁ ବାଉଁଶର କୋକେଇ ପ୍ରସ୍ତୁତ କରାଗଲା । ସେଥିରେ ରାମ ସ୍ବରୂପର ମୃତବତ୍ ଶରୀରକୁ ଶୁଆଇ ଦିଆଗଲା । ଆତ୍ମୀୟ ସ୍ବଜନମାନଙ୍କ ମଧ୍ୟରୁ ·ରିଜଣ ବାହାରି ପଡି କୋକେଇ ଉଠାଇବାକୁ ପ୍ରସ୍ତୁତ ହୁଅନ୍ତେ ମା’ ଯମୁନା ଦେବୀ କାନ୍ଦି କାନ୍ଦି କହିଲେ, “ଆରେ, ରୁହ । ଶ୍ମଶାନକୁ ନେବା ପୂର୍ବରୁ ତା’ର ଗୁରୁଦେବଙ୍କୁ ଡାକିବା ପାଇଁ ମୋ ପୁଅ ଅନ୍ତିମ ଇଚ୍ଛା କହିଥିଲା । ଯାଅ; କେହି ଯାଅ; କେହି ଯାଇ ତାଙ୍କୁ ଶୀଘ୍ର ଡାକି ଆଣ । ସେ ଆସି ଥରେ ଦେଖନ୍ତୁ । ତା’ପରେ ଯାଇ କୋକେଇ ଉଠିବ ।’’ ଏହା ଶୁଣି କିଛି ଲୋକ ମହର୍ଷିଙ୍କୁ ଡାକିବା ପାଇଁ ଦୌଡିଲେ । ସେମାନେ ସବୁକଥା ତାଙ୍କୁ କହିଲେ । ମହର୍ଷି ଆଗରୁ ତ ଏସବୁ ଯୋଜନା କରିଥିଲେ । କିନ୍ତୁ ସେ ନିଜ ଭାବକୁ ଅଏକ ପୁଡିଆ ସାଙ୍ଗରେ ନେଇ ଆସିଥିଲେ ।
ବିଷ୍ଣୁଦଙ୍କ ଘରେ ଓ ବାହାରେ ଲୋକାରଣ୍ୟ । ମହର୍ଷି ତାଙ୍କ ଘରେ ପହôଲା ମାତ୍ରକେ କ୍ରମଶଃ କ୍ଷୀଣ ପଡିଥିବା କ୍ରନ୍ଦନର ରୋଳ ବୃଦ୍ଧି ପାଇବାକୁ ଲାଗିଲା । ସେ ସମସ୍ତଙ୍କୁ ସାନ୍ତ୍ୱନା ଦେଇ କିଛି ସମୟ ପର୍ଯ୍ୟନ୍ତ ନୀରବତା ରକ୍ଷା କରିବାକୁ ଅନୁରୋଧ କଲେ । ସେ ରାମସ୍ବରୂପର ଶରୀରରେ ଆବୃ ଶ୍ୱେତ ବସ୍ତ୍ରଟିକୁ ଅନାବୃ କଲେ । ତା’ର ଦେହକୁ ସ୍ପର୍ଶ କଲେ । କିଛି ସମୟ ଧ୍ୟାନସ୍ଥ ହେବାର ଅଭିନୟ କରି ଗୁରୁ ଗମ୍ଭୀର ସ୍ବରରେ କହିଲେ; “ମୋର ପ୍ରିୟ ଶିଷ୍ୟ ଆଉ ନାହିଁ । କିନ୍ତୁ ତା’ର ଆତ୍ମା ଏ ସ୍ଥାନ ଏ ପର୍ଯ୍ୟନ୍ତ ତ୍ୟାଗ କରିନାହିଁ । ତେଣୁ ତା’ର ପୁନର୍ଜୀବିତ ହେବାର ଏକ କ୍ଷୀଣ ଆଶା ମୋତେ ଦେଖାଯାଉଛି । ମୋର ବିଦ୍ୟା ବଳରେ ମୁଁ ଏହି ଚମତ୍କାର କରିପାରିବି । କିନ୍ତୁ ଏଥିପାଇଁ ୟା’ର ପ୍ରତିବଦଳରେ କେହି ଜଣେ ନିଜ ପ୍ରାଣ ତ୍ୟାଗ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ । ମୋ ପାଖରେ ଏକ ବିଷ ପୁଡିଆ ଅଛି । ଏହା କ୍ଷୀରରେ ମିଶାଇ ଯିଏ ପାନ କରିବ ସେ ତୁରନ୍ତ ମୃତୁ୍ୟବରଣ କରିବ ଓ ରାମସ୍ବରୂପ ପୁନର୍ଜୀବିତ ହୋଇ ଉଠିବ ।’’ ମହର୍ଷିଙ୍କ ଏହି ଅଦ୍ଭୁତ ପ୍ରସ୍ତାବରେ ସମସ୍ତେ ନିର୍ବାକ ହୋଇ ପଡିଲେ । ଚତୁର୍ଦ୍ଧିଗ ନିସ୍ତବ୍ଧ ହୋଇଗଲା ।
ମହର୍ଷି କିଛି କ୍ଷଣ ଅପେକ୍ଷା କଲା ପରେ ଯମୁନା ଦେବୀଙ୍କୁ ସମ୍ବୋଧନ କରି କହିଲେ, “ହେ ଦେବୀ! ତୁମେ ହେଉଛି ଏହାର ଜନ୍ମଦାତ୍ରୀ ଜନନୀ । ଦଶମାସ ଗର୍ଭ କଷ୍ଟ ସହି ଏହାକୁ ଜନ୍ମ ଦେଇଥିଲ । କେତେ କଷ୍ଟରେ ଏହାର ଲାଳନ ପାଳନ କରିଥିଲେ । ଆଜି ତୁମ ପ୍ରିୟ ପୁତ୍ର ମୃତୁ୍ୟ ଶଯ୍ୟାରେ । ତୁମେ ·ହିଁଲେ ସେ ତା’ର ଜୀବନ ଫେରି ପାଇବ । କିଛି କ୍ଷଣ ପୂର୍ବେ ତୁମେ କାନ୍ଦି କାନ୍ଦି କହୁଥିଲ, ହେ ବିଧାତା! ମୋ ଜୀବନ ନେଇ ଯା, ମୋ ପୁଅକୁ ବାଇ ଦେ । ଧନ୍ୟ ତୁମେ ମାତା! ନିଅ ଏ ବିଷ ପୁଡିଆ, କ୍ଷୀରରେ ମିଶାଇ ପିଇ ଦିଅ । ତୁମର ମୃତୁ୍ୟ ହେବା କ୍ଷଣି ତୁରନ୍ତ ମୋର ଶିଷ୍ୟ ବô ଉଠିବ ।’’ ଯମୁନା ଦେବୀଙ୍କର ହାବଭାବରୁ ଜଣା ପଡିଲା ସେ ଏକ ଧର୍ମ ସଂକଟରେ ପଡିଯାଇଛନ୍ତି । କହିବା ଓ କରିବା ମଧ୍ୟରେ ପାର୍ଥକ୍ୟ ଖୁବ ଥାଏ । ସେ ମୁଣ୍ଡ ନୁଆଇଁ ଅତି ସନ୍ତର୍ପଣରେ କହିଲେ, “ମହାରାଜା! ମୃତୁ୍ୟ ପାଇଁ ମୋର ଭୟ ନାହିଁ । ଏଇ ମୋର ଏକଇର ବଳା । ତା’ ପାଇଁ ମୁଁ ଜୀବନ ଦେବାକୁ ପ୍ରସ୍ତୁତ । କିନ୍ତୁ ପ୍ରଥମେ ମୋର ଜାତକ ଦେଖି କହନ୍ତୁ ମୋ ଭାଗ୍ୟରେ ଦ୍ୱିତୀୟ ପୁତ୍ରର ଯୋଗ ଅଛି କି ନାହିଁ । ଯଦି ମୋର ଆଉ ଏକ ପୁତ୍ର ସନ୍ତାନ ହେବାର ସମ୍ଭାବନା ଥିବ ତେବେ ମୁଁ ଏ ମୃତକ ପାଇଁ କାହିଁକି ମୋ ପ୍ରାଣ ବଳି ଦେବି? ମୋର ବୟସ ବା କେତେ ହୋଇଛି... ।’’
ବର୍ମାନ ମହର୍ଷି ବିଷ୍ଣୁଦଙ୍କୁ ·ହିଁ କହିଲେ, “ହେ ବତ୍ସ, ତୁମେ ପୁତ୍ର ବିୟୋଗରେ ମ୍ରିୟମାଣ ହୋଇପଡିଛ । ମୁଁ ଶୁଣିଛି ପୁଅ ପାଇଁ ତୁମେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପ୍ରସ୍ତୁତ ଥିଲ । ରାମ ସ୍ବରୂପ ଜୀବିତ ଥିଲା ବେଳେ ଏକଥା ସ୍ବୟଂ କହୁଥିଲ । ନିଅ ଏ ବିଷ ପୁଡିଆ, ପ୍ରିୟ ପୁତ୍ରର ପୁନର୍ଜୀବନ ପାଇଁ ଏହି ହଳାହଳ ପାନ କରି ପୁତ୍ର ପ୍ରେମର ଏକ ଆଦର୍ଶ ପ୍ରସ୍ତୁତ କର ।’’ ମହର୍ଷିଙ୍କ କଥା ଶୁଣି ବିଷ୍ଣୁଦ ଛେପ ଢ଼ୋକିଲେ । ସେ କହିଲେ, “ପୁଅ ପାଇଁ ଏ ଜୀବନ ଦେବା ମୋର ଆପି ନାହିଁ, କିନ୍ତୁ ମୋର ବ୍ୟବସାୟର ଅତ୍ୟନ୍ତ ପ୍ରସାରଣ ଘଟିଛି । ମୋ ପରେ ଏହାକୁ ସମ୍ଭାଳିବା ପାଇଁ ଆଉ କେହି ନାହିଁ । ତେଣୁ ବର୍ମାନ ମୁଁ ମରିବାକୁ ·ହୁଁ ନାହିଁ ।’’ ବିଷ୍ଣୁଦଙ୍କ ଏପରି ରୋକ୍ଠୋକ କଥା ଶୁଣି ଶେଷରେ ମହର୍ଷି କୋକେଇ ପାଖରେ ବସି କ୍ରନ୍ଦନରତା ରାମସ୍ବରୂପର ପନôୀ ସୁକନ୍ୟାକୁ କହିଲେ, “ହେ ପୁତ୍ରୀ; ତୋର ଶାଶୁ ଶ୍ୱଶୁର ତ ନିଜ ନିଜ ବ୍ୟକ୍ତିଗତ କାରଣରୁ ଏ ବିଷପାନ କରିବେ ନାହିଁ ବୋଲି କହିଲେ ।  ତୁମେ ତ ମୋର ଏ ପ୍ରିୟ ଶିଷ୍ୟର ଅର୍ଦ୍ଧାଙ୍ଗିନୀ । ତୁମେ ସତୀ, ସାଧ୍ୱୀ । ପତିର ମୃତୁ୍ୟରେ ପନôୀ ସତୀ ହେବାର ଅନେକ ଘଟଣା ଇତିହାସରେ ଲିପିବଦ୍ଧ । ନିଅ ସତୀ, ତୁମ ସତୀତ୍ୱର ପରାକାଷ୍ଠା ପ୍ରଦର୍ଶନ କରି ଏ ହଳାହଳ ବିଷ ପାନ କର । ତୁମେ ଏ ବୈଧବ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇବ ।’’ ସୁକନ୍ୟାଙ୍କ ଚକ୍ଷୁରୁ ଅବିରାମ ଅଶ୍ରୁ ବୋହି ·ଲିଥିଲା । ମହର୍ଷିଙ୍କ କଥାରେ ହଠାତ ଏହା ବନ୍ଦ ହୋଇଗଲା । ସେ ଲୁହ ପୋଛି ଲଜ୍ଜିତ ଭାବରେ କହିଲେ, “ହେ ଗୁରୁଦେବ! ମୁଁ ଏ ବିଷ ପିଇବାକୁ ପ୍ରସ୍ତୁତ ଅଛି । କିନ୍ତୁ ମୁଁ ଏକ ଧର୍ମ ସଂକଟରେ ପଡୁଛି । ମୋ ଗର୍ଭରେ ଏ ମୃତକର ସନ୍ତକ ଅଛି । ମୋ ସହିତ ଗର୍ଭସ୍ଥ ସେହି ନିରୀହ ଶିଶୁଟି ମଧ୍ୟ ମରିବ । ଏଥିପାଇଁ ମୁଁ ନିର୍ଣ୍ଣୟ କରିପାରିନାହିଁ । ତଥାପି ଯଦି ଆପଣ ଉଚିତ ମନେ କରୁଛନ୍ତି, ତେବେ ଦିଅନ୍ତୁ ମୁଁ ଏହା ପାନ କରିବି ।’’ ମହର୍ଷି କହିଲେ, “ନା ଦେବୀ ଏହା କରିବା ତୁମର ଉଚିତ ହେବ ନାହିଁ ।  କେହି ଯଦି ମରିବାକୁ ·ହୁଁ ନାହଁ ତେବେ ଇଏ ବôବ କିପରି? ଆଛା! ଗୋଟିଏ ପାତ୍ରରେ କିଛି କ୍ଷୀର ଆଣ । ସେଥିରେ ମୁଁ ଏ ବିଷ ପୁଡିଆଟି ମିଶାଏଁ । ଉପସ୍ଥିତ ଏତେ ଲୋକଙ୍କ ମଧ୍ୟରୁ କେହି ଜଣେ ତ ହେଲେ ପିଇବାକୁ ବାହାରିବ ।’’ ମହର୍ଷିଙ୍କ ଏକଥା ଶୁଣି ସେଠାରେ ରୁଣ୍ଡ ହୋଇଥିବା ଆତ୍ମୀୟ ସ୍ବଜନ ଧୀରେ ଧୀରେ ମୁହଁ ଲୁ·ଇ ·ଲିଗଲେ । ଜନଗହଳି ବହୁତ ମାତ୍ରାରେ କମିଗଲା । ପୁଡିଆରେ ଥିବା ଗୁଣ୍ଡକୁ କ୍ଷୀରରେ ମିଶାଇ ସାରିଲା ପରେ ମହର୍ଷି କହିଲେ, “ମୁଁ ଦେଖୁଛି କେହି ଏହା ପିଇବାକୁ ପ୍ରସ୍ତୁତ ନୁହନ୍ତି । ମୁଁ ଜଣେ ସନ୍ୟାସୀ; ମୋର ବା କିଏ ଅଛି । ମୋର ପ୍ରିୟ ଶିଷ୍ୟର ଜୀବନ ବାଇବାକୁ ମୋତେ ହିଁ ଏହା ପିଇବାକୁ ପଡିବ ।’’ ଯେଉଁ କିଛି ଆତ୍ମୀୟ ଲୋକ ସେଠାରେ ସେ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ ସମସ୍ତେ ଏକ ସ୍ବରରେ କହିଲେ, “ସାଧୁ! ସାଧୁ! ଆପଣ ଠିକ୍ କଥା କହିଛନ୍ତି ମୁନିବର । ସଂସାରର କଲ୍ୟାଣ ପାଇଁ ଆପଣ ବୈରାଗ୍ୟ ବୃି ଗ୍ରହଣ କରିଛନ୍ତି । ଆପଣ ହିଁ ପିଅନ୍ତୁ । ଆପଣଙ୍କ ଏ ତ୍ୟାଗର କାହାଣୀ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ ।’’ ବିଷ୍ଣୁଦ, ଯମୁନା ଦେବୀ ଓ ସୁକନ୍ୟା ଅନୁନୟ ଭରା ·ହାଣିରେ ମହର୍ଷିଙ୍କୁ ଅନେଇଲେ । ଶେଷରେ ସେ ପାତ୍ରରେ ଥିବା କ୍ଷୀର ତକ ପିଇ ଦେଲେ । ପୁଡିଆରେ ଥିବା ଦ୍ରବ୍ୟ ମିଶ୍ରି ଗୁଣ୍ଡ ଥିଲା । ତେଣୁ ତାଙ୍କର କିଛି ହେଲା ନାହିଁ ।
ସମସ୍ତେ ମହର୍ଷିଙ୍କୁ ଆଶ୍ଚର୍ଯ୍ୟ ଭାବରେ ଅନେଇ ଥିଲେ । ସମସ୍ତଙ୍କ ·ହାଣୀରେ ପ୍ରଶ୍ନବାଚୀ । ରାମସ୍ବରୂପ ନିର୍ଜୀବ ଭଳି ପଡି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ କଥା ଶୁଣୁ ଥିଲା । ସେ ଭାବିଲା, ବର୍ମାନ ମୋର ପ୍ରାଣକୁ ନିମ୍ନଗାମୀ କରି ଏ ଅଭିନୟ ସମାପ୍ତ କରିବାର ସମୟ ଆସିଛି । ସେ କୋକେଇରୁ ଉଠି ବସି ପଡିଲା । ଉପସ୍ଥିତ ସମସ୍ତେ ହର୍ଷ ଧ୍ୱନି କଲେ । ମହର୍ଷି ରାମସ୍ବରୂପଙ୍କୁ ·ହିଁ କହିଲେ, “ବତ୍ସ! ଦେଖିଲୁ ତ ତୋର ପିତା, ମାତା, ପନôୀ ଓ ଅନ୍ୟାନ୍ୟ ଆତ୍ମୀୟ ସ୍ବଜନ ତୋତେ କେତେ ସ୍ନେହ କରନ୍ତି । କେତେ ତୋ’ ପାଇଁ ପ୍ରାଣ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି ।’’ ରାମସ୍ବରୂପ କହିଲେ, “ହଁ, ଗୁରୁଦେବ । ସବୁ ଦେଖିଲି । ସବୁ ଜାଣିଲି । ମୋର ଭ୍ରମ ବର୍ମାନ ·ଲିଯାଇଛି । ଆପଣଙ୍କ କଥାରେ ମୋର ସନ୍ଦେହ ଉପୁଜି ଥିଲା । ସେଥିପାଇଁ ମୁଁ କ୍ଷମା ·ହୁଁଛି । ଏ ସମସ୍ତେ କେହି ମୋତେ ପ୍ରକୃତ ପ୍ରେମ କରନ୍ତି ନାହିଁ । ଏମାନେ ନିଜ ପାଇଁ କ୍ରନ୍ଦନ କରୁଥିଲେ । ମୋ ପାଇଁ କେହି ମରିବାକୁ ପ୍ରସ୍ତୁତ ନଥିଲେ । ସମସ୍ତେ ସ୍ବାର୍ଥର ସାଥୀ । ପ୍ରକୃତରେ ପରମାତ୍ମା ହିଁ ମୋର ପିତା, ମାତା, ସଖା, ସହଦୋର, ସବୁକିଛି । ସେଥିପାଇଁ ଶାସ୍ତ୍ରରେ ତାଙ୍କୁ ପ୍ରାର୍ଥନା କରାଯାଇଛି-
ତ୍ୱମେବ ମାତାଶ୍ଚ ପିତା ତ୍ୱମେବ, ତ୍ୱମେବ ବନ୍ଧୁଶ୍ଚ ସଖା ତ୍ୱମେବ ।
ତ୍ୱମେବ ବିଦ୍ୟା ଦ୍ରାବିଣଂ ତ୍ୱମେବ । ତ୍ୱମେବ ସର୍ବ ମମ ଦେବ ଦେବ ।ା
ରାମ ସ୍ବରୂପର ମୋହ ଭଙ୍ଗ ହୋଇ ସାରିଥିଲା । ସଂସାର ପ୍ରତି ତା’ର ବୈରାଗ୍ୟ ସୃଷ୍ଟି ହୋଇଥିଲା । ସେ ସନ୍ୟାସ ଗ୍ରହଣ କରି ମହର୍ଷିଙ୍କ ସହିତ ଆଶ୍ର୍ରମରେ ରହିବାକୁ ନିଜର ଇଛା ପ୍ରକାଶ କଲା । କିନ୍ତୁ ମହର୍ଷି ଏଥିପାଇଁ ତାକୁ ବାରଣ କରି କହିଲେ, “ବତ୍ସ! ଗୀତାରେ ଭଗବାନ ଘର ସଂସାର ଛାଡିବା ପାଇଁ ସମସ୍ତଙ୍କୁ ନିର୍ଦ୍ଧେଶ ଦେଇ ନାହାନ୍ତି, ତୁମେ ଗୃହସ୍ଥ । ପିତା, ମାତା ଓ ପନôୀ ପ୍ରତି ତୁମର ଉର ଦାୟିତ୍ୱ ଅଛି ନିଷ୍କାମ ଭାବରେ ତୁମେ କର୍ବ୍ୟ କର୍ମ ସମ୍ପାଦନ ପୂର୍ବକ ନିରନ୍ତର ପରମାତ୍ମାଙ୍କ ସ୍ମରଣ କର । ଗୋପୀମାନେ ଘର ଛାଡି ନଥିଲେ। ପ୍ରବୃି ମାର୍ଗରେ ଥାଇ ମଧ୍ୟ ସେମାନେ ପରମାତ୍ମାଙ୍କ ସାକ୍ଷାତ ସାନ୍ନିଧ୍ୟ ଲାଭ କରିଥିଲେ । ଘରେ ରହିବା ପାପ ନୁହେଁ; କିନ୍ତୁ ଘରକୁ  ମନରେ ରଖିବା ପାପ । ତୁମେ ଘରେ ରହିହିଁ ପୁରୁଷାର୍ଥ କର ।
ମହର୍ଷିଙ୍କ କଥାକୁ ଶିରୋଧାର୍ଯ୍ୟ କରି ରାମ ସ୍ବରୂପ ଘର ଗୃହସ୍ଥରେ ରହି ନଷ୍ଟ ମୋହା ହୋଇ କର୍ବ୍ୟ କର୍ମ ସମ୍ପାଦନ ପୂର୍ବକ ଜ୍ଞାନ ଯୋଗ ସାଧନାରେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଅବିଚଳିତ ଭାବରେ ତା’ର ପୁରୁଷାର୍ଥ ଅବ୍ୟାହତ ରଖିଥିଲା ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର