ଅର୍ଜୁନ ବିଷାଦ ଯୋଗ ଓ ସାଂଖ୍ୟ ଦର୍ଶନ ---ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର
!! ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ !!
ଅର୍ଜୁନ ବିଷାଦ ଯୋଗ ଓ ସାଂଖ୍ୟ ଦର୍ଶନ
ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର
ଶିବଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼
ଅଜ୍ଞାନତା ହିଁ ସକଳ ପ୍ରକାର ଦୁଃଖର କାରଣ । ଅଜ୍ଞାନତା ଅର୍ଥାତ୍ ପ୍ରକୃତ ଜ୍ଞାନର ଅଭାବ । ଦୁଃଖର ନିବୃି ହିଁ ଜ୍ଞାନର ଉଦ୍ଧେଶ୍ୟ । ଜ୍ଞାନର ପରିଭାଷା କ’ଣ ? ଯାହା ଯେମିତି, ତାକୁ ଅବିକଳ ଠିକ୍ ସେପରି ଜାଣିବା ହେଉଛି ଜ୍ଞାନ । ବେଳେ ବେଳେ ଅନ୍ଧକାରରେ ରଜ୍ଜୁ ଦେଖି ସର୍ପ ଭ୍ରମ ହୁଏ, ଏହା ଅଜ୍ଞାନତା । ଅର୍ଜୁନର ବିଷାଦ ଯୋଗରୁ ଗୀତାର ଆରମ୍ଭ । ଅଜ୍ଞାନତା ବଶତଃ ସେ ପୂର୍ବାଗ୍ରହ ଓ ଜ୍ଞାତିକୁଟୁମ୍ବଙ୍କ ମୋହରୁ ମୁକ୍ତ ହୋଇ ପାରି ନଥିଲେ, ତେଣୁ ସେ ବିଷାଦଗ୍ରସ୍ତ ହୋଇ ପଡ଼ିଲେ । ଜୀବନ ଓ ମୃତୁୁ୍ୟ ସମ୍ବନ୍ଧରେ ଭ୍ରାନ୍ତ ଧାରଣାହିଁ ତାଙ୍କ ଦୁଃଖର ମୂଳ କାରଣ ଥିଲା । ତେଣୁ କରି ପରବର୍ୀ ଅଧ୍ୟାୟରେ ଗୀତା ସାଂଖ୍ୟ ଦର୍ଶନ ଅର୍ଥାତ ଜୀବନ ଓ ମୃତୁ୍ୟ ବିଷୟକ ତ୍ୱଜ୍ଞାନ ଉପରେ ଆଲୋଚନା କରାଯାଇଛି । ପରମାତ୍ମା କେବଳ ଅର୍ଜୁନଙ୍କୁ ଗୀତାଜ୍ଞାନ ଶୁଣାଇ ନ ଥିଲେ । ଅର୍ହୁନ ଏକ ଗୁଣବାଚକ ନାମ । ଈଶ୍ୱରୀୟ ଜ୍ଞାନ ପ୍ର·ର ଓ ପ୍ରସାର ପାଇଁ ସେ ଏକ ମାଧ୍ୟମ ମାତ୍ର । କଳିର ଅନ୍ତିମ ସମୟରେ ପରମାତ୍ମା ପଜାପିତା ବ୍ରହ୍ମାଙ୍କ ମାନବୀୟ ଶରୀର ମାଧ୍ୟମରେ ଅବତରଣ କରି ସତ୍ୟ, ସନାତ. ସତ୍ୟ ଯୁଗୀୟ ଦେବୀ ଦେବତା ଧର୍ମର ପୁନଃ ସ୍ଥାପନା ପାଇଁ ଯେଉଁ ଈଶ୍ୱରୀୟ ମହାବାକ୍ୟ ଶୁଣାନ୍ତି, ପରବୀର୍ ସମୟରେ ସେ ସବୁ ବିଭିନ୍ନ ମହାତ୍ମା ମାନଙ୍କ ଦ୍ୱାରା କାବି୍ୟକ ରୀତିରେ ସଂସ୍କୃତ ଭାଷାରେ ଶ୍ଲୋକବଦ୍ଧ ହୁଏ । ଏହାକୁ ଆମେ ବେଦ, ଉପନିଷଦ, ଦର୍ଶନ ଶାସ୍ତ୍ର, ପୁରାଣ ଆଦି କହୁଁ । ଏସବୁ କଥା ପ୍ରଧାନ । ବର୍ମାନ ଉପଲବ୍ଧ ଶ୍ରୀମଦ୍ଭାଗବତ ଗୀତା ସମସ୍ତ ପୁରାଣ ଶାସ୍ତ୍ରର ସାର ମାତ୍ର । ଅନେକ ବିଦ୍ୱାନ ବିଶ୍ୱାସ କରନ୍ତି, ଯେ ବୈଷ୍ଣବ ଧର୍ମର ମହ୍ୱ ପ୍ରତିପାଦନ କରିବାକୁ ଶ୍ରୀମଦ୍ଭଗବତ ଗୀତାରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦକୁ ଯୋଡ଼ିଦେଇ ମହାଭାରତରେ ସନ୍ନିବେଶିତ କରାଯାଇଛି । ସ୍ଥାନାଭାବ ତଥା ବିଷୟ ପ୍ରାସଙ୍ଗିକତା ଦୃଷ୍ଟିରୁ ଏହି ବିଷୟ ଉପରେ ପରବର୍ୀ ସମୟରେ ଆଲୋଚନା କରାଯିବ । ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ପ୍ରତ୍ୟେକ ଜୀବାତ୍ମାଙ୍କୁ ଅର୍ଜୁନଙ୍କ ପଯ୍ୟାୟବାଚୀ ବୋଲି ଗ୍ରହଣ କରିନେବା ବିବେକ ସମ୍ମତ ହେବ ।ଏହି ପ୍ରସଙ୍ଗରେ ଗୀତା କେବଳ ଅର୍ଜୁନଙ୍କୁ ନିଃସ୍ୱାର୍ଥପରଭାବେ କର୍ବ୍ୟ ପାଳନ ଶିକ୍ଷା ଦେଇଛି ବୋଲି କହିବା ଭୁଲ ହେବ । ଅର୍ଜୁନ ଭଳି ଆମେ ବିଭିନ୍ନ ସମୟରେ ଧର୍ମ ସଂକଟରେ ପଡ଼ି କିଂକର୍ବ୍ୟବିମୂଢ଼ ହୋଇପଡୁ । କ୍ଷତ୍ରିୟ ହିସାବରେ ଅର୍ଜୁନଙ୍କର ଯୁଦ୍ଧ କରିବା ଧର୍ମ ଓ କର୍ବ୍ୟ। କିନ୍ତୁ ଗୁୁରୁଜନଙ୍କୁ ଶସ୍ତ୍ରାଘାତ କରିବା ସମସ୍ତଙ୍କ ପକ୍ଷରେ ଅଧର୍ମ । ତେଣୁ ଏହିପରି ଧର୍ମ ବିରୋଧ କର୍ବ୍ୟ ବିରୋଧର ସମାଧାନ ନ ହୋଇ କେବଳ କର୍ବ୍ୟ ପାଳନ କରିବାକୁ କହିଲେ ଅର୍ଜୁନଙ୍କ ପରି ବିଦ୍ୱାନ ବ୍ୟକ୍ତି କିପରି ବା ତାହା ଗ୍ରହଣ କରିବେ ? ତେଣୁ ସକଳ କର୍ବ୍ୟ, ସକଳ ଧର୍ମ ପରିତ୍ୟାଗ କରି ଏକମାତ୍ର ପରମାତ୍ମାଙ୍କ ଶରଣାପନ୍ନ ହୋଇ, ସାଧାରଣ ନୈତିକ ସା୍ୱିକ ଜୀବନ ଯାପନ ପ୍ରଣାଳୀକୁ ପରିବର୍ନ କରି ଦିବ୍ୟ ଆଧ୍ୟାତ୍ମ ଜୀବନ ଯାପନ କରିବା ପାଇଁ ଗୀତା ଶିକ୍ଷା ଦିଏ ।
ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସାମାଜିକ ଜୀବନରେ ପ୍ରତ୍ୟେକଙ୍କ ପାଇଁ ଅନେକ ସମୟରେ ଏକ ସଙ୍ଗୀନ ମୁହୁର୍ ଆସେ । ସେତେବେଲେ ଅତି ଜ୍ଞାନୀ ଲୋକର ବୁଦ୍ଧି ମଧ୍ୟ ବିଭ୍ରାନ୍ତ ହୋଇଯାଏ । ଶ୍ର ୁତି ବିପତି ପନ୍ନା ବୁଦ୍ଧି । କରୁକ୍ଷେତ୍ରରେ ଅର୍ଜୁନର ଠିକ୍ ଏହି ଅବସ୍ଥା ଉପୁଜି ଥିଲା । ସେ ଧାର୍ମିକ ଓ ଶାସ୍ତ୍ର ବିଶାରଦ ହୋଇଥିଲେ ହେଁ ତାଙ୍କ ଜୀବନର ସେହି ସନ୍ଧି କ୍ଷଣରେ କିଂକର୍ବ୍ୟବିମୂଢ଼ ହୋଇପଡିଥିଲା । ନିଶ୍ଚିତ ଲକ୍ଷ୍ୟ ବୁଦ୍ଧିରୁ ବିସ୍ମୃତ ହୋଇଗଲା । ମାନବ ନିଜ ବୁଦ୍ଧି ଓ ସାମର୍ଥ୍ୟ ପ୍ରତି ଯେତେବେଳେ ସନ୍ଧିହାନ ହୋଇ ପଡେ, ସେତେବେଳେ ସେ ପରମାତ୍ମାଙ୍କ କଥା ଚିନ୍ତା କରେ । ଶ୍ରୀକୃଷ୍ଣଙ୍କ ଭଳି ସଖା ସମ୍ମୁଖରେ ଉପସ୍ଥିତ ଥାଇ ମଧ୍ୟ ଅର୍ଜୁନଙ୍କ ରୂଢିବାଦିତା ତାଙ୍କୁ ବିଷାଦଗ୍ରସ୍ତ କରୁଥିଲା । କୁରୁକ୍ଷେତ୍ରରେ ଅର୍ଜୁନଙ୍କ ରଥରେ ଅବସ୍ଥିତ ଶ୍ରୀକୃଷ୍ଣ ଜଗତରେ ମନୁଷ୍ୟ ସହିତ ପରମାତ୍ମାଙ୍କ ବ୍ୟବହାରର ପ୍ରକୃଷ୍ଟ ସ୍ଥୂଳ ଦୃଷ୍ଟାନ୍ତ ମାତ୍ର । ସଂସାର ହିଁ କରୁକ୍ଷେତ୍ର ଓ ଧର୍ମ କ୍ଷେତ୍ର । କାରଣ ଏଠାରେ ମାନବ ପ୍ରତି ପଦକ୍ଷେପରେ ବିରୁଦ୍ଧ ଶକ୍ତିର ସହିତ ଦ୍ୱନ୍ଦ୍ୱ ଓ ସଂଗ୍ରାମ କରି ଆତ୍ମବିକାଶ କରେ ଓ ଜୀବନକୁ ଦିବ୍ୟ କହି ଗଢ଼ିତୋଳେ । ମହାଭାରତ କଥା ଅନୁସାରେ କରୁକ୍ଷେତ୍ର ଯୁଦ୍ଧ ଯେପରି ନିଗୂଢ଼ ଭାବେ ଶ୍ରୀକୃଷ୍ଣଙ୍କ ଦ୍ୱାରା ଆନୀତ ଓ ପରି·ଳିତ ହୋଇଥିଲା, ସେପରି ସଂସାରର ସମସ୍ତ ବ୍ୟାପାର ନିଗୁଢ଼ ଭାବେ ଭଗବତ୍ ନିର୍ଦ୍ଧିଷ୍ଟ ନିୟମ ବା ନିୟତି ଦ୍ୱାରା ପରି·ଳିତ ହୁଏ । ଅର୍ଜୁନଙ୍କ ରଥରେ ଆରୂଢ଼ ହୋଇ ସେ ଯେପରି ତାଙ୍କ ମୋହ ଦୂର କରିଥିଲେ, ତାଙ୍କୁ କର୍ମର ଗୁହ୍ୟଗତି ବିଷୟରେ ଶିକ୍ଷା ଦେଇଥିଲେ; ଆମେ ମଧ୍ୟ ସେପରି ଯଦି ପରମାତ୍ମାଙ୍କୁ ସ୍ୱହୃଦୟ ସିଂହାସନରେ ଅଧିଷ୍ଠିତ କରାଇବା ତେବେ ଆମ ସୁଖ ଦୁଃଖ ସମ୍ପଦ ବିପଦରେ ସେ ଆମକୁ ଠିକ୍ ରୂପରେ ପରି·ଳିତ କରାଇବେ । ଶ୍ରୀକୃଷ୍ଣଙ୍କ ସାନ୍ନିଧ୍ୟରେ ଥାଇ ମଧ୍ୟ ଅର୍ଜୁନ ତାଙ୍କୁ ପ୍ରଥମେ ଚିହ୍ନି ପାରି ନଥିଲେ । ସେହିପରି ପରମାତ୍ମା ଯେତେବେଳେ ଏକ ମାନବ ଶରୀର ମାଧ୍ୟମରେ ସୃଷ୍ଟିରେ ଅବତରଣ କରି ଆମର ଜୀବନ ରଥକୁ ଠିକ ପଥରେ ପରି·ଳିତ କରିବା ପାଇଁ ଜ୍ଞାନ ପ୍ରଦାନ କରନ୍ତି, ସେତେବେଳେ ଆମେ ଦେହ ଅଭିମାନ ବଶତଃ ତାଙ୍କୁ ଚିହ୍ନି ପାରୁନା । ଏହି ଦେହ ଅଭିମାନ ବା ଅଜ୍ଞାନତାହିଁ ସକଳ ପାପ ଓ ଦୁଃଖର କାରଣ । ଦୈହିକ ଅହଂକାରରୁ ମୁକ୍ତ ହୋଇ ଅର୍ଜୁନଙ୍କ ପରି ଶରଣାପନ୍ନ ହେଲେଯାଇ ପରମାତ୍ମା ଆମ ହୃଦୟ ସିଂହାସନରେ ଆରୂଢ଼ ହୁଅନ୍ତି ଓ ଆମ ଭିତରୁ ଅଜ୍ଞାନତା ରୂପକ ଅନ୍ଧକାର ଦୁରୀଭୂତ ହୋଇ ଜ୍ଞାନର ପ୍ରଦୀପ ପ୍ରଜ୍ଜ୍ୱଳିତ ହୁଏ । ଆତ୍ମା ଯେତେବେଳେ ଦେହ ଅଭିମାନରୁ ମୁକ୍ତ ହୋଇ ପରମାତ୍ମାଙ୍କ ନିକଟରେ ମମ୍ପୂର୍ଣ୍ଣ ଆଶ୍ରୟ ନିଏ, ସେତେବେଳେ ସାରଥି ରୂପରେ ସେ ଆମର ଜୀବନ ରଥକୁ ଠିକ ରାସ୍ତାରେ ଲକ୍ଷ୍ୟସ୍ଥଳ (ନାରାୟଣତ୍ୱ ପ୍ରାପ୍ତି) ଅଭିମୁଖେ ଆଡେଇ ନିଅନ୍ତି । ଏହାହିଁ କୁରୁକ୍ଷେତ୍ର ଯୁଦ୍ଧ ପଡ଼ିଆରେ ରଥାରୁଢ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ଦ୍ୟୋତକ ।
ମାନବ ଜାତିର ଇତିହାସରେ ଏପରି ସନ୍ଧିକ୍ଷଣ ଆସେ ଯେତେବେଳେ କି ବିଭିନ୍ନ ଶକ୍ତି ପରପ୍ପର ମଧ୍ୟରେ ସଂଘର୍ଷରତ ହୁଅନ୍ତି । ସମଗ୍ର କଳ୍ପରେ କଳିଯୁଗର ଅନ୍ତିମ ଚରଣରେ କେବେଳ ଥରେ ମାତ୍ର ଏପରି ନିର୍ଣ୍ଣାୟକ ସମୟ ଆସେ ଓ ପରମାତ୍ମାଙ୍କୁ ଧରାପୃଷ୍ଠରେ ନୂତନ ସୃଷ୍ଟି (ସତ୍ୟଯୁଗୀୟ ସାମ୍ରାଜ୍ୟ) ସ୍ଥାପନ ପାଇଁ ଅବତରଣ କରିବାକୁ ହୁଏ । ମାନସିକ, ସାମାଜିକ, ନୈତିକ, ଆଧ୍ୟାତ୍ମିକ ରାଜନୈତିକ ସମସ୍ତ କ୍ଷେତ୍ରରେ ହିଁ ଧ୍ୱଂସ ଓ ବିପ୍ଲବ ଦ୍ୱାରା ନୂତନ ସୃଷ୍ଟିର ସୂତ୍ରପାତ ହୁଏ । ଏପରି କ୍ଷେତ୍ରରେ ମଣିଷର କର୍ବ୍ୟ କ’ଣ ? ଏସବୁ ସଂଘର୍ଷ ମଧ୍ୟରେ କିପରି ଶୁଦ୍ଧ ପବିତ୍ର ଜୀବନ ଯାପନ କରାଯାଇ ପାରିବ, ସେ ବିଷୟରେ ଗୀତା ସମସ୍ତ ଶଙ୍କା ସମାଧାନ କରି ସର୍ବୋଚ୍ଚମ ଜ୍ଞାନର ଆଲୋକ ପ୍ରଦାନ କରିଛି । ଅର୍ଜୁନ ବିଷାଦ ସମଗ୍ର ମାନବ ଜାତିର ବିଷାଦକୁ ସୂଚିତ କରୁଛି । ଅର୍ଜୁନ ନିଜର ସମସ୍ୟାଟିକୁ ଯେପରି ଭାବରେ ଉପସ୍ଥାପନା କରିଛନ୍ତି ସେଥିରେ ସମଗ୍ର ମାନବ ଜୀବନ ଓ କର୍ମର ସମସ୍ୟାଟି ହିଁ ପ୍ରତିଫଳିତ ହୋଇଛି । ଅର୍ଜୁନ ସେତେବେଳେ ପ୍ରଚଳିତ ଧାର୍ମିକ ପରମ୍ପରା ଓ ପୂର୍ବାଗ୍ରହ ଦ୍ୱାରା ଗ୍ରସିତ ହୋଇ ବିଷାଦିତ ହୋଇଥିଲେ । ସେ ଯେଉଁ କୂଳଧର୍ମ, ଜାତିଧର୍ମକୁ ଶାଶ୍ୱତ ସନାତନ ବୋଲି ଉଲ୍ଲେଖ କରିଛନ୍ତି, ବସ୍ତୁତଃ ସେ ସବୁ ଦେଉଛି ସାମୟିକ ଓ ଦେଶା·ର ମୂଳକ । ଯେ ପର୍ଯ୍ୟନ୍ତ ସଂସାରର ପ୍ରକୃତ ସ୍ୱରୂପ ବିଷୟରେ ମନୁଷ୍ୟ ଅବହିତ ହୋଇପାରେ ନାହିଁ, ସେ ପର୍ଯ୍ୟନ୍ତ ଧର୍ମାଧର୍ମ, ନ୍ୟାୟ ଅନ୍ୟାୟ କର୍ବ୍ୟାକର୍ବ୍ୟ ସମ୍ବନ୍ଧରେ ପ୍ରଚଳିତ ଗତାନୁଗତିକ ଧାରଣା ଅନୁସାରେ ସେ କୌଣସି ପ୍ରକାରେ ଜୀବନଯାପନ କରୁଥାଏ, କିନ୍ତୁ ଯେତେବେଳେ କୌଣସି ସନ୍ଧିକ୍ଷଣରେ ସଂସାରର ପ୍ରକୃତ ସ୍ୱରୁପଟି ସେ ଉପଲବ୍ଧି କରିପାରେ; ସେତେବେଳେ ସେ ବିଭ୍ରାନ୍ତ ହୋଇପଡେ । ସେ ମନେକରେ ଏ ସଂସାରରେ ନ୍ୟାୟ ନାହି, ଧର୍ମ ନାହିଁ, ଦୟା ନାହିଁ । ଏଠାରେ କେବଳ ସତ୍ୟ ବୋଇଲେ ଦୁଃଖ ଏବଂ ମୃତୁ୍ୟକୁ ବୁଝାଏ, ଅର୍ଜୁନ କରୁକ୍ଷେତ୍ର ଯୁଦ୍ଧରେ ଏହାହିଁ ଉପଲବ୍ଧି କରିଥିଲେ । ତେଣୁ ସେ ସାଂସାରିକ କର୍ମ ତ୍ୟାଗ କରି ସନ୍ୟାସୀ ହେବାକୁ ଇଚ୍ଛା କରିଥିଲେ ।
ଧର୍ମ ଶଦ୍ଧର ଅର୍ଥ ହେଉଛି ଯାହାକୁ ଧାରଣ କରାଯାଏ । ଅନ୍ୟ ଅର୍ଥରେ ଯେଉଁ ନୀତି ବା ଆଦର୍ଶ ଅବଲମ୍ବନ କରି ମନୁଷ୍ୟ କର୍ମ କରେ ତାହାହିଁ ଧର୍ମ । ଅର୍ଜୁନର ସର୍ବତୋମୁଖୀ ଗଭୀର ଅବସନ୍ନତାର ମୂଳତ୍ୱ ଏହି ଯେ, ତାଙ୍କ ସମଗ୍ର ଚେତନା ବିଭ୍ରାନ୍ତ ହୋଇ ପଡ଼ିଛି । ସେ ଧର୍ମ ବିଷୟରେ ବିମୂଢ଼ । କେଉଁ ନୀତି ଅନୁସରଣ କରି ସେ କର୍ମ କରିବେ, ତାହା ନିର୍ଣ୍ଣୟ କରିପାରୁ ନାହାନ୍ତି । ଅର୍ଜୁନଙ୍କ ପରି ଯାହାର କର୍ମୀ ପ୍ରକୃତି ତାଙ୍କ ପକ୍ଷେ ଏହା ଅପେକ୍ଷା ବଡ଼ ସଂକଟ ଆଉ କିଛି ନାହିଁ । ତେଣୁ ପରିଶେଷରେ ସେ ସମାଧାନ ପାଇଁ ପରମାତ୍ମାଙ୍କ ନିକଟରେ ଶିଷ୍ୟ ରୂପେ ନିଜକୁ ସମର୍ପିତ କରି ଶରଣାପନ୍ନ ହେଲେ । ଧର୍ମାଚରଣ ଏବଂ ଆତ୍ମ ସଂଯମ ଅଭ୍ୟାସ ପୂର୍ବକ ଯିଏ ଅର୍ଜୁନଙ୍କ ପରି ଉଚ୍ଚାବସ୍ଥା ପ୍ରାପ୍ତ ହୋଇଛନ୍ତି, କେବଳ ସିଏ ହିଁ ଏହି ଚରମ ଆତ୍ମସମର୍ପଣ ଓ ଦିବ୍ୟ ଜୀବନର ଅଧିକାରୀ । ତେଣୁକରି ଅର୍ଜୁନ ଥିଲେ ଗୀତାର ଉମ ରହସ୍ୟ ଶ୍ରବଣ କରିବାର ଉପଯୁକ୍ତ ପାତ୍ର । “ଭକ୍ତୋହସି ମେ ସଖା ଚେତି ରହସ୍ୟଂ ହ୍ୟେ ଚବୁମମ୍” ସାଧାରଣ ମନୁଷ୍ୟ ଧର୍ମାଧର୍ମ କର୍ବ୍ୟାକର୍ବ୍ୟର ଯେଉଁସବୁ ଆଦର୍ଶ ବା ନୀତି ଅନୁସରଣ କରି କର୍ମ କରେ ଅର୍ଜୁନ ସେ ସବୁରୁ ଆସ୍ଥା ହରାଇ ସାରିଛନ୍ତି । ତେଣୁ ଗୀତା ପ୍ରଚଳିତ ପାରମ୍ପାରିକ ନୀତି ବା ଧର୍ମ ବିଷୟରେ କିଛି ନ କହି ଆତ୍ମା ଓ ତା’ର ଆଭ୍ୟନ୍ତରିଣ ଅବସ୍ଥା ସମ୍ବନ୍ଧରେ ବର୍ଣ୍ଣନା କରି । ପରମାତ୍ମାଙ୍କ ମଧ୍ୟ ଉଦ୍ଧେଶ୍ୟ ଥିଲା ଯେ ତାଙ୍କର ପ୍ରିୟ ମାନବାତ୍ମା ଗଣ ଅର୍ଜୁନ ପରି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରି ସର୍ବଧର୍ମ ପରିତ୍ୟାଗ ପୂର୍ବକ ସଜ୍ଞାନରେ ଈଶ୍ୱରୀୟ ସ୍ମୃତିରେ ରହି, ଈଶ୍ୱରୀୟ ଚେତନା ପ୍ରାପ୍ତ ହୋଇ ସଂସାର ମଧ୍ୟରେ ରହି ସମସ୍ତ କର୍ମ କରନ୍ତୁ ।
ଗୀତାରେ ଅର୍ଜୁନ ଜୀବନ ଓ ମୃତୁ୍ୟ ସମ୍ବନ୍ଧରେ ଏପରି ବକ୍ତବ୍ୟ ଉପସ୍ଥାପନ କରିଛନ୍ତି ଯେପରି କି ଏହାହିଁ ଏକମାତ୍ର ପରମସତ୍ୟ । ଜ୍ଞାନୀଲୋକମାନେ ଉପଲବ୍ଧି କରନ୍ତି ଯେ ଦୁଃଖ ଓ ମୃତୁ୍ୟ ଆତ୍ମାର ଅନନ୍ତ ଜୀବନରେ ସାମୟିକ ଘଟଣା ମାତ୍ର । ତେଣୁ ସେମାନେ ଜୀବିତ ବା ମୃତ କାହାରି ପାଇଁ ଶୋକ ପ୍ରକାଶ କରନ୍ତି ନାହିଁ । “ଗତାସୂନ୍ ଅଗତାନସୂଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ” ।ା୨/୧୧ାା ଚିନ୍ତାଶୀଳ ଶାନ୍ତ ଜ୍ଞାନୀ ବ୍ୟକ୍ତି ଜନ୍ମ, ମୃତୁ୍ୟ, ଦୁଃଖ ପ୍ରଭୃତି ବାହ୍ୟ ଘଟଣା ପଛରେ ଲୁକ୍କାୟିତ ଥିବା ସତ୍ୟକୁ ହିଁ ଦେଖନ୍ତି । ସେଥିପାଇଁ ସେମାନେ ଭୂତ ପ୍ରକୃତିରୁ ଜାତ କାମନା ବାସନାରେ ବିଚଳିତ ନ ହୋଇ ମାନବ ଜୀବନର ପ୍ରକୃତ ଲକ୍ଷ୍ୟ ପ୍ରତି ଅନୁଧାବିତ ହୁଅନ୍ତି । ଜୀବନର ଚରମ ସତ୍ୟଟି ହେଲା ପୁନଃ ପୁନଃ ଜନ୍ମମୃତୁ୍ୟ । “ଜାତସ୍ୟ ହି ଧ୍ରୁବୋ ମୃତୁ୍ୟର ଧ୍ରୁବଂ ଜନ୍ମ ମୃତସ୍ୟ ଚ”ାା୨/୨୭ାା ସୁଖ ଦୁଃଖ ମଧ୍ୟ ସ୍ଥାୟୀ ନୁହେଁ । “ଚକ୍ରବତ୍ ପରିବର୍ନ୍ତେ ଦୁଃଖାନି ଚ ସୁଖାନିଚ ।” ଜୀବନ ଯାତ୍ରାର ଏହି ସୁଦୀର୍ଘ ପଥ ମଧ୍ୟରେ ଆମେ ନିଜକୁ ଅମୃତତ୍ୱ ପାଇଁ ପ୍ରସ୍ତୁତ କରିବା ଉଚିତ । ଆତ୍ମା ହିଁ ଆମର ପ୍ରକୃତ ସା, ଦେହ ନୁହେଁ । ଆଜି ଆମେ ଯେଉଁମାନଙ୍କ ପାଇଁ ଶୋକାଛନ୍ନ ହେଉଛେଁ, ସେମାନେ ଏହି ଜନ୍ମର ପୂର୍ବରୁ ମଧ୍ୟ ଥି୍ଲେ, ପରେ ମଧ୍ୟ ରହିବେ । “ନତ୍ୱେବାହଂ ଜାତୁ ନାସଂ ନ ତ୍ୱଂ ନେ ମେ ଜନାଧପାଃ । ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମ୍ ଅତଃ ପରମ୍”ାା୨/୧୨ାା
ତିତିକ୍ଷା ଅର୍ଥାତ ସହ୍ୟ କରିବାର ଦୃଢ ସଂକଳ୍ପ ଶକ୍ତି । ସଂସାରର ଏହି ଅନିତ୍ୟ ଶୋକ ଓ ଦୁଃଖ, କାମ ଓ କ୍ରୋଧର ବେଗ ଧୈର୍ଯ୍ୟର ସହିତ ଆମକୁ ଧୀର ଭାବେ ସହ୍ୟ କରିବାକୁ ହେବ । ସହନଶୀଳତାର ଅଭ୍ୟାସ ମନୁଷ୍ୟକୁ ଏପରି ଏକ ସ୍ଥିତିରେ ପହୁାଇ ଦିଏ ଯେ ଏ ସବୁ ବିକୃତିର ପ୍ରଭାବ ତାକୁ ପ୍ରଭାବିତ କରିପାରେ ନାହିଁ । ଆମର ଆଭ୍ୟନ୍ତରସ୍ଥ ଶାନ୍ତ ଶାଶ୍ୱତ ଆତ୍ମା ଯେପରି ସଂସାରର ସମସ୍ତ ସୁଖ ଓ ଦୁଃଖର ସ୍ପର୍ଶ ଜ୍ଞାନ ପୂର୍ବକ ଶାନ୍ତ ଓ ସମତାର ସହିତ ଗ୍ରହଣ କରେ, ସେହିପରି ଆମର ବାହ୍ୟ ବ୍ୟକ୍ତିତ୍ୱ ମଧ୍ୟ ସେ ରୂପେ ତାକୁ ଗ୍ରହଣ କରିବାକୁ ସମର୍ଥ ହେବ । ଆମକୁ ଏକଥା ବୁଝିବାକୁ ହେବ ଯେ ଜୀବନ ଯାତ୍ରାରେ ସୁଖ ଦୁଃଖର ଆବିର୍ଭାବ ଓ ତିରୋଧାନ ଅସ୍ଥାୟୀ ଅଟେ । ଶୀତ ଓ ଗ୍ରୀଷ୍ମ ଋତୁ ପରି ସେମାନେ ଆସନ୍ତି ଓ ଯାଆନ୍ତି । ସେମାନେ କେବଳ ଇନ୍ଦ୍ରିୟ ଜନିତ ଭୋଗରୁ ଉପôନ୍ନ ହୁଅନ୍ତି । ସେଥିରେ ଆମେ ବିଚଳିତ ନ ହୋଇ ସେଗୁଡ଼ିକୁ ସହ୍ୟ କରିବାର ଅଭ୍ୟାସ କରିବା ଉଚିତ । “ମାତ୍ରା ସ୍ପର୍ଶାସ୍ତୁ କୈନ୍ତେୟ ଶୀତୋଷ୍ଣ-ସୁଖ-ଦୁଃଖଦାଃ । ଆଗମା ପାୟିନୋଽନିତ୍ୟାସ୍ ତାଂ ସ୍ତିତିକ୍ଷସ୍ୱ ଭାରତ,”ାା୨/୧ାା
ଭୌତିକ ଶରୀରର ବିନାଶ ନ ହେବା ବା ଆଉ ଥରେ ଭୌତିକ ଶରୀର ଧାରଣ କରି ଜନ୍ମ ଗ୍ରହଣ ନ କରିବା ଅମୃତତ୍ୱ ନୁହେଁ । ଆତ୍ମିକ ଦୃଷ୍ଟି କୋଣରୁ ସମସ୍ତେ ଅମର । ଶରୀରକୁ ଚୈତନ୍ୟତା ପ୍ରଦାନ କରୁଥିବା ଆତ୍ମାକୁ ଅନୁଭବ କରିବା ପୂର୍ବକ ସତତ ଆତ୍ମିକ ସ୍ମୃତିରେ ରହି, ଜନ୍ମମୃତୁ୍ୟର ବନ୍ଧନରୁ ଉଦ୍ଧ୍ୱର୍କୁ ଉଠି ଦିବ୍ୟଗୁଣ ଓ ଜୀବନ୍ମୁକ୍ତି ଲାଭ କରିବା ହିଁ ପ୍ରକୃତ ଅମୃତତ୍ୱ । ଯିଏ ଦେହ, ପ୍ରାଣ, ମନର ଅନିତ୍ୟ ସୁଖ, ଦୁଃଖ ଆବେଗରେ କ୍ଷୁବ୍ଧ ଓ ବିଚଳିତ ହୋଇ ପଡେ, ସେ ଏହି ପରମ ଶ୍ରେୟ ଅମୃତତ୍ୱ ଲାଭ ପାଇଁ ଯୋଗ୍ୟ ବିବେଚିତ ହୁଏ ନାହିଁ । ଯିଏ ସୁଖଦୁଃଖରେ ବ୍ୟଥିତ ନ ହୋଇ ଉଭୟ ପ୍ରକାର ଅବସ୍ଥାରେ ସମଭାପନ ରହେ, ସେ ହିଁ ଅମୃତତ୍ୱ ଲାଭ ପାଇଁ ଉପଯୁକ୍ତ ବ୍ୟକ୍ତି ଅଟେ । “ଯଂ ହି ନ ବ୍ୟଥୟନ୍ତଏତେ ପୁରୁଷଂ ପୁରୁଷର୍ଷଭ । ସମ ଦୁଃଖ ସୁଖଂ ଧୀରଂ ସୋଽମୃତତ୍ୱାୟ କଳ୍ପତେ” ।ା୨/୧୫ାା
ମୃତୁ୍ୟ(Mrutyu)ବୋଲି କିଛି ନାହିଁ । କାରଣ ଶରୀର ଧ୍ୱଂସ ହେଲା ପରେ ମଧ୍ୟ ତଦାଶ୍ରିତ ଆତ୍ମା ଅନ୍ୟ ଶରୀରରେ ପୁନଶ୍ଚ ପ୍ରବେଶ କରି ତା’ର ପୂର୍ବ ବ୍ୟକ୍ତିତ୍ୱର ପ୍ରକାଶ କରେ । ଯାହା ବାସ୍ତବିକ ଓ ସତ୍ୟ ତାହା କେବେ ହେଲେ ଲୁପ୍ତ ହୋଇପାରେ ନାହିଁ; ଠିକ୍ ସେପରି ଯାହା ଅସତ ଓ ଅବାସ୍ତବ ତାହା ମଧ୍ୟ କେବେହେଲେ ଆବିର୍ଭୁତ ହୋଇପାରେ ନାହିଁ । “ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ”ାା୨/୧୬ାା ସେହି ଦୃଷ୍ଟିରୁ ଆତ୍ମାର ବିନାଶ ନାହିଁ । ଆତ୍ମା ନିଜ ସଂସ୍କାର ଅନୁସାରେ ଯେଉଁ ମାନବୀୟ ଶରୀର ଧାରଣ କରୁନା କାହିଁକି ପୂର୍ବର ବ୍ୟକ୍ତିତ୍ୱ ଆତ୍ମ ପ୍ରକାଶ କରିବା ନିଶ୍ଚିତ । ତେଣୁ ଦେହାଭିମାନ ବଶତଃ ଆମେ ଯେଉଁ ବାହ୍ୟ ସାକୁ ଦେଖି ଭାବୁଛୁ ଯେ ଅମୁକ ଲୋକର ମୃତୁ୍ୟ ହେଲା ତାହା ଅଜ୍ଞାନତା । ଯେଉଁମାନେ ଆତ୍ମୋପଲବ୍ଧି କରିଛନ୍ତି ସେମାନେ ଜାଣନ୍ତି ଯେ ସେହି ଏକ ଅବିନାଶୀ ଆତ୍ମା ହିଁ ବିଭିନ୍ନ ନାମ ରୂପରେ ବିଭିନ୍ନ ଶରୀର ଧାରଣ କରେ । ଆମର ଶରୀରର ବିନାଶ ହେଉଥିଲେ ମଧ୍ୟ ଏ ଶରୀରକୁ ଅଧିକାର କରି ରହୁଥିବା ଆତ୍ମା ଅନନ୍ତ, ନିତ୍ୟ, ଅପ୍ରମେୟ, ଶାଶ୍ୱତ ଓ ଅବିନାଶୀ । ଏହି ହେତୁରୁ ଶରୀରକୁ ବିନାଶ କଲେ ମଧ୍ୟ ତଦ୍ଧ୍ୱାରା ଆତ୍ମାର କିଛି କ୍ଷତି ହୁଏ ନାହିଁ, ଯେତେବେଳେ ଆମେ ନିଜକୁ ଏକ ଅବିନାଶୀ ଆତ୍ମା ବୋଲି ଅନୁଭବ କରିବାକୁ ଲାଗିବା ସେତେବେଳେ ଆମକୁ କିଏ ହତ୍ୟା କରୁଛି ବୋଲି ଭାବିବା ନାହିଁ ବା ଅନ୍ୟ କାହାକୁ ହତ୍ୟାକାରୀ ବୋଲି ମନେ କରିବା ନାହିଁ । ସେତେବେଳେ ଆମ ପାଇଁ ହତ ବା ହନ୍ତା ଏ ଦୁଇ ଶଦ୍ଧ ଅର୍ଥହୀନ ହୋଇ ପଡିବ । “ଯ ଏନଂ ବେି ହନ୍ତାରଂ ଯଶ୍ଚୈନଂ ମନ୍ୟତେ ହତମ୍ । ଉଭୌ ତୌ ନ ବିଜାନୀତୋ ନାୟଂ ହନ୍ତି ନ ହନ୍ୟତେ”ାା୨/୧୯ାା
ଯେଉଁ ଦେହ ଜୀର୍ଣ୍ଣ ହୋଇ ଯାଇଛି ତାକୁ ପରିତ୍ୟାଗ କରି ଦେହର ଅଧିବାସୀ ଆତ୍ମା ଯଦି ନୂତନ ଶରୀର ଧାରଣ କରି ନୂତନ ଜୀବନ ଯାପନ ଆରମ୍ଭ କରିବ ଏଥିପାଇଁ ଶୋକ କରିବା କି ପ୍ରୟୋଜନ? ଏଥିପାଇଁ ଭୟରେ କୁଣ୍ଠିତ ହୋଇ ରୋମାିତ ହେବା ଅନାବଶ୍ୟକ । ସ୍ଥୂଳଦେହ କେବଳ ଶସ୍ତ୍ରାଦି ଦ୍ୱାରା ବିଦ୍ଧ ହୁଏ, ବିକୃତ ହୁଏ, ଆତ୍ମାର ସାମାନ୍ୟତମ ବି କ୍ଷତି ହୁଏ ନାହିଁ । ଜ୍ଞାନୀ ମାନେ ଏହି ବାହ୍ୟ ଦୃଶ୍ୟ ଦ୍ୱାରା ପ୍ରତାରିତ ହୁଅନ୍ତି ନାହିଁ । ଏ ଯେଉଁ ଆତ୍ମା କଥା କୁହାଗଲା ତାକୁ ଦେହ ପରି ଚକ୍ଷୁ ଆଦି ଇନ୍ଦ୍ରିୟ ଦ୍ୱାରା ଜାଣି ହୁଏ ନାହିଁ, ଅନୁଭବ କରି ହୁଏ ନାହିଁ । ମନ ଦ୍ୱାରା ବିଶ୍ଲେଷଣ କରି ହୁଏ ନାହିଁ । ପ୍ରାଣ, ଇନ୍ଦ୍ରିୟ ଓ ଇନ୍ଦ୍ରିୟଭୋଗୀ ବସ୍ତୁ ସମୁହ ଦ୍ୱାରା ଆତ୍ମା ପରିବର୍ନଶୀଳ ଓ ବିକାରଶୀଳ ନୁହେଁ । ଏହା ସର୍ବୋପେକ୍ଷା ମହମ, ସମସ୍ତ ପାର୍ଥିବ ବସ୍ତୁର ଅତୀତ, ସତ୍ୟ ଓ ଚିରନ୍ତନ । “ଅବ୍ୟକ୍ତୋଽୟମ୍ ଅଚିନ୍ତ୍ୟୋଽୟମ ଅବିକାର୍ଯୋଽୟମ ଉଚ୍ୟଚେ”ାା୨/୧୫ାାରୋଗ ଶଯ୍ୟା ହେଉ ବା ଯୁଦ୍ଧ କ୍ଷେତ୍ର ହେଉ ଯେ କୌଣସି କାରଣରୁ ମୃତୁ୍ୟ ହେଉ ନା କାହିଁକି, ତଦ୍ୱାରା ଆତ୍ମାର କୌଣସି ଯନ୍ତ୍ରଣାଦାୟକ ଅବସ୍ଥାନ୍ତର ହୁଏ ନାହିଁ । ଅତ୍ମା କେବଳ ବ୍ୟକ୍ତ ଅବସ୍ଥାରୁ ଅବ୍ୟକ୍ତ ଅବସ୍ଥାକୁ ·ଲିଯାଏ । ସାମୟିକ ଭାବରେ ଚକ୍ଷୁ କର୍ଣ୍ଣାଦି ଇନ୍ଦ୍ରିୟ ସମୂହର ଅଗୋଚର ହୋଇଯାଏ । କିନ୍ତୁ ତା’ର ଅସ୍ତିତ୍ୱ ଯଥାବତ୍ ରହେ । ଶରୀରର ବିନାଶ ସହିତ ସେହି ଅବସ୍ଥାର କୌଣସି ସମ୍ପର୍କ ନାହିଁ । ଅନ୍ୟ ଅର୍ଥରେ ଶରୀର ଧ୍ୱଂସ ହେଲେ ମଧ୍ୟ ଆତ୍ମାର ଅବସ୍ଥାରେ କୌଣସି ଦୁଃଖ ବା କଷ୍ଟ ଆସେ ନାହିଁ । ପରଲୋକରେ କିଛିକ୍ଷଣ ବିଶ୍ରାମ କରି ଆତ୍ମା ତା’ର ପ୍ରାରବ୍ଧ କର୍ମ ଉପଯୋଗୀ ନୂତନ ଜନ୍ମ ନୂତନ ଦେହ ଗ୍ରହଣ କରେ । ତେଣୁ କାହାରି ମୃତୁ୍ୟରେ ଆମର ମନ ବା ଇନ୍ଦ୍ରିୟ ସମୂହ ଯଦି ବିକଳ ହୋଇ ଉଠେ ଏହା ନିତାନ୍ତ ଅଜ୍ଞାନ ଅନ୍ଧ ସ୍ନାୟବିକ କାତରତା ଭିନ୍ନ ଅନ୍ୟ କିଛି ନୁହେଁ । “ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତ ମଧ୍ୟାନି ଭାରତ । ଅବ୍ୟକ୍ତ ନିଧନାନି ଏବ ତତ୍ର କା ପରିବେଦନା”ାା୨/୨୮ାା
ଦେହାଭ୍ୟନ୍ତରସ୍ଥ ପରମ ସା ଆତ୍ମାକୁ ଅଧିକାଂଶ ଲୋକ ଅନୁଭବ କରି ପାରନ୍ତି ନାହିଁ । ଏଥି ପାଇଁ ହିଁ ଏ ସୃଷ୍ଟି ତିଷ୍ଠି ରହିଛି । ଏହି ଆତ୍ମା ହିଁ ଆମ ଦେହର ଅଧୀଶ୍ୱର । ସମଗ୍ର ଜୀବନ ଏହାରି ଛତ୍ରଛାୟା ତଳେ ହିଁ ବିତିଯାଏ । ଶରୀର ମଧ୍ୟରେ ଏହାରି ପ୍ରବେଶକୁ ଜନ୍ମ ଓ ଶରୀର ତ୍ୟାଗକୁ ମୃତୁ୍ୟ ବୋଲି ଲୋକେ ଅଭିହିତ କରନ୍ତି । ତେଣୁ ଏହି ଆତ୍ମା ହିଁ ସତ୍ୟ । ଏହି ସତ୍ୟର ଆଲୋକରେ ହିଁ ଆମକୁ ଜୀବନ ଯାପନ କରିବାକୁ ହେବ । ଏହାହିଁ ଆମକୁ ଅମୃତତ୍ୱ ପଥରେ ପରି·ଳିତ କରେ । ଅମୃତତ୍ୱ ପ୍ରାପ୍ତିର ମହାନ ଯାତ୍ରା ପଥରେ ଜନ୍ମ ଓ ମୃତୁ୍ୟ ହେଉଛି ଆମ ପାଇଁ ମାଇଲ ଖୁି ସଦୃଶ ପରଲୋକ ହେଉଛି ବିଶ୍ରାମ ସ୍ଥଳ । ସଂସାରର ସୁଖ ଦୁଃଖକୁ ଅତିକ୍ରମ କରି ଜୀବନ ସଂଗ୍ରାମରେ ଜୟଲାଭ କରି ଅମୃତତ୍ୱ ପ୍ରାପ୍ତି କରିବା ପାଇଁ ଏ ମାଇଲଖୁି ହେଉଛି ଏକ ସର୍ବୋମ ଅବଲମ୍ବନ । ତେଣୁ କାହାରି ମୃତୁ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସର୍ବାଦୌ ଅନୁଚିତ ।
ଉପରବର୍ଣ୍ଣିତ ତ୍ୱଜ୍ଞାନ ଏପର୍ଯ୍ୟନ୍ତ ଯାହା ପରମାତ୍ମା ଶୁଣାଉଥିଲେ, ତାହା ସାଂଖ୍ୟ ଦର୍ଶନ ନାମରେ ପ୍ରସିଦ୍ଧ । “ଏଷାତେଽଭିହିତା ସାଂଖ୍ୟେ”ାା୨/୩୯ାା କିନ୍ତୁ କେବଳ ତ୍ୱଜ୍ଞାନ ଉପଦେଶ ଦେବା ଗୀତାର ଲକ୍ଷ୍ୟ ନୁହେଁ । ବେଦଶାସ୍ତ୍ରାଦିର ଅଧ୍ୟୟନ ଦ୍ୱାରା ଅର୍ଜୁନ ପରି ମଣିଷ ପାଖରେ ଥିବା ପାଣ୍ଡିତ୍ୟର ଅହଂତ୍ୱକୁ ତ୍ୱଜ୍ଞାନ ଦ୍ୱାରା ଦୂର କରି ବୁଦ୍ଧିକୁ ଈଶ୍ୱରାଭିମୁଖୀ କରାଇବା ହିଁ ହେଉଛି ଗୀତାଜ୍ଞାନର ମୌଳିକ ଆଭିମୁଖ୍ୟ । ଅର୍ଜୁନ କର୍ମର ଫଳାଫଳ ବି·ର କରି ଭଗବାନଙ୍କ ସମ୍ମୁଖରେ ଶାସ୍ତ୍ରୀୟ ଯୁକ୍ତି ଉପସ୍ଥାପିତ କରିଥିଲେ । ବର୍ମାନ ତଥାକଥିତ ଶାସ୍ତ୍ରବାଦୀ ମାନେ ଶାସ୍ତ୍ରର ଦ୍ୱାହି ଦେଇ କିପରି ସ୍ୱ ସ୍ୱ କର୍ମ ଓ ଲକ୍ଷ୍ୟଠାରୁ ଦୂରେଇ ଯାାଉଛନ୍ତି ଅର୍ଜୁନଙ୍କ ଏହି ପାଣ୍ଡିତ୍ୟ ପ୍ରଦର୍ଶନ ହିଁ ତା’ର ପ୍ରତୀକାତ୍ମକ ଉଦାହରଣ । ଅଜ୍ଞାନୀହିଁ କେବଳ କର୍ମର ପ୍ରକୃତ ମର୍ମ ଓ ଉଚ୍ଚ ସାର୍ଥକତା ଉପଲବ୍ଧି କରି ନ ପାରି ଫଳକାମନା କରେ ଓ କର୍ମ ବନ୍ଧନରେ ପଡ଼ିଥାଏ । କିନ୍ତୁ ପରମାତ୍ମା ଗୀତାରେ ଯେଉଁ ଜ୍ଞାନ ଯୋଗର ଶିକ୍ଷା ଦେଇଛନ୍ତି ତା’କୁ ଜୀବନରେ ପ୍ରୟୋଗ କଲେ ମାନବାତ୍ମା ସକଳ କର୍ମ ବନ୍ଧନରୁ ଅକ୍ଲେଶରେ ମୁକ୍ତ ହୋଇପାରିବ ।
!!ଓମ୍ ଶାନ୍ତି!!
Comments
Post a Comment