ଗୀତାରେ କର୍ମ ସମସ୍ୟାର ସମାଧାନ -- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର

!! ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ !!


ଗୀତାରେ କର୍ମ ସମସ୍ୟାର ସମାଧାନ


ବ୍ରହ୍ମାକୁମାର  ଡ଼ା: ସୁଧାଂଶୁ ଶେଖର ମିଶ୍ର 
ଶିବଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼ 

                  ସର୍ବଶାସ୍ତ୍ର ଶିରୋମଣୀ ଗୀତା ମନୁର୍ଷର କର୍ମ ସମସ୍ୟାର ସମାଧାନ କରିଛି  । ଆମେ ଯେତେବେଳେ ଈଶ୍ୱରୀୟ ଉପଲବ୍ଧି ପାଇଁ ସାଧନା ମାର୍ଗରେ ଅଗ୍ରସର ହେଉ ଜନ୍ମ ଜନ୍ମାନ୍ତରର ଦେହ ଅଭିମାନରୁ ଉପôନ୍ନ ଆମର ମନୋବିକାର ସମୁହ ବିଘ୍ନ ସୃଷ୍ଟି କରନ୍ତି  । ସ୍ୱଜନ, ମିତ୍ର ସମ୍ବନ୍ଧୀଙ୍କ ମୋହ ମଧ୍ୟ ଆମକୁ ଆମର ଲକ୍ଷ୍ୟ ଭ୍ରଷ୍ଟ କରି ମନରେ ସଂଶୟ ସୃଷ୍ଟି କରାଏ  । ସେତେବେଳେ ଆମେ ଏକ ଭୀଷଣ ମନୋସଂଗ୍ରାମର ସମ୍ମୁଖୀନ ହେଉଁ  । ମନୋବିକାର ସହିତ ଦୃଢ଼ତା ପୂର୍ବକ ଯୁଦ୍ଧ କରିବା ପରିବେର୍ ଆମେ ତାମସିକତା ଓ ଦୁର୍ବଳତା ଦ୍ୱାରା ଆକ୍ରାନ୍ତ ହୋଇ କିଂକର୍ବ୍ୟ ବିମୂଢ଼ ହୋଇପଡ଼ୁ  । ଆମେ ନିଜକୁ ସୁହାଇଲା ଭଳି ପାପ ପୁଣ୍ୟର ବି·ର କରି ଭଗବତ ନିର୍ଦ୍ଧିଷ୍ଟ କର୍ବ୍ୟରୁ ବିଚୁ୍ୟତିକୁ ହିଁ ସମର୍ଥନ କରୁ  । ନୀତିଜ୍ଞାନ ପାପପୁଣ୍ୟ ବୋଧ ସାଧାରଣ ଜୀବନରେ ବିଶେଷ ସହାୟ ହୁଏ  । ଏହାଦ୍ୱାରା ମନୁଷ୍ୟ ପାପକୁ ବର୍ଜନ କରି ଆତ୍ମ ବିକାଶ ପଥକୁ ନିଷ୍କକ କରେ  । ପାପ ଆଚରଣ କରିବାକୁ ଗୀତା ସମର୍ଥନ କରି ନାହିଁ   । ଏଥିରେ ସ୍ପଷ୍ଟ ଉଲ୍ଲଖ ଅଛି ଯେ ପାପୀ କେବେହେଲେ ପରମାତ୍ମାଙ୍କୁ ପାଏ ନାହିଁ  । ଗୀତା କାମ କ୍ରୋଧାଦି ପ ବିକାରକୁ ସବୁ ପାପର ମୂଳ କାରଣ ବୋଲି କହିଛି। ଏହି ପ ବିକାରର ଉଚ୍ଛେଦ ପାଇଁ ଗୀତାରେ ଗୁରୁତ୍ୱ ଆରୋପ କରାଯାଇଛି  । କିନ୍ତୁ ସାଧାରଣ ମନୁଷ୍ୟ ଯାହାକୁ ପାପ ପୁଣ୍ୟ ବୋଲି ବିବେଚନା କରେ ତାହା ଭ୍ରାନ୍ତଧାରଣା ଉପରେ ପର୍ଯ୍ୟବସିତ  । ଏହା ମନ ବୁଦ୍ଧିର କ୍ରିୟା, ସ୍ୱଗୁଣର କ୍ରିୟା - ଯେ କୌଣସି ମୁହୁର୍ରେ ଏହା ତାମସିକତା ଦ୍ୱାରା ଆଚ୍ଛନ୍ନ ଓ ବିକୃତ ହୋଇପାରେ  । ସେତେବେଳେ ମନୁଷ୍ୟ ଅଧର୍ମକୁ ହିଁ ଧର୍ମ ବୋଲି ମନେ କରେ  । ପରମାତ୍ମା ଗୀତାରେ ଯେଉଁ ପଥ ନିର୍ଦ୍ଧେଶ କରିଛନ୍ତି ତାହା ଆମର ମନ ବୁଦ୍ଧିର ଉଦ୍ଧ୍ୱର୍ରେ, ସା୍ୱିକତାର ଉଦ୍ଧ୍ୱର୍ରେ, ଦିବ୍ୟଜ୍ଞାନ, ପୂର୍ଣ୍ଣତା ଓ ଅଭ୍ରାନ୍ତ ଦୃଷ୍ଟିଲାଭ ପାଇଁ ଉଦ୍ଧିଷ୍ଟ  । ତାହା ସାଧାରଣ ମନୁଷ୍ୟର ପାପ ପୁଣ୍ୟ ଶୁଭ ଅଶୁଭ ବି·ରର ଅନେକ ଉଦ୍ଧ୍ୱର୍ରେ  ।
ଏ ସଂସାର ଏକ ବିରାଟ କରୁକ୍ଷେତ୍ର  । ଏଠାରେ ପ୍ରତି ପଦକ୍ଷେପରେ ବିରୁଦ୍ଧ ଶକ୍ତିର ସହିତ ଦ୍ୱନ୍ଦ ଓ ସଂଗ୍ରାମ ମଧ୍ୟରେ ମଣିଷକୁ ଅଗ୍ରସର ହେବାକୁ ପଡେ  । ଏହା ଧର୍ମକ୍ଷେତ୍ର  । କାରଣ ଏହାର ଲକ୍ଷ୍ୟ ହେଉଛି ଦିବ୍ୟ ଜୀବନ ଓ ସୁଖ, ଶାନ୍ତି, ପବିତ୍ରତା ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ରାଷ୍ଟ୍ର ନିର୍ମାଣ  । ସଂସାରର ସମସ୍ତ ବ୍ୟାପାର ମାନବର କର୍ମଫଳ ଆଧାରରେ ଆପଣା ଛାଏଁ ସୁନିୟୋଜିତ ଭାବରେ ପରି·ଳିତ ହୁଏ  । କର୍ମର ଏହି ଗୁହ୍ୟଗତି ସଂପର୍କରେ ଗୀତା ଆମକୁ ଶିକ୍ଷା ଦିଏ  । ପରମାତ୍ମାଙ୍କ ବ୍ୟତୀତ କର୍ମର ଏ ଗୃହ୍ୟ ଗତି ଅନ୍ୟ କେହି ସଠିକ୍ ଭାବରେ ଶିକ୍ଷା ଦେଇ ପାରିବେ ନାହିଁ  । କାରଣ ମାନବ ମାତ୍ରକେ ହିଁ କର୍ମର ଅଧୀନ; କିନ୍ତୁ ପରମାତ୍ମା କର୍ମାତୀତ । ପରମାତ୍ମାଙ୍କୁ ପ୍ରକୃତ ରୁପରେ ଚିହ୍ନି ତାଙ୍କୁ ଆମେ ସ୍ୱ ସ୍ୱ ହୃଦୟ ସିଂହାସନରେ ଅଧିଷ୍ଠିତ କରାଇ ପାରିଲେ ଆମ ସୁଖ, ଦୁଃଖ, ସମ୍ପଦ ବିପଦରେ ସେ ଆମକୁ ଠିକ୍ ରୂପରେ ପରି·ଳିତ କରାଇବେ  । ଅନେକ ସମୟରେ ଆମର ଅନ୍ତରାତ୍ମା ମାଧ୍ୟମରେ ପରମାତ୍ମା ଆମକୁ ଭୁଲ ପଥରୁ ପ୍ରକୃତ ପଥକୁ ଆସିବା ପାଇଁ ଇଙ୍ଗିତ କରୁଥିଲେ ମଧ୍ୟ ଆମେ ଦେହ ଅଭିମାନ ବଶତଃ ତାକୁ ଠିକ୍ ରୂପରେ ବୁଝି ପାରୁନା  । ଏହି ଦେହ ଅଭିମାନ ବା ଅଜ୍ଞାନତା ହିଁ ସକଳ ପାପ ଓ ଦୁଃଖର କାରଣ  । ଦୈହିକ ଅହଂକାରରୁ ମୁକ୍ତ ହୋଇ ଅର୍ଜୁନଙ୍କ ପରି ଶରଣାପନ୍ନ ହେବା ପରେ ପରମାତ୍ମା ଆମ ହୃଦୟ ସିଂହାସନରେ ଆରୂଢ଼ ହୁଅନ୍ତି ଓ ଆମ ମଧ୍ୟରୁ ଅଜ୍ଞାନ ରୁପକ ଅନ୍ଧକାରକୁ ଦୂରୀଭୂତ କରି ଜ୍ଞାନର ପ୍ରଦୀପ ପ୍ରଜ୍ଜ୍ୱ୍ୱଳିତ କରନ୍ତି  ।
ପରମାତ୍ମା ହିଁ ଆମର ପ୍ରକୃତ ଗୁରୁ  ।  କେବଳ ଜ୍ଞାନର ଗୁରୁ ନୁହନ୍ତି, ସେ ହେଉଛନ୍ତି ଆମର କର୍ମର, ଜୀବନର ପରି·ଳକ ଈଶ୍ୱର  । ସେ ହିଁ ଆମର ହୃଦୟେଶ୍ୱର, ପ୍ରିୟ, ପ୍ରିୟତମ, ବନ୍ଧୁ, ସଖା ସବୁକିଛି  । ଆମ ପାଖରେ ଯାହାସବୁ ଅଛି ସେ  ସବୁ ତାଙ୍କର   । ଏହିପରି ସର୍ବାନ୍ତଃକରଣରେ ଭଗବତ୍ ସମର୍ପଣ ଭାବନା ହିଁ ଆମକୁ କ୍ରମଶଃ ପୂର୍ଣ୍ଣତା ଆଡ଼କୁ ପରି·ଳିତ କରିଥାଏ  । ଈଶ୍ୱରୀୟ ଜ୍ଞାନ ସମ୍ପନ୍ନ ହୋଇ ନର ଅନାସକ୍ତ ଭାବରେ ଯେଉଁ କର୍ମ ବା ପୁରୁଷାର୍ଥ କରିଯାଏ ; ତା’ର ଅନ୍ତିମ ପରିଣତି ହିଁ ନାରାୟଣତ୍ୱ ପ୍ରାପ୍ତି  । ଏହାହିଁ ମାନବ ଜନ୍ମର ପ୍ରକୃତ ଲକ୍ଷ୍ୟ  । ମାନବ ଭିତରେ ଦିବ୍ୟତ୍ୱ ଓ ନାରାୟଣତ୍ୱରର ସାର ହିଁ ପରମାତ୍ମାଙ୍କ ଦିବ୍ୟ ଜନ୍ମ ଓ କର୍ମର ପ୍ରତ୍ୟକ୍ଷ ପ୍ରମାଣ  । ଅନ୍ୟଥା ଈଶ୍ୱରୀୟ ଅବତରଣ ବ୍ୟତିରେକ ମାନବ ଦିବ୍ୟ କରଣ ସର୍ବାଦୌ ଅସମ୍ଭବ  । ପରମାତ୍ମାଙ୍କ ମାନବ ଦେହରେ ଅବତରଣ, ତାଙ୍କ ଦିବ୍ୟ ଜନ୍ମ ଓ ଦିବ୍ୟ କର୍ମର ମର୍ମ ଯିଏ ବୁଝିପାରେ ସେ ହିଁ ତାଙ୍କର ସାଧର୍ମ୍ୟ ଲାଭ କରିପାରେ  । ସେ ହିଁ ନିମି ଭାବରେ ଦିବ୍ୟ କର୍ମ ସମ୍ପାଦନ କରିବାକୁ ସକ୍ଷମ ହୁଏ  । ଆମର ଏ ଶରୀର ଏକ ରଥ ତୁଲ୍ୟ  । ଏହି ରଥରେ ଆତ୍ମା ହେଉଛି ଅର୍ଜୁନ  । ଆତ୍ମା ଯେତେବେଳେ ଦେହ ଅଭିମାନରୁ ମୁକ୍ତ ହୋଇ ପରମାତ୍ମାଙ୍କ ନିକଟରେ ସମ୍ପୂର୍ଣ୍ଣ ଆଶ୍ରୟ ନିଏ; ସେତେବେଳେ ସାରଥି ରୂପରେ ସେ ଆମର ଜୀବନ ରଥକୁ ଠିକ୍ ରାସ୍ତାରେ ଲକ୍ଷ୍ୟ ସ୍ଥଳ ଅଭିମୁଖେ ଆଗେଇ ନିଅନ୍ତି  ।
ଦେଶ ଓ ଦଶର ମଙ୍ଗଳ ପାଇଁ ନିଃସ୍ୱାର୍ଥ ଭାବରେ ସର୍ବଦା କର୍ମରେ ବ୍ରତୀ ହେବା - ଏହା ହେଉଛି ଶ୍ରେଷ୍ଠ ଆଦର୍ଶ  । କିନ୍ତୁ ଗୀତାର ଶିକ୍ଷା ଏହାଠାରୁ ଉଚ୍ଚତର  । କୌଣସି ମାନବୀୟ ନୀତି, ଧର୍ମ ବା ଆଦର୍ଶ ନୁହେଁ; ପରନ୍ତୁ ପରମାତ୍ମାଙ୍କୁ ଆମର ଏକମାତ୍ର ନୀତି ଓ ଧର୍ମ, ଆଦର୍ଶ ବୋଲି ଗ୍ରହଣ କରିବାକୁ ହେବ  । ଜଗତରେ ତାଙ୍କ ଇଚ୍ଛା ପୂରଣ ପାଇଁ ତାଙ୍କରି ଯନ୍ତ୍ର ରୂପେ ତାଙ୍କ ପାଇଁ ଦିଁ ଦିବ୍ୟ କର୍ମ କରିବାକୁ ହେବ  । ଏହି ଦିବ୍ୟ କର୍ମର ନିର୍ଦ୍ଧେଶ କୌଣସି ବାହ୍ୟ ଆଦର୍ଶ ନୀତି ବା ଶାସ୍ତ୍ରରୁ ମିଳେ ନାହିଁ; ଏହା କେବଳ ସାକ୍ଷାତ୍ ପରମାତ୍ମାଙ୍କ ନିକଟରେ ହିଁ ଉପଲବ୍ଧ  । ସାକ୍ଷାତ୍ କଥାୟତଃ ସ୍ୱୟଂ  । ସେ ସ୍ୱୟଂ ହିଁ ମାନବ ଦେହ ଆଧାରରେ (ପ୍ରଜାପିତା ବ୍ରହ୍ମା) ଅବତରିତ ହୋଇ ଆମକୁ ଆମର କର୍ମର ରାସ୍ତା ଦେଖାଇବେ ଏବଂ ଅର୍ଜୁନ ପରି ଆମେ ସମସ୍ତେ କହିବା “କରିଷ୍ୟେ ବଚନଂ ତବ  ।” ହେ ଆମର ଅନ୍ତରତମ, ପ୍ରିୟତମ, ସୁହୃଦ, ବନ୍ଧୁ, ଈଶ୍ୱର! ଆମେ କୌଣସି ଧର୍ମ ଜାଣିନାହୁଁ  । ଆମେ କେବଳ ତୁମରି ନିର୍ଦ୍ଧେଶ ହିଁ ଅନୁସରଣ କରିବୁ  ।
ଆମେ ଅନେକ ସମୟରେ ପ୍ରଚଳିତ ଧାର୍ମିକ ପରମ୍ପରା ଓ ପୂର୍ବାଗ୍ରହ ଦ୍ୱାରା ଗ୍ରସିତ ହୋଇ ଅର୍ଜୁନଙ୍କ ପରି ମୋହଗ୍ରସ୍ତ ହୋଇ ପଡ଼ୁ  । ଆମେ ଯେଉଁ କୁଳ ଧର୍ମ, ଜାତି ଧର୍ମକୁକୁ ଶାଶ୍ୱତ ସନାତନ ବୋଲି ଯୁକ୍ତି ବାଢୁ, ବସ୍ତୁତଃ ସେସବୁ ହେଉଛନ୍ତି ସାମୟିକ ଓ ଦେଶା·ର ମୂଳକ   । ଯୁଗେ ଯୁଗେ ଏହି ସବୁ ବିଧି ନିଷେଧର ପରିବର୍ନ ହୁଏ  । ସମାଜ ବିକାଶର ବିଭିନ୍ନ ସ୍ତରର ରୀତି ନୀତି ସେ ସବୁ ମଧ୍ୟରେ ମିଶ୍ରିତ ଥାଏ  । ପ୍ରକୃତ ଶାଶ୍ୱର ସନାତନ ଧର୍ମ କ’ଣ ଗୀତାରେ ପରମାତ୍ମା ଶିକ୍ଷା ଦେଇଛନ୍ତି  । ତାହା ସବୁ ଦେଶରେ, ସବୁ ଯୁଗରେ, ସମସ୍ତ ମନୁଷ୍ୟ ପାଇଁ ସତ୍ୟ - ତାହାହିଁ ଗୀତାର ରାଜଯୋଗ  । ସେହି ରାଜଯୋଗ କାଳକ୍ରମେ ଲୁପ୍ତ ହୋଇ ଯାଏ ଓ ତାହା ବ୍ୟାଖ୍ୟା କରିବାକୁ ପ୍ରତିକଳ୍ପର ଅନ୍ତିମ ସମୟରେ ପରମାତ୍ମାଙ୍କୁ ମାନବୀୟ ଶରୀର ଆଧାରରେ ଅବତରଣ କରିବାକୁ ପଡ଼େ  ।
ଗୀତାରେ ସମଗ୍ର ମାନବ ଜୀବନ ଓ କର୍ମ ସମସ୍ୟାର ସମାଧାନ ବିଷୟରେ ପରମାତ୍ମା ଅତି ସ୍ପଷ୍ଟ ଭାବରେ ନିଜସ୍ୱ ମତ ଉପସ୍ଥାପନ କରିଛନ୍ତି  । ଯେ ପର୍ଯ୍ୟନ୍ତ ସଂସାରର ପ୍ରକୃତ ସ୍ୱରୂପ ବିଷୟରେ ମନୁଷ୍ୟ ଅବହିତ ହୋଇପାରେ ନାହିଁ, ସେ ପର୍ଯ୍ୟନ୍ତ ଧର୍ମାଧର୍ମ ନ୍ୟାୟ ଅନ୍ୟାୟ କର୍ବ୍ୟାକର୍ବ୍ୟ ସମ୍ବନ୍ଧରେ ପ୍ରଚଳିତ ଗତାନୁଗତିକ ଧାରଣ ଅନୁସାରେ ସେ କୌଣସି ପ୍ରକାରେ ଜୀବନ ଯାପନ କରୁଥାଏ; କିନ୍ତୁ ଯେତେବେଳେ କୌଣସି ସନ୍ଧିକ୍ଷଣରେ ସଂସାରର ପ୍ରକୃତ ସ୍ୱରୂପଟି ସେ ଉପଲବ୍ଧି କରିପାରେ, ସେତେେଳେ ସେ ବିଭ୍ରାନ୍ତ ହୋଇପଡେ; କର୍ବ୍ୟାକର୍ବ୍ୟ ନିରୂପଣ କରି ନ ପାରି କିଂକର୍ବ୍ୟବିମୂଢ଼ ହୋଇପଡେ  ।ସେ ମନେକରେ ସଂସାର ଅର୍ଥ ଜରା, ବ୍ୟାଧି ଓ ମୃତୁ୍ୟ ବିନା ଆଉ କିଛି ନୁହେଁ  । ଏହା ତା’ ମନରେ ସଂସାର ପ୍ରତି ବୈରାଗ୍ୟ ସୃଷ୍ଟି କରାଏ ଏବଂ ସେ ସାଂସାରିକ କର୍ମ ତ୍ୟାଗ କରି ସନ୍ୟାସୀ ହେବାକୁ ଇଚ୍ଛା କରେ  । ଗୌତମ ବୁଦ୍ଧ, ମହାବୀର ଆଦି ଅନେକ ମହାତ୍ମା ଏହିପରି ଭାବରେ ସଂସାରର ଦୁଃଖ ମୟତ୍ୱ ଉପଲବ୍ଧି କରି ସଂସାର ତ୍ୟାଗ କରିଥିଲେ  । ଏହିପରି ସମାଜରେ ସଂସାରତ୍ୟାଗ ବା ସନ୍ୟାସ ପ୍ରତି ମନୁଷ୍ୟର ଯେଉଁ ଅହେତୁକ ପ୍ରବୃି ଦେଖାଯାଏ ଏବଂ କର୍ମକାଣ୍ଡର ବୁଢ଼ୀଆଣି ଜାଲରେ ଯେତେବେଳେ ସେ ଛନ୍ଦିି ହୋଇ ଧର୍ମଭ୍ରଷ୍ଟ କର୍ମଭ୍ରଷ୍ଟ ହୋଇପଡ଼େ ; ସେ ସବୁର ପ୍ରକୃତ ସମାଧାନ କରିବାକୁ ହିଁ ପରମାତ୍ମାଙ୍କୁ ଏ ଧରା ପୃଷ୍ଠରେ ଏକ ସାକାର ମନୁଷ୍ୟ ଶରୀରରେ ଅବତରଣ କରି ଗୀତାଜ୍ଞାନ ଶୁଣାଇବାକୁ ପଡିଥାଏ  । ଗୀତା ମଧ୍ୟ ସଂସାରର ଦୁଃଖମୟତ୍ୱ ସ୍ୱୀକାର କରିଛି  । “ଅନିତ୍ୟମ୍ ଅସୁଖମ୍ ଲୋକମ୍”  । କିନ୍ତୁ ଗୀତା କହେ ଏହି ଦୁଃଖର କାରଣ ହେଉଛି ଅଜ୍ଞାନ  । ଏହି ଦୁଃଖରୁ ପରିତ୍ରାଣ ପାଇବାକୁ ହେଲେ ସଂସାର ତ୍ୟାଗ ଆବଶ୍ୟକ ନୁହେଁ, ଏ ସଂସାର ମଧ୍ୟରେ ରହି ଦୁଃଖକୁ ଅତିକ୍ରମ କରିବାକୁ ହେବ-। “ଇହୈବତୈର୍ଜିତଃ ସର୍ଗଃ”  । ସଂସାରର ମୂଳ ଅଜ୍ଞାନ ନୁହେଁ, ସଂସାରର ମୂଲ ହେଉଛି ଆନନ୍ଦମୟୀ ତିତ୍ଶକ୍ତି  । ଦୁଃଖର ମୂଳ ଅଜ୍ଞାନକୁ ବିନାଶ କରି ସଂସାରର ପ୍ରକୃତ ସ୍ୱରୂପକୁ ପ୍ରକଟିତ କରିବାକୁ ହେବ  । ମାନବତ୍ୱ ମଧ୍ୟରେ ଦେବତ୍ୱର ବିକାଶ କରିବାକୁ ହେବ  ।
ଗୀତାର “ସାଂଖ୍ୟ ଦର୍ଶନ”ରେ ବର୍ଣ୍ଣିତ ତ୍ୱାଜ୍ଞାନର ଶୁଦ୍ଧ ଓ ସଂକ୍ଷିପ୍ତ ବର୍ଣ୍ଣନା ଦେଖିବାକୁ ମିଳେ, ଗୀତା ଏକ ଯୋଗ ଶାସ୍ତ୍ର ହୋଇଥିବା ହେତୁ ଆତ୍ମା ଏବଂ ଶରୀରର ମଧ୍ୟରେ ଥିବା ସଂପର୍କକୁ ଜାଣିବା ଏକାନ୍ତ ଆବଶ୍ୟକ  । ବେଦ ଶାସ୍ତ୍ରାଦି ଅଧ୍ୟୟନ କରି ମଣିଷ ପାଖରେ ପାଣ୍ଡିତ୍ୟର ଯେଉଁ  ଅଭିମାନ ଆସିଯାଏ, ସେହି ଅହଂତ୍ୱକୁ ତ୍ୱାଜ୍ଞାନ ଦ୍ୱାରା ଦୁର କରି ବୁଦ୍ଧିକୁ ଈଶ୍ୱରାଭିମୁଖୀ କରାଇବା ହିଁ ପରମାତ୍ମାଙ୍କ ଗୀତାଜ୍ଞାନର ପ୍ରକୃତ ଆଭିମୁଖ୍ୟ  । ଯେଉଁ ବେଦ, ଉପନିଷଦ, ପୁରାଣ ଶାସ୍ତ୍ର ସ୍ୱୟଂ ପରମାତ୍ମାଙ୍କ ଅନ୍ତ ପାଇ ପାରି ନାହିଁ, ତାକୁ ଅଧ୍ୟୟନ କରି ମାନବାତ୍ମା କିପରି ବା ତାଙ୍କ ସାନ୍ନିଧ୍ୟ ଲାଭ କରି ପାରିବ ? ତେଣୁ ଜ୍ଞାନ ସହିତ ଯୋଗକୁ ସନ୍ନିବେଶିତ କରିବା ଗୀତାର ପ୍ରକୃତ ଲକ୍ଷ୍ୟ  । ତେଣୁ କରି ହିଁ ଗୀତାର ପୁଷ୍ପିକାରେ ତାକୁ ଯୋଗ ଶାସ୍ତ୍ର ବୋଲି ଉଦ୍ଘୋଷଣା କରାଯାଇଛି  । ଜ୍ଞାନକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ହିଁ ହେଉଛି ଗୀତାର ଯୋଗ  । ତେଣୁ ଏହା ‘ରାଜଯୋଗ’ ବୋଲି ଅଭିହିତ  । ବର୍ମାନ ସମାଜରେ ତଥାକଥିତ ଶାସ୍ତ୍ରବାଦୀ ମାନେ ଶାସ୍ତ୍ରର ଦ୍ୱାହି ଦେଇ ନିଜ ସ୍ୱ କର୍ମ ଓ ଲକ୍ଷ୍ୟ ଠାରୁ ଦୂରେଇ ଯାଆନ୍ତି ଏବଂ କର୍ମର ପ୍ରକୃତ ମର୍ମ ଓ ଉଚ୍ଚ ସାର୍ଥକତା ଉପଲବ୍ଧି କରି ନ ପାରି ଫଳ କାମନା କରନ୍ତି ଓ କର୍ମ ବନ୍ଧନରେ ପଡିଯାଆନ୍ତି  । କିନ୍ତୁ ଗୀତାରେ ଯେଉଁ ଜ୍ଞାନଯୋଗର ଶିକ୍ଷା ଦିଆଯାଇଛି ତାକୁ ଜୀବନରେ ପ୍ରୟୋଗ କଲେ ମାନବାତ୍ମାର ସକଳ କର୍ମବନ୍ଧନରୁ ଅକ୍ଲେଶରେ ମୁକ୍ତ ହୋଇ ପାରିବ  ।
ବେଦବାଦୀ ମାନଙ୍କର ଯାଗ ଯଜ୍ଞାଦି କ୍ରିୟାର ଲକ୍ଷ୍ୟ ହେଉଛି ଇହକାଳ ଓ ପରକାଳରେ ଭୋଗ ଓ ଐଶ୍ୱର୍ଯ୍ୟ ଲାଭ  । କିନ୍ତୁ ଗୀତା ପ୍ରଥମରୁ ହିଁ କାମନାକୁ ବିନାଶ କରିବା କଥା କହିଛି  । କାରଣ ଏହ ଦ୍ୱାରା ମନରେ ବିକ୍ଷେପ ଜାତ ହୁଏ  । ଫଳରେ ଈଶ୍ୱରୀୟ ସ୍ମ ୃତି ବା ଯୋଗରେ ଏକାଗ୍ରତା ଆସେ ନାହିଁ  । ଭୋଗ ସୁଖ ଆଶା କରି ଦେବତା ମାନଙ୍କୁ ପୁଜା କରିବା ଅନୁଚିତ  । ସକଳ ପ୍ରକାର କାମନାରୁ ମୁକ୍ତ ହୋଇ ଭକ୍ତି ନିଷ୍ଠ ଚିରେ ଆଜୀବନ ସମସ୍ତ କର୍ମକୁ ଯଜ୍ଞ ରୂପେ ପରମାତ୍ମର୍ପଣ କରିବା ବିଧେୟ  । ଏହି ଉପାୟରେ ହିଁ ମାନବାତ୍ମା ପରମାତ୍ମଙ୍କ ସାଧର୍ମ୍ୟ ଲାଭ କରି ପାରିବ  । ଏହାହିଁ ମାନବ ଜୀବନର ପରମ ଲକ୍ଷ୍ୟ  । ଯେଉଁମାନେ ଯାଗଯଜ୍ଞାଦିକୁ  ଜୀବନର ପରମ ଲକ୍ଷ୍ୟ ମନେ କରନ୍ତି ଓ ଏପରି ମିଥ୍ୟା କଥା କହି ଲୋକମାନଙ୍କୁ ଐଶ୍ୱର୍ଯ୍ୟ ଆରାଧନା ଭିତରେ ହିଁ ମଗ୍ନ କରି ରଖନ୍ତି, ଗୀତା ସେହି ଦେବବାଦୀ ଗଣଙ୍କୁ କଠୋର ଭାଷାରେ ନିନ୍ଦା କରିଛି  । କିନ୍ତୁ ଏହା କେବେ ହେଲେ ବେଦକୁ ନିନ୍ଦା କରି ନାହିଁ ; ବରଂ ବେଦର ପ୍ରକୃତ ଅର୍ଥ, ପ୍ରକୃତ ମର୍ମ ବିଷୟରେ ଆଲୋକପାତ କରିଛି  । ଯୋଗ ସାଧନାର ଲକ୍ଷ୍ୟ ହେଲା ଦେହ ଅଭିମାନ ବା ତ୍ରିଗୁଣାତ୍ମିକା ମାୟା ଦ୍ୱାରା ବଶୀଭୂତ ନ ହୋଇ ଆତ୍ମିକ ସ୍ଥିତିରେ ରହି ଈଶ୍ୱରୀୟ ସାଧର୍ମ୍ୟ ଲାଭ କରିବା  । ମଦ୍ଭାବମାଗତାଃ  । ଏହାହିଁ ଯୋଗର ଆଭିମୁଖ୍ୟ  । ବେଦ ଅନେକ ବିଧି ବିଧାନଯୁକ୍ତ ଅନୁଷ୍ଠାନ ଦ୍ୱାରା ଏହି ମହାନ ସତ୍ୟକୁ ଆବୃତ କରି ରଖିଛି  । ଏହା ମଣିଷକୁ ତ୍ରିଗୁଣ କ୍ରିୟାର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଆବଦ୍ଧ କରି ରଖିଛି  । ବେଦବାଦୀମାନେ ଯେଉଁ ସ୍ୱର୍ଗାଦି ଫଳ କାମନା ପାଇଁ କର୍ମ କରିବାକୁ କୁହନ୍ତି ବା ସଂପ୍ରତି ମାନବ ରାଜସକିତାର ବଶବିର୍ ହୋଇ ଯେଉଁ କର୍ମ କରେ, ଗୀତା ସେପରି କରିବାକୁ କହି ନାହିଁ  । କେହି କେହି କର୍ମତ୍ୟାଗ ଦ୍ୱାରା ହିଁ ମୁକ୍ତି ଲାଭର ମାର୍ଗ ପ୍ରଶସ୍ତ ହୁଏ ବୋଲି କହିଥାନ୍ତି  । ଗୀତା ଏପରି ମତବାଦ ଦ୍ୱାରା ବିଭ୍ରାନ୍ତ ନ ହେବା ପାଇଁ ସତର୍କବାଣୀ ଶୁଣାଇଛି  । ନିଷ୍କାମ କର୍ମ ଦ୍ୱାରା ପରମ ସିଦ୍ଧି ଲାଭ - ଏହାହିଁ ଗୀତାର ଅନୁପମ ଶିକ୍ଷା  ।
ଗୀତାରେ କୌଣସି ବାହି୍ୟକ ବିଧି ନିଷେଧର ଉଲ୍ଲେଖ ନାହିଁ  । ଲାଭ ଓ କ୍ଷତିରେ ସମବାପନ୍ନ ହୋଇ ଅନାସକ୍ତ ଭାବରେ କେବଳ କର୍ମ କରିଯିବା ପାଇଁ ହିଁ ଗୀତା ନିର୍ଦ୍ଧେଶ ଦେଇଛି  । ଆମକୁ କର୍ମ ଫଳର ଆକାଙ୍କ୍ଷା ନ ରଖି ପାପ ପୁଣ୍ୟର ପୂର୍ବାଗ୍ରହରେ ପ୍ରଭାବିତ ନ ହୋଇ ମନକୁ ଈଶ୍ୱରୀୟ ସ୍ମ ୃତିରେ ଏକାଗ୍ର କରି ନିମିତ୍ର ଭାବରେ କର୍ମ କରିବାକୁ ହେବ  । ମଣିଷ ଭ୍ରାନ୍ତ ବୁଦ୍ଧିଯୁକ୍ତ ହୋଇ କର୍ମ କରୁଥିବାରୁ ଆଶା, ନିରାଶ, କ୍ରୋଧ, ଶୋକ, ସୁଖ ଦୁଃଖରେ ବିଚଳିତ ଦୋଇ ପଡେ  । କିନ୍ତୁ ବୁଦ୍ଧିକୁ ଦେହଠାରୁ ପୃଥକ ଆତ୍ମିକ ସାରେ ସ୍ଥିର ରଖି ଦୈହିକ କାମନା ବାସନାର ପ୍ରେରଣାରୁ ମନକୁ ନିବୃ କରାଇ କର୍ମ କଲେ ତାହା ଅବଶ୍ୟ ଶୁଭ ଫଳ ପ୍ରଦାନ କରିବ  । ନିଷ୍କାମ ଭାବେ କର୍ମ କଲେ ତାହା ସୂ·ରୂ ରୂପେ ସମ୍ପାଦିତ ହୋଇ ପାରିବ ନାହିଁ ଏପରି ଧାରଣା ଅମୂଳକ  । ବୁଦ୍ଧିକୁ ଈଶ୍ୱରାଭିମୁଖୀ କରାଇ ଆମେ ଯେଉଁ ସବୁ ସାଂସାରିକ କର୍ମ କରିବବା ତାହା ଯେ ନିଶ୍ଚୟ ସର୍ବାପେକ୍ଷା ଶକ୍ତିମୟ ଓ ସିଦ୍ଧି ପ୍ରଦାୟକ ହେବ, ଏଥିରେ ସନ୍ଦେହର ଆବକାଶ ନାହିଁ  । କାରଣ ସେହି କର୍ମ ଈଶ୍ୱରୀୟ ଜ୍ଞାନ ଓ ଇଚ୍ଛା ଦ୍ୱାରା ହିଁ ଅନୁପ୍ରାଣିତ ହେବ  । ଯେଉଁମାନେ ଏହିପରି ଈଶ୍ୱରୀୟ ସ୍ମୃତି ପୂର୍ବକ ଫଳ କାମନା ଶୂନ୍ୟ ହୋଇ କର୍ମ କରନ୍ତି; ସେମାନେ ସକଳ ପ୍ରକାର ଶୋକ ଦୁଃଖର ଅତୀତ ହୋଇ ପରମପଦ ପ୍ରାପ୍ର ହୁଅନ୍ତି  ।
!!ଓଁ ଶାନ୍ତି!!

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର