“ଲକ୍ଷ୍ମୀପୂଜା”- ଏକ ଆଧ୍ୟାତ୍ମିକ ବିଶ୍ଲେଷଣ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର

“ଲକ୍ଷ୍ମୀପୂଜା”- ଏକ ଆଧ୍ୟାତ୍ମିକ ବିଶ୍ଲେଷଣ

ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର
           ହିନ୍ଦୁ ଧର୍ମର ବିଭ୍ିନ୍ନ ପର୍ବ ପାଲନ ପ୍ରଚ୍ଛଦରେ ଅନେକ ଦେବାଦେବୀଙ୍କ ଉପାସନା କରାଯାଇ ଥାଏ  । ତେତିଶ କୋଟି ଦେବୀ ଦେବତା ବୋଲି ହିନ୍ଦୁ ଶାସ୍ତ୍ର-ପୁରାଣରେ ବର୍ଣ୍ଣିତ ହେଉଛି  । ତନ୍ମଧ୍ୟରୁ କେତେକ ଦିଅଁଙ୍କୁ ନିତିଦିନ ଘରେ ତଥା ମନ୍ଦିର ମାନଙ୍କରେ ପୂଜା କରାଯାଏ  । ନିର୍ଦ୍ଧିଷ୍ଟ ପୂଜା ପଦ୍ଧତି ଅନୁସରଣରେ ଶ୍ରୀମହାଲକ୍ଷ୍ମୀଙ୍କର ପୂଜା ମୁଖ୍ୟତଃ ଓଡ଼ିଶାରେ କରାଯାଏ  । 
              ମାର୍ଗଶୀର ମାସର ଗୁରୁବାର ଦିନ ଅଧିକାଂଶ ହିନ୍ଦୁ ପରିବାରରେ (ଆ·ଣ୍ଡାଳ ବ୍ରାହ୍ମଣ) ମା ଲକ୍ଷ୍ମୀଙ୍କର ବିଧିବତ୍ ପୂଜା ଅର୍ଚ୍ଚନା କରାଯାଏ  । ମାର୍ଗଶୀର ଲକ୍ଷ୍ମୀପୂଜା ଓଡ଼ିଆ ସଂସ୍କୃତିର ଏକ ବିଷିଷ୍ଟ ଅଙ୍ଗ  । ଶାସ୍ତ୍ରାନୁସାରେ ଜଗନ୍ନାଥ ସଂସ୍କୃତି ସହିତ ଲକ୍ଷ୍ମୀପୂଜା ପର୍ବ ଓତପ୍ରୋତଃ ଜଡିତ  । ଶ୍ରୀ ଜଗନ୍ନାଥଙ୍କୁ ବାଦ୍ ଦେଇ ଓଡ଼ିଶାର ସଂସ୍କୃତିକୁ ଚିନ୍ତା କରାଯାଇ ପାରେ ନାହିଁ  । ଜଗନ୍ନାଥଙ୍କୁ ଏକାଧାରାରେ ଶ୍ରୀକୃଷ୍ଣ ଓ ନାରାୟଣଙ୍କ ବିଗ୍ରହ ବୋଲି ମାନ୍ୟତା ଦିଆଯାଏ  । ଏହି ଦୃଷ୍ଟିରୁ ଶ୍ରୀକୃଷ୍ଣ ଓ ନାରାୟଣ ଅଭିନ୍ନ  । ବୟାନୁକ୍ରମେ ଗୋଟିଏ ଶରୀରର ଭିନ୍ନ ନାମ ଓ ରୂପ ନେଇ ଏଇ ଦୁଇ ନାମକରଣ କରାଯାଇଛି  । ବାଲ୍ୟ ଓ କୈଶୋରାବସ୍ଥାକୁ ଶ୍ରୀକୃଷ୍ଣ ଏବଂ ଯୋ÷ବନ ତଥା ପ୍ରୌଢ଼ାବସ୍ଥାକୁ ଶ୍ରୀନାରାୟଣ ନାମରେ ଗ୍ରହଣ କରାଯାଏ  । ତେଣୁ ଜଗନ୍ନାଥଙ୍କର ବନ୍ଦନା କରାଯାଏ; “ହେ କୃଷ୍ଣ, ଗୋବିନ୍ଦ, ହରେ ମୁରାରେ, ହେ ନାଥ ! ନାରାୟଣ ବାସୁଦେବ  ।” ଏହା ବି·ର ଯୋଗ୍ୟ ଯେ, ଶ୍ରୀକୃଷ୍ଣ; ଶ୍ରୀନାରାୟଣଙ୍କର ବାଲ୍ୟରୂପ  । ଏ ପରିପ୍ରେକ୍ଷୀରେ ଶ୍ରୀଲକ୍ଷ୍ମୀଙ୍କର ବାଲ୍ୟରୂପ ଓ ନାମ କ’ଣ ହୋଇପାରେ, ଏ ସଂପର୍କରେ କୌଣସି ସଠିକ୍ ପୌରାଣିକ ତଥ୍ୟ ନାହିଁ  । ଲକ୍ଷ୍ମୀଙ୍କର ବିଷୟରେ କେବଳ ଏତିକି କୁହାଯାଇଛି ଯେ; ସମୁଦ୍ର-ମନ୍ଥନ ସମୟରେ ତାଙ୍କର ଉପôି ହୋଇଥିଲା ଓ ସେ ସ୍ୱଇଚ୍ଛାରେ ନାରାୟଣଙ୍କୁ ପତିରୂପେ ବରଣ କରିଥିଲେ  । କିନ୍ତୁ ଅଧିକାଂଶ ବୁଦ୍ଧିଜୀବୀ ଏହି ପୌରାଣିକ ଅଖ୍ୟାନକୁ ଗ୍ରହଣ କରିବାରେ ଅନିଚ୍ଛା ପ୍ରକାଶ କରନ୍ତି  । 
ଏକଥା ନିଶ୍ଚିତ ଯେ ଆମର ପୁରାଣ-ଶାସ୍ତ୍ରରେ ବର୍ଣ୍ଣିତ ପ୍ରତ୍ୟେକ ଆଖ୍ୟାନର ବିଷୟବସ୍ତୁ କେବଳ ପାଠକ ମାନଙ୍କ ମନୋରଞ୍ଜନ ପାଇଁ ରଚିତ ହୋଇନାହିଁ  । ପ୍ରତ୍ୟେକ ଆଖ୍ୟାନ-ଉପାଖ୍ୟାନ ଏକ ନିର୍ଦ୍ଧିଷ୍ଟ ଆଧ୍ୟାତ୍ମକ ରହସ୍ୟର ଆଧାରଶିଳା ଉପରେ ପର୍ଯ୍ୟବସିତ  । ଏଥିରେ କିଛି ସନ୍ଦେହର ଅବକାଶ ନାହିଁ  । ଶ୍ରୀମଦ୍ଭାଗବତ ଗୀତାର ମହତ୍ବାଣୀ ଅନୁସାରେ ଯେ କୌଣସି ଶରୀରଧାରୀ ଜନ୍ମ ହେଲେ ମୃତୁ୍ୟ ଓ ମୃତୁ୍ୟ ପରେ ପୁନର୍ଜନ୍ମ ଥାଏ  । ଜନ୍ମ ଓ ମୃତ୍ୁ୍ୟ ଗୋଟିଏ ମୁଦ୍ରାର ଉଭୟ ପାଶ୍ୱର୍  । ଜୀବାତ୍ମା ଶରୀର ଧାରଣ କରି ଶୈଶବ, ବାଲ୍ୟ, କୌଶୋର, ପ୍ରୌଢ଼ ଓ ବାର୍ଦ୍ଧକ୍ୟ ଅବସ୍ଥା ଦେଇ ଗତି କରେ । କିନ୍ତୁ ଶରୀରରେ ନିବାସ କରୁଥିବା ଚୈତନ୍ୟ ସା ଆତ୍ମା ଅଜର, ଅମର ଓ ଅବିନାଶୀ  । ଶରୀର ପଭୂତରୁ ସୃଷ୍ଟି, ତେଣୁ ବିନାଶଶୀଳ  । ଏହି ଦୃଷ୍ଟିରୁ ଏହା ବି·ର ଯୋଗ୍ୟ ଯେ ସମୁଦ୍ର ଗର୍ଭରୁ ପୂର୍ଣ୍ଣ ଯୌବନା ଲକ୍ଷ୍ମୀଙ୍କ ଆବିର୍ଭାବ ଏକ ପ୍ରଶ୍ନବାଚୀ ? ଶ୍ରୀଲକ୍ଷ୍ମୀ ଆଜି ଭାରତର ଘରେ ଘରେ ପୂଜିତା  । ତାଙ୍କୁ କବିର କଳାତ୍ମକ ପରିକଳ୍ପନା ବୋଲି କହି ଉପେକ୍ଷା କରିବା ଏବଂ ତାଙ୍କ ବିଷୟରେ ସଠିକ୍ କିଛି ନ ଜାଣି କେବଳ ପୌରାଣିକ ବିଷୟବସ୍ତୁକୁ ଆଧାର କରି ତାଙ୍କୁ ଅନ୍ଧ ଭାବରେ ପୂଜା କରିବା - ଏ ଉଭୟ ବିଷୟ ଆମର ଭାରତୀୟ ସଂସ୍କୃତିର ଅନୁକୁଳ ନୁହେଁ  । ସାରା ଭାରତ ବର୍ଷରେ ବିଭିନ୍ନ ସମୟରେ ବିଭିନ୍ନ ପର୍ବପର୍ବାଣୀ ଉପଲକ୍ଷ୍ୟେ ମହା ଆଡମ୍ବରରେ ବିଧି ପୂର୍ବକ ଶ୍ରୀଲକ୍ଷ୍ମୀଙ୍କୁ ଆବାହନ କରି ପୂଜା କରାଯାଏ  । ଏତତ୍ସେ୍ୱ ଭାରତର ଆଧ୍ୟାତ୍ମିକ ତଥା ଅର୍ଥନୈତିକ ଅବସ୍ଥାରେ ଉନ୍ନତି ପରିବେର୍ ଅବନତିହିଁ ପରିଲକ୍ଷିତ ହୁଏ  । ଆମକୁ ମହାଲକ୍ଷ୍ମୀଙ୍କର କୃପା, ବରଦାନ ପ୍ରାପ୍ତ ହୋଇନାହିଁ  । କେବଳ ଶ୍ରଦ୍ଧା ଓ ବିଶ୍ୱାସ ଏବଂ ପୂଜା-ଅର୍ଚ୍ଚନା ବଳରେ କାହାରି କୌଣସି ଉନ୍ନତି ହୋଇ ନାହିଁ କି ହେବ ନାହିଁ  । ଶ୍ରଦ୍ଧା ଓ ବିଶ୍ୱାସ ସହିତ ଆମକୁ ଲକ୍ଷ୍ମୀଙ୍କର ପ୍ରିୟ ଭାଜନ ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ  । କେଉଁ କର୍ମ ବଳରେ, କେଉଁ ପୁରୁଷାର୍ଥ ବଳରେ ଲକ୍ଷ୍ମୀ  ଦେବଶ୍ରେଷ୍ଠ ପୂଜ୍ୟ ନାରାୟଣଙ୍କୁ ପତି ରୂପରେ ବରଣ କରିବାର ସୋ÷ଭାଗ୍ୟ ପ୍ରାପ୍ତ କରିଥି୍ଲେ; ସେହି ପଥ ଅନୁସରଣ କଲେ ହିଁ ଆମେ ପ୍ରକୃତରେ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ପ୍ରାପ୍ତ କରି ଲକ୍ଷ୍ମୀ ପ୍ରିୟ ହୋଇ ପାରିବା  । ଏଣୁ ଉକ୍ତି ପ୍ରଚଳିତ ଅଛି ଯେ, କର୍ମ ବା ପରୁଷାର୍ଥ ବଳରେହିଁ ନର-ନାରାୟଣ ଏବଂ ନାରୀ-ଲକ୍ଷ୍ମୀଙ୍କ ସଦୃଶ ହୋଇ ପାରିବା  । ଯେପରି କରମ ସେପରି ଫଳ; ଦେଖି·ହିଁ ଭାଇ ସଂସାରେ ଚଳ  ।
ଆମ ଜୀବନ କାଳ ମଧ୍ୟରେ କୃତଭଲ-ମନ୍ଦ ସବୁ କର୍ମ ଫଳ ଆମେ ଇହ ଜନ୍ମରେ ଭୋଗ କରୁ ଏବଂ ଯାହାର କର୍ମଫଳ ଭୋଗ ଯାହା ବାକି ରହିଯାଏ; ତାହା ପରଜନ୍ମରେ ଭୋଗ କରିବାକୁ ପଡେ ଶାସ୍ତ୍ରଜ୍ଞ ମାନେ ଏହାକୁ ପ୍ରାରବ୍ଧ କର୍ମ-ଫଳ ବୋଲି କହିଥାନ୍ତି  । ଅନେକ ସମୟରେ ଦେଖାଯାଏ, ଆମେ କୌଣସି ଭୁଲ ନ କରିବା ସେ୍ୱ ଅନ୍ୟମାନେ ଆମକୁ ଭୁଲ ବୁଝନ୍ତି; ଅପରାଧ ନ କରି କେହି କେହି ଅଯଥା ଦଣ୍ଡ ଭୋଗନ୍ତି  । ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିୟମ ପାଳନ କରି ସାବଧାନତା ଅବଲମ୍ବନ କରୁଥିଲେ ହେଁ କେହି କେହି ଅସାଧ୍ୟ ରୋଗରେ ପୀଡ଼ିତ ହୁଅନ୍ତି  । ଅୟୁର୍ବେଦରେ ଏହାକୁ ପୂର୍ବ-ଜନ୍ମର କର୍ମଫଳ ବୋଲି କୁହାଯାଇଛି  । ପୂର୍ବ ଜନ୍ମ କୃତ ପାପଂ ବ୍ୟାଧି ରୂପେଣ ପୀଡ଼ିତଂ  । ଏହିପରି ଅନେକ ଉଦାହରଣ ଆମେ ଆମର ଦୈନନ୍ଦିନ ଜୀବନରେ ଦେଖିବାକୁ ପାଇବା  । ଏହି ପରିପ୍ରେକ୍ଷୀରେ ଏହା ବି·ରଣୀୟ ଯେ “ଲକ୍ଷ୍ମୀ-ନାରାୟଣ” ପୂର୍ବ ଜନ୍ମରେ ଏପରି କେଉଁ କର୍ମ କରିଥିଲେ ଯାହାଦ୍ୱାରା ସେମାନେ ନରରୁ-ନାରାୟଣ  ନାରୀରୁ-ଲକ୍ଷ୍ମୀ ହୋଇ ଦିବ୍ୟ-ମହିମା ଯୋଗ୍ୟ ସର୍ବତ୍ର ପୂଜିତ ହୋଇ ପାରିଲେ  । ଏହି ରହସ୍ୟ ବାସ୍ତବରେ କାହାରିକୁ ଜଣା ନାହିଁ  । ତେଣୁ ଲକ୍ଷ୍ମୀ-ନାରାୟଣଙ୍କୁ ନେଇ ଅନେକ କଥା-କାହାଣୀର ପ୍ରଚଳନ ଅଛି  । ଗୁରୁ-ଶିଷ୍ୟ ପରମ୍ପରାରେ ଏହା ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ି ମାଧ୍ୟମରେ ପ୍ର·ରିତ ହୋଇଛି  । ଆମର ମହାନ ପ୍ରାଚୀନ ଭାରତୀୟ ଦେବୀ-ଦେବତା ସଂସ୍କୃତି କାଳକ୍ରମେ ବିକୃତ ହୋଇ ଯାଇଛି  । ଆମର ଆଦି ସନାତନ ଦେବୀ-ଦେବତା ଧର୍ମ; ହିନ୍ଦୁଧର୍ମ ନାମରେ ରୂପାନ୍ତରିତ ହୋଇ ସାମ୍ପ୍ରଦାୟିକତାର କ୍ଷୁଦ୍ର ସୀମା ମଧ୍ୟରେ ସଙ୍କୁଚିତ ହୋଇ ଯାଇଛି  । ଆମେ ଆମର ପ୍ରାଚୀନ ଐତିହ୍ୟ ଓ ପରମ୍ପରାକୁ ଭୁଲି ଯାଇଛୁ  । ଏହି ବିସ୍ମୃତି ହିଁ ଧର୍ମଗ୍ଲାନିର ମୂଳକାରଣ  । ଆଜି ଆମେ ଅତି ଧର୍ମ ଗ୍ଲାନିର ବିକଟ ପରିସ୍ଥିତି ମଧ୍ୟରେ ଗତି କରୁଛୁ  । ଏହିପରି ଏକ ଧର୍ମ ସଂକଟ ପରିସ୍ଥିତିରେ ଆମକୁ ସ୍ୱୟଂ ପରମପିତା ପରମାତ୍ମାଙ୍କ ବ୍ୟତୀତ ଆଉ କେହି ପ୍ରକୃତ ପଥ ନିର୍ଦ୍ଧେଶ କରି ପାରିବେ ନାହିଁ, ଯିଏ କି ସ୍ୱୟଂ ଜନ୍ମ-ମରଣର କରାଳ ଚକ୍ରରୁ ଉଦ୍ଧ୍ୱର୍ରେ, ସେଇ ପରମପିତା, ପରମ-ଶିକ୍ଷକ, ପରମ ସଦ୍ଗୁରୁ ପରମାତ୍ମା ପ୍ରଜାପିତା-ବ୍ରହ୍ମାଙ୍କର ମାନବୀୟ ଶରୀରର ଆଧାର ନେଇ ଏ ସୃଷ୍ଟିରେ ଅବତରଣ କରି ମନୁଷ୍ୟାତ୍ମା ମାନଙ୍କର ମାର୍ଗ ଦର୍ଶନ କରାଊଛନ୍ତି  । ଆମର ପରମ-ସୌଭାଗ୍ୟ ଯେ ଆମେ ଆମର ଇହ ଜନ୍ମରେ ହିଁ ସାକ୍ଷାତ ପରମାତ୍ମାଙ୍କ ସାନ୍ନିଧ୍ୟ ଲାଭ କରିପାରିଛୁ  । ତାଙ୍କଠାରୁ ପ୍ରତ୍ୟେକ ଘଟଣାର ଆଧ୍ୟାତ୍ମିକ ସତ୍ୟ ଜାଣି ପାରୁଛୁ  । ସେ ପ୍ରଜାପିତା ବ୍ରହ୍ମାଙ୍କ ମୁଖ-କମଳ ମାଧ୍ୟମରେ ଶ୍ରୀଲକ୍ଷ୍ମୀ-ନାରାୟଣଙ୍କ ଯେଉଁ ଜୀବନ-ଗାଥାର ବର୍ଣ୍ଣନା କରନ୍ତି, ତାହାର ଏଠାରେ ଅବତାରଣା କରାଯାଇଛି  ।
                     ଏକଦା ଭାରତରେ ହିଁ ଶ୍ରୀଲକ୍ଷ୍ମୀ-ନାରାୟଣଙ୍କର ନିବାସ ଥିଲା  । ଯଥା ରାହା-ରାଣୀ ତାଥା ପ୍ରଜା ସମସ୍ତେ ଦେବୀ-ଦେବତା ଥିଲେ  । ତେତିଶ କୋଟି ଦେବୀ-ଦେବତାଙ୍କ ଯେଉଁ ବର୍ଣ୍ଣନା କରାଯାଇଛି; ସେମାନେ ସଶରୀର ଏହି ଭାରତ ଭୂମିରେ ବାସ କରୁଥିଲେ  । ସମସ୍ତେ ସୁଖ, ଶାନ୍ତି, ସମୃଦ୍ଧି ଓ ପବିତ୍ରତା ସମ୍ପନ୍ନ ହୋଇ ଅତି ଆନନ୍ଦରେ କାଳାତିପାତ କରୁଥିଲେ  । ଏହି ସମୟକୁ ହିଁ ପରବର୍ୀ ସମୟରେ ସ୍ୱର୍ଗ ବା ବୈକୁଣ୍ଠ ନାମରେ ନାମିତ କରାଗଲା  । ସେହି ଦେବୀ-ଦେବତା ମାନେ ହିଁ ଆଜି ପୂଜ୍ୟରୁ ପୂଜାରୀ ପାଲଟି ଯାଇ ନିଜର ଆଦି ଓ ଅନାଦି ସ୍ୱରୂପକୁ ଭୁଲି ପଥଭ୍ରଷ୍ଟ ହୋଇପଡି, ଦୁଃଖ-ଅଶାନ୍ତି, ଦାରିଦ୍ର୍ୟ ଗ୍ରସ୍ତ ହୋଇ ବିଷୟ ସାଗରରେ ବୁଡ଼ି ରହି ରୋଗ-ଶୋକରେ ଗ୍ରସିତ  । ବର୍ମାନ ଏହି ସଂସାର ବିଷୟ ସାଗର- ଅର୍ଥାତ ନର୍କ ତୁଲ୍ୟ  । ପରମାତ୍ମା ଏ ସୃଷ୍ଟିରେ ଅବତରଣ କରି ଏ ସଂସାର କିପରି କ୍ଷୀରସାଗର ଅର୍ଥାତ୍ ସ୍ୱର୍ଗ ତୁଲ୍ୟ ଓ ମନୁଷ୍ୟ କିପରି ଦେବ ତୁଲ୍ୟ ହୋଇ ପାରିବ ତା’ର ରହସ୍ୟ ଉଦ୍ଘାଟନ କରିଛନ୍ତି  । ତାଙ୍କ ପ୍ରଦ ଜ୍ଞାନର ଆଧାରରେ ଲକ୍ଷ୍ମୀ-ନାରାୟଣଙ୍କର ଜୀବନ ବୃାନ୍ତ ବିଷୟରେ ଏଠାରେ ଉଲ୍ଲେଖ କରାଯାଇ ପାରେ  ।
ପୌରାଣିକ ବର୍ଣ୍ଣନା ଅନୁସାରେ ସରସ୍ୱତୀ ବ୍ରହ୍ମାଙ୍କ ମାନସ କନ୍ୟା ଥିଲେ  । ପରେ ବ୍ରହ୍ମା ତାଙ୍କ ପ୍ରତି ଆସକ୍ତ ହୋଇ ବିବାହ କରିଥିଲେ  । ଏହି ପ୍ରସଙ୍ଗ ଯେକୌଣସି ବିବେକବାନ ପାଠକ ମନରେ ସନ୍ଦେହ ଉପôନ୍ନ କରାଇବ  । ପିତା-ପୁତ୍ରୀ ମଧ୍ୟରେ କୌଣସି କାଳରେ ବୈବାହିକ ସମ୍ବନ୍ଧ ନଥିଲା  । ତେବେ ଏହା କ’ଣ ପୁରାଣକାର ମାନଙ୍କ ଉଦ୍ଭଟ କଳ୍ପନା ? ପରମାତ୍ମା ଏହି ରହସ୍ୟ ଅନ୍ତରାଳରେ ଥିବା ସତ୍ୟ ଉଦ୍ଘାଟନ କରି କହନ୍ତି, “ନାରାୟଣ ତାଙ୍କ ପୂର୍ବ ଜନ୍ମରେ ପ୍ରଜାପିତା ବ୍ରହ୍ମା ଥିଲେ   । ସୃଷ୍ଟିରେ ପୁନଃ ଦେବୀ-ଦେବତା ସାମ୍ରାଜ୍ୟ ସ୍ଥାପନା ପାଇଁ ସେ ମୋର ମାନବୀୟ ମାଧ୍ୟମ ରୂପେ କାର୍ଯ୍ୟ କରୁଥିଲେ  । ଜଗଦମ୍ବା ସରସ୍ୱତୀ ତାଙ୍କର ମାନସ କନ୍ୟା ଥିଲେ  । ସେ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପିତ ରାଜସୂୟ ଅଶ୍ୱମେଧ ଅବିନାଶୀ ରୁଦ୍ର ଗୀତା ଜ୍ଞାନ ଯଜ୍ଞ ବା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ମାଧ୍ୟମରେ ସମଗ୍ର ବିଶ୍ୱରେ ଜ୍ଞାନର ପ୍ରଚାର ଓ ପ୍ରସାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ  । ତେଣୁ ଜ୍ଞାନର ପ୍ରତୀକ ସ୍ୱରୂପ ଚିତ୍ରକାର ତାଙ୍କ ହାତରେ ବୀଣା ଧାରଣ କରାଇଛନ୍ତି  । ସେ ସାରା ଜୀବନ କୁମାରୀ ବ୍ରତ ଧାରଣ କରି ମନ, ବଚନ ଓ କର୍ମରେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥିବାରୁ ପବିତ୍ରତାର ପ୍ରତୀକ ରୁପେ ତାଙ୍କୁ ଧବଳ ବସ୍ତ୍ରରେ ଭୂଷିତ କରାଯାଇଛି  । ଏହି ଜଗତମାତା ସରସ୍ୱତୀ ପରବର୍ୀ ସତ୍ୟ ଯୁଗରେ ଶ୍ରୀରାଧା ଓ ପ୍ରଜାପିତା ବ୍ରହ୍ମା ଶ୍ରୀକୃଷ୍ଣ ରୂପରେ ଜନ୍ମ ନିଅନ୍ତି  । ଏ ଦୁହେଁ ହେଉଛନ୍ତି ସତ୍ୟ ଯୁଗର ପ୍ରଥମ ମହାରାଜ କୁମାର  ଓ ମହାରାଜକୁମାରୀ  । ପରିଣତ ବୟସରେ ଯେତେବେଳେ ସେମାନଙ୍କର ସ୍ୱୟଂବର ହୁଏ, ସେତେବେଳେ ସେମାନେ ଶ୍ରୀନାରାୟଣ ଓ ଶ୍ରୀଲକ୍ଷ୍ମୀ ଉପାଧି ଧାରଣ କରି ସିଂହାସନ ଆରୋହଣ କରନ୍ତି  ।” ବ୍ରହ୍ମା ମୁଖ କମଳରେ ପରମାତ୍ମାଙ୍କ ଦ୍ୱାରା କଥିତ ଏହି ରହସ୍ୟ ଯୁକ୍ତ କଥା ପୁରାଣ ବର୍ଣ୍ଣନା ସହିତ ମେଳ ଖାଉ ନଥିଲେହେଁ ବିବେକ ସଂଗତ ମନେ ହୁଏ  । କାରଣ ପରମାତ୍ମା ତ୍ରିକାଳଜ୍ଞ, ସୃଷ୍ଟିର ଆଦି, ମଧ୍ୟ, ଅନ୍ତର ସମସ୍ତ ଘଟଣାବଳୀର ସେ ପ୍ରତ୍ୟକ୍ଷ ଦ୍ରଷ୍ଟା  । କିନ୍ତୁ ପୁରାଣ ଆଦି ମାନବାତ୍ମା ଦ୍ୱାରା ରଚିତ  । ଯେତେ ବିଦ୍ୱାନ, ମୁନି, ଋଷି ହେଲେ ମଧ୍ୟ ମାନବାତ୍ମା ତ୍ରିକାଳଜ୍ଞ ହୋଇ ପାରେ ନାହିଁ  । କାରଣ ସେ ଜନ୍ମ ମରଣର ଅଧୀନ ଅଟେ  । ତେଣୁ ବିସ୍ମୃତି ବା ଅଜ୍ଞାନ ହେତୁ ହିଁ ପୁରାଣକାର ବ୍ରହ୍ମା-ସରସ୍ୱତୀଙ୍କ ବିବାହ କଥା ବର୍ଣ୍ଣନା କରିଛନ୍ତି  । ପରମାତ୍ମାଙ୍କ ଅବତରଣ ସମୟରେ ସେ ମଧ୍ୟ କୌଣସି ନା କୌଣସି ନାମ ରୂପରେ ଈଶ୍ୱରୀୟ ଜ୍ଞାନ ଶୁଣିଥିବେ  । ତାର ଅନେକ ଜନ୍ମ ପରେ ସେ ଯେତେବେଳେ ପୁରାଣ ଲେଖିବାକୁ ଆରମ୍ଭ କରିଥିବେ; ପୂର୍ବବର୍ୀ ଜନ୍ମରେ ଶୁଣିଥିବା ସେହି ଜ୍ଞାନରୁ କିଛି କିଛି ଅସ୍ପଷ୍ଟ ସ୍ମୃତି ତାଙ୍କ ମାନସ ପଟଳରେ ଉଦ୍ଭାସିତ ହୋଇଥିବ  । ଏହାକୁ ଆଧାର କରି ପୁରାଣ ବର୍ଣ୍ଣିତ ବିଭିନ୍ନ ଆଖ୍ୟାନ ଉପାଖ୍ୟାନର ସୃଷ୍ଟି  । ପରମାତ୍ମା ବର୍ମାନ କଳି ଯୁଗର ଅନ୍ତିମ ସମୟରେହିଁ ପ୍ରଜାପିତା ବ୍ରହ୍ମାଙ୍କ ମାନବୀୟ ମାଧ୍ୟମରେ ଅବତରଣ କରି ଜ୍ଞାନର ଅପୂର୍ବ ସମ୍ଭାର ପରିବେଷଣ କରନ୍ତି  । ତେଣୁ ଉକ୍ତ ଆଖ୍ୟାନ ଉପାଖ୍ୟାନ ସବୁ ବର୍ମାନ ସମୟର ବିଭିନ୍ନ ଘଟଣାର କାବି୍ୟକ ରୂପାନ୍ତର ମାତ୍ର  ।
                        ଅନ୍ୟ କେତେକ ପୌରାଣିକ କଥାରେ ସରସ୍ୱତୀଙ୍କୁ ବିଷ୍ଣୁଙ୍କ ପତ୍ନୀ ରୂପରେ ବର୍ଣ୍ଣନା କରାଯାଇଛି  । କିନ୍ତୁ ପରମାତ୍ମାଙ୍କ କଥନ ଅନୁସାରେ ବିଷ୍ଣୁ ହେଉଛନ୍ତି ଶ୍ରୀଲକ୍ଷ୍ମୀ ଓ ଶ୍ରୀ ନାରାୟଣଙ୍କ ଯୁଗଳ ରୂପ  । ସରସ୍ୱତୀ ହେଉଛନ୍ତି ଶ୍ରୀଲକ୍ଷ୍ମୀଙ୍କ ପୂର୍ବବର୍ୀ ଜନ୍ମ  । ବିଷ୍ଣୁ ଓ ସରସ୍ୱତୀଙ୍କର ପୂର୍ବାପର ଜନ୍ମ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ନ ଥିବାରୁ ପୁରାଣକାର ସେମାନଙ୍କୁ ପତି-ପନôୀ ରୂପରେ ବର୍ଣ୍ଣନା କରିଛନ୍ତି  । ସବୁଠାରୁ ମଜାକଥା ଯେ ଲକ୍ଷ୍ମୀ-ସରସ୍ୱତୀଙ୍କୁ ଦୁଇ ସଉତୁଣୀ ରୂପରେ ଦର୍ଶଯାଇ ଦୁଇଜଣଙ୍କ ମଧ୍ୟରେ ଦ୍ୱନ୍ଦ ସୃଷ୍ଟି ହେଉଥିବା କଥା ପୁରାଣ ମାନଙ୍କରେ ବର୍ଣ୍ଣିତ ହୋଇଛି  । ଏହାକୁ ଉପଜୀବ୍ୟ କରି ଉଦାହରଣ ଦିଆଯାଏ ଯେ, ଲକ୍ଷ୍ମୀ ଓ ସରସ୍ୱତୀ ଗୋଟିଏ ସ୍ଥାନରେ ଏକତ୍ର ରହି ପାରନ୍ତି ନାହିଁ  । ଅର୍ଥାତ୍ ଯେ ବିଦ୍ୟାବାନ, ସିଏ ଲକ୍ଷ୍ମୀହୀନ ଅଟେ  । ଯିଏ ଲକ୍ଷ୍ମୀପ୍ରୀୟ ସିଏ ବିଦ୍ୟାହୀନ ଅଟେ  । ଯଦି ଲକ୍ଷ୍ମୀ ଓ ସରସ୍ୱତୀ ଏକତ୍ର ସହାବସ୍ଥାନ ସମ୍ଭବ ନୁହେଁ ତେବେ ଏପରି ବିପରୀତ ଚରିତ୍ର ସମ୍ପନ୍ନା ସ୍ତ୍ରୀଙ୍କୁ ବିଷ୍ଣୁ ପତ୍ନୀ ରୂପରେ ଗ୍ରହଣ କରୁଥିଲେ କାହିଁକି? ପୁନଶ୍ଚ ଯଦି ସେମାନଙ୍କ ମଧ୍ୟରେ ସାଧାରଣ ସ୍ତ୍ରୀ ଭଳି ଈର୍ଷା ଦ୍ୱେଷ ଆଦି ବିଷମତା ଥିଲା, ତେବେ ସେମାନେ ମହାଦେବୀ ପଦରେ ଭୂଷିତା ହୋଇ ବିଶ୍ୱ ବନ୍ଦନୀୟ ହେଲେ କିପରି ? ତେଣୁ ପରମାତ୍ମାଙ୍କ ଦ୍ୱାରା ଉଦ୍ଘାଟିତ ତଥ୍ୟ ପ୍ରଣିଧାନ ଯୋଗ୍ୟ  । ତାଙ୍କ ଅନୁସାରେ ସରସ୍ୱତୀ ଓ ଲକ୍ଷ୍ମୀ ଏକକାଳୀନ ନୁହନ୍ତି  । ଆତ୍ମିକ ଦୃଷ୍ଟିରୁ ସେ ଦୁହେଁ ଏକ ଓ ଅଭିନ୍ନ ହେଲେ ମଧ୍ୟ ୮୪ ଜନ୍ମ ବିଶିଷ୍ଟ ସୃଷ୍ଟି ଚକ୍ରରେ ଅନ୍ତିମ ଜନ୍ମ ସରସ୍ୱତୀ ଏବଂ ପରବୀ କଳ୍ପରେ ସେହି ଆତ୍ମାର ପ୍ରଥମ ଜନ୍ମ ଲକ୍ଷ୍ମୀ ରୂପରେ ହୁଏ  । ସରସ୍ୱତୀଙ୍କ ଆତ୍ମା ହିଁ ଅନ୍ତିମ ଜନ୍ମରେ ପୁରୁଷାର୍ଥ ଦ୍ୱାରା ସତ୍ୟ ଯୁଗରେ ଜନ୍ମ ହୋଇ ପ୍ରାରବ୍ଧ କର୍ମଫଳ ସ୍ୱରୂପ ବିଶ୍ୱର ପ୍ରଥମ ମହାରାଣୀ ଶ୍ରୀମହାଲକ୍ଷ୍ମୀ ପଦରେ ଭୁଷିତା ହୁଅନ୍ତି ଓ ଶ୍ରୀନାରାୟଣଙ୍କ ସହିତ ସିଂହାସନ ଆରୋହଣ କରି ସଂଯୁକ୍ତ ହୋଇ ସୃଷ୍ଟି ପାଳନ କରନ୍ତି  । ତେଣୁ କରି ସେ ଦୁହିଙ୍କର ସଂଯୁକ୍ତ ରୂପକୁ ଶ୍ରୀବିଷ୍ଣୁ ନାମରେ ନାମିତ କରି ଚତୁର୍ଭୁଜ ରୂପ ଦର୍ଶାଯାଇଛି  ଓ ତାଙ୍କୁ ତ୍ରୀଦେବଙ୍କ ମଧ୍ୟରେ ପାଳନ କର୍ା ନାମରେ ମାନ୍ୟତା ଦିଆଯାଇଛି  । ଜ୍ଞାନୀ ବ୍ୟକ୍ତିର ଧନୀ ହୋଇ ନ ପାରିବା ପଛରେ ଲକ୍ଷ୍ମୀ-ସରସ୍ୱତୀଙ୍କର ସଉତୁଣୀ ଭାବହିଁ ମୁଖ୍ୟ କାରଣ ବୋଲି ଭାବିବା ସଂପୂର୍ଣ୍ଣ ଭ୍ରମାତ୍ମକ  । ସରସ୍ୱତୀ ବିଦ୍ୟାର ପ୍ରତୀକ  । ବିଦ୍ୟା ଦଦାତି ବିନୟଂ ଅର୍ଥାତ୍ ବିଦ୍ୟା ବିନୟ ପ୍ରଦାନ କରେ  । ଯେଉଁଠି ବିନୟ ବିଦ୍ୟମାନ ସେଇଠି ବୈମନସ୍ୟ ରହିବ କିପରି ? ଧନ ଉପାର୍ଜନ ଅପେକ୍ଷା ଜ୍ଞାନ ଉପାର୍ଜନ ପ୍ରତି ଜ୍ଞାନୀ  ବିଶେଷ ପୁରୁଷାର୍ଥ କରୁଥିବାରୁ ସେ ବିଶେଷ ଧନବାନ ହୋଇ ପାରେ ନାହିଁ  । ଧନି ବ୍ୟକ୍ତି ଜ୍ଞାନ ଅପେକ୍ଷା ଧନ ଉପାର୍ଜନକୁ ବେଶୀ ଗୁରୁତ୍ୱ ଦେଉଥିବାରୁ ସେ ଜ୍ଞାନୀ ହୋଇ ପାରେ ନାହିଁ  । କଳିଯୁଗୀ ମାନବାତ୍ମାର ଏହିପରି ଗୁଣ କର୍ମର ଭେଦ ଥିବାରୁ ପରମାତ୍ମା ତଦନୁସାରେ ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଓ ଶୁଦ୍ର ·ରିବର୍ଣ୍ଣ ବ୍ୟବସ୍ଥା କଥା ଗୀତାରେ କହିଛନ୍ତି।
                   ସରସ୍ୱତୀ ଓ ଲକ୍ଷ୍ମୀଙ୍କର ବେଶ ଭୂଷା ବାହନ ଓ ଅଳଙ୍କାର ମଧ୍ୟରେ ଥିବା ପ୍ରଭେଦକୁ ଲକ୍ଷ୍ୟ କଲେ ମଧ୍ୟ ଏକଥା ବୁଝି ହୁଏ ଯେ ସେମାନେ ଏକକାଳୀନ ନଥିଲେ  । ସରସ୍ୱତୀ ବନ୍ଦନାରେ ତାଙ୍କର ନିମ୍ନମତେ ବର୍ଣ୍ଣନା କରାଯାଇଛି;
ଯା କୁନ୍ଦେନ୍ଦୁ ତୁଷାରହାର ଧବଳା, ଯା ଶୁଭ୍ରବସ୍ତ୍ରା ବୃତା, 
ଯା ବୀଣା ବରଦଣ୍ଡମଣ୍ଡିତ କରା, ଯା ଶ୍ୱେତ ପଦ୍ମାସନା  । 
ଯା ବ୍ରହ୍ମାଚୁ୍ୟତ ଶଙ୍କର ପ୍ରଭୃତିଭି, ଦେବୈଃ ସଦା ବନ୍ଦିତା, 
ସା ମାଂପାତୁ ସରସ୍ୱତୀ ଭଗବତୀ, ନିଃଶେଷ ଜାଡ଼୍ୟାପହା   ।
ଶୁକ୍ଲାଂ ବ୍ରହ୍ମ ବି·ରସାର ପରମାମାଦ୍ୟାମ୍ ଜଗତ ବ୍ୟାପିନୀ,
ବୀଣା ପୁସ୍ତକ ଧାରିଣିଂ ଅଭୟଦାଂ, ଜାଢ଼୍ୟାନ୍ଧକାରାପହାମ୍  ।
ହସ୍ତେ ସ୍ଫଟିକ ମାଳିକାଂ ବିଦଧତିଂ ପଦ୍ମାସନେ ସଂସ୍ଥିତାମ୍, 
ବନ୍ଦେ ତାଂ ପରମେଶ୍ୱରୀ ଭଗବତୀ ବୁଦ୍ଧି ପ୍ରଦାମ୍ ଶାରଦାଂ  । 
                  ସରସ୍ୱତୀଙ୍କର ବେଶଭୁଷା ଓ ପରିଧାନ ଆଦି ସମସ୍ତ ଶ୍ୱେତବର୍ଣ୍ଣ ଯୁକ୍ତ  । ଶ୍ୱେତ ବା ଧବଳ ବର୍ଣ୍ଣ ପବିତ୍ରତାର ସୂଚକ  । ଜ୍ଞାନର ପ୍ରତୀକ ହେଉଛି ବୀଣା  । ପଦ୍ମାସନ ଅନାସକ୍ତିର ପ୍ରତୀକ  । ପଦ୍ମ କାଦୁଅରୁ ଜନ୍ମ ହୋଇ ଜଳରେ ରହୁଥି୍ଲେ ମଧ୍ୟ ନିର୍ଲିପ୍ତ ଥାଏ  । ସେହିପରି ଘରର ଗୃହସ୍ଥୀ ସମାଜ ମଧ୍ୟରେ ଥାଇ ଶତଦଳ ସଦୃଶ ପବିତ୍ର ଜୀବନ ଯାପନ କରିବା ହିଁ େଉଛି ଏହାର ଭାବ  । ହଂସ ପବିତ୍ରତା ଓ ପରୀକ୍ଷା ଶକ୍ତିର ପ୍ରତୀକ  । ହଂସ କାଦୁଅରୁ ମଧ୍ୟ ସାର ପଦାର୍ଥକୁ ଅଲଗା କରି ଗ୍ରହଣ କରିଥାଏ  । ସେହିପରି ଯେଉଁମାନେ କଳୀଯୁଗୀୟ ଆସୁରୀ ସ୍ୱଭାବଯୁକ୍ତ ଦୁନିଆଁରେ ଥାଇ ମଧ୍ୟ ଦୈବିଗୁଣ ଓ ସଂସ୍କାର ଚୟନ କରି ନିଜ ମଧ୍ୟରେ ଧାରଣ କରନ୍ତି; ସେମାନଙ୍କୁ ହଂସ ସହିତ ତୁଳନା କରାଯାଏ  । ସରସ୍ୱତୀ ସଂଗମଯୁଗରେ ବା କଳି ଓ ସତ୍ୟର ସନ୍ଧି ଯୁଗରେ ବ୍ରହ୍ମା-ମୁଖ କମଳରୁ ଉଚ୍ଚାରିତ ଈଶ୍ୱରୀୟ ଜ୍ଞାନକୁ ସ୍ୱୟଂ ନିଜ ଜୀବନରେ ଧାରଣ କରି ସମଗ୍ର ବିଶ୍ୱରେ ପ୍ର·ର କରିବାରେ ଅଗ୍ରଣୀ ଭୁମିକା ଗ୍ରହଣ କରିଥିଲେ  । ତେଣୁ ତାଙ୍କୁ ବିଦ୍ୟା ଦାୟିନୀ ରୂପରେ ପୂଜା କରାଯାଏ  । ଏହି ପୁରୁଷାର୍ଥର ପ୍ରାବବ୍ଧ ଭୋଗ କରିବା ପାଇଁ ସେ ସତ୍ୟ ଯୁଗରେ ଶ୍ରୀଲକ୍ଷ୍ମୀ  ପଦରେ ବିଭୂଷିତ ହୋଇଥିଲେ  । ଲକ୍ଷ୍ମୀଙ୍କର ନାମ ପୂର୍ବରୁ ଶ୍ରୀ ଶବ୍ଦର ପ୍ରୟୋଗ ସମୃଦ୍ଧି ବା ଅଭିବୃଦ୍ଧିର ପ୍ରତୀକ  । ଲକ୍ଷ୍ମୀଙ୍କର ବେଶ-ଭୂଷା ପରିଧାନରେ ରାଜକୀୟ ସମୃଦ୍ଧି ପରିସ୍ଫୁଟ ହୁଏ  । 
              ଓଡ଼ିଶା ଏକ କୃଷି ଭିିକ ରାଜ୍ୟ  । ତେଣୁ ଏଠାରେ ସମସ୍ତ ପର୍ବ-ପର୍ବାଣୀ କୃଷି ଉପରେ ଆଧାରିତ  । ମାର୍ଗଶୀର ମାସରେ ·ଷୀର ଶସ୍ୟ ଭଣ୍ଡାର ପରିପୂର୍ଣ୍ଣ ଥାଏ  । ତେଣୁ ସେ କୃତିଜ୍ଞତା ସ୍ୱତୂପ ମାଁ ଲକ୍ଷ୍ମୀଙ୍କୁ ପୂଜା କରି ବିଭିନ୍ନ ବ୍ୟଞ୍ଜନ ଭୋଗ ସ୍ୱରୂପ ଅର୍ପଣ 
କରେ  । ଲକ୍ଷ୍ମୀଙ୍କର ବିଗ୍ରହ ସମ୍ମୁଖରେ ସେ ପ୍ରଣତି କରେ ଯେ ଆଗାମୀ ବର୍ଷ ମଧ୍ୟ ତା’ର କୃଷି ଉପôାଦନ, ଅନାବୃଷ୍ଟି ଓ ଅତିବୃଷ୍ଟି ଦ୍ୱାରା ବ୍ୟାହତ ନ ହୋଇ ଦ୍ୱିଗୁଣିତ ହେଉ  । ତା’ ସେ୍ୱ ମଧ୍ୟ ଆଜି ଆମେ ଦେଖିବାକୁ ପାଇବା ଯେ ପ୍ରତିବର୍ଷ ଅତିବୃଷ୍ଟି ବା ଅନାବୃଷ୍ଟି ଲାଗି ରହିଛି  । ·ଷି ମାନଙ୍କର ଦୁଃଖ ଓ ଦୈନ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ପାଣିପାଗର ଏହି ଦ୍ରୁତ ପତିବର୍ନ ବିଶେଷଜ୍ଞ ମାନଙ୍କର ଚିନ୍ତାର ବିଷୟ ହେଲାଣି  । ସେମାନେ କିଂକର୍ବ୍ୟ ବିମୂଢ଼ ଅବସ୍ଥାରେ କେବଳ କୌଣସି ଅଲୌକିକ ଚମକôାରକୁ ଅପେକ୍ଷା କରୁଛନ୍ତି  । କାରଣ ଆଜିର ବିଜ୍ଞାନ ଏ ଦିଗରେ କିଛି କରିବାକୁ ଅସମର୍ଥ  । ଏହାହିଁ କଳି ଯୁଗର ଅନ୍ତିମ ସମୟକୁ ସୂଚିତ କରେ  । ଏହିପରି ଏକ ସଙ୍କଟକାଳୀନ ଅବସ୍ଥାରେ ପରମାତ୍ମା ଅବତରଣ କରି ସତ୍ୟଜ୍ଞାନ ଦିଅନ୍ତି  । ଯେଉଁମାନେ ଏହାକୁ ଜୀବନରେ ଧାରଣ କରି ପରମାତ୍ମାଙ୍କ ସହିତ ଏକାତ୍ମ ହୋଇ ଯୋଗାଗ୍ନି ଦ୍ୱାରା ଶୁଦ୍ଧ ଓ ପବିତ୍ର ହୁଅନ୍ତି; ସେମାନେ ହିଁ ଲକ୍ଷ୍ମୀଙ୍କ ଅନୁକମ୍ପା ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହୁଅନ୍ତି ଅର୍ଥାତ୍ ସୁଖ-ଶାନ୍ତି ସମୃଦ୍ଧି ଓ ପବିତ୍ରତାରେ ପରିପୂର୍ଣ୍ଣ ଆଗାମୀ ସ୍ୱର୍ଣ୍ଣିମ ସ୍ୱର୍ଗୀୟ ଦୁନିଆେଁରେ ଜନ୍ମ ଗ୍ରହଣ କରିଥାନ୍ତି  । 

!! ଓମ୍ ଶାନ୍ତି !!

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର