ମଧୁମେହ ରୋଗ ଓ ରାଜଯୋଗ ଦ୍ୱାରା ଏହାର ନିୟନ୍ତ୍ରଣ-----ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର,ପାଟଣାଗଡ
ମଧୁମେହ ରୋଗ ଓ ରାଜଯୋଗ ଦ୍ୱାରା ଏହାର ନିୟନ୍ତ୍ରଣ
ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର,ପାଟଣାଗଡ
ମଧୁମେହ ରୋଗ କଣ?
ଶରୀରରେ ଇନ୍ସ୍ୟୁଲିନ କମି ଗଲେ ମଧୁମେହ ହୁଏ ବୋଲି ଅନେକଙ୍କ ଧାରଣା । କିନ୍ତୁ ତାହା ଠିକ ନୁହେଁ । ପରୀକ୍ଷାରୁ ଜଣାଯାଏ ଯେ ଅନେକଙ୍କ ପର୍ଯ୍ୟାପ୍ତ ପରିମାଣରେ ଇନ୍ସୁଲିନ ଥିଲେ ମଧ୍ୟ ସେମାନେ ମଧୁମେହରେ ପୀଡିତ ହୋଇଥାନ୍ତି ।ଏପରି କ୍ଷେତ୍ରରେ ଇନସୁଲିନ ଶରୀରରେ ଠିକ୍ଭାବରେ କାର୍ଯ୍ୟ କରେ ନାହିଁ ଏବଂ ପରିଣାମ ସ୍ୱରୂପ ରକ୍ତରେ ଶର୍କରା ପରିମାଣ ବଢ଼ି ଯାଏ । ତେଣୁ , ରକ୍ତରେ ଆବଶ୍ୟକତାଠାରୁ ଅଧିକ ଶର୍କରା ବୃଦ୍ଧିକୁ ମଧୁମେହ ରୋଗ କୁହାଯାଏ । ଚିକିତ୍ସା ବିଜ୍ଞାନ ଅନୁସାରେ ଖାଲି ପେଟରେ ଯେତେବେଳେ ରକ୍ତରେ ଶର୍କରା ପରିମାଣ ୧୨୫ରୁ ଅଧିକ ହୋଇଯାଏ ସେତେବେଳେ ଶରୀରରେ ବିଭିନ୍ନ ଉପସର୍ଗ ଦେଖାଯାଏ ଓ ସେହି ଲକ୍ଷଣ ସମଷ୍ଟିକୁ ଏକ ଶବ୍ଦରେ ମଧୁମେହ ବା ଡାୟବେଟିଜ୍ କୁହାଯାଏ । ଯେତେବେଳେ ରକ୍ତରେ ଶର୍କରା ପରିମାଣ ୧୮୦ରୁ ଅଧିକ ହୋଇଯାଏ ସେତେବେଳେ ତାହା ପରିସ୍ରାରେ ମଧ୍ୟ ନିର୍ଗତ ହୁଏ । କେତେକ କ୍ଷେତ୍ରରେ ରକ୍ତରେ ଶର୍କରା ପରିମାଣ ୧୨୫ରୁ କମ ଥାଇ ମଧ୍ୟ ପରିସ୍ରାରେ ଶର୍କରା ଅଂଶ ପଡିଥାଏ । ଏହାକୁ ଡାକ୍ତରୀ ଭାଷାରେ ""ଗ୍ଳାୟକୋସୁରିୟା''କୁହାଯାଏ । ଏହା ପ୍ରକୃତ ଅର୍ଥରେ ମଧୁମେହ ରୋଗ ନୁହେଁ । ତେଣୁ ରକ୍ତରେ ଶର୍କରା ପରିମାଣ ବୃଦ୍ଧି ହିଁ ସବୁଠାରୁ ଗୁରୁ୍ୱପୂର୍ଣ୍ଣ ।ମଧୁମେହ ରୋଗର କାରଣ :-
୧.ଶାରୀରିକ ପରିଶ୍ରମର ଅଭାବ : ବିଜ୍ଞାନର ଉନ୍ନତି ସେଙ୍ଗ ସେଙ୍ଗ ମନୁଷ୍ୟ ସୁଖ ସ୍ୱାଚ୍ଛନ୍ଦ୍ୟରେ ଆରାମପ୍ରଦ ଜୀବନ ଯାପନ କରିବାକୁ ପସନ୍ଦ କରୁଛି । ଆଧୁନିକ ପରିବହନ ବ୍ୟବସ୍ଥା ହେତୁ ମଣଷର ଚାଲିବା ଅଭ୍ୟାସ କମି ଯାଉଛି । ବ୍ୟବସାୟିକ ବ୍ୟସ୍ତତା ମଧ୍ୟରେ ତାକୁ ନିୟମିତ ବ୍ୟାୟାମ କରିବାକୁ ମଧ୍ୟ ସମୟ ନିଅ ହେଉଛି । ଘରର ଅଧିକାଂଶ କାମ ବିଭିନ୍ନ ପ୍ରକାର ବୈଦୁ୍ୟତିକ ଉପକରଣ ଦ୍ୱାରା ସମ୍ପାଦିତ ହେଉଛି । ପୂର୍ବଭଳି ଧାନ କୁଟିବା,ମସଲା କୁଟିବା, କପଡା ସଫା କରିବା, ଘର ଓଲାଇବା ଆଦି ଦୈନନ୍ଦିନ ଗୃହ କାର୍ଯ୍ୟ ପାଇଁ ମଧ୍ୟ ମଣିଷ ନିଜର ଅଙ୍ଗ ପ୍ରତ୍ୟଙ୍ଗର ସାହାଯ୍ୟ ନେଉ ନାହିଁ । ଉପଯୁକ୍ତ ଶାରୀରିକ ପରିଶ୍ରମର ଅଭାବରେ ବିଭିନ୍ନ ପ୍ରକାର ରୋଗ ଉପôନ୍ନ ହୁଏ । ବ୍ୟାୟାମ ଦ୍ୱାରା ଶରୀରରେ ଶର୍କରାର ଉପଯୋଗ ହୁଏ ଓ ଇନ୍ସୁଲିନର ଆବଶ୍ୟକତା ଯଥେଷ୍ଟ ପରିମାଣରେ କମିଯାଏ । ଯେଉଁମାନଙ୍କ ଶରୀରରେ ଇନ୍ସୁଲିନର ଆବଶ୍ୟକତା ଯେତେ କମ ହୁଏ ସୋମାନଙ୍କ ମଧୁମେହ ରୋଗରେ ପୀଡିତ ହେବାର ସମ୍ଭାବନା ସେତେ କମ୍ ଥାଏ। ଏଠାରେ ଗୋଟିଏ କଥା ପ୍ରଣିଧାନ ଯୋଗ୍ୟ ଯେ ଶରୀରରେ ଇନ୍ସୁଲିନର ଆବଶ୍ୟକତା ଯେଉଁ ପରିମାଣରେ ବୃଦ୍ଧି ପାଏ ସେହି ଅନୁସାରେ ତାହା ଅଭ୍ୟସ୍ତ ହୋଇପଡେ । ଆମ ଶରୀର ଅସଂଖ୍ୟ କୋଷର ସମାହାର । ପ୍ରତ୍ୟେକ କୋଷରେ ଏକ "ରିସେପ୍ଟର' ଅଛି । ଏହା ଦ୍ୱାରା ରକ୍ତରେ ଥିବା ଶର୍କରା ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଯାଇ ଶକ୍ତିରେ ରୂପାନ୍ତରିତ ହୁଏ । ବ୍ୟାୟାମ ଅଭାବରେ ଏହି "ରିସେପ୍ଟର' କାମ କରିବା ବନ୍ଦ କରିଦିଏ ।ଏଥିପାଇଁ ପର୍ଯ୍ୟାପ୍ତ ଇନସୁଲିନ ଥାଇ ମଧ୍ୟ ତାହା ଶରୀରରେ ଠିକ ଭାବରେ ଉପଯୋଗ ହୋଇପାରେ ନାହିଁ ଓ ମଧୁମେହ ରୋଗ ହୁଏ ।
୨.ଅନିୟମିତ ଆହାର:
ମଣିଷ ବିବା ପାଇଁ ସୁଷମ ଖାଦ୍ୟ ଆବଶ୍ୟକ କରେ । ଜଣେ ସୁସ୍ଥ ବ୍ୟକ୍ତିର ପାକସ୍ଥଳୀ ଭୁକ୍ତ ଖାଦ୍ୟ ହଜମ କରିବା ପାଇଁ ୪ ଘାରୁ ୬ ଘା ସମୟ ନିଏ । ତେଣୁ ପ୍ରତ୍ୟେକେ ନିଜର ପାଚନ ଶକ୍ତି ଅନୁରୂପ ଖାଦ୍ୟ ଗ୍ରହଣ ଅବଧି ସ୍ଥିର ରଖିବା ଉଚିତ । ଅନିୟମିତ ଓ ବିଷମ ଖାଦ୍ୟ ଅନେକ ପ୍ରକାର ରୋଗର କାରଣ । ପ୍ରବାଦ ଅଛି ଯାହା ପାଟିକୁ ସୁଆଦ ତାହା ପେଟକୁ ବିଷମ । ବର୍ମାନ ସମୟରେ ମଣିଷର ଖାଦ୍ୟ ରୁଚିରେ ଯେଉଁ ପରବର୍ନ ଦେଖାଯାଉଛି ତାହା ସମ୍ପୁର୍ଣ୍ଣ ଭାବରେ ଅପ୍ରାକୃତିକ । କା ପନି ପରିବା , ଫଳ, ଦୁଧ ଆଦିର ବ୍ୟବହାର ଖାଦ୍ୟ ତାଲିକାରୁ ପ୍ରାୟ ଲୋପ ପାଇଗଲାଣି । ଚକିପେଷା ଅଟା,ଢ଼ିଙ୍କିକୁଟା ଚାଉଳ ଆଜି ଇତିହାସର ବିଷୟ । ମେସିନ ଦ୍ୱାରା ଯେଉଁ ଚାଉଳ ବା ଅଟା ପ୍ରସ୍ତୁତ ହେଉଛି ସେଥିରୁ ଅତି ଉପାଦେୟ ତ୍ୱ ସବୁ ନଷ୍ଟ ହୋଇ ଯାଉଛି । ବର୍ମାନ ଫାଷ୍ଟ ଫୁଡ ଓ ପ୍ୟାକେଟ ଖାଦ୍ୟର ବହୁଳ ପ୍ରଚଳନ ଦେଖାଯାଏ । ଏହି ଖାଦ୍ୟକୁ ତଟକା ଓ ସୁସ୍ୱାଦୁ କରିବା ପାଇଁ ଏଥିରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ମିଶାଯାଏ । ଏହାଦ୍ୱାରା ଖାଦ୍ୟର ପୋଷକ ତ୍ୱ ନଷ୍ଟ ହେବା ସେଙ୍ଗ ସେଙ୍ଗ ସେଥିରେ ମିଶ୍ରିତ ରାସାୟନିକ ପଦାର୍ଥ ଶରୀରରେ ଅନେକ କ୍ଷତି କରାଏ । ବ୍ୟବସାୟିକ ପ୍ରତିଯୋଗିତା ଦୌଡରେ ମଣିଷ ସମୟାନୁସାରେ ଖାଦ୍ୟ ଗ୍ରହଣ କରପାରୁ ନାହିଁ। କେହି କେହି ସକାଳେ ଜଳଖିଆ ଖାଇବା ପରିବେର୍ ଘାଏ ଦୁଇଘାରେ କେବଳ ଚା କପେ କପେରେ କାମ ଚଳାଇ ଦିଅନ୍ତି । ଚା' ପିଇବା ପୂର୍ବରୁ ପାଣି ପିଇବାକୁ ମଧ୍ୟ କେତେକଙ୍କ ତର ନ ଥାଏ । କେତେକ ମଧ୍ୟାହ୍ନ ଭୋଜନ ସମୟରେ ତରତର ହୋଇ ସକାଳ ଜଳଖିଆ ଖାଆନ୍ତି । ଜଳଖିଆ ପୁଣି କଣ ? ଦୁଇଖଣ୍ଡ ବ୍ରେଡ ଓ ଚା' କପେ । ରାତ୍ରୀରେ ଘରକୁ ଫେରି ପେଟପୂରା ଖାଇ ଶୋଇ ପଡନ୍ତି । ଏହା ଦ୍ୱାରା ଠିକ ଭାବରେ ଖାଦ୍ୟ ପରିପାକ ହୋଇ ପାରେ ନାହିଁ ।ରାତି୍ରରେ ବିଶ୍ରାମ ହେତୁ ଖାଦ୍ୟର ବିଶେଷ ଉପଯୋଗ ହୋଇପାରେ ନାହିଁ । ଏକା ସଙ୍ଗରେ ଅଧିକ ଭୋଜନ ଦ୍ୱାରା ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପାଇଁ ଅଧିକ ଇନ୍ସୁଲିନ ଦରକାର ହୁଏ ଏବଂ କ୍ରମେ ଶରୀର ଅଧିକରୁ ଅଧିକ ଇନ୍ସୁଲିନ ଉପଯୋଗ କରିବା ପାଇଁ ଅଭ୍ୟସ୍ତ ହୋଇ ପଡେ । ପରବର୍ୀ ସମୟରେ ଇନସୁଲିନ କମ ହେଲେ ରକ୍ତରେ ଥିବା ଶର୍କରା ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଯାଇ ଉପଯୋଗ ହୋଇ ପାରେ ନାହିଁ । ଏହା ମଧ୍ୟ ମଧୁମେହ ରୋଗର ଅନ୍ୟତମ ଏକ ବଡ କାରଣ ।
୩.ମାନସିକ କାରଣ:
ସଭ୍ୟତା ନାମରେ ପାଶ୍ଚ୍ୟାତ୍ୟାନୁକରଣ ହେତୁ ମଣିଷ ମଧ୍ୟରେ ଦୈହିକ ସୁଖ ସୁବିଧା ସାଧନର କାମନା ବୃଦ୍ଧି ପାଇଛି । ଏହା ପୂରଣ ନ ହେଲେ ତାର ମନ ଉଦାସ ହୋଇ ପଡେ । ଅତୃପ୍ତ କାମନା ବାସନା ହିଁ ମାନସିକ ଚାପର ମୁଖ୍ୟ କାରଣ । ଆମ ଶରୀର ମଧ୍ୟରେ ପ୍ରାୟ ୧୪ ପ୍ରକାର ଅନ୍ତଃସ୍ରାବ ବିଭିନ୍ନ ଗ୍ରନ୍ଥିରୁ ନିଃସରଣ ହୋଇ ରକ୍ତରେ ମିଶେ । ଏଗୁଡିକୁ ହ୍ରାସ କରିବା ପାଇଁ କେବଳ ଏକ ମାତ୍ର ଇନ୍ସୁଲିନର ଆବଶ୍ୟକ ହୁଏ । ଅତ୍ୟଧିକ ମାନସିକ ଚାପ ହେତୁ ଆବଶ୍ୟକ ପରିମାଣରେ ଇନ୍ସୁଲିନ କ୍ଷରଣ ବାଧାପ୍ରାପ୍ତ ହୁଏ ଓ ମଧୁମେହ ରୋଗ ପାଇଁ ପଥ ପ୍ରଶସ୍ତ କରେ ।
୪.ମେଦ ବହୁଳତା:
ଅଗ୍ନାଶୟ ନାମକ ଅନ୍ତଃସ୍ରାବୀ ଗ୍ରନ୍ଥୀରୁ ଇନ୍ସୁଲିନ ନିଃସରଣ ହୁଏ । ଶରୀରରେ ଚର୍ବି ବଢ଼ିଗଲେ ଅଗ୍ନାଶୟର ଇନ୍ସୁଲିନ ନିର୍ମାଣ କ୍ଷମତା କମିଯାଏ । ଶରୀରର ଅନ୍ୟାନ୍ୟ ଅଂଶ ଅପେକ୍ଷା ପେଟରେ ଚର୍ବି ବୃଦ୍ଧି ଡାୟବେଟିଜ ରୋଗ ସୃଷ୍ଟି ପାଇଁ ବିଶେଷ ଭୂମିକା ଗ୍ରହଣ କରେ ।
୫.ଆନୁବଂଶିକତା:
ସାଧାରଣତଃ ମଧୁମେହ ଏକ ବଂଶାନୁଗତ ରୋଗ । କିନ୍ତୁ ଅନେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ମଧ୍ୟ ଦେଖାଯାଏ । ଡାକ୍ତରୀ ପରୀକ୍ଷାରୁ ଜଣାଯାଏ ଯେ ଉଭୟ ପିତାମାତ ବା କୌଣସି ଜଣଙ୍କୁ ଡାୟବେଟିଜ୍ ହୋଇଥିଲେ ସେମାନଙ୍କ ସନ୍ତାନ ସନ୍ତତିମାନଙ୍କୁ ଶତକଡା ୩୦ ରୁ ୬୦ ପ୍ରତିଶତ ମଧ୍ୟରେ ସେହି ରୋଗ ହେବାର ସମ୍ଭାବନା ଥାଏ । କିନ୍ତୁ ଯେଉଁମାନଙ୍କୁ ୨୫ ବର୍ଷରୁ କମ ବୟସ ମଧ୍ୟରେ ଏହି ରୋଗ ହୁଏ ତାହା ବଂଶାନୁଗତ କାରଣ ନୁହେଁ ।
ମଧୁମେହ ରୋଗର ପ୍ରକାର ଭେଦ:
୧.ପଚିଶ ବର୍ଷରୁ କମ୍ ବୟସର ପୁଅ ଝିଅଙ୍କୁ ଏକ ପ୍ରକାର ଡାୟବେଟିଜ ହୁଏ । ଏଥିରେ ଇନ୍ସୁଲିନ ନିର୍ମାଣକାରୀ ସମସ୍ତ କୋଷ ନିଷ୍କ୍ରିୟ ହୋଇଯାଏ । ତେଣୁ ଏହି ପ୍ରକାର ଡାୟବେଟିଜ୍ରେ ଇେଞ୍ଜକ୍ସନ ଦ୍ୱାରା ଇନ୍ସୁଲିନ ନେବା ଦରକାର ହୁଏ । କାରଣ ଔଷଧ ଖାଇବା ଦ୍ୱାରା ଏହା ଠିକ ହୁଏ ନାହିଁ । ଏହି ପ୍ରକାର ରୋଗ ବଂଶାନୁଗତ କାରଣରୁ ହୁଏ ନାହିଁ ।
୨.ପଚିଶ ବର୍ଷରୁ ଉର୍ଦ୍ଧ ବୟସର ସ୍ତ୍ରୀ ବା ପୁରୁଷମାନଙ୍କୁ ହେଉଥିବା ଡାୟବେଟିଜ୍ ପ୍ରାୟତଃ ବଂଶାନୁକ୍ରମିକ ଅଟେ । ପୂର୍ବରୁ ଏହା ପ୍ରାୟ ଚାଲିଶରୁ ଉର୍ଦ୍ଧ ବୟସ୍କ ଲୋକଙ୍କୁ ହେଉଥିଲା ।
୩.କ୍ରମାଗତ ଭାବରେ ମାସାଧିକ କାଳ ଯଦିି କୌଣସି ବ୍ୟକ୍ତି ମାନସିକ ଦୁଃଶ୍ଚିନ୍ତାରେ ପୀଡିତ ହୁଏ ତେବେ ତାର ରକ୍ତ ଶର୍କରା ବୃଦ୍ଧି ପାଇବାର ସମ୍ଭାବନା ଥାଏ । ପରବର୍ୀ ସମୟରେ ମାନସିକ ଚାପ ଉପଶମ ହେଲା ପରେ ରକ୍ତରେ ଶର୍କରା ଅଂଶ ସାମାନ୍ୟ କିଛି କମିଲେ ମଧ୍ୟ ସାଧାରଣ ସ୍ତର ପର୍ଯ୍ୟନ୍ତ ପହି ପାରେ ନାହିଁ । ଏହା ଡାୟବେଟିଜ୍ର କାରଣ ହୁଏ ।
୪.ଅନେକ ସମୟରେ ଗର୍ଭବତୀ ମହିଳାମାନଙ୍କ ରକ୍ତରେ ଶର୍କରା ଅଂଶ ଅଧିକ ଦେଖାଯାଏ । ଏହା ପ୍ରସବ ପରେ ସାମାନ୍ୟ ହୋଇଥାଏ । କିନ୍ତୁ ଶରୀରର କେତେକ ସ୍ଥାନରେ ଏହି ଶର୍କରାର ଆଧିକ୍ୟ ହ୍ରାସ ପାଏ ନାହିଁ । ଏହା ହିଁ ପରେ ଡାୟବେଟିଜ୍ ପାଇଁ ପଥ ପ୍ରଶସ୍ତ କରେ ।
୫.ଉଚ୍ଚ ରକ୍ତ ଚାପ ରୋଗରେ ଗ୍ରସିତ ଲୋକମାନଙ୍କୁ ହେଉଥିବା ଡାୟବେଟିଜ୍ର ଅନ୍ୟତମ କାରଣ ହେଲା ସେମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା କେତେକ ଔଷଧ । ଉଚ୍ଚ ରକ୍ତଚାପ ନିୟନ୍ତ୍ରଣକାରୀ କେତେକ ଔଷଧ ଅଛି ଯାହା କ୍ରମାଗତ ବ୍ୟବହାର କଲେ ଡାୟବେଟିଜ୍ ହେବାର ସମ୍ଭାବନା ଥାଏ ।
୬.କେତେକ ଷ୍ଟେରୋଇଡସ୍ ଔଷଧ ବ୍ୟବହାର କରିବା ଦ୍ୱାରା ମଧ୍ୟ ଡାୟବେଟିଜ୍ ହୁଏ ବୋଲି ପରୀକ୍ଷାରୁ ଜଣା ଯାଇଛି ।
୭.ଖାଦ୍ୟରେ ଉପଯୁକ୍ତ ପରିମାଣରେ ଜୀବସାର ଓ ଖଣିଜ ଲବଣର ଅଭାବରେ ମଧ୍ୟ ଡାୟବେଟିଜ୍ ହୁଏ । ଏହି ପ୍ରକାର ଡାୟବେଟିଜ୍ ପ୍ରାୟ ୧୦ରୁ ୨୦ ବର୍ଷ ବୟସ୍କ ପୁଅ ଝିଅଙ୍କ ମଧ୍ୟେରେ ଦେଖାଯାଏ । ସୁଷମ ଖାଦ୍ୟ ଗ୍ରହଣ କଲେ ତାହା ଆରୋଗ୍ୟ ହୋଇପାରେ ।
ରକ୍ତରେ ଶର୍କରା ପରିମାଣ ପରୀକ୍ଷଣ:
ରାତ୍ରୀ ଭୋଜନର ଅନ୍ୟୁନ ୭ ଘା ପରେ ରକ୍ତରେ ଶର୍କରା ଅଂଶ ୭୦ରୁ ୧୨୫ ପର୍ଯ୍ୟନ୍ତ ସାମାନ୍ୟ ବୋଲି ଗ୍ରହଣ କରଯାଏ । ଖାଦ୍ୟ ଗ୍ରହଣର ଠିକ ଦୁଇ ଘା ପରେ ଏହି ଶର୍କରା ସ୍ତର ବୃଦ୍ଧି ପାଇ ସର୍ବୋଚ୍ଚ ୧୭୫ ବା ଏହାଠାରୁ କମ୍ ରହିଲେ ଏହାକୁ ସାମାନ୍ୟ ବୋଲି ଧରାଯାଏ । କିନ୍ତୁ ଏହା ୧୭୫ରୁ ଅଧିକ ହେବା ଡାୟବେଟିଜ୍ ରୋଗର ସୂଚନା ଦିଏ । ଏଥିପାଇଁ ଆବଶ୍ୟକ ଡାକ୍ତରୀ ପରାମର୍ଶ ଆବଶ୍ୟକ । କେତେକ ଲୋକ ଦୁଇ ତିନି ମାସ ଆହାର ବିହାରରେ ସଂଯମ ଆଚରଣ ତଥା ବ୍ୟାୟାମ କରି ରକ୍ତରେ ଶର୍କରା ପରୀକ୍ଷା କରାନ୍ତି । ଏହା ଅନେକ ସମୟରେ ସାମାନ୍ୟ ବାହାରେ । ଏପରି କ୍ଷେତ୍ରରେ ଡାୟବେଟିଜ୍ ନାହିଁ ଭାବି ସେମାନେ ଆଉ ଖାଦ୍ୟରେ ସଂଯମ ପାଳନ ବା ନିୟମିତ ବ୍ୟାୟାମ କରନ୍ତି ନାହିଁ । ତେଣୁ, ପୂର୍ବ ତିନିମାସରେ ରକ୍ତ ଶର୍କରା ପରିମାଣର ହ୍ରାସ ବୃଦ୍ଧି ଜାଣିବା ପାଇଁ ଏକ ପ୍ରକାର ପରୀକ୍ଷଣ ହୁଏ । ଏହାକୁ ଗ୍ଳାଇକୋସୁଲେଟ ହିମୋଗ୍ଳୋବନ କୁହାଯାଏ । ଡାୟବେଟିଜ୍ରେ ରକ୍ତରେ ଚର୍ବି ପରିମାଣ ବୃଦ୍ଧି ହୁଏ । ତେଣୁ ପ୍ରତି ଛଅ ମାସରେ ଥରେ ଏହା ଯା କରାଇବା ଉଚିତ । ଯଦି ଏହାର ପରିମାଣ ଅଧିକ ହୁଏ ତେବେ ଚର୍ବି ଜାତୀୟ ଖାଦ୍ୟ ପରିତ୍ୟାଗ ସେଙ୍ଗ ସେଙ୍ଗ ଆବଶ୍ୟକୀୟ ବ୍ୟାୟାମ କରିବା ଉଚିିତ । ଏହା ଦ୍ୱାରା ରକ୍ତରେ ଥିବା କ୍ଷତିକାରକ ଚର୍ବି ନଷ୍ଟ ହୋଇଯାଏ । ପା ବର୍ଷରୁ ଉର୍ଦ୍ଧ ସମୟ ଡାୟବେଟିଜ୍ ରୋଗରେ ଆକ୍ରାନ୍ତ ରୋଗୀମାନେ ବର୍ଷକ ଥରେ ପରିସ୍ରାରେ ମାଇକ୍ରୋ ଆଲବୁମିନ ପରୀକ୍ଷଣ କରିବା ଉଚିତ । କାରଣ ପରିସ୍ରାରେ ମାଇକ୍ରୋ ଆଲବୁମିନ ଅଧିକ ହେବା ବୃକକ ସମନ୍ଧୀୟ ତୃଟୀ ର ସୂଚନା ଦିଏ । ଏହାର ତୁରନ୍ତ ଚିକିତ୍ସା ଦରକାର । ରକ୍ତରେ ଶର୍କରା ପରିମାଣ ଜାଣିବାପାଇଁ ଗ୍ଳୁକୋମିଟର ଦ୍ୱାରା ଜଣେ ନିଜେ ଘରେ ପରୀକ୍ଷା କରି ପାରିବ ।
ମଧୁମେହ ରୋଗର ବିଭିନ୍ନ ଉପସର୍ଗ:
ଡାୟବେଟିଜ୍ ରୋଗରେ ରକ୍ତରେ ଥିବା ଶର୍କରା କୋଷିକା ଗୁଡିକରେ ପ୍ରବେଶ କରି ପାରେ ନାହିଁ । ଶର୍କରା କୋଷିକାରେ ପ୍ରବେଶ କଲେ ତାହା ବିଘଟିତ ହୋଇ ଶରୀରକୁ ଶକ୍ତି ପ୍ରଦାନ କରେ । କିନ୍ତୁ ଏହି ରୋଗରେ କୋଷିକା ଶର୍କରାର ଉପଯୋଗ କରି ନ ପାରି ଚର୍ବିକୁ ବିଘଟିତ କରି ଶକ୍ତି ନିର୍ମାଣ କରେ । ଶରୀରରେ ଚର୍ବି ହ୍ରାସ ହେଲେ ଓଜନ କମିଯାଏ । ଶରୀରର କୋଷଗୁଡିକୁ ଶର୍କରା ଯୋଗାଣ ହୋଇ ନ ପାରୁଥିବାରୁ ସେମାନଙ୍କୁ ଭୋଜନ ମିଳୁ ନାହିଁ ବୋଲି ମସ୍ତିଷ୍କକୁ ସନ୍ଦେଶ ପ୍ରେରଣ କରନ୍ତ୍ି । ଏହା ଦ୍ୱାରା ମସ୍ତିଷ୍କରେ ଥିବା କ୍ଷୁଧା ଉପôନ୍ନକାରୀ କେନ୍ଦ୍ର ଉେଜିତ ହୁଏ ଓ ସଂପୃକ୍ତ ବ୍ୟକ୍ତିକୁ ଭୋକ ଲାଗେ । ତେଣୁ ଏହି ରୋଗରେ ଅଧିକ ଭୋକ ହେଉଥିଲେ ମଧ୍ୟ ତଦନୁସାରେ ଓଜନ ବୃଦ୍ଧି ହୁଏ ନାହିଁ ।ରକ୍ତରେ ଶର୍କରା ପରିମାଣ ଅଧିକ ହେଲେ ଶରୀର ତାକୁ ବାହାର କରିବାର ଉପକ୍ରମ କରେ । ଏଥିପାଇଁ ବାରମ୍ବାର ପରିସ୍ରା ଲାଗେ ଏବଂ ଥରକୁ ଅଧିକ ପରିସ୍ରା ହୁଏ । ଶରୀରରୁ ଅତ୍ୟଧିକ ଜଳୀୟ ଅଂଶ ନିର୍ଗମନ ହେଉଥିବା ହେତୁ ଅଧିକ ଶୋଷ ହୁଏ । ଡାୟବେଟିଜ୍ ରୋଗରେ ଏହା ଏକ ସାଧାରଣ ଲକ୍ଷଣ । ରକ୍ତରେ ଶର୍କରା ଅଂଶ ଅଧିକ ହେତୁ ଶରୀରର କୌଣସି ସ୍ଥାନରେ କ୍ଷତ ହେଲେ ସେଠାକୁ ସମସ୍ତ କୀଟାଣୁ ଆକର୍ଷିତ ହୁଅନ୍ତି ଓ ଘା' ଶୁଖିବାକୁ ଦିଅନ୍ତି ନାହିଁ । ଏହି ରୋଗରେ କିଟୋ-ଏସିଡୋସିସ ଏକ ଗମ୍ଭୀର ସମସ୍ୟା। ଶରୀରସ୍ଥ ଜୀବକୋଷ ଯେତେବେଳେ ଚର୍ବି ବିଘଟନ କରି ଶକ୍ତି ନିର୍ମାଣ କରେ ସେତେବେଳେ କିଟୋନ-ବଡି ନାମକ ଏକ ବିଷାକ୍ତ ତ୍ୱ(Tatwa)ର ସୃଷ୍ଟି ହୁଏ । ଡାୟବେଟିଜ୍ ରୋଗେରେ ରକ୍ତ ସାଳନ ବାଧାପ୍ରାପ୍ତ ହୁଏ । ଏଥି ପାଇଁ ପାଦ ବ୍ୟଥା ହୁଏ ଓ ଫୁଲି ଯାଏ । ମସ୍ତିଷ୍କରେ ଠିକ ଭାବରେ ରକ୍ତ ସାଳନ ହୋଇ ପାରେ ନାହିଁ । ତେଣୁ ସ୍ମରଣ ଶକ୍ତି ହ୍ରାସ ପାଏ । ମସ୍ତିଷ୍କ ସହିତ ସଂଯୁକ୍ତ ସମସ୍ତ ତନ୍ତ୍ରିିକାକୁ ପର୍ଯ୍ୟାପ୍ତ ରକ୍ତ ନ ମିଳିବା ହେତୁ ହସ୍ତ ପଦାଦି ଝିମି ଖାଏ । ଥଣ୍ଡା ବା ଉଷ୍ଣତାର ସମ୍ବେଦନା ନଷ୍ଟ ହୋଇଯାଏ । ଚାଲିବା ବେଳେ ରୋଗୀକୁ ମନେ ହୁଏ ସତେ ଯେପରି ସେ ଶୂନ୍ୟରେ ଚାଲୁଛି । ଉପଯୁକ୍ତ ରକ୍ତ ସାଳନ ଅଭାବରୁ ଆଖିର ପରଦା ତା'ର କାର୍ଯ୍ୟ ଶକ୍ତି ହରାଏ । ଚକ୍ଷୁର ବିଭିନ୍ନ ସୂକ୍ଷ୍ମ ତନ୍ତୁ ବେଲୁନ ପରି ଫୁଲି ଯାଏ ଓ ଏଥିରୁ ରକ୍ତସ୍ରାବ ହୁଏ । ମଧୁମେହ ରୋଗୀର ଦୃଷ୍ଟି ଶକ୍ତି ନଷ୍ଟ ହେବାର ଏହାହିଁ କାରଣ । ଏଥି ପାଇଁ ଅନ୍ତତଃ ଛଅମାସରେ ଥରେ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ଆଖିର ପରଦା ଯା କରାଇନେବା ଆବଶ୍ୟକ। କାରଣ ଏହା ହଠାତ୍ ହୁଏ । ପ୍ରାରମ୍ଭିକ ସ୍ତରରେ ଏହା ଜାଣି ପାରିଲେ ଲେସର ଚିକିତ୍ସା ଦ୍ୱାରା ଏହାର ନିରାକରଣ ସମ୍ଭବ ।
ବୃକକ (ଳସୟଦ୍ଭରଚ୍ଚ) ଦ୍ୱାରା ଖଣିଜ ପଦାର୍ଥର ନିୟମନ ଓ ଶରୀସ୍ଥ ଜୀବକୋଷଗୁଡିକରେ ତାପମାନ ସନ୍ତୁଳିତ ହୁଏ । ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର କାର୍ଯ୍ୟ ନିର୍ବାହର ପରିଣାମ ସ୍ୱରୂପ ରକ୍ତରେ ୟୁରିଆ,ୟୁରିକ ଏସିଡ,କି୍ରୟେଟିନିନ୍ ଆଦି ତ୍ୱ ବୃଦ୍ଧି ପାଏ । ବୃକକ ମଧ୍ୟ ଦେଇ ରକ୍ତ ଯେତେବେଳେ ଗତି କରେ ସେତେବେଳେ ତାହା ଏହି ତ୍ୱଗୁଡିକୁ ପରିଷ୍କାର କରି ପରିସ୍ରା ଦ୍ୱାରା ଶରୀରରୁ ବାହାର କରିଦିଏ । ରକ୍ତରେ ଏସିଡ ଏବଂ ଆଲକଲିର ସୁଷମତା ବଜାୟ ରଖିବାରେ ବୃକକ ହିଁ ଏକମାତ୍ର ଅଙ୍ଗ । ଏଥିରେ ଥିବା ଅସଂଖ୍ୟ ନେଫ୍ରୋନ୍ସ ରକ୍ତର ଅନାବଶ୍ୟକ ତ୍ୱକୁ ପରିଷ୍କାର କରେ । ଗ୍ଳୋମେରୁଲସ ଦ୍ୱାରା ନେଫ୍ରୋନ୍ସରେ ରକ୍ତର ଶୁଦ୍ଧିକରଣ ହୁଏ । ମଧୁମେହ ରୋଗରେ ଏହି ଗ୍ଳୋମେରୁଲସର ଚାରିପଟେ ଚର୍ବି ଏବଂଶର୍କରା ଜମି ଯାଏ ଓ ସେଥିରେ ଥିବା ଛିଦ୍ର କ୍ରମଶଃ ବନ୍ଦ ହୋଇଯାଏ । ଏହା ଦ୍ୱାରା ରକ୍ତ ପରିଷ୍କରଣ କାର୍ଯ୍ୟ ହୋଇ ନ ପାରି ଶରୀରରେ ତା'ର ବିପରୀତ ପ୍ରଭାବ ପଡେ । ଏହା କୌଣସି ଔଷଧ ଦ୍ୱାରା ଠିକ ହୋଇ ପାରେ ନାହିଁ । ଏହି ପ୍ରକ୍ରିୟା ଧୀରେ ଧୀରେ ହେଉଥିବାରୁ ପ୍ରାରମ୍ଭିକ ସ୍ତରରେ ଧ୍ୟାନ ଦେଲେ ବୃକକକୁ ନିଷ୍କ୍ରିୟ ହେବାରୁ ରକ୍ଷା କରାଯାଇ ପାରିବ । ତେଣୁ ମଧୁମେହ ରୋଗରେ ପାଦ,ଆଖି ବା ମୁଖ ଫୁଲିଲା ପରି ଦେଖାଦେଲେ, ଜଣ୍ଡିସ ରୋଗ ହେଲେ,ଖୁବ ଅମ୍ଳ ହେଲେ ବା ପେଟରେ ଅଲସର (ଘା) ହେଲେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶାନୁସାରେ କିଡ୍ନି ଯା କରାଇବା ଉଚିତ ।
ମଧୁମେହ ରୋଗରେ ହୃଦୟର ଆକୃତି ବଢ଼ି ଯାଏ । ହୃଦ୍କ୍ରିୟା କ୍ରମଶଃ କ୍ଷୀଣ ହେବାକୁ ଲାଗେ । ମାଂସପେଶୀ ଫୁଲିଯିବା ହେତୁ ହୃଦୟର ସେଙ୍କାଚନ ପ୍ରସାରଣ କ୍ଷମତା ହ୍ରାସ ପାଏ । ଏଥିପାଇଁ ହୃଦୟର ଗତି ମଧ୍ୟ ଅନିୟନ୍ତ୍ରିତ ହୋଇଥାଏ । ମଧୁମେହ ରୋଗରେ ଉଭୟ ସେନ୍ସରୀ(ଝରଦ୍ଭଗ୍ଦକ୍ଟକ୍ସଚ୍ଚ) ଓ ମୋଟର (ଗକ୍ଟଗ୍ଧକ୍ଟକ୍ସ)ତନ୍ତ୍ରିକା ପ୍ରଭାବିତ ହୁଏ । କିନ୍ତୁ ମୋଟର ତନ୍ତ୍ରିକା ଅପେକ୍ଷା ସେନ୍ସରୀ ତନ୍ତ୍ରିକା ଉପରେ ମଧୁମେହର ବେଶୀ ଖରାପ ପ୍ରଭାବ ପଡେ । ଏଥିପାଇଁ ହାତ, ପାଦ ଝିମିମାରେ ,ସ୍ପର୍ଶ ଜଣା ପଡେ ନାହିଁ । କା ଗଡିଗଲେ ମଧ୍ୟ ଜାଣି ହୁଏ ନାହିଁ । ଅତ୍ୟଧିକ ଗରମ ପାଣିରେ ହାତ ବୁଡାଇଲେ ମଧ୍ୟ ଉଷ୍ମତାର ପରିମାଣ ଜାଣି ହୁଏ ନାହିଁ । କରୋନାରୀ ଧମନୀ ଦ୍ୱାରା ହୃଦପିଣ୍ଡକୁ ରକ୍ତ ମିଳେ । ମଧୁମେହ ରୋଗରେ ଏହି ଧମନୀର କ୍ରିୟା କଳାପରେ ଅନିୟମିତତା ଦେଖାଯାଏ ଏବଂ ହୃଦୟକୁ ରକ୍ତ ସାଳନ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ଏଥିପାଇଁ ବସିବା ସ୍ଥାନରୁ ଉଠିବା ବେଳେ ମୁଣ୍ଡ ବୁଲାଏ । ଏହା ବ୍ୟତୀତ ଏହି ରୋଗ ହେତୁ ପାଚନ କ୍ରିୟା ସୁଚାରୁ ରୂପେ ହୋଇ ପାରେ ନାହିଁ ଏବଂ କୋଷ୍ଠ କାଠିନ୍ୟ ବା ଉଦରାମୟ ଆଦି ଉପସର୍ଗ ଦେଖାଯାଏ ।
ମଧୁମେହ ରୋଗ ନିୟନ୍ତ୍ରଣର ବିଭିନ୍ନ ଉପାୟ :
ପୂର୍ବରୁ ଏହି ରୋଗର କାରଣ ଗୁଡିକ ଉପରେ ଆଲୋଚନା କରାଯାଇଛି । ସେଗୁଡିକ ପ୍ରତି ସତର୍କ ରହିଲେ ମଧୁମେହ ରୋଗରେ ବ୍ୟକ୍ତି ଆକ୍ରାନ୍ତ ହେବ ନାହିଁ ବା ଆକ୍ରାନ୍ତ ହୋଇଥିଲେ ନିୟନ୍ତ୍ରଣ କରି ପାରିବ । ମଧୁମେହ ରୋଗୀମାନେ ଆବଶ୍ୟକ ବ୍ୟାୟାମ, ସୁଷମ ଖାଦ୍ୟ,ବ୍ୟସନ ପରିହାର ,ଔଷଧ ସେବନ ବ୍ୟତୀତ ମାନସିକ ଶକ୍ତିର ବିକାଶ ପ୍ରତି ମଧ୍ୟ ଯଥୋଚିତ ଧ୍ୟାନ ଦେବା ଏକାନ୍ତ ଅପରିହାର୍ଯ୍ୟ । ମନର ସଠିକ ଉପଯୋଗ ବା ସକାରାତ୍ମକ ଜୀବନ ଯାପନ ଦ୍ୱାରା ମାନସିକ ଶକ୍ତିର ବିକାଶ ହୁଏ । ତେଣୁ ମଧୁମେହ ରୋଗର ନିୟନ୍ତ୍ରଣ ଓ ନିରାକରଣ ପାଇଁ ଏତତ୍ ସମ୍ବନ୍ଧୀୟ ଜ୍ଞାତବ୍ୟ ତଥ୍ୟ ସହିତ ଉପରୋକ୍ତ ପାଟି ବିଷୟ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ବିଧି ମଧ୍ୟ ଜାଣିବା ଉଚିତ ।ବ୍ୟାୟାମ:
ବ୍ୟୟାମ ଦ୍ୱାରା ରକ୍ତରେ ଥିବା ଶର୍କରାର ଉପଯୋଗ ହୁଏ ; ସ୍ନାୟୁତନ୍ତ୍ର ଶକ୍ତଶାଳୀ ହୁଏ ; ହୃଦୟର ଗିତି ନିୟନ୍ତ୍ରିତ ହୁଏ ;ଶ୍ୱାସର ଗତି ହ୍ରାସ ହୁଏ ,ହାଡ ମଜବୁତ ହୁଏ ଓ ରକ୍ତଚାପ ସମାନ୍ୟ ହୁଏ । ରକ୍ତରେ ହାୟଡେନ୍ସିଟି ଲାୟପୋ ପ୍ରୋଟିନ ଓ ଲୋ ଡେନ୍ସିଟି ଲାୟପୋ ପ୍ରୋଟିନ ନାମକ ଦୁଇ ପ୍ରକାର ଚର୍ବି ଥାଏ । ପ୍ରଥମଟି ଶରୀର ପାଇଁ ଉପଯୋଗୀ ଓ ଦ୍ୱିତୀୟଟି କ୍ଷତି କାରକ । ବ୍ୟାୟାମ ଦ୍ୱାରା ରକ୍ତରେ କ୍ଷତି କାରକ ଚର୍ବିର ପରିମାଣ ହ୍ରାସ ହୁଏ ଓ ଲାଭ ଦାୟକ ଚର୍ବିର ପରିମାଣ ବୃଦ୍ଧି ହୁଏ । ମଧୁମେହ ରୋଗରେ ରକ୍ତ ସାଳନ ବାଧାପ୍ରାପ୍ତ ହୁଏ । ଏଥିପାଇଁ ହସ୍ତ ପାଦାଦିରେ ଝିମି ଖାଏ ଓ ବ୍ୟଥା ହୁଏ ଏବଂ ମସ୍ତିଷ୍କର ବିକାଶ ହୋଇପାରେ ନାହିଁ । ବ୍ୟାୟାମ ଦ୍ୱାରା ରକ୍ତ ସାଳନ ବୃଦ୍ଧି ପାଏ ଓ ମସ୍ତିଷ୍କରୁ ଏଣ୍ଡୋରଫିନ ନାମକ ଏକ ତ୍ୱ ନିସଃରଣ ହୋଇ ବ୍ୟଥା ହ୍ରାସ କରାଏ । ଏହା ଦ୍ୱାରା ମସ୍ତିଷ୍କରେ ଉପଯୁକ୍ତ ରକ୍ତ ସାଳନ(Sanchalana) ହେଉଥିବାରୁ ବୁଦ୍ଧିର ବିକାଶ ହୁଏ ।
ପ୍ରାରମ୍ଭିକ ପର୍ଯ୍ୟାୟରେ କଠିଣ ବ୍ୟାୟାମ କରିବା ଅନୁଚିତ । ବ୍ୟାୟାମର କିଛି ପୂର୍ବରୁ ପାଣି ପିଇ ପା ମିନିଟ ଧୀରେ ଧୀରେ ଦୌଡି ଶରୀରକୁ ପ୍ରଥମେ ଉଷ୍ମ କରିବା ଉଚିତ । ତାପରେ ବୟସ ଓ ଶାରୀରିକ ଅବସ୍ଥା ଅନୁସାରେ କଠିଣ ବା ମଧ୍ୟମ ଧରଣର ବ୍ୟାୟାମ କରାଯାଇ ପାରେ ।ଏହା ଅତି କମରେ ଅଧ ଘାରୁ ପଇଁଚାଲିଶ ମିନିଟ ହେବା ଉଚିତ । ଶେଷେରେ କିଛି ସମୟ ବିଶ୍ରାମ ନେଇ ଅଳ୍ପ ପାଣି ପିଇବା ବିଧେୟ । ସୂର୍ଯେ୍ୟାଦୟ ପରେ ବା ସୂର୍ଯ୍ୟାସ୍ତ ପୂର୍ବରୁ ବ୍ୟାୟାମ କରିବା ଉଚିତ । ସୂର୍ଯ୍ୟୋଦୟ ପରେ ବାୟୁମଣ୍ଡଳରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ଥାଏ ଓ ଏହି ସମୟର କିରଣ ଚର୍ମରେ ଭିଟାମିନ "ଡି' ପ୍ରସ୍ତୁତ କରେ । ଭୋଜନ କରିଥିଲେ ତିନି ଘା ପର୍ଯ୍ୟନ୍ତ ବ୍ୟାୟାମ କରିବା ଅନୁଚିତ । ବ୍ୟାୟାମର ଅଧଘା ପରେ ଭୋଜନ କରାଯାଇ ପାରେ ।
ସୁଷମ ଆହାର:
ସୁଷମ ଖାଦ୍ୟ ତାଲିକାରେ କାର୍ବୋହାଇର୍ଡ୍ରେଟସ ୬୦ରୁ ୬୫ ପ୍ରତିଶତ ଓ ପ୍ରୋଟିନ ୧୦ରୁ ୧୫ ପ୍ରତିଶତ ନିର୍ଦ୍ଧାରିତ କରାଯାଇଛି । ଗହମ,ବାଜରା, ଚାଉଳ ଆଦିରୁ ସାଧାରଣତଃ ଆମେ କାର୍ବୋଡାଇଡ୍ରେଟ ପାଉଁ । ଢ଼ିଙ୍କିକୁଟା ଚାଉଳ ଓ ଚକି ପେଷା ଅଟା ସର୍ବୋମ । ଅଟା ଅପେକ୍ଷା ଦଳିଆରେ (ଗହମର ଛୋଟ ଛୋଟ ଟୁକୁରା)ବେଶୀ ପୋଷକ ତ୍ୱ ଥାଏ । ଗହମ ପେଷିଲା ବେଳେ ସେଥିରେ ୧୦ ପ୍ରତିଶତ ସୋୟାବିନ ଓ ଯବ ମିଶାଇ ଅଟା ପ୍ରସ୍ତୁତ କଲେ କଲୋଷ୍ଟ୍ରାଲ ପରିମାଣ ହ୍ରାସ ହୁଏ । ଡାଲି ଜାତୀୟ ଖାଦ୍ୟରୁ ଆମକୁ ପ୍ରୋଟିନ ମିଳେ । ମଧୁମେହ ରୋଗୀମାନଙ୍କ ପାଇଁ ଡାଲି ଜାତୀୟ ଖାଦ୍ୟ ବା ଅଧିକ ପ୍ରୋଟିନ ଥିବା ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ । କାରଣ ଅଧିକ ଖାଇଲେ ରକ୍ତରେ ଏହାର ପରିମାଣ ବଢ଼ିଯାଏ ଓ ବୃକକ ଉପରେ ଏହାର କୁ ପ୍ରଭାବ ପଡେ । ମଧୁମେହ ରୋଗରେ ମାଂସହାର ସର୍ବଥା ବର୍ଜନୀୟ । ଏହା ଚର୍ବିଜାତୀୟ ଖାଦ୍ୟ । ଅଧିକ ଚର୍ବି ସ୍ୱାସ୍ଥ୍ୟ ପାଇଁ ଅହିତକର । ତୈଳ ଜାତୀୟ ପଦାର୍ଥ ବା ତେଲରେ ଛଣା ଓ ଭଜା ଯାଇଥିବା ଖାଦ୍ୟ ମଧୁମେହ ରୋଗୀ ଖାଇବା ଅନୁଚିତ ।
ମଧୁମେହ ରୋଗରେ ଫଳ ,ସବୁଜ ପନିପରିବା ଓ ଗଜା ହୋଇଥିବା ଶସ୍ୟ,ଅଁଳା,କା ଲଙ୍କା ଲେମ୍ବୁ ଆଦି ସେବନ କରିବା ଉଚିତ । ଏଗୁଡିକରୁ ଆମକୁ ଭିଟାମିନ,ଖଣିଜ ପଦାର୍ଥ ଏବଂ ଏି ଅକ୍ସିଡେ ମିଳେ । ଶରୀରରେ ଭିଟାମିନ ଅଭାବ ହେଲେ ଖାଦ୍ୟରେ କାର୍ବୋହାଇଡ୍ରେଟ ଓ ପ୍ରୋଟିନ ପର୍ଯ୍ୟାପ୍ତ ପରିମାଣରେ ଖାଉଥିଲେ ମଧ୍ୟ ଶକ୍ତି ନିର୍ମାଣ ହୋଇପାରେ ନାହିଁ । ଲୌହ,ଜିଙ୍କ,ମେଗ୍ନେସିୟମ,କେଡମିୟମ,ସୋଡିୟମ,ପୋଟାସିୟମ ଆଦି ଖଣିଜ ପଦାର୍ଥ ଶରୀରରେ ବିଭିନ୍ନ କାର୍ଯ୍ୟରେ ଆବଶ୍ୟକ ହୁଏ । ଲୌହ ତ୍ୱ(Tatwa) ରକ୍ତରେ ହିମୋଗ୍ଳୋବିନ ବଢ଼ାଏ । ସୋଡିୟମ ଏବଂ ପୋଟାସିୟମ କୋଷିକା ସମୂହର କାର୍ଯ୍ୟରେ ସାହାଯ୍ୟ କରେ । ଜିଙ୍କ,ମେଗ୍ନେସିୟମ ଏବଂ କ୍ରୋମିୟମର ଅଭାବରେ ମଧୁମେହ ରୋଗ ନିୟନ୍ତ୍ରଣ ହୁଏ ନାହିଁ । କ୍ରୋମିୟମ ଇନ୍ସୁଲିନ ନିର୍ମାଣରେ ଉପଯୋଗୀ ।ଏହା ଗଜା ହୋଇଥିବା ବୀଜ ଓ ଗୋଲ ମରିଚରୁ ପ୍ରାପ୍ତ ହୁଏ । ଆମ୍ବ, କଦଳୀ, ସପେଟା, ସୀତାଫଳ, ଆତ, ଲୁଚି ଆଦି ମିଠା ଫଳ ମଧୁମେହ ରୋଗୀ ଖାଇବା ଅନୁଚିତ । ସାନ୍ତରା ମୌସମୀ,ଅମୃତଭଣ୍ଡା,ସେଓ,ପିଜୁଳି,ତରଭୁଜ,ବରକୋଳି ଆଦି ଖିଆଯାଇ ପାରେ । ଖାଦ୍ୟ ଖାଇବା ଏକ ଘା ପୂର୍ବରୁ ବା ଖାଇ ସାରିବା ତିନି ଘା ପରେ ଫଳ ଖାଇବା ସର୍ବୋମ । ଖାଇ ସାରିବା ପରେ ଫଳ ଖାଇବା ଅନୁଚିତ । ଜଳଖିଆ ଓ ଖାଦ୍ୟ ସହିତ ପର୍ଯ୍ୟାପ୍ତ ପରିମାଣରେ ସଲାଦ ଖାଇବା ଉଚିତ । ଏହା ଦ୍ୱାରା ରକ୍ତେରେ ଶର୍କରାର ବୃଦ୍ଧି ଧୀରେ ଧୀରେ ହୁଏ ଏବଂ କିଛି ଶର୍କରା ସଲାଦ ସହିତ ଶରୀର ବାହାରକୁ ଚାଲିଯାଏ । ସଲାଦ ଖାଇ ସାରିଲା ପରେ ଜଳଖିଆ ବା ଭୋଜନ କରିବା ସର୍ବୋମ ।
କୁହାଯାଏ, ଜଳ ହିଁ ଜୀବନ । ସାରା ଦିନ ଅତି କମ୍ରେ ତିନି ଲିଟର ପାଣି ପିଇବା ଉଚିତ । ସକାଳୁ ଉଠିଲାମାତ୍ରେ ଦୁଇତିନି ଗ୍ଳାସ ପାଣି ପିଇବାର ଅଭ୍ୟାସ କରିବା ଉଚିତ । ଏହା ମଳ ନିଷ୍ୱାସନ ପ୍ରକ୍ରିୟାରେ ସାହଯ୍ୟ କରେ । ଖାଇବା ଅଧ ଘା ପୂର୍ବରୁ ବା ଖାଇ ସାରିବା ଦୁଇ ଘା ପରେ ପାଣି ପିଇବା ଉଚିତ । ନିହାତି ଦରକାର ପଡିଲେ ଖାଇ ସାରିବା ପରେ କପେ ପାଣି ପିଆ ଯାଇ ପାରେ । ଭୋଜନ ଖାଇବା ବେଳେ ପ୍ରତିଥର ଖାଦ୍ୟ ଚୋବାଇ ଗିଳି ସାରିଲା ପରେ ଢ଼ୋକେ ପାଣି ପିଇବା ଉଚିତ । ଥମ୍ପସ ଅଫ ,କୋକୋକଲା ଆଦି ଠିପି ବନ୍ଦ ଥଣ୍ଡା ପାନୀୟ ସର୍ବଦା ବର୍ଜନୀୟ । ମଧୁମେହ ରୋଗୀ ସାଧାରଣତଃ ଚା'ଓ କଫି ବିନା ଚିନିରେ ଖାଆନ୍ତି । କିନ୍ତୁ ଏହା ପାଚନ ଶକ୍ତିକୁ କ୍ଷୀଣ କରେ ଓ କୋଷ୍ଠ କାଠିନ୍ୟ କରେ । କେତେକ କ୍ଷେତ୍ରରେ କ୍ଷୀର ଖାଇଲେ ଶର୍କରା ନିୟନ୍ତ୍ରଣ ହୁଏ ନାହିଁ । ଯେଉଁମାନଙ୍କ ଶର୍କରା ନିୟନ୍ତ୍ରଣରେ ରହୁଛି ସେମାନେ ସର କାଢ଼ି ନେଇ ପ୍ରତ୍ୟହ ୨୫୦ ମି.ଲି. ପର୍ଯ୍ୟନ୍ତ କ୍ଷୀରନେଇ ପାରିବେ । କ୍ଷୀରକୁ ସର୍ବଦା ଜଳଖିଆ ରୂପେ ସକାଳେ କିମ୍ବା ଅପରାହ୍ନ ସମୟରେ କିମ୍ବା ରାତ୍ରୀ ଭୋଜନ ପରିବେର୍ ଗ୍ରହଣ କରିବା ଉଚିିତ । ଯେଉଁମାନେ ରାତ୍ରୀ ଭୋଜନ ଶୀଘ୍ର କରନ୍ତି ସେମାନେ ଭୋଜନର ତିନି ଘା ପରେ ବା ଶୋଇବା ପୂର୍ବରୁ କପେ କ୍ଷୀର ପିଇ ପାରିବେ ।
ଭେଷଜ ଦ୍ରବ୍ୟର ସେବନ:
ଅନେକ ମଧୁମେହ ରୋଗୀ କଲେରା ପତ୍ର ରସ, ମେଥିଗୁଣ୍ଡ,ନିମ୍ବ ପତ୍ର ରସ ,ଜାମୁକୋଳି ମଞ୍ଜିର ଗୁଣ୍ଡ ,ଗୁଡମାରି ପତ୍ର ରସ ବା ଗୁଣ୍ଡ ଆଦି ଖାଆନ୍ତି । ଆହାର ସଂଯମ ଓ ବ୍ୟାୟାମ ସହିତ ଯେଉଁମାନେ ଏହା ସେବନ କରନ୍ତି କେବଳ ସେମାନେହିଁ ଏଥିରୁ କିଛି ଉପକାର ପାଇବାର ସମ୍ଭାବନା ଅଛି । ଅନ୍ୟଥା କିଛି ଲାଭ ମିଳିବ ନାହିଁ । ସକାଳୁ ଦାନ୍ତ ଘସି ସାରିବା ପରେ ଆବଶ୍ୟକ ପରିମାଣରେ ପାଣି ପିିଇ କଲରା ପତ୍ର ରସ ଦୁଇ ଚାମଚ ସେବନ କରିବା ଉଚିତ । କଲରା ପତ୍ର, ନିମ୍ବ ପତ୍ର,ଗୁଡମାରି ପତ୍ର, ବେଲ ପତ୍ର, ଜାମୁକୋଳି ମଞ୍ଜି ଓ ମେଥିକୁ ଅଲଗା ଅଲଗା ଗୁଣ୍ଡ କରି ସମ ପରିମାଣରେ ଏକତ୍ର ମିଶାଇ ସକାଳେ ଖାଲି ପେଟରେ ସେବନ କଲେ ମଧ୍ୟ ଉପକାର ମିଳେ । ଏହା ଅତି କମରେ ପ୍ରାତଃ ଜଳଖିଆର ଏକଘା ପୂୂର୍ବରୁ ସେବନ କରିବା ବିଧେୟ । ରାତ୍ରୀ ଭୋଜନର ଏକ ଘା ପୂର୍ବରୁ ଗଜା ହୋଇଥିବା ମେଥିରୁ ୧୦ ଗ୍ରାମ ଚୋବାଇ ଚୋବାଇ ଖାଇବା ଉଚିତ । ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ପୂର୍ବରୁ ଇଷବଗୋଲ ଭୁଷିରୁ ଏକ ବା ଦୁଇ ଚାମତ ସେବନ କରି ତା ଉପରେ ଏକ ଗ୍ଳାସ ପାଣି ପିଇଲେ କୋଷ୍ଠ ବଦ୍ଧତା ହୁଏ ନାହିଁ । ଉଷବଗୋଲ ପେଟ ମଧ୍ୟକୁ ଯାଇ ଫୁଲି ଯାଏ ଓ ତାପରେ ଖାଉଥିବା ଖାଦ୍ୟ ଶୀଘ୍ର ଶୀଘ୍ର ତଳକୁ ତଳକୁ ଖସେ । ଇଷବଗୋଲ ଦ୍ୱାରା କୋଲୋଷ୍ଟ୍ରୋଲ ପରିମାଣ ହ୍ରାସ ହୁଏ ।ଔଷଧର ଉପଯୋଗ:
ମଧୁମେହ ରୋଗରେ ଔଷଧ ଅପେକ୍ଷା ଜୀବନ ଯାପନ ଶୈଳୀରେ ପରିବର୍ନ ସବୁଠାରୁ ଗୁରୁ୍ୱପୂର୍ଣ୍ଣ । କାରଣ ପ୍ରାରମ୍ଭିକ ସ୍ତରରେ ଯଦି ଜଣେ ସାବଧାନ ପୂର୍ବକ ଚଳେ ତେବେ ଏହାକୁ ନିୟନ୍ତ୍ରଣ କରିବା ସହଜସାଧ୍ୟ ହୁଏ । ଏପରିକି ଔଷଧ ପ୍ରୟୋଗର ଆବଶ୍ୟକତା ମଧ୍ୟ ହୁଏ ନାହିଁ । ଯେଉଁମାନେ ଔଷଧ ବ୍ୟବହାର କରୁଛନ୍ତି ସେମାନଙ୍କ ଔଷଧର ମାତ୍ରା ଧୀରେ ଧୀରେ ହ୍ରାସ ହୋଇ ଶେଷରେ ବନ୍ଦ ହୋଇପାରେ । କିନ୍ତୁ ରୋଗ ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ ଆବଶ୍ୟକ ମାତ୍ରାରେ ଔଷଧ ସେବନ ଏକାନ୍ତ ବିଧେୟ । ଜୀବନ ଯାପନ ଶୈଳୀରେ ପରିବର୍ନ ସେ୍ୱ ମଧ୍ୟ ଯଦି ରକ୍ତେରେ ଶର୍କରା ପରିମାଣ ହ୍ରାସ ନ ହୁଏ, ତେବେ ନିଶ୍ଚୟ ଔଷଧ ସେବନ କରିବା ଉଚିତ । ନିଜ ନିଜ ପସନ୍ଦ ଓ ବିଶ୍ୱାସ ଅନୁସାରେ ଆର୍ଯୁର୍ବେଦ, ହୋମିଓପାଥି ବା ଏଲୋପାଥି ଔଷଧ ସେବନ କରାଯାଇପାରେ । ଯେଉଁ ପ୍ରକାର ଚିକିତ୍ସା କରାଯାଉ ନା କାହିଁକି ଅନୁଭବୀ ଡାକ୍ତରଙ୍କ ପରାମର୍ଶ କ୍ରମେ ହିଁ ସର୍ବଦା ଔଷଧ ସେବନ କରିବା ଉଚିତ । ଔଷଧ ନିୟମିତ ସମୟାନୁକ୍ରମେ ଉଚିତ ମାତ୍ରାରେ ନେବା ବିଧେୟ । ଖାଇବା ଔଷଧ ଦ୍ୱାରା ଯଦି ରୋଗ ନିୟନ୍ତ୍ରଣ ହେଉ ନାହିଁ ଇନ୍ସୁଲିନ ଇେଞ୍ଜକସନ ନେବାକୁ ଭୟ କରିବା କୌଣସି କାରଣ ନାହିଁ । ଅନେକ ସମୟରେ ଏହା ରୋଗୀକୁ ଆସନ୍ନ ମୃତ୍ୟୁ ମୁଖରୁ ବାଏ ।ରାଜଯୋଗ ଅଭ୍ୟାସ ଦ୍ୱାରା ମଧୁମେହ ରୋଗର ନିୟନ୍ତ୍ରଣ:
ରାଜଯୋଗ ଏକ ମନୋବିଜ୍ଞାନ । ମନର ଉପଯୋଗ ଦ୍ୱାରା ବିଭିନ୍ନ ରୋଗ ଉପରେ ନିୟନ୍ତ୍ରଣ ପ୍ରାପ୍ତ କରାଯାଇ ପାରୁଥିବା କଥା ବିଭିନ୍ନ ଡାକ୍ତରୀ ପରୀକ୍ଷଣରୁ ଜଣାପଡେ । ରାଜଯୋଗ ସକାରତ୍ମକ ଜୀବନ ଯାପନ ପ୍ରଣାଳୀ ଉପରେ ଗୁରୁତ୍ୱ ଦିଏ । ଏହା ଏକ ମାନସିକ ପ୍ରକ୍ରିୟା। ଏଥିପାଇଁ କୌଣସି ଶାରୀରିକ କ୍ରିୟାର ଆବଶ୍ୟକ ହେଉ ନ ଥିବାରୁ ଯେ କେହି ଏହାକୁ ସହଜରେ ଅଭ୍ୟାସ କରି ପାରିବେ । ଆତ୍ମା ଏକ ଚୈତନ୍ୟ ସା । ମାନବାତ୍ମାର ଚୈତନ୍ୟତାକୁ ଚାରି ଭାଗରେ ବିଭକ୍ତ କରାଯାଇ ପାରେ । ୧. ଜାଗ୍ରତ ଭାଗ ୨.ଅର୍ଦ୍ଧ ଜାଗ୍ରତ ଭାଗ ୩. ସୁଷୁପ୍ତ ଭାଗ ୪. ପରମ ଜାଗ୍ରତ ଭାଗ । ଚେତନାର କେବଳ ଜାଗ୍ରତ ଭାଗକୁ ଆମେ ବହୁଳ ଭାବରେ ଉପଯୋଗ କରୁଁ । ଆମେ ଯାହା ପଢ଼ୁ ବା ଶୁଣୁ ତା'ର ଶତକଡା ୧୦ ଭାଗ ଆମର ମନେ ରହେ । ଏହା ଆମ ଚେତନାର ଜାଗ୍ରତ ଅଂଶରେ ହୁଏ । ବର୍ମାନ ମନେ ପଡୁଥିବା ଅନେକ କଥା ପରେ ହଠାତ୍ ମନେ ପଡିଯାଏ । ଏହି ବିଷୟ ଆମର ଅର୍ଦ୍ଧଜାଗ୍ରତ ଭାଗରେ (ଝଙ୍କଭ-ମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦ କ୍ଟ୍ରବକ୍ସଗ୍ଧ) ସଂରକ୍ଷିତ ଥାଏ । ଏହି ଅଂଶ ହାରାହାରି ଶତକଡା ଚାଳିଶ ଭାଗ ଅଟେ । ମନର ଏକାଗ୍ରତା ସମୟରେ ଏହି ଅଂଶରେ ସଂରକ୍ଷିତ ବିଷୟ ଜାଗ୍ରତ ଭାଗରେ ପ୍ରତିଫଳିତ ହୁଏ । ବାକି ଯେଉଁ ପଚାଶ ପ୍ର୍ରତିଶତ ରହିଲା ତାକୁ ସୁଷୁପ୍ତ କହନ୍ତି । ଏହା ଜାଗ୍ରତ ଅଂଶକୁ ଆସି ପାରେ ନାହିଁ । ଏହି ଅର୍ଦ୍ଧ ଜାଗ୍ରତ ଓ ସୁଷୁପ୍ତ ଅଂଶ ଆମର ଜୀବନ ଶୈଳୀକୁ ପ୍ରଭାବିତ କରେ । ସୁଷୁପ୍ତ ଅଂଶରେ ପୂର୍ବଜନ୍ମ ସଂସ୍କାର ଓ ସ୍ମ ୃତି ଥାଏ । ଏହି ଉଭୟ ଅଂଶ ଶତକଡା ୯୦ ଭାଗ ହୋଇଥିବାରୁ ଏହା ମଧ୍ୟରେ ସନ୍ନିହିତ ବିଷୟାନୁସାରେ ହିଁ ଆମେ କର୍ମରେ ପ୍ରବୃ ହେଉଁ । ଅନେକ ଜନ୍ମର ଅନୁଭବ, ଅଭ୍ୟାସ ଓ ସିଦ୍ଧାନ୍ତରେ ପରିପୂର୍ଣ୍ଣ ଏହି ଅର୍ଦ୍ଧଜାଗ୍ରତ ଓ ସୁଷୁପ୍ତ ଅଂଶ ଜାଗ୍ରତ ଅଂଶକୁ ପ୍ରତି ମୁହୂର୍ରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ କରୁଥାଏ । ମନ ଓ ବୁଦ୍ଧି ଚେତନାର ଜାଗ୍ରତ ଅଂଶରେ ହିଁ କେବଳ କାମ କରେ । ଏଥି ପାଇଁ ଜାଗ୍ରତ ଅଂଶ ବାସ୍ତବିକତା ଅନୁରୂପ ଚିନ୍ତନ କରେ । ଅର୍ଦ୍ଧ ଜାଗ୍ରତ ଅଂଶରେ ମନ ଓ ବୁଦ୍ଧି ନ ଥିବାରୁ ଏହା ତର୍କ ସମ୍ମତ ଚିନ୍ତନ କରିପାରେ ନାହିଁ । ଏହା ଭାବନାତ୍ମକ ଅଟେ । ଭଲ ମନ୍ଦ ନିରୁପଣ କରିବା କ୍ଷମତା ଏଥିରେ ନାହିଁ । ପୂର୍ବରୁ ତାହା ମଧ୍ୟରେ ଯାହା ମୁଦ୍ରିତ ଭାବରେ ରହି ଯାଇଛି ସେହି ଅନୁସାରେ ହିଁ ତାର ଅଭିବ୍ୟକ୍ତି ପ୍ରକଟିତ ହୁଏ । ଏଥି ପାଇଁ ଆମେ ଅନେକ ଦିନର ଉଶୃଙ୍ଖଳିତ ଜୀବନ ଶୈଳୀକୁ ହଠାତ ପରିବର୍ନ କରିବାରେ ସକ୍ଷମ ହୋଇ ପାରୁ ନାହୁଁ । ରାଜଯୋଗ ଏହି ଅର୍ଦ୍ଧଜାଗ୍ରତ ଭାଗକୁ ପ୍ରଶିକ୍ଷଣ ଦ୍ୱାରା ପରିବର୍ନ କରିବାର ବିଧି ଶିଖାଏ । ତେତନାର ଏହି ଭାଗ ଏକ ଅବୋଧ ଶିଶୁ ପରି । ଶିଶୁକୁ ସ୍ନେହ ଓ ପ୍ରେମ ଦ୍ୱାରା ହିଁ ବଶୀଭୂତ କରି ନିଜ ଅନୁସାରେ ପରିଚାଳିତ କରାଯାଇ ପାରେ । ବଳ ପ୍ରୟୋଗ ବା ଭୟ ପ୍ରଦର୍ଶନ ଦ୍ୱାରା ସେହି ଅବୋଧର ସୃଜନୀ ଶକ୍ତିର ବିକାଶ ସମ୍ଭବ ନୁହେଁ । ତେଣୁ ରାଜ ଯୋଗରେ କେବଳ ସକାରାତ୍ମକ ଚିନ୍ତନ କଥା କୁହାଯାଏ । ଏଠାରେ ମଧୁମେହ ରୋଗ ପ୍ରସଙ୍ଗ ଉପରେ ଆଲୋଚନା ହେଉଥିବାରୁ ତତ୍ ସମ୍ବନ୍ଧିତ ସକାରାତ୍ମକ ଚିନ୍ତନ ଉପରେ ଏକ ଉଦାହରଣ ଦେବା ପ୍ରାସଙ୍ଗିକ ହେବ । ପୂର୍ବରୁ ମଧୁମେହ ରୋଗର କାରଣ ଓ ଏହାର ନିବାରଣର ଉପାୟ ଉପରେ ଆଲୋଚନା କରାଯାଇଛି । ସେ ସବୁକୁ ସାମନାରେ ରଖି ମନରେ ସଂକଳ୍ପ ସୃଷ୍ଟି କରନ୍ତୁ । ଯଥା: ମୁଁ ଏକ ଚୈତନ୍ୟ ଆତ୍ମା ........ସମସ୍ତ କର୍ମେନ୍ଦି୍ରୟର ମୁଁ ଆତ୍ମା ବା ସ୍ୱାମୀ ଅଟେ .....ବର୍ମାନ ମୁଁ ନିଜକୁ ଶରୀରଠାରୁ ପୃଥକ ଅନୁଭବ କରି ପାରୁଛି ......ମୋର ଜୀବନରେ ଏକ ଅଲୌକିକ ପରିବର୍ନ ହେଉଛି ... ଯେ କୌଣସି କାର୍ଯ୍ୟ କରିବାର ସାମର୍ଥ୍ୟ ମୋଠାରେ ଅଛି....ସ୍ୱାସ୍ଥ୍ୟବର୍ଦ୍ଧକ ପ୍ରତ୍ୟେକ କଥାରେ ମୋର ସଚେତନତା ବୃଦ୍ଧି ପାଉଛି ......ବ୍ୟାୟାମ ପ୍ରତି ମୋର ଆଗ୍ରହ ଧୀରେ ଧୀରେ ବଢ଼ୁଛି ......ଶୁଦ୍ଧ ସା୍ୱିକ(Satwika ଓ ସ୍ୱାସ୍ଥ୍ୟ ବର୍ଦ୍ଧକ ଖାଦ୍ୟ ପ୍ରତି ମୋର ରୁଚି ବଢ଼ୁଛି .....ପବିତ୍ର ଜୀବନ ଯାପନ କରିବାକୁ ମୋତେ ଭଲ ଲାଗୁଛି .... ମୋ ଆତ୍ମାରେ ଦିବ୍ୟ ଗୁଣର ସାର (Sanchara)ହେଉଛି.....ମୋର ଶରୀର ସମସ୍ତ ରୋଗ ବ୍ୟାଧିରୁ ଧୀରେ ଧୀରେ ମୁକ୍ତ ହେଉଛି .....ମୋର ଶର୍କରା ପରିମାଣ ନିୟନ୍ତ୍ରିତ ହେଉଛି.......ଇତ୍ୟାଦି ।
ଉପରୋକ୍ତ ବିଧି ଅନୁସାରେ ଯେଉଁ ସଂକଳ୍ପ ଆପଣ ମନରେ ସୃଷ୍ଟି କରୁଛନ୍ତି ତା'ଉପରେ ପୂର୍ଣ୍ଣ ବିଶ୍ୱାସ ରଖନ୍ତୁ ଓ ତାକୁ ଏକ ଚିତ୍ରରୂପ ଦେଇ ଦେଖିବାକୁ ଚେଷ୍ଟା କରନ୍ତୁ । କାରଣ ମନୋବିଜ୍ଞାନ ଅନୁସାରେ ମଣିଷ ଯାହା ଚିନ୍ତା କରେ ତାର ପଚିଶ ପ୍ରତିଶତ ଓ ଦେଖୁଥିବା ବିଷୟର ଶତକଡା ୭୦ ଭାଗ ତା'ଉପରେ ପ୍ରଭାବ ପକାଏ । ତେଣୁ ଆପଣ ଅତି ସଂକ୍ଷିପ୍ତ ସଂକଳ୍ପ ନିର୍ମାଣ କରନ୍ତୁ ଓ ମନରେ ସେହିପରି ଚିତ୍ର ନିର୍ମାଣ କରି ତାକୁ ଏକାଗ୍ର ଭାବରେ ଦେଖନ୍ତୁ । ତା'ପରେ ଯାଇ ପରବର୍ୀ ସଂକଳ୍ପ ସୃଷ୍ଟି କରିବେ । ସଂକଳ୍ପ ନିର୍ମାଣ ବେଳେ ସର୍ବଦା ସତର୍କ ରହିବେ ଯେପରି କୌଣସି ନକାରାତ୍ମକ ଶବ୍ଦ ବା ବାକ୍ୟର ପ୍ରାୟୋଗ ନ ହୁଏ । ଯେପରି ଶର୍କରା ବୃଦ୍ଧିକାରକ ଖାଦ୍ୟ ପ୍ରତି ମୋର ଅରୁଚି ଜାତ ହେଉଛି ....ମୋ ଭିତରେ ଥିବା କୁଅଭ୍ୟାସଗୁଡିକ ତ୍ୟାଗ ହେଉଛି ..ଇତ୍ୟାଦି । ଏହା ଦ୍ୱାରା ବିପରୀତ ପରିଣାମ ପ୍ରାପ୍ତ ହୋଇ ପାରେ; କାରଣ ଉକ୍ତ ଖାଦ୍ୟ ବା କୁଅଭ୍ୟାସ ପ୍ରତି ଆପଣଙ୍କ ଅର୍ଦ୍ଧଜାଗ୍ରତ ମନ ପୁନଶ୍ଚ ଆକର୍ଷିତ ହୋଇଯିବ । ତେଣୁ ସର୍ବଦା ସକାରାତ୍ମକ ଶବ୍ଦର ବ୍ୟବହାର କରିବା ଉଚିତ । ""ଅମୁକ ଖାଦ୍ୟ (ରୋଗବର୍ଦ୍ଧକ) ପ୍ରତି ମୋର ଅରୁଚି ହେଉଛି'' - ଏହି ନକାରାତ୍ମକ ସଂକଳ୍ପ ନ କରି ""ଅମୁକ ଖାଦ୍ୟ(ସ୍ୱାସ୍ଥ୍ୟ ବର୍ଦ୍ଧକ) ପ୍ରତି ମୋର ରୁଚି ବୃଦ୍ଧି ହେଉଛି'' - ଏପରି ଶବ୍ଦାବଳୀ ବ୍ୟବହାର ଚମକ୍ରାର ଫଳ ପ୍ରଦାନ କରେ । ଏକାଦିକ୍ରମେ ଅନେକ ବିଷୟ ପରିବର୍ନ ପାଇଁ ସଂକଳ୍ପ ପ୍ରଦାନ କଲେ ତାହା ଅର୍ଦ୍ଧଜାଗ୍ରତ ଚେତନାକୁ ପ୍ରଭାବିତ କରି ପାରେ ନାହିଁ । ଏଥିପାଇଁ ପ୍ରଥମେ ଯେ କୌଣସି ଗୋଟିଏ ବିଷୟ ପରିବର୍ନ ପାଇଁ ଚୟନ କରି ତାକୁ ସାରା ଦିନ ବାରମ୍ବାର ପୁନରାବୃି କରିବା ଆବଶ୍ୟକ । ପରୀକ୍ଷାରୁ ଜଣା ଯାଇଛି ଯେ ଦୁଇ ତିନି ମାସ ନିରବଚ୍ଛିନ୍ନ ଅଭ୍ୟାସ ଦ୍ୱାରା ବ୍ୟକ୍ତି ମଧ୍ୟରେ ଯେ କୌଣସ ବିଷୟରେ ଚମକ୍ରାରୀ ପରିବର୍ନ ଆସିଥାଏ । ଅସମ୍ଭବ ମନେ କରୁଥିବା ବିଷୟ ତା' ପାଇଁ ଅତି ସହଜସାଧ୍ୟ ହୋଇଯାଏ । ରାଜଯୋଗ ଅଭ୍ୟାସ ଦ୍ୱାରା ଚମ୍ବଲର ଦସୁ୍ୟ ସମ୍ରାଟ ପମ ସିଂ ମଧ୍ୟରେ ଅଲୌକିକ ପରିବର୍ନ ଆସି ପାରିଥିଲା ଓ ସେଥିପାଇଁ ତାକୁ ସରକାର ଜେଲ ଦଣ୍ଡରୁ ମୁକ୍ତ କରି ଦେଇଥିଲେ । ତେବେ ଅନ୍ୟମାନଙ୍କ କଥା କଣ କହିବା ?
ରାଜଯୋଗରେ ନିଜକୁ ଦେହଠାରୁ ପୃଥକ ଏକ ଚୈତନ୍ୟ ଆତ୍ମା ବୋଲି ବାରମ୍ବାର ଅଭ୍ୟାସ କରାଯାଏ । କିଛି ଦିନ ଅଭ୍ୟାସ ପରେ ବେଳେ ବେଳେ ଶାରୀରିକ ଓ ସାଂସାରିକ ସମସ୍ତ ସ୍ମୃତି ବିସ୍ମୁତ ହୋଇଯାଏ । ଏହିପରି ଅବସ୍ଥାରେ ଆମ ଚେତନାର ପରମ ଜାଗ୍ରତ ଅଂଶ(ଝଙ୍କକ୍ଟ୍ରକ୍ସବମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦ) ଜାଗ୍ରତ ହୋଇ ଉଠେ । ଏହା ହିଁ ଯୋଗୀର ସମାଧି ଅବସ୍ଥା । ଏହା ଆମ ଚେତନାର ସବୁଠାରୁ ଗଭୀରତମ ଅଂଶ । ଏହା ଚେତନାର ମାତ୍ର ୦.୧ ପ୍ରତିଶତ ଅଟେ । ଏହାର ଅଂଶ ପରମ ବୁଦ୍ଧିଶାଳୀ ଓ ଅତ୍ୟନ୍ତ ଶକ୍ତି ସମ୍ପନ୍ନ ଅଟେ । ଏହାର ଜାଗୃତି ସମୟରେ ବ୍ୟକ୍ତି ଯାହା ସଂକଳ୍ପ କରିବ ତାହା ତାକୁ ନିଶ୍ଚୟ ପ୍ରାପ୍ତ ହୋଇଥାଏ । ରାମକୃଷ୍ଣ ପରମ ହଂସ, ଶ୍ରୀ ଅରବିନ୍ଦ, ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ ଆଦି ଚେତନାର ଏହି ପରମ ଜାଗ୍ରତ ଅଂଶର ବିକାଶ କରି ହିଁ ମହାମାନବ ରୂପେ ସର୍ବଜନ ପୂଜିତ ହୋଇ ପାରିଥିଲେ । ଏହାର ଜାଗୃତି ପାଇଁ ନିୟମିତ ରାଜଯୋଗର ଅଭ୍ୟାସ କରିବା ଉଚିତ । (ଓମ ଶାନ୍ତି)
(ବି:ଦ୍ର:-ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସମସ୍ତ କେନ୍ଦ୍ର ମାନଙ୍କରେ ନିଃଶୂଳ୍କ ରାଜଯୋଗ ପ୍ରଶିକ୍ଷଣ ଦିଆଯାଏ । ରାଜଯୋଗ ଉପରେ "ଜ୍ଞାନ ଦର୍ପଣ'ପତ୍ରିକାର ବିଭିନ୍ନ ସଂଖ୍ୟାରେ ଅନୁଭବୀ ଲେଖକମାନଙ୍କ ଦ୍ୱାରା ବିଭିନ୍ନ ଲେଖା ମଧ୍ୟ ସମୟ ପ୍ରତି ସମୟରେ ପ୍ରକାଶିତ ହୋଇ ଆସୁଛି । ଏଥିପାଇଁ ନିୟମିତ "ଜ୍ଞାନ ଦର୍ପଣ' ଅଧ୍ୟୟନ କରିବା ଉଚିତ । ବିସ୍ତୃତ ବିବରଣୀ ପାଇଁ ଏହି ଲେଖକଙ୍କ ସହିତ ଯୋଗାଯୋଗ କରନ୍ତୁ ।
Comments
Post a Comment