ସ୍ୱାସ୍ଥ୍ୟ ସୁରକ୍ଷା (୨)---- ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ସ୍ୱାସ୍ଥ୍ୟ ସୁରକ୍ଷା (୨)
ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ଶିବଶକ୍ତି ହୋମିଓ ସେବା ସଦନ
ପାଟଣାଗଡ
ବିଜ୍ଞାନ ଦ୍ୱାରା ମନୁଷ୍ୟ ନାନାବିଧ ସୁଖ ସୁବିଧା ହାସଲ କରି ପାରିଛି । ଏହାଦ୍ୱାରା ସବୁ କିଛି ସହଜ ଓ ସରଳ ହୋଇଛି । କଷ୍ଟସାଧ୍ୟ ଓ ଅସମ୍ଭବ କାର୍ଯ୍ୟ ମଧ୍ୟ ଆଜି ବିଜ୍ଞାନ ହେତୁ ସହଜସାଧ୍ୟ ହୋଇପାରୁଛି । ବୈଜ୍ଞାନିକ ଗବେଷଣା ଦ୍ୱାରା ବିଭିନ୍ନ ପ୍ରକାର ରୋଗର ନିଦାନ ଓ ସେଗୁଡିକର ଚିକିତ୍ସା ପ୍ରଣାଳୀ ଉଦ୍ଭାବିତ ହେଉଛି । ଦିନକୁ ଦିନ ବୃଦ୍ଧି ପାଉଥିବା ନାନା ପ୍ରକାର ରୋଗର ଚିକିସôା ପାଇଁ ଆଧୁନିକ ଚିକିସôା ସରଞ୍ଜାମ ସମ୍ପନ୍ନ ଚିକିସôାଳୟଗୁଡିକର ନିର୍ମାଣ ଦିନକୁ ଦିନ ବୃଦ୍ଧି ପାଉଛି । ପ୍ରତ୍ୟେକ ରୋଗ ପାଇଁ ଔଷଧ ପ୍ରସ୍ତୁତ ହୋଇ ବଜାରରେ ବିକ୍ରି ହେଉଛି । ଏସବୁ ସେ୍ୱ ମଧ୍ୟ ମାନବକୁ ସୁଖ, ଶାନ୍ତି , ଆନନ୍ଦ ପ୍ରଦାନ କରିବା ତଥା ସମ୍ପୂର୍ଣ୍ଣ ନିରୋଗୀ ବନାଇବା ପାଇଁ ବୈଜ୍ଞାନିକ ପ୍ରୟାସ ସଫଳ ହୋଇ ପାରି ନାହିଁ । ଆଜି ମଧ୍ୟ ମନୁଷ୍ୟ ବିଭିନ୍ନ ପ୍ରକାର ଜଟିଳ ଶାରୀରିକ ରୋଗଗୁଡିକ ଦ୍ୱାରା ଆକ୍ରାନ୍ତ ହୋଇ ଅସହ୍ୟ କଷ୍ଟ ପାଉଛି । ମନୁଷ୍ୟ ମଧ୍ୟରେ ଏପରି କେତେକ ରୋଗ ଦେଖିବାକୁ ମିଳୁଛି ଯାହାକି କୌଣସି ବୈଜ୍ଞାନିକ ପରୀକ୍ଷଣ ଦ୍ୱାରା ଚିହ୍ନଟ କରାଯାଇ ପାରୁନି । ଉପଲବ୍ଧ ସମସ୍ତ ଡାକ୍ତରୀ ଯା ସାଧାରଣ ବୋଲି ଦର୍ଶାଉଥିଲେ ମଧ୍ୟ କେତେକ ଲୋକ ନିଜକୁ ଅସୁସ୍ଥ ମନେ କରନ୍ତି ।
ସମସ୍ତ ପ୍ରକାର ବୈଜ୍ଞାନିକ ସଂସାଧନ ସେ୍ୱ ପ୍ରବଳ ବେଗରେ ବୃଦ୍ଧି ପାଉଥିବା ରୋଗ ଗୁଡିକର ମୂଳ କାରଣ ହେଲା ମନୋବିକାର । ଦେହ ଅଭିମାନ ହେତୁ କାମ କ୍ରୋଧାଦି ମନୋବିକାର ସମୂହର ଉପôନ୍ନ ହୁଏ । ଏଗୁଡିକ ଦ୍ୱାରା ବଶୀଭୂତ ହୋଇ ମନୁଷ୍ୟ ମର୍ଯ୍ୟାଦାହୀନ, ଅସଂଯତ ଓ ଅପ୍ରାକୃତିକ ଜୀବନ ଯାପନ କରୁଛି । ତା'ର ଆଚାର,ବିଚାର, ବାଣୀ, କର୍ମ, ଆହାର, ବିହାର ଆଦି ସବୁ କିଛି ପ୍ରକୃତ ସ୍ୱାସ୍ଥ୍ୟର ବିପରୀତ ହୋଇଯାଇଛି । ଏଥିପାଇଁ ସ୍ୱାସ୍ଥ୍ୟ ତା'ଠାରୁ ବହୁତ ଦୂରକୁ ୁଚାଲିଯାଇଛି । କେବଳ ବାହ୍ୟ ନିୟମ କେତୋଟି ପାଳନ କରିଦେଲେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଲାଭ କରି ହେବ ନାହିଁ ।
ନୀରୋଗ ତଥା ସୁସ୍ଥ ରହିବା ମଧ୍ୟ ଏକ କଳା । ଗାନ୍ଧୀଜୀଙ୍କ ଅନୁସାରେ -ଯେଉଁ ବ୍ୟକ୍ତି ଉମ ଜୀବନ ଯାପନର କଳା ଜାଣେ ସେହିଁ ପ୍ରକୃତ କଳାକାର । ବର୍ମାନ ସମୟେରେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଲାଭ କରିବା ବହୁତ କଠିଣ ବ୍ୟାପାର । ଶାରୀରିକ , ମାନସିକ, ସାମାଜିକ, ଆର୍ଥିକ ତଥା ଆଧ୍ୟାତ୍ମିକ ଦୃଷ୍ଟିରେ ସୁସ୍ଥ ବ୍ୟକ୍ତିହିଁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟର ଅଧିକାରୀ ବୋଲି କୁହାଯାଇପାରିବ । ଆଜିର ବିଶ୍ୱ ପରିଦୃଶ୍ୟରେ ଏକାଧାରରେ ଏସବୁ ପ୍ରାପ୍ତ ହେବା ସହଜ ନୁହେଁ । କାରଣ ବାୟୁ, ଜଳ., ଖାଦ୍ୟ ସାମଗ୍ରୀ ଆଦି ପ୍ରଦୁଷିତ ହୋଇ ସାରିଛି । ଶରୀର ପାଇଁ ଭଳ ମନ୍ଦ ନିର୍ଣ୍ଣୟ କରୁଁ କରୁଁ ମନୁଷ୍ୟର ସମଗ୍ର ଜୀବନ ଅତିବାହିତ ହୋଇଯାଏ । ଏଥିପାଇଁ ସେ ଶେଷ ପର୍ଯ୍ୟନ୍ତ ଦୈନନ୍ଦିନ ଜୀବନରେ ଭାରସାମ୍ୟ ରକ୍ଷା କରିପାରେ ନାହିଁ । ଏହିପରି ଦ୍ୱନ୍ଦାତ୍ମକ ଜୀବନଯାପନ ଅବଧି ମଧ୍ୟରେ ସେ ଅନେକ କିଛି ଭୁଲ କାମ କରିପକାଏ ।ଏହାର ପରିଣାମ ସ୍ୱରୂପ ତାକୁ ରୋଗ ଭୋଗ କରିବାକୁ ପଡେ । ଏହି କାରଣ ହେତୁ ସାଧା ସିଧା ଓ ସରଳ ଜୀବନ ପଦ୍ଧତି ଅନୁସରଣ କରୁଥିବା ପରଶ୍ରମୀ ବ୍ୟକ୍ତିମାନେ ମଧ୍ୟ ବିଭିନ୍ନ ପ୍ରକାର ରୋଗରେ ପୀଡିତ ଥିବା ଦେଖାଯାଏ । ତଥାପି ମଧ୍ୟ ଅସଂଯତ ଜୀବନ ଯାପନ କରୁଥିବା ବ୍ୟକ୍ତି ଠାରୁ ସେମାନେ ଖୁବ ଭଲ ଥାନ୍ତି ଏବଂ ଅନେକ ପ୍ରକାର ଦୁଃସାଧ୍ୟ ରୋଗରୁ ସୁରକ୍ଷିତ ରହନ୍ତି ।ଉଚିତ ଆହାର ଓ ପର୍ଯ୍ୟାପ୍ତ ବ୍ୟାୟାମ ଏ ଦୁଇ ବିଷୟ ମନୁଷ୍ୟର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଏ । ବହୁତ ବଡ ସିଦ୍ଧି ପ୍ରାପ୍ତ ହେବା, କୌଣସି କର୍ମରେ ସଫଳତାର ସର୍ବୋଚ୍ଚ ଶିଖରରେ ପହିବା ଅଥବା ନୀରୋଗୀ ଜୀବନ ପ୍ରାପ୍ତ ହେବା- ଏସବୁ ବହୁତ ବଡ ସାଧନାର ବିଷୟ । କିନ୍ତୁ ସାମାନ୍ୟ ସ୍ୱାସ୍ଥ୍ୟ ଲାଭ ତଥା ନିଜର ଭୁଲ ଦ୍ୱାରା ସୃଷ୍ଟି ହେଉଥିବା ରୋଗଗୁଡିକରୁ ରକ୍ଷା ପାଇବା ପାଇଁ ମଧ୍ୟ ସାମାନ୍ୟ ବୋଧଶକ୍ତି ତଥା ପରିଶ୍ରମର ଆବଶ୍ୟକତା ପଡେ । ଅନ୍ୟଥା ମନୁଷ୍ୟ ଜୀବନ ଦୁର୍ବିସହ ହୋଇଯାଏ । ଆଳସ୍ୟର ବଶବର୍ୀ ହୋଇ ମନୁଷ୍ୟ ଯେତିକି ପରିମାଣରେ ଖାଏ ସେହି ମାତ୍ରାରେ ଶାରୀରିକ ଶ୍ରମ କରେ ନାହିଁ । ବିବା ପାଇଁ ଖାଦ୍ୟ ଜରୁରୀ। କିନ୍ତୁ ଜିହ୍ୱା ଲାଳସାର ବଶବର୍ୀ ହୋଇ ଅନେକେ ଖାଇବା ପାଇଁ ବନ୍ତି । ଅନେକ ବିଦ୍ୱାନ ପଣ୍ଡିତ ମଧ୍ୟ ଜିହ୍ୱା ନିକଟରେ ପରାଜିତ ହୁଅନ୍ତି। କାମ କ୍ରୋଧାଦି ବିକାର ଉପରେ ବିଜୟ ପ୍ରାପ୍ତ କରିବା ଏତିକି କଠିଣ ନୁହେଁ ଯେତିକି ଜିହ୍ୱା ଲାଳସାରୁ ମୁକ୍ତ ହେବା । ବଡ ବଡ ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିବା ବଡ ସହଜ । କିନ୍ତୁ ମଣିଷର ଏହି କ୍ଷୁଦ୍ର ଜିହ୍ୱା ବଡ ଚଳ । ଏହା ଭଲ ଭଲ ସ୍ୱାଦିଷ୍ଟ , ଚଟପଟା ଖାଦ୍ୟ ଖାଇବାକୁ ବାଧ୍ୟ କରେ ଓ ମନୁଷ୍ୟ ଏହାର ମାୟା ଜାଲରେ ବାନ୍ଧି ହୋଇଯାଏ । ସେ ନିଜର ସର୍ବନାଶର ଦ୍ୱାର ଉନ୍ମୁକ୍ତ କରି ସେହି ରାସ୍ତାରେ ଦ୍ରୁତ ବେଗରେ ଆଗେଇ ଚାଲେ ଯେଉଁଠି ଦୁଃଖ, ଅଶାନ୍ତି, ଅସନ୍ତୋଷ, ତାକୁ ସ୍ୱାଗତ କରିବା ପାଇଁ ପ୍ରତୀକ୍ଷା କରିଥାନ୍ତି ।
ଅନେକ ଲୋକଙ୍କ ଭ୍ରମ ଧାରଣା ଥାଏ ଯେ ଜଣେ ଯେତେ ଅଧିକ ଖାଇବ ଓ ଯେତେ ମୋଟା ହେବ ସେତିକି ଭଲ । ସେଥିପାଇଁ ସେମାନେ ଖାଦ୍ୟର ପ୍ରକାର ଓ ପରିଣାମ ଉପରେ ଧ୍ୟାନ ଦିଅନ୍ତି ନାହିଁ । ଏହାଦ୍ୱାରା କେତେକଙ୍କ ଅତ୍ୟଧିକ ମେଦ ବୃଦ୍ଧି ହୁଏ ଓ ସେତେବେଳେ ସେମାନେ ବୁଝନ୍ତି ଯେ ଅଧିକ ମୋଟା ହେବା ଭଲ ନୁହେଁ । ଆଉକେତେକ ଭାବନ୍ତି ଯେ କମ ଖାଇବା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ପୋଷକ ତ୍ୱ ଯୋଗାଣ ହୋଇପାରିବ ନାହିଁ ଓ ଏତଦ୍ଜନିତ ନାନା ପ୍ରକାର ରୋଗ ହେବ । ଅଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏକଥା ସେମାନେ ସହଜରେ ମାନନ୍ତି ନାହିଁ । ପରୀକ୍ଷା ଦ୍ୱାରା ଜଣାଯାଇଛି ଯେ କମ ଖାଇବା ଦ୍ୱାରା ଯେତିକି ରୋଗ ହୁଏ ତା'ଠାରୁ ଅଧିକ ରୋଗ ଅଧିକ ଖାଇବା ଦ୍ୱାରା ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ବୟସାନୁସାରେ ଶାରୀରିିକ ଓଜନର ସର୍ବନିମ୍ନ ଓ ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରାଯାଇଥାଏ । ଏହି ନିର୍ଦ୍ଧାରିତ ଓଜନର ସୀମା କମ ବା ବେଶୀ ହେଲେ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ । ଅଧିକାଂଶ ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ କ୍ୟାଲୋରୀ କମ ହେବା ଭୟରେ ମିତାହାର କରନ୍ତି ନାହିଁ ଓ ମେଦ ବୃଦ୍ଧି ହେଲେ କଠୋର ବ୍ୟାୟାମ କରନ୍ତି । ଏଭଳି ବ୍ୟକ୍ତି ମନେ ରଖିବା ଉଚିତ ଯେ ଆହାର ତାଲିକାରେ ପରିବର୍ନ ନ କରି କେବଳ ବ୍ୟାୟାମ ଦ୍ୱାରା ମେଦ ହ୍ରାସ ହୁଏ ନାହିଁ ।
କ୍ଷୁଧା ଏକ ଶାରୀରିକ କ୍ରିୟା ବା ସମ୍ବେଦନା ଅଟେ । କିନ୍ତୁ ବର୍ମାନ ଏହା ଏକ ମାନସିକ ରୋଗ ହୋଇ ସାରିଲାଣି । ତେଣୁ ଶାରୀରିକ କ୍ଷୁଧା ନ ହେଉଥିଲେ ମଧ୍ୟ ମନରେ ଏହା ଉପôନ୍ନ ହେଉଥାଏ । ଏହି ଶାରୀରିକ କ୍ଷୁଧାର ବଶବର୍ୀ ହୋଇ ଅଧିକାଂଶ ଲୋକ ବିବା ପାଇଁ ଖାଇବା ପରିବେର୍ କେବଳ ଖାଇବା ପାଇଁ ବି ରହନ୍ତି । ସେମାନେ ନିଜ ନିଜ ମାନସିକ ବାସନା ଓ ଅତୃପ୍ତିର ପରିତୃପ୍ତି ସ୍ୱାଦିଷ୍ଟ ଭୋଜନ ଦ୍ୱାରା ପୂର୍ଣ୍ଣ କରନ୍ତି । ଏପରି ବ୍ୟକ୍ତି ଏକଥା ବୁଝିବା ଉଚିତ ଯେ ଯେତେ ଭଲ ପଦାର୍ଥ ହେଲେ ମଧ୍ୟ ଆବଶ୍ୟକତାରୁ ଅଧିକ ଗ୍ରହଣ କରିବା କ୍ଷତିକାରକ । ଅତି ସର୍ବତ୍ର ଗର୍ହିତଂ । ଜୀବନ ପ୍ରଦାୟକ ପଦାର୍ଥ ମଧ୍ୟ ଅତ୍ୟଧିକ ସେବନ ଦ୍ୱାରା ପ୍ରାଣ ନାଶର କାରଣ ହୋଇପାରେ ।
ଭୋଜନ ଦ୍ୱାରା ପ୍ରାପ୍ତ ହେଉଥିବା ଶକ୍ତି ଶାରୀରିକ ଶ୍ରମ ଦ୍ୱାରା ବ୍ୟୟ ହୁଏ । ଯେଉଁମାନେ ପର୍ଯ୍ୟାପ୍ତ ପରିମାଣର ପରିଶ୍ରମ କରନ୍ତି ନାହିଁ ସେମାନେ ଖାଦ୍ୟରୁ ଯେଉଁ ଶକ୍ତି ପାଆନ୍ତି ତାହା ଚର୍ବିରେ ରୂପାନ୍ତରିତ ହୋଇଯାଏ । ଏହଦ୍ୱାରା ଶରୀରରେ ମେଦ ବୃଦ୍ଧି ହୁଏ । ଅତ୍ୟଧିକ ମେଦ ବୃଦ୍ଧି ଆନେକ ରୋଗ ଓ ଅକାଳ ମୃତୁ୍ୟର କାରଣ ହୁଏ । ଅସନ୍ତୁଳିତ ଓ ଅନୁଚିତ ଖାଦ୍ୟ ତଥା ଶାରୀରିକ ଶ୍ରମ ଅଭାବରୁ ଅନେକ ପ୍ରକାର ରୋଗ ଓ ମେଦ ବୃଦ୍ଧି ହୁଏ । ଏହା ହୃଦରୋଗର ଅନ୍ୟତମ କାରଣ । ବିଶ୍ୱରେ ଅନ୍ୟାନ୍ୟ ରୋଗ ଅପେକ୍ଷା ହୃଦରୋଗ ଜନିତ ମୃତୁ୍ୟ ହାର ସର୍ବାଧିକ । ଅଜ୍ଞାନବଶତଃ ସ୍ୱେଚ୍ଛାଚାର, ଅସଂସତ, ମର୍ଯ୍ୟାଦାହୀନ ଜୀବନଯାପନ ପ୍ରଣାଳୀ ହେତୁ ଲକ୍ଷ ଲକ୍ଷ ଲୋକ ମୃତୁ୍ୟ ବରଣ କରୁଛନ୍ତି । ଏହା ଦ୍ୱାରା ଦେଶର ଅଜସ୍ର ଧନ ଯାହାକି ମାନବ ସମାଜର ଉନ୍ନତି ଦିଗରେ ବ୍ୟବହୃତ ହୋଇପାରନ୍ତା ତାହାର ଦୁରୁପଯୋଗ ହେଉଛି ।
ମନୁଷ୍ୟ ଶରୀର ପତ୍ୱରେ ନିର୍ମିିତ । ତେଣୁ ଏହାର ବିନାଶ ନିଶ୍ଚିତ ଅଟେ । ଏ ସୃଷ୍ଟି ପରିବର୍ନଶୀଳ । ଏଠାରେ ପ୍ରତ୍ୟେକ ଜିନିଷର ଆରମ୍ଭ ବିକାଶ ଓ ବିଲୟ ଏବଂ ତତ୍ପଶ୍ଚାତ ପୁନଶ୍ଚ ଆରମ୍ଭ ଏହି କ୍ରମ ଚାଲୁଥାଏ । ସେହିପରି ମନୁଷ୍ୟାତ୍ମା ଜନ୍ମ ନିଏ; ଶୈଶବ, କୈଶୋର, ଯୌବନ ଏହି କ୍ରମରେ ବିକାଶ କରେ ଏବଂ ପୌଢ଼, ବାର୍ଦ୍ଧକ୍ୟ କ୍ରମରେ ଗତି କରି ମୃତୁ୍ୟ ପ୍ରାପ୍ତ ହୁଏ । ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ଏଥିରେ କେହି ହସ୍ତକ୍ଷେପ କରିପାରନ୍ତି ନାହିଁ । ଧନ ଓ ଯୌବନ ମଦରେ ମ ମନୁଷ୍ୟ ଏକଥା ଭୁଲିଯାଏ ଯେ ତା'ର ଜୀବନର ବିତିଯାଉଥିବା ପ୍ରତି ମୁହୂର୍ ମୃତୁ୍ୟ ଆଡକୁ ଗତି କରୁଛି ଓ ଆଜିର ବିଳାସ -ବ୍ୟସନ ଭବିଷ୍ୟତରେ ତାପାଇଁ ଦୁଃଖ କଷ୍ଟର କାରଣ ହେବ । ବୟସବୃଦ୍ଧି ସହିତ ମନୁଷ୍ୟ ଯେଉଁ ଦୁଃଖ ଯନ୍ତ୍ରଣା ଭୋଗ କରେ ସେଥିରେ ପ୍ରକୃତିର କୌଣସି ଭୂମିକା ନାହିଁ । ଏହା ତା'ର ଅତୀତର କୃତ କର୍ମର ପରିଣାମ ମାତ୍ର । ଆର୍ୟୁବେଦ ଶାସ୍ତ୍ର କହେ ମଣିଷ ଯଦି ଏହି ଜନ୍ମରେ ତା'ର ପାପ କର୍ମର ପରିଣାମ ଭୋଗ କରିପାରେ ନାହିଁ ତେବେ ତାହା ଆଗାମୀ ଜନ୍ମ ପାଇଁ ସଂରକ୍ଷିତ ରହେ ।ଏହାକୁ ପ୍ରାରବ୍ଧ କର୍ମ ଫଳ କୁହାଯାଏ । ଆତ୍ମା ଶରୀର ତ୍ୟାଗ କଲେ ଏହି ପ୍ରାରବ୍ଧ ସଙ୍ଗରେ ନେଇ ଯାଏ । ଶରୀର ହେଉଛି ଆତ୍ମାର କର୍ମ ଫଳ ଭୋଗ ପାଇଁ ଏକ ଯାନ୍ତ୍ରିକ ମାଧ୍ୟମ ମାତ୍ର । ଆଧ୍ୟାତ୍ମିକ ଭାଷାରେ ଆତ୍ମାକୁ ରଥି ଓ ଶରୀରକୁ ରଥ ସହିତ ତୁଳନା କରାଯାଏ । ମୋଟର ଗାଡି ବା ମୋଟର ସାଇକେଲ କିଛି ଦିନ ବ୍ୟବହାର କଲା ପରେ ସେଥିରେ ବିଭିନ୍ନ ପ୍ରକାର ତୃଟି ବିଚୁ୍ୟତି ଦେଖାଯାଏ । ତାକୁ ଯଦି ଠିକ ସମୟରେ ମରାମତି କରାନଯାଏ ତେବେ ତାହା ଅଧା ବାଟରେ ବନ୍ଦ ହୋଇଯାଇପାରେ ଅଥବା ଦୁର୍ଘଟଣା ଘଟାଇ ପାରେ । ଶରୀର ରୂପୀ ଯାନ ପାଇଁ ମଧ୍ୟ ଏହି ନିୟମ ଲାଗୁ ହୁଏ ।
ସୁସ୍ଥ ଓ ନୀରୋଗୀ ରହିବାପାଇଁ କ'ଣ ଖାଇବା ଉଚିତ ଓ କ'ଣ ଖାଇବା ଉଚିତ ନୁହେଁ ଏ ବିଷୟରେ ଜାଣିବା ନିତାନ୍ତ ଦରକାର । ଆବଶ୍ୟକତାରୁ ଅଧିକ ଖାଇବା, ମନଇଚ୍ଛା ଯେତେବେଳେ ଯାହା ଖାଇବା ବା କିଛି ନ ଖାଇ ଉପବାସ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତି କାରକ । ବୁଝି ବିଚାରି ଓ ଭଲ ମନ୍ଦ ଭେଦ କରି ଖାଇବା ଉଚିତ । ବିନୋବାଜୀଙ୍କ ଅନୁସାରେ "" ଉପବାସ ରଖିବା ବହୁତ ସହଜ, କିନ୍ତୁ ସଂଯମ ପୂର୍ବକ ଆହାର କରିବା ବହୁତ କଠିଣ । ମୌନ ଆଚରଣ କରିବା ଖୁବ୍ ସହଜ , ସଂଯମପୂର୍ବକ କଥା କହିବା କଠିଣ ଅଟେ । '' ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନରେ ସନ୍ତୁଳନ ଏବଂ ମର୍ଯ୍ୟାଦାର ମହ୍ୱ ବୁଝିବା ଅତ୍ୟନ୍ତ ଆବଶ୍ୟକ । ସମ୍ପ୍ରତି ମନୁଷ୍ୟର ପ୍ରତ୍ୟେକ ସମସ୍ୟାର କାରଣ ହେଲା ଯେ ସେ କୌଣସି କଥାରେ ସନ୍ତୁଳନ(ଈବକ୍ଷବଦ୍ଭମର) ରକ୍ଷା କିମ୍ବା ମର୍ଯ୍ୟାଦା ପାଳନ କରୁନାହିଁ । ତା'ର ପ୍ରତ୍ୟେକ କଥା, କର୍ମ,ବିଚାର, ସଂକଳ୍ପ ଆଦିରେ ସନ୍ତୁଳନ ଓ ମର୍ଯ୍ୟାଦା ରହୁ ନାହିଁ । ବିଶ୍ୱରେ ବ୍ୟାପ୍ତ ଅରାଜକତା, ଅସନ୍ତୋଷ, ପାପାଚାରର କାରଣ ମଧ୍ୟ ଏହା ଅଟେ । ପ୍ରତ୍ୟେକ ପରିବାରରେ ଓ ପ୍ରତ୍ୟେକ ମାନବ ମନରେ ଯେଉଁ ଅସନ୍ତୋଷର ଅଗ୍ନି ପ୍ରଜ୍ଜ୍ୱଳିତ ହେଉଛି ତା'ର କାରଣ ହେଉଛି ମର୍ଯ୍ୟାଦାହୀନ ଅସନ୍ତୁଳିତ ଜୀବନ ।
ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଶେଷ ଜ୍ଞାନ ନ ଥିଲେ ବି ବିଶେଷ କ୍ଷତି ହୁଅନ୍ତା ନାହିଁ ଯଦି ମନୁଷ୍ୟ ଅନ୍ତରାତ୍ମାର ଆହ୍ୱାନ ଅନୁସାରେ ଜୀବନଯାପନ କରନ୍ତା । ମନୁଷ୍ୟ ଯେତେବେଳେ ସ୍ୱୟଂ ବା ଅନ୍ୟର କ୍ଷତି ହେଉଥିବା ଭଳି କର୍ମ କରେ ସେତେବେଳେ ତା'ର ଅନ୍ତରରୁ ସର୍ବପ୍ରଥମେ ଏହା ବିରୁଦ୍ଧରେ ପ୍ରତିବାଦର ଧ୍ୱନି ଉଠେ । କିନ୍ତୁ ସେ ସେଥିପ୍ରତି ବିଶେଷ ଧ୍ୟାନଦିଏ ନାହିଁ । ଯେଉଁମାନେ ସିଗାରେଟ ପିଅନ୍ତି ସେମାନେ ଖୋଳ ଉପରେ ଲେଖାହୋଇଥିବା ଚେତାବନୀ ( ସିଗାରେଟ ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ) ପଢ଼ି ମଧ୍ୟ ଧୂମ ପାନରୁ ନିବୃ ହୁଅନ୍ତି ନାହିଁ । ମଦ୍ୟପ ମଦ୍ୟପାନର ଭୟାବହ ପରିଣାମ ଜାଣି ମଧ୍ୟ ନିଜର ତଥା ପରିବାରର ଅନ୍ୟ ସଦସ୍ୟ ମାନଙ୍କର ଅନେକ କ୍ଷତି ସାଧନ କରିଥାଏ । ଏଥିରୁ ଏକଥା ସ୍ପଷ୍ଟ ହୁଏ ଯେ ମଣିଷ ଅଜ୍ଞାନତାବଶତଃ ଯେ ଏସବୁ କରେ ତାହା ନୁହେଁ ବରଂ ସେ ରସନେନ୍ଦ୍ରିୟର ବଶବର୍ୀ ହୋଇ ଏବଂ ଅନ୍ତରାତ୍ମାର ସତର୍କ ଧ୍ୱନିକୁ ଉପେକ୍ଷା କରିଏସବୁ କରେ । ""ଯେତେବେଳେ ଅନିଷ୍ଟ ହେବ ସେତେବେଳେ ଦେଖାଯିବ ।'' ଏପରି ବିକୃତ ଭାବନା ବଶତଃ ସେ ମର୍ଯ୍ୟାଦାକୁ ଉଲ୍ଳଙ୍ଘନ କରେ । ପରିଣାମ ଜାଣି ମଧ୍ୟ ଅନିଷ୍ଟକାରକ କର୍ମରୁ ନିବୃ ନ ହେବା ଆତ୍ମ ପ୍ରବନା ନୁହେଁ ତ ଆଉ କଣ ? ଏପରି ବ୍ୟକ୍ତି ସୁଖ , ଶାନ୍ତି ଓ ସୁସ୍ୱାସ୍ଥ୍ୟର ଅଧିକାରୀ ନୁହେଁ । ଉମ କର୍ମ ଦ୍ୱାରା ମଣିଷ ଉମ ଫଳର ଅଧିକାରୀ ହୁଏ । ଏହିପରିପ୍ରେକ୍ଷୀରେ ହୋମିଓପାଥିର ଜନକ ସାମୁଏଲ ହ୍ୟାନିମ୍ୟାନଙ୍କ ଏକ ଉକ୍ତି ପ୍ରଣିଧାନ ଯୋଗ୍ୟ । ତାଙ୍କ ଅନୁସାରେ "" ଯେଉଁ ବ୍ୟକ୍ତି ଅବହେଳା ବଶତଃ ନିଜ ପେଟ ପ୍ରତି ଧ୍ୟାନ ଦିଏ ନାହିଁ, ସେ ଜୀବନରେ କୌଣସ ବିଷୟ ପ୍ରତି ଧ୍ୟାନ ଦେଇପାରେ ନାହିଁ । ''
ାା ଓମଶାନ୍ତି ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର)
ମୋବାଇଲ - ୯୪୩୭୨୧୦୨୯୬
Comments
Post a Comment