ରକ୍ଷା ବନ୍ଧନର ଆଧ୍ୟାତ୍ମିକ ସ୍ୱରୂବ୍ର-----.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ

ରକ୍ଷା ବନ୍ଧନର ଆଧ୍ୟାତ୍ମିକ ସ୍ୱରୂପ 

THE SPIRITUAL DIMENSION OF RAKSHYA BANDHAN

ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ 
              ଭାରତୀୟ ସଂସ୍କୃତି ଅତୀବ ପ୍ରାଚୀନ, ମହାନ ଓ ବୈଭବଶାଳୀ । ଏକ ଅନଶ୍ୱର ପରମ ପବିତ୍ର ଦେବ ଭୂମି ରୂପେ ସମଗ୍ର ବିଶ୍ୱରେ ଭାରତ ପୂଜିତ । ସମଗ୍ର ବିଶ୍ୱରେ ଆମ ଭାରତହିଁ ଏକମାତ୍ର ଦେଶ ଯାହାର ଧାର୍ମିକ ଓ ସାମାଜିକ ଇତିହାସ, ବିଭିନ୍ନ ଧାର୍ମିକ ଉସôବ, ପର୍ବପର୍ବାଣି ତଥା ପୌରାଣିକ ଗାଥା ଗୁଡିକର ଗୌରବ ଗାରିମାରେ ପରିପୂର୍ଣ୍ଣ । ଭାରତୀୟ ଜୀବନ ଦର୍ଶନ ଅଦ୍ଭୁତ ଏବଂ ଅଦ୍ୱିତୀୟ ଅଟେ । ଏଠାକାର ମର୍ଯ୍ୟାଦା ଏବଂ ପ୍ର୍ରଚଳିତ ପରମ୍ପରାଗୁଡିକ ଅସଂଖ୍ୟ ରହସ୍ୟର ଖଣି ଅଟେ । ଆମର ସଂସ୍କୃତି ସର୍ବପ୍ରାଚୀନ ଓ ଅନୁପମ । ଏହି ଭାରତର ପବିତ୍ର ଭୂମିରେ ଏକଦା ତ୍ରେତିଶ କୋଟି ଦେବୀ ଦେବତାମାନଙ୍କ ସାମ୍ରାଜ୍ୟ ଥିଲା । ଏଠାରେହିଁ ଆସୁରୀ ତ୍ୱଗୁଡିକର ମହାବିନାଶ ପାଇଁ ପରମାତ୍ମାଙ୍କୁ  ପରମଧାମରୁ  ଓହ୍ଲାଇ ଆସି ମାନବୀୟ ଶରୀର ମାଧ୍ୟମରେ ଈଶ୍ୱରୀୟ କର୍ମ କରିବାକୁ ପଡେ । ଏହାର ଆଧ୍ୟାମ୍ୟô ସର୍ବତ୍ର ବ୍ୟାପକ । ଏଥିପାଇଁ ଏଠାରେ ପ୍ରତ୍ୟେକ ତିଥି କୌଣସି ନା କୌଣସି ଆଧ୍ୟାତ୍ମିକ ରହସ୍ୟରେ ବିମଣ୍ଡିତ। ଭାରତର ଗୌରବ ଗାରିମା ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ । ଏହି ପବିତ୍ର ଅଦ୍ୱିତୀୟ ଏବଂ ଉଲ୍ଲେଖନୀୟ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ରରେ ବର୍ଷତମାମ କୌଣସିନା କୌଣସି ପର୍ବପର୍ବାଣି ପାଳିତ ହେଉଥାଏ ।
ଭାରତରେ ପାଳିତ ପ୍ରତ୍ୟେକ ପର୍ବ ପର୍ବାଣୀ ଏହାର ଉଚ୍ଚତମ ସଂସ୍କୃତି ଏବଂ ସୁସଭ୍ୟତାର ସମନ୍ୱୟର ସେତୁ ଏବଂ ମାନବୀୟ ଅଲୌକିକ ଗୌରବ ଗାରିମାରେ ପରିପୂର୍ଣ୍ଣ । ଏହା ନୈତିକ ମୂଲ୍ୟର ସୁରକ୍ଷା ତଥା ରାଷ୍ଟ୍ରିୟ ଏକତାର ଆଧାର ସ୍ତମ୍ଭ ଅଟେ । ଏଠାରେ ପାଳିତ ପ୍ରତ୍ୟେକ ପର୍ବ ପର୍ବାଣୀ ପ୍ରଚ୍ଛଦରେ  କୌଣସିନା କୌଣସି ଆଧ୍ୟାତ୍ମିକ ବା ଦାର୍ଶନିକ ପୃଷ୍ଠଭୂମି ଥାଏ ।  ଏହି ପର୍ବପର୍ବାଣିଗୁଡିକୁ ସମାଜୋପଯୋଗୀ କରିବା ପାଇଁ ଆମର ପୌରାଣିକ ଗ୍ରନ୍ଥାକାରଗଣ ବିବିଧ ମନମୋହକ ମଧୁର ଗାଥାଗୁଡିକର ରୂପକ ପ୍ରସ୍ତୁତ କରି ସେଗୁଡିକର ମହ୍ୱ ଉଲ୍ଲେଖ କରିଛନ୍ତି ।  ଏଗୁଡିକରେ ଯଦିଓ କଳ୍ପନାର ପ୍ରାଚୁର୍ଯ୍ୟ ଦେଖିବାକୁ ମିଳେ ତଥାପି ମଧ୍ୟ ବୈଜ୍ଞାନିକ ଏବଂ ଦାର୍ଶନିକ ତ୍ୱର ଅଭାବ ନ ଥାଏ । ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜ୍ଞାନ ମଧ୍ୟ କଳ୍ପନାର ଆଧାର ନେଇ ପରିଶେଷରେ ବୈଜ୍ଞାନିକ ସତ୍ୟ ବା ସିଦ୍ଧାନ୍ତରେ (ଝକ୍ଟ୍ରରମସଲସମ ଖବଙ୍ଗ) ଉପନୀତ ହୁଏ । ସେଥିପାଇଁ ମୁନି ରୁଷିମାନେ ବିଭନ୍ନ ପର୍ବପର୍ବାଣିର ନାନାବିଧ ମହ୍ୱ ବର୍ଣ୍ଣନା କରି ମାନବ ମନରେ ସେଗୁଡିକ ପ୍ରତି ଆସ୍ଥା ବଜାୟ ରକ୍ଷା କରିଛନ୍ତି ।
                ଭାରତୀୟ ଧାର୍ମିକ ପର୍ବ ଏବଂ ପୌରାଣିକ କଥାବସ୍ତୁଗୁଡିକ ସାଧାରଣତଃ ସାେଙ୍କତିକ ଓ ପ୍ରତୀକାତ୍ମକ ଭାବରେ ବିଭିନ୍ନ ଆଧ୍ୟାତ୍ମିକ ରହସ୍ୟଗୁଡିକ ଉନ୍ମୋଚନ କରେ । ଆମ ସଂସ୍କୃତ୍ି ଦେବତ୍ୱର ଅଲୌକିକ ଗୌରବ ଗାରିମାରେ ବିମଣ୍ଡିତ । ଏଥିପାଇଁ ସମୟାନୁକ୍ରମେ ଭାରତୀୟ ସାହିତ୍ୟ ଓ ସଂସ୍କୃତି ମାନବୀୟ ମୂଲ୍ୟର ସୁରକ୍ଷା ପାଇଁ ଈଶ୍ୱରୀୟ ମର୍ଯ୍ୟାଦାର  ଲକ୍ଷ୍ମଣରେଖାରୂପୀ ସୀମା ମଧ୍ୟରେ ଜନଜୀବନକୁ ବାନ୍ଧି ରଖିବାର କ୍ଷମତା ବହନ କରେ । ପ୍ରାଚୀନତା ସେ୍ୱ ଏହି ପର୍ବପର୍ବାଣୀଗୁଡିକର ପ୍ରଥା ମାନବୀୟ କଲ୍ୟାଣ ପାଇଁ ଉଦ୍ଧିଷ୍ଟ । କିନ୍ତୁ ବିଡମ୍ବନା ଏହି ଯେ ଆମର ସୁସଂସ୍ମୃତି ଓ ସୁଭ୍ୟତାର ଅନୁପମ ସମନ୍ୱୟର ପ୍ରତୀକ ବିଭିନ୍ନ ପର୍ବ ପର୍ବାଣିର ଆଧ୍ୟାତ୍ମିକ ମହ୍ୱ ଜନ ମାନସରୁ ବିସ୍ମୃତ ହୋଇ ଏହା କେବଳ ଆନୁଷ୍ଠାନିକ ପରମ୍ପରାର ଅବଶେଷ ରୂପେ ପାଳିତ ହେଉଛି । ଭୋଗବାଦୀ ଓ ଋଢ଼ିବାଦୀ ପ୍ରବୃିର ବଶବର୍ୀ ହୋଇ ମଣିଷ ସେହି ତା୍ୱିକ ରହସ୍ୟ ଭେଦ କରିବାକୁ ସମର୍ଥ ହୁଏ ନାହିଁ । ସେଗୁଡିକରେ ଥିବା ଅର୍ନ୍ତନିହିତ ସତ୍ୟ ବୁଝିବାକୁ ହେଲେ ଆମକୁ ପୂର୍ବାଗ୍ରହରୁ ମୁକ୍ତି ହୋଇ ଆଧ୍ୟାତ୍ମ ଓ ଦର୍ଶନର ସୂକ୍ଷ୍ମ ତା୍ୱିକ ଜ୍ଞାନ ଆହରଣ କରିବାକୁ ପଡିବ । ଅନ୍ୟଥା ଏହାର ପ୍ରତୀକାତ୍ମକ ସୌନ୍ଦର୍ଯ୍ୟ ଅବଲୋକନ କରିବା ସମ୍ଭବ ନୁହେଁ । ଆଜି ସମୟ ଆସିଛି ଆମକୁ ପୁନଃ ସେଗୁଡିକର ଯଥାର୍ଥ ମୂଲ୍ୟାଙ୍କନ କରି ଓ ସେଗୁଡିକର ପ୍ରଚ୍ଛଦରେ ଥିବା ବାସ୍ତବିକ ପୃଷ୍ଟଭୂମିକୁ ଅନୁଧ୍ୟାନ କରିବାକୁ ହେବ । ଏହାଦ୍ୱାରା ମାନବ ମନରେ ପରସ୍ପର  ପ୍ରତି ସ୍ନେହ , ସହାନୁଭୂତି ଏବଂ ସଦ୍ଭାବନା ପୁନଃ ଉଜ୍ଜୀବିତ ହୋଇ ଏହି ବିଶ୍ୱରେ ସ୍ୱର୍ଗ ରାଜ୍ୟ ପ୍ରତିଷ୍ଠା ହେବ ।
ଆଜିର ବୈଜ୍ଞାନିକ ଯୁଗରେ ବିଭିନ୍ନ ପର୍ବପର୍ବାଣି ପାଳନକୁ ଜନ ସାଧାରଣ କେବଳ ଅବସର ବିନୋଦନର ଏକ ମାଧ୍ୟମ ରୂପେ ଗ୍ରହଣ କରି ନେଇଛନ୍ତି । ଏଗୁଡିକର ପ୍ରଚ୍ଛଦପଟରେ  ଥିବା ଆଧ୍ୟାତ୍ମିକ ରହସ୍ୟ ପ୍ରତି କେହି ସତେଚନ ଥିବା ପରି ମନେ ହୁଏନାହିଁ । ବୈଜ୍ଞାନିକ ଅନୁସନ୍ଧାନ ଓ ଗବେଷଣା ଏହି ପର୍ବପର୍ବାଣିଗୁଡିକର ପରମ୍ପରାଗତ ପ୍ରଥା ଉପରେ ବୁଦ୍ଧିଜୀବୀ ମହଲରେ ବିଭିନ୍ନ ପ୍ରଶ୍ନ ଉପôନ୍ନ କରେ । ସେହି ସବୁ ପ୍ରଶ୍ନର ଉର ଦେବା ମାନବୀୟ ଜ୍ଞାନର ବର୍ହିର୍ଭୂତ । ଏଥିପାଇଁହିଁ ଏହିପରି ଏକ ଧାର୍ମିକ ସଙ୍କଟ କାଳରେ ପରମାତ୍ମା ଶିବ ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଅବତରଣ କରି ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତର ପ୍ରକୃତ ଇତିହାସ ଉପରେ ଯଥାର୍ଥ ଜ୍ଞାନ ପ୍ରଦାନ କରି ବିଶ୍ୱ ନବ ନିର୍ମାଣ କାର୍ଯ୍ୟ ସମ୍ପାଦନ କରନ୍ତି । ଏଠାରେ ସେହି ଈଶ୍ୱରୀୟ ଜ୍ଞାନ ଆଧାରରେ “ରକ୍ଷାବନ୍ଧନର ଆଧ୍ୟାତ୍ମିକ ସ୍ୱରୂପ” ଶୀର୍ଷକ ଆଲୋଚନା କରାଯାଉଛି ।
                       ପ୍ରାଚୀନ ସଂସ୍କୃତିର  ସ୍ମୃତି  ସ୍ୱରୂପ ଭାରତରେ ପାଳନ କରାଯାଉଥିବା  ବିଭିନ୍ନ ପର୍ବପର୍ବାଣୀର ନିଜ ନିଜ ଅଲୌକିକ ମହ୍ୱ ରହିଛି । କିନ୍ତୁ ଆଧ୍ୟାତ୍ମିକ, ସାଂସ୍କୃତିକ, ରାଷ୍ଟୀୟ ଅଥବା ଅର୍ନ୍ତରାଷ୍ଟ୍ରୀୟ ପରିପ୍ରେକ୍ଷୀରେ ବିଚାର କଲେ ରକ୍ଷାବନ୍ଧନ ପର୍ବର ମହ୍ୱ ଅଦ୍ୱିତୀୟ ଓ ଉଲ୍ଲେଖନୀୟ ଅଟେ । କାରଣ ଏହା ମାନବୀୟ ମୂଲ୍ୟ ବୋଧର ସୁରକ୍ଷା ପୂର୍ବକ ପରସ୍ପର ମଧ୍ୟରେ ସ୍ନେହ ସହଯୋଗ ଓ ସଦଭାବନା ରକ୍ଷା କରିବାରେ ବିଶିଷ୍ଟ ଭୂମିକା ଗ୍ରହଣ କରିଛି । ଏତଦ୍ ବ୍ୟତୀତ ଏଥିରେ ଭାଇ ଭଉଣୀ ମଧ୍ୟରେ ଥିବା ଅଲୌକିକ ସ୍ନେହର ଚରମ ନିଦର୍ଶନ ଦେଖିବାକୁ ମିଳେ । ମାନବ ସମାନଜକୁ ଏକତା ସୂତ୍ରରେ ଯୋଡି ରଖିବାରେ ଭଉଣୀମାନେ ଗୁରୁ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସକ୍ଷମ । ଏହାର କାରଣ ସେମାନେ ସ୍ନେହର ପ୍ରତିମୂିର୍ର୍ । ଯେଉଁଠି ସ୍ନେହ ଥାଏ ସେଇଠି ସ୍ୱତଃହିଁ ସଙ୍ଗଠନ ଶକ୍ତିଶାଳୀ ହୁଏ । ଆଜି ସାମ୍ପ୍ରଦାୟିକତାବାଦ ଏବଂ କ୍ଷେତ୍ରିୟତାବାଦ ଯେପରି ଅର୍ନ୍ତରାଷ୍ଟ୍ରୀୟ ସମସ୍ୟା ରୂପେ ମୁଣ୍ଡ ଟେକିଛି ଏହାର ସମାଧାନ ପାଇଁ ପ୍ରତ୍ୟେକ ସାମାଜିକ, ରାଜନୈତିକ ଓ ଧାର୍ମିକ ସଙ୍ଗଠନର ଭଉଣୀମାନଙ୍କୁ ସଙ୍ଗଠିତ ହୋଇ ରାଷ୍ଟ୍ରୀୟ ଓ ଅର୍ନ୍ତରାଷ୍ଟ୍ରୀୟ ଏକତା ତଥା ବିଶ୍ୱ ଭ୍ରାତୃତ୍ୱ ପ୍ରତି ମାନବ ସମାଜକୁ ଉନ୍ମୁଖ କରାଇବା ପାଇଁ ରକ୍ଷା ସୂତ୍ର ବନ୍ଧନର ଏହି ପବିତ୍ର ଅବସରରେ କ୍ରାନ୍ତିକାରୀ ପଦକ୍ଷେପ ଗ୍ରହଣ କରିବା ଉଚିତ । ଏହାଦ୍ୱାରା ସମାଜରେ ବ୍ୟାପ୍ତ ବିଷମତା ଦୂର ହୋଇ ପରସ୍ପର ପ୍ରତି ସ୍ନେହ, ସହାନୁଭୂତି ଓ ସହଯୋଗର  ବାତାବରଣ ସୃଷ୍ଟି ହେବ  । ବର୍ମାନ ପରିବେଶରେ ଏହାହିଁ ହେବ ରାକ୍ଷୀର ସାର୍ଥକତା ।
                    ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣମୀ ତିଥିରେ ରକ୍ଷା ବନ୍ଧନ ଉସôବ ପାଳକ କରାଯାଏ । ରକ୍ଷା ବନ୍ଧନ ଶବ୍ଦ ସୂଚିତ କରୁଛି ଯେ ଏହା ରକ୍ଷା ପାଇଁହିଁ ବନ୍ଧନ । ପ୍ରତ୍ୟେକଙ୍କ ଜୀବନରେ ଲଗାମ ରହିବା ଉଚିତ । ଲଗାମହୀନ ଜୀବନର ଅନ୍ତିମ ପରିଣତି ଅତ୍ୟନ୍ତ ଦୁଃଖଦ ଓ ଭୟାବହ । ବନ୍ଧନ ଦୁଇ ପ୍ରକାର । ଗୋଟିଏ ଈଶ୍ୱରୀୟ ମର୍ଯ୍ୟାଦା ରୂପୀ ବନ୍ଧନ; ଅନ୍ୟଟି ହେଉଛି ଆସୁରିକ ଉଶୃଙ୍ଖଳତାର ବନ୍ଧନ । ଆସୁରିକ ଉଶୃଙ୍ଖଳତାକୁ ଈଶ୍ୱରୀୟ ମର୍ଯ୍ୟାଦା ଶୃଙ୍ଖଳାରେ ଶୃଙ୍ଖଳିତ କରିବାହିଁ ରକ୍ଷା ବନ୍ଧନ । ଈଶ୍ୱରଙ୍କ ପ୍ରତି ଥିବା ଅନନ୍ୟ ସ୍ନେହର ଏହା ଏକ ସୁଖଦ ବନ୍ଧନ । ଯେପରି ଅଙ୍କୁଶ ଦ୍ୱାରା ହାତୀ, ଲଗାମ ଦ୍ୱାରା ଘୋଡା, ନଥ ଦ୍ୱାରା ବଳଦକୁ ନିୟନ୍ତ୍ରଣ କରାଯାଇଥାଏ ସେହିପରି ଜୀବନ ଈଶ୍ୱରୀୟ ମର୍ଯ୍ୟାଦାରୂପୀ ବନ୍ଧନରେ ବାନ୍ଧି ହେଲେ ଦୁଃଖଦାୟକ ଆସୁରିକ ତ୍ୱ କବଳରୁ ରକ୍ଷା ପାଏ । ଈଶ୍ୱରୀୟ ବନ୍ଧନ ଘୋଡାର ଲଗାମ  ପରି ମନୁୁଷ୍ୟକୁ ମନୋବିକାର ସମୂହର ବଶୀଭୂତ ହେବାକୁ ନ ଦେଇ ତାକୁ ଦୈବୀ ସ୍ୱରାଜ୍ୟର ଅଧିକାରୀ କରାଏ । ଏହା ମନୁଷ୍ୟକୁ ଦିବ୍ୟ ମର୍ଯ୍ୟାଦା ରୂପକ ଲକ୍ଷ୍ମଣ ରେଖା ମଧ୍ୟରେ ରହିବାକୁ ପ୍ରେରିତ କରେ । ଏଥିରେ ଅନନ୍ତ ସୁଖ,ଶାନ୍ତି, ଆନନ୍ଦ, ପ୍ରେମ, ଶକ୍ତି ଓ ପବିତ୍ରତା ସନ୍ନିହିତ । ରାକ୍ଷୀର ପରମ ପବିତ୍ର ବନ୍ଧନ ମନୁଷ୍ୟକୁ ଦୁର୍ଜେୟ ମନୋବିକାରର ଲୌହ ଶୃଙ୍ଖଳରୁ ମୁକ୍ତ କରେ । ଏହା ଈଶ୍ୱରୀୟ ମର୍ଯ୍ୟାଦା ପ୍ରମାଣ ସମସ୍ତ ମାନବ ସମାଜକୁ କଲ୍ୟାଣକାରୀ ସୂତ୍ରରେ ବାନ୍ଧିବାର ପ୍ରତୀକ ସ୍ୱରୂପ ଅଟେ । ତେଣୁ ରକ୍ଷାବନ୍ଧନ ଏକ ଈଶ୍ୱରୀୟ ବନ୍ଧନହିଁଁ ଅଟେ । କାଳକ୍ରମେ ମଣିଷ ଏହାର ଆଧ୍ୟାତ୍ମିକ ସ୍ୱରୂପକୁ ବିସ୍ମୃତ ହୋଇଗଲା । ଏଥିପାଇଁ ଏହି ମହାନ କ୍ରାନ୍ତିକାରୀ ପର୍ବଟି ପରମ୍ପରାର ସଙ୍କୁଚିତ ଗଣ୍ଡି ମଧ୍ୟରେ ସୀମିତ ରହି ନିଷ୍କ୍ରିୟ ହୋଇ ପଡିଛି । ମନୁଷ୍ୟ ଏହାର ଲାଭପ୍ରଦ ରହସ୍ୟକୁ ନ ବୁଝି ଏହାକୁ କେବଳ ଏକ ଧାର୍ମର୍ିକ ବା ସାମାଜିକ ପ୍ରଥା ମାନି ପାଳନ କରୁଛି ।
                    ରକ୍ଷା ବନ୍ଧନ କୌଣସି ଏକ ଭୀଷଣ ଆତଙ୍କରୁ ସମଗ୍ର ମାନବ ସମାଜକୁ ରକ୍ଷା କରିବାର ଈଶ୍ୱରୀୟ କାର୍ଯ୍ୟକ୍ରମର ସ୍ୱରଣୋସôବ ଅଟେ । ଗୀତାରେ ଉଲ୍ଲେଖ ଅଛି ଯେ ସଂସାରରେ ଧର୍ମ ଗ୍ଳାନି ହେଲେ ପରମାତ୍ମା ଧରାପୃଷ୍ଠରେ ଅବତରଣ କରନ୍ତି । ଯଦା ଯଦାହି ଧର୍ମସ୍ୟ.... । ଆଜି ବିଶ୍ୱ ପରିଦୃଶ୍ୟରେ ଦେଖିଲେ ଗୀତା ବର୍ଣ୍ଣିତ ସେହି ଧର୍ମଗ୍ଳାନି ସମୟ ଉପସ୍ଥିତ । ମନୁଷ୍ୟ ସମାଜ ମନୋବିକାର ଦ୍ୱାରା ସମ୍ପୂର୍ଣ୍ଣ କବଳିତ । ଆସୁରିକ ପ୍ରବୃିର ତାଡନାରେ ପୀଡିତ ହୋଇ ମନୁଷ୍ୟ ଅସହାୟ ଭାବରେ ପ୍ରାର୍ଥନା କରୁଛି , “ବିଷୟ ବିକାର ମିଟାଓ , ପାପ ହରୋ ଦେବା ...ା” ବର୍ମାନ ସାମ୍ପ୍ରଦାୟିିକତାର ଚାରିକାନ୍ଥ ମଧ୍ୟେରେ ଧର୍ମ ହୋଇଛି ଶୃଙ୍ଖଳିତ ଓ ସଙ୍କୁଚିତ । ଭାରତର ଗୌରବମୟୀ ସେହି ପ୍ରାଚୀନ ଲୁପ୍ତ ସଂସ୍କୃତିର ପୁନରୁାନ ତଥା ମାନବ ସମାଜକୁ ଆସୁରିକ ବନ୍ଧନରୁ ମୁକ୍ତ  କରାଇବାକୁ ସର୍ବାତ୍ମାଙ୍କ ପିତା ପତିତପାବନ ପରମାତ୍ମା ଈଶ୍ୱରୀୟ ମର୍ଯ୍ୟାଦା ରୂପକ ରକ୍ଷାସୂତ୍ର(ରକ୍ଷାର ଉପାୟ) ପ୍ରଦାନ କରିବା ପାଇଁ ସୃଷ୍ଟିରେ ଅବତରଣ କରନ୍ତି । ରାକ୍ଷୀ ଏହି ପବିତ୍ରତମ ରକ୍ଷାର ପ୍ରତୀକ । ମନୁଷ୍ୟର ବିଷୟ ବିକାର ରୂପକ ବିଷକୁ ହରଣ କରିବା ପାଇଁ ସେ ସୃଷ୍ଟିରେ ଅବତରଣ କରୁଥିବାରୁ ସେହି ସ୍ମୃତିରେ ପାଳିତ ଏହି ରକ୍ଷା ବନ୍ଧନ ପର୍ବକୁ “ବିଷ ତୋଡକ ପର୍ବ’ ବା “ପୁଣ୍ୟ ପ୍ରଦାୟକ ପର୍ବ” ବୋଲି ମଧ୍ୟ କୁହାଯାଏ ।
ରାକ୍ଷୀର ମଝି ଅଂଶ(ମୌଳି) ହେଉଛି ପରମାତ୍ମାଙ୍କ ପ୍ର୍ରତୀକ । ଏହାର ଉଭୟ ପଟେ ଯେଉଁ ଦୁଇଟି ସୂତା ବାହାରିଥାଏ ତାହା ଜ୍ଞାନ ଓ ଯୋଗର ଦ୍ୟୋତକ । ପରମାତ୍ମା ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇ ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗର ଶିକ୍ଷା ଦିଅନ୍ତି । ପରମାତ୍ମାଙ୍କୁ ଜାଣିବା ପାଇଁ ଜ୍ଞାନ ଆବଶ୍ୟକ । ଜ୍ଞାନ ଦ୍ୱାରା ମଣିଷର ବିଚାର ବଦଳେ । ବିଚାର ଅନୁରୂପ ବିଶ୍ୱର ପରିସ୍ଥିତି ସୁଖଦ ବା ଦୁଃଖଦ ହୁଏ । ଯୋଗ ଦ୍ୱାରା ମଣିଷ ମନୋବିକାରରୁ ମୁକ୍ତ ହୁଏ । ନିର୍ମଳ ଅନ୍ତଃକରଣ ଦ୍ୱାରା  ପରମାତ୍ମାଙ୍କୁ ଅନୁଭବ କରିହୁଏ । ଜ୍ଞାନ ଓ ଯୋଗ ରୂପକ ରକ୍ଷାସୂତ୍ର ଦ୍ୱୟ ପରମାତ୍ମାଙ୍କ ସହ ସ୍ନେହ ବନ୍ଧନରେ ଆବଦ୍ଧ କରେ । ତିଳକ, ଆତ୍ମ ସ୍ମୃତି  ଦ୍ୟୋତକ । ଆତ୍ମିକ ସ୍ମୃତିର ବିନା ପରମାତ୍ମାନୁଭୂତି  ସମ୍ଭବ ନୁହେଁ । ରକ୍ଷାବନ୍ଧନରେ ଉପହାର ଦେବାର ପରମ୍ପରା ଦେଖାଯାଏ । କାମକ୍ରୋଧାଦି ମନୋବିକାର ସମୂହକୁ ତ୍ୟାଗ କରିବାହିଁଁ ପରମାତ୍ମାଙ୍କ ପ୍ରତି ଶ୍ରେଷ୍ଠ ଉପହାର । ଶେଷରେ ଆସେ ମୁହଁ ମିଠା କରିବା ସମୟ । ଆଧ୍ୟାତ୍ମିକ ଅର୍ଥରେ ଏହା ମଧୁର ସମ୍ଭାଷଣକୁ ବୁଝାଏ। ଏହିପରି ରାକ୍ଷୀର ଆଧ୍ୟାତ୍ମିକ ସ୍ୱରୂପକୁ ବୁଝି ଦୈନନ୍ଦିନ ଜୀବନରେ ଏହି ଈଶ୍ୱରୀୟ ରକ୍ଷାସୂତ୍ର(ରକ୍ଷା ଉପାୟ) ଅଙ୍ଗୀକାର କଲେ ତାହାହିଁଁ ବ୍ୟକ୍ତିକୁ ରକ୍ଷା କରିବ ।ା  ଓମ ଶାନ୍ତି ।ା

ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ 
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର), ମୋବାଇଲ - ୯୪୩୭୨୧୦୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର