ମାନସିକ ଶକ୍ତିର ବିକାଶ --- ବ୍ର.କୁ.ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ୍ର
ମାନସିକ ଶକ୍ତିର ବିକାଶ
ବ୍ର.କୁ.ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ୍ର
କେତେକ ବ୍ୟକ୍ତି ମନକୁ ଆତ୍ମାଠାରୁ ଭିନ୍ନ ବୋଲି ବି·ର କରନ୍ତି । ଏହା ଠିକ୍ କଥା ନୁହେଁ । ପ୍ରକୃତରେ ଆତ୍ମାର ସଂକଳ୍ପ ଶକ୍ତିହିଁ ମନ ଅଟେ । ଏହି ସଂକଳ୍ପ କର୍ମରେ ରୂପାନ୍ତର ହେବ କି ନାହିଁ; ଏହା ବୁଦ୍ଧି ସ୍ଥିର କରିଥାଏ । ତେଣୁ ଆତ୍ମାର ନିର୍ଣ୍ଣୟ ଶକ୍ତିକୁ ବୁଦ୍ଧି କୁହାଯାଏ । ଆତ୍ମା କିଭଳି ଅଭିବ୍ୟକ୍ତି ଲାଭ କରିବ ଓ ବୁଦ୍ଧି ଏହାକୁ କାର୍ଯ୍ୟାନ୍ୱିତ କରିବାକୁ ଅନୁମତି ଦେବ ତାହା ତା’ର ସଂସ୍କାର ଉପରେ ନିର୍ଭର କରେ। ମନ ଓ ବୁଦ୍ଧି ଆଧାରରେ ଆତ୍ମା ଯେଉଁ କର୍ମକରେ ତାହା ସଂସ୍କାରରେ ପରିଣତ ହୁଏ । ମୋଟରେ କହିବାକୁ ଗଲେ, ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତିର ନାମହିଁ ମନ, ବୁଦ୍ଧି ଓ ସଂସ୍କାର । ଏ ଗୁଡ଼ିକ ଆତ୍ମାଠାରୁ ଭିନ୍ନ ନୁହନ୍ତି । ଯେଉଁମାନେ ଏକଥା ପୂର୍ଣ୍ଣରୂପରେ ବୁଝିପାରି ନାହାନ୍ତି ସେମାନେହିଁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅସଫଳ ହୁଅନ୍ତି । କାରଣ ସେମାନେ ଜାଣନ୍ତି ନାହିଁ ଯେ ନିଜ ତୃଟିକୁ ସମାପ୍ତ କରି କିପରି କର୍ମ କଲେ କୁଶଳତା ଆସିପାରିବ । ଯେଉଁମାନେ ସଫଳତା ପ୍ରୟାସୀ ସେମାନଙ୍କୁ ନିଜର ପ୍ରତ୍ୟେକ ତୃଟିକୁ ସୁଧାରିବାକୁ ପଡ଼ିବ । ମନକୁ ସନ୍ତୁଳିତ କରି ବି·ର ଓ କାର୍ଯ୍ୟରେ ସାମଞ୍ଜସ୍ୟ ଆଣିବାକୁ ପଡ଼ିବ । ଏହା ହେଲେ ପ୍ରତ୍ୟେକ କାର୍ଯ୍ୟରେ ବ୍ୟକ୍ତିର ପୂର୍ଣ୍ଣସାମର୍ଥ୍ୟ ପ୍ରକଟ ହେବ ଓ ତାହା ଭବିଷ୍ୟତରେ ଅନ୍ୟମାନଙ୍କ ପାଇଁ ଉଲ୍ଲେଖଯୋଗ୍ୟ ଆଦର୍ଶ ରୂପେ ବିବେଚିତ ହେବ ।
ଅନେକ ସମୟରେ ଆମ ମନ ଉପରେ ପୂର୍ବାଗ୍ରହ, ହଠବାଦ, ରୂଢ଼ିବାଦ, ମିଥ୍ୟା ବିଶ୍ୱାସ, ଇର୍ଷା, ଦ୍ୱେଷ, ପରଶ୍ରୀକାରତା, ଆଳସ୍ୟ, ଭୟ ଭଳି କେତେକ ଦୁର୍ବିକାର ଆକ୍ରମଣ କରିଥାଏ । ଏହାଦ୍ୱାରା ଆମ ମନୋବୃି ପୂର୍ଣ୍ଣରୂପରେ ସେମାନଙ୍କ ଦ୍ୱାରା ଆକ୍ରାନ୍ତ ହୋଇପଡ଼େ। ଯେତେ ସମୟ ପର୍ଯ୍ୟନ୍ତ ଏସବୁ ଉପରେ ଆଧିପତ୍ୟ ବିସ୍ତାର କରିଥାଏ ସେତେବେଳ ପର୍ଯ୍ୟନ୍ତ ସେ ଗୁଡ଼ିକୁ ସେଠାରୁ ବାହାର କରିବା କଠିଣ ହୋଇପଡ଼େ । ଏ ଗୁଡ଼ିକ ଆମ ଜୀବନକୁ ଏପରି ପ୍ରଭାବିତ କରିଥାନ୍ତି ଯେ ଏହା ଆମକୁ ସ୍ୱାଭାବିକ ମନେହୁଏ ଓ କ୍ରମଶଃ ଆମ ଅଭ୍ୟାସରେ ପରିଣତ ହୋଇଯାଏ । ଆମର ବି·ର ଅନୁସାରେ ହିଁ ଆମ ଶରୀରର ସଂରଚନା ହୁଏ । ଯଦି ଆମ ବି·ର ଆ·ରରେ ସାମଞ୍ଜସ୍ୟ, ସମନ୍ୱୟ ଓ ଉଚିତ୍ ପରିମାପ ନାହିଁ, ତେବେ ଶରୀର ଅସୁସ୍ଥ ହୋଇପଡ଼େ । ଏହାର ପ୍ରଭାବ ଆମ କାର୍ଯ୍ୟ ଓ ଜୀବନ ଉପରେ ପଡ଼େ । ଏହାକୁ ହୃଦୟଙ୍ଗମ କରି ଯେଉଁମାନେ ନିଜ ନିଜ ବି·ର, ପ୍ରବୃି, ଚେଷ୍ଟା ଓ କାର୍ଯ୍ୟକୁ ସଂଶୋଧିତ କରିଥାନ୍ତି ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳ ହୁଅନ୍ତି । କେତେକ ଅସାବଧାନତା ବଶତଃ ଏକଥା ବୁଝି ନ ପାରି ନିଜ ଜୀବନକୁ କୁମାର୍ଗରେ ପରି·ଳିତ କରନ୍ତି । ଯେଉଁମାନେ ନିଜ ଜୀବନକୁ ପ୍ରକୃତ ପଥରେ ପରି·ଳିତ କରିବାକୁ ଇଚ୍ଛୁକ ପ୍ରଥମେ ନିଜର ବି·ର ସମୂହକୁ ସଂପୂର୍ଣ୍ଣ ପରିବର୍ନ କରି ଉଦା, ହର୍ଷମୟ ତଥା ରଚନାତ୍ମକ କରିବା ବିଧେୟ । ଯଦି ଜଣେ ସତତ ବିକାଶଶୀଳ ତେବେ ତା’ର ଶକ୍ତି କ୍ଷୀଣ ହୁଏ ନାହିଁ; ବରଂ ଉରୋର ବୃଦ୍ଧିହୁଏ । ବାସଗୃହକୁ ପରିଷ୍କାର ପରିଛନ୍ନ ରଖିବାପାଇଁ ଯେପରି ପ୍ରତିଦିନ ଝାଡ଼ୁ ମରାଯାଏ ସେହିପରି ପ୍ରତିଦିନ ମନର ଆବର୍ଜନା ସମୁହକୁ ନିତ୍ୟ ପରିଷ୍କାର କରିବା ଉଚିତ୍ । ଏଥିପାଇଁ ନିରନ୍ତର ନୂଆ ନୂଆ ବି·ର, ସଂସାରର ଭିଡ଼ ମଧ୍ୟରେ ସର୍ବଦା ଆଗେଇ ଯିବାର ବି·ର, ପ୍ରଗତିମୂଳକ ବି·ର, ଉନ୍ନତି କରିବାର ବି·ର ସବୁ ମନରେ ଆଣିବା ଦରକାର । ଏହାଦ୍ୱାରା ମନ ଶକ୍ତିଶାଳୀ ହେବ ଏବଂ ମାନସିକ ଶକ୍ତିକୁ କ୍ଷୀଣ କରୁଥିବା କ୍ରିୟା ସ୍ୱୟଂ ସମାପ୍ତ ହୋଇଯିବ ।
ଶରୀରର ବିକାଶ ପାଇର୍ ଯେପରି ସୁଷମ ଖାଦ୍ୟର ଆବଶ୍ୟକ, ମନ ପାଇଁ ମଧ୍ୟ ସେହିପରି ଉମ ସଂକଳ୍ପ ସମୂହର ଆବଶ୍ୟକତା ରହିଛି । ସଂକଳ୍ପ ବା ବି·ର ହେଉଛି ମନର ଖାଦ୍ୟ ସଦୃଶ । ଦୂଷିତ ବି·ର ମନକୁ ଆକ୍ରମଣ କଲେ ଉଭୟ ମନ ଓ ଶରୀରର ବିକାଶ କ୍ରିୟା ବାଧାପ୍ରାପ୍ତ ହୁଏ । ମନ ଯଦି ନିତ୍ୟ ନିରନ୍ତର ପ୍ରଗତିର ବି·ରକ ତେବେ ତା’ ମଧ୍ୟରେ ଅବନତିର ବି·ର ପ୍ରବେଶ କରିପାରିବ ନାହିଁ । କେତେକ ଭାଗ୍ୟବାଦୀ ମତ ଦିଅନ୍ତି ଯେ ବାହ୍ୟ ପ୍ରଭାବ ଗୁଡ଼ିକୁ ଗ୍ରହଣ କରିବା ପାଇଁ ମନ ଅସମର୍ଥ ଏବଂ ଏହାର ସ୍ଥିତିରେ ବିଶେଷ ପରିବର୍ନ ସମ୍ଭବ ନୁହେଁ । ମନୁଷ୍ୟାତ୍ମାର ମନ ଇହ ବା ପୂର୍ବ ଜନ୍ମର କର୍ମ ଅନୁସାରେ ପ୍ରଭାବିତ ହୋଇଥାଏ ସତ; କିନ୍ତୁ ଏହାର ଅର୍ଥ ନୁହେଁ ଯେ ତାକୁ ପରିବର୍ନ କରାଯାଇପାରିବ ନାହିଁ । ପାପ କର୍ମ ହେତୁ ମନ ଯଦି କୁସଂସ୍କାର ଗ୍ରସ୍ତ; ତେବେ ପୁଣ୍ୟକର୍ମ ଦ୍ୱାରା ଏହାକୁ ପରିବର୍ନ କରାଯାଉପାରିବ ନାହିଁ କାହିଁକି? ଅନେକ ବ୍ୟକ୍ତିଙ୍କ ମନୋବୃିରେ ଆମୂଳ ପରିବର୍ନ ଆସିଥିବା ଦୃଷ୍ଟିଗୋଚର ହୁଏ । ଜୟପ୍ରକାଶ ନାରାୟଣଙ୍କ ଉଦ୍ୟମରେ ଅନେକ ଦସୁ୍ୟଙ୍କ ହୃଦୟ ପରିବର୍ନ ହୋଇପାରିଥିଲା ଓ ସେମାନେ ଆତ୍ମସମର୍ପଣ କରିଥିଲେ । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦ ଈଶ୍ୱରୀୟ ଜ୍ଞାନ ଆଧାରରେ ଜେଲରେ ଆଜୀବନ ବନ୍ଦୀ ଭାବରେ ଦଣ୍ଡଭୋଗୁଥିବା ପ୍ରଖ୍ୟାତ ଡାକୁ ପମ ସିଂର ପରିବର୍ନ ଘଟିଲା ଓ ସେ ଯୋଗୀ ଜୀବନ ଯାପନ କଲା । ଏଥି ପାଇଁ ସରକାର ତାକୁ ଦଣ୍ଡ ଅନ୍ତର୍ଗତ ସମୟ ସୀମାର ଅନେକ ବର୍ଷ ପୂର୍ବରୁ ମୁକ୍ତ କରି ଦେଇଥିଲେ । ଶାରୀରିକ ବ୍ୟାୟମ ଅଭ୍ୟାସ ଦ୍ୱାରା ଯେପରି ଜଣେ ଦୁର୍ବଳ ବ୍ୟକ୍ତି ମଧ୍ୟ ସବଳ ହୋଇପାରେ, ସେହିପରି ମନରେ ଉମ ଓ ଶକ୍ତିଶାଳୀ ସଂକଳ୍ପ ବା ବି·ର ପ୍ରବାହର ଅଭ୍ୟାସଦ୍ୱାରା ମାନସିକ ଶକ୍ତି ରହିତ ଓ ଦୁର୍ବଳ ବ୍ୟକ୍ତିତ୍ୱର ବ୍ୟକ୍ତି ମଧ୍ୟରେ ଅସାଧାରଣ ପରିବର୍ନ ହୋଇ ବଳିଷ୍ଠ ବ୍ୟକ୍ତିତ୍ୱ ସଂପନ୍ନ ହୋଇ ପାରୁଥିବା ଦେଖାଯାଏ । ତେଣୁ ଉମ ଜ୍ଞାନ ଓ ଶିକ୍ଷା ପ୍ରାପ୍ତ ହୋଇ ତଥା ନିରନ୍ତର ଅଭ୍ୟାସ ଦ୍ୱାରା ବ୍ୟକ୍ତି ନିଜ ବି·ରରେ ପରିବନ ଆଣିପାରେ ।ଆତ୍ମ ବିଶ୍ୱାସ ଭାବନାରେ ଜାଗୃତି ଦ୍ୱାରାହିଁ ବ୍ୟକ୍ତିର ଦୁର୍ବଳତା ଦୂରହୁଏ ଓ ତା’ ମଧ୍ୟରେ ସାହସର ସାର ହୁଏ । ଏଥିପାଇଁ ବଳିଷ୍ଠ ବ୍ୟକ୍ତିତ୍ୱ ସମ୍ପନ୍ନ ସଫଳ ବ୍ୟକ୍ତିଙ୍କ ଆଦର୍ଶ ଚିନ୍ତନ କରିବା ଉଚିତ୍ । ଭୟ, କାପୁରୁଷତା ଏବଂ ନିଷେଧାତ୍ମକ ବି·ର ପରିବେର୍ ସାହସ, ଶୌର୍ଯ୍ୟ ଆଦି ସକାରାତ୍ମକ ବି·ର ସମୂହର ସ୍ଥାପନା କଲେ ବ୍ୟକ୍ତି ଈଶ୍ୱରୀୟ ଜ୍ଞାନ ଯୋଗର ନିରନ୍ତର ଅଭ୍ୟାସ ଦ୍ୱାରା ପ୍ରବଳ ବ୍ୟକ୍ତିତ୍ୱ ନିର୍ମାଣ କରିବାରେ ସଫଳ ହୁଏ । ଭୟ ଏବଂ କାପୁରୁଷତାହିଁ ବିଫଳତାର ମୂଳ କାରଣ । ଯେତେବେଳେ ବ୍ୟକ୍ତି ମଧ୍ୟରେ ସାହସର ଭାବ ପରିପକ୍ୱ ହୋଇଯାଏ, ସେତେବେଳେ ସେ ଅସମ୍ଭବକୁ ମଧ୍ୟ ସମ୍ଭବ କରିଦିଏ ।
ଭୟ, ନିରାଶ, କୋ୍ରଧ, ଲୋଭ, ଇର୍ଷା, ଦ୍ୱେଷ, ସନ୍ଦେହ, ପରଶ୍ରୀକାତରତା ଆଦି ବିକାରୀ ସଂସ୍କାର ମନରେ ବସା ବାନ୍ଧିରହିଲେ ବ୍ୟକ୍ତି ସହଜରେ ଉପଯୁକ୍ତ ନିର୍ଣ୍ଣୟ କରିପାରେ ନାହିଁ । ଏଭଳି ଚିନ୍ତାଗ୍ରସ୍ତ ମନ ସ୍ଥିତିରେ କୌଣସି ମହ୍ୱପୂର୍ଣ୍ଣ ବିଷୟ ଉପରେ ନିର୍ଣ୍ଣୟ ନେବା ଉଚିତ୍ ନୁହେଁ; କାରଣ ଏହି ସ୍ଥିତିରେ ମାନସିକ ଶକ୍ତି ବିକ୍ଷିପ୍ତ ହୋଇଯାଏ ଓ ଏକାଗ୍ରତା ଅଭାବରୁ ନିର୍ଣ୍ଣୟ ଭୁଲ ହୋଇଥାଏ । ଅନ୍ୟପକ୍ଷରେ ନିର୍ମଳ, ସନ୍ତୁଳିତ ଓ ଶାନ୍ତ ମନରେ ଯେଉଁ ନିର୍ଣ୍ଣୟ ନିଆଯାଇଥାଏ; ସେଥିରେ ନିଶ୍ଚିତ ରୂପେ ସଫଳତା ମିଳେ । ବ୍ୟକ୍ତି ଯଦି ଯଥାର୍ଥ ପ୍ରଶିକ୍ଷଣଦ୍ୱାରା ମନକୁ ଅଭ୍ୟାସ କରାଏ, ତେବେ ସେ ନିରାଶ, କ୍ରୋଧ, ଇର୍ଷା, ଦ୍ୱେଷ, ଆଦି ମାନସିକ ବିକୃତିରୁ ସହଜରେ ନିଷ୍କୃତି ପାଇ ପାରେ । ଏହାଦ୍ୱାରା ତା’ର ସଂକୁଚିତ ମନ ପ୍ରଶସ୍ତ ହୋଇଯାଏ ଓ ଉନ୍ମୁକ୍ତ ମନରେ ଜ୍ଞାନାଲୋକ ସହଜରେ ପ୍ରବେଶ କରେ । ବିଭିନ୍ନ ବ୍ୟକ୍ତିଙ୍କର ଆବଶ୍ୟକତା ଭିନ୍ନ ଭିନ୍ନ ହୋଇଥାଏ । ସହରର କୋଳାହଳ ମଧ୍ୟରେ କାମ କରୁଥିବା ବ୍ୟକ୍ତି ଅପେକ୍ଷା ଗ୍ରାମାଳର ଶାନ୍ତ ପରିବେଶରେ ବସବାସ କରୁଥିବା ବ୍ୟକ୍ତିର ଆବଶ୍ୟକତା ମଧ୍ୟରେ ପାର୍ଥକ୍ୟ ଥାଏ । ସେହିପରି ଜଣେ ଯୋଗୀର ମସ୍ତିଷ୍କ ବିକାଶର ସ୍ୱରୂପ ଜଣେ ଓକିଲ, ଜଣେ ଡ଼ାକ୍ତର, ଅଧ୍ୟାପକ ବା ଯନ୍ତ୍ରୀ ଅପେକ୍ଷା ଭିନ୍ନ ହେବ । ଯିଏ ଯେଉଁ ବୃିର ସେ ସେହି ପ୍ରକାର ବି·ର ପ୍ରବାହରେ ଅଭ୍ୟସ୍ତ ହୋଇଥାଏ ଏବଂ ତା’ର ମସ୍ତିଷ୍କ ମଧ୍ୟ ସେହି ଆବଶ୍ୟକତା ଅନୁସାରେ ବିକଶିତ ହୋଇଥାଏ । ଯେଉଁ ମସ୍ତିଷ୍କ ଯେତିକି ଗ୍ରହଣଶୀଳ, ସଂବେଦନଶୀଳ, ସୂକ୍ଷ୍ମ ହୋଇଥାଏ, ସେ ସେତିକି ତ୍ରୀବ୍ରତାରେ ନିଜ ମଧ୍ୟରେ ପରିବର୍ନ ଆଣିବାରେ ସକ୍ଷମ ହୋଇଥାଏ । ବ୍ୟକ୍ତିର ଆବଶ୍ୟକତା ଅନୁସାରେ ତା’ର ମସ୍ତିଷ୍କ ବିକାଶ ଅନ୍ୟାନ୍ୟ ବୃିଧାରୀମାନଙ୍କ ମନଠାରୁ ଭିନ୍ନ ଅଟେ । ବ୍ୟକ୍ତିର ଚିନ୍ତନ ଅନୁସାରେ ତା’ର ମସ୍ତିଷ୍କ କୋଷିକାର (ଉରକ୍ଷକ୍ଷ) ବିକାଶ ହୁଏ ।
ମସ୍ତିଷ୍କର ବିକାଶ ପାଇଁ ଜୀବନର ଲକ୍ଷ୍ୟ ସ୍ଥିର ହେବା ଏକାନ୍ତ ଆବଶ୍ୟକ । ଏହା ମାନସିକ ବିକାଶରେ ମହ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଈଶ୍ୱରୀୟ ଜ୍ଞାନ ଅନୁସାରେ ·ରିତ୍ରିକ ବିକାଶ ପାଇଁ ମାନସିକ ବିକାଶ କରିବାହିଁ ଏକମାତ୍ର ଉପାୟ । ଯଦି ଜଣେ ·ହୁଁ ଥାଏ ଯେ ତା’ର ବ୍ୟକ୍ତିତ୍ୱ ଲୋକ ପସନ୍ଦ ହେଉ, ତେବେ ସର୍ବ ପ୍ରଥମେ ତାକୁ ତା’ ମନରୁ ଘୃଣା, ଇର୍ଷା, ଦ୍ୱେଷ, ପରଶ୍ରୀକାତରତା ଆଦି ବି·ରଗୁଡ଼ିକୁ ନିଷ୍କାସିତ କରି ତା ସ୍ଥାନରେ ରଚନାତ୍ମକ, କ୍ରିୟାତ୍ମକ, ନିର୍ମାଣାତ୍ମକ ବି·ର ସମୂହକୁ ଅବସ୍ଥାପିତ କରିବା ଉଚିତ୍ । ଏହାହିଁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତିର ·ବିକାଠି । ଆତ୍ମବିଶ୍ୱାସ ହିଁ ସକଳ ଚିନ୍ତାରୁ ମୁକ୍ତି ପ୍ରଦାନ କରେ । ଉପଯୁକ୍ତ ମାର୍ଗଦର୍ଶନ ଅଭାବରେ ମନରେ ଅସଫଳତାର ଆଶଙ୍କା ସୃଷ୍ଟି ହୁଏ । ନିଜ ଜୀବନର ଲକ୍ଷ୍ୟ ବା ଉଦ୍ଧେଶ୍ୟ ଉପରେ ଦୃଢ଼ବିଶ୍ୱାସ ଥିଲେ ସଫଳତାର ପଥ ଆପଣାଛାଏଁ ଉନ୍ମୁକ୍ତ ହୋଇଯାଏ । ଏଥିପାଇଁ କୁହାଯାଏ, ଯେଉଁଠି ଇଚ୍ଛାଥାଏ ସେଇଠି ଉପାୟ ଆପେ ଆପେ ଆସିଯାଏ । “ଡଷରକ୍ସର ଗ୍ଧଷରକ୍ସର ସଗ୍ଦ ଙ୍ଗସକ୍ଷକ୍ଷ ଗ୍ଧଷରକ୍ସର ସଗ୍ଦ ବ ଙ୍ଗବଚ୍ଚ”. ଯାହାର ମନରେ ଉଦ୍ବେଗ ଥାଏ ତା’ର ବି·ରଶକ୍ତି ଅତ୍ୟନ୍ତ କ୍ଷୀଣ ଅଟେ । ସେ ସ୍ପଷ୍ଟଭାବରେ ଚିନ୍ତନ ମନ୍ଥନ କରିପାରେ ନାହିଁ । ତା’ର ଦୃଷ୍ଟିକୋଣ ମଧ୍ୟ ସ୍ପଷ୍ଟ ନଥାଏ । ତା’ର ବି·ର ଉତ୍ସାହପୁର୍ଣ୍ଣ ଓ ସାହସ ପୂର୍ଣ୍ଣ ହୁଏ ନାହିଁ । ମାନସିକ ·ପ ବା ଚିନ୍ତା ମସ୍ତିସ୍କର ବି·ର ଶକ୍ତିକୁ ଦୁର୍ବଳ କରିଦିଏ । ଏହାଫଳରେ ବ୍ୟକ୍ତି ସ୍ପଷ୍ଟ ବି·ର କରିପାରୁ ନଥିବାରୁ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିପାରେ ନାହିଁ । ସେ ନିର୍ଦ୍ଧାରିତ ଲକ୍ଷ୍ୟପ୍ରାପ୍ତି ପାଇଁ ତା’ର କାର୍ଯ୍ୟଶକ୍ତିକୁ ଠିକ୍ ଭାବରେ ନିୟୋଜନ କରିପାରେନାହିଁ ।
ଚିନ୍ତା; ଚିତା ସମାନ । ତେଣୁ କୁହାଯାଏ “ଚିନ୍ତା ଚିତା ଦ୍ୱୟୋମଧ୍ୟେ ଚିନ୍ତାଏବ ଗରୀୟସୀ । ଚିତା ଦହତି ନିର୍ଜୀବ ଚିନ୍ତା ଦହତି ସଜୀବଂ ।” ଚିନ୍ତାଗ୍ରସ୍ତ ବ୍ୟକ୍ତି କାହାରିକୁ ପ୍ରସନ୍ନ କରିପାରେ ନାହିଁ । ନିଜେ ମଧ୍ୟ ପ୍ରସନ୍ନ ରହିପାରେ ନାହିଁ । ଚିନ୍ତା ବ୍ୟକ୍ତିତ୍ୱର ସମ୍ମୋହନୀ ଶକ୍ତିକୁ ନଷ୍ଟ କରିଦିଏ । ଯିଏ ପ୍ରତିକୂଳ ଅବସ୍ଥାରେ ମଧ୍ୟ ପ୍ରସନ୍ନ ରହିପାରେ ସିଏ ସର୍ବଦା ସମସ୍ତ କାର୍ଯ୍ୟରେ ବିଜୟୀ ହୁଏ । ସଫଳତା ତା’ର ପଦ ଚୁମ୍ବନକରେ । ଅନ୍ୟଥା ଯିଏ ସାମାନ୍ୟ କଥାରେ ଅଧୈର୍ଯ୍ୟ ହୋଇପଡ଼େ ସେ ଜୀବନରେ କ’ଣ ବା କରି ପାରିବ? କାର୍ଯ୍ୟ କ୍ଷେତ୍ରରେ ସମସ୍ତ କାମ ନିଜ ମନୋନୁକୂଳ ହେଉ ନ ଥିଲେ ସୁଦ୍ଧା ଯିଏ ପ୍ରସନ୍ନତା ତ୍ୟାଗ ନକରି ସାହସର ସହିତ ନିଜ ମାର୍ଗରେ ଦୃଢ଼ ଭାବରେ ·ଲେ ସେ ଯେକୌଣସି କାର୍ଯ୍ୟରେ କୃତୀତ୍ୱ ହାସଲ କରିପାରେ ।
ବ୍ୟକ୍ତିର ବ୍ୟକ୍ତିତ୍ୱକୁ ପରଖିବା ପାଇଁ ସଂକଟ ଆସିଥାଏ । ଏହିପରି ବି·ରଧାରା ଯେଉଁମାନଙ୍କର ସେମାନେ ସଂକଟ ସମୟରେ ଆହୁରି ଦୃଢ଼ ହୋଇ ପଡ଼ନ୍ତି । ଆଉ କେତେକ ବ୍ୟକ୍ତି ଅଛନ୍ତି ସେମାନଙ୍କ ମନରେ ସର୍ବଦା ଭୟ, ଆଶଙ୍କା, ଦୁଃଖ ଆଦିର ବି·ର ·ଲୁଥାଏ । ଏପରି ବ୍ୟକ୍ତିର ମନ ନିରାଶାଯୁକ୍ତ ହୋଇଥାଏ ଓ ସେ ଭାଗ୍ୟବାଦୀ ହୋଇପଡ଼େ । ଏହା ମୂଢ଼ତା ହିଁ ଅଟେ । ପୁରୁଷାର୍ଥ ବଳରେ ମନୁଷ୍ୟ ନିଜ ଭାଗ୍ୟ ଗଢ଼ିଥାଏ । ଗୋପବନ୍ଧୁଙ୍କ ଭାଷାରେ , “ମନୁଷ୍ୟ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜିଏ ନର କର୍ମ ଏକା ତା’ର ଜୀବନର ମାନଦଣ୍ଡ” । ନିରାଶାବାଦହିଁ ଅକର୍ମଣ୍ୟତାକୁ ଜନ୍ମ ଦିଏ । ମନୁଷଁ ଦୀନହୀନ, ଦୁଃଖୀ ହେବା ପାଇଁ ଜନ୍ମ ହୋଇ ନାହିଁ । ମନୁଷ୍ୟ ନିଜ ନିଜ ବି·ରଧାରା ଅନୁସାରେ ସୁଖ ବା ଦୁଃଖର ପରିଭାଷା କରିଥାଏ । ଯାହା ଜଣକ ପାଇଁ ଦୁôଃଖ ତାହା ଅନ୍ୟ ପାଇଁ ସୁଖ ହୋଇପାରେ । ତ୍ୟାଗରେ ସନ୍ୟାସୀ ସୁଖ ପାଏ । ଭୋଗୀ ଭୋଗରେ ସୁଖ ପାଏ । ତେଣୁ ମନୁଷ୍ୟ ଜନ୍ମ ଏଥିପାଇଁ ହୋଇଛି ଯେ ସେ ସ୍ୱୟଂ ପ୍ରସନ୍ନ, ପ୍ରଫୁଲ୍ଲ ଓ ଆନନ୍ଦମଗ୍ନ ରହୁ ଏବଂ ସଂସାରରେ ତାହା ପ୍ରସାରଣ କରୁ । ନିଜ ଦୁଃଖ କଷ୍ଟର ଚିତ୍ର ଅନ୍ୟ ସମ୍ମୁଖରେ ଚିତ୍ରଣ କଲେ ତା’ର କୁପ୍ରଭାବ ନିଜ ଚରିତ୍ର ଉପରେ ପଡ଼େ । ଏହିପରି ବ୍ୟକ୍ତି ନିଜେ ତ ସୁଖୀ ହୋଇପାରେ ନାହିଁ ଅନ୍ୟମାନଙ୍କୁ ମଧ୍ୟ ନିଜର ନିରାଶାଜନକ, ଉତ୍ସାହନାଶକ କଥାବାର୍ା ଦ୍ୱାରା ଶିଥିଳ କରିପକାଏ ।
ମନର ବି·ରଧାରା ମୁଖମଣ୍ଡଳରେ ପ୍ରତିବିମ୍ବିତ ହୁଏ । ତେଣୁ ଇଂରାଜୀରେ ଏକ ପ୍ରବାଦ ଅଛି- “ୠବମର ସଗ୍ଦ ଗ୍ଧଷର ସଦ୍ଭୟରଙ୍ଘ କ୍ଟଲ ଜ୍ଞସଦ୍ଭୟ.” ପ୍ରସନ୍ନତା ଓ ବୁଦ୍ଧିମାପୂର୍ଣ୍ଣ ମୁଖମଣ୍ଡଳ ସଭ୍ୟତା ଓ ସଂସ୍କୃତିର ଚରମସୀମା ଅଟେ; ଶ୍ରେଷ୍ଠତାର ଶିଖର ଅଟେ । ଦେବୀ ଦେବତାଙ୍କ ମୁଖମଣ୍ଡଳ ଏହିପରି ଦିବ୍ୟ ଆଭାରେ ଉଦ୍ଭାସିତ ଥାଏ । ତେଣୁ ପ୍ରଭାତରେ ନିଦ୍ରା ତ୍ୟାଗପରେ ଦେବ ଦର୍ଶନର ପ୍ରଥା ଭାରତୀୟ ସଂସ୍କୃତିର ଏକ ଅଙ୍ଗରୂପେ ପ୍ରଚଳିତ । ଆଭାଯୁକ୍ତ, ଶାନ୍ତ, ତେଜସ୍ୱୀ, ସୌନ୍ଦର୍ଯ୍ୟପୂର୍ଣ୍ଣ, ବି·ରଶୀଳ, ପ୍ରସନ୍ନତାରେ ଉତ୍ଫୁଲ୍ଲିତ ମୁଖମଣ୍ଡଳ ଦର୍ଶନକାରୀର ମନକୁ ମଧ୍ୟ ପବିତ୍ର କରିଦିଏ । ନିରାଶା ଓ ବିଷାଦଗ୍ରସ୍ତ, ପରଦୋଷ ଦର୍ଶନକାରୀ, ଉଦାସୀନ ମୁଖମଣ୍ଡଳ ସମ୍ବନ୍ଧ ସଂପର୍କରେ ଆସୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ନିରାଶ ଓ ନିସ୍ତେଜ କରିଦିଏ । ସେହିପରି ବ୍ୟକ୍ତି ପରିବାର ତଥା ସମାଜରେ ଅନ୍ୟମାନଙ୍କ ସୁଖ ଓ ପ୍ରସନ୍ନତା ନଷ୍ଟ କରିବାର କାରଣ ହୁଏ । ସେ ନିଜର କଳ୍ପିତ ଦୁଃଖର ବର୍ଣ୍ଣନା ବା ସଂକଳ୍ପର ତରଙ୍ଗ ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ଦୁଃଖୀ କରାଇଥାଏ । ଅନେକ ବ୍ୟକ୍ତି ଅଛନ୍ତି ବଡ଼ ବଡ଼ ମହ୍ୱାକାଂକ୍ଷା କରନ୍ତି, କିନ୍ତୁ ତାହା ପାଇବାକୁ ପୁରୁଷାର୍ଥ କରନ୍ତି ନାହିଁ । ତା’ର କାରଣ ସେମାନଙ୍କ ମଧ୍ୟରେ ଥିବା ଅମଙ୍ଗଳକାରୀ ଭାବନା, ହୀନମନ୍ୟତା, ବିଷାଦ, ଅସହାୟ ଭାବନା, ଆତ୍ମବିଶ୍ୱାସର ଅଭାବ ଓ ସର୍ବଦା ନିଜର ଦୁଃଖ ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରିବାର ଅଭ୍ୟାସ ସେମାନଙ୍କୁ ଦୃଢ଼ଭାବରେ ଲକ୍ଷ୍ୟ ପ୍ରାପ୍ତି ପାଇଁ କର୍ମ କରଓବାରେ ପ୍ରେରଣା ଦିଏ ନାହିଁ ।
ମଣିଷକୁ କର୍ମ ଶ୍ରେଷ୍ଠ ସ୍ତର ପର୍ଯ୍ୟନ୍ତ ପହାଇ ପାରେ । ପୁରୁଷାର୍ଥ ବଳରେ ସାଧାରଣ ନର ନାରାୟଣ ଓ ନାରୀ ନାରାୟଣୀ ବା ଲକ୍ଷ୍ମୀ ପଦବୀ ପାଇପାରେ । ତେଣୁ କୁହାଯାଏ, “ନର ଐସା କର୍ନି କରେ ଯୋ ନାରାୟଣ ବନ୍ ଯାଏ; ନାରୀ ଐସା କରନି କରେ ଯୋ ଲକ୍ଷ୍ମୀ ବନ୍ ଯାଏ” । ଏଥିପାଇଁ ଆବଶ୍ୟକ ଦୃଢ଼ ମନୋବଳ । ଯେଉଁ ବ୍ୟକ୍ତି ଦୁର୍ବଳ ବି·ର ଗୁଡ଼ିକର ଦାସତ୍ୱରୁ ମୁକ୍ତ ହୋଇପାରି ନାହିଁ, ସେ କେବେହେଲେ ଜୀବନରେ ସଫଳତାର ଚରମସୀମା ସ୍ପର୍ଶ କରିପାରିବ ନାହିଁ । ତା’ ପାଖରେ ଯେତିକି ବିଲକ୍ଷଣ ବୁଦ୍ଧି ତଥା ଯୋଗ୍ୟତା ଥାଉନାକାହିଁକି ସେ ନିଜର ଦୁର୍ବଳ ସଂକଳ୍ପ ବା ବି·ର ପ୍ରବାହରେ ଭାସିଯାଇ ପ୍ରତ୍ୟେକ ବିଷୟରେ ଅକୃତକାର୍ଯ୍ୟ ହୁଏ । ବ୍ୟକ୍ତିର ନିର୍ଣ୍ଣୟ ଓ ବି·ର ଶକ୍ତିକୁ ନିରୁତ୍ସାହ କ୍ଷୀଣ କରିପକାଏ । ଭୟ ଓ ଆଶଙ୍କାରେ ଗ୍ରସିତ ମନ ସବୁବେଳେ ଭୁଲ ନିର୍ଣ୍ଣୟ କରିଥାଏ । କର୍ମରେ କୁଶଳତା ଲାଭ ପାଇଁ ଶକ୍ତି, ଯଥାର୍ଥ ବୁଝାମଣା, ମାନସିକ ସନ୍ତୁଷ୍ଟି ଆଦିର ଆବଶ୍ୟକତା ହୁଏ । ବିପଦ ବା କୌଣସି ଗୁରୁଦାୟିତ୍ୱ ନିର୍ବାହ ସମୟରେ ମଣିଷର ଧୈର୍ଯ୍ୟ ଶକ୍ତିହିଁ ତା’ର ସାମନା କରିବାକୁ ସାମର୍ଥ୍ୟ ପ୍ରଦାନ କରେ । ଯେଉଁ ବ୍ୟକ୍ତିର ମନ ସର୍ବଦା ଶାନ୍ତ ଓ ପ୍ରସନ୍ନ ଥାଏ ଯେତେ ଦୁଃସାଧ୍ୟ କାର୍ଯ୍ୟ ହେଉନା କାହିଁକି ସେଥିରେ ସେ ଅବଶ୍ୟ ସଫଳ ହୋଇଥାଏ । ଯେଉଁମାନେ ନିଜ ମନକୁ ବଶୀଭୁତ କରିପାରିଛନ୍ତି ସେମାନଙ୍କର କୌଣସି ନିର୍ଣ୍ଣୟ ବ୍ୟର୍ଥ ଯାଏ ନାହିଁ । ମଣିଷର ଜନ୍ମ ଇନ୍ଦ୍ରିୟ ସମୂହର ଦାସତ୍ୱ ବା ମନୋଭାବନା ଗୁଡ଼ିକର ଗୋଲାମୀ କରିବାପାଇଁ ହୋଇନାହିଁ । ଏ ଗୁଡ଼ିକର ସ୍ୱାମୀ ହେବାରେ ହିଁ ପୁରୁଷତ୍ୱର ଚରମ ପରାକାଷ୍ଠା ଅଟେ । ଯେଉଁ ବ୍ୟକ୍ତି କର୍ମେନ୍ଦ୍ରିୟ ସମୂହକୁ ନିଜର ଆଜ୍ଞାକାରୀ ଦାସ ଦାସୀ ଭଳି ନିୟନ୍ତ୍ରଣରେ ରଖି ପାରିଛି; ସେ ନିଜର ସମସ୍ତ ମହ୍ୱକାଂକ୍ଷା ପୂିର୍ କରିବାକୁ ସକ୍ଷମ ଅଟେ। ସଫଳତା ତାଙ୍କର ସର୍ବଦା ପଦଚୁମ୍ବନ କରିଥାଏ ।
ପ୍ରତ୍ୟେକ କାର୍ଯ୍ୟର ସଫଳତା ପଛରେ ଥାଏ କର୍ାର ଆତ୍ମବିଶ୍ୱାସ । କୌଣସି ପରିସ୍ଥିରେ ମଧ୍ୟ ନିଜ ମଧ୍ୟରୁ ଆତ୍ମବିଶ୍ୱାସକୁ କ୍ଷୀଣ ହେବାକୁ ଦେବା ଉଚିତ୍ ନୁହେଁ । ଏହି ଆତ୍ମ ବିଶ୍ୱାସର ନିରନ୍ତର ବୃଦ୍ଧି ଓ ପୁଷ୍ଟିର ଅନୁପାତ ଅନୁସାରେ ସଫଳତା ନିର୍ଭର କରେ । ମନରେ ନିକୃଷ୍ଟ ଭାବନା ଆଣିବା ଉଚିତ ନୁହେଁ । ମନରେ ସର୍ବଶ୍ରେଷ୍ଣ ହେବାର ସ୍ମୃତିକୁ ଦୃଢ଼ଭାବରେ ଧରି ରଖିଲେ ତଦନୁରୁପ କର୍ମ ପାଇଁ ମନରେ ଉତ୍ସାହ ସୃଷ୍ଟି ହେବ । ଭକ୍ତି ମାର୍ଗରେ ନିଜକୁ ଦୀନହୀନ ଅଧମ ଓ ଭଗବାନଙ୍କ ଦାସାନୁଦାସ ରୂପେ ଭକ୍ତ ମାନେ ମନେ କରନ୍ତି । ପ୍ରାର୍ଥନାରେ ମଧ୍ୟ ସେହି ଭାବ ପ୍ରକଟ ହୁଏ, “ମେଁ ମୂରଖ ଖଲ କାମୀ ପାପ ହରୋ ଦେବା...” । ଏଥିପାଇଁ ଜନ୍ମଜନ୍ମାନ୍ତରରୁ ଭକ୍ତି କରି ଆସୁଥିଲେ ମଧ୍ୟ ମାନବାତ୍ମା ସମ୍ପୁର୍ଣ୍ଣ ପାପ ମୁକ୍ତ ହୋଇ ପାରୁ ନାହିଁ । ଜ୍ଞାନ ବିହୀନ ଭକ୍ତି ଅନ୍ଧଶ୍ରଦ୍ଧାର ଜନକ । ଜ୍ଞାନ ମାର୍ଗରେ ପରମାତ୍ମାଙ୍କୁ ସର୍ବଶ୍ରେଷ୍ଠ ମନେ କରିବା ସହିତ ନିଜକୁ ମଧ୍ୟ ତାଙ୍କର ଶ୍ରେଷ୍ଠତମ ସନ୍ତାନ ରୂପେ ବି·ର କରାଯାଏ । ଭକ୍ତି ବିହୀନ ଜ୍ଞାନ ମନରେ ନାସ୍ତିକତା ସୃଷ୍ଟି କରେ । ଜ୍ଞାନ ଶ୍ରେଷ୍ଠ ମାର୍ଗ ପ୍ରଦର୍ଶନ କରେ । ଭକ୍ତି ସେହି ମାର୍ଗରେ ପରି·ଳିତ ହେବାପାଇଁ ଉତ୍ସାହ ପ୍ରଦାନ କରେ । ଜ୍ଞାନ ଓ ଭକ୍ତିର ସମନ୍ୱୟ ବିନା ଇଶ୍ୱର ପ୍ରାପ୍ତି ସମ୍ଭବ ନୁହେଁ । ତେଣୁ ଯଥାର୍ଥରେ କୁହାଯାଏ ଜ୍ଞାନ ବିନା ଭକ୍ତି ଅନ୍ଧ ଓ ଭକ୍ତି ବିନା ଜ୍ଞାନ ପଙ୍ଗୁ ।
ଅନେକ ବ୍ୟକ୍ତିଙ୍କ ପାଖରେ ଯଥାଯୋଗ୍ୟ ଯୋଗ୍ୟତା ଥିଲେ ମଧ୍ୟ ସେମାନେ ସାରା ଜୀବନ ଦୀନହୀନ ଓ ତୁଚ୍ଛ ଜୀବନ ଯାପନ କରନ୍ତି । ସେମାନେ ନିଜ ନିଜ ବି·ର ସମୂହର ସ୍ଖଳନ ହେତୁ ପ୍ରତ୍ୟେକ କାର୍ଯ୍ୟରେ ଅସଫଳ ହୁଅନ୍ତି । ସେମାନଙ୍କ ମନରେ ଥିବା ପୂର୍ବାଗ୍ରହ ବା ରୂଢ଼ିବାଦିତା ହିଁ ସେମାନଙ୍କୁ କୌଣସି ଅଣପାରମ୍ପାରିକ ବିକାଶ ମୂଳକ କାର୍ଯ୍ୟରେ ନିରୁତ୍ସାହିତ କରେ । ଯେତେବେଳେ କୌଣସି ମହାନ କାର୍ଯ୍ୟ ସମ୍ପନ୍ନ କରିବାର ଦାୟିତ୍ୱ ତୁଳାଇବାକୁ ପଡ଼େ, ସେତେବେଳେ ସେମାନେ ଆଶଙ୍କାଗ୍ରସ୍ତ ହୋଇ ଆତଙ୍କିତ ହୋଇପଡ଼ନ୍ତି । ଏଠାରେ ଏକ ଉଦାହରଣ ପ୍ରଣିଧାନଯୋଗ୍ୟ । ଭକ୍ତି ମାର୍ଗରେ ଅନେକ ଭକ୍ତ ଈଶ୍ୱରଙ୍କ ପ୍ରତ୍ୟକ୍ଷତା ପାଇଁ ଜନ୍ମ-ଜନ୍ମାନ୍ତରରୁ ଆକୁଳ ପ୍ରାର୍ଥନା କରି ଆସୁଛନ୍ତି । କିନ୍ତୁ ପରମାତ୍ମାଙ୍କ ଅବତରଣ ପରେ ସେହିମାନେ ଏକଥା ମାନିବାକୁ ପ୍ରସ୍ତୁତ ନୁହନ୍ତି ଯେ ପ୍ରକୃତରେ ଏହା ଏକ ସତ୍ୟ ଘଟଣା । କାରଣ ସେମାନେ ପୂର୍ବାଗ୍ରହରୁ ମୁକ୍ତ ହୋଇପାରନ୍ତି ନାହିଁ । ସେମାନଙ୍କ ମନରେ ଈଶ୍ୱରଙ୍କ ପ୍ରତି ଯେଉଁ ଅବଧାରଣା ରହିଛି ତାହା ସମର୍ଥôତ ନ ହେଲେ ସେମାନଙ୍କ ସଂଶୟ ଉପôନ୍ନ ହୁଏ । ଏପରି ବ୍ୟକ୍ତି ନାସ୍ତିକ କିମ୍ବା ଅନ୍ଧଶ୍ରଦ୍ଧାଯୁକ୍ତ ହୋଇଥାନ୍ତି ।
କାଳ୍ପନିକ ଅସଫଳତାର ବି·ର ଯେକୌଣସି କାର୍ଯ୍ୟରେ ବ୍ୟକ୍ତିକୁ ଶିଥିଳ କରିପକାଏ । ବ୍ୟକ୍ତିର କାର୍ଯ୍ୟ ପ୍ରବୃି ତଥା କର୍ମ ସାମର୍ଥ୍ୟରେ ଏହି ପ୍ରକାର ସଂଶୟ ଅତ୍ୟଧିକ ବାଧକ ହୁଏ । ଏହି ହୀନମନ୍ୟତା ବ୍ୟକ୍ତିର କାର୍ଯ୍ୟ ଶକ୍ତିକୁ ପଙ୍ଗୁ କରିଦିଏ । ତା’ ମନରେ ଯଦି ଏକଥା ବସା ବାନ୍ଧିଯାଏ ଯେ ସେ ଅଭାଗା, ତେବେ ତା’ ନିକଟରେ ସାହସର ଅବଶେଷ ମଧ୍ୟ ରହେ ନାହିଁ । ଅନ୍ୟପକ୍ଷରେ ଯିଏ ଏକଥା ଦୃଢ଼ଭାବେ ବୁଝିଥାଏ ଯେ, “ମୁଁ ସ୍ୱୟଂ ହିଁ ମୋ ଭାଗ୍ୟର ନିୟନ୍ତା, ମୁଁ ବିଶ୍ୱର ସର୍ବଶ୍ରେଷ୍ଠ ଆତ୍ମା, ସଫଳତା ମୋ ହାତ ମୁଠାରେ”, ସେ ଭାଗ୍ୟକୁ ନିଜର ଅଧୀନ କରିବାରେ ସମର୍ଥ ଅଟେ । ସେ ନିଜ ଜୀବନରେ ପ୍ରତ୍ୟେକ ଘଟଣାକୁ ନିଜ ଇଚ୍ଛା ଅନୁସାରେ ସାଳିତ କରି ପାରେ ।
ଇଂରାଜୀରେ ଗୋଟିଏ ପ୍ରବାଦ ଅଛି “You can’t change the problem put you can change your attitude towards the problem” ଅନେକ ଅଛନ୍ତି ସମସ୍ୟା ପଛରେ ଲାଗିଯାନ୍ତି ଓ ସଫଳ ନ ହେଲେ ପରସ୍ଥିତି ଉପରେ ଦୋଷ ଲଦି ଦିଅନ୍ତି । ସେମାନେ ସେହି ପରିସ୍ଥିତିର ପରିବର୍ନ କରିବାର ପ୍ରୟାସ କରନ୍ତି ନାହିଁ । କେତେକ ଲୋକ ସେହି ପ୍ରତିକୂଳ ପରସ୍ଥିତିରେ ମଧ୍ୟ ଅତି ଚମକ୍ରାର ଭାବେ ସଫଳତା ପ୍ରାପ୍ତ ହୋଇ ଉଦାହରଣଯୋଗ୍ୟ ହୋଇ ପାରନ୍ତି । ସଫଳତା ବା ଅସଫଳତା ମନର ବି·ର ପ୍ରକି୍ରୟା ଉପରେ ନିର୍ଭର କରେ । ଯେଉଁମାନେ ମନରେ ଏହା ନିଶ୍ଚିତ କରିଥାନ୍ତି ଯେ ସେମାନଙ୍କ ଭାଗ୍ୟରେ ସଫଳତା ନାହିଁ, ସେମାନେ ଅଭାଗା, ସେମାନଙ୍କ ଜନ୍ମ ବ୍ୟର୍ଥ । ଏପରି ବ୍ୟକ୍ତିଙ୍କୁ ସ୍ୱୟଂ ଭଗବାନ ମଧ୍ୟ ସାହାଯ୍ୟ କରିପାରନ୍ତି ନାହିଁ । କାଳ୍ପନିକ ଅସଫଳତାରେ ଆଶଙ୍କିତ ଓ ଚିନ୍ତିତ ବ୍ୟକ୍ତିର ଅବଚେତନ ମନରେ ସେହି ବି·ର ଗଭୀର ଭାବରେ ମୁଦ୍ରିତ ହୋଇ ରହିଥାଏ । ସେମାନେ ପ୍ରତ୍ୟେକ କଥାରେ ନିଜ ଅସଫଳତା’ର ଦୋଷ ବାତାବରଣ ଓ ପରିସ୍ଥିତି ଉପରେ ଲଦି ଦିଅନ୍ତି । ଯେଉଁ ମାନେ ପ୍ରତିକାମକୁ କଠିଣ ବା ଅସମ୍ଭବ ବି·ର କରନ୍ତି ସେମାନେ କିପରି ବା ସଫଳତା ପ୍ରାପ୍ତ କରିବେ? ଏପରି ବ୍ୟକ୍ତିକୁ କିଏ ବା ସହାୟତା କରିପାରିବ? ତେଣୁ କୌଣସି ସମସ୍ୟା ପ୍ରତି ଯଦି ଜଣକର ଦୃଷ୍ଟିକୋଣ ବଦଳିଯାଏ ତେବେ ତାହା ଆଉ ସମସ୍ୟା ହୋଇ ରହେ ନାହିଁ । ଏକଥା ଉପରେ ସୂକ୍ଷ୍ମ ଭାବରେ ବି·ର କରିବା ଆବଶ୍ୟକ ଯେ କେତେକଙ୍କ ପାଖରେ ସମାନ ଯୋଗ୍ୟତା ଓ କାର୍ଯ୍ୟ ଶକ୍ତି ଥାଇ ସୁଦ୍ଧା କାହିଁକି ଜଣେ ପ୍ରତିକୂଳ ପରିସ୍ଥିତିରେ ଉନ୍ନତିର ଚରମସୀମା ପର୍ଯ୍ୟନ୍ତ ପହି ପାରୁଛି ଏବଂ ଅନ୍ୟ ଜଣେ ଆଦୌ ସଫଳ ହୋଇପାରୁ ନାହିଁ । ଯେଉଁ ମାନଙ୍କ ଦୃଷ୍ଟିକୋଣ ସକାରାତ୍ମକ (Positive attitude) ସେମାନେ ଯେ କୌଣସି ପରିସ୍ଥିତି ବା ବାତାବରଣରେ ମଧ୍ୟ ନିଶ୍ଚିତ ଭାବରେ ସଫଳ ହୁଅନ୍ତି । ଅନ୍ୟ ପକ୍ଷରେ ଯେଉଁମାନଙ୍କର ଦୃଷ୍ଟିକୋଣ ନକାରାତ୍ମକ (Negative attitude) ସେମାନେ କର୍ମ ଆରମ୍ଭ କରିବା ପୂର୍ବରୁ ହିଁ ପରାଜୟ ସ୍ୱୀକାର କରିଥାନ୍ତି। ଏଠାରେ ମନେ ରଖିବାକୁ ହେବ ଯେ ଆମର ଅସହାୟ ଭାବ ବା ଦୀନାବସ୍ଥାାର କାରଣ ବାହାରେ ନୁହେଁ, ଆମ ଭିତରେ ସୁପ୍ତ ଭାବରେ ଥାଏ । ଆମର ହୀନମନ୍ୟତା ହିଁ ଆମ ସଫଳତା ବା ଉନ୍ନତିର ବାଧକ ଅଟେ ।
କେତେକଙ୍କ ମନରେ ଆତ୍ମବିଶ୍ୱାସର ଅଭାବ ଥାଏ । ପ୍ରକୃତରେ ଜୀବନରେ ଉନ୍ନତି କରି ଦେଖାଇଦେବା ଶକ୍ତି ସେମାନଙ୍କ ନଥାଏ। ଉନ୍ନତିର ·ବିକାଠି ହେଲା ଉଚ୍ଚ ବି·ର । ନିଜର ଆଶା, ଆକାଙ୍କ୍ଷାକୁ ମହାନ୍ କରିବା ଉଚିତ । ଶ୍ରେଷ୍ଠତ୍ୱ ପ୍ରାପ୍ତିର ମହତ୍ୱାକାଙ୍କ୍ଷା ମନରେ ଜ୍ରାଗ୍ରତ କରିବା ଉଚିତ୍ । ଏହିଭଳି ବି·ରରେ ଜାଦୁଗରୀ ଶକ୍ତି ଭରିରହିଛି । ନିଜ ଇଚ୍ଛାକୁ କେବେହେଲେ ଛୋଟ କରିବା ଉଚିତ୍ ନୁହେଁ । ଉଚ୍ଚ ଆଶା, ଉଚ୍ଚ ଇଚ୍ଛା, ଉଚ୍ଚ ସଂକଳ୍ପ ବ୍ୟକ୍ତିର ଚରିତ୍ରକୁ ମଧ୍ୟ ମହାନ କରିଦିଏ । ମନକୁ ସଦା ପ୍ରସନ୍ନ ରଖିବା ଦରକାର । ଜୀବନରେ ଯେଉଁ ଶ୍ରେଷ୍ଠ ଲକ୍ଷ୍ୟ ପ୍ରାପ୍ତି ପାଇଁ ଆକାଙ୍କ୍ଷା ଅଛି ତା’ ବ୍ୟତୀତ ମନରେ ଅନ୍ୟ କୌଣସି ବି·ର ପ୍ରବେଶ କରିବାକୁ ଦେବା ଉଚିତ ଦୁହେଁ । ଲକ୍ଷ୍ୟ ଅନୁରୂପ ବ୍ୟବହାର କରିବା ଉଚିତ୍ । ଉଦାହରଣ ସ୍ୱରୂପ ଜଣେ ନରରୁ ନାରାୟଣ ହେବାକୁ ·ହୁଁଛି ତେବେ ତାଙ୍କୁ ଶ୍ରୀ ନାରାୟଣଙ୍କ ଚରିତ୍ର ଅନୁଶୀଳନ କରି ତଦନୁରୂପ ତାଙ୍କ ଗୁଣାବଳୀକୁ ନିଜ ଜୀବନରେ ଆଚରଣ କରିବା ଉଚିତ୍ । ସଂକୀର୍ଣ୍ଣତା, ଦୈନ୍ୟ, ହୀନମନ୍ୟତା ସଂପୁର୍ଣ୍ଣ ତ୍ୟାଗ କରିବା ବିଧେୟ । ମନରେ ଏକଥା ନିଶ୍ଚିତ କରିବା ଉଚିତ୍ ଯେ ଜଣେ ନାରାୟଣଙ୍କ ପରି ଶ୍ରେଷ୍ଠ ଦେବ ପଦରେ ଅବଶ୍ୟ ଆସୀନ ହେବାକୁ ·ହିଁଛି । ସେହି କଳ୍ପନାକୁ ସାକାର କରିବା ପାଇଁ ଯାହାବି କରିବାକୁ ପଡ଼ୁ ସେ ସେଥିରେ କୁଣ୍ଠିତ ହେବା ଅନୁଚିତ ।
ପ୍ରବାଦ ଅଛି ଯେ ମଣିଷ ସାହସର ସହିତ କୌଣସି ଶ୍ରେଷ୍ଠ କାର୍ଯ୍ୟରେ ଗୋଟିଏ ପାଦ ଆଗକୁ ଆଗେଇଲେ ପରମାତ୍ମା ହାଜାର ପାଦ ଆଗକୁ ବଢ଼େଇ ନିଅନ୍ତି । କାର୍ଯ୍ୟାରମ୍ଭ ପୂର୍ବରୁ ମନରେ ସଂଶୟ ବା ଆଶଙ୍କା ଉପôନ୍ନ ହେଲେ ଲକ୍ଷ୍ୟ ପ୍ରାପ୍ତି କିପରି ସମ୍ଭବ ହେବ? ନିଜର ବ୍ୟକ୍ତିତ୍ୱକୁ ପ୍ରଭାବଶାଳୀ କରିବା ଉଚିତ୍ । ମନରେ କୌଣସି ଦ୍ୱିଧାଭାବ ରଖିବା ଉଚିତ୍ ନୁହେଁ । କୌଣସି ମହାନ ଲକ୍ଷ୍ୟ ପ୍ରାପ୍ତି ବିନା ଦ୍ୱିଧାରେ କାର୍ଯ୍ୟାରମ୍ଭ କରିଦେବା ହିଁ ବୁଦ୍ଧିମାନର କାର୍ଯ୍ୟ । ମନରେ କୌଣସି ନକାରାତ୍ମକ ଭାବନା ଉପôନ୍ନ ହେବାକୁ ନଦେଇ ଏପରି ସଂକଳ୍ପ କରିବା ଉଚିତ୍; “ମୁଁ ଏହି କାମରେ ସଫଳତା ପାଇବି । ମୋର ନିଶ୍ଚିତ ରୂପରେ ବିଜୟ ହେବ ।”
ପାରଦ ଭଳି ମନଟି ସଦା ଚଳଚଳ । କେତେବେଳେ କେଉଁ କଥାରେ ସେ ମଜ୍ଜିଯିବ ତାହା ପୂର୍ବରୁ ଜାଣିବା ମୁସ୍କିଲ୍ । ମନ ଖରାପ କଥାରେ ନିମଜ୍ଜିତ ନ ହେବାପାଇଁ ତାକୁ ସଦା ସର୍ବଦା ଉମ ସଂକଳ୍ପରେ ବ୍ୟସ୍ତ ରଖିବା ଉଚିତ୍ । ନିଜେ ନିଜ ମନକୁ ଉନ୍ନତି ମୂଳକ କାର୍ଯ୍ୟରେ ପ୍ରୋତ୍ସାହିତ କରିବା ଉଚିତ୍ । କୌଣସି ନିରାଶା ଜନକ କଥା ମନରେ ଉପôନ୍ନ ହେଉଥିଲେ ତାକୁ ସଂଶୋଧନର ପ୍ରସ୍ତାବ ଦେଇ ଶ୍ରେଷ୍ଠ ମାର୍ଗରେ, କଲ୍ୟାଣକାରୀ କାର୍ଯ୍ୟରେ ପରି·ଳିତ ହେବାକୁ ପ୍ରେରଣା ପ୍ରଦାନ କରିବା ବିଧେୟ । ଅନ୍ୟମାନେ ଆମକୁ ସବୁବେଳେ ନଜର କରିଛନ୍ତି । ସେମାନେ ଆମର ·ଲିଚଳନ, ଆ·ର ବି·ର ଓ ପ୍ରଗତି ପ୍ରତି ସଜାଗ ଭାବରେ ଦୃଷ୍ଟି ରଖିଥାନ୍ତି । ରଙ୍ଗମରେ ଅଭିନୟ କରୁଥିବା କଳାକାରମାନଙ୍କ ଉପରେ ଦର୍ଶକମାନଙ୍କର ତୀକ୍ଷ୍ଣ ଦୃଷ୍ଟିଥାଏ । ଅଭିନୟରେ କୌଣସି ତୃଟି ବିଚୁ୍ୟତି ହେଲେ ସେମାନେ ସେଙ୍ଗ ସେଙ୍ଗ ସଂପୃକ୍ତ ଅଭିନେତା ବା ଅଭିନେତ୍ରୀଙ୍କୁ ସମାଲୋଚନା କରନ୍ତି । ସେଥିପାଇଁ ସେମାନେ ମରେ ଅଭିନୟ ପ୍ରତି ସତର୍କ ଓ ସଜାଗ ରହିଥାନ୍ତି । ସେହିପରି ଯେଉଁମାନେ ଶ୍ରେଷ୍ଠ ହେବାକୁ ଚାହାନ୍ତି ବା କୌଣସି ମହାନ ଲକ୍ଷ୍ୟ ପାଇଁ ପୁରୁଷାର୍ଥ କରୁଛନ୍ତି ସେମାନଙ୍କୁ ପ୍ରତି ପଦକ୍ଷେପରେ ସତର୍କ ଓ ସଜାଗ ରହିବା ଉଚିତ । ନିଜ ମନରେ ଆସୁଥିବା ଦୀନତା, କ୍ଷୁଦ୍ରତା, ତୁଚ୍ଛତା ଏବଂ ନିକୃଷ୍ଠ ବିଚାର ସମୂହକୁ ଅସ୍ୱୀକାର କରିବା ବିଧେୟ । ନିଜ ବ୍ୟକ୍ତି୍ୱର ବିକାଶ ଓ ଚାରିତ୍ରିକ ଉତ୍ଥାନ ପାଇଁ ଏହି ବିଷୟରେ ଦୃଢ଼ ନିଶ୍ଚୟ ହେବା ଉଚିତ୍ ଯେ ସେ ବିଶ୍ୱର ସର୍ବଶ୍ରେଷ୍ଠ ଆତ୍ମା ଅଟେ, ସର୍ବଶକ୍ତିମାନ ପରମପିତା ପରମାତ୍ମାଙ୍କ ସନ୍ତାନ ହିସାବରେ ସେ ତାଙ୍କର ସମସ୍ତ ଈଶ୍ୱରୀୟ ଶକ୍ତି, ସାମର୍ଥ୍ୟ,ସମ୍ପିର ଉରାଧିକାରୀ ଅଟେ । ବିଶ୍ୱରେ ଏକ ମହାନ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ହିଁ ତାର ଜନ୍ମ; ସେ ସ୍ୱୟଂ ଦିବ୍ୟ, ଭାଗ୍ୟବାନ, ଗୌରବଶାଳୀ ଓ ମହାନ ଅଟେ । ଏଭଳି ମାନସିକ ଶକ୍ତିରେ ବିକଶିତ ବ୍ୟକ୍ତି ଅସମ୍ଭବକୁ ସମ୍ଭବ କରିପାରନ୍ତି । ଇତିହାସରେ ତାଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୁଏ ।
ମାନବ ଜୀବନର ସର୍ବଶ୍ରେଷ୍ଠ ପ୍ରାପ୍ତି ହେଲା ଏକାଧାରାରେ ସୁଖ,ଶାନ୍ତି, ପବିତ୍ରତା ଓ ସମୃଦ୍ଧି । ସତ୍ୟଯୁଗର ପ୍ରଥମ ମହାରାଜନ ଶ୍ରୀ ନାରାୟଣହିଁ ପୂର୍ବଜନ୍ମର ପୁରୁଷାର୍ଥର ପ୍ରାରବ୍ଧ ସ୍ୱରୂପ ଏହା ପ୍ରାପ୍ତ କରିଥିବା ଆମ୍ଭମାନଙ୍କ ମଧରେ ସର୍ବ ପ୍ରଥମ ଥିଲେ । ତେଣୁ ମାନବ ଜୀବନର ସେର୍ବୋଚ୍ଚ ଲକ୍ଷ ହେଲା ନାରାୟଣତ୍ୱ ପ୍ରାପ୍ତି । ଜୀବନର ଏହି ଆଦର୍ଶ ମହ୍ୱାକାଂକ୍ଷାର ପୂର୍ଣ୍ଣତା ପାଇଁ ମନକୁ ବାରମ୍ବାର ନିଶ୍ଚୟ ଓ ବିଶ୍ୱାସ କରାଇବାକୁ ପଡିବ । କେବଳ ଏହା ନୁହେଁ ଜୀବନର କୌଣସି ଲକ୍ଷ୍ୟ ପ୍ରାପ୍ତି ପାଇଁ ନିଜକୁ ଯୋଗ୍ୟବ୍ୟକ୍ତି ରୂପେ ମନେ କରିବା ଉଚିତ୍ । ପୁରୁଷାର୍ଥ ମାର୍ଗରେ ଯେତିକି ବାଧାବିଘ୍ନ ଆସୁ ତଥାପି ମଧ୍ୟ ନିଜ ସଫଳତା ବିଷୟରେ ସନ୍ଦେହ କରିବା ଅନୁଚିତ୍ । ଯଦି ଜଣେ ନିରନ୍ତର ରଚନାତ୍ମକ ବିଚାର ସମୂହର ସ୍ମରଣ କରୁଥାଏ, ବାରମ୍ବାର ନିର୍ଣ୍ଣାୟତ୍ମକ ଭାବନା ସମୂହରେ ପରିପୂର୍ଣ୍ଣ ଥାଏ,ନିଜର ଲକ୍ଷ୍ୟପ୍ରତି ଏକାଗ୍ରଚି ଥାଏ, ନିଜର ସମସ୍ତ ସାମର୍ଥ୍ୟକୁ ସେଥିପାଇଁ କେନ୍ଦ୍ରିତ କରିଥାଏ, ତାହା ହେଲେ ନିଶ୍ଚିତ ଭାବରେ ସେ ଯାହା ଚାହିଁବ ତାହା ପ୍ରାପ୍ତ କରିବ ପାରିବ । ପୂର୍ଣ୍ଣ କୁଶଳତା, ପୂର୍ଣ୍ଣ ସଫଳତା, ପୂର୍ଣ୍ଣ ବିଜୟହଁଁଁଁଁିଁ ଏକମାତ୍ର ଧ୍ୟେୟ ହେବା ଉଚିତ୍ । ସଂକଳ୍ପ ସମୂହର ଧାରା ପ୍ରବାହ ଶକ୍ତି ଦ୍ୱାରା ଜଣେ ତା ପାଇଁ ବାତାବରଣ ଓ ପରିସ୍ଥିତି ନିର୍ମାଣ କରେ । ସତ୍ୟତା, ବିଶ୍ୱାସନୀୟତା, ସାଧୁତା ସ୍ନେହ, ପ୍ରେମ, ଦୟା ତଥା କର୍ବ୍ୟ ସଂପନ୍ନ ବିଚାରଧାରାର ବାରମ୍ବାର ଅଭ୍ୟାସ ଦ୍ୱାରା ଯେ କୌଣସି ବ୍ୟକ୍ତି ନିଜ ଜୀବନକୁ ସାର୍ଥକ କରି ପାରେ । ଭୟ, ସନ୍ଦେହ, ଆଶଙ୍କା, ଅନୁମାନ ଆଦି ମନକୁ ଦୁର୍ବଳ କରିଦିଏ । ତେଣୁ ଯଦି ଏସବୁ ଭାବନା ମନରେ ସ୍ପର୍ଶକରେ ତାକୁ ଅସ୍ୱୀକାର କରିଦେବା ଉଚିତ୍ା ଭାଗ୍ୟ ବା ଦୁର୍ଭାଗ୍ୟ ଏହା ମଣିଷ ମନର ମିଥ୍ୟା କଳ୍ପନା ମାତ୍ର । ମଣିଷ ପୁରୁଷାର୍ଥ ବଳରେ ଯାହା ଚାହିଁବ ପାଇ ପାରିବ । କାହାରି ଉନ୍ନତି ବା ଅବନତିରେ ଭାଗ୍ୟର କୌଣସି ହାତ ନାହିଁ । ଭାଗ୍ୟବାଦୀମାନେ ଜୀବନରେ କେବେ ସଫଳ ହୋଇ ପାରନ୍ତି ନାହିଁ ।
ଯେଉଁମାନଙ୍କ ମନୋବୃି ରଚନାମ୍ôକ, ନିର୍ମାଣାତ୍ମକ, ସକାରାତ୍ମକ ସେମାନେ ସେମାନଙ୍କର କ୍ରିୟାତ୍ମିକା ଶକ୍ତିର ବାତାବରଣକୁ ନିଜ ସହିତ ନେଇ ଚାଲନ୍ତିା ତେଣୁ କୌଣସି ପ୍ରକାର ବିଘ୍ନ ସେମାନଙ୍କ ଅଗ୍ରଗତିରେ ବାଧା ସୃଷ୍ଠି କରି ପାରେ ନାହିଁ । ଏପରି ବ୍ୟକ୍ତିଙ୍କୁ ସ୍ୱଭାବିକ ଭାବରେ ଅନ୍ୟମାନେ ମଧ୍ୟ ଅନୁସରଣ କରନ୍ତି । ଅନେକ ସମୟରେ ଏପରି କେତେକ ଅପରିଚିତ ବ୍ୟକ୍ତିଙ୍କ ସହିତ ଆମର ସମ୍ବନ୍ଧ ସ୍ଥାପିତ ହୋଇଥାଏ ଓ ଆମେ ସେମାନଙ୍କ ପ୍ରତିଭାରେ ପ୍ରଭାବିତ ହୋଇଥାଉ । ସେମାନଙ୍କ ପ୍ରତିଭାରେ ପ୍ରଭାବିତ ହୋଇଥାଉଁ । ସେମାନଙ୍କ ପ୍ରଭାବ ହିଁ ରଚନାତ୍ମକ, ନିର୍ମାଣାତ୍ମକ ହୋଇଥାଏ । ସେମାନେ କୌଣସି ମହାନ କାର୍ଯ୍ୟ ସମ୍ପନ୍ନ କରିବାର ଲକ୍ଷ୍ୟ ରଖିଥାନ୍ତି । ତାଙ୍କ ସାନ୍ନିଧ୍ୟ ପ୍ରାପ୍ତି ପରେ ମନେହୁଏ ଏହି ବ୍ୟକ୍ତି ଯେଉଁ କାମ ହାତକୁ ନେବେ ଅବଶ୍ୟ ସଫଳ ହେବ । ଜନସାଧାରଣ ସେହି ପ୍ରକାର ଲୋକଙ୍କୁ ସ୍ୱଭାବିକ ଭାବରେ ନିଜର ନେତା ମାନି ନିଅନ୍ତି । ଅନ୍ୟ ପକ୍ଷରେ ଏପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ନିଜ ଉପରେ ଭରସା ନଥାଏ, ମନେ ହୁଏ ସେମାନେ ଯେଉଁ ମାର୍ଗରେ ଗତି କରୁଛନ୍ତି ତାର ଅନ୍ତିମ ବିନ୍ଦୁ କେଉଁଠି, ସେମାନଂକ ଲକ୍ଷ୍ୟ କଣ ଏବଂ ଲକ୍ଷ୍ୟ ପ୍ରାପ୍ତିର ତାହା ପ୍ରକୃତ ପନ୍ଥା କି ନୁହେଁ ସେ ସବୁ କଥା ସେମାନଙ୍କୁ ସ୍ପଷ୍ଟ ଜଣା ନଥାଏ । ଯଦି ଆମେ ଲୋକଙ୍କ ଉପରେ ଏ ପ୍ରକାର ପ୍ରଭାବ ପକାଇବାକୁ ଚାହିଁବା ଯେ ଆମର ବ୍ୟକ୍ତିତ୍ୱ ପ୍ରବଳ ଅଟେ, ତେବେ ଆମ ଭିତରେ ରଚନାତ୍ମକ ବି·ର ସମୂହ ପ୍ରବଳ ହେବା ଉଚିତ । ଜୀବନକୁ ସଫଳ ତଥା ବିଜୟୀ କରି ଗଢ଼ି ତୋଳିବାର କଳାକୁ ଠିକ ଭାବରେ ଯିଏ ଶିକ୍ଷା କରି ପାରିଛି ସେହି ବ୍ୟକ୍ତି ଯେ ପ୍ରତ୍ୟେକ କ୍ଷେତ୍ରରେ କୁଶଳତା ଲାଭ କରିବ ଏଥିରେ ସନ୍ଦେହର ଅବକାଶ ନାହିଁ ।
ପ୍ରଭାବଶୂନ୍ୟ ଓ ଦୁର୍ବଳ ବ୍ୟକ୍ତିତ୍ୱର କାରଣ ହେଲା ବିଚାର ଶକ୍ତିର ଅକର୍ମଣ୍ୟତା, ଉଦ୍ୟମହୀନତା, ଉସôାହହୀନତା, ସାହସହୀନତା, ଆତ୍ମବିଶ୍ୱାସ ଶୁନ୍ୟତା, ଇତ୍ୟାଦି । ସଂଯମୀ, ପବିତ୍ର ଓ ଶକ୍ତିଶାଳୀ ଚିବୃି ସମ୍ପନ୍ନ ବ୍ୟକ୍ତିର ନିର୍ଣ୍ଣୟଶକ୍ତି ପ୍ରବଳ ଥାଏ । ତେଣୁ ସେ ଅନ୍ୟମାନଙ୍କ ଦ୍ୱରା ପ୍ରସ୍ତାବିତ ଅନୁଚିତ ଓ ଅକଲ୍ୟାଣକାରୀ ପ୍ରସ୍ତାବରେ ପ୍ରଭାବିତ ହୁଏ ନାହିଁ । ଦୈନନ୍ଦିନ ଜୀବନରେ ଦେଖାଯାଏ ଯେ ପ୍ରତ୍ୟେକ କ୍ଷେତ୍ରରେ ଲୋକେ କିଛି ଟୀକାଟୀପ୍ପଣୀ କରନ୍ତି, ପରାମର୍ଶ ଦିଅନ୍ତି । ଯେଉଁମାନେ ମାନସିକ ସ୍ତରରେ ପରିପକ୍ୱ ନୁହନ୍ତି ସେମାନେ ଏହି ଭଳି କଥାରେ ଅସ୍ଥିର ହୋଇ ପଡ଼ନ୍ତି । ଏଭଳି ବ୍ୟକ୍ତି ପୁରୁଷାର୍ଥହୀନ ହୋଇ ପଡନ୍ତି । ତେଣୁ ମନରେ ଦୃଢସଂକଳ୍ପ ନେବା ଉଚିତ ଯେପରି ଦୂଷିତ ବାତାବରଣ ଭିତରେ ଥିଲେ ସୁଦ୍ଧା ଆମକୁ କୁପରାମର୍ଶର କୁପ୍ରଭାବ ନ ପଡୁ । ଏଥିପାଇଁ ବୁଦ୍ଧିର ଦ୍ୱାରକୁ ସଦା ଉନ୍ନୁକ୍ତ ରଖିବାକୁ ପଡିବ । କୌଣସି କାର୍ଯ୍ୟରେ ହାତ ଦେବା ପୂର୍ବରୁ ତାକୁ ପ୍ରତ୍ୟେକ ଦୃଷ୍ଟିକୋଣରୁ ବିଚାର କରିବାକୁ ପଡିବ । କାହାରି ଅକଲ୍ୟାଣକାରୀ କଥା ପ୍ରତି କର୍ଣ୍ଣପାତ କରିବା ଉଚିତ୍ ନୁହେଁ । କୌଣସି ପରିସ୍ଥିତିରେ ମଧ୍ୟ ମନକୁ ସ୍ଥିର ରଖି ପାରିଲେ ଉଚିତ୍ ନିର୍ଣ୍ଣୟ ନେଇହେବ । କୁସଙ୍ଗରୁ ଦୂରେଇ ରହିବାକୁ ପଡିବ । କୁସଙ୍ଗର ପ୍ରଭାବରେ ଅନେକ ଯୋଗ୍ୟ ବ୍ୟକ୍ତି ମଧ୍ୟ ପଥ ବଣା ହୋଇ ଲକ୍ଷ୍ୟଭ୍ରଷ୍ଟ ହୋଇଛନ୍ତି । ଇପ୍ସିତ ଲକ୍ଷ୍ୟକୁ ସତତ ସ୍ମରଣ କରୁଥିଲେ ଏବଂ ତାକୁ ପ୍ରାପ୍ତ କରିବା ପାଇଁ ବାରମ୍ବାର ପ୍ରତିଜ୍ଞା କରୁଥିଲେ ଧୀରେ ଧୀରେ ସେହି ଉଦ୍ଧେଶ୍ୟ ପାଇଁ କାର୍ଯ୍ୟ କରିବା ସ୍ୱାଭାବିକ ହୋଇ ପଡେ । ସ୍ୱଭାବ ସୁଲଭ କାର୍ଯ୍ୟ ସହଜ ଲାଗୁଥିବାରୁ କ୍ରମେ କ୍ରମେ ଅଭ୍ୟାସରେ ପଡିଯାଏ । ସମୟାନ୍ତରେ ଆମର କର୍ମ ଯୋଗ୍ୟତା ଓ କର୍ମ ସାମର୍ଥ୍ୟରେ ଏପରି ଶକ୍ତି ପ୍ରବାହିତ ହୁଏ, ଯାହାକି ସମସ୍ତ ବାଧାବିଘ୍ନକୁ ଏଡେଇ ଲକ୍ଷ୍ୟ ପର୍ଯ୍ୟନ୍ତ ପହାଇ ଦିଏ । ତଥାପି ମଧ୍ୟ ବିରୋଧୀ ତ୍ୱ ଗୁଡିକ ପ୍ରତି ସତର୍କ ରହିବା ବିଧେୟ । ଈର୍ଷା, ଦ୍ୱେଷ, ଘୃଣା, ନିର୍ଦ୍ଧୟତା, ପ୍ରତିହିଂସା ପରାୟଣତା ଆଦି କାର୍ଯ୍ୟସିଦ୍ଧିର ବିଘାତକ ବିଚାର ତରଙ୍ଗ ଆମର କାର୍ଯ୍ୟ ଶକ୍ତିକୁ କ୍ଷୀଣ କରି
ଦିଏ । ତେଣୁ କୌଣସି କାର୍ଯ୍ୟରେ ଅସଫଳ ହୋଇଥିବା ବ୍ୟକ୍ତି ଯଦି ତାଙ୍କ ମନରୁ ନିଷେଧାମ୍ôକ ବିଚାର ତରଙ୍ଗ ଗୁଡିକୁ ନିଷ୍କାସିତ କରି ଦିଅନ୍ତି ତେବେ ସଫଳତା ତାଙ୍କର ପଦ ଲେହନ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।
ଆମର ମନୋସ୍ଥିତି ଓ ମନୋବୃିର ପ୍ରଭାବ ଅନ୍ୟମାନଙ୍କର ଉପରେ ମଧ୍ୟ ପଡେ । ଯେଉଁମାନେ ସକାରାମ୍ôକ ବିଚାର ସମ୍ପନ୍ନ ସେମାନେ ଅନ୍ୟମାନଙ୍କ ମଧ୍ୟରେ ଅନୁରୁପ ପ୍ରଭାବ ପକାଇ ପାରନ୍ତି । ଆମ ଉପରେ କିଏ ଭରସା କରିବକି ନାହିଁ ବା ଆମକୁ କିଏ କେଉଁ ଦୃଷ୍ଟିରେ ଦେଖୁଛି ତାହା ଆମର ବି·ର ପ୍ରକ୍ରିୟା ଉପରେ ନିର୍ଭର କରେ । ଆମ ସମ୍ବନ୍ଧ ସଂପର୍କରେ ଆସୁଥିବା ଲୋକମାନେ ଯଦି ଆମକୁ ଦୁର୍ବଳ ବା କାପୁରୁଷ ମନେ କରୁଛନ୍ତି ତେବେ ସେଥିରେ ବ୍ୟଥିତ ହେବା ପରିବେର୍ ନିଜ ମଧ୍ୟରେ ଥିବା ସେହି ଦୋଷ ତୃଟିକୁ ସୁଧାରି ନେବା ଉଚିତ । କୁହାଯାଏ, ଯେପରି ଦୃଷ୍ଟି ସେହିପରି ସୃଷ୍ଟି । ଏଠାରେ ଦୃଷ୍ଟିର ଅର୍ଥ ନିଜର ବିଚାରଧାରା । ଆମର ଦୃଷ୍ଟିକୋଣ ଅନୁରୁପହିଁ ଆମ ଆଖ ପାଖର ବାତାବରଣ ନିର୍ମାଣ ହୁଏ । ମଣିଷ ମାନର ବି·ର ପ୍ରବାହ ଆଧାରରେ ଗୋଟିଏ କଳ୍ପର ବିଭିନ୍ନ କାଳଖଣ୍ଡକୁ ବିଭିନ୍ନ ଯୁଗରେ ବିଭକ୍ତ କରାଯାଇଛି । ତେଣୁ ଦେଖିବାକୁ ଗଲେ ପ୍ରକୃତରେ ସମୟ ବଦଳେ ନାହିଁ, ମଣିଷର ପ୍ରକୃି ବଦଳି ଯାଏ । ମଣିଷ ସମାଜର ପରିବର୍ନରେ ହିଁ ଯୁଗ ପରିବର୍ନ ହେବ । ମଣିଷ ସମାଜ ସମ୍ପ୍ରତି ମନୋବିକାର ଦ୍ୱାରା ଗୁରୁତର ଭାବରେ ପୀଡିତ । ଏଥିପାଇଁ ଧାର୍ମିକ, ରାଜନୈତିକ, ମନସ୍ତା୍ୱିକ ପ୍ରତ୍ୟେକ ସ୍ତରରେ ମାନବ ସମାଜରେ ଅସ୍ଥିରତା ପରିଦୃଶ୍ୟମାନ । ଏଥିପାଇଁ ସର୍ବପ୍ରଥମେ ଆମ ସମସ୍ତଙ୍କୁ ଆମ ମନ ମଧ୍ୟରେ ବସା ବାନ୍ଧିଥିବା ମନୋବିକାର ସମୂହକୁ ନିଷ୍କାସିତ କରିଦେବା ଉଚିତ । ଅନ୍ୟଥା ଏକ ସୁଖ, ଶାନ୍ତି, ପବିତ୍ରତା ଓ ସମୃଦ୍ଧିରେ ପରିପୁର୍ଣ୍ଣ ସମାଜର ସ୍ଥାପନା ସମ୍ଭବ ନୁହେଁ ।
ଆମ୍ôବିଶ୍ୱାସ, ସାହସ, ନିର୍ଭୟତା ଆଦି ଗୁଣ ସଫଳତା ପାଇଁ ମାର୍ଗ ପ୍ରଶସ୍ତ କରେ । ଆମ ମଧ୍ୟରେ ଏହି ସବୁ ଗୁଣର ସମାବେଶ ହେଲେ ଅନ୍ୟମାନଙ୍କର ମଧ୍ୟ ଆମ ଉପରେ ବିଶ୍ୱାସ ସ୍ଥାପିତ ହେବ ଓ ସେମାନେ ଆମଠାରୁ ପ୍ରେରଣା ପାଇ ମନୋବିକାର ଉପରେ ବିଜୟ ପ୍ରାପ୍ତ କରିବାର ପୁରୁଷାର୍ଥ ମାର୍ଗରେ ସହଯୋଗୀ ବା ସହଯାତ୍ରୀ ହେବେ । ନିଜର ଆତ୍ମ ବିଶ୍ୱାସ ସୁଦୃଢ ନ ଥେôଲ ଆମେ ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱାସ ସ୍ଥାପନ କରି ପାରିବା ନାହିଁ । ଏଥିପାଇଁ ଆମ ଭିତରେ ଥିବା ସମସ୍ତ ନକାରାମ୍ôକ ଭାବନାକୁ ଦୂର କରି ନିଜର ଚେଷ୍ଟା, ଭାଷଣ, ଆଚାର ବ୍ୟବହାର ମାଧ୍ୟମରେ ଆମ୍ôବିଶ୍ୱାସ ଓ ସଫଳତା ସମ୍ପନ୍ନ ବିଚାର ଧାରାର ପ୍ରକଟ କରିବା ଆବଶ୍ୟକ । ଯେଉଁ ବ୍ୟକ୍ତି ବିଜୟୀ ଓ ପରାକ୍ରମୀ ଭଳି ଜୀବନ ଯାପନ କରେ ଜନସାଧାରଣ ତାଙ୍କ ଉପରେ ବିଶ୍ୱାସ କରନ୍ତି ଓ ତାଙ୍କୁ ବିନା ଦ୍ୱିଧାରେ ଅନୁସରଣ କରନ୍ତି। ଏପରି ବ୍ୟକ୍ତି ମାନେ ସମାଜରେ କ୍ରାନ୍ତ ଆଣନ୍ତି । କିନ୍ତୁ ଅନ୍ୟ ପକ୍ଷରେ ଯେଉଁମାନେ ଭୟାଳୁ, ଶଙ୍କାଗ୍ରସ୍ତ, ଜୀବନର ଦୌଡ ପ୍ରତିଯୋଗିତାରେ ପଛେଇ ଯାଆନ୍ତି ।
ସଫଳ ବ୍ୟକ୍ତିହିଁ ଦୁନିଆରେ ପୂଜିତ ଓ ଆଦୃତ ହୁଏ ା ଲୋକେ ତାଙ୍କର ଜୟଜୟକାର କରନ୍ତି । ଉସôାହ,ଉଲ୍ଲାସ ଓ ତେଜୋଦୀପ୍ତ ମୁଖମଣ୍ଡଳ ସମ୍ପନ୍ନ ବ୍ୟକ୍ତିଙ୍କ ପ୍ରତିହିଁ ଜନସାଧାରଣ ଆକର୍ଷିତ ହୁଅନ୍ତି । ଯାହାର ଆଗମନ ମାତ୍ରକେହିଁ ବାତାବରଣରେ ଆନନ୍ଦ ଉଲ୍ଲାସର ତରଙ୍ଗ ହିଲ୍ଲୋଳିତ ହୁଏ ସେହିପରି ବ୍ୟକ୍ତିଙ୍କ ସ୍ୱାଗତ ପାଇଁ ଲୋକେ ପଲକ ବିଛାଇ ତାଙ୍କ ଆସିବା ବାଟକୁ ଅନାଇ ରହିଥାନ୍ତି । ନିଜର ଶକ୍ତି ପ୍ରତି ବାରମ୍ବାର ଅନୁଧ୍ୟାନ କରିବା ଦ୍ୱାରା ବ୍ୟକ୍ତି ମଧ୍ୟରେ ଆମ୍ô ବିଶ୍ୱାସର ଭାବନା ଜାଗ୍ରତ ହୁଏ । ନିଜର ଶକ୍ତିକୁ ପ୍ରତିବିମ୍ବିତ କରିବାର ରହସ୍ୟ ଯିଏ ଜାଣିଛି ସିଏହିଁ ନିଜ ବ୍ୟକ୍ତିତ୍ୱର ଚୁମ୍ବକୀୟ ଶକ୍ତି ଦ୍ୱାରା ଅନ୍ୟମାନଙ୍କୁ ଆକର୍ଷିତ କରି ପାରେ । ମନରେ ରଚନାମ୍ôକ ବିଚାର ଧାରାର ନିରନ୍ତର ପ୍ରବାହହିଁ ବ୍ୟକ୍ତି ମଧ୍ୟରେ ଚୁମ୍ବକୀୟ ଆକର୍ଷଣ ଶକ୍ତି ଉପôନ୍ନ କରେ । ବିଜୟ ବା ସଫଳତା ପ୍ରଥମେ ମାନସିକ ସ୍ତରରେ ହୁଏ । ପରେ କାର୍ଯ୍ୟକ୍ଷେତ୍ରରେ ଯିଏ କାର୍ଯ୍ୟାରମ୍ଭ ପୂର୍ବରୁହିଁ ନିଜର ସଫଳତା ପ୍ରତି ସନ୍ଦିହାନ ହୋଇ ପଡେ ତାକୁ କିଏ ବା ସହାୟତା ଦେଇ ପାରିବ?
ଏପରି ବ୍ୟକ୍ତିଙ୍କ ପ୍ରତି ଲୋକଙ୍କ ଭରସା ପ୍ରଥମରୁ ହିଁ ତୁଟି ଯାଇଥଏ । ସେମାନେ ଧନ, ସମ୍ପି, ଯଶ ବା ଈପସିତ ଆକାଙ୍କ୍ଷା ପୂର୍ି ପାଇଁ ପ୍ରଯନôଶୀଳ ହେବ ପରିବେର୍ ଭାଗ୍ୟବାଦୀ ହୋଇ ପଡନ୍ତି । ଏକଥା ମନେ ରଖିବାକୁ ହେବ ଯେ ପ୍ରଯନô ବିନା କାର୍ଯ୍ୟ କୁଶଳତା ପ୍ରାପ୍ତି ସମ୍ଭବ ନୁହେଁ । ତେଣୁ କୁହାଯାଏ ଯନô କଲେ ରନô ମିଳେ । ଖୋଜିଲେ ଭଗବାନ ମିଳିଯାନ୍ତି । ପ୍ରଯନôଶୀଳ ବ୍ୟକ୍ତିର ଜୀବନରେ ହିଁ ଉଲ୍ଲାସ ଓ ଆନନ୍ଦ ସଦା ପରିପୂର୍ଣ୍ଣ ଥାଏ ।
ସମ୍ବନ୍ଧ ସମ୍ପର୍କରେ ଆସୁଥିବା ବ୍ୟକ୍ତିମାନଙ୍କ ସହିତ ଆମର ବ୍ୟବହାର ଆତ୍ମୀୟତାରେ ପରିପୂର୍ଣ୍ଣ ଓ ମଧୁର ହେବା ଉଚିତ୍ । ପରିବାରରେ ନିଜର ମାଆ, ବାପା, ଭାଇ, ଭଉଣୀ ଆଦିଙ୍କ ସହିତ ମଧ୍ୟ ଆମର ସମ୍ବନ୍ଧ ନିଶ୍ଚିତ ଭାବରେ ସୁସ୍ଥ,ମଧୁର ଓ ନ୍ୟାୟପୂର୍ଣ୍ଣ ହେବା ଉଚିତ୍ । ଅନ୍ୟଥା ବାହାର ଲୋକଙ୍କ ସହିତ ଉମ ସମ୍ବନ୍ଧ ସ୍ଥାପନ କରିବା ସହଜ ହେବ ନାହିଁ । ବ୍ୟବହାରରେ ମଧୁର ସ୍ୱଭାବ ଆଣିବା ପାଇଁ ଆମର ଚିବୃିର ପରିଶୋଧନ ମଧ୍ୟ ଆବଶ୍ୟକ । ଈର୍ଷା, ଦ୍ୱେଷ, ପରଶ୍ରୀକାତରତା, ପ୍ରତିଶୋଧପରାୟଣତା ଆଦି ଦୁଷିତ ଭାବନାକୁ ମନରୁ ନିଷ୍କାସନ କରିବା ଦରକାର । ଚିବୃିରୁ କଳୁଷିତ ବିଚାର ଗୁଡିକର ନିବୃିଦ୍ୱରା ଆମେ ଶାନ୍ତ,ଶିଷ୍ଟ ଓ ସଜ୍ଜନ ହୋଇ ପାରିବା। ଉତ୍ସାହ ଅଧ୍ୟବସାୟ ଏବଂ ସାହସ ହିଁ ଜୀବନକୁ କାର୍ଯ୍ୟକୁଶଳ ଓ ପରିପୂର୍ଣ୍ଣ କରେ । ଜୀବନରେ ଈପ୍ସିତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଏହି ସକାରାତ୍ମକ ଗୁଣ ଗୁଡିକର ବିକାଶ କରିବା ଆବଶ୍ୟକ । ଯିଏ ଯେଉଁ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟରତ ଥାଆନ୍ତୁ ନା କାହିଁକି ସିଏ ତାଙ୍କର କର୍ମ ବା ବୃି ଉପରେ ସମ୍ପୁର୍ଣ୍ଣ ଆସ୍ଥାବାନ ହୋଇ ପ୍ରଯନô କରିବା ଉଚିତ୍ । ନିଜର ଯୋଗ୍ୟତା ବା କର୍ମ ପ୍ରତି ସନ୍ଦିହାନ ହେବା ଅନୁଚିତ । ନିଜ ଉପରେ ଯାର ଭରସା ନାହିଁ ସିଏ କେବେ ସଫଳ ହୋଇ ପାରେ ନାହିଁ । ମଣିଷ ମନର ସକାରାତ୍ମକ ବିଚାରଧାରା ଉପରେ ସଫଳତା ବା ବିଫଳତା ନିର୍ଭର କରେ ।
କେତେକ ଲୋକ ଅଛନ୍ତି ଯେଉଁମାନଙ୍କ ମନ ଦୁଇ ଭାଗରେ ବିଭକ୍ତ । ଅର୍ଦ୍ଧେକ ଭାଗରେ ରଚନାତ୍ମକ, ନିର୍ମାଣାତ୍ମକ, ସକାରାତ୍ମକ ଓ ଅନ୍ୟ ଭାଗରେ ନିଷେଧାତ୍ମକ, ନକାରାତ୍ମକ ବିଚାର ଭରପୂର ଥାଏ । ଏପରି ବ୍ୟକ୍ତି ପୂର୍ଣ୍ଣ ସଫଳ ହୁଅନ୍ତି ନାହିଁ । ଏମାନଙ୍କ ମନ ସର୍ବଦା ଦୋଦୁଲ୍ୟମାନ ଅବସ୍ଥାରେ ଥାଏ । କେତେବେଳେ ସେମାନଙ୍କ ମନରେ ଉସôାହ, ଆଶା, ବିଶ୍ୱାସ ଜାଗ୍ରତ ହୋଇଯାଏ ତ କେତେବେଳେ ସେଗୁଡିକ ମଉଳି ଯାଏ । ତେଣୁ ସେମାନେ ନିଜର ମାନସିକ ଅବସ୍ଥା ଅନୁରୁପ କୌଣସି କାର୍ଯ୍ୟରେ ଲାଭ ବା କ୍ଷତିର ସମ୍ମୁଖୀନ ହୁଅନ୍ତି ।
ସମୟ ବଡ ବଳବାନ । ଯାହା ବିତି ଯାଇଛି ଆଉ ଏ ଜୀବନରେ ଫେରିବ ନାହିଁ । ବର୍ମାନ ସମୟ ଆମ ସମ୍ମୁଖରେ । ବର୍ମାନ ସମୟର ଆହ୍ୱାନକୁ ଶୁଣି ଯିଏ ନିଜକୁ ପରିବର୍ନ କରି ପାରିଛି ଏକ ସୁଖଦ ଭବିଷ୍ୟତ ତାଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷାରତ ଥାଏ । ନିଜ ମନକୁ ପ୍ରତିକ୍ଷଣ କାର୍ଯ୍ୟନିର୍ମାଣ ସ୍ଥିତିରେ ତଥା ମନୋବୃିକୁ ନିରନ୍ତର ରଚନାନାତ୍ମକ ବିଚାର ସମୁହ ସାହାଯ୍ୟରେ ପରିପୁର୍ଣ୍ଡ ରଖିବା ଦ୍ୱାରା ଆମର ଜୀବନ ସତ୍ୟ-ଶିବ-ସୁନ୍ଦର ବସ୍ତୁସ୍ଥିତି ଗୁଡିକରେ ପରିପୁର୍ଣ୍ଣ ହୋଇଯିବ । ।ା ଓମ୍ ଶନ୍ତି ।ା
:
ଶିବ ଶକ୍ତି ହୋମିଓ ସେବା ସଦନ
କାଦୋଯୋଗାଯୋଗ ପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର)
ମୋବାଇଲ - ୯୪୩୭୨୧୦୨୯୬
Comments
Post a Comment