ଶିବଃ କେବଳୋଽହମ ଉପସ୍ଥାପନା - ଡ: ସୁଧାଂଶୁ ଶେଖର ମିଶ୍ର

ଶିବଃ କେବଳୋଽହମ

ଉପସ୍ଥାପନା - ଡ: ସୁଧାଂଶୁ ଶେଖର ମିଶ୍ର
(ଶଙ୍କରା·ର୍ଯ୍ୟ ବିରଚିତ “ଦଶଶ୍ଳୋକୀ” ଅଦ୍ୱୈତ ବେଦାନ୍ତ ଗ୍ରନ୍ଥମାନଙ୍କ ମଧ୍ୟରେ ଏକ ପ୍ରସିଦ୍ଧ ରଚନା । ସ୍ବୀୟ ଗୁରୁ ଗୋବିନ୍ଦପାଦଙ୍କ ସହିତ ଆଠ ବର୍ଷ ବୟସରେ ପ୍ରଥମ ସାକ୍ଷାତକାର ବେଳେ ସେ ଦଶଟି ଶ୍ଳୋକ ମାଧ୍ୟମରେ ନିଜର ଆତ୍ମିକ ପରିଚୟ ପ୍ରଦାନ କରିଥିଲେ । ତାଙ୍କ ଆତ୍ମା; ଦେହ ତଥା ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ସ୍ଥାନ, କାଳ ଓ ପରିସ୍ଥିତିର ବନ୍ଧନରୁ ମୁକ୍ତ ଥିଲା । ତେଣୁ ସେ ନିଜକୁ ସତ୍, ଚିତ୍ ଓ ଆନନ୍ଦ ସ୍ବ ରୂପ ଏକ ଚୈତନ୍ୟ ସା (ଶିବ) ବୋଲି ମନେ କରୁଥିଲେ । ଏହି ପରି ଅବସ୍ଥା ପ୍ରାପ୍ତ ଆତ୍ମା ସର୍ବତୋଭାବେ ପରମାତ୍ମା ଶିବଙ୍କ ସ୍ମୃତିରେ ତଲ୍ଲୀନ ରହୁଥିବାରୁ ତା’ର ଦ୍ୱୈତ ଭାବ ସମାପ୍ତ ହୋଇଯାଏ । ଏହା ଜୀବନ୍ତୁକ୍ତ ଅବସ୍ଥା । ନିମ୍ନ ପ୍ରଦ ଦଶଟି ଶ୍ଲୋକରୁ ଆ·ର୍ଯ୍ୟ ଶଙ୍କର ପରମାତ୍ମାଙ୍କ ସହିତ ତାଙ୍କର ଏକାତ୍ମତା ବା ଅଦ୍ୱୈତ ସମ୍ବନ୍ଧର ପରିଚୟ ପ୍ରଦାନ କରିଛନ୍ତି ।-ଉପସ୍ଥାପକ )
ନ ଭୂମିର୍ନ ତୋୟଂ ନ ତେଜୋ ନ ବାୟୁର୍ନଖଂ
                           ନେନ୍ଦ୍ରିୟଂ ବା ନ ତେଷାଂ ସମୂହଃ ।
ଅନୈକାନ୍ତିକତ୍ୱାତ୍ ସୁଷୁପ୍ତ୍ୟେକସିଦ୍ଧ-
                                           ସଦେକେଽ ବଶିଷ୍ଟଃ ଶିବଃ କେବଳୋଽହମ୍ ।ା୧ାା
ଅର୍ଥ: ମୁଁ ଭୂମି ନୁହେଁ, ଜଳ ନୁହେଁ, ବାୟୁ ନୁହେଁ, ଆକାଶ ନୁହେଁ କିମ୍ବା ସେମାନଙ୍କର ସମୂହ ନୁହେଁ । ମୁଁ ଇନ୍ଦି୍ରୟ ଅଥବା ଇନ୍ଦି୍ରୟମାନଙ୍କର ସମୂହ ନୁହେଁ । ଏହି ସମସ୍ତ ଅନୈକାନ୍ତିକ ହୋଇଥିବା ହେତୁ, ସୁଷୁପ୍ତିରେ ଏକମାତ୍ର ସିଦ୍ଧି ଏକ (ଅଦ୍ୱିତୀୟ), ଅବଶିଷ୍ଟ (ସମସ୍ତ ଦ୍ୱୈତ ବାଦରେ ମଧ୍ୟ ଅବାଧିତ), କେବଳ (ନିଧର୍ମକ) ମୁଁ ଶିବ ସ୍ବରୂପ ଅଟେ ।ା୧ାା
ନ ବର୍ଣ୍ଣା ନ ବର୍ଣ୍ଣାଶ୍ରମା·ରଧର୍ମା
                                 ନମେ ଧାରଣାଧ୍ୟାନ ଯୋଗାଦୟୋଽପି ।
ଅନାତ୍ମାଶ୍ରୟାହଂମମାଧ୍ୟାସହା ନାତ୍
                                            ତଦେକୋଽବଶିଷ୍ଟଃଶିବଃ କେବଳୋଽହମ୍ ।ା୨ାା
ଅର୍ଥ:- ମୁଁ ବର୍ଣ୍ଣ ନୁହେଁ । ମୋର ବର୍ଣ୍ଣ, ଆଶ୍ରମ ଓ ଆ·ର ଧର୍ମ କିଛି ନାହିଁ । ମୋର ଧାରଣା, ଧ୍ୟାନ ଓ ଯୋଗାଦି ମଧ୍ୟ କିଛି ନାହିଁ । ଅନାତ୍ମ ପ୍ରପର ଆଶ୍ରୟ ଜ୍ଞାନ ଓ ତଜ୍ଜନିତ “ଅହଂ-ମମ” ଏହି ଦୁଇ ରୂପ ଅଧ୍ୟାସର ହାନ (ବାଧ) ହୋଇଥିବା ହେତୁ, ମୁଁ ଏକମାତ୍ର ଅବଶିଷ୍ଟ, କେବଳ ଶିବ ସ୍ବରୂପ ଅଟେ ।
ଭାବାର୍ଥ: ପ ମହାଭୂତରୁ ଶରୀରର ନିର୍ମାଣ ହୋଇଥିବାରୁ ଏହା ଜଡ । ଅଭୌତିକ ଚୈତନ୍ୟ ଆତ୍ମାର ସଂଯୋଗରେ ଶରୀର ପ୍ରାଣବାନ ହୁଏ ଓ ଇନ୍ଦି୍ରୟ ସମୂହମାନଙ୍କ ସାହାଯ୍ୟରେ କର୍ମ କରେ । ବାରମ୍ବାର ଜନ୍ମ-ମୃତୁ୍ୟ ଚକ୍ରରେ ଆବିର୍ତ ହୋଇ ଆତ୍ମା ନିଜର ସ୍ବରୂପ ବିସ୍ମୃତ ହୋଇ ନିଜକୁ ଶରୀର ମନେ କରେ । ଏହାଦ୍ୱାରା ସେ ଜାତି, ବର୍ଣ୍ଣ, ଧର୍ମ, ଭାଷା, ବୟସ, ଲିଙ୍ଗ, ରାଷ୍ଟ୍ରୀୟତା ଆଦି ମିଥ୍ୟା ପରିଚୟରେ ଭ୍ରମିତ ହୁଏ । ଅପର ପକ୍ଷେ ଆତ୍ମାନିଷ୍ଠ ବ୍ୟକ୍ତି ସମସ୍ତଙ୍କୁ ଆତ୍ମିକ ଦୃଷ୍ଟିରେ ଦେଖୁଥିବାରୁ ଉଭୟ ଶରୀର ଓ ସଂସାର ସହିତ ତାଙ୍କର ତାଦାତ୍ମ୍ୟ ନ ଥାଏ । ସେ ସର୍ବଦା ଆତ୍ମା-ସଚେତନ (ଝକ୍ଟଙ୍କକ୍ଷମକ୍ଟଦ୍ଭଗ୍ଦସକ୍ଟଙ୍କଗ୍ଦ ଦ୍ଭରଗ୍ଦଗ୍ଦ) ସ୍ଥିତିରେ ରହୁଥିବାରୁ ପରମାତ୍ମାଙ୍କ ସହିତ ଏକାମ ଭାବ ଅନୁଭବ କରନ୍ତି । ତେଣୁ ତାଙ୍କ ମଧ୍ୟରେ ସମସ୍ତ ଦୈବୀଗୁଣ ସ୍ବତଃ ପରିସ୍ଫୁଟ ହୋଇଥାଏ ।ା୧-୨ାା
ନ ମାତା ନ ପିତା ନ ଦେବା ନ ଲୋକା
              ନ ଦେବା ନ ଯଜ୍ଞା ନ ତୀର୍ଥଂ ବ୍ରୁବନ୍ତି ।
ସୁଷୁପ୍ତୌ ନିରସ୍ତାତିଶୂନ୍ୟାତ୍ମକ ତ୍ୱାତ୍
                            ତଦେକୋଽବଶିଷ୍ଟଃ ଶିବଃକେବଳୋଽହମ୍ ।ା୩ାା
ଅର୍ଥ: ମୋର ମାତା, ପିତା, ଦେବତା କିମ୍ବା ଲୋକ କିଛି ନାହିଁ । ମୋର ବେଦ, ଯଜ୍ଞ ଓ ତୀର୍ଥ ପ୍ରଭୃତି ନାହିଁ । ଏହା ଶ୍ରୁତି ବାକ୍ୟମାନେ କହିଛନ୍ତି । ସୁଷୁପ୍ତିରେ ସମସ୍ତ ଦ୍ୱୈତ ପ୍ରପ ନିରାକୃତ ଓ ଅତିଶୂନ୍ୟାତ୍ମକ ହୋଇଥିବା ହେତୁ ମୁଁ ଏକ, ଅବଶିଷ୍ଟ, କେବଳ ଶିବ ସ୍ବରୂପ ଅଟେ । ।ା୩ାା 
ନ ସାଂଖ୍ୟ ନ ଶୈବଂ ନ ତତ୍ ପାରାତ୍ରଂ
                 ନ ଜୈନଂ ନ ମୀମାଂସକା ଦେର୍ମତଂ ବା
ବିଶିଷ୍ଟା ନୁଭୂତ୍ୟା ବିଶୁଦ୍ଧାତ୍ମକତ୍ୱାତ୍ 
                               ତଦେକୋଽବଶିଷ୍ଟଃ ଶିବଃ କେବଳେଽହମ ।ା୪ାା
ଅର୍ଥ: ସାଂଖ୍ୟ, ଶୈବ, ପାରାତ୍ର (ବୈଷ୍ଣବ), ଜୈନ ତଥା ମୀମାଂସ କାଦି ମତ ମୁଁ ନୁହେଁ । ବିଶିଷ୍ଟା ନୁଭୂତି ଦ୍ୱାରା ସିଦ୍ଧ, ବିଶୁଦ୍ଧ ଆତ୍ମସ୍ବରୂପ ହୋଇଥିବା ହେତୁ ମୁଁ ଏକ, ଅବଶିଷ୍ଟ କେବଳ ଶିବ ସ୍ବରୂପ ଅଟେ ।ା୪ାା
ଭାବାର୍ଥ: ଆତ୍ମା ଅଜନ୍ମା, ଅବିନାଶୀ ଓ ଅଶରୀରୀ ହୋଇଥିବା ହେତୁ ମୌଳିକ ରୂପରେ ତା’ର କୌଣସି ଶରୀରଧାରୀ ସହିତ କୌଣସି ସମ୍ପର୍କ ନାହିଁ । ତେଣୁ ମଣିଷ କୃତ ସମସ୍ତ ଦାର୍ଶନିକ ବି·ର ଆତ୍ମା ଓ ପରମାତ୍ମା ସମ୍ବନ୍ଧୀୟ ପରସ୍ପର ବିରୋଧୀ ଓ ଭ୍ରମାତ୍ମକ ହୋଇଥିବାରୁ ସ୍ବୟଂକୁ ପରମାତ୍ମାଙ୍କଠାରୁ ଅଭିନ୍ନ ଅନୁଭବ କରୁଥିବା ଶଙ୍କରା·ର୍ଯ୍ୟଙ୍କ ଆତ୍ମା ସେଗୁଡିକୁ ଅସ୍ବୀକାର କରିଛନ୍ତି । ସେ ନିଜକୁ ଏକ ବିଶୁଦ୍ଧ ଆତ୍ମା ଓ ଶିବ ସ୍ବରୂପ (ଅର୍ଥାତ ସତ୍ -ଚିତ୍ -ଆନନ୍ଦ ସ୍ବରୂପ) ମନେ କରୁଛନ୍ତି ।     ।ା୩-୪ାା
ନ ଜାଗ୍ରନ୍ମମେ ସ୍ବପ୍ନକୋ ବା ସୁଷୁପ୍ତି
                      ନ ବିଶ୍ୱୋ ନ ବା ତୈଜସଃ ପ୍ରାଜ୍ଞକୋ ବା ।
ଅବିଦ୍ୟାତ୍ମକ ତ୍ୱାତ୍ ତ୍ରୟାଣାଂ ତୁରୀୟ
                               ସ୍ତଦେକେଽବଶିଷ୍ଟଃ ଶିବଃ କେବଳୋଽହମ୍ ।ା୮ାା
ଅର୍ଥ:ମୋର ଜାଗ୍ରତ, ସ୍ବପ୍ନ କିମ୍ବା ସୁଷୁପ୍ତି ନାହିଁ । ମୁଁ ବିଶ୍ୱ (ଜାଗ୍ରତ କାଳୀନ ଚୈତନ୍ୟ), ତୈଜସ (ସ୍ବପ୍ନାବସ୍ଥାର ଚୈତନ୍ୟ), କିମ୍ବା ପ୍ରାଜ୍ଞ (ସୁଷୁପ୍ତିକାଳୀନ ଚୈତନ୍ୟ) ନୁହେଁ । ଏହି ତ୍ରିବିଧ ଅବସ୍ଥା ଓ ତ୍ରିବଧ ଅନୁଭବ କୃର୍ତ୍ୱ ଅବିଦ୍ୟାତ୍ମକ ହୋଇଥିବା ହେତୁ ସେମାନଙ୍କର ତୁରୀୟ ମୁଁ ଏକ ଅବଶିଷ୍ଟ, ଶିବ ରୂପ ଅଟେ । 
ଭାବାର୍ଥ: ଆତ୍ମା ମୌଳିକ ରୂପରେ ସତ ଚିତ ଓ ଆନନ୍ଦ ସ୍ବରୂପ ହୋଇଥିବାରୁ ଏହା ନିତ୍ୟ । ଯାହା ସର୍ବକାଳରେ ଓ ସବୁ ଅବସ୍ଥାରେ ଅପରର୍ନୀୟ, ନିତ୍ୟ, ଶାଶ୍ୱତ, ଚିରନ୍ତର ତାହାହିଁ ସତ୍ୟ । ଯାହା ଚିତ୍ ତାହାହିଁ ସତ୍ୟ । ଏହି ନ୍ୟାୟରେ ଆତ୍ମା ଓ ପରମାତ୍ମା ଉଭୟେ ସତ୍ୟ ପରମାତ୍ମାଙ୍କୁ ମଧ୍ୟ ସତ୍ୟଂ, ଶିବଂ ଓ ସୁନ୍ଦର ବୋଲି କୁହାଯାଏ । ଆତ୍ମା ମୌଳିକ ରୂପରେ ଜ୍ଞାନ ସ୍ବରୂପ । ତେଣୁ ତା’ର ଶିଖିବାର କିଛି ନ ଥାଏ । ଗୁରୁ-ଶିଷ୍ୟ ସମ୍ପର୍କ ଶାରୀରିକ । ଦେହୋଭିମାନଗ୍ରସ୍ତ ମାନବକୁ ମାର୍ଗଦର୍ଶନ ଓ ଶିକ୍ଷା ଦେବା ନିମନ୍ତେ ଶିକ୍ଷକ ଓ ଗୁରୁ ଆବଶ୍ୟକ ପଡେ ।ା୭-୮ାା
ଅପି ବ୍ୟାପକତ୍ୱାଦ୍ଧିତ ତ୍ୱପ୍ରୟୋଗାତ୍ 
                                ସ୍ବତଃସିଦ୍ଧ ଭାବାଦନ୍ନ୍ୟାଶ୍ରୟତ୍ୱାତ୍  ।
ଜଗତୁଚ୍ଛ ମେତତ୍ ସମସ୍ତ ତଦନାତ୍ 
                                              ତଦେକୋଽବଶିଷ୍ଟଃ ଶିବଃ କେବଳୋଽହମ୍ ।ା୯ାା
ନ ଚୈକଂ ତଦନ୍ୟତ୍ ଦ୍ୱିତୀୟଂ କୁତଃସ୍ୟା-
                                  ନ୍ନବା କେବଳତ୍ୱଂ ନ ·କେବଳତ୍ୱମ୍ । 
ନଶୂନ୍ୟଂ ନ · ଶୂନ୍ୟମ ଦ୍ୱୈତକତ୍ୱାତ୍ 
                                          କଥଂ ସର୍ବବେଦାନ୍ତ ସିଦ୍ଧଂ ବ୍ରବୀମି ।ା୧୦ାା
ଅର୍ଥ: ବ୍ୟାପକ ହୋଇଥିବା ହେତୁ, ଶ୍ରୁତିରେ ଆତ୍ମାଠାରେ ‘ହିତତ୍ୱ’ (ପରମ ପୁରୁଷାର୍ଥତା, ଆନନ୍ଦ ରୂପତା) ଶବ୍ଦ ପ୍ରୟୋଗ ହୋଇଥିବା ହେତୁ, ସ୍ବତଃ ସିଦ୍ଧ ହୋଇଥିବା ହେତୁ ଓ ଅନ୍ୟଠାରେ ଆଶ୍ରିତ ହୋଇ ନ ଥିବା ହେତୁ, ଆତ୍ମା ‘ସତ୍” ରୂପ ଓ ତଦ୍ଭିନ୍ନ (ଅବ୍ୟାପକ, ଅହିତ, ପରତଃ ସିଦ୍ଧ ଓ ଆଶ୍ରିତ) ସମସ୍ତ ଜଡ ‘ତୁଚ୍ଛ” (ଅନିତ୍ୟ, କ୍ଷଣଭଙ୍ଗୁର) ଅଟେ । ତେଣୁ ମୁଁ ଏକ, ଅବଶିଷ୍ଟ, କେବଳ ଶିବରୂପ ଅଟେ । ।ା୯ାା ଏହା ଏକ ନୁହେଁ ତଦ୍ ଭିନ୍ନ ଦ୍ୱିତୀୟ କିପରି ସମ୍ଭବ? ଏହା କେବଳ (ଦ୍ୱିତୀୟ ରହିତ ଏକ) ନୁହେଁ କିମ୍ବା ଅକେବଳ (ଦ୍ୱୈତ, ଦ୍ୱୈତ ବିଶିଷ୍ଟ ଅଦ୍ୱ÷ତ, ଭେଦ କିମ୍ବା ଭେଦାଭେଦ) ନୁହେଁ । ଏହା ଶୂନ୍ୟ ନୁହେଁ କିମ୍ବା ଅଶୂନ୍ୟ ନୁହେଁ ଯେହେତୁ ଏହା ଅଦୈତ୍ୱ, ସମସ୍ତ ବେଦାନ୍ତର ସିଦ୍ଧାନ୍ତକୁ ମୁଁ କିପରି କହିବି? 
(ବି:ଦ୍ର: ଶ୍ଲୋକ ଓ ଅର୍ଥ ଦିବ୍ୟ ସନ୍ଦେଶ ଜାନୁଆରୀ ୨ଠ୧୫ରେ ପ୍ରକାଶିତ ଶ୍ରୀ ହରମୋହନ ମିଶ୍ରଙ୍କ ଆ·ର୍ଯ୍ୟ ଶ୍ରୀ ଶଙ୍କର ବିରଚିତ ଦଶଶ୍ଲୋକୀ” ଶୀର୍ଷକ ଲେଖାରୁ ଗୃହୀତ ।)

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର