ସନ୍ୟାସ ଅପେକ୍ଷା କର୍ମ ଯୋଗହିଁ ଶ୍ରେଷ୍ଠ--- ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ସନ୍ୟାସ ଅପେକ୍ଷା କର୍ମ ଯୋଗହିଁ ଶ୍ରେଷ୍ଠ
ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ଗୀତାରେ ସାଂଖ୍ୟ ଯୋଗ ବର୍ଣ୍ଣନା ପ୍ରସଙ୍ଗରେ ପରମାତ୍ମା କର୍ମଠାରୁ ଜ୍ଞାନକୁ ଶ୍ରେଷ୍ଠ ବୋଲି କହିଛନ୍ତି । କାରଣ କର୍ମର ବୀଜ ହେଉଛି ବାସନା ଏବଂ ଏହାର ଫଳ ବନ୍ଧନ ଅଟେ । ତେଣୁ ବୁଦ୍ଧିଯୋଗ ଅପେକ୍ଷା କର୍ମ ନିକୃଷ୍ଟ । ଦୁରେଣ ହ୍ୟବରଂ କର୍ମ ........ (ଗୀ୨/୪୪୯) ଯେଉଁମାନେ ପ୍ରାଚୀନ ମତଦ୍ୱାରା ପ୍ରଭାବିତ ସେମାନେ ପରମାତ୍ମାଙ୍କ ଏକଥା ଭଲଭାବରେ ବୁଝି ପାରିବେ ନାହିଁ ଓ କର୍ମ ସନ୍ୟାସ ସପକ୍ଷରେ ଯୁକ୍ତି ବାଢିବେ । କିନ୍ତୁ ଭଗବାନଙ୍କ ଗୀତାଜ୍ଞାନର ଉଦ୍ଧେଶ୍ୟ କର୍ମ ବିମୁଖତା ନୁହେଁ, କର୍ବ୍ୟପରାୟଣତା ଶିକ୍ଷା ଦିଏ । ସେ କର୍ମକୁ ଯୋଗର ଏକ ଅଙ୍ଗ ରୂପେ ଶିକ୍ଷା ଦିଅନ୍ତି । କିନ୍ତୁ ଭ୍ରାନ୍ତ ବୁଦ୍ଧି ବଶତଃ ମନୁଷ୍ୟ କର୍ମ କରି ଆଶା, ନିରାଶା, କ୍ରୋଧ-ଶୋକ, ଦୁଃଖରେ ବିଚଳିତ ହୋଇ ପଡେ । ପ୍ରକୃତ ଜ୍ଞାନ ଦ୍ୱାରାହିଁ ବୁଦ୍ଧିର ପରିଶୋଧନ ସମ୍ଭବ । ତେଣୁ ଭଗବାନ ପ୍ରଥମେ ବୁଦ୍ଧିଯୋଗ(ଜ୍ଞାନ) କଥା କହିଲେ। କାରଣ ଆତ୍ମ ଜ୍ଞାନରେ ପ୍ରତିଷ୍ଠିତ ବୁଦ୍ଧି ସମସ୍ତ କର୍ମ କରୁଥିଲେ ମଧ୍ୟ ତା’ର ପରଣାମ ବିଷୟରେ ନିଷ୍ପୃହ ରହେ । ତେଣୁ ସେଭଳି ବ୍ୟକ୍ତି କର୍ମର ବନ୍ଧନରେ ପଡେ ନାହିଁ ।
ସାଂଖ୍ୟବାଦୀମାନେ କର୍ମକୁ ମୁକ୍ତି ଲାଭ ପାଇଁ ଅନ୍ତରାୟ ମନେ କରି ତାହାର ତ୍ୟାଗ କରନ୍ତି । ସେମାନେ କେବଳ ଜ୍ଞାନକୁ ହିଁ ମୋକ୍ଷ ପ୍ରାପ୍ତିର ଏକମାତ୍ର ମାଧ୍ୟମ ବା ମାର୍ଗ ବୋଲି ମନେ କରନ୍ତି । ଏହି ମତବାଦ ଦ୍ୱାରା ଅନୁପ୍ରାଣିତ ହୋଇ ଅନେକ ବ୍ୟକ୍ତି କର୍ମ ସନ୍ୟାସ କରି କର୍ବ୍ୟ ବିମୁଖ ହୋଇ ପଡନ୍ତି । ଦ୍ୱିତୀୟ ଅଧ୍ୟାୟରେ ପରମାତ୍ମା “ଏଷାତେଽଭିହିତା ସାଂଖ୍ୟେ ବୁଦ୍ଧିଯୋର୍ଗଗେ ତ୍ୱିମାଂ ଶୃଣୁ” ଶ୍ଲୋକରେ ସଂଖ୍ୟଯୋଗ ଓ କର୍ମଯୋଗ ବା ବୁଦ୍ଧିଯୋଗ ଏହିପରି ଦୁଇ ପ୍ରକାର କଥା ଯଦି ଓ କହିଛନ୍ତି, ତଥାପି ସେ ପ୍ରାଚୀନ ସାଂଖ୍ୟବାଦୀମାନଙ୍କୁ ସମର୍ଥନ କରି ନାହାନ୍ତି । ସେ ଜ୍ଞାନ ଓ କର୍ମକୁ ଯୋଗର ଏକ ଏକ ଅଙ୍ଗ ରୂପେ ସ୍ବୀକାର କରିଛନ୍ତି । ଗୀତାରେ “ସାଂଖ୍ୟ’ କେବଳ ଦର୍ଶନ ହୋଇ ବର୍ଣ୍ଣିତ ହୋଇ ନାହିଁ । ଏଥିରେ ‘ସାଂଖ୍ୟ’ ସହିତ ‘ଯୋଗ’ର ସମନ୍ୱୟ ଘଟିଛି । କେବଳ କର୍ମ ତ୍ୟାଗ କରିଦେଲେ ନିଷ୍କାମତା ଆସେ ନାହିଁ ବା ନିଷ୍କାମତାର ଅର୍ଥ ତ୍ୟାଗ ନୁହେଁ । କାରଣ ସଂପୂର୍ଣ୍ଣ କର୍ମ ତ୍ୟାଗ କାହାରି ପକ୍ଷେ ସମ୍ଭବ ନୁହେଁ । “ ନ କର୍ମଣାମନାରମ୍ଭାନ୍ନୈଷ୍କର୍ମଂ ପୁରୁଷୋ ଽଶ୍ରୁତେ । ନ ଚ ସନ୍ନ୍ୟସନାଦେବ ସିଦ୍ଧିଂ ସମଧିଗଚ୍ଛତି ।ାଗୀ ୩/୪ାା ଅର୍ଥାତ କର୍ମର ଅନୁଷ୍ଠାନ ନ କରି (ବ୍ୟକ୍ତି) ନିଷ୍କାମତା ପ୍ରାପ୍ତ ହୁଏ ନାହିଁ ଏବଂ କେବଳ କର୍ମ ତ୍ୟାଗ କରି (ଚିଶୁଦ୍ଧି ବିନା) ସଫଳତା ବା ସିଦ୍ଧି ଲାଭ କରେ ନାହିଁ । ସତ୍ ଓ ଅସତ୍ ମଧ୍ୟରେ ଭେଦ ନିରୂପଣ କରି ସତ୍ରେ ବୁଦ୍ଧିକୁ ପ୍ରତିଷ୍ଠିତ କରାଇବାହିଁ ହେଉଛି ଗୀତାର ସାଂଖ୍ୟ ଯୋଗ । ଏହି ଉପଲବ୍ଧି ହେଲା ପରେ ଅର୍ଥାତ୍ କାମନା ଆଦି ଅସତ୍ ତ୍ୱର ପ୍ରଭାବରୁ ବୁଦ୍ଧିକୁ ମୁକ୍ତ କରି ଯେଉଁ କର୍ମ କରାଯାଏ, ତାହା ବନ୍ଧନର କାରଣ ହୁଏ ନାହିଁ । ବ୍ୟକ୍ତି ନିଜ ଅଭିରୁଚି ଅନୁସାରେ ଉଭୟରୁ କେଉଁଟିକୁ ପ୍ରାଧାନ୍ୟ ଦେଇଥାଏ ତ ଅନ୍ୟଟିକୁ ଗୌଣ ମନେ କରେ; କିନ୍ତୁ ବସ୍ତୁତଃ ଉଭୟେ ଉଭୟଙ୍କର ପରିପୂରକ ।
ହସ୍ତ ପଦାଦି କର୍ମେନ୍ଦ୍ରିୟ ·ଳନା ମଧ୍ୟ କର୍ମ ପର୍ଯ୍ୟାୟଭୁକ୍ତ । ତେଣୁ ଯେଉଁମାନେ ଭାବନ୍ତି ଯେ ହାତଗୋଡ ନ ଚଳାଇ ବା କୌଣସି କର୍ମ ନ କରି କେବଳ ଚୁପ·ପ ବସି ରହିଲେ ମୁକ୍ତି ମିଳିଯିବ; ଏହା କଦାପି ସମ୍ଭବ ନୁହେଁ । କାରଣ କର୍ମ କେବଳ ଶାରୀରିକ ଗତିଶୀଳତାକୁ ବୁଝାଏ ନାହିଁ । ଏହା ମନର ବିଷୟ । ଏହି ଭୌତିକ ଜଗତରେ କୌଣସି ଦେହଧାରୀ ଆତ୍ମା କର୍ମ ନ କରି ରହି ପାରେ ନାହିଁ । ପ୍ରକୃତିରୁ ଉପôନ୍ନ ଗୁଣ ସମୂହ ଦ୍ୱାରା ପ୍ରେରିତ ହୋଇ କର୍ମ କରିବାକୁ ସେ ବାଧ୍ୟ । ମନୁଷ୍ୟ ଆତ୍ମାର ଶରୀର ଧାରଣ ମଧ୍ୟ ଏକ କି୍ରୟା । ତେଣୁ ସେ ଏକ କି୍ରୟାଶୀଳ ପ୍ରାଣୀ । କର୍ମ ତା’ର ସ୍ବଭାବ ସୁଲଭ ପ୍ରକୃତି । ଯେଉଁମାନେ ହଠକ୍ରିୟା ଦ୍ୱାରା ଇନ୍ଦ୍ରିୟ ନିଗ୍ରହ କରନ୍ତି ସେମାନଙ୍କୁ ପରମାତ୍ମା ମୂଢ଼ ଓ ମିଥ୍ୟା·ରୀ ବୋଲି ଭର୍ସନା କରନ୍ତି । (ଗୀ ୩ା୬) କାରଣ କର୍ମେନ୍ଦ୍ରିୟମାନଙ୍କୁ କର୍ମରେ ନିୟୋଜିତ ନ କରାଇ ସ୍ଥାଣୁ ହୋଇ ବସି ରହିବା ଦ୍ୱାରା ବାହ୍ୟତଃ କର୍ମତ୍ୟାଗ ହେଲା ବୋଲି ଜଣା ପଡୁଥିଲେ ମଧ୍ୟ ତା’ର ସ୍ବଭାବ ସୁଲଭ ଗୁଣ ଅନୁସାରେ କ୍ରିୟାଶୀଳ ଥାଏ । ବିଷୟ ବାସନା ଦମନ କରିବା ପାଇଁ ବ୍ୟକ୍ତିର ଅଦମ୍ୟ ପ୍ରଚେଷ୍ଟା ମଧ୍ୟ ଏକ କର୍ମ ଏବଂ ମନ ସେହି ବିଷୟ ଉପରେ କ୍ରେନ୍ଦ୍ରୀଭୂତ ହୋଇ ରହୁଥିବାରୁ ତା’ ଉପରେ ବେଶୀ ଚିନ୍ତନ କରେ । ଏହା ଦାମ୍ଭିକତା ଓ କପଟା·ର ବ୍ୟତୀତ ଆଉ କିଛି ନୁହେଁ ।ମନ କାମନା ଶୂନ୍ୟ ନ ହେବା ପର୍ଯ୍ୟନ୍ତ କର୍ମ ଜନିତ ବନ୍ଧନରୁ ମୁକ୍ତ ହେବା ସମ୍ଭବପର ନୁହେଁ । ଇନ୍ଦ୍ରିୟ ଭୋଗ୍ୟ ବିଷୟରେ ମନକୁ ସଂଯୋଗ କରି ଫଳ ପ୍ରତ୍ୟାଶାରେ କର୍ମ କରିବା ହିଁ ହେଉଛି ଆସକ୍ତି । ଏହି ଆସକ୍ତିକୁ ବର୍ଜନ କରି କର୍ବ୍ୟ କର୍ମରେ ସଦା ତପôର ରହିବାର ପ୍ରକ୍ରିୟାକୁ “କର୍ମଯୋଗ” କୁହାଯାଏ । ବାହ୍ୟତଃ ସେ ସାଧାରଣ ବ୍ୟକ୍ତି ଭଳି କର୍ମ କରୁଥିବା ପରି ଜଣାଯାଉଥିଲେ ମଧ୍ୟ ତାଙ୍କ ମନରେ କାମନା ବାସନାର ସୂକ୍ଷ୍ମାତି ସୂସ୍ମ ଅଂଶ ନ ଥିବାରୁ ଯଥାର୍ଥରେ ସେ ଜଣେ ମହାନ୍ କର୍ମଯୋଗୀ ଅଟନ୍ତି । ତେଣୁ ପରମାତ୍ମା କହନ୍ତି, “ ନିୟତଂ କୁରୁ କର୍ମ ତ୍ୱଂ କର୍ମଜ୍ୟାୟୋହ୍ୟକର୍ମଣଃ ।ା ଶରୀର ଯାତ୍ରାପି ଚତେନ ପ୍ରସିଦ୍ଧ୍ୟେଦ କର୍ମଣଃ” ।ା ଗୀ୩/୮ାା ଅର୍ଥାତ୍ “ତୁମେ ବିଧିସମ୍ମତ (ନିୟତମ୍) କର୍ମ କର, କାହିଁକିନା କର୍ମ ନ କରିବା ଅପେକ୍ଷା କର୍ମ କରିବା ଶ୍ରେଷ୍ଠ ଅଟେ କର୍ମ ନ କଲେ ତୁମର ଶରୀର ନିର୍ବାହ ହୋଇ ପାରିବ ନାହିଁ । ଏଠାରେ ନିୟତ କର୍ମର ଅର୍ଥ କେବଳ ନିତ୍ୟ ନୈମିିକ ବୁଝିବା ଠିକ ହେବ ନାହିଁ । କାରଣ ପୂର୍ବ ଶ୍ଲୋକରେ (ଗୀ୩/୭) “ଇନ୍ଦ୍ରିୟାଣି ମନସା ନିୟମ୍ୟ” ବାକ୍ୟ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରି କର୍ମ କରୁଥିବା ବ୍ୟକ୍ତିର ଶ୍ରେଷ୍ଠତ୍ୱ ପ୍ରତିପାଦନ କରାଯାଇଛି । ତେଣୁ ଅନାସକ୍ତ ଭାବରେ ଯେଉଁ ନିର୍ଦ୍ଧିଷ୍ଟ କର୍ମ କରାଯାଏ ତାହାହିଁ “ନିୟତ କର୍ମ” ବୋଲି ବୁଝିବାକୁ ପଡିବ । ସାଂଖ୍ୟଯୋଗରେ ପରମାତ୍ମା ଯଦିଓ କର୍ମ ଅପେକ୍ଷା ଜ୍ଞାନକୁ ଶ୍ରେଷ୍ଠ ବୋଲି କହିଛନ୍ତି; ତଥାପି ସେ ଅକର୍ମଣ୍ୟତାର ପକ୍ଷପାତୀ ନୁହନ୍ତି । ବରଂ ଜ୍ଞାନ ଦ୍ୱାରା ବୁଦ୍ଧିକୁ ପରିମାର୍ଜିତ କରି ଯେଉଁ କର୍ମ କରାଯାଏ ତାହା ବନ୍ଧନର କାରଣ ହୁଏ ନାହିଁ । ଏଭଳି କର୍ମର ଉପାସନାକାରୀ ବ୍ୟକ୍ତି ହିଁ ମହାନ୍ ଯୋଗୀ ଅଟନ୍ତି ।
ସଂସାରର ସମସ୍ତ କର୍ମକୁ ପରମାତ୍ମାଙ୍କ ଉଦ୍ଧେଶ୍ୟରେ ଯଜ୍ଞ ରୂପରେ ସମର୍ପଣ କରି ସମ୍ପାଦିତ କରିବାକୁ ହେବ । ଯଜ୍ଞାର୍ଥାତ୍ କର୍ମଣୋଽନ୍ୟତ୍ର ଲୋକୋଽୟୋଂ କର୍ମ୍ମବନ୍ଧନଃ ତଦର୍ଥଂ କର୍ମ୍ମ କୌନ୍ତେୟ ମୁକ୍ତ ସଙ୍ଗଃ ସମାଚର ।ାଗୀ୩/୯ାା ଅର୍ଥାତ୍, ଯଜ୍ଞ ନିମିି କର୍ମ କରିବାକୁ ହେବ । ଅନ୍ୟଥା ମନୁଷ୍ୟ କର୍ମ ବନ୍ଧନରେ ପଡେ । ହେ କୌନ୍ତେୟ । ତୁମେ ସଂସାରର ସମସ୍ତ କର୍ମକୁ ପରମାତ୍ମାଙ୍କ ଉଦ୍ଧେଶ୍ୟରେ ଯଜ୍ଞ ରୂପରେ ସମର୍ପଣ କରି ସମ୍ପାଦିତ କରିବାକୁ ହେବ । ଯଜ୍ଞାର୍ଥାତ୍ କର୍ମଣୋଽନ୍ୟତ୍ର ଲୋକୋଽୟୋଂ କର୍ମ୍ମବନ୍ଧନଃ ତଦର୍ଥଂ କର୍ମ୍ମ କୌନ୍ତେୟ ମୁକ୍ତ ସଙ୍ଗଃ ସମାଚର ।ାଗୀ୩/୯ାା ଅର୍ଥାତ୍, ଯଜ୍ଞ ନିମିି କର୍ମ କରିବାକୁ ହେବ । ଅନ୍ୟଥା ମନୁଷ୍ୟ କର୍ମ ବନ୍ଧନରେ ପଡେ । ହେ କୌନ୍ତେୟ । ତୁମେ ଅନାସକ୍ତ ଭାବରେ ତାଙ୍କ (ପରମାତ୍ମା) ପାଇଁ କର୍ମ କର । ଏଠାରେ ଯଜ୍ଞ ଶବ୍ଦ କେବଳ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ହୋମାଗ୍ନିରେ ଘୃତାହୁତି ପ୍ରଦାନକୁ ବୁଝାଉ ନାହିଁ । ମନରେ ଫଳପ୍ରାପ୍ତିର ଆଶା ନ ରଖି ନିଃସ୍ବାର୍ଥ ଭାବରେ ପରମାତ୍ମର୍ପଣ ବୁଦ୍ଧିରେ ଯେଉଁ କର୍ମ କରାଯାଏ ତାହାହିଁ ଗୀତାର ଯଜ୍ଞ କର୍ମ । ଏଥିରେ ନିଜର ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ବିଶ୍ୱହିତ ପାଇଁ ନିମିି ଭାବରେ ଈଶ୍ୱରୀୟ ଇଚ୍ଛା ପୁରଣ ପାଇଁ କର୍ମ କରାଯାଏ । ତେଣୁ ଏହା ବନ୍ଧନର କାରଣ ନ ହୋଇ ସଦ୍ଗତି ପ୍ରଦାୟକ ହୁଏ । କଳ୍ପ ଆରମ୍ଭରେ ବା କଳି ଓ ସତ୍ୟଯୁଗ ସନ୍ଧି ସମୟରେ ପ୍ରଜାପତି ବ୍ରହ୍ମା ଯେତେବେଳେ ପରମାତ୍ମାଙ୍କ ଦ୍ୱାରା ନିଯୁକ୍ତ ହୋଇ ନିମିି ଭାବରେ କାର୍ଯ୍ୟ କରୁଥିଲେ ସେତେବେଳେ ସେ ଏହି ଯଜ୍ଞର ସୃଷ୍ଟି କରିଥିଲେ । କାରଣ ତାଙ୍କ ଦ୍ୱାରା ଯେଉଁ ପ୍ରଜା ସୃଷ୍ଟି ହୋଇଥିଲେ ସେମାନଙ୍କ ଅଭିବୃଦ୍ଧି ପାଇଁ ଏହି ଯଜ୍ଞ ହିଁ କେବଳ ଏକ ମାଧ୍ୟମ ଅଟେ । ତେଣୁ ଏହାକୁ ସମସ୍ତ ମନୋବା‚ା ପୂରଣକାରୀ କାମଧେନୁ ସହିତ ତୁଳନା କରାଯାଇଛି।
ସୃଷ୍ଟି ପ୍ରକି୍ରୟା ପରି·ଳନା ପାଇଁ ପରମାତ୍ମା ଏକ ସ୍ବୟଂକ୍ରିୟ କାଳଚକ୍ରର ପ୍ରବର୍ନ କରିଛନ୍ତି । ଏହା ପୂର୍ବ ନିର୍ଦ୍ଧିଷ୍ଟ ନିୟମ ଅନୁସାରେ ହିଁ ପରି·ଳିତ ହୁଏ । ଏହି ନିୟମ ଅଧୀନରେ ସୂର୍ଯ୍ୟ କିରଣ (ଉାପ) ଦିଏ; ମେଘ ବର୍ଷା କରେ, ଅଗ୍ନି ଉାପ ଦିଏ, ପୃଥିବୀରୁ ଖାଦ୍ୟଶସ୍ୟ ଉପôନ୍ନ ହୁଏ, ଋତୁ ଚକ୍ର ପ୍ରବର୍ନ ହୁଏ । ମନୁଷ୍ୟ ସହିତ ସମସ୍ତ ପ୍ରାଣୀ ଜନ୍ମ ନିଅନ୍ତି, ଶରୀର ତ୍ୟାଗ କରନ୍ତି; ପୁନଃ ଜନ୍ମ ନିଅନ୍ତି, ଯୁଗ ଚକ୍ର ପୁନଃ ଆବିର୍ତ ହୁଏ ଇତ୍ୟାଦି । ପ୍ରକୃତି ଏହିପରି ତା’ର ନିଃସ୍ବାର୍ଥ କର୍ମର ଅଖଣ୍ଡ ପରମ୍ପରା ସ୍ବୟଂ କ୍ରିୟ ଭାବରେ କରି ·ଲିଛି । ମନୁଷ୍ୟ ମଧ୍ୟ ସେହି ନିୟମ ରକ୍ଷା କରି ଲୋକ କଲ୍ୟାଣ କାର୍ଯ୍ୟ କରିବା ଉଚିତ । ମଣିଷ ପ୍ରକୃତିର କାର୍ଯ୍ୟରେ ସହଯୋଗ କଲେ ସୃଷ୍ଟିରେ ସୁଖ ଶାନ୍ତି ସମୃଦ୍ଧି ଉରୋର ବୃଦ୍ଧି ହେବ । ଅନ୍ୟଥା ପ୍ରକୃତିର କୋପ ଭାଜନ ହୋଇ ବିନାଶ ମୁଖରେ ପତିତ ହେବ । ଆଜି ଆମେ ଯେଉଁ ମହାବାତ୍ୟା, ଭୂମି କମ୍ପ, ଜଳପ୍ଳାଦନ ଆଦି ପ୍ରାକୃତିକ ବିପର୍ଯ୍ୟୟ ପ୍ରକୋପରେ ପ୍ରତାଡିତ ହେଉଛୁ ତାହା ଆମ କର୍ବ୍ୟ କର୍ମର ବିଚୁ୍ୟତିର ପରିଣାମହିଁ ଅଟେ ।
ଆମର ଶରୀର ପ୍ରକୃତିର ପଭୂତରୁ ନିର୍ମିତ । ପ୍ରକୃତିରୁ ଜଳ, ବାୟୁ, ଉାପ ଆଦି ଆମକୁ ନିଃଶୂଳକ । ତେଣୁ ଆମେ ପ୍ରକୃତି ପାଖରେ ଋଣୀ । ଅନ୍ୟପକ୍ଷରେ ଏହି ପ୍ରାକୃତିକ ବିଧି ବିଧାନର ନିୟନ୍ତା ପରମାତ୍ମା ହୋଇଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ହେବା ଉଚିତ୍ । ଏହି କୃତଜ୍ଞତାର ନିଦର୍ଶନ ସ୍ବରୂପ ଆମେ କେବଳ ନିଜର ଉଦର ପୋଷଣ ପାଇଁ କର୍ମ ନ କରି ଜଗତର କଲ୍ୟାଣ ପାଇଁ କିଛି କର୍ମ କରିବା ଉଚିତ । ଆଜି ଆମ ପାଖରେ ଯାହାକିଛି ଧନସମ୍ପି ଅଛି ତାହା ସମାଜର ସହଯୋଗ ବିନା ଆହରଣ କରିବା ସମ୍ଭବ ନୁହେଁ । ତେଣୁ ଏହାକୁ ଯଜ୍ଞ ସମ୍ପି ଭାବି ନିମି ଭାବରେ ସେଥିରୁ କିଛି ଅଂଶ ବଳକା ରଖି ଲୋକ କଲ୍ୟାଣ ପାଇଁ ଉସôର୍ଗ କରିବା ଉଚିତ । ଏଭଳି କର୍ମ ପରାୟଣ ବ୍ୟକ୍ତିଙ୍କୁ ଗୀତାରେ ଯଜ୍ଞାବଶେଷ ଭୋଜନକାରୀ (ଯଜ୍ଞାଶିଷ୍ଟାଶିନଃ-ଗୀ ୩/୧୩) ଜ୍ଞାନୀ ବୋଲି ଅଭିହିତ କରାଯାଇଛି । ସେ ସକଳ ପାପରୁ ମୁକ୍ତ ହୁଅନ୍ତି । କିନ୍ତୁ ଯେଉଁମାନେ କେବଳ ନିଜର ବ୍ୟକ୍ତିଗତ ସ୍ବାର୍ଥ ପୂିର୍ ପାଇଁ କର୍ମ କରନ୍ତି ସେମାନେ ପାପା·ରୀ । ସେମାନଙ୍କୁ ଶେଷରେ ଏହାର ଦଣ୍ଡ ଭୋଗିବାକୁ ପଡେ । ସମଗ୍ର ବିଶ୍ୱରେ ଏହି ଉସôର୍ଗୀକୃତ ନିଃସ୍ବାର୍ଥ କର୍ମ ବା ଯଜ୍ଞର ଅଖଣ୍ଡ ପରମ୍ପରା ଦେଖିବାକୁ ମିଳେ । ଅନ୍ନ ଖାଇ ପ୍ରାଣୀମାନେ ଜୀବନ ଧାରଣ କରନ୍ତି । ତେଣୁ ସେମାନଙ୍କ ଉପôିର କାରଣହିଁ ଅନ୍ନ ଅଟେ । ବର୍ଷା ଦ୍ୱାରା ଏହି ଅନ୍ନ ଉପôନ୍ନ ହୁଏ । ମଣିଷ ପ୍ରକୃତିର ବିରୁଦ୍ଧାଚରଣ ନ କରି ତା’ର କର୍ବ୍ୟ କର୍ମ ସୁ·ରୁ ରୂପେ ସମ୍ପାଦନ କଲେ ପ୍ରକୃତି ମଧ୍ୟ ତା’ର ସନ୍ତୁଳନ ରକ୍ଷା କରେ ଓ ନିର୍ଦ୍ଧିଷ୍ଟ ସମୟରେ ଆବଶ୍ୟକ ବର୍ଷା କରାଏ । ତେଣୁ ଗୀତାରେ କର୍ମରୁ ଯଜ୍ଞର ଉପôି ବୋଲି କୁହାଯାଇଛି । ଯଜ୍ଞଃ କର୍ମ୍ମ ସମୁଦ୍ଭବମ୍ ।ାଗୀ ୩ା୧୪ାା ପରମାତ୍ମା ପ୍ରଣୀତ ‘କର୍ମଚକ୍ର’ ର ଅନୁସରଣ କଲେ ସଂସାର ସୁଖମୟ ହୁଏ ।
ଶିବ ଶକ୍ତି ହୋମିଓ ସେବା ସଦନ, କାଦୋପଡା ଗଳି, ବସଷ୍ଟାଣ୍ଡ
ପାଟଣାଗଡ-୭୬୭୦୨୫ ଜି:ବଲାଙ୍ଗିର
ମୋବାଇଲ-୯୪୩୭୨୧୦୨୯୬
Comments
Post a Comment