ଆତ୍ମା, ଏକ ନା ଅନେକ?

ଆତ୍ମା, ଏକ ନା ଅନେକ?


କେତେକ ଲୋକ ବିଶ୍ୱାସ କରନ୍ତି ଯେ ସମଗ୍ର ବିଶ୍ୱରେ ଏକ ମାତ୍ର ଆତ୍ମା ଅଛି । ଏହା ଠିକ କଥା ନୁହେଁ । ପ୍ରତ୍ୟେକ ଶରୀରରେ ଭିନ୍ନ ଭିନ୍ନ ଆତ୍ମା ଥାଏ । ନିଜ କର୍ମଫଳ ଅନୁସାରେ ଆତ୍ମା ସ୍ତ୍ରୀ ବା ପୁରୁଷ, ଧନୀ ବା ଦରିଦ୍ର ହୋଇ ଶରୀର ଧାରଣ କରେ । ଆତ୍ମାର ନିଜ ଅସ୍ତିତ୍ୱ ଅନାଦି, ନିତ୍ୟ ଏବଂ ଅବିନାଶୀ ଅଟେ । ଶରୀର ହିଁ କେବଳ ବିନାଶ ହୁଏ । ଏହି ପରିପ୍ରେକ୍ଷୀରେ ଭଗବାନଙ୍କ ଦ୍ୱାରା କଥିତ ଗୀତାର ନିମ୍ନ ଶ୍ଳୋକ ପ୍ରଣିଧାନ ଯୋଗ୍ୟ ।
ଅନ୍ତ ବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ ।
                  ଅନାଶିନୋଃଽପ୍ରମେୟସ୍ୟ ତସ୍ମାଦ୍ ଯୁଧ୍ୟସ୍ବ ଭାରତ ।   ଗୀ ୨/୧୮ ।
ଅର୍ଥାତ୍, ଅବିନାଶୀ, ଅକଳନୀୟ, ନିତ୍ୟ ସ୍ବରୂପ ଜୀବାତ୍ମାର , ଭୌତିକ ଶରୀର ବିନାଶଶୀଳ ଅଟେ; ତେଣୁ ହେ ଭତରବଂଶୀ ଅର୍ଜୁନ ଯୁଦ୍ଧ କର ।
କେହି କେହି କହନ୍ତି ସମୁଦ୍ରର ପାଣି ଫୋଟକା ଯେଭଳି ଉପôନ୍ନ ହୋଇ ପୁଣି ସେଥିରେ ଲୀନ ହୋଇଯାଏ, ସେପରି ଆତ୍ମା ପରମାତ୍ମାଙ୍କଠାରୁ ଉଦ୍ଗମ ହୋଇ ପୁଣି ନିଜର ଅସ୍ତିତ୍ୱକୁ ତାଙ୍କଠାରେ ଲୀନ କରି ଦିଏ । କିନ୍ତୁ ଗୀତା କହେ ଆତ୍ମା ଅଜନ୍ମା, ଅମର, ଅନାଦି ଏବଂ ଅବିନାଶୀ । ଅବିନାଶୀ ତାକୁ  କୁହାଯିବ ଯା’ର କାହାଠାରୁ ଉଦ୍ଗମ, ନିର୍ଗମ ବା ନିଷ୍କାସନ ହୋଇ ନାହିଁ ଏବଂ ସେ କାହାଠାରେ ପ୍ରବିଷ୍ଟ ଅଥବା ଲୀନ ହୋଇ ନିଜର ଅସ୍ତିତ୍ୱ ହରାଇ ବସେ ନାହିଁ । ଗୀତାରେ ଯେଉଁଠାରେ ମଧ୍ୟ ‘ଲୀନ’ ଶବ୍ଦର ପ୍ରୟୋଗ କରାଯାଇଛି ତାହା ଆତ୍ମାର ଅବ୍ୟକ୍ତ ଅବସ୍ଥାରେ ସ୍ଥିତ ରହିବା ଭାବକୁ ବୁଝାଏ । ନିମ୍ନ ଶ୍ଳୋକର ବିଶ୍ଳେଷଣ କଲେ ଏହା ସ୍ପଷ୍ଟ ହେବ ।
ଅବ୍ୟକ୍ତାଦ୍ ବ୍ୟକ୍ତୟଃ ସର୍ବାଃ ପ୍ରଭବନ୍ତ୍ୟହରାଗମେ ।
                       ରାତ୍ର୍ୟାଗମେ ପ୍ରଲୀୟନ୍ତେ ତତୈ୍ରବା ବ୍ୟକ୍ତ ସଜ୍ଞକେ ।    ଗୀ ୮/୧୮ ।
ଅର୍ଥାତ୍, ସମସ୍ତ ଜୀବଗଣ ଦିବସ ଆରମ୍ଭରେ ଅପ୍ରକଟରୁ ଜାତ ହୁଅନ୍ତି ଏବଂ ରାତ୍ରି ଆରମ୍ଭରେ ସେଠାରେ ଅବ୍ୟକ୍ତ ସ୍ଥିତିରେ ଲୀନ ହୁଅନ୍ତି । ଯେପରି ଆମେ ରାତି ଓ ଦିନ ମିଶାଇ ଅହୋରାତ୍ର ଗଣନା କରୁଁ ସେପରି ବ୍ରହ୍ମାଙ୍କର ଦିନ ଓ ବ୍ରହ୍ମାଙ୍କର ରାତି ମିଶାଇ ଗୋଟିଏ କଳ୍ପର ଗଣନା କରାଯାଇଛି । ଗୋଟିଏ ଅହୋରାତ୍ରରେ ଯେପରି ଦିନ ଓ ରାତ୍ରିର ସମୟକୁ ସମାନ ନିର୍ଦ୍ଧାରଣ କରାଯାଇଛି, ସେପରି ଗୋଟିଏ କଳ୍ପର ପ୍ରଥମାର୍ଦ୍ଧକୁ ବ୍ରହ୍ମାଙ୍କ ଦିବସ ଓ ଦ୍ୱିତୀୟାର୍ଦ୍ଧକୁ ବ୍ରହ୍ମାଙ୍କର ରାତ୍ରି ବୋଲି କଳ୍ପନା କରାଯାଏ । ଗୋଟିଏ କଳ୍ପକୁ ·ରିଟି ଯୁଗରେ ବିଭକ୍ତ କରାଯାଏ । ତେଣୁ ପ୍ରଥମାର୍ଦ୍ଧର ଦୁଇଟି ଯୁଗ (ସତ୍ୟ ଓ ଦ୍ରେତା) ବ୍ରହ୍ମାଙ୍କ ଦିବସ ଓ ଦ୍ୱିତୀୟାର୍ଦ୍ଧର ଦୁଇଟି ଯୁଗ (ଦ୍ୱାପର ଓ କଳି) ବ୍ରହ୍ମାଙ୍କ ରାତ୍ରି ବୋଲି ବୁଝିବାକୁ ହେବ । ବ୍ରହ୍ମାଙ୍କ ଦିବସ ଆରମ୍ଭରେ ଅର୍ଥାତ୍ ପ୍ରାକ୍କାଳୀନ ସତ୍ୟଯୁଗରେ ଅବ୍ୟକ୍ତ ଅବସ୍ଥାରୁ ଜୀବାତ୍ମା ସୃଷ୍ଟି ରୂପୀ ରଙ୍ଗମରେ ଶରୀର ରୂପୀ ବସ୍ତ୍ର ଧାରଣ କରି ପ୍ରକଟ ହୁଏ । ତା’ପରେ ସେହି ଜୀବାତ୍ମାଗଣ ନିଜ ନିଜ ପ୍ରାରବ୍ଧକର୍ମ ଅନୁସାରେ କର୍ମ କରି ·ଲନ୍ତି । କଳ୍ପର ପ୍ରଥମାର୍ଦ୍ଧକୁ ବ୍ରହ୍ମାଙ୍କ ଦିନ ଏଥିପାଇଁ କୁହାଯାଏ, କାରଣ ଏହି ସମୟରେ ଜୀବତ୍ମା ଶରୀର ଧାରଣା କରିଥିଲେ ମଧ୍ୟ ଜୀବନ୍ମୁକ୍ତ ଅବସ୍ଥାରେ ଥାଏ । ତା’ର ଦେହ ଅଭିମାନ ନ ଥାଏ । ତେଣୁ ସେ ନିର୍ବିକାରୀ ସ୍ବରୂପରେ ରହୁଥିବାରୁ ସଦା ସୁଖୀ ରହେ । ଏହି ପ୍ରଥମାର୍ଦ୍ଧରେ ଯେତିକି ଆତ୍ମା ସୃଷ୍ଟିକୁ ଅବତରଣ କରନ୍ତି ସେମାନେ ଦେବ ପଦ ବାଚ୍ୟ ହୁଅନ୍ତି । ଆମେ ଯେଉଁ ତ୍ରେତି୍ରଶ କୋଟି ଦେବୀ ଦେବତାଙ୍କ କଥା ଉଲ୍ଲେଖ କରୁଁ ସେହିମାନେ ହିଁ କଳ୍ପର ପ୍ରଥମାର୍ଦ୍ଧରେ ଅବ୍ୟକ୍ତ ପରମଧାମରୁ ଏ ସୃଷ୍ଟିକୁ ଆସି ଶରୀର ଧାରଣ ପୂର୍ବକ ବ୍ୟକ୍ତ ବା ପ୍ରକଟ ହୁଅନ୍ତି । ଏହାହିଁ ବ୍ରହ୍ମାଙ୍କ ଦିବସ ବା ଆମର ପୁରାଣ ବର୍ଣ୍ଣିତ ସ୍ବର୍ଗଲୋକ ।
ବ୍ରହ୍ମାଙ୍କର ରାତ୍ରୀ ଆରମ୍ଭରେ ଏହି ଜୀବାତ୍ମାଗଣ ଜୀବନ୍ମୁକ୍ତ ଅବସ୍ଥାରୁ ଜୀବନବଦ୍ଧ ଅବସ୍ଥାକୁ ·ଲି ଆସନ୍ତି । ବାରମ୍ବାର ଆବାଗମନ ଚକ୍ରରେ ଆସି ସେମାନେ ନିଜର ଆତ୍ମିକ ସ୍ବରୂପକୁ ବିସ୍ମୃତ ହୋଇ ଯାଆନ୍ତି । ପରିଣାମରେ ସେମାନେ ଦେହ ଅଭିମାନର ବଶବର୍ୀ ହୋଇ କାମ କ୍ରୋଧାଦି ବିକାରଗ୍ରସ୍ତ ହୋଇ ପଡନ୍ତି । ଜୀବାତ୍ମାମାନଙ୍କର ଏହି ଆତ୍ମ ବିସ୍ମୃତି ଅବସ୍ଥାର ସମୟ ହିଁ ବ୍ରହ୍ମାଙ୍କର ରାତ୍ରି । ରାତ୍ରି ସମୟରେ ସମସ୍ତ ପ୍ରକାର ପାପ ବା ଅସତ୍କର୍ମ ହୁଏ । ବ୍ରହ୍ମାଙ୍କର ଏହି ରାତି୍ର ସମୟ ସୃଷ୍ଟିର ଅନ୍ଧକାର ଯୁଗ । ରାତ୍ରିର ଅନ୍ତିମ ପ୍ରହରର ଅନ୍ତିମ ଭାଗକୁ ବ୍ରହ୍ମ ମୁହୂର୍ କୁହାଯାଏ । ଏହି ସମୟରେ ପରମାତ୍ମା ଧରାପୃଷ୍ଠରେ ଅବତରଣ କରି ବ୍ରହ୍ମାଙ୍କୁ ସୁପ୍ତ ଅବସ୍ଥାରୁ ଜାଗ୍ରତ କରାନ୍ତି। ଏହି ଐତିହାସିକ ଘଟଣାର  ସ୍ମୃତି ସ୍ବରୂପ ଆଜି ପର୍ଯ୍ୟନ୍ତ ମନୁଷ୍ୟ ଧର୍ମ କାର୍ଯ୍ୟ, ପୁଣ୍ୟକାର୍ଯ୍ୟ ବା ପୂଜାପାଠ ପାଇଁ ବ୍ରହ୍ମ ମୁହୂର୍ର୍କୁ ଶ୍ରେଷ୍ଠ ସମୟ ମାନେ । ବ୍ରହ୍ମାଙ୍କ ଜାଗୃତି ପରେ ନିଜ ନିଜ ପ୍ରାରବ୍ଧ ଅନୁସାରେ ଜୀବତ୍ମାଗଣ ମଧ୍ୟ ସୁସୁପ୍ତି ଅବସ୍ଥାକୁ ତ୍ୟାଗ କରନ୍ତି । ପରିଣାମ ସ୍ବରୂପ ସେମାନଙ୍କ ପୂର୍ବ ସ୍ମୃତି ଫେରି ଆସେ ଓ ସେମାନେ ପରବର୍ୀ ଯୁଗ (ସତ୍ୟଯୁଗ ବା ସ୍ବର୍ଗ) ପାଇଁ ନିଜକୁ ପ୍ରସ୍ତୁତ କରନ୍ତି । ପରମଧାମରୁ ଯେତେବେଳେ ସମସ୍ତ ଆତ୍ମା ସୃଷ୍ଟିରେ ଅବତରଣ କରନ୍ତି ଓ ପରମାତ୍ମା କୁର୍କ ସ୍ଥାପନା କାର୍ଯ୍ୟ ସମାପ୍ତ ହୋଇଯାଏ ସେତେବେଳେ ମହାବିନାଶ ସଂଘଟିତ ହୁଏ । ଏହା ଆତ୍ମାମାନଙ୍କର ପରମଧାମକୁ ପ୍ରତ୍ୟାବର୍ନର ସମୟ । ସମସ୍ତ ଆତ୍ମା ଅବ୍ୟକ୍ତ ଭାବରେ ପରମାତ୍ମାଙ୍କ ସହିତ ସ୍ବଧାମ ବା ପରମଧାମକୁ ପ୍ରତ୍ୟାବର୍ନ କରନ୍ତି ଓ ନିଜ ନିଜ ପ୍ରାରବ୍ଧ କର୍ମ ଅନୁସାରେ ନିର୍ଦ୍ଧାରିତ ସମୟରେ ଏ ସୃଷ୍ଟିରେ ପୁନଃ ଜନ୍ମ ନିଅନ୍ତି ।
ଉପର୍ଯୁ୍ୟକ୍ତ ଶ୍ଳୋକରେ ‘ପ୍ରଲୀୟନ୍ତେ’ ଶବ୍ଦକୁ ଅବ୍ୟକ୍ତ ଅବସ୍ଥାରେ ସ୍ଥିତ ହେବା ଅର୍ଥରେ ପ୍ରୟୋଗ କରାଯାଇଛି । ଅନ୍ୟଥା ଆତ୍ମାଗଣଙ୍କୁ ପୁନଶ୍ଚ ବ୍ୟକ୍ତ ହେବା ବା ଜନ୍ମ ନେବା କଥା କୁହାଯାଇ ନ ଥାନ୍ତା । ଆତ୍ମା ମୂଳ ସ୍ବରୂପରେ ପରମଧାମରେ ଅବ୍ୟକ୍ତ ଅବସ୍ଥାରେ ଥାଏ ଏବଂ ତା’ପାଇଁ ନିର୍ଦ୍ଧାରିତ ସମୟରେ ସୃଷ୍ଟିରେ ଶରୀର ଧାରଣ କରି ବ୍ୟକ୍ତ ହୁଏ । ଏହା ଏକ ଚିରନ୍ତନ ପ୍ରକ୍ରିୟା । ତେଣୁ ଭଗବାନ କହନ୍ତି,
ନ ତ୍ୱେବାହଂ ଜାତୁନାସଂ ନ ତ୍ୱଂ ନେମେ ଜନାଧିପାଃ ।
                    ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମ୍ ଅତଃ ପରମ ।   ଗୀ ୨/୧୨ ।
ଅର୍ଥାତ୍ ଏପରି ସମୟ କେବେ ନ ଥିଲା, ଯେତେବେଳେ ମୁଁ ନ ଥିଲି କିମ୍ବା ତୁମେ ନ ଥିଲ କିମ୍ବା ଏ ରାଜାମାନେ ନ ଥିଲେ । ପୁନଶ୍ଚ ଭବିଷ୍ୟତରେ ଏପରି କେବେ ହେବ ନାହିଁ ଯେତେବେଳେ ଆମ୍ଭେମାନେ କେହି ନ ଥିବା ।
ମାୟାବାଦୀମାନେ କହନ୍ତି ଯେ ଆତ୍ମା ମାୟା ଶକ୍ତିର ଆବରଣ ଯୋଗୁଁ ପରମାତ୍ମାଙ୍କଠାରୁ ବିଚ୍ଛିନ୍ନ ହୋଇଯାଇଛି, ତାହା ମୁକ୍ତି ପରେ ନିର୍ବିଶେଷ ବ୍ରହ୍ମରେ ଲୀନ ହୋଇଯିବ ଏବଂ ଏହାର ସ୍ବତନ୍ତ୍ର ଅସ୍ତିତ୍ୱ ହରାଇବ । ଭଗବାନଙ୍କ ଉପର୍ଯୁ୍ୟକ୍ତ କଥନ ଏ ମତବାଦକୁ ଖଣ୍ଡନ କରୁଛି । ତାଙ୍କ କଥନରୁ ସ୍ପଷ୍ଟ ଜଣା ପଡୁଛି ଯେ ପ୍ରତ୍ୟେକ ଜୀବାତ୍ମା ଓ ପରମାତ୍ମାଙ୍କ ବ୍ୟକ୍ତିଗତ ସ୍ଥିତି ଶାଶ୍ୱତ  ଭାବରେ ରହିଥିବ ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,