ମନୋଦୈହିକ ବ୍ୟାଧି ଓ ରାଜଯୋଗ ---ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ

ମନୋଦୈହିକ ବ୍ୟାଧି ଓ ରାଜଯୋଗ

ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ
         ବିଜ୍ଞାନର ଚରମ ଉକ୍ରର୍ଷତା ମଣିଷକୁ କ୍ରମଶଃ ଭୌତିକ ଭୋଗ ବିଳାସ ପ୍ରତି ଆକୃଷ୍ଟ କରୁଛି । ଭୋଗ ବିଳାସର ସଂସାଧନ ଯୋଗାଡ଼ କରିବାକୁ ଅର୍ଥର ଆବଶ୍ୟକ । ଏଣୁ ସେ ଯେ କୌଣସି ନା କୌଣସି ଉପାୟରେ ଅର୍ଥ ଉପାର୍ଜନ କରିବାକୁ ପଶ୍ଚାପଦ ହେଉନାହିଁ। ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ସେ ସର୍ବଦା ବ୍ୟାକୁଳ । ଏଥିପାଇଁ ସେ ଆଧ୍ୟାତ୍ମିକତାଠାରୁ ଦୂରେଇ ଯାଉଛି । ଭାରତୀୟ ଧର୍ମ ଓ ସଂସ୍କୃତିରେ ଅର୍ଥକୁ ସବୁ ଅନର୍ଥର ମୂଳ କାରଣ ବୋଲି ସ୍ୱୀକାର କରା ଯାଇଛି  । ଅର୍ଥ ଅନର୍ଥଂ ଚିନ୍ତୟେତ୍ ନିତ୍ୟମ୍...... । ପ୍ରାଚୀନ ଭାରତରେ ଭୋଗ ଅପେକ୍ଷା ତ୍ୟାଗକୁ ବିଶେଷ ମହ୍ୱ(Mahatwa) ଦିଆ ଯାଉଥିଲା । କିନ୍ତୁ ଆଜି ଏଠାରେ ଆଧୁନିକତା ନାମରେ ପାଶ୍ଚାତ୍ୟ ସଂସ୍କୃତିର ଅନ୍ଧ ଅନୁସରଣ କରାଯାଉଛି । ଭୋଗବାଦୀ ମାନସିକତାରୁ ସୃଷ୍ଟ ଅଦମ୍ୟ ଅର୍ଥ ଲାଳସାରୁ ତଥାକଥିତ ଧାର୍ମିକ ବଡ଼ପଣ୍ଡାମାନେ ମଧ୍ୟ ମୁକ୍ତ ନୁହନ୍ତି । କୁହାଯାଏ ଯେ ଯେତେ ଧନବାନ ହେଲେ ମଧ୍ୟ ମଣିଷର ଆବଶ୍ୟକତା ସଂପୂର୍ଣ୍ଣ ପୂରଣ ହୋଇ ପାରେନାହିଁ । ଏହା ମରିଚିକା ସଦୃଶ । ଏହାର ପଛରେ ଦୌଡ଼ି ଦୌଡ଼ି ମଣିଷ କ୍ଳାନ୍ତ ଶ୍ରାନ୍ତ ହୋଇପଡେ, ଜୀବନର ବହୁ ମୂଲ୍ୟବାନ ସମୟ ନଷ୍ଟ ହୋଇଯାଏ । ମହୁମାଛି କେତେ ପରିଶ୍ରମ କରି ମହୁ ସଂଗ୍ରହ କରେ, କିନ୍ତୁ ନିଜେ ତାହା ଭୋଗ କରିପାରେ ନାହିଁ । ସେହିପରି ମଣିଷ ମଧ୍ୟ ଯାହାପାଇଁ ଓ ଯେଊଁଥିପାଇଁ ଜାବନଯାକ ଧନ ଉପାର୍ଜନରେ ବ୍ୟତୀତ କରେ ଶେଷ ଜୀବନରେ ସେ ତାହା ସଂପୂର୍ଣ୍ଣ ଭୋଗ କରିପାରେ ନାହିଁ । ପରିବାର ପରିଜନଙ୍କଠାରୁ ସେ ଉପେକ୍ଷିତ ହୁଏ । ଅନେକେ ବ୍ୟାଧିଗ୍ରସ୍ତ ହୋଇ ସଂପିର ପ୍ରାଚୁର୍ଯ୍ୟ ମଧ୍ୟରେ ଥାଇ ମଧ୍ୟ ମନମୁତାବକ ଭୋଗ କରି ପାରନ୍ତି ନାହିଁ । ଆଜିକାଲି ଉଚ୍ଚବର୍ଗ ଓ ଧନୀକ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ଦେଖା ଯାଉଥିବା ପ୍ରାୟ ଅଧିକାଂଶ ରୋଗ ମନୋଦୈହିକ ଅସୁସ୍ଥତାର କାରଣ ବୋଲି ଡ଼ାକ୍ତରମାନେ ମତ ଦିଅନ୍ତି । 
ଆଧୁନିକ ଚିକିତ୍ସା ବିଜ୍ଞାନ ମଧ୍ୟ ଏକଥା ସ୍ୱୀକାର କଲାଣି ଯେ, ଶରୀର ଉପରେ ମନର ପ୍ରଭାବ ଦ୍ୱାରା ହେଉଥିବା ଅସୁସ୍ଥତାକୁ ମନୋଦୈହିକ  ବ୍ୟାଧି (Psychosomatic ଊସଗ୍ଦରବଗ୍ଦ) କୁହାଯାଏ । ଆଜିକାଲି ଦେଖା ଯାଉଥିବା ଅନେକ ଦୂରାରୋଗ୍ୟ ରୋଗ ଏହାର ଅନ୍ତର୍ଭୁକ୍ତ । ସେଗୁଡ଼ିକ ହେଲା ମଧୁମେହ, ଉଚ୍ଚ ରକ୍ତଚାପ, ଅମ୍ଳରୋଗ, ଶ୍ୱାସ ରୋଗ, ପେପ୍ଟିକ୍ ଅଲସର, ଅର୍ଦ୍ଧଶୀର ଶୂଳ, ଅା ବିନ୍ଧା, ମାସିକ ଋତୁସ୍ରାବରେ ଅନିୟମିତତା, ଗଣ୍ଠିବାତ, ଚର୍ମରୋଗ, ମେଦ ବହୁଳତା ଇତ୍ୟାଦି ।
ମଣିଷ ଶରୀରରେ ବିଭିନ୍ନ ଗ୍ରନ୍ଥି ଅଛି । ଏଥିରୁ ବିଭିନ୍ନ ପ୍ରକାର ଆଭ୍ୟନ୍ତରୀକ ନିଃସ୍ରବଣ ହୋଇଥାଏ । ଏହି ରସ ରକ୍ତ ସହିତ ମିଶି ଶରୀରକୁ ପୋଷଣ କରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟିକରି ଶରୀରକୁ ସୁସ୍ଥ ଓ କାର୍ଯ୍ୟକ୍ଷମ ରଖେ । ମନରେ ଅତ୍ୟଧିକ ଚାପ ଫଳରେ ଶରୀରର ପୋଷଣ କି୍ରୟା ବ୍ୟାହତ ହୁଏ । ଶରୀରସ୍ଥ ବିଭିନ୍ନ ଗ୍ରନ୍ଥିମାନଙ୍କରୁ ଅନ୍ତସ୍ରାବୀ ରସ (ହରମୋନ) ଠିକ୍ ଭାବରେ ନିଃସ୍ରବଣ ହୋଇପାରେ ନାହିଁ । ଏହା ଦ୍ୱାରା Neuro hormonal Disturbance  ହୋଇ ଉଦରସ୍ଥ ଗ୍ରନ୍ଥି (Viscera) ଠିକ୍ ଭାବରେ କାର୍ଯ୍ୟ ସଂପାଦନ କରିପାରେ ନାହିଁ । ଏହି ଅବସ୍ଥା ବେଶୀ ଦିନ ଲାଗି ରହିଲେ କାଳକ୍ରମେ ଅଧିକ ଗେଷ୍ଟିକ ଅମ୍ଳ, ବ୍ରୋଙ୍କସ୍ପାଜମ୍ ପ୍ରଭୃତି ନିଃସ୍ରବଣ ହୋଇ ମନୋଦୈହିକ ଅସୁସ୍ଥତା ହୋଇଥାଏ । ପରିବେଶର ଚାପ, ଅନୁଚିତ ଖାଦ୍ୟ ଏବଂ ଅସ୍ୱାଭାବିକ ଜୀବନ ଯାପନ ପ୍ରଣାଳୀହେଉଛି ଏହାର ମୁଖ୍ୟ କାରଣ ।  ମାନସିକ ଉେଜନା, କ୍ରୋଧ, ଭୟ, ଘୃଣା, ନକରାତ୍ମକ ଭାବନା, ଅନ୍ୟମାନଙ୍କ ପ୍ରତି ଅପବିତ୍ର ବିଚାର, ପରାଧୀନତା ଆଦି ପରିବେଶ ଜନିତ ଚାପ । ଏହାଦ୍ୱାରା ମସ୍ତିଷ୍କ ବିଶୃଙ୍ଖଳ ଓ ଉେଜିତ ହୋଇ ଶରୀର ମଧ୍ୟରେ ହେଉଥିବା ବିଭିନ୍ନ ରାସାୟନିକ ପ୍ରକି୍ରୟାକୁ ପ୍ରଭାବିତ କରେ । ଏହି ଚାପକୁ ନିୟନ୍ତ୍ରଣ କରିବା ପାଇଁ ମନୋବୈଜ୍ଞାନିକଗଣ ପ୍ରାଣାୟାମ ଏବଂ ଧ୍ୟାନ ଅଭ୍ୟାସ ଉପରେ ଗୁରୁତ୍ୱ ଆରୋପ କରନ୍ତି । କିନ୍ତୁ ଏହା ଅପେକ୍ଷା ରାଜଯୋଗ ଅଭ୍ୟାସ ସର୍ବଶ୍ରେଷ୍ଠ । କାରଣ ଏହାଦ୍ୱାରା ସଂପୂର୍ଣ୍ଣ ଭାବରେ ମନୋବିକାର ଗୁଡ଼ିକର ବିନାଶ ହୁଏ ଓ ମନରେ ସର୍ବଦା ସକାରାତ୍ମକ ବିଚାର ତରଙ୍ଗ ଉପôନ୍ନ ହୁଏ ।

ମନ ଓ ଶରୀର ଉପରେ ଖାଦ୍ୟର ପ୍ରଭାବ -

ଗୁରୁପାକ ଖାଦ୍ୟ ଅର୍ଥାତ୍ ମାଂସ, ମାଛ, ଅଣ୍ଡା, ଘିଅ, ମିଠାଇ, ଭଜା, ମିକ୍ଶ୍ଚର, ମସଲାଯୁକ୍ତ ଖାଦ୍ୟ ପ୍ରଭୃତିକୁ ହଜମ କରିବା ପାଇଁ ଶରୀରସ୍ଥ ଗ୍ରନ୍ଥିମାନଙ୍କୁ ଅଧିକ ପରିଶ୍ରମ କରି ପାଚକ ରସ ନିଃସ୍ରବଣ କରିବାକୁ ପଡ଼ିଥାଏ । ଏହିପରି ଦୀର୍ଘଦିନ ଚାଲିଲେ ଗ୍ରନ୍ଥିମାନେ ଦୁର୍ବଳ ହୋଇ ଯା'ନ୍ତି । ଏହାଦ୍ୱାରା ଜୀବନ ନିର୍ବାହ ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟସାରଗୁଡ଼ିକ ଶରୀର ଗ୍ରହଣ କରିପାରେ ନାହିଁ ଏବଂ ଶରୀରରୁ ମଳ ନିର୍ଗମନ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ମଳ ଜମା ହୋଇ ରହିବା ଦ୍ୱାରା ରୋଗ ଜୀବାଣୁ ବୃଦ୍ଧି ପାଇଥାନ୍ତି । ବିଭିନ୍ନ ପାଚକ ରସ ନିଃସ୍ରବଣ ହେବାରେ ବାଧାପ୍ରାପ୍ତ ହୁଏ । ଚିକିତ୍ସା ବିଜ୍ଞାନୀମାନେ ଗବେଷଣା ଦ୍ୱାରା ଜାଣି ପାରିଛନ୍ତି ଯେ ସାଧାରଣତଃ ୯୦ ରୁ ୯୫ ଭାଗ ରୋଗ ଅନୁଚିତ ଖାଦ୍ୟଦ୍ୱାରା ହୋଇଥାଏ ।
ଏହି ଦୃଷ୍ଟିରୁ କମ୍ ଚର୍ବିଜାତୀୟ ଖାଦ୍ୟ ଓ ତନ୍ତୁ ଜାତୀୟ ଖାଦ୍ୟ ଖାଇବା ଉଚିତ । ଚିନି ଏବଂ ଲୁଣ କମ୍ ଖାଇବା ଉଚିତ । ବେଶି ଚିନିଜାତୀୟ ଖାଦ୍ୟ ଶରୀରକୁ ସ୍ଥୂଳକାୟ କରିଥାଏ । ସ୍ଥୂଳକାୟ ଅନେକ ରୋଗର କାରଣ । ବେଶି ଖାଇବା ଓ ଶାରୀରିକ ପରିଶ୍ରମର ଅଭାବରୁ ସ୍ଥୂଳକାୟତା ହୁଏ । ଅଧିକ ଲୁଣି ଖାଦ୍ୟ ଦ୍ୱାରା ଉଚ୍ଚରକ୍ତ·ପ ଏବଂ ଷ୍ଟ୍ରୋକ୍ ହୁଏ । ଚର୍ବିଜାତୀୟ ଖାଦ୍ୟ, ମାଂସ, ଘିଅ, ମାଛ, ତେଲ, ଅଣ୍ଡା ପ୍ରଭୃତି ସଂପୂର୍ଣ୍ଣ ବର୍ଜନୀୟ । ଏହା ପରିବେର୍ ଆବଶ୍ୟକୀୟ କେଲୋରି ପାଇଁ ଶସ୍ୟଜାତୀୟ ଖାଦ୍ୟ, ଶିମ୍ବ ଜାତୀୟ ଖାଦ୍ୟ ଯଥେଷ୍ଟ ପରିମାଣର ତାଜା ସବୁଜ ପନି ପରିବା , ଫଳ, ଦୁଗ୍ଧ (ଙଙ୍ଘଚ୍ଚଶରଦ୍ଭକ୍ଟଙ୍କଗ୍ଦ ୠକ୍ଟକ୍ଟୟ) ଖାଇବା ଦରକାର । ଫଳ, ପରିବା, ସ୍ୱାସ୍ଥ୍ୟପାଇଁ ହାନୀକାରକ ନୁହେଁ । ଏଥିରୁ ସମସ୍ତ ଖାଦ୍ୟପ୍ରାଣ ମିଳିଥାଏ । ଶରୀରକୁ ରୋଗରୁ ରକ୍ଷା କରିବାର ଉପାଦାନ ମଧ୍ୟ ଏଥିରେ ପ୍ରଚୁର ପରିମାଣରେ ଥାଏ । ଶରୀର ଖାଦ୍ୟରୁ ଜୀବନୀ ଶକ୍ତି ସଂଗ୍ରହ କରି ଉଭୟ ଶରୀର ଓ ମନକୁ ପରିଚାଳିତ କରେ । ରାଜଯୋଗ, ଉଚିତ ଖାଦ୍ୟ, ବ୍ୟାୟାମ ଏବଂ ସ୍ୱଭାବିକ ଜୀବନଯାପନ ଦ୍ୱାରା ସମସ୍ତ ପ୍ରକାର ମନୋଦୈହିକ ରୋଗରୁ ଆରୋଗ୍ୟ ଲାଭ କରି ହେବ ।
ରାଜଯୋଗ-
ରାଜଯୋଗ ଦ୍ୱାରା ଉଭୟ ପ୍ରାଣାୟାମ ଓ ଧ୍ୟାନର ଫଳ ମିଳେ । ଏହା ସମସ୍ତ ଯୋଗ ମଧ୍ୟରେ ଶ୍ରେଷ୍ଠ ହୋଇଥିବାରୁ ଏହାକୁ ରାଜଯୋଗ କୁହାଯାଏ । ମନ ଉେଜିତ ହେଲେ ଶ୍ୱାସକି୍ରୟାର ବେଗ ବୃଦ୍ଧିପାଏ । ରାଜଯୋଗ ଦ୍ୱାରା ମନର ସଂକଳ୍ପ ବିକଳ୍ପ ପ୍ରକି୍ରୟାକୁ ନିୟନ୍ତ୍ରଣ କରାଯାଇ ପାରେ । ମନରେ ସଂକଳ୍ପ ବିକଳ୍ପର ବେଗ ହ୍ରାସ ହେଲେ ଶ୍ୱାସବାୟୁ ମଧ୍ୟ ସ୍ୱତଃ ନିୟନ୍ତ୍ରିତ ହୋଇ ପ୍ରାଣଧାରଣ ଶକ୍ତି ବଢେ । ରକ୍ତର ଅମ୍ଳଜାନ ଗ୍ରହଣ କ୍ଷମତା ବୃଦ୍ଧି ହୁଏ । ଏହାଦ୍ୱାରା ସମଗ୍ର ସ୍ନାୟୁ ବ୍ୟବସ୍ଥାର ପରିପୋଷଣ ହୁଏ । ପାଚକ କ୍ରିୟାରେ ଅମ୍ଳଜାନର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହା ଦ୍ୱାରା ରକ୍ତ ଗ୍ରନ୍ଥି, ସ୍ନାୟୁ ପ୍ରଣାଳୀ,ଶ୍ୱାସ ପ୍ରଣାଳୀ ପ୍ରଭୃତିର ଦକ୍ଷତା ବୃଦ୍ଧି ପାଏ ଏବଂ ଆଭ୍ୟନ୍ତରୀଣ ନିଃସ୍ରବଣ  ଠିକ୍ ହୁଏ । ସ୍ନାୟୁ ପ୍ରଣାଳୀ ଠିକ୍ ଭାବରେ କାର୍ଯ୍ୟକ୍ଷମ ହେଲେ ବିଶୃଙ୍ଖଳ ଏବଂ ଉେଜିତ ମସ୍ତିଷ୍କ ଶାନ୍ତ ହୁଏ । ଶରୀରସ୍ଥ ରାସାୟନିକ ପ୍ରକି୍ରୟାରେ ପରିବର୍ନ  ଘଟିଥାଏ । ଶରୀର ଓ ମନର ସମୀକରଣ ହୋଇଥାଏ । ବିଶେଷ କରି ଅନ୍ତଃକରଣରେ ସଂସକ୍ତି ସ୍ୱତଃ ଜାଗରୁକ ହୋଇଥାଏ ।     ।ା ଓଁ ଶାନ୍ତି ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ 
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫,
 ଫୋ.-(୦୬୬୫୮) ୨୨୨୩୩୯ (ଘର), ମୋବାଇଲ - ୯୪୩୭୨୧୦୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର