ଆତ୍ମ ଜ୍ଞା ନ--- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,
ଆତ୍ମ ଜ୍ଞା ନ
ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,
ଶିବ ଶକ୍ତି ହୋମିଓ ସେବା ସଦନ
ପାଟଣାଗଡ଼
ସମ୍ପ୍ରତି ଜାତି,ବର୍ଣ୍ଣ,ଧର୍ମ,ସମ୍ପ୍ରଦାୟ,ରାଷ୍ଟ୍ର ନିର୍ବିଶେଷରେ ବିଶ୍ୱର ପ୍ରତ୍ୟେକ ପ୍ରାଣୀ ଦୁଃଖ ଓ ଅଶାନ୍ତିରେ ପୀଡିତ । ପ୍ରତ୍ୟେକ ସୁଖ-ଶାନ୍ତି ଅନ୍ୱେଷଣରେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଭୌତିକବାଦୀ ମଣିିଷ ସଂସାରର ଭୌତିକ ପଦାର୍ଥରେ ସୁଖ-ଶାନ୍ତି ଖୋଜେ । କିନ୍ତୁ ସୁଖ-ଶାନ୍ତି ଭୌତିକ ପଦାର୍ଥରେ ନ ଥାଏ । ଯେଉଁ ଭୌତିକ ସାମଗ୍ରୀଗୁଡିକୁ ସେ ସୁଖ-ଶାନ୍ତିର ସାଧନ ବୋଲି ଭୋଗ କରିଚାଲେ , ପରିଶେଷରେ ସେଗୁଡିକହିଁ ତା’ର ଦୁଃଖ- ଅଶାନ୍ତିର କାରଣ ହୁଅନ୍ତି । ଭୋଗୀ ମନୁଷ୍ୟ ଜାଣେ ନାହିଁ ଯେ ସୁଖ ଶାନ୍ତି ତା’ର ଅନ୍ତରରେ ବିଦ୍ୟମାନ ।ଏହା ନଜାଣି ସେ ସଂସାରରେ ଇତଃସ୍ତତଃ ତାହା ଖୋଜି ବୁଲେ । କସ୍ତୁରୀ ମୃଗର ନାଭିରେ କସ୍ତୁରୀ ଥାଏ; କିନ୍ତୁ ସେ କସ୍ତୁରୀର ସୁଗନ୍ଧିରେ ବିମୋହିତ ହୋଇ ତା’ର ଅନ୍ୱେଷଣରେ ଘୂରି ବୁଲୁଥାଏ । ଆଜି ମନୁଷ୍ୟର ଅବସ୍ଥା ଠିକ ସେହିପରି । ଆତ୍ମଜ୍ଞାନ ପ୍ରାପ୍ତ ହେଲା ପରେ ମନୁଷ୍ୟ ନିଜ ମଧ୍ୟରେହିଁ ସୁଖ-ଶାନ୍ତି ଓ ଆନନ୍ଦର ଅନୁଭବ କରିବାକୁ ଲାଗେ । ଇଂରାଜୀରେ ଏକ ପ୍ରବାଦ ଅଛି କଦ୍ଭକ୍ଟଙ୍ଗ ଗ୍ଧଷଚ୍ଚଗ୍ଦରକ୍ଷଲ ଉପନିଷଦଗୁଡିକ ମଧ୍ୟ ଆତ୍ମ ଜ୍ଞାନକୁ ମୁକ୍ତିର ମାର୍ଗ ବୋଲି ସ୍ୱୀକାର କରିଛନ୍ତି । ଆତ୍ମଜ୍ଞାନର ଅଭିପ୍ରାୟ ହେଉଛି ଯେ ପ୍ରତ୍ୟେକ ବ୍ୟକ୍ତି ନିଜକୁ ନିଜେ ଜାଣନ୍ତୁ ଯେ ମୁୁଁ କିଏ , କେଉଁଠୁ ଆସିଛି , କେଉଁଠିକି ଯିବି, ମୁଁ ଏହି ସଂସାରକୁ କେଉଁ ଉଦ୍ଧେଶ୍ୟରେ ଆସିଛି । ମୋର ଜୀବନର ଲକ୍ଷ୍ୟ କଣ ? ମୋର ଯଥାର୍ଥ ରୂପ, ଗୁଣ, ସ୍ୱରୂପ ତଥା କର୍ବ୍ୟ କ’ଣ ? ଏ ସମସ୍ତ ପ୍ରଶ୍ନର ଉର ବୈଦିକ ଓ ପୌରାଣିକ ଧର୍ମ ଗ୍ରନ୍ଥ ଗୁଡିକରେ ସମାଧାନ କରିବାର ପ୍ରୟାସ କରାଯାଇଛି । କିନ୍ତୁ ମୁନି ଋଷି ମାନଙ୍କ ମଧ୍ୟରେ ଥିବା ମତ ଭିନ୍ନତା ହେତୁ ଆତ୍ମାର ଯଥାର୍ଥ ସ୍ୱରୂପ ବିଷୟରେ ଅଧିକାଂଶ ବ୍ୟକ୍ତି ସଂଶୟଗ୍ରସ୍ତ ହୋଇପଡନ୍ତି । ଟୀକାକାରମାନେ ମଧ୍ୟ ଆତ୍ମା ବିଷୟକ ତଥ୍ୟଗୁଡିକୁ ଆହୁରି ଜଟିଳ କରି ଦେଇଛନ୍ତି । ଆତ୍ମଜ୍ଞାନ ସମ୍ପର୍କରେ କଠୋପନିଷଦର ଏକ ମନ୍ତ୍ର ପ୍ରଣିଧାନଯୋଗ୍ୟ ।
ନାୟମାତ୍ମା ପ୍ରବଚନେନ ଲଭ୍ୟୋ ନ ମେଧୟା ନ ବହୁଧା ଶ୍ରୁତେନ ।
ଯମବୈଷ ବୃଣୁତେ ତେନ ଲଭ୍ୟସ୍ତସୈ୍ୟବ ଆତ୍ମା ବିବୃଣତେ ତନୁ ସ୍ୱାମ ।ା
ଅର୍ଥାତ୍ :- ଏହି ଆତ୍ମଜ୍ଞାନ ପ୍ରବଚନ ଦ୍ୱାରା ପ୍ରାପ୍ତ ହୁଏ ନାହିଁ । ତୀବ୍ର ବୁଦ୍ଧି ବା ଶାସ୍ତ୍ର ଜ୍ଞାନ ଦ୍ୱାରା ମଧ୍ୟ ଏହା ଦୁର୍ଲଭ୍ୟ ଅଟେ । କିନ୍ତୁ ଯାହାକୁ ଏହା ପ୍ରାପ୍ତ ହୁଏ ତା’ର ସମ୍ମୁଖରେ ସ୍ୱୟଂ ନିଜର ସ୍ୱରୂପ ପ୍ରଦାନ କରେ ।
“ଆପଣ କିଏ ?”- ଯଦି ଏପରି ପ୍ରଶ୍ନ କୌଣସି ବ୍ୟକ୍ତିଙ୍କୁ ପଚରାଯାଏ ତେବେ ସେ ସାଧାରଣତଃ ନିଜର ନାମ, ଧାମ, ଧର୍ମ, ଜାତି, ଭାଷା ଓ ଦେଶ ସମ୍ବନ୍ଧୀୟ ପରିଚୟ ଦିଅନ୍ତି । ଏହି ଶାରୀରିକ ପରିଚୟ ମନୁଷ୍ୟର ବାସ୍ତବିକ ପରିଚୟ ନୁହେଁ । କାରଣ ଶରୀର ନଶ୍ୱର ଅଟେ । ଶରୀର ମଧ୍ୟରେ ‘ମୁଁ’ ଓ ‘ମୋର ଶରୀର’ ବୋଲି ଯିଏ କହେ ସିଏ ହେଉଛି ଆତ୍ମା । ତା’ବିନା ଏ ଶରୀର ଜଡ ଓ ଶକ୍ତି ରହିତ । ଆତ୍ମାହିଁ ଏହି ଆଖି ଦ୍ୱାରା ଦେଖେ, କାନ ଦ୍ୱାରା ଶୁଣେ ଏବଂ ପାଟି ଦ୍ୱାର କଥା କୁହେ । ଆତ୍ମା ଏକ ଚୈତନ୍ୟ ସା ଅଟେ । ଏହାଦ୍ୱାରା ଜ୍ଞାନେନ୍ଦ୍ରିୟଗୁଡିକ ବିଷୟ ଗ୍ରହଣ କରନ୍ତି ଓ କର୍ମେନ୍ଦ୍ରିୟଗଣ ତଦନୁସାରେ କର୍ମରେ ପ୍ରବୃ ହୁଅନ୍ତି ।
ଆତ୍ମାନଂ ରଥିନ୍ ବିଦ୍ଧି ଶରୀରଂ ରଥମେବ ତୁ ।
ବୁଦ୍ଧିଂ ତୁ ସାରଥି ବିଦ୍ଧି ମନଃ ପ୍ରଗ୍ରହମେବ ଚ ।ା
ଅର୍ଥାତ ଆତ୍ମା ହେଉଛି ଶରୀର ରୂପକ ରଥର ରଥି, ବୁଦ୍ଧି ହେଉଛି ତା’ର ସାରଥି, ମନ ହେଉଛି ଲଗାମ ଏବଂ ଇନ୍ଦ୍ରିୟ ସମୂହ ହେଉଛନ୍ତି ଘୋଡା ସଦୃଶ । ଏଥିରୁ ସ୍ପଷ୍ଟ ହୁଏ ଯେ ଶରୀର ହେଉଛି ଆମାôର କର୍ମ କରିବାର ଏକ ମାଧ୍ୟମ ମାତ୍ର । ଆତ୍ମାହିଁ ସୁଖଦୁଃଖ ଅନୁଭବ କରେ , ଶରୀର ନୁହେଁ । ମନ,ବୁଦ୍ଧି ଓ ସଂସ୍କାର ହେଉଛି ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତି । ଆତ୍ମା ମନ ଦ୍ୱାରା ସଂକଳ୍ପ କରେ । ବୁଦ୍ଧି ଦ୍ୱାରା ନିର୍ଣ୍ଣୟ ନିଏ ଓ ସଂସ୍କାର ଦ୍ୱାରା ଭଲ ବା ମନ୍ଦ କର୍ମରେ ପ୍ରବୃ ହୁଏ । ବ୍ୟକ୍ତି ଯେଉଁ କର୍ମ କରେ ତା’ର ପରିଣାମ ଆତ୍ମାରେ ମୁଦ୍ରିତ ହୋଇଯାଏ । କର୍ମଫଳର ଏହି ଅଭିଲିଖନ ପ୍ରକ୍ରିୟାହିଁ ସଂସ୍କାର । ଏହି ସଂସ୍କାର ଶକ୍ତିହିଁ ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟଗୁଡିକୁ ପ୍ରଭାବିତ କରେ ଓ ଆତ୍ମା ତଦନୁସାରେ ପ୍ରବୃ ହୋଇ ଶୁଭାଶୁଭ ଫଳ ପ୍ରାପ୍ତ ହୁଏ । ମନ-ବୁଦ୍ଧି-ସଂସ୍କାର ଦ୍ୱାରାହିଁ ଆତ୍ମାର ଚୈତନ୍ୟତା ସିଦ୍ଧ ହୁଏ । ଶରୀର ରୂପୀ ପୁରରେ ନିବାସ କରୁଥିବାରୁ ଆତ୍ମାକୁ ‘ପୁରୁଷ’ ମଧ୍ୟ କୁହାଯାଏ । ଶରୀର ହେଉଛି ବିନାଶଶୀଳ , କିନ୍ତୁ ଆତ୍ମା ଅବିନାଶୀ, ଅନଶ୍ୱର ଏବଂ ଅମର ଅଟେ ।
ନ ଜାୟତେ ମି୍ରୟତେ ବା କଦାଚିତ
ନାୟଂ ଭୁତ୍ୱା ଭବିତା ବା ନ ଭୂୟଃ ।
ଅଜୋ ନିତ୍ୟ ଶାଶ୍ୱତୋଽୟଂ ପୁରାଣୋ ।
ନ ହନ୍ୟତେ ହନ୍ୟମାନେ ଶରୀରେ ।ା
ତିନିକାଳରେ ଏହାର ସା ବିଦ୍ୟମାନ; ତେଣୁ ଏହା ସତ୍ୟ ଅଟେ । ଏହି ଆତ୍ମା ଅଚ୍ଛେଦ୍ୟ, ଅଭେଦ୍ୟ, ଅକ୍ଳେଦ୍ୟ ଏବଂ ଅଶୋଷ୍ୟ ଅଟେ ।ଏହାକୁ ଶସ୍ତ୍ର କାଟି ପାରେ ନାହିଁ , ଜଳ ଭିଜାଇ ପାରେ ନାହିଁ ଏବଂ ବାୟୁ ଶୁଖାଇ ପାରେ ନାହିଁ । ଶରୀର ପଭୂତରେ ନିର୍ମିତ ହେତୁ ତାକୁ ଚର୍ମ ଚକ୍ଷୁ ଦ୍ୱାରା ଦେଖାଯାଇପାରେ । ଆତ୍ମା ସୂକ୍ଷ୍ମାତିସୂକ୍ଷ୍ମ ଅଟେ । ତେଣୁ ତାହା ସ୍ଥୂଳ ଶରୀର ପରି ଦୃଶ୍ୟ ନୁହେଁ । ଏହାକୁ କେବଳ ଜ୍ଞାନ ଚକ୍ଷୁ ଦ୍ୱାରା ଦେଖାଯାଇପାରେ । “ବିମୂଢ଼ା ନାନୁପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନ ଚକ୍ଷୁସା । ଦେହାଭିମାନୀ ଅଜ୍ଞାନ ବ୍ୟକ୍ତି ଆତ୍ମଦର୍ଶନ କରି ପାରନ୍ତି ନାହିଁ , କାରଣ ଏହା ଅତି ସୂକ୍ଷ୍ମ, ଦିବ୍ୟ , ଚୈତନ୍ୟ ଜ୍ୟୋର୍ତିବିନ୍ଦୁ ସ୍ୱରୂପ ଅଟେ । ଏହାକୁ କେବଳ ଆତ୍ମାଭିମାନୀ ବ୍ୟକ୍ତିହିଁ ଦେଖି ପାରନ୍ତି ।
ଶରୀର ମଧ୍ୟରେ ଆତ୍ମାର ଅବସ୍ଥାନକୁ ନେଇ ବିଭିନ୍ନ ମତ ଦେଖାଯାଏ । ଗୀତାରେ ଭୃକୁଟି ମଧ୍ୟରେ ଆତ୍ମାର ସ୍ଥାନ ନିଶ୍ଚିତ କରାଯାଇଛି । ଏହା ସବୁଠାରୁ ବେଶୀ ଯୁକ୍ତିଯୁକ୍ତ ମନେ ହୁଏ । ଭୃକୁଟୀରେ ଚନ୍ଦନ ତିଳକ ଓ ସିନ୍ଦୁର ଟୋପା ଲଗାଇବା ଏକ ପାରମ୍ପରିକ ପ୍ରଥା ଅଟେ । ଏହା ଭୃକୁଟୀ ମଧ୍ୟ ସ୍ଥିତ ଜ୍ୟୋତିର୍ବିନ୍ଦୁ ସ୍ୱରୂପ ଆତ୍ମାର ସ୍ମୃତି ଚିହ୍ନ ଅଟେ । ଯୋଗଶାସ୍ତ୍ରରେ ଭୃକୁଟୀର ମଧ୍ୟବର୍ୀ ସ୍ଥାନକୁ “ଆଜ୍ଞାଚକ୍ର” କୁହାଯାଏ । କାରଣ ଏଠାରୁହିଁ ଆତ୍ମା ପ୍ରତ୍ୟେକ ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟଗୁଡିକୁ ଆଜ୍ଞା ଦିଏ । ଜ୍ଞାନର ତୃତୀୟ ନେତ୍ରକୁ ମଧ୍ୟ ଏଠାରେ ସୂଚିତ କରାଯାଏ । ଅନ୍ତିମ ସମୟରେ ଯୋଗୀମାନେ ସେମାନଙ୍କ ସମସ୍ତ ଚେତନାକୁ ଭୃକୁଟୀ ମଧ୍ୟରେ କେନ୍ଦ୍ରୀଭୂତ କରିବାକୁ ଗୀତା ନିର୍ଦ୍ଧେଶ ଦିଏ ।
ପ୍ରୟାଣ କାଳେ ମନସାଚଳେନ ଭକ୍ତ୍ର୍ୟା ଯୁକ୍ତୋ ଯୋଗବଳେନ ଚୈବ ।
ଭୃର୍ବୋମଧ୍ୟେପ୍ରାଣମାବେଶ୍ୟ ସମ୍ୟକ୍ ସ ତଂ ପରଂ ପୁରୁଷମୁପୈତି ଦିବ୍ୟମ୍ ।ା ଗୀତା ୮/୧୦ ।ା
ପ୍ରତ୍ୟେକ ଆତ୍ମାର ମୌଳିକ ଗୁଣ ଶାନ୍ତି, ପବିତ୍ରତା, ପ୍ରେମ, ସୁଖ, ଆନନ୍ଦ,ଶକ୍ତି ଏବଂ ଜ୍ଞାନ ଅଟେ । ଏହା ପ୍ରତ୍ୟେକ ଆତ୍ମାର ସ୍ୱଧର୍ମ ଅଟେ ।ଏହି ସ୍ୱଭାବବଶତଃ ମନୁଷ୍ୟ ଶାନ୍ତି,ପ୍ରେମ ସୁଖ,ଆନନ୍ଦ, ଜ୍ଞାନ, ପବତ୍ରତା ଏବଂଶକ୍ତି ପ୍ରତି ଆକୃଷ୍ଠ ହୁଏ । ଦୁଃଖ, ଅଶାନ୍ତି ଅଜ୍ଞାନତାରେ ଭ୍ରମିତ ହେଉଥିବା କାରଣରୁ ସେ ପୁନଃ ନିଜ ଧର୍ମରେ ସ୍ଥିତ ରହିବାକୁ ଚାହେଁ । ସୁଖ-ଶାନ୍ତି,ଆନନ୍ଦ ଆଦି ଗୁଣ ଆତ୍ମା ମଧ୍ୟରେ ଥାଏ । ତେଣୁ ସଂସାରର ବାହ୍ୟ ଭୌତିକ ପଦାର୍ଥରେ ତାକୁ ପ୍ରକୃତ ସୁଖ-ଶାନ୍ତି ଆନନ୍ଦ ମିଳେ ନାହିଁ । କସ୍ତୁରୀ, ମୃଗର ନାଭିରେ ଥାଏ କିନ୍ତୁ ଅଜ୍ଞାନତା ବଶତଃ ସେ ବାହାରେ ଖୋଜିବୁଲେ । ଯେଉଁ ବସ୍ତୁର ଯାହା ଗୁଣ ଓ ଧର୍ମ ଥାଏ ତାହା ପୁନଃ ସେଥିରେ ସ୍ଥିତ ହେଲେହିଁ ନିଜ ରୂପ ପ୍ରାପ୍ତ ହୁଏ । ଯଥା : ଜଳର ଧର୍ମ ଶୀତଳତା । ତେଣୁ ଉପ୍ତ ଜଳ କିଛି କ୍ଷଣ ପରେ ପୁଣି ତା’ର ଶୀତଳ ସ୍ୱରୂପକୁ ପ୍ରାପ୍ତ ହୁଏ । ସେହିପରି କାମ କ୍ରୋଧାଦି ମନୋବିକାର ହେତୁ ଅଶାନ୍ତ, ଦୁଃଖୀ ଆତ୍ମା ନିଜ ସ୍ୱରୂପରେ ସ୍ଥିତ ହେଲେ ଶାନ୍ତ, ସୁଖୀ ତଥା ଆନନ୍ଦ ସ୍ଥିତିକୁ ପ୍ରାପ୍ତ ହୁଏ ।
ଶରୀର ହେଉଛି ଆତ୍ମାର ଅସ୍ଥାୟୀ ନିବାସ ସ୍ଥଳୀ । କାରଣ ଶରୀର ବିନାଶଶୀଳ । ମନରେ ପ୍ରଶ୍ନ ଉଠେ , ଏହି ଆତ୍ମା ରହେ କେଉଁଠି? ସର୍ବପ୍ରଥମେ ଆସିଛି କେଉଁଠୁ, ଏବଂ ପରିଶେଷରେ ଯିବ କେଉଁଠିକୁ ? ସାଧାରଣତଃ କୌଣସି ବ୍ୟକ୍ତିର ମୃତୁ୍ୟ ହେଲେ କୁହାଯାଏ ଯେ ସେ ପରଲୋପ ପ୍ରୟାଣ କଲେ । ମୃତ ଶରୀର ତ ସାମନାରେ ପଡିଛି ଓ କିଛି ସମୟ ପରେ ଆତ୍ମୀୟ ସ୍ୱଜନ ତାକୁ ମଶାଣିକୁ ନେଇ ପୋଡି ଦେବେ । ତେବେ ପରଲୋକ ଗଲା କିଏ ? କିଏ ସେହି ସା ଯା’ର ପ୍ରୟାଣ ପରେ ଶରୀର ଅଦରକାରୀ ଶବରେ ପାଲଟି ଯାଏ ? ସେ ହେଉଛି ଅବନାଶୀ ଆତ୍ମା । ସେହି ଆତ୍ମା ପରମଧାମ ନିବାସୀ ପରମାତ୍ମାଙ୍କ ସନ୍ତାନ । ସୃଷ୍ଟି ପ୍ରାରମ୍ଭରେ ସେ ପରମଧାମରୁ ଆସେ ଓ ମହାବିନାଶ ପରେ ସେଠାକୁ ଚାଲିଯାଏ । ଏହାହିଁ ତା’ର ସ୍ଥାୟୀ ନିବାସ ସ୍ଥଳୀ । ସେଠାରୁ ଆତ୍ମା ସ୍ୱୀୟ ପ୍ରେମ, ପବିତ୍ରତା, ଆନନ୍ଦ ଆଦି ଗୁଣ ଧାରଣ କରି ପତ୍ୱ ନିର୍ମିତ ଏହି ପାର୍ଥିବ ଶରୀରରେ ପ୍ରବେଶ କରି ପ୍ରାରବ୍ଧାନୁସାରେ କର୍ମ କରେ । ଶରୀର ଜରାଜୀର୍ଣ୍ଣ ହୋଇ କର୍ମ କରିବାକୁ ଅକ୍ଷମ ହେଲେ ସେ ଏହାକୁ ତ୍ୟାଗ କରି ନୂତନ ଶରୀର ଧାରଣ କରେ । ଗୀତାରେ ଏହି ପ୍ରକ୍ରିୟାକୁ ପୁରୁଣା ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରିବା ସହିତ ତୁଳନା କରାଯାଇଛି ।
ବର୍ମାନ ପ୍ରଶ୍ନ ଉଠେ ଯେ ଜ୍ଞାନ, ଶାନ୍ତି, ପବିତ୍ରତା, ଆନନ୍ଦ ସ୍ୱରୂପ ଆତ୍ମା ତା’ର ସ୍ଥାୟୀ ବାସସ୍ଥାନ ତଥା ପ୍ରିୟ ପରମପିତା ପରମାତ୍ମାଙ୍କୁ ତ୍ୟାଗ କରି ଏହି ସୃଷ୍ଟିକୁ ଆସି ଶରୀର ଧାାରଣ କରିବାର ଆବଶ୍ୟକତା କ’ଣ ? ଏହାର ଉର ସ୍ପଷ୍ଟ । ଶରୀର ରୂପୀ ବସ୍ତ୍ର ପରିଧାନ ବିନା ଆତ୍ମାର ଚୈତନ୍ୟତା ପ୍ରକଟ ହୁଏ ନାହିଁ । ଶରୀର ବିନା ଆତ୍ମା ସ୍ୱୀୟ ସୁଖ ଶାନ୍ତି, ଆନନ୍ଦ ଆଦି ଗୁଣ ଅନୁଭବ କରିପାରେ ନାହିଁ । କେବଳ ଦିବ୍ୟ ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ସ୍ୱରୂପ ଆତ୍ମା ଜ୍ଞାନେନ୍ଦ୍ରିୟଗୁଡିକ ବିନା ସୁଖ,ଦୁଃଖ ଅନୁଭବ କରିବା ସମ୍ପୂର୍ଣ୍ଣ ଅସମର୍ଥ । ଏହି ଗୁଣାନୁଭୂତି ପାଇଁହିଁ ଆତ୍ମା ମହାବିନାଶ ପରେ ପରମଧାମରେ ଏକ ନିର୍ଦ୍ଧିଷ୍ଟ ସମୟ ଅବସ୍ଥାନ କଲା ପରେ ପୁଣି ଶରୀର ଧାରଣ କରିବାକୁ ଇଚ୍ଛା କରେ । କିନ୍ତୁ ବାରମ୍ବାର ଜନ୍ମ-ମୃତୁ୍ୟ ଆବର୍ନରେ ଆସି ଆତ୍ମା ଯେତେବେଳେ ଦେହପ୍ରତି ଆସକ୍ତ ହୋଇ ତା’ର ମୂଳ ସ୍ୱରୂପକୁ ବିସ୍ମୃତ ହୋଇଯାଏ, ସେତେବେଳେ ସେ କାମ କ୍ରୋଧ,ଲୋଭ ,ମୋହ, ଅହଙ୍କାର, ଈର୍ଷା,ଦ୍ୱେଷ, ଭୟ,ଆଳସ୍ୟ, ନିଦ୍ରା ଆଦି ବିଭିନ୍ନ ସ୍ଥୂଳ ଓ ସୂକ୍ଷ୍ମ ମନୋବିକାର ଦ୍ୱାରା ପୀଡିତ ହୁଏ । ତେଣୁ, ଆତ୍ମସ୍ମୃତିର ନିରନ୍ତର ଅଭ୍ୟାସ ଦ୍ୱାରା ମନୁଷ୍ୟ ସମସ୍ତ ମନୋବିକାରରୁ ମୁକ୍ତ ହୋଇ ସ୍ୱୀୟ ମୂଳ ସ୍ୱରୂପ(ସୁଖ,ଶାନ୍ତି,ଆନନ୍ଦ ଆଦି) ପ୍ରାପ୍ତ ହୋଇପାରେ । ବର୍ମାନ ସୃଷ୍ଟିର ଏହି ଅନ୍ତିମ ଚରଣରେ କଳିକଳୁଷିତ ମାନବାତ୍ମା ପାଇଁ ଏହି ଆତ୍ମଜ୍ଞାନହିଁ ମୁକ୍ତି ଓ ଜୀବନ୍ମୁକ୍ତିର ପଥ ପ୍ରଶସ୍ତ କରିବ ।ା ଓମ ଶାନ୍ତି ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର)
ମୋବାଇଲ - ୯୪୩୭୨୧୦୨୯୬
Comments
Post a Comment