ସହଯୋଗ ଶକ୍ତି---- ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ସହଯୋଗ ଶକ୍ତି
ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ଶିବଶକ୍ତି ହୋମିଓ ସେବା ସଦନ
ପାଟଣାଗଡ
ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସାମାଜ ବିନା ତାର ବ୍ୟକ୍ତିତ୍ୱର ବିକାଶ ସମ୍ଭବ ନୁହେଁ । ଜଣେ ପ୍ରସିଦ୍ଧ ସମାଜ ବିଜ୍ଞାନୀ ଓ ଦାର୍ଶନିକଙ୍କ ମତରେ ସମାଜ ବିନା ଯିଏ ବେ ସିଏ ହୁଏତ ଈଶ୍ୱର ନଚେତ ପଶୁ ଅଟେ । ଐର ଙ୍ଗଷକ୍ଟ କ୍ଷସଙ୍ଖରଗ୍ଦ ଙ୍ଗସଗ୍ଧଷକ୍ଟଙ୍କଗ୍ଧ ଗ୍ଦକ୍ଟମସରଗ୍ଧଚ୍ଚ ସଗ୍ଦ ରସଗ୍ଧଷରକ୍ସ ବ ଏକ୍ଟୟ କ୍ଟକ୍ସ ବ ଭରବଗ୍ଦଗ୍ଧ । ସହଯୋଗ ଦେବା ଓ ସହଯୋଗ ନେବା ଜୀବନ ଚକ୍ରର ବିଧାନ ଅଟେ। ପୁରୁଷ (ଆତ୍ମା) ଓ ପ୍ରକୃତିର ପରସ୍ପର ସହଯୋଗ ହେତୁ ସଂସାରରେ ଜୀବନର ଅସ୍ତିତ୍ୱ ରହିଛି । କୌଣସି ମହତ ଉଦ୍ଧ୍ୟେଶ୍ୟର ପରିପୂିର୍ ପାଇଁ ସମାନ ବିଚାରଧାରାର କିଛି ବ୍ୟକ୍ତିଙ୍କ ମିଳନରେ ଏକ ଅନୁଷ୍ଠାନର ଗଠନ ହୁଏ । ସେହି ଅନୁଷ୍ଠାନର କର୍ମକର୍ା , ସଦସ୍ୟ ଓ ଜନସାଧାରଣଙ୍କ ପରସ୍ପର ସହଯୋଗ ଦ୍ୱାରା ଲକ୍ଷ୍ୟ ପ୍ରାପ୍ତି ସୁଗମ ହୁଏ । ସଂସାରରେ ସବୁଠାରୁ ବଡ ସଙ୍ଗଠନ ହେଉଛି ପରିବାର । ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ସମୟ ଓ ଆବଶ୍ୟକତାନୁସାରେ ପରିବାରର ସଦସ୍ୟମାନେ ପରସ୍ପର ମଧ୍ୟରେ ସହଯୋଗ ଆଦାନ ପ୍ରଦାନ କରିଥାନ୍ତି । ସଂସାରରେ ପରସ୍ପରର ସହଯୋଗ ବିନା ମନୁଷ୍ୟ ନିଜର ଆବଶ୍ୟକତା ପୂରଣ କରିବାକୁ ସମର୍ଥ ହୋଇପାରିବ ନାହିଁ। ସ୍ୱାମୀ-ସ୍ତ୍ରୀ, ପିତା-ପୁତ୍ର,ଭାଇ-ଭଉଣୀ ଆଦି ଯେତେ ପ୍ରକାର ସମ୍ବନ୍ଧ ସମାଜ ବ୍ୟବସ୍ଥାରେ ଆମେ ଦେଖିବାକୁ ପାଉଁ ସେସବୁ ହେଉଛି ପରସ୍ପର ମଧ୍ୟରେ ସହଯୋଗ ଉପôନ୍ନ କରିବା ପାଇଁ । ସହଯୋଗ ଭାବନାରୁ ହିଁ ମଣିଷ ମଧ୍ୟରେ କର୍ବ୍ୟବୋଧ ଓ ଅଧିକାରବୋଧ ସୃଷ୍ଟି ହୁଏ ।
ପ୍ରତ୍ୟେକ ମନୁଷ୍ୟର କିଛି ନା କିଛି ଆବଶ୍ୟକତା ରହିଛି । ସେଗୁଡିକୁ ପାରିବାରିକ,ସାମାଜିକ,ସାଂସ୍କୃତିକ,ଆର୍ଥିକ,ରାଜନୈତିକ ଆଦି ଭେଦରେ ବର୍ଗୀକରଣ କରାଯାଇପାରେ । ଏହି ଅବଶ୍ୟକତାଗୁଡିକର ପରିପୂରଣ ପାଇଁ ମନୁଷ୍ୟ ଏକ ସାଙ୍ଗଠନିକ ବ୍ୟବସ୍ଥାର ସଂରଚନା କରେ । ଏହି ବ୍ୟବସ୍ଥାର ସଫଳ ପରିଚାଳନା ପାଇଁ ପରସ୍ପର ମଧ୍ୟରେ ସହଯୋଗ ଏକାନ୍ତ ଆବଶ୍ୟକ । ମନୁଷ୍ୟର ଶାରୀରିକ,ମାନସିକ,ବୌଦ୍ଧିକ, ଆଧ୍ୟାତ୍ମିକ ତଥା ବହୁମୁଖୀ ବିକାଶ ପାଇଁ ପରସ୍ପର ମଧ୍ୟରେ ସହଯୋଗ ଏକାନ୍ତ ଆବଶ୍ୟକ । ପରସ୍ପର ମଧ୍ୟରେ ସ୍ନେହ,ସଦଭାବ ଓ ସହାନୁଭୂତି ବଜାୟ ରଖିବାର ଏକମାତ୍ର ଆଧାର ହେଉଛି ସହଯୋଗ । ଯେଉଁ ପରିବାରରେ ପରସ୍ପର ସ୍ନେହ ଭାବ ଥାଏ ତାକୁ ବୈକୁଣ୍ଠ ସହିତ ତୁଳନା କରାଯାଇଛି । "ବୈକୁଣ୍ଠ ସମାନ ଆହା ଅଟେ ସେହି ଘର । ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।'' ସହଯୋଗ ଅଭାବରେ ମନୁଷ୍ୟ କ୍ଷଣେ ମାତ୍ର ସୁଖ-ଶାନ୍ତି- ଆନନ୍ଦରେ ଜୀବନଯାପନ କରିପାରିବା ସମ୍ଭବ ହୁଏ ନାହିଁ । ମଣିଷ ଯାହାଠାରୁ ସହଯୋଗ ଚାହେଁ ତା'ଠାରୁ ଯଦି ତାହା ନ ପାଏ ତେବେ କ୍ଷୁବ୍ଧ ହୋଇ ଉଠେ । ପରସ୍ପର ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଏ ଏବଂ ପରିଶେଷରେ ତାହା କଳହର ରୂପ ନିଏ । ନିଜ ପାଖେରେ ଯଥାଯୋଗ୍ୟ ଶକ୍ତି .ସାମର୍ଥ୍ୟ, ସୁଯୋଗ ଥାଇ ମଧ୍ୟ ଯଦି କେହି ଆବଶ୍ୟକ ପଡିଲେ ଅନ୍ୟକୁ ସହଯୋଗ କରେ ନାହିଁ ଓ ବାରମ୍ବାର ସେ ଅସହଯୋଗ ଭାବନା ପ୍ରଦର୍ଶନ କରେ ତେବେ ଜନସାଧାରଣ ତାକୁ ଘୃଣା ଓ ବିରୋଧ କରନ୍ତି । ଏହିପରି ଅସହଯୋଗୀ ବ୍ୟକ୍ତିର ଜୀବନ ଦୁଃଖମୟ ହୋଇଯାଏ ।
ବୁଡିଯାଉଥିବା ଲୋକ ପାଇଁ କୁଟା ଖିଅ ମଧ୍ୟ ବିବାର ଆଶ୍ରା ହୋଇଯାଏ । ସେଥିପାଇଁ କୁହାଯାଏ ଯେ ନଦୀ ପାଶ୍ୱର୍ସ୍ଥିତ ତୃଣର ଜୀବନ ସଫଳ ସେତେବେଳେ ହୁଏ ଯେତେବେଳେ ସେହି ନଦୀ ଜଳପ୍ରବାରେ ଭାସି ଯାଉଥିବା ମଣିଷ ହାତର ସାହାରା ହୁଏ । "" ଜାତସ୍ୟ ନଦୀ ତୀରେ ତସ୍ୟାପି , ତୃଣସ୍ୟ ଜନ୍ମ ସାଫଲ୍ୟମ, ଯତ୍ ସଳିଳ ମଜ୍ଜନାକୁଳ, ଜନହସ୍ତାଲମ୍ବନଂ ଭବତି ।'' ବର୍ମାନ ସଂସାରରେ ସମସ୍ତ ମନୁଷ୍ୟ ବିଷୟ ବୈତରଣୀ ନଦୀରେ ଉବୁଟୁବୁ ହେଉଛନ୍ତି । ଏହିପରି ସମୟରେ ମାନବ ସମାଜକୁୁ ବିଷୟ ସଳିଳ ସମାଧିରୁ ଉଦ୍ଧାର କରିବା ପାଇଁ "ସହଯୋଗ' କରିବା ଅତି ଆବଶ୍ୟକ ଅଟେ । ଏହାଦ୍ୱାରା ମନୁଷ୍ୟ ଜୀବନର କଲ୍ୟାଣ ହେବା ସେଙ୍ଗ ସେଙ୍ଗ ସଂସାରରେ ମଧ୍ୟ ସୁଖମୟ ପରିବର୍ନ ଆସିବ । ଅନ୍ୟକୁ ସହଯୋଗ କରିବାହିଁ ମନୁଷ୍ୟ ଜନ୍ମର ସାର୍ଥକତା । ଭାରତୀୟ ଦର୍ଶନରେ ମଧ୍ୟ ପରୋପକାରକୁ ଶ୍ରେଷ୍ଠ ଧର୍ମ ବୋଲି ମାନ୍ୟତା ପ୍ରଦାନ କରାଯାଇଛି । ପରୋପକାରାୟ ସ୍ୱର୍ଗାୟ ପରପୀଡନ ନର୍କାୟ । ପରସ୍ପର ମଧ୍ୟରେ ସହଯୋଗ ଦ୍ୱାରା ମନୁଷ୍ୟର ଶାରୀରିକ , ମାନସିକ ପାରିବାରିକ ଏବଂ ସାମାଜିକ ସମସ୍ୟାଗୁଡିକର ସମାଧାନ ହୁଏ ଓ ସେ ନିଜ ଜୀବନକୁ ନିର୍ବିଘ୍ନ ରୂପେ ଗଢ଼ି ତୋଳି ପାରେ ।ଇତିହାସ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ବିଭିନ୍ନ ସମୟରେ ମହାପୁରୁଷଗଣ ସେମାନଙ୍କ ତ୍ୟାଗ ତପସ୍ୟା ଓ ବଳିଦାନ ଦ୍ୱାରା ସମାଜରେ ବ୍ୟାପ୍ତ ଥିବା ଅନ୍ଧବିଶ୍ୱାସ, କୁସଂସ୍କାର, ଅନୀତି,ରୁଢ଼ିବାଦିତା, ଭ୍ରଷ୍ଟାଚାର ଆଦି ଦୂର କରି ମନୁଷ୍ୟ ମଧ୍ୟରେ ଆଧ୍ୟାତ୍ମିକ, ଧାର୍ମିକ ଓ ନୈତିକ ମୂଲ୍ୟବୋଧର ଜାଗୃତି ଆଣିବାରେ ସଫଳ ହୋଇଥିଲେ । ସେମାନଙ୍କ ସେହି ସହଯୋଗ ପାଇଁ ସେମାନଙ୍କ ନାମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଯେତେବେଳେ ଧର୍ମଗ୍ଳାନି ହେତୁ ମନୁଷ୍ୟ ସମାଜ ପତିତ ହୋଇପଡେ ସେତେବେଳେ ଅଧର୍ମର ବିନାଶ ଓ ସତ୍ୟଧର୍ମର ସ୍ଥାପନା ପାଇଁ ପରମାତ୍ମାଙ୍କୁ ପରମଧାମ ତ୍ୟାଗ କରି ସୃଷ୍ଟିରେ ଅବତରଣ କରିବାକୁ ପଡେ । ଈଶ୍ୱରୀୟ ସହଯୋଗ ହେତୁ ନର୍କ ତୁଲ୍ୟ କଳିଯୁଗୀୟ ପତିତ ଦୁନିଆ ସତ୍ୟଯୁଗୀୟ ସ୍ୱର୍ଗରେ ପରିଣତ ହୁଏ । ସେଥିପାଇଁ ପରମାତ୍ମାଙ୍କୁ ପତିତପାବନ ଦୁଃଖହର୍ା, ସୁଖକର୍ା, ଭାଗ୍ୟବିଧାତା ବୋଲି ମନୁଷ୍ୟ ପ୍ରାର୍ଥନା କରେ ।
ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ନିଜ ଜୀବନ ସୁଖଶାନ୍ତିମୟ ହେଉ । ପରସ୍ପର ମଧ୍ୟରେ ସହଯୋଗ ଆଦାନ ପ୍ରଦାନ ଦ୍ୱାରାହିଁ ଏହା ସମ୍ଭବ। ସ୍ୱାର୍ଥ, ଈର୍ଷା ଓ ଦ୍ୱେଷ ବଶତଃ ସହଯୋଗ ବିମୁଖ ହେତୁ ବ୍ୟକ୍ତି ଦୁଃଖ-ଅଶାନ୍ତିରେ କାଳାତିପାତ କରେ । ଅସହଯୋଗ ମନର ମଳିନତାର ପ୍ରତୀକ ଅଟେ । ଏହି ଦୋଷରେ ପୀଡିତ ବ୍ୟକ୍ତି ସ୍ୱାର୍ଥ କୈନ୍ଦ୍ରିକ ଅଟେ । କୌଣସି ଯୋଗ୍ୟ କାର୍ଯ୍ୟକୁଶଳ, ଅନୁଶାସିତ ଏବଂ ମର୍ଯ୍ୟାଦାଯୁକ୍ତ ବ୍ୟକ୍ତି ପାଇଁ ଉଦ୍ଧିଷ୍ଟ ଉନ୍ନତିମୂଳକ ଅବସରକୁ ଅନ୍ୟ କେହି ଯଦି ଚାଲାକିରେ ଛଡାଇ ନେଇ ନିଜ ସ୍ୱାର୍ଥରେ ବିନିଯୋଗ କରେ ତେବେ ଏହା କଳହର କାରଣ ହୁଏ । ଏହା ଅସହଯୋଗର ଗୋଟିଏ ପାଶ୍ୱର୍ । ଦୁଇପଦ ଉସôାହବର୍ଦ୍ଧକ କଥାରେ ପ୍ରେରିତ ହୋଇ ବେଳେ ବେଳେ ବ୍ୟକ୍ତି କଠିଣ କାର୍ଯ୍ୟକୁ ମଧ୍ୟ ସହଜରେ ସମ୍ପୂର୍ଣ୍ଣ କରିପାରେ । ଈର୍ଷାପରାୟଣ ବ୍ୟକ୍ତି ଅନ୍ୟମାନଙ୍କୁ କେବଳ ଉସôାହହୀନ କଥା କହି ପଥଭ୍ରଷ୍ଟ କରନ୍ତି ।ଏହା ଅସହଯୋଗର ଅନ୍ୟ ପାଶ୍ୱର୍ । ଅସହଯୋଗ ଆଧ୍ୟାତ୍ମିକତାର ପରିପନ୍ଥୀ ।
ଅନ୍ୟମାନଙ୍କ କଲ୍ୟାଣ ପାଇଁ ସହଯୋଗ କରିବା ହେଉଛି ଆଧ୍ୟାତ୍ମିକତାର ପ୍ରତୀକ । ସହଯୋଗୀ ବ୍ୟକ୍ତି ମଧ୍ୟରେ କରୁଣା, ଦୟା,କୃପା,ଲୋକକଲ୍ୟାଣ ସେବା, ଦାନ,ତ୍ୟାଗ ଆଦି ଦୈବୀ ଗୁଣର ବିକାଶ ହୁଏ । ଅନ୍ୟ ଅର୍ଥରେ ଏହି ଦୈବୀଗୁଣର ଅଧିକାରୀ ବ୍ୟକ୍ତହିଁ ସହଯୋଗୀ ଅଟେ । ତ୍ୟାଗ ଓ ସେବାହିଁ ମାନବ ଜୀବନର ଉକôର୍ଷତା । ମାନବରୁ ଦେବତା ପଦକୁ ଉନ୍ନୀତ ହେବାପାଇଁ ଏହା ପ୍ରଥମ ପାବଚ୍ଛ । ସମସ୍ତଙ୍କ ସହଯୋଗ ଦ୍ୱାରାହିଁ ସଂସାର ସୁଖମୟ ହେବ ଅର୍ଥାତ କଳିଯୁଗୀୟ ତମୋପ୍ରଧାନ ଆସୁରୀ ଦୁନିଆ ସତ୍ୟଯୁଗୀୟ ସତୋପ୍ରଧାନ ଦୈବୀ ଦୁନିଆରେ ପରିବର୍ନ ହେବ । ପରସ୍ପର ସହଯୋଗହିଁ ପରିବର୍ନର ଆଧାର ।ଏକ ପରମାତ୍ମାଙ୍କ ସନ୍ତାନ ହିସାବରେ ସମସ୍ତ ମନୁଷ୍ୟତ୍ମା ଭାଇ ଭାଇ ଅଟନ୍ତି । ତେଣୁ ସମଗ୍ର ବିଶ୍ୱ ଆମର କୁଟୁମ୍ବ । ଏଇଠି ପର କେହି ନୁହଁନ୍ତି । ସମସ୍ତେ ଆପଣାର । ପର ଆପଣାର ଭେଦ ଦ୍ୱାରା ଅସହଯୋଗ ଭାବର ସୃଷ୍ଟି ହୁଏ । ହୃଦୟର ସଂକୀର୍ଣ୍ଣତାକୁ ତ୍ୟାଗ କରି ଉଦାର ହେବାକୁ ହେବ । ଉଦାର ହୃଦୟ ବିନା ଜାତି, ବର୍ଣ୍ଣ,ଧର୍ମ , ସଂମ୍ପ୍ରଦାୟ, ଭାଷା, ଲିଙ୍ଗ, ରାଷ୍ଟୀୟତାରୁ ଉଦ୍ଧ୍ୱର୍କୁ ଉଠି ସମସ୍ତଙ୍କୁ ମୋର କୁଟୁମ୍ବ ମନେ କରିବା ସମ୍ଭବ ନୁହେଁ । ତେଣୁ କୁହାଯାଇଛି,""ଅୟଂନିଜ ପରୋବେତି ଗଣନାଲଘୁ ଚେତସାଂ, ଉଦାର ଚରିତାନାଂ ତୁ ବସୁଧୈବ କୁଟୁମ୍ବକମଂ ''ା ଇଏ ମୋର, ସିଏ ତାର ; ଏହା ମୋର ନୁହେଁ, ଏହିପରି ଗଣନା ସଂକୀର୍ଣ୍ଣତାର ପରିଚାୟକ । ସମଗ୍ର ବିଶ୍ୱକୁ ନିଜର କୁଟୁମ୍ବ ଜ୍ଞାନ କରିବା ଉଦାରତାର ଲକ୍ଷଣ। ଉଦାର ହୃଦୟ ବ୍ୟକ୍ତିହିଁ ସହଯୋଗ ଦେବାକୁ କୁଣ୍ଡିତ ହୁଏ ନାହିଁ । ବ୍ୟବହାରିକ ଜୀବନରେ ସହଯୋଗ ଶକ୍ତିର ପ୍ରୟୋଗ କରିବା ପାଇଁ ସମସ୍ତଙ୍କ ପ୍ରତି କଲ୍ୟାଣକାରୀ ଦୃଷ୍ଟି, ତ୍ୟାଗ, ତପସ୍ୟା ଓ ନିଷ୍କାମ ସେବା ଭାବ ଏବଂ ସମସ୍ତଙ୍କ ପ୍ରତି ସମଭାବ ରଖିବା ଜରୁରୀ ଅଟେ । ଏଥିପାଇଁ ଆଧ୍ୟାତ୍ମିକ ଶକ୍ତିର ବିକାଶ କରିବାକୁ ପଡିବ । ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ବ୍ୟକ୍ତି ସ୍ୱୀୟ କର୍ମେନ୍ଦ୍ରିୟଗୁଡିକୁ ଏବଂ ଆତ୍ମାର ସୂକ୍ଷ୍ମ ଶକ୍ତିଗୁଡିକୁ ନିୟନ୍ତ୍ରିତ କରିପାରେ ଏବଂ ସ୍ୱୀୟ ସହଯୋଗଶକ୍ତିକୁ ଉଚିତ ମାର୍ଗରେ କ୍ରିୟାଶୀଳ କରିପାରେ ।
ପରମାତ୍ମା ମହାନ ଚିତ୍ରକାର ଓ କଳାକାର ଅଟନ୍ତି । ତାଙ୍କର ସନ୍ତାନ ହୋଇଥିବାରୁ ମନୁଷ୍ୟତ୍ମା ମଧ୍ୟ ଆଦିକାଳରୁ କଳାପ୍ରିୟ ଅଟେ। ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ କୌଣସି ନା କୌଣସି ବିଶେଷ ଗୁଣ ଅଛି । ମାନବତାକୁ ସହଯୋଗ ଦେବା ପାଇଁ ମନୁଷ୍ୟ ମଧ୍ୟରେ ଥିବା ନାନାବିଧ କଳା ବିଶେଷ ଭୂମିକା ଗ୍ରହଣ କରିଥାଏ । କଳାପ୍ରତି ସ୍ୱାଭାବିକ ଅଭିରୁଚି ଥିବାହେତୁ ମନୁଷ୍ୟ କଳାକାରମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରେ । ପ୍ରତ୍ୟେକ କଳାକାର ନିଜ ନିଜ କଳା ଦ୍ୱାରା ମନୁଷ୍ୟ ସମାଜରେ ଆଧ୍ୟାତ୍ମିକ ଚେତନାର ବିକାଶ ପୂର୍ବକ ସୁଖମୟ ସଂସାର ନିର୍ମାଣ କାର୍ଯ୍ୟରେ ସହଯୋଗ ପ୍ରଦାନ କରିପାରିବେ ।
ସଂପ୍ରତି କଳିଯୁଗୀୟ ଦୁନିଆଁରେ ତମୋଗୁଣ ଚରମ ସୀମାରେ ପହୁି ସାରିଲାଣି । ଏହାହିଁ ଗୀତାବର୍ଣ୍ଣିତ ଧର୍ମଗ୍ଳାନି ସମୟ । ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ପରମାତ୍ମାଙ୍କ ଧରାବତରଣ ଓ ଈଶ୍ୱରୀୟ ଜ୍ଞାନ ପ୍ରଦାନ ଗୀତା ଯୁଗର ପୁନାରାବୃିକୁ ପ୍ରମାଣିତ କରେ । ପ୍ରତ୍ୟେକ ଈଶ୍ୱରୀୟ ପ୍ରେମୀ ବ୍ୟକ୍ତିଙ୍କୁ ଏହି ଅଲୌକିକ ଘଟଣା ପ୍ରତି ସଚେତନ ହେବାକୁ ହେବ । ବିଷୟାବିଷ ଜ୍ୱଳାରେ ପୀଡିତ ହୋଇ ଆମେ ଯେଉଁ ପତିତପାବନ ପରମାତ୍ମାଙ୍କୁ ଜନ୍ମଜନ୍ମାନ୍ତର ଧରି ପ୍ରାର୍ଥନା କରି ଆସୁଥିଲେ ଆଜି ସେ ଆମରି ଡାକ ଶୁଣି ଧରାପୃଷ୍ଠରେ ସାକ୍ଷାତ ଅବତୀର୍ଣ୍ଣ ହୋଇ ବ୍ରହ୍ମା ମୁଖ କମଳରେ ଜ୍ଞାନ ମୂରଲୀ ବାଦନ କରୁଛନ୍ତି ।ଏହି ମୂରଲୀ ସ୍ୱନ ବଡ ଅଦଭୂତ । ଏହା କେବଳ ଗୋପ ଗୋପୀ(ଈନ୍ଦ୍ରିୟମାନଙ୍କ ବନ୍ଧନରୁ ମୁକ୍ତ ଆତ୍ମାଗଣ)ମାନଙ୍କ ଶ୍ରବଣ ଗୋଚର ହୁଏ । ଏହି ଜ୍ଞାନ ମୂରଲୀର ସାର ମର୍ମ ହେଲା ,""ହେ ମୋର ପ୍ରିୟ ଓ ଅମୃତ ସନ୍ତାନଗଣ ! ଉଠ , ଜାଗ୍ରତ ହୁଅ । ଦେଖ ମୁଁ ବର୍ମାନ ତୁମରି ଗହଣରେ ଉପସ୍ଥିତ । ମୋତେ ଚିହ୍ନିବା ପାଇଁ ତୁମକୁ ଦେହ ସହତ ଦେହର ସମସ୍ତ ସମ୍ବନ୍ଧ ଓ ଧର୍ମ କୁ ଭୁଲି ଆତ୍ମିକ ସ୍ଥିତିରେ ସ୍ଥିତ ହେବାକୁ ପଡିବ । କାରଣ ମୁଁ ଅଶରୀରି । ମୋର ଆତ୍ମିକ ସନ୍ତାନ ହୋଇଥିବାରୁ ତୁମ୍ଭେମାନେ ସମସ୍ତେ ଅଶରୀରି ଆତ୍ମା ଅଟ । ତୁମ୍ଭେମାନେ ନିଜକୁ ଚିହ୍ନ । ତେବେ ମୋତେ ଚିହ୍ନିପାରିବ । ବର୍ମାନ ମୁଁ ଏ କଳିଯୁଗୀୟ ପତିତ ଦୁନିଆକୁ ବିନାଶ ଓ ସତ୍ୟଯୁଗୀୟ ଦୈବୀ ଦୁନିଆକୁ ସ୍ଥାପନା କରିବାକୁ ପ୍ରତାପିତା ବ୍ରହ୍ମାଙ୍କ ସାକାର ଶରୀରରେ ଅବତୀର୍ଣ୍ଣ ହୋଇ ଗୀତା ଜ୍ଞାନ ଓ ସହଜ ରାଜଯୋଗର ଶିକ୍ଷା ଦେଉଛି । ଏହାଅନୁସରଣ କଲେ ତୁମେ ମୋତେ ପ୍ରାପ୍ତ ହେବ ତଥା ପତିତରୁ ପାବନ ହୋଇ ସତ୍ୟଯୁଗୀୟ ସ୍ୱର୍ଗୀୟ ସାମ୍ରାଜ୍ୟର ଅଧିକାରୀ ହେବ । ଧର୍ମର ସ୍ଥାପନା ଓ ଅଧର୍ମର ବିନାଶ ପାଇଁ ମୁଁ କେବଳ ତୁମ୍ଭମାନଙ୍କଠାରୁ ଏତିକି ସହଯୋଗ କାମନା କରୁଛି । ତୁମ ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ଅଙ୍ଗୁଳିର ମିଳିତ ସହଯୋଗ ଶକ୍ତିରେ ଏ କଳିଯୁଗ ରୂପୀ ଗୋବର୍ଦ୍ଧନ ପର୍ବତ ସହଜରେ ତୋଳା ଯାଇ ପାରିବ ।''
ଯୁଗ ପରିବର୍ନର ଏ ଘଡି ସନ୍ଧି ମୁହୂର୍ରେ ପରମାତ୍ମାଙ୍କ ଉପରୋକ୍ତ କଥନ ପ୍ରଣିଧାନ ଯୋଗ୍ୟ । ପ୍ରତ୍ୟେକ ପ୍ରତ୍ୟେକଙ୍କୁ ସହଯୋଗ କରିବା ଦ୍ୱାରାହିଁ ସୁଖମୟ ସଂସାର ଗଠନ ସମ୍ଭବ । ବ୍ୟକ୍ତିକୁ ନେଇ ସମାଜ । ବ୍ୟକ୍ତି ବଦଳିଲେ ସମାଜ ବଦଳିବ ଓ ସମାଜ ବଦଳିଲେ ଯୁଗ ବଦଳିବ । ପରିବର୍ନର ଆଧାର ହେଉଛଇ ବିଚାର । ମନୁଷ୍ୟର ବିଚାରଧାରା ଅନୁରୂପ ଯୁଗ ହୁଏ । ତେଣୁ ଯୁଗ ପରିବର୍ନ ପାଇଁ ମନୁଷ୍ୟର ବିଚାର ଧାରାର ପରିବର୍ନ ଆବଶ୍ୟକ । ମଣିଷ ଜନ୍ମ ଜନ୍ମାନ୍ତର ଧରି ଯେଉଁ ମିଥ୍ୟା ଜ୍ଞାନର ପ୍ରହେଳିକାରେ ପଥ ହୁଡି ଆଜି ପତିତ ହୋଇଛି ଇଶ୍ୱରୀୟ ଜ୍ଞାନର ଆଲୋକ ଦ୍ୱାରା ତାକୁ ତା'ର ଜୀବନ ଯାତ୍ରାର ମାର୍ଗ ପରିବର୍ନ କରିବାକୁ ପଡିବ । ସମଗ୍ର ବିଶ୍ୱରେ ବ୍ୟାପ୍ତ ଅଜ୍ଞାନ ଅନ୍ଧକାରକୁ ଦୂର କରିବା ପାଇଁ ପ୍ରତ୍ୟେକ ଈଶ୍ୱର ପ୍ରେମୀ ବ୍ୟକ୍ତିଙ୍କୁ ଏକ ଆଲୋକ ସ୍ତମ୍ଭର(ଖସଶଷଗ୍ଧ ଐକ୍ଟଙ୍କଗ୍ଦର) ଭୂମିକା ନିର୍ବାହ କରି ବିପଥଗାମୀମାନଙ୍କୁ ଉଚିତ ପଥ ଦେଖାଇବାକୁ ହେବ । ଏହିପରି ମିଳିତ ସହଯୋଗ ଦ୍ୱାରାହିଁ ସୁଖମୟ ସଂସାରର(ସ୍ୱର୍ଗ) ସ୍ଥାପନା ସମ୍ଭବ ହେବ ।ାା ଓମଶାନ୍ତି ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର)
ମୋବାଇଲ - ୯୪୩୭୨୧୦୨୯୬
Comments
Post a Comment