ସର୍ବବନ୍ଦ୍ୟ ଶିବ ଓ ଶିବରାତ୍ରୀ ବ୍ରହ୍ମାକୁମାର--- ଡ଼ା: ସୁଧାଂଶୁ ଶେଖର ମିଶ୍ର
ସର୍ବବନ୍ଦ୍ୟ ଶିବ ଓ ଶିବରାତ୍ରୀ
ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର
ଶିବଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼
ସମୟ ଗଡ଼ିଯାଏ । ବର୍ମାନ ଅତୀତ ହୋଇଯାଏ । ଅତୀତ ପୁଣି ଦିନେ ବର୍ମାନ ହୋଇ ଆମ ସମ୍ମୁଖରେ ପ୍ରକଟ ହୁଏ । ଏହିପରି ସୃଷ୍ଟିଚକ୍ର ବା କାଳଚକ୍ର ବୃାକାରରେ ଆବିର୍ତ ହେଉଥାଏ । ଆଜିର ଘଟଣା ଆସନ୍ତାକାଲି ପାଇଁ କେବଳ ସ୍ମୃତି ମାତ୍ର ହୋଇ ରହିଯାଏ । ଏହି ସ୍ମୃତିକୁ ବଜାୟ ରଖିବାକୁ ମଣିଷ ସ୍ମାରକ ନିର୍ମାଣ କରେ, ସ୍ମୃତି ଦିବସ ପାଳନ କରେ, ଜନ୍ମଦିନ ମନାଏ । ପର୍ବ ପର୍ବାଣିର ପ୍ରଚଳନ କରେ । ଏହାକୁ ଆଧାର କରି କାବ୍ୟ କବିତା, ଆଖ୍ୟାନ ଉପାଖ୍ୟାନର ସୃଷ୍ଟି ହୁଏ । ଏହିସବୁ ମୂଳରେ ଥାଏ ମଣିଷ ମନର ସ୍ନେହ, ଶ୍ରଦ୍ଧା, ପ୍ରେମ, ସଦ୍୍ଭାବନା । କିନ୍ତୁ କାଳର କରାଳ ଗତିରେ ଏହି ସ୍ମୃତି କ୍ରମେ ବିସ୍ମୃତିରେ ପରିଣତ ହୋଇଯାଏ । ମଣିଷ ମନର ସ୍ନେହ ଶ୍ରଦ୍ଧା ତୁଟିଯାଏ । ବିସ୍ମୃତି ଅନ୍ଧଶ୍ରଦ୍ଧାକୁ ଜନ୍ମ ଦିଏ । ସବୁକିଛି କେବଳ ପରମ୍ପରା ମଧ୍ୟରେ ବାନ୍ଧି ହୋଇ ରହିଯାଏ । ଅନେକ ମହାପୁରୁଷ ଓ ଅବତାର ସମୟ ଗର୍ଭରୁ ଜନ୍ମ ନେଇଛନ୍ତି; ନିଜ ନିଜ ଯୋଗ୍ୟତା ଓ ସାମର୍ଥ୍ୟ ଅନୁସାରେ ମଣିଷ ସମାଜ ପାଇଁ ଯଥା ସାଧ୍ୟ କଲ୍ୟାଣକର କାର୍ଯ୍ୟ କରି ଯାଇଛନ୍ତି । ଆଜି ସେମାନେ ଅତୀତ ଗର୍ଭରେ ଅସ୍ତ । ବର୍ମାନ ସେମାନଙ୍କ ଜୟନ୍ତି ପାଳିତ ହେଉଛି, ସେମାନଙ୍କ ବିଷୟରେ ଆଲୋଚନା ସଭା ଅନୁଷ୍ଠିତ ହେଉଛି; କିନ୍ତୁ କେହି କେବେ ସେମାନଙ୍କର ଜୀବନାଦର୍ଶକୁ ଅନୁସରଣ କରିବାର ଆନ୍ତରିକତା ଦେଖାଇ ନାହାନ୍ତି । ସେହିପରି ଆଜି ମାନବ କେବଳ ପାରମ୍ପାରିକ ବାଧ୍ୟବାଧକତା ହେତୁହିଁ ବିଭିନ୍ନ ପର୍ବପର୍ବାଣି ପାଳନ କରୁଛି । ସେ ଏ ସଂପର୍କରେ ବିସ୍ମୃତ ହୋଇଯାଇଛି ଯେ ଏହିସବୁ ପର୍ବ ପଛରେ ଏକ ଏକ ଆଧ୍ୟାତ୍ମିକ ଘଟଣା ଲୁଚି ରହିଛି । ପବିତ୍ର ଶିବରାତ୍ରୀ ପର୍ବ ଅବସରରେ ଏହ ଉପରେ ସମ୍ୟକ ଆଲୋଚନା ଆବଶ୍ୟକ ।
ଶିବ କିଏ ?
ଶିବ ଓ ଶିବରାତ୍ରୀ ଉଭୟ ନାମର ବିଶେଷ ମହ୍ୱ ରହିଛି । ଶିବ ପରମାତ୍ମାଙ୍କ କର୍ବ୍ୟ ବାଚକ ନାମକୁ ଇଙ୍ଗିତ କରେ । ଶିବ ଅର୍ଥ ଯିଏ ସମସ୍ତଙ୍କ କଲ୍ୟାଣ କରନ୍ତି । ପରମାତ୍ମାଙ୍କ ଅବତରଣ ଘଟଣା ସହିତ ସମ୍ପର୍କିତ ଥିବାରୁ ଶିବରାତ୍ରୀ ଅତ୍ୟନ୍ତ ତାପôର୍ଯ୍ୟପୂର୍ଣ୍ଣ ଉସôବ ଅଟେ । ବୁଦ୍ଧଦେବଙ୍କ ପାର୍ଥିର୍ବ ଶରୀର ତ୍ୟାଗ ବା ତାଙ୍କ ଭକ୍ତମାନଙ୍କ ଭାଷାରେ ନିର୍ବାଣ ପ୍ରାପ୍ତି ଦିବସର ସ୍ମରଣ ପାଇଁ ସେହି ତିଥିରେ “ବୁଦ୍ଧ ନିର୍ବାଣସେôାବ”(nIRBANOTSABA) ପାଳନ କରାଯାଏ । ଏହା ପରୋକ୍ଷ ଭାବରେ ସୂଚିତ କରେ ଯେ ବୁଦ୍ଧଦେବ ଜଣେ ମନୁଷ୍ୟ ଥିଲେ ଏବଂ ଶରୀର ତ୍ୟାଗ ପୂର୍ବରୁ କର୍ମ ବନ୍ଧନରେ ଥିଲେ ଯେଉଁଥିପାଇଁକି ସେ କଠୋର ତପସ୍ୟା କରି ମୁକ୍ତି ଲାଭ କରିଥିଲେ । ଏଥିରୁ ଜଣାଯାଏ ଯେ ସେ ସଦା ମୁକ୍ତ ନଥିଲେ ବା ସେ ସ୍ୱୟଂ ପରମାତ୍ମା ନଥିଲେ । ସେହିପରି “ଋଷି ବୋଧ ଉସôବ” ଦୟାନନ୍ଦଙ୍କ ଜ୍ଞାନ ପ୍ରାପ୍ତି ସ୍ମୃତିରେ ପାଳନ କରାଯାଏ । ଏହା ମଧ୍ୟ ସୂଚିତକରେ ଯେ ସେ ଆମପରି ଜଣେ ମଣିଷ ଥିଲେ ଓ ଜ୍ଞାନ ପ୍ରାପ୍ତି ପାଇଁ ଅଦମ୍ୟ ପରୁଷାର୍ଥ କରିଥିଲେ । କିନ୍ତୁ ‘ଶିବ’ ଶବ୍ଦ କୌଣସି ଦେହଧାରୀ ମଣିଷକୁ ବୁଝାଏ ନାହିଁ । ସେ ଶାଶ୍ୱତ ଜ୍ଞାନରେ ପରିପୂର୍ଣ୍ଣ, କଲ୍ୟାଣକାରୀ, ଜ୍ଞାନ ଦାତା ଓ ସମସ୍ତ ଯୋଗର ଅଧିଶ୍ୱର । ସେ ମାନବ ସମାଜକୁ ଜ୍ଞାନ ଯୋଗ ଶିକ୍ଷା ଦେବା ପାଇଁ ହିଁ ଅବତରଣ କରନ୍ତି । ଶିବରାତ୍ରୀ ତାଙ୍କ ଜ୍ଞାନ ପ୍ରାପ୍ତି ବା ନିର୍ବାଣ ପ୍ରାପ୍ତିକୁ ସୂଚିତ କରେ ନାହିଁ । ମାନବ ସମାଜ ଯେତେବେଳେ ଦେହ ଅଭିମାନ ବଶତଃ ନୈତିକ ମୂଲ୍ୟ ହରାଇ ବସେ ଓ ଅଜ୍ଞାନ ତିମିରାନ୍ଧରେ ପଥବଣା ହୋଇଯାଏ ସେହିପରି ଏକ ଘଡି ସନ୍ଧି ମୂହୁର୍ରେ ତାଙ୍କର ଅବତରଣ ହୁଏ । ଅଜ୍ଞାନ ଓ ତମୋପ୍ରଧାନ ରାତ୍ରୀର ପର୍ଯ୍ୟାୟବାଚକ ହୋଇଥିବାରୁ ତାଙ୍କର ଅବତରଣ ସମୟକୁ ଶିବରାତ୍ରୀ ନାମରେ ଅଭିହିତ କରାଯାଏ ।ଭାରତର ପ୍ରତ୍ୟେକ ପୁର ପଲ୍ଲୀରେ ଶିବ ମନ୍ଦିର ଦେଖିବାକୁ ମିଳେ । ପ୍ରତ୍ୟେକ ଧର୍ମଗ୍ରନ୍ଥରେ ତାଙ୍କର ମହିମା ବର୍ଣ୍ଣିତ । ପ୍ରତ୍ୟେକ ଧର୍ମର ଲୋକେ ତାଙ୍କୁହିଁ ବିଭିନ୍ନ ନାମରେ ଉପାସନା କରନ୍ତି । ଭାରତର ବିଭିନ୍ନ ସ୍ଥାନରେ ଅମରନାଥ, ବିଶ୍ୱନାଥ, ସୋମନାଥ, ବବୁଲନାଥ, ପଶୁପତିନାଥ ଇତ୍ୟାଦି ନାମରେ ଶିବଲିଙ୍ଗଙ୍କ ପୂଜା କରାଯାଏ । ମକ୍କାରେ ସଙ୍ଗ-ଏ-ଅସବଦ୍, ମିଶ୍ରରେ ‘ଓସିରିସ’, ବେବୋଲିନରେ ‘ଶିଅନ’ ନାମରେ ସେହିଁ ଏକ ଶିବଙ୍କୁହିଁ ଉପାସନ କରାଯାଏ । ଶିବ ଲିଙ୍ଗ ଅର୍ଥ ଶିବଙ୍କ ପ୍ରତିମା ବା ପ୍ରତୀକ । ଲିଙ୍ଗ ଶବ୍ଦର ବୁ୍ୟପôି କଲେ ହେବ ଲି+ଗମ୍ । ‘ଲି’ ଅର୍ଥ ଅବ୍ୟକ୍ତ ଓ ‘ଗମ’ର ଅର୍ଥ ଗମନ କରିବା, ନିର୍ଦ୍ଧେଶ କରିବା । ନ୍ୟାୟ ଓ ବୈଶେଷିକ ଦର୍ଶନରେ ଲିଙ୍ଗର ଅର୍ଥ ଲକ୍ଷଣ ବୋଲି କୁହାଯାଇଛି । ଏଥିରୁ ସ୍ପଷ୍ଟ ଯେ ଅବ୍ୟକ୍ତ ସ୍ୱରୂପ ପରମାତ୍ମାଙ୍କ ପ୍ରତିମାହିଁ ଶିବଲିଙ୍ଗ ଅଟେ । ଶିବଙ୍କୁ ଯେଉଁ ଯେଉଁ ସ୍ଥାନରେ ଯେଉଁ ନାମରେ ତାଙ୍କୁ ନାମିତ କରି ତାଙ୍କର ଉପାସନା କରାଯାଉଥାଉନା କାହିଁକି ତାହା ତାଙ୍କର କର୍ବ୍ୟବାଚକ ନାମହିଁ ଅଟେ । କିନ୍ତୁ ବଡ଼ ଆଶ୍ଚର୍ଯ୍ୟ କଥା ଯେ ଶିବ କେବେ କିପରି ଭାବରେ ସୃଷ୍ଟିରେ ତାଙ୍କ ପ୍ରଚଳିତ ନାମାନୁସାରେ ବିଭିନ୍ନ କର୍ବ୍ୟ ସମ୍ପାଦନ କରିଥିଲେ, ଏହି ବିଷୟରେ କେହି କେବେ ଚିନ୍ତା କରନ୍ତି ନାହିଁ । ବିଭିନ୍ନ ଦେଶର ବିଭିନ୍ନ ସହର ମାନଙ୍କରେ ବିଶିଷ୍ଟ ବିଶିଷ୍ଟ ବ୍ୟକ୍ତିମାନଙ୍କ ନାମରେ ପାର୍କ, ରାସ୍ତା, ଭବନ, ନଗର ବା ଛକ ଜାଗା ମାନଙ୍କର ନାମକରଣ କରାଯାଇଥାଏ । ଏହିସବୁ ସ୍ଥାନ ମାନଙ୍କରେ ପହୁôଲେ ବା ସେଗୁଡ଼ିକ ନାମ ଶୁଣିଲେ ମନରେ ତାହା ଯେଉଁ ମହାନ ବ୍ୟକ୍ତିଙ୍କ ନାମରେ ନାମିତ ହୋଇଥାଏ ତାଙ୍କର ବ୍ୟକ୍ତିତ୍ୱ ବା ସମାଜ ପ୍ରତି ତାଙ୍କର ଅବଦାନ ବିଷୟରେ ସ୍ୱତଃ ସ୍ମରଣ ହୋଇଯାଏ । ତାଙ୍କପ୍ରତି ମନରେ କୃତଜ୍ଞତା ଭରିଯାଏ । ସେହିପରି ଯେତେବେଳେ ଆମେ କୌଣସି ଶିବ ମନ୍ଦିରକୁ ଯାଉଁ ବା ମନ୍ଦିର ସମ୍ମୁଖ ଦେଇ ଯାତାୟତ କରୁଁ ଆମ ମନରେ ତାଙ୍କ ବିଷୟରେ ସେହିପରି କୌଣସି ଦିବ୍ୟ ଇତିହାସର ସ୍ମରଣ ହୁଏ କି ? ଆମେ କେବେ ଗଭୀର ଭାବରେ ଚିନ୍ତା କରିଛୁ କି ଯେ ଶିବ କେବେ ଓ କିପରି ମାନବ ସମାଜକୁ ଦୁଃଖ ଓ ଅଶାନ୍ତିରୁ ମୁକ୍ତ କରିଥିଲେ ଯଦ୍ୱାରା “ମୁକ୍ତେଶ୍ୱର” ନାମରେ କେଉଁ ଆବହମାନ କାଳରୁ ଆମର ପୂର୍ବ ପୁରୁଷ କୃତଜ୍ଞତାର ନିଦର୍ଶନ ସ୍ୱରୂପ ଭବ୍ୟ ମନ୍ଦିର ନିର୍ମାଣ କରି ତାଙ୍କର ଉପାସନା କରି ଆସୁଛନ୍ତି ? ଶିବର ଅର୍ଥ କଲ୍ୟାଣକାରୀ । ସେ ମାନବ ସମାଜର କେଉଁ ପ୍ରକାର କଲ୍ୟାଣ କରିଥିଲେ ? ପୁନଶ୍ଚ ଶିବଲିଙ୍ଗ ନାମରେ ଯେଉଁ ଅଣ୍ଡାକୃତି ପ୍ରତିମା ପୂଜା କରାଯାଏ ତାହା ତାଙ୍କର କେଉଁ ରୂପର ପ୍ରତୀକ ? ଏହିସବୁ ପ୍ରଶ୍ନ ଉପରେ କୌଣସି ଐତିହାସିକ ତଥ୍ୟ ଆମ ପାଖରେ ଉପଲବ୍ଧ ନାହିଁ । ଶିବଙ୍କ ପ୍ରତିମା ପ୍ରଥମେ କିଏ ସ୍ଥାପନ କରିଥିଲେ ? ଶିବରାତ୍ରୀ ଉସôବ କେଉଁ ଘଟଣାର ସ୍ମରଣ ପାଇଁ ପାଳିତ ହୁଏ ? ଶିବଙ୍କ ବିଶେଷ କର୍ବ୍ୟ କ’ଣ ? ଏହା ଉପରେ କୌଣସି ବିବେକ ସଙ୍ଗତ ତଥ୍ୟ ଆମ ପାଖରେ ନଥିବାରୁ ଶିବରାତ୍ରୀ ଉସôବ ପାରମ୍ପରିକ କର୍ମକାଣ୍ଡ ମଧ୍ୟରେ କେବଳ ମୁଷ୍ଟିମେୟ କତିପୟ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରାହିଁ ପାଳିତ ହୋଇ ଆସୁଛି ।
ଶିବ ମନ୍ଦିରରେ ଆମେ ଦେଖିବାକୁ ପାଇବା ଯେ ଅନେକେ ତାଙ୍କର ପ୍ରାର୍ଥନା ଏପରି କରନ୍ତି, “ତ୍ୱମେବ ମାତାଶ୍ଚ ପିତା ତ୍ୱମେବ, ତ୍ୱମେବ ବନ୍ଧୁଶ୍ଚ ସଖା ତ୍ୱମେବ, ତ୍ୱମେବ ବିଦ୍ୟାଂ ଦ୍ରବିଣଂ ତ୍ୱମେବ, ସ୍ୱମେବ ସର୍ବଂ ମମଦେବ ଦେବ ।” କେହି କେହି “ଓମ ନମଃ ଶିବାୟ” ବା “ଓମ ଶିବ ପରମାମୈô ନମଃ” ବୋଲି ଜପ ଓ ପ୍ରାର୍ଥନା କରନ୍ତି । ଏଥିରୁ ସ୍ପଷ୍ଟ ଯେ ‘ଶିବ’ ଆମ ସମସ୍ତଙ୍କ ପାରଲୌକିକ ପିତା ଓ ପରମପୂଜ୍ୟ ଅଟନ୍ତି; ଅଥଚ ତାଙ୍କର ପ୍ରକୃତ ପରିଚୟ କାହାରିକୁ ଜଣା ନାହିଁ । ସେଥିପାଇଁ ଶିବ ଦୁଃଖହର୍ା, ସୁଖକର୍ା, ପାପକଟେଶ୍ୱର, କଲ୍ୟାଣକାରୀ, ସଂକଟମୋଚନ ହୋଇଥିଲେ ସୁଦ୍ଧା ଏବଂ ଆମେ ତାଙ୍କର ଏହିସବୁ ମହିମାକୁ ସ୍ମରଣ କରି ପ୍ରାର୍ଥନ କରୁଥିଲେ ସୁଦ୍ଧା ଆମେ ତାଙ୍କ ପାଖରେ ପହô ପାରୁ ନାହୁ ବା ତାଙ୍କଠାରୁ କିଛି ବିଶେଷ ଫଳ ପ୍ରାପ୍ତ ହୋଇ ପାରୁନାହୁଁ । ହିନ୍ଦିରେ ଶିବଙ୍କ ବିଷୟରେ ଏକ ଉକ୍ତି ପ୍ରସିଦ୍ଧ ଅଟେ “ଶିବ କେ ଭଣ୍ଡାର ଭର୍ପୁର୍ କାଲ୍କକ ଦୂର ।” କିନ୍ତୁ ଯେଉଁ ଭାରତରେ ପ୍ରତି ପୁର ପଲ୍ଲୀରେ ଶିବଙ୍କ ମନ୍ଦିର ସ୍ଥାପିତ ହୋଇ ତାଙ୍କର ପୂଜା କରାଯାଉଛି । ସେଠାରେ ଆଜି ଲୋକେ ଅତ୍ୟନ୍ତ ଦୀନ, ଦୁଃଖୀ, ଅଶାନ୍ତ କାହିଁକି ? ଏଥିରୁ ପ୍ରମାଣିତଯେ ଶିବଙ୍କ ପ୍ରକୃତ ବାସସ୍ଥାନ କେଁଉଠି ଓ ତାଙ୍କ ନିକଟକୁ ଯିବା ପାଇଁ କେଉଁ ମାର୍ଗର ଅନୁସରଣ କରାଯିବ ଏକଥା ଅନେକଙ୍କୁ ଜଣା ନାହିଁ । ଏହି ସନ୍ଦର୍ଭରେ ଶିବଙ୍କ ପ୍ରକୃତ ପରିଚୟ ବିଷୟରେ ଆଲୋଚନା କରିବା ଆବଶ୍ୟକ ମନେ ହୁଏ ।
ଶିବଙ୍କୁ ସ୍ୱୟଂଭୁ କୁହାଯାଏ । କାରଣ ତାଙ୍କର କୌଣସି ଶାରୀରିକ ଜନ୍ମ ହୁଏ ନାହିଁ ଓ ସେ ସ୍ୱଇଚ୍ଛାରେ ଭୂପୃଷ୍ଠରେ ଆବିର୍ଭାବ ହୁଅନ୍ତି । କୌଣସି ମନ୍ତ୍ରତନ୍ତ୍ର ବା ପ୍ରାର୍ଥନାର ଶକ୍ତି ତାଙ୍କୁ ଆବିର୍ଭାବ ହେବାକୁ ବାଧ୍ୟ କରିପାରେ ନାହିଁ । ସେ ଦେବମାନଙ୍କର ଦେବ ମହାଦେବ; ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କ ରଚୟିତା ତ୍ରିମୂର୍ି ଶିବ ଅଟନ୍ତି । ଶିବଲିଙ୍ଗରେ ଯେଉଁ ତିନୋଟି ଗାର ଥାଏ; ଏହା ଏହି କଥାକୁ ସୂଚିତ କରେ । ନିମ୍ନ ଶ୍ଲୋକରେ ଏହାର ପ୍ରମାଣ ମିଳେ; “ଅଧୋଭାଗେ ସ୍ଥିତ ସ୍କନ୍ଧଃ ସ୍ଥିତାଦେବୀ ଚ ମଧ୍ୟତଃ । ଉଦ୍ଧ୍ୱର୍ଋଦ୍ରଃ କ୍ରମାଦ୍ୱାପି ବ୍ରହ୍ମାବିଷ୍ଣୁ ମହେଶ୍ୱର ।ା” ଶିବ ଆତ୍ମାମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଓ ସମସ୍ତଙ୍କ ପିତା ପରମାତ୍ମା ଅଟନ୍ତି । ଏହିସବୁ ମହିମା ତାଙ୍କର କର୍ବ୍ୟକୁ ସୂଚିତ କରେ । ସେ ଅଶରୀରୀ ହୋଇଥିବା ହେତୁ ତାଙ୍କର ପ୍ରତ୍ୟେକ ନାମ ହିଁ କର୍ବ୍ୟ ବାଚକ ଅଟେ । ସେଥିପାଇଁ ଶିବଲିଙ୍ଗ ମଣ୍ଡଳାକୃତି ହୋଇଥାଏ ଏବଂ ଏହା କୌଣସି ପ୍ରକାରେ ଶାରୀରିକ ଆକୃତିର ପ୍ରତିନିଧିତ୍ୱ କରେ ନାହିଁ । ଏହାହିଁ ସ୍ପଷ୍ଟ ଇଙ୍ଗିତ କରେ ଯେ ଶିବଲିଙ୍ଗ କୌଣସି ଦେବତା ବା ମନୁଷ୍ୟର ପ୍ରତିମା ନୁହେଁ ବରଂ ଏହା ଜ୍ୟୋତିସ୍ୱରୂପ ଅଶରୀରୀ ପରମାତ୍ମାଙ୍କ ସ୍ମରଣ ଚିହ୍ନ ଅଟେ । ତେଣୁ ଯେଉଁମାନେ ପରମାତ୍ମାଙ୍କ ନାମ ରୂପ ନାହିଁ ବୋଲି କହନ୍ତି ସେମାନେ ପ୍ରକୃତରେ ତାଙ୍କୁ ଜାଣି ନାହାନ୍ତି ବା ତାଙ୍କ ବିଷୟରେ ଭ୍ରାନ୍ତ ଧାରଣା ପୋଷଣ କରିଛନ୍ତି ।
କେତେକଙ୍କ ବିଶ୍ୱାସ ଅନୁସାରେ ପରମାତ୍ମା ନିରାକାର ଏବଂ ସେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ । ତାଙ୍କର ଏହି ସର୍ବ ବ୍ୟାପକ ରୂପକୁ ସ୍ମରଣ କରିବା ସମ୍ଭବ ନୁହେଁ । ତେଣୁ ଶିବଲିଙ୍ଗକୁ ପ୍ରତୀକ ରୂପରେ ମଣ୍ଡଳାକାରରେ ନିର୍ମାଣ କରାଯାଇଛି । କିନ୍ତୁ ପରମାତ୍ମା ଯଦି ଆକାର ରହିତ ଓ ସର୍ବବ୍ୟାପକ ତେବେ ତାଙ୍କର ଆକୃତିର ପରିକଳ୍ପନା କରାଗଲା କିପରି ? ବାୟୁର ପ୍ରତୀକକୁ କିପରି ଆକୃତି ଦିଆଯିବ ? ପରମାତ୍ମା ସର୍ବାତ୍ମାଙ୍କ ପିତା । ତେଣୁ ତାଙ୍କୁ ପରମପିତା କୁହାଯାଏ । ଆତ୍ମା ସୂକ୍ଷ୍ମାତିସୂକ୍ଷ୍ମ ଜ୍ୟୋତି ସ୍ୱରୂପ ଅଣୁରୂପ ବା ବିନ୍ଦୁ ରୂପ ଅଟେ । ଆତ୍ମାମାନଙ୍କର ପିତା ପରମାତ୍ମା ମଧ୍ୟ ସେହି ଦୃଷ୍ଟିରୁ ଜ୍ୟୋତିବିନ୍ଦୁ ସ୍ୱରୂପ ଅଟନ୍ତି । ବିନ୍ଦୁକୁ ବୃହଦାକାରରେ ଅଙ୍କିତ କଲେ ମଣ୍ଡଳାକାରହିଁ ହେବ । ତେଣୁ ପୂଜା ବା ଉପାସନାର ସୁବିଧା ଦୃଷ୍ଟିରୁ ବିନ୍ଦୁ ରୂପ ପରମାତ୍ମା ଶିବଙ୍କ ପ୍ରତିମାକୁ ମଣ୍ଡଳାକାର ବା ଅଙ୍ଗୁଷ୍ଠାକାର ଆକୃତିରେ ନିର୍ମାଣ କରାଯାଏ । କଠୋପନିଷଦରେ ଆତ୍ମା ସହିତ ପରମାତ୍ମାଙ୍କୁ ମଧ୍ୟ ଅଙ୍ଗୁଷ୍ଠାକାର ବୋଲି କୁହାଯାଇଛି । ଶିବ ପୁରାଣ ଅନୁସାରେ ଶିବ ଲିଙ୍ଗର ଆକାର ପୂଜକର ବାର ଅଙ୍ଗୁଳି ବା ଷୋହଳ ଅଙ୍ଗୁଳି ପରିମାପର ହେବା ଉଚିତ ।“ଅଙ୍ଗୁଷ୍ଠ ମାତ୍ରଂ ଅମଳଂ ଦୀପ୍ୟମାନଂ ସମସ୍ତତଃ ଶୁଦ୍ଧ ଦୀପ ଶିଖାକରଂ ପୂର୍ଣ୍ଣ ମଣ୍ଡିତମ୍ର । ଇନ୍ଦୁରେଖା ସମାକାରମ୍ ତାରୂପମଥାପି ବା । ନୀବାଶୁକ ସଦୃଶଂ ବିସ ସୂତ୍ରାଭମେବ ବା । ।ା(ଶିବପୁରାଣ ଅ ୨୯/୧୪୨-୧୪୩) ।ା ଶିବଲିଙ୍ଗର ଆକୃତିକୁ ଅଙ୍ଗୁଷ୍ଠାକାର ମାନୁଥିବାରୁ ଏହାର ମାପ ଆଙ୍ଗୁଠି ଦ୍ୱାରା ନିର୍ଣ୍ଣୟ କରାଯାଉଛି । ଭାରତର କେତେକ ଅଳରେ ଅଙ୍କ ଗଣନା ସମୟରେ ଯେତେବେଲେ ଶୂନ୍ୟ (୦) ଆସେ ସେତେବେଳେ ତା’ ବଦଳରେ ‘ଶିବ’ ଶବ୍ଦର ଉଚ୍ଚାରଣ କରାଯାଏ । ମହେଂଜୋଦାରୋ (ଗକ୍ଟଷବଦ୍ଭ-ଔକ୍ଟ-ଊବକ୍ସକ୍ଟ) ସଭ୍ୟତାରରେ ଲୋକେ ମଧ୍ୟ ‘ଶୂନ୍ୟ’କୁ ଶିବ ବୋଲି ଉଚ୍ଚାରିତ କରୁଥିବାର ଅନୁମାନ କରାଯାଏ । କାରଣ ସେମାନେ ଶିବ ଉପାସକ ଥିଲେ । ତେଣୁ ସେମାନଙ୍କଠାରୁ ଏହି ପ୍ରଥା ପ୍ରାନ୍ତୀୟ ଆଳମାନଙ୍କୁ ବ୍ୟାପିଥିବାର ନିଶ୍ଚିତ ସମ୍ଭାବନା ରହିଛି ।‘ସିନ୍ଧୁ’ ପ୍ରଦେଶ ହେଉଛି ମହେଂଜୋଦାରୋ ସଭ୍ୟତାର ପ୍ରାନ୍ତୀୟ ଅଳ । ଏହି ଅଳରର ବ୍ୟବସାୟୀମାନଙ୍କ ମଧ୍ୟରେ ଏହି ପ୍ରଥାର ବହୁଳ ବ୍ୟବହାର ଦେଖାଯାଉଥିଲା । ପାଶ୍ଚତ୍ୟ ସଭ୍ୟତାର ବିକାଶ ଫଳରେ ଏହା ବର୍ମାନ ଲୁପ୍ତ ପ୍ରାୟ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ‘ଶିବ’ ବିନ୍ଦ୍ୁ ହୋଇଥିବା ହେତୁ ‘ଶିବ’ ଶବ୍ଦ ମଧ୍ୟ ବିନ୍ଦୁର ପର୍ଯ୍ୟାୟବାଚକ ରୂପ ବ୍ୟବହୃତ ହେଉଥିଲା ।
ଶିବ କାହିଁକି ଅବରତଣ କରନ୍ତି ?
କେତେକ ବିଦ୍ୱାନ କହନ୍ତି ପରମାତ୍ମା ଜ୍ଞାନ ଗୁଣ ଓ ଶକ୍ତିର ସାଗର । ସେ ସର୍ବ ସମର୍ଥ । ତେଣୁ ସେ ପ୍ରେରଣା ଦ୍ୱାରା ମାନବର ମନରେ ଜ୍ଞାନ ଉପôନ୍ନ କରାଇ ପାରନ୍ତେ; କିନ୍ତୁ ତଥାପି କାହିଁକି ସେ ଅବରତଣ କରନ୍ତି ? ଯେଉଁମାନେ ଏପରି ପ୍ରଶ୍ନ ପ·ରନ୍ତି ସେମାନେ ଭୁଲି ଯାଆନ୍ତି ଯେ ବର୍ମାନ କଳିଯୁଗର ଶେଷ ପର୍ଯ୍ୟାୟ ଏବଂ ସମସ୍ତ ମାନବ ସମାଜ ଦେହ ଅଭିମାନ ଗ୍ରସ୍ତ ଓ ପବିକାର ଦ୍ୱାରା ପୀଡ଼ିତ । ସେମାନେ ପରମାତ୍ମାଙ୍କ ବିଷୟରେ ସଠିକ ତଥ୍ୟ ଜାଣନ୍ତି ନାହିଁ । ତେଣୁ ସେମାନେ ପରମାତ୍ମାଙ୍କୁ ଜାଣିବା ପାଇଁ ବିଭିନ୍ନ ପ୍ରୟାସ କରନ୍ତି । ପରମାତ୍ମା ସେମାନଙ୍କୁ ଦେହ ଅଭିମାନରୁ ମୁକ୍ତ କରି ଅତ୍ମାନୁଭୂତି ପ୍ରଦାନ କରିବା ପାଇଁ ତଥା ଯଥାର୍ଥ ଜ୍ଞାନ ଦ୍ୱାରା ନିଜ ସହିତ ଯୋଗଯୁକ୍ତ କରାଇବାକୁ ଏକ ମାନବ ଶରୀର ମାଧ୍ୟମରେ ଅବତରଣ କରନ୍ତି । ଜ୍ଞାନ ଓ ଯୋଗ ଶିକ୍ଷା ଦେବା ପାଇଁ ଅନ୍ୟ କେହି ସମର୍ଥ ହେଉ ନଥିବାରୁ ତାଙ୍କୁ କେବଳ ମାନବ ଶରୀର ଚୟନର ଆବଶ୍ୟକତା ପଡେ । ସେ ସବୁବେଳେ ବା ନିରନ୍ତର ସେହି ମାନବ ଶରୀର ମଧ୍ୟରେ ଅବସ୍ଥାନ କରନ୍ତି ନାହିଁ । ଦିନରେ ଅଳ୍ପ କିଛି ସମୟ ସେ ସେହି ଶରୀରରେ ଅବରତଣ କରି ଅନେକ ଆଧ୍ୟାତ୍ମିକ ରହସ୍ୟ ଓ ଆବଶ୍ୟକ ଜ୍ଞାନର ବ୍ୟାଖ୍ୟା କରନ୍ତି ଯାହାକି ମନୁଷ୍ୟକୁ ସୁଖୀ ଓ ପବିତ୍ର ଜୀବନ ଯାପନ ପାଇଁ ଉସôାହିତ କରେ । ପରମାତ୍ମାଙ୍କ ଏହି ଅସାଧାରଣ ଅବତରଣକୁ ଗୀତାରେ ଦିବ୍ୟ ଜନ୍ମ ବୋଲି କୁହାଯାଇଛି । ସେ ପ୍ରକୃତିକୁ ବଶୀଭୂତ କରି ଏକ ମାନବ ଶରୀର ମଧ୍ୟରେ ହିଁ ଅବତରଣ କରନ୍ତି ।ଶିବରାତ୍ରୀର ଯଥାର୍ଥ ସ୍ୱରୂପ :
ଶିବରାତ୍ରୀ ପରମପିତା ପରମାତ୍ମା ଶିବଙ୍କ ଅଲୌକିକ ଜନ୍ମ ଦିବସ । ସାଧାରଣତଃ କେହି ରାତ୍ରୀରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର ଜନ୍ମ ତିଥିକୁ ଜନ୍ମ ଦିବସ ରୂପେ ପାଳନ କରାଯାଏ; ଜନ୍ମରାତ୍ରୀ ରୂପରେ ନୁହେଁ । କିନ୍ତୁ ଶିବଙ୍କ ଜନ୍ମ ଦିବସକୁ ଶିବରାତ୍ରୀ ରୂପେ କାହିଁକି ପାଳନ କରାଯାଉଛି ? ଏଠାରେ ରାତ୍ରୀ ଶବ୍ଦର ଅର୍ଥ ସୂର୍ଯ୍ୟଙ୍କ ଆହ୍ନିକ ଗତି ଅନୁସାରେ ପ୍ରତି ୨୪ ଘଣ୍ଟାରେ ହେଉଥିବା ଅନ୍ଧକାରକୁ ବୁଝାଉ ନାହିଁ । ଏଠାରେ ରାତ୍ରୀକୁ ଆଧ୍ୟାତ୍ମିକ ଅର୍ଥରେ ବୁଝିବା ଉଚିତ । ଆଧ୍ୟାତ୍ମିକ ପରିଭାଷାରେ ଏହା ତମୋପ୍ରଧାନତାର ପ୍ରତୀକ । ସାଧାରଣ ଅର୍ଥରେ ଏଠାରେ ‘ରାତ୍ରୀର’ ଅର୍ଥ କରିବା ବିରାଟ ଭୁଲ ହେବ । ସୃଷ୍ଟିରେ ତମୋପ୍ରଧାନତାର ଚରମତମ ପର୍ଯ୍ୟାୟରେ ପରମାତ୍ମାଙ୍କ ଅବତରଣ ହେଉଥିବାରୁ ଏହି ଅଲୌକିକ ଘଟଣାର ସ୍ମରଣ ପାଇଁ ଶିବରାତ୍ରୀ ଉସôବ ପାଳନ କରାଯାଏ । ଏହି ଦୃଷ୍ଟିରୁ ଶିବରାତ୍ରୀ ଉସôବ ମାନଙ୍କ ମଧ୍ୟରେ ଶ୍ରେଷ୍ଟତମ ଅଟେ । କିନ୍ତୁ ଅଜ୍ଞାନତା ହେତୁ କେତେକ ଲୋକ ଏହାକୁ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଧାର୍ମିକ ଉସôବ ବୋଲି ମନେକରନ୍ତି । ଏହାର ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ କାରଣ ହେଲା ଯେ ଅନେକ ଲୋକ ଶିବ ଓ ଶଙ୍କର ମଧ୍ୟରେ ପାର୍ଥକ୍ୟ ବୁଝି ପାରନ୍ତି ନାହିଁ । ବରଂ ସେମାନେ କେତେକ ପାଶ୍ଚାତ୍ୟ ପଣ୍ଡିତମାନଙ୍କ ପୌରାଣିକ ବ୍ୟାଖ୍ୟା ଦ୍ୱାରା ପ୍ରଭାବିତ ହୋଇ ଶିବ ଲିଙ୍ଗ ବିଷୟରେ ଭ୍ରାନ୍ତଧାରଣ ପୋଷଣ କରିଥାନ୍ତି ।ଯଦି ଜଣେ ଧୈର୍ଯ୍ୟପୂର୍ବକ ଶୁଣିବାକୁ ଇଚ୍ଛା କରିବ ତେବେ ଏହା ପ୍ରମାଣିତ କରାଯାଇ ପାରିବ ଯେ ପରମାତ୍ମା ସର୍ବବ୍ୟାପକ ନୁହନ୍ତି; ସେ ବ୍ରହ୍ମଲୋକରେ ରହନ୍ତି । ସେ ଜ୍ୟୋତିବିନ୍ଦୁ ସ୍ୱରୂପ ଏବଂ ସର୍ବ ଆତ୍ମାଙ୍କ ପାରଲୌକିକ ପିତା ଅଟନ୍ତି । ବାସ୍ତବରେ ଏକଦା ସେ ସମସ୍ତ ଧର୍ମର ଅନୁଯାୟୀ ମାନଙ୍କ ଦ୍ୱାରା ତାଙ୍କର ଏହି ସ୍ୱରୂପରେ ସ୍ୱୀକୃତ ହେଉଥିଲେ । ଇତିହାସ ଏହାର ସାକ୍ଷୀ ଯେ ଏକଦା ଶିବ ପରମାତ୍ମା ରୂପେ ସମଗ୍ର ପୃଥିବୀରେ ପୂଜିତ ହେଉଥିଲେ । ଯେଉଁ ଦିନ ଲୋକେ ଏକଥା ବୁଝିପାରିବ ସେଦିନ ସମଗ୍ର ପୃଥିବୀରେ ସବୁ ସମ୍ପ୍ରଦାୟର ଅନୁଯାୟୀ ମାନେ ଏହାକୁ ଏକ ପବିତ୍ରତମ ଓ ବୃହତ୍ ଉସôବ ରୂପେ ପାଳନ କରିବେ ।
!! ଓମ୍ ଶାନ୍ତି !!
Comments
Post a Comment