ଶରୀରରେ ଆତ୍ମାର ଅବସ୍ଥିତି

ଶରୀରରେ ଆତ୍ମାର ଅବସ୍ଥିତି


ଅବ୍ୟକ୍ତୋଽୟମ ଅବିକାର୍ଯେ୍ୟାଽୟମ ଉଚ୍ୟତେ ।
                          ତସ୍ମାତ୍ ଏବଂ ବିଦିତ୍ୱୈନଂ ନାନୁ ଶୋଚିତୁମ ଅର୍ହସି । (ାଗୀ ୨/୨୫ ।)
ଅର୍ଥାତ୍ କୁହାଯାଇଛି ଯେ ଆତ୍ମା ଅବ୍ୟକ୍ତ, ଅଚିନ୍ତ୍ୟ, ଅପରିବର୍ନୀୟ, ଏବଂ ଅଚଳ ବା ସ୍ଥିର ଅଟେ । ଏକଥା ଜାଣି ତୁମେ ଏଶରୀର ପାଇଁ ଦୁଃଖ କରିବା ଉଚିତ ନୁହେଁ ।
ଏଠାରେ ଅଚିନ୍ତ୍ୟର ଅର୍ଥ ସୂକ୍ଷ୍ମାତିସୂକ୍ଷ୍ମ ଅଥବା ମନ ଦ୍ୱାରା ଅଗ୍ରାହ୍ୟ(ଓଦ୍ଭମକ୍ଟଦ୍ଭମରସଙ୍ଖବଭକ୍ଷର) ତେଣୁ ଆତ୍ମାକୁ ବିନ୍ଦୁ ରୂପ ବୋଲି (ଚକ୍ଟସଦ୍ଭଗ୍ଧ) କୁହାଯାଏ । ବିନ୍ଦୁ ହିଁ ଅଚ୍ଛେଦ୍ୟ, ଅମର ଏବଂ  ଅନିବାଶୀ ଅଟେ । ଏହା ବିଭୁ ବା ସର୍ବବ୍ୟାପକ ନୁହେଁ । ଆତ୍ମାର ଉପସ୍ଥିତି ହେତୁ ସମଗ୍ର ଶରୀରରେ ଚୈତନ୍ୟତା ଥିଲେ ମଧ୍ୟ ଏହା ସମସ୍ତ ଶରୀରରେ ବ୍ୟାପକ ନୁହେଁ । ତେଣୁ ଭଗବାନ କହନ୍ତି,
ଯଥା ପ୍ରକାଶୟତ୍ୟେକଃ କୃସ୍ନôଂ ଲୋକମିମଂ ରବିଃ ।
                        କ୍ଷେତ୍ରଂ କ୍ଷେତ୍ରୀ ତଥା କୃସôଂ ପ୍ରକାଶୟତି ଭାରତ । (ା ଗୀ ୧୩/୩୩ ।)
ଅର୍ଥାତ୍, “ହେ ଅର୍ଜୁନ । ଯେପରି ସୂର୍ଯ୍ୟ ଏକାକୀ ସମଗ୍ର ବ୍ରାହ୍ମଣ୍ଡକୁ ଆଲୋକିତ କରେ, ସେହିପରି ଜୀବାତ୍ମା ମଧ୍ୟ ଏକାକୀ ସମଗ୍ର ଶରୀରକୁ ଚେତନା ଦ୍ୱାରା ଆଲୋକିତ କରେ” ।
ହଠଯୋଗୀମାନେ ଭୃକୁଟୀରେ “ଆଜ୍ଞାଚକ୍ର”ର ଅବସ୍ଥିତି ସ୍ବୀକାର କରନ୍ତି । ଏଠାରୁ ଆତ୍ମା ସମସ୍ତ କର୍ମେନ୍ଦ୍ରିୟମାନଙ୍କୁ  ଆଜ୍ଞା ବା ଆଦେଶ ପ୍ରେରଣ କରେ । ଶରୀର ବିଜ୍ଞାନୀମାନେ ଏଠାରେ ପୀୟୁଷ ଗ୍ରନ୍ଥୀ (ଚସଗ୍ଧଙ୍କସଗ୍ଧବକ୍ସଚ୍ଚ ଶକ୍ଷବଦ୍ଭୟ) ର ଅସ୍ତିତ୍ୱ ମାନନ୍ତି । ଏହା ସମସ୍ତ ଗ୍ରନ୍ଥୀକୁ ନିୟନ୍ତ୍ରଣ କରେ । ତେଣୁ ମହ୍ୱପୂର୍ଣ୍ଣ ଅଟେ । ଏଠାରେ ହିଁ ଆତ୍ମା ଲଘୁ ମସ୍ତିଷ୍କ ତଥା ବୃହଦ୍ ମସ୍ତିଷ୍କ (ଉରକ୍ସରଭରକ୍ଷକ୍ଷଙ୍କଜ୍ଞ ବଦ୍ଭୟ ଉରକ୍ସରଭକ୍ସଙ୍କଜ୍ଞ) ସହିତ ସମ୍ବନ୍ଧିତ ଅଟେ ଏବଂ ହାଇପୋଥାଲମସ୍ (ଐଚ୍ଚକ୍ଟ୍ରକ୍ଟଗ୍ଧଷବକ୍ଷବଜ୍ଞଙ୍କଗ୍ଦ) ଦ୍ୱାରା ସମସ୍ତ ସ୍ନାୟୁମଣ୍ଡଳ (ଗକ୍ଟଗ୍ଧକ୍ଟକ୍ସ ଘରକ୍ସଙ୍ଖରଗ୍ଦ ବଦ୍ଭୟ ଝରଦ୍ଭଗ୍ଦକ୍ଟକ୍ସଚ୍ଚ ଘରକ୍ସଙ୍ଖରକ୍ସଗ୍ଦ) ଦ୍ୱାରା କାର୍ଯ୍ୟ କରେ ଏବଂ ଅନୁଭବ କରେ । ତେଣୁ ଆତ୍ମା ହୃଦୟରେ ସ୍ଥିତ ବୋଲି ଯେଉଁମାନେ କହନ୍ତି ତାହା ଠିକ ନୁହେଁ । କାରଣ ହୃଦୟକୁ ଶଲ୍ୟ ଚିକିସôା ଦ୍ୱାରା ବାହାର କରି ତା’ ସ୍ଥାନରେ ଅନ୍ୟ ନୂଆ ହୃଦୟ ଆରୋପଣ କରାଯାଇ ପାରେ । ଆତ୍ମା ଭୃକୁଟିରେ ସ୍ଥିତ ହେବା ହେତୁ ହିଁ ଗୀତାରେ ଭଗବାନ କହିଛନ୍ତି ଯେ ଅନ୍ତ ସମୟରେ ଯେଗୀମାନଙ୍କ ଚେତନା ଭୃକୁଟୀରେ କେନ୍ଦି୍ରଭୂତ ହୁଏ-
ପ୍ରୟାଣକାଳେ ମନସାଽଚଳେନ 
                                              ଭକ୍ତ୍ୟାଯୁକ୍ତୋ ଯୋଗ ବଳେନ ଚୈବ
ଭୁବୋର୍ମଧ୍ୟେ ପ୍ରାଣମାବେଶ୍ୟ ସମ୍ୟକ ସତଂ ପରଂ 
                                          ପୁରୁଷ ମୁପୈତି ଦିବ୍ୟମ୍ ।  ଗୀ ୮/୧୦ ।
ଅର୍ଥାତ୍, “ମୃତୁ୍ୟ ସମୟରେ ଯେଉଁ ବ୍ୟକ୍ତି ଦୁଇ ଭ୍ରୁଲତା ମଧ୍ୟରେ ସମଗ୍ର ଚେତନାକୁ ସ୍ଥିର କରି ଅବିଚଳିତ ମନ ସ୍ଥିତିରେ ପରମାତ୍ମାଙ୍କୁ ସ୍ମରଣ କରେ ସେ ନିଶ୍ଚୟ ତାଙ୍କୁ ପ୍ରାପ୍ତ ହେବ” ।
ସ୍ପର୍ଶାନ୍ କୃତ୍ୱା ବହିର୍ବାହ୍ୟାଂ ଶ୍ଚକ୍ଷୁ ଶ୍ଚୈବାନ୍ତରେ ଭ୍ରୁବୋଃ
              ପ୍ରାଣାପାନୌ ସମୌକୃତ୍ୱା ନାସାଭ୍ୟନ୍ତର·ରିଣୌ । ଗୀ ୫/୨୭ ।
ଯତେନ୍ଦି୍ରୟ ମନୋବୁଦ୍ଧିର୍ମୁନି ନିର୍ମୋକ୍ଷ ପରାୟଣଃ ।
                 ବିଗତେଚ୍ଛା ଭୟ କ୍ରୋଧୋ ଯଃ ସଦା ଯୁକ୍ତ ଏବସଃ ।   ଗୀ ୫/୨୮ ।
ଅର୍ଥାତ୍, ସମସ୍ତ ବାହ୍ୟ ଇନ୍ଦ୍ରିୟ ଭୋଗ୍ୟ ବିଷୟ ବସ୍ତୁକୁ ତ୍ୟାଗକରି ଦୃଷ୍ଟିକୁ ଭୃକୁଟୀ ମଧ୍ୟରେ ସ୍ଥିର କରି ନାସା ମଧ୍ୟରେ ପ୍ରାଣ ଓ ଅପାନ ବାୟୁକୁ ରୁଦ୍ଧ କରି ଇନ୍ଦି୍ରୟଗୁଡିକ ସହିତ ମନ ଓ ବୁଦ୍ଧିକୁ ସଂଯମ ରଖିଥିବା ଯେଉଁ ମୋକ୍ଷ ପରାୟଣ ଯୋଗୀ ଇଛା, ଭୟ ଏବଂ କ୍ରୋଧ ରହିତ ଅଟେ ସେହିଁ ସର୍ବଦା ମୁକ୍ତ ଅଟନ୍ତି ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,