ଦଶହରାର ଆଧ୍ୟାତ୍ମିକ ପୃଷ୍ଠଭୂମି --- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ଼

ଦଶହରାର ଆଧ୍ୟାତ୍ମିକ ପୃଷ୍ଠଭୂମି

ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ଼
ସମଗ୍ର ବିଶ୍ୱରେ ଆମ ଭାରତହିଁ ଏକମାତ୍ର ଦେଶ ଅଟେ ଯାହାର ଧାର୍ମିକ ଓ ସାମିଜିକ ଇତିହାସ, ବିଭିନ୍ନ ଧାର୍ମିକ ଉତ୍ସବ, ପର୍ବପର୍ବାଣି ତଥା ପୌରାଣିକ ଗାଥା ଗୁଡ଼ିକର ଗୌରବ ଗାରିମାରେ ପରିପୂର୍ଣ୍ଣ । ଏହି ଭାରତର ପବିତ୍ର ଭୂମିରେ ଏକଦା ତେତିଶ କୋଟି ଦେବୀ ଦେବତାମାନଙ୍କ ସାମ୍ରାଜ୍ୟ ଥିଲା । ଏଠାରେହିଁ ଆସୁରୀ ତ୍ୱଗୁଡ଼ିକର ମହାବିନାଶ ପାଇଁ ପରମାତ୍ମାଙ୍କୁ ପରମ ଧାମରୁ ଓହ୍ଲାଇ ଆସି ମାନବୀୟ ଶରୀର ମାଧ୍ୟମରେ  ଈଶ୍ୱରୀୟ କର୍ମ କରିବାକୁ ପଡ଼େ । ଏଥିପାଇଁ ଏଠାରେ ପ୍ରତ୍ୟେକ ତିଥି କୌଣସି ନା କୌଣସି ଆଧ୍ୟାତ୍ମିକ ରହସ୍ୟରେ ବିମଣ୍ଡିତ । ଭାରତରେ ପାଳିତ ପ୍ରତ୍ୟେକ ପର୍ବ ପର୍ବାଣି  ଏହାର ଉଚ୍ଚତମ ସଂସ୍କୃତି ଏବଂ ସୁସଭ୍ୟତାର ସମନ୍ୱୟର ସେତୁ ଏବଂ ମାନବୀୟ ଅଲୌକିକ ଗୌରବ ଗାରିମାରେ ପରିପୂର୍ଣ୍ଣ । ଏହା ନୈତିକ ମୂଲ୍ୟର ସୁରକ୍ଷା ତଥା ରାଷ୍ଟ୍ରୀୟ ଏକତାର ଆଧାର ସ୍ତମ୍ଭ ଅଟେ । ମୁନି ଋଷିମାନେ ବିଭିନ୍ନ ପର୍ବପର୍ବାଣିର ନାନାବିଧ ମହ୍ୱ ବର୍ଣ୍ଣନା କରି ମାନବ ମନରେ ଏ ଗୁଡ଼ିକ ପ୍ରତି ଆସ୍ଥା ବଜାୟ ରକ୍ଷା କରିଛନ୍ତି । ସେଥିପାଇଁ ଭରତୀୟ ମାନବ ମନ ପ୍ରତ୍ୟକ ପର୍ବ ପର୍ବାଣିର ଆଗମନରେ ଉତ୍ଫୁଲ୍ଲିତ ହୋଇ ଉଠେ  । ଭାରତୀୟ ଜୀବନ ଦର୍ଶନ ଅଥବା ଲୋକ ମାନ୍ୟତା ଅନୁସାରେ ବିଭିନ୍ନ ପର୍ବପର୍ବାଣି ମଧ୍ୟରୁ ଆଶ୍ୱୀନ ମାସ ଶୁକ୍ଲ ଦଶମୀରେ ପାଳିତ ଦଶହରା ବା ବିଜୟା ଦଶମୀ ହେଉଛି ଏକ ମହତ୍ୱ ପୂର୍ଣ୍ଣ ଉତ୍ସବ ।
ଆଜିର ବୈଜ୍ଞାନିକ ଯୁଗରେ ବିଭିନ୍ନ ପର୍ବପର୍ବାଣି ପାଳନକୁ ଜନସାଧାରଣ କେବଳ ଅବସର ବିନୋଦନର ଏକ ମାଧ୍ୟମ ରୂପେ ଗ୍ରହଣ କରି ନେଇଛନ୍ତି । ଏଗୁଡ଼ିକର ପ୍ରଚ୍ଛଦପଟରେ ଥିବା ଆଧ୍ୟାତ୍ମିକ ରହସ୍ୟ ପ୍ରତି କେହି ସଚେତନ ଥିବା ପରି ମନେ ହୁଏ ନାହିଁ । ବୈଜ୍ଞାନିକ ଅନୁସନ୍ଧାନ ଓ ଗବେଷଣା ଏହି ପର୍ବପର୍ବାଣିଗୁଡ଼ିକର ପରମ୍ପରାଗତ ପ୍ରଥା ଉପରେ ବୁଦ୍ଧୀଜୀବୀ ମହଲରେ ବିଭିନ୍ନ ପ୍ରଶ୍ନ ଉପôନ୍ନ କରେ । ସେହି ସବୁ ପ୍ରଶ୍ନର ଉର ଦେବା ମାନବୀୟ ଜ୍ଞାନର ବର୍ହିଭୂତ । ଏଥିପାଇଁ ହିଁ ଏହିପରି ଏକ ଧାର୍ମିକ ସଂକଟ କାଲରେ ପରମାତ୍ମା ଶିବ ପ୍ରଜାପତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଅବତରଣ କରି ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତର ପ୍ରକୃତ ଇତିହାସ ଉପରେ ଯଥାର୍ଥ ଜ୍ଞାନ ପ୍ରଦାନ କରି ବିଶ୍ୱନବ ନିର୍ମାଣ କାର୍ଯ୍ୟ ସମ୍ପାଦନ କରନ୍ତି । ଏଠାରେ ସେହି ଈଶ୍ୱରୀୟ ଜ୍ଞାନ ଆଧାରରେ ଦଶହରାର ଆଧ୍ୟାତ୍ମିକ ପୃଷ୍ଠଭୂମି ଶୀର୍ଷକ ଆଲୋଚନା କରାଯାଉଛି  ।
ଆଶ୍ୱିନ ଶୁକ୍ଳ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ନବରାତ୍ରୀ ଓ ତା'ର ପରବର୍ୀ ତିଥି ଦଶମୀରେ ଦଶହରା ଉସôବ ପାଳନ କରାଯାଏ । ଏହି ଦିନ ସଂଧ୍ୟାରେ ରାବଣର ଏକ ବିଶାଳକାୟ ପ୍ରତିମୂର୍ରେ ଅଗ୍ନି ସଂଯୋଗ କରି ପୋଡ଼ା ଯାଏ । କାରଣ ଲୋକମାନ୍ୟତା ଅନୁସାରେ ଏହି ତିଥିରେ ହିଁ ରାମ ଦୁର୍ଗା ଉପାସନା କରି ରାବଣକୁ ବଧ କରିଥିଲେ । ତେଣୁ ଏହି ପ୍ରସଙ୍ଗର ସ୍ମୃତିରେ ଦୁର୍ଗାଙ୍କ ପୂଜନ ସହିତ ରାବଣ ପୋଡ଼ି ଉସବ ପାଳନ କରାଯାଏ । ଏହି ତିଥିରେ ରାବଣ ଉପରେ ରାମଙ୍କ ବିଜୟ ପ୍ରାପ୍ତ ହୋଇ ଥିବାରୁ ଏହା ବିଜୟା ଦଶମୀ ନାମରେ ମଧ୍ୟ ନାମିତ । ଏହି କାର୍ଯ୍ୟକ୍ରମରେ ଭାରତ ଭଳି ଗରୀବ ଦେଶରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଅପବ୍ୟୟ ହେଉଛି । କିନ୍ତୁ ପ୍ରକୃତରେ ରାବଣର ବିନାଶ ହେଉ ନାହିଁ; ବରଂ ଦିନକୁ ଦିନ ତା'ର ଅତ୍ୟାଚାର ବଢ଼ିଚାଲିଛି । ତା'ର କାରଣ ହେଲା ରାବଣର ବାସ୍ତବିକତା କ'ଣ ଅନେକେ ଜାଣନ୍ତି ନାହିଁ ।
ସାଧାରଣତଃ ଦେବୀଙ୍କୁ ଲକ୍ଷ୍ମୀ, ଦୁର୍ଗା, ସରସ୍ୱତୀ ଆଦି ରୂପରେ ପୂଜା କରାଯାଏ । ଏହି ଦେବୀମାନେ ପ୍ରତ୍ୟେକେ ଏକ ଏକ ଶକ୍ତିର ପ୍ରତୀକ । ଉଦାହରଣ ସ୍ୱରୂପ - ଲକ୍ଷ୍ମୀ ସମୃଦ୍ଧି, ସରସ୍ୱତୀ ଜ୍ଞାନ ବା ବିଦ୍ୟା ଓ ଦୁର୍ଗା ଶକ୍ତିର ପ୍ରତୀକ । ଏହି ଶକ୍ତିମାନଙ୍କୁ ବିମଳା, ତପସ୍ୱିନୀ, ସର୍ବଶାସ୍ତ୍ରମୟୀ, ତ୍ରିନେତ୍ରୀ, କୁମାରୀ, ଆଦ୍ୟା, ଆଦିଦେବୀ, ବ୍ରାହ୍ମୀ, ଭବାନୀ, ଭବପି୍ରୟା, ଶୀତଳା, ଜଗଦମ୍ବା ଆଦି ନାମରେ ପ୍ରାର୍ଥନା କରାଯାଏ । ଏଗୁଡ଼ିକର ମଧ୍ୟ ଆଧ୍ୟାତ୍ମିକ ଅର୍ଥ ରହିଛି  । ଏ ନାମ ଗୁଡ଼ିକ କର୍ବ୍ୟ ବାଚକ ମାତ୍ର । ଯଥା - ପବିତ୍ରତା ଶକ୍ତି ସଂପନ୍ନ୍ନ ହେତୁ ବିମଳା, ତପସ୍ୟା ଶକ୍ତି ହେତୁ ତପସ୍ୱିନୀ, କୈମାର୍ଯ୍ୟ ବ୍ରତ ପାଳନ କରିଥିବାରୁ କୁମାରୀ ବା କନ୍ୟା, ସତ୍ୟଯୁଗୀୟ ସୃଷ୍ଟିର ସ୍ଥାପନାର ପ୍ରାକ୍ କାଳରେ କଳିଯୁଗୀୟ ଆସୁରୀ ତ୍ୱ ଗୁଡ଼ିକର ମହା ବିନାଶର ନିମି ସ୍ୱରୁପ ହୋଇଥିବାରୁ  ସେମାନଙ୍କୁ ଆଦ୍ୟା ବା ଆଦି ଦେବୀ; ପ୍ରଜାପିତା ବ୍ରହ୍ମାଙ୍କ ମୁଖ କମଳରେ ଜନ୍ମ ହୋଇଥିବାରୁ ବ୍ରାହ୍ମୀ ବା ବ୍ରହ୍ମାଙ୍କ ମାନସ ପୁତ୍ରୀ, ଈଶ୍ୱରୀୟ ଜ୍ଞାନ ଜଳ ଦ୍ୱାରା କଳିଯୁଗୀୟ ମାନବଙ୍କ ଆସୁରୀ ସଂସ୍କାର ଗୁଡ଼ିକୁ ଶାନ୍ତ କରିଥିବାରୁ ଶୀତଳା ଆଦି ନାମରେ ସେମାନେ ଲୋକମାନଙ୍କ ମଧ୍ୟରେ ପ୍ରସିଦ୍ଧି ଲାଭ କରିଛନ୍ତି ।
ବିଜୟା ଦଶମୀ ବା ଦଶହରା ପର୍ବ ଅସୁରତ୍ୱ ଉପରେ ଦେବତ୍ୱର ବିଜୟର ପ୍ରତୀକ । ଅସୁରତ୍ୱ ଉପରେ ବିଜୟ ପ୍ରାପ୍ତି ପାଇଁ ଦୈବୀଶକ୍ତି ପ୍ରାପ୍ତି ଆବଶ୍ୟକ । ତେଣୁ ନବରାତ୍ରୀରେ ଶକ୍ତି ଉପାସନା କରାଯାଏ । ଶକ୍ତି ଉପାସନା ରାତ୍ରୀ କାଳରେ ହିଁ ହୁଏ । ଏହାକୁ ସୂର୍ଯ୍ୟଙ୍କ ଆହ୍ନିକ ଗତି ଅନୁସାରେ ୨୪ ଘାରେ ଥରେ ହେଉଥିବା ରାତ୍ରୀକୁ ବୁଝିବା ଉଚିତ ନୁହେଁ । ଆଧ୍ୟାତ୍ମିକ ଭାଷାରେ ରାତି୍ର ହେଉଛି ସୃଷ୍ଟିର ତମୋପ୍ରଧାନ ଅବସ୍ଥା । ଏହି ରାତ୍ରୀ ଶିବରାତ୍ରୀ ନାମରେ ମଧ୍ୟ ପ୍ରସିଦ୍ଧ । ଗୋଟିଏ କଳ୍ପର ପ୍ରଥମାର୍ଦ୍ଧକୁ (ଅର୍ଥାତ ଦ୍ୱାପର ଓ କଳିଯୁଗକୁ) ବ୍ରହ୍ମାଙ୍କ ରାତ୍ରୀ କୁହାଯାଏ । ଲାକ୍ଷଣିକ ଦୃଷ୍ଟିରୁ ସୃଷ୍ଟିର ବିଭିନ୍ନ ଅବସ୍ଥା ଭେଦରେ ଚାରିଯୁଗର ପରିକଳ୍ପନା କରାଯାଇଛି । ସେହି ଅନୁସାରେ ଦିବସ ସତୋଗୁଣୀ ଓ ରାତ୍ରୀ ତମୋଗୁଣୀ ସୃଷ୍ଟିର ପରିଚାୟକ । ସୃଷ୍ଟି ତମୋଗୁଣରେ ଜର୍ଜରିତ ହେଲେ (ଅର୍ଥାତ ଧର୍ମରେ ଗ୍ଳାନି ହେଲେ) ପରମାତ୍ମା ଅବତରଣ କରନ୍ତି ଓ ମାନବାତ୍ମାମାନଙ୍କୁ ଗୀତା ଜ୍ଞାନ ଓ ରାଜଯୋଗର ଶିକ୍ଷା ଦେଇ ପୁନଃ ସେମାନଙ୍କ ମଧ୍ୟରେ ସତ୍ଗୁଣର ବିକାଶ କରି ସ୍ୱର୍ଗ ସାମ୍ରାଜ୍ୟ ସ୍ଥାପନ କରନ୍ତି ।ଏହାହିଁ ଗୀତା ବର୍ଣ୍ଣିତ ଧର୍ମ ସଂସ୍ଥାପନ କାର୍ଯ୍ୟ । ପରମାତ୍ମା ପ୍ରତି ଚର୍ତୁଯୁଗରେ ଅନ୍ତିମ ଚରଣରେ (ଅର୍ଥାତ ସୃଷ୍ଟିର ଘୋର ଅନ୍ଧକାର ରାତ୍ରୀରେ) ଅବତରଣ କରନ୍ତି । ସେ ଅଶରୀରୀ ହୋଇଥିବା ହେତୁ ଏକ ମାନବ ଶରୀର ମଧ୍ୟରେ ଅବତରଣ କରନ୍ତି । ଏହି ମାଧ୍ୟମର କର୍ବ୍ୟବାଚକ ନାମ ପ୍ରଜାପିତା ବ୍ରହ୍ମା ରଖାଯାଏ । ଯେଉଁ ନରନାରୀଗଣ ତାଙ୍କ ମୁଖାରବିନ୍ଦ ଦ୍ୱାରା ପ୍ରଦ ଈଶ୍ୱରୀୟ ଜ୍ଞାନ ଶ୍ରବଣ କରି ଜୀବନକୁ ପରିବର୍ନ କରନ୍ତି ସେମାନଙ୍କ ନୂତନ ଆଧ୍ୟାତ୍ମିକ ଜନ୍ମ ହୁଏ । ସେଥିପାଇଁ କୁହାଯାଏ ଯେ ବ୍ରହ୍ମାଙ୍କ ମୁଖରୁ ବ୍ରାହ୍ମଣ ବ୍ରାହ୍ମଣୀ ମାନଙ୍କ ଜନ୍ମ । ମୁଖାତ୍ ଜାୟତେ ବ୍ରାହ୍ମଣଃ ।ା ଅଖଣ୍ଡ ବ୍ରହ୍ମଚର୍ଯ୍ୟ ବ୍ରତ ଧାରିଣୀ ସେହି ବ୍ରାହ୍ମଣୀମାନେହିଁ ଶିବ ଶକ୍ତି ନାମରେ ବିଶ୍ୱ ବଳିତ । ସୃଷ୍ଟିର ସେହି ରାତ୍ରୀର ସ୍ମୃତିରେ ନବରାତ୍ରୀ ଉତ୍ସବ ପାଳନ ପରମ୍ପରା ଆରମ୍ଭ ହୋଇଥିଲା । କିନ୍ତୁ କାଳକ୍ରମେ ଲୋକେ ଏହି ଆଧ୍ୟାତ୍ମିକ ରହସ୍ୟ ବିସ୍ମୃତ ହୋଇ କେବଳ କର୍ମକାଣ୍ଡୀୟ ରୀତିନୀତି ମଧ୍ୟରେ ନିଜକୁ ସୀମିତ ରଖିଛନ୍ତି ।
ଦଶହରା ବା ବିଜୟାଦଶମୀ ସହିତ ରାମ ଓ ରାବଣ ପ୍ରସଙ୍ଗ ଓତଃପ୍ରୋତ ଭାବେ ଜଡ଼ିତ ।  ପୌରାଣିକ ବର୍ଣ୍ଣନା ଅନୁସାରେ ଏହି ପ୍ରସଙ୍ଗ ବିବେକ ସମ୍ମତ ମନେ ହୁଏ ନାହିଁ । କିନ୍ତୁ ଏହାକୁ ଆଧ୍ୟାତ୍ମିକ ଦୃଷ୍ଟିରେ  ବିବେଚନା କଲେ ଏହା ମଧ୍ୟରେ ଏକ ଗୂଢ଼ ରହସ୍ୟ ଲୁଚି ରହିଥିବା ସ୍ପଷ୍ଟ ପ୍ରତୀୟମାନ ହୁଏ । ରାମାୟଣ କଥା ଅନୁସାରେ ରାମ ରାବଣର ବଧ ଉଦ୍ଧେଶ୍ୟରେ ବାରମ୍ବାର ତା'ର ଶିର ଛେଦନ କରିଥିଲେ ମଧ୍ୟ ପୁନଃ ପୁନଃ ନୂତନ ଶିର ସୃଷ୍ଟି ହେଉଥିଲା । ଆକ୍ଷରିକ ଅର୍ଥରେ ବିଚାର କଲେ କୌଣସି ବ୍ୟକ୍ତିର ଦଶଟି ଶିର ଉପôନ୍ନ ହେବା ଓ ତାହା ଛେଦନ କଲାପରେ ମଧ୍ୟ ସେହି ସ୍ଥାନରେ ପୁନଃ ସେହିପରି ଅନ୍ୟ ଏକ ନୂତନ ଶିର ଯୋଡ଼ି ହୋଇଯିବା ଜୀବ ବିଜ୍ଞାନ (ଈସକ୍ଟକ୍ଷକ୍ଟଶଚ୍ଚ) ଦୃଷ୍ଟିକୋଣରୁ ଅବିଶ୍ୱାସନୀୟ ଓ ଅପ୍ରାକୃତିକ ବୋଲି ମନେହୁଏ । ବିଜ୍ଞାନର ଚରମ ଉକ୍ରର୍ଷତା ସେ୍ୱ ମଧ୍ୟ ଆଜି ପର୍ଯ୍ୟନ୍ତ ଚିକିତ୍ସା ବିଜ୍ଞାନୀମାନେ ମସ୍ତିଷ୍କରୋପଣ (ଈକ୍ସବସଦ୍ଭ ଗ୍ଧକ୍ସବଦ୍ଭଗ୍ଦକ୍ଟ୍ରକ୍ଷବଦ୍ଭଗ୍ଧବଗ୍ଧସକ୍ଟଦ୍ଭ) କରିବାରେ ସଫଳ ହୋଇପାରି ନାହାଁନ୍ତି। ଏପରି କ୍ଷେତ୍ରରେ ବୃକ୍ଷଲତା ପରି କଟା ସ୍ଥାନରୁ ଶାଖା ବାହାରିଲା ପରି ଶିରଚ୍ୟୁତ ସ୍କନ୍ଧରେ ପୁନଃ ନୂଆ ଶିର ଉପôନ୍ନ ହୋଇ ଆପଣାଛାଏଁ ଯୋଡ଼ି ହୋଇଯିବା ଏକ ସୁନ୍ଦର କଳ୍ପନାବିଳାସିତା ବ୍ୟତୀତ ଅନ୍ୟ କିଛି ହୋଇନପାରେ । ସେହିପରି ରକ୍ତବୀର୍ଯ୍ୟ ବଧ ପ୍ରସଙ୍ଗରେ ଏକ ଅଦ୍ଭୂତ ବର୍ଣ୍ଣନା ଦେଖିବାକୁ ମିଳେ । ଦେବୀଙ୍କ ଶସ୍ତ୍ରାଘାତରେ ଆହତ ରକ୍ତବୀର୍ଯ୍ୟର ପ୍ରତିଟି ରକ୍ତ ବିନ୍ଦୁ ପୃଥିବୀରେ ପତିତ ହେଲା ମାତ୍ରେ ତା'ପରି ଏକ ଏକ ଅସୁର ଜନ୍ମ ହୋଇ ପଡ଼ୁଥିଲେ । ଏଥିରୁ ମନେ ହୁଏ କୌଣସି ଏକ ଆଧ୍ୟାତ୍ମିକ ପ୍ରକରଣକୁ ଚିତ୍ରଣ କରିବାକୁ ଯାଇ କବି ରୂପକ ଅଳଙ୍କାରର ଆଶ୍ରୟ ନେଇ ଏହିପରି ଏକ ରୋଚକ ଉପାଖ୍ୟାନର ରଚନା କରିଛନ୍ତି । ତେଣୁ ପୁରାଣ ବର୍ଣ୍ଣିତ ଏହିପରି କୋ÷ଣସି ଅପ୍ରାକୃତିକ ଘଟଣାବଳୀକୁ ଆକ୍ଷରିକ ବା ଐତିହାସିକ ଦୃଷ୍ଟିକୋଣରୁ ବିଚାର କରିବା ପରିବେର୍ ସେଗୁଡ଼ିକର ଆଧ୍ୟାତ୍ମିକ ଅନୁଶୀଳନ ଏକାନ୍ତ ଆବଶ୍ୟକ ।
ଏହି ପରିପ୍ରେକ୍ଷୀରେ ବିଚାର କରାଯାଇ ପାରେ ଯେ ରାବଣ ଦଶ ବିକାର ଯୁକ୍ତ (କାମ, କୋ୍ରଧ, ଲୋଭ, ମୋହ, ଅହଂକାର, ଇର୍ଷା, ଦ୍ୱେଷ, ଭୟ, ଆଳସ୍ୟ ଓ ନିଦ୍ରା) ଦୁଃଖଦାୟୀ ଆସୁରୀ ବା ରାକ୍ଷସୀ ଗୁଣର ହିଁ ପ୍ରତିମୂର୍ୀ (ଋଜ୍ଞଭକ୍ଟୟସଜ୍ଞରଦ୍ଭଗ୍ଧ) ଅଟେ । ରାବଣ କୈାଣସି ବ୍ୟକ୍ତି ବିଶେଷର ନାମ ନୁହେଁ । ଏହା ମାୟାର ପ୍ରତୀକ । ଏହାର ଦଶ ମୁଣ୍ଡ ନାରୀ  ଓ ପୁରୁଷ ମଧ୍ୟରେ ଥିବା ଦଶଟି ବିକାରର ସୂଚକ । ଦଶହରାର ସନ୍ଧି ବିଚ୍ଛେଦ କଲେ ଦଶ + ହରା ହୁଏ । ଏହାର ଆଧ୍ୟାତ୍ମିକ ଅର୍ଥ ହେଲା ନରନାରୀ ମଧ୍ୟରେ ଥିବା ଦଶ ବିକାରକୁ ହରଣ ବା ନିଃଶେଷ କରିବା । ମନୁଷ୍ୟ ପା ଜ୍ଞାନେନ୍ଦି୍ରୟ ଓ ପା କର୍ମେନ୍ଦି୍ରୟ ଏହି ଦଶ ଇନ୍ଦ୍ରିୟ ଦ୍ୱାରା ବଶୀଭୂତ ହୋଇ ପାପ କର୍ମ କରେ । ଏହି ଦଶଟି ଇନ୍ଦି୍ରୟ ଦ୍ୱାରା ହେଉଥିବା ଦଶ ବିକାର ଉପରେ ବିଜୟ ପ୍ରାପ୍ତ ହେବାହିଁ ବିଜୟା ଦଶମୀ ଅଟେ ।
ରାବଣ ବଧ ପ୍ରସଙ୍ଗରେ ଏକ ଉଲ୍ଲେଖନୀୟ ଘଟଣା ପ୍ରଣିଧାନ ଯୋଗ୍ୟ । ରାମ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ରାବଣର ନାଭିକେନ୍ଦ୍ରକୁ ବିଦ୍ଧ କଲାପରେ ତା'ର ମୃତ୍ୟୁ ହେଲା । ବାରମ୍ବାର ଶିରଚ୍ଛେଦନ କରି ମଧ୍ୟ ତା'ର ମୃତ୍ୟୁ ହୋଇନଥିଲା । ବ୍ୟକ୍ତି ଯେତେବେଳେ ନିଜ ମଧ୍ୟରେ ଥିବା ବିଭିନ୍ନ ବିକାରକୁ ଗୋଟି ଗୋଟି କରି ସମାପ୍ତ କରିବାକୁ ପ୍ରୟାସ କରେ ସେ ଗୁଡ଼ିକ ପୁନଶ୍ଚ ଉପôନ୍ନ ହୁଅନ୍ତି । ଏହା ରାବଣର ଶିରଚ୍ଛେଦନ ପ୍ରସଙ୍ଗର ପ୍ରତୀକ । ସମସ୍ତ ବିକାରର ସ୍ରୋତ ହେଉଛି ଦେହ ଅଭିମାନ (ଈକ୍ଟୟଚ୍ଚ ଉକ୍ଟଦ୍ଭଗ୍ଦସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) । ଏହା ରାବଣର ନାଭିକେନ୍ଦ୍ର ସହିତ ତୁଳନୀୟ । ଦେହ ଅଭିମାନକୁ ସମୂଳେ ନଷ୍ଟ ନ କରିବା ପର୍ଯ୍ୟନ୍ତ ବ୍ୟକ୍ତି ମଧ୍ୟରୁ ଆସୁରୀ ସଂସ୍କାର ସମାପ୍ତ ହୁଏ ନାହିଁ ।
ତୁଳସୀ ଦାସ ବିରଚିତ ""ରାମ ଚରିତ ମାନସ''ର କିଛି ପଂକ୍ତି ପଢ଼ିଲେ ମନେ ହୁଏ ରାମ - ରାବଣ ଯୁଦ୍ଧ ଏକ ଆଧ୍ୟାତ୍ମିକ ଯୁଦ୍ଧ ଅଟେ। ଆଧ୍ୟାତ୍ମିକ ରଥରେ ଆରୋହଣ ବ୍ୟତିରେକ ରାବଣକୁ ପରାଜିତ କରିବା ସମ୍ଭବ ନୁହେଁ । ତୁଳସୀ ଦାସ ମଧ୍ୟ ରାବଣାଦି ରାକ୍ଷସ ମାନଙ୍କୁ ବିକାରର ପ୍ରତୀକ ରୂପେ ଚିତ୍ରଣ କରିଛନ୍ତି ଓ ସେମାନଙ୍କ ଉପରେ ବିଜୟପ୍ରାପ୍ତି ପାଇଁ କ୍ଷମା, ଦୟା, ସନ୍ତୋଷ, ପରମାତ୍ମା ଚିନ୍ତନ, ବୈରାଗ୍ୟ, ଇନ୍ଦି୍ରୟ ସଂଯମ ଆଦିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ନିମ୍ନରେ ଉଦ୍ଧାର କରାଯାଇଥିବା କେତୋଟି ପଂକ୍ତି ପ୍ରଣୀଧାନ ଯୋଗ୍ୟ -
""ସୌରଜ ଧୀରଜ ତେହି ରଥ ·କା, ସତ୍ୟସୀଳ ଦୃଢ଼ ଧ୍ୱଜ ପତାକା  ।ା
ବଲ ବିବେକ ଦମ ପରହିତ ଧୋରେ, ଛମା କୃପା ସମତା ରଜୁ ଜୋରେ ।ା
ଈସ ଭଜନୁ ସାରଥି ସୁଜନା, ବିରତି ଚର୍ମ ସନ୍ତୋଷ କୃୃପାନା ।ା
ଦାନ ପରସୁ ବୁଧି ସକ୍ତି ପ୍ରଚଣ୍ଡା, ବର ବିଗ୍ୟାନ କଠିନ କୋ ଦଣ୍ଡା ।ା
ଅମଲ ଅଚଲ ମନ ତ୍ରୋନ ସମାନ ।, ସମ ଜମ ନିୟମ ସିଲିମୁଖ କାନା ।ା
କବଚ ଅଭେଦ ବିପ୍ର ୠୁରୁ ପୁଜା, ଏହି ସମ ବିଜୟ ଉପାୟ ନ ଦୁଜା ।ା
ସଖା ଧର୍ମମୟ ଅସ ରଥ ଜାକେଁ, ଜୀବନ କହ ନ କହହୁଁ ରିପୁ ତାକେଁ ।ା”
ତୁଲସୀ ଦାସଜୀ ରାବଣକୁ ମୋହ, କୁମ୍ଭକର୍ଣ୍ଣକୁ ଅହଂକାର, ମେଘନାଦକୁ କାମ, ଅତିକାୟକୁ ଲୋଭ, ମହୋଦରକୁ ମତ୍ସର ଓ ଦେବାନ୍ତକକୁ କ୍ରୋଧର ପ୍ରତୀକ ରୂପେ ବର୍ଣ୍ଣନା କରି ଲେଖିଛନ୍ତି :-
""ମୋହ ଦଶମୌଲି ତଦ୍ ଭ୍ରାତ ଅହଂକାର, ପାକାରି ଜିତକାତ ବିଶ୍ରାମହାରୀ ।
ଲୋଭ ଅତିକାୟ, ମତ୍ସର ମହୋଦୟ ଦୁଷ୍ଟ, କ୍ରୋଧ ପାପିଷ୍ଠ ବିବୁଧାନ୍ତକାରୀ ।ା”
ସେହିପରି ରାମଙ୍କ ଚାରୋଟି ସ୍ୱରୂପ ବିଷୟରେ ଗୋସ୍ୱାମୀଜୀ ଲେଖିଛନ୍ତି : -
ଏକ ରାମ ଦଶରଥ କା ବେଟା । ଏକ ରାମ ଘଟ ଘଟମେଁ ବୈଠା ।
ଏକ ରାମ ଜଗତ ପସାରା । ଏକ୍ ରାମ ଜଗତ୍ ସେ ନ୍ୟାରା ।ା
ପୂର୍ବାପର ସଙ୍ଗତି ସହ ବିଚାର କଲେ ନିରାକାର ରାମହିଁ ମନୁଷ୍ୟାତ୍ମା ମଧ୍ୟରେ ପରିବ୍ୟାପ୍ତ ବିକାରର ରୂପୀ ରାବଣକୁ ଈଶ୍ୱରୀୟ ଜ୍ଞାନ ରୂପୀ ବ୍ରହ୍ମାସ୍ତ୍ର ଦ୍ୱାରା ବିନାଶ କରିବାକୁ ସମର୍ଥ । କିନ୍ତୁ ଦଶରଥ ପୁତ୍ର ରାମ ଏକ ମହାନ ଓ ପବିତ୍ର ରାଜା ଥିଲେ । ତାଙ୍କ ରାଜ୍ୟରେ ସମସ୍ତ ପ୍ରଜା ଏକାଧାରରେ ସୁଖ, ଶାନ୍ତି, ସମୃଦ୍ଧି ଓ ପବତ୍ରତା ସମ୍ପନ୍ନ ଥିଲେ । ତେଣୁ ଆଜି ମଧ୍ୟ ରାମରାଜ୍ୟର ପରିକଳ୍ପନା କରାଯାଏ । ଅନ୍ୟପକ୍ଷରେ ପରମାତ୍ମା ରାମ ସର୍ବାତ୍ମାଙ୍କ ପିତା ଅଟନ୍ତି । ପରମାତ୍ମା ପରମ ପିତା, ପରମ ପୁରୁଷ, ପରମ ପବିତ୍ର, ଦେବ ଦେବ ମହାଦେବ ଓ ରାଜା ରାମଙ୍କ ମଧ୍ୟ ଈଶ୍ୱର ହୋଇଥିବା ହେତୁ ତାଙ୍କୁ ରାମେଶ୍ୱର ବୋଲି କୁହାଯାଏ । ରାମାୟଣରେ ନିରାକାର ପରମାତ୍ମାଙ୍କ ଚରିତ୍ରକୁ ରାଜା ରାମଙ୍କ ଜୀବନ ସହିତ ସଂଯୋଗ କରି ଦିଆଯାଇଥିବାରୁ ମନରେ ସଂଶୟ ଉପôନ୍ନ ହୁଏ । ଆତ୍ମା ରାମ ହିଁ ରାଧା, କୃଷ୍ଣ, ସୀତା, ରାମ ଆଦି ନାମ ଧାରଣ କରି ଜନ୍ମ ନିଅନ୍ତି । ସେ ଆବାଗମନ ଚକ୍ରରେ ଆସି ଦ୍ୱାପର ଯୁଗରୁ ଏପର୍ଯ୍ୟନ୍ତ ପରମାତ୍ମା ରାମଙ୍କୁ ଭୁଲି ରାବଣରମାୟା ଜାଲରେ ପତିତ ହୋଇ ଦୁଃଖ ପାଉଛନ୍ତି ।
କଳିଯୁଗର ଅନ୍ତିମ ସମୟ ପର୍ଯ୍ୟନ୍ତ ସମଗ୍ର ସଂସାର ଲଙ୍କା ପାଲଟି ଯାଏ । ଆତ୍ମା ସୀତା ମାୟା ରାବଣ ଦ୍ୱାରା ଅପହୃତା ହୋଇ ଏହି ଲଙ୍କାର ଶୋକ ବାଟିିକାରେ ବନ୍ଦିନୀ ଭଳି ଜୀବନ ଯାପନ କରେ ଓ ଉଦ୍ଧାର ପାଇଁ ପରମାତ୍ମା ରାମଙ୍କୁ ଆକୁଳ ପ୍ରାର୍ଥନା କରେ । ଦୁଃଖରେ ପଡ଼ିଲେ ହିଁ ମନୁଷ୍ୟ ପରମାତ୍ମାଙ୍କୁ ସ୍ମରଣ କରେ । ""ଦୁଃଖ୍ ମେଁ ସିମିରଣ ସବ କରେ, ସୁଖ ମେଁ କରେ ନା କୋଇ.....  ।'' ରାବଣ ଉପରେ ବିଜୟ ପ୍ରଦାନ କରିବା ପାଇଁ ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ମାନବୀୟ ଶରୀର ମାଧ୍ୟମରେ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇ ସାରିଛନ୍ତି । ସେ ଭାରତର ମାତା ଓ କନ୍ୟାମାନଙ୍କୁ ଅଗ୍ରଣୀ କରି ସେମାନଙ୍କ ହସ୍ତରେ ଜ୍ଞାନ କଳଶ ପ୍ରଦାନ କରିଛନ୍ତି । ଜ୍ଞାନ, ଯୋଗ ଓ ଅଖଣ୍ଡ ବ୍ରହ୍ମଚର୍ଯ୍ୟର ଦିବ୍ୟ ଶକ୍ତିରେ ସୁସଜ୍ଜିତା ଏହି ଶିବ-ଶକ୍ତି ସେନା ବିଶ୍ୱ ବିଜୟୀ ରାବଣ ସମେତ ତା'ର ସମସ୍ତ ସାମ୍ରାଜ୍ୟକୁ ବିନାଶ କରି ରାମରାଜ୍ୟର (ସ୍ୱର୍ଗର) ପୁର୍ନସ୍ଥାପନାର ଉରଦାୟିତ୍ୱ ବହନ କରିଛନ୍ତି । ପୂର୍ବ କଳ୍ପରେ ମଧ୍ୟ ସେମାନେ ଏହି ଈଶ୍ୱରୀୟ କାର୍ଯ୍ୟରେ ସମର୍ପିତ ହୋଇଥିଲେ । ସେମାନଙ୍କ ଏହି ମହାନ୍ କାର୍ଯ୍ୟର ସ୍ମୃତି ସ୍ୱରୂପ ବିଜୟାଦଶମୀ ପୂର୍ବରୁ ନବରାତ୍ରୀରେ କୁମାରୀ କନ୍ୟାମାନଙ୍କର ପୂଜନ ବିଧି ପ୍ରଚଳିତ ।
ଆଜି ପର୍ଯ୍ୟନ୍ତ ଆମେ ଅବୋଧ ଶିଶୁ ଭଳି ରାବଣର କୁଶପୁଳିକା ଦାହ କରିବାର ଖେଳ ଖେଳି ଆସିଛୁଁ । ବିଜୟାଦଶମୀର ଏହି ପବିତ୍ର ଦିନରେ ଆସନ୍ତୁ ; ଆମେ ସମସ୍ତେ ଦୃଢ଼ ପ୍ରତିଜ୍ଞା କରବା, ଯେ ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ପରମାତ୍ମା ଶିବଙ୍କ ଦ୍ୱାରା ଗଠିତ ଶିବ ଶକ୍ତି ସେନାରେ ସମ୍ମିଳିତ ହୋଇ ମନୋବିକାର ରୂପୀ ରାବଣର ଲୌହ ଶୃଙ୍ଖଳରୁ ନିଜକୁ ମୁକ୍ତ କରବା ଓ ଦେବଭୂମି ଭାରତରେ ପୁନଶ୍ଚ ରାମରାଜ୍ୟ ଫେରାଇ ଆଣିବ । ାା ଓମ୍ ଶାନ୍ତି ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ 
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର), ମୋବାଇଲ - ୯୪୩୭୨୧୦୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର