ଭାରତର ପ୍ରାଚୀନ ବର୍ଣ୍ଣ ବ୍ୟବସ୍ଥା-- ଡାକ୍ତର ସୁଧାଂଶୁ ଶେଖର ମିଶ୍ର (ହୋମିଓପ୍ୟାଥି)

ଭାରତର ପ୍ରାଚୀନ ବର୍ଣ୍ଣ ବ୍ୟବସ୍ଥା

ଡାକ୍ତର ସୁଧାଂଶୁ ଶେଖର ମିଶ୍ର (ହୋମିଓପ୍ୟାଥି)
ବ୍ରାହ୍ମଣ କ୍ଷତ୍ରିୟବିଶାଂ ଶୁଦ୍ରାଣାଂ ଚ ପରନ୍ତପ ।
                                 କର୍ମାଣି ପ୍ରବିଭକ୍ତାନି ସ୍ବଭାବ ପ୍ରଭବୈ ର୍ଗୁଣୈଃ ।ା ଗୀ ୧୮/୪୧ାା
ଅର୍ଥାତ୍ ହେ ପରନ୍ତପ! ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରର କର୍ମଗୁଡ଼ିକ ମଧ୍ୟ ସେମାନଙ୍କ ସ୍ବଭାବଜନ୍ୟ ଗୁଣମାନଙ୍କ ଭେଦରେ ବିଭକ୍ତ କରାଯାଇଛି ।
ସଂସାରରେ ପ୍ରତ୍ୟେକ ବସ୍ତୁ ତିନିଗୁଣ ଦ୍ୱାରା ପ୍ରଭାବିତ । ଏହି ତିନି ଗୁଣର ତାରତମ୍ୟ ଅନୁସାରେ ମନୁଷ୍ୟର ବ୍ୟକ୍ତିତ୍ୱ, ଆଚରଣ, ଚରିତ୍ର ଓ ଦୃଷ୍ଟିଭଙ୍ଗୀ ନିୟନ୍ତ୍ରିତ ହୋଇଥାଏ । ଏହାକୁ ଭିି କରି ସମଗ୍ର ମାନବ ସମାଜକୁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଏହିପରି ·ରୋଟି ବର୍ଣ୍ଣରେ ବିଭକ୍ତ କରାଯାଇଛି । ·ତୁବର୍ଣ୍ଣଂ ମୟା ସୃଷ୍ଟଂ ଗୁଣକର୍ମ ବିଭାଗଶଃ ।ାଗୀ-୪/୧୩ାା ସତ୍ୱଗୁଣ ପ୍ରଧାନ ମଣିଷକୁ ବ୍ରାହ୍ମଣ, ସ୍ୱ ମିଶ୍ରିତ ରଜୋଗୁଣ ପ୍ରଧାନ ମନୁଷ୍ୟକୁ କ୍ଷତ୍ରିୟ, ତମୋ ଗୁଣ ମିଶ୍ରିତ ରଜୋଗୁଣ ପ୍ରଧାନ ମନୁଷ୍ୟକୁ ବୈଶ୍ୟ ଏବଂ ରଜୋଗୁଣ ମିଶ୍ରିତ ତମୋଗୁଣ ପ୍ରଧାନ ମନୁଷ୍ୟକୁ ଶୂଦ୍ର ବର୍ଣ୍ଣଭୁକ୍ତ କରାଯାଇଛି । ଏହାହିଁ ମନୁଷ୍ୟକୃତ ବଂଶାନୁଗତ ଜାତି ପ୍ରଥା (ଉବଗ୍ଦଗ୍ଧର ଝଚ୍ଚଗ୍ଦଗ୍ଧରଜ୍ଞ) ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଗୀତା ଜାତି ଆଧାରିତ ବର୍ଣ୍ଣ ବ୍ୟବସ୍ଥାକୁ ସ୍ବୀକାର କରେ ନାହିଁ । ସ୍ମୃତି ଶାସ୍ତ୍ର ପରି ସାମାଜିକ ବିଧି ବିଧାନ ପ୍ରଣୟନ କରିବା ଗୀତାର ଲକ୍ଷ୍ୟ ନୁହେଁ । ଗୀତା ହେଉଛି ଏକ ଆଧ୍ୟାତ୍ମ ଜ୍ଞାନ ଓ ଯୋଗ ଶାସ୍ତ୍ର । ମନୁଷ୍ୟର ଆଭ୍ୟନ୍ତରୀଣ ଜୀବନ ସହିତ ବାହ୍ୟ ଜୀବନ ଓ କର୍ମର କିପରି ସମ୍ବନ୍ଧ ହେଲେ ତା’ର ଆଧ୍ୟାତ୍ମିକ ବିକାଶ ହେବ ତାହାହିଁ ଶିକ୍ଷା ଦେବା ଗୀତାର ଉଦ୍ଧେଶ୍ୟ । ପରମାତ୍ମା ପ୍ରଣୀତ ସେହି ପ୍ରାଚୀନ ବର୍ଣ୍ଣ ବ୍ୟବସ୍ଥା ବର୍ମାନ ଲୁପ୍ତ ହୋଇଯାଇଛି । ଗୀତା, ସ୍ନେହି ବର୍ଣ୍ଣ ବ୍ୟବସ୍ଥା ମୂଳରେ ଯେଉଁ ଚିରନ୍ତନ ସତ୍ୟ ଥିଲା ତାକୁ ଉଜ୍ଜୀବିତ କରିଛି । ଗୁଣ ଓ ସ୍ବଭାବ ଅନୁସାରେ ମନୁଷ୍ୟର କର୍ମ ନିର୍ଦ୍ଧାରିତ ହେଲେ ଯାଇ ତା’ର ଆଧ୍ୟାତ୍ମିକ ବିକାଶ ସମ୍ଭବ ।
ମନୁ ସଂହିତା ବ୍ରାହ୍ମଣର ଯଜନ, ଯାଜ. ଅଧ୍ୟୟନ, ଅଧ୍ୟାପନା ଆଦି ବାହ୍ୟ କର୍ମର ଉଲ୍ଲେଖ କରିଛି । ଅଧ୍ୟାପନ ମଧ୍ୟୟନଂ ଯଜନଂ ଯାଜନଂ ତଥା ଦାନଂ ପ୍ରତିଗ୍ରହଂ ଚୈବ ବ୍ରାହ୍ମଣା ନମକଳ୍ପୟତ ।ାମନୁ-୧/୧୮ାା କିନ୍ତୁ ଗୀତା ଆଭ୍ୟନ୍ତରୀଣ ଗୁଣ ଓ ସ୍ବଭାବ ଅନୁସାରେ ସେମାନଙ୍କ କର୍ମର ନିର୍ଦ୍ଧାରିଣ କରିଛି । ମନୋନିଗ୍ରହ, ଇନ୍ଦ୍ରିୟ ସଂଯମ, ବାହ୍ୟ ଓ ଆନ୍ତରିକ ଶୁଦ୍ଧି, କ୍ଷମା, ସରଳତା, ଈଶ୍ୱରୀୟ ଜ୍ଞାନ, ବ୍ୟବହାରିକ ଜୀବନରେ ଜ୍ଞାନର ପ୍ରୟୋଗ (ବିଜ୍ଞାନ) ଓ ଆସ୍ତିକତା- ଏଗୁଡ଼ିକ ହେଉଛି ବ୍ରାହ୍ମଣର ସ୍ବଭାବ ଜାତ କର୍ମ । ଏପରି ବ୍ୟକ୍ତି ହିଁ ପରମାତ୍ମାଙ୍କୁ ସର୍ବୋତ ଭାବରେ ଜାଣି ପାରନ୍ତି । ଅନ୍ୟ ଅର୍ଥରେ ପରମାତ୍ମାଙ୍କୁ ଜାଣିଥିବା ବ୍ୟକ୍ତି ହିଁ ବ୍ରାହ୍ମଣ  ପଦବାଚ୍ୟ । ବ୍ରହ୍ମ ଜାନତି ଇତି ବ୍ରାହ୍ମଣଃ । ପରମାତ୍ମାଙ୍କ ମୁଖରୁ ବ୍ରାହ୍ମଣମାନଙ୍କର ଉପôି ହେଲା ବୋଲି ବେଦ କହେ । ବ୍ରାହ୍ମଣୋଽସ୍ୟ ମୁଖମାସୀଦ୍.... ।ାା ଋଗ ସଂ- ୧ଠ/୯ଠ/୧୨ ।ା ଅନ୍ୟ ଅର୍ଥରେ ଈଶ୍ୱରୀୟ ବାଣୀ ଆଧାରରେ ଯେଉଁମାନେ ନିଜକୁ ପରିବର୍ନ କରନ୍ତି ସେମାନଙ୍କୁ ଦ୍ୱିଜ କୁହାଯାଏ । ସଂସ୍କାରାତ୍ ଦ୍ୱିଜ ଉଚ୍ୟତେ । କିନ୍ତୁ ସେମାନେ ଯେତେବେଳେ ଶମଦମାଦି ବ୍ରହ୍ମ କର୍ମ ଦ୍ୱାରା ପରମାତ୍ମାଙ୍କୁ ସାକ୍ଷାତ ଅନୁଭବ କରନ୍ତି ସେତେବେଳେ ବ୍ରାହ୍ମଣ ପଦବାଚ୍ୟ ହୁଅନ୍ତି ।
ଦେହ ଓ ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ଘଟଣା, ପରିସ୍ଥିତି ଆଦିରୁ ମନକୁ ଓହରାଇ ଆଣି ଆତ୍ମା ଓ ପରମାତ୍ମା ଚିନ୍ତନରେ ନିୟୋଜିତ କରିବାକୁ ‘ଶମ’ କୁହାଯାଏ ।- ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟମାନଙ୍କୁ ବଶୀଭୂତ କରି ନିଜ ଇଚ୍ଛା ଅନୁରୂପ ସାଂସାରିକ କାର୍ଯ୍ୟରୁ ନିବୃ ଓ ଈଶ୍ୱରୀୟ କାର୍ଯ୍ୟରେ ପ୍ରବୃ କରିବାକୁ ‘ଦମ’ କୁହାଯାଏ । ଈଶ୍ୱରୀୟ ମାର୍ଗରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ବାଧା ବିଘ୍ନ ଗୁଡ଼ିକୁ ପରୀକ୍ଷା ସ୍ବରୂପ ଗ୍ରହଣ କରି ଅବିଚଳିତ ଭାବନରେ ନିଜ ଲକ୍ଷ୍ୟ ପଥରେ ଆଗେଇ ଯିବାକୁ ‘ତପ’ କୁହାଯାଏ । ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା ହେଉଥିବା ପ୍ରତ୍ୟେକ କ୍ରିୟାକୁ ପବିତ୍ର ରଖିବା ହେଉଛି ‘ଶୌଚ’ । ବିନା କାରଣରେ ନିନ୍ଦା କରୁଥିବା ବା କୌଣସି ଅପରାଧୀ ପ୍ରବୃିର ବ୍ୟକ୍ତି ପ୍ରତି ମଧ୍ୟରେ ମନରେ କୌଣସି ଦ୍ୱେଷ ଭାବନା ନ ରଖି ନିଜଠାରେ ତାକୁ ଦଣ୍ଡ ଦେବାର ସମସ୍ତ ସାମର୍ଥ୍ୟ ଥାଇ ସୁଦ୍ଧା ‘କ୍ଷମା’ କରି ଦେବାକୁ “କ୍ଷାନ୍ତି’’ କୁହାଯାଏ । ନିଷ୍କପଟ ଓ ନିଷ୍ପାପ ଶିଶୁର ମନ ଯେପରି ଛଳନା, କପଟ, ଦୁର୍ଭାବନା, ଦୁରାଗ୍ରହ ଆଦିରୁ ମୁକ୍ତ ଥାଏ, ମନକୁ ସେହିପରି ସରଳ ରଖିବାକୁ ‘ଆର୍ଜବ’ କୁହାଯାଏ । ଯେଉଁ ବିଦ୍ୟା ଆଧାରରେ ମନୁଷ୍ୟ ସ୍ବୟଂକୁ, ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତର ରହସ୍ୟ ତଥା ପରମାତ୍ମାଙ୍କୁ ଜାଣିପାରେ ତାହାକୁ ଜ୍ଞାନ କୁହାଯାଏ । ବ୍ୟବହାରିକ ଜୀବନରେ ଈଶ୍ୱରୀୟ ଜ୍ଞାନର ପ୍ରୟୋଗକୁ ‘ବିଜ୍ଞାନ’ କୁହାଯାଏ । ତ୍ୱତଃ କୌଣସି ବିଷୟକୁ ଜାଣିବାର ନାମ ଜ୍ଞାନ; କିନ୍ତୁ ତାକୁ ଅନୁଭବ କରିବା ହେଉଛି ବିଜ୍ଞାନ । ଅନୁଭବ ବିନା ଜ୍ଞାନ ସିଦ୍ଧ ହୁଏ ନାହିଁ । ଆତ୍ମା ଓ ପରମାତ୍ମା ବିଷୟକ ତଥ୍ୟ ଜାଣିବା ଜ୍ଞାନ; କିନ୍ତୁ ନିରନ୍ତର ଅଭ୍ୟାସ ଦ୍ୱାରା ପରମାତ୍ମାଙ୍କ ସହିତ ଆତ୍ମାର ମନୋମିଳନ ହେଉଛି ବିଜ୍ଞାନ । ଗୀତା ଏକ ଯୋଗ ଶାସ୍ତ୍ର । ଜ୍ଞାନକୁ କିପରି ପ୍ରୟୋଗ କଲେ ଆତ୍ମା, ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇପାରିବ ଏହାହିଁ ହେଉଛି ଗୀତାର ମୌଳିକ ଉଦ୍ଧେଶ୍ୟ । ତେଣୁ ଏଠାରେ ଯୋଗ ହିଁ ହେଉଛି ବିଜ୍ଞାନ । ଏହି ଜ୍ଞାନ-ବିଜ୍ଞାନ ଆଧାରରେ ବ୍ୟକ୍ତି ପରଂବ୍ରହ୍ମ ପରମାତ୍ମାଙ୍କୁ ଜାଣି ବ୍ରାହ୍ମଣ ପଦବାଚ୍ୟ ହୁଏ, ପରମାତ୍ମାଙ୍କ ଅସ୍ତିତ୍ୱକୁ ସ୍ବୀକାର କରି ତାଙ୍କୁ ଅନନ୍ୟ ଭାବରେ ସ୍ମରଣ ପୂର୍ବକ ତାଙ୍କ ନିର୍ଦ୍ଧେଶିତ ମାର୍ଗରେ ପରି·ଳିତ ହେବାକୁ ‘ଆସ୍ତିକ୍ୟ’ କୁହାଯାଏ । ତେଣୁ ଗୀତା ଅନୁସାରେ ଶମ, ଦମ, ତପ, ଶୌଚ, କ୍ଷମା, ସରଳତା, ଜ୍ଞାନ ବିଜ୍ଞାନ ଏବଂ ଆସ୍ତିକତା- ଏସବୁ ବ୍ରାହ୍ମଣମାନଙ୍କର ସ୍ବଭାବ ଜନ୍ୟ କର୍ମ ଅଟେ । “ଶମୋ ଦମସ୍ତପଃ ଶୌଚଂ କ୍ଷାନ୍ତିରିର୍ଜମେବ ଚ । ଜ୍ଞାନ ବିଜ୍ଞାନ ମାସ୍ତିକ୍ୟଂ ବ୍ରହ୍ମକର୍ମ ସ୍ବଭାବଜମ୍’ ।ାଗୀ-୧୮/୪୨ାା
କ୍ଷତ୍ରିୟ, ସ୍ୱ ଗୁଣ ମିଶ୍ରିତ ରଜୋଗୁଣ ପ୍ରଧାନ । ତେଣୁ କ୍ଷତ୍ରିୟଙ୍କ କର୍ମରେ ସ୍ୱଗୁଣ କମ୍ ଓ ରଜୋଗୁଣର ପ୍ରଭାବ ଅଧିକ ପଡେ । କିନ୍ତୁ ରୁଟି ପ୍ରସ୍ତୁତି ପାଇଁ ଚକାଟା ହୋଇଥିବା ଅ ଟାରେ ଲୁଣ ପଡିବା ଭଳି ରଜୋଗୁଣ ପ୍ରଭାବରୁ ଏହାର ସ୍ବତନ୍ତ୍ର ଅସ୍ତିତ୍ୱ ଜାଣିହୁଏ ନାହିଁ । ସାବୁନରେ  ସଫା  କରି ସାରିଲା   ପରେ  ଲୁଗାର ଧବଳତାକୁ ଆହୁରି  ଉଜ୍ୱଳ କରିବା  ପାଇଁ ନୀଳ ତଥା ଏକ ପ୍ରମାର ‘ବ୍ଲିଚିଂ’ ଉପାଦାନ ମିଶ୍ରିତ ଜଳରେ କିଛି ମସୟ ବୁଡାଇ ରଖାଯାଏ । ସେହିପରି  କ୍ଷତ୍ରିୟମାନଙ୍କ ମଧ୍ୟରେ ଥିବା ରଜଗୁଣରେ ସ୍ୱ ଗୁଣ ମିଶି ତାକୁ  ଶୁଦ୍ଧ ଓ ଉଜ୍ଜ୍ୱଳ କରିନିଏ ।  ରଜ ଗୁଣରେ ସ୍ୱଗୁଣର  ମିଶ୍ରଣ ହେତୁହିଁ କ୍ଷତ୍ରିୟମାନଙ୍କ ମଧ୍ୟରେ ତେଜ, ଦୟା କ୍ଷମା, ପରୋପକାର, ଧର୍ମପରାୟଣତା, ଦାନଶୀଳତା ଆଦି ଗୁଣ  ସ୍ବଭାବିକ ଭାବରେ ପ୍ରକାଶ ପାଏ । କିନ୍ତୁ ଏହା ରଜଗୁଣର ପ୍ରଭାବରେ ଥିବାରୁ ଦୈବୀସମ୍ପି ପରି ଶୁଦ୍ଧ  ଓ ସା୍ୱିକ ହୋଇ ନ ଥାଏ ।
ଗୀତା ଅନୁସାରେ ଯେଉଁ  ମନୁଷ୍ୟ ପାଖରେ ଶୌର୍ଯ୍ୟ, ତେଜ, ଧୃତି, ଦକ୍ଷତା, ଯୁଦ୍ଧରେ ପଛଘୁା ନ ଦେବା;ଦାନ ଓ ପ୍ରଭୁତ୍ୱ ଆଦି ଗୁଣ ସ୍ବଭାବିକ  ଭାବେ ପ୍ରକାଶ ପାଏ ସେହିଁ ପ୍ରକୃତ କ୍ଷତି୍ରୟ । ଶୌର୍ଯ୍ୟଂ  ତେଜୋ ଧୃତିର୍ଦାକ୍ଷ୍ୟଂ ଯୁଦ୍ଧେ ·ପ୍ୟପଳାୟନମ୍ । ଦାନମିଶ୍ୱର ଭାବଶ୍ଚ କ୍ଷାତ୍ରଂ କର୍ମ ସ୍ବଭାବଜମ୍ ।ା ଗୀ ୧୮/୪୩ ।ା ଏଥିରୁ ମନେ ହୁଏ ଯେ କୌଣସି ଜାତି ବିଶେଷକୁ  ଗୀତାରେ କ୍ଷତ୍ରିୟ ବୋଲି  କୁହାଯାଇ ନାହିଁ । ପୁରାଣ ଓ ଇତିହାସର ପୃଷ୍ଠା ଉନ୍ମୋଚନ କଲେ ଏକଥା ପ୍ରମାଣିତ ହୋଇଯିବ ଯେ କ୍ଷତ୍ରିୟ  ଜାତିରେ ଜନ୍ମ ନ ହୋଇ ମଧ୍ୟ କେତେକ ବ୍ୟକ୍ତି  ଉପରୋକ୍ତ କ୍ଷତ୍ରିୟ  ଗୁଣ ବଳରେ ଅତି କୁଶଳତା  ପୂର୍ବକ ରାଜ୍ୟଶାସନ  କରି ମହିମା ମଣ୍ଡିତ ହୋଇ  ପାରିଥିଲେ; ଅଥଚ କ୍ଷତି୍ରୟ ବଂଶୋଭବ କେତେକ ରାଜାଙ୍କ  କାପୁରୁଷତା ଯୋଗଁ ବିଦେଶୀ          ଆକ୍ରମଣ  କାରୀମାନେ  ଭାରତରେ  ନିଜର ସାମ୍ରାଜ୍ୟ ସ୍ଥାପନ କରିଥିଲେ । ମହାତ୍ମାଗାନ୍ଧିଜୀ ବୈଶ୍ୟ ବଂଶଜ ହୋଇ ମଧ୍ୟ ନିଜର କ୍ଷାତ୍ରଗୁଣ ଦ୍ୱାରା                                                                                                                  ସ୍ବାଧିନତା   ସଂଗ୍ରାମର ଏକଛତ୍ର ନାୟକ ସାଜି   ଭାରତରୁ ଇଂରେଜମାନଙ୍କୁ
ବିତାଡିତ କରି ପାରିଥିଲେ । ପର୍ଶୁରାମ  ଜାତିରେ ବ୍ରାହ୍ମଣ ଥିଲେ । କିନ୍ତୁ ସେ ୨୧ଥର କ୍ଷତ୍ରିୟକୁଳୋଦ୍ଭବ ରାଜାମାନଙ୍କୁ ପରାସ୍ତ  କରିଥିଲେ । ବିଶ୍ୱାମିତ୍ର    କ୍ଷତ୍ରିୟ ବଂଶଜ ହୋଇ ମଧ୍ୟ  ନିଜର ତପସ୍ୟା ଦ୍ୱାରା ବ୍ରହ୍ମର୍ଷି ପଦ ପାଇଥିଲେ । ଏଥିରୁ ଏହା ପ୍ରମାଣିତ ହୁଏ  ଯେ  ଗୀତା ବର୍ଣ୍ଣିତ ଭାରତର ପ୍ରାଚୀନ ବର୍ଣ୍ଣ     ବ୍ୟବସ୍ଥା ଜାତି ଆଧାରିତ ନ ଥିଲା ।
ଶୌର୍ଯ୍ୟର ଅର୍ଥ ବୀରତା । ବୀରତାର ଅର୍ଥ କେବଳ ଶସ୍ତ୍ର ବିଦ୍ୟାରେ ନିପୂଣତା ନୁହେଁ ।  ମହାତ୍ମା ଗାନ୍ଧୀ ସ୍ବାଧିନତା ସଂଗ୍ରାମରେ ଅହିଂସାକୁ ଅସ୍ତ୍ର କରି ଲଢ଼ିଥିଲେ । ଆଧ୍ୟାତ୍ମିକତା  ଥିଲା ତାଙ୍କ ବଳ । ଶେଷ ପର୍ଯ୍ୟନ୍ତ ସେ ଅତ୍ୟନ୍ତ ଧୈର୍ଯ୍ୟ (ଧୃତି) ସହକାରେ ଇଂରେଜମାନଙ୍କ ବିରୁଦ୍ଧରେ  ଲଢ଼ିଥିଲେ । ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ କେବେହେଲେ ସେ ଏହି ମହା ସଂଗ୍ରାମରୁ ପଶ୍ଚାତ୍ ଧାବନ କରି ନ ଥିଲେ । ଉକ୍ରଳମଣି ଗୋପବନ୍ଧୁ ସ୍ବାଧୀନତା ସଂଗ୍ରାମକୁ ଆଧ୍ୟାତ୍ମିକ ଲଢ଼େଇ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ବୀରର ଆଖ୍ୟା ଦେଇଛନ୍ତି ।
“ଆଧ୍ୟାତ୍ମ ବଳେ ଲାଗିଛ  ଲଢ଼େଇ,  ଭାଙ୍ଗିବାକୁ ପଶୁ ବଳର ବଡାଇ । ପଛଘୁା ନାହିଁ ବୀରର ଜାତକେ, ନ ମରେ କେବେ ସେ ପରାଣ ଆତେଙ୍କ ।” ତାଙ୍କ ରଚିତ ଏହି  ପଦ୍ୟାଂଶଗୁଡିକରୁ ଏହା ସ୍ପଷ୍ଟ ଅନୁମେୟ ।
ଯିଏ ଶୌର୍ଯ୍ୟବାନ ସେ ସାହସୀ ଓ ବିକ୍ରମୀ ମଧ୍ୟ । ସାହସ ଓ  ବିକ୍ରମ ନ  ଥିଲେ ଜଣେ ବୀର ହୋଇ ପାରିବ ନାହିଁ । ଏପରି ବ୍ୟକ୍ତିକୁ ସୈନ୍ୟ    ବାହିନୀରେ ପାଇ ଯେ କୌଣସି ଦେଶ ଗର୍ବ ଅନୁଭବ କରେ । କାରଣ ସେ ଶେଷ  ନିଃଶ୍ୱାସ ପର୍ଯ୍ୟନ୍ତ ଯୁଦ୍ଧରେ ଶତ୍ରୁର ମୁକାବିଲା କରନ୍ତି । କୌଣସି ପରିସ୍ଥିତିରେ ମଧ୍ୟ ସେ ଯୁଦ୍ଧରୁ ପଳାୟନ କରନ୍ତି ନାହିଁ  । ପୃଥ୍ୱୀରାଜ ଚୌହାନ, ରାଣା ପ୍ରତାପ ସିଂହ, ଛତ୍ରପତୀ ଶିବାଜୀ, ରାଣୀ ଲକ୍ଷ୍ମୀବାଈ ଆଦିଙ୍କ ନାମ ସେମାନଙ୍କ ଶୂରବୀରତା ପାଇଁ ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ । ଯେଉଁ  ଦେଶର ଶାସନ କର୍ା ଶୌର୍ଯ୍ୟବାନ ସେ ଦେଶ ପ୍ରତି କେବେହେଲେ ବି କୌଣସି ବିଦେଶୀ ଶକ୍ତି ଆକ୍ରମଣ କରିବା ତ ଦୂରର କଥା ଆଡ ଆଖିରେ ମଧ୍ୟ ଦେଖିବାକୁ ସାହସ କରେ ନାହିଁ । ବିଳାସ ବ୍ୟସନ ହେତୁ ଯେତେବେଳେ ଭାରତୀୟ ରାଜାମାନଙ୍କ ଶୌର୍ଯ୍ୟ  କ୍ଷୀଣ ହୋଇ ପଡିଲା ସେତେବେଳେ ସେମାନେ ବିଦେଶୀ ଆକ୍ରାମଣକାରୀମାନଙ୍କ  ଦ୍ୱାରା ପରାଜିତ ହେଲେ । ଏହାର ପରିଣାମ ସ୍ବରୂପ ଶତାଧିକ ବର୍ଷ ଧରି ଭାରତ ପରାଧିନତାର ଶୃଙ୍ଖଳରେ ଆବଦ୍ଧ ହୋଇ ରହିଲା । ବିଶ୍ୱ ଇତିହାସ ଅନୁଧ୍ୟାନ କଲେ ଦେଖାଯାଏ ଯେ ପ୍ରାଚୀନ କାଳରେ ସବୁଠାରୁ  ଶକ୍ତିଶାଳୀ, ସାହସୀ, ବିକ୍ରମୀ ଓ ଦକ୍ଷ ବ୍ୟକ୍ତିକୁ ଜନ  ସାଧାରଣ ଦେଶର  ରକ୍ଷା ଭାର ଅର୍ପଣ କରି ତାଙ୍କୁ ନିଜର ରାଜା ବୋଲି ମାନୁଥିଲେ । ସେ ପ୍ରଜାମାନଙ୍କୁ ସମସ୍ତ ପ୍ରକାର ଦୁଃଖରୁ ରକ୍ଷା କରିବାର ଦାୟିତ୍ୱ ବହନ କରୁଥିବାରୁ  ତାଙ୍କୁ  ‘କ୍ଷତ୍ରିୟ’ କୁହାଯାଉଥିଲା । କ୍ଷତ୍ରାତ୍ ତ୍ରାୟତେ ଇତି କ୍ଷତ୍ରିୟଃ । ତାଙ୍କ ପ୍ରଜା ପାଳନ କର୍ମକୁ କ୍ଷାତ୍ର କର୍ମ କୁହାଯାଉଥିଲା । କାଳକ୍ରମେ ତାଙ୍କ ବଂଶଧରମାନେ ମଧ୍ୟ କ୍ଷତ୍ରିୟ ରୂପରେ ନିଜର ପରିଚୟ ଦେଲେ ଓ ବଂଶାନୁକ୍ରମିକ ଭାବରେ ରାଜ୍ୟ ଶାସନ କରିବାକୁ ଲାଗିଲେ । ସମୟ ଆଜି ପଟ୍ଟ ପରିବର୍ନ କରିଛି । ରାଜତନ୍ତ୍ରର ସମ୍ପୂର୍ଣ୍ଣ ଅବସାନ ଘଟିଛି । ପ୍ରଜାତନ୍ତ୍ରରେ ନିର୍ବାଚିତ ପ୍ରତିନିଧିମାନେ ଶାସନ ଭାର ଗ୍ରହଣ କରନ୍ତି । କିନ୍ତୁ ସେମାନଙ୍କ ପାଖରେ କ୍ଷାତ୍ର ଗୁଣ ଓ ଧର୍ମ ଦେଖାଯାଏ ନାହିଁ । ଦେଶର ରକ୍ଷାଭାର କ୍ଷତ୍ରିୟମାନଙ୍କ ହାତରେ ନ୍ୟସ୍ତ ନ ଥିବାରୁ  ସ୍ବର୍ଣ୍ଣପ୍ରସୂ ଭାରତର ପ୍ରଜା ଆଜି ଦୀନ, ହୀନ, ଦରିଦ୍ର, ଅସହାୟ, ଅରକ୍ଷିତ ଓ ବୁଭୁକ୍ଷିତ ।
ଯେଉଁ  ଶକ୍ତି ବଳରେ ମନୁଷ୍ୟ ବିଶାଳ ଜନ ସମୁଦାୟକୁ ନିଜ ପ୍ରତି ଆକର୍ଷଣ  କରି ପାରେ; ଅନ୍ୟମାନେ ତା’ର ସମ୍ମୁଖରେ ଅନ୍ୟାୟ ଆଚରଣ କରିବାକୁ ସାହାସ କରି ପାରନ୍ତ ନାହିଁ; ନିଜର କର୍ବ୍ୟ ପଥରେ ଆସୁଥିବା ପ୍ରତିଟି ବାଧା ବିଘ୍ନକୁ ସାହସର ସହିତ   ମୁକାବିଲା କରିପାରେ, ସେହି ଶକ୍ତି ବା ପ୍ରତାପ  ନାମ ‘ତେଜ’ । ଏହି କ୍ଷାତ୍ର ତେଜହିଁ ବ୍ୟକ୍ତିକୁ ଜନ ନାୟକ, ରାଷ୍ଟ୍ରନାୟକ, ରାଜ ନାୟକ ଓ ଧର୍ମ ନାୟକ ହେବାର ସାହଯ୍ୟ କରେ । ଯେତେବଡ ବାଧାବିଘ୍ନ, ସଙ୍କଟ, ପରିସ୍ଥିତି ଓ ଦୁର୍ଘଟଣା ଘଟିଲେ ମଧ୍ୟ ନିଜ ମର୍ଯ୍ୟାଦା ରକ୍ଷାକରି  କର୍ବ୍ୟପଥରୁ ବିଚୁ୍ୟତ ନ ହେବାର ଅଟଳ ର୍ଧେର୍ଯ୍ୟକୁ ‘ଧୃତି’ କୁହାଯାଏ । ସଫଳତା ସର୍ବଦା ଧୈର୍ଯ୍ୟବାନ ବ୍ୟକ୍ତିର ପଦଚୁମ୍ବନ କରିବାକୁ ତପôର ଥାଏ । ଜନସାଧରଣ ସଫଳ ବ୍ୟକ୍ତି ହିଁ ଜୟଗାନ  କରନ୍ତି । ଦାକ୍ଷ୍ୟମର ଅର୍ଥ ଦକ୍ଷତା ଓ  ଚତୁରତା । ‘ଦକ୍ଷ’ ବ୍ୟକ୍ତିକୁହିଁ ଲୋକେ ଆଖି ବୁଜି ଭରସା କରନ୍ତି । ଯାହା ଉପେରେ ଭରସା ଥାଏ ତାଙ୍କ ଉପରେ  ସମସ୍ତ ଦାୟିତ୍ୱ ନ୍ୟସ୍ତ କରାଯାଏ । ଦେଶର ପ୍ରଜା ଯାହାକୁ ଦକ୍ଷ  ଭାବନ୍ତି ତାଙ୍କ  ଉପରେ ଦେଶ ଭାର ନ୍ୟସ୍ତ କରନ୍ତି । ଦକ୍ଷତା କ୍ଷତ୍ରିୟର ଏକ ବିଶେଷ ଗୁଣ । ଦକ୍ଷ ବ୍ୟକ୍ତିହିଁ   ଉମ ଶାସକ ହୋଇପାରେ । ଦକ୍ଷତା ବିନା  ମନୁଷ୍ୟ ଜୀବନ ସଂଗ୍ରାମରେ ମଧ୍ୟ ଜୟଯୁକ୍ତ ହୋଇପାରେ ନାହିଁ । କ୍ଷତ୍ରିୟ ଗୁଣ ଓ  ସ୍ବଭାବ ସମ୍ପନ୍ନ ବ୍ୟକ୍ତି ଯୁଦ୍ଧରୁ ପଳାୟନ କରନ୍ତି ନାହିଁ । ଯୁଦ୍ଧର ଆଭିଧାନିକ ଅର୍ଥ ହେଲା ସମର, କଳହ, ବିବାଦ, ସଂଘ ର୍ଷ, ଲଢ଼ାଇ । ଏହା ହିଂସକ ଓ ଅହିଂସକ ହୋଇପାରେ । ଦେଶରକ୍ଷା ଦାୟିତ୍ୱ  ନ୍ୟସ୍ତ ଥିବା ସେନାପାଇଁ ଯୁଦ୍ଧର ଅର୍ଥ ହିଂସ୍ରକ ସମର । କାରଣ ଶତ୍ରୁ ଆକ୍ରମଣର ମୁକାବିଲା ପାଇଁ ଅସ୍ତ୍ର ଶସ୍ତ୍ରର ପ୍ରୟୋଗ ଆବଶ୍ୟକ । ଏପରି କ୍ଷେତ୍ରରେ  ଯେଉଁ ସୈନିକର ଶୌର୍ଯ୍ୟ, ଧୈର୍ଯ୍ୟ ଓ ଦକ୍ଷତା ଥାଏ ସେ ନିଜ ଜୀବନକୁ  ବାଜି ଲଗାଇ ଯୁଦ୍ଧ କରେ । ଶତ୍ରୁ ପକ୍ଷ ଯେତେବଡ ବଳବାନ ହୋଇ ଥାଆନ୍ତୁ ନା କାହିଁକି ଆବଶ୍ୟକ ପଡିଲେ ସେ ଏକାକୀ  ମଧ୍ୟ ସେମାନଙ୍କ  ମୁକାବିଲା କରିବାକୁ କୁଣ୍ଠିତ ହୁଅନ୍ତି ନାହିଁ । ଯୁଦ୍ଧଭୂମିରେ ସେ ଶେଷ  ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ବିକ୍ରମର ସହିତ ଯୁଦ୍ଧ ରତ ଥାଆନ୍ତି । ପୁରାଣ ଇତିହାସରେ ଏପରି ଅନେକ ‘କ୍ଷତି୍ରୟ’ ଯୋଦ୍ଧାମାନଙ୍କର  ଦୃଷ୍ଟାନ୍ତ ରହିଛି ।   ଭାରତୀୟ ସେନା  ବାହିନୀରେ ମଧ୍ୟ ଏହିପରି ଅନେକ ସୈନ୍ୟ ନିଜର କ୍ଷତ୍ରିୟ ଧର୍ମ ପାଳନ କରି ଶହୀଦ ହୋଇଛନ୍ତି । ଦେସହି ବୀର  ପୁରୁଷମାନଙ୍କ ପ୍ରତି ଦେଶ ସମ୍ମାନ ଜଣାଇଥାଏ ।
ଗୀତା ପ୍ରକରଣରେ ଯୁଦ୍ଧର ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ ଥିବା ଯୁଦ୍ଧ ପ୍ରସଙ୍ଗକୁ ହିଂସ୍ରକ ଯୁଦ୍ଧ ଅର୍ଥରେ ଗ୍ରହଣ କରିବା ଅନୁଚିତ । ମହାତ୍ମାଗାନ୍ଧୀ ଗୀତାର ଏକ ସୁପାଠକ ଥିଲେ । ଗୀତାରୁ ସେ ଅହିଂସା ମନ୍ତ୍ର  ଶିଖିଥିଲେ । ହିଂସା ବିରୁଦ୍ଧରେ ଲଢ଼ିବାକୁ ସେ ଅହିଂସାକୁ ହିଁ ଅସ୍ତ୍ର ରୂପେ ବ୍ୟବହାର କରିଥିଲେ । ତାଙ୍କର ଏହି ପ୍ରୟୋଗକୁ ସେତେବେଳେ  ତାଙ୍କର ଅନୁଗାମୀମାନେ ମଧ୍ୟ ସମ୍ପୂର୍ଣ୍ଣ ଭରସା କରିପାରି  ନ ଥିଲେ । କିନ୍ତୁ ତାଙ୍କ ପାଖରେ ଥିବା ଶୌର୍ଯ୍ୟ, ତେଜ, ଧୈର୍ଯ୍ୟ, ଦକ୍ଷତା,  କୌଣସି କାମ ହାତକୁ ନେଲେ  ସେଥିରୁ  ପଛଘୁା ନ ଦେବା  ଓ କୁଶଳ ନେତୃତ୍ୱ ହେତୁ ସେ ଦେଶବାସୀଙ୍କ    ବିଶ୍ୱାସ  ଭାଜନ  ହୋଇ ପାରିଥିଲେ । ଆଧୁନିକ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ଦୁର୍ଦ୍ଧର୍ଷ  ବି୍ରଟିଶ ଶକ୍ତି ତାଙ୍କ ନିକଟରେ ହାର ମାନିବାକୁ ବାଧ୍ୟ ହୋଇଥିଲା । ସ୍ବାଧିନତା ପରେ ସେ କୌଣସି ରାଜକୀୟ ପଦ ଗ୍ରହଣ  କରି ନ ଥିଲେ; ତଥାପି ମଧ୍ୟ ଦେଶ ତାଙ୍କୁ ଏକ ସମ୍ରାଟ ଅପେକ୍ଷା ଅଧିକ ସମ୍ମାନ ଦେଉଥିଲା । ସେ ଥିଲେ ଭାରତର ମୁକୁଟ ବିହୀନ ସମ୍ରାଟ । ଏହାହିଁ ପ୍ରକୃତ କ୍ଷତ୍ରିୟର ଲକ୍ଷଣ ।
ଜୀବନ ଯାତ୍ରାରେ ମଧ୍ୟ ଅନେକ ବାଧାବିଘ୍ନ ଓ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼େ । ପାରିବାରିକ, ସାମାଜିକ ଓ ରାଜନୈତିକ  ଜୀବନରେ ବ୍ୟକ୍ତିକୁ ପରିବାର , ସମାଜ ତଥା ଦେଶର କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପି ନେବାକୁ  ପଡେ । ବ୍ୟକ୍ତି ମଧ୍ୟରେ  ଥିବା ସ୍ବଭାବିକ  କ୍ଷାତ୍ର, ଶୌର୍ଯ୍ୟ, ତେଜ, ଧୃତି ଓ ଦକ୍ଷତାହିଁ ତାଙ୍କୁ ତାଙ୍କ ଦ୍ୱାରା ଅଙ୍ଗୀକୃତ କାର୍ଯ୍ୟରେ ସଫଳତା ପ୍ରଦାନ କରେ । ଯେକøଣସି  ପ୍ରତିକୂଳ ପରିସ୍ଥିତି ଆସୁନା କାହିଁକି ସେ କାମଟିକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ତ୍ୟାଗ କରନ୍ତି ନାହିଁ । ବୈଜ୍ଞାନିକ, ଗବେଷକ, ଆବିଷ୍କାରକ ଆଦି ଏହି ଶ୍ରେଣୀର  କ୍ଷତ୍ରିୟ ।
କ୍ଷତ୍ରିୟ ବୃିର ଅନ୍ୟ ଏକ ବିଶେଷତ୍ୱ  ହେଉଛି ‘ଦାନଶୀଳତା’ । ଏପରି ବ୍ୟକ୍ତି ଉଦାର ହୃଦୟରେ  ଦାନ କରନ୍ତି । ଏହା ସା୍ୱିକ ଦାନ ଅଟେ । କାରଣ ଦାନଦେବା ହେଉଛି କ୍ଷତ୍ରିୟର ଶୀଳ । ଶୀଳ ଅର୍ଥ ଅଭ୍ୟାସ,  ଆଚରଣ, ଚରିତ୍ର, ପ୍ରକୃତି । ଦାନ ଦେବାକୁ ସେ ନିଜର କର୍ବ୍ୟ ମନେ କରନ୍ତି । ଯୋଗ୍ୟବ୍ୟକ୍ତି ଯୁଟିଲେ ସେ ନିଜର ସବୁ କିଛି ଦେଇ ଦେବାକୁ  ମଧ୍ୟ ପଛାନ୍ତି ନାହିଁ । ଏହି ପ୍ରସଙ୍ଗରେ ପୁରାଣ ପ୍ରସିଦ୍ଧ ଦାନବୀର ହରିଶ୍ଚନ୍ଦ୍ରଙ୍କ ଦୃଷ୍ଟାନ୍ତ ଉଲ୍ଲେଖନୀୟ  । ଆଧୁନିକ ଯୁଗରେ ମହାତ୍ମା ଗାନ୍ଧୀ, ବିନୋବାଭାବେ, ଉକ୍ରଳମଣି ଗୋପବନ୍ଧୁଙ୍କ ଦାନଶୀଳତାର ଅବତାରଣା କରାଯାଇ ପାରେ । ସେମାନେ ନିଜର, ତନୁ, ମନ,ଧନ ଓ ସମୟ ସବୁ କିଛି ଦେଶବାସୀଙ୍କ ସେବାରେ ଲଗାଇବାକୁ  ସଂକଳ୍ପବଦ୍ଧ ଥିଲେ । ତାଙ୍କ ଦ୍ୱାରା ରଚିତ କବିତାର କେତୋଟି ପଂକ୍ତିରୁ  ଏହା ଜଣା ପଡେ  । ଯଥା:-
“ମିଶୁ ମୋର  ଦେହ ଏ ଦେଶ ମାଟିରେ । ଦେଶବାସୀଙ୍କ ·ଲି ଯାଆନ୍ତୁ ପିଠିରେ ।ା
ଦେଶର ସ୍ବରାଜ୍ୟ ପଥେ ଯେତେ ଗାଡ । ପୂରୁ ତହିଁ ପଡି ମୋର ମାଂସ ହାଡ ।ା”
‘ଈଶ୍ୱର ଭାବ’ର ଅର୍ଥ ପ୍ରଭୁତ୍ୱ । ଏହାହେଉଛି କ୍ଷତ୍ରିୟର ଏକ ବିଶେଷ ଗୁଣ । ପିଲାଟି ଦିନରୁ ତାଙ୍କ ପାଖରେ ଏହି ଗୁଣ ବିଶେଷ ଭାବରେ  ଦେଖାଯାଇଥାଏ । ବାଲ୍ୟ କାଳରେ ଖେଳ ସାଥିମାନେ ଓ ଶିକ୍ଷାୟତନରେ ସହପାଠୀମାନେ ତାଙ୍କୁ ନିଜର ନେତା ବୋଲି  ଗ୍ରହଣ କରି ନିଅନ୍ତି । କାରଣ ସେ କେବେହେଲେ ଅନ୍ୟାୟ  ଆଗରେ  ମୁଣ୍ଡ ନୁଆନ୍ତି  ନାହିଁ; କାହାରି ପ୍ରତି ଅନ୍ୟାୟ ଆଚରଣ କରନ୍ତି ନାହିଁ; ଅନ୍ୟମାନଙ୍କୁ ବିପଦରୁ ରକ୍ଷା  କରନ୍ତି । ଈଶ୍ୱର ଭାବ ଶବ୍ଦ ସୂଚିତ କରେ ଯେ କ୍ଷତ୍ରିୟଠାରେ ଥିବା  ପ୍ରଭୁତ୍ୱ ଅହଂକାର ଶୂନ୍ୟ । କାରଣ ସେମାନେ ଈଶ୍ୱରପରାୟଣ । ତେଣୁ ସେମାନେ ଧର୍ମ ଓ ମର୍ଯ୍ୟାଦାର ସୀମା ଲଙ୍ଗନ କରନ୍ତି ନାହିଁ । ଧର୍ମ ଓ ମର୍ଯ୍ୟାଦାର  ରକ୍ଷା ପାଇଁ ଆବଶ୍ୟକ ପଡିଲେ ସେମାନେ ନିଜ ସ୍ତ୍ରୀ, ପୁତ୍ର, ରାଜ୍ୟ, ଜ୍ଞାତିକୁଟୁମ୍ବ ସମସ୍ତଙ୍କୁ ତ୍ୟାଗ  କରିବାକୁ ପଶ୍ଚାତ୍ପଦ ହୁଅନ୍ତି ନାହିଁ । ଯେକୌଣସି ମୂଲ୍ୟ  ବିନିମୟରେ ମଧ୍ୟ ସେମାନେ ଧର୍ମ ଓ ମର୍ଯ୍ୟାଦରୁ ଓହରି ଯାଆନ୍ତି ନାହିଁ । ଏହାହିଁ ସେମାନଙ୍କ ପ୍ରଭୁତ୍ୱ । ରାମାୟଣ ବର୍ଣ୍ଣତ  ମର୍ଯ୍ୟାଦା ପୁରୁଷୋମ  କ୍ଷତ୍ରିୟକୁଳ ଗୌରବ ପ୍ରଜାବତ୍ସଳ ରାଜା ରାମଙ୍କ ଈଶ୍ୱରଭାବ ଏହି ପ୍ରକରଣରେ ସର୍ବୋକ୍ତୃଷ୍ଟ ଦୃଷ୍ଟାନ୍ତ ।ସେ ପିତୃ ସତ୍ୟ ରକ୍ଷା ପାଇଁ ରାଜ୍ୟ ତ୍ୟାଗ କରି ବନ ବାସକୁ ସହର୍ଷ ସ୍ବୀକାର କରିଥିଲେ । ସେହିପରି ପ୍ରଜା  ରଞ୍ଜନ ପାଇଁ  ନିଜ ପ୍ରାଣ  ପ୍ରିୟା ସତୀ ଶିରୋମଣି ଦେବୀ ସୀତାଙ୍କୁ ମଧ୍ୟ ପରିତ୍ୟାଗ କରିବାକୁ କୁଣ୍ଠିତ ହୋଇ  ନ ଥିଲେ । ଅନ୍ୟମାନଙ୍କୁ ନେତୃତ୍ୱ ଦେବାର ସହଜାତ  ପ୍ରବୃି  ପାଇଁ ଲାଲବାହାଦୁର ଶାସ୍ତ୍ରୀ ଓ ଜର୍ଜ ୱସିଙ୍ଗଟନ୍ ଗରିବ ଘରର  ପିଲା ହୋଇ ମଧ୍ୟ  ନିଜ ନିଜ ଦେଶର ସର୍ବୋଚ୍ଚ ପଦବୀରେ  ଅଳଙ୍କୃତ   ହୋଇ ପାରିଥିଲେ ।
ମନୁସ୍ମୃତି  ଜାତି ଆଧାରେ ବର୍ଣ୍ଣ ବିଭାଗ କରିଥିବାରୁ ବ୍ୟକ୍ତିର ସ୍ବଭାବିକ ଗୁଣ ଅପେକ୍ଷା  ତା’ର ବଂଶାନୁଗତ କର୍ମ ଉପରେ  ବିଶେଷ  ପ୍ରାଧାନ୍ୟ ଦେଇଥିବା ଜଣାଯାଏ । ସେଥିପାଇଁ  ·ରି ବର୍ଣ୍ଣର ଗୁଣ ଓ କର୍ମ  ନିର୍ଣ୍ଣୟରେ ଏହାର  ଗୀତା ସହିତ ମତ  ଭିନ୍ନତା ଦେଖାଯାଏ । ଗୀତାରେ କେଉଁ କେଉଁ ସ୍ବ ଭାବିକ  ଲକ୍ଷଣ ଥିଲେ ଜଣେ ବ୍ୟକ୍ତି  ·ରିବର୍ଣ୍ଣ ମଧ୍ୟରୁ ଏକ ନିର୍ଦ୍ଧିଷ୍ଟ ଶ୍ରେଣୀଭୁକ୍ତ ହୋଇ ପାରିବ ବୋଲି ବର୍ଣ୍ଣନା କରାଯାଇଛି । କିନ୍ତୁ ମନୁ ସ୍ମତିରେ କେଉଁ ବର୍ଣ୍ଣର  ବା ଜାତିର ପାଇଁ କେଉଁ କେଉଁ  କର୍ମ କରିବା ବିଧେୟ  ସେହି ବିଷୟ ଉପରେ   ଗୁରୁତ୍ୱ ଦିଆଯାଛି । ତେଣୁ ମନୁ ସ୍ମୃତି କହେ, “ପ୍ରଜାର ରକ୍ଷା କରିବା, ଦାନ ଦେବା, ଯଜ୍ଞ କରିବା, ବେଦାଧ୍ୟୟନ କରିବା ଓ ବିଷାୟାସକ୍ତ ନ ହେବା କ୍ଷତ୍ରିୟର  କର୍ମ ଅଟେ । ପ୍ରଜାନାଂ ରକ୍ଷଣଂ ଦାନମିଜ୍ୟାଧ୍ୟ ୟନମେବ ଚ । ବିଷୟେଷ୍ୱ ପ୍ରସକ୍ତିଶ୍ଚ କ୍ଷତ୍ରିୟସ୍ୟ ସମାସତଃ ।ାମନୁ ୧ା୮୧ ।ା ଏହି ଶ୍ଳୋକରେ  କ୍ଷତ୍ରିୟର  ସ୍ବଭାବ ଓ  ଗୁଣ ଅପେକ୍ଷା କର୍ମ ଉପରେ ବିଶେଷ ପ୍ରାଧନ୍ୟ  ଦିଆଯାଉଛି ।
ବୈଶ୍ୟ  ଚରିତ୍ରରେ ତମଃ  ମିଶ୍ରିତ ରଜୋଗୁଣର ଆଧିକ୍ୟ ଓ  ଶୁଦ୍ରର ପ୍ରକୃତିରେ ରଜଃ ସଂମିଶ୍ରିତ ତମୋଗୁଣର ଆଧିକ୍ୟ ଦେଖାଯାଏ । ତେଣୁ ଗୀତାରେ ବୈଶ୍ୟ ଓ ଶୁଦ୍ରର ବାହ୍ୟ କର୍ମରହିଁ ବର୍ଣ୍ଣନା କରାଯାଇଛି । ବ୍ରାହ୍ମଣ ଓ କ୍ଷତ୍ରିୟଙ୍କ ପରି ସେମାନଙ୍କ ଆଭ୍ୟନ୍ତରୀଣ ସାର ବିକାଶ ହୋଇ ପାରେ ନାହିଁ । କୃଷି, ଗୋରକ୍ଷା ଓ ବାଣିଜ୍ୟ  କରିବା ବୈଶ୍ୟଙ୍କର ସ୍ବଭାବିକ ଗୁଣ ଓ ସେବା କରିବା ଶୁଦ୍ରଙ୍କର  ସ୍ବଭାବିକ  ଗୁଣ ବୋଲି କୁହାଯାଇଛି । ଏହି ବର୍ଣ୍ଣନାରୁ  ବୁଝାଯାଏ ଯେ ଆଧୁନିକ ଜାତି ଭେଦ ଓ ପ୍ରାଚୀନ ବର୍ଣ୍ଣ ବିଭାଗ ମଧ୍ୟରେ ସମ୍ପୂର୍ଣ୍ଣ  ପାର୍ଥକ୍ୟ ରହିଛି । ସମସ୍ତ ପ୍ରକାର ଶିଳ୍ପ ଓ ବ୍ୟବସାୟକୁ ବାଣିଜ୍ୟ କୁହାଯାଏ; କିନ୍ତୁ ବର୍ମାନ ଅଧିକାଂଶ ଶିଳ୍ପୀ ଶୂଦ୍ର ବୋଲି  ଗଣ୍ୟ ହୁଅନ୍ତି । ସମ୍ପ୍ରତି ଏକଥା ମଧ୍ୟ ଦେଖିବାକୁ  ମିଳେ ଯେ ·ଷ, ଶାସନ କାର୍ଯ୍ୟ, ·କିରୀ (ସେବା) - ଏସବୁ ବୃି ବ୍ରାହ୍ମଣଠାରୁ  ଶୁଦ୍ର ପର୍ଯ୍ୟନ୍ତ ସମସ୍ତେ ଅବଲମ୍ବନ  କରୁଛନ୍ତି ।
ମନୁ ସ୍ମୃତିରେ କୃଷି, ଗୋପାଳନ  ଓ ବାଣିଜ୍ୟ ବ୍ୟତୀତ ଯଜ୍ଞ, ଅଧ୍ୟୟନ ଦାନ  ଓ ସୁଧ ଗ୍ରହଣ ବୈଶ୍ୟମାନଙ୍କର ବୃି ବୋଲି ଉଲ୍ଲେଖ ରହଛି ।  ଯଥା:- ପଶୁନାଂ ରକ୍ଷଣଂ ଦାନମିଜ୍ୟାଧ୍ୟୟନ ମେବଚ ।  ବଣିକ୍ୟପଥଂ କୁସୀଦଂ ଚ ବୈଶ୍ୟସ୍ୟ କୃଷିମେବଚ ।ା ମନୁ ୧ା୯ଠ ।ା ଶ୍ରୀମଦ୍ଭାଗବତରେ ବୈଶ୍ୟମାନଙ୍କର ·ରୋଟି ବୃିର ଉଲ୍ଲେଖ ମିଳେ । କୃଷି ବାଣିଜ୍ୟ ଗୋରକ୍ଷଂକୁସୀଦଂ ତୁର୍ଯ୍ୟମୁଚ୍ୟତେ । ବାର୍ା ଚତୁର୍ବିଧା ତତ୍ର ।ା ଶ୍ରୀମଦ୍ଭା ୧ଠା୨୪ା୨୧ ।ା ଅର୍ଥାତ୍  କୃଷି, ବାଣିଜ୍ୟ, ଗୋପାଳନ ଓ ସୁଧଗ୍ରହଣ ଏହିପରି ବୈଶ୍ୟମାନଙ୍କର ବାର୍ାବୃି ·ରିପ୍ରକାର ଅଟେ ।   ମନୁ ସ୍ମୃତି  ଜାତି ଆଧାରିତ  ବର୍ଣ୍ଣ ବ୍ୟବସ୍ଥାର ପକ୍ଷଧର, କିନ୍ତୁ ଗୀତା ଗୁଣର  ତାରତମ୍ୟରେ ମନୁଷ୍ୟମାନଙ୍କ ମଧ୍ୟରେ  ଯେଉଁ ଯେଉଁ ସ୍ବଭାବିକ କର୍ମ ପ୍ରତି ଅଭିରୁଚି ଦେଖାଯାଏ ସେହି ଆଧାରେ ବର୍ଣ୍ଣ  ବିଭାଗ  କରିଛି । ଜାତି ଆଧାରିତ ବର୍ଣ୍ଣାଶ୍ରମରେ ବଂଶାନୁଗତ  କୌଳିକ ବୃିକୁ ସଂପୃକ୍ତ ବର୍ଣ୍ଣ ପାଇଁ ସ୍ବଭାବିକ କର୍ମ ବୋଲି  ସ୍ବୀକାର କରାଯାଏ ।
କୌଳିକ ବୃି ହିସାବରେ  ବୈଶ୍ୟମାନେ ବ୍ୟବସାୟ ଓ ବାଣିଜ୍ୟ କରୁଥିବାରୁ ସାଧାରଣତଃ ସେମାନେ ଧନବାନ ଅଟନ୍ତି । ତେଣୁ ଯଜ୍ଞ ଓ ଦାନ କରିବା ପାଇଁ ସେମାନେ ସକ୍ଷମ । କିନ୍ତୁ ଏହା ସେମାନଙ୍କର ସ୍ବାଭିବିକ କର୍ମ ନୁହେଁ । ନିଜ ନିଜ ଅଭୀଷ୍ଟ  ସିଦ୍ଧି ପାଇଁ ବେଦର ପୁଷ୍ପିତ ବଚନରେ ପ୍ରଲୋଭିତ ହୋଇ ସେମାନେ ଏହା କରନ୍ତି । ଏଥିପାଇଁ  ସେମାନେ ନିଜର ପୁରୋହିତ ହିସାବରେ ବ୍ରାହ୍ମଣମାନଙ୍କୁ ହିଁ ନିଯୁକ୍ତ କରନ୍ତି ।  ନିଜ ଯଜମାନ ପାଇଁ ଯଜ୍ଞ କରିବା, ପୂଜା କରିବା, ଦାନ  ଗ୍ର ହଣ କରିବା, ବିବାହ, ଶୁଦ୍ଧିକ୍ରିୟା କରାଇବା ଆଦି ଜାତି ଆଧାରିତ ବ୍ରାହ୍ମଣର କୌଳିକ ବୃି ପ୍ରତି ମନୁଷ୍ୟର   ସ୍ବଭାବିକ ଅଭିରୁଚି ଆସିପାରେ; ନ ଆସିପାରେ ମଧ୍ୟ । କୌଣସି ଏକ   ନିର୍ଦ୍ଧିଷ୍ଟ ଜାତିରେ ଜନ୍ମ ହୋଇଥିବା  କାରଣରୁ ଜଣେ ବ୍ୟକ୍ତିକୁ ସେହି ଜାତି ଲାଗି ପ୍ରସ୍ତାବିତ ପାରମ୍ପାରିକ କୌଳିକ ବୃି  ଅବଲମ୍ବନ କରିବା ପାଇଁ ବାଧ୍ୟ  କରାଯାଇ ନ ପାରେ । ଏହା ଦ୍ୱାରା ମନୁଷ୍ୟର ବିକାଶ ବାଧା ପ୍ରାପ୍ତ ହେବ ।  ଇହ ବାପର ଜନ୍ମରେ କୃତ କର୍ମ ଦ୍ୱାରା ମନୁଷ୍ୟ ମଧ୍ୟରେ ଗୁଣମାନଙ୍କର ତାରତମ୍ୟ ଦେଖାଯାଏ । ତେଣୁ ଜଣେ ଏକ ନିର୍ଦ୍ଧିଷ୍ଟ ଜାତିରେ ଜନ୍ମ ହୋଇ ମଧ୍ୟ ଅନ୍ୟ ଜାତିର କର୍ମ   ପ୍ରତି ତା’ର ଅଭିରୁଚି ଆସିପାରେ । ବର୍ମାନ ସମାଜରେ ପ୍ରଚଳିତ ଜାତି ପ୍ରଥାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ କøଣସି ବ୍ୟକ୍ତି ନିଜ କୌଳିକ  ବୃି ଅବଲମ୍ବନ  ନ କରି ମଧ୍ୟ ସଂପୃକ୍ତ ବର୍ଣ୍ଣର ବୋଲି ପରିଚିତ ହେଉଛି ଅର୍ଥାତ ବ୍ରାହ୍ମଣ ବଂଶରେ ଜନ୍ମିତ ବ୍ୟକ୍ତି ଶୂଦ୍ରର କର୍ମ ସମ୍ପାଦନ  କରି ମଧ୍ୟ ବ୍ରାହ୍ମଣ ବର୍ଣ୍ଣ ପର୍ଯ୍ୟାୟଭୁକ୍ତ ନ ହୋଇ ଶୁଦ୍ର ଶ୍ରେଣୀର  ପରିଗଣିତ ହେଉଛି । ଏହାହିଁ  ସମ୍ପ୍ରତି  ବିକରାଳ ରୂପ ଧାରଣ କରିଥିବା ଜାତି ଭେଦ ଓ ବର୍ଣ୍ଣ ବୈଷମ୍ୟର ମୂଳ କାରଣ । ଏହି ସମସ୍ୟାର ସମାଧାନ ପାଇଁ ଗୀତା ପ୍ରଣୀତ  ବର୍ଣ୍ଣ ବ୍ୟବସ୍ଥାହିଁ ସର୍ବୋମ ।
ରଜୋମିଶ୍ରିତ ତମୋଗୁଣର ଆଧିକ୍ୟ ହେଲେ ମନୁଷ୍ୟ ଶୂଦ୍ର ବର୍ଣ୍ଣ ପର୍ଯ୍ୟାୟଭୁକ୍ତ  ହୁଏ । ତମୋଗୁଣର ପ୍ରଭାବ ହେତୁ  ଶୂଦ୍ରବର୍ଣ୍ଣ  ବ୍ୟକ୍ତି ପ୍ରମାଦ, ଆଳସ୍ୟ, ନିଦ୍ରା, ଅପ୍ରବୃି ଓ ମୋହ  ଆଦି ଆସୁରୀ ସମ୍ପି  ସମ୍ପନ୍ନ  ହୋଇ ଥାନ୍ତି । ତେଣୁ ସେମାନଙ୍କ ଦ୍ୱାରା ଅନ୍ୟ  ତିନି ବର୍ଣ୍ଣର କର୍ମ ସ୍ବଭାବିକ କର୍ମ ସମ୍ପାଦନ ହୋଇପାରେ ନାହିଁ । କିନ୍ତୁ ତମୋଗୁଣ ସହିତ ରଜଗୁଣର ମିଶ୍ରଣ  ହୋଇଥିବାରୁ ସେମାନଙ୍କ  ମଧ୍ୟରେ ଧନ ଅର୍ଜନ  କରିବାର ସ୍ବଭାବିକ ପ୍ରବୃି ଥାଏ । ଏହାହିଁ  ସେମାନଙ୍କୁ ·କିରୀ କିମ୍ବା ମଜୁରୀ କରିବା  ପାଇଁ ପ୍ରେରିତ କରେ । ଧନ ବିନିମୟରେ ଅନ୍ୟ  ତିନି ବର୍ଣ୍ଣର  ସେବା କରି ସେମାନେ ନିଜର  ଗୁଜୁରାଣ ମେାନ୍ତି ।  ତେଣୁ ସେମାନଙ୍କ କର୍ମକୁ ପରିଚର୍ଯ୍ୟାତ୍ମକ ବୋଲି କୁହାଯାଏ । ସମ୍ପ୍ରତି ଦେଖାଯାଏ  ଯେ ବ୍ରାହ୍ମଣ ଜାତିରେ  ଜନ୍ମ  ହୋଇଥିବା ବ୍ୟକ୍ତିମାନେ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକରେ  ·କିରୀ କରୁଥିବା ଏକ  ସାଧାରଣ କଥା । ସାଧାରଣତଃ ବ୍ରାହ୍ମଣ ଜାତିର  ବ୍ୟକ୍ତି ହିଁ  ଧନୀକ ଶ୍ରେଣୀର ପରିବାରରେ ରୋଷେୟା ଭାବରେ ·କିରୀ  କରନ୍ତି । କିଛି   ଗରୀବ ଶ୍ରେଣୀର ବ୍ରାହ୍ମଣ ପେଟ  ପୋଷିବା ପାଇଁ  ଭିକ୍ଷା  ବୃି  ଅବଲମ୍ବନ କରନ୍ତି । ଏପରି ବ୍ୟକ୍ତିମାନେ ଜାତିରେ ବ୍ରାହ୍ମଣ ହୋଇଥିଲେ ମଧ୍ୟ ବୃିରେ ଶୂଦ୍ର  ଅଟନ୍ତି ।  ଗୁଣ ଓ କର୍ମ ଆଧାରିତ ବର୍ଣ୍ଣ ବିଭାଗ ଅନୁସାରେ ଯିଏ ଯେଉଁ ଜାତିର ହୋଇଥାଉନା କାହିଁକି ଯଦି ଧନ ବିନିମୟରେ ଅନ୍ୟର ପରିଚର୍ଯ୍ୟାତ୍ମକ ବୃି ଅବଲମ୍ବନ କରନ୍ତି ତେବେ ସେ ଶୂଦ୍ର ପଦବାଚ୍ୟ ହେବ । ମନୁସ୍ମୃତି ମଧ୍ୟ ଶୂଦ୍ରମାନଙ୍କ ପାଇଁ କେବଳ  ସେବାହିଁ  ଏକମାତ୍ର ବୃି ବା କର୍ମ ବୋଲି ଉଲ୍ଲେଖ  କରିଛି ।  “ଏକମେବ ତୁ ଶୂଦ୍ରସ୍ୟ ପ୍ରଭୁଃ କର୍ମ  ସମାଦିଶମ୍ । ଏତେଷାମେବ ବର୍ଣ୍ଣାନାଂ  ଶୁଶ୍ରୁଷାମନସୂୟ ।ା ମନୁସ୍ମୃତି -୧/୯୧ ।ା ଗୀତାରେ ମଧ୍ୟ ସେହି କଥା କୁହାଯାଇଛି -  ପରିଚର୍ଯ୍ୟାତ୍ମଙ୍କ କର୍ମ ଶୂଦ୍ରସ୍ୟାପି  ସ୍ବଭାବଜମ୍ ।ା ଗୀ -୧ ୮/୪୪ ।ା
ଋଗବେଦରେ  ପରମାତ୍ମାଙ୍କୁ ଏକ  ବିରାଟ ପୁରୁଷ ରୂପେ ପରିକଳ୍ପନା କରାଯାଇ ତାଙ୍କର ମୁଖରୁ ବ୍ରାହ୍ମଣ, ବାହୁରୁ କ୍ଷତି୍ରୟ, ଉ·ରୁ ବୈଶ୍ୟ ଏବଂ ଚରଣରୁ ଶୂଦ୍ରମାନଙ୍କର ଜନ୍ମ ହେଲା ବୋଲି ବର୍ଣ୍ଣନା କରାଯାଇଛି । ପରମାତ୍ମାଙ୍କ ଏହି ବିରାଟ ସ୍ବରୂପକୁ ସମଗ୍ର ମାନବ  ସମାଜ ସହିତ ତୁଳନା  କରାଯାଇ ପାରେ । ଶରୀରର  ବିଭିନ୍ନ ଅଂଶର ଯେପରି ପୃଥକ  ପୃଥକ କାମ  ରହିଛି; ମଧ୍ୟ ଗୁଣର ତାରତମ୍ୟ ଅନୁସାରେ ମନୁଷ୍ୟମାନଙ୍କର ସ୍ବଭାବିକ କର୍ମ ଭିନ୍ନ ଭିନ୍ନ ହୋଇଥାଏ । ମୁଖ ମଣ୍ଡଳରେ  ସମସ୍ତ  ଜ୍ଞାନେନ୍ଦି୍ରୟ ଥାଏ । ତେଣୁ ଏହା ଜ୍ଞାନ ପ୍ରଧାନ । ସ୍ୱ ଗୁଣ ମଧ୍ୟ ପ୍ରକାଶ ବା ଜ୍ଞାନ ସ୍ବରୂପ ଅଟେ । ସ୍ୱପ୍ରଧାନ ବ୍ୟକ୍ତିକୁ ବ୍ରହ୍ମେଣ ବର୍ଣ୍ଣ ପର୍ଯ୍ୟାୟଭୁକ୍ତ କରାଯାଇଛି । ତେଣୁ ବ୍ରାହ୍ମଣମାନଙ୍କୁ ମୁଖମଣ୍ଡଳ ସହିତ  ତୁଳନା କରାଯାଇଛି । ବାହୁ ହେଉଛି ଶକ୍ତିର ପ୍ରତୀକ । ବାହୁବଳ ଦ୍ୱାରା ମଣିଷ ନିଜକୁ ରକ୍ଷା  କରେ । ସମାଜର ରକ୍ଷା  ଭାର କ୍ଷତ୍ରିୟମାନଙ୍କୁ ନ୍ୟସ୍ତ କରାଯାଇଥିବାରୁ  ତାଙ୍କୁ ବାହୁ  ତୁଳନା କରାଯାଇଛି । ଉଦର ସହିତ ଉଋ ସଂଯୁକ୍ତ । ଉଦର ପୋଷଣ  ପାଇଁ ଧନ ଆବଶ୍ୟକ । ଏଥିପାଇ; ମନୁଷ୍ୟ  ନାନା ପ୍ରକାର ବ୍ୟବସାୟ, ବାଣିଜ୍ୟ, କୃଷିକାର୍ଯ୍ୟ ଆଦି କାମ  କରେ  । ଏହି କର୍ମର ପ୍ରତୀକ  ସ୍ବରୂପ ଉଋକୁ ବୈଶ୍ୟ ସହିତ ତୁଳନା କରାଯାଏ । ଚରଣ ସମଗ୍ର ଶରୀରକୁ ବହନ କରେ । ଏହା ବିନା  ଶରୀର ଚଳପ୍ରଚଳ  ହୋଇପାରେ ନାହିଁ । ଶରୀରର ଅନ୍ୟାନ୍ୟ ଭାଗ ଅପେକ୍ଷା ଚରଣକୁ (ପାଦ) ସବୁଠାରୁ ବେଶୀ ଶ୍ରମ କରିବାକୁ ପଡେ । ଏଣୁ ଏହାକୁ ଶ୍ରମଜୀବୀ ବା  ପରି·ରକ  ଶୂଦ୍ର ରୂପରେ ତୁଳନା କରାଯାଇଛି । ଶୂଦ୍ରର ସେବା  ଓ ପରିଚର୍ଯ୍ୟା ବ୍ୟତୀତ ଅନ୍ୟ ତିନି ବର୍ଣ୍ଣ କ୍ଷଣେ  ହେଲେ ମଧ୍ୟ ଚଳି ପାରିବେ ନାହିଁ ।
ପୌରାଣିକ ଗ୍ରନ୍ଥମାନଙ୍କରେ ମଧ୍ୟ କେତେକ ସ୍ଥଳରେ ଜାତି ଆଧାରିତ ବର୍ଣ୍ଣ ବିଭାଗକୁ ସ୍ବୀକାର କରାଯାଏ ନାହିଁ । ଶ୍ରୀମଦ୍ ଭାଗବତରେ କୁହାଯାଇଛି, “ଯସ୍ୟ ଯଲ୍ଲକ୍ଷଣଂ  ପ୍ରୋକ୍ତଂ ପୁଂସୋ ବର୍ଣ୍ଣାଭି ବ୍ୟଞ୍ଜକମ୍ । ଯଦନ୍ୟତ୍ରାଣି ଦୃଶ୍ୟେତ ତତ୍  ତେନୈବ ବିନିର୍ବିଶେତ୍ । । ଶ୍ରୀମଦ୍ଭା ୭/୧୧/୩୫ାା ଅତି ବଡ଼ି ଜଗନ୍ନାଥ ଦାସ ଏହାର  ପଦ୍ୟାନୁବାଦ ଏହିପରି କରିଛନ୍ତି- “ଯେ ବର୍ଣ୍ଣେ ଯେମନ୍ତ ଲକ୍ଷଣ । ବେଦେ ବର୍ଣ୍ଣନ୍ତି ମୁନିଗଣ । ତା ଅଧୋ ଉର୍ଦ୍ଧେ ଯେବେ ଦେଖି । ସେ ବର୍ଣ୍ଣ ଧର୍ମେ ତାକୁ ଲେଖି ।’’ ମହାଭାରତ ଅନୁସାରେ, “ଶୂଦ୍ର କୂଳରେ ଜନ୍ମ  ହୋଇ ମଧ୍ୟ ଯଦି ଜଣକଠାରେ  ଶ୍ରେଷ୍ଠ  ଆଚରଣ ଦେଖାଯାଏ  ତେବେ ତାକୁ ଶ ୁଦ୍ର କୁହାଯିବ ନାହିଁ ଏବଂ ବ୍ରାହ୍ମଣ କୂଳରେ ଜନ୍ମ ହୋ ଇ ଯଦି କେହି ବ୍ରାହ୍ମଣୋଚିତ କର୍ମ  ନ କରନ୍ତି ତେବେ ସେ ବ୍ରାହ୍ମଣ ପଦବାଚ୍ୟ ନୁହନ୍ତି ।’’ ଶୁଦ୍ରେ ତୁ ଯଦ୍ଭବେଲ୍ଲକ୍ଷ୍ମ ଦ୍ୱିଜେ ତଚ୍ଚ ନ ବିଦ୍ୟତେ । ନବୈ ଶୂଦୋ ଭେ ବ ଚ୍ଛୂଦ୍ରୋ ବ୍ରାହ୍ମଣୋ ନ ଚ ବ୍ରାହ୍ମଣଃ ।ା ମହାଭାରତ- ବନପର୍ବ ୧୮ଠ/୨୫ ।ା ମନୁସ୍ମୃତି ଜାତି ଆଧାରିତ ବର୍ଣ୍ଣାଶ୍ରମର ସମର୍ଥକ ହେଲେ ମଧ୍ୟ ଧର୍ମଭ୍ରଷ୍ଟ ଓ କର୍ମଭ୍ରଷ୍ଟ ବ୍ରାହ୍ମଣମାନଙ୍କୁ କଠୋର ଭାଷାରେ ସମାଲୋଚନା କରିଛି । ଯେଉଁ ବ୍ରାହ୍ମଣ ପାଷାଣ୍ଡ, ପାପୀ, ବୈତାଳବ୍ରତୀ, ପ୍ରବକ, ହେତୁବାଦୀ, ବକବୃି ପରାୟଣ ତାଙ୍କୁ ବଚନ  ଦ୍ୱାରା ମଧ୍ୟ ଅଭ୍ୟର୍ଥନା କରିବା ଉଚିତ ନୁହେଁ । “ପାଷାଣ୍ଡିନୋ ବିକର୍ମ ସ୍ଥାନ ବୈତାଳ ବ୍ରତି କା‚ାଂନ୍ । ହୈତୁକାନ୍ ବକବୃାଂଶ୍ଚ ବାଙ୍ମାତ୍ରେଣାପି ନାର୍ଚୟତେ । ।ାମନୁ ୪/୩ଠ ।ା କେବଳ ଏତିକିରେ ମନୁସ୍ମୃତି ନୀରବ ରହି ନାହିଁ । ସେହି ଅଧ୍ୟାୟର ପରବର୍ୀ ଶ୍ଳୋକରେ କୁହାଯାଇଛି, “ଯେଉଁ ବ୍ରାହ୍ମଣ ବୈତାଳବୃି, ବକବ୍ରତୀ ଓ ଅଜ୍ଞାନ ତାକୁ ଧର୍ମବେା ଲୋକେ ଜଳ ଦ୍ୱାରା ମଧ୍ୟ ସକ୍ରାର କରିବା ଉଚିତ ନୁହେଁ ।’’ ନ ବାର୍ଯ୍ୟପି ପ୍ରୟଚ୍ଛେୁ ବୈତାଳ ବ୍ରତିକେ ଦ୍ୱିଜେ, ନ ଚ ବକବ୍ରତିକେ ବିପ୍ରେ ନାଦବିଦି ଓର୍ମ ବିତ୍ ।ା ମନୁ- ୪/୧୯୨ ।ା ପରମାତ୍ମା ପରାୟଣ ବ୍ୟକ୍ତି ଶୂଦ୍ର ନୁହେଁ । ବ୍ରାହ୍ମଣ ପଦବାଚ୍ୟ ଅଟେ । ସମସସ୍ତ ବର୍ଣ୍ଣରେ ଭଗବତ ଭକ୍ତି ରହିତ ବ୍ୟକ୍ତି ହିଁ ଶୂଦ୍ର ଅଟେ । “ନ ଶୂଦ୍ର ଉପବଭକ୍ତତ୍ୟା ବିପ୍ରା ଭଗବତାଃ ସ୍ମୃତାଃ । ସର୍ବ ବର୍ଣ୍ଣେଷୁ ତେ ଶୂଦ୍ରା ଯେହ୍ୟ ଭକ୍ତା ଜନାର୍ଦ୍ଧନେ ।ା ମହାଭାରତ ।ା
ଉପର୍ଯୁ୍ୟକ୍ତ ଆଲୋଚନାରୁ ଏ କଥା ସ୍ପଷ୍ଟ ଜଣାଯାଏ ଯେ ଜାତି ଆଧାରରେ ମଣିଷ ଶ୍ରେଷ୍ଠ ବା ନିକୃଷ୍ଟ ହୁଏ ନାହିଁ; କର୍ମ ହିଁ ହେଉଛି ତା’ର ଜୀବନର ମାନଦଣ୍ଡ । ଉକ୍ରଳମଣି ଗୋପବନ୍ଧୁ ଯଥାର୍ଥରେ ଲେଖିଛନ୍ତି- “ମାନବ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ । କର୍ମେ ଯିଏ ନର କର୍ମ ଏକା ତା’ର ଜୀବନର ମାନଦଣ୍ଡ ।’’ କର୍ମହିଁ ମନୁଷ୍ୟକୁ ଦେବାତ୍ମା, ମହାତ୍ମା, ପୁଣ୍ୟାତ୍ମା ରୂପେ ଗଢ଼ି ତୋଳେ । ଗୁଣ ଅନୁସାରେ ସେ ନିଜ ନିଜ ସ୍ବଭାବିକ କର୍ମରେ ପ୍ରବୃ ହୁଏ ଏବଂ ଏହି ଆଧାରରେ ତାକୁ ବିଭିନ୍ନ ବର୍ଣ୍ଣରେ ବିଭାଜିତ କରାଯାଏ । କାଳକ୍ରମେ ମନୁଷ୍ୟ ଏକଥା ବିସ୍ମୃତ ହୋଇଗଲା ଓ ସମାଜରେ ଜାତି ଆଧାରିତ ବର୍ଣ୍ଣ ବ୍ୟବସ୍ଥାର ପ୍ରଚଳନ ହେବାକୁ ଲାଗିଲା ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର