“ ପ୍ରଜାପିତା ବ୍ରହ୍ମା” --ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର--ପାଟଣାଗଡ଼

ଏକ ଅଲୌକିକ ଜୀବନ କାହାଣୀ 

“ ପ୍ରଜାପିତା ବ୍ରହ୍ମା” 

ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର
ଶିବଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼
       ଇତିହାସ ପୃଷ୍ଠା ଉନ୍ମୋଚନ କଲେ ଜଣାଯାଏ ଅତୀତରୁ ଅନେକ ମହାପୁରୁଷ ତଦାନୀନ୍ତନ ଜନସାଧାରଣଙ୍କର ଦ୍ୱାରା ର ପେକ୍ଷିତ ହୋଇଆସିଛନ୍ତି  । ଏହାହିଁ ନିୟତିର ବିଡ଼ମ୍ବନା  । ଜନସାଧାରଣ ସେମାନଙ୍କ ଯଥାର୍ଥରେ ଚିହ୍ନି ପାରନ୍ତି ନାହିଁ, ସେମାନଙ୍କ ପ୍ର·ରିତ ଜୀବନ ଦର୍ଶନକୁ ବୁଝିପାରନ୍ତି ନାହିଁ  । ଏହା ହିଁ ଯୀଶୁଖ୍ରୀଷ୍ଟଙ୍କ କ୍ରୁଶବିଦ୍ଧତାର କାରଣ, ବୁଦ୍ଧଦେବ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲେ; ହଜରତ୍ ମହମ୍ମଦଙ୍କୁ ଯୁଦ୍ଧ କରିବାକୁ ପଡ଼ିଥିଲା; ହଜରତ୍ ଜୋରାଷ୍ଟରଙ୍କୁ (ତରକ୍ସକ୍ଟବଗ୍ଦଗ୍ଧରକ୍ସ) ଅତ୍ୟା·ରର ସମ୍ମୁଖୀନ ହେବାକୁ ପଡ଼ିଥିଲା, ସ୍ୱାମୀ ଦୟାନନ୍ଦଙ୍କୁ ବିଷ ପାନ କରାଇ ହତ୍ୟା କରାଯାଇଥିଲା, ମହାତ୍ମା ଗାନ୍ଧୀଙ୍କୁ ଗୁଳିର ଶୀକାର ହେବାକୁ ପଡିଥିଲା  । ଏହିପରି ଅନେକ ସାଧୁସନ୍ଥ ବିଭିନ୍ନ ସମୟରେ ଅନେକ କଷ୍ଟ ସହି ମନୁଷ୍ୟ ସମାଜ ପାଇଁ ଆଦର୍ଶ ପ୍ରସ୍ତୁତ କରି ଯାଇଛନ୍ତି  । ଏହାର ମୁଖ୍ୟ କାରଣ, କେତେକ ସମାଜରେ ପ୍ରତିଷ୍ଠିତ ମଣିଷର ରୁଢ଼ିବାଦିତା  । ପ୍ରଚଳିତ ମତ ମତାନ୍ତର ବା ପୁରାଣ-ଶାସ୍ତ୍ରରେ ବର୍ଣ୍ଣିତ ଧର୍ମବିଶ୍ୱାସ ବ୍ୟତିତ ଯେଉଁମାନେ ନୂଆଁ କିଛି ସ୍ୱୀକାର କରିବାର ମାନସିକ ସାମର୍ଥ୍ୟ ରଖନ୍ତି ନାହିଁ; ସେମାନେ ହିଁ ପ୍ରତିଥର ଜନସାଧାରଣଙ୍କୁ ସେହି ମହାପରୁଷ ମାନଙ୍କ ବିରୁଦ୍ଧରେ ଆପି ଜନକ ଅସତ୍ୟ କଥା କହି ଉେଜିତ କରାଇଥାନ୍ତି  । 
             ସନ୍ଦର୍ଭରେ ଆଲୋଚିତ ପିତାଶ୍ରୀ ପ୍ରଜାପିତା ବ୍ରହ୍ମାଙ୍କ ନାମ ଉଲ୍ଲେଖନୀୟ  । ସାଧାରଣ ଏକ ହୀର ବ୍ୟବସାୟୀ ଦାଦା ଲେଖରାଜଙ୍କୁ ପରମାତ୍ମା ହଠାତ୍ ଯେପରି ଭାବରେ ତାଙ୍କ ଆବିର୍ଭାବର ମାଧ୍ୟମ ନିର୍ଣ୍ଣୟ କରି ତାଙ୍କୁ ‘ପ୍ରଜାପିତା ବ୍ରହ୍ମା’ ବୋଲି ଘୋଷଣା କଲେ ଓ ତାଙ୍କ ମୁଖରେ ଯେଉଁ ଆଧ୍ୟାତ୍ମିକ ରହସ୍ୟ ଗୁଡ଼ିକ ଉନ୍ମୋଚନ କଲେ ସେହି ସବୁ ଶୁଣି ତଥା କଥିତ ଶାସ୍ତ୍ରଜ୍ଞ, ପଣ୍ଡିତ ତଥା ପୁରୋହିତଗଣ ମିଳିତ ଭାବରେ ଜନ ସାଧାରଣଙ୍କ ମଧ୍ୟରେ ଅପପ୍ର·ର କରିବାକୁ ଲାଗିଲେ  । ସେମାନେ ଦାଦା ଲେଖରାଜଙ୍କ ଶରୀର ମଧ୍ୟରେ ଅବତରିତ ପରମାତ୍ମା ଶିବଙ୍କୁ ଚିହ୍ନିବାରେ ଅସମର୍ଥତା ହେତୁ ତାଙ୍କ ଘୋଷିତ ପ୍ରଜାପିତା ବ୍ରହ୍ମା ନାମ ସେମାନଙ୍କର ମନରେ ସଂଶୟ ଉପôନ୍ନ କରାଇଲା  । ପ୍ରଚଳିତ ବିଶ୍ୱାସ ଏବଂ ପୌରାଣିକ ଗ୍ରନ୍ଥ ଅନୁସାରେ ବ୍ରହ୍ମା ଚତୁର୍ମୁଖୀ ଅଟନ୍ତି  । ଏ ପ୍ର·ରରେ ସେମାନେ ଦାଦାଙ୍କୁ ଅବିଶ୍ୱାସ ଓ ଉପହାସ କରିବାକୁ ଲାଗିଲେ  । ପରସ୍ପର ମଧ୍ୟରେ ଆଲୋଚନା ହେଲା କାଲିର ଏକ ସାଧାରଣ ହୀରା ବ୍ୟବସାୟୀ ଦାଦା ଲେଖରାଜ ହଠାତ୍ କେମିତି ବ୍ରହ୍ମା ହୋଇଗଲେ ? 
             ଏଇ ଅଲୌକିକ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ଦାଦା ଲେଖରାଜଙ୍କ ଜୀବନ କାହାଣୀ ଜାଣିବା ପୂର୍ବରୁ ଆମକୁ ତକ୍ରାଳୀନ ସାମାଜିକ ପରିସ୍ଥିତି ବିଷୟ ଓ ତାଙ୍କର ଜନ୍ମ-ବୃାନ୍ତ ଜାଣିବା ଅତ୍ୟନ୍ତ ଆବଶ୍ୟକ  । ସନ୍ ୧୮୭୬ ଖ୍ରୀ.ଅରେ ହାଇଦ୍ରାବାଦ ସିନ୍ଧ ପ୍ରଦେଶରେ କୃପଳାନୀ ବଂଶରେ ଦାଦାଙ୍କର ଜନ୍ମ ହୋଇଥିଲା  । ତାଙ୍କ ପିତା ଏକ ନୈଷ୍ଠିକ ବଲ୍ଲଭା·ରୀ ଭକ୍ତ ଥିଲେ  । ତେଣୁ ଏକ ଆଧ୍ୟତ୍ମିକ ପରିବେଶ, ଧର୍ମ ପରାୟଣ ପିତା-ମାତାଙ୍କ ଦ୍ୱାରା ଲାଳିତ-ପାଳିତ ଲେଖରାଜଙ୍କ ବ୍ୟକ୍ତିତ୍ୱରେ ବାଲ୍ୟକାଲରୁ ଦିବ୍ୟତାର ପରିଚୟ ମିଳିଥିଲା  । ସେ ଅତ୍ୟନ୍ତ ସ୍ନେହୀ ଓ ଦୟାଳୁ ପ୍ରକୃତି ସମ୍ପନ୍ନ ଥିଲେ  । ସ୍ୱଜନ ମିତ୍ର-ସମ୍ବନ୍ଧୀ ସମସ୍ତେ ସ୍ନେହରେ ତାଙ୍କୁ “ଦାଦା” ବୋଲି ଡାକୁଥିଲେ  । ସିନ୍ଧି ଭାଷାରେ “ଦାଦା”ର ଅର୍ଥ ବଡ଼ଭାଇ  । ଦାଦା ଲେଖରାଜଙ୍କ ପିତା ନିକଟସ୍ଥ ଏକ ଗ୍ରାମୀଣ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ  । ତେଣୁ ଆର୍ଥିକ ଦୃଷ୍ଟିରୁ ସେ ସ୍ୱଚ୍ଛଳ ନ ଥିଲେ  । ବଡ଼ ହେଲା ପରେ ଲେଖରାଜ ଗହମ ଆଦି ଶସ୍ୟ ବ୍ୟବସାୟ ଆରମ୍ଭ କଲେ। ଅସାଧାରଣ ବୁଦ୍ଧି ଓ ନିରଳସ ପରୁଷାର୍ଥ ବଳରେ ସେ ବ୍ୟବସାୟରେ ଉରୋର ଉନ୍ନତି କରିବାକୁ ଲାଗିଲେ  । ଦାଦାଙ୍କର ହୀରା ପରଖିବାର ଚମକôାରୀ ଶକ୍ତି ଥିଲା  । ଏହି ଗୁଣ ହେତୁ ସେ ଗହମ ବ୍ୟବସାୟୀରୁ ତାଙ୍କ ସମୟର ଏକ ବିଶିଷ୍ଟ ହୀରା ବ୍ୟବସାୟୀ ହୋଇ ପାରିଥିଲେ। ଏହି ବ୍ୟବସାୟ ଆରମ୍ଭ କଲାପରେ ତାଙ୍କର ବିଭିନ୍ନ ରାଜ ପରିବାରର ଧନାଢ଼୍ୟ ବ୍ୟକ୍ତି ବିଶେଷ ତଥା ତତ୍କାଳୀନ ଭାଇସ୍ରାୟଙ୍କ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପିତ ହୋଇଥିଲା  । ଦାଦାଙ୍କର ନମ୍ରତା, ନୈତିକତା, ଧାର୍ମିକତା ମଧୁର ସ୍ୱଭାବ ତଥା ପରୋପକାର ଭାବନା ନେପାଳର ରାଜ-ପରିବାର ଓ ଉଦୟପୁର ମହାରାଜାଙ୍କୁ ବିଶେଷ ଭାବରେ ଆକର୍ଷିତ କରିଥିଲା  । ସେମାନଙ୍କ ତରଫରୁ ତାଙ୍କୁ ଯଥାଯୋଗ୍ୟ ରାଜକୀୟ ସମ୍ମାନ ଓ ଆତିଥ୍ୟ ପ୍ରାପ୍ତ ହେଉଥିଲା  ।
                  ରାଜାତୁଲ୍ୟ ଆଭିଜାତ୍ୟ ଓ ସମ୍ପିର ମାଳିକ ହୋଇ ସୁଦ୍ଧା ଦାଦା ଲେଖରାଜ ଯେ କୌଣସି ପରିସ୍ଥିତିରେ ମଧ୍ୟ ନୈତିକତା ଓ ଧାର୍ମିକ ନିୟମକୁ କେବେହେଲେ ଉଲଙ୍ଘନ କରି ନଥିଲେ ବା କାହାରିକୁ ମଦ୍ୟ ମାଂସାଦି ତାମସିକ ପାନାହାର ଦ୍ୱାରା ସକôାର କରୁ ନ ଥିଲେ  । ସେ ନିଜେ ସେ ସର୍ବଦା ଶୁଦ୍ଧ  ସା୍ୱିକ ନିରାମିଷାଷୀ ଭୋଜନ କରୁଥିଲେ ଓ ସେହିପରି ରୀତିରେ ଅତିଥି ସକôାର କରୁଥିଲେ  । ପିଲାଟି ଦିନରୁ ଦାଦା ଶ୍ରୀ ନାରାୟଣ ଓ ଶ୍ରୀକୃଷ୍ଣଙ୍କ ଅନନ୍ୟ ଭକ୍ତ ଥିଲେ  । ସର୍ବଦା ଭକ୍ତିରସରେ ତଲ୍ଲୀନ ରହୁଥିଲେ  । ସେ ପ୍ରତ୍ୟହ ନିତ୍ୟକ୍ରର୍ମ ପରେ ଶ୍ରଦ୍ଧାପୂର୍ବକ ଶ୍ରୀମଦ୍ ଭଗବତ ଗୀତା ଅଧ୍ୟୟନ କରୁଥିଲେ ଓ ତତ୍ପଶ୍ଚାତ୍ ପ୍ରାତଃଭୋଜନ କରୁଥିଲେ  । ଆଧାୟତ୍ମିକ ଜ୍ଞାନ ପ୍ରତି ତାଙ୍କର ତୀବ୍ର ଜିଜ୍ଞାସା ହେତୁ ପ୍ରବଚନ ବ୍ୟାଖ୍ୟାନ ଶୁଣିବାକୁ ଅନେକଙ୍କୁ ଗୁରୁ କରିଥିଲେ  । ୍ପ୍ରତ୍ୟହ ସ୍ୱଗୃହରେ ସତ୍ସଙ୍ଗ ଅନୁଷ୍ଠାନ ଆୟୋଜନ କରୁଥିଲେ  । ନିବୃି ଇଚ୍ଛା ଥାଇ ମଧ୍ୟ ପରିବାର ପରଂପରା ହେତୁ ସେ ଗୃହସ୍ଥ ଜୀବନରେ ପ୍ରବେଶ କରିଥିଲେ  । ପୁତ୍ର, ପୌତ୍ର, ଧନ, ଦାରା ଏକତ୍ର ଥାଇ ମଧ୍ୟ ନିଷ୍ଠା ପୂର୍ବକ ବୈଷ୍ଣବ ମତର ଆ·ର ସଂହିତାକୁ ପାଳନ କରୁଥିଲେ  । ସେ ଅନେକ ପ୍ରକାରର ଧାର୍ମିକ ସଂପ୍ରଦାୟ ଓ ମତମତାନ୍ତରର ସାଧୁ-ସନ୍ଥ ଓ ବିଦ୍ୱାନ ମାନଙ୍କ ସାହଚର୍ଯ୍ୟ ପାଇଥିଲେ  । ଏହିପରି ଭାବରେ ତାଙ୍କ ମଧ୍ୟରେ ଏକ ବହୁମୁଖୀ ପ୍ରତିଭା ଧୀରେ ଧୀରେ ବିକସିତ ହେଉଥିଲା  ।
               ସନ୍ ୧୯୩୬, ଦାଦା ଲେଖରାଜ ଷାଠିଏ ବର୍ଷ ବୟସର ଏକ ପରିପୂର୍ଣ୍ଣ ବ୍ୟକ୍ତି  । ସେ ସମୟରେ ତାଙ୍କ ଜୀବନରେ ଏକ ମହତ୍ୱପୂର୍ଣ୍ଣ ଘଟଣା ଘଟିଲା; ଯାହାକି ସମଗ୍ର ମାନବ ଜାତି ସହିତ ତା’ର ଗଭୀର ସମ୍ବନ୍ଧ ଅଛି  । ସେତେବେଳେ ବିଜ୍ଞାନ ଆଜିପରି ଚରମ ଉକôର୍ଷତା ଲାଭ କରି ନ ଥିଲା  । କିନ୍ତୁ ସମାଜରେ କାମ, କ୍ରୋଧ, ଲୋଭ, ମୋହ ଅହଂକାର ଆଦି ମନୋବିକାର ସର୍ବତ୍ର ବ୍ୟାପ୍ତ ଥିଲା  । ସମାଜରେ ନାରୀ ଜାତି ସର୍ବଦା ନିର୍ଯ୍ୟାତିତ ହେଉଥିଲେ  । ଧାର୍ମିକ କାର୍ଯ୍ୟରେ ପରୁଷ ସହିତ ସେମାନଙ୍କୁ ସମାନ ସ୍ଥାନ ପ୍ରାପ୍ତ ହେଉ ନଥିଲା। ଆନ୍ତର୍ଜାତିକ କ୍ଷେତ୍ରରେ ଆମେରିକା ଓ ୟୁରୋପ ଭଳି ବିଶାଳ ରାଷ୍ଟ୍ର ଗୁଡ଼ିକ ବୈଜ୍ଞାନିକ ପ୍ରୟୋଗ ଦ୍ୱାରା ମାରାତ୍ମକ ମାରଣାସ୍ତ୍ର ଗୁଡ଼ିକର ଉଦ୍ଭାବନରେ ପ୍ରୟାସରତ ଥିଲେ  । ମାନବ ସମାଜରେ ଦୁଃଖ, ଦୈନ୍ୟ, କଳହ, କ୍ଲେଶ, ନିରାଶା ଓ ଉଦାସୀନତାର ଅମା-ଅନ୍ଧକାର ଘୋଟି ଆସୁଥିଲା  । ଏହିପରି ସମୟରେ ଦାଦା ଲେଖରାଜଙ୍କ ଶରୀରରେ ପରମଧାମ ନିବାସୀ ଜ୍ୟୋତିର୍ବିନ୍ଦୁ ସ୍ୱରୂପ ପରମାତ୍ମା ଶିବଙ୍କ ଦିବ୍ୟ ଅବତରଣ ହେଲା  ।
           ଏ ଘଟଣାଟି ଘଟିଲା ଦାଦାଙ୍କ ଘରେ ଅନୁଷ୍ଠିତ ହେଉଥିବା ସତ୍ସଙ୍ଗରୁ  । ଅନ୍ୟ ଦିନ ଭଳି ସେଦିନ ମଧ୍ୟ ସେ ତାଙ୍କ ଗୁରୁଙ୍କ ଠାରୁ ଆଧ୍ୟାତ୍ମିକ ବ୍ୟାଖ୍ୟାନ ଶୁଣୁଥିଲେ  । ସେତେବେଳେ ଅ·ନକ ସେ ଅନୁଭବ କଲେ ଯେକୌଣସି ଐଶୀଶକ୍ତି ତାଙ୍କୁ ଆକର୍ଷିତ କରୁଛି  । ସେହି ଶକ୍ତି ଦ୍ୱାରା ପ୍ରେରିତ ହୋଇ ସେ ସତ୍ସଙ୍ଗ ତ୍ୟାଗ କରି ସ୍ୱୀୟ ଶୟନ କକ୍ଷରେ ପହôିଲେ  । ପ୍ରତ୍ୟକ୍ଷ ଦର୍ଶୀଙ୍କ ମତରେ; ସେତେବେଳେ ସେ ଗମ୍ଭୀର ଓ ଚିନ୍ତାମଗ୍ନ  । ଦାଦାଙ୍କର ଏପରି ଆକସ୍ମିକ ଅଦ୍ଭୁତ ପରିବର୍ନରେ ସତ୍ସଙ୍ଗରେ ଉପସ୍ଥିତ ସମସ୍ତେ ହତପ୍ରଭ ଓ ଆଶ୍ଚର୍ଯ୍ୟ ହୋଇ ପଡ଼ିଲେ  । ଦାଦାଙ୍କର ଧର୍ମପନôୀ ଓ ପୁତ୍ରବଧୁ ତାଙ୍କର ଅନୁଧାବନ କରି ଶୟନ କକ୍ଷରେ ପହô ଯେଉଁ ଦୃଶ୍ୟ ଦେଖିଲେ, ତାହା ସେମାନଙ୍କ ପାଇଁ ଅତ୍ୟନ୍ତ ବିସ୍ମୟକର ଥିଲା  । ଶୟନ କକ୍ଷ ରକ୍ତ ସ୍ୱର୍ଣ୍ଣିମ ଯୁକ୍ତ ଆଭାରେ ଉଦ୍ଭାସିତ ଓ ସର୍ବତ୍ର ଏକ ବିଚିତ୍ର ନିସ୍ତବ୍ଧତା ବିରାଜିତ  । ଦାଦାଙ୍କ ନୟନ ଯୁଗଳରୁ ଏକ ଦିବ୍ୟ ରକ୍ତାଭ ରଶ୍ମି ବିଚ୍ଛୁରିତ ହେଉଥିଲା  । ତାଙ୍କର ମୁଖାରବିନ୍ଦରୁ ଗୁରୁଗମ୍ଭୀର ନାଦରେ ନିନାଦିତ ହୋଇ ସ୍ୱତଃସ୍ଫୁର୍ ଭାବରେ ଝଙ୍କୁତ ହେଉଥିଲା ଏକ ଅଲୌକିକ ରାଗିଣୀ-
ନିଜାନନ୍ଦ ସ୍ୱରୂପଂ ଶିବୋଽହମ୍ ଶିବୋଽହମ୍ , 
 ଜ୍ଞାନ ସ୍ୱରୂପଂ ଶିବୋଽହମ୍ ଶିବୋଽହମ୍, 
ପ୍ରକାଶ ସ୍ୱରୂପଂ ଶିବୋଽହମ୍ ଶିବୋଽହମ୍  
               କିଛିକ୍ଷଣ ପରେ ଦାଦାଙ୍କର ଅର୍ଦ୍ଧନିମିଳିତ ନୟନ ଯୁଗଳ ଉନ୍ମୀଳିତ ହେଲା  । ସେ ହତ୍ବାକ୍ ହୋଇ ଚତୁର୍ଦିଗକୁ ଅନାଇଲେ  । ଦାଦା ନିଜର ଅନୁଭବରୁ ଏତିକି ମାତ୍ର କହିଲେ ଯେ, ଏକ ଦିବ୍ୟ ଶକ୍ତି ତାଙ୍କ ମଧ୍ୟରେ ପ୍ରବେଶ କଲା; ଯାହା ଫଳରେ ସେ ଅନେକ ପ୍ରକାର ଅଦ୍ଭୁତ ସାକ୍ଷାତକାର କରୁଥିଲେ  । ଏକ ଶକ୍ତିଶାଳୀ ପ୍ରକାଶପୁଞ୍ଜ ତାଙ୍କୁ କହୁଥିଲା “ତୁମକୁ ଏକ ସୌନ୍ଦର୍ଯ୍ୟ ଭରା ଦୈବୀ-ଜଗତର ନିର୍ମାଣ କରିବାକୁ ହେବ  ।” ତାଙ୍କର ସାକ୍ଷାତକାରର ପ୍ରମୁଖ ଦୃଶ୍ୟ ସବୁଥିଲା; - ଏକ ଶକ୍ତି ସମ୍ପନ୍ନ ପ୍ରକାଶ ପୁଞ୍ଜ, ଦୈବୀ-ରାଜକୁମାର ଓ ରାଜକୁମାରୀ, ଅନ୍ତରୀକ୍ଷର ଅନନ୍ତ ଦୂରତାରେ ନକ୍ଷତ୍ର ପୁଞ୍ଜ ସଦୃଶ ଉଦ୍ଭାସିତ ହେଉଥିବା କେତେକ ଆଧ୍ୟତ୍ମିକ ଚୈତନ୍ୟ ସା ଇତ୍ୟାଦି  । ଏହିସବୁ ଘଟଣା ଏକ ଏକ ଅସମାହିତ ସମସ୍ୟା  । ଏସବୁ ଚିନ୍ତା କରି କରି ସେ ଧ୍ୟାନସ୍ଥ ହୋଇ ପଡୁଥିଲେ ଓ ବାରମ୍ବାର ଏହିପରି ଐଶୀଶକ୍ତିର ପ୍ରବେଶ ନିଜର ମଧ୍ୟରେ ଅନୁଭବ କରୁଥିଲେ  । କ୍ରମଶଃ ତାଙ୍କର ଜ୍ଞାନଚକ୍ଷୁ ଉନ୍ମୀଳିତ ହେବାକୁ ଲାଗିଲା ଓ ସେ ବୁଝି ପାରିଲେ ଯେ ସ୍ୱୟଂ ପରମାତ୍ମା ଶିବ ତାଙ୍କର ଶରୀରକୁ ଆଧାର କରି ଭୂପୃଷ୍ଠରେ ଅବତରଣ କରୁଛନ୍ତି  । ପରମାତ୍ମା ତାଙ୍କର ଲୌକିକ ନାମ ପରିବର୍ନ କରି “ପ୍ରଜାପିତା ବ୍ରହ୍ମା” ରଖିଲେ  । କାରଣ ଆଗାମୀ ସମୟରେ ତାଙ୍କର ମାଧ୍ୟମରେ ହିଁ ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗର ଶିକ୍ଷା ଦେଇ କଳିଯୁଗୀୟ ଆସୁରୀ ଦୁନିଆଁକୁ ସତ୍ୟଯୁଗୀୟ ଦୈବୀ ଦୁନିଆଁରେ ପରିବର୍ନ କରିବେ  । ଏହିଠାରୁ ସୃଷ୍ଟିଚକ୍ରରେ ବ୍ରହ୍ମାଙ୍କର ଦିନ ଆରମ୍ଭ ହେଲା  ।
              ପରମାତ୍ମା ଶିବ ଆହୁରି ଅନେକ ଦିବ୍ୟ ସାକ୍ଷାକ୍ରାର ଦ୍ୱାରା ଦାଦାଙ୍କର ପୂର୍ବସ୍ମୃତି ଜାଗ୍ରତ କରାଇଥିଲେ  । ପରମାତ୍ମାଙ୍କଠାରୁ ଦିବ୍ୟ ଦୃଷ୍ଟି ପ୍ରାପ୍ତ ହୋଇ ସେ ଦେଖିଲେ ଯେ, ତାଙ୍କ ସମ୍ମୁଖରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରି ଚତୁର୍ଭୁଜ ବିଷ୍ଣୁ ପ୍ରକଟ ହୋଇ ତାଙ୍କୁ କହୁଛନ୍ତି “ଅହଂ ବିଷ୍ଣୁ ଚତୁର୍ଭୁଜ ତତ୍ ତ୍ୱଂ”  । ଅର୍ଥାତ୍ ମୁଁ ଚତୁର୍ଭୁଜ ବିଷ୍ଣୁ ଅଟେଁ  । ତୁମେ ମଧ୍ୟ ବାସ୍ତବିକ ସ୍ୱରୂପରେ ବିଷ୍ଣୁ ଅଟ  । ତା’ପରେ ସେହି ବିଷ୍ଣୁଙ୍କୁ ଶ୍ରୀକୃଷ୍ଣ ରୂପରେ ପରିବର୍ିତ ହୋଇ ଯିବାର ସେ ସାକ୍ଷାତକାରରେ ଦେଖିଲେ  । ପରମାତ୍ମା ତାଙ୍କ ମଧ୍ୟରେ ଅବତରିତ ହୋଇ ତାଙ୍କୁ ସାକ୍ଷାତ୍କାର ଦ୍ୱାରା ଏହି ଅନୁଭବ କରାଇଲେ ଯେ “ତୁମେ ହିଁ ଶ୍ରୀକୃଷ୍ଣଙ୍କର ଅନ୍ତିମ ଜନ୍ମ ଅଟ  । ବର୍ମାନ ଏ ସୃଷ୍ଟି ମହାବିନାଶର ସନ୍ନିକଟ ହେଲାଣି  । ଏହି କଳିଯୁଗୀୟ ଦୁନିଆଁର ମହାବିନାଶ ହେବ ଏବଂ ତୁମ ମାଧ୍ୟମରେ ମୁଁ ଆଗାମୀ ସତ୍ୟ ଯୁଗୀୟ ସୃଷ୍ଟି ସ୍ଥାପନ କରିବି  । ଏହାକୁ ହିଁ ପୁରାଣ ପୁସ୍ତକରେ ସ୍ୱର୍ଗ ବା ବୈକୁଣ୍ଠ ବୋଲି ବର୍ଣ୍ଣନା କରାଯାଇଛି  । ତେଣୁ ତୁମେ ବର୍ମାନ ଠାରୁ ପ୍ରଜାପିତା ବ୍ରହ୍ମାନାମ ଧାରଣ କର  । ତୁମେ ହିଁ ସତ୍ୟ ଯୁଗର ପ୍ରଥମ ରାଜକୁମାର ଶ୍ରୀକୃଷ୍ଣ ରୂପରେ ଜନ୍ମ ନେବ  । ଜଗଦମ୍ବା ସରସ୍ୱତୀ ପ୍ରଥମ ରାଜକୁମାରୀ ଶ୍ରୀରାଧା ନାମରେ ଜନ୍ମ ନେବେ  । ପରିଣତ ବୟସରେ ସେମାନଙ୍କର ସ୍ୱୟମ୍ବର ହୋଇ ସିଂହାସନ ଆରୋହଣ କଲେ ଶ୍ରୀ ନାରାୟଣ ଓ ଶ୍ରୀଲକ୍ଷ୍ମୀ ପଦରେ ଭୂଷିତ ହୁଅନ୍ତି  । ଏହାହିଁ ସୃଷ୍ଟିର ଆଦି କାଳ  । ସତ୍ୟଯୁଗରେ ଆଠ ଜନ୍ମ, ତ୍ରେତାରେ ୧୨ ଜନ୍ମ, ଦ୍ୱାପରରେ ୨୧ ଜନ୍ମ ଓ କଳି ଯୁଗରେ ୪୨ ଜନ୍ମ ନେଇ ତୁମେ ୫ ହଜାର ବର୍ଷ ପରେ ପୁନଶ୍ଚ ମତେ ଏହିପରି ଭାବରେ ସାକ୍ଷାତ କରିବ  । କାରଣ ଏହି ସୃଷ୍ଟିଚକ୍ର ପ୍ରତି ୫ ହଜାର ବର୍ଷରେ ଥରେ ପୁନରାବୃ ହୁଏ  । କଳିଯୁଗର ଅନ୍ତିମ ଓ ସତ୍ୟଯୁଗର ସନ୍ଧି ସମୟରେ ଯେତେବେଳେ ସୃଷ୍ଟିରେ ଅତି ଧର୍ମଗ୍ଲାନି ସମୟ ଉପସ୍ଥିତ ହୁଏ; ସେତେବେଳେ ମୁଁ ତୁମ ଶରୀର ମାଧ୍ୟମରେ ଅବତରଣ କରେଁ  । କଳ୍ପ କଳ୍ପାନ୍ତର ଧରି ତୁମେ ମୋର ରଥ ବା ମାଧ୍ୟମ ଭାବରେ କାର୍ଯ୍ୟକରି ଆସିଛ ଓ ମହାବିନାଶର ଠିକ୍ ଅବ୍ୟବହିତ ପୂର୍ବରୁ ମୁଁ ତୁମକୁ ପ୍ରତିଥର ଅବିକଳ ଏହିପରି ଭାବରେ ଗୀତାଜ୍ଞାନ ଶୁଣାଇ ଆସିଛି  । ତୁମେ ତୁମର ପୁର୍ବଜନ୍ମ ଭୁଲିଯାଇଛ  । କିନ୍ତୁ, ମୁଁ ଅଜନ୍ମା ଓ ସର୍ବଆତ୍ମାଙ୍କର ପିତା ହୋଇଥିବା ହେତୁ ସବୁକଥା ଜାଣେ  । ତେଣୁ ମତେ ସର୍ବଜ୍ଞ ବା ତ୍ରିକାଳଦର୍ଶୀ କୁହାଯାଏ  । ହେ ବସô ! ବର୍ମାନ ତୁମେ ୮୩ ଜନ୍ମ ଅତିକ୍ରାନ୍ତ କରି ତୁମର ଅନ୍ତିମ ୮୪ତମ ଜନ୍ମରେ ଉପନୀତ ହୋଇଛ  । ମନୁଷ୍ୟ ସୃଷ୍ଟି ରୂପୀ ମହାନାଟକର ଏହି ଅନ୍ତିମ ଦୃଶ୍ୟପରେ ତା’ର ପୁନରାବୃି ହୋଇ ସତ୍ୟଯୁଗର ଆଗମନ ହେବ  ।”
                   ଦାଦା ଲେଖରାଜ ବର୍ମାନ ପରମାତ୍ମାଙ୍କ ନିର୍ଦ୍ଧେଶରେ ପ୍ରଜାପିତା ବ୍ରହ୍ମା ଭୂମିକାରେ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କଲେ। ତାଙ୍କର ମନୋସ୍ଥିତି ଏପରି ହୋଇଗଲା ଯେ ସେ ସ୍ୱୀୟ ପରିବାରର ସଙ୍କୁଚିତ ସୀମାରୁ ଉଦ୍ଧ୍ୱର୍କୁ ଉଠି ବିଶ୍ୱର ପ୍ରତ୍ୟେକ ଆତ୍ମାମାନଙ୍କୁ ନିଜର ପରିବାର ଭାବିବାକୁ ଲାଗିଲେ  । ସେ ସମଗ୍ର ବିଶ୍ୱକୁ ତାଙ୍କ ମାଧ୍ୟମରେ ଦିଆଯାଉଥିବା ଈଶ୍ୱରୀୟ ଜ୍ଞାନ ଦ୍ୱାରା କିପରି ଲାଭାନ୍ୱିତ କରାଯାଇ ପାରିବ ସେକଥା ଭାବିବାକୁ ଲାଗିଲେ  । ସେ କଲିକତାରେ ଥିବା ତାଙ୍କ ମୁଖ୍ୟ ବ୍ୟବସାୟିକ କେନ୍ଦ୍ରକୁ ଯାଇ ନିଜର ଭାଗୀଦାରଙ୍କୁ ସମସ୍ତ ବ୍ୟବସାୟିକ କର୍ବ୍ୟ ଓ ଅଧିକାର ହସ୍ତାନ୍ତର କରିଦେଲେ  । ନିଜ ଭାଗରୁ ପ୍ରାପ୍ତ ସମସ୍ତ ସ୍ଥାବର ଅସ୍ଥାବର ସମ୍ପିକୁ ପରମାତ୍ମାଙ୍କର ପ୍ରେରଣା କ୍ରମେ ଏକ ଟ୍ରଷ୍ଟ ବୋର୍ଡ ଗଠନ କରି ଈଶ୍ୱରୀୟ ସେବାରେ ସମର୍ପିତ କରିଦେଲେ  । ଏହି ଟ୍ରଷ୍ଟ ବୋର୍ଡର ପରି·ଳନା ଦାୟିତ୍ୱ ମାତା ଓ କନ୍ୟାମାନଙ୍କ ଉପରେ ନ୍ୟସ୍ତ କରିଥିଲେ  । ବ୍ରହ୍ମାବାବା ଭଲଭାବରେ ବୁଝିପାରିଥିଲେ ଯେ; ନାରୀଜାଗୃତି ବିନା ବିଶ୍ୱପରିବର୍ନ ଅସମ୍ଭବ  ।“ଯତ୍ର ନାର୍ଯ୍ୟାସ୍ତୁ ପୂଜ୍ୟନ୍ତି, ତତ୍ର ରମ୍ୟନ୍ତେ ଦେବତା” - ଅର୍ଥାତ୍ ଯେଉଁଠି ନାରୀଜାତି ସମ୍ମାନିତ ସେଇଠି ହିଁ ଦେବତାମାନେ ବାସ କରନ୍ତି  । ଯେଉଁ ସମୟରେ ବ୍ରହ୍ମାବାବା ପରମାତ୍ମାଙ୍କ ବିଶ୍ୱପରିବର୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟାନ୍ୱିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ ସେ ସମୟରେ ତକ୍ରାଳୀନ “ସିନ୍ଧ” ପ୍ରଦେଶରେ ନାରୀ ନିର୍ଯ୍ୟାତନା ଚରମ ସୀମାରେ ପହô ସାରିଥିଲା  । ବିଷୟ ବାସନା ପୂିର୍ପାଇଁ  ନାରୀକୁ ପୁରୁଷର କ୍ରୀଡ଼ନକ ଓ ପଦସେବିକା ରୂପେ ବିବେଚିତ କରାଯାଉଥିଲା  । ଘରେ ଓ ବାହାରେ ସ୍ତ୍ରୀଲୋକମାନେ ଲମ୍ବା ଓଢ଼ଣା ମଧ୍ୟରେ ମୁହଁ ଲୁ·ଇ ରହୁଥିଲେ  । କୌଣସି ଧାର୍ମିକ କ୍ରିୟାକଳାପରେ ସେମାନଙ୍କୁ ପୁରୁଷମାନଙ୍କ ସହିତ ସମାନାଧିକାର ପ୍ରାପ୍ତ ହେଉ ନ ଥିଲା  । ସମାଜରେ ବିଧବାମାନେ ଏକ ଅଭିଶାପ ରୂପେ ପରିଗଣିତ ହେଉଥିଲେ  । ବ୍ରହ୍ମାବାବା ଏହି ମାନଙ୍କଠାରୁ ହିଁ ପ୍ରଥମେ ବିଶ୍ୱ ନବନିର୍ମାଣର ଶୁଭାରମ୍ଭ କରିବାକୁ ମନସ୍ଥ କଲେ  । ସେ ମାତା ଓ କନ୍ୟାମାନଙ୍କୁ ନେଇ ଗଠନ କରିଥିବା ଟ୍ରଷ୍ଟ ବୋର୍ଡକୁ ହିଁ ଈଶ୍ୱରୀୟ ସେବାକାର୍ଯ୍ୟର ସମସ୍ତ କ୍ଷମତା ଅର୍ପଣ କରିଦେଲେ  । ନିଜ ସ୍ୱରେ ଥିବା “ଓଁ ନିବାସ” ସହିତ ଯାହା କିଛି ସୁନ୍ଦର ଭବ୍ୟ ପ୍ରାସାଦ ସବୁ ଥିଲା; ସେ ସବୁକୁ ଈଶ୍ୱରୀୟ ସେବାରେ ସମର୍ପି ଦେଲେ  । ତାଙ୍କ ଦ୍ୱାରା ସ୍ଥାପିତ ଉକ୍ତ ସଙ୍ଗଠନକୁ ପରମାତ୍ମା “ରାଜସୂୟ ଅଶ୍ୱମେଧ ଅବିନାଶୀ ରୁଦ୍ର ଗୀତା ଜ୍ଞାନ ଯଜ୍ଞ” ନାମରେ ନାମିତ କଲେ  । ଜନ ସାଧାରଣରେ ଏହା “ଓଁ ମଣ୍ଡଳୀ” ନାମରେ ପ୍ରସିଦ୍ଧି ପାଇଲା  । କାରଣ, ପ୍ରାରମ୍ଭିକ ସ୍ତରରେ ବ୍ରହ୍ମାବାବା ସମସ୍ତଙ୍କୁ ଅଗ୍ନିକୁଣ୍ଡ ସମ୍ମୁଖରେ ବସାଇ ଓଁ ଉଚ୍ଚାରଣ ପୂର୍ବକ ପରମାତ୍ମାଙ୍କ ସହିତ ବୁଦ୍ଧିକୁ ଏକାଗ୍ର କରିବାକୁ ଶିକ୍ଷା ଦେଉଥିଲେ  ।
                     ସ୍ଥାପନାର କିଛିଦିନ ପରେ ଏହି ‘ଓମ ମଣ୍ଡଳୀ’ ହାଇଦ୍ରାବାଦରୁ ସ୍ଥାନାନ୍ତରିତ ହୋଇ କରାଚୀ ·ଲିଗଲା  । ଇତି ମଧ୍ୟରେ ଅନେକ ଜିଜ୍ଞାସୁ ପରମାତ୍ମାଙ୍କ ଦ୍ୱାରା ପ୍ରଦ ଈଶ୍ୱରୀୟ ଜ୍ଞାନପ୍ରତି ଆକର୍ଷିତ ହୋଇ ଏଥିରେ ଯୋଗଦେଇ ସାରିଥିଲେ  । ସମସ୍ତ ପ୍ରଭୁ ସମର୍ପିତ ଭାଇ-ଭଉଣୀ ମାନଙ୍କର ଆବାସ ନିବାସ ତଥା ଶିକ୍ଷଣ-ପ୍ରଶିକ୍ଷଣ ବ୍ୟବସ୍ଥା ବ୍ରହ୍ମାବାବା ନିଜ ଭବନରେ ହିଁ କରୁଥିଲେ  । କାରଣ ତାଙ୍କ ପାଖରେ ଅନେକ ବଡ଼ ବଡ଼ ପ୍ରାସାଦ ସବୁ ଖାଲି ପଡ଼ିଥିଲା  । ଏଗୁଡ଼ିକୁ ସେ ଈଶ୍ୱରୀୟ ସେବାରେ ସମର୍ପିତ କରିଦେଲେ  । ସନ୍ ୧୯୫୦ ଖ୍ରୀ.ଅରେ ଭାରତ ପାକିସ୍ଥାନ ବିଭାଜନ ହେତୁ ଏହି ସଂସ୍ଥା କରାଚୀରୁ ଭାରତରେ ରାଜସ୍ଥାନ ସ୍ଥିତ ଆବୁ-ପର୍ବତକୁ ସ୍ଥାନାନ୍ତରିତ ହୋଇ ଆସିଲା ଓ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ନାମରେ ଆନ୍ତର୍ଜାାତିକ ଖ୍ୟାତି ଅର୍ଜନ କଲା  । ସନ୍ ୧୯୩୬-୩୭ରେ ସ୍ଥାପିତ “ଓଁ ମଣ୍ଡଳୀ” ବର୍ମାନ ଆବୁ ପର୍ବତରେ ଆନ୍ତର୍ଜାତିକ ମୁଖ୍ୟାଳୟ ସ୍ଥାପନ କରି ଭାରତ ଓ ଭାରତ ବାହାରେ ପ୍ରାୟ ୭୦ଟି ଦେଶରେ କାର୍ଯ୍ୟରତ  । ପ୍ରାୟ ୫୦୦୦ ଶାଖା ସେବାକେନ୍ଦ୍ରରେ ·ରିଲକ୍ଷ ପାଖାପାଖି ନରନାରୀଗଣ ପ୍ରଜାପିତା ବ୍ରହ୍ମାଙ୍କୁ ଆଧ୍ୟାତ୍ମିକ ପିତାରୂପେ ଗ୍ରହଣ କରି ତାଙ୍କ ମୁଖ ମାଧ୍ୟମରେ ପ୍ରଦ ଈଶ୍ୱରୀୟ ଜ୍ଞାନ ଯୋଗ ମାର୍ଗରେ ପରି·ଳିତ  ।
                 ପିତାଶ୍ରୀ ପ୍ରଜାପିତା ବ୍ରହ୍ମାବାବା ସନ୍ ୧୯୬୯ ଖ୍ରୀ.ଅ ଜାନୁୟାରୀ ୧୮ ତାରିଖ ଦିନ ୯୩ ବର୍ଷ ବୟସରେ ପାର୍ଥିବ ଶରୀର ତ୍ୟାଗ କରି ସୂକ୍ଷ୍ମ ଶରୀରରେ ସୂକ୍ଷ୍ମଲୋକକୁ ପ୍ରୟାଣ କଲେ  । ସୂକ୍ଷ୍ମଲୋକରେ (ବ୍ରହ୍ମାପୁରୀ) ଅବ୍ୟକ୍ତ ଭାବରେ ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ଈଶ୍ୱରୀୟ କାର୍ଯ୍ୟରେ ତପôର ଅଛନ୍ତି  । ବରଂ ପୂର୍ବାପେକ୍ଷା ସେ ଆହୁରି ତୀବ୍ର ଭାବରେ ବିଶ୍ୱ ନବନିର୍ମାଣ କାର୍ଯ୍ୟରେ ପରମାତ୍ମାଙ୍କୁ ସହଯୋଗ କରୁଛନ୍ତି  । ଏହି ବିଷୟ ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ  । ବର୍ମାନ ମଧ୍ୟ ପରମାତ୍ମା ସୂକ୍ଷ୍ମଲୋକବାସୀ ବ୍ରହ୍ମାବାବାଙ୍କ ସୂକ୍ଷ୍ମ ଶରୀରରେ ଅବତରଣ କରୁଛନ୍ତି ଓ ସେମାନେ ଉଭୟେ ଆବୁ ପର୍ବତରେ ବ୍ରହ୍ମାକୁମାରୀ ଗୁଲଜାର ଦାଦୀଙ୍କ (ହୃଦୟମୋହିନୀ) ମାନବୀୟ ଶରୀର ଆଧାରରେ ଅବ୍ୟକ୍ତ ଜ୍ଞାନ ମୁରଲୀ ଶୁଣାଉଛନ୍ତି  । ଯେ କେହି ଈଶ୍ୱରୀୟ ପ୍ରେମୀ ଜିଜ୍ଞାସୁ ଏହି ଈଶ୍ୱରୀୟ ଅବରତଣ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଦର୍ଶନ ଦ୍ୱାରା ସହଜରେ ବୁଝି ପାରିବ  ।
ଆଜି ଦେଶ-ବିଦେଶରୁ ଅନେକ ବିଦ୍ୱାନ, ସାଧୁ ସନ୍ଥ ତଥା ବିଭିନ୍ନ ଧର୍ମର ଧର୍ମା·ର୍ଯ୍ୟ ମାନେ ଆବୁ ପର୍ବତ ସ୍ଥିତ ପ୍ରଜାପିତା  ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପରିଦର୍ଶନରେ ଆସୁଛନ୍ତି; ସେମାନେ ସ୍ୱୀକାର କରନ୍ତି ଯେ; ଏହି ସଂସ୍ଥାଦ୍ୱାରା କରାଯାଉଥିବା ମାନବ ଦିବି୍ୟକରଣ କାର୍ଯ୍ୟକ୍ରମ ସ୍ୱୟଂ ପରମାତ୍ମାଙ୍କ ବ୍ୟତିତ କୌଣସି ମାନବୀ ଶକ୍ତି ଦ୍ୱାରା ସମ୍ଭବ ନୁହେଁ  । ଅନେକ ଧାର୍ମିକ ସଂସ୍ଥା ବର୍ମାନ ଆନ୍ତର୍ଜାତିକ ସ୍ତରରେ ନିଜ ନିଜ ମତବାଦ ପ୍ରତିଷ୍ଠିତ କରିବାକୁ ବ୍ୟାପକ କାର୍ଯ୍ୟକ୍ରମ ମାନ ଆୟୋଜନ କରୁଛନ୍ତି  । ନିଜ ନିଜର ସଂସ୍ଥାମାନଙ୍କର ଲକ୍ଷ ଲକ୍ଷ ବ୍ୟକ୍ତିଙ୍କୁ ନିଜ ନିଜ ଧର୍ମ ବା ମତବାଦରେ ଅନୁପ୍ରାଣିତ କରାଉଛନ୍ତି  । କିନ୍ତୁ ଏହି ସଂସ୍ଥା ଏକ ମହତ୍ ଅନୁଷ୍ଠାନ  । ଏହା କୌଣସି ମାନବୀୟ ଧର୍ମ, ସମ୍ପ୍ରଦାୟ ବା ଧାର୍ମିକ ମତବାଦ ଉଦ୍ଧ୍ୱର୍ରେ  । ଆତ୍ମିକ ସ୍ତରରେ ପରମାତ୍ମାଙ୍କ ଅନୁଭୁତି କରି ସ୍ୱପରିବର୍ନ ଦ୍ୱାରା ବିଶ୍ୱ ପରିବର୍ନ ହିଁ ଏହାର ଏକାମାତ୍ର ଲକ୍ଷ୍ୟ  ।
                    ଜାନୁୟାରୀ ୧୮ ତାରିଖକୁ ସମଗ୍ର ବିଶ୍ୱରେ ତା’ର ସମଗ୍ର ଶାଖା କେନ୍ଦ୍ରମାନଙ୍କରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ “ଅବ୍ୟକ୍ତ ଦିବସ” ରୂପେ ପରମ ଶ୍ରଦ୍ଧା ଓ ପ୍ରେମପୂର୍ବକ ପାଳନ କରେ  । ଏହି ଦିନ ସମସ୍ତ ବ୍ରହ୍ମାବସô ବ୍ୟକ୍ତ ଜୀବନରେ ଥାଇ ମଧ୍ୟ ଅବକ୍ତ ସ୍ଥିତିରେ ରହିବାର ବିଶେଷ ପରୁଷାର୍ଥ କରନ୍ତି  । ଅନେକ ବ୍ରହ୍ମାବସô ଅମୃତ ବେଳା ଯୋଗରେ ସୂକ୍ଷ୍ମ ଲୋକରେ ସୂକ୍ଷ୍ମ ଶରୀରଧାରୀ ବ୍ରହ୍ମାବାବାଙ୍କ ସହିତ ଭାବଦ୍ୱାରା ବାର୍ାଲାପ କରନ୍ତି  । ତାଙ୍କଠାରୁ ଶକ୍ତି ଆହରଣ କରି ପୁରୁଷାର୍ଥ ମାର୍ଗରେ ଆସୁଥôବା ଅନେକ ସମସ୍ୟା ଗୁଡ଼ିକୁ ସଫଳତାର ସହିତ ସମାଧାନ କରିପାରନ୍ତି  । ଯେଉଁଦିନ ସମଗ୍ର ମାନବ ସମାଜ ଏହି ମହାନ ସତ୍ୟକୁ ଉପଲବ୍ଧି କରି ପାରିବ, ସେଦିନ ଏ ଭୂଲୋକ ନିଃସନ୍ଦେହ ଭାବରେ ସ୍ୱର୍ଗରେ ପରିଣତ ହୋଇ ପାରିବ  ।
!! ଓମ୍ ଶାନ୍ତି !!

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର