ଆତ୍ମାର ସ୍ବଧର୍ମ ଓ ସ୍ବରୂପ
ଆତ୍ମାର ସ୍ବଧର୍ମ ଓ ସ୍ବରୂପ
ଆତ୍ମାର ସ୍ବଧର୍ମ
ଶ୍ରେୟାନ୍ ସ୍ବଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ବନୁଷ୍ଠିତାତ୍
ସ୍ବଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହ ।ା ଗୀ ୩/୩୫ ।ା
(ଅନ୍ୟର ଧର୍ମ ଯେତେ ଭଲ ଭାବରେ ଆଚରିତ ହେଉ ପଛକେ ତା’ଠାରୁ ନିଜ ଧର୍ମ ଗୁଣ ରହିତ ହେଲେ ମଧ୍ୟ ଶ୍ରେଷ୍ଠ ଅଟେ । ସ୍ବଧର୍ମରେ ସ୍ଥିତ ହୋଇ ମରିଯିବା ବରଂ ଭଲ, କାରଣ ଅନ୍ୟ ଧର୍ମ ଭୟ ପ୍ରଦାନକାରୀ ଅଟେ ।)
ଶ୍ରେୟାନ୍ ସ୍ବଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ବନୁଷ୍ଠିତାତ୍ ।
ସ୍ବଭାବ ନିୟତଂ କର୍ମ କୁର୍ବାନ୍ନା ପ୍ନୋରୋତି କିଲ୍ୱିଷମ୍ ।ା ଗୀ ୧୮/୪୭ ।ା
(ଅନ୍ୟର ଉମ ଭାବରେ ଅନୁଷ୍ଠିତ ହୋଇଥିବା ଧର୍ମଠାରୁ ନିଜର ଗୁଣ ରହିତ ଧର୍ମ ମଧ୍ୟ ଶ୍ରେଷ୍ଠ ଅଟେ । କାହିଁକି ନା ସ୍ବଭାବ ଦ୍ୱାରା ନିୟତ ସ୍ବକର୍ମ କରିବା ହେତୁ ମନୁଷ୍ୟ ପାପକୁ ପ୍ରାପ୍ତ ହୁଏ ନାହିଁ ।)
ଗୀତାରେ ଆତ୍ମା ଓ ଦେହର ପୃଥକତ୍ୱ ନିରୂପଣ କରାଯାଇଛି । ଏଠାରେ ସ୍ବଧର୍ମ ଅର୍ଥାତ ଆତ୍ମାର ଧର୍ମ ଏବଂ ପରଧର୍ମ ଅର୍ଥାତ ଦୈହିକ ଧର୍ମ ବୋଲି ଗ୍ରହଣ କରିବାକୁ ହେବ । ଅନ୍ୟଥା ଗୀତାର ପୂର୍ବାପର ଶ୍ଲୋକ ମଧ୍ୟରେ ସଙ୍ଗତି ରକ୍ଷା ହେବ ନାହିଁ । ଆମେ ଯେତେବେଳେ ନିଜକୁ ଶରୀର ବୋଲି ମନେ କରୁଁ ସେତେବେଳେ ଆମ ଭିତରେ ସ୍ତ୍ରୀ-ପୁରୁଷ, ଶତ୍ରୁ-ମିତ୍ର ଆଦି ଭେଦ ଉପôନ୍ନ ହୁଏ । ଦୈହିକ ସ୍ମୃତି ମନୁଷ୍ୟକୁ ଜାତି, ବର୍ଣ୍ଣ, ଧର୍ମ, ଲିଙ୍କ, ସଂପ୍ରଦାୟ, ବୟସ ଓ ରାଷ୍ଟ୍ରୀୟତା ମଧ୍ୟରେ ସୀମିତ କରିଦିଏ । ଏହି ଭେଦ ଭାବରୁ କାମକ୍ରୋଧାଦି ମନୋବିକାର ସମୂହର ସୃଷ୍ଟି ହୁଏ । ଏଗୁଡିକ ସକଳ ଦୁଃଖ ଓ ଅଶାନ୍ତିର ମୂଳ କାରଣ । ତେଣୁ ଗୀତା ମନୁଷ୍ୟକୁ ସ୍ବଧର୍ମ ବା ଆତ୍ମିକ ସ୍ଥିତିରେ ସ୍ଥିତ ହେବାକୁ ନିର୍ଦ୍ଧେଶ ଦିଏ । ଆମେ ଯେତେବେଳେ ନିଜକୁ ଦେହଠାରୁ ପୃଥିକ ଏକ ଚୈତନ୍ୟ ଜ୍ୟୋତିର୍ବିନ୍ଦୁ ସ୍ବରୂପ ଆତ୍ମା ବୋଲି ନିଶ୍ଚୟ କରିବା ସେତେବେଳେ ହିଁ ପ୍ରକୃତ ସୁଖ ଓ ଶାନ୍ତି ପ୍ରାପ୍ତ କରି ପାରିବା । କାରଣ ଆତ୍ମାର ମୌଳିକ ଧର୍ମ ବା ଗୁଣ ହେଲା ପବିତ୍ରତା । ପବିତ୍ରତାକୁ ସୁଖ ଓ ଶାନ୍ତିର ଜନନୀ କୁହାଯାଏ । ତେଣୁ ଆତ୍ମନିଷ୍ଠ ହେବା ଅର୍ଥ ସ୍ବଧର୍ମରେ ସ୍ଥିତ ହେବା । ଅନ୍ୟ ପକ୍ଷରେ ନିଜକୁ ଦେହ ମାନିବା ବା ଦେହଅଭିମାନରେ ଆସିବା ହେଉଛି ‘ପରଧର୍ମ’ ଗ୍ରହଣ କରିବା । ଏହି ‘ପରଧର୍ମ’ ବା ପ୍ରକୃତି ଜନ୍ୟ ଶାରିରୀକ ଧର୍ମ ହେତୁ ମନୁଷ୍ୟ ଭୟଗ୍ରସ୍ତ ହୁଏ । ଆତ୍ମାର ସ୍ବଭାବ ଜନ୍ୟ ଧର୍ମ ହେଲା, ପବିତ୍ରତା, ଶାନ୍ତି, ଆନନ୍ଦ, ସୁଖ, ଶାନ୍ତି, ପ୍ରେମ ଇତ୍ୟାଦି । କାରଣ ପ୍ରତ୍ୟେକ ମାନବଙ୍କୁ ଏଗୁଡିକ ଭଲ ଲାଗେ । ଅନ୍ୟମାନଙ୍କୁ ଆତ୍ମାର ଏହି ମୌଳିକ ଗୁଣଗୁଡିକୁ ଦାନ କରିବା ହେଉଛି ସ୍ବକର୍ମ । ସ୍ବଧର୍ମରେ ସ୍ଥିତ ନ ହେବା ପର୍ଯ୍ୟନ୍ତ ସ୍ବକର୍ମ କରିବା ସମ୍ଭବ ନୁହେଁ । ଦେହ ଅଭିମାନ ବଶତଃ ଯାହା ବି ଧର୍ମ କର୍ମ କରାଯାଏ ସ୍ଥୂଳତଃ ତାହା ଉମ ବୋଲି ପ୍ରତୀୟମାନ ହେଉଥିଲେ ମଧ୍ୟ ସ୍ବଭାବ ଦ୍ୱାରା ନିୟତ ହୋଇ ନ ଥିବାରୁ ପରିଣାମରେ ଦୁଃଖଦାୟୀ ହୁଏ । କାରଣ ଏହାଦ୍ୱାରା ପାପକର୍ମ ହେବାର ସମ୍ଭାବନା ଖୁବ୍ ବେଶୀ ଥାଏ । କିନ୍ତୁ ଯଦି ବ୍ୟକ୍ତି ଆତ୍ମାର ସ୍ବଭାବ ସୁଲଭ ସ୍ବଧର୍ମରେ ସ୍ଥିତ ହୋଇ ସ୍ବକର୍ମରେ ଲିପ୍ତ ରହିବ ତେବେ ପାପ ହୁଏ ନାହିଁ । ଏହି କଥା ଭଗବାନଙ୍କ ଦ୍ୱାରା କଥିତ ଗୀତାର ନିମ୍ନ ଶ୍ଳୋକରୁ ସ୍ବଷ୍ଟ ଜଣା ପଡେ ।
ଯଦା ବିନିୟତଂ ଚିମାତ୍ମନ୍ୟେ ବାବାତିଷ୍ଠତେ ।
ନିଃସ୍ପୃହଃ ସର୍ବ କାମେଭ୍ୟୋଯୁକ୍ତ ଇତ୍ୟୁଚ୍ୟତେ ତଦା ।ା ଗୀ- ୬/୧୮ ।ା
“ଯେତେବେଳେ ଦେହ ଅଭିମାନରୁ ମୁକ୍ତ ଚି ବା ବୁଦ୍ଧି ଆତ୍ମିକ ସ୍ଥିତିରେ ସ୍ଥିତ ହୋଇଯାଏ ଓ ସମସ୍ତ କାମନା ସମୂହରୁ ଇଛା ରହିତ ହୁଏ ସେତେବେଳେ ଯୋଗଯୁକ୍ତ ବୋଲି କୁହାଯାଏ ।” ଦେହ ଅଭିମାନ ବଶତଃ ବୁଦ୍ଧି ପୂର୍ବାଗ୍ରହ ଦ୍ୱାରା ଗ୍ରସିତ ହୋଇଯାଏ । ଦେହ ଓ ଆତ୍ମା ମଧ୍ୟରେ ସେ ପାର୍ଥ୍ୟକ୍ୟ ଅନୁଭବ କରି ପାରେ ନାହିଁ । ଫଳରେ ପରମାତ୍ମାଙ୍କ ସହିତ ତା’ର ଯୋଗ ସ୍ଥିର ରହେ ନାହିଁ । କାରଣ ଦୈହିକ ଧର୍ମ (ପରଧର୍ମ) ଆଚରଣ କରୁଥିବା ହେତୁ ସମସ୍ତ ପ୍ରକାର କାମନା ବାସନାର ଜାଲରେ ମଣିଷର ଚି ଛନ୍ଦି ହୋଇଥାଏ । ଏଠାରେ ଭଗବାନଙ୍କ କହିବାର ତାପôର୍ଯ୍ୟ ହେଲା, - “ଦେହ ଅଭିମାନ ତ୍ୟାଗ କର । ଆତ୍ମିକ ସ୍ଥିତିରେ ରହ ସମସ୍ତ କାମନା ପ୍ରତି ନିସ୍ପୃହ ହୁଅ । ତେବେ ତୁମର ବୁଦ୍ଧି ମୋ ସହିତ ଯୋଗଯୁକ୍ତ ହେଲା ବୋଲି କୁହାଯିବ ।”
ଆତ୍ମାର ସ୍ବରୂପ
ପ୍ରକୃତିଂ ପୁରୁଷଂ ଚୈବ ବିଦ୍ଧ୍ୟନାଦି ଉଭାବପି ।
ବିକାରାଂଶ୍ଚ ଗୁଣାଂଶ୍ଚୈବ ବିଦ୍ଧି ପ୍ରକୃତି ସମ୍ଭବାତ୍ ।ା ଗୀ ୧୩/୧୯ ।ା
“ପ୍ରକୃତି ଏବଂ ଆତ୍ମା ଉଭୟକୁ ହିଁ ଅନାଦି ବୋଲି ଜାଣ ଏବଂ କାମ କ୍ରୋଧାଦି ବିକାର ସମୁହକୁ ତଥା ଗୁଣଗୁଡିକୁ ମଧ୍ୟ ପ୍ରକୃତିରୁ ଉପôନ୍ନ ବୋଲି ଜାଣ ।ା ଏଠାରେ ଆତ୍ମାର ସ୍ବରୂପକୁ ଅନାଦି ବୋଲି କୁହାଯାଇଛି । ସାଂଖ୍ୟ ଯୋଗରେ ଆତ୍ମାର ସ୍ବରୂପକୁ ଅବିନାଶୀ ବୋଲି ଭଗବାନ କହିଛନ୍ତି । ତାହା ହେଲା,
ଦେହୀ ନିତ୍ୟମ ବଽୟଂ ଦେହେ ସର୍ବସ୍ୟ ଭାରତ ।
ତସ୍ମାତ୍ସର୍ବାଣି ଭୁତାନି ନ ତ୍ୱଂଶୋଚିତୁମର୍ହାସି ।ା ଗୀ ୨/୩୦ ।ା
“ହେ ଅର୍ଜୁନ! ସମସ୍ତ ପ୍ରାଣୀମାନଙ୍କ ଦେହରେ ଏହି ଜୀବାତ୍ମା ଅବିନାଶୀ ଅଟେ । ଆତ୍ମାର ମୃତୁ୍ୟ ନାହିଁ । ଏଣୁ ତୁ ସମସ୍ତଙ୍କ ପାଇଁ ଶୋକ ସନ୍ତପ୍ତ ହେବା ଅନୁଚିତ ।” ଏଠାରେ ଆତ୍ମାର ଅମରତ୍ୱକୁ ସ୍ବୀକାର କରାଯାଇଛି । ଶରୀର ପ୍ରକୃତିରୁ ଉପôନ୍ନ ହୋଇଥିବା ହେତୁ ବିନାଶୀ ବା କ୍ଷଣସ୍ଥାୟୀ ଅଟେ ।
ସର୍ବକର୍ମାଣି ମନସା ସନ୍ୟସ୍ୟାସ୍ତେ ସୁଖଂ ବଶୀ
ନବ ଦ୍ୱାରେ ପୁରେ ଦେହୀ ନୈବ କୁର୍ବନ୍ନ କାରୟନ ।ା ଗୀ - ୫/୧୩”
(ଯେତେବେଳେ ଦେହୀ ତା’ର ପ୍ରକୃତିକୁ ସଂଯତ କରେ ଏବଂ ମାନସିକ ସ୍ତରରେ ସମସ୍ତ କର୍ମ ତ୍ୟାଗ କରେ ସେତେବେଳେ ସେ ନ’ଟି ଦ୍ୱାର ଥିବା ଏ ପୁରରେ (ଶରୀରରେ) କିଛି ନ କରି କିମ୍ବା କରିବାର କାରଣ ନ ହୋଇ ଆନନ୍ଦରେ ବାସ କରେ ।”
ଉତ୍କ୍ରାମନ୍ତଂ ସ୍ଥିତଂ ବାପି ଭୁଞ୍ଜନଂ ବା ଗୁଣାନ୍ୱିତମ ।
ବିମୁଢ଼ା ନାନୁପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନ ଚକ୍ଷୁଷଃ ।ା ଗୀ ୧୫/୧୦ାା
ଅର୍ଥାତ୍, କିପରି ଆତ୍ମା ତା’ର ଶରୀର ତ୍ୟାଗ କରିପାରେ ଏକଥା ମୁର୍ଖମାନେ ବୁଝି ପାରନ୍ତି ନାହିଁ କିମ୍ବା ଭୁତ ପ୍ରକୃତିର ତ୍ରିଗୁଣାଧୀନ ହୋଇ ଆତ୍ମା କି ପ୍ରକାର ଶରୀରରେ ରହି (ଜୀବନ) ଉପଭୋଗ କରୁଛି ଏ କଥା ମଧ୍ୟ ସେମାନେ ବୁଝି ପାରନ୍ତି ନାହିଁ । କେବଳ ଚକ୍ଷୁ ଦ୍ୱାରାହିଁ ଆତ୍ମାକୁ ଦେଖାଯାଇ ପାରେ ।
ନ ଜାୟତେ ମ୍ରିୟତେ ବା କଦାଚିନ୍
ନାୟଂ ଭୁତ୍ୱା ଭବିତା ବା ନ ଭୁୟଃ,
ଅଜୋ ନିତ୍ୟଃ ଶାଶ୍ୱତୋ ଽୟଂ ପୁରାଣୋ,
ନ ହନ୍ୟତେ ହନ୍ୟମାନେ ଶରୀରେ ।ା ଗୀ ୨/୨୦ ।ା
ଅର୍ଥାତ, ଆତ୍ମାର ଜନ୍ମ ନାହିଁ ବା ମୃତୁ୍ୟ ନାହିଁ । ଏପରି ସମୟ ନ ଥିଲା ଯେତେବେଳେ ତାହା ନ ଥିଲା, ପୁଣି ଏପରି ସମୟ ହେବ ନାହିଁ ଯେତେବେଳେ ତାହା ନ ଥିବ । ତାହା ଅଜ, ଶାଶ୍ୱତ, ସର୍ବଦା ବିଦ୍ୟମାନ, ଅମର ଏବଂ ପୁରାତନ ଅଟେ । ଶରୀରର ମୃତୁ୍ୟରେ ତାହାର ମୃତୁ୍ୟ ହୁଏ ନାହିଁ ।
ଅଚ୍ଛେଦ୍ୟୋଽୟମ୍ ଅଦାହ୍ୟୋଽୟମ୍
ଅକ୍ଳେଦ୍ୟୋଽଶୋଷ୍ୟ ଏବ ଚ ।
ନିତ୍ୟଃ ସର୍ବଗତଃ ସ୍ଥାଣୁର୍
ଅଚଳୋଽୟଂ ସନାତନଃ ।ା ଗୀ ୨/୨୪ ।ା
ଅର୍ଥାତ୍, ଏହି ଆତ୍ମା ଅଚ୍ଛେଦ୍ୟ ଏବଂ ଅକ୍ଳେଦ୍ୟ ଅଟେ ଏବଂ ଏହାକୁ ପୋଡି ଦିଆଯାଇପାରିବ ନାହିଁ କିମ୍ବା ଶୁଷ୍କ କରି ଦିଆଯାଇପାରିବ ନାହିଁ, ଏହା ଚିରନ୍ତନ, ସମସ୍ତ ଜୀବରେ ବ୍ୟାପକ, ଅପରିବର୍ନୀୟ, ସ୍ଥାଣୁ ଏବଂ ସନାତନ ଅଟେ ।
ଉପର୍ଯୁ୍ୟକ୍ତ ଶ୍ଳୋକଗୁଡିକୁ ସୂକ୍ଷ୍ମ ଭାବରେ ତର୍ଜମା କଲେ ସାରାଂଶ ସ୍ବରୂପ ନିମ୍ନଲିଖିତ ତଥ୍ୟଗୁଡ଼ିକ ପ୍ରାପ୍ତ ହୁଏ ।
୧) ଆତ୍ମା ଓ ପ୍ରକୃତି ଏ ଦୁହେଁ ଅନାଦି ପୃଥକ ସା ଅଟନ୍ତି ।୨) ଶରୀର ପ୍ରକୃତିରୁ ସୃଷ୍ଟି (ଜାତ) ହୋଇଛି । ଏହାକୁ କ୍ଷେତ୍ର କୁହାଯାଏ । ଆତ୍ମା କ୍ଷେତ୍ରଜ୍ଞ ଅଟେ ।
୩) ଦେହ ରୂପକ ପୁରୀରେ ରହୁଥିବା ଆତ୍ମା ହେଉଛି ପୁରୁଷ, ଏହି ପୁରୀର ନବ ଦ୍ୱାର ଅଛି ।
୪) ଆତ୍ମାକୁ କେବଳ ଜ୍ଞାନ ଚକ୍ଷୁ ଦ୍ୱାରା ଦେଖାଯାଇପାରେ । ଚର୍ମ ଚକ୍ଷୁ ଦ୍ୱାରା ଆତ୍ମାକୁ ଏଥିପାଇଁ ଦେଖାଯାଇପାରେ ନାହିଁ ଯେ ଏହା ପ୍ରକୃତିରୁ ଭିନ୍ନ, ଦିବ୍ୟ, ଅବ୍ୟକ୍ତ, ଚୈତନ୍ୟ, ସୂକ୍ଷ୍ମାତି ସୂକ୍ଷ୍ମ ଦ୍ରଷ୍ଟା ଅଟେ ।
୫) ଏହି ଆତ୍ମାର କେବେ ଜନ୍ମ ହୁଏ ନାହିଁ, କେବେ ମୃତୁ୍ୟ ହୁଏ ନାଏ । ଯେଉଁ ଶରୀରରେ ଏହା ନିବାସ କରେ ତାହା ନାଶବାନ ଅଟେ ପରନ୍ତୁ ଆତ୍ମା ଅନାଦି ଓ ଅବିନାଶୀ ଅଟେ ।
୬) ଏହାକୁ ଶସ୍ତ୍ର କାଟିପାରେ ନାହିଁ, ଜଳ ଭିଜାଇ ପାରେ ନାହିଁ ଓ ପବନ ଶୁଖାଇ ପାରେନାହିଁ ।
୭) ଏହି ଆତ୍ମା ମୂଳତଃ ପବିତ୍ର ସ୍ବରୂପ । କିନ୍ତୁ ଆବାଗମନ ଚକ୍ରରେ ବାରମ୍ବାର ଆସିବା ହେତୁ ଦେହାଭିମାନୀ ହୋଇଯାଏ । ଦେହ ଅଭିମାନରୁ ବିକାର ଗୁଡ଼ିକ ଜନ୍ମ ନିଅନ୍ତି ।
Comments
Post a Comment