ଈଶ୍ୱରୀୟ ଜ୍ଞାନ ଦ୍ୱାରା ପରମାତ୍ମା ପ୍ରତ୍ୟକ୍ଷତା --- ବ୍ର.କୁ.ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ
ଈଶ୍ୱରୀୟ ଜ୍ଞାନ ଦ୍ୱାରା ପରମାତ୍ମା ପ୍ରତ୍ୟକ୍ଷତା
ବ୍ର.କୁ.ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ
ଭାରତ ଭୂମିରେ ୧୯୩୭ ମସିହାରୁ ପ୍ରଜାପିତା ବ୍ରହ୍ମାଙ୍କ ସାକାର ଶରୀର ମାଧ୍ୟମରେ ପରମାତ୍ମାଙ୍କ ଅବତରଣ ହୋଇ ସାରିଛି । ଏହା ନିକଟ ଭବିଷ୍ୟତରେ ସଂଘଟିତ ହେବାକୁ ଥିବା ମହାବିନାଶର ସୂଚନା ଦିଏ । ଶ୍ରୀମଦ୍ଭଗବତ ଗୀତା ଅନୁସାରେ ଅଧର୍ମର ବିନାଶ ଓ ଧର୍ମର ସ୍ଥାପନା ପାଇଁ ପରମାତ୍ମା ଧର୍ମଗ୍ଳାନି ସମୟରେ ଧରାପୃଷ୍ଟରେ ଅବତରଣ କରନ୍ତି । ସୂକ୍ଷ୍ମ ବିବେଚନା କଲେ ଏକଥା ବୁଝି ହେବ ଯେ ସମଗ୍ର କଳ୍ପରେ କଳି ଯୁଗର ଅନ୍ତିମ ଚରଣ ହିଁ ଧର୍ମଗ୍ଳାନିର ସମୟ । ସଂପ୍ରତି ଅନେକାନେକ ଧାର୍ମିକ ସଂପ୍ରଦାୟ ମାନବ ସମାଜର ଆଧ୍ୟାତ୍ମିକ ଉାନ ପାଇଁ ନିଜ ନିଜ ଦର୍ଶନ ଅନୁସାରେ ପ୍ରୟାସରତ ଥିଲେ ମଧ୍ୟ ଆଶାନୁରୂପ ସଫଳତା ପାଇ ପାରୁ ନାହାନ୍ତି । ଯେଉଁଠି ଧାର୍ମିକ ସଂଗଠନ ମଧ୍ୟରେ ଏକତା ନାହଁ, ସେଇଠି ସେମାନେ ବିଶ୍ୱ ଏକତା କିପରି ଆଣି ପାରିବେ ? ଏପରି ପରିସ୍ଥିତିରେ ସାକ୍ଷାତ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କିଏ ବା ସମଗ୍ର ବିଶ୍ୱରେ ସୁଖ,ଶାନ୍ତି, ସମୃଦ୍ଧି ଓ ପବିତ୍ରତା ସ୍ଥାପନ କରି ପାରିବ ? ବର୍ମାନ ବିଶ୍ୱ ପରିଦୃଶ୍ୟରେ ବିଚାର କଲେ ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ବୈଜ୍ଞାନିକମାନେ ବାରମ୍ବାର ଏହି ଯୁଦ୍ଧର ଭୟାବହତା ଉପରେ ସତର୍କ ବାଣୀ ଶୁଣାଉଛନ୍ତି । ମହାଭାରତ ଗ୍ରନ୍ଥରେ ବର୍ଣ୍ଣିତ ମହାଭାରତ ଯୁଦ୍ଧ ଏହି ଆସନ୍ନ ତୃତୀୟ ମହା ସମରର କାବି୍ୟକ ରୂପାନ୍ତର ମାତ୍ର । ସର୍ବତ୍ର ଯୂଦ୍ଧର ହୁକାଂର ମଧ୍ୟରେ ବର୍ମାନ ପରମାତ୍ମାଙ୍କ ଗୀତାଜ୍ଞାନ ପ୍ରଦାନ ସେହି ଗୀତାଯୁଗର ପୁନାରାବୃିକୁ ପ୍ରମାଣିତ କରୁଛି ।
ଭାଗବତରେ ପରମାତ୍ମାଙ୍କ ସ୍ୱରୂପର ବର୍ଣ୍ଣନା କରି କୁହାଯାଇଛି - ତାପ ତ୍ରୟ ବିନାଶାୟ । ଆଧ୍ୟାତ୍ମିକ,ଆଧିଦୈବିକ ଓ ଆଧିଭୌତିକ ଏହି ତିନି ପ୍ରକାର ତାପରୁ ରକ୍ଷା କରିବା ପାଇଁ ପରମାତ୍ମାର ସୃଷ୍ଟିରେ ଅବତରଣ କରି ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗର ଶିକ୍ଷା ଦେଉଛନ୍ତି । ତଥାପି କଳି କଳୁଷିତ ମାନବ ତାଙ୍କୁ ଚିହ୍ନି ପାରୁ ନାହିଁ । ମାନବାତ୍ମା ଜନ୍ମଜନ୍ମାନ୍ତର ଧରି ଭୋଗ ଉପଭୋଗ କରି ଆସୁଛି; ତଥାପି ବି ସେ ତୃପ୍ତ ନୁହେଁ । ବିଷୟ ଭୋଗ ମଣିଷକୁ ତୃପ୍ତି ଓ ଶାନ୍ତି ଦେଇ ପାରେ ନାହଁ । ସଂସାରର ପ୍ରତ୍ୟେକ ପଦାର୍ଥ ପରିଣାମରେ ଧ୍ୱଂସ ପ୍ରାପ୍ତ ହେଉଥିବାରୁ ପରିପୂର୍ଣ୍ଣ ନୁହେଁ । ପରମାତ୍ମା ହିଁ କେବଳ ପରିଣାମ ସ୍ୱରୂପ । ସେହି ପରମାତ୍ମାଙ୍କୁ ଯିଏ ଚିହ୍ନିପାରେ ଏବଂ ତାଙ୍କ ସହିତ ମନକୁ ଯିଏ ତଦାକାର କରେ ସେହି ଜୀବାତ୍ମା ହିଁ ପରିପୂର୍ଣ୍ଣ ହୋଇ ଶ୍ରୀ ନାରାୟଣ ରୂପ ହୁଏ । ଜୀବାତ୍ମା ଯେ ପର୍ଯ୍ୟନ୍ତ ଅପୂର୍ଣ୍ଣ ସେ ପର୍ଯ୍ୟନ୍ତ ତାକୁ ଶାନ୍ତି ମିଳେ ନାହିଁ । ପରମାତ୍ମା ମିଳନ ବିନା ଆତ୍ମାରେ ପୂର୍ଣ୍ଣତା ଓ ଶାନ୍ତି ଆସେ ନାହିଁ । ଈଶ୍ପରୀୟ ଜ୍ଞାନ ଓ ସହଜ ରାଜଯୋଗ ହିଁ ପରମାତ୍ମା ମିଳନର ଏକ ମାତ୍ର ପନ୍ଥା । କଳିଯୁଗୀ ମାନବ କଠୋର ହଠ ଯୋଗ କରି ପାରିବ ନାହିଁ । ରାଜଯୋଗ ଅଭ୍ୟାସ ପାଇଁ ଘର ଗୃହସ୍ଥି ତ୍ୟାଗ କରି ଜଙ୍ଗଲକୁ ଯିବାର ଆବଶ୍ୟକତା ନାହିଁ । ଗୋପୀମାନେ ଗୃହ କିମ୍ବା ସ୍ୱଧର୍ମ ତ୍ୟାଗ କରି ନ ଥିଲେ । ତଥାପି ମଧ୍ୟ ଈଶ୍ପରାନୁଭୁତି ତାଙ୍କର ରହିଥିଲ । ପରମାତ୍ମା କହନ୍ତି, ""ଘର ଗୃହସ୍ଥିରେ ରହ । ଶାରୀରିକ ପୋଷଣ ପାଇଁ କାର୍ଯ୍ୟ ବ୍ୟବହାର କର । କିନ୍ତୁ ମନ ବୁଦ୍ଧିକୁ ମୋଠାରେ ଅର୍ପଣ କରି ଦିଅ । ଘରେ ରହିବା ପାପ ନୁହେଁ ; କିନ୍ତୁ ଘରକୁ ମନରେ ରଖିବା ପାପ ।''
ଈଶ୍ୱରୀୟ ଜ୍ଞାନ ମନୁଷ୍ୟକୁ ନିର୍ଭୟ କରେ । ପାପ ହିଁ ସମସ୍ତ ଭୟର କାରଣ । ନିରନ୍ତର ଈଶ୍ୱରୀୟ ସ୍ମୃତି ଓ ପ୍ରୀତି ବ୍ୟତିରେକ ଜନ୍ମ ଜନ୍ମାନ୍ତରର ସିତ ପାପ ବିନଷ୍ଟ ହୁଏ ନାହିଁ । ପରମାତ୍ମାଙ୍କ ବ୍ୟତୀତ ଅନ୍ୟ ସହିତ ପ୍ରେମ କରିବା ବ୍ୟକ୍ତି ଈଶ୍ୱରୀୟ ଜ୍ଞାନର ଅଧିକାରୀ ହୋଇ ପାରେ ନାହିଁ । ପରମାତ୍ମା ପ୍ରେମରେ ଦେହ ଅଭିମାନ ବିସ୍ମୃତ ହୋଇ ଆତ୍ମିକ ସ୍ମୃତି ଜାଗ୍ରତ ହେଲେ ତାଙ୍କୁ ସାକ୍ଷାତ ଅନୁଭବ କରି ହେବ । ପରମାତ୍ମା ସ୍ମୃତିହିଁ ଆତ୍ମାର ପ୍ରେମ ସ୍ୱରୂପକୁ ପ୍ରକଟିତ କରେ । ଆଚାର ବିଚାର ବିନା ମନ ଶୁଦ୍ଧ ହୁଏ ନାହିଁ । ଯେ ପର୍ଯ୍ୟନ୍ତ ମନର ଶୁଦ୍ଧି ନ ହୋଇଛି ସେ ପର୍ଯ୍ୟନ୍ତ ଈଶ୍ୱରୀୟ ପ୍ରୀତି ହୁଏ ନାହିଁ । ଜୀବନରେ ସଂଯମ ଏବଂ ସଦାଚାର ଯେ ପର୍ଯ୍ୟନ୍ତ ନ ଆସିଛି ସେ ପର୍ଯ୍ୟନ୍ତ ଜ୍ଞାନର କି ପ୍ରୟୋଜନ ? ଜ୍ଞାନକୁ ବ୍ୟବହାରିକ ଜୀବନରେ ଉପଯୋଗ ଦ୍ୱାରା ହିଁ ପରମାତ୍ମା ପ୍ରତ୍ୟକ୍ଷତା ସମ୍ଭବ ।ଈଶ୍ୱରୀୟ ସ୍ମୃତିର ଅଭ୍ୟାସ ବେଳେ ମାୟା ଅନେକ ବିଘ୍ନ ଉପôନ୍ନ କରାଏ । ମନ ଈଶ୍ୱରାଭିମୁଖୀ ହେଉ ଏକଥା ମାୟାକୁ ପସନ୍ଦ ଲାଗେ ନାହିଁ । ମାୟାର କୌଣସି ଏକ ନିର୍ଦ୍ଧଷ୍ଟ ରୂପ ନାହିଁ । ଏହା ଏକ ସର୍ବ ବ୍ୟାପକ ତ୍ୱ । ଈଶ୍ୱର ବିମୁଖ ଆତ୍ମା ମାୟା ପାଖରେ ପରାଜିତ ହୁଏ । ପ୍ରୀତ ବୁଦ୍ଧି ବିଜୟନ୍ତି । ବିନାଶ କାଳେ ବିପରୀତ ବୁଦ୍ଧି ବିନଶ୍ୟନ୍ତି । ନେତ୍ର ଏବଂ ଶ୍ରୋତ୍ରକୁ ଯିଏ ପବିତ୍ର ରଖେ ତା'ର ହୃଦୟ ସିଂହାସନରେ ହିଁ ପରମାତ୍ମା ବିରାଜମାନ କରନ୍ତି । କର୍ଣ୍ଣକୁ ଜ୍ଞାନ ଶ୍ରବଣ କରାଇଲେ ମନରେ ପରମାତ୍ମା ସ୍ଥିର ହୋଇ ବିରାଜମାନ କରିବେ। ଅର୍ଥାତ ଈଶ୍ୱରୀୟ ସ୍ମୃତି ଦୃଢ ହେବ । ପ୍ରତ୍ୟେକ ସତ୍କର୍ମ ପୂର୍ବରୁ ଶାନ୍ତି ପାଠ କରାଯାଏ । ତା'ର ମନ୍ତ୍ର ହେଲା- ""ଓଂ ଭଦ୍ରଂ କର୍ଣ୍ଣଭିଃ ଶୃଣୁୟାମ ଦେବାଃ ।'' ହେ ଦେବ ! କର୍ଣ୍ଣ ଦ୍ୱାରା ଆମେ ଯେପରି କଲ୍ୟାଣକାରୀ ବାଣୀ ହିଁ ଶୁଣୁ । ଦୃଷ୍ଟି ଓ ଶ୍ରୁତି ଉଭୟ ପବିତ୍ର ହେବା ଆବଶ୍ୟକ । ତା'ପରେ ସତ କର୍ମର ଆରମ୍ଭ କରିବା ଉଚିତ । କଥାରେ ଅଛି - “ଯେପରି ହୃଷ୍ଟି, ସେପରି ବୃି; ଯେପରି ବୃି, ସେପରି କୃତି ।'' ବିଶୁଦ୍ଧ ଇନ୍ଦ୍ରିୟ ଦ୍ୱାରା ହିଁ ପରମାତ୍ମାନୁଭୂତି ସମ୍ଭବ । ଇନ୍ଦି୍ରୟ ଶୁଦ୍ଧି ମଧ୍ୟ ଆବଶ୍ୟକ । ମନଃ ଶୁଦ୍ଧି ପାଇଁ ଈଶ୍ୱରୀୟ ଜ୍ଞାନର ମନନ ହଁ ଏକ ମାତ୍ର ସାଧନ ଅଟେ । ମାନସିକ ବିକ୍ଷେପରୁ ରକ୍ଷା ପାଇବା ପାଇଁ ଈଶ୍ୱରୀୟ ଚିନ୍ତନରେ ମନକୁ ବ୍ୟସ୍ତ ରଖିବା ଉଚିତ । ଶ୍ରବଣ ମନନ ଏବଂ ନିଦିଧ୍ୟାସନ ଦ୍ୱାରା ଜ୍ଞାନ ଦୃଢ ହୁଏ । ""ଅଦୃଢ ଚ ହତଂ ଜ୍ଞାନଂ ପ୍ରମାଦେନ ହତଂ ଶ୍ରୁତମ୍ । ସଂଦିଗ୍ଧୋ ହି ହତୋ ମନ୍ତ୍ରୋ ବ୍ୟଗ୍ର ଚିୋ ହତୋ ଜପ ।'' ଦୃଢତା ବିନା ଜ୍ଞାନ ବ୍ୟର୍ଥ । ଏକାଗ୍ରତା ବିନା ଶୁଣିଥିବା ଜ୍ଞାନ ବ୍ୟର୍ଥ । ସନ୍ଦେହଯୁକ୍ତ ମନ୍ତ୍ର ବ୍ୟର୍ଥ । ବ୍ୟଗ୍ର ଚିରେ କରା ଯାଉଥିବା ଜପ ନିଷ୍ଫଳ ।
ଅନେକ ଜନ୍ମରୁ ମନର ବିକ୍ଷେପ ହେବାର ଅଭ୍ୟାସ ରହି ଆସିଛି । ଈଶ୍ୱରୀୟ ସ୍ମୃତିରେ ମନକୁ ଏକାଗ୍ର କରିବାର ଅଭ୍ୟାସ ବେଳେ ପ୍ରଥମେ ସାଂସାରିକ ବିଷୟ ହିଁ ମନେ ପଡେ । ସେଥିରେ ବ୍ୟସ୍ତ ନ ହୋଇ ପରମାତ୍ମାଙ୍କ ସ୍ୱରୂପ ଓ ତାଙ୍କ ସହିତ ଆତ୍ମାର ବିଭିନ୍ନ ସମ୍ବନ୍ଧ କଥା ଚିନ୍ତା କରିବା ବିଧେୟ । ପରମାତ୍ମା ସର୍ବାତ୍ମାଙ୍କ ପିତା । ତେଣୁ ପରମାତ୍ମାଙ୍କୁ ସେହି ରୂପରେ ଚିନ୍ତା କରି ନିଜକୁ ଈଶ୍ୱରୀୟ ସନ୍ତାନ ବୋଲି ସ୍ମୃତିରେ ଆଣିଲେ ଆସୁରୀ ସଂକଳ୍ପ ବିକଳ୍ପର ବିନାଶ ହେବ ଏବଂ ମନରେ ଧୀରେଧୀରେ ଶୁଦ୍ଧ ସଂକଳ୍ପର ତରଙ୍ଗ ଉପôନ୍ନ ହେବ । ପରମାତ୍ମାଙ୍କ ସହିତ ସାଂସାରିକ ସର୍ବ ସମ୍ବନ୍ଧ ଯୋଡିଦେଲେ ମନ କୌଣସି ଶାରୀରିକ ସମ୍ବନ୍ଧର ଆକର୍ଷଣରେ ଆକର୍ଷିତ ହେବ ନାହିଁ । ""ହେ ପ୍ରିୟ ପିତା ! ତୁମେ ହିଁ ମୋର ସବୁ କିଛି । ମୋର ସବୁ କିଛି ତୁମର ।” “ତ୍ୱମେବ ମାତାଶ୍ଚ ପିତା ତ୍ୱମେବ ..” ପରମାତ୍ମା ସ୍ମୃତି ମନକୁ ବିଶୁଦ୍ଧ କରେ । ଦାନ ବା ସ୍ନାନରେ ମନ ଶୁଦ୍ଧି ହୁଏ ନାହିଁ । ସାଂସାରିକ ଚିନ୍ତନରେ ବିକୃତ ହୋଇଥିବା ମନ ଈଶ୍ୱରୀୟ ଚିନ୍ତନର ନିରବଚ୍ଛିନ୍ନ ଅଭ୍ୟାସ ବ୍ୟତିରେକ ଶୁଦ୍ଧ ହୁଏ ନାହିଁ । ପରମାତ୍ମା ଇନ୍ଦ୍ରିୟାତୀତ ହୋଇ ଥିବାରୁ ତାଙ୍କ ସହିତ ଦୈହିକ ମିଳନ ସମ୍ଭବ ନୁହେଁ । ତାଙ୍କ ସହିତ କେବଳ ମନୋମିଳନ ହୋଇ ପାରେ । ସତତ ଈଶ୍ୱରୀୟ ସ୍ୱରୂପର ଚିନ୍ତନ ବିନା ଏହି ମନୋମିଳନ ହୋଇ ପାରେ ନାହିଁ । ସତତ ଈଶ୍ୱରୀୟ ସ୍ୱୃତିର ଅଭ୍ୟାସ ଆତ୍ମାରେ ସିତ ତମୋଗୁଣୀ ସଂସ୍କାର (ପାପ) କୁ ଧ୍ୱଂସ କରେ ଓ ଧୀରେ ଧୀରେ ପରମାତ୍ମାଙ୍କ ଶକ୍ତି ଆତ୍ମାରେ, ସାରିତ ହୋଇ ସିତ ହୁଏ । ଈଶ୍ୱରୀୟ ସ୍ମୃତିର ପରିପକ୍ୱ ଅବସ୍ଥାକୁ ସମାଧି କୁହାଯାଏ । ଏହି ଅବସ୍ଥାରେ କେବଳ ଈଶ୍ୱରୀୟ ସ୍ମୃତି ବିନା ଆଉ ଅନ୍ୟ କୌଣସି ସଂକଳ୍ପ ବା ବିକଳ୍ପ ମନକୁ ହଲଚଲ କରେ ନାହିଁ । ଏହାହିଁ ପରମାତ୍ମା ପ୍ରତ୍ୟକ୍ଷତା । ାା ଓମ ଶାନ୍ତି ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫, ଫୋ.-(୦୬୬୫୮) ୨୨୨୩୩୯ (ଘର),
ମୋବାଇଲ - ୯୪୩୭୨୧୦୨୯୬
Comments
Post a Comment