ପରମାତ୍ମାଙ୍କ ସତ୍ୟ ପରିଚୟ--- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,
ପରମାତ୍ମାଙ୍କ ସତ୍ୟ ପରିଚୟ
ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,
ପାଟଣାଗଡ,ବଲାଙ୍ଗୀର
ଶ୍ରୀମଦଭଗବଦ୍ ଗୀତାରେ ବିଶ୍ୱରୂପ ଦର୍ଶନ ପ୍ରକରଣରେ ଗୀତାକାର ଅର୍ଜୁନଙ୍କ ମାଧ୍ୟମରେ ପରମାତ୍ମାଙ୍କ ବିଷୟରେ କହନ୍ତି - ତୁମେ ଦେବତାମାନଙ୍କ ମଧ୍ୟରେ ସର୍ବପ୍ରଥମ; ତୁମେହିଁ ଆଦ୍ୟ ପୁରୁଷ,ତୁମେହିଁ ସଂସାରର ପରମ ଆଧାର ଅଟ । ତୁମେ ଜ୍ଞାତା, ଜେ୍ଞୟ ଓ ସର୍ବୋଚ୍ଚ ଅଟ । ହେ ଅନନ୍ତରୂପଧାରୀ ! ତୁମେହିଁ ଏହି ସଂସାରକୁ ବ୍ୟାପ୍ତ କରିଅଛ ।
ତ୍ୱମାଦି ଦେବଃ ପୁରୁଷଃ ପୁରାଣ
ତ୍ୱମସ୍ୟ ବିଶ୍ୱସ୍ୟ ପରଂ ନିଧାନମ୍,
ବୋସି ବେଦ୍ୟଂ ଚ ପରଂ ଚ ଧାମ ।
ତ୍ୱୟା ତତଂ ବିଶ୍ୱମନନ୍ତରୂପଂ । ଗୀ-୧୧/୩୮ାା
ଏହାର କେତୋଟି ଶ୍ଳୋକ ପରେ ପୁଣି କୁହାଯାଇଛି-
“ ତୁମେ ଏହି ସମସ୍ତ ଚରାଚର ଜଗତର ପିତା ଅଟ । ତୁମେ ଏହି ସଂସାରର ପୂଜନୀୟ ତଥା ଆଦରଣୀୟ ଗୁରୁ ଅଟ । ହେ ଅନୁପମ ମହିମାମୟ ! ତ୍ରିଲୋକରେ ତୁମ ସମ ଆଉ କେହିନାହିଁ । ତେବେ ତୁମଠାରୁ କିଏ ବା ଅଧିକ ହୋଇ ପାରିବ ?
ପିତାସି ଲୋକସ୍ୟ ଚରାଚରସ୍ୟ
ତ୍ୱମସ୍ୟ ପୂଜ୍ୟଶ୍ଚ ଗୁରୁର୍ଗରୀୟାନ୍
ନ ତ୍ୱସôମୋ ସତୟଭ୍ୟଧିକଃ କୁତୋ ନ୍ୟୋ
ଲୋକ ତ୍ର୍ୟୟେପ୍ୟପ୍ରତିମ ପ୍ରଭାବ ।ା(ଗୀ ୧୧/୧୩)
ଏଠାରେ ପରମାତ୍ମାଙ୍କୁ ଏକ ଲୋକାତୀତ ରହସ୍ୟ ଭାବରେ ବର୍ଣ୍ଣନା ନ କରି ତାଙ୍କୁ ଅତି ଘନିଷ୍ଠ ସମ୍ବନ୍ଧରେ ସ୍ତୁତି କରାଯାଇଛି। ପିତା-ପୁତ୍ର, ମିତ୍ର-ମିତ୍ର ବା ପ୍ରେମିକ-ପ୍ରେମିକା ମଧ୍ୟରେ ଥିବା ଘନିଷ୍ଠ ସମ୍ବନ୍ଧ ପରି ତାଙ୍କ ସହିତ ପ୍ରତ୍ୟେକ ଆତ୍ମାର ସମ୍ପର୍କ ଅତ୍ୟନ୍ତ ନିବିଡ ବୋଲି ଏଠାରେ ବୁଝା ପଡୁଛି । ଋଗବେଦ ମଧ୍ୟ ପରମାତ୍ମାଙ୍କୁ ପିତା ରୂପରେ ସ୍ୱୀକାର କରି କହେ -“ ପିିତା ଯେପରି ପୁତ୍ର ପାଇଁ ସୁଲଭ ହୁଏ, ତୁମେ ମଧ୍ୟ ଆମ ପାଇଁ ସେପରି (ସୁଲଭ) ହୁଅ ।” ସନଃ ପିତବେ ସୁନବେ ଗ୍ନେ ସୁପାୟନୋ, ଭବ ! ସଚସ୍ୱା ନଃ ସ୍ୱସ୍ତୟେ ”(ଋଗବେଦ ୧/୧/୯) ଯଜୁର୍ବେଦରେ କୁହାଯାଇଛି- “ହେ ପ୍ରଭୁ ! ଆପଣ ଆମର ପିତା ଅଟନ୍ତି, ପିତାଙ୍କ ପରି ଆମକୁ ଶିକ୍ଷା ଦିଅ।” ପିତା ନୋ ସି ପିତା ନୋ ବୋଧି ନମସ୍ତେ ଅସ୍ତୁ ମା ମା ହିଂସୀ ।(ଯଜୁର୍ବେଦ-୩୭/୨୦) ହେ ଜଗଦୀଶ୍ୱର । ଆପଣ ଆମର ପିତା ଅଟନ୍ତି । ରକ୍ଷକ ଅଟନ୍ତି, ଆପଣ ଆମକୁ ଶିକ୍ଷା ଦିଅନ୍ତୁ, ଆପଣଙ୍କୁ ଆମର ନମସ୍କାର ।”
ଏହିପରି ସମସ୍ତ ଆତ୍ମାଙ୍କ ପିତାଙ୍କୁ ପରମାତ୍ମା ରୂପରେ ସ୍ମରଣ କରାଯାଏ । ସମସ୍ତ ଆତ୍ମାଙ୍କଠାରୁ ଶ୍ରେଷ୍ଠ ହୋଇଥିବା ହେତୁ ତାଙ୍କୁ ପରମାତ୍ମା କୁହାଯାଏ । କିନ୍ତୁ ଆମେ ପରମାତ୍ମାଙ୍କ ପ୍ରକୃତ ପରିଚୟ ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଯଥାର୍ଥ ଭାବରେ ସ୍ମରଣ କରି ପାରିବା ନାହିଁ କି ତାଙ୍କୁ ପିତା ରୂପରେ ଅନୁଭବ କରି ପାରିବା ନାହିଁ । ଲୌକିକ ବ୍ୟବହାରରେ ମଧ୍ୟ ଯେପର୍ଯ୍ୟନ୍ତ ଜଣକ ସହ÷ତ କୌଣସି ପରିଚୟ ବା ସମ୍ବନ୍ଧ ହୁଏ ନାହିଁ ସେ ପର୍ଯ୍ୟନ୍ତ ତାଙ୍କୁ କେହି ସ୍ମରଣ କରନ୍ତି ନାହିଁ । ପରମାତ୍ମା ଇନ୍ଦି୍ରୟାତୀତ ହୋଇଥିବାରୁ ତାଙ୍କୁ ସ୍ଥୂଳ ନେତ୍ର ଦ୍ୱାରା ପ୍ରତ୍ୟକ୍ଷ କରିବା ସମ୍ଭବ ନୁହେଁ । ସେ ଅଜନ୍ମା ଓ ଅବ୍ୟକ୍ତମୂର୍ ଅଟନ୍ତି । ଗୀତାରେ କୁହାଯାଇଛି :-
ଅବ୍ୟକ୍ତାଦିନି ଭୂତାନି ବ୍ୟକ୍ତ ମଧ୍ୟାନି ଭାରତ ।
ଅବ୍ୟକ୍ତୋକ୍ଷର ଇତୁ୍ୟକ୍ତସ୍ତମାହୁଃ ପରମାଂ ଗତିମ୍ ।
ଯ ପ୍ରାପ୍ୟ ନ ନିବର୍ନ୍ତେ ତଦ୍ଧାମ ପରମଂ ମମ ।ା ଗୀତା ୮/୨୧ ।ା
ସେହି ଅବ୍ୟକ୍ତ ସ୍ୱରୂପ ପରମାମାô ଚର୍ମନେତ୍ର ଦ୍ୱାରା ଦୃଶ୍ୟ ହୁଅନ୍ତି ନାହିଁ । ତାଙ୍କୁ କେବଳ ଦିବ୍ୟ ଚକ୍ଷୁ ଦ୍ୱାରାହିଁ ଅନୁଭବ କରିହୁଏ । ଏକଥା ସେ ସ୍ୱୟଂ ଗୀତାରେ କହିଛନ୍ତି ।
ନ ତୁ ମାଂ ଶକ୍ୟସେ ଦ୍ରଷ୍ଟୁମନେନୈବ ସ୍ୱଚକ୍ଷୁସା,
ଦିବ୍ୟଂ ଦଦାମି ତେ ଚକ୍ଷୁଃ ପଶ୍ୟ ମେ ଯୋଗମୈଶ୍ୱରମ ।(ଗୀ-୧୧/୮)
ପରମାତ୍ମା ଏକ ଓ ଅଦ୍ୱିତୀୟ । ତାଙ୍କୁ ସତ୍ୟ ସ୍ୱରୂପ କୁହାଯାଏ । କାରଣ ଯାହା ସତ୍ୟ ତାହା ତିନିକାଳରେ ଅପରିବର୍ନୀୟ ଅଟେ । ପରମାତ୍ମା ଅଜର, ଅମର, ଅବିନାଶୀ ହେତୁ କାଳାତୀତ ଅଟନ୍ତି । ଯିଏ ସର୍ବମାନ୍ୟ ସିଏହିଁ ପରମାତ୍ମା ପଦବାଚ୍ୟ । ଜାତି, ଧର୍ମ, ମତ, ପନ୍ଥ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ତାଙ୍କୁ ସ୍ୱୀକାର କରନ୍ତି । ପରମାତ୍ମା ସର୍ବୋମ, ସର୍ବଶ୍ରେଷ୍ଠ, ସର୍ବୋଚ୍ଚ । ତାଙ୍କ ଉପରେ ଆଉ କେହି ନାହିଁ । ତାଙ୍କ ନାମ ,ଗୁଣ,ଧାମ,କର୍ବ୍ୟ ସମସ୍ତଙ୍କଠାରୁ ମହାନ ଅଟେ । ସେ ଜନ୍ମ-ମରଣ,କର୍ମଫଳ,ପାପ-ପୂଣ୍ୟର ଉଦ୍ଧ୍ୱର୍ରେ । ଜନ୍ମ କର୍ମ ଚ ମେ ଦିବ୍ୟମେବଂ ଯୋ ବେି ତ୍ୱତଃ ।ାଗୀତା୪/୯ାା ପରମାତ୍ମା ସର୍ବଜ୍ଞ ଅଟନ୍ତି । ଅର୍ଥାତ ସେ ସବୁକିଛି ଜାଣନ୍ତି । ମୁଣ୍ଡକୋପନିଷଦ୍ରେ ଉପନିଷଦରେ ପରମାତ୍ମାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି :
ଯଃ ସର୍ବଜ୍ଞଃ ସର୍ବବିଦ୍ ଯସୈଷ ମହିମା ଭୁବି ।
ଦିବ୍ୟ ବ୍ରହ୍ମପୁରେ ହ୍ୱେଷ ବ୍ୟୋମ୍ନ୍ୟାତ୍ମା ପ୍ରତିଷ୍ଠିତଃ ।ା(ମୁଣ୍ଡକୋପ..୨/୨/୭)
ଅର୍ଥାତ- ଯିଏ ସର୍ବଜ୍ଞ, ସର୍ବଜ୍ଞାନବୋ, ଜଗତରେ ଯାହାଙ୍କର ଏହି ପ୍ରକାର ମହିମା କରାଯାଇଛି , ଏହି ସେହି ଆତ୍ମା ପରମେଶ୍ୱର(ପରମାତ୍ମା) ଦିବ୍ୟ ଆକାଶ ରୂପୀ ବ୍ରହ୍ମଲୋକରେ ଅବ୍ୟକ୍ତ ସ୍ୱରୂପରେ ଅବସ୍ଥାନ କରନ୍ତି ।ପରମାତ୍ମା ଜ୍ଞାନ ଓ ଗୁଣର ମହାସାଗର ଅଟନ୍ତି । ପ୍ରତ୍ୟେକ ଗୁଣର ଆଧାର ଓ ଆକାର ଥାଏ । ତେଣୁ ପରମାତ୍ମାଙ୍କୁ ଆକାର ଓ ଆଧାର ରହିତ ଦୃଷ୍ଟିରୁ ନିରାକାର ଏବଂ ନିରାଧାର ବୋଲି କୁହାଯାଇ ନାହିଁ । ଫୁଲରେ ସୁଗନ୍ଧି ଥାଏ । ସୁଗନ୍ଧିର କୌଣସି ଆକାର ନାହିଁ । ଫୁଲ ନ ଥିଲେ ତାର ସୁଗନ୍ଧି ମଧ୍ୟ ନ ଥାନ୍ତା । ତେଣୁ ଯେତେ ସୂକ୍ଷ୍ମ ହେଉନା କାହିଁକି ଯାହାର ଅସ୍ତିତ୍ୱ ଅଛି ତା’ର ଆଧାର ଓ ଆକାର ଅଛି । ଆତ୍ମା ଅତ୍ୟନ୍ତ ସୂୂକ୍ଷ୍ମ ହେଲେ ମଧ୍ୟ ତା’ର ଆକାର ଜ୍ୟୋର୍ତିବିନ୍ଦୁ ସ୍ୱରୂପ ଅଟେ । ପରମାତ୍ମା ଶବ୍ଦ ସୂଚିତ କରେ ଯେ ସେ ମଧ୍ୟ ଆତ୍ମା ଭଳି ଜ୍ୟୋତିର୍ବିନ୍ଦୁ ଅଟନ୍ତି କିନ୍ତୁ ଆତ୍ମାମାନଙ୍କ ମଧ୍ୟରେ ପରମ ବା ଶ୍ରେଷ୍ଠ ଅଟନ୍ତି । କାରଣ ସେ ଆତ୍ମା ଭଳି ଶରୀର ଧାରଣ କରି ଜନ୍ମ ମୃତୁ୍ୟ ଚକ୍ରରେ ଆସନ୍ତି ନାହିଁ । ତେଣୁ ତାଙ୍କୁ ଅଜନ୍ମା, ଅବିନାଶୀ ଓ ଅକ୍ଷର ବୋଲି କୁହାଯାଏ ।
ଆତ୍ମା ଶରୀର ଧାରଣ କରୁଥିବାରୁ ତା’ର ନାମ ସଜ୍ଞାବାଚକ ଅଟେ । ପରମାତ୍ମା ଅଶରୀରୀ ହୋଇଥିବାରୁ ତାଙ୍କର କର୍ବ୍ୟବାଚକ ନାମକରଣ କରାଯାଏ ନାହିଁ । ଯଥା: ପତିତରୁ ପାବନ କରୁଥିବାରୁ ପତିତପାବନ, ତ୍ରିଲୋକର ସ୍ୱାମୀ ହୋଇଥବାରୁ ତ୍ରିଲୋକନାଥ, ତାଙ୍କର କେହି ମାତା ପିତା ନ ଥିବାରୁ ଶମ୍ଭୁ (ସ୍ୱୟମ୍ଭୁ), ସର୍ବଦା ଜଗତର କଲ୍ୟାଣକାରୀ ହୋଇଥିବାରୁ ‘ଶିବ’ ଆଦି ନାମରେ ତାଙ୍କୁ ନାମିତ କରାଯାଏ । ସାଧାରଣତଃ ପରମାତ୍ମାଙ୍କ ‘ଶିବ’ ନାମ ବିଶେଷ ପ୍ରଚଳିତ । ଭାରତର ପ୍ରତ୍ୟେକ ପୁରପଲ୍ଲୀରେ ଶିବ ମନ୍ଦିର ଦେଖିବାକୁ ମିଳେ । ପ୍ରତ୍ୟେକ ଶିବ ମନ୍ଦିରର ମୁଖ୍ୟ ଦ୍ୱାରରେ “ଓଁ ଶ୍ରୀ ଶିବ ପରମାତ୍ମନେ ନମଃ” ବୋଲି ଲେଖା ହୋଇଥାଏ ।
ପରମାତ୍ମାଙ୍କ ଗୁଣ ଓ କର୍ମ ଯେପରି ଦିବ୍ୟ ସେହିପରି ତାଙ୍କର ନିବାସସ୍ଥାନ ମଧ୍ୟ ଦିବ୍ୟ ଅଟେ । “ଦିବ୍ୟ ବ୍ରହ୍ମପୁରେ ହ୍ୱେଷ ବ୍ୟୋମ୍ନ୍ୟାତ୍ମା ପ୍ରତିଷ୍ଠିତଃ ।” ଅର୍ଥାତ୍ ପରମାତ୍ମା ଦିବ୍ୟ ଆକାଶ ରୂପ ବ୍ରହ୍ମଲୋକରେ ପ୍ରତିଷ୍ଠିତ । ମୁଣ୍ଡକୋପନିଷଦର ଏହି ବାକ୍ୟ ପ୍ରମାଣିତ କରେ ଯେ ପରମାତ୍ମା ପରମଧାମ ନିବାସୀ । ସେଥିରେ ପରମଧାମର ବିଷଦ ବର୍ଣ୍ଣନା ଦେଖିବାକୁ ମିଳେ । ସେଠାରେ ସର୍ବତ୍ର ଅଖଣ୍ଡ ଜ୍ୟୋତି ଏବଂ ଦିବ୍ୟ ପ୍ରକାଶ ଉଦ୍ଭାସିତ ହେଉଥାଏ । ସେହି ନିର୍ବିକାର ଅଖଣ୍ଡ ପରମାତ୍ମା ପ୍ରକାଶମୟ ପରମଧାମରେ ବିରାଜିତ ଅଟନ୍ତି ।
ନ ତତ୍ର ସୂର୍ଯେ୍ୟା ଭାତି ନ ଚନ୍ଦ୍ରତାରକା
ନେମା ବିଦୁ୍ୟତୋ ଭାନ୍ତି କୁତୋ ଯମଗ୍ନିଃ ।
ତମେବ ଭାନ୍ତମନୁଭାତି ସର୍ବ,
ତସ୍ୟ ଭାସା ସର୍ବମିଦଂ ବିଭାତି ।ାମୁଣ୍ଡକୋପ :୨/୨/୧୦ାା
‘ବ୍ରହ୍ମ’ ଏକ ଦିବ୍ୟ ପ୍ରକାଶମୟ ମହତ୍ୱ ଅଟେ । ଏହି ବ୍ରହ୍ମ ମହତ୍ୱରେ ପରମାତ୍ମାଙ୍କ ଅବିନାଶୀ ଦିବ୍ୟଧାମ ଅଛି ।ଏଥି ପାଇଁ ତାଙ୍କୁ “ପରବ୍ରହ୍ମ ପରମେଶ୍ୱର ” କୁହାଯାଏ । କେତେକ ବିଦ୍ୱାନ ପରମାତ୍ମାଙ୍କୁ ସର୍ବବ୍ୟାପୀ ବୋଲି କୁହନ୍ତି । କିନ୍ତୁ ଉପରୋକ୍ତ କଥନରୁ ଏହି ସିଦ୍ଧାନ୍ତର ଖଣ୍ଡନ ହେଉଛି । ଗୀତାରେ ସ୍ପଷ୍ଟ କୁହାଯାଇଛି :-
ମୟା ତତମିଦଂ ସର୍ବଂ ଜଗଦବ୍ୟକ୍ତ ମୂିର୍ନା,
ମତ୍ସ୍ଥାନି ସର୍ବଭୂତାନି ନ ଚାହଂ ତେଷ୍ୱବସ୍ଥିତଃ ।ାଗୀ-୯/୪ାା
ଅର୍ଥାତ ଏହି ସମଗ୍ର ସଂସାରକୁ ମୁଁ ମୋର ଅବ୍ୟକ୍ତ ରୂପ ଦ୍ୱାରା ବ୍ୟାପ୍ତ କରିଅଛି । ସମସ୍ତ ପ୍ରାଣୀ ମୋଠାରେ ନିବାସ କରନ୍ତି ;କିନ୍ତୁ ମୁଁ ସେମାନଙ୍କଠାରେ ନିବାସ କରେ ନାହିଁ ।ଏଥିରୁ ସ୍ପଷ୍ଟ ହୁଏ ଯେ ପରମାତ୍ମା ସର୍ବବ୍ୟାପୀ ନୁହନ୍ତି । ତାଙ୍କୁ ଯଦି ସମସ୍ତ ଆତ୍ମାମାନଙ୍କ ମଧ୍ୟରେ ସ୍ଥିତ ବୋଲି ସ୍ୱୀକାର କରାଯାଏ ତେବେ ତାଙ୍କଠାରେ ଅନେକତ୍ୱ ଦୋଷ ଆସିଯିବ । କାରଣ ପରମାତ୍ମା ଏକ ଓ ଅଦ୍ୱିତୀୟ ଅଟନ୍ତି ।ପରମାତ୍ମା ଯଦି ଏକଦେଶୀୟ ନ ହୋଇ ବହୁଦେଶୀୟ (ସର୍ବତ୍ର ବ୍ୟାପ୍ତ) ହୋଇ ଥାଆନ୍ତେ ତେବେ ଗୀତାରେ ତାଙ୍କୁ ଏ କଥା କହିବାକୁ ପଡି ନଥାନ୍ତା ଯେ ଯେତେବେଳେ ଧର୍ମ ଗ୍ଳାନି ହୁଏ ସେତେବେଳେ ମୁଁ ଅଧର୍ମର ବିନାଶ ଓ ଧର୍ମର ସଂସ୍ଥାପନା ପାଇଁ ସୃଷ୍ଟିରେ ଅବତୀର୍ଣ୍ଣ ହୁଏ । “ଯଦାଯଦାହି ଧର୍ମସ୍ୟ....ା” ଆଉ ମଧ୍ୟ ଯେପରି କୌଣସି ପିତା ପୁତ୍ର ମଧ୍ୟରେ ବ୍ୟାପ୍ତ ହୁଏ ନାହିଁ ସେହିପରି ସର୍ବାତ୍ମାଙ୍କ ପରମପିତା ପରମାତ୍ମା ମଧ୍ୟ ଆତ୍ମାରେ ବ୍ୟାପକ ନ ଥାନ୍ତି । ଯେପରି ସଦା ପ୍ରବହମାନ ବାୟୁ ଆକାଶ ମଧ୍ୟରେ ସ୍ଥିତ ଥାଏ , ଆକାଶ ସମଗ୍ର ବାୟୁ ମଣ୍ଡଳକୁ ନିଜ ମଧ୍ୟରେ ରଖିଥାଏ ତଥାପି ସୁଦ୍ଧା ବାୟୁ ଆକାଶକୁ ସ୍ପର୍ଶ କରିପାରେ ନାହିଁ । ଆକାଶ ପରି ପରମାତ୍ମା ମଧ୍ୟ ସାର୍ବଭୌମ ଏବଂ ଅସୀମ ଅଟନ୍ତି ।
ଯଥାକାଶ ସ୍ଥିତୋ ନିତ୍ୟଂ ବାୟୁଃ ସର୍ବତ୍ର ଗୋ ମହାନ୍ ।
ତଥା ସର୍ବାଣି ଭୂତାନି ମତ୍ସ୍ଥାନୀ ହୁପଧାରୟ ।ା ଗୀ ୯/୬ ।ା
ସୃଷ୍ଟି ଯେତେବେଳେ ତମୋ ପ୍ରଧାନ ହୋଇଥାଏ ସେତେବେଳେ ବିକାରୀ ଓ ପତିତ ଆତ୍ମାମାନଙ୍କୁ ପାବନ କରିବାକୁ ପରମାତ୍ମା ଅବତୀର୍ଣ୍ଣ ହୁଅନ୍ତି । ସେ ସେମାନଙ୍କୁ ମୁକ୍ତି ଓ ଜୀବନ୍ମୁକ୍ତି ପ୍ରଦାନ କରନ୍ତି । ବ୍ରହ୍ମା, ବିିଷ୍ଣୁ ଓ ଶଙ୍କର ଏ ତ୍ରିଦେବଙ୍କ ଦ୍ୱାରା ସେ ସ୍ଥାପନା, ପାଳନା ଓ ବିନାଶ କାର୍ଯ୍ୟ କରାନ୍ତି । ଏଥିପାଇଁ ପରମାତ୍ମାଙ୍କୁ ତ୍ରିମୂର୍ି ଶିବ କୁହାଯାଏ । ତମୋପ୍ରଧାନ ଆସୁରୀ ସଂସ୍କାରଯୁକ୍ତ ମାନବାତ୍ମାଗଣଙ୍କୁ ଦିବ୍ୟ କରି ଗଢ଼ି ତୋଳିବାକୁ ସେ ପରମଧାମରୁ ଏହି ମରଲୋକକୁ ଓହ୍ଳାଇ ଆସନ୍ତି । ପତିତ ଦୁନିଆକୁ ନର୍କ ଓ ପାବନ ଦୁନିଆକୁ ସ୍ୱର୍ଗ ବୋଲି କୁହାଯାଏ । ଏହି ଦୃଷ୍ଟିରୁ କଳିଯୁଗ ଓ ସତ୍ୟଯୁଗକୁ ଯଥାକ୍ରମେ ନର୍କ ଓ ସ୍ୱର୍ଗ ଆଖ୍ୟା ଦିଆଯାଇପାରେ । କଳ୍ପର ଅନ୍ତିମ କ୍ଷଣରେ ଯେତେବେଳେ ସୃଷ୍ଟି ତମୋଗୁଣ ପ୍ରଭାବରେ ଏକ ଧାର୍ମିକ ସଙ୍କଟ ମଧ୍ୟରେ ଗତି କରୁଥାଏ ସେତେବେଳେ ପରମାତ୍ମା ଅବତରଣ କରି ସତ୍ୟ ସନାତନ ଧର୍ମର ସ୍ଥାପନା କରନ୍ତି । ତାଙ୍କର ଏହି ଦିବ୍ୟ କର୍ମ ଦ୍ୱାରା କଳି ଯୁଗର ଅବସାନ ଓ ସତ୍ୟ ଯୁଗର ପ୍ରାରମ୍ଭ ହୁଏ । ତେଣୁ ପରମାତ୍ମାଙ୍କ ଧରାବତରଣର ପ୍ରକୃଷ୍ଟ ସମୟ ହେଉଛି କଳି ଯୁଗର ଅନ୍ତ ଓ ସତ୍ୟ ଯୁଗର ପ୍ରାରମ୍ଭର ସନ୍ଧି ସମୟ । ଏହି ସମୟାବଧିକୁ ପୁରୁଷୋମ ସଙ୍ଗମ ଯୁଗ କୁହାଯାଏ । ଓଁମ ଶାନ୍ତି ।
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର)
ମୋବାଇଲ - ୯୪୩୭୨୧୦୨୯୬
Comments
Post a Comment