ସହନ ଶକ୍ତି---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,

ସହନ ଶକ୍ତି

ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,
ପାଟଣାଗଡ

ମନୋବୈଜ୍ଞାନିକ ଦୃଷ୍ଟିକାଣ 

                   ଜୀବନଯାତ୍ରାରେ ଏମିତି ଅନେକ କ୍ଷଣ ଆସେ ଯେତେବେଳେ ଅମକୁ ନିନ୍ଦା, ଗ୍ଳାନି, ଅସଫଳତା, ପରାଜୟ, ରୋଗ, ଶୋକ, କ୍ଷୟ କ୍ଷତି ଆଦିର ସମ୍ମୁଖୀନ ହେବାକୁ ପଡେ । ବେଳେ ବେଳେ ବିନାକାରଣରେ ଅନ୍ୟମାନଙ୍କଠାରୁ କଠୋର ଓ ଅପମାନ ସୂଚକ କଥା ଶୁଣିବାକୁ ପଡିଥାଏ । ଯଦି ଏପରି ପରିସ୍ଥିତିରେ ଆମେ ଶାନ୍ତି ପୂର୍ବକ ନୀରବ ରହି ସେଗୁଡିକୁ ସହ୍ୟ କରି ନ ପାରୁଁ ତେବେ ଆମ ମଧ୍ୟରେ ପ୍ରତିହିଂସା, ଘୃଣା, କ୍ରୋଧ ଆଦି ମନୋବିକାର ପ୍ରବେଶ କରେ । ଫଳରେ ଆମେ ଉେଜିତ ହୋଇ ପଡୁଁ । ସାମାନ୍ୟ ଘଟଣାରୁ ବାକ୍ ବିତଣ୍ଡା, ମାରପିଟ,ମନୋମାଲିନ୍ୟ, ମାଲିମୋକଦ୍ଧମା ପର୍ଯ୍ୟନ୍ତ କଥାଯାଏ । ଏହିପରି ଏକ ଝିମିଟି ଖେଳରୁ ମହାଭାରତ ଯୁଦ୍ଧ ହୋଇଥିବା କଥା ପୌରାଣିକ ଆଖ୍ୟାନରୁ ଜଣାଯାଏ । ସହନଶକ୍ତିର ଅଭାବ ହେତୁ ମଣିଷ ମଧ୍ୟରେ ମନୋବିକାର ଗୁଡିକର ଉପôନ୍ନ ହୁଏ। ଅନ୍ୟ ପକ୍ଷରେ ସହନଶକ୍ତି ପବିତ୍ରତା ଓ ଆଧ୍ୟାତ୍ମିକତାର ବିକାଶ ଘଟାଏ । କାମକ୍ରୋଧାଦି ମନୋବିକାର ସମୂହର ବେଗକୁ ସହ୍ୟ କରିବା ଦ୍ୱାରା ପତିତ ଆତ୍ମା ପବିତ୍ରହୁଏ ; ଯାହା ପାଖରେ ଏହି ଗୁଣ ଥାଏ ତାକୁ ସହନଶୀଳ କୁହାଯାଏ । "ଶୀଳ' ଶବ୍ଦର ଅଥ ର୍ହେଉଛି  ମାନସିକ ପବିତ୍ରତା ।
                ସହନଶକ୍ତି ମନୁଷ୍ୟକୁ ସର୍ବୋଚ୍ଚ ଲକ୍ଷ୍ୟ ପର୍ଯ୍ୟନ୍ତ ନିର୍ବିଘ୍ନରେ ପହୁାଇ ପାରେ । ଏହାଦ୍ୱାରା ମନର ଶାନ୍ତି ସର୍ବଦା ବଜାୟ ରହେ ଓ ମନୁଷ୍ୟ ନିନ୍ଦା, ଗ୍ଳାନି, ଅସଫଳତା,ପରାଜୟ, କ୍ଷତି, ଦୁଃଖପୂର୍ଣ୍ଣ ଘଟଣା ଓ ନକାରାତ୍ମକ ପରିସ୍ଥିତିରେ ମଧ୍ୟ ଧୈର୍ଯ୍ୟହରା ନ ହୋଇ ସେଗୁଡିକୁ ସଫଳତା ପୂର୍ବକ ମୁକାବିଲା କରିପାରେ । ସାଂପ୍ରତିକ କଳିଯୁଗୀୟ ଦୁନିଆରେ ମନୁଷ୍ୟକୁ ପ୍ରତିମୁହୂର୍ରେ ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ହେବାକୁ ପଡେ । ଏପରି ସମୟେରେ ସହନଶକ୍ତିହିଁ ତାକୁ ସନ୍ତୋଷ ପ୍ରଦାନ କରିପାରେ । ଯେଉଁ ବ୍ୟକ୍ତି ମନରେ "କିପରି', "କାହିଁକି' ଆଦି ପ୍ରଶ୍ନଗୁଡିକ ଉପôନ୍ନ ହୁଏ ସେ ସହନଶୀଳ ହୋଇପାରେ ନାହିଁ । ଯେଉଁଠି ମିଥ୍ୟା ଆରୋପ , ନିନ୍ଦା, ଅନ୍ୟାୟ ଆଦି ପ୍ରସଙ୍ଗ ଥାଏ ସେଇଠିହିଁ ସେଗୁଡିକୁ ସହ୍ୟ କରିବା କଥା ଉଠେ । ଜଣେ ଯଦି ପ୍ରକୃତରେ ଅପରାଧୀ ଓ ସେଇଥିପାଇଁ ତାକୁ ଦୋଷାରୋପ କରାଯାଉଥାଏ , ତେବେ ସେଥିରେ ତା'ର ସହିବାର କଥା କିଛି ନାହିଁ । କିନ୍ତୁ ନିରପରାଧ ବ୍ୟକ୍ତିଙ୍କୁ ଯଦି ଦୋଷୀ ବୋଲି ମିଥ୍ୟରୋପ କରାଯାଏ ଏବଂ ତଥାପି ସୁଦ୍ଧା ତାଙ୍କ ମାନସିକ ସ୍ଥିତିରେ କୌଣସି ପ୍ରଭାବ ନ ପଡେ ତେବେ କୁହାଯିକ ଯେ ସେ ପ୍ରକୃତରେ ସହନଶୀଳ ଅଟନ୍ତି । ନିଃସଂକଳ୍ପ ଭାବରେ କୌଣସି ମିଥ୍ୟାରୋପ ସହ୍ୟ କରିବାର ଅର୍ଥ ଏହା ନୁହେଁ ଯେ ସେ ତାହାକୁ ସ୍ୱୀକାର କରି ନେଲେ । ଏଠାରେ ଏହାର ତାପôର୍ଯ୍ୟ ଏହା  ଯେ ଅଭିଯୋଗକାରୀ ପ୍ରତି ମନରେ କୌଣସି ଦ୍ୱେଷ ଭାବ ନ ରଖି ଓ ପରିସ୍ଥିତିକୁ ଉେଜନାପୂର୍ଣ୍ଣ ହେବାକୁ ନ ଦେଇ ଆରୋପକୁ ନିରାଧାର ପ୍ରମାଣିତ କରିବା ଉଚିତ ।
              ସହନଶୀଳତା ଦ୍ୱାରା ବ୍ୟକ୍ତିର ଆତ୍ମସନ୍ତୋଷ ଓ ଶକ୍ତି ବୃଦ୍ଧି ହୁଏ । କୌଣସି ବ୍ୟକ୍ତିର କର୍କଶ ବା ଅପମାନସୂଚକ ବ୍ୟବହାରକୁ ଯଦି ବିନା ପ୍ରତିବାଦରେ ଶାନ୍ତିପୂର୍ବକ ସହି ନିଆଯାଏ ତେବେ ଆଗ ପାଇଁ ଆଉ ବିବାଦ ରହେ ନାହିଁ । ଅସହିଷ୍ଣୁତା କ୍ରୋଧାଗ୍ନିକୁ ପ୍ରଜ୍ଜ୍ୱଳିତ କରବାରେ ସାହାଯ୍ୟ କରେ ଯାହାକି ମନୁଷ୍ୟକୁ ଏକ ଭୟାବହ ପରିସ୍ଥିତି ଆଡକୁ ଟାଣିନିଏ । ଶାରୀରିକ ଅସୁସ୍ଥତା ଜନିିତ ଦୁଃଖକଷ୍ଟକୁ ଯଦି ଜଣେ ସହ୍ୟ କରି ନିଏ ତେବେ ଏହା ଦ୍ୱାରା ତା'ର ସ୍ୱଜନ ପରିବାର ଅଯଥା ମାନସିକ ଦୁଃଶ୍ଚିନ୍ତାରୁ ରକ୍ଷା ପାଇଯାନ୍ତି ଏବଂ ସହନଶୀଳତା ଯୋଗୁଁ ତାଙ୍କୁ ପ୍ରଶଂସା କରିଥାନ୍ତି । କାହାରି ଅନୁଚିତ ବ୍ୟବହାରକୁ ସହ୍ୟ କରୁଥିବା ବ୍ୟକ୍ତି ସମସ୍ତଙ୍କ ସହାନୁଭୂତି ଓ  ସମ୍ମାନର ଭାଜନ ହୁଅନ୍ତି। ତାଙ୍କ ପ୍ରତି ସମସ୍ତେ ପ୍ରଭାବିତ ହୁଅନ୍ତି ଓ ସ୍ୱୟଂ ସେ ନିଜେ ମଧ୍ୟ ଖୁସି ଅନୁଭବ କରନ୍ତି । ସେ ମାନସିକ ଉେଜନା, ଉଦ୍ବେଗ,ଦ୍ୱେଷ,ନକାରାତ୍ମକ ଚିନ୍ତନରୁ ମୁକ୍ତ  ରହନ୍ତି । ଶତୃଭାବାପନ୍ନ ବ୍ୟକ୍ତି ପ୍ରତି ମଧ୍ୟ ତାଙ୍କ ବ୍ୟବହାର ଅତି ମୃଦୁ ,କୋମଳ ଓ ସ୍ନେହପୂର୍ଣ୍ଣ ରହେ । ତେଣୁ ପରିଣାମରେ ସେ ଶତ୍ରୁର ହୃଦୟକୁ ମଧ୍ୟ ଜୟ କରି ପାରନ୍ତି ।
               ସହନଶୀଳତାର ଅଭାବ ହେତୁ ପାରିବାରିକ , ସାମାଜିକ ଓ ରାଷ୍ଟ୍ରିୟ ଶାନ୍ତି ବ୍ୟାହତ ହୁଏ । ପରିବାରର ସଦସ୍ୟମାନଙ୍କଠାରେ ଯଦି ସହନଶୀଳତା ନ ଥାଏ  ତେବେ ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସ୍ନେହ, ସମ୍ନାନ, ଭକ୍ତି ଓ ଆଦର ଭାବ ରହେ ନାହିଁ । ଏପରି ପରିବାରରେ ସର୍ବଦା ଦୁଃଖ ଓ ଅଶାନ୍ତି ଲାଗି ରହିଥାଏ । ଯେଉଁ ପରିବାରରେ ପରସ୍ପର ପ୍ରତି ସ୍ନେହ ଭାବ ଥାଏ ତାକୁ ବୈକୁଣ୍ଠ ସହିତ ତୁଳନା କରାଯାଇପାରେ । “ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହି ଥାଏ ନିରନ୍ତର ।’’ ସହନଶକ୍ତିର ଅଭାବ ହେତୁ ସ୍ତ୍ରୀ-ସ୍ୱାମୀ, ଭାଇ -ଭାଇ, ବନ୍ଧୁ-ବନ୍ଧୁ, ଶାଶୁ-ବୋହୂ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇ କୋର୍ଟ କଚେରୀ ପର୍ଯ୍ୟନ୍ତ କଥା ଯାଏ । ସାମାନ୍ୟ ଅଗ୍ନିକଣା ଆସବାବପତ୍ର ସହିତ ଘର ଓ ଗାଁକୁ ଧ୍ୱଂସ କରିଦେଇ ପାରେ । ସେହିପରି ସହନଶୀଳତା ଅଭାବରୁ ଉପôନ୍ନ କ୍ରୋଧାଗ୍ନି ନିଜ ଘର ପରିବାର ସହିତ ବଂଶ ମର୍ଯ୍ୟାଦାକୁ ଛାରଖାର କରି ଦେଇଥାଏ । ଗୋଟିଏ ପରିବାରର ବାଦବିବାଦ ଗ୍ରାମ ଓ ଦେଶକୁ ମଧ୍ୟ କ୍ଷତି ପହୁାଇ ଥାଏ । କୌରବ-ପାଣ୍ଡବମାନଙ୍କ ମଧ୍ୟରେ ଥିବା ଭାତୃ ବିବାଦର ପରିଣାମ ଏକ ଭୟାବହ ମହାସମର ରୂପ ନେଇଥିଲା ଓ ଏହାଦ୍ୱାରା ବିଶ୍ୱର ଯେଉଁ ଅପୂରଣୀୟ କ୍ଷତି  ହେଲା ତା’ର କଳନା କରାଯାଇ ନ ପାରେ ।
               ସମ୍ପ୍ରତି ବିଶ୍ୱ ଏକ ଭୟାବହ ସଙ୍କଟ ମଧ୍ୟରେ ଗତି କରୁଛି । ସମ୍ପାଦପତ୍ର, ରେଡିଓ ଓ ଦୂରଦର୍ଶନ ମାଧ୍ୟମରେ ପ୍ରାପ୍ତ ସମ୍ବାଦଗୁଡିକରୁ ଜଣାଯାଏ ଯେ କଳହ, ଅଶାନ୍ତି,ସାଂପ୍ରଦାୟିକ ଦଙ୍ଗାହଙ୍ଗାମା, ହତ୍ୟା, ମାଡପିଟ, କଳିତକରାଳ,ଧର୍ମଘଟ, ବନ୍ଦପାଳନ ଆଦି ସର୍ବତ୍ର ନିତିଦିନ ଘଟୁଛି ।ଏସବୁ ଅସହିଷ୍ଣୁତାର ପରିଣାମ ଅଟେ । ଏହାଦ୍ୱାରା ଦେଶ ଓ ସମାଜର ପ୍ରଭୂତ କ୍ଷତି ସହିତ ବ୍ୟକ୍ତିଗତ ଜୀବନ ମଧ୍ୟ ଦୁର୍ବିସହ ହୋଇ ପଡୁଛି । ପାରସ୍ପରିକ ଝଗଡା ହେତୁ ଧନ ଓ ଜୀବନ ଉଭୟ କ୍ଷତିଗ୍ରସ୍ତ ହେଉଛି । ଏପରି ପରିସ୍ଥିତିରୁ ଉପôନ୍ନ ଦୁଃଖ ସହ୍ୟ କରି ନ ପାରି ଅଧିକାଂଶ ମାନସିକ ଓ ମନୋଦୈହିକ ବ୍ୟାଧିର ଶିକାର ହୁଅନ୍ତି । ମାଲିମୋକଦ୍ଧମାରେ ବ୍ୟକ୍ତି ସର୍ବସ୍ୱାନ୍ତ ହୋଇପଡେ। ତଥାପି ମଧ୍ୟ ମଣିଷ ଏଥିରୁ କିଛି ଶିଖୁ ନାହିଁ । ଏହାର କାରଣ ହେଉଛି ମଣିଷ କ୍ରମେ ଭୋଗବାଦୀ ହୋଇ ପଡୁଛି । ଭୋଗ ଆତ୍ମାକୁ ଦୁର୍ବଳ କରେ । ଆତ୍ମିକ ସ୍ତରରେ ଦୁର୍ବଳ ବ୍ୟକ୍ତି ସହନଶୀଳ ହୋଇପାରେ ନାହିଁ ।

ସହନଶୀଳତାର ପରିଭାଷା :-

            ଦୁଃଖ ବା ଅଶାନ୍ତିକର ପରିସ୍ଥିତିରେ ମଧ୍ୟ ଯଦି ମାନସିକ ସ୍ଥିତିରେ କୌଣସି ହଲଚଲ ସୃଷ୍ଟି ନ ହୁଏ ତଥା ମନରେ କୌଣସି ଦୁଃଖ, ଉଦ୍ବେଗ, ଉେଜନା, ଅପମାନ ଭାବନା, ଦ୍ୱେଷ, ପ୍ରତିହିଂସା, ପ୍ରତିଶୋଧ ଭାବନା ଆଦି ମନୋବିକାର ଗୁଡିକର ଉଦ୍ରେକ ନହୁଏ ତାହାହିଁ ସହନଶୀଳତାର ପରିଚାୟକ ।

ସହିଷ୍ଣୁତାର ଲକ୍ଷଣ:- 

            ଅନ୍ୟର ନିନ୍ଦା,ଗାଳି,ଭର୍ସôନା, ଅପମାନ, ମିଥ୍ୟାରୋପ ଆଦି ଦ୍ୱାରା ସହନଶୀଳ ବ୍ୟକ୍ତିର ମୁଖମଣ୍ଡଳରେ କୌଣସି ଭାବାନ୍ତର ଦେଖାଯାଏ ନାହିଁ । ବ୍ୟକ୍ତିର ମନର ଭାବନା ମୁଖମଣ୍ଡଳରେ ପ୍ରତିବିମ୍ବିତ ହୋଇଥାଏ । ତେଣୁ କୁହାଯାଏ ୠବମର ସଗ୍ଦ ଗ୍ଧଷର ସଦ୍ଭୟରଙ୍ଘ କ୍ଟଲ ଗ୍ଧଷର ଜ୍ଞସଦ୍ଭୟ . ମନୁଷ୍ୟ ସାଂସାରିକ ଜୀବନରେ ଜୟ-ପରାଜୟ, ଲାଭ-କ୍ଷତି, ନିନ୍ଦାସ୍ତୁତି, ସୁଖ-ଦୁଃଖ ଆଦି ଦ୍ୱନ୍ଦାତ୍ମକ ପରିସ୍ଥିତିଗୁଡିକର ସମ୍ମୁଖୀନ ହୁଏ । ସହନଶୀଳ ବ୍ୟକ୍ତି ଉଭୟ ପରିସ୍ଥିତିରେ ଅବିଚଳିତ ରହେ । ସେ ସୁଖରେ ଅଧୀର ଓ ଦୁଃଖରେ କାତର ହୁଏ ନାହିଁ । ଗୀତାରେ ଏପରି ବ୍ୟକ୍ତିଙ୍କୁ ସ୍ଥିତପ୍ରଜ୍ଞ ବୋଲି କୁହାଯାଇଛି ।”” ଦୁଃଖେଷ୍ୱନୁଦ୍ବିଗ୍ନମନାଃ ସୁଖେଷୁ ବିଗତସ୍ପୃହା....ା’’ ଦୁଃଖ, କଷ୍ଟ,କ୍ଷତି, ପରାଜୟ, ଶୋକ ଆଦି ଯାହାବି ପରିସ୍ଥିତି ଆସୁନା କାହିଁକି ସହନଶୀଳ ବ୍ୟକ୍ତିଙ୍କ ବାଣୀ  ଓ କର୍ମରେ କୌଣସି ପ୍ରକାର ଭୟ, ଆଶଙ୍କା,ଉେଜନା, ଚିନ୍ତା, ଉଦାସ, ଦୁଃଖ, ଦ୍ୱନ୍ଦ, ଉଦ୍ବେଗ ଆଦି ପ୍ରକଟ ହୁଏ ନାହିଁ । ତାଙ୍କ କଥାବାର୍ାରେ ସର୍ବଦା ନିଶ୍ଚିତତା ଅନୁଭବ ହୁଏ। ଦିବ୍ୟ ଜ୍ଞାନର ତେଜରେ ତାଙ୍କର ନୟନଯୁଗଳ ଦୀପ୍ତୀମାନ ଦେଖାଯାଏ । ତାଙ୍କ ଚେହେରାରେ କୌଣସି ପ୍ରକାର ଅସନ୍ତୋଷ, ଦୁଃଶ୍ଚିନ୍ତା, ଆବେଗ, ବିରକ୍ତିଭାବ ଆଦିର ସାମାନ୍ୟତମ ଝଲକ ମଧ୍ୟ ଦେଖିବାକୁ ମିଳେ ନାହିଁ । ତାଙ୍କ ଚାଲିଚଳନରୁ ଏପରି ମନେ ହୁଏ ସତେ ଯେପରି କୌଣସି ବଡ ଘଟଣା ଘଟିନାହିଁ । ଯେତେବଡ ଭୟାବହ ବା ଦୁଃସହ ପରିସ୍ଥିତି ହୋଇଥାଉନା କାହିଁକି ତାକୁ ସାହସର ସହିତ ମୁକାବିଲା କରିବାକୁ ସେ ସବୁବେଳେ ତପôର ଥାନ୍ତି  । ଭୟ ଓ ଆଶଙ୍କା ତାଙ୍କୁ ବିଚଳିତ କରିପାରେ ନାହିଁ । କୌଣସି ପ୍ରକାର ଯନ୍ତ୍ରଣାଯୁକ୍ତ ରୋଗରେ ପଡିଥିଲେ ସୁଦ୍ଧା ସହନଶୀଳ ବ୍ୟକ୍ତିର ମୁଖମଣ୍ଡଳରେ ତଦ୍ଜନିତ ପୀଡା ବା କଷ୍ଟର ଚିହ୍ନ ସୁଦ୍ଧା ଦେଖିବାକୁ ମିଳେ ନାହିଁ। ଯେକୌଣସି ପରିସ୍ଥିତିରେ ମଧ୍ୟ ସେ ପ୍ରସନ୍ନ ଦେଖାଯାନ୍ତି ।

ଅସହିଷ୍ଣୁତାର ଲକ୍ଷଣ:-

ସରଳତାର ଅଭାବରେ ସହନ ଶକ୍ତି କ୍ଷୀଣ ହୁଏ । ଛୋଟ ଛୋଟ କଥାରେ ଯେଉଁ ବ୍ୟକ୍ତି ମନରେ ନାନା ପ୍ରକାର ସଂକଳ୍ପ ବିକଳ୍ପ ସୃଷ୍ଟି ହୁଏ ସେ ମାନସିକ ସ୍ତରରେ ଦୁର୍ବଳ ଅଟେ । ଏପରି ବ୍ୟକ୍ତିର ସହନ ଶକ୍ତି କମ ଥାଏ । ସହନଶୀଳତା କ୍ଷୀଣ ହେଲେ ସରଳତା ମଧ୍ୟ ଚାଲିଯାଏ। ଏହାଦ୍ୱାରା କଥାବାର୍ାରେ ରୁକ୍ଷତା ଓ ମୁଖ ମଣ୍ଡଳରେ କଠୋରତା ଦେଖାଯାଏ । ଅସହିଷ୍ଣୁ ବ୍ୟକ୍ତି ସର୍ବଦା ଅନ୍ୟମାନଙ୍କୁ ଦୋଷାରୋପ କରନ୍ତି ଓ ସମସ୍ତଙ୍କ ଅବଗୁଣ ଦେଖନ୍ତି । କେତେକ ଲୋକ ଅଛନ୍ତି ସବୁବେଳେ ଅନ୍ୟମାନଙ୍କ ବିରୁଦ୍ଧରେ ଆପି ଓ ଅଭିଯୋଗ କରନ୍ତି । ଏପରି ବ୍ୟକ୍ତିଙ୍କ ଅଭିଯୋଗ ତାଲିକାରୁ ସ୍ୱୟଂ ଭଗବାନ ମଧ୍ୟ ବାଦ୍ ଯାଆନ୍ତି ନାହିଁ । ତାଙ୍କର ସମସ୍ତ ଦୁଃଖ କଷ୍ଟ ପାଇଁ ସେ ଭଗବାନଙ୍କୁ ଦାୟୀ କରନ୍ତି । ଏହା ମଧ୍ୟ ଅସହିଷ୍ଣୁତା ଅଟେ ।

ସହିଷ୍ଣୁତାର ସୀମା:-

           ସହିଷ୍ଣୁତାରେ କୌଣସି ସୀମା ନ ଥାଏ । ଜଣେ କହିପାରେ ଯେ ମନୁଷ୍ୟ ଗୋଟିଏ ସୀମା ପର୍ଯ୍ୟନ୍ତ ଅନ୍ୟର ଦୁର୍ବବ୍ୟହାରକୁ ସହ୍ୟ କରିପାରେ । ଜଣେ ଦୁଷ୍ଟ ବ୍ୟକ୍ତି ତା’ର କୁସଂସ୍କାରର ବଶବର୍ୀ ହୋଇ ଯଦି ବାରମ୍ବାର ଅଭଦ୍ର ବ୍ୟବହାର କରେ ତେବେ ତାହା କେତେ ଦିନ ପର୍ଯ୍ୟନ୍ତ ବରଦାସ୍ତ କରାଯାଇ ପାରିବ ? ସହିବାର ତ ପୁଣି ଗୋଟିଏ ସୀମା ରହିଛି । ସହିବା ଶକ୍ତିକୁ ଯଦି କେହି ଗୋଟିଏ ସୀମା ମଧ୍ୟରେ ସୀମିତ ରଖନ୍ତି ତେବେ ତାଙ୍କୁ ସମ୍ପୂର୍ଣ୍ଣ ସହନଶୀଳ କୁହାଯାଇନପାରେ । ଜଣେ ବ୍ୟକ୍ତି ନଅ ଥର ସହିଲା  ଓ ଦଶଥର ବେଳକୁ ଆଉ ସହି ପାରିଲା  ନାହିଁ ତାକୁ ସମ୍ପୂର୍ଣ୍ଣ ସହନଶୀଳତାର ମର୍ଯ୍ୟାଦା ଦିଆଯାଇପାରିବ ନାହିଁ । ଏଠାରେ ଗୋଟିଏ ଉଦାହାଣ ବିଚାରକୁ ନିଅଯାଉ । ଜଣେ ବ୍ୟକ୍ତି ମାସରେ ବା ଦୁଇ ମାସରେ ଥରେ ଆମିଷ ଖାଏ; ତାକୁ ଆମେ ନିରାମିଷାଶୀ ବୋଲି କହିପାରିବା କି ? ତେଣୁ ସହନଶୀଳତା ସମ୍ପୂର୍ଣ୍ଣ ଓ ଅସୀମ ହେବା ଉଚିତ । ମହାପୁରୁଷଙ୍କର ଜୀବନୀ ପାଠ କଲେ ସହାନଶୀଳତାର ଯଥାର୍ଥ ଅର୍ଥ ବୁଝି ହେବ ।

ମହାତ୍ମା ବୁଦ୍ଧ:-

           ଜଣେ ବ୍ୟକ୍ତି ମହାତ୍ମା ବୁଦ୍ଧଙ୍କ ନିକଟକୁ ଆସିଲା ଓ ତାଙ୍କୁ ଅନର୍ଗଳ ଗାଳି ଦେବାକୁ ଲାଗିଲା । ପ୍ରାୟ ଅଧାଘା ପର୍ଯ୍ୟନ୍ତ ଗାଳିଗୁଲଜ କରିସାରିଲା ପରେ ସେ ଟିକିଏ ଅଟକି ଗଲା । ମହାତ୍ମା ବୁଦ୍ଧଙ୍କ ମନୋସ୍ଥିତି ଅବିଚଳିତ ଥିଲା  । ସେ ଅତ୍ୟନ୍ତ ନମ୍ର ଓ ମୃଦୁ ସ୍ୱରରେ କହିଲେ,ଭାଇ,ଆପଣ ଅନୁମତି ଦେଲେ ମୁଁ ଗୋଟିଏ କଥା କହିବି ?’’ ସେହି  ବ୍ୟକ୍ତି ଜଣକ ଅତ୍ୟନ୍ତ ରୁକ୍ଷ ସ୍ୱରରେ ଗାଳି ଦେଉଁ ଦେଉଁ କହିଲା,”” କୁହ,କଣ କହୁଛୁ ?’’ ମହାତ୍ମା ବୁଦ୍ଧ ସ୍ମିତ ହାସ୍ୟ କରି କହିଲେ । “ଭାଇ,ଯଦି କୌଣସି ବ୍ୟକ୍ତି କାହାରିକୁ କିଛି ବସ୍ତୁ ଦିଏ, ପରନ୍ତୁ ସେହି ଦ୍ୱିତୀୟ ବ୍ୟକ୍ତି ଜଣକ ତାହା ସ୍ୱୀକାର ନକରେ , ତେବେ କୁହ ଉକ୍ତ ବସ୍ତୁଟି କାହା ପାଖରେ ରହିବ ?”  ନିନ୍ଦୁକ ଲୋକଟି ଅତ୍ୟନ୍ତ କଠୋର ଭାଷାରେ କହିଲା “ ଆଶ୍ଚର୍ଯ୍ୟ ଲୋକ ତୁ ! ଏହା କି ପ୍ରକାର ପ୍ରଶ୍ନ ? ଆରେ, ଯଦି ଦ୍ୱିତୀୟ ବ୍ୟକ୍ତି ବସ୍ତୁଟିକୁ ଗ୍ରହଣ କରୁ ନାହିଁ ତେବେ ତାହା ଦେଉଥିବା ବ୍ୟକ୍ତି ପାଖରେ ରହିବ ।’’ ମହାତ୍ମା ବୁଦ୍ଧ କହିଲେ, “ତେବେ, ଆପଣ ଏ ପର୍ଯ୍ୟନ୍ତ ମୋତେ ଯାହା ଦେବାକୁ ଚେଷ୍ଟା କରୁଥିଲେ ମୁଁ  ସେଥିରୁ ଗୋଟିଏ ବି କଥା ସ୍ୱୀକାର କରି ନାହିଁ । ତାହେଲେ କହନ୍ତୁ , ଏବେ ତାହା କାହା ପାଖରେ ରହିଲା ? ଏହା ଶୁଣି ନିନ୍ଦୁକ ଜଣକ ଲଜ୍ଜିତ ହେଲା ଓ ମହାତ୍ମା ବୁଦ୍ଧଙ୍କ ଶିଷ୍ୟତ୍ୱ ସ୍ୱୀକାର କଲା ।

ନାମଦେବ:-

             କଥିତ ଅଛି ଯେ ନାମଦେବ ପ୍ରତିଦିନ ପ୍ରାତଃ କାଳରେ ଗଙ୍ଗା ସ୍ନାନ ସାରି ଫେରିଲା ବେଳେ ଜଣେ ପଠାଣ ତାଙ୍କ ଉପରକୁ ପାନ ଖାଇ ଛେପ ପକାଉଥିଲା । ସେ ରାଗିଯାଇ ପୁନଶ୍ଚ ଗଙ୍ଗା ସ୍ନାନ କରୁଥିଲେ । ଏହିପରି ପଠାଣ ଜଣକ ଅନେକ ଦିନ ପର୍ଯ୍ୟନ୍ତ ତା’ର ସେହି କୁକର୍ମ ପୁନରାବୃି କରି ଆସୁଥିଲା । ଦିନେ ସେ ଛଅ ଥର ନାମଦେଙ୍କ ଉପରକୁ ଥୁକିଲା ଓ ସନ୍ଥ ଜଣକ ଛଅଥର ସ୍ନାନ କରି ଆସିଲେ । ତଥାପି ମଧ୍ୟ ସେ ତାଙ୍କୁ କିଛି କହିଲେନାହିଁ । ପଠାଣ ଜଣକ ନାମଦେବଙ୍କର କ୍ଷମାଶୀଳତା ଓ ସହନଶୀଳତା ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଓ ତା’ର କୁକର୍ମରୁ ପ୍ରତ୍ୟାବୃ ହେଲା ।  ଏହାପରଠାରୁ ସେ ନାମଦେବଙ୍କର ଜଣେ ବଡ ପ୍ରଶଂସକ ହୋଇଗଲା ।

ସହନଶକ୍ତି ବୃଦ୍ଧିପାଇଁ ମନୋବୈଜ୍ଞାନିକ ଯୁକ୍ତି :-

           ଅନେକ ସମୟରେ ଆମେ ଭାବୁଁ ଯେ କୌଣସି ବ୍ୟକ୍ତି ଯଦି ଆମକୁ ଗାଳି ଦିଏ ବା ଅଭଦ୍ର ବ୍ୟବହାର ଦେଖାଏ  ବା ନିନ୍ଦା କରେ ସେହି ସମୟରେ ତାକୁ ଉଚିତ ଜବାବ ନ ଦେଇ ଚୁପ ରହିବା ଦ୍ୱାରା ସେଠାରେ ଉପସ୍ଥିତ ଲୋକେ ହୁଏତ ଆମକୁ ହିଁ ଦୋଷୀ ଭାବିବେ । ତେଣୁ ଅନ୍ୟାୟର ଯଥାଯଥ ପ୍ରତିବାଦ କରିବା ଉଚିତ । କିନ୍ତୁ ଏଠାରେ ଏହା ବିଚାରଣୀୟ ଯେ ସେହି ଉେଜନାପୂର୍ଣ୍ଣ ମୁହୂର୍ରେ ଆମର କଥା କିଏ ଶୁଣିବ ? ଉପରୋକ୍ତ କାହାଣୀ ଅନୁସାରେ ମହାତ୍ମାବୁଦ୍ଧ ଯଦି ଧୈର୍ଯ୍ୟ ପୂର୍ବକ ତାଙ୍କ ନିନ୍ଦୁକର ନିନ୍ଦା ସହ୍ୟ ନ କରି ତତ୍କ୍ଷଣାତ୍ ତାକୁ କିଛି କହିଥାନ୍ତେ ତେବେ ସେ ତାହା ଶୁଣି ନ ଥାନ୍ତା । ତେଣୁ ନିନ୍ଦୁକର ନିନ୍ଦାରେ ଉତ୍କ୍ଷିପ୍ତ ନ ହୋଇ ପ୍ରଥମେ ତାକୁ କ୍ଷମା କରିଦେବା ଉଚିତ । କାରଣ କ୍ଷମାହିଁ ମଣିଷର ଭୂଷଣ । ପ୍ରତିପକ୍ଷ ଯେତେବେଳେ ଗାଳି ଦେଇ ଥକି ପଡିବ ବା ତା’ର ଆଉ କିଛି କହିବାକୁ ବାକି ନ ଥିବ ସେତେବେଳେହିଁ ତାକୁ ଅତି ନମ୍ର ଓ ମୃଦୁ ଭାବରେ ଏପରି କୁହାଯାଇ ପାରେ, “ଭାଇ,ଆପଣ ତ ଆପଣଙ୍କ କଥା କହିଲେ,ବର୍ମାନ ମୋତେ ମଧ୍ୟ ମୋର କଥା କହିବାକୁ କିଛି ସମୟ ଦିଅନ୍ତୁ ।” ଯଦି ପ୍ରତିପକ୍ଷ ଶୁଣିବାକୁ ରାଜିଥାଏ ତେବେ ଅତ୍ୟନ୍ତ ଶାନ୍ତ ଚି ହୋଇ ନିଜର ବକ୍ତବ୍ୟ ରଖିବା ଉଚିତ, ଅନ୍ୟଥା ନୀରବ ରହିବାହିଁ ବୁଦ୍ଧିମତା ଅଟେ ।
                ଜଣେ ଆମକୁ ଅଭଦ୍ର ବ୍ୟବହାର କରୁଛି । ଆମେ ମଧ୍ୟ ଯଦି ପ୍ରତିଶୋଧପରାୟଣବଶତଃ ତା’ପ୍ରତି ଅଭଦ୍ର ଆଚରଣ କରିବା  ତେବେ ଏହାକୁ ଭଦ୍ରତା କୁହାଯାଇ ପାରିବ ନାହିଁ । ଏଠାରେ ନିଜକୁ ନିଜେ ପଚାରିବା ଉଚିତ ଯେ ପ୍ରତିପକ୍ଷଠାରୁ ମୁଁ କେଉଁ ଗୁଣରେ ମହାନ? ସେ ତା’ର ଶୀଳ ଭଙ୍ଗ କରି ଏପରି ନୀଚ ସ୍ତରକୁ ଖସି ଆସିଲା ବୋଲି ତା’ପାଇଁ ମୁଁ କାହିଁକି ମୋର ମହାନତାକୁ ନଷ୍ଟ କରି ନିନ୍ଦନୀୟ ହେବି ? ଅସହିଷ୍ଣୁ ପ୍ରତିଶୋଧ ପରାୟଣ ହୁଏ । ଏହାଦ୍ୱାରା ତା’ର ମନର ଶାନ୍ତି ନଷ୍ଟ ହୁଏ । କ୍ରୋଧ ଜନିତ ମାନସିକ ଉେଜନାବଶତଃ ସେ ବିଭିନ୍ନ ପ୍ରକାର ମନୋଦୈହିକ ବ୍ୟାଧିରେ ପୀଡିତ ହୁଏ । ଆମେ ଯାହା ପ୍ରତି କ୍ରୋଧ ପ୍ରକାଶ କରୁ ତା’ର କିଛି କ୍ଷତି ହୁଏ ନାହିଁ । କ୍ରୋଧ ଅଗ୍ନି ସହିତ ତୁଳନୀୟ । ତା’ର ସମ୍ପର୍କରେ ଆସୁଥିବା ବ୍ୟକ୍ତିର ଜୀବନ ଜଳିପୋଡି ଶୁଷ୍କ  ଓ ନୀରସ ହୋଇଯାଏ । ଗୀତାରେ ମଧ୍ୟ  କ୍ରୋଧକୁ ମନୁଷ୍ୟର ଶତ୍ରୁ ବୋଲି କୁହାଯାଇଛି । ‘କାମ ଏଷ କ୍ରୋଧ ଏଷ...............ା’ ତେଣୁ କାହାରି ନିନ୍ଦା ବା ଅଭଦ୍ର ବ୍ୟବହାର ହେତୁ ତା’ ପ୍ରତି ସମ ଆଚରଣ କରିବା ଅପେକ୍ଷା ତାକୁ କ୍ଷମା କରିଦେବାହିଁ ସର୍ବଶ୍ରେଷ୍ଠ ପନ୍ଥା । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ପ୍ରକୃତି ଅନୁସାରେ କାର୍ଯ୍ୟ କରନ୍ତି । ଅନ୍ୟର ଖରାପ ପ୍ରକୃତି ଯୋଗୁଁ ଆମେ କାହିଁକି ନିଜକୁ ନିଜେ ତା’ ସ୍ତରକୁ ଖସାଇ ଆଣିବା ? କୌଣସି ବୁଦ୍ଧିମାନ ବ୍ୟକ୍ତି ଯଦି ମୂର୍ଖତାବଶତଃ କୂଅ ମଧ୍ୟକୁ ଡେଇଁ ପଡେ ବୁଦ୍ଧିମାନ ଲୋକେ କେବେ ହେଲେ ତା’ର ପନ୍ଥା ଅନୁସରଣ କରେ ନାହିଁ ।
ଉପରୋକ୍ତ ସନ୍ଦର୍ଭରେ ଏକ କାହାଣୀ ପ୍ରଣିଧାନଯୋଗ୍ୟ । ଜଣେ ସାଧୁ ଗୋଟିଏ ବିଛାକୁ ପାଣିରେ ଭାସିଯାଉଥିବାର ଦେଖି ଦୟାବଶତଃ ତାକୁ ଉଦ୍ଧାର କରିବା ପାଇଁ ଯେମିତି ହାତରେ ତୋଳି ଧରିଛନ୍ତି ବିଛାଟି ତାଙ୍କୁ କାମୁଡି ଦେଲା ଓ ପୁଣି ପାଣିରେ ଖସି ପଡିଲା । ସାଧୁ ଜଣକ ପୁଣି ତାକୁ ତୋଳି ଧରିବାକୁ ଚେଷ୍ଟା କଲେ । ବିଛାଟି ପୁଣି ତାଙ୍କୁ କାମୁଡିଲା । ଏହିପରି ବାରମ୍ବାର ସେହି ସାଧୁ ବିଛା କାମୁଡା ସହ୍ୟ କରି ମଧ୍ୟ ନିଜ ପ୍ରୟାସରୁ ବିରତ ହୋଉ ନ ଥାନ୍ତି । ଏତିକିବେଳେ ଜଣେ ପଥିକ ସେ ବାଟରେ ଯାଉଥିଲେ । ସାଧୁଙ୍କର ଏହି ଦୁର୍ଦ୍ଧଶା ଦେଖି ସେ ପଚାରିଲେ, “ମହାତ୍ମନ ! ଆପଣ ଏ ବିଛାର ଜୀବନ  ରକ୍ଷା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ପ୍ରତିବଦଳରେ ସେ ଆପଣଙ୍କୁ କାମୁଡୁଛି । ଏହିପରି ଦୁଷ୍ଟ ଜୀବର ଉପକାର କରି କଣ ଲାଭ  ? ସାଧୁ ଜଣକ ଶାନ୍ତ ଭାବରେ କହିଲେ, “ମୋର ସ୍ୱଭାବ ହେଲା ଅନ୍ୟମାନଙ୍କର ଉପକାର କରିବା । ମୁଁ ମୋର କାମ କରୁଛି । ଏହାର ସ୍ୱଭାବ ହେଲା କାମୁଡିବା । ସେ ତା’ର କାମ କରୁଛି । ତେଣୁ ତା’ପାଇଁ ମୁଁ ମୋର ସ୍ୱାଭବ କାହିଁକି ପରିତ୍ୟାଗ କରିବି ?” ଗୀତା କହେ “ ଯିଏ କେବଳ ଉପକାରୀର ହିଁ ପ୍ରତିଉପକାର କରେ  ସେ ସାଧୁ ନୁହେଁ; ଅପକାରୀର ମଧ୍ୟ ଉପକାର କରୁଥିବା ବ୍ୟକ୍ତିହିଁ ପ୍ରକୃତ ସାଧୁ ।’’

କର୍ମ ସିଦ୍ଧାନ୍ତ :-

               ବେଳେବେଳେ ଘନିଷ୍ଠ ମିତ୍ର ମଧ୍ୟ ବିନା କାରଣରେ ବା ସାମାନ୍ୟ କଥାରେ ଶତ୍ରୁ ପାଲଟି ଯାଏ । ଆମେ ଯାହାର ଉପକାର କରିଥାଉ ସେ ଆମର ଅପକାରୀ ପାଲଟି ଯାଏ । କୌଣସି କାରଣ ନ ଥାଇ କେହି କେହି ଆମ ବିରୁଦ୍ଧରେ ଅପପ୍ରଚାର କରନ୍ତି । ଏହିପରି ଅନେକ ନଜିର ଆମର ପାରିବାରିକ ଓ ସାମାଜିକ ଜୀବନରେ ଦେଖିବାକୁ ମିଳେ । ଏଥିରେ ସାଧାରଣ ବ୍ୟକ୍ତି ବ୍ୟତିବ୍ୟସ୍ତ ହୋଇପଡେ । କେହି କେହି ପ୍ରତିହିଂସା ପରାୟଣ ହୋଇ ପଡନ୍ତି । ଜ୍ଞାନବାନ ଲୋକ ଏହିପରି କାହାରି ଅପ୍ରତ୍ୟାଶିତ ବିରୋଧାତ୍ମକ ବଚନ ବା ବ୍ୟବହାରରେ ବିଚଳିତ ହୁଅନ୍ତି ନାହିଁ । ଜ୍ଞାନୀ ଜାଣେ ଯେ ପ୍ରତ୍ୟେକ ମାନବାତ୍ମା ନିଜ ନିଜ କର୍ମଫଳ ଆଧାରରେ ଜନ୍ମ ହୁଅନ୍ତି । ତେଣୁ ସମସ୍ତେ ପ୍ରାରବ୍ଧାନୁସାରେ କର୍ମଫଳ ଭୋଗ କରିବାକୁ ବାଧ୍ୟ । କାହା ସହିତ କେଉଁ ଜନ୍ମରେ ଆମର କି ପ୍ରକାର ସମ୍ପର୍କ ଥିଲା ଆମେ ଜାଣୁ ନାହିଁ । ବର୍ମାନ ଜନ୍ମର ଆଧାରରେହିଁ ଆମକୁ ପୂର୍ବ ଜନ୍ମର ଘଟଣାବଳୀକୁ ବୁଝିବାକୁ ହେବ । ସଂସାରରେ କୌଣସି ଘଟଣା ବିନାକାରଣରେ ହୁଏ ନାହିଁ । ଯେଉଁଠି କାର୍ଯ୍ୟ ହେଉଛି ସେଇଠି ଅବଶ୍ୟ କାରଣ ଅଛି । ଏହା ଏକ ବୈଜ୍ଞାନିକ ସିଦ୍ଧାନ୍ତ । ତେଣୁ ବିନାକାରଣରେ କେହି କାହାକୁ ଦୁର୍ବହାର କରିବା ଅଯୌକ୍ତିକ ଅଟେ । ଆଜି ଯଦି କେହି କାହାଦ୍ୱାରା ଅପମାନିତ ହେଉଛି ଏବଂ ତା’ର ପ୍ରକୃତ କାରଣ ଯଦି ସେ ନିର୍ଦ୍ଧାରଣ କରିପାରୁ ନାହିଁ , ତେବେ ସେ ଏହାକୁ ପୂର୍ବଜନ୍ମର ବାକିଆ ହିସାବକିତାବ ଭାବି ବିଚଳିତ ହେବା ଉଚିତ ନୁହେଁ ।ଏହି ଦୁର୍ବବ୍ୟବହାରକୁ ଯଦି ସେ ବର୍ମାନ ଶାନ୍ତି ପୂର୍ବକ ସହିଯାଏ ତେବେ ପୂର୍ବର ବାକିଆ ଋଣ ପରିଶୋଧ ହେଲା ବୋଲି ବୁଝିବାକୁ ହେବ ।

ସୃଷ୍ଟି ଚକ୍ର :-

                  ଏ ସୃଷ୍ଟି ଚକ୍ରାକାରରେ ଗତି କରେ । ତେଣୁ ଏକ ନିର୍ଦ୍ଧିଷ୍ଟ ଅବଧି ମଧ୍ୟରେ ଏଠାରେ ସଙ୍ଘଟିତ ଘଟଣାବଳୀ ପୁନରାବର୍ିତ ହେଉଥାଏ । ବର୍ମାନ ଜୀବନରେ ଆମେ ଯାହାସବୁ ପରସ୍ଥିତି ବା ଘଟଣାବଳୀର ସମ୍ମୁଖୀନ ହେଉଛେଁ ସେଥିରେ କିଛି ନୂତନତ୍ୱ ନାହିଁ । ସେସବୁ କେବଳ ପୁରାତନର ପୁନରାବୃି  ମାତ୍ର । ଏହି ସୃଷ୍ଟିଚକ୍ରକୁ ଏକ ଚଳଚ୍ଚିତ୍ର ସହିତ ତୁଳନା କରାଯାଇପାରେ । ଏଥିରେ ଥିବା ବିଭିନ୍ନ ଦୃଶ୍ୟାବଳୀ ଯେପରି ପ୍ରତିଥର ଯଥାସମୟରେ ଦୃଶ୍ୟ ହୁଏ,  ସେହିପରି ସଂସାରର ଇତିହାସ ଓ ଭୂଗୋଳ ପ୍ରତିଥର ପୁନାରାବର୍ିତ ହେଉଥାଏ । ଏହି ସଂସାର ରଙ୍ଗମରେ ପ୍ରତ୍ୟେକ ଆତ୍ମା ନିଜ ପାଇଁ ପୂର୍ବ ନିର୍ଦ୍ଧିଷ୍ଟ ଭୂମିକାରେ ଅଭିନୟ କରି ଚାଲିଛନ୍ତି ।ଏହିପରି କଳ୍ପକଳ୍ପାନ୍ତର ଧରି ଏହି ଅଭିନୟର ପୁନରାବୃି ହେଉଛି । ଗୋଟିଏ ନାଟକରେ ଦୁଇଟି ଅଭିନେତା ପରସ୍ପର ବିରୋଧୀ ଭୂମିକାରେ ଅଭିନୟ କରନ୍ତି । ପରଦା ଅନ୍ତରାଳକୁ ଚାଲିଗଲେ ସେମାନେ ପରସ୍ପର ମିତ୍ରବତ୍ ବ୍ୟବହାର କରନ୍ତି । ସୃଷ୍ଟି ମହାନାଟକରେ ଯିଏ ନିଜକୁ ଅଭିନେତା ବୋଲି ମନେ କରେ, ସେ କେବେହେଲେ କାହା ସହିତ ଶତ୍ରୁତା ଆଚରଣ କରେ ନାହିଁ କି ଅନ୍ୟର ଦୁର୍ବ୍ୟବହାରରେ ଅପମାନିତ ହୁଏନାହିଁ ।

ଈଶ୍ୱରୀୟ ଯୁକ୍ତି ଦ୍ୱାରା ଶକ୍ତି :-

            ପରମାତ୍ମା ସୃଷ୍ଟି ଚକ୍ର୍ରର ଅନ୍ତିମ ଚରଣରେ ଅବତରଣ କରନ୍ତି । ଏହି ସମୟରେ ଅଧର୍ମର କାଳିମାରେ ମନୁଷ୍ୟାତ୍ମାଗଣ କଳଙ୍କିତ ହୋଇ ପଡିଥାନ୍ତି । ସର୍ବତ୍ର କଳିତକରାଳ ଲାଗି ରହେ । ଧାର୍ମିକ ଗୋଷ୍ଠୀଙ୍କ ମଧ୍ୟରେ ଆଧ୍ୟାତ୍ମିକତା ଅପେକ୍ଷା ସାମ୍ପ୍ରଦାୟିକତା ପ୍ରବଳ ହୋଇ ଉଠେ । ଏପରି ଏକ ସଙ୍କଟ କାଳରେ ପରମାତ୍ମାଙ୍କ ବିନା କିଏ ବା ସୃଷ୍ଟିକୁ ରକ୍ଷା କରିବାରେ ସମର୍ଥ ହେବ ? ପତିତ ଦୁନିଆରେ ଅବତରିତ ହୋଇ ପତିତମାନବାତ୍ମାମାନଙ୍କୁ ପାବନ କରୁଥିବାରୁ ପରମାତ୍ମାଙ୍କୁ ପତିତପାବନ କୁହାଯାଏ । ସେ ଈଶ୍ୱରୀୟ ଜ୍ଞାନାଲୋକ ଦ୍ୱାରା ମନୁଷ୍ୟାତ୍ମାମାନଙ୍କର ଅଜ୍ଞାନ ଅନ୍ଧକାର ଦୂର କରନ୍ତି । ଈଶ୍ୱରୀୟ ଯୁକ୍ତି, ବିକାର ଦ୍ୱାରା ପୀଡିତ ମାନବାତ୍ମା ମଧ୍ୟରେ ଦିବ୍ୟ ଶକ୍ତିର ସାର କରେ । ବ୍ରହ୍ମାମୁଖକମଳ ମାଧ୍ୟମରେ ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା କଥିତ ମହାବାକ୍ୟର କିଛି ବିନ୍ଦୁ ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ମନେ ହୁଏ ।
୧. “ହେ ବସô ! ମୂର୍ିକାରର ହାତୁଡି ଓ ନିହାଣ ମୁନର ଆଘାତ ସହ୍ୟ କରି ଏକ ସାଧାରଣ ପ୍ରସ୍ତରଖଣ୍ଡ ପୂଜନୀୟ ମୂର୍ିରେ ପରିଣତ ହୁଏ । ମୁଁ ଏହି କଳିଯୁଗୀୟ ନର୍କ ଦୁନିଆକୁ ସ୍ୱର୍ଗ ବନାଇବା ପାଇଁ ଆସିଛି । ମୋ ଦ୍ୱାରା ପ୍ରବର୍ିତ ମାର୍ଗରେ ଚାଲି ଯଦି ତୁମେ କୌଣସି ବାଧା , ବିଘ୍ନ, ନିନ୍ଦା, ବଦନାମ, ଅତ୍ୟାଚାର, ଦୁର୍ବ୍ୟବହାର ଆଦିର ସମ୍ମୁଖୀନ ହେଉଛ ତାକୁ ବିନା ପ୍ରତିବାଦରେ ସହିଯାଅ । ଏହା ଦ୍ୱାରା ତୁମେ ନରରୁ ନାରାୟଣ ହୋଇଯିବ ।
୨.  “ହେ ବସô ! ମୁଁ ଏହି କଳିଯୁଗୀୟ ଆସୁରୀ ଦୁନିଆଁର ମହାବିନାଶ ପାଇଁ ଆସିଛି  । ଆଉ ମାତ୍ର ଦିନ କେଇଟା ବାକି ଅଛି । ତୁମେ ବର୍ମାନ ସ୍ୱର୍ଗ ପଥର ପଥିକ । ପୁରୁଷାର୍ଥ ମାର୍ଗରେ ଆସୁଥିବା ବାଧା ବିଘ୍ନରେ ବିଚଳିତ ହୁଅ ନାହିଁ । କଳ୍ପ କଳ୍ପାନ୍ତର ତୁମେଏହିପରି ବାଧାବିଘ୍ନକୁ ଅକ୍ଳେଶରେ ଅତିକ୍ରମ କରି ସ୍ୱର୍ଗୀୟ ସାମ୍ରାଜ୍ୟ ପ୍ରାପ୍ତ କରି ଆସିଛ । ତୁମେ ନିର୍ଭୟ ହୋଇ ଗୋଟିଏ ପାହୁଣ୍ଡ ଆଗକୁ ବଢ଼ାଅ,  ମୁଁ ତୁମକୁ ହଜାରେ ପାହୁଣ୍ଡ ଆଗେଇ ନେବି ।”
୩. “ହେ ବସô ! ତୁମର ରୋଗ,ଶୋକ,ଦୁଃଖ, ଦରିଦ୍ରତାର ଅବସାନ କରିବା ପାଇଁହିଁ ତ ମୁଁ ପ୍ରଜାପିତା ବ୍ରହ୍ମାର ଏହି ପାର୍ଥିବ ଶରୀରରେ ଅବତରଣ କରିଛି । ଯେଉଁ ପରିସ୍ଥିତି ପାଇଁ ତୁମେ ବିଚଳିତ ହେଉଛ ତାହାହିଁ ମୋର ଅବତରଣର କାରଣ । ବର୍ମାନ ସମୟ ତୁମ ପାଇଁ ଈଶ୍ୱରୀୟ ବରଦାନ ଅଟେ । ସମସ୍ତ ଚିନ୍ତା ପରିହାର କରି ତୁମେ ପ୍ରଭୁ ଚିନ୍ତନରେ ବ୍ୟସ୍ତ ରହ ।’’
୪.”ହେ ବସô ! ସାଗର ତଟସ୍ଥ୍ିତ ପ୍ରସ୍ତରଖଣ୍ଡ ଲହରୀ ଦ୍ୱାରା ଘସି ହୋଇ ଶେଷରେ ଶାଳଗ୍ରାମରେ ପରିଣତ ହୋଇଯାଏ । ସେହିପରି ବର୍ମାନ ଯଦି ତୁମେ ଚୁପ୍ଚାପ ଦୁଃଖକଷ୍ଟ ସହ୍ୟ କରିଯାଅ ତେବେ ଭବିଷ୍ୟତରେ ଶାଳଗ୍ରାମ ପରି ପୂଜନୀୟ ହେବ ।’’
୫. “ହେ ବସô! ବର୍ମାନ ମୁଁ ତୁମକୁ ନରରୁ ନାରାୟଣ ଅର୍ଥାତ ମନୁଷ୍ୟରୁ ଦେବତା ରୂପେ ଗଢ଼ି ତୋଳିବାକୁ ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗର ଶିକ୍ଷା ଦେଉଛି । ଏହି ସଂସାରକୁ ପରୀକ୍ଷାଗାର ଓ ଏଠାରେ ଯାହା ବି ଦୁଃଖ କଷ୍ଟ ରୋଗଶୋକ ଆଦି ନକାରାତ୍ମକ ପରିସ୍ଥିତିର ସମ୍ମୁଖୀନ ହେଉଛ ସେଗୁଡିକୁ ପରୀକ୍ଷାପତ୍ର ମନେ କର । ଏଥିରୁ ସଫଳତା ପୂର୍ବକ ଉୀର୍ଣ୍ଣ ହେବା ଆତ୍ମାଗଣହିଁ ସତ୍ୟଯୁଗୀୟ ସ୍ୱର୍ଗୀୟ ସୁଖ ଭୋଗର ଅଧିକାରୀ ହେବେ । ତୁମେ କଳ୍ପକଳ୍ପାନ୍ତର ଏହିପରି ପରୀକ୍ଷାରେ ସଫଳତା ଲାଭ କରି ଆସିଛ । ତେଣୁ ନିଶ୍ଚିନ୍ତରେ ଏହାର ସମ୍ମୁଖୀନ ହୁଅ ।’’
ଏହିପରି ଈଶ୍ୱରୀୟ ମହାବାକ୍ୟଗୁଡିକର ଚିନ୍ତନ ଦ୍ୱାରା ଆତ୍ମାରେ ଦିବ୍ୟ ଶକ୍ତିର ସ୍ଫୁରଣ ହୁଏ । ଦିବ୍ୟଶକ୍ତି ସମ୍ପନ୍ନ ମନୁଷ୍ୟ ଯେ କୌଣସି ପରିସ୍ଥିିତିରେ ସଫଳ ମୁକାବିଲା କରିପାରେ । ସହନଶକ୍ତିର ବିକାଶକୁହିଁ ତପଃ ସାଧନା କୁହାଯାଏ । ଏହି ତପର ତାପରେ ଆତ୍ମାର ସମସ୍ତ ମଳିନତା ପୋଡି ପାଉଁଶ ହୋଇଯାଏ ଓ ସେ ଶୁଦ୍ଧ ସୁବର୍ଣ୍ଣ ହୋଇ ଝଟକି ଉଠେ ।ା ଓମ ଶାନ୍ତି ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ 
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର) 
ମୋବାଇଲ - ୯୪୩୭୨୧୦୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର