ଶିବରାତ୍ରୀ, ବ୍ରହ୍ମା ରାତ୍ରୀ ଏବଂ ନବରାତ୍ରୀ - ଏକ ତୁଳନାତ୍ମକ ଅଧ୍ୟୟନ--- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ

ଶିବରାତ୍ରୀ, ବ୍ରହ୍ମା ରାତ୍ରୀ ଏବଂ ନବରାତ୍ରୀ - ଏକ ତୁଳନାତ୍ମକ ଅଧ୍ୟୟନ

ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ

ଶିବରାତ୍ରୀ :

ବିଶ୍ୱର ସମସ୍ତ ମହାନ ବିଭୁତି ମାନଙ୍କର ଜନ୍ମ ଦିବସ ପ୍ରାୟ ଦିବସ ସମୟରେହିଁ ପାଳିତ ହୁଏ । କେବଳ ପରମାତ୍ମା ଶିବଙ୍କ ଜୟନ୍ତୀହିଁ ଜନ୍ମଦିନ ପରିବେର୍ "ଶିବରାତ୍ରୀ'' ନାମରେ ପ୍ରସିଦ୍ଧି ଲାଭ କରିଛି । ତା'ର ମୁଖ୍ୟ କାରଣ ହେଲା ପରମାତ୍ମା ଶିବ ଜନ୍ମ ମରଣର ଅତୀତ ଓ ଆଯୋନିଜ ଅଟନ୍ତି । ତାଙ୍କର ପାର୍ଥିବ ଶରୀର ନାହିଁ । ଅନ୍ୟ ଦେବତା ବା ମହାପୁରୁଷଙ୍କ ଶାରୀରିକ ଜନ୍ମ ହେଉଥିବାରୁ ସେମାନଙ୍କ ଜନ୍ମଦିନ ପାଳନ କରାଯାଏ । କଲ୍ୟାଣକାରୀ ବିଶ୍ୱପିତା "ଶିବ''ଙ୍କ ଅବତରଣ ହୁଏ । ତେଣୁ ତାଙ୍କର ଜନ୍ମକୁ ଦିବ୍ୟ ଜନ୍ମ ବା ଅଲୌକିକ ଜନ୍ମ କୁହାଯାଏ । ତାଙ୍କର ଜୟନ୍ତୀ ସଜ୍ଞାବାଚକ ନୁହେଁ; ବରଂ କର୍ବ୍ୟବାଚକ ରୂପେ ପାଳନ କରାଯାଏ । ବିଷୟ ବିକାରର କାଳିମାରେ ଲିପ୍ତ ଓ ଅଜ୍ଞାନ ନିଦ୍ରାରେ ଶାୟିତ ମନୁଷ୍ୟାତ୍ସା ମାନଙ୍କର ଜାଗୃତି ପାଇଁହିଁ ତାଙ୍କର ଅବତରଣ ହୁଏ । ପରମାତ୍ମା ଶିବଙ୍କ ଦ୍ୱାରା ଏହି ଅଜ୍ଞାନରୂପୀ ରାତ୍ରୀର ପରିସମାପ୍ତି ହେଉଥିବାରୁ ଆଧ୍ୟାତ୍ମିକ ଦୃଷ୍ଟିରୁ ଶିବ ଜୟନ୍ତୀକୁ ଶିବରାତ୍ରୀ ବୋଲି କୁହାଯାଏ ।

ବ୍ରହ୍ମରତ୍ରୀ :

ଏହି ପରିପ୍ରେକ୍ଷୀରେ ମନରେ ପ୍ରଶ୍ନ ଉଠେ ଯେ ମନୁଷ୍ୟାତ୍ମା ମାନଙ୍କର ଚୈତନ୍ୟ ବୀଜରୂପ ପିତା, ଓ ଜନ୍ମମୃତ୍ୟୁ, କର୍ମବନ୍ଧନାଦିରୁ ସଦା ମୁକ୍ତ ପରମାତ୍ମା ଶିବ କିପରି ଏହି ସୃଷ୍ଟିରେ ଦିବ୍ୟ ଜନ୍ମଗ୍ରହଣ କରନ୍ତି ବା ଅବତରିତ ହୁଅନ୍ତି ? ଗୀତାରେ ଏହାର ସ୍ପଷ୍ଟ ସମାଧାନ ଦିଆଯାଇଛି । ପରମାତ୍ମା ସ୍ୱୟଂ କୁହନ୍ତି ଯେ ସେ ସାଧାରଣ ମନୁଷ୍ୟ ତୁଲ୍ୟ ଶରୀର ଧାରଣ କରି ମାତୃ ଗର୍ଭରେ ଲୌକିକ ଜନ୍ମ ନିଅନ୍ତି ନାହିଁ । ସେ ପ୍ରକୃତିକୁ ଅଧିନ କରି ଅର୍ଥାତ୍ ପରକାୟା ପ୍ରବେଶ ରୀତିରେ ଦିବ୍ୟ ଜନ୍ମ ନିଅନ୍ତି । ଏହାହିଁ ତାଙ୍କ ଅବତରଣ । ପରମାତ୍ମା ଶିବଙ୍କ ଅବତରଣ କଲ୍ପାନ୍ତରେ ଅର୍ଥାତ୍ କଳିଯୁଗର ଅନ୍ତିମ ସମୟର ଘୋର ଅନ୍ଧକାର ବା ଅତି ଧର୍ମଗ୍ଳାନି ସମୟରେ ଏକ ମାନବୀୟ ଶରୀର ମାଧ୍ୟମରେ ହୁଏ । ତାଙ୍କର ଏହି ମାନବୀୟ ମାଧ୍ୟମର କର୍ବ୍ୟବାଚକ ନାମକରଣ ହୁଏ "ପ୍ରଜାପିତା ବ୍ରହ୍ମା'' । ପରମାତ୍ମା ଶିବ ସେହି ବ୍ରହ୍ମାଙ୍କ ମୁଖ କମଳ ଦ୍ୱାରା ଲୁପ୍ତ ପ୍ରାୟ ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗର ଶିକ୍ଷା ଦିଅନ୍ତି । ପ୍ରଜାପିତା ବ୍ରହ୍ମା ସ୍ୱୟଂ ପ୍ରଥମେ ଏହି ଶିକ୍ଷା ଗ୍ରହଣ କରନ୍ତି ଓ ସ୍ୱୀୟ ପରୁଷାର୍ଥ ବଳରେ ନରରୁ ନାରାୟଣ ବା ସତ୍ୟଯୁଗୀ ବିଶ୍ୱମହାରାଜନ୍ ପଦ ପ୍ରାପ୍ତ ହୁଅନ୍ତି । ଶ୍ରୀ ଲକ୍ଷ୍ମୀଙ୍କ ସହିତ ଯେତେବେଳେ ତାଙ୍କର ସ୍ୱଂୟବର ହୁଏ ସେତେବେଳେ ସେମାନଙ୍କର ସଂଯୁକ୍ତ ରୂପକୁ "ବିଷ୍ଣୁ'' କୁହାଯାଏ । ଗୋଟିଏ କଳ୍ପରେ ଆତ୍ମା ସର୍ବାଧିକ ୮୪ ଜନ୍ମ ନେଇପାରେ । ପ୍ରତି ପାହଜାର ବର୍ଷରେ ସୃଷ୍ଟି ଚକ୍ର ପୁନରାବୃି ହୁଏ । ନାରାୟଣଙ୍କ ଆତ୍ମା ୮୪ ଜନ୍ମ ପୂର୍ଣ୍ଣ କଲାପରେ ପୁନଶ୍ଚ ତାଙ୍କ ଶରୀରରେ ପରମାତ୍ମାଙ୍କ ଅବତରଣ ହୁଏ ଓ ସେ ପ୍ରଜାପିତା ବ୍ରହ୍ମା ନାମରେ କଥିତ ହୁଅନ୍ତି । ଏଥିପାଇଁ ପ୍ରାଚୀନ ଉକ୍ତି ଅନୁସାରେ ବ୍ରହ୍ମାଙ୍କୁ ବିଷ୍ଣୁ ଓ ବିଷ୍ଣୁଙ୍କୁ ବ୍ରହ୍ମା ରୂପରେ ବର୍ଣ୍ଣନା କରାଯାଏ । ବ୍ରହ୍ମା ସୋ ବିଷ୍ଣୁ, ବିଷ୍ଣୁ ସୋ ବ୍ରହ୍ମା । କଳ୍ପର ପ୍ରଥମ ଦୁଇଟି ଯୁଗ ସତ୍ୟ ଓ ତ୍ରେତାରେ ମନୁଷ୍ୟ ସୁଖ ଶାନ୍ତି ପବିତ୍ରତା ଓ ସମୃଦ୍ଧିରେ ଭରପୁର ଥିଲା । ତେଶୁ ଏହାକୁ ସ୍ୱର୍ଗ ବା ବୈକୁଣ୍ଠ ବୋଲି କୁହାଯାଏ । ଏହି କାଳାବଧି ସତୋଗୁଣ ଯୁକ୍ତ ଥିବାରୁ ଏହା ବ୍ରହ୍ମାଙ୍କ ଦିନ ବୋଲି ପ୍ରଖ୍ୟାତ । ଦ୍ୱାପର ଓ କଳି ପୃଥିବୀରେ ଦୁଃଖ ଅଶାନ୍ତି, କଳହ କ୍ଲେଶର ସମୟ ହୋଇଥିବାରୁ ଏହାକୁ ନର୍କ ସହିତ ତୁଳନା କରାଯାଏ । ତମୋପ୍ରଧାନତା ଅନ୍ଧକାରର ପର୍ଯ୍ୟାୟବାଚୀ ହୋଇଥିବାରୁ ଏହି କାଳଖଣ୍ଡ ବ୍ରହ୍ମାଙ୍କ ରାତ୍ରୀ ରୂପରେ କଥିତ ହୁଏ । ପ୍ରଜାପିତା ବ୍ରହ୍ମାଙ୍କ ଭାଗ୍ୟଶାଳୀ ଶରୀର ରୂପୀ ରଥରେ ପରମାତ୍ମାଙ୍କ ଦିବ୍ୟ ଅବତରଣ ହେଉଥିବାରୁ "ଭଗୀରଥ'' ବା ଶିବଙ୍କ "ନନ୍ଦୀଗଣ'' ଆଦି ନାମରେ ତାଙ୍କୁ ଅଳଙ୍କୃତ କରାଯାଏ । ଏହି ମାନବୀ ରଥରେ ଉଭୟ ବ୍ରହ୍ମାଙ୍କ ଆତ୍ମା ଓ ପରମାତ୍ମା ଶିବ ଅରୋହଣ କରିଥାନ୍ତି । ଏହି ବ୍ରହ୍ମା ସତ୍ୟଯୁଗୀୟ ସୃଷ୍ଟିର ଆଦ୍ୟ ସମୟରେ ପ୍ରଥମ ବ୍ୟକ୍ତି ରୂପରେ ଜନ୍ମ ନେଉଥିବାରୁ ସେ ଆଦି ଦେବ ବା ଏଡ଼ମ୍ (ଇୟବଜ୍ଞ) ନାମରେ କଥିତ ହୁଅନ୍ତି । ପରମାତ୍ମାଙ୍କ ଈଶ୍ୱରୀୟ ଜ୍ଞାନକୁ ଶ୍ରୀମତ କୁହାଯାଏ । ସେହିପରି ବ୍ରହ୍ମାଙ୍କ ମତ ମଧ୍ୟ ପ୍ରସିଦ୍ଧ ଅଟେ । ବ୍ରହ୍ମାଙ୍କ ରାତ୍ରୀର ଅନ୍ତିମ ସମୟରେ ତାଙ୍କ ଶରୀରରେ ପ୍ରବେଶ ହୋଇ ପରମାତ୍ମା ଶିବଙ୍କ ଦ୍ୱାରା "ବ୍ରହ୍ମାଙ୍କ ଦିନ''ର ଉଦୟ ହୁଏ । ଏଣୁ ଶିବରାତ୍ରୀ ଓ ବ୍ରହ୍ମାରାତ୍ରୀ ମଧ୍ୟରେ ଘନିଷ୍ଠ ସମ୍ବନ୍ଧ ରହିଛି ।

ନବରାତ୍ରୀ :

ନବରାତ୍ରିରେ ଯଜ୍ଞ ସ୍ଥାପନା କରି ଦୁର୍ଗା, ଅମ୍ବା ଆଦି ଶକ୍ତି ମାନଙ୍କର ଅଥବା ୧୦୮ କନ୍ୟା ମାନଙ୍କର ପୂଜନ ହୁଏ । ଭାରତରେ ୧୦୮ ଶାଳିଗ୍ରାମ ତଥା ୧୦୮ କଣ୍ଠିଯୁକ୍ତ ରୁଦ୍ରାକ୍ଷ ମାଳା ଏବଂ ବୈଜୟନ୍ତୀ ମାଳାର ମଧ୍ୟ ପୂଜନ ଓ ସ୍ମରଣ ପ୍ରଚଳିତ ହୋଇ ଆସୁଛି । ଏହି ୧୦୮ ଶାଳିଗ୍ରାମ ତଥା ମାଳାର କଣ୍ଠି ସେହି ପବିତ୍ର ଆତ୍ମା ମାନଙ୍କର ଅଥବା ଶିବ ଶକ୍ତିମାନଙ୍କର ପ୍ରତୀକ ଯେଉଁମାନଙ୍କୁ ପରମାତ୍ମା ଶିବ ପ୍ରଜାପିତା ବ୍ରହ୍ମା ମୁଖ କମଳଦ୍ୱାରା ଈଶ୍ୱରୀୟ ଜ୍ଞାନ ଶୁଣାଇ ମୁଖବଂଶାବଳୀ ଜ୍ଞାନ ଗଙ୍ଗା ବନାଇ ଭାରତକୁ ପତିତରୁ ପାବନ କରିଥିଲେ । ଜ୍ଞାନସାଗର, ସର୍ବଶକ୍ତିମାନ ପରମାତ୍ମା ଶିବଙ୍କଠାରୁହିଁ ବ୍ରହ୍ମା, ସରସ୍ୱତୀ ଏବଂ ବ୍ରହ୍ମାମୁଖବଂଶାବଳୀ ବ୍ରହ୍ମାକୁମାରୀ ଓ ବ୍ରହ୍ମାକୁମାର ଗଣ ଜ୍ଞାନ ଓ ଯୋଗ ଶକ୍ତି ଧାରଣ କରିଥିଲେ । ମାଳାର ମେରୁରେ ଯୁଗଳକଣ୍ଠି ଥାଏ, ଏହା ବ୍ରହ୍ମା ଓ ସରସ୍ୱତୀଙ୍କ ପ୍ରତୀକ । ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗ ଦ୍ୱାରା ଶିବଶକ୍ତି ଗଣ ବିକାର ସମୂହ ଅର୍ଥାତ୍ ଆସୁରୀ ଶକ୍ତି ଉପରେ ବିଜୟପ୍ରାପ୍ତ କରିଥିଲେ । ଏଥିପାଇଁ ସେମାନଙ୍କୁ “ଅସୁର ନିକନ୍ଦନୀ” ମଧ୍ୟ କୁହାଯାଏ । ଜ୍ଞାନ ସାଗର ପରମାତ୍ମା ଶିବଙ୍କ ଠାରୁ ଅମୃତ କଳଶ ପ୍ରାପ୍ତ କରି ଅଜ୍ଞାନରେ ପୀଡ଼ିତ ମୃତପ୍ରାୟ ନରନାରୀ ମାନଙ୍କୁ ଅମରପଦ ପ୍ରଦାନ କରାଇବାର ଈଶ୍ୱରୀୟ ସେବା କରିଥିବା କାରଣରୁ  ଏହି ଶିବଶକ୍ତିଙ୍କ ପୂଜନ ହୁଏ ଏବଂ ସେମାନଙ୍କୁ “ବନ୍ଦେ ମାତରମ୍” ଅଥବା “ଭାରତ ମାତା ଶକ୍ତି ଅବତାର” କହି ସେମାନଙ୍କ ବନ୍ଦନା କରାଯାଏ । ପରମାତ୍ମା ଶିବ ତଥା ପ୍ରଜାପିତା ବ୍ରହ୍ମାଙ୍କ ସହିତ ସହଯୋଗୀ ହୋଇ ଏହି ପତିତ ସୃଷ୍ଟିକୁ ପାବନ ସୃଷ୍ଟି ଅର୍ଥାତ କଳିଯୁଗୀ ନର୍କକୁ ସତ୍ୟଯୁଗୀ ସ୍ୱର୍ଗ ବନାଇବାର କାର୍ଯ୍ୟ କରିବା ହେତୁ ହିଁ ଏହି ଶିବ ଶକ୍ତି ମାନଙ୍କ ସ୍ମାରକୀ “ନବରାତ୍ରୀ”ର ଶିବରାତ୍ରି ସହିତ ଘନିଷ୍ଠ ସମ୍ବନ୍ଧ ରହିଛି । ବର୍ମାନ ସମୟରେ ପରମାତ୍ମା ଶିବ, ପ୍ରଜାପିତା ବ୍ରହ୍ମା ତଥା ଶିବ ଶକ୍ତି ମାନଙ୍କର ଏହି ଦିବ୍ୟ ଏବଂ ଅଲୌକିକ କର୍ବ୍ୟର ପୁନରାବୃି ହେଉଛି । ଏହି ଈଶ୍ୱରୀୟ କାର୍ଯ୍ୟରେ ସହଯୋଗୀ ମାନବାତ୍ମାମାନେ ସତ୍ୟଯୁଗୀୟ ଦୈବୀ ସ୍ୱରାଜ୍ୟରେ ସ୍ୱୀୟ ଈଶ୍ୱରୀୟ ଜନ୍ମସିଦ୍ଧ ଅଧିକାର ଭବିଷ୍ୟ ୨୧ ଜନ୍ମ ବା ୨୫୦୦ ବର୍ଷପାଇଁ ପ୍ରାପ୍ତ କରିବାର ସ୍ୱର୍ଣ୍ଣିମ ଅବସରର ସଦୁପଯୋଗ କରିବାକୁ ଅନୁରୋଧ ।  ।ା ଓମ୍ ଶାନ୍ତି  ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ 
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫, ଫୋ.-(୦୬୬୫୮) ୨୨୨୩୩୯ (ଘର), ମୋବାଇଲ - ୯୪୩୭୨୧୦୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର